ଆଧାର କାର୍ଡ ଲିଙ୍କ୍ ଥିଲେ ସିଲିଣ୍ଡର ୩୧୨ ଟଙ୍କାରୁ କମ୍ ଦାମରେ ମିଳିବ !

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସହିତ ରୋଷେଇ ଗ୍ୟାସ ଦର ବୃଦ୍ଧି ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି। ଦର ବୃଦ୍ଧି ସିଧା ହାଣ୍ଡିଶାଳକୁ ପ୍ରଭାବିତ କରିଛି। ଗତ କିଛି ମାସ ମଧ୍ୟରେ ରୋଷେଇ ଗ୍ୟାସର ଦାମ ପ୍ରାୟ ୨୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଖାଦ୍ୟ ସାମଗ୍ରୀର ଦରଦାମ ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ଆପଣ ଏବେର ଦର ଯାହା ରହିଛି ସେଥିରୁ ୩୦୦ରୁ କମ୍ ଟଙ୍କାରେ ଘରୋଇ ଗ୍ୟାସ ସିଲିଣ୍ଡର ପାଇପାରିବେ।

ସରକାର ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅନୁଯାୟୀ ଗ୍ୟାସ ସିଲିଣ୍ଡର ଉପରେ ସବସିଡି ୧୭୪.୮୦ ରୁ ୩୧୨.୮୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେଣୁ ଯଦି ଆପଣ ଏହି ସ୍କିମ୍ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି ତେବେ ଆପଣ ଗ୍ୟାସ୍ ସିଲିଣ୍ଡରରେ ୩୧୨ ଟଙ୍କା ସବସିଡି ପାଇପାରିବେ।

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ଗ୍ୟାସ ସିଲିଣ୍ଡର ଉପରେ ସବସିଡି ପାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ ସହ ଯୋଡ଼ିବାକୁ ହେବ। ଯଦି ଆଧାର କାର୍ଡ ସଂଯୋଗ ହୋଇନଥିବ ତାହେଲେ ଆକାଉଣ୍ଟକୁ ସବସିଡି ଆସିବ ନାହିଁ। ଆଧାର କାର୍ଡ ମାଧ୍ୟମରେ ଏଲପିଜି ସବସିଡି ପାଇବାକୁ ହେଲେ ଆଧାର କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବାକୁ ହେବ। ସେହିପରି ଆପଣଙ୍କ ମୋବାଇଲ୍ ନମ୍ବର ମଧ୍ୟ ଗ୍ୟାସ୍ ଏଜେନ୍ସିରେ ପଞ୍ଜୀକୃତ ହେବା ଆବଶ୍ୟକ। ଯଦି ଆଧାର ଲିଙ୍କ୍ ହୋଇନାହିଁ କିମ୍ବା ମୋବାଇଲ୍ ନମ୍ବର ପଞ୍ଜିକୃତ ହୋଇନାହିଁ, ତେବେ ଏହି ସୁବିଧା ଉପଲବ୍ଧ ହେବ ନାହିଁ।

ଆଧାର କାର୍ଡ ପଞ୍ଜିକୃତ କରିବା ପାଇଁ ଏହି ତିନୋଟି ଉପାୟ ରହିଛି। ପ୍ରଥମଟି ମୋବାଇଲ୍ ନମ୍ବର ମାଧ୍ୟମରେ, ଦ୍ୱିତୀୟଟି ଏସଏମଏସ ମାଧ୍ୟମରେ ଏବଂ ତୃତୀୟଟି UIDAI ୱେବସାଇଟ୍ ଜରିଆରେ।

ମୋବାଇଲ୍ ନମ୍ବର ଜରିଆରେ ପଞ୍ଜିକରଣ କରିବାକୁ ହେଲେ , ଆପଣ UID <ଆଧାର ନମ୍ବର> ଟାଇପ୍ କରି ଏହାକୁ ଗ୍ୟାସ୍ ଏଜେନ୍ସି ନମ୍ବରକୁ ପଠାଇବେ। ଥରେ ପଞ୍ଜୀକୃତ ହୋଇଗଲେ, ଆପଣଙ୍କ ମୋବାଇଲରେ ସୂଚନା ଆସିବ।

ଯଦି ଆପଣ ଏହାକୁ ମୋବାଇଲ୍ ନମ୍ବରରୁ SMS ମାଧ୍ୟମରେ ପଞ୍ଜୀକୃତ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣ ଗ୍ୟାସ୍ ଏଜେନ୍ସିର ଟୋଲ୍ ଫ୍ରି ନମ୍ବର 1800 2333 5555 କୁ କଲ କରିପାରିବେ ଏବଂ ସେଠାରେ ଥିବା କର୍ମଚାରୀଙ୍କୁ କହିପାରିବେ ଯେ ଆପଣଙ୍କୁ ଆଧାର ନମ୍ବର ଲିଙ୍କ୍ କରିବାକୁ ହେବ।

ଯଦି ଆପଣ ଅନଲାଇନରେ ଗ୍ୟାସ୍ ସବସିଡି ପାଇଁ ଆପଣଙ୍କର ଆଧାରକୁ ଲିଙ୍କ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ UIDAI ୱେବସାଇଟ୍ ଜରିଆରେ ମଧ୍ୟ ଏହି କାମ କରିପାରିବେ। ଏଥିପାଇଁ ୱେବସାଇଟରେ ଆପଣଙ୍କର ନାମ ଠିକଣା, ସ୍କିମ୍, ଗ୍ୟାସ୍ ବିତରକ ସୂଚନା ପୂରଣ କରି ଆପଣ ଆଧାର ସବସିଡି ପାଇବାକୁ ୱେବସାଇଟ୍ ମାଧ୍ୟମରେ ଲିଙ୍କ୍ କରିପାରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।