ବଢ଼ି ଚାଲିଥିବା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହେବ ୟୁରୋ-୬ ମାନଙ୍କ

ଭୁବନେଶ୍ୱର: ଦେଶରେ ଯାନବାହନ ବ୍ୟବହାର ଯୋଗୁ ବଢ଼ି ଚାଲିଥିବା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହେବ ୟୁରୋ-୬ ମାନଙ୍କ। ଏଥିପାଇଁ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ବିଏସ୍-୬ ଯାନବାହନ ଇନ୍ଧନ ବାବଦରେ ୨୮ହଜାର ୭୫୦ କୋଟି ଟଙ୍କା ନିବେଶ କରିବେ। ଏହାସହ ୨୦୨୦ ଏପ୍ରିଲ ୧ ତାରିଖ ସୁଦ୍ଧା ଭାରତ ବିଏସ୍-୬ ସମ୍ପନ୍ନ ଯାନବାହନ ଇନ୍ଧନକୁ ପରିବର୍ତ୍ତନ କରାଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପାରାଦୀପ ରିଫାଇନାରୀ କମ୍ପାନୀ ନିର୍ଦ୍ଦେଶକ ସଞ୍ଜୀବ ସିଂ। ସେ କହିଛନ୍ତି, ଆସନ୍ତା ୭ ତାରିଖରେ ୧୫ ଏମଟିପିଏ କ୍ଷମତା ସମ୍ପନ୍ନ ପାରାଦୀପ ରିଫାଇନାରୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ଇଣ୍ଡିଆନ୍ ଅଏଲ ଏହି ୧୧ତମ ରିଫାଇନାରୀ ଦ୍ୱାରା ଦେଶରେ ବଢ଼ି ଚାଲିଥିବା ଉର୍ଜା ଚାହିଦାକୁ ପୂରଣ କରିପାରିବ ବୋଲି କହିଛନ୍ତି ସଞ୍ଜୀବ ସିଂ।