୨୪ ମାର୍ଚ୍ଚ, ବୁଧବାର: ଅଧିକ ଖର୍ଚ୍ଚାନ୍ତ ହେବେ

ମେଷ: ସଭାସମିତି, ବନ୍ଧୁମିଳନ, ଓ ଲେଖାପଢାରୁ ଶୁଭଫଳ ପାଇବେ। ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପ୍ରତିକାର- ଗୋ’ମାତାକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ବୃଷ: ଶିକ୍ଷାକ୍ଷେତ୍ରରେ ପରିଣାମ ଅନୁକୂଳ ହେବ। ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢିଭୂତ ହେବ। ଆର୍ଥିକ ଉନ୍ନତି ଦେଖାଦେବ । ଚିନ୍ତା କରିଥିବା କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରିପାରିବେ। ପ୍ରତିକାର- ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତ ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ ଓ ଆର୍ଥିକ ସହାୟତାରେ ଆଶା ଆକାଂକ୍ଷା ପୂର୍ଣ୍ଣହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଆୟ ମଧ୍ୟ ବଢ଼ିବ। ପ୍ରତିକାର- ଦହି ଚିନି ଖାଇ ଘରୁ ବାହାରନ୍ତୁ।

କର୍କଟ: ଜନ ସେବାରେ ନିଜକୁ ନିୟୋଜିତ କରିବେ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। କିଛି କାର୍ଯ୍ୟ ପୂରଣ କରିବାକୁ ଚାହୁଁଥିଲେ ସେଥିରେ ବାଧା ଉପୁଜିପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ସହଯୋଗୀଙ୍କ ସହାୟତା ମିଳିବ। ପ୍ରବାସ ଯାତ୍ରାରେ କଷ୍ଟସହି ଲାଭବାନ ହେବେ। ଗୃହୋପକରଣ ଜିନିଷ କିଣି ଖର୍ଚ୍ଚାନ୍ତ ହୋଇ ପାରନ୍ତି। ପ୍ରତିକାର- କୁଆ କିମ୍ବା ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କନ୍ୟା: ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସହଜ ସୁବିଧାରେ ହୋଇଯିବ। ପ୍ରତିକାର- ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା: କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ନୂତନ କାର୍ଯ୍ୟକୁ ବିନା ବାଧାବିଘ୍ନରେ ଆଗେଇ ନେବେ। ପ୍ରତିକାର- ମହୁ ଖାଇ ଘରୁ ବାହାରନ୍ତୁ।

ବିଚ୍ଛା: ସାମାଜିକ କଲ୍ୟାଣ ଓ ଜୀବନର ସ୍ତରକୁ ବଦଳାଇବା ପାଇଁ ଉଦ୍ୟମ କରିବେ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ର୍ନିମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ସାହାଯ୍ୟ ମିଳିବ। ପ୍ରତିକାର- ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ଧନୁ: ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ସମ୍ପର୍କରେ ସୁଧାର ଆସିବ, ପାରିବାରିକ ଶାନ୍ତି ଦେଖାଦେବ। ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମକର: ଜମିଜମା ସଂକ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ ଓ ପରିସ୍ଥିତିରେ ଉନ୍ନତି ଘଟିବ। କେତେକ ଦୀର୍ଘ ଯୋଜନା ମୂଳକ କାମରେ ସଫଳତା ମିଳିବ ଫଳରେ ମନ ପ୍ରଫୁଲ୍ଲିତ ରହିବ। ପ୍ରତିକାର- ମିଠାଦହି ଖାଇ ଘରୁ ବାହାରନ୍ତୁ।

କୁମ୍ଭ: ମନ ଶାନ୍ତ ରହିବ, ଏଥସହ ଧାରଜ କରଜର ମାତ୍ରା ହ୍ରାସପାଇବ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କରି ଆଶା କରିଥିବା ଧନପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ପ୍ରାପ୍ତି ହେବ।  ପ୍ରତିକାର- ନୀଳ ରଙ୍ଗର ରୁମାଲ ପାଖରେ ରଖନ୍ତୁ।

ମୀନ: ସନ୍ତାନସନ୍ତତିଙ୍କ ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ। ଦୂରଯାତ୍ରାର ସୁଯୋଗ ପାଇବେ।  ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।