୧ ଏପ୍ରିଲ, ଗୁରୁବାର: ଅବହେଳା ଯୋଗୁଁ ସୁଯୋଗ ହାତଛଡା ହେବ

ମେଷ:ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଅସଫଳତା ଦେଖାଦେବ। କର୍ମକ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ମିତ୍ରମାନେ ଶତ୍ରୁ ଭଳି ଆଚରଣ କରିବେ। ପ୍ରତିକାର- ହନୁମାନ ଚାଳିଶା ସାତଥର ପାଠ କରନ୍ତୁ। ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ପ୍ରତିକାର- ଧଳାରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ। ମିଥୁନ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବହୁଦିନର […]

RASI

RASI

Niharika Rout
  • Published: Thursday, 01 April 2021
  • Updated: 01 April 2021, 08:19 AM IST

Sports

Latest News

ମେଷ:ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଅସଫଳତା ଦେଖାଦେବ। କର୍ମକ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ମିତ୍ରମାନେ ଶତ୍ରୁ ଭଳି ଆଚରଣ କରିବେ। ପ୍ରତିକାର- ହନୁମାନ ଚାଳିଶା ସାତଥର ପାଠ କରନ୍ତୁ।

ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ପ୍ରତିକାର- ଧଳାରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ମିଥୁନ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବହୁଦିନର ଆଶା ଅଭିଳାଷା ପୂରଣ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ। ପ୍ରତିକାର- ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ।

କର୍କଟ:ପାରିବାରିକ ଦ୍ୱନ୍ଦ ଓ ଶାରୀରିକ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି। ବୃତ୍ତିଗତ ବ୍ୟବସାୟରେ ବାଧାବିଘ୍ନ ଘାତ ପ୍ରତିଘାତ ସୃଷ୍ଟି ହେବ। ପ୍ରତିକାର- ସାତଟି ଧଳା କନିଅର ଫୁଲ ଶ୍ରୀ ଗଣେଷଙ୍କୁ ଚଢାନ୍ତୁ।

ସିଂହ: ଶରୀର ସୁସ୍ଥ, ମନ ପ୍ରଫୁଲ୍ଲ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ପ୍ରତିକାର- ସୂର୍ଯ୍ୟ ନାରାୟଣଙ୍କୁ ଗୁଡପାଣିରେ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା: ପ୍ରତ୍ୟେକଟି ଦିଗରେ ପ୍ରତ୍ୟେକଟି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ। କିନ୍ତୁ ଯାନବାହାନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ଶ୍ରୀ ବିଷ୍ଣୁଙ୍କୁ ୧୧ଟି ତୁଳସୀ ମଞ୍ଜରୀ ଅର୍ପଣ କରନ୍ତୁ।

ତୁଳା: ନିଜ ମନ ପସନ୍ଦର କାମ କରିବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନ ସମ୍ମାନ, ଯଶ ଗୌରବ ପ୍ରାପ୍ତି ହେବ। ବସ୍ତ୍ର ଅଳଙ୍କାର ଜାତୀୟ ବ୍ୟବସାୟରେ ଲାଭବାନ ହେବେ। ପ୍ରତିକାର- କଉଡିଟିଏ ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

ବିଛା: ମହିଳାମାନେ ଗୃହ ପ୍ରତି ଯତ୍ନଶୀଳା ହେବେ। ସପରିବାରେ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଗବେଷଣାରତ ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ପ୍ରତିକାର- ହନୁମାନଙ୍କ ପାଖରେ ସାତଟି ଲାଲ୍ ମନ୍ଦାର ଫୁଲ ଚଢାନ୍ତୁ।

ଧନୁ: ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡା ହୋଇଯିବ। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ କ୍ଲାନ୍ତି ଅନୁଭବ କରିବେ। ପ୍ରତିକାର- ନାରାୟଣଙ୍କ ଗାୟତ୍ରୀମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ମକର: ବକେୟା ଅର୍ଥକୁ ନେଇ ଯୁକ୍ତିତର୍କ ମତଭେଦ ଦେଖା ଦେଇପାରେ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ ନାହିଁ। ପ୍ରତିକାର  ୨୧ଟି ରାଶି ଲଡୁ ଶ୍ରୀ ଗଣେଷଙ୍କ ପାଖରେ ଭୋଗ କରି ଛୋଟ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

କୁମ୍ଭ: ନିଜ ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାର ସରଳ ସମାଧାନ କରିବେ। ମହିଳାମାନେ ଜନ କଲ୍ୟାଣ ମୂଳକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହେବାର ସମ୍ଭାବନା ରହିଛି। ପ୍ରତିକାର- କୁଆକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମୀନ: ରାଜନେତାମାନେ ଜନ ସମାଜରେ ଆଦରଣୀୟ ହେବେ।ଗୁପ୍ତଶତ୍ରୁମାନେ ପରାଜିତ ହେବେ, ଯାହା ଫଳରେ ମନରେ ଶାନ୍ତି ଦେଖାଦେବ। ନିର୍ମାଣଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ପ୍ରତିକାର- ସ୍ନାନ ଜଳରେ କିଛି ହଳଦୀ ମିଶାଇ ସ୍ନାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos