୧୮ ମାର୍ଚ୍ଚ, ଗୁରୁବାର: ଗୁପ୍ତ ଶତ୍ରୁ ଜାଗ୍ରତ ହେବେ

ମେଷ: ଛାତ୍ରଛାତ୍ରୀଙ୍କୁ ପାଠପଢ଼ା କ୍ଷେତ୍ରରେ ପ୍ରଶଂସା ମିଳିବ। ଆର୍ଥିକ ସହାୟତାରେ ଉଚିତ୍ ଲାଭ ପ୍ରାପ୍ତି ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ପ୍ରତିକାର– ମହାଦେବଙ୍କୁ ଦର୍ଶନ କରନ୍ତୁ ।

ବୃଷ: ଆୟ ଅନୁପାତରେ ବ୍ୟୟ ଅଧିକ ହେବ। ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ଗୁପ୍ତ ଶତ୍ରୁ  ଜାଗ୍ରତ ହେବେ ଏବଂ କଳହ ସୃଷ୍ଟି କରିବେ । ପ୍ରତିକାର– ଗାଈକୁ କିଛି ଖାଦ୍ୟ ଦିଅନ୍ତୁ ।

ମିଥୁନ: ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ପ୍ରଶଂସା ମିଳିବ । ଶୁଭ ସମ୍ବାଦ ପାଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ପରିଶ୍ରମ କରି ଆଶାତୀତ ଲାଭ ପାଇବେ । ପ୍ରତିକାର– ବାପା,ମା’ଙ୍କୁ ପ୍ରଣାମ କରନ୍ତୁ।

 କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଟା କରିବେ। ପ୍ରତିକାର– ଓସ୍ତ ଗଛ ମୂଳରେ ଗୁଡ଼ ଓ ଜଳ ଦେଇ ପ୍ରଣାମ କରନ୍ତୁ ।

ସିଂହ: ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । କୌଣସି ଶୁଭ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିବେ । ଶତ୍ରୁ ବା ବିରୋଧୀ କୌଣସି କ୍ଷତି କରି ପାରିବେ ନାହିଁ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ ।

କନ୍ୟା: ଅନେକ ବିପରୀତ ପରିସ୍ଥିତିର ସାମ୍ନା କରି ପାରନ୍ତି । କର୍ମ କ୍ଷେତ୍ରରେ ସଫଳତା ପାଇପାରିବେ କିନ୍ତୁ ସାଙ୍ଗ ସାଥୀମାନେ ଅସମ୍ମାନ କରିପାରନ୍ତି । ନୂଆ ବନ୍ଧୁଙ୍କ ସହିତ ଦେଖାହେବ ଓ ସୁସ୍ୱାଦୁ ଭୋଜନ କରିବେ । ପ୍ରତିକାର– ଛୋଟ ପିଲାଙ୍କୁ ଚକୋଲେଟ୍  ବାଣ୍ଟି ଦିଅନ୍ତୁ ।

ତୁଳା: ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ବ୍ୟବସାୟରେ ପ୍ରଚୁର ଅର୍ଥ ଲାଭ ହେବ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। କର୍ମକ୍ଷେତ୍ରରେ ସ୍ଥିତି ସନ୍ତୋଷଜନକ ରହିବ । ପ୍ରତିକାର– ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ  ।

ବିଛା: ଘର ପାଇଁ ନୂତନ ଦ୍ରବ୍ୟ କିଣି ପାରନ୍ତି । ଆର୍ଥିକ ସ୍ଥିତି ସୁଧୁରି ଯିବ ଓ ଶାରୀରିକ କଷ୍ଟ ଦୂରହେବ । କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ । ପ୍ରତିକାର– ଶ୍ରୀ ହନୁମାନ ଗାୟତ୍ରୀ ପାଠ କରନ୍ତୁ ।

ଧନୁ: କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ନିର୍ମାଣମୂଳକ ଯୋଜନାରେ ଆଗେଇ ପାରିବେ। ପିଲାମାନଙ୍କ କାର୍ଯ୍ୟରେ ବାପା ମା’ ଖୁସି ଅନୁଭବ କରିବେ । ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ । ପ୍ରତିକାର– ବାପା ମା’ଙ୍କୁ ପ୍ରଣାମ କରନ୍ତୁ  ।

ମକର: ଧାର କରଜ ଯାହାକୁ ଆପଣ ଦେଇଥିଲେ ସେ ଆପଣଙ୍କୁ ଫେରସ୍ତ କରିବେ । କିନ୍ତୁ ଅପବାଦ ଦେବେ ଓ ବିରୋଧରେ ଗପିବେ। ସାମାଜିକ ଉତ୍ସବରେ ଯୋଗ ଦେବେ।  ପିଲାମାନେ ପରୀକ୍ଷାରେ ସଫଳତା ପାଇବେ। ପ୍ରତିକାର– କୁକୁରକୁ ଖାଦ୍ୟ ଦିଅନ୍ତୁ।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପ୍ରତିକାର– ମଥାରେ ହଳଦୀ ଟିକା ଲଗାନ୍ତୁ ।

ମୀନ: ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ୱଦେଇ କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ବ୍ୟବସାୟରେ ଆୟର ପନ୍ଥା ସହଜ ହେବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରତିକାର– ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।