୧୨ ଫେବ୍ରୁଆରୀ, ଶୁକ୍ରବାର: ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ରହିବେ

ମେଷ: କର୍ମ କ୍ଷେତ୍ରରେ ଖୁସି ଖବର ପ୍ରାପ୍ତି ହେବ।  ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ଭବିଷ୍ୟତ ପାଇଁ ଚିନ୍ତା କରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।  ପ୍ରତିକାର- ଲାଲ୍  ସିନ୍ଦୁର ମଥାରେ ଲଗାନ୍ତୁ ।

ବୃଷ: ଗୁପ୍ତ ଶତ୍ରୁ  ଭୟ ସୃଷ୍ଟି କରିବେ। ଶରୀରରେ କୌଣସି ଅଙ୍ଗରେ ଆଘାତ ଲାଗିପାରେ। କର୍ମ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେଲେ ମଧ୍ୟ ନୂତନ ଦ୍ରବ୍ୟ ଲାଭ ହେବ । ପ୍ରତିକାର- ମା’ଙ୍କର ଦୁଇପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ  ।

ମିଥୁନ: ପରିବାରରେ ଗଣ୍ଡଗୋଳ ଲାଗିପାରେ। ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ମିଳିବ।  ପ୍ରତ୍ୟେକ କାର୍ଯ୍ୟରେ ବିଫଳତା ପାଇବେ । ତେଣୁ ଜଗିରଖି ଚଳିବାକୁ ପଡିବ।  ପ୍ରତିକାର-ଅନାଥ ଆଶ୍ରମରେ ଦାନ କରନ୍ତୁ    ।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ଆଗ ଅପେକ୍ଷା ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ସଫଳତା ପାଇବେ ଏବଂ ମାନ ସମ୍ମାନ ପ୍ରାପ୍ତିହେବ। ପ୍ରତିକାର-ଧଳା ବସ୍ତ୍ର ପରିଧାନ କରନ୍ତୁ  ।

ସିଂହ: ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନେକ ଦିନରୁ ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବ ଏବଂ  ଚିନ୍ତା ମୁକ୍ତ ହେବେ । ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ ଓ ପାରିବାରିକ ଜୀବନ ସୁଖମୟ ହେବ। ପ୍ରତିକାର-ବେଲ ଗଛମୂଳରେ ଜଳ ଅର୍ପଣ କରନ୍ତୁ ।

କନ୍ୟା: ଆର୍ଥିକ ସମସ୍ୟା ଲାଗି ରହିଲେ ମଧ୍ୟ ବ୍ୟବସାୟରେ ଅର୍ଥଲାଭ ହେବ । ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ଆସିବା ସହିତ ନିଜର ଲୋକମାନେ ବିଶ୍ୱାସଘାତକତା କରିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହେବେ । ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଶତ୍ରୁମାନେ ପରାଜିତ ହେବେ ଏବଂ ମିତ୍ରତାର ହାତ ବଢାଇବେ।  ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ନେଇ ବାପା ମା’ ଚିନ୍ତାଗ୍ରସ୍ତ ହେବେ । ପ୍ରତିକାର- ମହାଦେବଙ୍କୁ କଞ୍ଚା କ୍ଷୀର ଅର୍ପଣ କରନ୍ତୁ।

ବିଛା: ବହୁ ଦିନରୁ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ। ବ୍ୟବସାୟରେ ବକେୟା ଅର୍ଥ ପ୍ରାପ୍ତିହେବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ଏବଂ ଯଶ ପ୍ରାପ୍ତିହେବ । ସ୍ୱାସ୍ଥ୍ୟଗତ ଏବଂ ରୋଗ ପୀଡା ଦେଖାଦେବ । ପ୍ରତିକାର- ଶ୍ରୀହନୁମାନଙ୍କ ଚାଳିଶା ପାଠ କରନ୍ତୁ ।

ଧନୁ: ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ବଳାଇବେ ନାହିଁ। କର୍ମ କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ । ପାରିବାରିକ ସମସ୍ୟା ଦେଖାଦେବ। ବ୍ୟବସାୟରେ ଅର୍ଥ ପ୍ରାପ୍ତିହେବ। ପ୍ରତିକାର-ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ  ।

ମକର: ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବନ୍ଧୁଙ୍କ ସହିତ ସୁସ୍ୱାଦୁ ଭୋଜନ କରିବେ। ନୂତନ କାର୍ଯ୍ୟ ନିମନ୍ତେ ଦୂର ସ୍ଥାନକୁ ଯାତ୍ରା କରିବେ। କର୍ମ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ । ପ୍ରତିକାର- ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ।

କୁମ୍ଭ: ଆଜି ବ୍ୟବସାୟରେ ଭଲ ଲାଭ ପାଇ ପାରିବେ। ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ , ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  ପ୍ରତିକାର- ଶ୍ରୀ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ ।

ମୀନ: କଳା କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତିହେବ । ବାଣିଜ୍ୟ ବ୍ୟବସାୟରେ ସଫଳତା ପାଇବେ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କଠାରୁ ଅପମାନ ପାଇବେ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ । ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ  ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।