ଆଫୋର୍ଡର ଦ୍ୱିତୀୟ ଏକ୍ସପୋ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦନଗର ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଆଫୋର୍ଡର ଦ୍ୱିତୀୟ ଏକ୍ସପୋ।  ତିନିଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋରେ ବିଭିନ୍ନ ପ୍ରଡକ୍ଟ ପ୍ରଦର୍ଶନ କରାଯାଉଛି। ପ୍ରଦର୍ଶନୀରେ ପାଖାପାଖି ୫୦ଟି ପ୍ରୋଜେକ୍ଟ ପ୍ରଦର୍ଶନ କରାଯାଉଛି। ଏଥିରେ ଗ୍ରାହକମାନଙ୍କ ସୁବିଧା ପାଇଁ ୧୭ଶହ ଘରର ମଡେଲ୍ ପ୍ରଦର୍ଶନ କରାଯାଉଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଆଫୋର୍ଡର ଫ୍ଲାଟର ଦାମ୍ ୧୫ଲକ୍ଷରୁ ଆରମ୍ଭ କରି ୪୦ଲକ୍ଷ ପର୍ଯ୍ୟନ୍ତ ରହିଛି।