୨୧ ନଭେମ୍ବର, ସୋମବାର: ବାକି ପଇସାକୁ ନେଇ କଳହ ଦେଖାଯିବ

ମେଷ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବା ସହିତ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟରେ ଲାଭ ମିଳିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଓ ଦୂରସ୍ଥାନକୁ ଯାତ୍ରା କରିବେ।

ବୃଷ : ବ୍ୟବସାୟରେ ଲାଭ ପାଇବେ ନାହିଁ ଏବଂ ବାକି ପଇସାକୁ ନେଇ କଳହ ଦେଖାଯିବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ନାହିଁ । କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। କୌଣସି କାର୍ଯ୍ୟ ପାଇଁ ବଡ ଚୁକ୍ତି କରିବା ପାଇଁ ସୁଯୋଗ ମିଳିବ।

ମିଥୁନ : ବହୁଦିନର କଥାକୁ ନେଇ ପଡୋଶୀଙ୍କ ସହିତ କଳହ ହେବ। ମାଙ୍ଗଳିକ କାର୍ଯ୍ୟରେ ବାଧାବିଘ୍ନ ଦେଖାଯିବାରୁ ମନ ଭଲ ରହିବ ନାହିଁ।  ବ୍ୟବସାୟରେ ଲାଭ ମିଳିବ ଓ ନୂତନ ବ୍ୟବସାୟ ପାଇଁ ମନ ବଳାଇବେ।

କର୍କଟ : ବାକି ପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ। ସନ୍ତାନମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରିର ଲାଭ ଉଠାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ : କର୍ମକ୍ଷେତ୍ରରେ ସଫଳତା ପାଇବା ସହିତ ବନ୍ଧୁ ସହଯୋଗ କରିବେ। ବ୍ୟବସାୟରେ ଉନ୍ନତି ପଥରେ ଅଗ୍ରସର ହେବେ ଓ ଆକସ୍ମିକ ଧନଲାଭର ସୂଚନା ମିଳିବ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ।

କନ୍ୟା : କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ସହିତ ଖୁସି ଖବର ପ୍ରାପ୍ତି ହେବ । ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟ କାମରେ ସଫଳତା ପାଇପାରନ୍ତି ।

ତୁଳା : ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ  । ଆଗରୁ ଭାବିଥିବା କାମ ଅଚାନକ ପୂରଣ ହେବ ଓ ସମସ୍ତେ ପ୍ରଶଂସା କରିବେ । ବ୍ୟବସାୟରେ ବାକି ପଡିଥିବା ପଇସା ପାଇଁ ଚିନ୍ତା ବଢ଼ିବ।

ବିଛା: ସାମାଜିକ କାର୍ଯ୍ୟରେ ମାନସମ୍ମାନ ମିଳିବା ସହିତ ପାରିବାରିକ ଶାନ୍ତି ମିଳିବ। ନୂତନ ବ୍ୟବସାୟ ପାଇଁ ବନ୍ଧୁ ସାହାଯ୍ୟ କରିବାରୁ ମନ ଖୁସି ରହିବ।  ନୂଆ ବନ୍ଧୁଙ୍କ ସହିତ ମିଳନ ହେବ ଏବଂ ମହିଳାମାନଙ୍କୁ ସମ୍ମାନ ମିଳିବ ।

ଧନୁ: କର୍ମକ୍ଷେତ୍ରରେ ଖୁସି ଖବର ମିଳିବ ଓ ଦୂର ବନ୍ଧୁଙ୍କ ସହିତ ଭେଟ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଦୂରସ୍ଥାନକୁ  ଭ୍ରମଣ ଯୋଗ ରହିଛି  । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ ,ମାନସମ୍ମାନ ପ୍ରାପ୍ତି ହେବ।

ମକର: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ । ଦୂରସ୍ଥାନକୁ ସାବଧାନତାର ସହିତ ଯାଆନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାରୁ ଘର ପାଇଁ ନୂଆ ଦ୍ରବ୍ୟ କ୍ରୟ କରିବେ।

କୁମ୍ଭ : କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ ଓ ଶତ୍ରୁ ଅସୁବିଧାରେ ପକାଇ ପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ଘରେ ପାରିବାରିକ ସମସ୍ୟା ବୃଦ୍ଧି ହେବ । ପୁରୁଣା କଥାକୁ ଭାବି ମନ ଦୁଃଖ କରିବେ।

ମୀନ: ବ୍ୟୟ ଭାବ ବଢ଼ିବାରୁ ବ୍ୟବସାୟୀମାନଙ୍କର ମନ ଅଶାନ୍ତ ରହିବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।