୧ ମାର୍ଚ୍ଚ, ସୋମବାର: ଅସୁବିଧାରେ ପଡ଼ିଥିବା କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରି ଖୁସି ହେବେ

ମେଷ: ବକେୟା ଅର୍ଥ ଫେରି ପାଇବେ। ଅପେକ୍ଷା କରିଥିବା ଶୁଭ ଖବରଟି ପାଇବେ। ମହିଳାମାନେ ନିଜ କାର୍ଯ୍ୟକୁ ଠିକ୍ ଢଙ୍ଗରେ କରିବେ। ପ୍ରତିକାର– ମା’ ପାର୍ବତୀଙ୍କ ପାଖରେ କିଛି ଲାଲ୍ ସିନ୍ଦୂର ଚଢ଼ାନ୍ତୁ। ବୃଷ: କର୍ମକ୍ଷେତ୍ରରେ ଅନେକ ଗୁଡ଼ିଏ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ଛୋଟ ଛୋଟ କଥାକୁ ନେଇ ସମସ୍ୟାର ସମ୍ମୁଖୀନ ହେବେ। ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ ନାହିଁ। ପ୍ରତିକାର– ସାତଟି ଧଳା ଦୁଦୁରାଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ। ମିଥୁନ: ସମସ୍ତ କାର୍ଯ୍ୟରେ […]

Daily Horoscope

Jitendra Garnayak
  • Published: Monday, 01 March 2021
  • , Updated: 01 March 2021, 08:16 AM IST

ମେଷ: ବକେୟା ଅର୍ଥ ଫେରି ପାଇବେ। ଅପେକ୍ଷା କରିଥିବା ଶୁଭ ଖବରଟି ପାଇବେ। ମହିଳାମାନେ ନିଜ କାର୍ଯ୍ୟକୁ ଠିକ୍ ଢଙ୍ଗରେ କରିବେ। ପ୍ରତିକାର- ମା’ ପାର୍ବତୀଙ୍କ ପାଖରେ କିଛି ଲାଲ୍ ସିନ୍ଦୂର ଚଢ଼ାନ୍ତୁ।

ବୃଷ: କର୍ମକ୍ଷେତ୍ରରେ ଅନେକ ଗୁଡ଼ିଏ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ଛୋଟ ଛୋଟ କଥାକୁ ନେଇ ସମସ୍ୟାର ସମ୍ମୁଖୀନ ହେବେ। ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ ନାହିଁ। ପ୍ରତିକାର- ସାତଟି ଧଳା ଦୁଦୁରାଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ।

ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଅସୁବିଧାରେ ପଡ଼ିଥିବା କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରି ଖୁସି ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ପ୍ରତିକାର- ସାତଟି ତୁଳସୀ ମଞ୍ଜରୀ ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ।

କର୍କଟ: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ରାଜନେତାମାନଙ୍କ ପ୍ରଭାବ ବିସ୍ତାର ହେବ। ପ୍ରତିକାର- କିଛି ଅରୁଆ ଭାତ ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ: ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଦେବ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପରିବହନ ବ୍ୟବସାୟ ସହିତ ଜଡ଼ିତ ଲୋକେ ବାଧାବିଘ୍ନର ସମ୍ମୁଖୀନ ହେବେ। ପ୍ରତିକାର- ତମ୍ବା ପାତ୍ରରେ ଗୁଡ଼ ପାଣି କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା: ଗଠନମୂଳକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା: ଅଯାଚିତ ଭାବେ କେହି ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଅପ୍ରିୟ ସତ୍ୟକଥା କୁହନ୍ତୁ ନାହିଁ। ନଚେତ୍ ବିବାଦର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପ୍ରତିକାର- ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ବିଛା: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଆନନ୍ଦିତ ହେବେ। ପ୍ରତିକାର- ହନୁମାନଙ୍କ ସିନ୍ଦୂର ମଥାରେ ଲଗାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ଧନୁ: ପ୍ରତ୍ୟେକଟି ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଜୀବନସାଥୀଙ୍କ ପ୍ରେରଣା ପାଇ ଅନେକାଂଶରେ ଉପକୃତ ହେବେ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବେ।

ମକର: ଅନେକ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ମନ ଅସ୍ଥିର ରହିବ। ପଡ଼ୋଶୀମାନଙ୍କ ସହିତ ଅଯାଥରେ ମତଭେଦ ହୋଇପାରେ। ପ୍ରତିକାର- ସାତୋଟି ରାଶି ଲଡୁ ଶ୍ରୀ ଗଣେଶଙ୍କ ପାଖରେ ଭୋଗ ଲାଗି କରନ୍ତୁ।

କୁମ୍ଭ: ସାଧାରଣ କଥାରୁ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଜଗିରଖି ଚଳନ୍ତୁ। ଶରୀରରେ ଅଚନାକ ପୀଡ଼ା ଅନୁଭବ କରିପାରନ୍ତି। ମହିଳାମାନେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ପ୍ରତିକାର- ଗୋମାତାଙ୍କୁ କିଛି ଖାଦ୍ୟ ଦିଅନ୍ତୁ।

ମୀନ: ନୂତନ ଯୋଜନାରେ କାମ କରି ଉନ୍ନତି ଆଡ଼କୁ ଅଗ୍ରସର ହେବେ। ବିଳମ୍ବ ହେଲେ ମଧ୍ୟ ଅଟକି ଥିବା କାର୍ଯ୍ୟ ଗୁଡ଼ିକ ସମାପନ ହେବ। ପରିବାରରେ ସୁସ୍ଥ ବାତାବରଣ ବଜାୟ ରହିବ। ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

Related story