୨୫ ଡିସେମ୍ବର, ଶୁକ୍ରବାର: କିଛି ପ୍ରତିକୂଳ ସ୍ଥିତିର ସାମ୍ନା କରିପାରନ୍ତି

ମେଷ: ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତି ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ଭ୍ରମଣ ଯୋଗ ରହିଛି। ବୃଷ: ଧନ ସମ୍ବନ୍ଧୀୟ ମାମଲାରେ ଲାଭ ମିଳିବ। ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ। ଘରକୁ ଅତିଥି ଆସିବେ। ମିଥୁନ: ଶୁଭ ସମ୍ବାଦ ପାଇବେ। ପରିଶ୍ରମର ଫଳ ପାଇବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। କର୍କଟ: ନିଜ ମାନସମ୍ମାନକୁ ଜଗି କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କମିଶନ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ […]

Daily Horoscope

Daily Horoscope

Jitendra Garnayak
  • Published: Friday, 25 December 2020
  • Updated: 25 December 2020, 08:13 AM IST

Sports

Latest News

ମେଷ: ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତି ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ଭ୍ରମଣ ଯୋଗ ରହିଛି।

ବୃଷ: ଧନ ସମ୍ବନ୍ଧୀୟ ମାମଲାରେ ଲାଭ ମିଳିବ। ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ। ଘରକୁ ଅତିଥି ଆସିବେ।

ମିଥୁନ: ଶୁଭ ସମ୍ବାଦ ପାଇବେ। ପରିଶ୍ରମର ଫଳ ପାଇବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

କର୍କଟ: ନିଜ ମାନସମ୍ମାନକୁ ଜଗି କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କମିଶନ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ।

ସିଂହ: ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ।

କନ୍ୟା: କର୍ମକ୍ଷେତ୍ରରେ ସଫଳତା ମିଳିବ। କିଛି ପ୍ରତିକୂଳ ସ୍ଥିତିର ସାମ୍ନା କରିପାରନ୍ତି। ଆଜି ଟିକେ ଜଗି ରଖି ଚଳନ୍ତୁ। ପ୍ରତିକାର- ନିଜ ପାଖରେ ଗୋଟିଏ ଗୋଟା ଗୁଆ ରଖନ୍ତୁ।

ତୁଳା: ବୃତ୍ତିଗତ କାର୍ଯ୍ୟ ସନ୍ତୋଷଜନକ ରହିବ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ନୂଆ ଲକ୍ଷ୍ୟ ପୂରଣ କରିବାକୁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବେ।

ବିଛା: ଆର୍ଥିକ ସ୍ଥିତି ସୁଧୁରିଯିବ। ଶାରୀରିକ କଷ୍ଟ ଦୂର ହେବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଶୁଭ ସମାଚାର ପ୍ରାପ୍ତି ହେବ।

ଧନୁ: ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟରେ ଆଗକୁ ବଢ଼ିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ।

ମକର: କୌଣସି ସାମାଜିକ ଉତ୍ସବରେ ଯୋଗ ଦେବେ। ଧାର ଦେଇଥିବା ଟଙ୍କା ଫେରି ପାଇପାରନ୍ତି। ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ: ବୁଝାମଣା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଯୋଜନା ପ୍ରସ୍ତୁତ କରିବେ। ସଞ୍ଚୟ ବଢ଼ାଇବାକୁ ପ୍ରୟାସ କରିବେ।

ମୀନ: ପରିବାରରୁ ପୂର୍ଣ୍ଣ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos