୨୦୧୪ରେ ସଫ୍ଟଓୟାର ରାଜସ୍ୱ ୮% ବଢ଼ିଛି

ନୂଆଦିଲ୍ଲୀ: ଭାରତରେ ସଫ୍ଟଓୟାର କ୍ଷେତ୍ରରେ ୨୦୧୪ରେ ୪ ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି। ଆଉ ଏହା ୨୦୧୩ ଅପେକ୍ଷା ୮.୩% ଅଧିକ। ୨୦୧୩ରେ ଏହି କ୍ଷେତ୍ରରୁ ୩.୭ ବିଲିୟନ ଡଲାର ରାଜସ୍ୱ  ଆଦାୟ ହୋଇଥିଲା। ଆଇଟି ରିସର୍ଚ୍ଚ ଫାର୍ମ ଗାର୍ଟନର ପକ୍ଷରୁ ଏହା କୁହାଯାଇଛି।

ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସଫ୍ଟଓୟାର ରାଜସ୍ୱ ଆଦାୟ ଦିଗରେ ମାଇକ୍ରୋସଫ୍ଟ ୧ ନମ୍ବର ସ୍ଥାନରେ ରହିଛି। ବ୍ରିକ୍ସ ରାଷ୍ଟ୍ର ସମୂହ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ମଧ୍ୟରେ ଭାରତର ସଫ୍ଟଓୟାର କ୍ଷେତ୍ରରେ ଅଭିବୃଦ୍ଧି ହାର ଅଧିକ ରହିଛି।