ଲଖନପୁର: ଏମସିଏଲର ୧୦ ଏମଟିପିଏ କୋଲ ୱାସେରୀ ଭୂମିପୂଜା କଲେ ଅନିଲ ସ୍ୱରୂପ

ଲଖନପୁର: କେନ୍ଦ୍ର ଖଣି ସଚିବ ଅନିଲ ସ୍ୱରୂପ ଦିନିକିଆ ଝାରସୁଗୁଡା ଗସ୍ତ କରି ଲଖନପୁରଠାରେ ଏମସିଏଲର ୧୦ ଏମଟିପିଏ ବିଶିଷ୍ଟ କୋଲ ୱାସେରୀ ସ୍ଥାପନ ପାଇଁ ଭୂମିପୂଜା କରିଛନ୍ତି। ଏହାସହ ସେ ଗେଷ୍ଟ ହାଉସରେ ଏମସିଏଲର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ବେଲପାହାଡ଼, ଲଖନପୁର ଓ ଲଜକୁରା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରିଛନ୍ତି।

ଶୁକ୍ରବାର ଭୁବନେଶ୍ୱରରେ କେନ୍ଦ୍ର ଖଣି ସଚିବ ସ୍ୱରୂପ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ଏମସିଏଲର ଉତ୍ପାଦନ ବୃଦ୍ଧି ନେଇ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ବିସ୍ଥାପନ ଓ ଜମି ଅଧିଗ୍ରହଣକୁ ନେଇ କୋଇଲା ଖଣି ଅଞ୍ଚଳରେ ଆଇନଶୃଙ୍ଖଳା ଲାଗି ରହିଛି। ଏପରି ସ୍ଥିତିରେ କେନ୍ଦ୍ର କୋଇଲା ସଚିବଙ୍କ ଗସ୍ତ କୋଇଲା ଉତ୍ପାଦନ ବୃଦ୍ଧିରେ କେତେ ସହାୟକ ହେବ ତାହା ଆଗାମୀ ଦିନରେ ଜଣାପଡିବ।

କେନ୍ଦ୍ର ଖଣି ସଚିବ ଅନିଲ ସ୍ୱରୂପ କହିଛନ୍ତି, କୋଇଲା ଚୋରି ରୋକିବା ଖଣି ବିଭାଗର କାମ। ଆସନ୍ତା ୩୧ ତାରିଖ ସୁଦ୍ଧା ଦେଶର କୋଇଲା ପରିବହନରେ ନିୟୋଜିତ ଟ୍ରକଗୁଡିକର ଜିପିଏସ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ।