Nokia 8.1 ଓ Nokia 8110 4Gର ଦାମ୍ କମିଲା

ନୂଆଦିଲ୍ଲୀ: ନୋକିଆ ପୁଣି ଥରେ ମୋବାଇଲ୍‌ ମାର୍କେଟ୍‌ରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ ଫୁଲ୍‌ ଦମ୍‌ରେ ଲାଗିପଡ଼ିଛି। ଅନ୍ୟ ସ୍ମାର୍ଟ୍‌ଫୋନ୍‌ ନିର୍ମାତା କମ୍ପାନୀଗୁଡ଼ିକୁ ଟକ୍କର ଦେବାକୁ ନୋକିଆ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ଦମ୍‌ଦାର ଫିଚର୍‌ଯୁକ୍ତ ଫୋନ୍‌ ବଜାରକୁ ଛାଡ଼ୁଛି। ଆସନ୍ତା ୫ରେ ବର୍ଲିନରେ ହେବାକୁ ଥିବା IFA 2019 କମ୍ପାନୀ ତା’ର କିଛି ନୂଆ ସ୍ମାର୍ଟଫୋନ୍ Nokia 5.2, Nokia 6.2 ଓ Nokia 7.2 ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହୋଇସାରିଛି। ହେଲେ ତା’ ପୂର୍ବରୁ କମ୍ପାନୀ Nokia 8.1 ଓ Nokia 8110 4Gର ଦାମ୍ ହ୍ରାସ କରି ଦେଇଛି।

ଗତ କିଛିଦିନ ତଳେ କମ୍ପାନୀ Nokia 6.1 Plus ଓ Nokia 7.1ର ମୂଲ୍ୟ କମ୍‌ କରିଦେଇଥିଲା। ବର୍ତ୍ତମାନ କମ୍ପାନୀ Nokia 8.1(4GB)ର ମୂଲ୍ୟ କମ୍‌ କରି ୧୫ ହଜାର ୯୯୯ ଟଙ୍କା ଓ 64GBର ମୂଲ୍ୟ ୨୨ ହଜାର ୯୯ ଟଙ୍କା କରିଦେଇଛି। ସେହିପରି Nokia 8110 4G ଫୋନ୍‌ର ମଧ୍ୟ ଦାମ୍‌ କମ୍ କରି ୨ ହଜାର ୯୯୯ ଟଙ୍କା କରି ଦିଆଯାଇଛି।

Nokia 8.1ରେ ଥିବା ସୁବିଧା: Nokia 8.1ରେ ୬.୧୮ ଇଞ୍ଚ୍‌ର ଆଇପିଏସ୍‌ ଏଲ୍‌ସିଡି ସ୍କ୍ରିନ୍‌ ଦିଆଯାଇଛି, ଯାହାର ଏକ୍ସପେକ୍ଟ ରେସିଓ ୧୮.୭:୯ ରହିଛି। ଏହି ଫୋନ୍ ୨.୨ ଗିଗାହର୍ଟଜ୍ କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌  ୭୧୦ ପ୍ରୋସେସ୍‌ରରେ କାମ କରେ। ଫୋନ୍‌ଟି ଆଣ୍ଡ୍ରଏଡ୍‌ ୮.୧ ଓରିଓରେ କାମ କରେ। ଏହା 4GB ରାମ୍ ଓ 64GB ଷ୍ଟୋରେଜ ଏବଂ 6GB ରାମ୍ ଓ 128GB ଷ୍ଟୋରେଜ ଦୁଇଟି ଭ୍ୟାରିୟାଣ୍ଟରେ ଉପଲବ୍ଧ। ଫଟୋଗ୍ରାଫି ପାଇଁ Nokia 8.1ରେ ଦୁଇଟି ରିୟର୍‌ କ୍ୟାମେରା ରହିଛି। ଗୋଟିଏ ୧୨ ମେଗାପିକ୍ସେଲ୍‌ ଓ ଅନ୍ୟଟି ୧୩ ମେଗାପିକ୍ସେଲ୍‌। ସେଲ୍‌ଫି ପାଇଁ ମଧ୍ୟ ୨୦ ମେଗାପିକ୍ସେଲ୍‌ର କ୍ୟାମେରା ଦିଆଯାଇଛି।

Nokia 8110 4G ଫୋନ୍‌ରେ ଥିବା ସୁବିଧା:  ଏହା କମ୍ପାନୀର ଏକ ସ୍ଲାଇଡର ଓପନିଂ ଯୁକ୍ତ ଫିଚର୍‌ ଫୋନ୍‌। ଏଥିରେ ୨.୪ ଇଞ୍ଚ୍‌ର QVGAକର୍ଡ଼ ଡିସପ୍ଲେ ଦିଆଯାଇଛି। ଏଥିସହ ଏହି ଫୋନ୍‌ରେ ୫୧୨MBର ରାମ୍‌ ଓ ୪ଜିବିର ଇଣ୍ଟରନାଲ୍‌ ଷ୍ଟୋରେଜ ଦିଆଯାଇଛି। ଏହା 1.1 GHz କ୍ୱାଲକମ୍‌ ୨୦୫ର ଚିପ୍‌ସେଟ୍‌ରେ କାମ କରେ। ଏଥିରେ ୨ ମେଗାପିକ୍ସେଲ୍‌ର କ୍ୟାମେରା ଦିଆଯାଇଛି। ପାୱାର୍‌ ବ୍ୟାକ୍‌ଅପ୍‌ ପାଇଁ ଏଥିରେ ୧୫୦୦ ଏମ୍‌ଏଚ୍‌ର ବ୍ୟାଟେରୀ ଦିଆଯାଇଛି।