୨୦ ମାର୍ଚ୍ଚ, ଶନିବାର: ଭାବୁଥିବା କଥା ଅଚାନକ ପୂରଣ ହେବ

ମେଷ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଛୋଟ ଛୋଟ ବ୍ୟବସାୟୀ କ୍ଷତି ସହିବେ। ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ବୃଷ: ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ।  ବ୍ୟବସାୟରେ ଆୟ ଅଧିକ ହେବ। ପ୍ରତିକାର- ଶ୍ରୀ ଗଣେଷ ମହାପ୍ରଭୁଙ୍କ ପାଖରେ ଲଡୁଭୋଗ କରନ୍ତୁ।

ମିଥୁନ: କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିଙ୍କୁ ପଦୋନ୍ନତି  ମିଳିବ।  ପାରିବାରିକ ଜୀବନ ସୁଖମୟ ରହିବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ। ପ୍ରତିକାର- ମହାଦେବଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ।

କର୍କଟ: ଛାତ୍ରଛାତ୍ରୀ ପାଠ ପଢାକୁ ନେଇ ଚିନ୍ତାଗ୍ରସ୍ତ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବ। ପ୍ରତିକାର- ଗ୍ରାମଦେବତୀଙ୍କୁ ଦର୍ଶନ କରନ୍ତୁ।

ସିଂହ: ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ମନରେ ଭାବୁଥିବା କଥା ଅଚାନକ ପୂରଣ ହେବ। ପ୍ରତିକାର- ବାପା ମା’ଙ୍କୁ ପ୍ରଣାମ କରନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ସୁଖ ଅନୁଭବ କରିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ହେବ।  ପ୍ରତିଟି କାର୍ଯ୍ୟକୁ ଅତି ସହଜରେ ସମାଧାନ କରିବେ। ପ୍ରତିକାର- ପାଖରେ ଦୁବ ରଖି ଯାତ୍ରା କରନ୍ତୁ।

ତୁଳା: ଗୁରୁଜନଙ୍କ ପ୍ରତି ମନରେ ଦୟାଭାବ ସୃଷ୍ଟି ହେବ। ଭାତ୍ରୁ ବିବାଦଠାରୁ ଦୂରେଇ ରୁହନ୍ତୁ। ଗୁପ୍ତ ଶତ୍ରୁ ବୃଦ୍ଧି ହେବ। ପ୍ରତିକାର- ଶ୍ୱେତ ଚନ୍ଦନ ମଥାରେ ଧାରଣ କରନ୍ତୁ।

ବିଛା: ରାଜନୀତି କରୁଥିବା ବ୍ୟକ୍ତି ଶୁଭଫଳ ପାଇପାରିବେ। ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଶାନ୍ତି ଦେଖାଦେବ।ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ରାଶି ତେଲ ଦୀପ ଜାଳନ୍ତୁ।

ଧନୁ: ଘରକରଣା ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ଏବଂ ସୁସ୍ୱାଦୁ ଭୋଜନ କରିବେ। ଆଜି ଆପଣଙ୍କର ବହୁଦିନର ଦୂର ବନ୍ଧୁଙ୍କ ସହିତ ମିଳନ ହେବ। ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ।

ମକର: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ଚିନ୍ତା କରିପାରନ୍ତି। ଆଜି ବାପା ମା’ ସନ୍ତାନଙ୍କ କାର୍ଯ୍ୟକଳାପ ଦେଖି କଷ୍ଟ ଅନୁଭବ କରିବେ। ପ୍ରତିକାର- ମହାଦେବଙ୍କୁ ୫ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ।

କୁମ୍ଭ: ବ୍ୟବସାୟକୁ ବଢ଼ାଇବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହିତ କରିବେ ଏବଂ ସମ୍ମାନ ମଧ୍ୟ ପାଇବେ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ରାଶିତେଲ ଦୀପ ଜାଳନ୍ତୁ।

ମୀନ: କର୍ମକ୍ଷେତ୍ରରେ ଖୁସି ଅନୁଭବ କରିବେ। ପିଲାମାନଙ୍କର ପାଠ ପଢାକୁ ନେଇ ବାପା ମା’ ଚିନ୍ତା କରିବେ। କ୍ଷୁଦ୍ର ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ପ୍ରତିକାର- ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଚନ୍ଦନ ଅର୍ପଣ କରନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।