୨୭ ଡିସେମ୍ବର, ରବିବାର: ବନ୍ଧୁମାନେ ଶତ୍ରୁ ଭଳି ଆଚରଣ କରିପାରନ୍ତି

ମେଷ: ପ୍ରତି କ୍ଷେତ୍ରରେ ସଫଳତା ପାଇବେ। ପରିବାର ମଧ୍ୟରେ ବୁଝାମଣାର ଅଭାବ ଦେଖାଦେବ। ଖାଦ୍ୟପେୟରେ ଓ କଥାବାର୍ତ୍ତାରେ ସଫଳତା ରକ୍ଷା କରିବା ଜରୁରୀ। ବୃଷ: ବନ୍ଧୁ ପରିଜନଙ୍କ ଆଶ୍ୱାସନା ମନରେ ସାହାସ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବ। କେତେକ କଥା ଠିକ୍ ଭାବରେ ବୁଝିପାରିବେ ନାହିଁ, ଯାହା ମନରେ ଆଶଙ୍କା ସୃଷ୍ଟି କରିବ ଏବଂ ଭୁଲ୍ ନିଷ୍ପତ୍ତି ନେବେ। ଶୁଣା କଥାକୁ ବିଶ୍ୱାସ କରନ୍ତୁ ନାହିଁ। ମିଥୁନ: ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କଥା ଦେଇଥିବା ଲୋକମାନେ […]

Daily Horoscope

Daily Horoscope

Jitendra Garnayak
  • Published: Sunday, 27 December 2020
  • Updated: 27 December 2020, 07:43 AM IST

ମେଷ: ପ୍ରତି କ୍ଷେତ୍ରରେ ସଫଳତା ପାଇବେ। ପରିବାର ମଧ୍ୟରେ ବୁଝାମଣାର ଅଭାବ ଦେଖାଦେବ। ଖାଦ୍ୟପେୟରେ ଓ କଥାବାର୍ତ୍ତାରେ ସଫଳତା ରକ୍ଷା କରିବା ଜରୁରୀ।

ବୃଷ: ବନ୍ଧୁ ପରିଜନଙ୍କ ଆଶ୍ୱାସନା ମନରେ ସାହାସ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବ। କେତେକ କଥା ଠିକ୍ ଭାବରେ ବୁଝିପାରିବେ ନାହିଁ, ଯାହା ମନରେ ଆଶଙ୍କା ସୃଷ୍ଟି କରିବ ଏବଂ ଭୁଲ୍ ନିଷ୍ପତ୍ତି ନେବେ। ଶୁଣା କଥାକୁ ବିଶ୍ୱାସ କରନ୍ତୁ ନାହିଁ।

ମିଥୁନ: ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କଥା ଦେଇଥିବା ଲୋକମାନେ ଠକି ଦେଇପାରନ୍ତି। ଯାତ୍ରା କଲା ବେଳେ ସତର୍କ ରୁହନ୍ତୁ। ଆର୍ଥିକ କ୍ଷତି ବା ଅପବ୍ୟୟର ଶିକାର ହେବେ ଓ ମନରେ ଅବସାଦ ଦେଖାଦେବ।

କର୍କଟ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ। ରାଜନୈତିକ ବା ସରକାରୀ ସ୍ତରରୁ ଲାଭବାନ ହେବେ। ଭାବ ପ୍ରବଣତା ବଶତଃ ଅନ୍ୟମାନଙ୍କର ଦାୟିତ୍ୱ ନିଜ କାନ୍ଧକୁ ଆଣିବେ।

ସିଂହ: ସାମାଜିକ କାର୍ଯ୍ୟରେ ଶ୍ରମ ଓ ସମୟ ଦାନ କରିବାକୁ ପଡିବ। କିନ୍ତୁ ସେଥିରେ ସମସ୍ତଙ୍କୁ ତୃପ୍ତ କରିବା ସମ୍ଭବ ହେବନାହିଁ। ଭବିଷ୍ୟତର ପନ୍ଥା ନିର୍ଦ୍ଧାରଣ କରିବାକୁ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ପରୋପକାର ଚିନ୍ତାଧାରା ମନକୁ ଉଦାରତାରେ ପରିପୂର୍ଣ୍ଣ ରଖିବ। ଧାର୍ମିକ କାର୍ଯ୍ୟରେ ମନଦେବେ। ଦାନଧର୍ମର ସୁଯୋଗ ପାଇବେ।

ତୁଳା: ବାକି ପଡ଼ିଥିବା ଅର୍ଥ ପାଇବାରେ ସମର୍ଥ ହେବେ। କିନ୍ତୁ ସେଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଅଯଥା ଭ୍ରମଣ ଯୋଗୁଁ ମନରେ ଅବସାଦ ଦେଖାଦେବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାର ସମ୍ମୁଖୀନ ହେବେ।

ବିଛା: ପ୍ରତିକଥାରେ ଅନ୍ୟମାନଙ୍କୁ ସନ୍ଦେହ କରିବେ। ପିତାଙ୍କ ସହ ମତାନ୍ତର ଦେଖା ଦେଇପାରେ। ବ୍ୟବସାୟରେ ଲାଭର ପରିମାଣ ବୃଦ୍ଧି ପାଇବ।

ଧନୁ: ଶତ୍ରୁମାନେ ଷଡ଼ଯନ୍ତ୍ର କରିପାରନ୍ତି। ହେଲେ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ପରିଶ୍ରମଜନିତ କ୍ଲାନ୍ତି ଦେଖାଦେବ। ବିଭିନ୍ନ ଛୋଟ ଛୋଟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।

ମକର: ପ୍ରେମ ସମ୍ପର୍କରେ ସନ୍ଦେହ ଓ ଭୁଲ ବୁଝାମଣାର ଶିକାର ହୋଇ ମାନସିକ ଯନ୍ତ୍ରଣା ଦେଖାଦେବ। କଳ୍ପନା ବିଳାସୀ ହେବେ। ବ୍ୟବସାୟରେ ଲାଭ ହେବ। କେତେକ କଥାକୁ ବୁଝିବାରେ ଭୁଲ କରିପାରନ୍ତି।

କୁମ୍ଭ: ବନ୍ଧୁମାନେ ଶତ୍ରୁ ଭଳି ଆଚରଣ କରିପାରନ୍ତି। ଯାନବାହାନ ଓ ଯାତ୍ରାରେ ସମସ୍ୟା ଯୋଗୁ ଯୋଜନା ଗୁଡ଼ିକ ବିଗିଡ଼ି ଯାଇପାରେ।

ମୀନ: ସକାଳେ କିଛି କଥାକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ତେବେ ଅପରାହ୍ନ ବେଳକୁ ସବୁ ଚିନ୍ତା ଦୂରେଇ ଯିବ। ସବୁ କଥାରେ ଧୈର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos