୨୩ ମାର୍ଚ୍ଚ, ମଙ୍ଗଳବାର: କର୍ମକ୍ଷେତ୍ରରେ କିଛି ନୂଆ ସୁଯୋଗ ଆସିବ

ମେଷ: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିପାରନ୍ତି। ସୁଖପ୍ରାପ୍ତି ହେବ। ବ୍ୟବସାୟରେ ଉତ୍ତମ ଲାଭ ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଜନସେବା ଯୋଗୁ ପ୍ରଶଂସିତ ହେବେ। ଲୋକଙ୍କୁ ନିଜର କରି ପାରିବେ। ସାମାଜିକ ଭାବମୂର୍ତ୍ତି ସୁରକ୍ଷିତ ରହିବ। ପ୍ରତିକାର– ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ: ଶାରୀରିକ ପୀଡ଼ା ଦୂର ହେବ। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ବାଦବିବାଦ ଠାରୁ ଦୂରେଇ ରହୁନ୍ତୁ। ପ୍ରତିକାର– ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ।

କର୍କଟ: ବ୍ୟବସାୟରେ ସମସ୍ୟା ଦେଖାଦେବ। ତେବେ ପ୍ରିୟବନ୍ଧୁ ଠିକ୍ ସମୟରେ ଆର୍ଥିକ ସହାୟତାର ହାତ ବଢ଼ାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢ଼ିବ। ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍। ପ୍ରତିକାର– ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ: ସମସ୍ତ ପ୍ରକାର ବ୍ୟବସାୟରୁ ଭଲ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା କରିବେ। ଆଶା ପୂରଣ ହେବ। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା: କୌଶଳ ପ୍ରୟୋଗ କରି କାର୍ଯ୍ୟ ସଂପନ୍ନ କରିବେ। ଅନ୍ୟମାନଙ୍କ ଉପରେ କ୍ରୋଧିତ ହେବ। କିନ୍ତୁ କାହାକୁ କିଛି କହିପାରିବେ ନାହିଁ।ପ୍ରତିକାର– କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ତୁଳା: ବ୍ୟବସାୟ ଜନିତ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ଆକସ୍ମିକ ଧନପ୍ରାପ୍ତି ହେବ। ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ପୁରାତନ ରୋଗରୁ ଉପଶମ ମିଳିବ। ପ୍ରତିକାର– ଆମିଷ ଖା’ନ୍ତୁ ନାହିଁ।

ବିଛା: ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଭାଇବନ୍ଧୁମାନେ ସହଯୋଗ କରିବେ। ପରିବାରକୁ ସୁଖଶାନ୍ତି ଫେରିବ। ଆୟ ବୃଦ୍ଧି ହେବ। କିନ୍ତୁ ଅଯଥା ବ୍ୟୟ ମଧ୍ୟ କରିବାକୁ ପଡ଼ିପାରେ। ପ୍ରତିକାର– ଅଶ୍ୱତ୍‌ଥ ଗଛ ମୂଳରେ ଗୁଡ଼ପଣା ଢାଳନ୍ତୁ।

ଧନୁ: ଅଫିସ୍‌ରେ ଆପଣଙ୍କ ଦକ୍ଷତାକୁ ପ୍ରଶଂସା ମିଳିବ। ଆୟର ମାର୍ଗ ପ୍ରଶସ୍ତ ହେବ। ନୂଆ ଘର କିଣିବାକୁ ସୁଯୋଗ ମିଳିବ। ନୂଆ ଯୋଜନା ଅନୁସାରେ କାର୍ଯ୍ୟ କରିପାରନ୍ତି। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର: କର୍ମକ୍ଷେତ୍ରରେ କିଛି ନୂଆ ସୁଯୋଗ ଆସିବ। ସମସ୍ତ ଚେଷ୍ଟା ସଫଳ ହେବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର– ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କୁମ୍ଭ: ଶୁଭ ସମାଚାର ପାଇ ଖୁସି ହେବେ। ମାନସିକ ସ୍ଥିରତା ଦେଖାଦେବ। ବିଦେଶ ଯାତ୍ରାରୁ ଲାଭ ମିଳିବ। ପ୍ରତିକାର– ମିଶ୍ରି ଟିକେ ଖାଇ ଘରୁ ବାହାରନ୍ତୁ।

ମୀନ: ସରକାରୀ ଚାପ ପଡ଼ିଲେ ମଧ୍ୟ ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପରିବାରରେ କାହା ସହ ମତାନ୍ତର ହୋଇପାରେ। ପ୍ରତିକାର– ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।