ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ

ମୁମ୍ବାଇ: ଲଗାତାର ଦୁଇଦିନ ଧରି ସୁନା ଦର ହ୍ରାସ ପାଇ ୨୫ ହଜାର ତଳକୁ ଖସିଛି। ଆଜି ସୁନା ଦର ୧୦ ଗ୍ରାମ ପିଛା ୨୪ ହଜାର ୭୬୦ ଟଙ୍କ। ରହିଛି। ଅନ୍ତର୍ଜାତୀୟ ବଜାରରେ ଗତ ୫ ବର୍ଷରେ ସୁନା ଦର ସବୁଠୁ ନିମ୍ନସ୍ତରକୁ ଖସିଯିବା ପରେ, ଭାରତୀୟ ମାର୍କେଟରେ ଏହାର ଦର ହ୍ରାସ ପାଇଛି। ଭାରତୀୟ ମାର୍କେଟରେ ଆଜିର ଦର ଗତ ଦୁଇବର୍ଷରେ ସର୍ବନିମ୍ନ। ବିଶେଷଜ୍ଞଙ୍କ କହିବା କଥା ହେଲା, ଆଗାମୀ କିଛି ମାସ ପର୍ଯ୍ୟନ୍ତ ସୁନା ଦର ଆହୁରି ହ୍ରାସ ପାଇବ।