ପିଏମସି ଗ୍ରାହକଙ୍କୁ ଝଟକା ଦେଲା ପେଟିଏମ୍

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା ଦେଇଛି ପେଟିଏମ୍। ପିଏମସି ଗ୍ରାହକଙ୍କ ଉପରେ ଆରବିଆଇ କଟକଣା ଲଗାଇଥିବାରୁ ପେଟିଏମ୍ ଏବେ ସେବା ଦେବାକୁ ଅନିଚ୍ଛା ପ୍ରକାଶ କରିଛି। ତେଣୁ ଯେଉଁମାନେ ଏହି ବ୍ୟାଙ୍କର ଗ୍ରାହକ ରହିଛନ୍ତି ସେମାନେ ଅନ୍ୟ ଏକ ବ୍ୟାଙ୍କକୁ ପେଟିଏମରେ ଯୋଡ଼ି ସେବା ପାଇପାରିବେ ବୋଲି ପେଟିଏମ୍ ପକ୍ଷରୁ କୁହାଯାଇଛି। ଯେଉଁ ଗ୍ରାହକମାନେ ପେଟିଏମ ମାଧ୍ୟମରେ ପିଏମସି ବ୍ୟାଙ୍କରେ ଟଙ୍କା ଡିପୋଜିଟକୁ ଚେଷ୍ଟା କରିବେ ସେମାନେ ମଧ୍ୟ ସଫଳ ହେବେ […]

PAYTM

PAYTM

Subhransu Sekhar
  • Published: Sunday, 06 October 2019
  • Updated: 06 October 2019, 05:27 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା ଦେଇଛି ପେଟିଏମ୍। ପିଏମସି ଗ୍ରାହକଙ୍କ ଉପରେ ଆରବିଆଇ କଟକଣା ଲଗାଇଥିବାରୁ ପେଟିଏମ୍ ଏବେ ସେବା ଦେବାକୁ ଅନିଚ୍ଛା ପ୍ରକାଶ କରିଛି। ତେଣୁ ଯେଉଁମାନେ ଏହି ବ୍ୟାଙ୍କର ଗ୍ରାହକ ରହିଛନ୍ତି ସେମାନେ ଅନ୍ୟ ଏକ ବ୍ୟାଙ୍କକୁ ପେଟିଏମରେ ଯୋଡ଼ି ସେବା ପାଇପାରିବେ ବୋଲି ପେଟିଏମ୍ ପକ୍ଷରୁ କୁହାଯାଇଛି। ଯେଉଁ ଗ୍ରାହକମାନେ ପେଟିଏମ ମାଧ୍ୟମରେ ପିଏମସି ବ୍ୟାଙ୍କରେ ଟଙ୍କା ଡିପୋଜିଟକୁ ଚେଷ୍ଟା କରିବେ ସେମାନେ ମଧ୍ୟ ସଫଳ ହେବେ ନାହିଁ ବୋଲି ପେଟିଏମ ପକ୍ଷରୁ କୁହାଯାଇଛି।

https://twitter.com/PaytmMoney/status/1180126066507038720

ସୂଚନାଯୋଗ୍ୟ, ପିଏମସି ବ୍ୟାଙ୍କ ନକଲି ଆକାଉଣ୍ଟ ଖୋଲି ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର (ଏଚଡିଆଇଏଲ) ନାମକ ଏକ ରିଅଲ ଇଷ୍ଟେଟ୍ କମ୍ପାନୀକୁ ମୋଟା ଅଙ୍କର ଋଣ ପ୍ରଦାନ କରିଛି। ଏହି ଋଣ ବାବଦରେ ଆରବିଆଇକୁ ଲୁଚାଇବାକୁ ବ୍ୟାଙ୍କ୍ ଯୋଜନା କରିଥିଲା ବୋଲି ଜଣାପଡ଼ିଛି। ଏହାପରେ ଆରବିଆଇ ପିଏମସି ବ୍ୟାଙ୍କର ନେଣଦେଣ ଉପରେ କଟକଣା ଲଗାଇଛି। ପ୍ରଥମେ ୧ ହଜାର ଟଙ୍କା ଉଠାଣ ପାଇଁ ଆରବିଆଇ ନିର୍ଦ୍ଦେଶ ଦେଇଥିଲା ପରେ ୨୫ ହଜାରକୁ ବଢ଼େଇଥିଲା। ଏହି ବ୍ୟାଙ୍କ ଘୋଟାଲାରେ ପ୍ରମୁଖ ଅଧିକାରୀ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାରେ ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos