District – Odisha Reporter https://odishareporter.in Sun, 16 Jun 2019 09:24:22 +0000 en-US hourly 1 ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ https://odishareporter.in/odisha/custodial-death-leads-to-public-outrage-in-kodinga-in-nabrangpur-district-394701 Sun, 16 Jun 2019 09:09:04 +0000 http://odishareporter.in/?p=394701

ନବରଙ୍ଗପୁର(ନବଘନ ବିଷୋୟୀ): ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ଲାଠିଚାର୍ଜ କରିବା ସହ ଗାଁରେ ଫ୍ଲାଗମାର୍ଚ୍ଚ କରିଛି। ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍‌ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ […]

The post ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ appeared first on Odisha Reporter.

]]>

ନବରଙ୍ଗପୁର(ନବଘନ ବିଷୋୟୀ): ଅଭିଯୁକ୍ତକୁ ଉଠାଇ ନେଇ ପୁଲିସ୍‌ ମାରି ଦେଇଥିବା ଅଭିଯୋଗରେ ଗାଁ ଲୋକେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାରେ ଭଙ୍ଗାରୁଜା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ଲାଠିଚାର୍ଜ କରିବା ସହ ଗାଁରେ ଫ୍ଲାଗମାର୍ଚ୍ଚ କରିଛି।

ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍‌ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ ଯାଇଥିଲା। ଆଜି ସକାଳେ ଗାଁ ଲୋକେ କମଳୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଠାବ କରିଥିଲେ।

କମଲୁର କହିବା ଅନୁସାରେ, ଦୁହେଁ ଥାନାରେ ପାଣି ମାଗିବାରୁ ପୁଲିସ ସେମାନଙ୍କୁ ନିସ୍ତୁକ ପିଟିଥିଲା। ଗୋବର୍ଦ୍ଧନ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସକାଳୁ ଗୋବର୍ଦ୍ଧନ କିମ୍ବା ତାଙ୍କ ସ୍ତ୍ରୀ ଓ ଝିଅଙ୍କର କୌଣସି ପତ୍ତା ମିଳି ନଥିବା ବେଳେ ଅପରାହ୍ଣରେ ପୁଲିସ୍ ମୁହଁ ଖୋଲିଥିଲା। ଏଏସ୍‌ପି ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛନ୍ତି।

ସେ କହିଛନ୍ତି,“ରାତିରେ ଗୋବର୍ଦ୍ଧନ ଦେହ ଖରାପ ଲାଗୁଥିବା କହିଥିଲେ। ତାଙ୍କୁ କୋଷାଗୁମୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ନବରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭାଇଜାଗ୍ ପଠାଯାଇଥିଲା। ଭାଇଜାଗ୍‌ରେ ଡାକ୍ତର ଗୋବର୍ଦ୍ଧନକୁ ମୃତ ଘୋଷଣା କରିଥିଲେ। ଏଘଟଣାର ତଦନ୍ତ ହେବ ଏବଂ ଦୋଷୀକୁ ଦଣ୍ଡ ମିଳିବ।”

 

 

The post ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ appeared first on Odisha Reporter.

]]>
right top 2019-06-16 14:54:22 https://odishareporter.in/wp-content/uploads/2019/06/671-1.jpg
ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ? https://odishareporter.in/odisha/what-are-the-challenges-for-new-minister-389096 Sun, 02 Jun 2019 14:37:51 +0000 http://odishareporter.in/?p=389096

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ନବୀନଙ୍କ ପଂଚମ ଇନିଂସ୍। ମନ୍ତ୍ରିମଣ୍ଡଳ ଗଠନ ପରେ ନୂଆ ମନ୍ତ୍ରୀମାନେ ବି ନିଜ ନିଜ ବିଭାଗର ଦାୟିତ୍ୱ ନେଇସାରିଛନ୍ତି। ଆସନ୍ତୁ ଜାଣିବା ଟିମ୍ ନବୀନ୍‌ରେ କେଉଁ କେଉଁ ବିଭାଗର ମନ୍ତ୍ରୀଙ୍କ ପାଇଁ ରହିଛି ଅଧିକ ଚ୍ୟାଲେଞ୍ଜ୍। ସବୁଠୁ ଅଧିକ ଫୋକସ୍‌ରେ ରହିଛି ଅର୍ଥ ବିଭାଗ। ଏହାର ଦାୟିତ୍ୱ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କ ପାଇଁ ବଡ଼ ଆହ୍ୱାନ ହେଲା ଋଣ ଭାରରେ ବୁଡ଼ିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା। ତା’ସହ ନିର୍ବାଚନ […]

The post ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ? appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ନବୀନଙ୍କ ପଂଚମ ଇନିଂସ୍। ମନ୍ତ୍ରିମଣ୍ଡଳ ଗଠନ ପରେ ନୂଆ ମନ୍ତ୍ରୀମାନେ ବି ନିଜ ନିଜ ବିଭାଗର ଦାୟିତ୍ୱ ନେଇସାରିଛନ୍ତି। ଆସନ୍ତୁ ଜାଣିବା ଟିମ୍ ନବୀନ୍‌ରେ କେଉଁ କେଉଁ ବିଭାଗର ମନ୍ତ୍ରୀଙ୍କ ପାଇଁ ରହିଛି ଅଧିକ ଚ୍ୟାଲେଞ୍ଜ୍।

ସବୁଠୁ ଅଧିକ ଫୋକସ୍‌ରେ ରହିଛି ଅର୍ଥ ବିଭାଗ। ଏହାର ଦାୟିତ୍ୱ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କ ପାଇଁ ବଡ଼ ଆହ୍ୱାନ ହେଲା ଋଣ ଭାରରେ ବୁଡ଼ିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା।
ତା’ସହ ନିର୍ବାଚନ ପୂର୍ବରୁ ସରକାର ଯେଉଁ ମନଲୋଭା ଘୋଷଣା କରିଥିଲେ ସେଥିପାଇଁ ବ୍ୟୟବରାଦ କରି ସମତୁଲ ବଜେଟ୍ ଉପସ୍ଥାପନ କରିବା। ଏହାବାଦ୍‌ କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ଅବକାରୀ ମନ୍ତ୍ରୀ ଭାବେ ବେଆଇନ୍ ମଦ କାରବାର ଉପରେ ଲଗାମ୍ କଷିବା ବି ନିରଂଜନଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ।

ନବୀନଙ୍କ କ୍ୟାବିନେଟ୍‌କୁ ଫେରି ଗୁରୁତ୍ୱପୂର୍ଣ୍ଣ କୃଷି ବିଭାଗ ପାଇଥିବା ଅରୁଣ ସାହୁଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ ହେବ କାଳିଆ ଯୋଜନାକୁ ଠିକ୍‌ରେ କାର୍ଯ୍ୟକାରୀ କରିବା। ଅତିରିକ୍ତ ୩୩ଲକ୍ଷ ହିତାଧିକାରୀଙ୍କୁ ସଠିକ୍ ଚିହ୍ନଟ କରି ଅର୍ଥ ପ୍ରଦାନ ସହ ଚାଷୀ ଓ ଚାଷ ସମସ୍ୟାର ଉପଯୁକ୍ତ ମୁକାବିଲା କରିବା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଂଜ ହେବ।

ସେହିପରି ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଆଇନ ଏବଂ ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବା ପ୍ରତାପ ଜେନାଙ୍କ ପାଇଁ ‘ଆମ ଗାଁ ଆମ ବିକାଶ’, ବିଜୁ ପକ୍କାଘର ନିର୍ମାଣ, ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ ବଡ଼ ଚ୍ୟାଲେଂଜ ହୋଇପାରେ। ବିଭିନ୍ନ ଯୋଜନାରେ ଚାଲିଥିବା ପିସି କାରବାର ରୋକିବା, ନଗର ଉନ୍ନୟନ ମନ୍ତ୍ରୀ ଭାବେ ସହରଗୁଡ଼ିକରେ ଜଳବନ୍ଦୀ ସମସ୍ୟା ଦୂର କରିବା ଓ ଆଗକୁ ପୌର ନିର୍ବାଚନ ଥିବାରୁ ତାଙ୍କ କାର୍ଯ୍ୟଶୈଳୀ ଉପରେ ନବୀନଙ୍କ ନଜର ରହିବ। ସେହିପରି ଆଇନ ମନ୍ତ୍ରୀ ଭାବେ ପ୍ରଥମ ବଡ଼ ଚ୍ୟାଲେଞ୍ଜ୍ ହେବ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ କରିବା।

ପ୍ରଥମ ଥର ପାଇଁ କ୍ୟାବିନେଟ୍‌ରେ ସାମିଲ ହୋଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପାଇଥିବା ଟୁକୁନି ସାହୁଙ୍କ ଆଗରେ ବି ଚ୍ୟାଲେଞ୍ଜର ଲମ୍ବା ତାଲିକା। ସ୍ୱୟଂ ସହାୟିକା ଗୋଷ୍ଠୀକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଏବଂ ସେମାନଙ୍କୁ ଧାନସଂଗ୍ରହ, ପିଲାଙ୍କ ପାଇଁ ୟୁନିଫର୍ମ ତିଆରି ଭଳି ବିଭିନ୍ନ କାର୍ଯ୍ୟରେ ସାମିଲ କରିବା ବି ଟୁକୁନିଙ୍କ ପାଇଁ ଗୁରୁ ଦାୟିତ୍ୱ ହେବ।

ସେପଟେ ଶକ୍ତି, ଶିଳ୍ପ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ହୋଇଥିବା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ନାରୀ ନିର୍ଯାତନା ରୋକିବା ଓ ବିଶେଷ କରି ଗତ କିଛି ବର୍ଷରେ ସରକାରଙ୍କୁ ବଦନାମ କରିଥିବା ଗଣଦୁଷ୍କର୍ମ ଉପରେ ଲଗାମ୍ କଷିବା ବଡ଼ ଆହ୍ୱାନ ହେବ।

The post ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ? appeared first on Odisha Reporter.

]]>
centre top 2019-06-02 20:16:13 https://odishareporter.in/wp-content/uploads/2019/06/cdd-1.jpg
ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି https://odishareporter.in/odisha/mini-truck-runs-over-a-priest-in-malkangiri-382247 Sat, 18 May 2019 06:53:12 +0000 http://odishareporter.in/?p=382247

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗାଡ଼ି ପୂଜା କଲା ବେଳେ ଜଣେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି। ସେ ଯେଉଁ ଗାଡ଼ିକୁ ପୂଜା କରୁଥିଲେ, ସେହି ଗାଡ଼ି ହିଁ ତାଙ୍କ ଉପରେ ମାଡ଼ିଗଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଡୁର୍କାଯୋଡ଼ି ଗାଁରେ। ମୃତ ପୂଜକଙ୍କ ନାଁ ଚତୁର୍ଭୁଜ ମହାନ୍ତି। ତାଙ୍କ ଘର ନେତାଲଗନ୍ଧି ଗାଁରେ। ତ୍ରିନାଥ ପୂଜାରୀ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ତଳେ ଏକ […]

The post ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି appeared first on Odisha Reporter.

]]>

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗାଡ଼ି ପୂଜା କଲା ବେଳେ ଜଣେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି। ସେ ଯେଉଁ ଗାଡ଼ିକୁ ପୂଜା କରୁଥିଲେ, ସେହି ଗାଡ଼ି ହିଁ ତାଙ୍କ ଉପରେ ମାଡ଼ିଗଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଡୁର୍କାଯୋଡ଼ି ଗାଁରେ।

ମୃତ ପୂଜକଙ୍କ ନାଁ ଚତୁର୍ଭୁଜ ମହାନ୍ତି। ତାଙ୍କ ଘର ନେତାଲଗନ୍ଧି ଗାଁରେ।

ତ୍ରିନାଥ ପୂଜାରୀ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ତଳେ ଏକ ନୂଆ ପିକ୍ ଅପ୍ ଭ୍ୟାନ୍ କିଣିଥିଲେ। ସେ ଗାଡ଼ିଟିକୁ ଡୁର୍କାଯୋଡ଼ି ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରଖିଥିଲେ। ଗତକାଲି ପୂର୍ବାହ୍ଣରେ ଶୁଭବେଳାରେ ଗାଡ଼ି ପୂଜା ପାଇଁ ଚତୁର୍ଭୁଜ ମହାନ୍ତିଙ୍କୁ ଡକାଯାଇଥିଲା।

ପୂଜାପାଠ ସରିବା ପରେ ଗାଡ଼ିର ୪ ଚକା ତଳେ ପୂଜକ ୪ଟି ଲେମ୍ୱୁ ରଖି ଗାଡ଼ି ଚଲାଇବାକୁ କହିଥିଲେ। ତେବେ ଗାଡ଼ି ଷ୍ଟାର୍ଟ ହେଉ ହେଉ ଗଡ଼ି ଯାଇଥିଲା ଓ ପୂଜକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ପୂଜକ ପ୍ରାଣ ହରାଇଥିଲେ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

The post ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି appeared first on Odisha Reporter.

]]>
right top 2019-05-18 14:23:32 https://odishareporter.in/wp-content/uploads/2019/05/minitruck.jpg
୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର https://odishareporter.in/odisha/fani-storm-updates-375845 Tue, 30 Apr 2019 14:04:34 +0000 https://odishareporter.in/?p=375845

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ଫୋନି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡି ଆସୁଛି। ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ୩ ତାରିଖ ସଂଧ୍ୟାରେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଛି। ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ଏବେ ଉତ୍ତର […]

The post ୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ଫୋନି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡି ଆସୁଛି। ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ୩ ତାରିଖ ସଂଧ୍ୟାରେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଛି।

ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ଏବେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢୁଛି। ତେବେ ଆଜି ମଧ୍ୟରାତ୍ରି ବେଳକୁ ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ଫୋନି ଆସନ୍ତାକାଲି ଦିଗ ମୋଡ଼ ନେଇ ଉତ୍ତର ପୂର୍ବଦିଗରେ ଗତି କରିବାର ସମ୍ଭାବନା ରହିଛି।

ଏହା ହେଲେ ଫୋନି ଆସନ୍ତା ୩ ତାରିଖରେ ଗୋପାଳପୁର ଓ ଚାନ୍ଦବାଲି  ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଫୋନି ଯୋଗୁ ଉପକୂଳ ଓଡ଼ିଶା ସମେତ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିବ। ୨ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ଓ ୩ ତାରିଖ ସକାଳେ ୬୦ରୁ ୭୦ କିମି ଏବଂ ସଂଧ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ହେବାର ଆଶଙ୍କା କରାଯାଉଛି। ସେହିପରି ପ୍ରାୟ ଦେଢ଼ ମିଟର ଉଚ୍ଚର ଜୁଆର ଉଠିବା ସହ ସମୁଦ୍ର ଅଶାନ୍ତ ରହିବ। ସେଥିଲାଗି ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଆଇଏମ୍‌ଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ସେପଟେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଏସଆରସି, କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନ୍ଫରେନସିଂରେ ଆଲୋଚନା କରିଛନ୍ତି। ସେହିପରି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ପୁର୍ଣ୍ଣ ରୂପେ ସଜାଗ ରହିବାକୁ କୁହାଯାଇଛି । ତିତଲି ଅପେକ୍ଷା ଫୋନି ବେଳେ ପବନର ବେଗ ଅଧିକ ହେବା ଆଶଙ୍କା ରହିଥିବା ଏସ୍‌ଆରସି କହିଛନ୍ତି। ଏଥିଲାଗି ୨୦ ୟୁନିଟ୍‌ ଓଡ୍ରାଫ, ୧୨ ୟୁନିଟ୍‌ NDRF ଓ ୩୩୫ ୟୁନିଟ୍‌ ଫାୟାର ସର୍ଭିସ ପ୍ରସ୍ତୁତ ରହିଛନ୍ତି। ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ରାଜ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ୨ଟି ହେଲିକ୍ପଟର ସହ ଅତିରିକ୍ତ NDRF ଟିମ୍ ପଠାଇବାକୁ କେନ୍ଦ୍ର ନିକଟରେ ଦାବି କରିଛି ଓଡ଼ିଶା।

ସମ୍ଭାବ୍ୟ ବାତ୍ୟାକୁ ଦେଖି ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି। ଚେନ୍ନାଇ ଓ ବିଶାଖାପାଟଣାରେ ଦୁଇଟି ଜାହାଜ ପ୍ରସ୍ତୁତ ରହିଛନ୍ତି ଏଥିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ସମସ୍ତ ଉପକରଣ ସହ ଡାକ୍ତରୀ ଟିମ୍ ବି ପ୍ରସ୍ତୁତ ରହିଛନ୍ତି।

ଓଡ଼ିଶା ଦେଖିବ  ମେ’ ମାସରେ ମହାବାତ୍ୟା !

ପୂର୍ବରୁ ୧୮୯୩, ୧୯୧୪, ୧୯୧୭, ୧୯୮୨ ଓ  ୧୯୮୯ରେ ମେ ମାସରେ ସାମୁଦ୍ରିକ ଝଡ଼ ଦ୍ୱାରା ଓଡ଼ିଶା ପ୍ରଭାବିତ ହୋଇଥିଲା । ସେ ଦୃଷ୍ଟିରୁ ସମ୍ଭାବ୍ୟ ପରିସ୍ଥିତିର ସାମ୍ନା କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିପାରେ ଏହି ସାମୁଦ୍ରିକ ଝଡ଼। ଏସବୁ ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର  ସେହିଭଳି କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବି ଫୋନି ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି।  ତେଣୁ ଏସବୁ ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ଓ୍ୱାର୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

The post ୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର appeared first on Odisha Reporter.

]]>
right top 2019-04-30 19:55:02 https://odishareporter.in/wp-content/uploads/2019/04/pho.jpg
ଏଠି ରାତିରେ ଟଣା ହୁଏ ରଥ https://odishareporter.in/odisha/here-bhaktas-pull-the-chariot-at-night-368832 Mon, 15 Apr 2019 10:13:44 +0000 https://odishareporter.in/?p=368832

ଆଠଗଡ଼ (ନୀଳକଣ୍ଠ ଦୋରା): ବାର ମାସରେ ତେର ପର୍ବ ପାଳେ ଓଡ଼ିଶା। ସବୁଥିରେ ନିଆରା ପଣିଆ। ଏଇ ନିଆରା ପରମ୍ପରାରୁ ଗୋଟିଏ ହେଉଛି ରାତିରେ ରଥ ଟଣା। କେବେ ଶୁଣିଛନ୍ତି କି ଏ କଥା ? ହୁଏତ ଶୁଣି ନ ଥିବେ। ଦିନବେଳା ରଥଯାତ୍ରା ସାରା ଭାରତ ବର୍ଷରେ ପାଳିତ ହେଉଥିବା ବେଳେ ଓଡ଼ିଶାର ୨ଟି ଏମିତି ସ୍ଥାନ ଅଛି, ଯେଉଁଠି ରାତିରେ ଗଡ଼େ ରଥ। ଚୈତ୍ର ମାସରେ ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା […]

The post ଏଠି ରାତିରେ ଟଣା ହୁଏ ରଥ appeared first on Odisha Reporter.

]]>

ଆଠଗଡ଼ (ନୀଳକଣ୍ଠ ଦୋରା): ବାର ମାସରେ ତେର ପର୍ବ ପାଳେ ଓଡ଼ିଶା। ସବୁଥିରେ ନିଆରା ପଣିଆ। ଏଇ ନିଆରା ପରମ୍ପରାରୁ ଗୋଟିଏ ହେଉଛି ରାତିରେ ରଥ ଟଣା। କେବେ ଶୁଣିଛନ୍ତି କି ଏ କଥା ? ହୁଏତ ଶୁଣି ନ ଥିବେ।

ଦିନବେଳା ରଥଯାତ୍ରା ସାରା ଭାରତ ବର୍ଷରେ ପାଳିତ ହେଉଥିବା ବେଳେ ଓଡ଼ିଶାର ୨ଟି ଏମିତି ସ୍ଥାନ ଅଛି, ଯେଉଁଠି ରାତିରେ ଗଡ଼େ ରଥ। ଚୈତ୍ର ମାସରେ ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଳିତ ହୋଇଥାଏ। ଏହାର ଅନୁକରଣରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଡିଆ ଓ କଟକ ଜିଲ୍ଲା ଆଠଗଡ଼ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରର ବି ରଥଯାତ୍ରା ପାଳିତ ହୁଏ।

ଏହି ତିନୋଟି ସ୍ଥାନରେ ରଥ ଟଣା  ଅନୁଷ୍ଠିତ ହୋଇଥିଲେ ବି ଖୋର୍ଦ୍ଧା ଓ ଆଠଗଡ଼ରେ ଏଥିରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ତେବେ ଆମେ ଆଜି ଆପଣଙ୍କୁ ଆଠଗଡ଼ ରଥାଟଣା ବିଷୟରେ କହିବୁ। ଚାଲନ୍ତୁ ଜାଣିବା କ’ଣ ରହିଛି ତା’ର ବିଶେଷତ୍ତ୍ୱ।

ରୁକୁଣା ରଥ ଅଣ ଲେଉଟା। ଆଠଗଡ଼ ବ୍ଲକ ରାଧା ଦାମୋଦରପୁରରେ ଆରାଧ୍ୟ ଶ୍ରୀ ଶ୍ରୀ ଜମେଶ୍ୱର ମହାଦେବଙ୍କ ପୀଠରେ ଶତାଧିକ ବର୍ଷରୁ ଏହି ମହାନ ପରମ୍ପରା ପାଳିତ ହୋଇଆସୁଛି। ମରୀଚି କୁଣ୍ଡ ପାଣିରେ ଗାଧୋଇଲେ ସନ୍ତାନ ପ୍ରାପ୍ତି ହେବା ସହିତ ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ପବିତ୍ର ଅଶୋକାଷ୍ଟମୀରେ ପାଳିତ ହେଉଥିବା ଏହି ଯାତ୍ରାର ସୁପରିଚାଳନା ପାଇଁ ଗ୍ରାମବାସୀ ସମସ୍ତ ଦାୟିତ୍ୱ ନେଇଥାନ୍ତି।

ପାରମ୍ପରିକ ଭାବରେ ମହାପ୍ରଭୁ ଜମେଶ୍ୱର ରୁକୁଣା ରଥରେ ଚଢ଼ି ମାଉସୀ ମା’ ଘରକୁ ଯିବେ। ନିର୍ଦ୍ଧାରିତ ନୀତିକାନ୍ତି ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାକୁ ରଥାରୁଢ଼ କରାଯିବ। ପରେ ଗ୍ରାମ ସଭାପତି ପାରମ୍ପରିକ ଛେରାପହଁରା କଲାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ।

ସକାଳୁ ମଙ୍ଗଳ ଆଳତୀ, ମଇଲମ ପରେ ଠାକୁରଙ୍କ ଅଶୋକ କୁଣ୍ଡରେ ମହାସ୍ନାନ କରିଥାନ୍ତି। ଏହି ଅଶୋକଫୁଲ ଖାଇଲେ ସମସ୍ତ ରୋଗ ବ୍ୟାଧି ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

ସବୁଠି ଦିନରେ ରଥଯାତ୍ରା ହେଉଥିବା ବେଳେ ଏଠାରେ ରାତିରେ ରଥଟଣାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ଆଖପାଖର ବହୁ ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳାର ସହ ଏହି ଯାତ୍ରା ଉପଭୋଗ କରିଥାନ୍ତି।

The post ଏଠି ରାତିରେ ଟଣା ହୁଏ ରଥ appeared first on Odisha Reporter.

]]>
2019-04-15 18:01:55 https://odishareporter.in/wp-content/uploads/2019/04/rathha.jpg
“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ” https://odishareporter.in/odisha/young-generation-should-know-about-late-barendra-krushna-dhall-358029 Mon, 25 Mar 2019 08:35:13 +0000 https://odishareporter.in/?p=358029

ଭୁବନେଶ୍ୱର ( ଓଡିଶା ରିପୋର୍ଟର): ସ୍ୱର୍ଗତଃ ଡ. ବରେନ୍ଦ୍ର କୃଷ୍ଣ ଧଳଙ୍କ ସାହିତ୍ୟ ସାଧନା ଓ ନିର୍ଭୀକ ସାମ୍ବାଦିକତା ସମ୍ପର୍କରେ ଆଜିର ଯୁବପିଢି ଜାଣିବା ନିହାତି ଦରକାର। ଏଥିପାଇଁ ଏହି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଲେଖକଙ୍କ ସୃଜନୀ ସମଗ୍ର ଉପରେ ଗବେଷଣା ହେବା ଜରୁରୀ। ରବିବାର ସ୍ୱର୍ଗତଃ ଧଳଙ୍କ ୮୦ତମ ଜୟନ୍ତୀ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଏହି ମତ ରଖିଛନ୍ତି। ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ବାଙ୍କୀଠାରେ ‘ବରେନ୍ଦ୍ର କୃଷ୍ଣ ଧଳ ମେମୋରିଆଲ୍ […]

The post “ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ” appeared first on Odisha Reporter.

]]>

ଭୁବନେଶ୍ୱର ( ଓଡିଶା ରିପୋର୍ଟର): ସ୍ୱର୍ଗତଃ ଡ. ବରେନ୍ଦ୍ର କୃଷ୍ଣ ଧଳଙ୍କ ସାହିତ୍ୟ ସାଧନା ଓ ନିର୍ଭୀକ ସାମ୍ବାଦିକତା ସମ୍ପର୍କରେ ଆଜିର ଯୁବପିଢି ଜାଣିବା ନିହାତି ଦରକାର। ଏଥିପାଇଁ ଏହି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଲେଖକଙ୍କ ସୃଜନୀ ସମଗ୍ର ଉପରେ ଗବେଷଣା ହେବା ଜରୁରୀ।

ରବିବାର ସ୍ୱର୍ଗତଃ ଧଳଙ୍କ ୮୦ତମ ଜୟନ୍ତୀ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଏହି ମତ ରଖିଛନ୍ତି।

ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ବାଙ୍କୀଠାରେ ‘ବରେନ୍ଦ୍ର କୃଷ୍ଣ ଧଳ ମେମୋରିଆଲ୍ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଶିଷ୍ଟ କବି ପ୍ରଦୀପ କୁମାର ବିଶ୍ୱାଳ, ସ୍ତମ୍ଭକାର ଡ.ଅସିତ ମହାନ୍ତି, ବୈଷ୍ଣବ ଚରଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମତ ରଖିଛନ୍ତି ।

ଏହି ଅବସରରେ “ବରେନ୍ଦ୍ର କୃଷ୍ଣ ଧଳଙ୍କ ସାମ୍ବାଦିକତା ଏବଂ ଓଡିଆ ଭାଷା ସାହିତ୍ୟ ପ୍ରତି ଅବଦାନ” ଶୀର୍ଷକ ବିଷୟ ଉପରେ ଆଲୋଚନା ହୋଇଥିଲା।

ତାଙ୍କ ନିର୍ଭୀକ, ନିରପେକ୍ଷ ଓ ତଥ୍ୟମୂଳକ ଅକାଟ୍ୟ ସାମ୍ବାଦିକତାର ଗୁରୁତ୍ୱ ଆଜିର ଯୁବ ସାମ୍ବାଦିକ ଜାଣିବା ଦରକାର ବୋଲି ଅତିଥିବୃନ୍ଦ ମତ ରଖିଥିଲେ।

ଏହି ସଭାରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବାବାଜୀ ଚରଣ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିଭଳି ଅନ୍ୟମାନଙ୍କ ମଧ୍ୟରେ, ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ରବି ନାରାୟାଣ ମଙ୍ଗରାଜ, କବି କୌଶିକ ନାୟକ, କିଶୋର ଚନ୍ଦ୍ର ମିଶ୍ର, ଶ୍ୟାମସୁନ୍ଦର ସାହୁ, ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, ଶକୁନ୍ତଳା ମଲ୍ଲିକ, ଜ୍ଞାନେନ୍ଦ୍ର ମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବରେନ୍ଦ୍ର କୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଶେଷରେ ଟ୍ରଷ୍ଟର ଅନ୍ୟତମ ସଦସ୍ୟା ପ୍ରୀତିଛନ୍ଦା ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

The post “ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ” appeared first on Odisha Reporter.

]]>
2019-03-25 14:05:13 https://odishareporter.in/wp-content/uploads/2019/03/BARENDRA11.jpg
ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌ https://odishareporter.in/odisha/police-barbarism-in-odisha-video-of-2-incidents-goes-viral-348794 Wed, 06 Mar 2019 14:33:56 +0000 https://odishareporter.in/?p=348794

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସର ଦାଦାଗିରି। ବିକ୍ଷୋଭ କରୁଥିବା ବେଳେ କଟକରେ ଆନ୍ଦୋଳନକାରୀଙ୍କୁ ପୁଲିସ ଚାପୁଡ଼ା ମାରିଥିବା ବେଳେ ସମ୍ୱଲପୁର ଜିଲ୍ଲାରେ ଜଣେ ଏଏସ୍‌ଆଇ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଘଟଣାରେ ଭିଡିଓ ଭାଇରାଲ୍‌ ହେବା ପରେ ସମ୍ୱଲପୁର ଏସ୍‌ପି ରେଙ୍ଗାଲି ଏଏସ୍‌ଆଇଙ୍କୁ ସସ୍‌ପେଣ୍ଡ କରିଛନ୍ତି। କମିଶନରେଟ୍‌ ପୁଲିସର ଦାଦାଗିରି। କଟକ ଏସିପି ଏସ୍‌.କେ. ସରିଫୁଦ୍ଦିନ୍ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା […]

The post ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସର ଦାଦାଗିରି। ବିକ୍ଷୋଭ କରୁଥିବା ବେଳେ କଟକରେ ଆନ୍ଦୋଳନକାରୀଙ୍କୁ ପୁଲିସ ଚାପୁଡ଼ା ମାରିଥିବା ବେଳେ ସମ୍ୱଲପୁର ଜିଲ୍ଲାରେ ଜଣେ ଏଏସ୍‌ଆଇ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଘଟଣାରେ ଭିଡିଓ ଭାଇରାଲ୍‌ ହେବା ପରେ ସମ୍ୱଲପୁର ଏସ୍‌ପି ରେଙ୍ଗାଲି ଏଏସ୍‌ଆଇଙ୍କୁ ସସ୍‌ପେଣ୍ଡ କରିଛନ୍ତି।

କମିଶନରେଟ୍‌ ପୁଲିସର ଦାଦାଗିରି। କଟକ ଏସିପି ଏସ୍‌.କେ. ସରିଫୁଦ୍ଦିନ୍ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏସିପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। (କଟକ ଭିଡିଓ)

ଗତ ମଙ୍ଗଳବାର ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ସଂଗଠନ ପକ୍ଷରୁ ବାଦାମବାଡ଼ିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ ଏହାକୁ ବିରୋଧ କରିଥିଲା। ସଙ୍ଗଠନର କର୍ମକର୍ତ୍ତାମାନେ ବଳପୂର୍ବକ ଯିବାକୁ ଚେଷ୍ଟା କରିବାରୁ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାର ଭିଡିଓ ଜଣେ ଯୁବକ ମୋବାଇଲ୍‌ରେ ରେକର୍ଡିଂ କରୁଥିଲେ। ଏତିକିବେଳେ ଏସିପି ସରିଫୁଦ୍ଦିନ ସେଠାରେ ପହଞ୍ଚି ଭିଡିଓ ଉଠାଉଥିବା ଯୁବକଙ୍କୁ ଗାଳିଗୁଲଜ କରିବା ସହ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ମାଡ଼ମରା ଭିଡିଓ ଏବେ ଭାଇରାଲ୍‌ ହୋଇଛି। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିନାହିଁ।

ସେହିପରି ସମ୍ବଲପୁର ଜିଲ୍ଲାରେ ମହଙ୍ଗା ପଡ଼ିଛି ଜଣେ ବୃଦ୍ଧାଙ୍କୁ ପୁଲିସର ମାଡ଼। ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ସସ୍‌ପେଣ୍ଡ ହୋଇଛନ୍ତି ରେଙ୍ଗାଲି ଥାନା ASI ଦ୍ରୋଣାଚାର୍ଯ୍ୟ ସାହୁ। ଥାନା ଭିତରେ ମାଡ଼ ମାରିବା ଅଭିଯୋଗରେ ତାଙ୍କ ସସ୍‌ପେଣ୍ଡ କରିଛନ୍ତି ଏସ୍‌ପି। ଘଟଣାଟି ଗତ ଗଣେଶ ପୂଜା ସମୟରେ ଘଟିଥିଲା। ରେଙ୍ଗାଲିରେ ଗଣେଶ ପୂଜା ଭସାଣି ବେଳେ ମହିଳା ଜଣଙ୍କୁ ପୁଲିସ ଥାନାକୁ ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ମାଡ଼ର ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ପୁଲିସ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି। (ଦେଖନ୍ତୁ ରେଙ୍ଗାଲି ଥାନାରେ ଘଟିଥିବା ଗଣେଶ ପୂଜା ବେଳର ସେହି ଦୃଶ୍ୟ।)

 

The post ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌ appeared first on Odisha Reporter.

]]>
centre bottom 2019-03-06 20:04:56 https://odishareporter.in/wp-content/uploads/2019/03/2-3.jpg
ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି https://odishareporter.in/odisha/bjp-alleges-massive-bungling-in-kalia-scheme-beneficiaries-347749 Mon, 04 Mar 2019 13:59:08 +0000 https://odishareporter.in/?p=347749

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଫାଇଦା ଓଡ଼ିଆ ଚାଷୀଙ୍କୁ ଉପଲବ୍ଧ କରାଇବାରେ ରାଜ୍ୟ ସରକାରଙ୍କ ଅସହଯୋଗ କରୁଛନ୍ତି। ତା’ ସହିତ ‘କାଳିଆ’ ଯୋଜନାରେ ଜାଣିଶୁଣି ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରାଇ ମହାଘୋଟାଲା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ମାଗିଥିବା ଓଡିଶାରୁ ସମସ୍ତ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର […]

The post ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଫାଇଦା ଓଡ଼ିଆ ଚାଷୀଙ୍କୁ ଉପଲବ୍ଧ କରାଇବାରେ ରାଜ୍ୟ ସରକାରଙ୍କ ଅସହଯୋଗ କରୁଛନ୍ତି। ତା’ ସହିତ ‘କାଳିଆ’ ଯୋଜନାରେ ଜାଣିଶୁଣି ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରାଇ ମହାଘୋଟାଲା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ମାଗିଥିବା ଓଡିଶାରୁ ସମସ୍ତ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ନିର୍ଭୁଲ ଭାବେ ରାଜ୍ୟ ସରକାର ନଦେଇ କାହିଁକି ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଯଦି ୫୦ ଲକ୍ଷ ଚାଷୀଙ୍କ ତାଲିକା ଅଛି, ତେବେ ୯ ଲକ୍ଷ ତାଲିକା କାହିଁକି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡିଶା ଚାଷୀଙ୍କ ଅଧିକାରକୁ ରାଜ୍ୟ ସରକାର ଛଡ଼ାଇ ନେଉଛନ୍ତି।

ଆୟୁଷ ଯୋଜନାରୁ ଗରିବ ଓଡ଼ିଆ ଲୋକଙ୍କୁ ବଞ୍ଚିତ କରିବା ଭଳି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ଲାଭରୁ ଓଡ଼ିଶାର ଚାଷୀ ବଞ୍ଚିତ ନହୁଅନ୍ତୁା ରାଜ୍ୟ ସରକାର ଏବେ ସୁଦ୍ଧା ୩୦ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପଠାଇଛନ୍ତି ବୋଲି ଦାବି କରୁଛନ୍ତି। ଯଦି ୩୦ଲକ୍ଷ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ସମସ୍ତ ତଥ୍ୟ ଅଛି ତାହେଲେ ତାକୁ କେନ୍ଦ୍ର ପଠାଇବାରେ ଅସୁବିଧା କେଉଁଠି ଅଛି ?

କାଳିଆ ଯୋଜନାରେ ୫୭ ଲକ୍ଷ ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପ୍ରଥମ କିସ୍ତିରେ ଏବେ ସୁଦ୍ଧା ୩୦ ଲକ୍ଷ ଚାଷୀଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି। ବାକି ୨୭ ଲକ୍ଷ ଚାଷୀଙ୍କୁ କେବେ ମିଳିବ ତାହା ନ କହି ଏବେ ଦ୍ୱିତୀୟ କିସ୍ତି ଅର୍ଥ ଦିଆଯିବ ବୋଲି କହୁଛନ୍ତି। ବାକି ୨୭ ଲକ୍ଷ ଚାଷୀଙ୍କୁ କେବେ ସହାୟତା ମିଳିବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। କାଳିଆ ଯୋଜନାରେ ୩ ଲକ୍ଷ ଭାଗଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ଯାଇଛି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ରାଜ୍ୟରେ ଭାଗଚାଷୀ ଏବଂ ଭୂମିହୀନ ଚାଷୀଙ୍କ ଗଣନା ରାଜ୍ୟ ସରକାର କରିନଥିବାବେଳେ ଏହି ତଥ୍ୟ କେଉଁଠୁ ଆଣିଲେ ଓ ସେମାନଙ୍କୁ କିଭଳି ସହାୟତା ଦେଇଛନ୍ତି ବିଜେପି ପ୍ରଶ୍ନ କରିଛି। ମୁଖ୍ୟମନ୍ତ୍ରୀ ଖାଲି ଭାଷଣ ମାରି ଭାଗଚାଷୀମାନଙ୍କୁ ପ୍ରତାରିତ ଏବଂ ଲଜ୍ଜିତ କରନ୍ତୁ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

କାଳିଆ ଯୋଜନାର ଗ୍ରୀନ ଫର୍ମ ଆଧାରରେ ରାଜ୍ୟ ସରକାର ଜାରି କରିଥିବା ହିତାଧିକାରୀ ତାଲିକାର ତଥ୍ୟ ଅନୁସାରେ ଜଣେ ଜଣେ ହିତାଧିକାରୀଙ୍କ ନାଁକୁ ଡବଲ ଡବଲ ଲେଖି ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ ଦିଆଯାଇଛି । ୧୦ ହଜାର ୯୪୨ ଜଣ ହିତାଧିକାରୀଙ୍କ ନାଁ ୨୨ ହଜାରରୁ ଅଧିକ ଥର ଅଛି । ରାଜ୍ୟ ସରକାରଙ୍କ ତାଲିକାରେ ହଜାର ହଜାର ନାଁ ଏକାଧିକ ବାର ରହିବା କାଳିଆ ଯୋଜନାର ସଠିକ ହିତାଧିକାରୀ ଚୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ୧୨୪୦ ଜଣ ହିତାଧିକାରୀଙ୍କ ନାମ ୨୪୯୧ ଥର ତାଲିକାରେ ରହିଛି। ଭଦ୍ରକର ୯୦୧ ହିତାଧିକାରୀଙ୍କ ନାମ ୧୮୨୮ ଥର ତାଲିକାରେ ସ୍ଥାନ ପାଇଛି । କେଉଁଝରର ୬୨୬ ଜଣ ହିତାଧିକାରୀଙ୍କ ନାମ ୧୨୬୧ ଥର ସାମିଲ ହୋଇଛି। ଖୋର୍ଦ୍ଧା ବ୍ଲକର ନରଣଗଡ ପଞ୍ଚାୟତ ହିତାଧିକାରୀ ରିପିଟିସନ୍ ମାମଲାରେ ସବୁଠୁ ଉପରେ ଅଛି। ଏହି ପଞ୍ଚାୟତର ୫୮ ଜଣ ହିତାଧିକାରୀଙ୍କ ନାମ ୧୬୯ଥର ରିପିଟ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର କଳସପୁର ପଞ୍ଚାୟତର ୬୬ ଜଣ ହିତାଧିକାରୀଙ୍କ ନାମ ୧୩୮ ଥର ତାଲିକାକୁ ଯାଇଛି । ଯାଜପୁର ଜିଲ୍ଲା ଭୁଇଁପୁର ପଞ୍ଚାୟତରେ ୩୫ ଜଣ ହିତାଧିକାରୀଙ୍କ ନାମ ୧୧୩ ଥର ତାଲିକାରେ ସାମିଲ ହୋଇଛି । ଏଥିରୁ କାଳିଆ ଯୋଜନାରେ ହୋଇଥିବା ମହାଘୋଟାଲାର ଗନ୍ଧ ସ୍ପଷ୍ଟ ବାରି ହେଉଛି ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ ଏବଂ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

The post ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି appeared first on Odisha Reporter.

]]>
right bottom 2019-03-04 19:29:08 https://odishareporter.in/wp-content/uploads/2019/03/BJP_PRESSER-FINAL.jpg
ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା https://odishareporter.in/odisha/lover-attack-his-girl-friend-in-jajpur-344554 Mon, 25 Feb 2019 11:44:06 +0000 https://odishareporter.in/?p=344554

ଯାଜପୁର (ଗୁଲାମ ଗସ୍‌): ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ପ୍ରେମିକାକୁ ମନ୍ଦିରକୁ ଡାକି ଭୁଜାଲିରେ ଆକ୍ରମଣ କରି ନିଜେ ନିଜକୁ ହାଣି ଦେଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାର ଏକ ସ୍ଥାନରେ। ମିଳିଥିବା ଖବର ଅନୁଯାୟୀ, ବନ୍ଧଜିହ୍ନ ଗାଁର ବଳରାମ ସାହୁଙ୍କ ପୁଅ ଗଣେଶ୍ୱର ସେହି ଗାଁର ଜଣେ ଯୁବତୀ ଛନ୍ଦା (ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ଛନ୍ଦା ବି ଗଣେଶ୍ୱରଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରି ଘରସଂସାର କରିବେ ବୋଲି ମଧ୍ୟ […]

The post ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା appeared first on Odisha Reporter.

]]>

ଯାଜପୁର (ଗୁଲାମ ଗସ୍‌): ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ପ୍ରେମିକାକୁ ମନ୍ଦିରକୁ ଡାକି ଭୁଜାଲିରେ ଆକ୍ରମଣ କରି ନିଜେ ନିଜକୁ ହାଣି ଦେଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାର ଏକ ସ୍ଥାନରେ।

ମିଳିଥିବା ଖବର ଅନୁଯାୟୀ, ବନ୍ଧଜିହ୍ନ ଗାଁର ବଳରାମ ସାହୁଙ୍କ ପୁଅ ଗଣେଶ୍ୱର ସେହି ଗାଁର ଜଣେ ଯୁବତୀ ଛନ୍ଦା (ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ଛନ୍ଦା ବି ଗଣେଶ୍ୱରଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରି ଘରସଂସାର କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେମାନଙ୍କୁ ବିରୋଧ କରୁଥିଲେ ଦୁଇ ପରିବାର ଲୋକେ। ଫଳରେ ଏହାକୁ ନେଇ ଦୁଇ ପରିବାର ଭିତରେ ତିକ୍ତତା ଲାଗି ରହିଥିଲା।

ଆଜି ଯୋଜନାବଦ୍ଧ ଭାବେ ବିଭିନ୍ନ ବାହାନା ଦେଖାଇ ପ୍ରେମିକା ଛନ୍ଦାଙ୍କୁ ଗାଁ ନିକଟସ୍ଥ ମନ୍ଦିରକୁ ଡାକିଥିଲେ ପ୍ରେମିକ ଗଣେଶ୍ୱର। ମନ୍ଦିରରେ ପହଞ୍ଚିବା ପରେ ସେ ହଠାତ୍ ଏକ ଭୁଜାଲି ବାହାର କରି ଛନ୍ଦାଙ୍କୁ ଆକ୍ରମଣ କରିଥିଲା। ତା’ପରେ ହଠାତ୍ ପାଗଳଙ୍କ ପରି ସେ ନିଜକୁ ନିଜେ ହାଣି ହୋଇଥିଲା।

ଏହି ଘଟଣାରେ ଉଭୟ ପ୍ରେମିକ ପ୍ରେମିକା ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧର୍ମଶାଳା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଛନ୍ଦାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

The post ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା appeared first on Odisha Reporter.

]]>
right top 2019-02-25 17:14:06 https://odishareporter.in/wp-content/uploads/2019/02/lover-attack-his-girl-friend-in-jajpur.jpg
କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ https://odishareporter.in/odisha/villagers-supplying-copy-in-matric-exam-cetre-video-viral-344536 Mon, 25 Feb 2019 10:46:35 +0000 https://odishareporter.in/?p=344536

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏପରିକି ଆବଶ୍ୟକ ପଡ଼ିଲେ ‘ଅତି ସମ୍ୱେଦନଶୀଳ’ ପରୀକ୍ଷା କେନ୍ଦ୍ରରେ କପି ବନ୍ଦ କରିବାକୁ ୧୪୪ ଧାରା ଜାରି କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲାରେ ପୁଣି ଖୁଲମ୍‌ଖୁଲା କପି କରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆଜି ମ୍ୟାଟ୍ରିକ୍ ପରୀକ୍ଷାରେ ଇଂରାଜୀ ବିଷୟର ପରୀକ୍ଷା ଚାଲୁଥିଲା। ଏହି ସମୟରେ […]

The post କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏପରିକି ଆବଶ୍ୟକ ପଡ଼ିଲେ ‘ଅତି ସମ୍ୱେଦନଶୀଳ’ ପରୀକ୍ଷା କେନ୍ଦ୍ରରେ କପି ବନ୍ଦ କରିବାକୁ ୧୪୪ ଧାରା ଜାରି କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲାରେ ପୁଣି ଖୁଲମ୍‌ଖୁଲା କପି କରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଆଜି ମ୍ୟାଟ୍ରିକ୍ ପରୀକ୍ଷାରେ ଇଂରାଜୀ ବିଷୟର ପରୀକ୍ଷା ଚାଲୁଥିଲା। ଏହି ସମୟରେ ଭୁବନ ବ୍ଲକ ପଳାଶପିଠିଆ ସ୍ଥିତ ପଞ୍ଚାୟତରାଜ ହାଇସ୍କୁଲରେ ଶହଶହ ଲୋକ ପଶିଥିଲେ। ଆଉ କିଛି ଅଭିଭାବକ ପାଚେରୀ ଉପରେ ଚଢ଼ିଥିବା ଦେଖିବାକୁ ମିଳିଥିଲା। ହୋ-ହଲ୍ଲାରେ କମ୍ପିଥିଲା ସ୍କୁଲ ପରିବେଶ। ପରୀକ୍ଷା ଚାଲିଥିଲେ ବି ବହୁ ସମୟ ଧରି ବିଶୃଙ୍ଖଳା ଜାରି ରହିଥିଲା। ସ୍ଥିତି ସମ୍ଭାଳିବାକୁ ସେଠାରେ ପୁଲିସ ମୁତୟନ ଥିଲେ। ଏହାସତ୍ତ୍ୱେ ଲୋକେ ପରୀକ୍ଷାର୍ଥୀମାନଙ୍କୁ କପି ଯୋଗାଇବାକୁ ସ୍କୁଲ ଭିତରେ ପଶିଥିବା ଅଭିଯୋଗ ହୋଇଛି।

ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ, ଅଧିକାଂଶ ପରୀକ୍ଷାର୍ଥୀ ପରୀକ୍ଷା ଖାତାରେ ଉତ୍ତର ଲେଖିବାରେ ସମସ୍ୟା ହୋଇଥିଲା। ଅନ୍ୟପକ୍ଷରେ ଏ ଖବର ପହଞ୍ଚିଥିଲା ମାଧ୍ୟମିକ ଶିକ୍ଷା ବୋର୍ଡରେ। ବୋର୍ଡର ସଭାପତି ଜାହାନ୍ ଆରା ବେଗମ୍‌ ଏହାକୁ ଗୁରୁତ୍ୱ ସହ ନେଇଛନ୍ତି। ସେ କହିଛନ୍ତି- “ଏପରି ଖବର ଯେଉଁଠୁ ଆସିଛି, ସେହି ଅଞ୍ଚଳରେ ୧୪୪ ଧାରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।”

କିନ୍ତୁ ଏହି ଘଟଣାକୁ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ମାନି ନାହାନ୍ତି। (ଦେଖନ୍ତୁ ଭିଡିଓ)

The post କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ appeared first on Odisha Reporter.

]]>
centre bottom 2019-02-25 16:16:35 https://odishareporter.in/wp-content/uploads/2019/02/6-8.jpg
‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ https://odishareporter.in/odisha/state-govt-directs-district-collectors-to-take-precautionary-measures-for-bandh-call-342620 Wed, 20 Feb 2019 14:55:39 +0000 https://odishareporter.in/?p=342620

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାପ ଓ ଧମକ ସତ୍ୱେ ‘ନବନିର୍ମାଣ କୃଷକ ସଂଗଠନ’ ପକ୍ଷରୁ ଆସନ୍ତାକାଲି ‘ଓଡ଼ିଶା ବନ୍ଦ’ ଡାକରା ଦେଇଥିବାରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ‘ପ୍ରାଇସ-ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ବନ୍ଦ ଡାକରା ଦେଇଛି। […]

The post ‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାପ ଓ ଧମକ ସତ୍ୱେ ‘ନବନିର୍ମାଣ କୃଷକ ସଂଗଠନ’ ପକ୍ଷରୁ ଆସନ୍ତାକାଲି ‘ଓଡ଼ିଶା ବନ୍ଦ’ ଡାକରା ଦେଇଥିବାରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, ‘ପ୍ରାଇସ-ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ବନ୍ଦ ଡାକରା ଦେଇଛି। ସେମାନେ ଗାଡ଼ି ମୋଟର ଯାତାୟତ, ଟ୍ରେନ୍‌ ଚଳାଚଳ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ସରକାରୀ ଅଫିସ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ଆଗରେ ପିକେଟିଂ କରିବାର ଆଶଙ୍କା ରହିଛି। ତେଣୁ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବାକୁ ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

The post ‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ appeared first on Odisha Reporter.

]]>
left top 2019-02-20 20:54:15 https://odishareporter.in/wp-content/uploads/2019/02/9-3.jpg
‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’ https://odishareporter.in/odisha/odisha-jatra-artistes-and-employees-demand-dignity-better-deal-and-enhanced-allowance-341658 Mon, 18 Feb 2019 15:01:58 +0000 https://odishareporter.in/?p=341658

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଯାତ୍ରା ନାଟକକୁ ଲୋକକଳା ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଉ। କଳାକାରଙ୍କୁ ମାସକୁ ୧୨୦୦ ଟଙ୍କା ପରିବର୍ତ୍ତେ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉ। ସେହିପରି ପ୍ରତି ଜିଲ୍ଲା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ନାଟକକୁ ମଧ୍ୟ ସାମିଲ କରାଯାଉ। ଯାତ୍ରା କଳାକାର ଓ କର୍ମଚାରୀ ସଂଘ, ଓଡ଼ିଶା ପକ୍ଷରୁ ଏଭଳି ଦାବି କରାଯାଇଛି। ଏଥିସହିତ ମୋଟ ୧୨ ଦଫା ଦାବି ପୂରଣ କରିବା ପାଇଁ ସଂଘ ପକ୍ଷରୁ ଆୟୋଜିତ ଏକ ସାଧାରଣ […]

The post ‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଯାତ୍ରା ନାଟକକୁ ଲୋକକଳା ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଉ। କଳାକାରଙ୍କୁ ମାସକୁ ୧୨୦୦ ଟଙ୍କା ପରିବର୍ତ୍ତେ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉ। ସେହିପରି ପ୍ରତି ଜିଲ୍ଲା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ନାଟକକୁ ମଧ୍ୟ ସାମିଲ କରାଯାଉ। ଯାତ୍ରା କଳାକାର ଓ କର୍ମଚାରୀ ସଂଘ, ଓଡ଼ିଶା ପକ୍ଷରୁ ଏଭଳି ଦାବି କରାଯାଇଛି। ଏଥିସହିତ ମୋଟ ୧୨ ଦଫା ଦାବି ପୂରଣ କରିବା ପାଇଁ ସଂଘ ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭା ଓ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ ସଂଘ ଦାବି କରିଛି ଯେ, ଯାତ୍ରା ଲେଖକମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଉ। ରାଜା ରାମମୋହନ ରାୟ ଲାଇବ୍ରେରୀରେ ଯାତ୍ରା ପୁସ୍ତକ ଉପଲବ୍ଧ କରିବା ସହିତ ଅନ୍ୟ ବେସରକାରୀ ଶ୍ରମିକମାନଙ୍କୁ ଯେଭଳି ସରକାରୀ ସୁବିଧା ଓ ସହାୟତା ମିଳୁଛି, ଠିକ୍‌ ସେମିତି ଯାତ୍ରା କଳାକାର ଓ କର୍ମଚାରୀମାନଙ୍କୁ ମଧ୍ୟ ପ୍ରଦାନ କରାଯାଉ।

ସଂଘର ମୋଟ ୧୨ ଦଫା ଦାବିରେ, ରାଜ୍ୟସ୍ତରୀୟ ଯାତ୍ରାନାଟକ ଉତ୍ସବ ଆୟୋଜନ,  ଭୁବନେଶ୍ୱରରେ ଏକ କାର୍ଯ୍ୟାଳୟ ପାଇଁ ମାଗଣାରେ ଘର ପ୍ରଦାନ, ଯାତ୍ରା ଅନୁଷ୍ଠାନ ଗଢ଼ିବା ପାଇଁ ରିହାତି ଦରରେ ଋଣ ଆବଣ୍ଟନ, କଳାକାରଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଆଦି ଦାବି ସାମିଲ ରହିଛି।

ଯାତ୍ରାକଳାକାର ଓ କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା ଏବଂ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପରୋକ୍ତ ଦାବି କରିଛନ୍ତି।

The post ‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’ appeared first on Odisha Reporter.

]]>
2019-02-18 20:45:24 https://odishareporter.in/wp-content/uploads/2019/02/111111111111111.jpg
କଳଙ୍କିତ ହେଲା ରକ୍ତସଂପର୍କ: ରାଜଧାନୀ ବୁଲେଇବାକୁ ନେଇ ଭଉଣୀର ଇଜ୍ଜତ ନେଲା ଭାଇ ! https://odishareporter.in/odisha/minor-girl-allegedly-raped-by-her-relative-in-angul-336720 Thu, 07 Feb 2019 11:13:59 +0000 https://odishareporter.in/?p=336720

ଅନୁଗୋଳ (ବିରଜା ଦାଶ): ଭାରତୀୟ ସମାଜରେ ଭାଇ ଓ ଭଉଣୀର ସମ୍ପର୍କକୁ ଅତି ପବିତ୍ର ବୋଲି ବିଚାର କରାଯାଏ। ଏଥିପାଇଁ ଆମ ଦେଶରେ ଏକ ପର୍ବ ମଧ୍ୟ ପାଳନ କରାଯାଇଥାଏ। ଯାହାର ନାଁ ହେଲା ‘ରାକ୍ଷୀ ପୂର୍ଣ୍ଣିମା’। ଏହା ପାଳନର ଅର୍ଥ ହେଲା, ଆଜୀବନ ଭାଇଟିଏ ଭଉଣୀ ପାଇଁ ସୁରକ୍ଷା କବଜ ହୋଇ ରହିଥାଏ, ତାକୁ ସୁରକ୍ଷା ଦେଇଥାଏ। ହେଲେ ବେଳେବେଳେ ଘଟଣାକ୍ରମରେ ଏହି ସମ୍ପର୍କରେ କଳଙ୍କ ଲାଗିଯାଏ। ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର […]

The post କଳଙ୍କିତ ହେଲା ରକ୍ତସଂପର୍କ: ରାଜଧାନୀ ବୁଲେଇବାକୁ ନେଇ ଭଉଣୀର ଇଜ୍ଜତ ନେଲା ଭାଇ ! appeared first on Odisha Reporter.

]]>

ଅନୁଗୋଳ (ବିରଜା ଦାଶ): ଭାରତୀୟ ସମାଜରେ ଭାଇ ଓ ଭଉଣୀର ସମ୍ପର୍କକୁ ଅତି ପବିତ୍ର ବୋଲି ବିଚାର କରାଯାଏ। ଏଥିପାଇଁ ଆମ ଦେଶରେ ଏକ ପର୍ବ ମଧ୍ୟ ପାଳନ କରାଯାଇଥାଏ। ଯାହାର ନାଁ ହେଲା ‘ରାକ୍ଷୀ ପୂର୍ଣ୍ଣିମା’। ଏହା ପାଳନର ଅର୍ଥ ହେଲା, ଆଜୀବନ ଭାଇଟିଏ ଭଉଣୀ ପାଇଁ ସୁରକ୍ଷା କବଜ ହୋଇ ରହିଥାଏ, ତାକୁ ସୁରକ୍ଷା ଦେଇଥାଏ।

ହେଲେ ବେଳେବେଳେ ଘଟଣାକ୍ରମରେ ଏହି ସମ୍ପର୍କରେ କଳଙ୍କ ଲାଗିଯାଏ। ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଏକ ଗାଁରେ। ଜଣେ ନବମ ଶ୍ରେଣୀ ଝିଅକୁ ଭୁବନେଶ୍ୱର ବୁଲେଇବାକୁ ଆଣି ତା ବଡ଼ବାପା ପୁଅ ଭାଇ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ଅନୁଗୋଳ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ବଡ଼ବାପା ପୁଅ ଭାଇ ଭୁବନେଶ୍ୱର ଓ ଆଠଗଡ଼ ବୁଲାଇବାକୁ ନେଇଥିଲେ। କିନ୍ତୁ ପରେ ଜଣାପଡ଼ିଲା ଯେ ପିଲାଟିର ପ୍ରକୃତ ଉଦ୍ଦେଶ୍ୟ ଖରାପ ଥିଲା। ବୁଲାଇ ନେବା ବାହାନାରେ ସେ ଭଉଣୀର ଶରୀର ଉପରେ ନଜର ରଖିଥିଲା। ଏଥିପାଇଁ ସେ ମୌକା ବି ବାହାର କରିଥିଲା।

ଯୌନ ରାକ୍ଷସ ଭାଇ ଆଠଗଡ଼ରେ ଏକ ନିଛାଟିଆ ଅଞ୍ଚଳରେ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାକୁ ସ୍ଥାନୀୟ ଲୋକ ଦେଖିବା ସହିତ ପ୍ରତିବାଦ କରିଥିଲେ। ଭଉଣୀ ସହିତ ଶାରୀରିକ ସମ୍ପର୍କ ରଖିଥିବା ସ୍ଥାନୀୟ ଲୋକଙ୍କ ପାଖରେ ଭାଇ ସ୍ୱୀକାର କରିଛି। ପରେ ଏହି ଖବର ଯାଇ ଝିଅଟିର ଘରେ ପହଞ୍ଚିଥିଲା।

ନାବାଳିକା ତାଙ୍କ ପରିବାର ଲୋକଙ୍କ ସହିତ ଯାଇ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବଡ଼ବାପା ପୁଅ ଭାଇକୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ଅନୁସନ୍ଧାନରୁ ଘଟଣାର ସତ୍ୟତା ଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲସ କହିଛି।

 

The post କଳଙ୍କିତ ହେଲା ରକ୍ତସଂପର୍କ: ରାଜଧାନୀ ବୁଲେଇବାକୁ ନେଇ ଭଉଣୀର ଇଜ୍ଜତ ନେଲା ଭାଇ ! appeared first on Odisha Reporter.

]]>
centre top 2019-02-07 16:43:59 https://odishareporter.in/wp-content/uploads/2019/02/rape.jpg
ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’: ଗତବର୍ଷ ‘ନା’, ଏବର୍ଷ ‘ହଁ’ https://odishareporter.in/odisha/odisha-govt-agrees-for-direct-telecast-of-modis-exam-mantra-in-all-schools-in-the-state-332186 Mon, 28 Jan 2019 18:08:36 +0000 https://odishareporter.in/?p=332186

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଦେଖିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ସମସ୍ତ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ପ୍ରସାରଣ ଯେଭଳି ହୁଏ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଆଜି ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗତବର୍ଷ ଫେବୃୟାରୀ ୧୬ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ […]

The post ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’: ଗତବର୍ଷ ‘ନା’, ଏବର୍ଷ ‘ହଁ’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଦେଖିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ସମସ୍ତ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ପ୍ରସାରଣ ଯେଭଳି ହୁଏ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଆଜି ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗତବର୍ଷ ଫେବୃୟାରୀ ୧୬ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କ ଦେଖିବା ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ମନା କରିଦେଇଥିଲେ। ଯାହାକୁ ନେଇ ଗତବର୍ଷ ବିଜେପି ଓ ବିଜେଡି ମଧ୍ୟରେ ରାଜନୀତିକ ଉଷ୍ମତା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦେଖିବା ପାଇଁ ବ୍ୟବସ୍ଥା ନକରିବା ନିମନ୍ତେ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚଳିତବର୍ଷ ଓଡ଼ିଶା ସରକାର ଏଥିପାଇଁ ଆଗ୍ରହ ଦେଖାଇଛନ୍ତି। ୨୧ ତାରିଖରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବାପରେ ଆଜି ରାଜ୍ୟ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପୁନିଆ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ସମସ୍ତ ସ୍କୁଲରେ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କେତେ ପିଲା ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଲେ, ତା’ର ଫଟୋଚିତ୍ର ଉତ୍ତୋଳନ କରି ବିଭାଗର ୱେ ସାଇଟରେ ଅପଲୋଡ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ତାଲକଟୋରା ଷ୍ଟାଡ଼ିୟମରେ ପ୍ରାୟ ୨ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶାରୁ ୧୭ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି।

ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିର୍ବାଚନୀ ବର୍ଷରେ ଏଥିପାଇଁ ଅନୁମତି ଦେବାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଦୂରତ୍ୱ ହ୍ରାସ ପାଉଥିବାର ଚର୍ଚ୍ଚା ଜୋର ଧରିଛି।

The post ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’: ଗତବର୍ଷ ‘ନା’, ଏବର୍ଷ ‘ହଁ’ appeared first on Odisha Reporter.

]]>
centre bottom 2019-01-28 23:38:36 https://odishareporter.in/wp-content/uploads/2019/01/7C6EE96E-8F06-4FF3-BBA0-D6CB3939C658-5399-000004E117FE6BA7-1.jpg
ଏମାନେ କ’ଣ ସତରେ ଏତେ ଦକ୍ଷ ଆଇଏଏସ! https://odishareporter.in/odisha/doubts-over-why-a-handful-of-ias-officers-are-favoured-with-plum-posts-320511 Fri, 04 Jan 2019 09:44:02 +0000 https://odishareporter.in/?p=320511

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏବେ ଆଇଏଏସ ମରୁଡ଼ି ନା ଦକ୍ଷ ଆଇଏଏସ ଅଫିସରଙ୍କ ମରୁଡ଼ି ତାହା ନିର୍ବାଚନୀ ବର୍ଷରେ ଏକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତଗଣତି ଅଣଓଡ଼ିଆ ଆଇଏଏସ ଅଫିସରଙ୍କ ଉପରେ ଏବେ ରାଜ୍ୟ ପ୍ରଶାସନ ନିର୍ଭର କରୁଛି, ଯଦିଓ ରାଜ୍ୟରେ ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ଆଇଏଏସ ଅଛନ୍ତି। କିନ୍ତୁ ତୃତୀୟ ମହଲାର ଚାପରେ କିଛି ଆଇଏଏସଙ୍କ ଉପରେ ହିଁ ସବୁତକ ଦୁହାଁଳିଆ ବିଭାଗର ଦାୟିତ୍ୱ ନ୍ୟସ୍ତ କରାଯାଉଛି। ଯାହାକୁ ନେଇ ରାଜ୍ୟରେ କାର୍ଯ୍ୟରତ […]

The post ଏମାନେ କ’ଣ ସତରେ ଏତେ ଦକ୍ଷ ଆଇଏଏସ! appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏବେ ଆଇଏଏସ ମରୁଡ଼ି ନା ଦକ୍ଷ ଆଇଏଏସ ଅଫିସରଙ୍କ ମରୁଡ଼ି ତାହା ନିର୍ବାଚନୀ ବର୍ଷରେ ଏକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତଗଣତି ଅଣଓଡ଼ିଆ ଆଇଏଏସ ଅଫିସରଙ୍କ ଉପରେ ଏବେ ରାଜ୍ୟ ପ୍ରଶାସନ ନିର୍ଭର କରୁଛି, ଯଦିଓ ରାଜ୍ୟରେ ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ଆଇଏଏସ ଅଛନ୍ତି। କିନ୍ତୁ ତୃତୀୟ ମହଲାର ଚାପରେ କିଛି ଆଇଏଏସଙ୍କ ଉପରେ ହିଁ ସବୁତକ ଦୁହାଁଳିଆ ବିଭାଗର ଦାୟିତ୍ୱ ନ୍ୟସ୍ତ କରାଯାଉଛି। ଯାହାକୁ ନେଇ ରାଜ୍ୟରେ କାର୍ଯ୍ୟରତ ଅନ୍ୟ ଆଇଏଏସ ଅଫିସରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ,ରାଜ୍ୟର ହାତଗଣତି କମିଶନର ପାହ୍ୟାର ଅଫିସରଙ୍କ ଉପରେ ଏବେ ଦୁହାଁଳିଆ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଛି। ଆଉ ଏମାନେ ସମସ୍ତେ ହିଁ ଅଣଓଡ଼ିଆ ଅଫିସର। ୨୦୦୨ ବ୍ୟାଚ୍ ଆଇଏଏସ କ୍ରିଷନ୍ କୁମାରଙ୍କୁ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହେବାପରେ ତୃତୀୟ ମହଲା ଦ୍ୱାରା ଆଇଏଏସ ଅଫିସରଙ୍କ ମଧ୍ୟରେ ଏଭଳି ପାତରଅନ୍ତର ନୀତି ପଦାରେ ପଡ଼ିଛି। କ୍ରିଷନ୍ କୁମାରଙ୍କୁ ଗତ ମାସରେ ବିଏମସି କମିଶନର ପଦରୁ ହଟାଇ ସମବାୟ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା। ସେ ଅତିରିକ୍ତ ଦାୟିତ୍ୱ ଭାବେ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କୁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇ ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ‘କାଳିଆ’ ଯୋଜନାର ତଦାରଖ ଦାୟିତ୍ୱ ଦିଆଯାଇଛି। ବିଡିଏ ଉପାଧ୍ୟକ୍ଷ ଓ ସ୍ମାର୍ଟସିଟି ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ପାଖରେ ରଖିବା ପଛରେ କ’ଣ ଅନ୍ତର୍ନିହିତ ଉଦ୍ଦେଶ୍ୟ ରହିଛି ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହିଁ ଜଣା।

ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ ହେମନ୍ତ ଶର୍ମା ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ସହ ଅତିରିକ୍ତ ଭାବେ ଦୁହାଁଳିଆ ସରକାରୀ ଉଦ୍ୟୋଗ ଗ୍ରୀଡକୋ ଓ ଓପିଟିସିଏଲର ସିଏମଡି ଦାୟିତ୍ୱ ତୁଲାଉଛନ୍ତି।

ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ ବିଶାଳ ଦେବ ଏବେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ସଚିବ ଥିବାବେଳେ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ସଚିବ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ଦୁହାଁଳିଆ ସରକାରୀ ଉଦ୍ୟୋଗ ଓଡ଼ିଶା ଜଳ ବିଦ୍ୟୁତ ନିଗମର ସିଏମଡି ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଛି।

୧୯୯୭ ବ୍ୟାଚ ଆଇଏଏସ ସଞ୍ଜୟ ସିଂହ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଥିବାବେଳେ ଅତିରିକ୍ତ ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ୱ ବୁଝୁଛନ୍ତି। ତା’ସହିତ ଦୁହାଁଳିଆ ଇଡକୋର ସିଏମଡି ଭାବେ ବି ସେ କାର୍ଯ୍ୟ କରୁଛନ୍ତି।

୨୦୦୫ ମସିହା ଆଇଏଏସ ଆର.ଭିନିଲକ୍ରିଷ୍ଣା ଏବେ କ୍ରୀଡ଼ା ଓ ଯୁବବ୍ୟାପାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବାବେଳେ ଭୁବନେଶ୍ୱର ସ୍ମାର୍ଟସିଟି ସିଇଓ ଏବଂ ଦୁହାଁଳିଆ ଓଡ଼ିଶା ଖଣି ନିଗମର ନିର୍ଦ୍ଦେଶକ ଦାୟିତ୍ୱକୁ ଅତିରିକ୍ତ ଭାବେ ତୁଲାଉଛନ୍ତି ।

ସେହିପରି ୧୯୯୪ ବ୍ୟାଚ୍ ଆଇଏଏସ ଜି.ମାଥିଭାଥାନନ୍ ଏବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଦାୟିତ୍ୱ ସହ ପେନସନ ପ୍ରଶାସନ ବିଭାଗର ସଚିବ ଏବଂ ଦୁହାଁଳିଆ ସରକାରୀ ଉଦ୍ୟୋଗ ଇପିକଲର ସିଏମଡି ଭାବେ କାର୍ଯ୍ୟ କରୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ପାଖରେ ଏତେ ପରିମାଣର ଯୁବ ଓ ଦକ୍ଷ ଆଇଏଏସ ଅଫିସର ଥିବାବେଳେ କେବଳ ଏହି ହାତଗଣତି ଅଣଓଡ଼ିଆ ଅଫିସରମାନଙ୍କ ପାଖରେ ଦୁହାଁଳିଆ ବିଭାଗ ଓ ଉଦ୍ୟୋଗକୁ ଅତିରିକ୍ତ ଦାୟିତ୍ୱ ଭାବେ ଟେକି ଦେଇ ରାଜ୍ୟର କେଉଁ ସ୍ୱାର୍ଥକୁ ପୂରଣ କରାଯାଉଛି ?

ଭୁବନେଶ୍ୱରରେ ହକି ବିଶ୍ୱକପରେ ମାତ୍ର ୮୬.୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଗଣମାଧ୍ୟମକୁ ବୟାନ ଦେଇଥିବା କ୍ରୀଡ଼ା ସଚିବ ବିଶାଳ ଦେବ ଏବେ ସୂଚନା ଅଧିକାର ଆଇନକୁ ଫାଙ୍କି ଦେଇଛନ୍ତି। ହକି ବିଶ୍ୱକପ୍ ସମ୍ପର୍କିତ ଖର୍ଚ୍ଚକୁ ସାର୍ବଜନୀନ କରିବାକୁ ପଛଘୁଞ୍ଚା ଦେଇଛନ୍ତି। ତେଣୁ ଏହି ଅଫିସରଙ୍କ ସରକାରୀ ପାଣ୍ଠି ଖର୍ଚ୍ଚ କରିବାର ବିଶ୍ୱସନୀୟତା ଉପରେ ଯେକେହି ଅଙ୍ଗୁଳି ନିର୍ଦ୍ଦେଶ କରିବା ସ୍ୱାଭାବିକ।

ସୂଚନଯୋଗ୍ୟ, ରାଜ୍ୟରେ ମୋଟ ୨୩୭ଟି ଅନୁମୋଦିତ ଆଇଏଏସ ପଦବୀ ଥିବାବେଳେ ଏଥିରୁ ୧୬୫ଟି ପ୍ରତ୍ୟକ୍ଷ ଓ ୭୨ଟି ପଦୋନ୍ନତି ଭିତ୍ତିରେ ପୂରଣ ହୋଇଥାଏ। ମୋଟ ଆଇଏଏସ ପଦବୀ ମଧ୍ୟରୁ ଏବେ ୫୫ଟି ପଦବୀ ଖାଲି ପଡ଼ିଥିବାବେଳେ ୨୪ଜଣ ଆଇଏଏସ କେନ୍ଦ୍ରୀୟ ଡେପୁଟେସନ ଓ ପ୍ରଶିକ୍ଷଣରେ ଅଛନ୍ତି।

The post ଏମାନେ କ’ଣ ସତରେ ଏତେ ଦକ୍ଷ ଆଇଏଏସ! appeared first on Odisha Reporter.

]]>
centre bottom 2019-01-04 15:14:02 https://odishareporter.in/wp-content/uploads/2019/01/FINAL-CARTOON-1.jpg
ନୟାଗଡ଼ କଲେଜରେ ହଇଚଇ: ପ୍ରକାଶଙ୍କୁ ଛୁରା ମାରିଲା କିଏ? https://odishareporter.in/odisha/nayagarh-college-student-stabbed-by-rivals-316867 Tue, 25 Dec 2018 11:40:47 +0000 https://odishareporter.in/?p=316867

ନୟାଗଡ଼(ସତ୍ୟନାରାୟଣ ସୁରଜଗଦ୍ଦେବ): ଦିନକୁ ଦିନ ପ୍ରତିହିଂସା ପରାୟଣ ହୋଇପଡ଼ୁଛନ୍ତି କେତେକ ଛାତ୍ର ଗୋଷ୍ଠୀ। ଶିକ୍ଷା ରୂପକ ମନ୍ଦିରରେ ପାଠ ପଢ଼ିବା ପରିବର୍ତ୍ତେ ସେମାନେ ହିଂସାତ୍ମକ ପ୍ରବୃତ୍ତିକୁ ଆପଣାଉଛନ୍ତି। ଯାହାଫଳରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି। ଆଜି ଏମିତି ଘଟଣା ନୟାଗଡ଼ରେ ଘଟିଛି। ନୟାଗଡ଼ ମହାବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଆଜି ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ର ପ୍ରକାଶ ବେହେରାଙ୍କୁ ତ୍ରିନାଥ ଛକରେ ଛୁରାମାଡ଼ କରିଥିଲେ। ତେବେ […]

The post ନୟାଗଡ଼ କଲେଜରେ ହଇଚଇ: ପ୍ରକାଶଙ୍କୁ ଛୁରା ମାରିଲା କିଏ? appeared first on Odisha Reporter.

]]>

ନୟାଗଡ଼(ସତ୍ୟନାରାୟଣ ସୁରଜଗଦ୍ଦେବ): ଦିନକୁ ଦିନ ପ୍ରତିହିଂସା ପରାୟଣ ହୋଇପଡ଼ୁଛନ୍ତି କେତେକ ଛାତ୍ର ଗୋଷ୍ଠୀ। ଶିକ୍ଷା ରୂପକ ମନ୍ଦିରରେ ପାଠ ପଢ଼ିବା ପରିବର୍ତ୍ତେ ସେମାନେ ହିଂସାତ୍ମକ ପ୍ରବୃତ୍ତିକୁ ଆପଣାଉଛନ୍ତି। ଯାହାଫଳରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି। ଆଜି ଏମିତି ଘଟଣା ନୟାଗଡ଼ରେ ଘଟିଛି।

ନୟାଗଡ଼ ମହାବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଆଜି ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ର ପ୍ରକାଶ ବେହେରାଙ୍କୁ ତ୍ରିନାଥ ଛକରେ ଛୁରାମାଡ଼ କରିଥିଲେ। ତେବେ ସାଥୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୟାଗଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ପ୍ରକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଛୁରାମାଡ଼ କରିଥିବା ଛାତ୍ର ଫେରାର ହୋଇଯାଇଛି।

ନୟାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର କାହାରିକୁ ଗିରଫ କରିବାରେ ସଫଳ ହୋଇନାହିଁ। ପୂର୍ବ ଶତ୍ରୁତାକୁ ନେଇ ପାଟିତୁଣ୍ଡ ଓ ପରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହେଉଛି।

The post ନୟାଗଡ଼ କଲେଜରେ ହଇଚଇ: ପ୍ରକାଶଙ୍କୁ ଛୁରା ମାରିଲା କିଏ? appeared first on Odisha Reporter.

]]>
centre bottom 2018-12-25 17:10:47 https://odishareporter.in/wp-content/uploads/2018/12/crime-5.jpg
ହଷ୍ଟେଲ୍ ରୁମ୍‌ର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ https://odishareporter.in/odisha/girl-student-committed-suicide-in-ladies-hostel-314576 Wed, 19 Dec 2018 15:19:51 +0000 https://odishareporter.in/?p=314576

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ତଥା ମନ୍ତନ୍ତୁଦ ଘଟଣା ଘଟିଛି। ଏଠାକାର ଏକ ଛାତ୍ରୀ ନିବାସ ବା ଗାର୍ଲସ ହଷ୍ଟେଲ୍‌ରେ ଜଣେ ଛାତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଛତିଆରେ। ଏଠାକାର ଏକ ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଛାତ୍ରୀଙ୍କ ନାଁ ଭାଗ୍ୟଶ୍ରୀ ସାହାଣୀ ଓ ତାଙ୍କ ଘର ମଙ୍ଗଳପୁର ଥାନା ଅନ୍ତର୍ଗତ ଇଛାପୁର […]

The post ହଷ୍ଟେଲ୍ ରୁମ୍‌ର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ appeared first on Odisha Reporter.

]]>

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ତଥା ମନ୍ତନ୍ତୁଦ ଘଟଣା ଘଟିଛି। ଏଠାକାର ଏକ ଛାତ୍ରୀ ନିବାସ ବା ଗାର୍ଲସ ହଷ୍ଟେଲ୍‌ରେ ଜଣେ ଛାତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି।

ଘଟଣାଟି ଘଟିଛି ଛତିଆରେ। ଏଠାକାର ଏକ ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଛାତ୍ରୀଙ୍କ ନାଁ ଭାଗ୍ୟଶ୍ରୀ ସାହାଣୀ ଓ ତାଙ୍କ ଘର ମଙ୍ଗଳପୁର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ବୋଲି ଜଣାପଡିଛି। ସେ ଟାଙ୍ଗିସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତତିନି ଶ୍ରେଣୀରେ ପାଠ ପଢୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଆଜି କଲେଜ ନଯାଇ ଏକୁଟିଆ ତାଙ୍କ ହଷ୍ଟେଲ୍ ରୁମ୍‌ରେ ଥିଲେ। ସନ୍ଧ୍ୟାରେ ତାଙ୍କ ସହପାଠୀ ଫେରିବା ପରେ ଭିତରପଟୁ ରୁମ୍‌ ବନ୍ଦ ଥିବା ଦେଖିବାକୁ ପାଇଥିଲେ। କବାଟ ବାଡ଼େଇଲେ ବି କେହି ଖୋଲି ନଥିଲେ।

ଫଳରେ ଏ ସଂପର୍କରେ ସେ ହଷ୍ଟେଲ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ। ହଷ୍ଟେଲ୍‌ର ଅନ୍ତେବାସୀ ମଧ୍ୟ ସେତେବେଳକୁ ଉତ୍କଣ୍ଠିତ ଅବସ୍ଥାରେ ଥିଲେ। କର୍ତୃପକ୍ଷ କବାଟ ଭାଙ୍ଗିବା ପରେ ଛାତ୍ରୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହା ଦେକି ହଷ୍ଟେଲ୍ କର୍ତୃପକ୍ଷ ପୋଲିସକୁ ଖବର ଦେବା ସହ ମୃତ ଛାତ୍ରୀର ପରିବାରକୁ ଜଣାଇଥିଲେ।

ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ଛାତ୍ରୀ ଜଣକ କାହିଁକି ଏବଂ କେଉଁ ପରିସ୍ଥିତିରେ ଏପରି ଏକ ନିଷ୍ପତ୍ତି ନେଲେ, କିମ୍ବା ତାଙ୍କୁ ଏଥିପାଇଁ କିଏ ବାଧ୍ୟ କଲା ତାହା ଏବେବି ରହସ୍ୟରେ ରହିଛି।

The post ହଷ୍ଟେଲ୍ ରୁମ୍‌ର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ appeared first on Odisha Reporter.

]]>
centre bottom 2018-12-19 20:55:42 https://odishareporter.in/wp-content/uploads/2018/12/6-10.jpg
ତ୍ରିକୋଣୀୟ ପ୍ରେମ ସନ୍ଦେହ: ଏସିଡ୍‌ ମାଡ଼ କଲେ ସ୍ତ୍ରୀ, ସ୍ୱାମୀ ଖସିଗଲେ, ମହିଳାଙ୍କ ମୁହଁରେ ପଡ଼ିଲା https://odishareporter.in/odisha/woman-through-acid-to-husband-for-alleged-extra-marital-affair-314562 Wed, 19 Dec 2018 14:41:49 +0000 https://odishareporter.in/?p=314562

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି ସ୍ତ୍ରୀ। ସୌଭାଗ୍ୟବଶତଃ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର ସ୍ୱାମୀଙ୍କ ସହିତ ଆସୁଥିବା ଜଣେ ମହିଳା ଓ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ। ପୂରା ଘଟଣାଟି ଏହିପରି। ରାଉରକେଲା ନିକଟ ବନ୍ଧମୁଣ୍ଡା ଅଞ୍ଚଳର ମାନି ଚିରାଇ […]

The post ତ୍ରିକୋଣୀୟ ପ୍ରେମ ସନ୍ଦେହ: ଏସିଡ୍‌ ମାଡ଼ କଲେ ସ୍ତ୍ରୀ, ସ୍ୱାମୀ ଖସିଗଲେ, ମହିଳାଙ୍କ ମୁହଁରେ ପଡ଼ିଲା appeared first on Odisha Reporter.

]]>

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି ସ୍ତ୍ରୀ। ସୌଭାଗ୍ୟବଶତଃ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର ସ୍ୱାମୀଙ୍କ ସହିତ ଆସୁଥିବା ଜଣେ ମହିଳା ଓ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ।

ପୂରା ଘଟଣାଟି ଏହିପରି। ରାଉରକେଲା ନିକଟ ବନ୍ଧମୁଣ୍ଡା ଅଞ୍ଚଳର ମାନି ଚିରାଇ ଓ କିଷାନ୍‌ କିରାଇ ଉଭୟ ପତି-ପତ୍ନୀ। ମାନି ଅନେକ ସମୟରେ କିଷାନଙ୍କ ଚରିତ୍ରକୁ ନେଇ ସନ୍ଦେହ କରନ୍ତି। ଅଭିଯୋଗ କରନ୍ତି ଯେ, କିଷାନଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରହିଛି। ଏହାକୁ ନେଇ ଉଭୟଙ୍କ ଭିତରେ ସବୁବେଳେ ମତମତାନ୍ତର ଓ କଳିଝଗଡ଼ା ଲାଗି ରହିଥିଲା।

ତେବେ ଆଜି ଚନ୍ଦ୍ରକାନ୍ତି ମହାରଣା ନାମକ ଜଣେ ମହିଳାଙ୍କ ସହିତ କିଷାନ ରାଉରକେଲା ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ଆସୁଥିଲେ। ଏହା ଦେଖି ମାନି ଏକ ସିରିଞ୍ଜରେ ସେମାନଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଫଳରେ ଚନ୍ଦ୍ରକାନ୍ତିଙ୍କ ମୁହଁ, ଆଖି, ପାଟି ଓ ଶରୀରର ଆଉକିଛି ସ୍ଥାନରେ ଏସିଡ୍‌ ପଡ଼ିଯାଇଥିଲା। ଏପରିକି ସେହି ରାସ୍ତାରେ ଯାଉଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ଦେହରେ ମଧ୍ୟ ଏସିଡ୍‌ ପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ମାମଲାରେ ପୁଲିସ ଏସିଡି ଫିଙ୍ଗିଥିବା ଅଭିଯୁକ୍ତ ମହିଳା ମାନି ଚିରାଇଙ୍କୁ ଅଟକ ରଖି ପଚରାଉଚରା କରୁଛି।

The post ତ୍ରିକୋଣୀୟ ପ୍ରେମ ସନ୍ଦେହ: ଏସିଡ୍‌ ମାଡ଼ କଲେ ସ୍ତ୍ରୀ, ସ୍ୱାମୀ ଖସିଗଲେ, ମହିଳାଙ୍କ ମୁହଁରେ ପଡ଼ିଲା appeared first on Odisha Reporter.

]]>
right top 2018-12-19 21:45:59 https://odishareporter.in/wp-content/uploads/2018/12/5-12.jpg
ଅବିଭକ୍ତ କୋରାପୁଟରେ ହାଇକୋର୍ଟ ବେଞ୍ଚ ଦାବି ତେଜୁଛି, ଜୀବନଯାତ୍ରା ଠପ୍‌ https://odishareporter.in/odisha/all-four-districts-of-undivided-koraput-paralysed-over-the-demand-for-high-court-bench-314261 Tue, 18 Dec 2018 13:33:45 +0000 https://odishareporter.in/?p=314261

ଜୟପୁର (ଟି.ଗୌରୀଶଙ୍କର): ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିବାରେ ଲାଗିଛି। ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାକୁ ଆଜି ଉଭୟ ବିରୋଧୀ ଓ ଶାସକ ଦଳ ସହ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଫଳରେ କୋରାପୁଟ ସହ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି। କୋରାପୁଟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଯୋଗୁ ଜୟପୁର, ରାୟଗଡ଼ା, ଗୁଣପୁର, […]

The post ଅବିଭକ୍ତ କୋରାପୁଟରେ ହାଇକୋର୍ଟ ବେଞ୍ଚ ଦାବି ତେଜୁଛି, ଜୀବନଯାତ୍ରା ଠପ୍‌ appeared first on Odisha Reporter.

]]>

ଜୟପୁର (ଟି.ଗୌରୀଶଙ୍କର): ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିବାରେ ଲାଗିଛି। ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାକୁ ଆଜି ଉଭୟ ବିରୋଧୀ ଓ ଶାସକ ଦଳ ସହ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଫଳରେ କୋରାପୁଟ ସହ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି।

କୋରାପୁଟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଯୋଗୁ ଜୟପୁର, ରାୟଗଡ଼ା, ଗୁଣପୁର, ନବରଙ୍ଗପୁରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ୪ ଜିଲ୍ଲାରେ ସ୍କୁଲ କଲେଜଠାରୁ ଆରମ୍ଭ କରି ଗାଡ଼ି ମୋଟର, ଦୋକାନ, ବଜାର ସବୁ ବନ୍ଦ ରହିଛି। ଜୟପୁରରେ ବନ୍ଦକୁ ସମର୍ଥନ ଜଣାଇ ଉଭୟ ବିରୋଧୀ ଓ ଶାସକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି। କୋରାପୁଟରେ ମଧ୍ୟ ସେମିଳିଗୁଡା ଓକିଲସଂଘ ପକ୍ଷରୁ ରାସ୍ତାରୋକ କରାଯିବା ସହ ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନ ଯୋଗୁ ଗୁଣପୁରରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ତରଫରୁ ଡ଼କାଯାଇଥିବା ବନ୍ଦ ଡାକରାର ପ୍ରଭାବ ଉମରକୋଟ, ଝରିଗାଁ ଓ ରାଇଘର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ସହରରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି।

ବନ୍ଦ ପାଳନ ଯୋଗୁ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ସାଧାରଣ ଜୀବନଯାତ୍ରା ପୁରାପୁରା ବ୍ୟାହତ ହୋଇଛି। ଗୁଣପୁରରେ ଅନକାଡାଲି ଠାରୁ ଜୟପୁର, ଲମତାପୁଟ, ବିଶାଖାପାଟଣା, ବିଜୟନଗରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ପଡ଼ୋଶୀ ଆନ୍ଧ୍ର ସହ ଅନ୍ୟ ସବୁ ସ୍ଥାନକୁ ଯିବା ଅପେକ୍ଷାରେ ଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ଦାବି ପୂରଣ ହେଲା ଯାଏ ଏଭଳି ଆନ୍ଦୋଳନ ଜାରି ରହିବ ବୋଲ ମିଳିତ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଵୀରେଶ ପଟ୍ଟନାୟକ କହିଛନ୍ତି।

The post ଅବିଭକ୍ତ କୋରାପୁଟରେ ହାଇକୋର୍ଟ ବେଞ୍ଚ ଦାବି ତେଜୁଛି, ଜୀବନଯାତ୍ରା ଠପ୍‌ appeared first on Odisha Reporter.

]]>
left top 2018-12-18 19:03:45 https://odishareporter.in/wp-content/uploads/2018/12/all.jpg
ମାଆଙ୍କୁ ଡ଼ାକିବାକୁ ଯାଉଥିବା ବେଳେ ରାସ୍ତାରୁ ଝିଅକୁ ଟେକିନେଲେ… https://odishareporter.in/odisha/minor-girl-abducted-and-gang-raped-by-three-men-in-ganjam-district-313773 Mon, 17 Dec 2018 10:59:48 +0000 https://odishareporter.in/?p=313773

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସଭ୍ୟ ସମାଜରେ ଘଟିଛି ପୁଣି ଏକ ଲଜ୍ଜାଜନକ ଘଟଣା। ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛି। ମାଆକୁ ଡାକିବା ପାଇଁ ଯାଉଥିବା ବେଳେ ରାସ୍ତାରେ ଝିଅଟିକୁ ଟେକିନେଇ ଯୌନ ରାକ୍ଷସମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥର ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। […]

The post ମାଆଙ୍କୁ ଡ଼ାକିବାକୁ ଯାଉଥିବା ବେଳେ ରାସ୍ତାରୁ ଝିଅକୁ ଟେକିନେଲେ… appeared first on Odisha Reporter.

]]>

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସଭ୍ୟ ସମାଜରେ ଘଟିଛି ପୁଣି ଏକ ଲଜ୍ଜାଜନକ ଘଟଣା। ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛି। ମାଆକୁ ଡାକିବା ପାଇଁ ଯାଉଥିବା ବେଳେ ରାସ୍ତାରେ ଝିଅଟିକୁ ଟେକିନେଇ ଯୌନ ରାକ୍ଷସମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥର ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ୧୫ ତାରିଖ ସନ୍ଧ୍ୟା ବେଳେ ୧୬ ବର୍ଷୀୟା ମାମିନା (ଛଦ୍ମନାମ)ଙ୍କ ମାଆପଡ଼ୋଶୀଙ୍କ ଘରକୁ ଯାଇଥିଲେ। ମାମିନା ମାଆଙ୍କୁ ଡାକିବା ପାଇଁ ଗାଁ ଦାଣ୍ଡରେ ଯାଉଥିଲେ। ଏହି ସମୟରେ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ ଗାଁର ତିନି ଜଣ ଯୁବକ। ପରେ ତାଙ୍କ ମୁହଁରେ ହାତ ଦେଇ ବିଲ ମଝିକୁ ଟେକି ନେଇଗଲେ। ସେଠାରେ ତାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତମାନେ ସେଠାରେ ନାବାଳିକାଙ୍କୁ ଛାଡ଼ି ପଳାଇ ଯାଇଥିଲେ।

୧୬ ତାରିଖରେ ନାବାଳିକାଙ୍କ ପରିବାର ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ କାହ୍ନା ପାତ୍ର, ତପନ ନାୟକ ଓ ସୁଧାକର ନାୟକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଧ୍ୟ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି।

The post ମାଆଙ୍କୁ ଡ଼ାକିବାକୁ ଯାଉଥିବା ବେଳେ ରାସ୍ତାରୁ ଝିଅକୁ ଟେକିନେଲେ… appeared first on Odisha Reporter.

]]>
centre top 2018-12-17 18:22:02 https://odishareporter.in/wp-content/uploads/2018/07/rape.jpg
୫ବର୍ଷ ପରେ ମନେପଡ଼ିଲା ‘ଦିଲ୍ଲୀ ଚଲୋ’; ସେଥର ସ୍ୱତନ୍ତ୍ର ପାହ୍ୟା, ଏଥର ଏମଏସପି https://odishareporter.in/odisha/bjd-to-stage-rally-demanding-higher-paddy-msp-in-front-of-parliament-on-8-january-313767 Mon, 17 Dec 2018 10:51:20 +0000 https://odishareporter.in/?p=313767

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ଟି ରାଜ୍ୟର ନିର୍ବାଚନରେ ‘ଚାଷୀ ସମସ୍ୟା’ ମୁଖ୍ୟ ପ୍ରସଙ୍ଗ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବାପରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଆଶଙ୍କିତ ବିଜେଡି ଏବେ ଆତ୍ମରକ୍ଷା କୌଶଳ ଆପଣାଇଛି। ପ୍ରାଇସ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନରତ ରାଜ୍ୟର ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ କ୍ଷମତାସୀନ ବିଜେଡି ଏବେ ଦିଲ୍ଲୀ ଦରବାରରେ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦାବିକୁ କେନ୍ଦ୍ର ସରକାର ଗ୍ରହଣ […]

The post ୫ବର୍ଷ ପରେ ମନେପଡ଼ିଲା ‘ଦିଲ୍ଲୀ ଚଲୋ’; ସେଥର ସ୍ୱତନ୍ତ୍ର ପାହ୍ୟା, ଏଥର ଏମଏସପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ଟି ରାଜ୍ୟର ନିର୍ବାଚନରେ ‘ଚାଷୀ ସମସ୍ୟା’ ମୁଖ୍ୟ ପ୍ରସଙ୍ଗ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବାପରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଆଶଙ୍କିତ ବିଜେଡି ଏବେ ଆତ୍ମରକ୍ଷା କୌଶଳ ଆପଣାଇଛି। ପ୍ରାଇସ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନରତ ରାଜ୍ୟର ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ କ୍ଷମତାସୀନ ବିଜେଡି ଏବେ ଦିଲ୍ଲୀ ଦରବାରରେ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନଥିବା ପ୍ରତିବାଦରେ ବିଜେଡି ଆସନ୍ତା ଜାନୁଆରୀ ୮ ତାରିଖରେ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ।

ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କୃଷକ ସେଲ୍ ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଆବାହକ ପ୍ରତାପ ଜେନା, ସାଂସଦ ବଳଭଦ୍ର ମାଝୀ, ବିଧାୟକ ଦେବୀ ମିଶ୍ର,ସଞ୍ଜୟ ଦାସବର୍ମା ପ୍ରମୁଖ ଚାଷୀ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦି ଏମଏସପି ୨୯୩୦ଟଙ୍କା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାସହିତ ଦଳର ପ୍ରାୟ ୧୫ରୁ ୨୦ହଜାର କର୍ମୀ ସ୍ୱତନ୍ତ୍ର ଟ୍ରେନରେ ଯାଇ ଦିଲ୍ଲୀରେ ଜାନୁୟାରୀ ୮ରେ ସଂସଦ ଭବନ ଘେରାଉ କରିବେ ବୋଲି ସୂଚନା ଦେଇଛନ୍ତି।

ତେବେ ଚାଷୀଙ୍କ ସମସ୍ୟାକୁ ନେଇ ଦୀର୍ଘ ୧୯ବର୍ଷ ଧରି ନିରବ ରହିଥିବା ବିଜେଡି ସରକାର ନିର୍ବାଚନ ପୂର୍ବରୁ ଅଚାନକ ଦିଲ୍ଲୀ ଯାଇ ସଂସଦ ଭବନ ଘେରାଉ କରିବାର ରଣନୀତି କାହିଁକି ପ୍ରସ୍ତୁତ କଲା ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ନିର୍ବାଚନ ଆସିଲେ ବିଜେଡି ଏଭଳି ରଣନୀତି ଆପଣାଇଥାଏ। ଛତିଶଗଡ଼ ଓ ମଧ୍ୟପ୍ରଦେଶର ଦୀର୍ଘଦିନର ବିଜେପି ସରକାର ସ୍ଥାନୀୟ ଚାଷୀ ସମସ୍ୟାକୁ ଅଣଦେଖା କରିବାର ପରିଣାମ ବିଧାନସଭା ନିର୍ବାଚନରେ ଭୋଗିଛି। ବିକାଶ ଓ ନିର୍ମଳ ଭାବମୂର୍ତ୍ତି ସତ୍ତ୍ୱେ ଏହି ଦୁଇ ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ ହେବାପରେ ବିଜେଡି ଭୟଭୀତ ହୋଇପଡ଼ିଛି ।ରାଜ୍ୟର ଚାଷୀ ସମସ୍ୟାକୁ ସମାଧାନ କରିବା ପାଇଁ ଏବେ ବ୍ୟାକଡୋରରେ ପ୍ରୟାସ ଚାଲିଥିଲେ ମଧ୍ୟ ୨୨ରୁ ୨୫ହଜାର କୋଟି ଟଙ୍କାର ପ୍ୟାକେଜ ଅପ୍ରତ୍ୟାଶିତ ଭାବେ ଘୋଷଣା କରିବା ନବୀନ ସରକାରଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁଥିପାଇଁ ରାଜ୍ୟରେ ପ୍ରାଇସ,ପେନସନ ଓ ପ୍ରେଷ୍ଟିଜ୍ ଦାବି କରୁଥିବା ଚାଷୀଙ୍କ ତୁଷ୍ଟୀକରଣ ନିମନ୍ତେ ବିକଳ୍ପ ଚିନ୍ତା ଚାଲିଛି। ଆଉ ରାଜ୍ୟ ସରକାର ନିଜର ଦୁର୍ବଳତାକୁ ଲୁଚାଇ ଚାଷୀ ସମସ୍ୟା ପ୍ରତି ବିଜେଡି ସମ୍ବେଦନଶୀଳ ଅଛି ବୋଲି ସନ୍ଦେଶ ଦେବାକୁ ଏବେ ‘ଦିଲ୍ଲୀ ଚଲୋ’ର ରଣକୌଶଳ ପ୍ରସ୍ତୁତ କରିଛି। ତେଣୁ ଗୋଟିଏ ଗୁଳିରେ ଦୁଇଟି ଶିକାର ନ୍ୟାୟରେ ଚାଷୀ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଓ କେନ୍ଦ୍ରର ବିଜେପି ସରକାର ଉପରେ ଦୋଷ ଲଦି ବିଜେଡି ଏବେ ସଂସଦ ଭବନ ଘେରିବାକୁ ନିଷ୍ପତ୍ତି ନେଇଛି।

ଅବଶ୍ୟ ଏମଏସପି ପ୍ରସଙ୍ଗରେ ବିଜେଡିର ଏହି ପ୍ରସ୍ତାବିତ ‘ଦିଲ୍ଲୀ ଚଲୋ’ ର ଭାଗ୍ୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ୨୦୧୩ ଜୁନ୍ ୧୨ରେ ଦିଲ୍ଲୀରେ ସ୍ୱାଭିମାନ ର‌୍ୟାଲି ଭଳି ହେବାର ଆଶଙ୍କା ରହିଛି। କାରଣ ରାଜ୍ୟ ସ୍ୱାର୍ଥ ହାସଲ ଆଳରେ ବିଜେଡି ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୀତିକ ଫାଇଦା ନେବାକୁ ଚାହୁଁଥିବା ଜଳଜଳ ଦିଶୁଛି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ବେଶ୍ ହଟଚମଟ କରିଥିବା ବିଜେଡି ଏହାକୁ ଶୀତଳଭଣ୍ଡାରରେ ରଖିଥିଲା।ଏବେ ସେହି ସମାନ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଗଲେ ସଫଳତା ମିଳିବାର ସମ୍ଭାବନା କ୍ଷୀଣ ଥିବା ଆଶଙ୍କା କରି ‘ଚାଷୀ ସମସ୍ୟା’କୁ ଦଳ ପ୍ରସଙ୍ଗ କରିଛି। ତେବେ ବିଜେଡିର ଏହି ପ୍ରସଙ୍ଗ ଏବେ ‘ଗୋଦରୀ ଲୋ ନିଜ ଗୋଡ଼କୁ ଅନା’ ଭଳି ହେବାକୁ ଯାଉଛି।

ଚାଷୀ ପ୍ରସଙ୍ଗରେ ବିଜେଡି ସରକାର ବି ଅଡ଼ୁଆରେ

୧- ଘୋଷଣାର ୩ବର୍ଷ ପରେ ବି ଚାଷୀଙ୍କୁ ମିଳିଲାନି ବୋନସ
୨-ଭାଗ ଚାଷକୁ ଆଇନସମ୍ମତ କରିବା ପାଇଁ ଶୀତଳ ଭଣ୍ଡାରରେ ସଂଶୋଧନ ପ୍ରସ୍ତାବ
୩- ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହାନ୍ତି ଚାଷୀ
୪- ଚାଷୀଙ୍କ ଦାବି ଏଡ଼ାଇବାକୁ ଏବେ କେନ୍ଦ୍ରକୁ ଟାର୍ଚେଟ୍
୫- ୨ବର୍ଷ ପୁରୁଣା ଉତ୍ପାଦନ ରେଟ ଚାର୍ଟ ଧରି ବିକ୍ଷୋଭ ପାଇଁ ସଜବାଜ
୬- ବିଧାନସଭାରେ ସର୍ବସମ୍ମତ ସଂକଳ୍ପ,ସର୍ବଦଳୀୟ ଗୃହ କମିଟିକୁ ଅଣଦେଖା କରି ବିଜେଡି ଏକାକୀ ଲଢ଼ିବାକୁ ନିଷ୍ପତ୍ତି

ରାଜନୀତିକ ତଥ୍ୟାଭିଜ୍ଞଙ୍କ ମତରେ ପ୍ରାଇସ-ପେନସନ-ପ୍ରେଷ୍ଟିଜ୍ ଦାବି କରୁଥିବା ଚାଷୀଙ୍କୁ ପୁଲିସ ଲଗାଇ ରାଜଧାନୀ ଭିତରେ ପ୍ରବେଶ କରାଇ ଦେଉନଥିବା କ୍ଷମତାସୀନ ବିଜେଡି ଏବେ ଦିଲ୍ଲୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିରେ ସଂସଦ ଘେରାଉ ପାଇଁ ଘୋଷଣା କରିବା ହାସ୍ୟାସ୍ପଦ କଥା। ରାଜ୍ୟରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ନବନିର୍ମାଣ କୃଷକ ସଂଗଠନ ସହ ମଧ୍ୟ କଥା ହେବାକୁ ବି ରାଜ୍ୟ ସରକାର ଉଚିତ୍ ମଣିନାହାନ୍ତି। ଯଦିଓ କୃଷି ଓ ଚାଷୀ ପ୍ରସଙ୍ଗ ହେଉଛି ରାଜ୍ୟର ବ୍ୟାପାର। ଅବଶ୍ୟ ପ୍ରାଇସ୍ ନିର୍ଦ୍ଧାରଣ କେନ୍ଦ୍ର ସରକାର କରେ। ତଥାପି ରାଜ୍ୟ ସରକାର ନିଜ ବଜେଟରୁ ଚାଷୀଙ୍କୁ ବୋନସ ଦେଇପାରିବେ। ଛତିଶଗଡ଼,ଝାଡ଼ଖଣ୍ଡ,ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ସରକାର ନିଜର ଚାଷୀଙ୍କୁ ଏମଏସପି ଉପରେ ଅଧିକ ବୋନସ ଦେଉଛନ୍ତି। କିନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ନଭେମ୍ବର ୧୯ରେ ବରଗଡ଼ର ସୋହେଲାରେ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୧୦୦ଟଙ୍କା ବୋନସ ଘୋଷଣା କରି ମଧ୍ୟ ଏପର୍ଯ୍ୟନ୍ତ ଦେଇନାହାନ୍ତି।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ,ପଞ୍ଜାବ ଓ କର୍ଣ୍ଣାଟକ ଭଳି ରାଜ୍ୟ ଚାଷୀଙ୍କ ଋଣଛାଡ଼ କରିଛନ୍ତି। କିନ୍ତୁ ଦୁଇବର୍ଷ ତଳେ ଏ ଦିଗରେ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିବା ନବୀନ ପଟ୍ଟନାୟକ ସରକାର ଏବେ ଋଣଛାଡ଼ କଥା ଭୁଲି ଯାଇଛନ୍ତି।

୨୭ଲକ୍ଷରୁ ଅଧିକ ଭାଗଚାଷୀ ପରିବାରକୁ ଆଇନଗତ ମାନ୍ୟତା ଦେବା ପାଇଁ ଆଇନରେ ସଂଶୋଧନ ପ୍ରସ୍ତାବକୁ ଝୁଲାଇ ରଖିଥିବା ଓଡ଼ିଶା ସରକାର ମଧ୍ୟ ରାଜ୍ୟର ୮୦ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥରକ୍ଷା କରିବାରେ ବିଫଳ ହୋଇଛନ୍ତି।

ସେହିପରି ଏମଏସପି ପ୍ରସଙ୍ଗରେ ୨୦୧୭ ମାର୍ଚ୍ଚ ୨୫ରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ଗୃହୀତ ହେବା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ, ପୁନର୍ବାର ୨୦୧୭ ନଭେମ୍ବର ୩୦ରେ ସଂକଳ୍ପ ଗୃହୀତ କରି ରାଷ୍ଟ୍ରପତିଙ୍କୁ ଭେଟିବା ଭଳି ପଦକ୍ଷେପ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ଷମତାସୀନ ବିଜେଡି ଏବେ ଏହି ପ୍ରସଙ୍ଗକୁ ନିଜର ରାଜନୀତିକ ଫାଇଦା ପାଇଁ ଉପଯୋଗ କରିବାକୁ ଯାଉଛି। ବିଧାନସଭାରେ ଯେଉଁ ସବୁ ଦଳ ଏସବୁ ସଂକଳ୍ପକୁ ସମର୍ଥନ ଦେଇଥିଲେ ସେମାନଙ୍କୁ ଅଣଦେଖା କରି ଏକା ଦିଲ୍ଲୀରେ ସଂସଦ ଭବନ ଘେରାଉ ପାଇଁ ନିଷ୍ପତ୍ତି ନେଇଛି। ତା’ଛଡ଼ା ଯେଉଁ ୨୯୩୦ଟଙ୍କାର ରେଟଚାର୍ଟ କଥା ବିଜେଡି ଏବେ କହୁଛି ତାହା ୨୦୧୬ ଖରିଫ ଋତୁର ଉତ୍ପାଦନ ଖର୍ଚ୍ଚ ଉପରେ ପର୍ଯ୍ୟବସିତ।

ତେଣୁ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେଡି ଆଗାମୀ ନିର୍ବାଚନ ପୂର୍ବରୁ କେନ୍ଦ୍ର ଉପରେ ଚାଷୀ ସମସ୍ୟାର ଦୋଷ ଲଦିବା ନିମନ୍ତେ କରିଥିବା ରଣନୀତି ତା’ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

The post ୫ବର୍ଷ ପରେ ମନେପଡ଼ିଲା ‘ଦିଲ୍ଲୀ ଚଲୋ’; ସେଥର ସ୍ୱତନ୍ତ୍ର ପାହ୍ୟା, ଏଥର ଏମଏସପି appeared first on Odisha Reporter.

]]>
2018-12-17 18:11:21 https://odishareporter.in/wp-content/uploads/2018/12/BJD_PRESSER-final.jpg
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ନିଲମ୍ବନ ଦାବି କଲା କଂଗ୍ରେସ https://odishareporter.in/odisha/congress-demands-suspension-of-addl-secy-to-cm-for-violating-service-rules-310832 Sun, 09 Dec 2018 10:58:24 +0000 https://odishareporter.in/?p=310832

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶାସନିକ ଆଚାର ସଂହିତାର ଉଲ୍ଲଘଂନ କରି ଏକ ନିର୍ଦ୍ଦିଷ୍ଟ ଦଳ ପ୍ରତି ପକ୍ଷପାତିତା ଓ ଅନୁଗ୍ରହ ପ୍ରଦର୍ଶନ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସରକାରୀ ଚାକିରିରୁ ନିଲମ୍ବନ ପାଇଁ କଂଗ୍ରେସ ଦାବି କରିଛି। ସରକାରୀ କାର୍ଯ୍ୟକ୍ରମ ଆଳରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଜେଡିର ସଂଗଠନ ପାଇଁ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସରକାରୀ କଳ ଓ ବଳକୁ ଦଳୀୟ […]

The post ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ନିଲମ୍ବନ ଦାବି କଲା କଂଗ୍ରେସ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶାସନିକ ଆଚାର ସଂହିତାର ଉଲ୍ଲଘଂନ କରି ଏକ ନିର୍ଦ୍ଦିଷ୍ଟ ଦଳ ପ୍ରତି ପକ୍ଷପାତିତା ଓ ଅନୁଗ୍ରହ ପ୍ରଦର୍ଶନ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସରକାରୀ ଚାକିରିରୁ ନିଲମ୍ବନ ପାଇଁ କଂଗ୍ରେସ ଦାବି କରିଛି। ସରକାରୀ କାର୍ଯ୍ୟକ୍ରମ ଆଳରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଜେଡିର ସଂଗଠନ ପାଇଁ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସରକାରୀ କଳ ଓ ବଳକୁ ଦଳୀୟ ରାଜନୀତି କାର୍ଯ୍ୟରେ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ତେଣୁ ମୁୁଖ୍ୟମନ୍ତ୍ରୀ ଓ ତାଙ୍କର ଅତିରିକ୍ତ ସଚିବଙ୍କ ବିରୋଧରେ କଂଗ୍ରେସ ଯଥାକ୍ରମେ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ନିକଟରେ ଫେରାଦ ହେବ ବୋଲି ସୂଚନା ଦେଇଛି।

ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ନଂ ୩୪୩୪/ସିଏମ୍ ଜରିଆରେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏ ଚିଠିର ନକଲ କେନ୍ଦ୍ରାପଡ଼ା ଜିଲ୍ଲାର ଏସପିଙ୍କୁ ମଧ୍ୟ ଦିଆଯାଇଛି।ଏହି ଚିଠିରେ ସେ ୮ତାରିଖରେ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ସରୁମୋହିଠାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଓ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଏହି ଚିଠିରେ ଶ୍ରୀ ମହାପାତ୍ର ବିଜେଡି ମୁଖିଆଙ୍କୁ ଖୁସି କରିବା ପାଇଁ ଏଭଳି କିଛି ଲେଖିଛନ୍ତି ଯାହା ତାଙ୍କର ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ-୧୯୬୮କୁ ଖୋଲା ଉଲ୍ଲଘଂନ କରୁଛି।

ଶ୍ରୀ ମହାପାତ୍ର କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଚିଠି ଲେଖି ଜିଲ୍ଲାରେ ବିଜେଡିର ସମସ୍ତ ପଦାଧିକାରୀଙ୍କୁ ଏହି ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ନେତାମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦେବା ଉପରେ କଂଗ୍ରେସ ଆପତ୍ତି ଉଠାଇଛି। ଶ୍ରୀ ନାୟକ କହିଛନ୍ତି ଯେ ଏହି ଚିଠିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତରର ଅଧିକାରୀମାନେ ଶାସନ କଳକୁ ବିଜେଡିରର ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ ୧୯୬୮ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ଅଧିକାରୀ କାର୍ଯ୍ୟ ନିର୍ବାହ କରିବାବେଳେ ରାଜନୈତିକ ନିରପେକ୍ଷତା ଅବଲମ୍ବନ କରିବେ।

କିନ୍ତୁ ୭ତାରିଖର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଏହି ଚିଠି ସ୍ପଷ୍ଟ ପ୍ରମାଣିତ କରୁଛି ଯେ ପ୍ରଦୀପ୍ତ ମହାପାତ୍ର କାର୍ଯ୍ୟରେ ଅବହେଳା କରିବା ସହ ସର୍ଭିର୍ସ କଣ୍ଡକ୍ଟ ରୁଲର ଘୋର ଅବମାନନା କରିଛନ୍ତି।ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କଂଗ୍ରେସ ଖୁବଶୀଘ୍ର କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ନିକଟରେ ଅଭିଯୋଗ କରିବ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ପାଇଁ କାର୍ଯ୍ୟ କରୁଥିବାରୁ ନିର୍ବାଚନ ଆୟୋଗଙ୍କ ପାଖରେ ତାଙ୍କ ବିରୋଧରେ ଦଳ ଫେରାଦ ହେବ। ସରକାରୀ କଳର ଏଭଳି ଦୁରୁପଯୋଗ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ସହ ଅତିରିକ୍ତ ସଚିବ ଶ୍ରୀ ମହାପାତ୍ରଙ୍କୁ ନିଲମ୍ବନ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

The post ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ନିଲମ୍ବନ ଦାବି କଲା କଂଗ୍ରେସ appeared first on Odisha Reporter.

]]>
right bottom 2018-12-09 16:28:24 https://odishareporter.in/wp-content/uploads/2018/11/congress_presser-FINAL.jpg
ସୁପ୍ରିମକୋର୍ଟରେ ପୋଲାଭରମର ଭୁଲ୍ ତଥ୍ୟ ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ https://odishareporter.in/odisha/congress-demands-apology-from-chief-minister-over-presenting-wrong-facts-on-polavaram-in-apex-court-308931 Tue, 04 Dec 2018 13:22:38 +0000 https://odishareporter.in/?p=308931

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି। କୋର୍ଟକୁ ଭୁଲ ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ରାଜ୍ୟ କଂଗ୍ରେସ ଦାବି କରିଛି। ପିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ବିଭୁ ପ୍ରସାଦ ତରାଇ ଓ ମନୋଜ ମହାପାତ୍ର କହିଛନ୍ତି ଯେ, ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପର ନୀତି ନିୟମ ପ୍ରତି ବେଫିକର ଥିବା ରାଜ୍ୟ […]

The post ସୁପ୍ରିମକୋର୍ଟରେ ପୋଲାଭରମର ଭୁଲ୍ ତଥ୍ୟ ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି। କୋର୍ଟକୁ ଭୁଲ ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ରାଜ୍ୟ କଂଗ୍ରେସ ଦାବି କରିଛି।

ପିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ବିଭୁ ପ୍ରସାଦ ତରାଇ ଓ ମନୋଜ ମହାପାତ୍ର କହିଛନ୍ତି ଯେ, ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପର ନୀତି ନିୟମ ପ୍ରତି ବେଫିକର ଥିବା ରାଜ୍ୟ ସରକାର ନେଡ଼ି ଗୁଡ଼ କହୁଣୀକୁ ବୋହିଗଲା ପରେ ରାଜ୍ୟର ସ୍ୱାର୍ଥକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ଯାହାର ପରିଣତି ସ୍ୱରୂପ ସୁପ୍ରିମକୋର୍ଟ ପୋଲାଭରମ୍ ମାମଲାରେ ସ୍ଥଗିତାଦେଶ ଦେବା ପାଇଁ ମନାକରି ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ୍।

ଗତ ସୋମବାର ଏହି ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଭାଵେ ଦିନ ଧାର୍ଯ୍ୟ ହୋଇଥିଲା ଏବଂ ଜଷ୍ଟିସ ମଦନ ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରି ବୁଡ଼ି ଅଞ୍ଚଳରେ ସ୍ୱତନ୍ତ୍ର ଭାବରେ ଜନଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଚାଲିଥିବା କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରି ଦେବା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି କଂଗ୍ରେସ କହିଛି।

ଦଳର ଦୁଇ ମୁଖପାତ୍ର କହିଛନ୍ତି, ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି ଠାରୁ ଦୂରରେ ରହିଥିବା ରାଜ୍ୟ ସରକାର ବର୍ତ୍ତମାନ ନିଜ ପାଇଁ ନିଜେ ଗାତ ଖୋଳି ରାଜ୍ୟବାସୀଙ୍କର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ସ୍ପଷ୍ଟ ଜଣାପଡୁଛି। ମୁଖ୍ୟମନ୍ତ୍ରୀ ନିଜର ଦଳୀୟ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବିରୋଧୀ ଦଳକୁ ବିଶ୍ୱାସକୁ ନନେଇ, ଯେଉଁ ନିଷ୍ପତ୍ତି ନେଲେ ତା’ର ପରିଣାମ ଏହି ବିବାଦକୁ ଚରମ ସୀମାରେ ପହଞ୍ଚାଇଛି। ରାଜ୍ୟ ସରକାରଙ୍କ ରାଜନୀତିକ ଅଭିସନ୍ଧି ଯୋଗୁ ଜଳସମାଧି ନେବାକୁ ଥିବା ବୁଡ଼ି ଅଞ୍ଚଳବାସୀଙ୍କ ଭାଗ୍ୟ ଏବଂ ଭବିଷ୍ୟତ ଆଜି ଅନ୍ଧାର ଘେରରେ, ଯାହାକୁ ରାଜ୍ୟ କଂଗ୍ରେସ ତରଫରୁ ଦୃଢ଼ ବିରୋଧ କରାଯାଇଛି।

ବହୁ ପୂର୍ବରୁ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ କେଉଁ ତଥ୍ୟ ଆବଶ୍ୟକ ତାହା ଏପର୍ଯ୍ୟନ୍ତ କୋର୍ଟଙ୍କୁ ସରକାର ଦେଇପାରି ନଥିବା ସ୍ଥଳେ ଲୋକଦେଖାଣିଆ ଭାବରେ ମାମଲା ପରିଚାଳନାକୁ ନେଇ ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ସୁଦର୍ଶନ ଦାସ, ପ୍ରଶାନ୍ତ ଶତପଥି, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

The post ସୁପ୍ରିମକୋର୍ଟରେ ପୋଲାଭରମର ଭୁଲ୍ ତଥ୍ୟ ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ appeared first on Odisha Reporter.

]]>
2018-12-04 18:52:38 https://odishareporter.in/wp-content/uploads/2018/12/pcc_pesser-FINAL.jpg
ଚାଷୀଙ୍କ ସହ ଚରମ ବିଶ୍ୱାସଘାତକତା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର: ସିପିଏମ୍ https://odishareporter.in/odisha/cpm-state-committee-slams-both-central-and-state-govts-for-cheating-farmers-308870 Tue, 04 Dec 2018 12:04:36 +0000 https://odishareporter.in/?p=308870

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମରୁଡ଼ି ଓ ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଯାହା ବା ଫସଲ ଗଣ୍ଡେ ପାଇଲେ ସେହି ଫସଲକୁ ସରକାରଙ୍କ ନିର୍ଦ୍ଧାରିତ ଦରରେ କିଣିବାର ବ୍ୟବସ୍ଥା ନଥିବାରୁ ଚାଷୀକୂଳ ଆଜି ଗଭୀର ସଙ୍କଟର ସମ୍ମୁଖୀନ ହୋଇଛି। ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ଅଧିବେଶନରେ ଚାଷୀଙ୍କ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ବିଧାନସଭାରେ ସର୍ବଦଳୀୟ ପ୍ରସ୍ତାବରେ ଧାନ କୁଇଣ୍ଟାଲ ପ୍ରତି ୨୯୫୦ ଟଙ୍କା କରାଯିବାର ପ୍ରସ୍ତାବ ପାରିତ ହେବା ପରେ ଚାଷୀମାନଙ୍କ […]

The post ଚାଷୀଙ୍କ ସହ ଚରମ ବିଶ୍ୱାସଘାତକତା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର: ସିପିଏମ୍ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମରୁଡ଼ି ଓ ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଯାହା ବା ଫସଲ ଗଣ୍ଡେ ପାଇଲେ ସେହି ଫସଲକୁ ସରକାରଙ୍କ ନିର୍ଦ୍ଧାରିତ ଦରରେ କିଣିବାର ବ୍ୟବସ୍ଥା ନଥିବାରୁ ଚାଷୀକୂଳ ଆଜି ଗଭୀର ସଙ୍କଟର ସମ୍ମୁଖୀନ ହୋଇଛି। ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ଅଧିବେଶନରେ ଚାଷୀଙ୍କ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି।

ରାଜ୍ୟ ବିଧାନସଭାରେ ସର୍ବଦଳୀୟ ପ୍ରସ୍ତାବରେ ଧାନ କୁଇଣ୍ଟାଲ ପ୍ରତି ୨୯୫୦ ଟଙ୍କା କରାଯିବାର ପ୍ରସ୍ତାବ ପାରିତ ହେବା ପରେ ଚାଷୀମାନଙ୍କ ମଧ୍ୟରେ ଯେଉଁ ଆଶାର ସଞ୍ଚାର ହୋଇଥିଲା, କେନ୍ଦ୍ର ବିଜେପି ସରକାର ତାଙ୍କୁ ୧୭୪୦ଟଙ୍କା ମଧ୍ୟରେ ସୀମିତ ରଖିଲେ। ଅନ୍ୟ ଦିଗରେ ରାଜ୍ୟ ସରକାର ‘ବୋନସ୍’ ଦେଇ ଚାଷୀଠାରୁ ଧାନ ସଂଗ୍ରହ କରିବା ପାଇଁ ପଛଘୁଞ୍ଚା ଦେଲେ। ଏହା ଚାଷୀଙ୍କ ପ୍ରତି ଚରମ ବିଶ୍ୱାସଘାତକତା ବୋଲି ସି.ପି.ଆଇ.(ଏମ୍) କହିଛି।

ଯଦି କେରଳ ରାଜ୍ୟର ବାମଫ୍ରଣ୍ଟ ସରକାର କୁଇଣ୍ଟାଲ ପ୍ରତି ୫୦୦ ଟଙ୍କା ବୋନସ୍ ଦେଇ ପାରିଲେ ଓଡିଶା ରାଜ୍ୟ ସରକାର କାହିଁକି ଦେଇ ପାରିବେ ନାହିଁ ? ସେ ଦୃଷ୍ଟିରୁ ସରକାର ତୁରନ୍ତ ଧାନ କ୍ରୟ କେନ୍ଦ୍ରମାନ ଖୋଲି ସରକାରୀ ଦରରେ ଧାନ ସଂଗ୍ରହ କରିବା, ରାଜ୍ୟ ସରକାର ତୁରନ୍ତ ବୋନସ୍ ଘୋଷଣା କରିବା, ଏଫ୍.ଏ.କ୍ୟୁ ନାମରେ ଧାନ ଦେୟ ନ କାଟିବା ଏବଂ ସର୍ବାଧିକ ୧ସପ୍ତାହ ମଧ୍ୟରେ ଚାଷୀକୁ ଦେୟ ପୈଠ କରିବା ପାଇଁ ସି.ପି.ଆଇ.(ଏମ୍) ଦୃଢ଼ ଦାବି କରିଛି।

ଋଣ ଛାଡ଼ କରିବା, କୃଷକମାନଙ୍କ ପାଇଁ ପେନସନ ଘୋଷଣା କରିବା ପାଇଁ ମଧ୍ୟ ପ୍ରସ୍ତାବ ନିଆଯାଇଛି। ଅନ୍ୟ ଏକ ପ୍ରସ୍ତାବରେ ଦେଶବ୍ୟାପୀ ଜାନୁଆରୀ ୮ ଓ ୯ ଦୁଇଦିନ ଧରି ଶ୍ରମିକ ଧର୍ମଘଟ ପ୍ରତି ସି.ପି.ଆଇ.(ଏମ୍) ପୂର୍ଣ୍ଣ ସମର୍ଥନ ଜଣାଇଛି। ବେକାରୀ, ସର୍ବନିମ୍ନ ମଜୁରୀ ମାସିକ ୧୮ ହଜାର ଟଙ୍କା, ଚାଷୀ ଫସଲର ଲାଭଜନକ ଦର, ଋଣଛାଡ଼, ଦରବୃଦ୍ଧି ଇତ୍ୟାଦି ପ୍ରସଙ୍ଗ ଉପରେ ଆଧାରିତ ଦେଶବ୍ୟାପୀ ଆନ୍ଦୋଳନକୁ ସଫଳ କରିବା ପାଇଁ ସି.ପି.ଆଇ.(ଏମ୍) ଆହ୍ୱାନ ଦେଇଛି।

ସଂପ୍ରତି ଦେଶରେ ସାଂପ୍ରଦାୟିକ ସଦ୍ଭାବ, ଗଣତନ୍ତ୍ରର ସୁରକ୍ଷା, ସମ୍ବିଧାନ ଅନୁଯାୟୀ ଶାସନ ଇତ୍ୟାଦି ପ୍ରସଙ୍ଗ ଉପରେ ପ୍ରଚାର ଅଭିଯାନ ସଂଗଠିତ କରିବା ପାଇଁ ଦଳ ଆହ୍ୱାନ ଦେଇଥିବା ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

The post ଚାଷୀଙ୍କ ସହ ଚରମ ବିଶ୍ୱାସଘାତକତା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର: ସିପିଏମ୍ appeared first on Odisha Reporter.

]]>
right bottom 2018-12-04 17:34:36 https://odishareporter.in/wp-content/uploads/2018/12/paddy.jpg
ନବୀନ ସରକାରଙ୍କ ଆଉ ଏକ ଭେଳିକି: ‘ପିଠା’ ଯୋଜନା https://odishareporter.in/odisha/naveen-govt-launches-peeta-yet-another-programme-to-woo-panchayat-level-voters-308631 Mon, 03 Dec 2018 15:49:28 +0000 https://odishareporter.in/?p=308631

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଗାଁ ଆମ ବିକାଶ ନାଁରେ ପଂଚାୟତ ଅର୍ଥକୁ ହରିଲୁଟ୍ କରାଯାଉଥିବା ନେଇ ବିରୋଧୀ ଦଳର ଅଭିଯୋଗ ପରେ ଭାବମୂର୍ତି ବଂଚାଇବା ପାଇଁ ରାଜ୍ୟ ସରକାର ଆଉ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ‘ପିଠା'(Peoples Empowerment Enabling Transparency and Accountability of Odisha Initiatives) ଘୋଷଣା କରିଛନ୍ତି। ବାସ୍ତବରେ ନାମକରଣ ଦୃଷ୍ଟିରୁ ଏହି ଯୋଜନାର ସଂକ୍ଷିପ୍ତ ନାଁ (PEETAA )’ପିତା’ ବା ‘ପିଟା’ ହେବା କଥା। […]

The post ନବୀନ ସରକାରଙ୍କ ଆଉ ଏକ ଭେଳିକି: ‘ପିଠା’ ଯୋଜନା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଗାଁ ଆମ ବିକାଶ ନାଁରେ ପଂଚାୟତ ଅର୍ଥକୁ ହରିଲୁଟ୍ କରାଯାଉଥିବା ନେଇ ବିରୋଧୀ ଦଳର ଅଭିଯୋଗ ପରେ ଭାବମୂର୍ତି ବଂଚାଇବା ପାଇଁ ରାଜ୍ୟ ସରକାର ଆଉ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ‘ପିଠା'(Peoples Empowerment Enabling Transparency and Accountability of Odisha Initiatives) ଘୋଷଣା କରିଛନ୍ତି।

ବାସ୍ତବରେ ନାମକରଣ ଦୃଷ୍ଟିରୁ ଏହି ଯୋଜନାର ସଂକ୍ଷିପ୍ତ ନାଁ (PEETAA )’ପିତା’ ବା ‘ପିଟା’ ହେବା କଥା। ତଥାପି ଜୋର ଜବରଦସ୍ତି ଓଡ଼ିଆ ଛୁଙ୍କ ଦେବାପାଇଁ ତାକୁ ‘ପିଠା’ ନାଁ ଦିଆଯାଇଛି।

‘ପିଠା’ ‘ଆମ ଗାଁ ଆମ ବିକାଶ ଯୋଜନା’ର ଏକ ଉପଯୋଜନା ଭାବେ କାର୍ଯ୍ୟ କରିବ। ଏହି ଯୋଜନାରେ ଡିସେମ୍ବର ମାସରୁ ପ୍ରତିମାସ ୧୫ରୁ ୨୦ତାରିଖ ମଧ୍ୟରେ ସବୁ ପଞ୍ଚାୟତରେ କ୍ୟାମ୍ପର ଆୟୋଜନ ହେବ।ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁବାବୁ ପେନସନ, କଳାକାର ପେନସନ, ନିର୍ମାଣ ଶ୍ରମିକ ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନା ଆଦିର ଫାଇଦା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଏହାସହିତ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏହି ‘ପିଠା’ ଯୋଜନା ରାଜ୍ୟ ସରକାରଙ୍କ ଥ୍ରୀ ଟି- ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଓ ଟିମୱାର୍କ ମନ୍ତ୍ରର ଅଂଶବିଶେଷ ହେବ। ସମସ୍ତ ସରକାରୀ ଯୋଜନା ବାବଦରେ ଲୋକଙ୍କୁ ସଚେତନ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ଯୋଜନା ଓ ସାମାଜିକ ଯୋଜନାରେ ସ୍ୱଚ୍ଛତା ବୃଦ୍ଧି ହିଁ ଏହାର ମୁଖ୍ୟ ଲକ୍ଷ୍ୟ।

ବ୍ଲକସ୍ତରରେ ପର୍ଯ୍ୟବେକ୍ଷକମାନେ ଏହି ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିବେ ଓ ସ୍ୱେଚ୍ଛାସେବୀମାନେ ଏହାକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିବେ। ପିଠା ଆୟୋଜନ ପାଇଁ ସବୁ ବ୍ଲକରେ ଗୋଟିଏ ଶ୍ରେଷ୍ଠ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ। ସବୁ ପଞ୍ଚାୟତରେ ସଚେତନତା କ୍ୟାମ୍ପର ଆୟୋଜନ ପରେ ଜିଲ୍ଲାସ୍ତରରେ ଗୋଟିଏ ପଞ୍ଚାୟତକୁ ଶ୍ରେଷ୍ଠ ପୁରସ୍କାର ଦିଆଯିବ। ରାଜ୍ୟସ୍ତରରେ ମଧ୍ୟ ଏଭଳି ଆୟୋଜନ କରାଯାଇ ଶ୍ରେଷ୍ଠ ବ୍ଲକ୍ ଓ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ସହ ସ୍ୱତନ୍ତ୍ର ପାଣ୍ଠି ଦିଆଯିବ। ପ୍ରତିମାସରେ ଶ୍ରେଷ୍ଠ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଆମ ଗାଁ ଆମ ବିକାଶ’ ଯୋଜନାକୁ ସିଧାସଳଖ ସମାଲୋଚନା କରି ପଞ୍ଚାୟତ ଅର୍ଥକୁ ହରିଲୁଟ୍ କରାଯାଉଛି ବୋଲି କହିଥିଲେ। କେ-୨ ନାଁରେ ରାଜ୍ୟ ରାଜକୋଷକୁ ହରିଲୁଟ୍ କରିବା ନିମନ୍ତେ ଉଦ୍ୟମ ହେଉଛି। ପିସି ମଷ୍ଟ ଷ୍ଟପ୍ ନାଁରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ବିନା ପିସିରେ କିଛିବି କାମ ହେଉନି ବୋଲି ଅଭିଯୋଗ କରିବା ସହିତ ‘ଆମ ଗାଁ ଆମ ବିକାଶ’ ଏବେ ‘ତୁମ ଟଙ୍କା ବିଜେଡି ବିକାଶ’ରେ ପରିଣତ ହୋଇଥିବା କହିଥିଲେ। ଏଭଳି ସ୍ଥିତିରେ ପଞ୍ଚାୟତର ଅଧିକାରକୁ ଛଡ଼ାଇ ନିଆଯାଇଛି ବୋଲି ମଧ୍ୟ ସେ କହିଥିଲେ।

The post ନବୀନ ସରକାରଙ୍କ ଆଉ ଏକ ଭେଳିକି: ‘ପିଠା’ ଯୋଜନା appeared first on Odisha Reporter.

]]>
centre bottom 2018-12-03 21:39:32 https://odishareporter.in/wp-content/uploads/2017/11/Odisha-Secretariat-1.jpg
ମାଆର ମୃତ୍ୟୁ ଖବର ଦେବାକୁ ଆସୁଥିବା ବେଳେ ଚାଲିଗଲା ଜୀବନ https://odishareporter.in/odisha/three-killed-in-bus-bike-collision-in-mayurbhanj-district-in-odisha-305734 Sun, 25 Nov 2018 12:43:41 +0000 https://odishareporter.in/?p=305734

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ୫ ଦିନ ତଳେ ମାଆ ଚାଲିଯାଇଥିଲେ ଆରପାରିକୁ। ବନ୍ଧୁ ବାନ୍ଧବଙ୍କୁ ମାଆଙ୍କ ବିୟୋଗ ଖବର ଦେବାକୁ ଆସୁଥିବା ବେଳେ ସତ୍ୟନାରାୟଣଙ୍କ ଉପରେ ମାଡ଼ିଗଲା ବସ୍‌। ଘଟଣାସ୍ଥଳରେ ଚାଲିଗଲା ତାଙ୍କ ଜୀବନ। ସାଥୀରେ ଥିବା ଖୁଡ଼ିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ରାଇରଙ୍ଗପୁର ୩ ନମ୍ୱର ୱାର୍ଡ଼ର ସତ୍ୟନାରାୟଣ ବେରାଙ୍କ ମାଆଙ୍କ ମୃତ୍ୟୁ […]

The post ମାଆର ମୃତ୍ୟୁ ଖବର ଦେବାକୁ ଆସୁଥିବା ବେଳେ ଚାଲିଗଲା ଜୀବନ appeared first on Odisha Reporter.

]]>

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ୫ ଦିନ ତଳେ ମାଆ ଚାଲିଯାଇଥିଲେ ଆରପାରିକୁ। ବନ୍ଧୁ ବାନ୍ଧବଙ୍କୁ ମାଆଙ୍କ ବିୟୋଗ ଖବର ଦେବାକୁ ଆସୁଥିବା ବେଳେ ସତ୍ୟନାରାୟଣଙ୍କ ଉପରେ ମାଡ଼ିଗଲା ବସ୍‌। ଘଟଣାସ୍ଥଳରେ ଚାଲିଗଲା ତାଙ୍କ ଜୀବନ। ସାଥୀରେ ଥିବା ଖୁଡ଼ିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ରାଇରଙ୍ଗପୁର ୩ ନମ୍ୱର ୱାର୍ଡ଼ର ସତ୍ୟନାରାୟଣ ବେରାଙ୍କ ମାଆଙ୍କ ମୃତ୍ୟୁ ୫ ଦିନ ତଳେ ହୋଇଥିଲା। ଏହି ଖବର ସମ୍ପର୍କୀୟଙ୍କୁ ଦେବା ପାଇଁ ସତ୍ୟନାରାୟଣ ତାଙ୍କ ଖୁଡ଼ି ସହିତ ଆଜି ବାଇକ୍‌ରେ ବାରିପଦା ଯାଉଥିଲେ। ୪୯ ନମ୍ୱର ଜାତୀୟ ରାଜପଥର ଝାଡ଼ପୋଖରୀଆ ବାଲିଆ ଛକରେ ଏକ ଘରୋଇ ବସ୍‌ ଯମଦୂତ ପରି ମାଡ଼ି ଆସିଲା। କ୍ଷଣକ ଭିତରେ ବସ୍‌ଟି ବାଇକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ବସ୍ ଧକ୍କାରେ ସତ୍ୟନାରାୟଣ ଓ ତାଙ୍କ ଖୁଡ଼ିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ବସ୍‌ଟି ଓଲଟି ପଡ଼ିବାରୁ ତା’ ତଳେ ଚାପି ହୋଇ ହେଲ୍‌ପରଙ୍କର ମୃତ୍ୟୁ ଘଟିଛି। ବସ୍‌ ଭିତରେ ଥିବା ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲ୍‌କୁ ପଠା ଯାଇଛି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏନ୍‌ଏଚ୍‌ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରାଯିବାରୁ ୩ ଘଣ୍ଟା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

ବସ୍‌ଟି ବାରିପଦାରୁ କେନ୍ଦୁଝର ଯାଉଥିବା ବେଳେ ୪୯ ନମ୍ୱର ଜାତୀୟ ରାଜପଥର ଝାଡ଼ପୋଖରୀଆର ବାଲିଆ ଛକରେ ବାଇକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

The post ମାଆର ମୃତ୍ୟୁ ଖବର ଦେବାକୁ ଆସୁଥିବା ବେଳେ ଚାଲିଗଲା ଜୀବନ appeared first on Odisha Reporter.

]]>
centre top 2018-11-25 18:13:41 https://odishareporter.in/wp-content/uploads/2018/11/bus-accident-in-baripada.jpg
ଲିଗାଲ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ସରକାର: ବିଜେପି https://odishareporter.in/odisha/bjp-accuses-naveen-govt-and-energy-secretary-of-handing-over-cesu-to-undeserving-companies-305423 Sat, 24 Nov 2018 16:06:42 +0000 https://odishareporter.in/?p=305423

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବୃହତ୍ତମ ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’କୁ ବିକ୍ରି କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ଧରାପଡ଼ିଯିବାରୁ ରାଜ୍ୟ ସରକାର ଏବେ ଲିଗାଲ୍ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳର ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଓଡିଶାର ଶକ୍ତି କ୍ଷେତ୍ରକୁ ସଚିବ ହେମନ୍ତ କୁମାର ଶର୍ମା ରୂପକ ରାହୁ ଗ୍ରାସ କରିବା ସହ ଅନୈତିକ ଭାବରେ […]

The post ଲିଗାଲ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ସରକାର: ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବୃହତ୍ତମ ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’କୁ ବିକ୍ରି କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ଧରାପଡ଼ିଯିବାରୁ ରାଜ୍ୟ ସରକାର ଏବେ ଲିଗାଲ୍ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳର ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଓଡିଶାର ଶକ୍ତି କ୍ଷେତ୍ରକୁ ସଚିବ ହେମନ୍ତ କୁମାର ଶର୍ମା ରୂପକ ରାହୁ ଗ୍ରାସ କରିବା ସହ ଅନୈତିକ ଭାବରେ ଅନାମଧ୍ୟେୟ କମ୍ପାନୀ ହାତରେ ‘ସେସୁ’କୁ ବିକ୍ରି କରିବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

“ଦକ୍ଷ ଅଫିସର ବୋଲାଉଥିବା ଶ୍ରୀ ଶର୍ମା କାହିଁକି ଗଳାବାଟ ଖୋଜି ବେନାମୀ କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟସରକାର ଦୁଇ ନମ୍ବର କାରବାର୍ କରି ‘ଇଣ୍ଡିଆ ପାୱାର’, ଫେଡକୋ ଭଳି କମ୍ପାନୀମାନଙ୍କ ହାତରେ ୨୪ ଲକ୍ଷ ବିଜୁଳି ଗ୍ରାହକମାନଙ୍କ ଭାଗ୍ୟକୁ ବିକ୍ରି କରିଛନ୍ତି, ଯାହାକୁ ବିଜେପି ବିରୋଧ କରୁଛି। ଏହି ଷଡ଼ଯନ୍ତ୍ର ଉପରେ ବିଜେପି ପ୍ରଶ୍ନ ଉଠାଇବାରୁ ଉଦ୍ଦେଶ୍ୟମୂଳକ ଭାବେ ଏକ ଲିଗାଲ୍ ନୋଟିସ୍ ପଠାଇବା ସହ ରାଜ୍ୟସରକାର ନାଲି ଆଖି ଦେଖାଇ ଭୟଭୀତ କରି ଚୋରି ଉପରେ ସିନାଜୋରି ନୀତି ଆପଣାଉଛନ୍ତି” ବୋଲି ଡ.ସାମନ୍ତସିଂହାର କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ମେକ୍ ଇନ୍ ଓଡିଶା କନକ୍ଳେଭରେ ୪ ହଜାର ଘରୋଇ କମ୍ପାନୀ ରାଜ୍ୟରେ ପୁଞ୍ଜି ନିବେଶ କରିଥିଲେ ତେବେ ପାୱାର ସେକ୍ଟରରେ କେତୋଟି କମ୍ପାନୀ ଆସିଥିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଦେଶରେ ଟାଟା ପାଫ୍ୱାର, ରିଲାଏନ୍ସ, ଟରେଣ୍ଟ , ସିସ୍କୋଙ୍କ ସମେତ ଅନେକ ବଡ ବଡ କମ୍ପାନୀ ଥାଇ ସୁଦ୍ଧା ‘ସେସୁ’କୁ ଇଣ୍ଡିଆ ପାୱାର, ଫେଡକୋ ଭଳି ସଂସ୍ଥାକୁ ବଢାଇ ଦେବାର ଭିତିରି ଉଦ୍ଦେଶ୍ୟ କଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମେକ ଇନ ଓଡ଼ିଶା ସଂପୂର୍ଣ୍ଣଭାବେ ଫେଲ୍ ମାରିଛି ଏବଂ ସେସୁକୁ ଅନାମଧ୍ୟେୟ କଂପାନୀ ହାତକୁ ଟେକି ଦେଇ ହେମନ୍ତ ଶର୍ମା ବିଜେଡି ନିର୍ବାଚନୀ ପାଣ୍ଠି ଆଦାୟ କରୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିବା ସେ କହିଛନ୍ତି।

‘ଇଣ୍ଡିଆ ପାୱାର’ କମ୍ପାନୀ ବିହାରର ଗୟା ସହରରେ ୮୦ ହଜାର ଲୋକଙ୍କ ବିଜୁଳି ବିତରଣ କରିବା ପାଇଁ ୨୦ବର୍ଷର କଣ୍ଟ୍ରାକ୍ଟ ନେଇଥିଲା କିନ୍ତୁ ୪ ବର୍ଷରେ କଣ୍ଟ୍ରାକ୍ଟ ପୂରଣ କରିନପାରିବାରୁ ବିହାର ସରକାର ସମୟ ଅବଧି ପୂର୍ବରୁ ସେ କମ୍ପାନୀକୁ ବାହାର କରିଦେଇଥିଲେ। ସେହିପରି ଫେଡକୋର ମୂଳ କମ୍ପାନୀ ହେଉଛି ‘ଫିଡବ୍ୟାକ୍ ଇନଫ୍ରା’। ମିଥ୍ୟା ତଥ୍ୟ ଦେଇଥିବାରୁ ଏହାକୁ ବିଶ୍ୱବ୍ୟାଙ୍କ ଭର୍ତ୍ସନା କରିଥିଲେ। ଶକ୍ତି ସଚିବ ହେମନ୍ତ ଶର୍ମା କଣ ଏକଥା ଜାଣିନାହାନ୍ତି ନା ଜାଣିଶୁଣି ଏଭଳି କମ୍ପାନୀରୁ ଅନୁକମ୍ପା ଦେଖାଉଛନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା ବିଡିଙ୍ଗରେ ଜାଣିଶୁଣି ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ସୁହାଇଲା ଭଳି ନିୟମ ତିଆରି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

The post ଲିଗାଲ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ସରକାର: ବିଜେପି appeared first on Odisha Reporter.

]]>
left bottom 2018-11-24 21:36:42 https://odishareporter.in/wp-content/uploads/2018/11/lekhasri-SAMANTSINHAR-FINAL.jpg
ଡଙ୍ଗା ଭସାଇବାକୁ ଯାଇ ଭାସିଗଲେ ଦୁଇ ନାବାଳକ ! https://odishareporter.in/odisha/two-boys-feared-drowned-in-subarnarekha-while-floating-toy-boats-for-boita-bandana-304999 Fri, 23 Nov 2018 12:44:08 +0000 https://odishareporter.in/?p=304999

ଜଳେଶ୍ୱର (ଅଜିତ କୁମାର ଦାସ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଡଙ୍ଗା ଭସାଇବା ପାଇଁ ଯାଇ ଦୁଇ ଜଣ ନାବାଳକ ନଦୀରେ ଭାସି ଯାଇଛନ୍ତି। ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘଟିଛି। ସୁବର୍ଣ୍ଣରେଖାର ବେଲିଦାରୁଗୁଡ଼ି ଘାଟକୁ କୁଟସାହି ଗୋବର୍ଦ୍ଧନପୁର ଗାଁର ସମଲ ନାଥ(୧୨) ଓ ପଙ୍କଜ ନାଥ(୧୩) ଡଙ୍ଗା ଭସାଇବାକୁ ଯାଇଥିଲେ। ଡଙ୍ଗା ଭସାଇବା ପରେ ସେମାନେ ସେଠାରେ ଖେଳୁଥିଲେ। ମାତ୍ର ଘରକୁ ଫେରିନଥିଲେ। ସମଲ ଓ ପଙ୍କଜ ଘରକୁ ନଫେରିବାରୁ ପରିବାର […]

The post ଡଙ୍ଗା ଭସାଇବାକୁ ଯାଇ ଭାସିଗଲେ ଦୁଇ ନାବାଳକ ! appeared first on Odisha Reporter.

]]>

ଜଳେଶ୍ୱର (ଅଜିତ କୁମାର ଦାସ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଡଙ୍ଗା ଭସାଇବା ପାଇଁ ଯାଇ ଦୁଇ ଜଣ ନାବାଳକ ନଦୀରେ ଭାସି ଯାଇଛନ୍ତି। ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘଟିଛି।

ସୁବର୍ଣ୍ଣରେଖାର ବେଲିଦାରୁଗୁଡ଼ି ଘାଟକୁ କୁଟସାହି ଗୋବର୍ଦ୍ଧନପୁର ଗାଁର ସମଲ ନାଥ(୧୨) ଓ ପଙ୍କଜ ନାଥ(୧୩) ଡଙ୍ଗା ଭସାଇବାକୁ ଯାଇଥିଲେ। ଡଙ୍ଗା ଭସାଇବା ପରେ ସେମାନେ ସେଠାରେ ଖେଳୁଥିଲେ। ମାତ୍ର ଘରକୁ ଫେରିନଥିଲେ। ସମଲ ଓ ପଙ୍କଜ ଘରକୁ ନଫେରିବାରୁ ପରିବାର ଲୋକେ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଖୋଜିଥିଲେ। ହେଲେ ସେମାନଙ୍କ ପତ୍ତା ପାଇନଥିଲେ। ସୁବର୍ଣ୍ଣରେଖା ନଦୀରେ ସେମାନେ ଭାସି ଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଅଗ୍ନିଶମ କର୍ମଚାରୀମାନେ ନଦୀ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ଦୁଇ ବାଳକଙ୍କ ପତ୍ତା ପାଇନାହାନ୍ତି।

The post ଡଙ୍ଗା ଭସାଇବାକୁ ଯାଇ ଭାସିଗଲେ ଦୁଇ ନାବାଳକ ! appeared first on Odisha Reporter.

]]>
left top 2018-11-23 18:14:08 https://odishareporter.in/wp-content/uploads/2018/11/jaleswar.jpg
ଓଏଏସ୍ ସ୍ତରରେ ଅଦଳବଦଳ https://odishareporter.in/odisha/minor-reshuffle-effected-in-senior-oas-cadre-302372 Sat, 17 Nov 2018 15:24:27 +0000 https://odishareporter.in/?p=302372

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବରିଷ୍ଠ ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ବିଶ୍ୱଜିତ୍ କେଶରୀ ଦାସଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ଶରତ କୁମାର ପୁରୋହିତଙ୍କୁ ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ନରେନ୍ଦ୍ର କୁମାର ମନ୍ତ୍ରୀଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି କନକଚମ୍ପା ମେହେରଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣରେ ଉପସଚିବ ଓ ବିବେକାନନ୍ଦ ସାହୁଙ୍କୁ ଜଳସମ୍ପଦ […]

The post ଓଏଏସ୍ ସ୍ତରରେ ଅଦଳବଦଳ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବରିଷ୍ଠ ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ବିଶ୍ୱଜିତ୍ କେଶରୀ ଦାସଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ଶରତ କୁମାର ପୁରୋହିତଙ୍କୁ ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ନରେନ୍ଦ୍ର କୁମାର ମନ୍ତ୍ରୀଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି କନକଚମ୍ପା ମେହେରଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣରେ ଉପସଚିବ ଓ ବିବେକାନନ୍ଦ ସାହୁଙ୍କୁ ଜଳସମ୍ପଦ ବିଭାଗର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ(ଲକ୍ଷ୍ମୀପୋଷୀ ଡିଭିଜନ) ଭାବେ ବଦଳି କରାଯାଇଛି।

The post ଓଏଏସ୍ ସ୍ତରରେ ଅଦଳବଦଳ appeared first on Odisha Reporter.

]]>
right bottom 2018-11-17 20:54:27 https://odishareporter.in/wp-content/uploads/2018/11/secretariat.jpg
୨୫ରେ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷା https://odishareporter.in/odisha/odisha-administrative-service-prelim-exam-to-be-held-on-25-november-302314 Sat, 17 Nov 2018 13:20:37 +0000 https://odishareporter.in/?p=302314

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୨୫ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ପ୍ରିଲିମ୍) ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୫ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରର ୧୨୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୦୩୦୪ଜଣ ପ୍ରାର୍ଥୀ ପରୀକ୍ଷା ଦେବେ। ମୋଟ ୨୧୮ଟି ଓଏଏସ, ଓପିଏସ, ଓଏଫଏସ୍, ଓସିଏସ୍ , ଓଆରଏସ୍, ଓଟି ଆଣ୍ଡ ଏଏସ୍ ଓ ଓଇଏସ୍ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କୁ ଉଭୟ ଅଫଲାଇନ୍ ଓ ଅନଲାଇନରେ ଆଡିମିଟ୍ କାର୍ଡ ଜାରି କରାଯିବ।ଏହି […]

The post ୨୫ରେ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୨୫ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ପ୍ରିଲିମ୍) ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୫ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରର ୧୨୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୦୩୦୪ଜଣ ପ୍ରାର୍ଥୀ ପରୀକ୍ଷା ଦେବେ। ମୋଟ ୨୧୮ଟି ଓଏଏସ, ଓପିଏସ, ଓଏଫଏସ୍, ଓସିଏସ୍ , ଓଆରଏସ୍, ଓଟି ଆଣ୍ଡ ଏଏସ୍ ଓ ଓଇଏସ୍ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ପରୀକ୍ଷାର୍ଥୀଙ୍କୁ ଉଭୟ ଅଫଲାଇନ୍ ଓ ଅନଲାଇନରେ ଆଡିମିଟ୍ କାର୍ଡ ଜାରି କରାଯିବ।ଏହି ୨୦୦ ମାର୍କର ପ୍ରିଲିମ୍ ପରୀକ୍ଷା ଦୁଇଟି ସିଟିଙ୍ଗରେ ହେବ। ଏଥିରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ।

The post ୨୫ରେ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷା appeared first on Odisha Reporter.

]]>
left top 2018-11-17 18:50:37 https://odishareporter.in/wp-content/uploads/2017/11/Odisha-Secretariat-1.jpg
ଭୂମିହୀନଙ୍କୁ ‘ଜାଗା’ ଯୋଜନା: ବର୍ଷିଲେ ବିଜେପି ଓ କଂଗ୍ରେସ https://odishareporter.in/odisha/bjp-and-congress-question-odisha-govts-jaga-mission-301444 Thu, 15 Nov 2018 11:40:05 +0000 https://odishareporter.in/?p=301444

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଦେବାକୁ ରାଜ୍ୟ ସରକାରଙ୍କ ‘ଜାଗା’ ମିଶନକୁ ଆଜି ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି। ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଜାଗା’ ମିଶନର ଶୁଭାରମ୍ଭ କରିବା ଅବସରରେ ଉଭୟ ବିଜେପି ଓ କଂଗ୍ରେସ ଏହା କେବଳ ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି ବୋଲି ଅଭିଯୋଗ କରିଛନ୍ତି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏନେଇ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ […]

The post ଭୂମିହୀନଙ୍କୁ ‘ଜାଗା’ ଯୋଜନା: ବର୍ଷିଲେ ବିଜେପି ଓ କଂଗ୍ରେସ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଦେବାକୁ ରାଜ୍ୟ ସରକାରଙ୍କ ‘ଜାଗା’ ମିଶନକୁ ଆଜି ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି। ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଜାଗା’ ମିଶନର ଶୁଭାରମ୍ଭ କରିବା ଅବସରରେ ଉଭୟ ବିଜେପି ଓ କଂଗ୍ରେସ ଏହା କେବଳ ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି ବୋଲି ଅଭିଯୋଗ କରିଛନ୍ତି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏନେଇ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୨୦୧୮ ମେ’ ୭ତାରିଖରେ ଛତ୍ରପୁରଠାରେ ଏହି ଜାଗା ମିଶନର ଶୁଭାରମ୍ଭ କରି ୨ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇବାର ଘୋଷଣା କରିଥିଲେ। କିନ୍ତୁ ଯେଉଁ ପରିବାରକୁ ଜମିପଟ୍ଟା ଯୋଗାଇଥିଲେ ଏବେ ସେମାନଙ୍କ ଉକ୍ତ ଜମିରେ ଦଖଲ ନେଇ ଆପତ୍ତି ଉଠିଛି। ଯଦି ସରକାର ଥ୍ରୀ-ଟିରେ ବିଶ୍ୱାସ କରୁଛନ୍ତି ତା’ହେଲେ ସେହି ୨ହଜାର ଲୋକଙ୍କ ତାଲିକାକୁ ୱେବସାଇଟରେ ସାର୍ବଜନୀନ କରିବା ସହ କେବେ ଜମିର ଦଖଲ ଦିଆଗଲା ତା’ର ତାରିଖ ଓ ପ୍ରମାଣ ଫଟୋଚିତ୍ର ସହ ପ୍ରକାଶ କରିବାକୁ ବିଜେପି ଦାବି କରିଛି।

ଛତ୍ରପୁରରେ ଏହି ମିଶନର ଆରମ୍ଭବେଳେ ବର୍ଷକ ମଧ୍ୟରେ ୨୫୦୦ ସହରାଞ୍ଚଳର ୧୦ଲକ୍ଷ ପରିବାରକୁ ଜମିପଟ୍ଟା ଦିଆଯିବ ବୋଲି ଘୋଷଣା କରିଥିଲେ। ଆଜି ପୁରୀ କାର୍ଯ୍ୟକ୍ରମ ପାଇଁ ୧୮ଲକ୍ଷ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ମିଳିବ ବୋଲି କହିଛନ୍ତି। ତା’ହେଲେ କେଉଁଟା ସତ ? ଏହି ଯୋଜନାରେ ହିତାଧିକାରୀ ଚୟନ ମଧ୍ୟ ସମ୍ପୂର୍ଣ୍ଣ ବିବାଦୀୟ ହୋଇଛି। କଟକ ମେୟର ଟଙ୍କିକିଆ ଚାଉଳ ପାଇବା ଭଳି ବସ୍ତିରେ ଜମିପଟ୍ଟା ଯୋଗାଇବା ପାଇଁ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଭୂମିହୀନଙ୍କ ଦୁଃଖ ପ୍ରତି ସରକାର ନିର୍ବିକାର: କଂଗ୍ରେସ

ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ନିଶୀକାନ୍ତ ମିଶ୍ର ଓ ମନୋଜ ମହାପାତ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୂମିହୀନଙ୍କ ଦୁଃଖ ପ୍ରତି ସରକାର ନିର୍ବିକାର। ଗରିବଙ୍କ ଘରଡିହ ଖଣ୍ଡେ ନାହିଁ, ହେଲେ ବଡ଼ବଡ଼ିଆଙ୍କ ପାଇଁ ସାହାଣମେଲା ହୋଇଛି। ସରକାରଙ୍କ ଜାଗା ମିଶନ ଏକ ପ୍ରହସନ ପାଲଟିଛି। ୨୦୦୯ ମସିହା ସୁଦ୍ଧା ଓଡିଶାରେ କେହି ଭୂମିହୀନ ରହିବେ ନାହିଁ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ସରକାରଙ୍କର ‘ବସୁନ୍ଧରା’ ଯୋଜନା ମଧ୍ୟ ପ୍ରତାରଣାରେ ପରିଣତ ହୋଇଛି। ଏବେ ରାଜ୍ୟରେ ୪.୫୦ ଲକ୍ଷ ପରିବାର ଭୂମିହୀନ। ଏମାନଙ୍କ ଭିତରୁ ଅଧିକାଂଶ ଆଦିବାସୀ ଓ ଦଳିତ ଶ୍ରେଣୀର ଲୋକ। ଜମିପଟ୍ଟା ଖଣ୍ଡେ ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର, ଷ୍ଟାଇପେଣ୍ଡ ଆଦି ସେମାନଙ୍କୁ ମିଳିପାରୁନି। ସେମାନଙ୍କ ପାଇଁ ୪ ଡିସିମିଲ ଘରଡିହ ଖଣ୍ଡେ ସରକାର ଯୋଗାଇଦେବାକୁ ଅକ୍ଷମତା ଦେଖାଇଲା ବେଳେ ଶିଳ୍ପପତି ଏବଂ ବ୍ୟବସାୟୀମାନଙ୍କ ପାଇଁ ୧,୨୩,୭୫୬ ଏକର ଜମି ଯୋଗାଇ ଦେବାର ଯୋଜନା କରିବା ଏକ ଅକ୍ଷମଣୀୟ ଅପରାଧ। ଏହା ସରକାରଙ୍କର ଗରିବମାରଣ ନୀତିର ଏକ ଜ୍ଜ୍ୱଳନ୍ତ ନିଦର୍ଶନ।

୨୦୦୮ ମସିହାରେ ଓଡିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟ ୧୯୮୨ ଅଧୀନରେ ଘରଡିହ ନଥିବା ଭୂମିହୀନମାନଙ୍କ ପାଇଁ ୧୦ ଡିସିମିଲ୍ ଲେଖାଏ ଜାଗା ଦେବାର ନିୟମ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ଜମି ନାହିଁ ବୋଲି ଆଳ ଦେଖାଇ ୨୦୧୮ ମଇ ମାସରେ ଏହାର ପରିମାଣକୁ ୪ ଡିସିମିଲକୁ ଖସାଇ ଅଣାଗଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭୂମିହୀନମାନଙ୍କୁ ୧୦ ଡିସିମିଲ୍ ଜାଗା, ଆୟ ସିଲିଂକୁ ୩୦ ହଜାର ଟଙ୍କାରେ ସୀମିତ ରଖିବା ଏବଂ ତହସିଲ୍ ଓ ଆର.ଆଇ. ଅଫିସଗୁଡ଼ିକୁ ବସୁନ୍ଧରା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ଦେବା ଆଦି ଦାବି ସହ ଯଦିି ସରକାର ଭୂମିହୀନମାନଙ୍କୁ ନ୍ୟାୟ ନଦିଅନ୍ତି, ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

The post ଭୂମିହୀନଙ୍କୁ ‘ଜାଗା’ ଯୋଜନା: ବର୍ଷିଲେ ବିଜେପି ଓ କଂଗ୍ରେସ appeared first on Odisha Reporter.

]]>
left top 2018-11-15 17:10:05 https://odishareporter.in/wp-content/uploads/2018/11/jaga-mission-final.jpg
‘ଡ୍ରେସ୍‌ ଚେଞ୍ଜ ବେଳେ ନିର୍ଦ୍ଦେଶକ ଦେଖୁଥିଲେ, ସମ୍ୱେଦନଶୀଳ ଅଙ୍ଗ ଟଚ୍‌ କରୁଥିଲେ’ https://odishareporter.in/odisha/director-of-an-sbi-training-facility-charged-with-sexual-harassment-of-women-trainees-301425 Thu, 15 Nov 2018 11:11:50 +0000 https://odishareporter.in/?p=301425

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ତାଲିମ୍‌ ଦେଇ ଗ୍ରାମାଞ୍ଚଳ ଝିଅଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ସରକାର। ସେଥିପାଇଁ ଦୂରଦୂରାନ୍ତରୁ ତାଲିମ୍‌ ନେବାକୁ ଧାଇଁ ଆସୁଛନ୍ତି ଝିଅମାନେ। ହେଲେ ହଷ୍ଟେଲ୍‌ରେ ସେମାନେ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି। ତାଲିମ୍‌ ଦେଉଥିବା ସଂସ୍ଥାର ନିର୍ଦ୍ଦେଶକ ବିଭିନ୍ନ ବାହାନା କରି ଝିଅମାନଙ୍କ ସମ୍ୱେଦନଶୀଳ ଅଙ୍ଗରେ ହାତ ମାରୁଛନ୍ତି ! ଏପରିକି ସନ୍ଧ୍ୟା ବେଳେ ହଷ୍ଟେଲ ଆସି ନିର୍ଦ୍ଦେଶକ ଲୁଚିଛପି ଝିଅଙ୍କ ଡ୍ରେସ୍‌ ଚେଞ୍ଜ କରିବାର ଦୃଶ୍ୟ ଦେଖୁଛନ୍ତି। ରାଉରକେଲା ସିଭିଲ ଟାଉନଶିପରେ ଥିବା ଷ୍ଟେଟ୍‌ […]

The post ‘ଡ୍ରେସ୍‌ ଚେଞ୍ଜ ବେଳେ ନିର୍ଦ୍ଦେଶକ ଦେଖୁଥିଲେ, ସମ୍ୱେଦନଶୀଳ ଅଙ୍ଗ ଟଚ୍‌ କରୁଥିଲେ’ appeared first on Odisha Reporter.

]]>

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ତାଲିମ୍‌ ଦେଇ ଗ୍ରାମାଞ୍ଚଳ ଝିଅଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ସରକାର। ସେଥିପାଇଁ ଦୂରଦୂରାନ୍ତରୁ ତାଲିମ୍‌ ନେବାକୁ ଧାଇଁ ଆସୁଛନ୍ତି ଝିଅମାନେ। ହେଲେ ହଷ୍ଟେଲ୍‌ରେ ସେମାନେ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି। ତାଲିମ୍‌ ଦେଉଥିବା ସଂସ୍ଥାର ନିର୍ଦ୍ଦେଶକ ବିଭିନ୍ନ ବାହାନା କରି ଝିଅମାନଙ୍କ ସମ୍ୱେଦନଶୀଳ ଅଙ୍ଗରେ ହାତ ମାରୁଛନ୍ତି ! ଏପରିକି ସନ୍ଧ୍ୟା ବେଳେ ହଷ୍ଟେଲ ଆସି ନିର୍ଦ୍ଦେଶକ ଲୁଚିଛପି ଝିଅଙ୍କ ଡ୍ରେସ୍‌ ଚେଞ୍ଜ କରିବାର ଦୃଶ୍ୟ ଦେଖୁଛନ୍ତି। ରାଉରକେଲା ସିଭିଲ ଟାଉନଶିପରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗ୍ରାମୀଣ ସ୍ୱରୋଜଗାର ଯୋଜନା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ନାଁରେ ଆସିଛି ଏପରି ଗୁରୁତର ଅଭିଯୋଗ। ଯାହାକୁ ନେଇ ଝିଅଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୂରା ଘଟଣା ଏମିତି। ରାଉରକେଲା ସିଭିଲ ଟାଉନଶିପ୍‌ରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାମୀଣ ସ୍ୱରୋଜଗାର ଯୋଜନାର ଏକ ପ୍ରଶିକ୍ଷଣ ପ୍ରତିଷ୍ଠାନ ରହିଛି। ଏଠାରେ ସିଲେଇ ଓ ଅନ୍ୟାନ୍ୟ ବିଭାଗରେ ତାଲିମ୍‌ ନେଉଛନ୍ତି ୩୪ ଜଣ ଝିଅ। ପ୍ରତିଷ୍ଠାନର ହଷ୍ଟେଲରେ ସବୁ ଝିଅ ରୁହନ୍ତି। ତାଲିମ୍‌ ଦେବା କାର୍ଯ୍ୟ ଆଉଟ୍‌ସୋର୍ସିଙ୍ଗ ହୋଇଥିବା ବେଳେ ଏସ୍‌ବିଆଇ ଜଣେ ମ୍ୟାନେଜର ରଞ୍ଜନ କୁମାର ନନ୍ଦୀଙ୍କୁ ସଂସ୍ଥାର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ହେଲେ ଶ୍ରୀ ନନ୍ଦୀ ପାଠ ପଢ଼ାଇବା ବାହାନାରେ ଝିଅଙ୍କ ସମ୍ୱେଦନଶୀଳ ଅଙ୍ଗ ଛୁଉଁଥିବା ଅଭିଯୋଗ ହୋଇଛି। ଏଥିରେ ଝିଅମାନେ ପ୍ରତିବାଦ କଲେ ସେମାନଙ୍କୁ ନାନା ହଇରାଣ ହରକତ କରିବା ସହିତ ଗାଳି ଦେଉଛନ୍ତି। ସବୁ ବେଳେ ହଷ୍ଟେଲ୍‌କୁ ଆସି ଝିଅଙ୍କ ରୁମ୍‌ ଭିତରେ ପଶି ଯାଆନ୍ତି। ଏପରିକି ଝିଅଙ୍କ ଡ୍ରେସ୍‌ ଚେଞ୍ଜ କଲା ବେଳେ ସେ ଦେଖୁଥିବା ଅଭିଯୋଗ ହୋଇଛି।

ଏନେଇ ଝିଅମାନେ ଥାନାରେ ଅଭିଯୋଗ କରିଛନ୍ତି। ରଘୁନାଥପାଲୀ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ସଂପୃକ୍ତ ରଂଜନ କୁମାର ନନ୍ଦିଙ୍କୁ ଗିରଫ କରିଛି। ଏସ୍‌ବିଆଇ ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ କରିଛି।

ନିର୍ଦ୍ଦେଶକ ଶ୍ରୀ ନନ୍ଦୀ ହଷ୍ଟେଲ ଯିବା ଓ ହାତ ଝିଅଙ୍କ ଶରୀର ‘ଟଚ୍‌’ କରିଥିବା କଥା ପରୋକ୍ଷରେ ସ୍ୱୀକାର କରିଛନ୍ତି। କିନ୍ତୁ ଏଥିରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ଏବଂ ତଦନ୍ତ ହେଲେ ସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

The post ‘ଡ୍ରେସ୍‌ ଚେଞ୍ଜ ବେଳେ ନିର୍ଦ୍ଦେଶକ ଦେଖୁଥିଲେ, ସମ୍ୱେଦନଶୀଳ ଅଙ୍ଗ ଟଚ୍‌ କରୁଥିଲେ’ appeared first on Odisha Reporter.

]]>
right top 2018-11-15 19:20:58 https://odishareporter.in/wp-content/uploads/2018/11/rkl.jpg
ଡିଜିପିଙ୍କ ଆଶ୍ୱାସନା ସତ୍ତ୍ୱେ ଆନ୍ଦୋଳନକୁ ଓହ୍ଲାଇଲେ ଆଇନ୍‌ଜୀବୀ https://odishareporter.in/odisha/lawyers-in-buguda-and-bhanjanagar-to-strike-work-to-protest-assault-on-a-lawyer-inside-buguda-police-station-301026 Wed, 14 Nov 2018 11:02:31 +0000 https://odishareporter.in/?p=301026

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): କଟକରେ ଆଇନ୍‌ଜୀବୀ ଓ ପୁଲିସ ବିବାଦ ସମାଧାନ ହୋଇଯାଇଛି। ହେଲେ ବୁଗୁଡ଼ାରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ବିବାଦ ଥମିବାର ନାଁ ନେଉଛି। ଆଜି ଘଟଣାର ପୁଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଆଇନ୍‌ଜୀବୀମାନେ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଡ଼ୁଆରେ ପଡ଼ିଛି। ଗତକାଲି ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା ପାଇଁ ଆଇନ୍‌ଜୀବୀ ହରପ୍ରସାଦ ଦାସ ଥାନାକୁ ଯାଇଥିଲେ। ଏହି ସମୟରେ ପୁଲିସ […]

The post ଡିଜିପିଙ୍କ ଆଶ୍ୱାସନା ସତ୍ତ୍ୱେ ଆନ୍ଦୋଳନକୁ ଓହ୍ଲାଇଲେ ଆଇନ୍‌ଜୀବୀ appeared first on Odisha Reporter.

]]>

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): କଟକରେ ଆଇନ୍‌ଜୀବୀ ଓ ପୁଲିସ ବିବାଦ ସମାଧାନ ହୋଇଯାଇଛି। ହେଲେ ବୁଗୁଡ଼ାରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ବିବାଦ ଥମିବାର ନାଁ ନେଉଛି। ଆଜି ଘଟଣାର ପୁଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଆଇନ୍‌ଜୀବୀମାନେ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଡ଼ୁଆରେ ପଡ଼ିଛି।

ଗତକାଲି ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା ପାଇଁ ଆଇନ୍‌ଜୀବୀ ହରପ୍ରସାଦ ଦାସ ଥାନାକୁ ଯାଇଥିଲେ। ଏହି ସମୟରେ ପୁଲିସ ଅଧିକାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଇନ୍‌ଜୀବୀଙ୍କୁ ଥାନାଧିକାରୀ ଓ ପୁଲିସ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଏନେଇ ଅଭିଯୋଗ ହେବା ପରେ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ଓ ଏସ୍‌ପି ତଦନ୍ତ ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏନେଇ ତଦନ୍ତ ରିପୋର୍ଟ ଦେବେ। ଏହାପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ବୁଗୁଡ଼ାରେ ଆଇନ୍‌ଜୀବୀଙ୍କୁ ଥାନାଧିକାରୀଙ୍କ ମାଡ଼ ଘଟଣାରେ ରୁଜୁ ହୋଇଥିବା ମାମଲାକୁ ବି ତଦନ୍ତ କରାଯିବ ବୋଲି ଡିଜି କହିଛନ୍ତି।

ସେପଟେ ଘଟଣାକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଭଞ୍ଜନଗର ଓ ବୁଗୁଡ଼ା ଆଇନ୍‌ଜୀବୀ ସଂଘ। ଆଜି ସଂଧ୍ୟାରେ ଗଞ୍ଜାମ ଜିଲ୍ଲାର ସବୁ ଆଇନ୍‌ଜୀବୀ ସଂଘକୁ ନେଇ ବୈଠକ ବସିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଂଘ କହିଛି।

The post ଡିଜିପିଙ୍କ ଆଶ୍ୱାସନା ସତ୍ତ୍ୱେ ଆନ୍ଦୋଳନକୁ ଓହ୍ଲାଇଲେ ଆଇନ୍‌ଜୀବୀ appeared first on Odisha Reporter.

]]>
centre bottom 2018-11-14 16:33:56 https://odishareporter.in/wp-content/uploads/2018/11/bhanjanager-1.jpg
୬୦ ଲକ୍ଷ ଲୁଟ୍ ମାମଲାରେ ତିନି ଅଟକ https://odishareporter.in/odisha/police-interrogating-three-persons-including-driver-of-the-car-from-which-60-lakh-rupees-were-looted-301019 Wed, 14 Nov 2018 10:54:29 +0000 https://odishareporter.in/?p=301019

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଗେଡ଼ିଆପଲ୍ଲୀରୁ ୬୦ ଲକ୍ଷ ଲୁଟ୍ ମାମଲା ଉପରୁ ଧୀରେ ଧୀରେ ପରଦା ଉଠୁଛି। ଏହି ମାମଲାରେ ବୈଦେଶ୍ୱର ଗାଁର ତିନି ଜଣଙ୍କୁ ଅଟକ ରଖି ବେଗୁନିଆ ପୁଲିସ୍‌ ପଚରାଉଚରା କରୁଛି। ୩ ଅଭିଯୁକ୍ତଙ୍କ ମଧ୍ୟରେ ଗାଡ଼ିର ଡ୍ରାଇଭର ଅଛନ୍ତି। ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ କାର୍‌ରେ ୬୦ ଲକ୍ଷ ଟଙ୍କା ନେଇଯାଉଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ମାରଣାସ୍ତ୍ର ଦେଖାଇ ଟଙ୍କା […]

The post ୬୦ ଲକ୍ଷ ଲୁଟ୍ ମାମଲାରେ ତିନି ଅଟକ appeared first on Odisha Reporter.

]]>

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଗେଡ଼ିଆପଲ୍ଲୀରୁ ୬୦ ଲକ୍ଷ ଲୁଟ୍ ମାମଲା ଉପରୁ ଧୀରେ ଧୀରେ ପରଦା ଉଠୁଛି। ଏହି ମାମଲାରେ ବୈଦେଶ୍ୱର ଗାଁର ତିନି ଜଣଙ୍କୁ ଅଟକ ରଖି ବେଗୁନିଆ ପୁଲିସ୍‌ ପଚରାଉଚରା କରୁଛି। ୩ ଅଭିଯୁକ୍ତଙ୍କ ମଧ୍ୟରେ ଗାଡ଼ିର ଡ୍ରାଇଭର ଅଛନ୍ତି।

ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ କାର୍‌ରେ ୬୦ ଲକ୍ଷ ଟଙ୍କା ନେଇଯାଉଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ କୌଣସି ସୂତ୍ରରୁ ଖବର ପାଇ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ଘର ପଛ ପଟୁ ଲୁଟ୍ ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍ ପାଇଥିଲା। ଏଥିରେ ୨୭ ଲକ୍ଷ ଟଙ୍କା ଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଆଇଜି ସୋମେନ୍ଦ୍ର ପ୍ରିୟଦର୍ଶୀ, ଖୋର୍ଦ୍ଧା ଏସ୍‌ପି, ଏସ୍‌ଡିପିଓଙ୍କ ସହ ବେଗୁନିଆ ଥାନାଧିକାରୀ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।

ଆଜି ବେଗୁନିଆ ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।

The post ୬୦ ଲକ୍ଷ ଲୁଟ୍ ମାମଲାରେ ତିନି ଅଟକ appeared first on Odisha Reporter.

]]>
centre bottom 2018-11-14 16:24:29 https://odishareporter.in/wp-content/uploads/2018/11/Police-interrogating-three-persons-including-driver-of-the-car-from-which-60-lakh-rupees-were-looted.jpg
ରାଜ୍ୟ ମହିଳା କଂଗ୍ରେସ ପୁର୍ନଗଠିତ: କମିଟିରେ ବହୁ ନୂଆ ମୁହଁ, ୨ କାର୍ଯ୍ୟକାରୀ ସଭାପତି https://odishareporter.in/odisha/state-mahila-congress-reconstituted-with-two-working-presidents-and-many-new-faces-300231 Mon, 12 Nov 2018 13:13:03 +0000 https://odishareporter.in/?p=300231

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ମହିଳା ଶାଖା ପଦାଧିକାରୀ ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ରାଜ୍ୟ କଂଗ୍ରେସ ନିଜର ମହିଳା ସାମ୍ମୁଖ୍ୟର ପଦାଧିକାରୀଙ୍କ ନାଁ ଘୋଷଣା କରିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା କଂଗ୍ରେସର ପଦାଧିକାରୀ ତାଲିକାରେ ୧୦୦ରୁ ଅଧିକ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ଉଲ୍ଲେଖନୀୟ ଘଟଣାକ୍ରମରେ ଚଳିତଥର ୨ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମିଳିଛି। କମିଟିରେ ୨ଜଣ କାର୍ଯ୍ୟକାରୀ ସଭାପତି, କୋଷାଧ୍ୟକ୍ଷଙ୍କ ସମେତ ୧୫ ଜଣ ଉପସଭାପତି, ୩୧ ଜଣ ସାଧାରଣ ସଂପାଦକ, ୩୫ […]

The post ରାଜ୍ୟ ମହିଳା କଂଗ୍ରେସ ପୁର୍ନଗଠିତ: କମିଟିରେ ବହୁ ନୂଆ ମୁହଁ, ୨ କାର୍ଯ୍ୟକାରୀ ସଭାପତି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ମହିଳା ଶାଖା ପଦାଧିକାରୀ ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ରାଜ୍ୟ କଂଗ୍ରେସ ନିଜର ମହିଳା ସାମ୍ମୁଖ୍ୟର ପଦାଧିକାରୀଙ୍କ ନାଁ ଘୋଷଣା କରିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା କଂଗ୍ରେସର ପଦାଧିକାରୀ ତାଲିକାରେ ୧୦୦ରୁ ଅଧିକ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ଉଲ୍ଲେଖନୀୟ ଘଟଣାକ୍ରମରେ ଚଳିତଥର ୨ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମିଳିଛି। କମିଟିରେ ୨ଜଣ କାର୍ଯ୍ୟକାରୀ ସଭାପତି, କୋଷାଧ୍ୟକ୍ଷଙ୍କ ସମେତ ୧୫ ଜଣ ଉପସଭାପତି, ୩୧ ଜଣ ସାଧାରଣ ସଂପାଦକ, ୩୫ ଜଣ ସଂପାଦକ, ୧୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ୧୪ ଜଣ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟଙ୍କ ନାମ ସ୍ଥାନିତ ହୋଇଛି।

ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ ଅଜୟନ୍ତୀ ପ୍ରଧାନ ଓ ବନ୍ଦିତା ପରିଡ଼ା ରହିଥିବା ବେଳେ କୋଷାଧ୍ୟକ୍ଷ ଭାବେ ପ୍ରତିମା କର ନିଯୁକ୍ତି ପାଇଛନ୍ତି। ସେହିଭଳି ଉପସଭାପତି ଭାବେ ରନିମଣି ଉଲାକା, ପ୍ରଣତି ମିଶ୍ର, ମନୋଜା ମଞ୍ଜରୀ ଦେବୀ, ସ୍ୱାଧୀନବାଳା ଦାସ, ପ୍ରଭାତୀ ମିଶ୍ର, ସୁକାନ୍ତି ଦାସ, ରୀତା ଯୋଶୀ, ଶୁଭଶ୍ରୀ ପଣ୍ଡା, ଜୟଶ୍ରୀ ପଟ୍ଟନାୟକ, ସୁଭାସିନୀ ମହାକୁଡ଼, ଶୋଭାରାଣୀ ଦାସ, କମଳା ତିରିଆ, ଦେବସ୍ମିତା ସାମଲ, ହୁର‌୍‍ ବାନୁ ଓ ବିନୀତା ମାଝୀ ରହିଥିବାବେଳେ ସାଧାରଣ ସଂପାଦକ ଭାବେ ଅର୍ଚ୍ଚନା ନନ୍ଦୀ, ବନ୍ଦିତା ପଟ୍ଟନାୟକ, ଶ୍ରୀୟା ସମ୍ୱେଦନା, ପ୍ରତିମା ମଲ୍ଲିକ, ରେଣୁବାଳା ରାଉତ, କନକଲତା ମଲ୍ଲିକ, ଅନ୍ନପୂର୍ଣ୍ଣା ସାହୁ, ସରିତା ରଥ, ପ୍ରତିମା ଜେନା, ମିତା ରାୟ, ସ୍ନେହଲତା ରାୟ ଚୌଧୁରୀ, ଜ୍ୟୋତ୍ସ୍ନା ଦାସ, ବିନ୍ଧ୍ୟାବନୀ ସାହୁ, ସୁଲୋଚନା ନାୟକ, ପ୍ରଜ୍ଞା ପାରମିତା ମହାନ୍ତି, ଗାୟତ୍ରୀ ମହାନ୍ତି, ନିର୍ମଳା ମଲ୍ଲିକ, ଲଳିତା ସାହୁ, ସୁପ୍ରଭା ଦାସ, ସୁଲତା ବାରିକ, ଏମ‌୍‍.ଏ ପରଵୀନ‌୍‍, ମଧୁସ୍ମିତା ରଥ, ରୀତା ହେମ୍ୱ୍ରମ‌୍‍, ଗୋରେଟୀ ଖେସ‌୍‍, କୁସୁମ ପ୍ରଧାନ, ଜବାମଣି ଟୁଡୁ, ରୀତା ରାଉତ, ସୁଜାତା ଜେନା, ନିରୂପମା ଦାସ, ସ୍ମୃତି ପହି, ରୂପଦିପ୍ତା ମହାପାତ୍ର ରହିଛନ୍ତି।

ସଂପାଦକ ଭାବେ ବିଜୟିନୀ ତିରିଆ, ନିରୁପମା ପାତ୍ର, ସନ୍ଧ୍ୟାରାଣୀ ଦାସ ସାମନ୍ତ, ସୁନିତା ବାଗ, ଉଲ୍ଲାସ ମଲ୍ଲିକ, ବିନୀତା ନାୟକ, ଚୈତାଳୀ ପଟ୍ଟନାୟକ, ବିଶ୍ୱକଲ୍ୟାଣୀ କର, ସୁଲତା ଗୌଡ଼, ନୀଲମ‌୍‍ ଗୁପ୍ତା, ସିଲି ସେଠୀ, ବୈଶାଳୀ ବେହେରା, ରୀନା ସ୍ୱାଇଁ, ଦୀପ୍ତିରାଣୀ ପ୍ରଧାନ, ରେଖା ହୋତା, ସବିତା ସ୍ୱାଇଁ, ରୀନା ମେହେର, ଖୁଲଣା ଜେନା, ଭାଗ୍ୟଲକ୍ଷ୍ମୀ ପଣ୍ଡା, ସସ୍ମିତା ସାହୁ, ଏଲ‌୍‍ ମାଣିକ ପ୍ରଭା, ସ୍ୱାଗତିକା ବିଶ୍ୱାଳ, ଅଙ୍ଗୁରୀ ବେଗମ‌୍‍, ରଶ୍ମିତା ଟେଟେ, ତୃପ୍ତି ବେହେରା, ଶୁଭସ୍ମିତା ଧଳ, ୟାସ‌୍‍ମିନ‌୍‍ ବିବି, ଆଶା ମିଞ୍ଜ, ବିଷ୍ଣୁପ୍ରିୟା ଚାନ୍ଦ, ବିଳାସିନୀ ନାୟକ, ମାଧବୀ ସେନାପତି, ସୁଜ୍ଞାନୀ ପଟ୍ଟନାୟକ, ମଞ୍ଜୁ ନାୟକ, କୁନୀ ହରିଚନ୍ଦନ, ନୀଳିମା ଅଗ୍ରୱାଲା ମନୋନୀତ ହୋଇଛନ୍ତି।

ସେହିଭଳି କାର୍ଯ୍ୟକାରୀ ସଦସ୍ୟ ଭାବେ ସଂଯୁକ୍ତା ମହାନ୍ତି, ବାସନ୍ତୀ ପ୍ରଧାନ, ଉର୍ବଶୀ ମିଶ୍ର, ମଞ୍ଜୁଲତା ସାହୁ, ନଳିନୀ ଉଦ‌୍‍ଗଲା, ରୁବି କାନୁନ‌ଗୋ, ଅନୁସୂୟା ବେହେରା, ସୁରେଖା ମଲ୍ଲିକ ଓ ମମତା ସାହୁ ରହିଥିବା ବେଳେ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟ ଭାବେ ଜୟନ୍ତୀ ପଟ୍ଟନାୟକ, ସୁଶୀଳା ତିରିଆ, ଉମାରାଣୀ ପାତ୍ର, ସରସ୍ୱତୀ ହେମ୍ୱ୍ରମ‌୍‍, ବିଜୟଲକ୍ଷ୍ମୀ ସାହୁ, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ପରମା ପୂଜାରୀ, ଚନ୍ଦ୍ରମା ସାନ୍ତା, ଇନ୍ଦିରା ମିତ୍ର, ସାବିତ୍ରୀ ଚୌଧୁରୀ, ମଞ୍ଜୁ ମହାନ୍ତି, କିରଣ ପଣ୍ଡା ଓ ପ୍ରଭା ପଟେଲ ପ୍ରମୁଖ ରହିଛନ୍ତି।

ନୂତନ କର୍ମକର୍ତ୍ତାମାନଙ୍କ ଏକ ଜରୁରୀ ବୈଠକ ଆସନ୍ତା ୧୫ ତାରିଖରେ ଗୁରୁବାର କଂଗ୍ରେସ ଭବନରେ ଡକାଯାଇଛି। ଜାତୀୟ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ସୁସ୍ମିତା ଦେବଙ୍କ ଅନୁମୋଦନ କ୍ରମେ ଏଆଇସିସି ସଂପାଦକ ତଥା ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ଏହି ଘୋଷଣା କରିଛନ୍ତି।

The post ରାଜ୍ୟ ମହିଳା କଂଗ୍ରେସ ପୁର୍ନଗଠିତ: କମିଟିରେ ବହୁ ନୂଆ ମୁହଁ, ୨ କାର୍ଯ୍ୟକାରୀ ସଭାପତି appeared first on Odisha Reporter.

]]>
right bottom 2018-11-12 18:43:03 https://odishareporter.in/wp-content/uploads/2018/05/Congress-Bhawan.jpg
ଜେଲ୍‌ରେ ବିଚାରାଧୀନ କଏଦୀଙ୍କୁ ହତ୍ୟା! https://odishareporter.in/odisha/under-trial-prisoner-killed-by-a-convict-inside-baleswar-jail-299792 Sun, 11 Nov 2018 11:54:53 +0000 https://odishareporter.in/?p=299792

ବାଲେଶ୍ୱର (ରଞ୍ଜିତ ପାକଳ): ଜଣେ ଆଜୀବନ କଏଦୀର ଆକ୍ରମଣରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜେଲ୍‌ରେ ଘଟିଛି ଏଭଳି ହତ୍ୟାକାଣ୍ଡ! ମୃତକ ହେଲେ ବିଚାରାଧୀନ କଏଦୀ ରାମଚନ୍ଦ୍ର ଦାସ। ୪ ଦିନ ତଳେ ରାମଚନ୍ଦ୍ର ବାଲେଶ୍ୱର ଜେଲ୍‌କୁ ଆସିଥିଲେ। ହେଲେ କୌଣସି କାରଣରୁ ବାଲେଶ୍ୱର ଜେଲ୍‌ରେ ଆଜୀବନ କଏଦୀ ଭାବେ ସଜା କାଟୁଥିବା ଶରତ ଗିରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ରାମଚନ୍ଦ୍ରକୁ ସାଙ୍ଗେ ସାଙ୍ଗେ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ […]

The post ଜେଲ୍‌ରେ ବିଚାରାଧୀନ କଏଦୀଙ୍କୁ ହତ୍ୟା! appeared first on Odisha Reporter.

]]>

ବାଲେଶ୍ୱର (ରଞ୍ଜିତ ପାକଳ): ଜଣେ ଆଜୀବନ କଏଦୀର ଆକ୍ରମଣରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜେଲ୍‌ରେ ଘଟିଛି ଏଭଳି ହତ୍ୟାକାଣ୍ଡ! ମୃତକ ହେଲେ ବିଚାରାଧୀନ କଏଦୀ ରାମଚନ୍ଦ୍ର ଦାସ।

୪ ଦିନ ତଳେ ରାମଚନ୍ଦ୍ର ବାଲେଶ୍ୱର ଜେଲ୍‌କୁ ଆସିଥିଲେ। ହେଲେ କୌଣସି କାରଣରୁ ବାଲେଶ୍ୱର ଜେଲ୍‌ରେ ଆଜୀବନ କଏଦୀ ଭାବେ ସଜା କାଟୁଥିବା ଶରତ ଗିରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ରାମଚନ୍ଦ୍ରକୁ ସାଙ୍ଗେ ସାଙ୍ଗେ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

The post ଜେଲ୍‌ରେ ବିଚାରାଧୀନ କଏଦୀଙ୍କୁ ହତ୍ୟା! appeared first on Odisha Reporter.

]]>
right top 2018-11-11 17:24:53 https://odishareporter.in/wp-content/uploads/2018/11/balasore.jpg
ମହିଳା ୱିଙ୍ଗ୍ ପୁନର୍ଗଠନ କଲା ବିଜେଡି: ମିନତି ବେହେରା ସଭାପତି, ଯୁବ ନେତୃତ୍ୱଙ୍କ ଉପରେ ଭରସା https://odishareporter.in/odisha/bjd-reconstitutes-its-womens-wing-appoints-minati-behera-as-president-299716 Sun, 11 Nov 2018 09:33:03 +0000 https://odishareporter.in/?p=299716

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ମାତ୍ର ୪ମାସ ପୂର୍ବରୁ ବିଜେଡି ନିଜର ମହିଳା ୱିଙ୍ଗର ପୁର୍ନଗଠନ କରିଛି। ଯୁବ ମହିଳା ନେତୃତ୍ୱଙ୍କ ଉପରେ ଦଳ ଭରସା କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି। ଦୀର୍ଘ ଏକ ଦଶନ୍ଧି ଧରି ବିଜେଡି ମହିଳା ୱିଙ୍ଗ ସଭାନେତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ରାଜ୍ୟ କମିଟି ନିଯୁକ୍ତି ଦେଇଛି। କଟକ ଜିଲ୍ଲାର ନେତ୍ରୀ ମିନତି ବେହେରାଙ୍କୁ ବିଜେଡି ମହିଳା ୱିଙ୍ଗ୍ ସଭାପତି ଭାବେ […]

The post ମହିଳା ୱିଙ୍ଗ୍ ପୁନର୍ଗଠନ କଲା ବିଜେଡି: ମିନତି ବେହେରା ସଭାପତି, ଯୁବ ନେତୃତ୍ୱଙ୍କ ଉପରେ ଭରସା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ମାତ୍ର ୪ମାସ ପୂର୍ବରୁ ବିଜେଡି ନିଜର ମହିଳା ୱିଙ୍ଗର ପୁର୍ନଗଠନ କରିଛି। ଯୁବ ମହିଳା ନେତୃତ୍ୱଙ୍କ ଉପରେ ଦଳ ଭରସା କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି। ଦୀର୍ଘ ଏକ ଦଶନ୍ଧି ଧରି ବିଜେଡି ମହିଳା ୱିଙ୍ଗ ସଭାନେତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ରାଜ୍ୟ କମିଟି ନିଯୁକ୍ତି ଦେଇଛି।

କଟକ ଜିଲ୍ଲାର ନେତ୍ରୀ ମିନତି ବେହେରାଙ୍କୁ ବିଜେଡି ମହିଳା ୱିଙ୍ଗ୍ ସଭାପତି ଭାବେ ନିଯୁକ୍ତି ମିଳିଥିବାବେଳେ ୪ଜଣ ନେତ୍ରୀ -ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ ଓ ଗୀତାରାଣୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ସୁଲତା ଦେଓଙ୍କୁ ଦଳର ମହିଳା ୱିଙ୍ଗ୍ ସାଧାରଣ ସମ୍ପାଦକ ଓ ଏଲିନା ଦାଶଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।

ପ୍ରମିଳାଙ୍କୁ ଦଳର ଉପସଭାପତି ଭାବେ ପଦୋନ୍ନତି ମିଳିବା ସହ ବିଜୁ ମହିଳା ୱିଙ୍ଗ୍ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ଜ୍ୟୋତି ପାଣିଗ୍ରାହୀ ଓ ପୂର୍ବତନ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ କସ୍ତୁରୀ ମହାପାତ୍ରଙ୍କୁ ମଧ୍ୟ ବିଜେଡି ମହିଳା ୱିଙ୍ଗ୍ ଉପଦେଷ୍ଟା ଭାବେ ଅବସ୍ଥାପିତ କରାଯାଇଛି। ବିଜେଡି ମହିଳା ୱିଙ୍ଗର ଅନ୍ୟ ରାଜ୍ୟ ପଦାଧିକାରୀ ଓ ଜିଲ୍ଲା କମିଟି ପୂର୍ବଭଳି ଅପରିବର୍ତିତ ରଖାଯାଇଛି।

ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ମହିଳା ୱିଙ୍ଗରେ ଏଭଳି ପରିବର୍ତନ ହୋଇଛି ବୋଲି ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

The post ମହିଳା ୱିଙ୍ଗ୍ ପୁନର୍ଗଠନ କଲା ବିଜେଡି: ମିନତି ବେହେରା ସଭାପତି, ଯୁବ ନେତୃତ୍ୱଙ୍କ ଉପରେ ଭରସା appeared first on Odisha Reporter.

]]>
centre top 2018-11-11 15:03:03 https://odishareporter.in/wp-content/uploads/2018/11/Minati-Behera-FINAL.jpg
କୋଷ୍ଟାଲ ହାଇୱେ ନିର୍ମାଣରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି : ବିଜେପି https://odishareporter.in/odisha/odisha-govts-ianction-has-stalled-construction-of-coastal-highway-says-bjp-299520 Sat, 10 Nov 2018 15:36:06 +0000 https://odishareporter.in/?p=299520

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରକଳ୍ପରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏହାସହିତ କୋଷ୍ଟାଲ ହାଇୱେ ପାଇଁ ପଡ଼ି ରହିଥିବା ସମସ୍ତ ବୈଧାନିକ ଅନୁମତିକୁ ୧୫ଦିନ ମଧ୍ୟରେ ରାଜ୍ୟ ସରକାର ପ୍ରଦାନ କଲେ ପରବର୍ତ୍ତୀ ୧୫ଦିନରେ ଏହି ହାଇୱେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ […]

The post କୋଷ୍ଟାଲ ହାଇୱେ ନିର୍ମାଣରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି : ବିଜେପି appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରକଳ୍ପରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏହାସହିତ କୋଷ୍ଟାଲ ହାଇୱେ ପାଇଁ ପଡ଼ି ରହିଥିବା ସମସ୍ତ ବୈଧାନିକ ଅନୁମତିକୁ ୧୫ଦିନ ମଧ୍ୟରେ ରାଜ୍ୟ ସରକାର ପ୍ରଦାନ କଲେ ପରବର୍ତ୍ତୀ ୧୫ଦିନରେ ଏହି ହାଇୱେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, କୋଷ୍ଟାଲ ହାଇୱେ ଆଲାଇନମେଣ୍ଟରେ ରାଜ୍ୟ ସରକାର ବିଭିନ୍ନସ୍ତରରେ ବାରମ୍ବାର ପରିବର୍ତ୍ତନ ଓ ବୈଧାନିକ ଅନୁମତି ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବାରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ଯେଉଁଥିପାଇଁ ଚିଲିକା ଉପରେ ବ୍ରିିଜ ନିର୍ମାଣ ଓ ଉପକୂଳ ରାଜପଥ ନିର୍ମାଣ ସମ୍ଭବପର ହୋଇପାରୁନି।

ଶ୍ରୀ ମହାପାତ୍ର ଏହି ଅବସରରେ ବ୍ରହ୍ମଗିରି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଏହି ଦୁଇ ନେତା ବାରମ୍ବାର କୋଷ୍ଟାଲ ହାଇୱେ ଆଲାଇନମେଣ୍ଟରେ ପରିବର୍ତନ ପାଇଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଉପରେ ଚାପ ପକାଉଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି। ବିଧାୟକ ଶ୍ରୀ ଦାସବର୍ମା ସବୁବେଳେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ କଥା କହୁଥିବାବେଳେ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ତୁରନ୍ତ ନିର୍ମାଣ ଦିଗରେ ଆନ୍ତରିକତା ପ୍ରଦର୍ଶନ କରିବା କ’ଣ ଓଡ଼ିଶା ସରକାରଙ୍କ ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଏହି କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ଏବେ ୯ଟି ପ୍ୟାକେଜରେ ସିଆରଜେଡ୍ ଅନୁମୋଦନ, ୮ଟି ପ୍ୟାକେଜରେ ଜଙ୍ଗଲ ଓ ପରିବେଶ ଅନୁମତି ଓ ୨ଟି ପ୍ୟାକେଜରେ ବନ୍ୟଜନ୍ତୁ ଅନୁମତିର ଆବଶ୍ୟକତା ରହିଛି। ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୀର୍ଘଦିନ ହେଲା ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଉଦ୍ଦେଶ୍ୟମୂଳକ ଭାବେ ଏହି ଅନୁମୋଦନ ପ୍ରଦାନ କରିବାରେ ଅହେତୁକ ବିଳମ୍ବ କରି କୋଷ୍ଟାଲ ହାଇୱେ ନିର୍ମାଣ କରାଇ ଦେଉନାହାନ୍ତି।

ସେହିପରି ନିଜର ବ୍ରହ୍ମଗିରି ଅଞ୍ଚଳର କୃଷ୍ଣପ୍ରସାଦ ବ୍ଲକର ଦୁଇଟି ଗାଁ ମହିଷା ଓ ବ୍ରହ୍ମପୁର ଏବେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିବାବେଳେ ଚିଲିକା ଉପରେ ପ୍ରସ୍ତାବିତ ବ୍ରିଜ୍ ନିର୍ମାଣ ଦ୍ୱାରା ଗମନାଗମନ ସମ୍ଭବପର ହୋଇପାରିବ ବୋଲି ସେ କହିଛନ୍ତି।

The post କୋଷ୍ଟାଲ ହାଇୱେ ନିର୍ମାଣରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି : ବିଜେପି appeared first on Odisha Reporter.

]]>
right bottom 2018-11-10 21:06:06 https://odishareporter.in/wp-content/uploads/2018/11/coastal-highway-final.jpg
ମା’ତାରିଣୀଙ୍କ ନାଁରେ ଗୁଜବ ପରେ ସୋଶାଲ୍ ମିଡିଆରେ ଆସିଲା ଏମିତି ପ୍ରତିକ୍ରିୟା https://odishareporter.in/odisha/social-media-users-reacts-on-rumour-about-maa-ratini-299298 Sat, 10 Nov 2018 09:08:14 +0000 https://odishareporter.in/?p=299298

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ବର୍ଷ ଧରି ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି। ମା’ଙ୍କ ମଥାରୁ ସିନ୍ଦୂର ଝରି ପଡ଼ୁଛି। ମାଆଙ୍କ ଶାଢ଼ି ବି ଜଳି ଯାଇଛି। ଗତକାଲି ସନ୍ଧ୍ୟା ବେଳକୁ କେନ୍ଦୁଝରର ଘଟଗାଁ ତାରିଣୀଙ୍କୁ ନେଇ ଏମିତି କିଛି ଗୁଜବ ଶୁଣିବାକୁ ମିଳିଥିଲା। ଦେଖୁଦେଖି ଏହା ନିଆଁ ପରି ବ୍ୟାପି ଯାଇଥିଲା ରାଜ୍ୟର ଏ କୋଣରୁ ସେ କୋଣ। କିଏ ଏ ଗୁଜବ ଆରମ୍ଭ କଲା, ତାହା ଜଣାନାହିଁ। ହେଲେ କଥାଟିକୁ ବନେଇ ଚୁନେଇ […]

The post ମା’ତାରିଣୀଙ୍କ ନାଁରେ ଗୁଜବ ପରେ ସୋଶାଲ୍ ମିଡିଆରେ ଆସିଲା ଏମିତି ପ୍ରତିକ୍ରିୟା appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ବର୍ଷ ଧରି ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି। ମା’ଙ୍କ ମଥାରୁ ସିନ୍ଦୂର ଝରି ପଡ଼ୁଛି। ମାଆଙ୍କ ଶାଢ଼ି ବି ଜଳି ଯାଇଛି। ଗତକାଲି ସନ୍ଧ୍ୟା ବେଳକୁ କେନ୍ଦୁଝରର ଘଟଗାଁ ତାରିଣୀଙ୍କୁ ନେଇ ଏମିତି କିଛି ଗୁଜବ ଶୁଣିବାକୁ ମିଳିଥିଲା। ଦେଖୁଦେଖି ଏହା ନିଆଁ ପରି ବ୍ୟାପି ଯାଇଥିଲା ରାଜ୍ୟର ଏ କୋଣରୁ ସେ କୋଣ। କିଏ ଏ ଗୁଜବ ଆରମ୍ଭ କଲା, ତାହା ଜଣାନାହିଁ। ହେଲେ କଥାଟିକୁ ବନେଇ ଚୁନେଇ ବିଭିନ୍ନ ଜାଗାରେ ଭିନ୍ନଭିନ୍ନ ଢଙ୍ଗରେ ଉପସ୍ଥାପନ କରାଗଲା। ଏହା ଅଶୁଭ ସଙ୍କେତ ବୋଲି କୁହାଗଲା। ଆଉ ଏହା ବି କୁହାଗଲା ଯେ, ସଧବା ମହିଳାମାନେ ଅଳତା ଓ ସିନ୍ଦୂର ଲଗାଇ ଦୀପ ଜଳାଇବେ। ଆମ ପାଖରେ ଯାହା ସୂଚନା ଅଛି, କିଛି କିଛି ଜାଗାରେ ସଧବାମାନେ ଏହାକୁ ପାଳନ ମଧ୍ୟ କରିଛନ୍ତି।

ଅବଶ୍ୟ ଏ ଖବର ସ୍ଥାନୀୟ ଅଞ୍ଚଳରେ ତଡ଼ିତ୍ ବେଗରେ ବ୍ୟାପିଯିବା ପରେ ମନ୍ଦିର ଟ୍ରଷ୍ଟିଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଓ ଖବରକୁ ଖଣ୍ଡନ କରାଯାଇଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ କହିଥିଲେ ଯେ, ମା’ ତାରିଣୀଙ୍କ ପୀଠରେ ଅଖଣ୍ଡ ଦୀପ ଜଳିବାର ପରମ୍ପରା ହିଁ ନାହିଁ। ଏଠାରେ କେବଳ ଭକ୍ତମାନେ ହିଁ ଦୀପ ଜାଳନ୍ତି। ସେହିପରି ସିନ୍ଦୂର ଝଡ଼ିବା ଓ ଶାଢ଼ି ଜଳିବା କଥା ବି ମିଛ। ଏ ଖବର ପାଇବାରେ ଗୁଜବ ଶୁଣି ଭୟଭୀତ ହୋଇଯାଇଥିବା ଲୋକେ ଆଶ୍ୱସ୍ତ ହୋଇଥିଲେ।

ତେବେ ଏହାକୁ ନେଇ ସୋଶାଲ୍ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କଥାଟି କେବଳ ଏକ ଗୁଜବ ବୋଲି ‘ଓଡ଼ିଶା ରିପୋର୍ଟର’ ପ୍ରଥମେ ଖବର ପ୍ରକାଶ କରିଥିଲା। ଏ ଖବର ପଢ଼ିବା ପରେ ‘ଫେସ୍‌ବୁକ୍‌’ରେ ଆମର ପାଠକମାନେ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଏଥିରେ ଅଧିକାଂଶ ଲୋକ ଏ ଗୁଜବ ଆରମ୍ଭ କରିଥିବା ବ୍ୟକ୍ତିଙ୍କୁ ଖୋଜି କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

ସ୍ୱୟଂପ୍ରଭା ନାୟକ ଲେଖିଛନ୍ତି, ଏଭଳି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।

ମାନସ ମହାନ୍ତି ଲେଖିଛନ୍ତି, ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ମା’ ତାରିଣୀ ସଦ୍‌ବୁଦ୍ଧି ଦିଅନ୍ତୁ।

ରତନ ନାଏକ ଲେଖିଛନ୍ତି, ମା’ଙ୍କ ନାଁରେ ଏମିତି କରିବା ଠିକ୍ ନୁହେଁ। ବାପୁନ ଶତପଥୀ କହିଛନ୍ତି, ଏମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବା ଉଚିତ୍।

ଘଟଗାଁ ତାରିଣୀଙ୍କ ନାଁରେ ଏମିତି ଗୁଜବ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଲୋକଙ୍କ ଧାର୍ମିକ ଭାବନାକୁ ନେଇ କେହି ଖେଳିବାକୁ ଚେଷ୍ଟା କରିଛି। ଆଗାମୀ ଦିନରେ ଯେପରି କୌଣସି ଦେବାଦେବୀ ବା ଧାର୍ମିକସ୍ଥଳୀକୁ ନେଇ ଏମିତି ମିଥ୍ୟା ପ୍ରଚାର ନହୁଏ, ସେଥିପ୍ରତି ସରକାର ତଥା ପ୍ରଶାସନ ସତର୍କ ରହିବା ଉଚିତ୍। ତା’ସହିତ ଏଭଳି ଗୁଜବକୁ ଲୋକେ ବିଶ୍ୱାସ ନ କରି ଏମିତି ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସଂପୃକ୍ତ କର୍ତ୍ତୃପକ୍ଷ, ପ୍ରଶାସନ ବା ପୁଲିସ୍ ନିକଟରେ ଅଭିଯୋଗ କରିବା ଉଚିତ୍।

 

 

The post ମା’ତାରିଣୀଙ୍କ ନାଁରେ ଗୁଜବ ପରେ ସୋଶାଲ୍ ମିଡିଆରେ ଆସିଲା ଏମିତି ପ୍ରତିକ୍ରିୟା appeared first on Odisha Reporter.

]]>
2018-11-10 15:55:52 https://odishareporter.in/wp-content/uploads/2018/11/1-20.jpg
ଦିଅଁଦେବତାଙ୍କୁ ଭାଇରାଲ୍ ଭୟ: ଘଟଗାଁ ମାଆ ତାରିଣୀଙ୍କ ମନ୍ଦିରରେ ‘ଅଖଣ୍ଡ ଦୀପ’ ଲିଭିଯାଇଥିବା ଗୁଜବ https://odishareporter.in/odisha/rumour-about-maa-tarini-pitha-of-ghatagaon-keonjhar-299139 Fri, 09 Nov 2018 16:57:47 +0000 https://odishareporter.in/?p=299139

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ପ୍ରସିଦ୍ଧ ମାଆ ତାରିଣୀଙ୍କ ମନ୍ଦିରରେ ବର୍ଷ ବର୍ଷ ଧରି ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି ବୋଲି ଗତକାଲିଠାରୁ ପ୍ରଚାରିତ ହୋଇଥିବା ଖବର ମିଛ। ଏହାକୁ ଖଣ୍ଡନ କରି ମନ୍ଦିର କର୍ତ୍ତୃପକ୍ଷ ଏହା କେବଳ ଏକ ଗୁଜବ ବୋଲି କହିଛନ୍ତି। ଗତକାଲିଠାରୁ ଘଟଗାଁର ମାଆ ତାରିଣୀଙ୍କ ପୀଠରେ ଏଭଳି ଅଘଟଣ ହୋଇଥିବା ଚାରିଆଡ଼େ ପ୍ରଚାରିତ ହୋଇଚାଲିଛି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏକ ପ୍ରେସ୍‌ ବିବୃତି […]

The post ଦିଅଁଦେବତାଙ୍କୁ ଭାଇରାଲ୍ ଭୟ: ଘଟଗାଁ ମାଆ ତାରିଣୀଙ୍କ ମନ୍ଦିରରେ ‘ଅଖଣ୍ଡ ଦୀପ’ ଲିଭିଯାଇଥିବା ଗୁଜବ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ପ୍ରସିଦ୍ଧ ମାଆ ତାରିଣୀଙ୍କ ମନ୍ଦିରରେ ବର୍ଷ ବର୍ଷ ଧରି ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି ବୋଲି ଗତକାଲିଠାରୁ ପ୍ରଚାରିତ ହୋଇଥିବା ଖବର ମିଛ। ଏହାକୁ ଖଣ୍ଡନ କରି ମନ୍ଦିର କର୍ତ୍ତୃପକ୍ଷ ଏହା କେବଳ ଏକ ଗୁଜବ ବୋଲି କହିଛନ୍ତି।

ଗତକାଲିଠାରୁ ଘଟଗାଁର ମାଆ ତାରିଣୀଙ୍କ ପୀଠରେ ଏଭଳି ଅଘଟଣ ହୋଇଥିବା ଚାରିଆଡ଼େ ପ୍ରଚାରିତ ହୋଇଚାଲିଛି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ଏହି ଖବରକୁ ଖଣ୍ଡନ କରାଯାଇଛି। ଏଭଳି ଗୁଜବ ସୃଷ୍ଟି କରିଥିବା ଲୋକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଦାବି କରିଛନ୍ତି।

ମନ୍ଦିର ପକ୍ଷରୁ କୁହାଯାଇଛି ଯେ, ମାଆ ତାରିଣୀଙ୍କ ପୀଠରେ ଅଖଣ୍ଡ ଦୀପ ଜଳିବାର କୌଣସି ପରମ୍ପରା ହିଁ ନାହିଁ। ଯେଉଁ ଦୀପ ଏଠାରେ ଜଳିଥାଏ, ତାହା କେବଳ ଭକ୍ତମାନେ ହିଁ ଜାଳିଥାନ୍ତି। ତେଣୁ ମାଆଙ୍କ ପୀଠରେ କୌଣସି ଅଖଣ୍ଡ ଦୀପ ଲିଭିବାର ପ୍ରଶ୍ନ ଉଠୁନାହିଁ। ଖାଲି ସେତିକି ନୁହେଁ, ମାଆଙ୍କ ମଥାର ସିନ୍ଦୂର ଝରି ପଡ଼ିବା ଏବଂ ମାଆଙ୍କ ଶାଢ଼ି ଜଳି ଯାଇଥିବା ସଂପର୍କରେ ଯେଉଁ ଗୁଜବ ଉଠିଛି ତାହା ସଂପୂର୍ଣ୍ଣ ମିଛ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏଭଳି ମିଥ୍ୟା ଖବର ଚାରିଆଡ଼େ ଚର୍ଚ୍ଚା ହେବା ପରଠାରୁ ମନ୍ଦିର ପୂଜକ ଏବଂ ମନ୍ଦିରର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ପାଖକୁ ଏ ସଂପର୍କରେ ବାରମ୍ବାର ଫୋନ୍‌ ଆସିବାରେ ଲାଗିଛି। ସେଭଳି କୌଣସି ଅଘଟଣ ଘଟିନାହିଁ। ଏହାକୁ ନେଇ ଭକ୍ତମାନେ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

The post ଦିଅଁଦେବତାଙ୍କୁ ଭାଇରାଲ୍ ଭୟ: ଘଟଗାଁ ମାଆ ତାରିଣୀଙ୍କ ମନ୍ଦିରରେ ‘ଅଖଣ୍ଡ ଦୀପ’ ଲିଭିଯାଇଥିବା ଗୁଜବ appeared first on Odisha Reporter.

]]>
right top 2018-11-10 00:02:24 https://odishareporter.in/wp-content/uploads/2018/11/22.jpg
ଲୁଚାଇଲେ କ୍ୟାବିନେଟର ଅଧା ନିଷ୍ପତ୍ତି: ଭୟ ନା ଭିତିରି ଡିଲ୍ https://odishareporter.in/odisha/odisha-48-299132 Fri, 09 Nov 2018 16:38:28 +0000 https://odishareporter.in/?p=299132

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟର ୫ଟି ପ୍ରସ୍ତାବକୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଅବଗତ କରିଥିବାବେଳେ ଆଉ ୫ଟି ପ୍ରସ୍ତାବକୁ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ କ୍ୟାବିନେଟର ଅଧା ନିଷ୍ପତ୍ତିକୁ ଲୁଚାଇ ରଖିବା ପଛରେ ବିରୋଧୀ ଦଳ ପ୍ରତି ଭୟ ନା ନିର୍ଦ୍ଦିଷ୍ଟ ଶିଳ୍ପସଂସ୍ଥା ସହ […]

The post ଲୁଚାଇଲେ କ୍ୟାବିନେଟର ଅଧା ନିଷ୍ପତ୍ତି: ଭୟ ନା ଭିତିରି ଡିଲ୍ appeared first on Odisha Reporter.

]]>

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟର ୫ଟି ପ୍ରସ୍ତାବକୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଅବଗତ କରିଥିବାବେଳେ ଆଉ ୫ଟି ପ୍ରସ୍ତାବକୁ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ କ୍ୟାବିନେଟର ଅଧା ନିଷ୍ପତ୍ତିକୁ ଲୁଚାଇ ରଖିବା ପଛରେ ବିରୋଧୀ ଦଳ ପ୍ରତି ଭୟ ନା ନିର୍ଦ୍ଦିଷ୍ଟ ଶିଳ୍ପସଂସ୍ଥା ସହ ଭିତରି ଡିଲ୍ ହୋଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଚାହିଁଥିଲେ ସମସ୍ତ ନିଷ୍ପତ୍ତିକୁ ଗୁପ୍ତ ରଖିପାରିଥାନ୍ତେ ଅବା ଏକକାଳୀନ ଘୋଷଣା କରିଥାନ୍ତେ। ସେଭଳି ନକରି ଏପରି ନିଷ୍ପତ୍ତି ନେଇ ବିଜେଡି ସରକାର ନିଜେ ନିଜକୁ ସନ୍ଦେହ ବଳୟ ଭିତରକୁ ଠେଲି ଦେଉଛି ବୋଲି ଚର୍ଚ୍ଚା।

ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଏବେ ଥିବା ପାରମ୍ପରିକ ଷ୍ଟ୍ରିଟ୍ ଲାଇଟକୁ ହଟାଇ ଦିଆଯାଇ ୨.୩୮ଲକ୍ଷ ସ୍ମାର୍ଟ ଏଲଇଡି ବଲବ ଲଗାଯିବ। ଏହି କାର୍ଯ୍ୟ ୨୦୧୭ ମସିହାରୁ ଆରମ୍ଭ ହୋଇଛି। ପ୍ରଥେ ଏହା ୧.୨୨ଲକ୍ଷ ଷ୍ଟ୍ରିଟ୍ ଲାଇଟ୍ ଆକଳନ କରାଯାଇଥିଲା କିନ୍ତୁ ସର୍ଭେ ପରେ ଆଉ ୧.୨୭ଲକ୍ଷ ଷ୍ଟ୍ରିଟ୍ ଲାଇଟର ଆବଶ୍ୟକତା ଥିବା ଜଣାପଡ଼ିଛି। ଯାହାକୁ ଆଜି କ୍ୟାବିନେଟ ମଞ୍ଜୁର କରିଛନ୍ତି। ଏହା ବ୍ୟତୀତ ଭାରତ ସରକାରଙ୍କ ଇଇଏସଏଲ୍ ସଂସ୍ଥାକୁ ଏସବୁ ଷ୍ଟ୍ରିଟ୍ ଲାଇଟର ପରିଚାଳନା ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ପାଇଁ ମନୋନୟନ ଭିତିରେ ଚୟନ କରାଯାଇଛି। ଏଥିପାଇଁ ଇଇଏସଏଲ ସହ ୮୬.୪୭ କୋଟି ଟଙ୍କାର ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯାହାକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ସେହିପରି କଳାହାଣ୍ଡିରେ ୧୦୦ ବେଡ୍ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଟେଣ୍ଡର ଡାକିଥିଲେ। ଟାଟା ପ୍ରୋଜେକ୍ଟସ ସର୍ବନିମ୍ନ ୨୨୦.୭୩ କୋଟି ଟଙ୍କାର ବିଡ୍ ଡାକି ଏହି ଟେଣ୍ଡର ନେଇଛି। ଏହି ମେଡିକାଲ କଲେଜ ନିର୍ମାଣ ପ୍ରକଳ୍ପ ୨ବର୍ଷ ମଧ୍ୟରେ ସମାପ୍ତ ହେବ। ଏହି ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ସେହିପରି କଟକସ୍ଥିତ ଶିଶୁଭବନରେ ହସ୍ପିଟାଲ କମ୍ପେ୍ଲକ୍ସ ଓ ପିଜି ଛାତ୍ରାବାସର ଟେଣ୍ଡର ପାଇଁ ବ୍ରିଜ୍ ଆଣ୍ଡ ରୁଫ୍ ସର୍ବନିମ୍ନ ୧୧୬.୯୨ କୋଟି ଟଙ୍କାର ବିଡ୍ ଡାକିଥିଲା । ସର୍ବନିମ୍ନ ବିଡ୍ ଦାଖଲକାରୀ ଭାବେ ଏହି କମ୍ପାନୀକୁ ଟେଣ୍ଡର ଦେବା ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହି ନିର୍ମାଣ କାର୍ଯ୍ୟ ୨ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ।

ସେହିପରି ମହାନଦୀ ଭଳି ବୈତରଣୀ, ବ୍ରାହ୍ମଣୀ, ଋଷିକୁଲ୍ୟା ଓ ଏସବୁ ନଦୀର ଶାଖା ନଦୀର ଉଭୟ ପାର୍ଶ୍ଵରେ ବନୀକରଣ କରାଯିବ। ସବୁଜ ମହାନଦୀ ମିଶନ ଅନ୍ତର୍ଗତ ଏହି କାର୍ଯ୍ୟ ପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ବନୀକରଣ କାର୍ଯ୍ୟ ୫ବର୍ଷ ମଧ୍ୟରେ ଶେଷ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

The post ଲୁଚାଇଲେ କ୍ୟାବିନେଟର ଅଧା ନିଷ୍ପତ୍ତି: ଭୟ ନା ଭିତିରି ଡିଲ୍ appeared first on Odisha Reporter.

]]>
centre top 2018-11-09 22:08:28 https://odishareporter.in/wp-content/uploads/2018/07/Odisha_state_secretariat_hall_Bhubaneswar_India.jpg
ଡିଜିପିଙ୍କ ସହ ଆଲୋଚନା ପାଇଁ ଓକିଲ ରାଜି, କିନ୍ତୁ ‘ଥାର୍ଡ ପ୍ଲେସ୍’ରେ https://odishareporter.in/odisha/agitating-lawyers-are-willing-for-dailogue-with-dgp-but-only-at-a-neutral-place-299078 Fri, 09 Nov 2018 14:36:40 +0000 https://odishareporter.in/?p=299078

କଟକ(ଓଡ଼ିଶା ରିପୋର୍ଟର): ଓକିଲଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଦୀର୍ଘ ଅଢ଼େଇ ମାସ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଓକିଲମାନେ ରାଜ୍ୟ ପୁଲିସ ଡିଜିଙ୍କ ସହ ଆଲୋଚନା ପାଇଁ ସମ୍ମତି ଜଣାଇଛନ୍ତି। ତେବେ ତାଙ୍କ ଅଫିସ କିମ୍ବା ବାର ଆସୋସିଏସନ ଅଫିସ ବଦଳରେ ଡିଜିପି ଯଦି କୌଣସି ତୃତୀୟ ସ୍ଥାନକୁ ସେମାନଙ୍କୁ ଆଲୋଚନା ପାଇଁ ଡାକନ୍ତି, ସେଠାକୁ ବାର୍ ଆସୋସିଏସନ୍ କର୍ମକର୍ତ୍ତାମାନେ ଯାଇ ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ ବୋଲି ହାଇକୋର୍ଟ ବାର ଆସୋସିଏସନ୍ ସଭାପତି ଶ୍ରୀକାନ୍ତ […]

The post ଡିଜିପିଙ୍କ ସହ ଆଲୋଚନା ପାଇଁ ଓକିଲ ରାଜି, କିନ୍ତୁ ‘ଥାର୍ଡ ପ୍ଲେସ୍’ରେ appeared first on Odisha Reporter.

]]>

କଟକ(ଓଡ଼ିଶା ରିପୋର୍ଟର): ଓକିଲଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଦୀର୍ଘ ଅଢ଼େଇ ମାସ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଓକିଲମାନେ ରାଜ୍ୟ ପୁଲିସ ଡିଜିଙ୍କ ସହ ଆଲୋଚନା ପାଇଁ ସମ୍ମତି ଜଣାଇଛନ୍ତି। ତେବେ ତାଙ୍କ ଅଫିସ କିମ୍ବା ବାର ଆସୋସିଏସନ ଅଫିସ ବଦଳରେ ଡିଜିପି ଯଦି କୌଣସି ତୃତୀୟ ସ୍ଥାନକୁ ସେମାନଙ୍କୁ ଆଲୋଚନା ପାଇଁ ଡାକନ୍ତି, ସେଠାକୁ ବାର୍ ଆସୋସିଏସନ୍ କର୍ମକର୍ତ୍ତାମାନେ ଯାଇ ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ ବୋଲି ହାଇକୋର୍ଟ ବାର ଆସୋସିଏସନ୍ ସଭାପତି ଶ୍ରୀକାନ୍ତ କୁମାର ନାୟକ କହିଛନ୍ତି।

ଆଜି ହାଇକୋର୍ଟରେ ପୁଲିସ-ଓକିଲ ବିବାଦର ଶୁଣାଣି ସୋମବାର ପର୍ଯ୍ୟନ୍ତ ଘୁଞ୍ଚିବା ପରେ ବାର ଆସୋସିଏସନ୍ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ପୁଲିସ ଡିଜି ଗତକାଲି ସନ୍ଧ୍ୟାରେ ପଠାଇଥିବା ଚିଠି ସମ୍ପର୍କରେ ଆଲୋଚନା ହୋଇଥିଲା। ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆଲୋଚନା ପାଇଁ ଆସିବା ନିମନ୍ତେ ଓକିଲମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଓକିଲମାନେ ଏଥିରେ ରାଜି ହୋଇନାହାନ୍ତି। ଡିଜିପି ଯେତେବେଳେ ଚାହିଁବେ, ଆଲୋଚନା କରିବାରେ ଅସୁବିଧା ନାହିଁ କିନ୍ତୁ ତାହା ‘ତୃତୀୟ ସ୍ଥାନ’ରେ ହେବା ଆବଶ୍ୟକ ବୋଲି ଆଇନଜୀବୀଙ୍କ ପକ୍ଷରୁ କୁହାଯାଇଛି।

ଆଜି ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ମାମଲା ଚାଲିଥିବାବେଳେ ଘଟଣାରେ ସମ୍ପୃକ୍ତ ପୁଲିସଙ୍କ ଉପରୁ ନିଲମ୍ବନ ଆଦେଶ କିଭଳି ପ୍ରତ୍ୟାହାର କରାଗଲା ସେ ବିଷୟରେ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ମୁଖ୍ୟ ବିଚାରପତି ମଧ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ କ୍ଷୁବ୍ଧ ହୋଇଥିଲେ ବୋଲି ଶ୍ରୀ ନାୟକ କହିଛନ୍ତି।

ସୋମବାର ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆଜିର ବେଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

The post ଡିଜିପିଙ୍କ ସହ ଆଲୋଚନା ପାଇଁ ଓକିଲ ରାଜି, କିନ୍ତୁ ‘ଥାର୍ଡ ପ୍ଲେସ୍’ରେ appeared first on Odisha Reporter.

]]>
centre bottom 2018-11-09 20:06:40 https://odishareporter.in/wp-content/uploads/2017/03/highcourt-1.jpg
୧୪ରୁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା https://odishareporter.in/odisha/second-phase-of-jan-jagaran-yatra-by-state-congress-to-start-from-14-november-298424 Wed, 07 Nov 2018 14:47:19 +0000 https://odishareporter.in/?p=298424

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା ଚଳିତମାସ ୧୪ତାରିଖରୁ ପୁଣିଥରେ ଆରମ୍ଭ ହେବ। ମୟୂରଭଞ୍ଜ ଜିଲ୍ଲାରେ ଅଧା ରହିଥିବା ଜନଜାଗରଣ ଯାତ୍ରାକୁ ଦ୍ୱିତୀୟ ପର୍ଯ୍ୟାୟରେ ସେହି ଜିଲ୍ଲାରେ ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅକ୍ଟୋବର ୪ତାରିଖରୁ କଂଗ୍ରେସର ଜନଜାଗରଣ ଯାତ୍ରା ବାଲେଶ୍ୱର ଜିଲ୍ଲାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ବସରେ ନେତାମାନେ ଭୁବନେଶ୍ୱରରୁ ବାଲେଶ୍ୱର […]

The post ୧୪ରୁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା ଚଳିତମାସ ୧୪ତାରିଖରୁ ପୁଣିଥରେ ଆରମ୍ଭ ହେବ। ମୟୂରଭଞ୍ଜ ଜିଲ୍ଲାରେ ଅଧା ରହିଥିବା ଜନଜାଗରଣ ଯାତ୍ରାକୁ ଦ୍ୱିତୀୟ ପର୍ଯ୍ୟାୟରେ ସେହି ଜିଲ୍ଲାରେ ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅକ୍ଟୋବର ୪ତାରିଖରୁ କଂଗ୍ରେସର ଜନଜାଗରଣ ଯାତ୍ରା ବାଲେଶ୍ୱର ଜିଲ୍ଲାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ବସରେ ନେତାମାନେ ଭୁବନେଶ୍ୱରରୁ ବାଲେଶ୍ୱର ଯାତ୍ରା କରିଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତାମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରଥପ୍ରାନ୍ତ ସଭା ସହ ଦଳୀୟ କର୍ମୀମାନଙ୍କୁ ଭେଟି ସଂଗଠନକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଥିଲେ। ଦଳ କ୍ଷମତାକୁ ଆସିଲେ ନିରଞ୍ଜନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ ଏହି ଜନଜାଗରଣ ଯାତ୍ରା ଅବସରରେ ଘୋଷଣା କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ପୂର୍ବରୁ ଏହି ଜନଜାଗରଣ ଯାତ୍ରା ରାଜ୍ୟର ସମସ୍ତ ବ୍ଲକକୁ ଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

The post ୧୪ରୁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା appeared first on Odisha Reporter.

]]>
right bottom 2018-11-07 20:17:19 https://odishareporter.in/wp-content/uploads/2018/10/congress_jagaran_jatra-FINAL.jpg
ଗଣମାଧ୍ୟମ ଓ ଗଣ ସଂଗଠନର କଣ୍ଠରୋଧ କରି ନବୀନ ପଟ୍ଟନାୟକ ସରକାର ନିଜର ସମାଧି ଖୋଳୁଛି : ଡାକ୍ତର ରାଉତ https://odishareporter.in/odisha/naveen-govt-digging-its-own-grave-by-suppressing-mass-media-and-mass-organisations-says-dr-damodar-rout-297587 Mon, 05 Nov 2018 13:29:42 +0000 https://odishareporter.in/?p=297587

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀ,ଶିକ୍ଷକଙ୍କଠୁ ଓକିଲ ଯାଏ ଆନ୍ଦୋଳନ କରୁଛନ୍ତି। ଆଉ ସରକାର ତାକୁ ଭଣ୍ଡୁର କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଏବେ ଗଣମାଧ୍ୟମ ଓ ବିଭିନ୍ନ ଗଣ ସଂଗଠନର କଣ୍ଠରୋଧ କରିବାର ଯେଉଁ କୁତ୍ସିତ ପନ୍ଥା ଆପଣେଇଛନ୍ତି ସେଥିରେ ଶାସକ ଦଳ ଓ ରାଜ୍ୟ ସରକାର ନିଜର ସମାଧି ଖୋଳୁଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି। ଆଜି ଏକ ପ୍ରେସ୍ ରିଲିଜରେ ଡାକ୍ତର ରାଉତ […]

The post ଗଣମାଧ୍ୟମ ଓ ଗଣ ସଂଗଠନର କଣ୍ଠରୋଧ କରି ନବୀନ ପଟ୍ଟନାୟକ ସରକାର ନିଜର ସମାଧି ଖୋଳୁଛି : ଡାକ୍ତର ରାଉତ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀ,ଶିକ୍ଷକଙ୍କଠୁ ଓକିଲ ଯାଏ ଆନ୍ଦୋଳନ କରୁଛନ୍ତି। ଆଉ ସରକାର ତାକୁ ଭଣ୍ଡୁର କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଏବେ ଗଣମାଧ୍ୟମ ଓ ବିଭିନ୍ନ ଗଣ ସଂଗଠନର କଣ୍ଠରୋଧ କରିବାର ଯେଉଁ କୁତ୍ସିତ ପନ୍ଥା ଆପଣେଇଛନ୍ତି ସେଥିରେ ଶାସକ ଦଳ ଓ ରାଜ୍ୟ ସରକାର ନିଜର ସମାଧି ଖୋଳୁଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି।

ଆଜି ଏକ ପ୍ରେସ୍ ରିଲିଜରେ ଡାକ୍ତର ରାଉତ କହିଛନ୍ତି, “ଚାଷୀ ହସିଲେ ରାଜ୍ୟ ହସିବ ବୋଲି ସରକାର କେବଳ ପ୍ରଚାର କରି ଚାଲିଛନ୍ତି। ନବନିର୍ମାଣ କୃଷକ ସଂଗଠନ ସୌଭାଗ୍ୟବଶତଃ ଅବହେଳିତ, ନିର୍ଯାତିତ, ଅଭାବଗ୍ରସ୍ତ ଓ ନାନା ଭାବରେ ଶୋଷିତ ଚାଷୀଙ୍କୁ ସଂଗଠିତ କରିପାରିଛନ୍ତି। କିନ୍ତୁ ହଜାର ହଜାର ଚାଷୀ ନିଜର ଦୁଃଖ ସରକାରଙ୍କ ନିକଟରେ ଜଣାଇବାକୁ ରାଜଧାନୀ ଆସିବାବେଳେ ସେମାନଙ୍କ ବାଟ ବନ୍ଦ କରିଦିଆଯାଉଛି। ପ୍ରତିବାଦର ସ୍ୱର ଯେଭଳି ଶୁଣାନଯିବ ସେଥିପାଇଁ ସେମାନଙ୍କର କଣ୍ଠରୋଧ କରାଯାଉଛି। ଚାଷୀ ଆନ୍ଦୋଳନକୁ ସରକାର ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

“ରାଜ୍ୟର ଶାସନ ମୁଖ୍ୟ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ଜାଣନ୍ତି ନାର୍ହି। ଭାଷା ଜାଣିନଥିବାରୁ ସେ ଲୋକଙ୍କ ଭାବ ବୁଝନ୍ତି ନାହିଁ। କେତେଜଣ ଅଣଓଡ଼ିଆ ପଦାଧିକାରୀ ଓ ସମ୍ପତ୍ତି ପାଇଁ ରାଜନୀତି କରୁଥିବା ହାତଗଣତି ଯୁବ ବିଧାୟକଙ୍କ ପରାମର୍ଶରେ ନବୀନ ପଟ୍ଟନାୟକ ଶାସନ କରୁଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରୁଥିବା କୃଷକ ଏ ଜାତିକୁ ଖାଦ୍ୟ ଯୋଗାଉଥିବାବେଳେ ସେମାନଙ୍କ ପାଇଁ ସ୍ୱୀକୃତି ନାହିଁ, ସମ୍ମାନ ନାହିଁ କିମ୍ବା ସେମାନେ କଠିନ ପରିଶ୍ରମ କରି ଉତ୍ପାଦନ କରୁଥିବା କୃଷିଜାତ ଦ୍ରବ୍ୟକୁ ଲାଭଜନକ ମୂଲ୍ୟ ମିଳେ ନାର୍ହି। ରାଜନେତା, ସରକାରୀ କର୍ମଚାରୀ, ନିର୍ମାଣ ଶ୍ରମିକ ପେନସନ୍ ପାଉଥିବାବେଳେ ବୟସ୍କ ଚାଷୀ ଅର୍ଦ୍ଧାହାର, ଅନାହାର ଓ ରୋଗ ବ୍ୟାଧିରେ ଶଢ଼ୁଛି । କିନ୍ତୁ ସେମାନଙ୍କ ପାଇଁ ପେନସନ୍ ନାହିଁ।

“ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। କୃଷି ହେଉଛି ଆମର ବୃତ୍ତି। କୃଷି କ୍ଷେତ୍ରରେ ନିଯୁକ୍ତ ଚାଷୀ ପରିବାରଙ୍କ ମଧ୍ୟରୁ ୮୨% ହେଉଛନ୍ତି କ୍ଷୁଦ୍ର ବା ନାମମାତ୍ର ଚାଷୀ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାଗଚାଷୀ। ଓଡ଼ିଶାରେ ଭାଗଚାଷୀଙ୍କ ସମସ୍ୟା ଅତ୍ୟନ୍ତ ଦୟନୀୟ। ଆଜି ବି ଶହଶହ ଏକର ଚାଷ ଜମିର ମାଲିକମାନେ ଭାଗଚାଷୀଙ୍କୁ ଶୋଷଣ କରୁଛନ୍ତି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି କୃଷକଙ୍କୁ ନେଇ ବାରମାସରେ ତେରପର୍ବ ପାଳିତ ହୋଇଥାଏ। ହଜାର ହଜାର ବର୍ଷଧରି ଆମର କୃଷିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାଙ୍ଗରେ ଯୋଡ଼ି ଦିଆଯାଇଛି। ଆମ ରାଜ୍ୟରେ ସାଧାରଣ ଲୋକଙ୍କ ବୃତ୍ତି ହେଉଛି କୃଷି ଓ ଜଗନ୍ନାଥ ସଂସ୍କୃତି। କିନ୍ତୁ ରାଜ୍ୟ ଶାସନର ମୁଖ୍ୟ ନବୀନ ପଟ୍ଟନାୟକ ଏକଥା ଜାଣନ୍ତି ନାହିଁ।

“ଏଇ ସରକାର ଶିକ୍ଷକମାନଙ୍କର ନ୍ୟାୟଭିତ୍ତିକ ଦାବିପ୍ରତି ସମ୍ବେଦନଶୀଳତା ପରିହାର କରି ରାଜରାସ୍ତାରେ ବିକ୍ଷୋଭକାରୀ ଶିକ୍ଷକଙ୍କୁ ଲାଠି ମାଡ଼ରେ ଜବାବ ଦେଲେ। ସେହିଭଳି ସମ୍ପ୍ରତି ଶହ ଶହ ମାଇଲ ଅତିକ୍ରମ କରି ରାଜଧାନୀକୁ ଆସୁଥିବା ନବନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀଙ୍କୁ ଜାତୀୟ ରାଜପଥ ଦେଇ ରାଜଧାନୀର ପ୍ରବେଶ ପଥକୁ ନିଷେଧ କରି ରାଜପଥରେ ୧୪୪ ଧାରା ଜାରି କରିଛନ୍ତି। ଏପରି ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। କେବଳ ଏଠାରେ ହିଁ ଘଟୁଛି।

“ଶହ ଶହ କୋଟି ଟଙ୍କା ବ୍ୟୟରେ କେବଳ ପରିସଂଖ୍ୟାନର ଯାଦୁ, ସୋଶାଲ ମିଡିଆରେ ମନଲୋଭା ପ୍ରଚାର କରି ଅସତ୍ୟ ତଥ୍ୟକୁ ସତ୍ୟ ଭାବେ ପ୍ରତିପାଦିତ କରି ବିଜ୍ଞାପନ ପ୍ରଚାରରେ ସରକାର ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଚାଷ ଜମିକୁ ପାଣି ଦେବା ଆଳରେ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଥିବାବେଳେ ଦିନକୁ ଦିନ ଜଳସେଚିତ ଜମିର ପରିମାଣ କମିବାରେ ଲାଗିଛି। ଅଥଚ ପ୍ରତିବର୍ଷ ୨୫% ଜଳସେଚନ ବୃଦ୍ଧି କରୁଛନ୍ତି ବୋଲି ସରକାର ଘୋଷଣା କରୁଛନ୍ତି।

“ଏବେ ରାଜ୍ୟରେ ଶିକ୍ଷିତ, ଉଚ୍ଚଶିକ୍ଷିତ, ବେକାର ଯୁବକଯୁବତୀଙ୍କ ସଂଖ୍ୟା ୬୦ଲକ୍ଷରୁ ଅଧିକ। ସେମାନଙ୍କର ନିଯୁକ୍ତି ନାହିଁ। ବିଜୁ ଯୁବ ବାହିନୀ, ‘ମୁଁ ହିରୋ ମୁଁ ଓଡ଼ିଶା’ ଭଳି ଅବାସ୍ତବ ଯୋଜନାରେ ସେମାନଙ୍କୁ ଖତମ କରି ଦିଆଯାଉଛି। ଅବକାରୀ ରାଜସ୍ୱ ବୃଦ୍ଧି ବାହାନାରେ ସାରା ରାଜ୍ୟରେ ମଦର ସମ୍ପ୍ରସାରଣ କରାଯାଉଛି। ୨୦୦୦ ମସିହାରେ ରାଜ୍ୟରେ ଅବକାରୀ ରାଜସ୍ୱ ୧୩୫କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ଏହା ୩ହଜାର ୩ଶହ କୋଟିରେ ପହଞ୍ଚିଛି। ଏଭଳି ଅବାସ୍ତବ, ଅସତ୍ୟ, ପ୍ରଚାରସର୍ବସ୍ୱ ରାଜ୍ୟ ସରକାର ସବୁ ବର୍ଗର ସଂଗଠିତ, ଅଣସଂଗଠିତ ସଂଗଠନର ପଥରୋଧ ଓ କଣ୍ଠରୋଧ କରୁଛନ୍ତି। ତା’ର ନଗ୍ନ ଉଦାହରଣ ହେଉଛି ଆଜିର ନବନିର୍ମାଣ କୃଷକ ସଂଗଠନର ପଥରୋଧ ଓ କଣ୍ଠରୋଧ। ଏଥିପ୍ରତି ରାଜ୍ୟରେ ଜନଜାଗରଣ ଜରୁରୀ ହୋଇପଡ଼ିଛି।”

ସେହି ଦୃଷ୍ଟିରୁ ଯେଉଁ ପ୍ରୟାସ ହୋଇଛି ସେଥିପାଇଁ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଉଛନ୍ତି ବୋଲି ଡାକ୍ତର ରାଉତ ତାଙ୍କ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

The post ଗଣମାଧ୍ୟମ ଓ ଗଣ ସଂଗଠନର କଣ୍ଠରୋଧ କରି ନବୀନ ପଟ୍ଟନାୟକ ସରକାର ନିଜର ସମାଧି ଖୋଳୁଛି : ଡାକ୍ତର ରାଉତ appeared first on Odisha Reporter.

]]>
left bottom 2018-11-05 18:59:42 https://odishareporter.in/wp-content/uploads/2018/09/dr-damodar-rout-questions-his-expulsion-from-bjd-and-his-seat-change-decision.jpg
ବିୟର ଫ୍ୟାକ୍ଟ୍ରି ଶିଳାନ୍ୟାସ କରି ଫେରୁଥିବା ବେଳେ ଜିଲ୍ଲାପାଳଙ୍କୁ ଅଟକାଇଲେ ଗାଁ ଲୋକେ https://odishareporter.in/odisha/local-people-angry-over-proposed-beer-factory-vent-their-ire-against-the-district-collector-296690 Sat, 03 Nov 2018 11:58:53 +0000 https://odishareporter.in/?p=296690

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲାରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବିରୋଧ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଜିଲ୍ଲାପାଳ ଭିତ୍ତିପ୍ରସ୍ତର ସ୍ଥାପନ କରି ଫେରୁଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ବିଜେଡି ସରକାର ହାଏ ହାଏ ନାରା ଦେବା ସହିତ ଜିଲ୍ଲାପାଳଙ୍କ ଗାଡ଼ିକୁ ଅଟକାଇଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସଦର ଥାନା ବଳରାମପୁର ଗାଁ ନିକଟସ୍ଥ ଜଙ୍ଗଲ ପାର୍ଶ୍ୱରେ ବିୟର ଫ୍ୟାକ୍ଟ୍ରି ହେବ। ଏହାର ଶିଳାନ୍ୟାସ କରିବା ପାଇଁ […]

The post ବିୟର ଫ୍ୟାକ୍ଟ୍ରି ଶିଳାନ୍ୟାସ କରି ଫେରୁଥିବା ବେଳେ ଜିଲ୍ଲାପାଳଙ୍କୁ ଅଟକାଇଲେ ଗାଁ ଲୋକେ appeared first on Odisha Reporter.

]]>

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲାରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବିରୋଧ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଜିଲ୍ଲାପାଳ ଭିତ୍ତିପ୍ରସ୍ତର ସ୍ଥାପନ କରି ଫେରୁଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ବିଜେଡି ସରକାର ହାଏ ହାଏ ନାରା ଦେବା ସହିତ ଜିଲ୍ଲାପାଳଙ୍କ ଗାଡ଼ିକୁ ଅଟକାଇଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସଦର ଥାନା ବଳରାମପୁର ଗାଁ ନିକଟସ୍ଥ ଜଙ୍ଗଲ ପାର୍ଶ୍ୱରେ ବିୟର ଫ୍ୟାକ୍ଟ୍ରି ହେବ। ଏହାର ଶିଳାନ୍ୟାସ କରିବା ପାଇଁ ଆଜି ଜିଲ୍ଲାପାଳ ଯାଇଥିଲେ। ଶିଳାନ୍ୟାସ ପରେ ଫେରୁଥିବା ବେଳେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାକୁ ନେଇ ପୁଲିସ ଓ ଗାଁ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଗାଁ ଲୋକଙ୍କ ଅଭିଯୋଗ, ଯେଉଁ ସ୍ଥାନରେ ବିୟର ଫ୍ୟାକ୍ଟ୍ରି ହେବ ତାହା ଜଙ୍ଗଲ ଜମି। ଏହି ଜମିକୁ ଗାଁ ଲୋକେ ଦୀର୍ଘ ଦିନରୁ ଜଗି ଆସୁଛନ୍ତି। ଏହି ଜମିରେ ବିୟର ଫ୍ୟାକ୍ଟ୍ରି ହେଲେ ଜଙ୍ଗଲ ନଷ୍ଟ ହେବା ସହିତ ହାତୀ ଉପଦ୍ରବ ବଢ଼ିବ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

ମହିଳା ନେତ୍ରୀ ବବିତା ପାତ୍ର କହିଛନ୍ତି-“ମଦକୁ ବିରୋଧ କରି ୧୦ ବର୍ଷ ହେଲା ଆନ୍ଦୋଳନ କରିଆସୁଛୁ। ଯେଉଁମାନେ ମଦ ପିଉଛନ୍ତି ତାଙ୍କୁ ବାଡ଼ଉଛୁ ଓ ଯେଉଁମାନେ ବିକ୍ରି କରୁଛନ୍ତି, ସେମାନଙ୍କୁ ମଧ୍ୟ ମାଡ଼ ମାରୁଛୁ। ଏପରି ସ୍ଥଳେ ଏଠି ବିୟର ଫ୍ୟାକ୍ଟ୍ରି କାହିଁକି କରାଯାଉଛି? ଆମେ ଏହି ଜଙ୍ଗଲ ଜମିରେ ବିୟର ଫ୍ୟାକ୍ଟ୍ରି କରାଇଦେବୁନି। ଯିଏ ଏଠାକୁ ଆସିବ, ସେମାନଙ୍କୁ ମାରିବୁ ଓ ମରିବୁ। ଏହା ବିରୋଧରେ ୧୨ ଖଣ୍ଡ ଗାଁର ମହିଳା ଏକାଠି ହୋଇଛୁ। ଏଠାରେ ବିୟର ଫ୍ୟାକ୍ଟ୍ରି ହେଲେ, ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବୁ।”

The post ବିୟର ଫ୍ୟାକ୍ଟ୍ରି ଶିଳାନ୍ୟାସ କରି ଫେରୁଥିବା ବେଳେ ଜିଲ୍ଲାପାଳଙ୍କୁ ଅଟକାଇଲେ ଗାଁ ଲୋକେ appeared first on Odisha Reporter.

]]>
centre top 2018-11-03 17:28:53 https://odishareporter.in/wp-content/uploads/2018/11/dkl.jpg
ଚାଷୀଙ୍କୁ ରାତିରେ ଭେଟିଲେ, ଆନ୍ଦୋଳନକୁ ସମର୍ଥନ ଜଣାଇଲେ ନିରଞ୍ଜନ https://odishareporter.in/odisha/pcc-chief-spends-night-with-agitating-farmers-to-extend-support-296618 Sat, 03 Nov 2018 11:39:08 +0000 https://odishareporter.in/?p=296618

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆନ୍ଦୋଳନ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଗତକାଲି(ଶୁକ୍ରବାର) ରାତିରେ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଜଣାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେମାନଙ୍କ ସହ ପଦଯାତ୍ରାରେ ସାମିଲ ହୋଇ ସେମାନଙ୍କ ସହ ରାତି ବିତାଇଛନ୍ତି। ଯାହାକୁ ନିରଞ୍ଜନ ନିଜେ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଭୁବନେଶ୍ୱରରେ ନଭେମ୍ବର […]

The post ଚାଷୀଙ୍କୁ ରାତିରେ ଭେଟିଲେ, ଆନ୍ଦୋଳନକୁ ସମର୍ଥନ ଜଣାଇଲେ ନିରଞ୍ଜନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆନ୍ଦୋଳନ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

ଗତକାଲି(ଶୁକ୍ରବାର) ରାତିରେ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଜଣାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେମାନଙ୍କ ସହ ପଦଯାତ୍ରାରେ ସାମିଲ ହୋଇ ସେମାନଙ୍କ ସହ ରାତି ବିତାଇଛନ୍ତି। ଯାହାକୁ ନିରଞ୍ଜନ ନିଜେ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଭୁବନେଶ୍ୱରରେ ନଭେମ୍ବର ୫ ତାରିଖରେ ପ୍ରସ୍ତାବିତ ବିଶାଳ ଚାଷୀ ସମାବେଶରେ ସାମିଲ ହେବ ପାଇଁ ପଦଯାତ୍ରାରେ ଯାଜପୁରରୁ ଭୁବନେଶ୍ୱର ଆସୁଥିବା ଚାଷୀଙ୍କୁ କଟକ ନିକଟରେ ଭେଟି ନିରଞ୍ଜନ ନିଜର ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନରତ ଚାଷୀଙ୍କ ମନ ଜିଣିବା ପାଇଁ ନିରଞ୍ଜନ ମଧ୍ୟ ସେମାନଙ୍କ ସହ ରାତି ବିତାଇ ବିିଭିନ୍ନ ପ୍ରସଙ୍ଗରେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କ ସଙ୍ଗେ ଆଲୋଚନା କରିଥିବା ଜଣାପଡ଼ିଛି। ନିରଞ୍ଜନଙ୍କ ସହ କଟକ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ ଓ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।

ଚାଷୀ ଆନ୍ଦୋଳନକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟକରେ ସମର୍ଥନ ଜଣାଇଥିବା ବେଳେ ପୂର୍ବରୁ ଯାଜପୁରରୁ ବାହାରିଥିବା ଚାଷୀଙ୍କ ଏହି ପଦଯାତ୍ରାକୁ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ସମର୍ଥନ ଦିଆଯାଇଥିଲା। ଓଡ଼ିଶାରେ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ତାଙ୍କ ଦଳ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ ବୋଲି ଘୋଷଣା କରିସାରିଛନ୍ତି।

ନବ ନିର୍ମାଣ କୃଷକ ସଂଗଠନର ବ୍ୟାନରରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଏହାର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲା। ସୌମ୍ୟଙ୍କୁ ରାତାରାତି ରାଜ୍ୟସଭା ସାଂସଦ ପ୍ରାର୍ଥୀ କରାଇବା ପରେ ଚାଷୀଙ୍କ ପାଇଁ ଚାଲିଥିବା ଆନ୍ଦୋଳନ ବାଟବଣା ହେବାର ଆଶଙ୍କା ରହିଥିଲା। କିନ୍ତୁ କିଛିଦିନର ନିରବତା ପରେ ଚାଷୀମାନେ ପୁଣିଥରେ ସଂଗଠିତ ହୋଇ ନବନିର୍ମାଣ କୃଷକ ସଂଗଠନର ବ୍ୟାନରରେ ନଭେମ୍ବର ୫ତାରିଖରେ ଭୁବନେଶ୍ୱରରେ ବିଶାଳ ସମାବେଶର ଆୟୋଜନ କରିବାକୁ ଯାଉଛନ୍ତି।

ସୌମ୍ୟ ଏବେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଥିବାବେଳେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଉଥିବା ତାଙ୍କ ଦ୍ୱାରା ସମ୍ପାଦିତ ଖବରକାଗଜ ଏବେ ଉକ୍ତ ପ୍ରସଙ୍ଗକୁ ଗୌଣ କରିଦେଇଛି। ସୌମ୍ୟ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ନିଜ ଦଳର ସରକାର ଉପରେ ଚାପ ପକାଇବାକୁ ଉଦ୍ୟମ କରିନାହାନ୍ତି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡିର ସମ୍ପୂର୍ଣ୍ଣ ନିରବତା ମଧ୍ୟରେ ସୌମ୍ୟଙ୍କ ଭାଇ ନିରଞ୍ଜନ କଂଗ୍ରେସ ରାଜ୍ୟ ସଭାପତି ଭାବେ ଚାଷୀଙ୍କୁ ସମର୍ଥନ ଜଣାଇ ବାଜି ମାରିବାକୁ ଉଦ୍ୟମ କରିଛନ୍ତି। ଚାଷୀଙ୍କ ପ୍ରାଇସ,ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ଯଥାର୍ଥ ବୋଲି ନିରଞ୍ଜନ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇନି।

ଆଗାମୀ ନିର୍ବାଚନରେ ଚାଷୀଙ୍କ ଭୋଟକୁ କରାଯତ୍ତ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଜୋରଦାର ପ୍ରୟାସ କରୁଛନ୍ତି। ଏପଟେ ଚାଷୀ ସମାବେଶକୁ ଭଣ୍ଡୁର କରିବା ପାଇଁ ଶାସକ ବିଜେଡି ପକ୍ଷରୁ ପୁଲିସ ମାଧ୍ୟମରେ ବଳପ୍ରୟୋଗ କାର୍ଯ୍ୟ ଜାରି ରହିଛି। ତେବେ ଏସବୁ ଭିତରେ ୫ତାରିଖର ଚାଷୀ ସମାବେଶ ପରେ ଏହି ଚାଷୀମାନେ ବାସ୍ତବରେ ଆଗାମୀ ନିର୍ବାଚନରେ କେଉଁ ଦଳ ପ୍ରତି ନିଜର ସମର୍ଥନ ଜଣାଇବେ, ତାହା ଜଣାପଡ଼ିବ।

The post ଚାଷୀଙ୍କୁ ରାତିରେ ଭେଟିଲେ, ଆନ୍ଦୋଳନକୁ ସମର୍ଥନ ଜଣାଇଲେ ନିରଞ୍ଜନ appeared first on Odisha Reporter.

]]>
left top 2018-11-03 17:09:08 https://odishareporter.in/wp-content/uploads/2018/11/NIRANJAN-IN-FARMERS-CAMP.jpg
କ୍ୟାବିନେଟରେ ୭ ପ୍ରସ୍ତାବକୁ ମଞ୍ଜୁରୀ: ଟିଡିସିସିର ୩୬କୋଟି ଟଙ୍କାର ଋଣ ପରିଶୋଧ କରିବେ ସରକାର https://odishareporter.in/odisha/odisha-cabinet-nod-to-proposal-to-repay-36-crore-loan-pendng-on-tdcc-296333 Fri, 02 Nov 2018 14:44:10 +0000 https://odishareporter.in/?p=296333

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ( ଟିଡିସିସି)ର ବକେୟା ଥିବା ୩୬.୩୯ କୋଟି ଟଙ୍କାର ଋଣକୁ ରାଜ୍ୟ ସରକାର ପରିଶୋଧ କରିବେ। ଜନଜାତି ବର୍ଗର ଲୋକଙ୍କ ବନ୍ୟଜାତ ଓ କୃଷିଜାତ ଦ୍ରବ୍ୟର ବିକ୍ରିକୁ ସୁଗମ କରିବା ନିମନ୍ତେ ଟିିଡିସିସିକୁ ସୁଦୃଢ଼ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଟିଡିସିସିର ବକେୟା ୩୬.୩୯କୋଟି ଟଙ୍କାକୁ ପରିଶୋଧ ପ୍ରସ୍ତାବ ସମେତ ମୋଟ ୭ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ […]

The post କ୍ୟାବିନେଟରେ ୭ ପ୍ରସ୍ତାବକୁ ମଞ୍ଜୁରୀ: ଟିଡିସିସିର ୩୬କୋଟି ଟଙ୍କାର ଋଣ ପରିଶୋଧ କରିବେ ସରକାର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ( ଟିଡିସିସି)ର ବକେୟା ଥିବା ୩୬.୩୯ କୋଟି ଟଙ୍କାର ଋଣକୁ ରାଜ୍ୟ ସରକାର ପରିଶୋଧ କରିବେ। ଜନଜାତି ବର୍ଗର ଲୋକଙ୍କ ବନ୍ୟଜାତ ଓ କୃଷିଜାତ ଦ୍ରବ୍ୟର ବିକ୍ରିକୁ ସୁଗମ କରିବା ନିମନ୍ତେ ଟିିଡିସିସିକୁ ସୁଦୃଢ଼ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଟିଡିସିସିର ବକେୟା ୩୬.୩୯କୋଟି ଟଙ୍କାକୁ ପରିଶୋଧ ପ୍ରସ୍ତାବ ସମେତ ମୋଟ ୭ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତେବେ ଏଥିରେ ଅଧିକାଂଶ ପ୍ରସ୍ତାବ ଚାକିରି ସର୍ତ୍ତାବଳୀ ଓ କ୍ୟାଡର ପୁର୍ନଗଠନ ସହ ଜଡ଼ିତ। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ କ୍ୟାବିନେଟରେ ଆଜି ମୋଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଓଡ଼ିଶା ଉଦ୍ୟାନ କୃଷି ସେବା(ନବନିଯୁକ୍ତ ପଦ୍ଧତି ଓ ସେବା ସର୍ତ୍ତ) ସଂଶୋଧନ ନିୟମ-୨୦୧୮କୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।

କୃଷି ଉପଦର୍ଶକ ଓ ପ୍ରଦର୍ଶନ ସହାୟକ ପଦବୀ ପାଇଁ ଉଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନକୁ କୋହଳ କରାଯାଇଛି। ଏଥିପାଇଁ ନିୟମରେ ଥିବା ଧାରା-୨(ଗ)କୁ ଅପସାରଣ କରାଯାଇଛି।ସେହିପରି ଓଡ଼ିଶା ମତ୍ସ୍ୟ ସେବା ନିଯୁକ୍ତି ସର୍ତ୍ତାବଳୀ ସଂଶୋଧନ, ଜିଓଲୋଜି କ୍ୟାଡରର ପୁର୍ନଗଠନ, ଓଡ଼ିଶା ମଙ୍ଗଳସେବା ଓ ଓଡ଼ିଶା ଅଧସ୍ତନ ମଙ୍ଗଳ ସେବାର ପୁନର୍ଗଠନ, ଭୂତତ୍ତ୍ୱବିତ୍ ସେବା କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

The post କ୍ୟାବିନେଟରେ ୭ ପ୍ରସ୍ତାବକୁ ମଞ୍ଜୁରୀ: ଟିଡିସିସିର ୩୬କୋଟି ଟଙ୍କାର ଋଣ ପରିଶୋଧ କରିବେ ସରକାର appeared first on Odisha Reporter.

]]>
centre bottom 2018-11-02 20:14:10 https://odishareporter.in/wp-content/uploads/2017/08/secretariat.jpg
ଆସନ୍ତାକାଲିର ସାଧାରଣ ପରିଷଦ ବୈଠକରେ ନିର୍ଦ୍ଧାରିତ ହେବ ଓକିଲ ଆନ୍ଦୋଳନର ଭାଗ୍ୟ https://odishareporter.in/odisha/general-body-meeting-of-high-court-bar-association-on-friday-will-take-a-final-view-on-lawyers-agitation-295842 Thu, 01 Nov 2018 13:22:13 +0000 https://odishareporter.in/?p=295842

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇମାସରୁ ଅଧିକ ଦିନ ଧରି ଚାଲିଥିବା ଓକିଲ ଆନ୍ଦୋଳନର ଭାଗ୍ୟ ଆସନ୍ତାକାଲି ଓଡ଼ିଶା ହାଇକୋର୍ଟ ବାର ଆସୋସିଏନର ସାଧାରଣ ପରିଷଦ ବୈଠକ ନିର୍ଣ୍ଣୟ କରିବ। ତେଣୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ହାଇକୋର୍ଟ ବାର ଆସୋସିଏନର ସଭାପତି ଶ୍ରୀକାନ୍ତ କୁମାର ନାୟକ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଓକିଲ ଆନ୍ଦୋଳନରୁ ଗୋଟିଏ ଗୋଷ୍ଠୀ ଓହରିଯିବା ଓ ହାଇକୋର୍ଟ ପରିସରରେ ଯେଉଁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି […]

The post ଆସନ୍ତାକାଲିର ସାଧାରଣ ପରିଷଦ ବୈଠକରେ ନିର୍ଦ୍ଧାରିତ ହେବ ଓକିଲ ଆନ୍ଦୋଳନର ଭାଗ୍ୟ appeared first on Odisha Reporter.

]]>

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇମାସରୁ ଅଧିକ ଦିନ ଧରି ଚାଲିଥିବା ଓକିଲ ଆନ୍ଦୋଳନର ଭାଗ୍ୟ ଆସନ୍ତାକାଲି ଓଡ଼ିଶା ହାଇକୋର୍ଟ ବାର ଆସୋସିଏନର ସାଧାରଣ ପରିଷଦ ବୈଠକ ନିର୍ଣ୍ଣୟ କରିବ। ତେଣୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।

ହାଇକୋର୍ଟ ବାର ଆସୋସିଏନର ସଭାପତି ଶ୍ରୀକାନ୍ତ କୁମାର ନାୟକ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଓକିଲ ଆନ୍ଦୋଳନରୁ ଗୋଟିଏ ଗୋଷ୍ଠୀ ଓହରିଯିବା ଓ ହାଇକୋର୍ଟ ପରିସରରେ ଯେଉଁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଲା ତାହା ଉପରେ ଆଲୋଚନା ପାଇଁ ଆଜି ହାଇକୋର୍ଟ ବାର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟର ୭୫ଟି ବାରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ବୈଠକରେ ବହୁ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଆସନ୍ତାକାଲି ଏସବୁ ପ୍ରସଙ୍ଗକୁ ସାଧାରଣ ପରିଷଦ ବୈଠକରେ ଉପସ୍ଥାପନ କରାଯିବ। ସେଠାରେ ଯାହା ନିଷ୍ପତ୍ତି ହେବ ତାକୁ ସମସ୍ତ ବାର ଗ୍ରହଣ କରିବେ ବୋଲି ମତ ଦେଇଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। ଓକିଲଙ୍କ ଆନ୍ଦୋଳନକୁ ବିଜେପି ଓ କଂଗ୍ରେସ ଉସକାଉଛି ବୋଲି ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟ ଦେଇଥିବା ବୟାନ ଉପରେ ଶ୍ରୀ ନାୟକ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ବିଜେଡି ଆଇନ ସାମ୍ମୁଖ୍ୟର ୪ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରିନି। ଏହି ପ୍ରସଙ୍ଗରେ ହାଇକୋର୍ଟ ବାର ଆସୋସିଏସନ ଯାହା ନିଷ୍ପତ୍ତି ନେବ ସେଥିରେ ଅନ୍ୟ ବାରଗୁଡ଼ିକ ସହମତ ହେବେ ବୋଲି ଶ୍ରୀ ନାୟକ କହିଥିଲେ। ଆସନ୍ତାକାଲି ଅପରାହ୍ନ ୨ଟାରେ ସାଧାରଣ ପରିଷଦ ବୈଠକ ବସିବ।

ଏତେଦିନ ପରେ ମୁହଁ ଖୋଲିଲେ ନରସିଂହ

ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଶେଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁହଁ ଖୋଲିଛନ୍ତି। ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ନ୍ୟାୟ ପାଇବା ହେଉଛି ନାଗରିକଙ୍କ ମୌଳିକ ଅଧିକାର ଓ ଏହାକୁ ସୁରକ୍ଷା ଦେବା ହେଉଛି ସରକାରଙ୍କ କର୍ତ୍ତବ୍ୟ। କିନ୍ତୁ ସରକାର ଏଥିପ୍ରତି ଆନ୍ତରିକତା ଦେଖାଉନାହାନ୍ତି। ସରକାରଙ୍କ ମନୋଭାବକୁ ସେ ନିନ୍ଦା କରିବା ସହ ଆଇନଜୀବୀମାନେ ଏତେ ଜିଦ ଧରିବା ଉଚିତ୍ ନୁହେଁ ବୋଲି କହିଛନ୍ତି। ଯଦି ଓକିଲମାନଙ୍କ ଦାବି ଯଥାର୍ଥ ତା’ହେଲେ ସେମାନେ ତାଙ୍କ ବିଦ୍ୟାବୁଦ୍ଧି ଲଗାଇ ଆଇନର ଆଶ୍ରୟ ନେଇ ତାଙ୍କ ଦାବି ହାସଲ କରିବା ଉଚିତ୍। ସରକାର ବି ଏହି ବିବାଦରେ ତୁରନ୍ତ ହସ୍ତକ୍ଷେପ କରି ଲୋକମାନେ କିପରି ନ୍ୟାୟ ପାଇବେ ତାହା ଦେଖିବା ଉଚିତ୍ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ ନାୟକ କ’ଣ କହୁଛନ୍ତି ଶୁଣନ୍ତୁ

 

The post ଆସନ୍ତାକାଲିର ସାଧାରଣ ପରିଷଦ ବୈଠକରେ ନିର୍ଦ୍ଧାରିତ ହେବ ଓକିଲ ଆନ୍ଦୋଳନର ଭାଗ୍ୟ appeared first on Odisha Reporter.

]]>
centre top 2018-11-01 19:09:34 https://odishareporter.in/wp-content/uploads/2015/05/highcourt.jpg
ବିଶ୍ୱାସରେ ବିଷ ଦେଇଦେଲା ବନ୍ଧୁ: ସାହାଯ୍ୟ କରିବାକୁ କହି ଦୁଷ୍କର୍ମ କଲା https://odishareporter.in/odisha/police-rescue-woman-allegedly-waylaid-and-raped-in-phulbani-295843 Thu, 01 Nov 2018 13:18:36 +0000 https://odishareporter.in/?p=295843

ଫୁଲବାଣୀ (ତ୍ରିନାଥ ସାହୁ): ଚିହ୍ନା ଲୋକ ବୋଲି ଭାବି ସାଥୀରେ ଯାଇଥିଲେ। ମାତ୍ର ଜାଣିନଥିଲେ ଯାହା ସହିତ ଯାଇଥିଲେ ସେ ଲମ୍ପଟ ସାଜିବ। ବିଶ୍ୱାସରେ ବିଷ ଦେଇ ମଦ ନିଶାରେ ଚୁର୍‌ ହୋଇ ସମ୍ପୃକ୍ତ ଯୌନ ପିପାଷୁ ବ୍ୟକ୍ତି, ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ କରିବ। ଆଉ ଶେଷରେ ତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଯିବ। ଆଜି ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଫୁଲବାଣୀ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳରେ। ମହିଳାଙ୍କୁ ଏବେ ସଙ୍କଟାପନ୍ନ […]

The post ବିଶ୍ୱାସରେ ବିଷ ଦେଇଦେଲା ବନ୍ଧୁ: ସାହାଯ୍ୟ କରିବାକୁ କହି ଦୁଷ୍କର୍ମ କଲା appeared first on Odisha Reporter.

]]>

ଫୁଲବାଣୀ (ତ୍ରିନାଥ ସାହୁ): ଚିହ୍ନା ଲୋକ ବୋଲି ଭାବି ସାଥୀରେ ଯାଇଥିଲେ। ମାତ୍ର ଜାଣିନଥିଲେ ଯାହା ସହିତ ଯାଇଥିଲେ ସେ ଲମ୍ପଟ ସାଜିବ। ବିଶ୍ୱାସରେ ବିଷ ଦେଇ ମଦ ନିଶାରେ ଚୁର୍‌ ହୋଇ ସମ୍ପୃକ୍ତ ଯୌନ ପିପାଷୁ ବ୍ୟକ୍ତି, ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ କରିବ। ଆଉ ଶେଷରେ ତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଯିବ। ଆଜି ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଫୁଲବାଣୀ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳରେ। ମହିଳାଙ୍କୁ ଏବେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ପୂରା ଘଟଣା ଏମିତି। ଆଜି ସକାଳେ ଚକାପାଦ ଥାନା ଅଞ୍ଚଳର ଜଣେ ମହିଳା ଫୁଲବାଣୀ ଅଭିମୁଖେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଜଣେ ପରିଚିତ ବ୍ୟକ୍ତିଙ୍କ ସହିତ ୪ ଜଣ ଯୁବକ ଆସି ବାଇକ୍‌ରେ ଯିବାକୁ ମହିଳାଙ୍କୁ କହିଥିଲେ। ପରିଚିତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ମହିଳା ଜଣକ ସେମାନଙ୍କ ସାଥୀରେ ଯାଇଥିଲେ। କିନ୍ତୁ ଜାଣିପାରି ନଥିଲେ ସେମାନଙ୍କ ଫନ୍ଦି। କିଛି ବାଟ ଗଲା ପରେ ସେମାନେ ଟିକାବାଲିଠାରେ ଅଟକିଥିଲେ। ଏପରିକି ସେଠାରେ ମଦ ମଧ୍ୟ ପିଇଥିଲେ। ମଦ ପିଇବା ଦେଖି ଘରକୁ ଫେରିବା ପାଇଁ ମହିଳା ଜଣକ ସେମାନଙ୍କୁ ଅନୁରୋଧ କରିଥିଲେ। ତା’ପରେ ସେମାନେ ଘରକୁ ଫେରିଥିଲେ।

କିଛି ବାଟ ଗଲା ପରେ ୪ ଯୁବକ ମହିଳାଙ୍କ ଆଖିରେ କଳାପଟି ଓ ହାତଗୋଡ଼କୁ ଦୌଡ଼ିରେ ବାନ୍ଧି ଦେଇଥିଲେ। ତା’ପରେ ମହିଳାଙ୍କୁ ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ୪ ଜଣଙ୍କ ଭିତରେ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ମହିଳା ଜଣକ ସଂଜ୍ଞା ହରାଇବାରୁ ଯୁବକମାନେ ତାଙ୍କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ। ଗଲାବେଳେ ମହିଳାଙ୍କ ପାଖରେ ଥିବା ୭୦୦୦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।

ଚେତା ଫେରିବା ପରେ ମହିଳା ଜଣକ ଏକ ପରିତ୍ୟକ୍ତ ଘରେ ପଡ଼ିଥିବା ଜାଣି ପାରିଥିଲେ। ଏହାପରେ ସେ ଲୋକଲଜ୍ଜା ଭୟରେ ଏକ ପଥରରେ ମୁଣ୍ଡ ପିଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ତାଙ୍କୁ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ମହିଳାଙ୍କ ବୟାନ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏ ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ।

The post ବିଶ୍ୱାସରେ ବିଷ ଦେଇଦେଲା ବନ୍ଧୁ: ସାହାଯ୍ୟ କରିବାକୁ କହି ଦୁଷ୍କର୍ମ କଲା appeared first on Odisha Reporter.

]]>
centre top 2018-11-01 18:50:21 https://odishareporter.in/wp-content/uploads/2018/11/phulbani-rape.jpg
କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ପୂର୍ବରୁ ତିତଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣା https://odishareporter.in/odisha/odisha-govt-announces-compensation-package-for-titli-affected-people-a-day-ahead-of-central-teams-visit-295506 Wed, 31 Oct 2018 15:48:47 +0000 https://odishareporter.in/?p=295506

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ ଜନିତ କ୍ଷୟକ୍ଷତିର ୧୮ଦିନ ପରେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ସେପଟେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ଚାଷୀଙ୍କ ପାଇଁ ଇନପୁଟ ସବସିଡି ସହ ୨୦୧୮ ଖରିଫର ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀକୁ ପରିବର୍ତ୍ତନ, ଚଳିତବର୍ଷ ଫସଲ ଋଣ ଶୁଝିବା ଅବଧିକୁ ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି, ଖଜଣା ଓ ଜଳକର […]

The post କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ପୂର୍ବରୁ ତିତଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣା appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ ଜନିତ କ୍ଷୟକ୍ଷତିର ୧୮ଦିନ ପରେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ସେପଟେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି।

ଚାଷୀଙ୍କ ପାଇଁ ଇନପୁଟ ସବସିଡି ସହ ୨୦୧୮ ଖରିଫର ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀକୁ ପରିବର୍ତ୍ତନ, ଚଳିତବର୍ଷ ଫସଲ ଋଣ ଶୁଝିବା ଅବଧିକୁ ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି, ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ ଆଦି ଘୋଷଣା ହୋଇଛି। ତେବେ ଏସବୁ ସହାୟତା ପାଇବା ପାଇଁ ଅତିକମରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଜରୁରୀ। ଏହାବ୍ୟତୀତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମସ୍ତ ଦେୟ ଓ ପରୀକ୍ଷା ଫି ଛାଡ଼ ସହ ପ୍ରାଥମିକ ସ୍କୁଲର ପିଲାମାନଙ୍କୁ ମାଗଣାରେ ଅତିରିକ୍ତ ଦୁଇହଳ ସ୍କୁଲ ୟୁନିଫର୍ମ ଓ ପାଠ୍ୟପୁସ୍ତକ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି କ୍ଷତିପୂରଣ ପ୍ୟାକେଜ୍ ଘୋଷଣା ହୋଇଛି।

୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଅଣ ଜଳସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା ୬୮୦୦ଟଙ୍କା ଓ ଜଳସେଚିିତ ଜମି ପାଇଁ ୧୩,୫୦୦ ଟଙ୍କା, ସବୁଦିନିଆ ଫସଲ କ୍ଷେତ୍ରରେ ହେକ୍ଟର ପିଛା ୧୮ହଜାର ଟଙ୍କାର ଇନପୁଟ ସବସିଡି ପ୍ରକୃତ ଚାଷୀଙ୍କୁ ହିଁ ଦିଆଯିବ। ଏସବୁ ଇନପୁଟ ସବସିଡି ସବୁଦିନିଆ ଫସଲ କ୍ଷେତ୍ରରେ ଅତିକମରେ ୨ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ହଜାରେ ଟଙ୍କାରୁ କମ୍ ହେବ ନାହିଁ। ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨ଲକ୍ଷ ସ୍ୱତନ୍ତ୍ର ମିନି କିଟ୍ (୧ଲକ୍ଷ ୨୦ହଜାର ଡାଲି ଜାତୀୟ ଶସ୍ୟବୀଜ, ୩୦ହଜାର ତୈଳବୀଜ,୫୦ହଜାର ପନିପରିବା ମଞ୍ଜି କିଟ୍ )ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଗୁହାଳର ପୁନରୁଦ୍ଧାର ପାଇଁ ୧୦ହଜାର ଚାଷୀଙ୍କୁ ୧.୧୩ଲକ୍ଷ ଟଙ୍କା ଲେଖାଏ , ଛେଳି ଗୁହାଳ ପୁନରୁଦ୍ଧାର ପାଇଁ ୧୦ହଜାର ଚାଷୀଙ୍କୁ ୪୪ହଜାର ଟଙ୍କା ଲେଖାଏ, କୁକୁଡ଼ା ପାଳନ ଫାର୍ମ ପାଇଁ ୨୦ହଜାର ଟଙ୍କା ଲେଖାଏ ସହାୟତା ମିଳିବ।

The post କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ପୂର୍ବରୁ ତିତଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣା appeared first on Odisha Reporter.

]]>
centre top 2018-10-31 21:18:47 https://odishareporter.in/wp-content/uploads/2018/10/12-7.jpg