ଟୁଜି ସ୍ପେକ୍ଟ୍ରମ: ମନମୋହନଙ୍କୁ ଭୁଲ ପରାମର୍ଶ ଦେଇଥିଲେ ରାଜା

ନୂଆଦିଲ୍ଲୀ: ଟୁଜି ସ୍ପେକ୍ଟ୍ରମ୍ ଆବଂଟନ ନେଇ ପୂର୍ବତନ ଦୂରସଂଚାର ମନ୍ତ୍ରୀ ଏ. ରାଜା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭୁଅାଁ ବନାଇଥିଲେ । ଟୁଜି ସ୍ପେକ୍ଟ୍ରମ୍ ଆବଂଟନ ନେଇ ଥିବା ନୀତି ସଂପର୍କରେ ସେ ଭୁଲ ପରାମର୍ଶ ଦେଇଥିଲେ । ଏହି ଦୁର୍ନୀତି ମାମଲାରେ ବୁଧବାର ଏଠାକାର ଏକ ସ୍ୱତନ୍ତ୍ର କୋର୍ଟରେ ଶେଷ ଯୁକ୍ତି ଉପସ୍ଥାପନ ବେଳେ ସିବିଆଇ ପକ୍ଷରୁ ଏହା କୁହାଯାଇଥିଲା।

ସିବିଆଇ ଆହୁରି ମଧ୍ୟ କହିଥିଲା ଯେ ଅନେକ ଅଯୋଗ୍ୟ କଂପାନୀମାନଙ୍କୁ ଟୁଜି ସ୍ପେକ୍ଟ୍ରମ ଆବଣ୍ଟନ କରାଯାଇଥିଲା । ସେହି ଅଯୋଗ୍ୟ କଂପାନୀମାନଙ୍କ ମଧ୍ୟରେ ରହିଛନ୍ତି ସ୍ୱାନ ଟେଲିକମ୍ ପ୍ରାଇଭେଟ୍ ଲିମିଟେଡ ଓ ୟୁନିଟେକ୍ ଓୟାରଲେସ୍ । ସେହିପରି ଏ. ରାଜା ଜାଣିଶୁଣି କଟ୍ ଅଫ୍ ତାରିଖକୁ ବଢ଼ାଇ ଦେଇଥିଲେ । ଟୁଜି ସ୍ପେକ୍ଟ୍ରମ ଆବଂଟନ ଦୁର୍ନୀତିରେ ଅଭିଯୁକ୍ତ କଂପାନୀଗୁଡ଼ିକ ପ୍ରତି ଅନୁକଂପା ଦେଖାଇ ସେ ଏଭଳି କରିଥିଲେ ବୋଲି ଏହି ତଦନ୍ତକାରୀ ସଂସ୍ଥା କହିଥିଲା।

ଟୁଜି ସ୍ପେକ୍ଟ୍ରମ ଦୁର୍ନୀତି ମାମଲାରେ ଏ. ରାଜା, ଡିଏମ୍କେ ସାଂସଦ କାନିମୋଝିଙ୍କ ସମେତ ଅନେକ କଂପାନୀର ଉଚ୍ଚ ପଦାଧିକାରୀ ଅଭିଯୁକ୍ତ ରହିଛନ୍ତି । ସେମାନଙ୍କ ବିରୁଦ୍ଧରେ ମାମଲା ଚାଲିଛି । ସିବିଆଇ ତା’ ଚାର୍ଜସିଟ୍ରେ ଉଲ୍ଲେଖ କରିଥିଲା ଯେ ଟୁଜି ସ୍ପେକ୍ଟ୍ରମରେ ୧୨୨ଟି ଲାଇସେନ୍ସ ପ୍ରଦାନ ହୋଇଥିବା ବେଳେ ଏଥିରେ ଘୋଟାଲା ଯୋଗୁ ସରକାରଙ୍କୁ ପ୍ରାୟ ୩୧,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ଆହୁରି ପଢ଼ନ୍ତୁ

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

କରୋନା ପାଇଁ ବଢ଼ି ଚାଲିଛି ଋଣ ହାର, ଚିନ୍ତାରେ ମୋଦି ସରକାର

ସାରା ଦେଶରେ କୃଷି ବିଲକୁ ବିରୋଧ ହେବ: ବାଘେଲ୍

କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି

ବେକାରୀ ବୃଦ୍ଧି ବେଳେ ୭୦ ହଜାର ସିଧାସଳଖ ରୋଜଗାର ଦେବ ଫ୍ଲିପକାର୍ଟ

୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର

ଓଡ଼ିଆ ପୁଅ ସଙ୍କେତ କୋକାକୋଲାର ନୂଆ ଭାରତ ମୁଖ୍ୟ

ଇଜି ଇଫ ଡୁଇଂ ବିଜନେସ୍ ରାଙ୍କିଙ୍ଗ୍, ଟପ୍ ଟେନ୍‌ରେ ନାହିଁ ଓଡ଼ିଶା

ଫର୍ଚ୍ୟୁନ୍‌ ‘୪୦ ଅଣ୍ଡର ୪୦’ରେ ଇଶା ଏବଂ ଆକାଶ ଅମ୍ବାନୀ

ରୋଷେଇ ଗ୍ୟାସରୁ ସବସିଡ଼ି ହଟାଇଲେ ସରକାର!

GDP in Corona: କେଉଁ ଦେଶର ଅଭିବୃଦ୍ଧି ହାର କେତେ କମାଇଲା କରୋନା?

ଦେଶର ଅଭିବୃଦ୍ଧି ହାର ହ୍ରାସକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲେ ଚିଦାମ୍ୱରମ