୮ ମାସରେ ୧୨ ହଜାରରୁ ଅଧିକ ଶସ୍ତା ହେଲା ସୁନା ଦର

ନୂଆଦିଲ୍ଲୀ: ଇନ୍ଧନ, ଖାଇବା ସାମଗ୍ରୀର ଦରଦାମ ବଢ଼ୁଥିବା ବେଳେ ସୁନା, ରୁପା ଦର କମିଛି। ଗତ ବର୍ଷ ଅଗଷ୍ଟରୁ ଏଯାବତ ୧୨ ହଜାର ଟଙ୍କାରୁ ଅଧିକ ଶସ୍ତା ହୋଇଛି ସୁନା ଦର। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଏବଂ ଟଙ୍କା ମଜବୁତ ହେବାରୁ ସୁନା ଦାମ କମିଛି। ସେହିପରି ଶିଳ୍ପର ଚାହିଦା ଦୁର୍ବଳ ହୋଇଥିବାରୁ ରୁପାର ଦାମ ମଧ୍ୟ ଶସ୍ତା ହୋଇଛି। ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୧,୦୯୬ ଟଙ୍କା ହ୍ରାସ ପାଇଥିବା ବେଳେ ୧୦ ଗ୍ରାମ ପିଛା ସୁନା ଦର ୨୯୧ ଟଙ୍କା କମିଛି। ଏଚଡ଼ିଏଫସି ସିକ୍ୟୁରିଟି ଅନୁଯାୟୀ ଶୁକ୍ରବାର ଦିନ ଡଲାର ହ୍ରାସ ସହିତ ସୁନା ଦର ହ୍ରାସ ପାଇଛି।

ଶୁକ୍ରବାର ଦିଲ୍ଲୀ ମାର୍କେଟରେ ସୁନା ମୂଲ୍ୟ ୪୪ ଗ୍ରାମ ପିଛା ୪୪,୩୫୦ ରୁ ୪୪,୦୫୯କୁ ଖସି ଆସିଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ଏକ ଅନ୍ସ ୧,୭୦୭ ଡଲାରକୁ ଖସି ଆସିଛି। ସେହିପରି ରୁପା ମୂଲ୍ୟ ୬୫ କିଲୋଗ୍ରାମ ପିଛା ୬୭,୦୫୪ ରୁ ୬୫,୯୫୮ ଟଙ୍କା ହୋଇଛି। ରୁପା ୧,୦୯୬ ଟଙ୍କା ହ୍ରାସ ପାଇଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୁପା ଦୁର୍ବଳ ରହିବାରୁ ଏହାର ମୂଲ୍ୟ ୨୫.୬୭ ଡଲାରକୁ ଖସିଛି।

ଅଗଷ୍ଟ ୨୦୨୦ରେ ସୁନା ଦର ୫୬,୨୦୦ ହୋଇଥିଲା। ଯାହାକି ସର୍ବକାଳୀନ ରେକର୍ଡ। ଏବେ ଅଗଷ୍ଟ ୨୦୨୦ ତୁଳନାରେ ସୁନାର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ଶସ୍ତା ହୋଇଛି। କେବଳ ୨୦୨୧ରେ ସୁନା ଦର ୫୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ମେ ୧୪ରେ ଅକ୍ଷୟ ତୃତୀୟା ରହିଛି। ଏହାପୂର୍ବରୁ ସୁନା ମୂଲ୍ୟ କମିବା ଗ୍ରାହକଙ୍କୁ ବଡ଼ ଆଣଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।