ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ହେଲା ଅର୍ଦ୍ଧେନ୍ଦୁ ସାମ୍ବାଦିକତାରେ ରହିଛନ୍ତି। ଦିଲ୍ଲୀ, ହାଇଦ୍ରାବାଦ, ଭୁବନେଶ୍ୱର ଓ କଟକର ବିଭିନ୍ନ ମିଡିଆ ହାଉସରେ ସେ କାର୍ଯ୍ୟ କରିଛନ୍ତି। ରାଜ୍ୟର ପ୍ରାୟ ସମସ୍ତ ଆଗଧାଡି ଗଣମାଧ୍ୟମଗୁଡିକରେ ତାଙ୍କ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବହୁ ଘଟଣାର ସେ ରିପୋର୍ଟିଂ କରିଛନ୍ତି। ପାର୍ଲ୍ୟାମେଣ୍ଟ ଠାରୁ ଆରମ୍ଭ କରି ପାରଳାଖେମୁଣ୍ଡି ଏବଂ ସୁପ୍ରିମକୋର୍ଟର ନିଷ୍ପତ୍ତି ସହ ସମ୍ବଲପୁରର କଥାନୀ ଭଳି ବିଭିନ୍ନ ବିଷୟରେ ତାଙ୍କ ରିପୋର୍ଟିଂ ଓଡିଆ ଲୋକ ଦେଖିଛନ୍ତି। ଉତ୍ତରାଖଣ୍ଡର ହିମାଳୟ ପର୍ବତମାଳାରୁ ହେଉ ବା ରାଜସ୍ଥାନର ମରୁଭୂମୀ ଘଟଣା ସ୍ଥଳକୁ ଯାଇ ଦର୍ଶକମାନଙ୍କୁ ସେ ଅନେକ ତାଜା ଚିତ୍ର ଦେଖାଇଛନ୍ତି। ଭାରତ ସରକାରଙ୍କ ଅନେକ ଗୁଡ୍ୱିଲ୍ ମିଶନରେ ସେ କିଛି ୟୁରୋପୀୟ ରାଷ୍ଟ୍ର ସମେତ ଋଷ ଭ୍ରମଣ କରିଛନ୍ତି। କିଛି ଆନ୍ତର୍ଜାତୀୟ ଫେଲୋସିପ୍ ଏବଂ ସମ୍ମାନ ମଧ୍ୟ ତାଙ୍କୁ ମିଳିଛି।