୧୯ ମାର୍ଚ୍ଚ, ଶୁକ୍ରବାର: ଆୟ ବଢ଼ିବ ନାହିଁ

ମେଷ: ବ୍ୟବସାୟ ବାଣିଜ୍ୟରେ ଆର୍ଥିକ କ୍ଷତି ହୋଇପାରେ । ଶତ୍ରୁ ବୃଦ୍ଧି ଯୋଗୁଁ ମାନସିକ ଚିନ୍ତା ବଢିବ । ମହିଳାମାନେ ପରିବାରରେ ଅଶାନ୍ତି ଅନୁଭବ କରିବେ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ନୂତନ ନିଯୁକ୍ତି ସୁଯୋଗ ମିଳିପାରେ। ପ୍ରତିକାର-  ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ଶାରୀରିକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ । ମହିଳାମାନେ ସତର୍କ ରୁହନ୍ତୁ। ଶରୀରରେ ଆଘାତ ଲାଗିପାରେ ।  ମନ ପସନ୍ଦ ଦ୍ରବ୍ୟ ନଷ୍ଟ ହୋଇପାରେ ।

କର୍କଟ: ପାରିବାରିକ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ସମସ୍ୟା ଆଗ ଅପେକ୍ଷା ଭଲ ରହିବ। କିଛି ଛୋଟ କଥାକୁ ନେଇ ମନରେ ଟିକେ ଦ୍ୱନ୍ଦ ରହିବ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବ। ପ୍ରତିକାର- ଶ୍ରୀ ହନୁମାନଙ୍କ ଗାୟତ୍ରୀ ପାଠ କରନ୍ତୁ।

ସିଂହ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ପ୍ରତ୍ୟେକଟି କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରାଇଭେଟ୍ ଚାକିରି କରିଥିବା ବ୍ୟକ୍ତିମାନେ ଉଚ୍ଚ ଅଧିକାରୀଙ୍କ ରୋଷର ଶିକାର ହେବେ। ପ୍ରତିକାର- ଅଶ୍ୱତ୍ଥ ବୃକ୍ଷମୂଳରେ ଗୁଡ଼ ରଖି ପ୍ରଣାମ କରନ୍ତୁ।

କନ୍ୟା: ସ୍ୱାସ୍ଥ୍ୟରେ ଉନ୍ନତି ହେବ। କରଜର ମାତ୍ରା ହ୍ରାସ ପାଇବ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ପ୍ରତିକାର-  ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ତୁଳା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାନସମ୍ମାନ ବୃଦ୍ଧି ପାଇବ। ପରିବାରରେ ଦେଖା ଦେଇଥିବା ଅଶାନ୍ତି ଦୂର ହେବ। ଶତ୍ରୁମାନେ ପରାଜିତ ହେବେ। ପ୍ରତିକାର- ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଛା: ନମ୍ର ହୁଅନ୍ତୁ। କାହା ଉପରେ ରାଗି ଗାଳିଗୁଲଜ କରନ୍ତୁ ନାହିଁ। ଆୟ ବଢ଼ିବ ନାହିଁ। କିନ୍ତୁ ବ୍ୟୟ ବଢ଼ିବ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ଧନୁ: ରାଜନିତୀ କରୁଥିବା ବ୍ୟକ୍ତି ଶୁଭଫଳ ପାଇବେ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିବେ ` ବନ୍ଧୁ ସହଯୋଗର ହାତ ବଢାଇବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି । ପ୍ରତିକାର- ମିଠା ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ।

ମକର: ଶତ୍ରୁମାନେ ପରାଜିତ ହେବେ। ବୁଦ୍ଧି ଖଟାଇ ସମାସ୍ୟାର ସମାଧାନ କରିପାରିବେ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ପ୍ରତିକାର- ଟିକେ ମହୁ ଖାଇ ଘରୁ ବାହାରନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ଆନନ୍ଦ ପାଇବେ। କୌଣସି କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଶତ୍ରୁମାନେ ପରାଜିତ ହେବେ। ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦରେ ଦିନଟିକୁ କାଟିବେ।

ମୀନ: ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ । ଘରକୁ ଅତିଥିଙ୍କ ଆଗମନ ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ମାନ ସମ୍ମାନ ପ୍ରାପ୍ତି ହେବ।  ଶତ୍ରୁମାନେ କ୍ଷତି କରି ପାରିବେ ନାହିଁ ଏବଂ ଆପଣ ଶତ୍ରୁ ବିଜୟୀ ହେବେ ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।