୩ ଫେବୃଆରୀ, ବୁଧବାର: ଦାମ୍ପତ୍ୟ ଜୀବନରେ ମତଭେଦ ଦେଖା ଦେଇପାରେ

ମେଷ: ଶରୀର ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ । ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ । ଯାହା ଫଳରେ ମନ ଖୁସି ରହି‍ବ।ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

ବୃଷ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ।

ମିଥୁନ: ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ , ଧନ ହାନୀ ପ୍ରାଣପୀଡା ଦେଖାଦେବ। ନିଜର ଲୋକମାନେ ପରୋକ୍ଷରେ ବିଶ୍ୱାସଘାତକତା କରିବେ।ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ମତଭେଦ ଦେଖା ଦେଇ ପାରେ।

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି । ବିଳମ୍ବ ହେଉଥିବା କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବ । ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ ।

ସିଂହ: ବକେୟା ଅର୍ଥ ହସ୍ତଗତ ହେବ । ଯାହା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ମନ ପ୍ରଫୁଲ୍ଲ ରହିବ ।

କନ୍ୟା: ପ୍ରତ୍ୟେକଟି କ୍ଷେତ୍ରରେ ମାନ ସମ୍ମାନ, ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ଲାଭ କରିବେ। କିନ୍ତୁ ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।

ତୁଳା: ପରିବାରରେ ଭାତ୍ରୁ ସମ୍ପର୍କ ନିବିଡ ହେବ ଓ ସୁଖ ଶାନ୍ତି ବିରାଜମାନ କରିବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ  ବିଦେଶ ଯାତ୍ରାରେ ଯିବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ପୂର୍ବାପେକ୍ଷା ଅଧିକ ଉନ୍ନତି କରିବେ।

ବିଛା: କୌଣସି ଜମିଜମା ସମସ୍ୟା ଭିତରେ ପଡିଯାଇ ପାରନ୍ତି ।  ଖାଦ୍ୟର ଅନୀୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ । ନିର୍ମାଣଧୀନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟିହେବ।

ଧନୁ: ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ । ତେଣୁ ଜଗି ରଖି ଚଳନ୍ତୁ । ପ୍ରତ୍ୟେକଟି କାର୍ଯ୍ୟରେ ଘାତ ପ୍ରତିଘାତ ଦେଖାଦେବ । ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ଓ ମର୍ମାହତ ହେବେ।

ମକର: ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ଓ ମଧୁମୟ ହେବ। ଅଟକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ । ଯେଉଁ କାର୍ଯ୍ୟରେ ହାତଦେବେ ସଫଳତା ପାଇବେ ।

କୁମ୍ଭ: ଗୁପ୍ତ ଶତ୍ରୁ ପରାଜିତ ହେବେ । ଯାହାଫଳରେ ମାନସିକ ଶାନ୍ତିଲାଭ କରିବେ। ବନ୍ଧୁ ଓ ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇବେ। ଆମଦାନୀ ରପ୍ତାନୀ କାରବାରରେ ଲାଭବାନ ହେବେ।

ମୀନ: ଆର୍ଥିକ ଓ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଦୋଷୀ ସାବସ୍ତ୍ୟ ହୋଇପାରନ୍ତି।  ଆଣ୍ଠୁ ,ଅଣ୍ଟା, ପେଟ କିମ୍ବା ପାଦରେ ପୀଡା ଅନୁଭବ କରିପାରନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।