ବ୍ୟାଙ୍କ ବ୍ୟତୀତ ଅନ୍ୟ ସବୁଠି ପୁରୁଣା ୫୦୦ ଟଙ୍କିଆ ନୋଟ୍ ଅଚଳ

ଭୁବନେଶ୍ୱର: ଆଜି ମଧ୍ୟରାତ୍ରରୁ ବ୍ୟାଙ୍କ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଅଚଳ ହେବ ପୁରୁଣା ୫୦୦ ଟଙ୍କିଆ ନୋଟ୍। ଅର୍ଥାତ୍ ପାଣି ଓ ଇଲେକ୍ଟ୍ରିବିଲ୍ ପୈଠ, ଡାକ୍ତରଖାନା, ଔଷଧ ଦୋକାନ ଏବଂ ମୋବାଇଲ୍ ଫୋନ୍ ରିଚାର୍ଜ ଆଦି କ୍ଷେତ୍ରରେ ଆଉ ପୁରୁଣା ୫୦୦ ଟଙ୍କିଆ ନୋଟ୍ କାରବାର ହୋଇପାରିବ ନାହିଁ। ଲୋକମାନେ ଏହି ଟଙ୍କାକୁ କେବଳ ବ୍ୟାଙ୍କରେ ନିଜ ଆକାଉଣ୍ଟରେ ଜମା ରଖିପାରିବେ। ପୂର୍ବରୁ କେବଳ ପେଟ୍ରୋଲ୍ ପମ୍ପ୍ ଓ ବିମାନ ବନ୍ଦରରେ ପୁରୁଣା ୫୦୦ ଓ […]

fivehundred

fivehundred

Rakesh Mallick
  • Published: Thursday, 15 December 2016
  • Updated: 15 December 2016, 08:09 AM IST

Sports

Latest News

ଭୁବନେଶ୍ୱର: ଆଜି ମଧ୍ୟରାତ୍ରରୁ ବ୍ୟାଙ୍କ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଅଚଳ ହେବ ପୁରୁଣା ୫୦୦ ଟଙ୍କିଆ ନୋଟ୍। ଅର୍ଥାତ୍ ପାଣି ଓ ଇଲେକ୍ଟ୍ରିବିଲ୍ ପୈଠ, ଡାକ୍ତରଖାନା, ଔଷଧ ଦୋକାନ ଏବଂ ମୋବାଇଲ୍ ଫୋନ୍ ରିଚାର୍ଜ ଆଦି କ୍ଷେତ୍ରରେ ଆଉ ପୁରୁଣା ୫୦୦ ଟଙ୍କିଆ ନୋଟ୍ କାରବାର ହୋଇପାରିବ ନାହିଁ। ଲୋକମାନେ ଏହି ଟଙ୍କାକୁ କେବଳ ବ୍ୟାଙ୍କରେ ନିଜ ଆକାଉଣ୍ଟରେ ଜମା ରଖିପାରିବେ। ପୂର୍ବରୁ କେବଳ ପେଟ୍ରୋଲ୍ ପମ୍ପ୍ ଓ ବିମାନ ବନ୍ଦରରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଥିଲା। କିନ୍ତୁ ଆଜି ମଧ୍ୟରାତ୍ରରୁ ବ୍ୟାଙ୍କ ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ପୁରୁଣା ୫୦୦ ଟଙ୍କିଆ ନୋଟ୍ ଅଚଳ ହେବ। ସରକାର କ୍ୟାସ୍‌ଲେସ୍ କାରବାର ପାଇଁ ଗୁରୁତ୍ୱ ଦେଉଥିବା ବେଳେ ପେଟ୍ରୋଲ୍ ପମ୍ପ୍, ରେଳ ଟିକେଟ୍, ବୀମା ପଲିସି ଓ ପିଏସ୍‌ୟୁ କଂପାନୀରେ କାଟର୍ଡ ମାଧ୍ୟମରେ ଦେୟ ପୈଠ କଲେ ରିହାତି ମିଳିବା ନେଇ ମଧ୍ୟ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos