ନାଇଲେଟ-ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲଜୀ (ନାଇଲେଟ) ଓ ରାଜ୍ୟ ସରକାରଙ୍କ ଓକାକ୍ ମଧ୍ୟରେ ଆଜି ରାଜୀବ ଭବନରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଇଲୋକ୍ଟ୍ରୋନିସ୍  ମେନୁଫେକଚରିଂ (ବୈଦ୍ୟୁତିକ ସରଞ୍ଜାମ ଉତ୍ପାଦନ) କ୍ଷେତ୍ରରେ ନିଯୁକ୍ତି ପାଇଁ ଆସନ୍ତା ୩ ବର୍ଷରେ ୧୫ ହଜାର ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଅନୁସୂଚିତ ଜାତି ଓ ଜନଜାତି ଯୁବକଙ୍କୁ ଏଥିରେ ମାଗଣାରେ ଏହି ଟ୍ରେନିଂ ଦିଆଯିବାକୁ ବ୍ୟବସ୍ଥା ରହିଛି। ସେହିପରି ପ୍ରଶିକ୍ଷଣ ପାଇଁ ସାଧାରଣ ବର୍ଗର ଯୁବକଙ୍କୁ ୭୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେବେ। ପୂର୍ବ ଭାରତରେ ସବୁଠୁ ବଡ କେନ୍ଦ୍ର କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏ ନେଇ ୧୫ ହଜାର ଏକର ଜମି ମାଗଣାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ନାଇଲେଟ ଡିଜି ଅଶ୍ୱିନୀ କୁମାର ଶର୍ମା କହିଛନ୍ତି, ଏହି ଯୋଜନାରେ ସବୁ ରାଜ୍ୟରେ ୧୫ହଜାର ଯୁବକଙ୍କୁ ଇଲୋକ୍ଟ୍ରୋନିସ୍ ସେକ୍ଟରରେ ନିଯୁକ୍ତି ଲାଗି ପ୍ରଶିକ୍ଷଣ ଦିଆଯିବ। ୩ମାସରୁ ଏକ ମାସ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଛନ୍ତି।

ଆଇଟି ସଚିବ ପ୍ରଦୀପ ଜେନା କହିଛନ୍ତି, ଆଗାମୀ ୩ରୁ ସାଢେ ୩ବର୍ଷ ମଧ୍ୟରେ ରାଜ୍ୟର ୧୫ହଜାର ଯୁବତୀଯୁବକଙ୍କୁ ନାଇଲେଟ ଟ୍ରେନିଂ ସେକ୍ଟରରେ ପ୍ରଶିକ୍ଷଣ ଦିଆଯିବ। ଭିନ୍ନ ଭିନ୍ନ ସଂସ୍ଥା ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ। ୭୦ ପ୍ରତିଶତ ପିଲା ଚାକିରି ପାଇବା ପରେ ଟ୍ରନିଂ ଦେଇଥିବା ସଂସ୍ଥାକୁ ନାଇଲେଟ ପକ୍ଷରୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ।