୧୬ ମାର୍ଚ୍ଚ, ମଙ୍ଗଳବାର: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ସୁସ୍ୱାଦୁ ଭୋଜନ ଏବଂ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ପାରିବାରିକ ଜୀବନ ସୁଖମୟ ରହିବ। ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ: କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ବ୍ୟବସାୟରେ ଲାଭ ପାଇବା ହେତୁ ମନ ଖୁସି ରହିବ। ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ପ୍ରତିକାର- ଛୋଟ ପିଲାଙ୍କୁ କିଛି ମିଠା ବାଣ୍ଟି ଦିଅନ୍ତୁ।

କର୍କଟ: ପ୍ରତ୍ୟେକଟି କ୍ଷେତ୍ରରେ ଶୁଭଫଳ ପାଇପାରିବେ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବା ସହିତ ପାରିବାରିକ ଜୀବନ ଖୁସି ରହିବ। ପ୍ରତିକାର- ମା’ଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ।

ସିଂହ: କର୍ମକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରାଇବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ରାଶିତେଲ ଦ୍ୱୀପ ଜାଳନ୍ତୁ।

କନ୍ୟା: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପ୍ରତିକାର- ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

ତୁଳା: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ପ୍ରତ୍ୟେକଟି କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରାଇଭେଟ୍ ଚାକିରି କରିଥିବା ବ୍ୟକ୍ତିମାନେ ଉଚ୍ଚ ଅଧିକାରୀଙ୍କ ରୋଷର ଶିକାର ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ପାରିବାରିକ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ସମସ୍ୟା ଆଗ ଅପେକ୍ଷା ଭଲ ରହିବ। କିଛି ଛୋଟ କଥାକୁ ନେଇ ମନରେ ଟିକେ ଦ୍ୱନ୍ଦ ରହିବ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବ। ପ୍ରତିକାର- ଶ୍ରୀ ହନୁମାନଙ୍କ ଗାୟତ୍ରୀ ପାଠ କରନ୍ତୁ।

ଧନୁ: ଆର୍ଥିକ ଚିନ୍ତା, ଆର୍ଥିକ ଅଭାବ ବ୍ୟସ୍ତ କରାଇବ। ନିଜ ଲୋକମାନେ ବିରୁଦ୍ଧାଚରଣ କରିବେ।  ପ୍ରତିକାର- ହଳଦିଆ ବସ୍ତ୍ର ପରିଧାନ କରନ୍ତୁ।

ମକର: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଆଶାଜନକ ଲାଭ ପାଇବେ। ପ୍ରତିକାର- ସଙ୍କଟମୋଚନ ହନୁମାନାଷ୍ଟକ ପାଠ କରନ୍ତୁ ।

କୁମ୍ଭ: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ। କଳାକ୍ଷେତ୍ରରେ ମାନସମ୍ମାନ ଯଶପ୍ରାପ୍ତି ମିଳିବ। ବ୍ୟବସାୟରେ ବାକି ପଡିଥିବା ଅର୍ଥ ଆଦାୟ ହେବ। ଛାତ୍ରଛାତ୍ରୀମାନେ ଭ୍ରମଣର ସୁଯୋଗ ପାଇବେ। ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ କଷ୍ଟ ଦେଇପାରେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।