‘ଷ୍ଟାର୍ଟ୍ ଅପ୍ ଇଣ୍ଡିଆ’ ଆରମ୍ଭ

ନୂଆଦିଲ୍ଲୀ: ରିସ୍କ ନେବାର କ୍ଷମତାରେ ହିଁ ସଫଳତା ନିର୍ଭର କରେ। ଯେଉଁ ଉଦ୍ୟୋଗୀ ରିସ୍କ ନେଇଥାଏ ସେ ଆଗକୁ ବଢିଥାଏ। ଷ୍ଟାର୍ଟ ଅପ୍ ର ଅର୍ଥ ବିଲିୟନ୍ ଡଲାର୍ କମ୍ପାନୀ ନୁହେଁ ଯେଉଁଠାରେ କି ଶହ ଶହ ଲୋକ କାମ କରିଥାନ୍ତି। ଏହା ହେଉଛି ୫ଜଣଙ୍କୁ ନିଯୁକ୍ତି ଦେବା ଏବଂ ଭାରତର ବିକାଶ କରିବା। ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଷ୍ଟାର୍ଟ୍ ଅପ୍ ଇଣ୍ଡିଆ ଅଭିଯାନକୁ ଆରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଉଦଘାଟନୀ କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ।