୨୨ ମାର୍ଚ୍ଚ, ସୋମବାର: ଶୁଭ ଖବର ପାଇବେ

ମେଷ: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟୀମାନେ କାରବାରୁ ପ୍ରଚୁର ମାତ୍ରାରେ ଲାଭବାନ ହେବେ। ଜାଗା, ଜମି ଓ ବାସଗୃହ କ୍ରୟ କରିବାର ସୁବିଧା ପାଇବେ। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ: ଆତ୍ମବିଶ୍ୱାସ ଦ୍ୱାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। ସନ୍ତାନମାନେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ଋଣଭାରରୁ ମୁକ୍ତି ପାଇପାରନ୍ତି। ପ୍ରତିକାର– ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରିବେ। ତରବର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ପ୍ରତିକାର– ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳିବ ନାହିଁ। ବ୍ୟବସାୟୀମାନେ ଧୈର୍ଯ୍ୟ ରଖିବା ଉଚିତ୍‌। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ସହକର୍ମୀମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ରାଜକୀୟ ସମ୍ମାନର ଅଧିକାରୀ ହେବେ। ଭ୍ରମଣ ସୁଯୋଗ ମିଳିବ। ପ୍ରତିକାର– ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା: ବନ୍ଧୁଙ୍କ ସାହାଯ୍ୟ ପାଇବେ ଓ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଟଙ୍କାପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ପ୍ରତିକାର– ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ତୁଳା: ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଧର୍ମ କାର୍ଯ୍ୟରେ ମନ ଦେବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି। ପ୍ରତିକାର– ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଛା: କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବରଣ ଦେଖାଦେବ। ଯେତେ ସମସ୍ୟା ରହିଥିଲେ ମଧ୍ୟ କାମକୁ ଅବହେଳା କରନ୍ତୁ ନାହିଁ। ପଢ଼ାପଢ଼ିରେ ଅଧିକ ପରିଶ୍ରମ ଆବଶ୍ୟକ। ପ୍ରତିକାର– କୁଆ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ: ସାମାଜରେ ଆପଣଙ୍କ ପ୍ରଭାବ ବିସ୍ତାର ହେବ। ଉଚ୍ଚ ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରତିକାର– ମିଠା ଦହି ଖାଇ ଘରୁ ବାହାରନ୍ତୁ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ସାମାଜିକ ପତିଆରା ବଜାୟ ରହିବ। ଆର୍ଥିକ ଦିଗଟି ସୁଦୃଢ଼ ରହିବ। ପ୍ରତିକାର– ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କୁମ୍ଭ: ଶୁଭ ଖବର ପାଇବେ। ବନ୍ଧୁଙ୍କ ସହଯୋଗ ଓ ପ୍ରେରଣା ପାଇବେ। ସୁଖ ସମୃଦ୍ଧି ବଢ଼ିବ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିକାର– ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମୀନ: ଘରକୁ ବନ୍ଧୁ ଆସିପାରନ୍ତି। ଘରେ ଶାନ୍ତି ବଜାୟ ରହିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ପ୍ରତିକାର– ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।