‘ବାଜାଜ V’ ବାଇକରେ ବ୍ୟବହାର ହେବ ‘ଆଇଏନଏସ ବିକ୍ରାନ୍ତ’ର ଧାତୁ

ମୁମ୍ବାଇ:୧୯୭୧ ଭାରତ-ପାକ୍ ଯୁଦ୍ଧରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଭାରତ ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ‘ଆଇଏନଏସ ବିକ୍ରାନ୍ତ’ର ଧାତୁକୁ ବ୍ୟବହାର କରି ଆସନ୍ତା ମାସ ବାଜାଜ୍ ଅଟୋ ଏକ ବାଇକ୍ ବଜାରକୁ ଛାଡୁଛି। ଏହାର ନାମ ‘ବାଜାଜ V’ ଦିଆଯାଇଛି। ଫେବୃୟାରୀ ୨ରେ ୧୫୦ ସିସିର ବାଇକ୍ ‘ବାଜାଜ V’ ବଜାରକୁ ଆସିବ। ୬୭ତମ ଗଣତନ୍ତ୍ର ଦିବସରେ ପୁନେର ଦୁଇଚକିଆ ଓ ତିନି ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ବାଜାଜ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।