୯ ଏପ୍ରିଲ, ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଝଡ ଦେଖା ଦେଇପାରେ

ମେଷ: ଅନେକ ଦିନର ମନାନ୍ତର, ମତାନ୍ତର ଦୂର ହୋଇ ସୁସମ୍ପର୍କ ସ୍ଥାପନ ହେବ। କର୍ମକ୍ଷେତ୍ରରେ ମାନ, ସମ୍ମାନ, ଯଶ ଗୌରବ ବୃଦ୍ଧି ପାଇବ।
ଛାତ୍ରଛାତ୍ରୀମାନେ ପାଠପଢାରେ ଅଗ୍ରଗତି ଲାଭ କରି‍ବେ। ପ୍ରତିକାର- ମା ଦୁର୍ଗାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ।

ବୃଷ: ପାରିବାରିକ ଜୀବନ ସୁଖମୟ ହେବ ଓ ଗୁରୁଜନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି।
ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେବେ। ପ୍ରତିକାର- ଶ୍ରୀ ଗଣେଷଙ୍କ ପାଖରେ ସାତଟି ଦୁବ ଚଢାନ୍ତୁ।

ମିଥୁନ: ପ୍ରତ୍ୟେକଟି କ୍ଷେତ୍ରରେ ନିଜକୁ ଅପମାନିତ ମନେ କରିବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ବିରୋଧାଭାଷ ଦେଖାଦେବ। ମହିଳାମାନେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି, ତେଣୁ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ। ପ୍ରତିକାର- ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ।

କର୍କଟ: ଆକସ୍ମିକ ଦୁର୍ଘଟଣା ପ୍ରତି ସତର୍କତା ଅବଲମ୍ବନ କରନ୍ତୁ। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖା ଦେବ। ଭ୍ରମଣଜନିତ କ୍ଲେଶ ଅନୁଭବ କରିବେ। ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ସିଂହ: ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ କରିବାକୁ ମନ ବଳାଇବେ। ଜମିଜମା ସମ୍ବନ୍ଧୀୟ ମକଦ୍ଦମାରେ ଜୟଯୁକ୍ତ ହେବେ। ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ଦିନଟିକୁ ଅତିବାହିତ କରିବେ। ପ୍ରତିକାର- ଗୁଡ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା: ଗୁପ୍ତଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇବେ। ନିଜ ଜୀବନସାଥୀଙ୍କ ପ୍ରେରଣା ପାଇ ଅନେକାଂଶରେ ଉପକୃତ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ଆଶାନୁରୂପ ଲାଭବାନ୍ ହେବେ। ପ୍ରତିକାର- କିଛି ଦୁବ ଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା: ଅଯଥା ଖର୍ଚ୍ଚ, ମାନହାନୀ, ଶରୀର ପୀଡା ଦେଖାଦେବାର ସମ୍ଭାବନା ରହିଛି। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ  ମନ ଦେବେ ନାହିଁ। ପ୍ରତିକାର- ଧଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଓ ମହାଦେବଙ୍କୁ ଦର୍ଶନ କରନ୍ତୁ।

ବିଛା: ଶାରିରୀକ, ମାନସିକ, ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। କୌଣସି ଦିଗରୁ ହଠାତ୍ ଧନପ୍ରାପ୍ତିର ସମ୍ଭାବନା ରହିଛି। ପ୍ରତିକାର- କିଛି ଚଣା ଓ ଗୁଡ ମାଙ୍କଡମାନଙ୍କୁ ଖାଇବାକୁ ଦିଅନ୍ତୁ।

ଧନୁ: ଅପେକ୍ଷାରତ ଶୁଭ ଖବରଟି ପାଇ ଆନନ୍ଦିତ ହେବେ। ଗୃହକୁ ବନ୍ଧୁଙ୍କ ଆଗମନ ହେବ, ଯାହା ଫଳରେ ମନ ଆନନ୍ଦିତ ରହିବ। ଆମଦାନୀ ରପ୍ତାନୀ ଜନିତ ବ୍ୟବସ୍ଥାରେ ଅଧିକ ଲାଭବାନ ହେବେ। ପ୍ରତିକାର- ମଥାରେ ହଳଦିଆ ରଙ୍ଗର ଟୀକା ଲଗାନ୍ତୁ।

ମକର: ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେବ। ଥଣ୍ଡାଜନିତ ରୋଗ ଦେଖା ଦେଇପାରେ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପ୍ରତିକାର- ଅଶ୍ୱତ୍ଥ ଗଛ ମୂଳରେ କଞ୍ଚାକ୍ଷୀର କଳାରାଶି ମିଶାଇ ଢାଳନ୍ତୁ।

କୁମ୍ଭ: ନୂତନ ବସ୍ତ୍ର, ଆଭୂଷଣ, ଓ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ନିଜ ମନ ପସନ୍ଦର କାର୍ଯ୍ୟ କରିବାକୁ ଭଲ ପାଇବେ।
ସନ୍ତାନମାନଙ୍କ ଉତ୍ତମ କାର୍ଯ୍ୟ ନେଇ ଆନନ୍ଦ ଲାଭ କରିବ। ପ୍ରତିକାର- ନିଜ ଖାଦ୍ୟରୁ କିଛି କୁକୁରକୁ ଖାଇବାକୁ ଦିଅନ୍ତୁ।

ମୀନ: ଦୃଢ ମନୋବଳ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କୌଣସି ଶୁଭ ମାଙ୍ଗଳିକ ଉତ୍ସବରେ ଯୋଗଦାନ କରିପାରନ୍ତି। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର- ମା’ ପାର୍ବତୀଙ୍କୁ ଦର୍ଶନ କରନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।