ପ୍ରିମିୟରରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଥଲେ ଭିନ୍‌ ଡିଜେଲ

dipika-vin-diesel

ମୁମ୍ବାଇ: ଦୀପିକାଙ୍କ ପ୍ରଥମ ହଲିଉଡ ଫିଲ୍ମର କୋଷ୍ଟାର ଭିନ୍‌ ଡିଜଲ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ପାରମ୍ପରିକ ଢ଼ଙ୍ଗରେ ଦୀପିକା ତାଙ୍କର ସ୍ୱାଗତ କରିଛନ୍ତି।

ଆସନ୍ତାକାଲି ଭାରତରେ ଦୀପିକାଙ୍କ ପ୍ରଥମ ହଲିଉଡ ‘xxx: Return of Xander Cage’ ର ରିଲିଜ ହେବ। ଏହାର ପ୍ରିମିୟରରେ ଯୋଗ ଦେବେ ଭିନ୍‌ ଡିଜେଲ। ‘ଇନ୍‌ସାଇଡ୍‌’ ଏବଂ ‘ଇଗଲ୍‌ଆଇ’ ପରି ଫିଲ୍ମକୁ ନିର୍ଦ୍ଦେଶନା କରିଥିବା ନିର୍ଦ୍ଦେଶକ ଡି ଜେ କାରୁସୋ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଭାରତରେ ତାଙ୍କର ଏଭଳି ପାରମ୍ପରିକ ସ୍ୱାଗତକୁ ନେଇ ଭିନ୍‌ ବହୁତ ଖୁସି ଥିବା ଦେଖାଯାଇଛି। ତେବେ ଭାରତକୁ ଆସି ନିଜ ଫିଲ୍ମର ପ୍ରିମିୟରରେ ଯୋଗ ଦେବା ସହ ‘କଫି ୱିଥ୍‌ କରନ୍‌’ ଶୋ ପାଇଁ ଦୀପିକା ଓ ଭିନ୍‌ ସୁଟିଂ ମଧ୍ୟ କରିବେ।

SHARE THIS

RELATED ARTICLES

LEAVE COMMENT