ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ବୃଦ୍ଧି ଆମେରିକା ରାଷ୍ଟ୍ରଦୂତ ରିଚାର୍ଡଙ୍କ ଗୁରୁତ୍ୱ

america-rastrdutaଭୁବନେଶ୍ୱର: ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ରିଚାର୍ଡ ଆର. ବର୍ମା। ଓଡ଼ିଶା ଆସିଥିବା ବର୍ମା ଭୁବନେଶ୍ୱରରେ ଇଣ୍ତୋ ଆମେରିକାନ୍ ଚାମ୍ୱର ଅଫ୍ କମର୍ସର ସଦସ୍ୟଙ୍କ ସହ ମତ ବିନିମୟ କରିଛନ୍ତି। କେଉଁ କେଉଁ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧିର ସମ୍ଭାବନା ରହିଛି, ସେନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ଓଡିଶାରେ ଶିଳ୍ପ ପ୍ରତିଷ୍ଠାର ଯଥେଷ୍ଟ ସମ୍ଭାବନା ରହିଥିବା ଏବଂ ପୁଞ୍ଜି ନିବେଶ ଲାଗି ଓଡ଼ିଶା ଏକ ପ୍ରକୃଷ୍ଠ ସ୍ଥାନ ବୋଲି ବୈଠକରେ ଯୋଗ ଦେଇଥିବା ଶିଳ୍ପପତିମାନେ ବର୍ମାଙ୍କୁ ଅବଗତ କରାଇଥିଲେ।

ପରେ ଆମେରିକା ରାଷ୍ଟ୍ରଦୂତ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶା-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ସହଯୋଗ ନେଇ  ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।  ମୁଖ୍ୟମନ୍ତ୍ରୀ ଓଡ଼ିଶାର ନୂତନ ଶିଳ୍ପନୀତି ଉପରେ ଆଲୋକପାତ କରିବା ସହିତ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପର ବିକାଶ କ୍ଷେତ୍ରରେ ଆମେରିକାର ସହଯୋଗକୁ ବ୍ୟାପକ କରିବା ଉପରେ ମତ ଦେଇଥିଲେ। ଏହା ସହିତ ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଆମେରିକା ଓ ଓଡ଼ିଶା ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଆମେରିକା ଦୂତାବାସର ଅଧିକାରୀ ଓ ଓଡ଼ିଶା ପ୍ରଶାସନ ମଧ୍ୟରେ ବିଭିନ୍ନ ସମସ୍ୟା ଉପରେ ନିୟମିତ ବ୍ୟବଧାନରେ ବୈଠକ କରିବା ପାଇଁ ମଧ୍ୟ ସ୍ଥିର କରାଯାଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, ଶିଳ୍ପ, ଶକ୍ତି ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି

ମହଙ୍ଗା ହେବ କପେ ଚା’ର ଦାମ୍!

ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ୱାନୀ

କାଫେ କଫି ଡେ- ଅନେକ କିଛି ଘଟିଗଲାଣି ଗୋଟେ କପ୍‌ କଫିରେ!

କରୋନା ପାଇଁ ମାନ୍ଦାବସ୍ଥା, ଅର୍ଥନୀତିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଜୁନରେ ବଢ଼ିଛି ଖାଦ୍ୟ ପଦାର୍ଥର ଦାମ

‘୧୦୦ ବର୍ଷରେ ସବୁଠୁ ଖରାପ ସ୍ଥିତିରେ ଦେଶର ଅର୍ଥନୀତି’

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

ରିଲାଏନ୍ସ ଜିଓ ମିଟ୍ ପାଇଁ ଛାନିଆ ଜୁମ୍ ଆପ୍

ବ୍ୟାଙ୍କ ଉପରୁ ତୁଟୁଛି ଚାଇନିଜଙ୍କ ଭରସା, ସରକାର ଆଣିଲେ ନୂଆ ନିୟମ

ଭାରତୀୟ କମ୍ପାନୀରେ ଚୀନ୍ ଟଙ୍କା, ଜାଣନ୍ତୁ କେଉଁଠି କେତେ?

୩୦ ଟଙ୍କାର ଦରବରେ ୫୦ ଟଙ୍କାର ଟିକସ!