୨୧ ମାର୍ଚ୍ଚ, ରବିବାର: ଶତ୍ରୁମାନେ ମିତ୍ର ଭଳି ଆଚରଣ କରିବେ

ମେଷ: ସାଂସାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଉତ୍ତମ ଲାଭ ପାଇବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଜନସେବା ଦ୍ୱାରା ଉଚ୍ଚ ସମ୍ପର୍କରୁ ଲାଭବାନ ହେବେ। ଲୋକଙ୍କୁ ନିଜର କରି ପାରିବେ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ। ପ୍ରତିକାର- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ: ଶାରୀରିକ ପୀଡା ଦୂରହୋଇ ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ବାଦବିବାଦ, କ୍ରୀଡା, ପ୍ରତିଦୋନ୍ନତି, ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପ୍ରତିକାର- ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ।

କର୍କଟ: ବ୍ୟବସାୟରେ ପରିଚାଳନାଗତ ସମସ୍ୟା ଦେଖାଦେଇପାରେ। ପ୍ରିୟବନ୍ଧୁମାନେ ଆର୍ଥିକ ସହାୟତାର ହାତ ବଢେଇବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତ ଆଦି କ୍ଷେତ୍ରରେ ଆଗ୍ରହ ବଢିବ। ପ୍ରତିକାର- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ: ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ବିଦେଶ ଯାତ୍ରାରେ ଲାଭବାନ ହେବା ସହ ଆଶାଆକାଂକ୍ଷା ପୂର୍ଣ୍ଣହେବ। ପ୍ରତିକାର- ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା: କାର୍ଯ୍ୟରେ କୌଣସି ନୂତନ ପଦ୍ଧତି ବ୍ୟବହାର କରି ଲାଭ ପାଇବେ। ମନ ଭିତରେ ରାଗରେ ଜଳୁଥିଲେ ମଧ୍ୟ କିଛି କାହାକୁ କହିବାକୁ ସାହସ ହେବ ନାହିଁ । ଦୂରଯାତ୍ରା କଷ୍ଟ କର ହେବ। ପ୍ରତିକାର- କୁଆ କିମ୍ବା ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ତୁଳା: ଶାରିରୀକ ଅସୁସ୍ଥତା ଦୂର ହେବା ସହ ନିଜର କିଛି ବ୍ୟକ୍ତିଗତ ସମସ୍ୟା ସଜାଡିବାରେ ସୁବିଧା ପାଇବେ। କର୍ମଚାରୀ ଓ ଶ୍ରମିକମାନେ କାର୍ଯ୍ୟରେ ଉପକୃତ ହେବେ। ଆର୍ଥିକକ୍ଷେତ୍ରରେ ଉନ୍ନତି ହେବ। ପ୍ରତିକାର- ଶ୍ୱେତ ଚନ୍ଦନ କର୍ପୁର ମିଶାଇ ମସ୍ତକରେ ଧାରଣ କରନ୍ତୁ।

ବିଚ୍ଛା: ବରିଷ୍ଠ ବ୍ୟକ୍ତି ଏବଂ ସହଯୋଗୀଙ୍କର ସାହାଯ୍ୟ ସହଯୋଗ ମିଳିବ। ବାଦବିବାଦ, କ୍ରୀଡା, ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପ୍ରତିକାର-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ରଖି ପ୍ରଣାମ କରନ୍ତୁ।

ଧନୁ: ଶତ୍ରୁମାନେ ମିତ୍ରଭାବ ଆଚରଣ କରିବେ। ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇବ। ପରିବାରର ଉନ୍ନତିରେ ଆନନ୍ଦିତ ହେବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟିହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପ୍ରତିକାର-ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମକର: ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ବିଦେଶ ଯାତ୍ରା କରିବା ଯୋଗ ରହିଛି। ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। ପ୍ରତିକାର- ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ।

କୁମ୍ଭ: ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବ। ମାନସିକ ଦୁଶ୍ଚିନ୍ତା ଦୂର ହେବା ସହ ଯଶମାନ ବୃଦ୍ଧିହେବ। ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମୀନ: ନିଜସ୍ୱ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ । କ୍ଳାନ୍ତି ଓ ଅବସନ୍ନତା ଜନିତ ଆଳସ୍ୟଭାବ ଦେଖା ଦେଇପାରେ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାରର ବାଟ ପାଇବେ। ପ୍ରତିକାର- ଗାଈକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।