ଜାନୁୟାରୀ ୨୮ରେ ଭାରତୀୟ ବଜାରକୁ ଆସିବ Honor 5X ସ୍ମାର୍ଟ ଫୋନ୍

ନୂଆଦିଲ୍ଲୀ: ଜାନୁୟାରୀ ୨୮ରେ ଭାରତୀୟ ବଜାରରେ ପ୍ରବେଶ କରିବ Huawei ମୋବାଇଲ ନିର୍ମାତା କମ୍ପାନୀର ନୂଆ ସ୍ମାର୍ଟଫୋନ୍ Honor 5X । ଗତବର୍ଷ ମାର୍ଚ୍ଚରେ କମ୍ପାନୀ ପକ୍ଷରୁ ବଜାରକୁ ଛଡାଯାଇଥିବା Honor4Xର ସଫଳ ବ୍ୟବସାୟ ପରେ ଏହି ସ୍ମାର୍ଟଫୋନ୍ ବଜାରକୁ ଆସିବ।

ଏହି କମ୍ପାନୀ ପକ୍ଷରୁ ଅକ୍ଟୋବର ମାସରୁ ଚାଇନାରେ ଏହି ସ୍ମାର୍ଟଫୋନ ଦୁଇଟି Variantରେ ଯଥା 2GB RAM ଏବଂ 3GB RAMରେ ପ୍ରବେଶ କରିସାରିଛି। ସେଠାରେ ଏହି ଦୁଇ ସ୍ମାର୍ଟଫୋନର ଦର ଯଥାକ୍ରମେ CNY 999 (ପାଖାପାଖି ୧୦,୦୦୦) ଓ CNY 1,399 (ପାଖାପାଖି ୧୪,୩୦୦) ରହିଛି। ଭାରତରେ ମଧ୍ୟ କ୍ରେତାଙ୍କୁ ସୁହାଇଲା ଭଳି ଦର ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସ୍ମାର୍ଟ ଫୋନରେ 4Gର Dual SIM (Micro-SIM and Nano-SIM) ଇନସର୍ଟ ହେଉଥିବା ବେଳେ Android 5.1 Lollipop ଅପରେଟିଂ ସିଷ୍ଟମ ରହିଛି। ସ୍ମାର୍ଟଫୋନରେ 5.5 FullHD (1080X1920 Pixels) ରିଜୋଲ୍ୟୁସନ IPS ଡିସପ୍ଲେ ଓ 64 bit Octa-core qualcomm ପ୍ରସେସର ରହିଛି। ଫୋନରେ 16GBର ଇନବିଲ୍ଡ ଷ୍ଟୋରେଜ୍ ରହିଛି। ଏହା 128GBକୁ ବର୍ଦ୍ଧିତ ହୋଇପାରିବ। ଏଥିରେ 13MPର ବ୍ୟାକ୍ କ୍ୟାମେରା ଓ 5MPର ଫ୍ରଣ୍ଟ ଫେସିଂ କ୍ୟାମେରା ସହ Dual-LED Falsh ରହିଛି।

ଏହାସହ ଏହି ସ୍ମାର୍ଟଫୋନରେ ଅତ୍ୟାଧୁନିକ ସୁବିଧା ମଧ୍ୟରେ Quick charge 3.0, Fingerprint 2.0, Bluethooth 4.1, USB 2.0, GPS, A-GPS, Wi-Fi 802.11 ସୁବିଧା ରହିଛି।