୨୯ରୁ ଆଇଆଇଏ ଡିଜାଇନ କାର୍ନିଭାଲ ଏକ୍ସପୋ

ଭୁବନେଶ୍ୱର: ଜାନୁଆରୀ ୨୯ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ଆଇଆଇଏ ଓଡ଼ିଶା ଚାପ୍ଟର ଡିଜାଇନ କାର୍ନିଭାଲ ଏକ୍ସପୋ। ଏନେଇ ଶନିବାର ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଆଇଏର ଚେୟାରମ୍ୟାନ ସାଗର ମହାପାତ୍ର। ଯୁବ ଆର୍କିଟେକମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ହେଉଛି ଏହି ଏକ୍ସପୋର ମୁଖ୍ୟ  ଆଭିମୁଖ୍ୟ। ତିନିଦିନ ଧରି ହେବାକୁ ଥିବା ଏହି ଏକ୍ସପୋରେ ଚଳିତ ଥରର ଥିମ ରହିଛି ‘ଅରବାନ ରିଜୁଭିନେସନ’।