ରାଜ୍ୟ ସରକାରଙ୍କୁ ଓଏମସି ଦେଲେ ୫୦୦ କୋଟି ଟଙ୍କାର ଲାଭାଂଶ

ଭୁବନେଶ୍ୱର: ୨୦୧୫-୧୬ ଆର୍ଥିକ ବର୍ଷରେ ଓଏମସି ନିଜ ଲାଭରୁ ୫ ଶହ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳିନ ଲାଭାଂଶ  ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି।  ଗତକାଲି ଅପରାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଏମସି କର୍ତ୍ତୃପକ୍ଷ ଏହି ଲାଭାଂଶ ପ୍ରଦାନ କରିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଓଏମସି ୧୮୮୧ କୋଟି ଟଙ୍କାର ବିକ୍ରୟ କାରବାର କରି ଆୟକର ଦେଲା ପରେ ୯୭୭ କୋଟି ଟଙ୍କା ନିଟ୍ ଲାଭ କରିଛି। ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ଯେ ଖଣି ଅଞ୍ଚଳରେ ଭିତ୍ତିଭୂମି ସହ ସାଧାରଣ ଲୋକଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ନିମନ୍ତେ ଓଏମସି କାମ କରିବ।