ଜନ ଧନ ଆକାଉଣ୍ଟରେ ଜମା ରାଶି ୩୦ ହଜାର କୋଟି ଟପିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଏଯାବତ ୩୦ ହଜାର କୋଟି ଟଙ୍କା ଜମା ହୋଇ ସାରିଲାଣି। ଏହି ଯୋଜନାରେ ଏଯାବତ ୨୦.୩୮ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଜାନୁଆରୀ ୨୦ ତାରିଖ ସୁଦ୍ଧା ଏହି ପରିସଂଖ୍ୟାନ ହାସଲ କରାଯାଇଛି। ୨୦.୩୮ କୋଟି ବ୍ୟାଙ୍କ ଆକାଉଣ୍ଟରେ ୩୦,୬୩୮.୨୯ କୋଟି ଜମା ହୋଇଛି।

୨୦୧୫ ସେପ୍ଟେମ୍ବର ୩୦ ସୁଦ୍ଧା ଜନ ଧନ ଯୋଜନାରେ ଖୋଲା ଯାଇଥିବା ଆକାଉଣ୍ଟଗୁଡ଼ିକରୁ ୭୬.୮୧ ପ୍ରତିଶତ ଖାଲି ପଡ଼ିଥିଲା। ଅର୍ଥାତ ଏଥିରେ କୌଣସି ଅର୍ଥ ଜମା ନ ଥିଲା। ତେବେ ୨୦୧୫ ଡିସେମ୍ବର ସୁଦ୍ଧା ଏହା ୩୨ ପ୍ରତିଶତକୁ ଖସି ଆସିଥିଲା।