୧୩ ଜାନୁଆରୀ, ବୁଧବାର: ଶତ୍ରୁ ପରାଜିତ ହେବେ

ମେଷ: ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଉଚ୍ଚାଧିକାରୀ ବ୍ୟକ୍ତି କୌଣସି  କାର୍ଯ୍ୟରେ ଆପଣଙ୍କୁ ସହାୟତା କରିବେ। ସକଳ କାର୍ଯ୍ୟରେ ସଫଳ, ମିଷ୍ଠାନ୍ନ ଭୋଜନ, ଉଚ୍ଚ ଆଶା ପୂରଣ ହେବ । ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ। ବୃଷ: ସମସ୍ତ ଚିନ୍ତା ଓ ଧ୍ୟାନ କାର୍ଯ୍ୟରେ ଲଗାଇବେ । ଗୃହସ୍ଥ ଜୀବନ ସୁଖମୟ ହୋଇ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ।ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ ହେବେ। ପ୍ରତିକାର- ଶିବ ମନ୍ଦିରରେ କଞ୍ଚାକ୍ଷୀର ଢାଳି […]

RASI

RASI

Niharika Rout
  • Published: Wednesday, 13 January 2021
  • Updated: 13 January 2021, 08:19 AM IST

Sports

Latest News

ମେଷ: ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଉଚ୍ଚାଧିକାରୀ ବ୍ୟକ୍ତି କୌଣସି  କାର୍ଯ୍ୟରେ ଆପଣଙ୍କୁ ସହାୟତା କରିବେ। ସକଳ କାର୍ଯ୍ୟରେ ସଫଳ, ମିଷ୍ଠାନ୍ନ ଭୋଜନ, ଉଚ୍ଚ ଆଶା ପୂରଣ ହେବ । ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ସମସ୍ତ ଚିନ୍ତା ଓ ଧ୍ୟାନ କାର୍ଯ୍ୟରେ ଲଗାଇବେ । ଗୃହସ୍ଥ ଜୀବନ ସୁଖମୟ ହୋଇ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ।ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ ହେବେ। ପ୍ରତିକାର- ଶିବ ମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ମିଥୁନ: ଶୁଭ ସମାଚାର  ଶୁଣିବେ। ସୁଖ,ସମ୍ପତ୍ତି ଲାଭ ସହ ସାହାଯ୍ୟ ପ୍ରାପ୍ତି ହେବ। ବ୍ୟବସାୟରେ ଭଲ ଲାଭ ପାଇ ଅନେକ ଦିନ ଧରି ଯାହା ଚିନ୍ତା କରୁଥିଲେ ତାକୁ କାର୍ଯ୍ୟକାରୀ କରିପାରିବେ। ପ୍ରତିକାର- ମା’ ବାପା , ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ଶରୀର ସୁସ୍ଥ ରହିବ ଓ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ବାଣିଜ୍ୟ ବ୍ୟବସାୟରେ ଭାଗିଦାରଙ୍କ ସହ ମତଭେଦକୁ ନିରାକରଣ କରିବା ଫଳରେ ସମସ୍ତ ପ୍ରକାର ବ୍ୟବସାୟରେ ଲାଭବାନ ହେବ। ଶତ୍ରୁ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ

ସିଂହ: ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସି ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ

କନ୍ୟା: ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବରଣ ଦେଖାଦେବ । ବନ୍ଧୁ, ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ତୁଳା: ସଚ୍ଚୋଟ ମିତ୍ର ପ୍ରାପ୍ତି ହେବେ ଓ ଶତ୍ରୁ ପରାଜିତ ହେବେ । ସହକର୍ମୀମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପୂର୍ବରୁ ଥିବା ପାରିବାରିକ ସମସ୍ୟାଗୁଡିକ ସମାଧାନ ହେବ। ପ୍ରତିକାର- ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ

ବିଛା: ସତକଥା କହି ନିଜ ପରିସରରେ ପ୍ରଶଂସିତ ହେବେ । ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ପ୍ରତିକାର- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ

ଧନୁ: ପରିବାରରେ ମାନ ମନାନ୍ତର ଦୂର ହୋଇ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। କର୍ମଚାରୀମାନଙ୍କୁ ଭରସାକଲେ ବ୍ୟବସାୟରେ  ପ୍ରବଳ ଧନଲାଭ ହେବ। ଜମିଜମା ସଂକ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପ୍ରତିକାର- ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମକର: କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାର୍ଯ୍ୟ ସହଜରେ ସମ୍ପନ୍ନ ହେବ। ଦୃଢ ଆତ୍ମ ବିଶ୍ୱାସ ଦ୍ୱାରା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିପାରିବେ। ପୁରାତନ ରୋଗର ଉପଶମ ଯୋଗେ ସ୍ୱାସ୍ଥ୍ୟରେ ଉନ୍ନତି ଓ ମାନସିକ ସ୍ଥିରତା ଦେଖାଦେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ

କୁମ୍ଭ: ସରକାରୀ କାମରେ ସଫଳତା ମିଳିବ । ପେଶା, ବ୍ୟବସାୟ , ଭାଗିଦାରୀ ଓ ବନ୍ଧୁ ମିତ୍ରଙ୍କ ଦ୍ୱାରା ଲାଭବାନ ହେବେ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । କିନ୍ତୁ ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ। ପ୍ରତିକାର- ଶିବ ମନ୍ଦିରରେ କଞ୍ଚା କ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ମୀନ: କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇ ପାରନ୍ତି। ପ୍ରତ୍ୟେକ ସମସ୍ୟାକୁ ଗମ୍ଭୀରତାର ସହ ଚିନ୍ତା କରି ସମାଧାନ କରିବେ। ନୂତନ ଯୋଜନାରେ ସଫଳତା ମିଳିବା ସହ ମାନ ସମ୍ମାନ ବୃଦ୍ଧି ହେବ। ପ୍ରତିକାର- ମା’ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos