Bijepur Baji – Odisha Reporter https://odishareporter.in Sat, 19 Oct 2019 15:03:08 +0000 en-US hourly 1 ବିଜେପୁରରେ ପ୍ରଚାର ସରିଲା, ଦିନକ ପରେ ଭୋଟ୍ https://odishareporter.in/odisha/bijepur-assembly-bypoll-on-october-21-449665 Sat, 19 Oct 2019 15:03:08 +0000 http://odishareporter.in/?p=449665

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦିନକ ପରେ ଅର୍ଥାତ୍ ସୋମବାର ଦିନ ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ନିର୍ବାଚନମଣ୍ଡଳୀରେ ମୋଟ ୨୮୫ଟି ବୁଥ୍ ମାଧ୍ୟମରେ ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ୧୩୫ଟି ବୁଥକୁ ସମ୍ବଦେନଶୀଳ ଚିହ୍ନଟ କରାଯାଇଛି। ଏପଟେ ରାଜ୍ୟ ସରକାର ବିଜେପୁର ଉପନିର୍ବାଚନ ପାଇଁ ୨୧ତାରିଖକୁ […]

The post ବିଜେପୁରରେ ପ୍ରଚାର ସରିଲା, ଦିନକ ପରେ ଭୋଟ୍ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦିନକ ପରେ ଅର୍ଥାତ୍ ସୋମବାର ଦିନ ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ନିର୍ବାଚନମଣ୍ଡଳୀରେ ମୋଟ ୨୮୫ଟି ବୁଥ୍ ମାଧ୍ୟମରେ ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ୧୩୫ଟି ବୁଥକୁ ସମ୍ବଦେନଶୀଳ ଚିହ୍ନଟ କରାଯାଇଛି। ଏପଟେ ରାଜ୍ୟ ସରକାର ବିଜେପୁର ଉପନିର୍ବାଚନ ପାଇଁ ୨୧ତାରିଖକୁ ସବୈତନିକ ଛୁଟି ଘୋଷଣା କରିଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ମୋଟ ୧୮୯୫ଜଣ କର୍ମଚାରୀଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରେ ନିୟୋଜିତ କରାଯାଇଛି। ନିର୍ବାଚନମଣ୍ଡଳୀରେ ୬ଟି ବୁ୍ଥ୍ ନକ୍ସଲ ପ୍ରବଣ ଅଞ୍ଚଳରେ ହୋଇଥିବାବେଳେ ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ଓ ୨୮ଟି ବୁଥରେ ୱେବକାଷ୍ଟିଙ୍ଗ୍ କରାଯିବ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ବିଜେପୁର ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ସପକ୍ଷରେ ପ୍ରଚାର ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ୨ଦିନ ପ୍ରଚାର କରିଥିବାବେଳେ ବିଜେଡିର ୧୨ରୁ ଅଧିକ ମନ୍ତ୍ରୀ ଓ ବହୁ ହେଭିୱେଟ୍ ବିଧାୟକ ଓ ସାଂସଦ ସେଠାରେ ଡେରା ପକାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଜୋରଦାର ପ୍ରଚାର କରିଛନ୍ତି। ଏହି ଦୁଇ ଦଳ ତୁଳନାରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସପକ୍ଷରେ ଦଳୀୟ ପ୍ରଚାର ଅଭିଯାନ ଧିମା ରହିଥିବା ଦେଖିବାକୁ ମିଳିଛି।

The post ବିଜେପୁରରେ ପ୍ରଚାର ସରିଲା, ଦିନକ ପରେ ଭୋଟ୍ appeared first on Odisha Reporter.

]]>
right top 2019-10-19 20:33:08 https://cdn.odishareporter.in/wp-content/uploads/2019/10/19203258/1111.jpg
ବିଜେପୁର ପାଇଁ ସରଗରମ ରାଜନୀତି, ଅସନ୍ତୁଷ୍ଟଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ https://odishareporter.in/odisha/politics-on-edge-for-bijepur-by-election-443318 Fri, 04 Oct 2019 15:00:28 +0000 http://odishareporter.in/?p=443318

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ନାମାଙ୍କନପତ୍ର ଦାଖଲ ସରିବା ପରେ ପ୍ରକାଶ ପାଇଛି ତିନି ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା। ବର୍ତ୍ତମାନ ପ୍ରଚାର ଜୋରଦାର ହୋଇନଥିଲେ ହେଁ ସବୁ ଦଳ ନିଜ ନିଜର ଘର ସଜାଡ଼ିବା ସହ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି। ଏଥିପାଇଁ ଘନ ଘନ ବୈଠକ ବସିବା ସହ ନେତାଙ୍କୁ ପଞ୍ଚାୟତଓ୍ୱାରୀ ଦାୟିତ୍ୱ ଦିଆଯାଉଛି। ତେବେ ଅସନ୍ତୁଷ୍ଟମାନଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ […]

The post ବିଜେପୁର ପାଇଁ ସରଗରମ ରାଜନୀତି, ଅସନ୍ତୁଷ୍ଟଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ନାମାଙ୍କନପତ୍ର ଦାଖଲ ସରିବା ପରେ ପ୍ରକାଶ ପାଇଛି ତିନି ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା। ବର୍ତ୍ତମାନ ପ୍ରଚାର ଜୋରଦାର ହୋଇନଥିଲେ ହେଁ ସବୁ ଦଳ ନିଜ ନିଜର ଘର ସଜାଡ଼ିବା ସହ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି।

ଏଥିପାଇଁ ଘନ ଘନ ବୈଠକ ବସିବା ସହ ନେତାଙ୍କୁ ପଞ୍ଚାୟତଓ୍ୱାରୀ ଦାୟିତ୍ୱ ଦିଆଯାଉଛି। ତେବେ ଅସନ୍ତୁଷ୍ଟମାନଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଉପନିର୍ବାନକୁ ନେଇ ଘନ ଘନ ଦଳୀୟ କାର୍ଯ୍ୟକ୍ରମରେ ଉଠୁଛି ପଡୁଛି ବିଜେପୁର।

କଂଗ୍ରେସ ବିଜେପୁର ବ୍ଲକ ପଡ଼ା ଗାଁରୁ ପ୍ରଚାର ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ବରଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବୁଥ୍, ପଞ୍ଚାୟତ ଓ ବ୍ଲକରେ ଗଡ଼ ଜଗିବା ନେଇ ନେତାଙ୍କୁ ଦାୟିତ୍ୱ ବଣ୍ଟନ ହୋଇଛି। ରାଜ୍ୟ ସରକାରଙ୍କ ବିଫଳତା, ମୋଦି ସରକାରର ସଫଳତା ବାର୍ତ୍ତା ସାଙ୍ଗକୁ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଛାଡ଼ିବା ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବାକୁ ସ୍ଥିର କରିଛି ବିଜେପି।

ବିଜେଡି ଆଜି ବରପାଲିରେ ଦଳର ବରିଷ୍ଠ ଓ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ରଣନୀତି ଚୂଡ଼ାନ୍ତ କରିଛି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କାର୍ଯ୍ୟକ୍ରମ ଉପରେ ବିଷଦ ଆଲୋଚନା ହୋଇଛି। ବିଜେଡି ପ୍ରତି ପଞ୍ଚାୟତ ଏମିତି କି ଓ୍ୱାର୍ଡରେ ବି ନେତାମାନଙ୍କୁ ଭୋଟରଙ୍କୁ ମନାଇବାକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ବିଜେପୁର ନିର୍ବାଚନରେ ସବୁ ଦଳ ପାଇଁ ଅଡ଼ୁଆ ହୋଇଛନ୍ତି କର୍ମୀ ଅସନ୍ତୋଷ। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠ୍ ଏଥର ଟିକେଟ ପାଇନାହାନ୍ତି। ତେଣୁ ସେ ନିଜର ଅସନ୍ତୋଷ ପ୍ରକାଶ କରି ପ୍ରଚାରରୁ ଦୂରେଇ ରହିଛନ୍ତି। ସେହିପରି ୨୦୧୮ ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ମଧ୍ୟ ଦଳ ଉପରେ ସେତେଟା ଖୁସ୍ ନଥିବା କୁହାଯାଉଛି।

କିନ୍ତୁ ସବୁଠୁ ବେଶୀ ସମସ୍ୟା ବିଜେଡି କ୍ୟାମ୍ପରେ ଦେଖିବାକୁ ମିଳିଛି। ପ୍ରାର୍ଥୀ ହେବାକୁ ଅଧିକ ଆଶାୟୀ ଓ ଅନ୍ୟ ଦଳରୁ ଆସିଥିବା ନେତାଙ୍କ ଭୂମିକାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଦାନା ବାନ୍ଧିବା ଆରମ୍ଭ କରିଛି। ଯେମିତିକି ଗାଇସିଲଟ୍ ବ୍ଲକରେ ନାରାୟଣ ସାହୁ, ପ୍ରଣୟ ସାହୁ, ବରପାଲିରେ ପ୍ରଭାତ ଆଦିତ୍ୟ ମିଶ୍ର, ବିକ୍ରମ ସିଂହଦେଓ ଏବଂ ପୂର୍ବତନ ବରଗଡ଼ ସାଂସଦ ପ୍ରଭାସ ସିଂ ଦଳ ଉପରେ କ୍ଷୁବ୍ଧ ହୋଇଥିବା କୁହାଯାଉଛି। ତେବେ ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଷ୍ଟାର କ୍ୟାମ୍ପେନର ତାଲିକାରେ ରଖି ବିଜେଡି ମନାଇବାକୁ ଜୋରଦାର୍ ଉଦ୍ୟମ ଚଳାଇଛି।

ସବୁଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଦୁର୍ଗାପୂଜା ପରେ ହିଁ ବିଜେପୁରରେ ଜମିବ ଅସଲ ପ୍ରଚାର।

The post ବିଜେପୁର ପାଇଁ ସରଗରମ ରାଜନୀତି, ଅସନ୍ତୁଷ୍ଟଙ୍କୁ ମନାଇବା ସବୁ ଦଳ ପାଇଁ ଚ୍ୟାଲେଞ୍ଜ appeared first on Odisha Reporter.

]]>
right top 2019-10-04 20:46:03 https://odishareporter.in/wp-content/uploads/2019/10/ccc-2.jpg
ଝଡ଼ବର୍ଷା ସହ ବଜ୍ରପାତ ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା https://odishareporter.in/bijepur-baji/weather-report-3-442939 Fri, 04 Oct 2019 02:22:13 +0000 http://odishareporter.in/?p=442939 The post ଝଡ଼ବର୍ଷା ସହ ବଜ୍ରପାତ ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା appeared first on Odisha Reporter.

]]>
The post ଝଡ଼ବର୍ଷା ସହ ବଜ୍ରପାତ ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା appeared first on Odisha Reporter.

]]>
2019-10-04 07:52:13
ଲୋକପାଳ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗ: ଓଡ଼ିଶାର ଆବେଦନ ଅଗ୍ରାହ୍ୟ କଲେ କୋର୍ଟ https://odishareporter.in/bijepur-baji/sc-4-292307 Wed, 24 Oct 2018 07:54:33 +0000 https://odishareporter.in/?p=292307 The post ଲୋକପାଳ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗ: ଓଡ଼ିଶାର ଆବେଦନ ଅଗ୍ରାହ୍ୟ କଲେ କୋର୍ଟ appeared first on Odisha Reporter.

]]>
The post ଲୋକପାଳ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗ: ଓଡ଼ିଶାର ଆବେଦନ ଅଗ୍ରାହ୍ୟ କଲେ କୋର୍ଟ appeared first on Odisha Reporter.

]]>
2018-10-24 13:24:33
୪୧,୯୩୩ ଭୋଟ୍‌ରେ ଜିତିଲେ ରୀତା ସାହୁ https://odishareporter.in/odisha/reeta-sahoo-won-bijepur-by-election-215053 https://odishareporter.in/odisha/reeta-sahoo-won-bijepur-by-election-215053#respond Wed, 28 Feb 2018 10:40:07 +0000 http://odishareporter.in/?p=215053

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଜେପୁର ରେଜଲ୍ଟ ବାହାରିଛି। ବିଜେପୁରରେ ବାଜି ମାରିଛି ବିଜେଡି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧  ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ […]

The post ୪୧,୯୩୩ ଭୋଟ୍‌ରେ ଜିତିଲେ ରୀତା ସାହୁ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଜେପୁର ରେଜଲ୍ଟ ବାହାରିଛି। ବିଜେପୁରରେ ବାଜି ମାରିଛି ବିଜେଡି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧  ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇଛନ୍ତି।

ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି। ବିଜେଡିକୁ ଅକୁଣ୍ଠିତ ଆଶୀର୍ବାଦ ଦେଇଥିବା ଯୋଗୁଁ ସେ ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଗୋଟିଏ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାବାସୀ କେବେ ହିଂସାକୁ ସମର୍ଥନ କରିବେ ନାହିଁ। ବିଜେପୁର ବିଜୟ ନେଇ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

The post ୪୧,୯୩୩ ଭୋଟ୍‌ରେ ଜିତିଲେ ରୀତା ସାହୁ appeared first on Odisha Reporter.

]]>
https://odishareporter.in/odisha/reeta-sahoo-won-bijepur-by-election-215053/feed 0 2018-03-01 12:51:36 https://odishareporter.in/wp-content/uploads/2018/03/Reeta.jpg
ବିଜେଡିର ସେଲିବ୍ରେସନ୍ ବେଳେ ବସ୍‌ରେ ନିଆଁ ଲାଗିଗଲା https://odishareporter.in/odisha/bus-caught-fire-in-dhenkanal-215058 https://odishareporter.in/odisha/bus-caught-fire-in-dhenkanal-215058#respond Wed, 28 Feb 2018 09:50:35 +0000 http://odishareporter.in/?p=215058

ଢେଙ୍କନାଳ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନରେ ବିଜେଡି ବାଜି ମାରିଛି। ଏନେଇ କେବଳ ଔପଚାରିକ ଘୋଷଣା ବାକି ଅଛି କହିଲେ ଭୁଲ୍ ହେବ ନାହିଁ। ଏହି ବିଜୟକୁ ନେଇ ସାରା ରାଜ୍ୟରେ ବିଜେଡି ନେତା ଓ କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି। ଢେଙ୍କାନାଳ ସହରରେ ବିଜେଡି ପକ୍ଷରୁ ବିଜେପୁର ବିଜୟ ନେଇ ସେଲିବ୍ରେସନ୍ କରାଯାଉଥିବା ବେଳେ ଅଘଟଣ ଘଟିଛି। ସେଲିବ୍ରେସନ୍ ସମୟରେ ବାଣ ଫୁଟା ଯାଉଥିଲା। ଏକ ଗଛ ବାଣରୁ ଚଳନ୍ତା ବସ୍‌ରେ ନିଆଁ ପଡ଼ିଯାଇଥିଲା। […]

The post ବିଜେଡିର ସେଲିବ୍ରେସନ୍ ବେଳେ ବସ୍‌ରେ ନିଆଁ ଲାଗିଗଲା appeared first on Odisha Reporter.

]]>

ଢେଙ୍କନାଳ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନରେ ବିଜେଡି ବାଜି ମାରିଛି। ଏନେଇ କେବଳ ଔପଚାରିକ ଘୋଷଣା ବାକି ଅଛି କହିଲେ ଭୁଲ୍ ହେବ ନାହିଁ। ଏହି ବିଜୟକୁ ନେଇ ସାରା ରାଜ୍ୟରେ ବିଜେଡି ନେତା ଓ କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି। ଢେଙ୍କାନାଳ ସହରରେ ବିଜେଡି ପକ୍ଷରୁ ବିଜେପୁର ବିଜୟ ନେଇ ସେଲିବ୍ରେସନ୍ କରାଯାଉଥିବା ବେଳେ ଅଘଟଣ ଘଟିଛି। ସେଲିବ୍ରେସନ୍ ସମୟରେ ବାଣ ଫୁଟା ଯାଉଥିଲା। ଏକ ଗଛ ବାଣରୁ ଚଳନ୍ତା ବସ୍‌ରେ ନିଆଁ ପଡ଼ିଯାଇଥିଲା। ଫଳରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଢେଙ୍କନାଳ ବସ୍‌ଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଛି। ତେବେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ।

The post ବିଜେଡିର ସେଲିବ୍ରେସନ୍ ବେଳେ ବସ୍‌ରେ ନିଆଁ ଲାଗିଗଲା appeared first on Odisha Reporter.

]]>
https://odishareporter.in/odisha/bus-caught-fire-in-dhenkanal-215058/feed 0 2018-03-01 04:59:06 https://odishareporter.in/wp-content/uploads/2018/03/bus-copy.jpg
ଲକ୍ଷେ ଟପି ଗଲେ ରୀତା, ଆଉ ଗୋଟିଏ ରାଉଣ୍ଡ ଗଣତି https://odishareporter.in/odisha/bijepur-by-poll-2oth-round-counting-215061 https://odishareporter.in/odisha/bijepur-by-poll-2oth-round-counting-215061#respond Wed, 28 Feb 2018 08:32:06 +0000 http://odishareporter.in/?p=215061

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ୨୦ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧,୫୩୯ ଭୋଟ୍‌ରେ ଆଗୁଆ ଅଛନ୍ତି। ଏହି ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧,୦୧,୪୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୫୯,୮୯୬ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୦,୧୫୩ଟି ଭୋଟ୍ […]

The post ଲକ୍ଷେ ଟପି ଗଲେ ରୀତା, ଆଉ ଗୋଟିଏ ରାଉଣ୍ଡ ଗଣତି appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ୨୦ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧,୫୩୯ ଭୋଟ୍‌ରେ ଆଗୁଆ ଅଛନ୍ତି।

ଏହି ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧,୦୧,୪୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୫୯,୮୯୬ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୦,୧୫୩ଟି ଭୋଟ୍ ପାଇଛନ୍ତି।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ରୀତାଙ୍କ ସ୍ୱାମୀ ସ୍ୱର୍ଗତ ସୁବଳ ସାହୁ ଏହି ଆସନରେ ୫୩,୨୯୦ ଭୋଟ୍ ପାଇ ବିଜୟୀ ହୋଇଥିଲେ। ସେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ।

The post ଲକ୍ଷେ ଟପି ଗଲେ ରୀତା, ଆଉ ଗୋଟିଏ ରାଉଣ୍ଡ ଗଣତି appeared first on Odisha Reporter.

]]>
https://odishareporter.in/odisha/bijepur-by-poll-2oth-round-counting-215061/feed 0 2018-03-01 05:05:25 https://odishareporter.in/wp-content/uploads/2018/02/Bijepur20-1.jpg
ରୀତା ଆଗରେ, ୨୮ ହଜାର ଭୋଟ୍‌ରେ ଅଶୋକ ପଛୁଆ https://odishareporter.in/odisha/bijepur-12th-round-counting-214976 https://odishareporter.in/odisha/bijepur-12th-round-counting-214976#respond Wed, 28 Feb 2018 06:36:07 +0000 http://odishareporter.in/?p=214976

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଦ୍ୱାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୮,୨୮୨ ଭୋଟ୍‌ରେ ଆଗୁଆ ଅଛନ୍ତି। ଦ୍ୱାଦଶ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୬୫,୪୦୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୭,୧୧୯ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୩୨୫୯ଟି ଭୋଟ୍ […]

The post ରୀତା ଆଗରେ, ୨୮ ହଜାର ଭୋଟ୍‌ରେ ଅଶୋକ ପଛୁଆ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଦ୍ୱାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୮,୨୮୨ ଭୋଟ୍‌ରେ ଆଗୁଆ ଅଛନ୍ତି।

ଦ୍ୱାଦଶ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୬୫,୪୦୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୭,୧୧୯ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୩୨୫୯ଟି ଭୋଟ୍ ପାଇଛନ୍ତି।

The post ରୀତା ଆଗରେ, ୨୮ ହଜାର ଭୋଟ୍‌ରେ ଅଶୋକ ପଛୁଆ appeared first on Odisha Reporter.

]]>
https://odishareporter.in/odisha/bijepur-12th-round-counting-214976/feed 0 2018-02-28 12:06:07 https://odishareporter.in/wp-content/uploads/2018/02/bijepur12.jpg
ଅଶୋକଙ୍କଠାରୁ ୨୫ ହଜାର ଭୋଟ୍‌ରେ ଆଗେଇଲେ ରୀତା https://odishareporter.in/odisha/bijepur-by-poll-counting-11th-round-ends-214954 https://odishareporter.in/odisha/bijepur-by-poll-counting-11th-round-ends-214954#respond Wed, 28 Feb 2018 06:26:12 +0000 http://odishareporter.in/?p=214954

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୫,୧୬୬ ଭୋଟ୍‌ରେ ଆଗୁଆ ଅଛନ୍ତି। ଏକାଦଶ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୯,୨୯୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୪,୧୩୨ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୯୮୦ଟି ଭୋଟ୍ […]

The post ଅଶୋକଙ୍କଠାରୁ ୨୫ ହଜାର ଭୋଟ୍‌ରେ ଆଗେଇଲେ ରୀତା appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୫,୧୬୬ ଭୋଟ୍‌ରେ ଆଗୁଆ ଅଛନ୍ତି।

ଏକାଦଶ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୯,୨୯୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୪,୧୩୨ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୯୮୦ଟି ଭୋଟ୍ ପାଇଛନ୍ତି।

The post ଅଶୋକଙ୍କଠାରୁ ୨୫ ହଜାର ଭୋଟ୍‌ରେ ଆଗେଇଲେ ରୀତା appeared first on Odisha Reporter.

]]>
https://odishareporter.in/odisha/bijepur-by-poll-counting-11th-round-ends-214954/feed 0 2018-02-28 12:03:56 https://odishareporter.in/wp-content/uploads/2018/02/Bijepur11.jpg
ଦଶମ ରାଉଣ୍ଡ ଗଣତି ଶେଷ: ଅଶୋକଙ୍କଠାରୁ ରୀତା ୨୨,୭୩୮ ଭୋଟ୍‌ରେ ଆଗୁଆ https://odishareporter.in/odisha/10th-round-counting-in-bijepur-by-poll-vote-214943 https://odishareporter.in/odisha/10th-round-counting-in-bijepur-by-poll-vote-214943#respond Wed, 28 Feb 2018 06:10:10 +0000 http://odishareporter.in/?p=214943

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଦଶମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୨,୭୩୮ ଭୋଟ୍‌ରେ ଆଗୁଆ ଅଛନ୍ତି। ଦଶମ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୪,୧୦୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୧,୩୬୬ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨,୭୮୮ଟି ଭୋଟ୍ […]

The post ଦଶମ ରାଉଣ୍ଡ ଗଣତି ଶେଷ: ଅଶୋକଙ୍କଠାରୁ ରୀତା ୨୨,୭୩୮ ଭୋଟ୍‌ରେ ଆଗୁଆ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଦଶମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୨,୭୩୮ ଭୋଟ୍‌ରେ ଆଗୁଆ ଅଛନ୍ତି।

ଦଶମ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୪,୧୦୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୧,୩୬୬ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨,୭୮୮ଟି ଭୋଟ୍ ପାଇଛନ୍ତି।

The post ଦଶମ ରାଉଣ୍ଡ ଗଣତି ଶେଷ: ଅଶୋକଙ୍କଠାରୁ ରୀତା ୨୨,୭୩୮ ଭୋଟ୍‌ରେ ଆଗୁଆ appeared first on Odisha Reporter.

]]>
https://odishareporter.in/odisha/10th-round-counting-in-bijepur-by-poll-vote-214943/feed 0 2018-02-28 11:40:10 https://odishareporter.in/wp-content/uploads/2018/02/bijepur10th.jpg
ନବମ ରାଉଣ୍ଡ ପରେ ବିଜେପିଠାରୁ ବିଜେଡି ୨୦,୭୯୧ ଭୋଟ୍‌ରେ ଆଗୁଆ https://odishareporter.in/odisha/bijepur-by-poll-9th-round-counting-214939 https://odishareporter.in/odisha/bijepur-by-poll-9th-round-counting-214939#respond Wed, 28 Feb 2018 05:57:27 +0000 http://odishareporter.in/?p=214939

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ନବମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୦,୭୯୧ ଭୋଟ୍‌ରେ ଆଗୁଆ ଅଛନ୍ତି। ନବମ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୦,୦୯୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୯,୩୦୪ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୬୪୩ଟି ଭୋଟ୍ […]

The post ନବମ ରାଉଣ୍ଡ ପରେ ବିଜେପିଠାରୁ ବିଜେଡି ୨୦,୭୯୧ ଭୋଟ୍‌ରେ ଆଗୁଆ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ନବମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୦,୭୯୧ ଭୋଟ୍‌ରେ ଆଗୁଆ ଅଛନ୍ତି।

ନବମ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୦,୦୯୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୯,୩୦୪ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୬୪୩ଟି ଭୋଟ୍ ପାଇଛନ୍ତି।

The post ନବମ ରାଉଣ୍ଡ ପରେ ବିଜେପିଠାରୁ ବିଜେଡି ୨୦,୭୯୧ ଭୋଟ୍‌ରେ ଆଗୁଆ appeared first on Odisha Reporter.

]]>
https://odishareporter.in/odisha/bijepur-by-poll-9th-round-counting-214939/feed 0 2018-02-28 11:27:27 https://odishareporter.in/wp-content/uploads/2018/02/Bijepur9.jpg
ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ଅଶୋକଙ୍କଠାରୁ ରୀତା ୧୯,୦୫୫ ଭୋଟ୍‌ରେ ଆଗୁଆ https://odishareporter.in/odisha/8th-round-bijepur-by-poll-counting-in-padampur-214935 https://odishareporter.in/odisha/8th-round-bijepur-by-poll-counting-in-padampur-214935#respond Wed, 28 Feb 2018 05:48:52 +0000 http://odishareporter.in/?p=214935

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୧୯,୦୫୫ ଭୋଟ୍‌ରେ ଆଗୁଆ ଅଛନ୍ତି। ଅଷ୍ଟମ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୪୫,୦୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୫,୯୮୯ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୨୬୩ଟି ଭୋଟ୍ […]

The post ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ଅଶୋକଙ୍କଠାରୁ ରୀତା ୧୯,୦୫୫ ଭୋଟ୍‌ରେ ଆଗୁଆ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୧୯,୦୫୫ ଭୋଟ୍‌ରେ ଆଗୁଆ ଅଛନ୍ତି।

ଅଷ୍ଟମ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୪୫,୦୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୫,୯୮୯ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୨୬୩ଟି ଭୋଟ୍ ପାଇଛନ୍ତି।

The post ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ଅଶୋକଙ୍କଠାରୁ ରୀତା ୧୯,୦୫୫ ଭୋଟ୍‌ରେ ଆଗୁଆ appeared first on Odisha Reporter.

]]>
https://odishareporter.in/odisha/8th-round-bijepur-by-poll-counting-in-padampur-214935/feed 0 2018-02-28 11:18:52 https://odishareporter.in/wp-content/uploads/2018/02/Bijepur8.jpg
ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ https://odishareporter.in/odisha/bijepur-by-poll-seventh-round-214926 https://odishareporter.in/odisha/bijepur-by-poll-seventh-round-214926#respond Wed, 28 Feb 2018 05:33:20 +0000 http://odishareporter.in/?p=214926

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୧୫,୦୭୫ ଭୋଟ୍‌ରେ ଆଗୁଆ ଅଛନ୍ତି। ସପ୍ତମ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୩୮,୮୧୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୩,୭୩୯ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୦୮୩ଟି ଭୋଟ୍ […]

The post ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୧୫,୦୭୫ ଭୋଟ୍‌ରେ ଆଗୁଆ ଅଛନ୍ତି।

ସପ୍ତମ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୩୮,୮୧୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୩,୭୩୯ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୦୮୩ଟି ଭୋଟ୍ ପାଇଛନ୍ତି।

The post ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ appeared first on Odisha Reporter.

]]>
https://odishareporter.in/odisha/bijepur-by-poll-seventh-round-214926/feed 0 2018-02-28 11:03:20 https://odishareporter.in/wp-content/uploads/2018/02/Bijepur7.jpg
ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ https://odishareporter.in/odisha/bijepur-by-poll-counting-214890 https://odishareporter.in/odisha/bijepur-by-poll-counting-214890#respond Wed, 28 Feb 2018 04:29:34 +0000 http://odishareporter.in/?p=214890

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୫୭୬୬ ଭୋଟ୍‌ରେ ଆଗୁଆ ଅଛନ୍ତି। ଦ୍ୱିତୀୟ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧୧,୬୭୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୫୯୧୦ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୬୮୩ଟି ଭୋଟ୍ […]

The post ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୫୭୬୬ ଭୋଟ୍‌ରେ ଆଗୁଆ ଅଛନ୍ତି।

ଦ୍ୱିତୀୟ ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧୧,୬୭୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୫୯୧୦ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୬୮୩ଟି ଭୋଟ୍ ପାଇଛନ୍ତି।

The post ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ appeared first on Odisha Reporter.

]]>
https://odishareporter.in/odisha/bijepur-by-poll-counting-214890/feed 0 2018-02-28 09:59:34 https://odishareporter.in/wp-content/uploads/2018/02/Bijepur3.jpg
ଚାଲିଛି ଗଣତି, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ https://odishareporter.in/odisha/bijepur-by-poll-result-214875 https://odishareporter.in/odisha/bijepur-by-poll-result-214875#respond Wed, 28 Feb 2018 03:58:27 +0000 http://odishareporter.in/?p=214875

The post ଚାଲିଛି ଗଣତି, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ appeared first on Odisha Reporter.

]]>

The post ଚାଲିଛି ଗଣତି, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ appeared first on Odisha Reporter.

]]>
https://odishareporter.in/odisha/bijepur-by-poll-result-214875/feed 0 2018-02-28 09:28:27 https://odishareporter.in/wp-content/uploads/2018/02/bijepur1-1.jpg
ସକାଳ ୮ରେ ଆରମ୍ଭ ହେବ ଭୋଟ ଗଣନା https://odishareporter.in/odisha/bijapur-election-counting-to-be-214828 https://odishareporter.in/odisha/bijapur-election-counting-to-be-214828#respond Wed, 28 Feb 2018 02:02:34 +0000 http://odishareporter.in/?p=214828

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଉ କିଛି କ୍ଷଣର ପ୍ରତୀକ୍ଷା ପରେ ଆରମ୍ଭ ହେବ ଭୋଟ ଗଣନା। ବିଜେପୁରର ନିର୍ବାଚନରେ ଜନାଦେଶ କାହା ସପକ୍ଷରେ ଯାଇଛି, ସେ ନେଇ ଆରମ୍ଭ ହୋଇଛି ଅବଗଣନା।ପଦ୍ମପୁର ଅଞ୍ଚଳ କଲେଜରେ ସକାଳ ୮ଟାରେ ଆରମ୍ଭ ହେବାକୁ ଥିବା ଭୋଟ ଗଣନା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଛି। ମତ ଗଣନା ପାଇଁ ୧୪ଟି ଟେବୁଲ  କରା ଯାଇଥିବା ବେଳେ ପ୍ରାୟ ୨୧ ରାଉଣ୍ଡ ଭୋଟ ଗଣତି ହେବ । ଗଣତି  ବେଳେ ମୁତୟନ […]

The post ସକାଳ ୮ରେ ଆରମ୍ଭ ହେବ ଭୋଟ ଗଣନା appeared first on Odisha Reporter.

]]>

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଉ କିଛି କ୍ଷଣର ପ୍ରତୀକ୍ଷା ପରେ ଆରମ୍ଭ ହେବ ଭୋଟ ଗଣନା। ବିଜେପୁରର ନିର୍ବାଚନରେ ଜନାଦେଶ କାହା ସପକ୍ଷରେ ଯାଇଛି, ସେ ନେଇ ଆରମ୍ଭ ହୋଇଛି ଅବଗଣନା।ପଦ୍ମପୁର ଅଞ୍ଚଳ କଲେଜରେ ସକାଳ ୮ଟାରେ ଆରମ୍ଭ ହେବାକୁ ଥିବା ଭୋଟ ଗଣନା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଛି।

ମତ ଗଣନା ପାଇଁ ୧୪ଟି ଟେବୁଲ  କରା ଯାଇଥିବା ବେଳେ ପ୍ରାୟ ୨୧ ରାଉଣ୍ଡ ଭୋଟ ଗଣତି ହେବ । ଗଣତି  ବେଳେ ମୁତୟନ ହେବେ ଗୋଟିଏ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ।  କଡ଼ା  ସୁରକ୍ଷା ଭିତରେ ଇଭିଏମ୍‌ଗୁଡିକ ରଖାଯାଇଛି । ବିଜେପୁରବାସୀ କାହା ମୁଣ୍ଡରେ ସୁନା  କଳସ ଢାଳିଛନ୍ତି, ତାହା ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ । ଗତ ୨୪ ତାରିଖରେ  ଅନୁଷ୍ଠିତ ବିଜେପୁର ଉପ-ନିର୍ବାଚନରେ ପ୍ରାୟ ୮୨ ପ୍ରତିଶତ ମତଦାନ ହୋଇଥିଲା । ନିର୍ବାଚନର ରଣାଙ୍ଗନରେ ଅନେକ ପ୍ରାର୍ଥୀ ହୋଇଥିବା ବେଳେ  ମୁଖ୍ୟତଃ ବିଜେଡି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ  ଏବଂ କଂଗ୍ରେସରୁ ପ୍ରଣୟ ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଛି  ତେଣୁ ତିନି  ପ୍ରମୁଖ ଦଳର ପ୍ରାର୍ଥୀ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି।

The post ସକାଳ ୮ରେ ଆରମ୍ଭ ହେବ ଭୋଟ ଗଣନା appeared first on Odisha Reporter.

]]>
https://odishareporter.in/odisha/bijapur-election-counting-to-be-214828/feed 0 2018-02-28 07:32:34 https://odishareporter.in/wp-content/uploads/2018/02/Khela-768x402-1.jpg
ଆଜି ଆସିବ ଜନତାଙ୍କ ଫୈସଲା: ଜିତିବାର ଦମ୍ଭ ଦେଖାଇଲେ ରୀତା, ଅଶୋକ ଓ ପ୍ରଣୟ https://odishareporter.in/odisha/bijepur-by-poll-result-will-be-declared-today-214818 https://odishareporter.in/odisha/bijepur-by-poll-result-will-be-declared-today-214818#respond Wed, 28 Feb 2018 01:40:01 +0000 http://odishareporter.in/?p=214818

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାତି ପାହିଲେ ଆସିବ ବିଜେପୁର ଫଇସଲା । ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି । ପରସ୍ପରକୁ ମାତ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତ,  କିଏ ୨୦ ହଜାର ପୁଣି କିଏ ୧୦ ହଜାର ଭୋଟର ବିଜୟ ତିଳକ ଆଶା କରୁଛନ୍ତି । ହେଲେ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତା କିନ୍ତୁ ବିଜୟ […]

The post ଆଜି ଆସିବ ଜନତାଙ୍କ ଫୈସଲା: ଜିତିବାର ଦମ୍ଭ ଦେଖାଇଲେ ରୀତା, ଅଶୋକ ଓ ପ୍ରଣୟ appeared first on Odisha Reporter.

]]>

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାତି ପାହିଲେ ଆସିବ ବିଜେପୁର ଫଇସଲା । ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି । ପରସ୍ପରକୁ ମାତ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତ,  କିଏ ୨୦ ହଜାର ପୁଣି କିଏ ୧୦ ହଜାର ଭୋଟର ବିଜୟ ତିଳକ ଆଶା କରୁଛନ୍ତି । ହେଲେ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତା କିନ୍ତୁ ବିଜୟ ବ୍ୟବଧାନର ପରସଂଖ୍ୟାନକୁ ନେଇ ମୁହଁରେ ତାଲା ଲଗାଇଥିବା ବେଳେ କଂଗ୍ରେସ ନେତା ଜିତିବା କାଠିକର ପାଠ ବୋଲି କହିଲେଣି।

ବିଜେଡି ପ୍ରାର୍ଥୀ ରୀତା ସାହୁ  ନିଜ  ବିଜୟ ପାଇଁ ଦୃଢ ନିଶ୍ଚିତ ବୋଲି କହିଛନ୍ତି। ତାଙ୍କ ଆକଳନରେ ବିଜୟର ବ୍ୟବଧାନ ହେଉଛି ୩୦ରୁ ୪୦ ହଜାର ଭୋଟ। ନବୀନଙ୍କ ଲୋକପ୍ରିୟତା ଓ ସୁବଳଙ୍କ ଭଲ କାମ ପାଇଁ ନିଜ ବିଜୟ ନେଇ ସେ ଏମିତି ଦମ୍ଭ ଧରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ  ନିଜ ଜିତିବା ନେଇ ସେ ବେଶ ନିଶ୍ଚିତ ଅଛନ୍ତି। ହେଲେ ବିଜୟ ବ୍ୟବଧାନର ଗଣିତରେ ସଂଖ୍ୟାକୁ ଟିକିଏ କମାଇ ଦେଉଛନ୍ତି ଅଶୋକ । ପ୍ରଥମେ ୩୦ ହଜାର ଭୋଟରେ ଜିତିବା କଥା କହୁଥିବା ଅଶୋକ ଏବେ ୨୦ ହଜାର କଥା କହିଲେଣି। ରହିଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ପ୍ରଣୟଙ୍କ ଜିତିବା ଗଣିତ ଅନ୍ୟମାନଙ୍କ ତୁଳନାରେ କମ୍। ୫ରୁ ୧୦ ହଜାର ଭୋଟରେ ବିଜେପୁରର ବିଜୟ ମୁକୁଟ ଲଗାଇବାର ଦମ୍ଭ ରଖୁଛନ୍ତି ପ୍ରଣୟ। ତେବେ ବିଡମ୍ବନା ହେଉଛି ପ୍ରଣୟଙ୍କ ପାଇଁ ପ୍ରଚାର କରିଥିବା ଦଳର ହେଭିଓ୍ୱେଓ୍ୱଟ ନିରଞ୍ଜନ ପଟ୍ଟନାୟକ ବିଜୟ ନେଇ ଦମ୍ଭୋକ୍ତି ନ କରି ବରଂ ହାତ ଟେକି ଦେଇଛନ୍ତି।  ଠିକ ଭାବରେ ପ୍ରସ୍ତୁତି ନ କରି ଲଢି ନ ଥିବାରୁ ଜିତିବା କଷ୍ଟକର ବୋଲି କହିଛନ୍ତି ନିରଞ୍ଜନ।

 

The post ଆଜି ଆସିବ ଜନତାଙ୍କ ଫୈସଲା: ଜିତିବାର ଦମ୍ଭ ଦେଖାଇଲେ ରୀତା, ଅଶୋକ ଓ ପ୍ରଣୟ appeared first on Odisha Reporter.

]]>
https://odishareporter.in/odisha/bijepur-by-poll-result-will-be-declared-today-214818/feed 0 2018-02-28 07:11:19 https://odishareporter.in/wp-content/uploads/2018/02/1234.jpg
ଆସନ୍ତାକାଲି ବିଜେପୁର ରେଜଲ୍ଟ https://odishareporter.in/odisha/bijapur-by-election-3-214571 https://odishareporter.in/odisha/bijapur-by-election-3-214571#respond Tue, 27 Feb 2018 02:41:35 +0000 http://odishareporter.in/?p=214571

ବରଗଡ଼ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରକାଶ ପାଇବ ବିଜେପୁର ଫଳାଫଳ। ଭୋଟ ଗଣତି  ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲ କରାଯାଇଛି,  ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ପଦ୍ମପୁର ଅଂଚଳ କଲେଜରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ଅଛି। ଗୋଟିଏ କମ୍ପାନି ସିଆରପିଏଫ୍‌ ମୁତୟନ ହୋଇଛନ୍ତି।  ସକାଳ ୮ଟାରୁ ଗଣତି ଆରମ୍ଭ ହେଉଥିବାରୁ ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡ ଆସିବାର ସମ୍ଭାବନା ଅଛି। ହାଇଭୋଲଟେଜ୍ ପ୍ରଚାର ଓ ନିର୍ବାଚନ ପରେ […]

The post ଆସନ୍ତାକାଲି ବିଜେପୁର ରେଜଲ୍ଟ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରକାଶ ପାଇବ ବିଜେପୁର ଫଳାଫଳ। ଭୋଟ ଗଣତି  ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲ କରାଯାଇଛି,  ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ପଦ୍ମପୁର ଅଂଚଳ କଲେଜରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ଅଛି। ଗୋଟିଏ କମ୍ପାନି ସିଆରପିଏଫ୍‌ ମୁତୟନ ହୋଇଛନ୍ତି।  ସକାଳ ୮ଟାରୁ ଗଣତି ଆରମ୍ଭ ହେଉଥିବାରୁ ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡ ଆସିବାର ସମ୍ଭାବନା ଅଛି। ହାଇଭୋଲଟେଜ୍ ପ୍ରଚାର ଓ ନିର୍ବାଚନ ପରେ ବିଜେପୁରରେ କିଏ ଜିତିବ, ତା ଉପରେ ସମସ୍ତଙ୍କ ନଜର ରହିଛି। କେବଳ ରାଜନୈତିକ ଦଳ ନୁହନ୍ତି ରାଜନୀତି ସମକ୍ଷୀକ ଓ ସାଧାରଣ ଲୋକେ ବି ଉତ୍କଣ୍ଠାର ସହିତ ବିଜେପୁର ରେଜଲ୍ଟକୁ ଅପେକ୍ଷା କରିଛନ୍ତି। ବିଜେଡି, ବିଜେପି ନା କଂଗ୍ରେସ ବାଜି ମାରିବ, ତାକୁ ନେଇ ନାନା କଳ୍ପନା ଜଳ୍ପନା  ଜାରି ରହିଛି।  ବିଜେପି ଓ ବିଜେଡି ଏହି ଉପନିର୍ବାଚନରେ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି।  ସେହିପରି ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଦଳରେ ଏକ ନୂଆ ଉତ୍ସାହ ଦେଖା ଦେଇଥିଲା।  ତେବେ ବିଜେପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି, ତାହା ଆସନ୍ତାକାଲି ଜଣାପଡ଼ିବ।

 

 

 

The post ଆସନ୍ତାକାଲି ବିଜେପୁର ରେଜଲ୍ଟ appeared first on Odisha Reporter.

]]>
https://odishareporter.in/odisha/bijapur-by-election-3-214571/feed 0 2018-02-27 09:30:29 https://odishareporter.in/wp-content/uploads/2018/02/bijapur-1.jpg
ବିଜେପୁର ଭୋଟ ପରେ କଣ କରୁଛନ୍ତି ୩ ପ୍ରାର୍ଥୀ https://odishareporter.in/odisha/after-bijepur-election-3-political-leader-what-do-214538 https://odishareporter.in/odisha/after-bijepur-election-3-political-leader-what-do-214538#respond Mon, 26 Feb 2018 15:42:36 +0000 http://odishareporter.in/?p=214538

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଯାଇଛି ବିଜେପୁର ଭୋଟ୍। ଏବେ ଅପେକ୍ଷା ଜନାଦେଶକୁ। ଆସନ୍ତା ୨୮ ତାରିଖରେ ହେବ ଗଣତି। ଏଥିରୁ ଜଣାପଡିବ କାହା ସପକ୍ଷରେ ଯିବ ଜିତ୍। ପ୍ରଚାର ସରିବାଠୁ ଗଣତିର ବ୍ୟବଧାନ ରହିଛି ୪ଦିନ ରହିଛି।  ମାସକର ଦିନରାତି କସରତ ପରେ ଏବେ କ’ଣ କରୁଛନ୍ତି ବିଜେପୁର ବ୍ୟାଟଲର ୩ ପ୍ରମୁଖ ଯୋଦ୍ଧା। ଏବେ ସେମାନେ ନିଜ ଘରେ କଣ କରୁଛନ୍ତି? ଆସନ୍ତୁ ଦେଖିବା। ବିଜେପୁରରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ ରୀତା ସାହୁ। ଗାଁକୁ ଗାଁ […]

The post ବିଜେପୁର ଭୋଟ ପରେ କଣ କରୁଛନ୍ତି ୩ ପ୍ରାର୍ଥୀ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଯାଇଛି ବିଜେପୁର ଭୋଟ୍। ଏବେ ଅପେକ୍ଷା ଜନାଦେଶକୁ। ଆସନ୍ତା ୨୮ ତାରିଖରେ ହେବ ଗଣତି। ଏଥିରୁ ଜଣାପଡିବ କାହା ସପକ୍ଷରେ ଯିବ ଜିତ୍। ପ୍ରଚାର ସରିବାଠୁ ଗଣତିର ବ୍ୟବଧାନ ରହିଛି ୪ଦିନ ରହିଛି।  ମାସକର ଦିନରାତି କସରତ ପରେ ଏବେ କ’ଣ କରୁଛନ୍ତି ବିଜେପୁର ବ୍ୟାଟଲର ୩ ପ୍ରମୁଖ ଯୋଦ୍ଧା। ଏବେ ସେମାନେ ନିଜ ଘରେ କଣ କରୁଛନ୍ତି? ଆସନ୍ତୁ ଦେଖିବା।

ବିଜେପୁରରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ ରୀତା ସାହୁ। ଗାଁକୁ ଗାଁ ବୁଲି ପାଖାପାଖି ମାସେ କାଳ ଦିନରାତି ଏକ କରି ହାଇ ପ୍ରୋଫାଇଲ୍ ପ୍ରଚାର କରିଥିଲେ। ଭୋଟ୍‌ ପରେ ଏବେ ଫେରିଛନ୍ତି ନୀତି ଦିନିଆ ସଂସାର ଜଞ୍ଜାଳକୁ। ବରପାଲି ଘରେ ସେ ପୂର୍ବଭଳି ରୋଷେଇ କରୁଛନ୍ତି। ବେଳେବେଳେ ନାତୁଣୀକୁ ଧରି ଗେଲ କରୁଛନ୍ତି। ଆଉ କେତେବେଳେ ପୁଅ ସୁମିତଙ୍କ ସହ ମିଶି ଭୋଟ୍ ଗଣିତର ମିଶାଣ ଓ ଫେଡ଼ାଣ ହିସାବ କରୁଛନ୍ତି। ରୀତା କହିଛନ୍ତି ସୁବଳଙ୍କ ଅନୁକମ୍ପା ଓ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା, ଏ ଦୁଇଟି ଯାକର ପାଓ୍ୱାର ପ୍ଲସରେ ବିଜେପୁରରେ ତାଙ୍କ ବିଜୟ ସୁନିଶ୍ଚିତ।

ଠିକ୍ ସେମିତି ଭୋଟ୍ ପରେ ଅଙ୍କକଷାରେ ବ୍ୟସ୍ତ ଅଛନ୍ତି ବିଜେପି ଯୋଦ୍ଧା ଅଶୋକ ପାଣିଗ୍ରାହୀ। ବରପାଲିସ୍ଥିତ ବାସଭବନରେ ରାତି ପାହିବା ମାତ୍ରେ ପହଞ୍ଚି ଯାଉଛନ୍ତି କର୍ମୀ ଓ ସମର୍ଥକ। କେଉଁ ବୁଥ୍‌ରେ କେତେ ଭୋଟ୍ ମିଳିଥିବ, ତାକୁ ନେଇ ଚାଲୁଛି ହିସାବ କିତାବ। ନିର୍ବାଚନ ଅବଶ୍ୟ ତାଙ୍କ ପାଇଁ ନୂଆ ନୁହେଁ, ହେଲେ ଏଥରକ କିନ୍ତୁ ଥିଲା ଟିକେ ଅଲଗା। ମାଳ ମାଳ କେନ୍ଦ୍ରମନ୍ତ୍ରୀ ଓ ନେତାଙ୍କ ଗହଣରେ ଅଶୋକ କରିଛନ୍ତି ଜବରଦସ୍ତ ପ୍ରଚାର। ଦ୍ୱାର ଦ୍ୱାର ବୁଲି ମାଗିଛନ୍ତି ଭୋଟ୍। ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା, ବିଜେପୁରରେ ଭୋଟ୍‌ରେ ପରିଣତ ହୋଇଛି। ତେଣୁ ଅଧିକ ବ୍ୟବଧାନ ବିଜୟୀ ହେବେ ବୋଲି କହିଛନ୍ତି ଅଶୋକ।

କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ପ୍ରଣୟ ସାହୁ। ସେ ବି ଭୋଟ୍ ଅଙ୍କ କଷୁଛନ୍ତି। ବଜୟ ଆଶାରେ ପଛରେ ପଡି ନାହାନ୍ତି। ହାଇପ୍ରୋଫାଇଲ୍ ନହେଲେ ବି ଲୋକଙ୍କ ମନକୁ ଛୁଇଁଲା ଭଳି ପ୍ରଚାର କରିଛନ୍ତି। ତାଙ୍କର ବିଶ୍ୱାସ ବିଜେପୁରବାସୀ ଠିକ୍ ଲୋକକୁ ହିଁ ବାଛିଥିବେ। ପକେଟ୍ ଭୋଟ୍ କେତେ ସେ ହିସାବ ତ ଅଛି, ହେଲେ ବାହାରୁ କେତେ ଆସିଛି ତାକୁ ନେଇ ଚାଲିଛି ହିସାବ।

The post ବିଜେପୁର ଭୋଟ ପରେ କଣ କରୁଛନ୍ତି ୩ ପ୍ରାର୍ଥୀ appeared first on Odisha Reporter.

]]>
https://odishareporter.in/odisha/after-bijepur-election-3-political-leader-what-do-214538/feed 0 2018-02-26 21:16:15 https://odishareporter.in/wp-content/uploads/2018/02/after-election-three-political-leaderwhat-do.jpg
ବିଜେପୁର ବାଜି ହାରିଗଲେ… https://odishareporter.in/odisha/bijeypur-poltics-and-vote-count-214530 https://odishareporter.in/odisha/bijeypur-poltics-and-vote-count-214530#respond Mon, 26 Feb 2018 15:31:22 +0000 http://odishareporter.in/?p=214530

ଭୁବନେଶ୍ୱର, (ଦେବଦତ୍ତ ରଥ): ବିଜେପୁର ବାଜିରେ ତିନୋଟି ଜାକ ଦଳ ଜିତିବା ନେଇ ଦାବି କରୁଛନ୍ତି। ଅବଶ୍ୟ କଂଗ୍ରେସର ଦାବି  ଟିକେ କ୍ଷୀଣ ଜଣା ପଡୁଥିବା ବେଳେ ଉଭୟ ବିଜେପି ଏବଂ ବିଜେଡି ଜୋରଦାର ଦାବି କରୁଛନ୍ତି। କଂଗ୍ରେସର ସେହି କ୍ଷୀଣ ଦାବି ଭିତରେ କୋଉଠି କେମିତି ଟିକେ ଆଶା ଉକୁଟି ମାରୁଥିବା ପରି ଜଣାପଡ଼ୁଛି। ସବୁ ଦଳ ଭିତରେ ଆଶା ରହିବା ସ୍ଵାଭାବିକ। ଦେଖିବାକୁ ଗଲେ ଓଡ଼ିଶା ପାଇଁ ଏହା ଏକ ଭିନ୍ନ ଧରଣର ନିର୍ବାଚନ […]

The post ବିଜେପୁର ବାଜି ହାରିଗଲେ… appeared first on Odisha Reporter.

]]>

ଭୁବନେଶ୍ୱର, (ଦେବଦତ୍ତ ରଥ): ବିଜେପୁର ବାଜିରେ ତିନୋଟି ଜାକ ଦଳ ଜିତିବା ନେଇ ଦାବି କରୁଛନ୍ତି। ଅବଶ୍ୟ କଂଗ୍ରେସର ଦାବି  ଟିକେ କ୍ଷୀଣ ଜଣା ପଡୁଥିବା ବେଳେ ଉଭୟ ବିଜେପି ଏବଂ ବିଜେଡି ଜୋରଦାର ଦାବି କରୁଛନ୍ତି। କଂଗ୍ରେସର ସେହି କ୍ଷୀଣ ଦାବି ଭିତରେ କୋଉଠି କେମିତି ଟିକେ ଆଶା ଉକୁଟି ମାରୁଥିବା ପରି ଜଣାପଡ଼ୁଛି। ସବୁ ଦଳ ଭିତରେ ଆଶା ରହିବା ସ୍ଵାଭାବିକ। ଦେଖିବାକୁ ଗଲେ ଓଡ଼ିଶା ପାଇଁ ଏହା ଏକ ଭିନ୍ନ ଧରଣର ନିର୍ବାଚନ ଥିଲା। ଅର୍ଥ ବଳ, ବାହୁ ବଳ ଠାରୁ ଆରମ୍ଭ କରି ଆରୋପ ପ୍ରତ୍ୟାରୋପ ସବୁଥିରେ ବଳିଗଲା। ଅଣ୍ଡା ମାଡ଼, ପାଣି ମାଡ଼, ଚପଲ ମାଡ଼, ଢେଲା ମାଡ଼ ଏବଂ ଶେଷରେ ଗୁଳି ମାଡ଼ ପରି ପ୍ରାୟ ସବୁ ପ୍ରକାରର ମାଡ଼ ଦେଖାଗଲା। ପରୋକ୍ଷରେ ଗୋବର ମାଡ଼ ପରି ଏକ ନୂଆ ମାଡ଼ ବି ଆବିଷ୍କାର ହୋଇଗଲା।

ଜିଲ୍ଲାପାଳ, ଏସପି,ଏସଡିପିଓ ପରି ଅନେକ ସରକାରୀ କର୍ମଚାରୀଙ୍କ ବଦଳି ହୋଇଗଲା।  ସାମ୍ବାଦିକ ସମ୍ମିଳନୀରେ ଆରୋପ ପ୍ରତ୍ୟାରୋପ ପ୍ରବଳ ମାତ୍ରାରେ ହେଲା। ସୋସିଆଲ ମିଡିଆରେ ମଧ୍ୟ ଲଢ଼େଇ ଜୋରଦାର ହେଲା। ବାସ୍ତବରେ ଦେଖିବାକୁ ଗଲେ କଂଗ୍ରେସ, ବିଜେପି ଏବଂ ବିଜେଡି ତିନୋଟି ଜାକ ଦଳ ପାଇଁ ବିଜେପୁର ନିର୍ବାଚନଟି ଖୁବ୍ ଗୁରୁତ୍ୱ ବହନ କରୁଛି। ପୂର୍ବରୁ ଏହି ଆସନଟି କଂଗ୍ରେସ ହାତରେ ଥିବାରୁ କଂଗ୍ରେସର ଆଶା ରହିବା ସ୍ଵାଭାବିକ। ଏମିତିରେ ଶିଥିଳ ହୋଇ ପଡ଼ିଥିବା କଂଗ୍ରେସ ପାଇଁ ନିଜର ସ୍ଥିତି ଜାହିର କରିବା ପାଇଁ ବିଜେପୁର ଜରୁରୀ।

ଏଣେ ଦୀର୍ଘ ଦିନର ବିଜେଡି ଶାସନ ଭିତରେ ନବୀନ ପଟ୍ଟନାୟକଙ୍କୁ ଏଇ କିଛି ଦିନ ଭିତରେ ଟିକେ ଝଟକା ଲାଗିଛି। ପାଣ୍ଡିଆନ ରାଜ, କୁନ୍ଦୁଲି କାଣ୍ଡ, ଅଣ୍ଡା ମାଡ଼ ଏବଂ ଅଣ୍ଡା ମାଡ଼ ପରେ ଅଣ୍ଡା ଫିଙ୍ଗିଥିବା ମହିଳା ପ୍ରତି ଅତ୍ୟାଚାର ଆଦି ପରି ଅନେକ ଘଟଣା ନବୀନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ନବୀନଙ୍କ ଲୋକପ୍ରିୟତା ଯେ ଅକ୍ଷୁର୍ଣ୍ଣ ରହିଛି  ତାହା ପ୍ରମାଣିତ କରିବାକୁ ବିଜେଡି ପୂରା ଦମରେ ଲାଗିପଡ଼ିଛି। ଗତ ପଞ୍ଚାୟତ ନିର୍ବାଚନରେ  କିଛିଟା ସଫଳତା ପାଇ ସହଜରେ ଉତ୍ସାହିତ ହୋଇ ପଡ଼ିଥିବା ଓଡ଼ିଶା ବିଜେପି କାନରେ ଅମିତ ଶାହ ୧୨୦ ପ୍ଲସର ମନ୍ତ୍ର ଫୁଙ୍କିଦେଇ ଯିବା ପରଠୁ ସେମାନେ ପୂରା ଉଛୁଳି ପଡିଛନ୍ତି। ପ୍ରଥମ ଥର ପାଇଁ ବିଜୟ ଉଦ୍ଦେଶ୍ୟରେ ଲଢ଼ିବା ପରି ଓଡ଼ିଶାରେ  ବିଜେପିକୁ ଦେଖିବାକୁ ମିଳିଥିଲା। ଉଭୟ ବିଜେପି ବିଜେଡି ପୁଳାପୁଳା ଷ୍ଟାର ପ୍ରଚାରକଙ୍କୁ ବୁଲାଇ ସତେ ଯେପରି ବିଜେପୁରକୁ ଏକ ରଙ୍ଗମଞ୍ଚ କରି ଦେଇଥିଲେ। ଏବେ ଭୋଟ ଦାନ ସରିଛି। ଦିନକ ପରେ ଗଣତି। ଯିଏ ଯେତେ ଦାବି କରୁ କିନ୍ତୁ ଜିତିବ ତ’ କେବଳ ଜଣେ। ବାକି ସବୁ ହାରିବେ। ପୁଣି ତା’ ଭିତରେ ଚାଲିବ ଆଉ ଗୋଟେ ଆଲୋଚନା। କିଏ ବିଜୟୀ ଦଳକୁ ଟକ୍କର ଦେଲା। ଅର୍ଥାତ୍ କିଏ ଦ୍ୱିତୀୟରେ  ଏବଂ କିଏ ତୃତୀୟରେ ରହିଲା।

ବିଜେଡି ଜିତିଲେ ତ’ ସବୁ ଶ୍ରେୟ ନବୀନ ହିଁ ନେବେ। କିନ୍ତୁ ବିଜେପି ଜିତିଲେ କେତେକ ମୋଦିଙ୍କ ବିକାଶ ତ’ ମୋଦି ହାୱା କଥା କହିବେ । ଆଉ କିଛି ଆନୁଗତ୍ୟ ଦେଖାଇବାକୁ କେନ୍ଦ୍ରରେ ନରେନ୍ଦ୍ର ଏବଂ ଓଡ଼ିଶାରେ ଧର୍ମେନ୍ଦ୍ର ବୋଲି ଚିତ୍କାର କରିବେ। ଆଉ ଯଦି କଂଗ୍ରେସ ଜିତି ଯାଏ ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନ ଯେ କେତେ ଯୋଗ୍ୟ ବଖାଣି ହେବେ।

କିନ୍ତୁ,ଏମାନଙ୍କ ଭିତରୁ ଯିଏ ହାରିଯାଏ? ଜିତିବାର ଶ୍ରେୟ ନେବାକୁ ଆଗଭର ପରି ପରାଜୟର ଦୋଷ କ’ଣ ନିଜ ମୁଣ୍ଡକୁ ନେବେ? ବିଜେଡି ହାରିଲେ କ’ଣ ମାନିବ ନବୀନଙ୍କର ଲୋକ ପ୍ରିୟତା କମିବା ଆରମ୍ଭ ହେଲାଣି? ବିଜେପି ହାରିଲେ କ’ଣ ମାନିବ ଧର୍ମେନ୍ଦ୍ର ନବୀନଙ୍କ ତୁଳନୀୟ ନୁହଁ? ବସନ୍ତ ପଣ୍ଡା କ’ଣ ମାନିବେ ଗୋଷ୍ଠୀ ବିବାଦକୁ ସମାଧାନ କରି ପାରିଲେ ନାହିଁ? କଂଗ୍ରେସ ହାରିଲେ କ’ଣ ମାନିବ ପ୍ରସାଦ ହରି ଚନ୍ଦନ ସଭାପତି ଦାୟିତ୍ୱ ପାଇଁ ଅଯୋଗ୍ୟ? ନା ସବୁ ପରାଜିତ କହିବେ ଅର୍ଥବଳ, ବାହୁବଳ ଆଗରେ ଆମେ ହାରିଗଲୁ।  ହଁ, ସ୍ଵାଭାବିକ। ଏମିତିରେ ତ’ ସହଜେ କେହି କର୍ତ୍ତବ୍ୟ କରିବାକୁ ଭୁଲି ଯାଆନ୍ତି। କିନ୍ତୁ ଅଧିକାର ସାବ୍ୟସ୍ତ କରିବାରେ ଆଗୁଆ ରୁହନ୍ତି।

The post ବିଜେପୁର ବାଜି ହାରିଗଲେ… appeared first on Odisha Reporter.

]]>
https://odishareporter.in/odisha/bijeypur-poltics-and-vote-count-214530/feed 0 2018-02-26 21:01:35 https://odishareporter.in/wp-content/uploads/2018/02/BIJEPUR-IMAGE.jpg
ଇଭିଏମ୍‌ରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୮ରେ ଫଳାଫଳ https://odishareporter.in/odisha/bijepur-election-result-will-declared-in-feb-28-213921 https://odishareporter.in/odisha/bijepur-election-result-will-declared-in-feb-28-213921#respond Sat, 24 Feb 2018 16:08:25 +0000 http://odishareporter.in/?p=213921

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର): ସରିଲା ବିଜେପୁର ମତଦାନ। ଇଭିଏମ୍‌ରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଏହି ଉପନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି। ଗତ କିଛି ଦିନ ହେଲା ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ମ ରଖିଥିବା ବିଜେପୁର ବାଜି କିଏ ମାରୁଛି ତାହା ୨୮ ତାରିଖରେ ଜଣାପଡ଼ିବ। ରାଜ୍ୟରେ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର କରାଯାଇଥିବା ବେଳେ ଭୋଟ୍‌ ଗ୍ରହଣ ମୋଟାମୋଟି […]

The post ଇଭିଏମ୍‌ରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୮ରେ ଫଳାଫଳ appeared first on Odisha Reporter.

]]>

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର): ସରିଲା ବିଜେପୁର ମତଦାନ। ଇଭିଏମ୍‌ରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଏହି ଉପନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି। ଗତ କିଛି ଦିନ ହେଲା ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ମ ରଖିଥିବା ବିଜେପୁର ବାଜି କିଏ ମାରୁଛି ତାହା ୨୮ ତାରିଖରେ ଜଣାପଡ଼ିବ। ରାଜ୍ୟରେ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର କରାଯାଇଥିବା ବେଳେ ଭୋଟ୍‌ ଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା।

ବିଜେପୁର, ବରପାଲି, ଗାଈସିଲାଟ ବ୍ଳକ୍ ଓ ବରପାଲି ଏନ୍ଏସିରେ ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ। ଭିନ୍ନକ୍ଷମ, ବୟସ୍କ, ଯୁବା ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ ପାଇଁ ସମସ୍ତଙ୍କ ଭିତରେ ଥିଲା ନାହିଁ ନଥିବା ଜୋସ ଦେଖିବାକୁ ମିଳୁଛି। ଭୋଟରମାନେ ମତଦାନ ପାଇଁ ସକାଳୁ ସକାଳୁ ପୋଲିଂ ବୁଥ୍‌ରେ ଲଗାଇଥିଲେ ଲାଇନ୍। ହାତରେ ଧରିଥିଲେ ଭୋଟ୍ ପରିଚୟ ପତ୍ର। ସକାଳ ୭ଟାରେ ଆରମ୍ଭ ହୋଇଥିଲା ଭୋଟିଂ।

କେଉଁ ପ୍ରାର୍ଥୀ କେଉଁଟି ମତଦାନ କଲେ

ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ବ୍ଲକର ୧୯ ନମ୍ବର ବୁଥ୍‌କୁ ଯାଇ ମତଦାନ କରିଥିଲେ। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବରପାଲିର ଧୀରପୁରରେ ଓ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଗାଈସିଲାଟ ବ୍ଲକ ବୁରୋମୁଣ୍ଡାର ୨୦୭ ନମ୍ବର ବୁଥ୍‌ରେ ଭୋଟ୍ ଦେଇଥିଲେ। ମୈଦାନରେ ୧୩ ଜଣ ପ୍ରାର୍ଥୀ ରହିଥିଲେ ବି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଏହି ୩ ଜଣଙ୍କ ମଧ୍ୟରେ ହେଉଛି।

ଶାନ୍ତିପୂର୍ଣ୍ଣ ଭାବେ ସରିଲା ମତଦାନ

କିଛି ବୁଥ୍‌ରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍‌ରେ ତ୍ରୁଟି ଯୋଗୁଁ ମତଦାନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ସେହିପରି କାଁଭାଁ ଗଣ୍ଡଗୋଳକୁ ଛାଡ଼ିଥିଲେ ଭୋଟ୍‌ଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ୫ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ୩୬ ପ୍ଲାଟୁନ୍ ପୋଲିସ୍, ୧୨ଟି ସ୍କ୍ୱାଡ଼, ୪୦ଟି ମୋବାଇଲ୍ ପାର୍ଟି ମୁତୟନ ହୋଇଥିଲେ। ମୋଟ୍ ୨୮୧ଟି ବୁଥ୍‌ ମଧ୍ୟରୁ ୧୫୫କୁ ସମ୍ୱେଦନଶୀଳ ବୁଥ୍ ଭାବେ ଘୋଷଣା କରାଯାଇଥିଲା। ୨୦ଟି ବୁଥ୍‌ରେ ସିସିଟିଭି ମନିଟରିଂ ଓ ୨୦ଟି ବୁଥ୍‌ରେ ୱେବ୍ କାଷ୍ଟିଂ କରାଯାଇଥିଲା।

ନିର୍ଦ୍ଧାରିତ ସମୟ ୫ଟା ପରେ ମଧ୍ୟ ଲାଇନ୍‌ରେ ଥିବା ଭୋଟରଙ୍କୁ ଭୋଟ ଦାନର ସୁଯୋଗ ପାଇଥିଲେ। ମତଦାନ ସରିବା ପରେ ଇଭିଏମ୍‌ ଗୁଡ଼ିକୁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ହୋଇଥିବା କାଉଣ୍ଟିଂ ସେଣ୍ଟରକୁ ନିଆଯାଉଛି। ଏଥିପାଇଁ ଏକ କଂପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କଡ଼ା ପହରାରେ ସେଠାରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଗୁଡ଼ିକୁ ରଖାଯାଉଛି। ଆସନ୍ତା ୨୮ ତାରିଖରେ ଭୋଟ୍ ଗଣତି ହେବ। ସେହିଦିନ ସ୍ପଷ୍ଟ ହେବ ବିଜେପୁର ବାଜି କିଏ ମାରିବ।

The post ଇଭିଏମ୍‌ରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୮ରେ ଫଳାଫଳ appeared first on Odisha Reporter.

]]>
https://odishareporter.in/odisha/bijepur-election-result-will-declared-in-feb-28-213921/feed 0 2018-02-24 21:38:25 https://odishareporter.in/wp-content/uploads/2018/02/s333.jpg
ଭିଭିପାଟ୍ ମେସିନ୍‌ରେ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ https://odishareporter.in/top-story/technical-snag-in-voting-machine-in-bijepure-213700 https://odishareporter.in/top-story/technical-snag-in-voting-machine-in-bijepure-213700#respond Sat, 24 Feb 2018 03:54:03 +0000 http://odishareporter.in/?p=213700

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ମତଦାନ ବାଧାପ୍ରାପ୍ତ ହୋଇଛି। ଭିଭିପାଟ୍ ମେସିନ୍‌ରେ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍‌ରେ ମେସିନ୍‌ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଯାଇଛି। ଭୋଟ୍ ଦାନର ଅଧ ଘଣ୍ଟାଏ ପରେ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା। ବରପାଲି ବ୍ଲକ ୨୦ ନଂ ବୁଥ୍‌ରେ ମେସିନ୍‌ରେ ବି ତ୍ରୁଟି ଅଭିଯୋଗ ହୋଇଥିଲା। ତେବେ ପରେ ଏହା ଠିକ୍ କରାଯାଇଥିଲା ଓ ଏବେ ଏଥିରେ ମତଦାନ […]

The post ଭିଭିପାଟ୍ ମେସିନ୍‌ରେ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ମତଦାନ ବାଧାପ୍ରାପ୍ତ ହୋଇଛି। ଭିଭିପାଟ୍ ମେସିନ୍‌ରେ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍‌ରେ ମେସିନ୍‌ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଯାଇଛି। ଭୋଟ୍ ଦାନର ଅଧ ଘଣ୍ଟାଏ ପରେ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା।

ବରପାଲି ବ୍ଲକ ୨୦ ନଂ ବୁଥ୍‌ରେ ମେସିନ୍‌ରେ ବି ତ୍ରୁଟି ଅଭିଯୋଗ ହୋଇଥିଲା। ତେବେ ପରେ ଏହା ଠିକ୍ କରାଯାଇଥିଲା ଓ ଏବେ ଏଥିରେ ମତଦାନ ଚାଲିଥିବା ନେଇ ସୂଚନା ମିଳିଛି।

ପ୍ରଥମ ଥର ପାଇଁ ଭିଭିପାଟ୍ ଦ୍ୱାରା ଭୋଟ ଗ୍ରହଣ ହେଉଛି।

The post ଭିଭିପାଟ୍ ମେସିନ୍‌ରେ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ appeared first on Odisha Reporter.

]]>
https://odishareporter.in/top-story/technical-snag-in-voting-machine-in-bijepure-213700/feed 0 2018-02-24 09:26:18 https://odishareporter.in/wp-content/uploads/2018/02/imagekite.jpg
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ    https://odishareporter.in/odisha/one-died-banabira-violance-213683 https://odishareporter.in/odisha/one-died-banabira-violance-213683#respond Sat, 24 Feb 2018 03:17:46 +0000 http://odishareporter.in/?p=213683

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ହିଂସାକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି।  ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ୍‌ରେ ଆହତ ଡ୍ରାଇଭର୍ ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ  ବୁର୍ଲା ମେଡିକାଲ୍‌ରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏସ୍‌ସିବିରେ ପହଞ୍ଚିବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ତାଙ୍କ […]

The post ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ    appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ହିଂସାକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି।  ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ୍‌ରେ ଆହତ ଡ୍ରାଇଭର୍ ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ  ବୁର୍ଲା ମେଡିକାଲ୍‌ରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏସ୍‌ସିବିରେ ପହଞ୍ଚିବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ତାଙ୍କ ଶ୍ୱଶୁର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ଗତ ଗୁରୁବାର ବିଳମ୍ବିତ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂ ଭାଇ ସୁବ୍ରତ ସିଂଙ୍କ ସମେତ ୪ ଜଣଙ୍କୁ ବନାବିରାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।  ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ସୁବ୍ରତ ସିଂ ଓ ଅନ୍ୟ ଜଣେ ଆହତଙ୍କ ଚିକିତ୍ସା ଏବେ ବୁର୍ଲାରେ ଚାଲିଛି।  ଏହି ଘଟଣାରେ  ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି।  ଘଟଣା ସ୍ଥଳରୁ ଦୁଇଟି ଖୋକା, ଗୋଟିଏ ଅଫୁଟା ଗୁଳି, ଦୁଇଟି ଚାରି ଚକିଆ ଯାନ ଓ ଏକ ବୁଲେଟ୍ ବାଇକ୍ ଜବତ ହୋଇଛି।

The post ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ    appeared first on Odisha Reporter.

]]>
https://odishareporter.in/odisha/one-died-banabira-violance-213683/feed 0 2018-02-24 08:48:53 https://odishareporter.in/wp-content/uploads/2018/02/accident-3.jpg
ବିଜେପୁରରେ ଚାଲିଛି ଭୋଟ୍‌ https://odishareporter.in/odisha/today-bijepur-by-election-213678 https://odishareporter.in/odisha/today-bijepur-by-election-213678#respond Sat, 24 Feb 2018 02:53:27 +0000 http://odishareporter.in/?p=213678

ବରଗଡ଼( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ।  ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ବିଜେପୁର ପାଇଁ ପ୍ରତିନିଧି ବାଛିବେ ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର। ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥିମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।  ଏହି ବୁଥ୍ ଗୁଡିକରେ ରହିଛନ୍ତି କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜରଭର। ଅବାଧ […]

The post ବିଜେପୁରରେ ଚାଲିଛି ଭୋଟ୍‌ appeared first on Odisha Reporter.

]]>

ବରଗଡ଼( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ।  ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ବିଜେପୁର ପାଇଁ ପ୍ରତିନିଧି ବାଛିବେ ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର। ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥିମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।  ଏହି ବୁଥ୍ ଗୁଡିକରେ ରହିଛନ୍ତି କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜରଭର। ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ୧୨ଟି  ସ୍କ୍ୱାଡ୍, ୪୦ଟି ମୋବାଇଲ ପାର୍ଟି ଗଠନ କରାଯାଇଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଅଛନ୍ତି ୫ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ୩୬ ପ୍ଲାଟୁନ୍ ଓଡ଼ିଶା ପୋଲିସ।

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ବରଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ମତଦାନ ସରିବା ପର୍ଯ୍ୟନ୍ତ ବିଜେପୁରର ସମସ୍ତ ହୋଟେଲ ଓ ଗେଷ୍ଟ ହାଉସରେ ଚଢାଉ ପାଇଁ ନିର୍ଦ୍ଦେଶ ହୋଇଛି।  କୌଣସି ବାହାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବ ନାହିଁ। ନିର୍ବାଚନମଣ୍ଡଳୀ ସୀମା ସିଲ୍ କରଯିବା ସହ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୮ ତାରିଖରେ ଗଣତି ହୋଇ ସେହିଦିନ ଫଳ ପ୍ରକାଶ ପାଇବ।

The post ବିଜେପୁରରେ ଚାଲିଛି ଭୋଟ୍‌ appeared first on Odisha Reporter.

]]>
https://odishareporter.in/odisha/today-bijepur-by-election-213678/feed 0 2018-02-24 08:30:47 https://odishareporter.in/wp-content/uploads/2018/02/bijepur-8.jpg
ଟଙ୍କା, ମଦ, ମାଂସକୁ ସାବଧାନ୍‌ ! https://odishareporter.in/odisha/bijapur-election-issue-spl-story-213641 https://odishareporter.in/odisha/bijapur-election-issue-spl-story-213641#respond Fri, 23 Feb 2018 16:27:25 +0000 http://odishareporter.in/?p=213641

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପାହିଲେ ପୁଣି ଚଳଚଞ୍ଚଳ ହେବ ବିଜେପୁର। ଦୀର୍ଘଦିନର ପ୍ରଚାର, ଆରୋପ, ପ୍ରତ୍ୟାରୋପ, କନ୍ଦଳ ଭିତରେ ୨ ଦିନ ଧରି ସ୍ତବ୍ଧ ହୋଇଯାଇଥିବା ବିଜେପୁରରେ ହେବ ଭୋଟ୍‌। ପୁଣି ଚାଲିବ ଗହଳଚହଳ। ପୁଲିଂ ବୁଥ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିବେ ବିଜେପୁରବାସୀ। ଏଣେ ୩ ପ୍ରମୁଖ ଦଳ ଭିତରେ ଲଢେଇ ଜୋରଦାର ହେବ ବୋଲି ଚାରିଆଡେ ଚର୍ଚ୍ଚା। ବିଜେଡିର ପୂର୍ବତନ ବିଧାୟକ ମୃତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ସିମ୍ପାଥି ଭୋଟ୍‌ ପାଇ ବିଜେଡିକୁ […]

The post ଟଙ୍କା, ମଦ, ମାଂସକୁ ସାବଧାନ୍‌ ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପାହିଲେ ପୁଣି ଚଳଚଞ୍ଚଳ ହେବ ବିଜେପୁର। ଦୀର୍ଘଦିନର ପ୍ରଚାର, ଆରୋପ, ପ୍ରତ୍ୟାରୋପ, କନ୍ଦଳ ଭିତରେ ୨ ଦିନ ଧରି ସ୍ତବ୍ଧ ହୋଇଯାଇଥିବା ବିଜେପୁରରେ ହେବ ଭୋଟ୍‌। ପୁଣି ଚାଲିବ ଗହଳଚହଳ। ପୁଲିଂ ବୁଥ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିବେ ବିଜେପୁରବାସୀ। ଏଣେ ୩ ପ୍ରମୁଖ ଦଳ ଭିତରେ ଲଢେଇ ଜୋରଦାର ହେବ ବୋଲି ଚାରିଆଡେ ଚର୍ଚ୍ଚା। ବିଜେଡିର ପୂର୍ବତନ ବିଧାୟକ ମୃତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ସିମ୍ପାଥି ଭୋଟ୍‌ ପାଇ ବିଜେଡିକୁ ମହିମାନ୍ୱିତ କରିବେ ନା ବିଜେଡି ଛାଡି ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ ମୋଦିଙ୍କ ନାଁରେ ବିଜେପୁରକୁ ହାତେଇ ନେବେ ସେ କଥାର ନିଷ୍ପତ୍ତି କରିବେ ଜନତା। ଆଉ ଏହି ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ କଣ୍ଟା ହୋଇ ଛିଡା ହୋଇଥିବା ଗାଇସିଲଟ୍‌ ବ୍ଲକର କଂଗ୍ରେସ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କ ଲାଗି ଏଠାକର ରାଜନୈତିକ ପାଣିପାଗରେ କି ପରିବର୍ତ୍ତନ ହେବ ସବୁ କହିବ କାଲି ସକାଳ।

ଏହି ପ୍ରସଙ୍ଗରେ ଲେଖିବା ବେଳେ ମହାଭାରତ ଯୁଦ୍ଧର ଗୋଟିଏ କଥା ଆମେ ଆପଣଙ୍କୁ କହୁଛୁ। ଯୁଦ୍ଧରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ ମଦ୍ରରାଜ ଶଲ୍ୟ। ପଣ୍ଡୁଙ୍କ ଦ୍ବୀତିୟ ପତ୍ନୀ ମାଦ୍ରୀଙ୍କ ଭ୍ରାତା ତଥା ନକଳୁ ଓ ସହଦେବଙ୍କ ମାମୁ ହେଉଛନ୍ତି ଶଲ୍ୟ।  ପ୍ରଚଣ୍ଡ ରଥିଯୋଦ୍ଧା ଭାବେ ଶଲ୍ୟଙ୍କ କୀର୍ତ୍ତି ଥିଲା ଅଭୁତପୂର୍ବ। ହେଲେ ଏମିତି ଗୋଟିଏ ରାତି ତାଙ୍କୁ ବଦଳାଇ ଦେଇଥିଲା। ଧର୍ମର ବିପକ୍ଷରେ ଯୁଦ୍ଧ କରିବାକୁ ସେ ବିବଶ ହୋଇଗଲେ। ଦୁର୍ଯ୍ୟୋଧନ ଜାଣିଥିଲେ ଶଲ୍ୟ ହେଉଛନ୍ତି ବଚନ ରକ୍ଷାକାରୀ ଜଣେ ବୀର ଯୋଦ୍ଧା ଆଉ ଚରିତ୍ରରେ ଲମ୍ପଟ। ଏଣୁ ସେ ନିଜ ପକ୍ଷକୁ ଶଲ୍ୟଙ୍କୁ ଆଣିବା ପାଇଁ ମାତ୍ର ଗୋଟିଏ ରାତିରେ ଯୋଜନା କରିଥିଲେ। ଶେଷରେ ମଦ୍ରରାଜ ଜଣେ ନାରୀଙ୍କ ରୂପରେ ମୋହଗ୍ରସ୍ତ ହୋଇ ନିଶାଶକ୍ତ ଅବସ୍ଥାରେ ବଚନ ଦେଇ ବସିଲେ ଦୁର୍ଯ୍ୟୋଧନଙ୍କ ପକ୍ଷରୁ ଯୁଦ୍ଧ କରିବାକୁ। ସେଇ ରାତି ସବୁ ବଦଳାଇ ଦେଲା।

ଆମେ ଏଠାରେ ମହାଭାରତର ଏହି କାହାଣୀଟି ଆପଣଙ୍କୁ ମନେପକାଇବାର କାହାଣ କ’ଣ ଜାଣନ୍ତି। ଆପଣ ହୁଏତ ବୁଝିପାରୁ ନ ଥିବେ। ଠିକ୍‌ ସେହି ରାତି ପରି ଆଜି ରାତିରେ ବିଜେପୁର ଚିତ୍ର ଚରିତ୍ରରେ କିଛି ପରିବର୍ତ୍ତନ ହେବନି ତ? ଏ ପ୍ରଶ୍ନର ଉତ୍ତର ଆମେ ନୁହେଁ ଆପଣ ବି ଖୋଜୁଥାଇ ପାରନ୍ତି। କାରଣ ମନକୁ ହରାଇଦେବାକୁ  ଲୋଭ ଏକ ଅମୋଘ ଅସ୍ତ୍ର। ସ୍ବଳ୍ପ ସମୟରେ ଏହି କାର୍ଯ୍ୟଟିକୁ କରି ଦେଖାଇବାର ଦକ୍ଷତା କେବଳ ‘ଲୋଭ’ର ହିଁ ରହିଛି। ଢୋକେ ମଦ ଅଥବା ଖଡ୍‌ଖଡିଆ ନୋଟ୍‌ ସବୁ ବଦଳାଇବାକୁ ସମର୍ଥ। ଏ କଥା ହୁଏତ ଆପଣ ଅବିଶ୍ୱାସ କରିବେନି। ଏଣୁ ମଦ, ମାଂସ ଆଉ ଅର୍ଥ ଲୋଭରେ କଂଗ୍ରେସିଆ ସମର୍ଥକ ବିଜେପିର ଆଉ ବିଜେଡିବାଲା ସମର୍ଥକ କଂଗ୍ରେସିଆ ହୋଇପାରନ୍ତି, ଏ କଥା କେବେ ଅସମ୍ଭବ ନୁହେଁ। ସବୁ ଦଳ ସ୍ବଚ୍ଛ ନୁହଁନ୍ତି, ଆଉ ସବୁ ରାଜନେତେ ମଧ୍ୟ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ଏଣୁ ବିବେକାନୁମୋଦନ କରି ଭୋଟ ଖଣ୍ଡକ ଦେବା ପ୍ରକୃତରେ ଜଣେ ଭଲ ମତଦାତାର ଲକ୍ଷଣ। ଏହାକୁ ବିଜେପୁରର ସଚେତନ ନାଗରିକ ନିଶ୍ଚିତ ଭାବେ ହୃଦୟଙ୍ଗମ୍‌ କରିଥିବେ ବୋଲି ଆଶା। ତଥାପି ଅନେକ ସ୍ଥାନରେ ଗୋପନରେ ଆୟୋଜନ ହେଉଥିବା ମଦ ଓ ମଟନ ଭୋଜିକୁ ବା କ’ଣ ଭରଷା। କିଏ କହିବ ଏଠି କ’ଣ ନ ହେବ ବୋଲି।

ଆଜି ରାତିକୁ ସମସ୍ତଙ୍କ ଭୟ। ରାଜେନେତାଙ୍କ ଛାତି ଧଡକୁଥିବା ବେଳେ ପୋଲିସ ବି ଡରି ଡରି ସଜାଗ ହୋଇଯାଇଛି। ଛକ ଛକରେ ଛାଉଣୀ। ଗାଡିଟିଏ ଜୋରରେ ହର୍ଣ୍ଣମାରିଲେ ଧରାହେବ। ସନ୍ଧିଗ୍ଧ ଅବସ୍ଥାରେ କେହି ବୁଲୁଥିଲେ ତନ୍ନ ତନ୍ନ କରି ତା ପକେଟ ସବୁ ଅଣ୍ଡାଳିବ ପୋଲିସ। ସତେ ଯେମିତି ଆଜି ରାତିଟା ପୁରା ଭୟଙ୍କର। ଅବଶ୍ୟ ଏ କଥାକୁ ପୂର୍ବରୁ ହୃଦୟଙ୍ଗମ କରିଥିଲା ପୋଲିସ୍‌। ସେଇଥିପାଇଁ ତ ବଣ୍ଟାଯାଇଥିଲା ପାମ୍ପ୍ଲେଟ୍‌। ଆଉ ଯୋଉଥିରେ ଲେଖାଥିଲା “ଭୋଟକେ କହ ହଁ, ନୋଟ୍‌କେ କହ ନାଇଁ”। ବୁଝିପାରୁଛନ୍ତି ତ ! ଏଣୁ ନିଷ୍ପତି ଆପଣଙ୍କର କାହା ଚାପ କାହା ଲୋଭରେ ପଡି ନିଜ ଗୁରୁତ୍ବ ହରାନ୍ତୁ ନାହିଁ। ଭାବନ୍ତୁ ଆପଣ ଏ ଦେଶର ଜଣେ ମୂଲ୍ୟବାନ୍‌ ଭୋଟର।

The post ଟଙ୍କା, ମଦ, ମାଂସକୁ ସାବଧାନ୍‌ ! appeared first on Odisha Reporter.

]]>
https://odishareporter.in/odisha/bijapur-election-issue-spl-story-213641/feed 0 2018-02-23 22:04:02 https://odishareporter.in/wp-content/uploads/2018/02/Khela.jpg
ରାତି ପାହିଲେ ଭୋଟ୍‌, ପ୍ରାର୍ଥୀଙ୍କ ଛାତି ଧଡଧଡ https://odishareporter.in/odisha/tomorrow-bijepur-election-213615 https://odishareporter.in/odisha/tomorrow-bijepur-election-213615#respond Fri, 23 Feb 2018 14:47:11 +0000 http://odishareporter.in/?p=213615

ବରଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଜେପୁର ଉପ-ନିର୍ବାଚନ ହେବ। ଭୋଟ୍‌ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ମତଦାନ କରି ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର। କାଲି ଭୋଟ ଥିବାରୁ ପ୍ରାର୍ଥୀଙ୍କ ଛାତି ଧଡଧଡ ହେବା ଆରମ୍ଭ ହୋଇଯାଇଛି। ଇଭିଏମ୍ ଓ ଭିଭିପାଟ୍ ମେସିନ୍ ଧରି ପୋଲିଂ ବୁଥ୍‌ରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି। ଏଥର ବିଜେପୁର ନିର୍ବାଚନମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର […]

The post ରାତି ପାହିଲେ ଭୋଟ୍‌, ପ୍ରାର୍ଥୀଙ୍କ ଛାତି ଧଡଧଡ appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଜେପୁର ଉପ-ନିର୍ବାଚନ ହେବ। ଭୋଟ୍‌ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ମତଦାନ କରି ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର। କାଲି ଭୋଟ ଥିବାରୁ ପ୍ରାର୍ଥୀଙ୍କ ଛାତି ଧଡଧଡ ହେବା ଆରମ୍ଭ ହୋଇଯାଇଛି।

ଇଭିଏମ୍ ଓ ଭିଭିପାଟ୍ ମେସିନ୍ ଧରି ପୋଲିଂ ବୁଥ୍‌ରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି। ଏଥର ବିଜେପୁର ନିର୍ବାଚନମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଯେଉଁଥିରୁ ୧୫୫ ବୁଥକୁ ସମ୍ୱେଦନଶୀଳ ଭାବେ ଟିହ୍ନଟ କରାଯାଇଛି। ଯାହା ଉପରେ ରହିବ ସୁରକ୍ଷା କର୍ମୀଙ୍କ କଡ଼ା ନଜର। ସମ୍ୱେଦନଶୀଳ ବୁଥ୍‌ରେ ରହିବେ କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜରଭର। ଅବାଧ ଓ ମୁକ୍ତ ନିର୍ବାନ ଲାଗି ୧୨ଟି ସ୍କ୍ୱଡ, ୪୦ଟି ମୋବାଇଲ ପାର୍ଟି ଗଠନ କରାଯାଇଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ନିୟୋଜିତ ରହିବେ ୫ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ୩୬ ପ୍ଲାଟୁନ୍ ଓଡ଼ିଶା ପୋଲିସ୍। ତାପୂର୍ବରୁ ଆଜି ବିଜେପୁରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ୍। ଭୋଟ୍ ପାଇଁ କେହି ଲାଞ୍ଚ ଯାଚୁଥିଲେ ସୂଚନା ଦାତାଙ୍କୁ ପୁରସ୍କାର ମିଳିବ ବୋଲି କହିଛନ୍ତି ବରଗଡ଼ ଏସ୍‌ପି ଜୟନାରାୟଣ ପଙ୍କଜ।

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ବିଜେପୁର ଉପନିର୍ବାଚନକୁ ଶୃଙ୍ଖଳିତ କରିବାକୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏମିତିକି ବିଜେପୁରରେ ପାଟ୍ରୋଲିଂ ପାର୍ଟି ବଢାଯିବାକୁ ସେ ଡିଜିପିଙ୍କ ସହ କଥା ହୋଇଛନ୍ତି। ମତଦାନ ସରିବା ପର୍ଯ୍ୟନ୍ତ ବିଜେପୁରର ସମସ୍ତ ହୋଟେଲ ଓ ଗେଷ୍ଟ ହାଉସରେ ଚଢାଉ ପାଇଁ ନିର୍ଦ୍ଦେଶ ହୋଇଛି। କୌଣସି ବାହାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବ ନାହିଁ। ନିର୍ବାଚନମଣ୍ଡଳୀ ସୀମା ସିଲ୍ କରଯିବା ସହ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିର୍ଦ୍ଦେଶ ଦେଇଇଛି।

କାଲି ଭୋଟ୍ ଗ୍ରହଣ ସରିବା ପରେ ଇଭିଏମ୍‌କୁ କଡ଼ା ସୁରକ୍ଷାରେ ରଖାଯିବ। ୨୮ ତାରିଖରେ ଗଣତି ହୋଇ ସେହିଦିନ ଫଳ ପ୍ରକାଶ ପାଇବ। ସେପଟେ ଆସନ୍ତାକାଲିର ଭୋଟ୍ ଗ୍ରହଣ ପାଇଁ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ସବୈତନିକ ଛୁଟି ଦିବସ ଘୋଷଣା କରିଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ।

The post ରାତି ପାହିଲେ ଭୋଟ୍‌, ପ୍ରାର୍ଥୀଙ୍କ ଛାତି ଧଡଧଡ appeared first on Odisha Reporter.

]]>
https://odishareporter.in/odisha/tomorrow-bijepur-election-213615/feed 0 2018-02-23 20:33:11 https://odishareporter.in/wp-content/uploads/2018/02/bijepur222.jpg
ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ ଘଟଣା:ବିଜେପି କହିଲା- ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ https://odishareporter.in/odisha/bjp-target-in-bjd-2-213490 https://odishareporter.in/odisha/bjp-target-in-bjd-2-213490#respond Fri, 23 Feb 2018 08:53:27 +0000 http://odishareporter.in/?p=213490

ବରଗଡ଼(ଓଡିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ ହୋଇଛି। ଏହି  ଘଟଣାରେ ବିଜେପି ସମ୍ପୃକ୍ତି ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ। ବିଜେଡି କରିଥିବା ଅଭିଯୋଗ ଭିତ୍ତିହୀନ। ହିଂସାକୁ ବିଜେପି ନିନ୍ଦା କରୁଛି। ମନ୍ତ୍ରୀଙ୍କ ଭାଇଙ୍କର ସେହି ଅଞ୍ଚଳରେ ଅପରାଧିକ […]

The post ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ ଘଟଣା:ବିଜେପି କହିଲା- ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ appeared first on Odisha Reporter.

]]>

ବରଗଡ଼(ଓଡିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ ହୋଇଛି। ଏହି  ଘଟଣାରେ ବିଜେପି ସମ୍ପୃକ୍ତି ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ। ବିଜେଡି କରିଥିବା ଅଭିଯୋଗ ଭିତ୍ତିହୀନ। ହିଂସାକୁ ବିଜେପି ନିନ୍ଦା କରୁଛି। ମନ୍ତ୍ରୀଙ୍କ ଭାଇଙ୍କର ସେହି ଅଞ୍ଚଳରେ ଅପରାଧିକ ପୃଷ୍ଠଭୂମି ରହିଛି। ଟେଣ୍ଡର ଫିକ୍ସିଂର ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ହୋଇଛି।”

ସେ ଆହୁରି କହିଛନ୍ତି,“ସୁବ୍ରତ ସିଂ  ରାତି ୧୨ଟାରେ ସେଠାରେ କ’ଣ କରୁଥିଲେ। ତେଣୁ ତାଙ୍କର ଅପରାଧିକ ପୃଷ୍ଠଭୂମିର ଯାଞ୍ଚ ହେଉ।”

ଏନେଇ ପ୍ରଦୀପ ଅଧିକ କ’ଣ କହୁଛନ୍ତି ଦେଖନ୍ତୁ ଭିଡ଼ିଓ

The post ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ ଘଟଣା:ବିଜେପି କହିଲା- ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ appeared first on Odisha Reporter.

]]>
https://odishareporter.in/odisha/bjp-target-in-bjd-2-213490/feed 0 2018-02-23 14:23:27 https://odishareporter.in/wp-content/uploads/2018/02/bjp-4.jpg
ବିଜେପୁରରେ ନିର୍ବାଚନୀ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ https://odishareporter.in/odisha/bijepur-by-election-violence-213339 https://odishareporter.in/odisha/bijepur-by-election-violence-213339#respond Fri, 23 Feb 2018 02:57:21 +0000 http://odishareporter.in/?p=213339

ବରଗଡ଼(ଓଡ଼ିଶା ରିପୋର୍ଟର ଫଟୋ): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ ହୋଇଛି। ସୁବ୍ରତଙ୍କ ସମେତ ୪ଜଣ ଏକ ଚାରିଚକିଆ ଗାଡ଼ିରେ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହେବା ସହ ଗାଡ଼ି ଭଙ୍ଗାରୁଜା ହୋଇଛି। ଆହତ ୪ଜଣଙ୍କୁ ପ୍ରଥମେ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।  ବୁର୍ଲାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଆହତ ୪ଜଣଙ୍କ […]

The post ବିଜେପୁରରେ ନିର୍ବାଚନୀ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର ଫଟୋ): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ ହୋଇଛି। ସୁବ୍ରତଙ୍କ ସମେତ ୪ଜଣ ଏକ ଚାରିଚକିଆ ଗାଡ଼ିରେ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହେବା ସହ ଗାଡ଼ି ଭଙ୍ଗାରୁଜା ହୋଇଛି। ଆହତ ୪ଜଣଙ୍କୁ ପ୍ରଥମେ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।  ବୁର୍ଲାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଆହତ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଅଛି।  ଅନ୍ୟ ୩ ଆହତ ହେଲେ କାର୍ତ୍ତିକ ନାଗ, ମାଜି ସାହୁ ଓ ଖଗେଶ୍ୱର ମହାମଲ୍ଲିକ।  ଆକ୍ରମଣ ସମୟରେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି।

ତେବେ କାହିଁକି ଏବଂ କେଉଁମାନେ ଆକ୍ରମଣ କରିଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୋଲିସ ଏହି ଘଟଣାରେ ଅଟକ ରଖିଥିବା ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ଜଣ ସୋହେଲା ଓ ଜଣେ ବନାବିରା ଅଞ୍ଚଳର। ତାସହ ଘଟଣାସ୍ଥଳରୁ ଗୋଟିଏ ଅଫୁଟା ଗୁଳି ସହ ୨ଟି ଖୋକା ଜବତ ପୋଲିସ କରିଛି।

ଅନ୍ୟପକ୍ଷରେ ଏହି ଆକ୍ରମଣ ପଛରେ ବିଜେପି କର୍ମୀଙ୍କ ହାତ ରହିଥିବା ବିଜେଡି ମୁଖପାତ୍ର  ପ୍ରତାପ ଦେବ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।କାଲି ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଥିଲେ। ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି। ବିଜେପୁରରେ ପରାଜୟ ଭୟରେ ବିଜେପି ଏପରି କରିଛି ବୋଲି ପ୍ରତାପ ଅଭିଯୋଗ କରିଛନ୍ତି।

The post ବିଜେପୁରରେ ନିର୍ବାଚନୀ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ appeared first on Odisha Reporter.

]]>
https://odishareporter.in/odisha/bijepur-by-election-violence-213339/feed 0 2018-02-23 14:17:49 https://odishareporter.in/wp-content/uploads/2018/02/attack.jpg
ପ୍ରଚାର ଶେଷ, ୨୪ରେ ଭୋଟ୍‌ https://odishareporter.in/odisha/election-campaigning-at-bijepur-end-213274 https://odishareporter.in/odisha/election-campaigning-at-bijepur-end-213274#respond Thu, 22 Feb 2018 14:25:20 +0000 http://odishareporter.in/?p=213274

ବରଗଡ଼( ଓଡ଼ିଶା ରିପୋର୍ଟର): ଛକାପଞ୍ଝା, ଆରୋପ ପ୍ରତ୍ୟାରୋପ ମଧ୍ୟରେ ସରିଲା ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର। ଅନ୍ତିମ ଦିନରେ ନା ଦେଖିବାକୁ ମିଳିଥିଲା ହେଭିୱେଟଙ୍କ ହାଇଭୋଲଟେଜ କ୍ୟାମ୍ପେନ୍ ନା ଥିଲା ମଞ୍ଚରେ ବୟାନବାଜି। ଆଜି କେବଳ ଡୋର୍-ଟୁ-ଡୋର୍ କ୍ୟାମ୍ପେନକୁ ଗୁରୁତ୍ୱ ଦେଇ ଭୋଟ୍ ଭିକ୍ଷା କରିଥିଲେ ୩ ପ୍ରମୁଖ ଦଳର ନେତା ଓ କର୍ମୀମାନେ।  ବିଜେଡିର ପ୍ରଚାର ମୈଦାନରେ ଆଜି ଦେଖିବାକୁ ମିଳିଥିଲା ଦଳୀୟ ନେତା ସଂଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକଙ୍କୁ। ପ୍ରାର୍ଥୀ ରୀତା […]

The post ପ୍ରଚାର ଶେଷ, ୨୪ରେ ଭୋଟ୍‌ appeared first on Odisha Reporter.

]]>

ବରଗଡ଼( ଓଡ଼ିଶା ରିପୋର୍ଟର): ଛକାପଞ୍ଝା, ଆରୋପ ପ୍ରତ୍ୟାରୋପ ମଧ୍ୟରେ ସରିଲା ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର। ଅନ୍ତିମ ଦିନରେ ନା ଦେଖିବାକୁ ମିଳିଥିଲା ହେଭିୱେଟଙ୍କ ହାଇଭୋଲଟେଜ କ୍ୟାମ୍ପେନ୍ ନା ଥିଲା ମଞ୍ଚରେ ବୟାନବାଜି। ଆଜି କେବଳ ଡୋର୍-ଟୁ-ଡୋର୍ କ୍ୟାମ୍ପେନକୁ ଗୁରୁତ୍ୱ ଦେଇ ଭୋଟ୍ ଭିକ୍ଷା କରିଥିଲେ ୩ ପ୍ରମୁଖ ଦଳର ନେତା ଓ କର୍ମୀମାନେ।  ବିଜେଡିର ପ୍ରଚାର ମୈଦାନରେ ଆଜି ଦେଖିବାକୁ ମିଳିଥିଲା ଦଳୀୟ ନେତା ସଂଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକଙ୍କୁ। ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରିଥିଲେ ଏହି ଦୁଇ ନେତା। ବରପାଲିରେ ବିଜେପି ପ୍ରଚାରରେ କିନ୍ତୁ ଦଳୀୟ ନେତାଙ୍କ ସ୍ଥାନରେ ଫାଇନାଲ୍ ଟଚ୍ ଦେଉଥିଲେ ଅଭିନେତ୍ରୀ ଅନୁ ଚୌଧୁରୀ, ଅପରାଜିତା ମହାନ୍ତି, ଅଭିନେତା ମିହିର ଦାସ ଓ ହରିହର ମହାପାତ୍ର। ସେମାନେ ମଧ୍ୟ ବରପାଲିରେ ପ୍ରଚାର କରିଥିଲେ। ଗାଇସିଲାଟ ଗାଁରେ ପ୍ରଚାରର ମୁଣ୍ଡି ମାରିଥିଲା କଂଗ୍ରେସ। ଗାଁରେ ସଭା କରି ଭୋଟରଙ୍କୁ ଅକୃଷ୍ଟ କରିବାକୁ ଉଦ୍ୟମ କରିଥିଲେ ଦଳର ବରିଷ୍ଠ ନେତା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ  ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଭୋଟ ମାଗିଥିଲେ ଗାଇସିଲାଟ ଗାଁରେ।

ବୁଥ ମୁହାଁ ହେଲେ ପୋଲିଂ ପାର୍ଟି

ପ୍ରଚାର ସରିଥିବା ବେଳେ ପ୍ରଶାସନ ପକ୍ଷରୁ ବୁଥକୁ କର୍ମଚାରୀ ଓ ସରଞ୍ଜାମ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୋଟଗ୍ରହଣ ପାଇଁ ଭିଭିପ୍ୟାଟ୍ ମେସିନ ସହ ଇଭିଏମ୍, ଲଣ୍ଠନ ସମସ୍ତ ସରଞ୍ଜାମ ଧରି ବୁଥକୁ ଯାଉଛନ୍ତି ପୋଲିଂ ପାର୍ଟି। ପ୍ରତି ଟିମ୍‌ରେ ରହିଛନ୍ତି ଜଣେ ପ୍ରିଜାଇଡ଼ିଂ ଅଫିସର, ୪ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀ। ଯେଉଁ ୧୧ଟି ସ୍କୁଲରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ହେବା ସହ ପୋଲିଂ ବୁଥ୍ ହୋଇଛି ସେଠାକୁ ଆସନ୍ତାକାଲି ପରୀକ୍ଷା ସରିବା ପରେ ପୋଲିଂ ପାର୍ଟି ଯିବେ। ବିଜେପୁର ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୭୦ଟି ବୁଥ୍ ଥିବା ବେଳେ ଏହାକୁ ୨୮୧କୁ ବୃଦ୍ଧି କରାଯାଇଛି। ସେଥିମଧ୍ୟରୁ ୧୫୫ଟିକୁ କ୍ରିଟିକାଲ୍ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ୨୦ଟି ବୁଥରେ ସିସିଟିଭି ଲାଗିବା ସହ ୪୦ଟି ବୁଥରେ ରହିବେ ମାଇକ୍ରୋ ଅବଜରଭର୍। ନିର୍ବାଚନ ସମୟରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି୍ ମଧ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ବିଜେପୁରରେ ବ୍ୟବହାର ହେବ ଭିଭିପାଟ୍ ମେସିନ୍।

ଆସନ୍ତା ଶନିବାର ଭୋଟଗ୍ରହଣ ପରେ ୨୮ରେ ଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ।

The post ପ୍ରଚାର ଶେଷ, ୨୪ରେ ଭୋଟ୍‌ appeared first on Odisha Reporter.

]]>
https://odishareporter.in/odisha/election-campaigning-at-bijepur-end-213274/feed 0 2018-02-22 20:21:25 https://odishareporter.in/wp-content/uploads/2018/02/bijepur-7.jpg
ବିଜେପୁର ପ୍ରଚାର ସରିଲା; ଚର୍ଚ୍ଚାରେ ରହିଲା ଏହି ୧୦ ଘଟଣା https://odishareporter.in/odisha/in-bijepur-campaign-these-10-incident-in-limelight-213265 https://odishareporter.in/odisha/in-bijepur-campaign-these-10-incident-in-limelight-213265#respond Thu, 22 Feb 2018 14:13:48 +0000 http://odishareporter.in/?p=213265

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଶେଷ ହୋଇଯାଇଛି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର। ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ। ୨୮ ତାରିଖରେ ଭୋଟ୍ ଗଣତି ହେବ ଓ ଫଳାଫଳ ଜଣାପଡ଼ିଯିବ। ସେତେବେଳେ ଯାଇ ଜଣାପଡ଼ିବ ପ୍ରଚାର ବେଳେ କିଏ ଭୋଟରଙ୍କୁ ପ୍ରଭାବିତ କରିପାରିଥିଲେ। ସେ ଯାହା ହେଉନା କାହିଁକି, ବିଜେପୁର ଉପ-ନିର୍ବାଚନକୁ ଲୋକେ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖିବେ। ଘଟଣାବହୁଳ ରହିଛି ବିଜେପୁର ଉପନିର୍ବାଚନ। ସେମିତି କିଛି ଚର୍ଚ୍ଚିତ ଘଟଣା ସଂପର୍କରେ ଆମେ ଏଠାରେ […]

The post ବିଜେପୁର ପ୍ରଚାର ସରିଲା; ଚର୍ଚ୍ଚାରେ ରହିଲା ଏହି ୧୦ ଘଟଣା appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଶେଷ ହୋଇଯାଇଛି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର। ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ। ୨୮ ତାରିଖରେ ଭୋଟ୍ ଗଣତି ହେବ ଓ ଫଳାଫଳ ଜଣାପଡ଼ିଯିବ। ସେତେବେଳେ ଯାଇ ଜଣାପଡ଼ିବ ପ୍ରଚାର ବେଳେ କିଏ ଭୋଟରଙ୍କୁ ପ୍ରଭାବିତ କରିପାରିଥିଲେ। ସେ ଯାହା ହେଉନା କାହିଁକି, ବିଜେପୁର ଉପ-ନିର୍ବାଚନକୁ ଲୋକେ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖିବେ। ଘଟଣାବହୁଳ ରହିଛି ବିଜେପୁର ଉପନିର୍ବାଚନ। ସେମିତି କିଛି ଚର୍ଚ୍ଚିତ ଘଟଣା ସଂପର୍କରେ ଆମେ ଏଠାରେ ଉଲ୍ଲେଖ କରୁଛୁ ।

ଚପଲ ଫିଙ୍ଗିଲେ

ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଥିଲେ। ସେହି ଦିନ ସନ୍ଧ୍ୟାରେ ସେ ବରପାଲିର କୁମ୍ଭାରୀରେ ଏକ ସଭାକୁ ସମ୍ବୋଧିତ କରୁଥିବା ବେଳେ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ତାଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ। ଅବଶ୍ୟ ଚପଲ ଦୁଇଟି ତାଙ୍କ ଦେହରେ ବାଜି ନଥିଲା। ଏ ଘଟଣାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ। ବିଜେଡି ଏହି ଘଟଣା ପାଇଁ ସିଧାସଳଖ ବିଜେପିକୁ ଦାୟୀ କରିଥିବା ବେଳେ ବିଜେପି ଏହାକୁ ଖଣ୍ଡନ କରୁଛି।

ରୀତା କାନ୍ଦିଲେ

୨୦ ତାରିଖରେ ବରପାଲି ନିକଟସ୍ଥ ବଡ଼ଗାଁରେ ବିଜେଡିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସଭାରେ ଭାଷଣ ଦେବା ବେଳେ କାନ୍ଦି ପକାଇଥିଲେ ଦଳୀୟ ପ୍ରାର୍ଥୀ ରୀତା ସାହୁ। ସ୍ୱାମୀଙ୍କ ପାଇଁ ଭୋଟ୍ ଦେବାକୁ ବି ସେ କହିଥିଲେ।

ବିଜେପି ମଞ୍ଚ ଦବିଲା

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସ୍ମୃତି ଇରାନୀ ଓ ରାମକ୍ରିପାଲ ଯାଦବ ପ୍ରମୁଖ ପ୍ରଚାର କରିଥିଲେ। ମନ୍ତ୍ରୀ ରାମକ୍ରିପାଲ ଯାଦବ ୨୧ ତାରିଖ ଦିନ ଗାଇସିଲାଟ ବ୍ଲକ୍‌ର ଜଗଲପାଟରେ ଦଳୀୟ କର୍ମୀଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ମଞ୍ଚର କିଛି ଅଂଶ ଭାଙ୍ଗି ଯାଇଥିଲା। ରାମକ୍ରିପାଲ ଗଳି ପଡ଼ିଥିଲେ, କିନ୍ତୁ ପୂରା ତଳେ ପଡ଼ି ଯାଇ ନଥିଲେ। ଏ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।

ସ୍ମୃତି ଝୁଣ୍ଟିଲେ

୨୦ ତାରିଖ ଦିନ ବିଜେପି ପାଇଁ ପ୍ରଚାର କରିବାକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଗାଇସିଲାଟରେ ଆୟୋଜିତ ଏକ ନିର୍ବାଚନୀ ସଭାର ମଞ୍ଚକୁ ଚଢ଼ୁଥିବା ବେଳେ ସେ ଝୁଣ୍ଟି ପଡ଼ିଥିଲେ।

ଅନୁଭବଙ୍କୁ ଘେରିଲେ

ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଗାଇସିଲାଟରେ ବିଜେଡି ପାଇଁ ଏକ ରୋଡ୍ ଶୋ କରୁଥିବା ବେଳେ ତାଙ୍କୁ ଘେରିଯାଇଥିଲେ ବିଜେପି କର୍ମୀ। ସେମାନେ ବିଜେପି ଜିନ୍ଦାବାଦ୍‌ ଜିନ୍ଦାବାଦ୍ ନାରା ବି ଦେଇଥିଲେ।

ଶଗଡ଼ରେ କଂଗ୍ରେସର ପ୍ରଚାର

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଗାଇସିଲାଟର ଶ୍ରଦ୍ଧାପୁରରେ  ଶଗଡ଼ରେ ପ୍ରଚାର କରିଥିଲେ। ତାଙ୍କ ସହିତ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଦଳର ରାଜ୍ୟ ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଶଗଡ଼ରେ ବସି ପ୍ରଚାର କରିଥିଲେ।

ଗରା ଧରି ପ୍ରଚାର

ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେପିର ଜଣେ ସକ୍ରିୟ କର୍ମୀ। ସେ ବି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ସେ ଗୋଟିଏ ସ୍ଥାନରେ ଗରା ଧରି ପ୍ରଚାର କରିଥିଲେ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

୪୦ ଲକ୍ଷ ଟଙ୍କା ଜବତ

ଗତ ୧୭ ତାରିଖରେ ପଦ୍ମପୁର  ନିକଟସ୍ଥ ମହୁଲପାଲ୍ଲୀରେ ଗୋଟିଏ କାରରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିଲା। ଏ ଟଙ୍କାକୁ ନେଇ ଭାରି ଆଲୋଚନା ହୋଇଥିଲା। ଏହି ଟଙ୍କା ନେଇ ଭିଏଚ୍‌ପି ଉପରକୁ ଆଙ୍ଗୁଳି ଉଠିଥିଲା।

ବିଜେପି ଅଫିସ୍ ଓ ବିଜେଡି ମନ୍ତ୍ରୀଙ୍କ ଘରେ ଚଢ଼ାଉ

ରାତି ଅଧରେ ପୋଲିସ୍ ବରଗଡ଼ ସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ଚଢ଼ାଉ କରିବା ଘଟଣାକୁ ନେଇ ଦଳୀୟ କର୍ମୀ ଥାନା ଘେରାଉ କରିଥିଲେ। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଘରେ ବି ଚଢ଼ାଉ ହୋଇଥିଲା।

ଷ୍ଟାରମୟ ବିଜେପୁର

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ବହୁ ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ବିଜେଡି ପାଇଁ  ଅଭିନେତା ତଥା ଦଳୀୟ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବିଧାୟକ ଆକାଶ ଦାସ ମହାପାତ୍ର ପ୍ରମୁଖ ପ୍ରଚାର କରିଥିଲେ। ସେହିପରି ଅଭିନେତା ଅରିନ୍ଦମ ଓ କୁନା ତ୍ରିପାଠୀ ମଧ୍ୟ ଦଳ ପାଇଁ ପ୍ରଚାର କରିଥିଲେ। ବିଜେପି ପାଇଁ ପିଙ୍କି ପ୍ରଧାନ, କମେଡିଆ ହରି, ଅପରାଜିତା ମହାନ୍ତି, ମହାଶ୍ୱେତା ରାୟ, ଶ୍ରୀତମ ଦାସ, ମିହିର ଦାସ ଓ ଅନୁ ଚୌଧରୀ ପ୍ରମୁଖ ପ୍ରଚାର କରିଥିଲେ।

 

 

The post ବିଜେପୁର ପ୍ରଚାର ସରିଲା; ଚର୍ଚ୍ଚାରେ ରହିଲା ଏହି ୧୦ ଘଟଣା appeared first on Odisha Reporter.

]]>
https://odishareporter.in/odisha/in-bijepur-campaign-these-10-incident-in-limelight-213265/feed 0 2018-02-22 19:52:56 https://odishareporter.in/wp-content/uploads/2018/02/jitu.jpg
ସାଇକେଲ୍‌ରେ ପ୍ରଚାର କଲେ ଅରିନ୍ଦମ https://odishareporter.in/odisha/arindam-campaigns-on-cycle-in-bijepur-213209 https://odishareporter.in/odisha/arindam-campaigns-on-cycle-in-bijepur-213209#respond Thu, 22 Feb 2018 12:07:05 +0000 http://odishareporter.in/?p=213209

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଶନିବାର ଭୋଟ୍ ଗ୍ରହଣ ହେବ। ପ୍ରଚାରର ଶେଷ ଦିନରେ ଆଜି ଫିଲ୍ମ ଅଭିନେତା ଅରିନ୍ଦମ ବିଜେଡି ପାଇଁ ପ୍ରଚାର କରିଥିଲେ। ବିଜେପୁରର ପଧାନପାଲ୍ଲୀରେ ସେ ସାଇକେଲ୍‌ରେ ନିର୍ବାଚନ ପ୍ରଚାର କରିଥିଲେ। ସେ ସାଇକେଲ୍‌ ଚଲାଉଥିବା ବେଳେ ଗୋଟିଏ ହାତରେ ବିଜେଡିର ପତକା ଧରିଥିଲେ। ଏହା ପୂର୍ବରୁ ପିଙ୍କି ପ୍ରଧାନ ଗରା ଧରି ବିଜେପି ପାଇଁ ପ୍ରଚାର କରିଥିଲେ। ସେହିପରି ପିସିସି ସଭାପତି ପ୍ରସାଦ […]

The post ସାଇକେଲ୍‌ରେ ପ୍ରଚାର କଲେ ଅରିନ୍ଦମ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଶନିବାର ଭୋଟ୍ ଗ୍ରହଣ ହେବ। ପ୍ରଚାରର ଶେଷ ଦିନରେ ଆଜି ଫିଲ୍ମ ଅଭିନେତା ଅରିନ୍ଦମ ବିଜେଡି ପାଇଁ ପ୍ରଚାର କରିଥିଲେ। ବିଜେପୁରର ପଧାନପାଲ୍ଲୀରେ ସେ ସାଇକେଲ୍‌ରେ ନିର୍ବାଚନ ପ୍ରଚାର କରିଥିଲେ। ସେ ସାଇକେଲ୍‌ ଚଲାଉଥିବା ବେଳେ ଗୋଟିଏ ହାତରେ ବିଜେଡିର ପତକା ଧରିଥିଲେ।

ଏହା ପୂର୍ବରୁ ପିଙ୍କି ପ୍ରଧାନ ଗରା ଧରି ବିଜେପି ପାଇଁ ପ୍ରଚାର କରିଥିଲେ। ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁ ଗାଇସିଲାଟ ବ୍ଲକ୍‌ର ଶ୍ରଦ୍ଧାପୁର ଗାଁରେ ଶଗଡ଼ରେ ନିର୍ବାଚନ ପ୍ରଚାର କରିଥିଲେ।

The post ସାଇକେଲ୍‌ରେ ପ୍ରଚାର କଲେ ଅରିନ୍ଦମ appeared first on Odisha Reporter.

]]>
https://odishareporter.in/odisha/arindam-campaigns-on-cycle-in-bijepur-213209/feed 0 2018-02-22 18:23:51 https://odishareporter.in/wp-content/uploads/2018/02/arindam.jpg
ମୁହାଁମୁହିଁ: ଧର୍ମେନ୍ଦ୍ର କହିଲେ ୧୦୦ କର୍ମଚାରୀଙ୍କୁ ପଠାଉଛନ୍ତି ପାଣ୍ଡିଆନ୍, ଜବାବରେ ପ୍ରସନ୍ନ କହିଲେ ଧର୍ମେନ୍ଦ୍ର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକାଇ ଥିଲେ https://odishareporter.in/odisha/bjp-target-in-bjd-213149 https://odishareporter.in/odisha/bjp-target-in-bjd-213149#respond Thu, 22 Feb 2018 09:05:09 +0000 http://odishareporter.in/?p=213149

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ନେଇ ବିଜେପି ଆଶଙ୍କା ପ୍ରକାଶ କରିଛି। ଏ ନେଇ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ସହ ବିଜେପିର ଏକ ଟିମ୍ ଆଲୋଚନା କରିଛି। ଏହାସହ ବରଗଡ଼ରେ ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ ବିଜେପୁରକୁ ଶହେ କର୍ମଚାରୀଙ୍କୁ ପଠାଉଛନ୍ତି ପାଣ୍ଡିଆନ। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଛୁଟି ଦେଇ ବିଜେପୁର ପଠାଉଛନ୍ତି।” ସେହିପରି ପାଣ୍ଡିଆନଙ୍କ ସହ ତୃତୀୟ ମହଲାର ଅନ୍ୟ […]

The post ମୁହାଁମୁହିଁ: ଧର୍ମେନ୍ଦ୍ର କହିଲେ ୧୦୦ କର୍ମଚାରୀଙ୍କୁ ପଠାଉଛନ୍ତି ପାଣ୍ଡିଆନ୍, ଜବାବରେ ପ୍ରସନ୍ନ କହିଲେ ଧର୍ମେନ୍ଦ୍ର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକାଇ ଥିଲେ appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ନେଇ ବିଜେପି ଆଶଙ୍କା ପ୍ରକାଶ କରିଛି। ଏ ନେଇ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ସହ ବିଜେପିର ଏକ ଟିମ୍ ଆଲୋଚନା କରିଛି। ଏହାସହ ବରଗଡ଼ରେ ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ ବିଜେପୁରକୁ ଶହେ କର୍ମଚାରୀଙ୍କୁ ପଠାଉଛନ୍ତି ପାଣ୍ଡିଆନ। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଛୁଟି ଦେଇ ବିଜେପୁର ପଠାଉଛନ୍ତି।”

ସେହିପରି ପାଣ୍ଡିଆନଙ୍କ ସହ ତୃତୀୟ ମହଲାର ଅନ୍ୟ ୪ ଅଫିସର କୁଟ୍ଟେ, ଗୋପବନ୍ଧୁ, ପ୍ରଦୀପ୍ତ ଏବଂ ରୁପାରୋସନଙ୍କ ନାଁ ନେଇ ଧର୍ମେନ୍ଦ୍ର କହିଛନ୍ତି,“ବିଜେଡି ସହ ନୁହେଁ ବରଂ CMO ଅଧିକାରୀଙ୍କ ସହ ବିଜେପୁରରେ ଲଢେଇ ହେଉଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରାଯିବ।”

ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରି ଧର୍ମେନ୍ଦ୍ର କହିଛନ୍ତି,“ ଆଜି ସଂଧ୍ୟା ପରେ ମନ୍ତ୍ରୀଙ୍କୁ ସେଠାରୁ ତଡ଼ିପାର କରାଯାଉ। ସୁଶାନ୍ତ ସିଂ ନିର୍ବାଚନ ବେଳେ ଅଘଟଣ ଘଟାଇ ପାରନ୍ତି ତେଣୁ ତାଙ୍କୁ ଭିଡିଓ ସର୍ଭେଲାନ୍ସରେ ରଖାଯାଉ।”

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବିଜେପିର ଏକ ଟିମ୍ ବରଗଡ଼ ଜିଲ୍ଲାପାଳ,ଏସ୍‌ପି ଓ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲା।

ଅନ୍ୟପକ୍ଷରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ବିଜେଡି।  ଏକ ସାମ୍ୱାଦିକ ସମ୍ମିଳନୀରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ ୩ ଦିନ ତଳେ ବିଜେପୁରର ଏକ ପେଟ୍ରୋଲ ପମ୍ପକୁ ଧର୍ମେନ୍ଦ୍ର ଯାଇଥିଲେ। ସେଠି କର୍ମଚାରୀଙ୍କୁ ଗାଳି ଦେଇ ମାଲିକଙ୍କୁ ଡାକିବାକୁ କହିଥିଲେ। ସଂପୃକ୍ତ ମାଲିକ ପୂର୍ବରୁ କଂଗ୍ରେସରେ ଥିଲେ, ଏବେ ବିଜେଡିରେ ଅଛନ୍ତି। ସେ ବାହାରେ ଥିବାରୁ ଆସି ପାରିବେନି ବୋଲି କହିଥିଲେ। ତା’ ପରଦିନ ପେଟ୍ରୋଲିୟମ ଅଧିକାରୀ ପହଞ୍ଚି ପମ୍ପ ବନ୍ଦ କରିଥିଲେ। ଏହା କ’ଣ ଆଚରଣବିଧିର ଉଲ୍ଲଂଘନ ନୁହେଁ କି।”

The post ମୁହାଁମୁହିଁ: ଧର୍ମେନ୍ଦ୍ର କହିଲେ ୧୦୦ କର୍ମଚାରୀଙ୍କୁ ପଠାଉଛନ୍ତି ପାଣ୍ଡିଆନ୍, ଜବାବରେ ପ୍ରସନ୍ନ କହିଲେ ଧର୍ମେନ୍ଦ୍ର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକାଇ ଥିଲେ appeared first on Odisha Reporter.

]]>
https://odishareporter.in/odisha/bjp-target-in-bjd-213149/feed 0 2018-02-22 14:35:09 https://odishareporter.in/wp-content/uploads/2018/02/bjpp.jpg
ବଦଳିଲେ ପଦ୍ମପୁର ଏସ୍‌ଡିପିଓ https://odishareporter.in/odisha/bijeypur-sdpo-transfer-213135 https://odishareporter.in/odisha/bijeypur-sdpo-transfer-213135#respond Thu, 22 Feb 2018 07:48:50 +0000 http://odishareporter.in/?p=213135

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନର ଦିନକ ପୂର୍ବରୁ ବଦଳିଲେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବଦଳି କରାଯାଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ଆର.ପି. ଶର୍ମା ସୂଚନା ଦେଇଛନ୍ତି । କ୍ଷୀରସାଗର ନାୟକଙ୍କୁ ପଦ୍ମପୁର SDPO ଦାୟିତ୍ୱ ଦିଆଯାଇଛି।  ପଦ୍ମପୁରର ପୂର୍ବତନ ଏସଡିପିଓଙ୍କୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ଏହି ବଦଳି ସମ୍ପର୍କରେ ପୋଲିସ ମୁଖ୍ୟାଳୟରୁ ମଧ୍ୟ ସୂଚନା ଦିଆଯାଇଛି।

The post ବଦଳିଲେ ପଦ୍ମପୁର ଏସ୍‌ଡିପିଓ appeared first on Odisha Reporter.

]]>

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନର ଦିନକ ପୂର୍ବରୁ ବଦଳିଲେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବଦଳି କରାଯାଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ଆର.ପି. ଶର୍ମା ସୂଚନା ଦେଇଛନ୍ତି । କ୍ଷୀରସାଗର ନାୟକଙ୍କୁ ପଦ୍ମପୁର SDPO ଦାୟିତ୍ୱ ଦିଆଯାଇଛି।  ପଦ୍ମପୁରର ପୂର୍ବତନ ଏସଡିପିଓଙ୍କୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ଏହି ବଦଳି ସମ୍ପର୍କରେ ପୋଲିସ ମୁଖ୍ୟାଳୟରୁ ମଧ୍ୟ ସୂଚନା ଦିଆଯାଇଛି।

The post ବଦଳିଲେ ପଦ୍ମପୁର ଏସ୍‌ଡିପିଓ appeared first on Odisha Reporter.

]]>
https://odishareporter.in/odisha/bijeypur-sdpo-transfer-213135/feed 0 2018-02-22 15:14:46 https://odishareporter.in/wp-content/uploads/2018/02/PADAMPUR-SDPO-750x430-copy.jpg
ଫଟୋ ଦେଖାଇଲେ ପ୍ରତାପ ଦେବ, କହିଲେ-ଚପଲ ଫିଙ୍ଗି ଥିବା କାର୍ତ୍ତିକ ଆରଏସ୍ଏସ୍ ସଦସ୍ୟ https://odishareporter.in/odisha/bjd-allegation-bjp-213010 https://odishareporter.in/odisha/bjd-allegation-bjp-213010#respond Thu, 22 Feb 2018 03:14:48 +0000 http://odishareporter.in/?p=213010

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକ କାର୍ତ୍ତିକ ମେହେର ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ରହିଛି।  ସେ ଆରଏସ୍ଏସ୍ ସଦସ୍ୟ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଆରଏସ୍ଏସ୍ ପୋଷାକରେ କାର୍ତ୍ତିକଙ୍କର ଏକ ଫଟୋକୁ ଦେଖାଇ ସେ ବିଜେପିକୁ ସମାଲୋଚନା କରିଛନ୍ତି। କେଉଁ ଆଧାରରେ କାର୍ତ୍ତିକଙ୍କୁ ପଦ୍ମପୁର ଥାନା ଆଇଆଇସି ମାନସିକ ଭାରସାମ୍ୟ ହରାଇଥିବା କହିଛନ୍ତି ତାର ତଦନ୍ତ ହେବା ଦରକାର ବୋଲି ପ୍ରତାପ ଦେବ […]

The post ଫଟୋ ଦେଖାଇଲେ ପ୍ରତାପ ଦେବ, କହିଲେ-ଚପଲ ଫିଙ୍ଗି ଥିବା କାର୍ତ୍ତିକ ଆରଏସ୍ଏସ୍ ସଦସ୍ୟ appeared first on Odisha Reporter.

]]>

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକ କାର୍ତ୍ତିକ ମେହେର ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ରହିଛି।  ସେ ଆରଏସ୍ଏସ୍ ସଦସ୍ୟ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଆରଏସ୍ଏସ୍ ପୋଷାକରେ କାର୍ତ୍ତିକଙ୍କର ଏକ ଫଟୋକୁ ଦେଖାଇ ସେ ବିଜେପିକୁ ସମାଲୋଚନା କରିଛନ୍ତି। କେଉଁ ଆଧାରରେ କାର୍ତ୍ତିକଙ୍କୁ ପଦ୍ମପୁର ଥାନା ଆଇଆଇସି ମାନସିକ ଭାରସାମ୍ୟ ହରାଇଥିବା କହିଛନ୍ତି ତାର ତଦନ୍ତ ହେବା ଦରକାର ବୋଲି ପ୍ରତାପ ଦେବ କହିଛନ୍ତି। ଅନ୍ୟପକ୍ଷରେ ଏହାର ଜବାବ ରଖି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି, “ପ୍ରଥମେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତାପ ଦେବ ପ୍ରଶ୍ନ ଉଠାନ୍ତୁ”।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଣି ଥରେ ଜୋତା ମାଡ଼ କରିଥିଲେ ଉକ୍ତ ଦୁର୍ବୃତ୍ତ। ଏହି ଜୋତାଟି ମୁଖ୍ୟମନ୍ତ୍ରୀଙ୍କ ମୁହଁ ପାଖକୁ ଚାଲି ଆସିଥିଲେ ବି ସୁରକ୍ଷା କର୍ମୀ ଏହାକୁ ହାତରେ ଛିଞ୍ଚାଡି ଦେବାରୁ ତାହା ତଳେ ପଡ଼ିଯାଇଥିଲା। ଏହି ଘଟଣା ପରେ ମଞ୍ଚ ତଳେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉପସ୍ଥିତ ସୁରକ୍ଷା କର୍ମୀ ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରି ନେଇଥିଲେ।

The post ଫଟୋ ଦେଖାଇଲେ ପ୍ରତାପ ଦେବ, କହିଲେ-ଚପଲ ଫିଙ୍ଗି ଥିବା କାର୍ତ୍ତିକ ଆରଏସ୍ଏସ୍ ସଦସ୍ୟ appeared first on Odisha Reporter.

]]>
https://odishareporter.in/odisha/bjd-allegation-bjp-213010/feed 0 2018-02-22 09:29:41 https://odishareporter.in/wp-content/uploads/2018/02/bjd-1.png
ଦିନକ ପରେ ଭୋଟ୍, ଆଜି ପ୍ରଚାରର ଶେଷ ଦିନ https://odishareporter.in/odisha/bijepur-by-election-3-212995 https://odishareporter.in/odisha/bijepur-by-election-3-212995#respond Thu, 22 Feb 2018 02:37:49 +0000 http://odishareporter.in/?p=212995

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିବେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ହେଭିୱେଟ୍‌ ନେତାମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ। ବିଜେଡି ପକ୍ଷରୁ ଦୁଇ ଦିନ ପ୍ରଚାର କରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଶେଷ ଦିନରେ ବିଜେଡି ପାଇଁ ଦଳର ପ୍ରମୁଖ ହେଭିୱେଟ୍‌ ନେତାଙ୍କ ସହ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବେ। ଆଜି […]

The post ଦିନକ ପରେ ଭୋଟ୍, ଆଜି ପ୍ରଚାରର ଶେଷ ଦିନ appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିବେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ହେଭିୱେଟ୍‌ ନେତାମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ। ବିଜେଡି ପକ୍ଷରୁ ଦୁଇ ଦିନ ପ୍ରଚାର କରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଶେଷ ଦିନରେ ବିଜେଡି ପାଇଁ ଦଳର ପ୍ରମୁଖ ହେଭିୱେଟ୍‌ ନେତାଙ୍କ ସହ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବେ।

ଆଜି ପ୍ରଚାର ସରୁଥିବାରୁ ସବୁ ଦଳର କର୍ମୀଙ୍କ ପାଖରେ ସୀମିତ ସମୟ ରହିବ। ସଂଧ୍ୟା ୫ଟାରେ ସରିବ ପ୍ରଚାର। ସେହିପରି ବିଜେପି ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରଚାର। ଗତକାଲି ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। କଂଗ୍ରେସ ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ରାଜ୍ୟର ତୁଙ୍ଗ ନେତାଙ୍କ ସହ କଂଗ୍ରେସର ସ୍ଥାନୀୟ ନେତୃବୃନ୍ଦ ପ୍ରଚାର କରୁଛନ୍ତି।

The post ଦିନକ ପରେ ଭୋଟ୍, ଆଜି ପ୍ରଚାରର ଶେଷ ଦିନ appeared first on Odisha Reporter.

]]>
https://odishareporter.in/odisha/bijepur-by-election-3-212995/feed 0 2018-02-22 09:27:05 https://odishareporter.in/wp-content/uploads/2018/02/logo.jpg
କଂଗ୍ରେସ ଗଡ଼ରେ ନବୀନ ଓ ରାମକ୍ରିପାଲ: ଘରକୁ ଘର ବୁଲିଲେ, ଭୋଟ୍‌ ମାଗିଲେ https://odishareporter.in/odisha/cm-naveen-and-ram-kripal-in-gaisilat-block-212963 https://odishareporter.in/odisha/cm-naveen-and-ram-kripal-in-gaisilat-block-212963#respond Wed, 21 Feb 2018 16:14:29 +0000 http://odishareporter.in/?p=212963

ବରଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନୀ ବାଜି ଜିତିବା ପାଇଁ କଳ, ବଳ ଓ କୌଶଳ ଖଟାଇ ଜନତା ଜନାର୍ଦ୍ଦନଙ୍କ ମନ ଜିଣିବାକୁ ରାତିଦିନ ଏକ କରିଦେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ। ତେବେ ମୁଖ୍ୟ ଆକର୍ଷଣରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। ଏମାନେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ନିଜ ବ୍ଲକ ଗାଇସିଲାଟ୍‌ରେ ଆଜି ଦମ୍‌ ଦେଖାଇଛନ୍ତି। ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା କରିଛନ୍ତି। ମାରାଥନ […]

The post କଂଗ୍ରେସ ଗଡ଼ରେ ନବୀନ ଓ ରାମକ୍ରିପାଲ: ଘରକୁ ଘର ବୁଲିଲେ, ଭୋଟ୍‌ ମାଗିଲେ appeared first on Odisha Reporter.

]]>

ବରଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନୀ ବାଜି ଜିତିବା ପାଇଁ କଳ, ବଳ ଓ କୌଶଳ ଖଟାଇ ଜନତା ଜନାର୍ଦ୍ଦନଙ୍କ ମନ ଜିଣିବାକୁ ରାତିଦିନ ଏକ କରିଦେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ। ତେବେ ମୁଖ୍ୟ ଆକର୍ଷଣରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। ଏମାନେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ନିଜ ବ୍ଲକ ଗାଇସିଲାଟ୍‌ରେ ଆଜି ଦମ୍‌ ଦେଖାଇଛନ୍ତି। ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା କରିଛନ୍ତି।

ମାରାଥନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଥିଲା ଗାଇସିଲାଟ ବ୍ଲକ। କାରଣ ଏହି ବ୍ଲକଟି ହେଉଛି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କର। ଏହି ବ୍ଲକର କଲଙ୍ଗାପାଲି ସାଧାରଣ ସଭାରେ ନବୀନ ବିକାଶର ମୁଦ୍ଦା ଉଠାଇ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ। ପାନୀୟ ଜଳ ଯୋଗାଣ, କୋଶଲି ଭାଷା ଓ ବୁଣାକାର ସମସ୍ୟା ପ୍ରସଙ୍ଗରେ ପ୍ରତିଶ୍ରୁତି ଦେବା ସହ ବ୍ୟକ୍ତିଗତ ଭାବେ ଗାଇସିଲାଟର ବିକାଶ କାମ ନିଜେ ଦେଖିବେ ବୋଲି ନବୀନ କହିଥିଲେ। ଅପରାହ୍ନରେ ବିଜେପୁରରେ ସଭାରେ ଯୋଗଦେଇ ନବୀନ କହିଥିଲେ-“ମହାନଦୀ ପାଇଁ ଆମ ଲଢ଼େଇ ଜାରି ରହିଛି। ଆଗକୁ ଏହି ଲଢ଼େଇ ଜାରି ରହିବ। ମହାନଦୀ ମାମଲାରେ ସୁପ୍ରିମକୋର୍ଟ ଆମକୁ ନ୍ୟାୟ ଦେଲେ। ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କେନ୍ଦ୍ର ଟ୍ରିବ୍ୟୁନାଲ ପାଇଁ ବାଧ୍ୟ ହେଲା।”

ସେହିପରି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍ ଯାଦବ। ସେ ଆଜି ଗାଇସିଲାଟ ବ୍ଲକ ଜଗଲପାଟ ସମେତ କଠଉମାଲ୍, ବରେଇମୁଣ୍ଡା ଆଦି ଗାଁରେ ସାଧାରଣ ସଭା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସଭାରେ ସୁରେଶ ପୂଜାରୀଙ୍କ ସହ ଅନ୍ୟାନ୍ୟ ନେତା ମଧ୍ୟ ଉପସ୍ଥିତ ଥିଲେ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରପାଲି ବ୍ଲକରେ ନିର୍ବାଚନୀ ସଭା କରି ରୀତା ସାହୁଙ୍କୁ ବର୍ଷେ ପାଇଁ ଜିତାଇବାକୁ ମୁଖ୍ୟମନ୍ତ୍ରୀ କାହିଁକି କହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ? ବର୍ଷେ ପରେ ବିଜେପୁରରୁ ସୁଶାନ୍ତ ସିଂହ କିମ୍ବା ତାଙ୍କ ଭାଇଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଥିବା କହିଛନ୍ତି ଧର୍ମେନ୍ଦ୍ର।

ବିଜେଡି ଓ ବିଜେପି ପରି କଂଗ୍ରେସ ମଧ୍ୟ ପଛରେ ନାହିଁ। ଦଳର ବରିଷ୍ଠ ନେତାକୁ ଧରି ପ୍ରଚାର ମୈଦାନକୁ ଓହ୍ଲାଇଛି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ସେ ଆଜି ବରପାଲି ବ୍ଲକ ବନ୍ଧପାଲି ଗାଁରେ ପ୍ରଣୟ ସାହୁଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ଏହି ସମୟରେ ଜୟଦେବ ଜେନା, କିଶୋର ପଟେଲଙ୍କ ସମେତ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ। ସେହିପରି ପ୍ରଦୀପ ମାଝୀ ଆଜି ବିଜେପୁରକୁ ପ୍ରଚାରରେ ଯାଇ ସମଲେଇପଦର, ବୈରାଗପାଲିରେ ପ୍ରଚାର କରିଛନ୍ତି। ଗାଇସିଲାଟ ବ୍ଲକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିଥିଲେ।

The post କଂଗ୍ରେସ ଗଡ଼ରେ ନବୀନ ଓ ରାମକ୍ରିପାଲ: ଘରକୁ ଘର ବୁଲିଲେ, ଭୋଟ୍‌ ମାଗିଲେ appeared first on Odisha Reporter.

]]>
https://odishareporter.in/odisha/cm-naveen-and-ram-kripal-in-gaisilat-block-212963/feed 0 2018-02-21 21:44:29 https://odishareporter.in/wp-content/uploads/2018/02/naveen-1.jpg
ଇଏ ସେହି ଜୋତା https://odishareporter.in/odisha/body-slidershoes-hurled-at-cm-212951 https://odishareporter.in/odisha/body-slidershoes-hurled-at-cm-212951#respond Wed, 21 Feb 2018 15:54:28 +0000 http://odishareporter.in/?p=212951

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଇଏ ସେହି ଜୋତା ।  ଯାହା ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପୁର ଉପନିର୍ବାଚନୀ ପ୍ରଚାର ଲାଗି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ତାଙ୍କ ଉପରକୁ ଚପଲ ଫିଙ୍ଗା ହୋଇଥିଲା। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନ ଥିଲା। ଚପଲ ଦୁଇଟିକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଧରିନେଇଥିଲେ। ଆଉ ସେହି ଚପଲ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ  ଅଞ୍ଚଳରେ ଖୁବ୍‌ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେଉଛି।  ତେବେ […]

The post ଇଏ ସେହି ଜୋତା appeared first on Odisha Reporter.

]]>

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଇଏ ସେହି ଜୋତା ।  ଯାହା ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପୁର ଉପନିର୍ବାଚନୀ ପ୍ରଚାର ଲାଗି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ ତାଙ୍କ ଉପରକୁ ଚପଲ ଫିଙ୍ଗା ହୋଇଥିଲା। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନ ଥିଲା। ଚପଲ ଦୁଇଟିକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଧରିନେଇଥିଲେ। ଆଉ ସେହି ଚପଲ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ  ଅଞ୍ଚଳରେ ଖୁବ୍‌ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେଉଛି।  ତେବେ ଗତକାଲିର ଘଟଣାକୁ  ବିଭନ୍ନମହଲରେ ତୀବ୍ର ନିନ୍ଦା ପ୍ରକାଶ କରାଯାଇଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ସୂଚନା ଯୋଗ୍ୟ ଯେ, ବରପାଲିର କୁମ୍ଭାରୀରେ ଆଜି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବା ଆରମ୍ଭ ସମୟରେ ତାଙ୍କୁ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ଦୁଇଟି ଚପଲ ଫିଙ୍ଗିଥିଲେ।  ପରେ ଲୋକେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରି ବରପାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

The post ଇଏ ସେହି ଜୋତା appeared first on Odisha Reporter.

]]>
https://odishareporter.in/odisha/body-slidershoes-hurled-at-cm-212951/feed 0 2018-02-21 21:24:28 https://odishareporter.in/wp-content/uploads/2018/02/jota.jpg
ଦବି ଗଲା ବିଜେପି ସଭା ମଞ୍ଚ https://odishareporter.in/odisha/bjps-stage-collapsed-212947 https://odishareporter.in/odisha/bjps-stage-collapsed-212947#respond Wed, 21 Feb 2018 15:16:57 +0000 http://odishareporter.in/?p=212947

ବରଗଡ଼ (ଓଡ଼ିଶା ରିପୋର୍ଟର):  ଦବିଲା ବିଜେପି ସଭାମଞ୍ଚ। ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ। ବିଜେପୁର ଉପ ନିର୍ବାଚନ ପାଇଁ ସେ ପ୍ରଚାର କରିବାକୁ ଆସିଥିଲେ। ଗାଇସିଲାଟ ବ୍ଲକ୍ ଜଗଲପାଟରେ ଆୟୋଜିତ ସଭାରେ ସେ ମଞ୍ଚ ଉପରେ ଛିଡ଼ା ହୋଇ କର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ତାହା ଦବି ଯାଇଥିଲା। ମଞ୍ଚ ଦବି ଯିବାରୁ ମନ୍ତ୍ରୀ ତଳକୁ ଖସି ଗଲେ, କିନ୍ତୁ ପୂରା ପଡ଼ି ନଥିଲେ। ଏହି ସମୟରେ ମଞ୍ଚରେ ବିଜେପିର ରାଷ୍ଟ୍ରୀୟ ସଂପାଦକ […]

The post ଦବି ଗଲା ବିଜେପି ସଭା ମଞ୍ଚ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର):  ଦବିଲା ବିଜେପି ସଭାମଞ୍ଚ। ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ। ବିଜେପୁର ଉପ ନିର୍ବାଚନ ପାଇଁ ସେ ପ୍ରଚାର କରିବାକୁ ଆସିଥିଲେ। ଗାଇସିଲାଟ ବ୍ଲକ୍ ଜଗଲପାଟରେ ଆୟୋଜିତ ସଭାରେ ସେ ମଞ୍ଚ ଉପରେ ଛିଡ଼ା ହୋଇ କର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ତାହା ଦବି ଯାଇଥିଲା। ମଞ୍ଚ ଦବି ଯିବାରୁ ମନ୍ତ୍ରୀ ତଳକୁ ଖସି ଗଲେ, କିନ୍ତୁ ପୂରା ପଡ଼ି ନଥିଲେ। ଏହି ସମୟରେ ମଞ୍ଚରେ ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତକାଲି ବିଜେପିରୁ ଉପ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ ଗାଇସିଲାଟରେ ସଭା ମଞ୍ଚକୁ ଉଠୁଥିବା ବେଳେ ଝୁଣ୍ଟି ପଡ଼ିଥିଲେ।

The post ଦବି ଗଲା ବିଜେପି ସଭା ମଞ୍ଚ appeared first on Odisha Reporter.

]]>
https://odishareporter.in/odisha/bjps-stage-collapsed-212947/feed 0 2018-02-21 20:46:57 https://odishareporter.in/wp-content/uploads/2018/02/Stage.jpg
ସକାଳେ ଥୁକିଥିଲେ, ସନ୍ଧ୍ୟାରେ ପୁଣି ଢ଼ୋକିଲେ https://odishareporter.in/odisha/padmapur-iic-change-his-statement-212936 https://odishareporter.in/odisha/padmapur-iic-change-his-statement-212936#respond Wed, 21 Feb 2018 14:32:07 +0000 http://odishareporter.in/?p=212936

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରକୁ ଚପଲ ଫିଙ୍ଗିଥିବା କାର୍ତ୍ତିକ ମେହେର କେଉଁ ରାଜନୈତିକ ଦଳର? ଏହାକୁ ନେଇ ଭଉଁରି ଭିତରେ ଫସି ଯାଇଛି ବରଗଡ଼ ପୋଲିସ୍‌। କାର୍ତ୍ତିକ ବିଜେପିର ବୋଲି ଗତକାଲି ବରଗଡ଼ ସଦର ଏସ୍‌ଡିପିଓ କହିଥିଲା ବେଳେ ଆଜି ଏହାକୁ ଖଣ୍ଡନ କରିଥିଲେ ପଦ୍ମପୁର ଥାନା ଆଇଆଇସି। ତେବେ ଅପରାହ୍ନରେ ସବୁକିଛି ଓଲଟପାଲଟ ହୋଇଗଲା। ପଦ୍ମପୁର ଆଇଆଇସି ନିଜ କଥା ବଦଳାଇ ଦେଲେ। ପଦ୍ମପୁର ଏସ୍‌ଡିପିଓ ମଧ୍ୟ ଆଇଆଇସିଙ୍କ କଥାକୁ ଗ୍ରହଣ […]

The post ସକାଳେ ଥୁକିଥିଲେ, ସନ୍ଧ୍ୟାରେ ପୁଣି ଢ଼ୋକିଲେ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରକୁ ଚପଲ ଫିଙ୍ଗିଥିବା କାର୍ତ୍ତିକ ମେହେର କେଉଁ ରାଜନୈତିକ ଦଳର? ଏହାକୁ ନେଇ ଭଉଁରି ଭିତରେ ଫସି ଯାଇଛି ବରଗଡ଼ ପୋଲିସ୍‌। କାର୍ତ୍ତିକ ବିଜେପିର ବୋଲି ଗତକାଲି ବରଗଡ଼ ସଦର ଏସ୍‌ଡିପିଓ କହିଥିଲା ବେଳେ ଆଜି ଏହାକୁ ଖଣ୍ଡନ କରିଥିଲେ ପଦ୍ମପୁର ଥାନା ଆଇଆଇସି। ତେବେ ଅପରାହ୍ନରେ ସବୁକିଛି ଓଲଟପାଲଟ ହୋଇଗଲା। ପଦ୍ମପୁର ଆଇଆଇସି ନିଜ କଥା ବଦଳାଇ ଦେଲେ। ପଦ୍ମପୁର ଏସ୍‌ଡିପିଓ ମଧ୍ୟ ଆଇଆଇସିଙ୍କ କଥାକୁ ଗ୍ରହଣ କରିନଥିଲେ। ବାହାର ଲୋକଙ୍କଠାରୁ ଶୁଣି ଆଇଆଇସି ଏମିତି କହିଥିବା ଏସ୍‌ଡିପିଓ କହିଥିଲେ। ଆସନ୍ତୁ ପଢ଼ିବା ପୂରା ଘଟଣା।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ବେଳେ କାର୍ତ୍ତିକ ମେହେର ଗୋଟିଏ ଚପଲ ଫିଙ୍ଗି ଥିଲେ। ଏହି ଚପଲଟି ମୁଖ୍ୟମନ୍ତ୍ରୀ ସୁରକ୍ଷା କର୍ମୀଙ୍କ ଦେହରେ ବାଜିଥିଲା। ପରେ କାର୍ତ୍ତିକ ଆଉ ଗୋଟିଏ ଚପଲ ଫିଙ୍ଗି ଥିଲେ। ସେହି ଚପଲଟି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପର ଦେଇଯାଇଥିଲା। ଏହା ପରେ ପୋଲିସ କାର୍ତ୍ତିକକୁ ଗିରଫ କରିଥିଲା।

ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସଦର ଏସ୍‌ଡିପି ସୁରେନ୍ଦ୍ର କୁମାର ନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ-“ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣଙ୍କ ପ୍ରରୋଚନାରେ କାର୍ତ୍ତିକ ଚପଲ ଫିଙ୍ଗି ଥିଲେ। ଏହାକୁ କାର୍ତ୍ତିକ ସ୍ୱୀକାର ମଧ୍ୟ କରିଛନ୍ତି। ଏହାଛଡ଼ା କାର୍ତ୍ତିକଙ୍କ ପକେଟରୁ ଏକ ବିଜେପି ପତାକା ମିଳିଛି। କାର୍ତ୍ତିକଙ୍କୁ ଯେଉଁମାନେ ପ୍ରରୋଚିତ କରିଥିଲେ, ସେମାନଙ୍କ ବିରୋଧରେ ବରପାଲି ଥାନାରେ ୫୩, ୪୪୮, ୩୪୧, ୩୩୬, ୩୮୮, ୧୨୦(ବି) ପ୍ରମୁଖ ଦଫାରେ ମାମଲା ରୁଜୁ କରାଯାଇଛି।”

ଆଜି ସକାଳେ ସବୁ କିଛି ଓଲଟପାଲଟ ହୋଇଗଲା। ପଦ୍ମପୁର ଥାନା ଆଇଆଇସି ଯଶୋବନ୍ତ ପ୍ରଧାନୀ, ସଦର ଏସ୍‌ଡିପିଓଙ୍କ କଥାକୁ ସ୍ୱୀକାର କରିପାରିଲେ ନାହିଁ। ସେ କହିଥିଲେ-“ଅଭିଯୁକ୍ତ କାର୍ତ୍ତିକ ମେହେର ଘର ପଦ୍ମପୁର ଥାନା ବୁଦ୍ଧାପାଲିରେ। ସେ ଟିକେ ଆଡ଼ବାୟା ଓ ମେଣ୍ଟାଲ ପ୍ରକୃତିର ପିଲା। ୨୦୧୪ରେ ଅଣ୍ଡା ମାଡ଼ ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା। ସାଧାରଣ ଚାଷୀ ପରିବାର ପିଲା କାର୍ତ୍ତିକ। ତା’ର କିଛି ପଲିଟିକାଲ୍ ଲିଙ୍କ୍ ନାହିଁ।”

ଦିନ ତମାମ ଅଲୋଚନା ଓ ପର୍ଯ୍ୟାଲୋଚନା ପରେ ପଦ୍ମପୁର ଆଇଆଇସି ମନ୍ତବ୍ୟକୁ ବୁଲେଇଲେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା। ସେ କହିଲେ-“ବାହାର ଲୋକଙ୍କଠାରୁ ଶୁଣି ଆଇଆଇସି ସେମିତି କହିଥିବା କହିଛନ୍ତି। କାର୍ତ୍ତିକ ସଂପର୍କରେ ସେ ଯାହା କହିଛନ୍ତି ସେମିତି ରେକର୍ଡ ନାହିଁ। ପୂର୍ବ ଘଟଣା ନେଇ ଯାହା କୁହାଯାଉଛି ଆମ ପାଖରେ ରେକର୍ଡ ନାହିଁ।”

ଚାପରେ ପଡ଼ି ଏମିତି କହୁଛନ୍ତି କି ପ୍ରଶ୍ନର ଉତ୍ତରରେ ଲକ୍ଷ୍ମୀନାରାୟଣ କହିଥିଲେ-“ଆମେ ସରକାରୀ କର୍ମଚାରୀ, ନିର୍ଦ୍ଦଳୀୟ। କାହା ଚାପ ନାହିଁ।”

ସକାଳେ ଦେଇଥିବା ବୟାନକୁ ଅପରାହ୍ନରେ ପଦଳାଇଲେ ପଦ୍ମପୁର ଆଇଆଇସି ଯଶୋବନ୍ତ ପ୍ରଧାନୀ। ସେ କହିଛନ୍ତି-“ସତ୍ୟାସତ୍ୟ ନବୁଝି ଶୁଣା କଥାରେ କାର୍ତ୍ତିକ ମେଣ୍ଟାଲ ବୋଲି କହିଦେଇଥିଲି। ଆମ ପାଖରେ କାର୍ତ୍ତିକ ସମ୍ପର୍କରେ କିଛି ତଥ୍ୟ ନାହିଁ। ବିଜେପି କର୍ମୀଙ୍କ ଠାରୁ ଓ ଛକରୁ ଶୁଣି କହି ଦେଇଥିଲି।”

ଏପରି ସ୍ଥିତିରେ ବରଗଡ଼ ପୋଲିସ ଉପରେ ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରଶ୍ନ-୧ କେଉଁ ଆଧାରଣରେ କାର୍ତ୍ତିକ ବିଜେପି କର୍ମୀ ବୋଲି କହିଥିଲେ ଏସ୍‌ଡିପିଓ। ସେହିପରି କାହା ଚାପରେ ଚେପା ହୋଇ ସକାଳେ ଦେଇଥିବା ନିଜ ମନ୍ତବ୍ୟ ବଦଳାଇ ଦେଲେ ଆଇଆଇସି। ତାଙ୍କ ଉପରେ କିଏ ଚାପ ପକାଇଛି କି? ନିଜ ପ୍ରତିକ୍ରିୟା ରଖିବା ବେଳେ ମଧ୍ୟ ଆଇଆଇସି ଖୁବ୍‌ ଅପ୍ରସ୍ତୁତ ଜଣା ପଡ଼ୁଥିଲେ। ପ୍ରକୃତ କଥାଟି କ’ଣ ତାହା ପଦାକୁ ଆସିବ ବୋଲି  ଆଶା କରାଯାଉଛି।

The post ସକାଳେ ଥୁକିଥିଲେ, ସନ୍ଧ୍ୟାରେ ପୁଣି ଢ଼ୋକିଲେ appeared first on Odisha Reporter.

]]>
https://odishareporter.in/odisha/padmapur-iic-change-his-statement-212936/feed 0 2018-02-21 20:03:33 https://odishareporter.in/wp-content/uploads/2018/02/IIC.jpg
ଭାଣ୍ଡିଆ ହେଲେ ମାଜିଷ୍ଟ୍ରେଟ୍‌, ଯୁବକ କହିଲେ ମୋ ଗାଡ଼ି ଚେକ୍‌ କରିବା ଆଗରୁ ତୁମ ପରିଚୟ ଦେଖାଅ, ଦେଖନ୍ତୁ ଭିଡିଓ https://odishareporter.in/odisha/bijepur-by-election-video-watch-how-magistrate-check-vechile-212899 https://odishareporter.in/odisha/bijepur-by-election-video-watch-how-magistrate-check-vechile-212899#respond Wed, 21 Feb 2018 12:21:03 +0000 http://odishareporter.in/?p=212899

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଏବେ ସୋସିଆଲ ମିଡିଆରେ ଏକ ଭିଡଓ ଘୁରି ବୁଲୁଛି । ଯାହା ଖୁବ୍‌ କୌତୁହଳ ହୋଇଛି। ଏହି ଭିଡିଓରେ ଜଣେ ପୋଲିସ ଏବଂ ମାଜିଷ୍ଟ୍ରେଟ୍‌ କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ ମିଳିଛି। କଥାବାର୍ତ୍ତା ଓ ଆଲୋଚନାକରୁ ଭିଡିଓଟି ବିଜେପୁର ସମ୍ପର୍କିତ ବୋଲି ଜଣାପଡ଼ିଛି। ଘଟଣାଟି ଏମିତି। ଏବେ ବିଜେପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲୁଛି।  ଜଣେ ଯୁବକ ଗେରୁଆ ବସ୍ତ୍ରରେ ଥିବା ସହ ନିଜକୁ ଜଣେ ବିଜେପି ନେତା ବୋଲି ଦାବି କରିଛନ୍ତି। ଯୁବକ […]

The post ଭାଣ୍ଡିଆ ହେଲେ ମାଜିଷ୍ଟ୍ରେଟ୍‌, ଯୁବକ କହିଲେ ମୋ ଗାଡ଼ି ଚେକ୍‌ କରିବା ଆଗରୁ ତୁମ ପରିଚୟ ଦେଖାଅ, ଦେଖନ୍ତୁ ଭିଡିଓ appeared first on Odisha Reporter.

]]>

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଏବେ ସୋସିଆଲ ମିଡିଆରେ ଏକ ଭିଡଓ ଘୁରି ବୁଲୁଛି । ଯାହା ଖୁବ୍‌ କୌତୁହଳ ହୋଇଛି। ଏହି ଭିଡିଓରେ ଜଣେ ପୋଲିସ ଏବଂ ମାଜିଷ୍ଟ୍ରେଟ୍‌ କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ ମିଳିଛି। କଥାବାର୍ତ୍ତା ଓ ଆଲୋଚନାକରୁ ଭିଡିଓଟି ବିଜେପୁର ସମ୍ପର୍କିତ ବୋଲି ଜଣାପଡ଼ିଛି। ଘଟଣାଟି ଏମିତି। ଏବେ ବିଜେପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲୁଛି।  ଜଣେ ଯୁବକ ଗେରୁଆ ବସ୍ତ୍ରରେ ଥିବା ସହ ନିଜକୁ ଜଣେ ବିଜେପି ନେତା ବୋଲି ଦାବି କରିଛନ୍ତି। ଯୁବକ ଜଣକ ପ୍ରଚାର ପାଇଁ ନିଜ କାରରେ ବିଜେପୁର ଯାଉଥିବା କହୁଛନ୍ତି। ହେଲେ ବାଟରେ ତାଙ୍କୁ ପୋଲିସ ଅଟକାଉଛି । ଆଉ ତାଙ୍କ କାର ଯାଞ୍ଚ ପାଇଁ କହୁଛନ୍ତି। ହେଲେ ଯୁବକ ଜଣକ ଛାଡ଼ିବା ମୁଡରେ ନ ଥିଲେ। ପ୍ରଥେମ ଗାଡ଼ି ଯାଞ୍ଚ ପୂର୍ବରୁ ପୋଲିସର ପରିଚୟ ମାଗୁଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ  ନିଜକୁ ଆଇଆଇସି ବୋଲି କହୁଛନ୍ତି। ଆଉ ସାଙ୍ଗରେ ମାଜିଷ୍ଟ୍ରେଟ ଥିବା କହୁଛନ୍ତି।

ହେଲେ ଯୁବକ ଜଣକ କହୁଛନ୍ତି ମୁଁ କେମିତି ବିଶ୍ୱାସ କରିବି। ମୁଁ ପରିଚୟପତ୍ର ଦେଖିବାକୁ ଚାହେଁ। ପରେ ପାଖରେ ଥିବା ଗାଡ଼ିରୁ ଅନ୍ୟ ଜଣେ ଆସି ନିଜକୁ ମାଜିଷ୍ଟ୍ରେଟ ବୋଲି ପରିଚୟ ଦେଉଛନ୍ତି । ଆଉ ନିର୍ବାଚନ ଦାୟିତ୍ୱରେ ଥିବା କହୁଛନ୍ତି। ହେଲେ ଯୁବକଙ୍କର ଜିଦ୍ ସେ ଆଇ କାର୍ଡ଼ ଦେଖିବେ। ପରେ ମାଜିଷ୍ଟ୍ରେଟ ପରିଚୟ ଦେଇଥିବା ବ୍ୟକ୍ତି ଜଣକ ନିଜ ମୋବାଇଲରେ ସେଭ୍‌ ହୋଇ ଥିବା କପି ରେ ନିଜର ପରିଚୟ ଦେଖାଇଥିଲେ।  କହିଥିଲେ ମୁଁ ଆଦିତ୍ୟ କୁମାର ପଣ୍ଡା। ହେଲେ ତାଙ୍କ ଦାୟିତ୍ୱ ବରପାଲିରେ ଥିବା ଉଲ୍ଲେଖ ରହିଛି। କିନ୍ତୁ ସେ ବିଜେପୁରରେ ଚେକ୍‌ କରୁଥିବାରୁ ବିଜେପି ନେତା ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ। କହିଥିଲେ ଆପଣଙ୍କ ଡ୍ୟୁଟି ବରପାଲିରେ ରହିଛି।  ଏହା ହେଉଛି ବିଜେପୁର ବ୍ଲକ। ଆପଣ ବରପାଲିରେ ଚେକ୍‌ କରନ୍ତୁ ବୋଲି ଯୁବକ ଜଣକ କହିଥିଲେ। ଆଉ ଆଦିତ୍ୟ କୁମାର ପଣ୍ଡା ସରି କହି ଭୁଲ ମାଗିଥିଲେ। ପରେ ଯୁବକ ଜଣକ ପଳାଇ ଆସିଥିଲେ। ଏହାର ସୁଟିଂ ହୋଇଥିବା ଭିଡିଓଟି ଫେସବୁକ୍‌ରେ ଏବେ ପ୍ରବଳମାତ୍ରାରେ ସେୟାର ହେଉଛି।

Ramakanta Tutu Bhoi यांनी वर पोस्ट केले सोमवार, १९ फेब्रुवारी, २०१८

The post ଭାଣ୍ଡିଆ ହେଲେ ମାଜିଷ୍ଟ୍ରେଟ୍‌, ଯୁବକ କହିଲେ ମୋ ଗାଡ଼ି ଚେକ୍‌ କରିବା ଆଗରୁ ତୁମ ପରିଚୟ ଦେଖାଅ, ଦେଖନ୍ତୁ ଭିଡିଓ appeared first on Odisha Reporter.

]]>
https://odishareporter.in/odisha/bijepur-by-election-video-watch-how-magistrate-check-vechile-212899/feed 0 2018-02-21 17:55:47 https://odishareporter.in/wp-content/uploads/2018/02/magistrate.jpg
ଚପଲ ଫିଙ୍ଗା ଅଭିଯୋଗକୁ ଭିତ୍ତିହୀନ କହିଲେ ଅଶୋକ https://odishareporter.in/odisha/bijepur-politics-2-212855 https://odishareporter.in/odisha/bijepur-politics-2-212855#respond Wed, 21 Feb 2018 08:07:57 +0000 http://odishareporter.in/?p=212855

ବରଗଡ଼ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଗତକାଲି ଜଣଷ ଯୁବକ ଚପଲ ଫିଙ୍ଗିଥିଲା। ଏହି ଘଟଣାରେ ବିଜେଡିର ସମ୍ପୃକ୍ତି ଥିବା ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରରୋଚନାରେ ଏପରି କରାଯାଇଥିବା ବିଜେଡି ଅଭିଯୋଗ କରିଥିଲା। ଯାହାକୁ ଅଶୋକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏପରି ଅଭିଯୋଗ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ।” ସେ ଆହୁରି କହିଛନ୍ତି, “ଅଭିଯୁକ୍ତ କୁମ୍ଭାରୀ ଗାଁ କିମ୍ବା ବିଜେପୁର ନିର୍ବାଚନ ମଣ୍ଡଳୀର ନୁହଁ। ତା’ର ଫୋନ୍ କଲ୍  ରେକର୍ଡ ଯାଞ୍ଚ […]

The post ଚପଲ ଫିଙ୍ଗା ଅଭିଯୋଗକୁ ଭିତ୍ତିହୀନ କହିଲେ ଅଶୋକ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଗତକାଲି ଜଣଷ ଯୁବକ ଚପଲ ଫିଙ୍ଗିଥିଲା। ଏହି ଘଟଣାରେ ବିଜେଡିର ସମ୍ପୃକ୍ତି ଥିବା ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରରୋଚନାରେ ଏପରି କରାଯାଇଥିବା ବିଜେଡି ଅଭିଯୋଗ କରିଥିଲା। ଯାହାକୁ ଅଶୋକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏପରି ଅଭିଯୋଗ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ।”

ସେ ଆହୁରି କହିଛନ୍ତି, “ଅଭିଯୁକ୍ତ କୁମ୍ଭାରୀ ଗାଁ କିମ୍ବା ବିଜେପୁର ନିର୍ବାଚନ ମଣ୍ଡଳୀର ନୁହଁ। ତା’ର ଫୋନ୍ କଲ୍  ରେକର୍ଡ ଯାଞ୍ଚ କଲେ ସବୁ ସ୍ପଷ୍ଟ ହୋଇଯିବ। ପୋଲିସ ସରକାରୀ ଦଳର ନିର୍ଦ୍ଦେଶରେ କାମ କରୁଛି। ଆସନ୍ନ ପରାଜୟ ପାଇଁ ବିଜେଡି ଏଭଳି କରୁଛି।”

ଅଣ୍ଡାମାଡ଼ ଘଟଣାକୁ ନେଇ ଅଶୋକ କହିଛନ୍ତି, “ଏହି ଅଣ୍ଡା ମାଡ ସଂସ୍କୃତି ବିଜେଡିର। ପୂର୍ବରୁ ଏମାନେ ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ କରିଥିଲେ।”

ପୂରା ଘଟଣାକୁ ନେଇ ଅଶୋକ କ’ଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓ।

The post ଚପଲ ଫିଙ୍ଗା ଅଭିଯୋଗକୁ ଭିତ୍ତିହୀନ କହିଲେ ଅଶୋକ appeared first on Odisha Reporter.

]]>
https://odishareporter.in/odisha/bijepur-politics-2-212855/feed 0 2018-02-21 16:56:45 https://odishareporter.in/wp-content/uploads/2018/02/ashok.jpg
ପୋଲିସ କହିଲା- ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକର ପଲିଟିକାଲ ଲିଙ୍କ ନାହିଁ https://odishareporter.in/odisha/bijepur-politics-212843 https://odishareporter.in/odisha/bijepur-politics-212843#respond Wed, 21 Feb 2018 07:56:58 +0000 http://odishareporter.in/?p=212843

ବରଗଡ଼ (ଓଡ଼ିଶା ରିପୋର୍ଟର): ଗତକାଲି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ଚପଲ ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ବିଜେଡି ବିଜେପି ଉପରେ ଦୋଷ ଲଦୁଛି। ଏପରିକି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣଙ୍କ ପ୍ରରୋଚନାରେ କାର୍ତ୍ତିକ ଏହି କାମ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନିଜେ ଅଶୋକ ଖଣ୍ଡନ କରିଥିବା ବେଳେ ପଦ୍ମପୁର ଆଇଆଇସି ମଧ୍ୟ ଅସ୍ୱୀକାର କରିଛନ୍ତି। ଆଇଆଇଓ ଯଶୋବନ୍ତ […]

The post ପୋଲିସ କହିଲା- ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକର ପଲିଟିକାଲ ଲିଙ୍କ ନାହିଁ appeared first on Odisha Reporter.

]]>

ବରଗଡ଼ (ଓଡ଼ିଶା ରିପୋର୍ଟର): ଗତକାଲି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ଚପଲ ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ବିଜେଡି ବିଜେପି ଉପରେ ଦୋଷ ଲଦୁଛି। ଏପରିକି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣଙ୍କ ପ୍ରରୋଚନାରେ କାର୍ତ୍ତିକ ଏହି କାମ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନିଜେ ଅଶୋକ ଖଣ୍ଡନ କରିଥିବା ବେଳେ ପଦ୍ମପୁର ଆଇଆଇସି ମଧ୍ୟ ଅସ୍ୱୀକାର କରିଛନ୍ତି।

ଆଇଆଇଓ ଯଶୋବନ୍ତ ପ୍ରଧାନୀ କହିଛନ୍ତି, “ଅଭିଯୁକ୍ତ କାର୍ତ୍ତିକ ମେହେରର ଘର ପଦ୍ମପୁର ଥାନା ବୁଦ୍ଧାପାଲିରେ। ସେ ଟିକେ ଆଡ଼ବାୟା ଓ ମେଣ୍ଟାଲ ପ୍ରକୃତିର ପିଲା। ୨୦୧୪ରେ ଅଣ୍ଡା ମାଡ଼ ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା। ସାଧାରଣ ଚାଷୀ ପରିବାର ପିଲା କାର୍ତ୍ତିକ। ତା’ର କିଛି ପଲିଟିକାଲ୍ ଲିଙ୍କ୍ ନାହିଁ।”

 

The post ପୋଲିସ କହିଲା- ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକର ପଲିଟିକାଲ ଲିଙ୍କ ନାହିଁ appeared first on Odisha Reporter.

]]>
https://odishareporter.in/odisha/bijepur-politics-212843/feed 0 2018-02-21 18:19:23 https://odishareporter.in/wp-content/uploads/2018/02/iic.jpg
ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ପିଙ୍ଗା ଘଟଣାରେ ବିଜେପିକୁ ଦୋଷ ଦେବା ଘୃଣ୍ୟ ରାଜନୀତି: ଜୁଏଲ https://odishareporter.in/odisha/jual-target-bjd-and-bargard-police-212822 https://odishareporter.in/odisha/jual-target-bjd-and-bargard-police-212822#respond Wed, 21 Feb 2018 06:51:32 +0000 http://odishareporter.in/?p=212822

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗା ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଏହାକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରୁଛି। ଏପରି ସ୍ଥିତିରେ ଏହା ବିଜେଡିର ରାଜନୈତିକ ଚାଲ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଏହାସହ ସେ ପୋଲିସ୍‌କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ଜୁଏଲ କହିଛନ୍ତି- “ସଂପୃକ୍ତ ଯୁବକ ମାନସିକ ବିକୃତ ବୋଲି ଜଣାପଡ଼ିଛି। ପୂର୍ବରୁ ଥରେ ସେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିଲେ। ଏକଥା ପୋଲିସ […]

The post ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ପିଙ୍ଗା ଘଟଣାରେ ବିଜେପିକୁ ଦୋଷ ଦେବା ଘୃଣ୍ୟ ରାଜନୀତି: ଜୁଏଲ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗା ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଏହାକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରୁଛି। ଏପରି ସ୍ଥିତିରେ ଏହା ବିଜେଡିର ରାଜନୈତିକ ଚାଲ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଏହାସହ ସେ ପୋଲିସ୍‌କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି।

ଜୁଏଲ କହିଛନ୍ତି- “ସଂପୃକ୍ତ ଯୁବକ ମାନସିକ ବିକୃତ ବୋଲି ଜଣାପଡ଼ିଛି। ପୂର୍ବରୁ ଥରେ ସେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିଲେ। ଏକଥା ପୋଲିସ ଜାଣିଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତାଙ୍କୁ ତାକୁ ଗିରଫ କରି ରଖିବା କଥା। ପୋଲିସ ଏବେ ଚାଲ୍ କରୁଛି। ଜନମତକୁ ବିଭ୍ରାନ୍ତ କରିବାକୁ ଏହା ଆଉ ଏକ ଚାଲ୍। ଏହି ଘୃଣ୍ୟ କାମରେ ବିଜେଡି କେବେ ବି ସଫଳ ହେବ ନାହିଁ।”

ଘଟଣାକୁ ନେଇ ଆଉ କ’ଣ କହୁଛନ୍ତି ଜୁଏଲ ଦେଖନ୍ତୁ ଏହି ଭିଡିଓ।

The post ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ପିଙ୍ଗା ଘଟଣାରେ ବିଜେପିକୁ ଦୋଷ ଦେବା ଘୃଣ୍ୟ ରାଜନୀତି: ଜୁଏଲ appeared first on Odisha Reporter.

]]>
https://odishareporter.in/odisha/jual-target-bjd-and-bargard-police-212822/feed 0 2018-02-21 13:27:06 https://odishareporter.in/wp-content/uploads/2018/02/jual.jpg
ଆଜି ରୀତାଙ୍କ ପାଇଁ ନବୀନ ଏବଂ ଅଶୋକଙ୍କ ପାଇଁ ରାମକ୍ରିପାଲ କରିବେ ପ୍ରଚାର https://odishareporter.in/odisha/bijapur-by-election-2-212747 https://odishareporter.in/odisha/bijapur-by-election-2-212747#respond Wed, 21 Feb 2018 03:54:01 +0000 http://odishareporter.in/?p=212747

ବରଗଡ଼( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲାଗି ଆସନ୍ତାକାଲି ଶେଷ ହେବ ପ୍ରଚାର। ତା’ ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗାଇସିଲାଟ ଓ ବିଜେପୁର ବ୍ଲକରେ ଦୁଇଟି ଦଳୀୟ ସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର କରିବେ ନବୀନ। ମୁଖ୍ୟମନ୍ତ୍ରୀ ପ୍ରଥମେ ହେଲିକପ୍ଟରରେ ଗାଇସିଲାଟ ଆସିବେ। ସେଠାରେ ପ୍ରଚାର ଶେଷ କରିବା ପରେ ବିଜେପୁର ବ୍ଲକରେ ଦଳୀୟ ସଭା କରିବେ। […]

The post ଆଜି ରୀତାଙ୍କ ପାଇଁ ନବୀନ ଏବଂ ଅଶୋକଙ୍କ ପାଇଁ ରାମକ୍ରିପାଲ କରିବେ ପ୍ରଚାର appeared first on Odisha Reporter.

]]>

ବରଗଡ଼( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲାଗି ଆସନ୍ତାକାଲି ଶେଷ ହେବ ପ୍ରଚାର। ତା’ ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗାଇସିଲାଟ ଓ ବିଜେପୁର ବ୍ଲକରେ ଦୁଇଟି ଦଳୀୟ ସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର କରିବେ ନବୀନ। ମୁଖ୍ୟମନ୍ତ୍ରୀ ପ୍ରଥମେ ହେଲିକପ୍ଟରରେ ଗାଇସିଲାଟ ଆସିବେ। ସେଠାରେ ପ୍ରଚାର ଶେଷ କରିବା ପରେ ବିଜେପୁର ବ୍ଲକରେ ଦଳୀୟ ସଭା କରିବେ। ଆଉ ହାତରେ ମାତ୍ର ଗୋଟିଏ ଦିନ ଥିବାରୁ ବିଜେପି ଓ କଂଗ୍ରେସ ବି ଆଜି ଜୋରଦାର ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ଆଜି ଗାଇସିଲାଟରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ପକ୍ଷରୁ ଅଭିନେତ୍ରୀ ଅନୁ ଚୌଧୁରୀ, ଅପରାଜିତା ମହାନ୍ତି, ମିହିର ଦାସ, ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନ ପ୍ରମୁଖ ଷ୍ଟାରଙ୍କୁ ନେଇ ପ୍ରଚାର କରିବେ।  କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ଜୋରଦାର ପ୍ରଚାର କରାଯିବ।

 

The post ଆଜି ରୀତାଙ୍କ ପାଇଁ ନବୀନ ଏବଂ ଅଶୋକଙ୍କ ପାଇଁ ରାମକ୍ରିପାଲ କରିବେ ପ୍ରଚାର appeared first on Odisha Reporter.

]]>
https://odishareporter.in/odisha/bijapur-by-election-2-212747/feed 0 2018-02-21 10:04:48 https://odishareporter.in/wp-content/uploads/2018/02/nn-12.jpg
‘ବିଜେପି ପ୍ରାର୍ଥୀଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗାଯାଇଛି’ https://odishareporter.in/odisha/cm-attack-in-bijapur-212730 https://odishareporter.in/odisha/cm-attack-in-bijapur-212730#respond Wed, 21 Feb 2018 03:41:19 +0000 http://odishareporter.in/?p=212730

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରର ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀ ସଭା ଉପରକୁ ଚପଲ ମାଡ଼ ହୋଇଛି।  ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି କିଶୋର ବହିଦାର ଏବଂ ଲୋକନାଥ ପଟେଲ୍ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିବାକୁ କହିଥିଲେ ବୋଲି ଅଭିଯୁକ୍ତ କାର୍ତ୍ତିକ ମେହେର କହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ସଦର ଏସଡିପିଓ ସୁରେଶ କୁମାର ନାୟକ। ଅଭିଯୁକ୍ତ ଚିହ୍ନଟ ହୋଇଛି। ସେ ପଦ୍ମପୁର ଥାନା ଅନ୍ତର୍ଗତ ବୁଢାପାଲିର। ଉସୁକାଇଥିବା ଅନ୍ୟ […]

The post ‘ବିଜେପି ପ୍ରାର୍ଥୀଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗାଯାଇଛି’ appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରର ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀ ସଭା ଉପରକୁ ଚପଲ ମାଡ଼ ହୋଇଛି।  ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି କିଶୋର ବହିଦାର ଏବଂ ଲୋକନାଥ ପଟେଲ୍ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିବାକୁ କହିଥିଲେ ବୋଲି ଅଭିଯୁକ୍ତ କାର୍ତ୍ତିକ ମେହେର କହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ସଦର ଏସଡିପିଓ ସୁରେଶ କୁମାର ନାୟକ। ଅଭିଯୁକ୍ତ ଚିହ୍ନଟ ହୋଇଛି। ସେ ପଦ୍ମପୁର ଥାନା ଅନ୍ତର୍ଗତ ବୁଢାପାଲିର। ଉସୁକାଇଥିବା ଅନ୍ୟ ଦୁଇ ବ୍ୟକ୍ତି ମଧ୍ୟ ବୁଢାପାଲିର। କାର୍ତ୍ତିକ ମେହେର ପକେଟରୁ ବିଜେପିର ପତାକା ମିଳିଥିବା ନେଇ ଏସଡିପିଓ କହିଛନ୍ତି। ଏହାକୁ ନେଇ ବରପାଲି ଥାନାରେ ମାମଲା ରୁଜୁ କରାଯାଇଛି। ଆଇପିସି ଧାରା ୪୪୮, ୩୪୧, ୩୩୬, ୩୫୫ ଏବଂ ୧୨୦ବି ଧାରାରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ।  ଅଭିଯୁକ୍ତ କାର୍ତ୍ତିକ ମେହେର ଆହତ ଥିବାରୁ ତାକୁ ଚିକିତ୍ସା ଲାଗି ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ଏକାଧିକ ମାମଲା ଥିବା ସୂଚନା ଦେଇଛନ୍ତି ଏସଡିପିଓ।

ଗତକାଲି ମୁଖ୍ୟମନ୍ତ୍ରୀ ବରପାଲି କୁମ୍ଭାରୀ ସଭାରେ ଉଦବୋଧନ ଦେଉଥିବା ବେଳେ କାର୍ତ୍ତିକ ଅତି ନିକଟରୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଦୁଇଟି ଚପଲ ଫିଙ୍ଗିଥିଲେ। ତେବେ ସୁରକ୍ଷା କର୍ମୀ ଚପଲକୁ ଅଟକାଇ ଦେବାସହ ନବୀନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଗୋଟିଏ ଚପଲକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଧରି ପକାଇଥିବା ବେଳେ ଅନ୍ୟ ଚପଲଟି ନବାଜି ତଳେ ପଡ଼ିଯାଇଥିଲା। ଏହାପରେ ସୁରକ୍ଷା କର୍ମୀ କାର୍ତ୍ତିକଙ୍କୁ କାବୁ କରି ନେଇଥିଲେ।

 

The post ‘ବିଜେପି ପ୍ରାର୍ଥୀଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗାଯାଇଛି’ appeared first on Odisha Reporter.

]]>
https://odishareporter.in/odisha/cm-attack-in-bijapur-212730/feed 0 2018-02-21 09:34:03 https://odishareporter.in/wp-content/uploads/2018/02/bbb-2.jpg
ବିଜେପି କର୍ମୀଙ୍କୁ ମାଡ଼ ଅଭିଯୋଗରେ ଥାନା ଘେରାଉ https://odishareporter.in/odisha/bjp-strike-in-bijapur-212703 https://odishareporter.in/odisha/bjp-strike-in-bijapur-212703#respond Wed, 21 Feb 2018 02:29:21 +0000 http://odishareporter.in/?p=212703

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା  ଅଭିଯୋଗରେ ଗତକାଲି ରାତିରୁ ବିଜେପୁର ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ମନ୍ତ୍ରୀ ନିଜେ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ସୁଶାନ୍ତଙ୍କୁ ଗିରଫ କରିବା ଦାବିରେ  ଥାନା ଘେରାଉ କରାଯାଇଛି।

The post ବିଜେପି କର୍ମୀଙ୍କୁ ମାଡ଼ ଅଭିଯୋଗରେ ଥାନା ଘେରାଉ appeared first on Odisha Reporter.

]]>

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା  ଅଭିଯୋଗରେ ଗତକାଲି ରାତିରୁ ବିଜେପୁର ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ମନ୍ତ୍ରୀ ନିଜେ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ସୁଶାନ୍ତଙ୍କୁ ଗିରଫ କରିବା ଦାବିରେ  ଥାନା ଘେରାଉ କରାଯାଇଛି।

The post ବିଜେପି କର୍ମୀଙ୍କୁ ମାଡ଼ ଅଭିଯୋଗରେ ଥାନା ଘେରାଉ appeared first on Odisha Reporter.

]]>
https://odishareporter.in/odisha/bjp-strike-in-bijapur-212703/feed 0 2018-02-21 09:32:28 https://odishareporter.in/wp-content/uploads/2018/02/nn-11.jpg
ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ପରେ କ’ଣ କହିଲେ ପ୍ରସନ୍ନ ! ଶୁଣନ୍ତୁ https://odishareporter.in/odisha/press-meet-by-prasana-acharya-in-baragarh-212677 https://odishareporter.in/odisha/press-meet-by-prasana-acharya-in-baragarh-212677#respond Tue, 20 Feb 2018 16:39:49 +0000 http://odishareporter.in/?p=212677

ବରଗଡ଼(ଓଡିଶା ରିପୋର୍ଟର): “ ମୁଖ୍ୟମନ୍ତ୍ରୀଙ୍କୁ ଆଉ ବିଜେଡିକୁ ବିଜେପୁରବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ବରପାଲିରୁ କୁମ୍ଭାରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଏହାକୁ ପ୍ରମାଣିତ କରିଛି। ବିପୁଳ ସମର୍ଥନ, ହୁଳହୁଳି ଧ୍ୱନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟଜୟକାର ତାଙ୍କ ଦଳ ପ୍ରତି ଥିବା ଜନସମର୍ଥନକୁ ପ୍ରମାଣିତ କରିଛି ” । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ବିଜେପୁର ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଆଜି ସନ୍ଧ୍ୟାରେ ଘଟିଥିଲା ଏକ ଅଭାବନୀୟ […]

The post ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ପରେ କ’ଣ କହିଲେ ପ୍ରସନ୍ନ ! ଶୁଣନ୍ତୁ appeared first on Odisha Reporter.

]]>

ବରଗଡ଼(ଓଡିଶା ରିପୋର୍ଟର): “ ମୁଖ୍ୟମନ୍ତ୍ରୀଙ୍କୁ ଆଉ ବିଜେଡିକୁ ବିଜେପୁରବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ବରପାଲିରୁ କୁମ୍ଭାରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଏହାକୁ ପ୍ରମାଣିତ କରିଛି। ବିପୁଳ ସମର୍ଥନ, ହୁଳହୁଳି ଧ୍ୱନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟଜୟକାର ତାଙ୍କ ଦଳ ପ୍ରତି ଥିବା ଜନସମର୍ଥନକୁ ପ୍ରମାଣିତ କରିଛି ” । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ।

ବିଜେପୁର ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଆଜି ସନ୍ଧ୍ୟାରେ ଘଟିଥିଲା ଏକ ଅଭାବନୀୟ ଘଟଣା। ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଜଣେ ବ୍ୟକ୍ତି ଚପଲ ମାଡ କରିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଘଟଣାରେ ବିଜେପିର ହାତ ଥିବା ଓ ବିଜେପି କର୍ମୀ ଏଭଳି ଚପଲ ମାଡ଼ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏଣେ ବିଜେପି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଚପଲ ମାଡ଼ କରିଥିବା ବ୍ୟକ୍ତିଙ୍କ ସହ ଭାଜପାର କୌଣସି ସମ୍ପର୍କ ନାହିଁ ବୋଲି ପ୍ରସନ୍ନ ବରଗଡ଼ରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି, “ସଭା ଠିକ୍‌ ଠାକ୍ ଚାଲିଥିବା ବେଳେ ପୂର୍ବ ଯୋଜନା ମୁତାବକ, ପ୍ରାୟୋଜିତ କାର୍ଯ୍ୟକ୍ରମ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗାଯାଇଛି ।”

The post ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ପରେ କ’ଣ କହିଲେ ପ୍ରସନ୍ନ ! ଶୁଣନ୍ତୁ appeared first on Odisha Reporter.

]]>
https://odishareporter.in/odisha/press-meet-by-prasana-acharya-in-baragarh-212677/feed 0 2018-02-20 22:16:23 https://odishareporter.in/wp-content/uploads/2018/02/OR-photo2018-02-20-22h08m42s302.jpg
ହାତରେ ଧରି ସାଲାଇନ୍‌ ଦେଲେ, ପକେଟରୁ ବାହାରକଲେ ବିଜେପି ପତାକା https://odishareporter.in/odisha/bijapur-incident-after-attacking-cm-212652 https://odishareporter.in/odisha/bijapur-incident-after-attacking-cm-212652#respond Tue, 20 Feb 2018 15:41:44 +0000 http://odishareporter.in/?p=212652

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ବ୍ୟକ୍ତି ଜଣକ ଏବେ ଚର୍ଚ୍ଚାରେ।  ସଭାସ୍ଥଳରୁ ପୋଲିସ ଅଭିଯକ୍ତଙ୍କୁ ଗିରଫ କରି ଆଣିଥିବା ବେଳେ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ବେଡ୍‌ ନ ଥିବାରୁ ଅଭିଯୁକ୍ତ ଜଣଙ୍କୁ ତଳେ ସୁଆଇ ସାଲାଇନ୍‌ ଲଗାଇଥିଲେ ଡାକ୍ତର । ଏଣେ ଷ୍ଟାଣ୍ଡ ନ ଥିବାରୁ ଖୋଦ୍‌ ପୋଲିସ ଭାଇ ହାତରେ ଧରିଥିଲେ ସାଲାଇନ୍‌। ଏହାପରେ ଅଭିଯୁକ୍ତଙ୍କୁ ବରପାଲିରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତଙ୍କ ପକେଟରୁ ବିଜେପି ପତାକା […]

The post ହାତରେ ଧରି ସାଲାଇନ୍‌ ଦେଲେ, ପକେଟରୁ ବାହାରକଲେ ବିଜେପି ପତାକା appeared first on Odisha Reporter.

]]>

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ବ୍ୟକ୍ତି ଜଣକ ଏବେ ଚର୍ଚ୍ଚାରେ।  ସଭାସ୍ଥଳରୁ ପୋଲିସ ଅଭିଯକ୍ତଙ୍କୁ ଗିରଫ କରି ଆଣିଥିବା ବେଳେ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ବେଡ୍‌ ନ ଥିବାରୁ ଅଭିଯୁକ୍ତ ଜଣଙ୍କୁ ତଳେ ସୁଆଇ ସାଲାଇନ୍‌ ଲଗାଇଥିଲେ ଡାକ୍ତର । ଏଣେ ଷ୍ଟାଣ୍ଡ ନ ଥିବାରୁ ଖୋଦ୍‌ ପୋଲିସ ଭାଇ ହାତରେ ଧରିଥିଲେ ସାଲାଇନ୍‌। ଏହାପରେ ଅଭିଯୁକ୍ତଙ୍କୁ ବରପାଲିରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଅଭିଯୁକ୍ତଙ୍କ ପକେଟରୁ ବିଜେପି ପତାକା ମିଳିଛି ବୋଲି ବରପାଲି ଥାନା ଆଇଆଇସି ସୁବ୍ରତ ବେହେରା ସୂଚନା ଦେଇଛନ୍ତି । ଅଭିଯୁକ୍ତ କହିଛନ୍ତି ସେ ଏହି ସଭାକୁ ନିଜ ଇଚ୍ଛାରେ ଆସିଥିଲେ। ତାଙ୍କୁ କେହି ଏଠାକୁ ପଠାଇ ନାହାନ୍ତି । ମାତ୍ର ୩ ଜଣଙ୍କ ପ୍ରେରଣା ପାଇ ସେ ଚପଲ ଫିଙ୍ଗିଥିଲେ। ଏହି ତିନିଜଣ ବିଜେପି, ବିଜେଡି ଅଥବା କଂଗ୍ରେସର ହୋଇଥାଇ ପାରନ୍ତି ବୋଲି ସେ କହିଛନ୍ତି।

The post ହାତରେ ଧରି ସାଲାଇନ୍‌ ଦେଲେ, ପକେଟରୁ ବାହାରକଲେ ବିଜେପି ପତାକା appeared first on Odisha Reporter.

]]>
https://odishareporter.in/odisha/bijapur-incident-after-attacking-cm-212652/feed 0 2018-02-20 21:11:44 https://odishareporter.in/wp-content/uploads/2018/02/rr.jpg
ବିଜେପୁରରେ ‘ସେକ୍ସିବିଲି’ ! ଦେଖନ୍ତୁ କିଛି ଝଲକ https://odishareporter.in/odisha/bidusmita-campain-for-bjp-in-bijepur-212641 https://odishareporter.in/odisha/bidusmita-campain-for-bjp-in-bijepur-212641#respond Tue, 20 Feb 2018 14:46:03 +0000 http://odishareporter.in/?p=212641

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁରରେ ‘ସେକ୍ସିବିଲି’। ବୁଲୁଛି ଆଉ ଲୋକଙ୍କ ଗହଳରେ ଚକ୍କର କାଟୁଛି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ତେବେ ଜମାରୁ ଦ୍ୱନ୍ଦ୍ୱରୁ ରୁହନ୍ତୁ ନାହିଁ। କଥା ହେଉଛି ଓଡ଼ିଆ ଫିଲ୍ମର  ଚକଲେଟରେ ଆଇଟମ୍‌ ସଙ୍ଗର ସେକ୍ସି ବିଲି ମିଆଁଓ ମିଆଁଓରେ ଠୁମକା ଲଗାଇଥିବା ବିଦୁସ୍ମିତା ମନ୍ତ୍ରୀ ଏବେ ବିଜେପୁର ଉପ ନିର୍ବାଚନ ପ୍ରଚାରରେ ମାତିଛନ୍ତି। ତାଙ୍କୁ ଦେଖିବା ପାଇଁ ଖୁବ୍‌ ଭିଡ଼ ବି ଜମୁଛି। ଗତକାଲି  ବିଦୁସ୍ମିତା ବିଜେପି ପ୍ରାର୍ଥୀ ଅଶୋକ […]

The post ବିଜେପୁରରେ ‘ସେକ୍ସିବିଲି’ ! ଦେଖନ୍ତୁ କିଛି ଝଲକ appeared first on Odisha Reporter.

]]>

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁରରେ ‘ସେକ୍ସିବିଲି’। ବୁଲୁଛି ଆଉ ଲୋକଙ୍କ ଗହଳରେ ଚକ୍କର କାଟୁଛି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ତେବେ ଜମାରୁ ଦ୍ୱନ୍ଦ୍ୱରୁ ରୁହନ୍ତୁ ନାହିଁ। କଥା ହେଉଛି ଓଡ଼ିଆ ଫିଲ୍ମର  ଚକଲେଟରେ ଆଇଟମ୍‌ ସଙ୍ଗର ସେକ୍ସି ବିଲି ମିଆଁଓ ମିଆଁଓରେ ଠୁମକା ଲଗାଇଥିବା ବିଦୁସ୍ମିତା ମନ୍ତ୍ରୀ ଏବେ ବିଜେପୁର ଉପ ନିର୍ବାଚନ ପ୍ରଚାରରେ ମାତିଛନ୍ତି। ତାଙ୍କୁ ଦେଖିବା ପାଇଁ ଖୁବ୍‌ ଭିଡ଼ ବି ଜମୁଛି। ଗତକାଲି  ବିଦୁସ୍ମିତା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଗିରିଧର ଗମାଙ୍ଗଙ୍କ ସହ ବିଦୁସ୍ମିତା ଦଳୀୟ ପାର୍ଥୀଙ୍କ ପାଇଁ ବରପାଲି ବ୍ଲକରେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରିଛନ୍ତି।

ଅନ୍ୟପକ୍ଷରେ ଉପନିର୍ବାଚନ ପାଇଁ ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ହାତରେ ଆଉ ମାତ୍ର ୪ ଦିନ ରହିଛି। ଫଳରେ ବିଭନ୍ନ ଦଳ ପକ୍ଷରୁ ପ୍ରଚାର ପ୍ରସାର ସରଗରମ ହୋଇଛି। ସଭା, ଶୋଭାଯାତ୍ରା ଏବଂ ରୋଡ଼ ଶୋରେ କମ୍ପୁଛି ବିଜେପୁର। ନେତା ମନ୍ତ୍ରୀଙ୍କ ଅଭିନେତା ଓ ଅଭିନେତ୍ରୀଙ୍କ ହାଲାବୋଲା ବିଜେପୁର ପରିବେଶକୁ ରଙ୍ଗିନ କରିଦେଇଛି।

ସତେ ଯେମିତି ବିଜେପୁର ଦ୍ୱିତୀୟ ରାଜଧାନୀ ପାଲଟିଛି। ଅତ୍ୟନ୍ତ ନିପଟମଫସଲ ଅଞ୍ଚଳ ଭାବେ ଅପରିଚିତ ଏହି ବିଜେପୁର ଏବେ ସହରର ଭ୍ରମ ସୃଷ୍ଟି କରିଛି। ଏଠି ଏବେ ମାଳ ମାଳ ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ହାଇଭୋଲଟେଜ କ୍ୟାମ୍ପେନ।

ଶକ୍ତି ପ୍ରଦର୍ଶନ ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି ଆପଣାଇଛନ୍ତି । ହେଭିୱେଟ ନେତାଙ୍କ ଠାରୁ ଆରମ୍ଭ କରି ଓଲିଉଡ ଷ୍ଟାରଙ୍କୁ ବିଜେପୁରରେ ଡେରା ପକାଇଛନ୍ତି। ଏହିପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସାଂସଦ ଅନୁଭବ ମହାନ୍ତି, ସାଂସଦ ସିଦ୍ଧାନ୍ତ ମହାନ୍ତି ଏବଂ ଅରିନ୍ଦମଙ୍କ ଭଳି ଓଲିଉଡ ଷ୍ଟାର ପ୍ରଚାର ମଇଦାନକୁ  ଓହ୍ଲାଇଥିଲେ। ଆଉ ବିଜେଡିକୁ କାଉଣ୍ଟର କରିବା ପାଇଁ ବିଜେପି ପକ୍ଷରୁ  ଓଲିଓଡ ଅଭିନେତ୍ରୀ ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ମହାଶ୍ୱେତା ରାୟ, ଅନୁଚୌଧୁରୀ ପ୍ରଚାର କରିଥିବା ବେଳେ ଗତକାଲି ବିଦୁସ୍ମିତା ମନ୍ତ୍ରୀ ପ୍ରଚାର କରିଛନ୍ତି। ତେବେ କଂଗ୍ରେସ  ଏକ୍ଷେତ୍ରରେ ବ୍ୟତିକ୍ରମ ଅଛି। ଏହି ଦଳ ବିନା କୌଣସି ସିନେ ଷ୍ଟାରଙ୍କ ବ୍ୟତୀତ ନିଜ ଦମରେ ପ୍ରଚାର କରୁଛି।

The post ବିଜେପୁରରେ ‘ସେକ୍ସିବିଲି’ ! ଦେଖନ୍ତୁ କିଛି ଝଲକ appeared first on Odisha Reporter.

]]>
https://odishareporter.in/odisha/bidusmita-campain-for-bjp-in-bijepur-212641/feed 0 2018-02-20 20:16:59 https://odishareporter.in/wp-content/uploads/2018/02/bidu-copy.jpg
ଭାତ ଖାଇ ସାରିଲା ପରେ କହିବି… https://odishareporter.in/odisha/know-what-th-culprit-says-212637 https://odishareporter.in/odisha/know-what-th-culprit-says-212637#respond Tue, 20 Feb 2018 14:40:28 +0000 http://odishareporter.in/?p=212637

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରପାଲିର କୁମ୍ଭାରୀରେ ଆଜି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜଣେ ଯୁବକ ଜୋତା ଫିଙ୍ଗିଥିଲେ। ତେବେ ଜୋତା ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନଥିଲା। ଜୋତା ଫିଙ୍ଗି ଥିବା ଯୁବକଙ୍କ ନାଁ କାର୍ତ୍ତିକ ମେହେର। ଜୋତା ଫିଙ୍ଗା ପରେ ଲୋକଙ୍କ ମାଡ଼ରେ ଅଭିଯୁକ୍ତ ଯୁବକ ଆହତ ହୋଇଛି। ତାକୁ ବରପାଲି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ୍। ତା’ ମୁଣ୍ଡରେ ବ୍ୟାଣ୍ଡେଜ୍ ହୋଇଛି। ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବରପାଲି […]

The post ଭାତ ଖାଇ ସାରିଲା ପରେ କହିବି… appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରପାଲିର କୁମ୍ଭାରୀରେ ଆଜି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜଣେ ଯୁବକ ଜୋତା ଫିଙ୍ଗିଥିଲେ। ତେବେ ଜୋତା ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନଥିଲା। ଜୋତା ଫିଙ୍ଗି ଥିବା ଯୁବକଙ୍କ ନାଁ କାର୍ତ୍ତିକ ମେହେର।

ଜୋତା ଫିଙ୍ଗା ପରେ ଲୋକଙ୍କ ମାଡ଼ରେ ଅଭିଯୁକ୍ତ ଯୁବକ ଆହତ ହୋଇଛି। ତାକୁ ବରପାଲି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ୍। ତା’ ମୁଣ୍ଡରେ ବ୍ୟାଣ୍ଡେଜ୍ ହୋଇଛି। ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ବରପାଲି ଡାକ୍ତରଖାନାରେ ତାକୁ ଗଣମାଧ୍ୟମ ପ୍ରତିନିଧି ମାନେ ପଚାରିଥିଲେ କାହିଁକି ଜୋତା ଫିଙ୍ଗିଲ। ସେ ବେଶ୍ ନିର୍ଭୟରେ ହସି ହସି କହିଥିଲା ଯେ ତିନି ଜଣ ଲୋକଙ୍କଠାରୁ ପ୍ରେରଣା ପାଇ ଏ କାମ କରିଛି। ତେବେ କାହାଠାରୁ ପ୍ରେରଣା ପାଇଛି ସେ ନେଇ କିଛି କହିନାହିଁ।

କେଉଁ ଦଳ ତୁମକୁ ପଠାଇଥିଲା କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିଲେ ବି ସେ କିଛି ସେ ବାରମ୍ବାର କହୁଥିଲା,“ମୁଁଇ ନାଁଇ କହେ। ଭାତ୍ ଖାଇଲେ ଯାଇ କହେମି। ମା କେ ଫୋନ୍ କରମି।”

ତୋ ଘର କୋଉଠି ବୋଲି ପଚାରିବାରୁ ହସି ହସି କହିଲା, “ପଦ୍ମପୁରର ବିଧାପାଲିରେ।”

ସେ କ’ଣ କହୁଛି ଭିଡିଓରେ ଦେଖନ୍ତୁ-

The post ଭାତ ଖାଇ ସାରିଲା ପରେ କହିବି… appeared first on Odisha Reporter.

]]>
https://odishareporter.in/odisha/know-what-th-culprit-says-212637/feed 0 2018-02-20 20:18:08 https://odishareporter.in/wp-content/uploads/2018/02/kartika.jpg