୧୪ ଅଗଷ୍ଟ, ଶନିବାର: ଆର୍ଥିକ ସମସ୍ୟା ଲାଗି ରହିବ

ମେଷ: ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ମନ ଖୁସି ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ବ୍ୟୟ ବଢ଼ିବାରୁ ମନ ଅଶାନ୍ତ ରହିବ। ବୃଷ: କର୍ମକ୍ଷେତ୍ରରେ ସଫଳତା ମିଳିବ। କୌଣସି ସମସ୍ୟାକୁ ନେଇ କାହା ସହିତ ଝଗଡ଼ା ହୋଇପାରେ। ମିଥୁନ: ଘରକୁ ବନ୍ଧୁଙ୍କ ଆଗମନ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳି ନପାରେ। କର୍କଟ: ପରିବାରରେ ତିକ୍ତତା ଦେଖାଦେବ। ଆର୍ଥିକ ସମସ୍ୟା ଲାଗି ରହିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା […]

Heavy rainfall in odisha

Jitendra Garnayak
  • Published: Saturday, 14 August 2021
  • , Updated: 14 August 2021, 08:16 AM IST

ମେଷ: ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ମନ ଖୁସି ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ବ୍ୟୟ ବଢ଼ିବାରୁ ମନ ଅଶାନ୍ତ ରହିବ।

ବୃଷ: କର୍ମକ୍ଷେତ୍ରରେ ସଫଳତା ମିଳିବ। କୌଣସି ସମସ୍ୟାକୁ ନେଇ କାହା ସହିତ ଝଗଡ଼ା ହୋଇପାରେ।

ମିଥୁନ: ଘରକୁ ବନ୍ଧୁଙ୍କ ଆଗମନ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳି ନପାରେ।

କର୍କଟ: ପରିବାରରେ ତିକ୍ତତା ଦେଖାଦେବ। ଆର୍ଥିକ ସମସ୍ୟା ଲାଗି ରହିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ବ୍ୟବସାୟରେ ଭଲ ଲାଭ ପାଇବେ। ଆର୍ଥିକ ସମସ୍ୟା ଦୂର ହେବାରୁ ମନ ଖୁସି ରହିବ।

କନ୍ୟା: ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ଦେଖାଯାଇପାରେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

ତୁଳା: ବନ୍ଧୁଙ୍କ ସହିତ ମତଭେଦ ହେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ପାଇବେ। ସ୍ୱାସ୍ଥ୍ୟକ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ମାନସମ୍ମାନ ପ୍ରାପ୍ତି ହେବ।

ବିଛା: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ।

ଧନୁ: ଦୁର୍ଘଟଣା ଘଟିପାରେ। ଭାଇମାନଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ପିଲାଙ୍କ ସହିତ ବାପାମା’ଙ୍କର ବଚସା ହୋଇପାରେ।

ମକର: ମିଡିଆରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଶୁଭଫଳ ମିଳିବ। ସୁସ୍ୱାଦୁ ଭୋଜନ କରିବେ। ଅଚାନକ ଧନପ୍ରାପ୍ତି ହେବ।

କୁମ୍ଭ: ପରିବାରରେ ହସଖୁସିର ବାତାବରଣ ରହିବ। ସ୍ନେହ,ଶ୍ରଦ୍ଧା ମିଳିବ। ନୂଆ ଘର କରିବା ପାଇଁ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ପରାମର୍ଶ ନେବେ।

ମୀନ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଭାବିଚିନ୍ତି ଅନ୍ୟମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ।

Related story