୨୫ ମାର୍ଚ୍ଚ, ଗୁରୁବାର, ଶୁଭ ସମାଚାର ପାଇବେ

ମେଷ: ବନ୍ଧୁ ବାନ୍ଧବଙ୍କ ଦ୍ୱାରା ସମସ୍ୟାର ସମାଧାନ ହୋଇ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଦୂରଯାତ୍ରା କରି ପାରନ୍ତି। ବହୁ କଷ୍ଟରେ କାର୍ଯ୍ୟରେ ସଫଳତା ମିଳିବ। ଶରୀର ପ୍ରତି ସଚେତନ ରହିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ବାସଗୃହ ଓ ଯାନବାହାନ ଭଳି କେତେକ ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ମନ ବଳାଇପାରନ୍ତି। ଦୂରଯାତ୍ରାରେ ସଫଳତା ପାଇ ସୁଖ ସମ୍ପଦ ପ୍ରାପ୍ତି ହେବ। ପ୍ରତିକାର- ମାଆ ବାପା, ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ବ୍ୟବସାୟରେ ଆୟ ଅପରିବର୍ତ୍ତିତ ରହି ଆଶାତୀତ ଲାଭ ମିଳିବ। ଉଚ୍ଚାଧିକାରୀ ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ପରିବାରରେ ଶାନ୍ତି ଶୃଙ୍ଖଳା ଦେଖା ଦେବ। ପ୍ରତିକାର- ଦହି ଚିନି ଖାଇ ଘରୁ ବାହାରନ୍ତୁ।

କର୍କଟ: ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ। ନୂତନ ବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାର କରି ଆଶାତିତ ଲାଭବାନ୍ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ପ୍ରତିକାର- ଶ୍ୱେତ ଚନ୍ଦନ କର୍ପୂର ମିଶେଇ ମୁଣ୍ଡରେ ଲଗାନ୍ତୁ।

ସିଂହ: ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିବା ଯୋଜନା ସଫଳ ହେବ। କର୍ମକ୍ଷେତ୍ରରେ ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଉଚିତ୍। ପ୍ରତିକାର- ଗାଈକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

କନ୍ୟା: ସେବା ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଶଂସିତ ହେବେ। ମାନସିକ ଶାନ୍ତି ଓ ଶରୀର ଭଲ ରହିବା ସହ ଧନ ଆଗମନର ନୂତନ ବାଟ ମିଳିବ। କୌଣସି ନୂତନ ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ପ୍ରତିକାର- ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ।

ତୁଳା: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସହ ଆୟ ବଢିବ। କର୍ମକ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢାଇବା ବୁଦ୍ଧିମତାପୂର୍ଣ୍ଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କଲେ କ୍ଷତିରେ ପଡ଼ି ପାରନ୍ତି, ତେଣୁ ସାବଧାନ ରୁହନ୍ତୁ। ପ୍ରତିକାର- କୁଆ କିମ୍ବା ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା: ନୂଆ ଯୋଜନା ଦ୍ୱାରା ଆର୍ଥିକକ୍ଷେତ୍ରରେ ଉନ୍ନତି ହେବ। ଭାଗୀଦାରି ଓ ପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଲାଭବାନ ହେବେ। ଧର୍ମାନୁଷ୍ଠାନରେ ଯୋଗ ଦେଇ ସମ୍ମାନ ପାଇବେ। ପ୍ରତିକାର- ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ: ପରିଜନଙ୍କ ସମ୍ବନ୍ଧୀୟ ଶୁଭ ସମାଚାର ପାଇବେ। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ। ଅଯଥା ଯୁକ୍ତିତର୍କ କରିଲେ ପ୍ରେମ ସମ୍ବନ୍ଧରେ ସମସ୍ୟା ଦେଖାଦେଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର: ଚାକିରୀକ୍ଷେତ୍ରରେ ଉନ୍ନତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଉତ୍ତମ ରୋଜଗାର ଯୋଗେ ସୁଖଶାନ୍ତି ବଜାୟ ରହିବ। ଜମିଜମା ସଙ୍କ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।

କୁମ୍ଭ: ବନ୍ଧୁ ବାନ୍ଧବଙ୍କ ଦ୍ୱାରା ସମସ୍ୟାର ସମାଧାନ ହେବା ସହ ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ଦିନଟି ଭଲରେ କଟିବ। ବୁଝି ବିଚାରି ଯେକୌଣସି ବି କାଗଜପତ୍ର ସମ୍ବନ୍ଧୀୟ କାର୍ଯ୍ୟ କରିବା ଉଚିତ। ପ୍ରତିକାର: ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ସନ୍ତାନର ଶୁଭ ଖବର ଶୁଣି ଖୁସି ହେବା ସହ ନାନା ବାଟ ଦେଇ ଧନା ପ୍ରାପ୍ତି ହୋଇପାରେ। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖା ଦେବ। ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।