୧୪୯୯ରେ ବର୍ଷେ, ୧୯୯୯ରେ ଦୁଇ ବର୍ଷ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କ ପାଇଁ ଆଣିଛି ତିନୋଟି ଅନଲିମିଟେଡ୍ ରିଚାର୍ଜ ପ୍ୟାକ। ଏହି ତିନୋଟି ରିଚାର୍ଜ ପ୍ୟାକ ହେଲା ₹୧,୯୯୯, ₹୧,୪୯୯ ଏବଂ ₹୭୪୯ । ଜିଓ ଫୋନର ନୂଆ ଗ୍ରାହକଙ୍କ ପାଇଁ ₹୧,୯୯୯ ଏବଂ ₹୧,୪୯୯ ଟଙ୍କା ରହିଥିବା ବେଳେ ପୁରୁଣା ଗ୍ରାହକଙ୍କ ପାଇଁ ₹୭୪୯ ରିଚାର୍ଜ ପ୍ଲାନ୍ ରହିଛି। ଏହି ତିନୋଟି ସ୍କିମ୍ ଜିଓ ଫୋନ୍ ୨୦୨୧ ଅଫର୍ ଅଧୀନରେ ରହିଛି।

ଜିଓର ₹୧,୪୯୯ ଯୋଜନାର ଅବଧି ବର୍ଷେ ରହିଛି। ଏହର ଅର୍ଥ ମାସକୁ ୨୮ ଦିନ ହେଲେ ମୋଟ୍ ୧୨ ମାସ। ଏହି ରିଚାର୍ଜ ପ୍ଲାନରେ ପ୍ରତି ମାସ ୨ ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍ ମିଳିବ। ଡାଟା ଶେଷ ହୋଇଗଲେ ସ୍ପୀଡି ୬୪Kbps ରହିବ। ତେବେ ଅନଲିମିଟେଡ ଭଏସ୍ କଲ୍ ସେବା ଉପଲବ୍ଧ ରହିଛି। ଏହା ବ୍ୟତୀତ ୫୦ଟି ଏସଏମଏସ ୨୮ ଦିନ ପାଇଁ ରହିଛି। ତେବେ ଏହି ରିଚାର୍ଜ ପ୍ଲାନ୍ କେବଳ ଜିଓ ଫୋନ୍ ୟୁଜର ବ୍ୟବହାର କରିପାରିବେ। ଏହା ପ୍ଲାନରେ କମ୍ପାନୀ ଜିଓ ଫୋନ୍ ମାଗଣା ଦେଉଛି। ଏହି ଫୋନରେ ଜିଓ ଟିଭି, ଜିଓ ସିନେମା, ଜିଓ ନ୍ୟୁଜ ଇତ୍ୟାଦି ଆପ୍ସ ସବସ୍କ୍ରିପସନ୍ କରିବାକୁ ବିକଳ୍ପ ରହିଛି।

ସେହପିରି ₹୧୯୯୯ ଟଙ୍କା ରିଚାର୍ଜ ପ୍ୟାକର ଅବଧି ଦୁଇ ବର୍ଷ ରହିଥି। ଯେଉଁମାନେ ₹୭୪୯ ଟଙ୍କା ଜିଓ ଫୋନ୍ ବ୍ୟବହାର କରୁଛନ୍ତି ସେମାନେ ଏହି ସେବାର ମଜା ନେଇପାରିବେ। ଏହି ଯୋଜନାର ଅବଧି ସମସ୍ତ ପ୍ଲାନ ପରି ରହିଛି। ମାସକୁ ୨୮ ଦିନ ୧୨ ମାସ।

ସୂଚନାଯୋଗ୍ୟ, କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି। ଏହି ତିନି ଆଇନ୍ ରିଲାଏନ୍ସ ଅଧିକ ପାଇବ ବୋଲି ଅଭିଯୋଗ ରହିଛି। ଯାହାକୁ ବିରୋଧ କରି ଚାଷୀ ମଧ୍ୟ ରିଲାଏନ୍ସର ସେବାକୁ ବୟକଟ କରିବାକୁ ଆହ୍ୱାନ କରିଛନ୍ତି। ଏମିତିକି ଗତମାସର ରିପୋର୍ଟ ଅନୁଯାୟୀ ଜିଓର ଗ୍ରାହକ କମୁଥିବା ବେଳେ ପ୍ରତିଦ୍ୱନ୍ଦୀ ଟେଲିକମ କମ୍ପାନୀ ଏୟାରଟେଲର ଗ୍ରାହକ ବଢ଼ୁଛି। ଏବେ ରିଲାଏନ୍ସ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଯାଇ ଲୋଭନୀୟ ପ୍ଲାନ୍ ବାହାର କରିଥିବା କୁହାଯାଉଛି। ସେହିଭଳି ନିକଟରେ ଗ୍ରାହକଙ୍କୁ ଇଣ୍ଟରନେଟ୍ ଏବଂ ନେଟଓ୍ୱର୍କ ସେବା ଭଲ ଦେବାକୁ ଯାଇ ଅଧିକ ସ୍ପେକ୍ଟ୍ରମ ରିଲାଏନ୍ସ କିଣିଛି

ମୋଟ୍ ୪୮୮.୩୫ Mhz ଏୟାରଓ୍ୱେଭ୍ ମଧ୍ୟରୁ ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ଜିଓ ୮୦୦, ୧୮୦୦ ଏବଂ ୨୩୦୦ Mhz ବ୍ୟାଣ୍ଡ କରିଛି। ଏଥିପାଇଁ ୫୭୧୨୨ କୋଟି ଖର୍ଚ୍ଚ କରିବ ଜିଓ। ସେହିପରି ଏୟାରଟେଲ ୩୫୫.୪୫ Mhz ଏୟାରଓ୍ୱେଭ୍ ପାଇଁ ୧୮୬୯୯ କୋଟି ଏବଂ ଭିଆଇ ୧୧.୮୦ Mhz ଏୟାରଓ୍ୱେଭ୍ ପାଇଁ ୧୯୯୩ କୋଟି ଖର୍ଚ୍ଚ କରିବ। ଏଥିପାଇଁ ସରକାର ୭୭୮୧୪ କୋଟି ରାଜସ୍ୱ ପାଇବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।