୭ମ ବେତନ କମିଶନଙ୍କ ସୁପାରିଶକୁ ବିରୋଧ: ସମୂହ ଛୁଟି ଧମକ ଦେଲା ରେଲୱେ ଇଞ୍ଜିନିୟର୍ସ ଆସୋସିଏସନ୍

ଭୁବନେଶ୍ୱର: ସମୂହ ଛୁଟି କିମ୍ୱା କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେଇଛି ରେଲୱେ ଇଞ୍ଜିନିୟର୍ସ ଆସୋସିଏସନ୍। ୭ମ ବେତନ କମିଶନଙ୍କ ତ୍ରୁଟିପୂର୍ଣ୍ଣ ଓ ଏକତରଫା ସୁପାରିଶକୁ ବିରୋଧ କରି ଏହି ଧମକ ଦେଇଛି ଆସୋସିଏସନ୍। ଇଣ୍ଡିଆ ଗେଜେଟ୍ ନୋଟିଫିକେସନ୍ ଅନୁସାରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର ମନ୍ତ୍ରାଳୟରେ ଇଞ୍ଜିନିୟରମାନଙ୍କୁ ଗ୍ରୁପ୍-ବିରେ ରଖାଯାଇଛି । ମାତ୍ର ରେଳ ବିଭାଗରେ ଇଞ୍ଜିନିୟରମାନଙ୍କୁ ଗ୍ରୁପ୍-ସିରେ ରଖାଯାଇଛି। ଏହା ରେଳବାଇରେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି । ସରକାର ସେମାନଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ ନ କଲେ ଆଗାମୀ ଦିଗରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଧମକ ଦିଆଯାଇଛି। ପୂର୍ବତଟ ରେଳପଥ ମୁଖ୍ୟାଳୟ ସମ୍ମୁଖରେ ଆଜି ଇଞ୍ଜିନିୟର୍ସ ଆସୋସିଏସନ୍ ପକ୍ଷରୁ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି

ମହଙ୍ଗା ହେବ କପେ ଚା’ର ଦାମ୍!

ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ୱାନୀ

କାଫେ କଫି ଡେ- ଅନେକ କିଛି ଘଟିଗଲାଣି ଗୋଟେ କପ୍‌ କଫିରେ!

କରୋନା ପାଇଁ ମାନ୍ଦାବସ୍ଥା, ଅର୍ଥନୀତିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଜୁନରେ ବଢ଼ିଛି ଖାଦ୍ୟ ପଦାର୍ଥର ଦାମ

‘୧୦୦ ବର୍ଷରେ ସବୁଠୁ ଖରାପ ସ୍ଥିତିରେ ଦେଶର ଅର୍ଥନୀତି’

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

ରିଲାଏନ୍ସ ଜିଓ ମିଟ୍ ପାଇଁ ଛାନିଆ ଜୁମ୍ ଆପ୍

ବ୍ୟାଙ୍କ ଉପରୁ ତୁଟୁଛି ଚାଇନିଜଙ୍କ ଭରସା, ସରକାର ଆଣିଲେ ନୂଆ ନିୟମ

ଭାରତୀୟ କମ୍ପାନୀରେ ଚୀନ୍ ଟଙ୍କା, ଜାଣନ୍ତୁ କେଉଁଠି କେତେ?

୩୦ ଟଙ୍କାର ଦରବରେ ୫୦ ଟଙ୍କାର ଟିକସ!