୪,୯୯୯ଟଙ୍କା ଦରରେ ବଜାର ପ୍ରବେଶ କଲା Intex cloud 4G

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରମୁଖ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଇଣ୍ଟେକ୍ସ ଟେକ୍ନୋଲୋଜି ପକ୍ଷରୁ ଗୁରୁବାର Intex cloud 4G ସ୍ମାର୍ଟଫୋନର ବଜାର ପ୍ରବେଶ କରାଯାଇଛି। ଏହାର ଦର ରହିଛି ୪,୯୯୯ଟଙ୍କା। ଏହି ସ୍ମାର୍ଟଫୋନରେ 5inch TFT Display ଥିବା ବେଳେ ଯାହାକି  854 X 480 Pixels Resolution ରହିଛି। ଏହି 4G ସ୍ମାର୍ଟ ଫୋନ ବଜାରରେ ସର୍ବନିମ୍ନ ମୂଲ୍ୟରେ ମିଳୁଥିବା କମ୍ପାନୀ ଦାବି କରୁଛି।

ଏହି ସ୍ମାର୍ଟଫୋନରେ 1.5GHz quad-core Pocesser ଥିବା ବେଳେ 1GB RAM ରହିଛି। ଏଥିରେ Android Lollipop 5.1 ଅପରେଟିଂ ସିଷ୍ଟମ ରହିଛି। ଏହାର 5MP Rear Camera ଥିବାବେଳେ 2MP Front camera ରହିଛି। ଏହି ଫୋନରେ 8GB Inbuild Internal Memory ରହିଛି। ଏହା 32GB କୁ ବର୍ଦ୍ଧିତ ହୋଇପାରିବ।

ଏହାସହ ଏହି ଫୋନରେ ଅତ୍ୟାଧୁନିକ ସୁବିଧା Dual SIM, GPS, Bluetooth 4.0, Wifi, MICRO USB 2.2, Radio ଓ 3GP T MP4 Video support ଥିବା ବ୍ୟାଟେରୀ କ୍ଷମତା 2000mAh ରହିଛି।