କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

petrolpumpନୂଆଦିଲ୍ଲୀ: ୧୫ ଦିନ ବ୍ୟବଧାନରେ ପୁଣି କମିଛି ପେଟ୍ରୋଲ ଓ ଡିଜେଲ୍ ଦର। ଶୁକ୍ରବାର ପେଟ୍ରୋଲ୍ ଲିଟର ପିଛା ୩୨ ପଇସା ହ୍ରାସ କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୮୫ ପଇସା କମିଛି। ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ କରାଯିବ।

ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୩୧ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରାଯାଇଥିଲା। ସେତେବେଳେ ପେଟ୍ରୋଲ ଲିଟର ପିଛା ୬୩ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୬ ପଇସା ହ୍ରାସ କରାଯାଇଥିଲା। ତା’ ପୂର୍ବରୁ  ଡିସେମ୍ବର ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ୪୬ ପଇସା ଶସ୍ତା ହୋଇଥିଲା।

ଗତ ନଭେମ୍ବର ୩୦ରେ ସରକାର ପେଟ୍ରୋଲ ୫୮ ପଇସା ଓ ଡିଜେଲ ୨୫ ପଇସା ଶସ୍ତା ହୋଇଥିଲା।

ନଭେମ୍ବର ୧୫ ତାରିଖରେ ପେଟ୍ରୋଲ ୩୬ ପଇସା ଓ ଡିଜେଲ ୮୭ ପଇସା ବୃଦ୍ଧି ପାଇଥିଲା।

ଅକ୍ଟୋବର ୩୧ ତାରିଖରେ ପେଟ୍ରୋଲ୍ ଦର ୫୦ ପଇସା କମିଥିଲା। ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା।

ସେହିପରି ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର ବଢିଥିଲା।