Interview – Odisha Reporter https://odishareporter.in Thu, 24 Dec 2020 04:09:56 +0000 en-US hourly 1 ପ୍ରକାଶ ମିଶ୍ରଙ୍କ ସହ ସାକ୍ଷାତକାର https://odishareporter.in/video/interview-with-prakash-mishra-604841 Thu, 24 Dec 2020 03:53:35 +0000 https://odishareporter.in/?p=604841

The post ପ୍ରକାଶ ମିଶ୍ରଙ୍କ ସହ ସାକ୍ଷାତକାର appeared first on Odisha Reporter.

]]>

The post ପ୍ରକାଶ ମିଶ୍ରଙ୍କ ସହ ସାକ୍ଷାତକାର appeared first on Odisha Reporter.

]]>
Interview, Odisha police 2020-12-24 09:39:56 https://cdn.odishareporter.in/wp-content/uploads/2020/12/24092325/Interview-with-ardhendu.jpg
ଶାଶ୍ୱତ ଯୋଶୀଙ୍କ ସହ ସାକ୍ଷାତକାର https://odishareporter.in/video/interview-of-saswat-joshi-600259 Thu, 10 Dec 2020 08:34:20 +0000 https://odishareporter.in/?p=600259

The post ଶାଶ୍ୱତ ଯୋଶୀଙ୍କ ସହ ସାକ୍ଷାତକାର appeared first on Odisha Reporter.

]]>

The post ଶାଶ୍ୱତ ଯୋଶୀଙ୍କ ସହ ସାକ୍ଷାତକାର appeared first on Odisha Reporter.

]]>
Interview, Saswat Joshi 2020-12-10 14:04:20 https://cdn.odishareporter.in/wp-content/uploads/2020/12/10140345/Saswat.jpg
ରଥଯାତ୍ରା ବନ୍ଦ ହେଉ କହୁଥିବା ଲୋକେ ଓଡ଼ିଶାର ଶତ୍ରୁ: ଅଫତାବ୍ ହୋସେନ୍‌ https://odishareporter.in/odisha/interview-with-the-muslim-student-who-applied-in-supremecourt-supporting-rathayatra-of-lord-jagannath-541299 Thu, 18 Jun 2020 07:07:09 +0000 https://odishareporter.in/?p=541299

ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି। ପ୍ରଧାନବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ଶୁଣାଣି। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଜନ୍ମରେ ମୁସଲିମ୍ ଅଫତାବ୍‌ ହୋସେନ୍‌। ଜଗନ୍ନାଥ ସଂସ୍କୃତି ପ୍ରତି ସେ କିପରି ଯୋଡ଼ିହେଲେ ଏବଂ ଆଜିର ଆବେଦନରେ କ’ଣ ଦାବି ରଖିଛନ୍ତି। ଏମିତି କିଛି ପ୍ରଶ୍ନକୁ ନେଇ ‘ଓଡ଼ିଶା ରିପୋର୍ଟର’ର ସାକ୍ଷାତକାର। ଓଡ଼ିଶା ରିପୋର୍ଟର- ଆମେ ଜାଣିବାକୁ ପାଇଲୁ ଆପଣ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିରେ କ’ଣ ଦାବି ରହିଛି ଏବଂ କେବେଠାରୁ […]

The post ରଥଯାତ୍ରା ବନ୍ଦ ହେଉ କହୁଥିବା ଲୋକେ ଓଡ଼ିଶାର ଶତ୍ରୁ: ଅଫତାବ୍ ହୋସେନ୍‌ appeared first on Odisha Reporter.

]]>

ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି। ପ୍ରଧାନବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ଶୁଣାଣି। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଜନ୍ମରେ ମୁସଲିମ୍ ଅଫତାବ୍‌ ହୋସେନ୍‌। ଜଗନ୍ନାଥ ସଂସ୍କୃତି ପ୍ରତି ସେ କିପରି ଯୋଡ଼ିହେଲେ ଏବଂ ଆଜିର ଆବେଦନରେ କ’ଣ ଦାବି ରଖିଛନ୍ତି। ଏମିତି କିଛି ପ୍ରଶ୍ନକୁ ନେଇ ‘ଓଡ଼ିଶା ରିପୋର୍ଟର’ର ସାକ୍ଷାତକାର।

ଓଡ଼ିଶା ରିପୋର୍ଟର- ଆମେ ଜାଣିବାକୁ ପାଇଲୁ ଆପଣ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିରେ କ’ଣ ଦାବି ରହିଛି ଏବଂ କେବେଠାରୁ ଆବେଦନ ହେଲାଣି?
ଅଫତାବ୍- ମୁଁ ପ୍ରଥମେ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନମସ୍କାର କରୁଛି। ମୁଁ କେବେ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇନଥିଲି। ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବାର କାରଣ ଅଛି। ଯେତେବେଳେ କିଛି ବ୍ୟକ୍ତି ବା ମହୋଦୟ ବା ତାଙ୍କ ଅନୁଷ୍ଠାନ ସାମ୍ପ୍ରତିକ କରୋନା ସମୟରେ ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟ ଗଲେ ମୁଁ କିଛି କହିନଥିଲି। କିନ୍ତୁ ଯେତେବେଳେ ହାଇକୋର୍ଟ କହିଲେ ଆପଣ ହାତୀ ଦ୍ୱାରା ହେଉ ବା ମେସିନ୍‌ ଦ୍ୱାରା ହେଉ ସ୍ୱଳ୍ପ ସେବାୟତରେ ନୀତି କରିପାରିବେ। ରଥଯାତ୍ରା କିପରି ହେବ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର ବୋଲି କୁହାଯାଇଥିଲା। କିନ୍ତୁ ରାଜ୍ୟ ସରକାର ନିଷ୍ପତ୍ତି ନନେଉଣୁ ରାୟକୁ ଅମାନ୍ୟ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ। ସେଇ ସମୟରେ ମୁଁ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲି।

ଏହି ମାମଲା କିଏ ଲଢ଼ୁଛନ୍ତି ଏବଂ କେବେ ଓ କେଉଁ ବିଚାରପତିଙ୍କ ଖଣ୍ଡପୀଠରେ ଏହା ଶୁଣାଣି ହେବ କିଛି ସୂଚନା ଅଛି?
ଅଫତାବ୍- ପ୍ରଣୟ କୁମାର ମହାପାତ୍ର ମୋ କେଶ ଲଢ଼ୁଛନ୍ତି। ଆଜି ଅର୍ଥାତ ୧୮ ଜୁନ୍‌ରେ ଶୁଣାଣି ହେବ। ଖଣ୍ଡପୀଠରେ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍ ଏଏସ୍‌ ବୋପାନ୍ନା ଏବଂ ଜଷ୍ଟିସ୍‌ ହୃଶିକେଶ ରାୟ ମଧ୍ୟ ଅଛନ୍ତି।

ଏବେ ସମଗ୍ର ବିଶ୍ୱରେ ଧର୍ମାନୁଷ୍ଠାନ ବନ୍ଦ ରହିଛି। ସୀମିତ ଲୋକଙ୍କୁ ନେଇ ପୂଜା ବା ପ୍ରାର୍ଥନା ହେଉଛି। କରୋନା ସମୟରେ ମଧ୍ୟ ରଥଯାତ୍ରା ଉଚିତ ବୋଲି କାହିଁକି ଭାବୁଛନ୍ତି?
ଅଫତାବ୍- ଆମ ଓଡ଼ିଶା ଯଦି ଆଜି ବିଶ୍ୱ ଦରବାରରେ ପରିଚିତ ହୋଇଛି, ତାହା ଏହି ରଥଯାତ୍ରା ନିମନ୍ତେ। ଓଡ଼ିଶା ସାଢ଼େ ୪ କୋଟି ଲୋକଙ୍କର ଯଦି ଏକ ପରିବାର, ଏହାର ମୁଖ୍ୟ ହେଉଛନ୍ତି ମହାପ୍ରଭୂ ଶ୍ରୀଜଗନ୍ନାଥ। ତାଙ୍କ ମୁଣ୍ଡ ନଇଁବା ଆମ ମୁଣ୍ଡ ନଇଁବା ସହ ସମାନ ନୁହେଁ କି? ତାଙ୍କ ଖଞ୍ୟାତି ପାଇଁ ଆମେ ବିନା ଭକ୍ତରେ ମାନ୍ୟବର ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ଆମେ ପାଳନ କରିବୁ।
ଏହା ପୂର୍ବରୁ ସ୍ନାନଯାତ୍ରା ସମୟରେ ଗଜପତି ମହାରାଜ କଟକଣା ମାନି ଶ୍ରୀନଅରରେ ରହିଲେ। ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କଲେ। ରାଜା ଯଦି ମାନୁଛନ୍ତି, ପ୍ରଜା ମାନିବାରେ ଅସୁବିଧା କ’ଣ?
ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ୧୯ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ବାହାରକୁ ନ ବାହାରିବା ଦରକାର। ତେବେ ଗଜପତି ମହାରାଜ ନବକୋଟି କର୍ଣ୍ଣାଟ ଶ୍ରୀ ଦିବ୍ୟସିଂହ ଦେବ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ହୋଇଥିବାରୁ ବ୍ୟକ୍ତିଗତ ସୁରକ୍ଷା ପାଇଁ ଘରେ ରହିଲେ। ସେଥିରେ କିଛି ବି ତିକ୍ତତା ନାହିଁ। କିନ୍ତୁ ମହାପ୍ରଭୁଙ୍କ ନୀତିରେ କୌଣସି ଅବହେଳା ଆମେ ଦେଖିନେ। ରାତି ଗୋଟାଏରେ ପହଣ୍ଡି ହେବାର ଥିଲା, ସେହି ସମୟରେ ହିଁ ହେଲା। ସ୍ନାନ ମଧ୍ୟ ଯଥା ସମୟର ହେଲା। ନୀତି ଶୃଙ୍ଖଳିତ ଭାବେ କିଛି ସେବାୟତଙ୍କୁ ନେଇ ହୋଇଛି।

ଆମେ ଜଗନ୍ନାଥଙ୍କୁ ଅଧିକ ଆତ୍ମୀୟ ଭାବୁ। ତୁ ବୋଲି କହିବାରୁ କାଳିଆ ଡାକୁ। ତାଙ୍କ ଲୀଳାକୁ ମାନବୀୟ ଲୀଳା କହୁ। ମହାପ୍ରଭୁ କ’ଣ ଚାହୁଁଥିବେ ତାଙ୍କ ପାଇଁ ଏପରି ଏକ ଆୟୋଜନ ହେଉ?
ଅଫତାବ୍- ଆପଣଙ୍କୁ ଗୋଟିଏ ଭଜନ ବାବଦରେ କହୁଛି ଏକା ତୋ ଭକତ ଜୀବନ। ଭକ୍ତ ନାମରେ ତୋର ଶଙ୍ଖ ପଦ୍ମ ଚିହ୍ନ। ଭକ୍ତ ବତ୍ସଳ ଭଗବାନ। ଆମେ ଯେପରି ଭଗବାନଙ୍କ ପାଇଁ ଆତୁର ମହାପ୍ରଭୁ ମଧ୍ୟ ଆମ ପାଇଁ ଆତୁର। ସେ ହାତ ମେଲାଇ ବସିଛନ୍ତି, ଆମକୁ ଡାକୁଛନ୍ତି। ତମେ ଆସ ମୋ ପାଖକୁ। ତେବେ ଏ ଯେଉଁ ବନ୍ଧୁ ବାନ୍ଧବ ସମ୍ପର୍କ ରହିଛି, ବନ୍ଧୁତା ସେଇଠି କାଏମ ରହେ ଯେଉଁଠି ପରସ୍ପର ପରସ୍ପର ପାଖକୁ ଆସିବେ। ମହାପ୍ରଭୁ ତ ସମସ୍ତଙ୍କ ପାଖକୁ ଯାଇପାରିବେନି, ତେଣୁ ସେ ଥରୁଟିଏ ବାହାରକୁ ଆସନ୍ତି ପତିତମାନଙ୍କୁ ଉଦ୍ଧାର କରିବା ପାଇଁ। ଏଠାରେ ଦେଖିବେ ଗଜପତି ମହାରାଜ ଛେରାପହଁରା କରନ୍ତି। ଅର୍ଥାତ ସେ ରାଜାଧିରାଜ ହୋଇ ମଧ୍ୟ ଛେରା ପହଁରା କରିଥା’ନ୍ତି। ଏଠାରେ ଧନୀ ଗରିବର କିଛି କଥା ନାହିଁ। ମୁଁ ଆଗରୁ କହିଛି ସାଢ଼େ ୪ କୋଟି ଓଡ଼ିଆ ଯଦି ପରିବାର ହୁଏ ମହାପ୍ରଭୁ ଏହାର ମୁରବୀ। ଆମେ ଯେପରି ମାନବ, ସେ ମଧ୍ୟ ମାନବୀୟ ଲୀଳା କରୁଛନ୍ତି। ଆମକୁ ଭୋକ ହେବା ପରି ତାଙ୍କୁ ଭୋକ ହୁଏ, ଶୀତ ହେଲେ ଘୋଡ଼ି ହୁଅନ୍ତି। ଗରମ ଦିନେ ଚନ୍ଦନ ଲଗାନ୍ତି ଚାପ ଖେଳିବାକୁ ଯାଆନ୍ତି। ଏସବୁ ମାନବୀୟ ଲୀଳା ନୁହେଁ କି? ଆଉ ଗୋଟେ କରୋନା ବଢ଼ୁଛି… ଆଛା ଧରାଯାଉ ଏଥର କରୋନା ପାଇଁ ରଥଯାତ୍ରା ବନ୍ଦ କରିଦେବେ। ମହାପ୍ରଭୁଙ୍କ ଦୟାରୁ ନହେଉ.. ଯଦି ଶହେ ବର୍ଷ କରୋନା ରହିଲା, କ’ଣ ଶହେବର୍ଷ ରଥଯାତ୍ରା ବନ୍ଦ ହେବ?

ଜନ୍ମରେ ଆପଣ ହିନ୍ଦୁ ନୁହନ୍ତି। ଆପଣଙ୍କୁ ମନ୍ଦିର ଅନୁମତି ମଧ୍ୟ ନଥାଏ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି, ଜଗନ୍ନାଥ ସଂସ୍କୃତି ପ୍ରତି ଆକୃଷ୍ଟ ହେଲେ କେମିତି?
ଅଫତାବ୍- ଆପଣଙ୍କୁ ଗୋଟିଏ ଉଦାହରଣ ଦେବି ଗୋଟିଏ ପୋଖରୀ ଅଛି। ପୋଖରୀ ଭିତରେ ଜଳ, ଚାରିପଟେ ପାହାଚ। ମୁଁ ମୁସିଲିମ୍ ବୋଲି ଗୋଟିଏ ପାହାଚରେ, ଆପଣ ହିନ୍ଦୁ ବୋଲି ଗୋଟିଏ ପାହାଚରେ, ଗୋଟିଏ ଇସାଇ ଏବଂ ଗୋଟିଏ ଜୈନ। କିନ୍ତୁ ପୋଖରୀରେ ପାଣି ଗୋଟିଏ। ଗୋଟିଏ ପାଣିକୁ ଆସ୍ୱାଦନ କଲେ। ତେଣୁ ଭଗବାନ ବାଣ୍ଟି ହୋଇନାହାନ୍ତି କି ଭଗବାନ କେବେ କହିନାହାନ୍ତି ଆମେ ଦି’ଟା ଆମେ ଚାରି ଟା। ଆମେ ମଣିଷମାନେ ବାଣ୍ଟିଛେ ଭଗବାନଙ୍କୁ ତୁମେ ଆଲ୍ଲା, ତୁମେ ଭଗବାନ ଏବଂ ତୁମେ ଜଗନ୍ନାଥ। ଆଉ ମୁଁ ମୁସଲିମ ହୋଇ ଜଗନ୍ନାଥଙ୍କ ସହ ଯୋଡ଼ି ହେବା କଥା ଆସିଲେ, ଜଗନ୍ନାଥ କେବେ କହିନାହାନ୍ତି ମୁଁ ହିନ୍ଦୁନାଥ। ବଦରିରେ ବଦ୍ରିନାଥ, ଦ୍ୱାରକାରେ ଦ୍ୱାରକାନାଥ ଏବଂ ଏ ପୁରୀଧାମ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ଜଗତ କହିଲେ ସନାତନ ଯାଉଛନ୍ତି, ମୁସଲିମ ବି ଯାଉଛନ୍ତି। ମଣିଷ, ପଶୁ, କୀଟ ପତଙ୍ଗଠାରୁ ଆରମ୍ଭ କରି ବୃକ୍ଷଲତା ପର୍ଯ୍ୟନ୍ତ।

ନିର୍ଦ୍ଦିଷ୍ଟ ଭାବେ କ’ଣ ଦାବି ରହିଛି? ଏଥର ରଥଯାତ୍ରା ହେଲେ ମହାପ୍ରଭୁଙ୍କୁ ଟିଭିରେ ହିଁ ଦେଖିହେବ ଭକ୍ତଙ୍କ ମନରେ ରହିଯିବ ସିଧା ସ୍ୱଚକ୍ଷୁ ଦର୍ଶନ କରିଥା’ନ୍ତେ?
ଅଫତାବ୍- ଆମେ ଭଗବାନଙ୍କୁ ନଦେଖିଲେ କ’ଣ ହେବ? ତାଙ୍କର ପରା ଚକା ଆଖି ବଡ଼ ବଡ଼ କରି ଆମକୁ ଦେଖୁଛନ୍ତି। ସିଏ ଆମକୁ ଦେଖିବେ। ଏବେ ଅଣସର ପାଇଁ ମନ୍ଦିର ବନ୍ଦ ଅଛି। ଆମେ ତାଙ୍କୁ ଦେଖିପାରୁନେ, କିନ୍ତୁ ସେ ଆମକୁ ଦେଖୁଛନ୍ତି ନା। ଆମର ଦାବି ହେଲା ସ୍ୱଳ୍ପ ସେବାୟତଙ୍କୁ ନେଇ ରଥଯାତ୍ରା ହେଉ। ଏଥିରେ ବୟସ୍କ ସେବାୟତ ବା କୁନି ସେବାୟତଙ୍କ କଥା ଉଠୁନି। ପ୍ରଶାସନକୁ ସେବାୟତଙ୍କ ତାଲିକା ମଧ୍ୟ ଦିଆଯାଇଛି। ସେହି ନିର୍ଦ୍ଦିଷ୍ଟ ବୟସ ବର୍ଗର ସେବାୟତଙ୍କ ଦ୍ୱାରା ଯାହା ନୀତି ତାହା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଉ। ଅନ୍ୟପକ୍ଷରେ ୭୦-୮୦ ବର୍ଷ ତଳେ ରଥଯାତ୍ରାରେ ଲୋକ ହେଉନଥିଲେ, ହାତୀ ହିଁ ରଥ ଟାଣୁଥିଲେ। ଏବେ ହେଲେ ଭଲ ହେବ, କିନ୍ତୁ ତାହା ପଶୁଙ୍କ ପ୍ରତି ହିଂସ୍ର ଭାବନା ହେବ। ଆନିମଲ ଆବ୍ୟୁଜ୍ କଥା ଉଠିବ। କିନ୍ତୁ ମେସିନ୍‌ ଦ୍ୱାରା ଟାଣିବା ମୋ ପକ୍ଷେ ଗ୍ରହଣୀୟ ନୁହେଁ। ପଶୁ ଦ୍ୱାରା ହୋଇପାରିବ ଯଦି କେହି ବିରୋଧ ନ କରନ୍ତି। ଏସବୁ ପରେ ସର୍ବୋଚ୍ଚ ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ ଯୋଗ୍ୟ। ସରକାର ସାମାଜିକ ଦୂରତା ରଖି ଯଦି ବନ୍ଦେ ଉତ୍କଳ ଜନନୀ ଗାନ କରିପାରୁଛନ୍ତି, ପୁଲିସ୍‌ ବା ସେନାରକ୍ଷୀମାନଙ୍କୁ ନେଇ ରଥଯାତ୍ରା କରାଯାଇପାରେ। ଏସବୁ ବିକଳ୍ପ ରହିଛି। କିନ୍ତୁ ସୁପ୍ରିମକୋର୍ଟ ଯାହା କହିଲେ ଆମେ ସେଥିରେ ଖୁସି।

ସ୍ନାନଯାତ୍ରା ଯେପରି ଭାବେ ହେଲା, ରଥଯାତ୍ରା ପ୍ରତୀକାତ୍ମକ ଭାବେ ବା ଅନ୍ୟ ପ୍ରକାରେ କରିବାର କିଛି ବିକଳ୍ପ ରହିଛି କି?
ଆଜି କାଲି ଜନ୍ମ ଦିନ ପାଳନ କଲେ ଦୀପଟିଏ ଜାଳିଦେଇ ବସିଯାଉଛି କି? ଏଥିପାଇଁ କେକ୍ ଆସିବ ମହମବତୀ ପୋତାହେବ। ସିଏ ଗୋଟେ ଚାଲିଲାଣି। କିନ୍ତୁ ଓଡ଼ିଶାର ଟେକ ମହାପ୍ରଭୁ। ଏଠାକାର କଳା ସ୍ଥାପତ୍ୟ, ଲିଙ୍ଗରାଜ ଏବଂ ଜଗନ୍ନାଥଙ୍କ ପାଇଁ ଏ ପ୍ରସିଦ୍ଧି। ଆଉ ରହିଲା ସ୍ନାନଯାତ୍ରା କଥା। ନୀତି ବିଳମ୍ବିତ ହେଉଥିବାରୁ ହିଁ ଅଣସର ୧୫ ଦିନ ବଦଳରେ ୧୪ ଦିନ ହେଇଥାଏ। କିନ୍ତୁ ଏଥର ଭକ୍ତ ଆସିବାର ନଥିବାରୁ ଶୃଙ୍ଖଳିତ ଭାବେ ଭୋରୁ ଭୋରୁ ନୀତି କରାଗଲା। ୨୦୧୧ ମସିହାରେ ମଧ୍ୟ ଗ୍ରହଣ ଥିବାରୁ ଏପରି କରାଯାଇଥିଲା।

ପୂର୍ବରୁ କେବେ ରଥଯାତ୍ରା ବନ୍ଦ ହେବାର ଉଦାହରଣ ଅଛି?
ଅଫତାବ୍- ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ରଥଯାତ୍ରା ହୋଇଛି। ରଥଯାତ୍ରା ସେତେବେଳେ ବନ୍ଦ ହେଇଛି ଯେତେବେଳେ ମହାପ୍ରଭୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି (ପାତାଳି)। ମହାପ୍ରଭୁ ସବୁ ଦେଖୁଛନ୍ତି। ଆମେ ପୂର୍ବରୁ ମଧ୍ୟ ଶୁଣିଛେ.. ଦୋଳେଚ ଦୋଳ ଗୋବିନ୍ଦ, ଚାପେଚ ମଧୁସୁଦନମ୍ । ରଥେତୁ ବାମହଂ ଦୃଷ୍ଟ୍ୱା , ପୁନର୍ଜନ୍ମ ନ ବିଦ୍ୟତେ । ଏହି ଶ୍ଲୋକକୁ ଅର୍ଥ କଲେ, ମହାପ୍ରଭୁ ଯଦି ବଡ଼ ଦାଣ୍ଡକୁ ଆସିବେ, ମୁଁ ଅନ୍ଧ ଭାବେ କହୁନି.. କରୋନାର ପ୍ରଭାବ ମଧ୍ୟ କମିଯାଇପାରେ। ମହାପ୍ରଭୁଙ୍କ ଇଛା ନଥିଲେ ଏତେ ଲୀଳା କରନ୍ତେନି। ସେ ଦୁଇ ବର୍ଷର ପିଲା ପରି, ଯାହା ଚାହିଁବେ ତାହା ହେବ। କିଛି କହୁଥିଲେ ସ୍ନାନଯାତ୍ରା ହେବନି। କିନ୍ତୁ ନୀତି ସିଧାସଳଖ ଭାବେ ଭଲରେ ହେଲା। ସେମିତି ହଠାତ ନିର୍ଦ୍ଦେଶ ଆସିବ ରଥ ଚାଲିବ, କେହି ଅଟକାଇପାରିବେନି। ଯେଉଁ ବ୍ୟକ୍ତିତ୍ୱମାନେ ରଥଯାତ୍ରା ବନ୍ଦ ସପକ୍ଷରେ ମତ ଦେଉଛନ୍ତି, ମୁଁ ସେମାନଙ୍କୁ ଗୋଟେ କଥା କହିବି ଏଥିରେ ଓଡ଼ିଆଙ୍କ ମାନହାନି ହେଉଛି ଏବଂ ଓଡ଼ିଆର ଶତ୍ରୁ ସେମାନେ।

ସେମାନେ ଏମିତି କ’ଣ କହିଦେଲେ ଯେ ସେମାନଙ୍କୁ ଓଡ଼ିଆ ବା ଓଡ଼ିଶାର ଶତ୍ରୁ କହୁଛନ୍ତି?
ଅଫତାବ୍- ଆଜି ଯଦି ସେ ବିଶ୍ୱ ଦରବାରରେ ପରିଚିତ ହୋଇଥା’ନ୍ତି ବା ତାଙ୍କ ଅନୁଷ୍ଠାନ କେଉଁଠି ପରିଚିତ ହୋଇଥାଏ ତାହା ମହାପ୍ରଭୁଙ୍କୁ ନେଇ। ଯେତେବେଳେ ମହାପ୍ରଭୁଙ୍କ ପ୍ରସଙ୍ଗ ଉଠିଛି, ତାଙ୍କ ମନରେ କ’ଣ ଚାଲିଛି ତ ମୁଁ ଜାଣିନି। କିନ୍ତୁ ଏହା ଠିକ ନୁହେଁ। ଆପଣଙ୍କ ବାପାଙ୍କୁ କେହି ଶୋଧିବ ଆପଣଙ୍କୁ ଭାରି ଭଲ ଲାଗିବ? ଓଡ଼ିଆ ଭାବେ ମୁଁ ଗର୍ବିତ ଯେ ମହାପ୍ରଭୁଙ୍କ ସପକ୍ଷରେ ମୁଁ ସ୍ୱର ଉତ୍ତୋଳନ କରୁଛି। ଯେବେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତିରେ ଭୁଲ ହୁଏ ବା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୁଏ ମୁଁ ସ୍ୱର ଉତ୍ତୋଳନ କରୁଥିବି।

The post ରଥଯାତ୍ରା ବନ୍ଦ ହେଉ କହୁଥିବା ଲୋକେ ଓଡ଼ିଶାର ଶତ୍ରୁ: ଅଫତାବ୍ ହୋସେନ୍‌ appeared first on Odisha Reporter.

]]>
Rath Yatra, rath yatra 2020 2020-06-18 16:05:25 https://cdn.odishareporter.in/wp-content/uploads/2020/06/18123647/jagannath-2.jpg
ରାଜସ୍ୱ ଆଦାୟ ପାଇଁ ମଦ କ’ଣ ଏକମାତ୍ର ବିକଳ୍ପ? https://odishareporter.in/or-special/is-liquor-only-source-of-revenue-535706 Tue, 02 Jun 2020 11:57:43 +0000 https://odishareporter.in/?p=535706

The post ରାଜସ୍ୱ ଆଦାୟ ପାଇଁ ମଦ କ’ଣ ଏକମାତ୍ର ବିକଳ୍ପ? appeared first on Odisha Reporter.

]]>

The post ରାଜସ୍ୱ ଆଦାୟ ପାଇଁ ମଦ କ’ଣ ଏକମାତ୍ର ବିକଳ୍ପ? appeared first on Odisha Reporter.

]]>
2020-06-02 17:49:04 https://cdn.odishareporter.in/wp-content/uploads/2020/06/02174900/hol.jpg
CAA ଆଉ NRCକୁ ନେଇ କାହିଁକି ଖୁସି ନାହାନ୍ତି ଅଲ୍ଲୀ https://odishareporter.in/entertainment/exclusive-interview-with-ali-fazal-498487 Mon, 24 Feb 2020 09:05:40 +0000 https://odishareporter.in/?p=498487

The post CAA ଆଉ NRCକୁ ନେଇ କାହିଁକି ଖୁସି ନାହାନ୍ତି ଅଲ୍ଲୀ appeared first on Odisha Reporter.

]]>

The post CAA ଆଉ NRCକୁ ନେଇ କାହିଁକି ଖୁସି ନାହାନ୍ତି ଅଲ୍ଲୀ appeared first on Odisha Reporter.

]]>
2020-02-24 14:35:40 https://cdn.odishareporter.in/wp-content/uploads/2020/02/24143528/micky.jpg
ଅନିୟମିତ ଋତୁସ୍ରାବର କାରଣ କ’ଣ? https://odishareporter.in/or-special/interview-with-docter-sujata-kar-495595 Sun, 16 Feb 2020 12:29:11 +0000 https://odishareporter.in/?p=495595

The post ଅନିୟମିତ ଋତୁସ୍ରାବର କାରଣ କ’ଣ? appeared first on Odisha Reporter.

]]>

The post ଅନିୟମିତ ଋତୁସ୍ରାବର କାରଣ କ’ଣ? appeared first on Odisha Reporter.

]]>
2020-02-17 10:25:16 https://cdn.odishareporter.in/wp-content/uploads/2020/02/17102508/op.jpg
ପୁରସ୍କାର ପାଇଁ କାହିଁକି ନଥାଏ ପୁଲକ? https://odishareporter.in/or-special/exclusive-interview-with-the-eminent-odia-writer-manoj-das-494864 Fri, 14 Feb 2020 10:03:43 +0000 https://odishareporter.in/?p=494864

The post ପୁରସ୍କାର ପାଇଁ କାହିଁକି ନଥାଏ ପୁଲକ? appeared first on Odisha Reporter.

]]>

The post ପୁରସ୍କାର ପାଇଁ କାହିଁକି ନଥାଏ ପୁଲକ? appeared first on Odisha Reporter.

]]>
2020-02-14 15:33:43 https://cdn.odishareporter.in/wp-content/uploads/2020/02/14153237/11.jpg
୨୪ଘଣ୍ଟିଆ ଭାରତ ବନ୍ଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇଦା! https://odishareporter.in/or-special/or-discussion-with-rabi-das-480891 Wed, 08 Jan 2020 10:07:30 +0000 https://odishareporter.in/?p=480891

The post ୨୪ଘଣ୍ଟିଆ ଭାରତ ବନ୍ଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇଦା! appeared first on Odisha Reporter.

]]>

The post ୨୪ଘଣ୍ଟିଆ ଭାରତ ବନ୍ଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇଦା! appeared first on Odisha Reporter.

]]>
2020-01-08 15:37:30 https://cdn.odishareporter.in/wp-content/uploads/2020/01/08153639/micky-23.jpg
ସେ ଆନନ୍ଦ ପୁରସ୍କାରରେ ନଥାଏ: ତରୁଣକାନ୍ତି ମିଶ୍ର https://odishareporter.in/or-special/interview-with-shri-tarunkanti-mishra456-479566 Mon, 06 Jan 2020 05:41:03 +0000 https://odishareporter.in/?p=479566

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ମିଳିବ ଏହି ପୁରସ୍କାର। ଜଣେ ଆଇଏଏସ୍ ଅଫିସର୍‌ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବଦବୀରେ ରହିଥିଲେ ବି ସେ ନିରନ୍ତର ଭାବେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ। ଜଣେ ଉତ୍ତମ ପ୍ରଶାସକ ଭାବେ ଜଣାଶୁଣା ହୋଇଥିଲେ ହେଁ ସାହିତ୍ୟିକ ଭାବେ ମିଳିଥିବା ପରିଚୟକୁ ସେ ଅଧିକ ପସନ୍ଦ କରନ୍ତି […]

The post ସେ ଆନନ୍ଦ ପୁରସ୍କାରରେ ନଥାଏ: ତରୁଣକାନ୍ତି ମିଶ୍ର appeared first on Odisha Reporter.

]]>

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ମିଳିବ ଏହି ପୁରସ୍କାର। ଜଣେ ଆଇଏଏସ୍ ଅଫିସର୍‌ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବଦବୀରେ ରହିଥିଲେ ବି ସେ ନିରନ୍ତର ଭାବେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ। ଜଣେ ଉତ୍ତମ ପ୍ରଶାସକ ଭାବେ ଜଣାଶୁଣା ହୋଇଥିଲେ ହେଁ ସାହିତ୍ୟିକ ଭାବେ ମିଳିଥିବା ପରିଚୟକୁ ସେ ଅଧିକ ପସନ୍ଦ କରନ୍ତି ଓ ଏହି ପରିଚୟରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହାନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା ହେବା ପରେ ‘ଓଟିଭି’ର ‘ଖୋଲାକଥା’ କାର୍ଯ୍ୟକ୍ରମକୁ ସେ ଆସିଥିଲେ। ଏଥିରେ ସେ ତାଙ୍କ ପୁସ୍ତକ ଓ ସାହିତ୍ୟକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ତା’ହେଲେ ପଢନ୍ତୁ ସେ ତାଙ୍କ ଉତ୍ତରରେ କ’ଣ କହିଥିଲେ।  

ପ୍ରଶ୍ନ- ଭାସ୍ୱତୀ କହିଲେ କ’ଣ ? ସାଧାରଣ ଲୋକ ଏହାକୁ କେମିତି ବୁଝିବେ ?

ଉତ୍ତର: ଶବ୍ଦର ଅର୍ଥ ନବୁଝିଲେ ମଧ୍ୟ ଗପଟିର ସ୍ୱାଦ ଯଦି ଜଣେ ପାଇଲା, ତା’ ଭିତରେ ଥିବା ଆବେଗକୁ ଅନୁଭବ କରିପାରିବ। ‘ଭାସ୍ୱତୀ’ର ଅର୍ଥ ହେଉଛି ଉଜ୍ଜ୍ୱଳ ହୋଇଯିବା। ଏହି ଗଳ୍ପରେ ମୁଁ ସମ୍ପର୍କକୁ ନେଇ ବର୍ଣ୍ଣନା କରିଛି।

ପ୍ରଶ୍ନ- ଏହି ଗଳ୍ପ ମାଧ୍ୟମରେ ସମାଜକୁ କ’ଣ ସନ୍ଦେଶ ଦେବାକୁ ଚାହିଁଛନ୍ତି ?

ଉତ୍ତର: ସମ୍ପର୍କର ଅନେକଗୁଡ଼ିଏ ସୋପାନ ଅଛି। ଏହି କାହାଣୀରେ ଯେଉଁ ସମ୍ପର୍କ ଅଛି, ସେ ସମ୍ପର୍କଟି କେବଳ ଏକ ସ୍ଥୂଳ ଅର୍ଥରେ ନୁହେଁ, ଏହା ଏକ ବ୍ୟାପକ ଓ ସୂକ୍ଷ୍ମ ଅର୍ଥରେ ସମ୍ପର୍କ।

ପ୍ରଶ୍ନ- ଜଣେ ସାହିତ୍ୟିକ ପାଇଁ ପୁରସ୍କାର କେତେ ଜରୁରୀ ?

ଉତ୍ତର: ପୁରସ୍କାର ସାମୂହିକ ଭାବରେ ଖୁସି ଦିଏ। ଏହି ଖୁସି ଏକ ସୀମିତ ସମୟର। କିନ୍ତୁ ଯେବେ ଏକ ପାଠକୀୟ ସ୍ୱୀକୃତି ମିଳେ, ଯେମିତିକି ଜଣେ ଅଚିହ୍ନା ଲୋକଟିଏ ଆପଣଙ୍କ ଗପ ପଢ଼ି ପ୍ରଶଂସା କରେ, ସେ ଯେଉଁ ଆନନ୍ଦ କିମ୍ୱା ସନ୍ତୋଷ, ପୁରସ୍କାରରେ ନଥାଏ।

ପ୍ରଶ୍ନ- ସାହିତ୍ୟ ବାସ୍ତବ ନା କଳ୍ପନାକୁ ନେଇ ରଚନା କରାଯାଇଥାଏ ?

ଉତ୍ତର: ବାସ୍ତବ, ଅବାସ୍ତବ ଓ ଅତିବାସ୍ତବ- ଏସବୁକୁ ଏକାଠି ମିଶାଇଲେ ସାହିତ୍ୟ ହୁଏ। ଯେଉଁ ସାହିତ୍ୟରେ କିଛି କଳ୍ପନା ଓ କିଛି ବାସ୍ତବତା ରହିଛି, ତାହା ହିଁ ହୃଦୟଗ୍ରାହୀ ହୋଇଥାଏ।

ପ୍ରଶ୍ନ- ଏବେ ପାଠକ ସଂଖ୍ୟା ଓ ପୁସ୍ତକ ବିକ୍ରି ସଂଖ୍ୟା କମୁଛି କି ?

ଉତ୍ତର: ପୁସ୍ତକ ବିକ୍ରି ସଂଖ୍ୟା କମିନାହିଁ। ଆଗରୁ ଲୋକେ କେବଳ ବହି ପଢ଼ୁଥିଲେ। ଏବେ ପଢ଼ିବାର ଶୈଳୀ ବଦଳିଛି। ବହି ବଦଳରେ ଲୋକେ ମୋବାଇଲ୍‌, ଇ-ବୁକ୍‌ ଉପରେ ନିର୍ଭରଶୀଳ ହେଉଛନ୍ତି।

ପ୍ରଶ୍ନ-  ଆପଣ ସ୍କୁଲ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ। କାହାଠାରୁ ପ୍ରେରଣା ପାଇଥିଲେ? 

ଉତ୍ତର: ମୋର ମାଆ। ମାଆ ଚାହୁଁଥିଲେ ମୁଁ ଜଣେ ଲେଖକ ହୁଏ ଏବଂ ବାପା ଚାହୁଁଥିଲେ ମୁଁ ଜଣେ ଆଇଏଏସ୍‌ ଅଫିସର ହୁଏ।

ପ୍ରଶ୍ନ- ସାହିତ୍ୟ ସର୍ଜନାକୁ ନେଇ ଜଣେ କ୍ୟାରିଅର୍‌ କରିପାରିବ କି ?

ଉତ୍ତର: ଦୁଃର୍ଭାଗ୍ୟର କଥା ଓଡ଼ିଶାରେ କେହି ଜଣେ ସାହିତ୍ୟକୁ ନେଇ ବଞ୍ଚିପାରିବ ନାହିଁ। ତାକୁ ପେଟ ପୋଷିବା ପାଇଁ କିଛି ନା କିଛି କରିବା ପାଇଁ ପଡ଼ିବ।

ପ୍ରଶ୍ନ- ଅନେକ ଲେଖକ ସରକାରଙ୍କ ଭୁଲତ୍ରୁଟିକୁ ନେଇ ରଚନା ଲେଖନ୍ତି ନାହିଁ ?

ଉତ୍ତର: ଏ କଥା ମୋ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଗୋଟିଏ ବର୍ଷରେ ମୋର ତିନିଥର ବଦଳି ହୋଇଥିଲା। ଏପରିକି ମୋ ଝିଅ ଏଥିପାଇଁ ଗୋଟିଏ ବର୍ଷ ସ୍କୁଲ ଯାଇପାରି ନଥିଲା। କିନ୍ତୁ ମୁଁ ଚୁପ୍‌ ରହି ନଥିଲି ଓ ଲେଖିଥିଲି।

ପ୍ରଶ୍ନ- ପ୍ରେମ ଲେଖାକୁ ନେଇ କିଛି ଗାଳିଗୁଲଜ ଖାଇଛନ୍ତି କି ?

ଉତ୍ତର: ‘ଅଜଣା ତିଥିର ଜହ୍ନ’ ଗପକୁ ନେଇ ଅନେକ ଗାଳି ଖାଇଛି। ଏହି ଗପ ପ୍ରକାଶ ପାଇବା ପରେ ମୁଁ ୮୦ରୁ ଅଧିକ ଚିଠି ପାଇଥିଲି। କିଛି ପାଠକ ପ୍ରଶଂସା କରିଥିଲେ, କିନ୍ତୁ କିଛି ପାଠିକା ଉତ୍‌କ୍ଷିପ୍ତ ହୋଇ ମୋତେ ଚିଠି ଲେଖିଥିଲେ।

ପ୍ରଶ୍ନ- ଓଡ଼ିଶାରେ ଓଡ଼ିଆ ଭାଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି କି ?

ଉତ୍ତର: ନା, ଏଥିପ୍ରତି ସରକାର ଅବହେଳା କରୁଛନ୍ତି।

The post ସେ ଆନନ୍ଦ ପୁରସ୍କାରରେ ନଥାଏ: ତରୁଣକାନ୍ତି ମିଶ୍ର appeared first on Odisha Reporter.

]]>
left bottom 2020-01-06 14:12:45 https://cdn.odishareporter.in/wp-content/uploads/2020/01/05120450/khokakatha.jpg
‘ଓଡ଼ିଆ ଭାଷା ସହିତ ଓଡ଼ିଆ ସଂସ୍କୃତିକୁ ମଧ୍ୟ ବଜାୟ ରଖିବାକୁ ହେବ’ https://odishareporter.in/video/an-interview-with-nandita-das-438172 Mon, 23 Sep 2019 08:11:30 +0000 http://odishareporter.in/?p=438172

The post ‘ଓଡ଼ିଆ ଭାଷା ସହିତ ଓଡ଼ିଆ ସଂସ୍କୃତିକୁ ମଧ୍ୟ ବଜାୟ ରଖିବାକୁ ହେବ’ appeared first on Odisha Reporter.

]]>

The post ‘ଓଡ଼ିଆ ଭାଷା ସହିତ ଓଡ଼ିଆ ସଂସ୍କୃତିକୁ ମଧ୍ୟ ବଜାୟ ରଖିବାକୁ ହେବ’ appeared first on Odisha Reporter.

]]>
2019-09-23 13:43:54 https://odishareporter.in/wp-content/uploads/2019/09/qoooooooooo.jpg
ଯେଉଁ ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେଉଛି, ତାହା ହିଁ କାଳଜୟୀ ସାହିତ୍ୟ: ପଦ୍ମଶ୍ରୀ ହଳଧର ନାଗ https://odishareporter.in/or-special/an-interviw-with-padma-shri-haladhar-nag-on-facebook-controversy12345-422108 Mon, 19 Aug 2019 10:30:41 +0000 http://odishareporter.in/?p=422108

କିଛି ଦିନ ତଳେ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡ଼ା ହୋଇଥିବା ଖବର ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ପଦ୍ମଶ୍ରୀ ହଳଧର ନାଗଙ୍କ ସମ୍ପୃକ୍ତି ଥିବା ନେଇ ପ୍ରଶ୍ନ ଉଠିଥିଲା। ଏ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମିଡିଆ ସମ୍ମୁଖରେ ମୁହଁ ଖୋଲିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଓଟିଭିକୁ ଦେଇଥିବା  ଏକ ସାକ୍ଷାକାରରେ ସେ କ’ଣ କହିଛନ୍ତି ପଢ଼ନ୍ତୁ। ପ୍ର. ବର୍ଣ୍ଣବୋଧ ପୋଡ଼ିବାରେ ଆପଣଙ୍କର ସମ୍ପୃକ୍ତିକୁ ନେଇ କ’ଣ କହିବେ ? ଉ. କିଛି […]

The post ଯେଉଁ ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେଉଛି, ତାହା ହିଁ କାଳଜୟୀ ସାହିତ୍ୟ: ପଦ୍ମଶ୍ରୀ ହଳଧର ନାଗ appeared first on Odisha Reporter.

]]>

କିଛି ଦିନ ତଳେ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡ଼ା ହୋଇଥିବା ଖବର ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ପଦ୍ମଶ୍ରୀ ହଳଧର ନାଗଙ୍କ ସମ୍ପୃକ୍ତି ଥିବା ନେଇ ପ୍ରଶ୍ନ ଉଠିଥିଲା। ଏ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମିଡିଆ ସମ୍ମୁଖରେ ମୁହଁ ଖୋଲିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଓଟିଭିକୁ ଦେଇଥିବା  ଏକ ସାକ୍ଷାକାରରେ ସେ କ’ଣ କହିଛନ୍ତି ପଢ଼ନ୍ତୁ।

ପ୍ର. ବର୍ଣ୍ଣବୋଧ ପୋଡ଼ିବାରେ ଆପଣଙ୍କର ସମ୍ପୃକ୍ତିକୁ ନେଇ କ’ଣ କହିବେ ?
ଉ. କିଛି ଲୋକ ଫୋନ୍‌ କରିବା ପରେ ମୁଁ ଏହି ଖବର ଜାଣିବାକୁ ପାଇଥିଲି। ଫେସବୁକ୍‌ କ’ଣ ମୁଁ ଜାଣିନି। ମୋ ପାଖରେ କେବଳ ଗୋଟିଏ ଫୋନ୍‌ ଅଛି। କିଏ ଫୋନ୍‌ କଲେ ମୁଁ କେବଳ ଉଠାଇପାରେ। ମଧୁ ବର୍ଣ୍ଣବୋଧ ଯିଏ ପୋଡ଼ିଛି, ମୁଁ ତାକୁ ଘୋର ନିନ୍ଦା କରୁଛି। ଏହି ବହିକୁ ପଢ଼ି ମୁଁ ଆଜି କବି ହୋଇ ଛିଡ଼ା ହୋଇଛି। ଏହି ଖବର ପ୍ରସାରିତ ହେବା ପରେ ମୁଁ ପୁଲିସ୍‌ରେ ମାମଲା ରୁଜୁ କରିବା ପରେ ପ୍ରକୃତ ଦୋଷୀ ଧରାପଡ଼ିଛି। ଏହା ସାରା ଓଡ଼ିଶା ଲାଗି ଏକ କଳଙ୍କିତ ଅଧ୍ୟାୟ।

ପ୍ର. ଆପଣଙ୍କ ନାମରେ ଅନ୍ୟ କିଛି ଫେସ୍‌ବୁକ୍‌ ଆଇଡି ଅଛି କି ?
ଉ. ଏହାକୁ ନେଇ ମୁଁ କିଛି ଜାଣିନାହିଁ। ମୁଁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି। ଫେସ୍‌ବୁକ୍‌ କିମ୍ୱା ଇମେଲ୍‌ ବିଷୟରେ ମୁଁ କିଛି ଜାଣିନାହିଁ। ହଳଧର ନାଗ ଜଣେ କବି। ଲେଖିବା ଓ ଭାଷାର ପ୍ରଚାର ପ୍ରସାର ପାଇଁ ସେ ଜୀବନ ଦେଇପାରେ। ତାହାକୁ ନେଇ କୂଟନୀତି କରା ନଯାଉ।

ପ୍ର. ଯେଉଁମାନେ ଆପଣଙ୍କ ନାମରେ ଆକାଉଣ୍ଟ୍‌ ଖୋଲୁଛନ୍ତି, ତାହାକୁ ନେଇ ଆପଣ କ’ଣ କହିବେ ?
ଉ. ଯେଉଁମାନେ ବି ଏପରି କରୁଛନ୍ତି, ସେଥିପାଇଁ ହଳଧର ନାଗ ଦାୟୀ ନୁହନ୍ତି। ହଳଧର ନାଗ ପାଠ ପଢ଼ିନାହିଁ। ମୁଁ ଚାହୁଁଛି ଦୋଷୀ ଦଣ୍ଡ ପାଉ।

ପ୍ର. ସୋଶାଲ୍‌ ମିଡିଆରେ ଭାଷାକୁ ନେଇ ଆନ୍ଦୋଳନ ଚାଲିଛି। ଏହାକୁ ନେଇ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ. ଯେପରି ଭିନ୍ନ ଭିନ୍ନ ଜାତିକୁ ନେଇ ମଣିଷ ତିଆରି ହୋଇଛନ୍ତି। ଠିକ୍‌ ସେହିପରି ଭିନ୍ନ ଭିନ୍ନ ଭାଷାକୁ ନେଇ ସାହିତ୍ୟର ସୃଷ୍ଟି। ଜାତି ଭିନ୍ନ ହୋଇପାରେ, କିନ୍ତୁ ଆଦର୍ଶ ବ୍ୟକ୍ତି ହିଁ ଜଣେ ମଣିଷ। ଭାଷା ‘ଭାଷା’ ହୋଇପାରେ, ‘ଉପଭାଷା’ ହୋଇପାରେ, ‘ଅଭାଷା’ ହୋଇପାରେ ଏବଂ ‘କୁଭାଷା’ ମଧ୍ୟ ହୋଇପାରେ। ଯେଉଁ ଭାଷାରେ ଲୋକ ସାହିତ୍ୟ ଅଛି ଓ ସତ୍‌ ସାହିତ୍ୟ ଅଛି ଏବଂ ଯେଉଁ ଭାଷାର ସାହିତ୍ୟ ସମାଜକୁ ଏକ ଦିଗ୍‌ଦର୍ଶନ ଦେଉଛି, ତାହା ହେଉଛି କାଳଜୟୀ ସାହିତ୍ୟ। ସମ୍ୱଲପୁରୀ ପରି ଏକ ଅବହେଳିତ ସାହିତ୍ୟକୁ ନେଇ ମୁଁ ଜାତୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛି। ସମ୍ୱଲପୁରୀ ଭାଷା ଅବହେଳିତ ହୋଇ ସରକାରୀ ମାନ୍ୟତା ପାଇ ନଥିଲେ ମଧ୍ୟ ଇଂରାଜୀରେ ଅନୁବାଦ ହେବା ପରେ ଏହି ସାହିତ୍ୟ କ’ଣ ଲୋକ ଜାଣିବାକୁ ପାଇଲେ। ତେଣୁ ସବୁ ଭାଷା ସମାନ।

 

The post ଯେଉଁ ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେଉଛି, ତାହା ହିଁ କାଳଜୟୀ ସାହିତ୍ୟ: ପଦ୍ମଶ୍ରୀ ହଳଧର ନାଗ appeared first on Odisha Reporter.

]]>
left bottom 2019-08-19 16:05:08 https://odishareporter.in/wp-content/uploads/2019/08/sss-1.jpg
କଲମ ନିଶାରେ ବଳଭଦ୍ର, ସଂଗ୍ରହ କଲେଣି ୩ ହଜାର ପେନ୍ https://odishareporter.in/odisha/story-of-a-pen-collector-balabhadra-rath-412040 Sat, 27 Jul 2019 16:11:08 +0000 http://odishareporter.in/?p=412040

ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ କଲମ ସଂଗ୍ରହ କରିବା, ତାଙ୍କର ଏକ ନିଆରା ନିଶା ନିଶା। ଏବେଯାଏ ସେ ୩ ହଜାରରୁ ଅଧିକ କଲମ ସଂଗ୍ରହ କରି ଏକ ରେକର୍ଡ ପ୍ରତିଷ୍ଠା ଦିଗରେ […]

The post କଲମ ନିଶାରେ ବଳଭଦ୍ର, ସଂଗ୍ରହ କଲେଣି ୩ ହଜାର ପେନ୍ appeared first on Odisha Reporter.

]]>

ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ କଲମ ସଂଗ୍ରହ କରିବା, ତାଙ୍କର ଏକ ନିଆରା ନିଶା ନିଶା। ଏବେଯାଏ ସେ ୩ ହଜାରରୁ ଅଧିକ କଲମ ସଂଗ୍ରହ କରି ଏକ ରେକର୍ଡ ପ୍ରତିଷ୍ଠା ଦିଗରେ ଆଗ୍ରସର ହେଉଛନ୍ତି। ଏ ସବୁ ଭିତରେ ଦେଶବିଦେଶର ଅନେକ ଦାମିକା ଓ ପ୍ରସିଦ୍ଧ କମ୍ପାନୀର କଲମ ମଧ୍ୟ ରହିଛି। ତାଙ୍କର ଏହି କଲମ ନିଶା ସଂପର୍କରେ କ’ଣ କହୁଛନ୍ତି ବଳଭଦ୍ର ପଢ଼ନ୍ତୁ।

ପ୍ରଶ୍ନ: ପେନ୍ ସଂଗ୍ରହର ନିଶା କେବେଠୁ?

ବଳଭଦ୍ର: ପେନ୍ ସଂଗ୍ରହର ନିଶା ଅନେକ ଦିନର। ସାମ୍ୱାଦିକତା ପଢିବାର ପ୍ରଥମ ବର୍ଷ ଥିଲା, ୨୦୧୨ ମସିହାର କଥା। ମୋର ଖାତାରେ ଡକ୍ଟର୍ ଫକୀରମୋହନ ନାହକ ତାଙ୍କ କଲମରେ ମୋ ନାଁଟି ଲେଖି ଦେଇଥିଲେ। ପେନ୍‌ଟି ଥିଲା କାଲିଗ୍ରାଫି। ତେବେ ସେ ଅକ୍ଷରଟି ଏତେ ସୁନ୍ଦର ହେଇଥିଲା ଯେ ମୁଁ ଭାବିଲି ମୁଁ କ’ଣ ଏମିତି ଲେଖିପାରିବି ନାହିଁ? ସେଇଠୁ ମନେ ପଡ଼ିଲା ମୋ ବାବାଙ୍କର ଗୋଟେ କଲମ ଥିଲା। ମୋ ବାବାଙ୍କର ଅକ୍ଷର ବି ସୁନ୍ଦର। ଗାଁକୁ ଯାଇଥିଲି, କାଳି କଲମଟି ଆଣିଲି ଏବଂ ଆଉ ଗୋଟେ କାଲିଗ୍ରାଫି ପେନ୍ କିଣି ଅଭ୍ୟାସ କଲି। କିଛିଦିନର ଅଭ୍ୟାସ ପରେ ଦେଖିଲି ଅକ୍ଷର ବହୁତ ସୁନ୍ଦର ହେଉଛି। ଖାଲି ସମୟରେ ପ୍ରତିଦିନ ଯାହା ମନକୁ ଆସିଲା ତାହା ଲେଖୁଥିଲି। ଏମିତିରେ ଦିନେ ଦେଖା ହୁଏ ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତଃ ଶ୍ରୀ ଅସୀମ ବସୁ, ଅସୀମଦାଙ୍କ ସହିତ। ଅସୀମ ବସୁଙ୍କ ପାଖକୁ ମୁଁ ଅନେକ ସମୟରେ ଯାଉଥିଲି। ଥିଏଟର୍ ନଥିଲେ ସେ ପ୍ରାୟ ଦିନ ମାଷ୍ଟର୍କ୍ୟାଣ୍ଟିନ୍ ପାଖ ଗୋଦାବରୀଶ ସାହିତ୍ୟ ସଂସଦକୁ ସଂଧ୍ୟାରେ ଆସୁଥିଲେ। ଗୋଟେ ଦିନ ସେ ପୁଳେ କଲମ ଆଣିଛନ୍ତି ଚିତ୍ର କରିବାକୁ। ତାଙ୍କ ଲେଖା ଦେଖି ଲୋଭ ବଢି ଯାଇଥିଲା। ଅସୀମଦାଙ୍କୁ ମୁଁ ପଚାରିଲି ଏ ପେନ୍ ସବୁ ଏଇଠି କୋଉଠି ମିଳୁଛି? ପେନ୍ ସବୁ କୋଉଠି ମିଳେ ସେ ମତେ କହିଲେ ଆଉ ଅକ୍ଷର ଲେଖା ସୌଖୀନ୍ ଦେଖି କହିଲେ, ତୋ ପାଖରେ ବି ଏମିତି କଳା ଅଛି, ମତେ କହିନୁ ତ ? ତା’ର ଦି’ଦିନ ପରେ ମୋତେ ଦି’ଟା କଲମ ଦେଲେ ଆଉ ଲେଟର୍‌ରେ ଷ୍ଟ୍ରୋକ୍ କେମିତି ବୁଲାଯାଏ ଶିଖେଇ ଦେଲେ। କିଛିଦିନ ଶିଖିଛି ଅସୀମ୍‌ ଦା’ ଆରପାରିକୁ ଚାଲିଗଲେ। ସେଇଠୁ ଶିଖିବା ବନ୍ଦ ହେଇଗଲା। ପରେ ସେ ମୋତେ ଯେତିକି ବତେଇଥିଲେ ସେତିକକୁ ପୁଞ୍ଜି କରି ଏକା ଅଭ୍ୟାସ କଲି। ପରେ ପରେ କଲମ ନିଶା ଏତେ ବଢିଗଲା ଯେ ବିଭିନ୍ନ ସ୍ଥାନରୁ ଖୋଜାଖୋଜି କରି ପେନ୍ ସଂଗ୍ରହରେ ଲାଗିଛି।

ପ୍ରଶ୍ନ: କୋଉଠୁ କୋଉଠୁ ସଂଗ୍ରହ କରିଛନ୍ତି ସବୁ ପେନ୍?

ବଳଭଦ୍ର: ମୋ ସ୍ୱଳ୍ପ ରୋଜଗାରର ସିଂହଭାଗ କଲମ ଆଉ ବହିପତ୍ର କିଣାକିଣିରେ ଯାଏ। ମୁଁ ଯେତେବେଳେ ଯେଉଁଠିକି ଯାଏ ଆଗ ଖବର ନିଏ ଭଲ କଲମ କୋଉଠି ମିଳିବ। କେବଳ କଲମ କିଣିବା ପାଇଁ ୪/୫ ବର୍ଷ ତଳେ ମୁଁ ପ୍ରତ୍ୟେକ ମାସେ, ଦୁଇମାସରେ କୋଲକାତା ଯାଉଥିଲି। କୋଲକାତାର ରାଇଟର୍ସ୍ ବିଲ୍ଡିଂ ତଳେ ଗୋଟେ ଦୋକାନ ଥିଲା, ସେଇଠି ସବୁ ପ୍ରକାର ଫରେନ୍ ପେନ୍ ମିଳୁଥିଲା, ଏବେ ବନ୍ଦ ହେଇଗଲାଣି। ସେଇଠୁ ବହୁତ ପେନ୍ କିଣିଛି। ମୋ ବୃତ୍ତିଗତ କାମରେ ଯେତେବେଳେ ବି ବାହାରକୁ ଯାଏ ସେଇ ସହରର କୋଉଠି ଭଲ କଲମ ଦୋକାନ ଅଛି ତାର ପତ୍ତା କରି ସେଇଠି ପହଞ୍ଚିଯାଏ। ଆଜିକାଲି ଅନ୍ଲାଇନ୍ରେ ବି ବହୁତ ପ୍ରକାରର କଲମ ମିଳୁଛି। ଏହା ବାଦେ ମୋର ପରମ ଶୁଭେଚ୍ଛୁ ଡକ୍ଟର୍ ଇନ୍ଦ୍ରମଣି ଜେନା, ପ୍ରଫେସର୍ ଅଭିନ୍ନଚନ୍ଦ୍ର ସାହୁ, ଡକ୍ଟର୍ ଜୀବନ ନାୟାର୍, ରାଜଧାନୀ କଲେଜର ଇଂରାଜୀ ଅଧ୍ୟାପିକା ଥିବା ମୋ ମାମିନ ନାନୀ, ଲୋକ ସେବକ ମଣ୍ଡଳର ଶ୍ରୀ ପ୍ରଭାସ ଆଚାର୍ଯ୍ୟ, ମୋ ରିକି ଭାଇ, ଭଂଜନଗରର ବାବୁଲି ଭାଇନା, ବିଜୟଲକ୍ଷୀ ମାଉସୀ, ମିଲନ୍ ଭାଇ, ରାଜା ଭାଇ, ମୋ ଦଦେଇ, ଦାଦା-ଖୁଡି, ସମସ୍ତେ ପାଖାପାଖି ୮ଶହରୁ ଅଧିକ ପେନ୍ ଦେଇଥିବେ। ବାବୁଲି ଭାଇନା, ଯାହାଙ୍କ କଥା ଆପଣଙ୍କୁ କହୁଥିଲି ସେ ମୋ କଲମ ନିଶାକୁ ଜବରଦସ୍ତ କରି ଦେଇଛନ୍ତି, ଅନେକ ପୁରୁଣା ପେନ୍ ସବୁ ବିଭିନ୍ନ ମାଧ୍ୟମରୁ ଯୋଗାଡ କରି ଦେଇଛନ୍ତି। ମୋ କଲମ ସଂଗ୍ରହର ନିଶା ଦେଖିକି ମୋର ଅନେକ ସଂପର୍କୀୟ, ବନ୍ଧୁମାନେ ମୋତେ ବହୁତ କଲମ ବି ଦେଇଛନ୍ତି। ମୋର ଆଉ ଜଣେ ଦାଦାପୁଅ ଭାଇ, ସିତୁ ଏବେ ଜର୍ମାନୀରେ ରହୁଛି। ତା’ର ଷ୍ଟଡିଟୁର୍‌ରେ ସେ ପ୍ରତିମାସରେ ଜର୍ମାନୀରୁ ୟୁରୋପରେ ଅନେକ ଦେଶକୁ ଯାଏ। ସିଏ ଯେଉଁ ଦେଶକୁ ଯାଏ, ସେହି ଦେଶର ପେନ୍ ମୋ ପାଇଁ ପେନ୍ କିଣିକି ପଠେଇ ଦିଏ। ବର୍ତ୍ତମାନ ସୁଦ୍ଧା ମୋ ପାଖରେ ୩ହଜାରରୁ ଉର୍ଦ୍ଧ୍ୱ କଲମ ଅଛି। ଆଉ ସବୁ କଲମ ଚାଲିବା ଅବସ୍ଥାରେ ଅଛି।

ପ୍ରଶ୍ନ: କାଲିଗ୍ରାଫି ପାଇଁ ବିଧିବଦ୍ଧ ଶିକ୍ଷା କେଉଁଠୁ ନେଇଛନ୍ତି?

ବଳଭଦ୍ର: ନା। ବୃତ୍ତିର ବଳୟ ଭିତରୁ ବାହାରିପାରିନି। ଏ କଳାକୁ କେବଳ ଏକ ସୌଖୀନ ଭାବେ ସବୁବେଳେ ଗ୍ରହଣ କରିଛି। ଆର୍ଟ୍ କଲେଜ ମାନଙ୍କରେ ପଢା ହୁଏ ବୋଲି ଖାଲି ଶୁଣିଛି। କିଛିଦିନ ତଳେ ତାଜମହଲ୍ ଯାଇଥିଲି। ତାଜ୍‌ମହଲ୍ କାନ୍ଥରେ କାଲିଗ୍ରାଫିରେ ଉର୍ଦ୍ଦୁ ଅକ୍ଷର ସବୁ ଲେଖା ହେଇଛି। ସେ ସମୟରେ ପଥର ଖୋଦେଇ ଯେମିତି ଲେଖା ହେଇଛି ତାହା ସତରେ ଆଶ୍ଚର୍ଯ୍ୟ। ସେସବୁ ଦେଖିକି ଲାଗୁଥିଲା ଅକ୍ଷର ଦ୍ୱାରା ପଥରରେ ଫୁଲ ଫୁଟା ହେଇଛି। ସେଇଠୁ କିଛି ଫଟୋ ଉଠେଇକି ଆଣିଛି। ମୋର ଆଉ ଜଣେ ବଡ଼ଭାଇ ମାନସରଂଜନ ବାରିକ, ଯିଏ ଏବେ ଚିତ୍ରକୋଣ୍ଡାରେ ଏସ୍‌ଡିପିଓ ଅଛନ୍ତି ସିଏ ଭୁବନେଶ୍ୱର ଆସିଲେ ମିଶିକି କାଲିଗ୍ରାଫି ଲେଖାରେ ମାତିଯାଉ। ସିଏ ଜେଏନ୍‌ୟୁ, ଦିଲ୍ଲୀରେ ପଢିଲା ବେଳେ କାଲିଗ୍ରାଫି ଶିଖିଛନ୍ତି।

ପ୍ରଶ୍ନ: ଆପଣଙ୍କ ନଜରରେ ଆଉ କିଏ କଲମ ସଂଗ୍ରହ କରନ୍ତି?

ବଳଭଦ୍ର: ସେ ବାବଦରେ ବିଶେଷ ଧାରଣା ନାହିଁ। ହଁ, ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର୍ ଭାସ୍କର ମିଶ୍ର ବହୁତ କଲମ ସଂଗ୍ରହ କରିଛନ୍ତି। ସେ ପୁରୀରେ ରହନ୍ତି। ତାଙ୍କ ଘର ହେଉଛି କଲମର ଗୋଟେ ଗନ୍ତାଘର। କଲମ ସଂଗ୍ରହ ଆଉ କାହା ପାଖରେ ଅଛି ସେ ବିଷୟରେ ଜଣାନାହିଁ।

The post କଲମ ନିଶାରେ ବଳଭଦ୍ର, ସଂଗ୍ରହ କଲେଣି ୩ ହଜାର ପେନ୍ appeared first on Odisha Reporter.

]]>
2019-07-27 21:41:08 https://odishareporter.in/wp-content/uploads/2019/07/5.jpg
ମୁଁ ଡରୁନି କି ଡରୁଆ ବିଧାୟକ ନୁହେଁ: ମକରନ୍ଦ ମୁଦୁଲି https://odishareporter.in/interview/a-interview-with-rayagada-mla-makaranda-muduli-401726 Sat, 06 Jul 2019 09:27:53 +0000 http://odishareporter.in/?p=401726

ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। କୌଣସି ଦଳରୁ ନୁହେଁ, ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଜିତିଛନ୍ତି ନିର୍ବାଚନ। ସବୁଠାରୁ ବଡ଼ କଥା ହେଉଛି, ସେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍‌ ବିହାରୀ ହିମିରିକାଙ୍କୁ ହରାଇଛନ୍ତି। ଏହା ସହିତ ମକରନ୍ଦ ମୁଦୁଲି ହେଉଛନ୍ତି ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ବିଧାୟକ। ‘ଓଟିଭି’ର ‘ଖୋଲାକଥା’ କାର୍ଯ୍ୟକ୍ରମକୁ ଆସିଥିବା ଅବସରରେ ସେ ନିର୍ବାଚନ ସମ୍ପର୍କିତ ଅନେକ କଥା କହିଥିଲେ। ବିଶେଷ କରି ମାତ୍ର ୧୫ ହଜାର ଟଙ୍କାରେ ସେ କିପରି […]

The post ମୁଁ ଡରୁନି କି ଡରୁଆ ବିଧାୟକ ନୁହେଁ: ମକରନ୍ଦ ମୁଦୁଲି appeared first on Odisha Reporter.

]]>

ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। କୌଣସି ଦଳରୁ ନୁହେଁ, ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଜିତିଛନ୍ତି ନିର୍ବାଚନ। ସବୁଠାରୁ ବଡ଼ କଥା ହେଉଛି, ସେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍‌ ବିହାରୀ ହିମିରିକାଙ୍କୁ ହରାଇଛନ୍ତି। ଏହା ସହିତ ମକରନ୍ଦ ମୁଦୁଲି ହେଉଛନ୍ତି ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ବିଧାୟକ। ‘ଓଟିଭି’ର ‘ଖୋଲାକଥା’ କାର୍ଯ୍ୟକ୍ରମକୁ ଆସିଥିବା ଅବସରରେ ସେ ନିର୍ବାଚନ ସମ୍ପର୍କିତ ଅନେକ କଥା କହିଥିଲେ। ବିଶେଷ କରି ମାତ୍ର ୧୫ ହଜାର ଟଙ୍କାରେ ସେ କିପରି ନିର୍ବାଚନ ଲଢ଼ିଛନ୍ତି, ସେ ଅନୁଭୂତି କହିଥିଲେ।  ଏଠାରେ ତାଙ୍କର ସେହି ସାକ୍ଷାତକାରର କିଛି ଅଂଶ ଦିଆଯାଇଛି।

ପ୍ରଶ୍ନ: ଏଡିଆର୍‌ ରିପୋର୍ଟ ଅନୁଯାୟୀ, ଆପଣଙ୍କ ଆକାଉଣ୍ଟରେ ମାତ୍ର ୧୫ ହଜାର ଟଙ୍କା ଥିଲା। ତାହା ଅଛି ନା ସରିଯାଇଛି ?
ଉତ୍ତର: ୧୫ ହଜାର ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୋଇଯାଇଛି। ଲୋକଙ୍କ ସହିତ ରହିଛି। ଛାତ୍ର ଜୀବନରୁ ଲୋକଙ୍କ ସେବା କରି ଆସୁଛି। ସୁବିଧା ଅସୁବିଧାରେ ଲୋକଙ୍କ ପାଖରେ ପହଞ୍ଚିଥାଏ। ଏହା ହିଁ ମୋର ପୁଞ୍ଜି।

ପ୍ରଶ୍ନ: ଆପଣଙ୍କ ପ୍ରତିଦ୍ୱନ୍ଦୀ କୋଟିପତି ଥିଲେ। ଆପଣ ନିଜ କର୍ମୀକୁ କେମିତି ମ୍ୟାନେଜ୍‌ କରୁଥିଲେ?
ଉତ୍ତର: ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ଗାଁର ଲୋକେ ଟଙ୍କା ଦେଇଥିଲେ। ଲୋକଙ୍କ ଭଲ ପାଇବା ଯୋଗୁ ନିର୍ବାଚନ ଜିତି ପାରିଛି।

ପ୍ରଶ୍ନ: ୨୦୧୪ ମସିହାରେ ଆପଣ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲା। ଏଥର କଂଗ୍ରେସ କାହିଁକି ଆପଣଙ୍କୁ ଟିକଟ୍‌ ଦେଲେ ନାହିଁ?
ଉତ୍ତର: କଂଗ୍ରେସ ଦଳ ବିଜୟୀ ପ୍ରାର୍ଥୀଙ୍କୁ ନେବାକୁ ଚାହିଁଲା ନାହିଁ। ତେଣୁ ଲୋକଙ୍କ ନିଷ୍ପତ୍ତି ଅନୁସାରେ ମୁଁ ବିଜୟୀ ହୋଇଛି।

ପ୍ରଶ୍ନ: ରାଜନୀତିରେ ରହି ଆପଣ ପରିବାର ପ୍ରତି ଅନ୍ୟାୟ କରିଛନ୍ତି କି ?
ଉତ୍ତର: ମୁଁ ମୋ ପରିବାର ପ୍ରତି ନିଶ୍ଚିତ ଅନ୍ୟାୟ କରିଛି। ସେମାନେ କୁଲି, ମଜୁରି କରି ଚଳନ୍ତି। ସମାଜରେ ଲୋକଙ୍କର ସେବା କରିବା ସହିତ ପରିବାରକୁ ମଧ୍ୟ ସାହାଯ୍ୟ କରିବି।

ପ୍ରଶ୍ନ: ରାଜନୀତିରେ କାହାଠୁ ପ୍ରେରଣା ପାଇଛନ୍ତି?
ଉତ୍ତର: ରାଜନୀତି କରିବା ପାଇଁ ମୋତେ ବ୍ୟକ୍ତିଗତ ଭାବେ କେହି ପ୍ରେରଣା ଦେଇ ନାହାନ୍ତି। ଛାତ୍ର ଜୀବନରୁ ମୁଁ ରାଜନୀତି ସହିତ ଜଡ଼ିତ ଥିଲି। ହଷ୍ଟେଲ୍‌ରେ ଥିବା ସମୟରେ ବଡ଼ ଭାଇମାନଙ୍କଠାରୁ ମୁଁ ରାଜନୀତିର ପ୍ରେରଣା ପାଇଥିଲି। କିନ୍ତୁ ବିଧାୟକ ହେବି ବୋଲି କେବେ ଚିନ୍ତା କରି ନଥିଲି।

ପ୍ରଶ୍ନ: ଆପଣଙ୍କୁ ଲାଗୁଛି କି ନିର୍ବାଚନ ଜିତିବା ପାଇଁ ଟଙ୍କା ଅପରିହାର୍ଯ୍ୟ ?
ଉତ୍ତର: ଜିତିବା ପାଇଁ ଟଙ୍କାର ଆବଶ୍ୟକତା ପଡ଼େ ନାହିଁ। ଯଦି ଆପଣ ଗ୍ରାସ୍‌ ରୁଟ୍‌ ଲେବଲ୍‌ରେ ଲୋକଙ୍କ ସହିତ ରହିବେ, ତେବେ ସେମାନେ ହିଁ ସଂଗଠନ ତିଆରି କରିବେ ଏବଂ ଆପଣଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ। ମୋର ପୁଞ୍ଜି ହେଉଛନ୍ତି ଜନତା।

ପ୍ରଶ୍ନ: ଆପଣ ଶିଳ୍ପାୟନର ବିରୋଧୀ?
ଉତ୍ତର: ମୁଁ ଶିଳ୍ପାୟନର ବିରୋଧୀ ନୁହେଁ। କିନ୍ତୁ ଶିଳ୍ପ ତିଆରି କରିବା ପାଇଁ ସରକାର ଯେଉଁ ଆଦିବାସୀଙ୍କୁ ବିସ୍ଥାପିତ କରୁଛନ୍ତି, ସେମାନଙ୍କ କଥା ଆଉ ପରେ ଚିନ୍ତା କରୁନାହାନ୍ତି। ଆଜି ବି ବିସ୍ଥାପିତ ଏକ ସମସ୍ୟା ହୋଇ ରହିଛି। ଏହାର ଏକ ଉଦାହରଣ ହେଉଛି, ଇନ୍ଦ୍ରାବତୀ ଡ୍ୟାମ୍‌। ଇନ୍ଦ୍ରାବତୀ ଡ୍ୟାମ୍‌ ନିର୍ମାଣ ପାଇଁ ଅନେକ ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ସରକାର ଜମି ଯୋଗାଇ ନଥିଲେ। ମୁଁ ଏହାର ବିରୋଧୀ।

ପ୍ରଶ୍ନ: ଆପଣଙ୍କ ପାଖରେ ଦଳ ନାହିଁ, ବିଧାନସଭାରେ ଏକାକୀ କେମିତି ଲଢ଼ିବେ ?
ଉତ୍ତର: ବିଧାନସଭା ସରକାର ମୋ କଥା ନ ଶୁଣିଲେ ମୁଁ ବିଧାନସଭା ବାହାରେ ଶୁଣାଇବି। ନ ହେଲେ ଆନ୍ଦୋଳନ କରିବି। ମୁଁ ଡରୁନି କି ଡରୁଆ ବିଧାୟକ ମଧ୍ୟ ନୁହେଁ।

ପ୍ରଶ୍ନ: ଆପଣ ଅନେକ ପ୍ରକାର ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ନିଶା ବିରୋଧୀ ଆନ୍ଦୋଳନରେ କାହିଁକି କେବେ ସାମିଲ ହୋଇନାହାନ୍ତି, ଯାହ ଆଦିବାସୀଙ୍କ ସବୁଠୁ ବଡ଼ ସମସ୍ୟା?
ଉତ୍ତର: ମୋ ପରିବାର ଏବଂ ସମାଜ ସମସ୍ତେ ମଦରେ ବୁଡ଼ି ରହିଛନ୍ତି। ଆଗକୁ ମଦ ବିରୋଧରେ ଆନ୍ଦୋଳନ କରିବି ଏବଂ ସଚେତନ କରାଇବି।

ପ୍ରଶ୍ନ: ଆପଣ କାହିଁକି ବାହା ହେଲେନି?
ଉତ୍ତର: ସମାଜ ସେବାରେ ସମୟ ପଳେଇଲା। ବିବାହ କଥା ଚିନ୍ତା କଲି ନାହିଁ।

ପ୍ରଶ୍ନ: ସୁଯୋଗ ମିଳିଲେ ଆଦିବାସୀ ଅଞ୍ଚଳରେ କ’ଣ ବନ୍ଦ କରିବେ ?
ଉତ୍ତର: ସୁଯୋଗ ମିଳିଲେ ଆଦିବାସୀ ଅଞ୍ଚଳରେ ମଦ ବନ୍ଦ କରିବି।

ପ୍ରଶ୍ନ: ସୁଯୋଗ ମିଲିଲେ କେଉଁ ଦଳରେ ଯୋଗ ଦେବେ ?
ଉତ୍ତର: ସେ ବିଷୟରେ ମୁଁ ଚିନ୍ତା କରିନାହିଁ।

ପ୍ରଶ୍ନ: ନେତୃତ୍ୱ ନେବାର ପ୍ରେରଣା କେଉଁଠୁ ପାଇଛନ୍ତି ?
ଉତ୍ତର: ନେତୃତ୍ୱ ନେବାର ପ୍ରେରଣା ମୁଁ ବି.ଆର୍‌ ଆମ୍ୱେଦକରଙ୍କଠାରୁ ପାଇଛି।

The post ମୁଁ ଡରୁନି କି ଡରୁଆ ବିଧାୟକ ନୁହେଁ: ମକରନ୍ଦ ମୁଦୁଲି appeared first on Odisha Reporter.

]]>
left bottom 2019-07-06 14:59:32 https://odishareporter.in/wp-content/uploads/2019/07/makaranda4.jpg
ଦିନେ କଳାକାରଙ୍କ ଚପଲ ଉଠାଉଥିବା ଏହି ବ୍ୟକ୍ତି ଆଜି ବଲିଉଡ୍‌ର ଚର୍ଚ୍ଚିତ ନାଁ https://odishareporter.in/entertainment/once-upon-a-time-madhur-bhandarkar-was-a-unwanted-person-in-bollywood-347113 Sun, 03 Mar 2019 11:40:51 +0000 https://odishareporter.in/?p=347113

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): କୁହାଯାଏ, “ଜିସ୍‌କେ ପାସ୍‌ ଖୋନେ କେ ଲିୟେ କୁଛ୍‌ ନା ହୋ, ଉସ୍‌କେ ପାସ୍‌ ପାନେ କୋ ପୂରା ଆସମାଁ ହୋତା ହୈ ।” ଆଉ ଏଇ ହିନ୍ଦି ଆପ୍ତବାକ୍ୟଟି ତାଙ୍କ ପାଇଁ ନିଶ୍ଚିତ ପ୍ରଯୁଜ୍ୟ ହେବ ବୋଲି ଆମେ ଭାବୁଛୁ। ତାଙ୍କ ନାଁଟି ଯେତିକି ଚର୍ଚ୍ଚିତ, ତାଙ୍କ ବ୍ୟକ୍ତିତ୍ୱ ଆଉ ଅତୀତ ବି ସେତିକି ରୋମାଞ୍ଚକର। କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ ତାଙ୍କ ଜୀବନର କାହାଣୀ। ଆମେ କହୁଛୁ ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ […]

The post ଦିନେ କଳାକାରଙ୍କ ଚପଲ ଉଠାଉଥିବା ଏହି ବ୍ୟକ୍ତି ଆଜି ବଲିଉଡ୍‌ର ଚର୍ଚ୍ଚିତ ନାଁ appeared first on Odisha Reporter.

]]>

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): କୁହାଯାଏ, “ଜିସ୍‌କେ ପାସ୍‌ ଖୋନେ କେ ଲିୟେ କୁଛ୍‌ ନା ହୋ, ଉସ୍‌କେ ପାସ୍‌ ପାନେ କୋ ପୂରା ଆସମାଁ ହୋତା ହୈ ।” ଆଉ ଏଇ ହିନ୍ଦି ଆପ୍ତବାକ୍ୟଟି ତାଙ୍କ ପାଇଁ ନିଶ୍ଚିତ ପ୍ରଯୁଜ୍ୟ ହେବ ବୋଲି ଆମେ ଭାବୁଛୁ। ତାଙ୍କ ନାଁଟି ଯେତିକି ଚର୍ଚ୍ଚିତ, ତାଙ୍କ ବ୍ୟକ୍ତିତ୍ୱ ଆଉ ଅତୀତ ବି ସେତିକି ରୋମାଞ୍ଚକର। କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ ତାଙ୍କ ଜୀବନର କାହାଣୀ।

ଆମେ କହୁଛୁ ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକରଙ୍କ କଥା। ଓଟିଭି ପକ୍ଷରୁ ଫରସାଇଟ୍‌ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱରରେ ଆସି ପହଞ୍ଚିଥିବା ଏହି ବ୍ୟକ୍ତିଙ୍କୁ ଭେଟିଥିଲା ଆମ ଟିମ୍‌।

ଦାରିଦ୍ର୍ୟର କଷାଘାତ ସହି ବଢିଛନ୍ତି ମଧୁର। ସଂଘର୍ଷରେ କଟିଯାଇଛି ପୂରା ଶୈଶବ। ଦିନ ଥିଲା ରୋଜଗାର କରିବା ପାଇଁ ସେ ଘର ଘର ବୁଲି ସିଡି କ୍ୟାସେଟ୍‌ ବିକ୍ରି କରୁଥିଲେ। ଦାରିଦ୍ର୍ୟ ପାଇଁ ତାଙ୍କୁ ସେଲିବ୍ରିଟିଙ୍କ ଚପଲ ଉଠାଇବା ଏବଂ ଟେବୁଲ୍‌ ସଫା କରିବାକୁ ମଧ୍ୟ ପଡିଥିଲା। ହେଲେ ଆଜି ସେ ବଲିଉଡ୍‌ର ଜଣେ ଜଣାଶୁଣା ଫିଲ୍ମ ମେକର। ପତନାଭିମୁଖୀ ଜୀବନରୁ ଗ୍ଲାମର ଦୁନିଆକୁ ତାଙ୍କ ଯାତ୍ରା ପଥର ଶ୍ରେୟ କାହାକୁ ଦେବେ ବୋଲି ପଚାରିଲେ ସେ ହସିଦିଅନ୍ତି ଆଉ ଉଚ୍ଚାରଣ କରନ୍ତି ଗୋଟିଏ ଶବ୍ଦ, ସଂଘର୍ଷ। ଦାରିଦ୍ର୍ୟ-ପ୍ରସିଦ୍ଧି ମଧ୍ୟରେ ଯାତ୍ରାପଥର ଉତ୍‌ଥାନ ପତନ ସମ୍ପର୍କରେ ଓଡ଼ିଶା ରିପୋର୍ଟରକୁ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ମୁଁ ସବୁବେଳେ ସେହି ମଧ୍ୟବର୍ଗୀୟ ମଧୁର ହୋଇ ରହିବାରୁ ଚାହିଁବି। ପଇସା ରୋଜଗାର ପାଇଁ ବାନ୍ଦ୍ରାର ସେ ଗଳି କନ୍ଦି କଥା ମୋର ଆଜି ବି ମନେପଡେ। ଯେଉଁଠି ଦିନେ ମୁଁ ବୁଲି ବୁଲି ସିଡି ବିକ୍ରି କରୁଥିଲି। ଆଜି ଯେତେବେଳେ ସମୟ ମିଳେ ସାଇକେଲ୍‌ ଧରି ସେହି ଗଳିକୁ ଚାଲିଯାଏ। ସବୁକିଛି ବଦଳି ଯାଇଛି। ଆଉ ସେ ବସ୍ତି ନାହିଁ କି କଚ୍ଚା ରାସ୍ତା ନାହିଁ, କିନ୍ତୁ ସ୍ମୃତି ସବୁ ଏବେବି ସେମିତି ଅଛି।

ଓଡ଼ିଶା ରିପୋର୍ଟର: ଦାରିଦ୍ର୍ୟରୁ ବାହାରି ଆଜି ଆପଣ ଜଣେ ସଫଳ ଫିଲ୍ମ ନିର୍ମାତା, ଏସବୁ କେମିତି ସମ୍ଭବ ହେଲା ?

ଭଣ୍ଡାରକର: ସବୁ ସମ୍ଭବ ହେଲା କେବଳ ସଂଘର୍ଷ ପାଇଁ। ଫିଲ୍ମ ନିର୍ମାଣ କରିବାକୁ ବହୁତ ପରିଶ୍ରମ କରିଛି। ଆଜି ମୋ ପରିଶ୍ରମକୁ ଲୋକମାନେ ବୁଝିପାରିଛନ୍ତି। ଫିଲ୍ମ ‘ଚାନ୍ଦିନିବାର’ରୁ ଆରମ୍ଭ କରି ‘ଇନ୍ଦୁ ସରକାର’ ପର୍ଯ୍ୟନ୍ତ ଦର୍ଶକେ ମୋ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି। ଫିଲ୍ମକୁ ନେଇ ମତେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଯାହା ମୋତେ ବହୁତ ଖୁସି ଦେଇଛି।

ଓଡ଼ିଶା ରିପୋର୍ଟର: ଅଧିକାଂଶ ଫିଲ୍ମରେ ଆପଣ ଅଭିନେତ୍ରୀମାନଙ୍କ ଚରିତ୍ରକୁ କ’ଣ ପାଇଁ ପ୍ରାଧାନ୍ୟ ଦିଅନ୍ତି ?

ଭଣ୍ଡାରକର: ସେମିତି କିଛି କଣ୍ଟେଣ୍ଟ ରହିଲେ ଭଲଲାଗେ। ଯାହା ନାରୀ ସ୍ୱାଧୀନତାକୁ ରେଖାଙ୍କିତ କରେ ବୋଲି ମୁଁ ଭାବୁଛି।  

ଓଡ଼ିଶା ରିପୋର୍ଟର: ଫେମ୍‌ ମିଳିବା ପରେ କ’ଣ ସବୁ ବଦଳିଯାଇଛି ଆପଣଙ୍କ ଜୀବନରେ ?

ଭଣ୍ଡାରକର:  ଫେମ୍‌ ମିଳିବା ପରେ ଲୋକମାନେ ମତେ ଚିହ୍ନିଲେ, ଭଲ ପାଇବା ଦେଲେ। କିନ୍ତୁ ମୁଁ କେବେବି ବଦଳିନାହିଁ। ଏବେ ବି ମୁଁ ସେହି ମଧ୍ୟବର୍ଗୀୟ ମଧୁର ଭଣ୍ଡାରକର।

The post ଦିନେ କଳାକାରଙ୍କ ଚପଲ ଉଠାଉଥିବା ଏହି ବ୍ୟକ୍ତି ଆଜି ବଲିଉଡ୍‌ର ଚର୍ଚ୍ଚିତ ନାଁ appeared first on Odisha Reporter.

]]>
left top 2019-03-04 10:31:32 https://odishareporter.in/wp-content/uploads/2019/03/madhur.jpg
ପାର୍ଥ ଶେଆର କଲେ ବଲିଉଡ୍‌ ଫିଲ୍ମରେ କାମ କରିବାର ଏକ୍ସପିରିଏନ୍‌ସ୍ https://odishareporter.in/video/exclusive-interview-with-partha-sarathi-ray-345538 Wed, 27 Feb 2019 13:01:31 +0000 https://odishareporter.in/?p=345538

The post ପାର୍ଥ ଶେଆର କଲେ ବଲିଉଡ୍‌ ଫିଲ୍ମରେ କାମ କରିବାର ଏକ୍ସପିରିଏନ୍‌ସ୍ appeared first on Odisha Reporter.

]]>

The post ପାର୍ଥ ଶେଆର କଲେ ବଲିଉଡ୍‌ ଫିଲ୍ମରେ କାମ କରିବାର ଏକ୍ସପିରିଏନ୍‌ସ୍ appeared first on Odisha Reporter.

]]>
2019-02-28 11:31:50 https://odishareporter.in/wp-content/uploads/2019/02/Parthha.jpg
‘ଜିରୋ’ରେ ଜଲୱା ଦେଖାଇଛନ୍ତି ଆମ ଓଡ଼ିଆ ପୁଅ ସୂର୍ଯ୍ୟନ୍‌ https://odishareporter.in/entertainment/odia-choreographer-in-bollywood-1-340728 Thu, 21 Feb 2019 08:45:46 +0000 https://odishareporter.in/?p=340728

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ବଲିଉଡ୍‌ରେ ଓଡ଼ିଆ କୋରିଓଗ୍ରାଫର୍‌ ସୂର୍ଯ୍ୟନ୍‌ ରଥ। ନିକଟରେ ସେ ବଲିଉଡ୍‌ ଫିଲ୍ମ ‘ଜିରୋ’ର ଏକ ଗୀତରେ କୋରିଓଗ୍ରାଫି କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଏହି ଫିଲ୍ମରେ କ୍ୟାଟରିନାଙ୍କ ଅଭିନୀତ ଗୀତ ‘ହୁସନ୍ ପରଚମ୍‌’ରେ  କୋରିଓଗ୍ରାଫି କରିଛନ୍ତି। ସୂର୍ଯ୍ୟନ୍‌ କୋରିଓଗ୍ରାଫର ବୋସ୍କଙ୍କ ଟିମ୍‌ରେ କାମ କରନ୍ତି। ବଲିଉଡ଼ରେ ଜଲ୍‌ୱା ଦେଖାଉଥିବା ସୂର୍ଯ୍ୟନ୍‌ ଓଲିଉଡ୍‌ରେ ମଧ୍ୟ କାମ କରିଛନ୍ତି। ଓଡ଼ିଶାରେ ୭ଟି ରିୟାଲିଟି ଶୋ’ରେ ଭାଗ ନେଇଥିବା ସୂର୍ଯ୍ୟନ୍‌ କିନ୍ତୁ ଓଲିଉଡ୍‌ରେ କୋରିଓଗ୍ରାଫି କରିବାକୁ ନେଇ ଖୁସି ନାହାନ୍ତି। […]

The post ‘ଜିରୋ’ରେ ଜଲୱା ଦେଖାଇଛନ୍ତି ଆମ ଓଡ଼ିଆ ପୁଅ ସୂର୍ଯ୍ୟନ୍‌ appeared first on Odisha Reporter.

]]>

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ବଲିଉଡ୍‌ରେ ଓଡ଼ିଆ କୋରିଓଗ୍ରାଫର୍‌ ସୂର୍ଯ୍ୟନ୍‌ ରଥ। ନିକଟରେ ସେ ବଲିଉଡ୍‌ ଫିଲ୍ମ ‘ଜିରୋ’ର ଏକ ଗୀତରେ କୋରିଓଗ୍ରାଫି କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଏହି ଫିଲ୍ମରେ କ୍ୟାଟରିନାଙ୍କ ଅଭିନୀତ ଗୀତ ‘ହୁସନ୍ ପରଚମ୍‌’ରେ  କୋରିଓଗ୍ରାଫି କରିଛନ୍ତି। ସୂର୍ଯ୍ୟନ୍‌ କୋରିଓଗ୍ରାଫର ବୋସ୍କଙ୍କ ଟିମ୍‌ରେ କାମ କରନ୍ତି।

ବଲିଉଡ଼ରେ ଜଲ୍‌ୱା ଦେଖାଉଥିବା ସୂର୍ଯ୍ୟନ୍‌ ଓଲିଉଡ୍‌ରେ ମଧ୍ୟ କାମ କରିଛନ୍ତି। ଓଡ଼ିଶାରେ ୭ଟି ରିୟାଲିଟି ଶୋ’ରେ ଭାଗ ନେଇଥିବା ସୂର୍ଯ୍ୟନ୍‌ କିନ୍ତୁ ଓଲିଉଡ୍‌ରେ କୋରିଓଗ୍ରାଫି କରିବାକୁ ନେଇ ଖୁସି ନାହାନ୍ତି।

ମୁଁ ଅନେକ ରିୟାଲିଟି ଶୋ’ରେ ଭାଗ ନେଇଛି। ସେଥିରୁ କିଛି ଶୋ’ ଜିତିଛି ମଧ୍ୟ। ତଥାପି ଓଲିଉଡ୍‌ରେ ମୋତେ କାମ ମିଳିଲାନି। ଆଉ ଖାସ୍‌ ସେଇଥି ପାଇଁ ମୁଁ ଆଜି ବଲିଉଡ୍‌ ମୁହାଁ ହୋଇଛି। ଅବଶ୍ୟ ଏମିତି ବି କହିପାରନ୍ତି ମୁଁ ମୋ ସ୍ୱପ୍ନ ପୂରଣ କରିବାରେ ଲାଗିଛି।

ଦିନେ ସୂର୍ଯ୍ୟନ୍‌ଙ୍କ ସ୍ୱପ୍ନ ଥିଲା ସେ ଫେମ୍‌ସ୍‌ କୋରିଓଗ୍ରାଫର ରେମୋ ଡିସୋଜା, ଏହମଦ୍‌ ଖାନ୍‌, ସରୋଜ୍‌ ଖାନ୍‌ ପରି କଳାକରାଙ୍କ ସହ କାମ କରିବେ। ଏ ଆଶା ପୂରଣ କରିବାରେ ତାଙ୍କୁ ୧୨ବର୍ଷ ଲାଗିଗଲା ବୋଲି ସେ କହିଥିଲେ।

ସୂର୍ଯ୍ୟନ୍‌ଙ୍କ କହିବା କଥା, ଦିନ ଥିଲା ଯେତେବେଳେ ସେ କେବଳ ଲୋକଲୋଚନକୁ ଆସିବା ପାଇଁ ନାଚୁଥିଲେ। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ବଲିଉଡ୍‌ରେ କାମ ଆରମ୍ଭ କରିବା ପରେ ଏବେ ତାଙ୍କୁ ବିଭିନ୍ନ ଫିଲ୍ମ ଏବଂ ମ୍ୟୁଜିକ୍‌ ଭିଡିଓରେ କାମ କରିବାର ସୁଯୋଗ ମିଳୁଛି। ଓଡ଼ିଶାରେ କଣ୍ଟେଟ୍‌ର ଅଭାବ ରହିଛି ତେଣୁ ଓଲିଉଡ୍‌ରେ ଡ୍ୟାନ୍ସର ଚାହିଦା କମିଛି ।

ଟିଭିରେ ଟିଆର୍‌ପି ପାଇବା ପାଇଁ ରିଆଲିଟି ଶୋକୁ ସ୍କ୍ରିପ୍‌ଟେଡ୍‌ କରିବାକୁ ପଡେ। ରିଆଲିଟି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ କ’ଣ ପ୍ରଶ୍ନ କରାଯିବ ସେସବୁ ପୂର୍ବରୁ କୁହାଯାଇଥାଏ। କିଛି ଇମୋଶ୍‌ନାଲ୍‌ ସିନ୍‌ ରଖାଯାଏ। ଯାହାଦ୍ୱାରା ଲୋକମାନେ ଶୋ’ ସହ ଜଡିତ ରହିପାରିବେ। ଏସବୁ ଭିତରେ ବେଳେ ବେଳେ କେଉଁଠି ନା କେଉଁଠି ଟ୍ୟାଲେଣ୍ଟ ବଳି ପଡିଯାଏ।

ପ୍ରଭୁଦେବାଙ୍କଠାରୁ ପାଇଛନ୍ତି ପ୍ରଶଂସା

କନ୍ନଡ କଳାକର ପାରୁଲ୍‌ଙ୍କ ପର୍‌ସନାଲ୍‌ ଟ୍ରେନର୍‌ ହେଉଛନ୍ତି ସୂର୍ଯ୍ୟନ୍‌। ତାଙ୍କ କୋରିଓଗ୍ରାଫି ଦେଖି ପ୍ରଭୁଦେବା ତାଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଥିଲେ। ପୂର୍ବପେକ୍ଷା ତାଙ୍କ ଡାନ୍ସ ଅଧିକ ଷ୍ଟାଇଲିସ୍‌ ହୋଇଯାଇଛି ବୋଲି ସେ କହିଥିଲେ। ଯାହା ଶୁଣିବା ପରେ ସୂର୍ଯ୍ୟନ୍‌ ବହୁତ ଖୁସି ହୋଇ ଯାଇଥିଲେ ବୋଲି କହିଛନ୍ତି।

ନିଜର ଡ୍ୟାନ୍ସ ଏକାଡେମୀ ଖୋଲିବେ ସୂର୍ଯ୍ୟନ୍‌

ଆଗାମୀ ଦିନରେ ଓଡ଼ିଶା ଲୋକମାନଙ୍କ ପାଇଁ ଏକ ଡ୍ୟାନ୍ସ ଏକାଡେମୀ ଖୋଲିବାକୁ ଯାଉଛନ୍ତି। ଭୁବନେଶ୍ୱରରେ ଖୁବ୍‌ଶିଘ୍ର ନିଜ ଯୋଜନାକୁ ସଫଳତା ରୂପ ଦେବାକୁ ସେ ଯାଉଛନ୍ତି ବୋଲି ସେ କୁହନ୍ତି।

 

 

 

 

 

The post ‘ଜିରୋ’ରେ ଜଲୱା ଦେଖାଇଛନ୍ତି ଆମ ଓଡ଼ିଆ ପୁଅ ସୂର୍ଯ୍ୟନ୍‌ appeared first on Odisha Reporter.

]]>
left top 2019-02-21 14:16:24 https://odishareporter.in/wp-content/uploads/2019/02/as-2.jpg
ଏଠି ବ୍ୟକ୍ତିକୈନ୍ଦ୍ରିକ ରାଜନୀତି ଚାଲିଛି: ଡ. ଦିଲ୍ଲୀପ କୁମାର ପଣ୍ଡା https://odishareporter.in/business/there-is-no-space-for-people-oriented-politics-or-development-in-the-country-today-says-dr-dilip-k-panda-331483 Sun, 27 Jan 2019 15:53:36 +0000 https://odishareporter.in/?p=331483

ଏଠି ଲୋକଭିତ୍ତିକ ରାଜନୀତି ହେଉନାହିଁ, ବ୍ୟକ୍ତିଭିତ୍ତିକ ରାଜନୀତି ଚାଲିଛି। ଏଠି ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ସମାଜର ଡଷ୍ଟବିନ୍‌କୁ ଫିଙ୍ଗି ଦିଆଯାଇଛି। କେବଳ ଯେଉଁମାନେ ତୋଷାମଦ କରିଜାଣିଛନ୍ତି ସେହିମାନଙ୍କୁ ନେଇ ଏ ସରକାର ନିଜର ଡିଣ୍ଡିମ ପିଟୁଛନ୍ତି ଏବଂ କହୁଛନ୍ତି ‘ଆପଣମାନେ ଖୁସିତ?’ ଶିଳ୍ପାୟନର ସ୍ୱପ୍ନ ଦେଖାଇ କୃଷକର ଜମି ଛଡ଼େଇ ନେଇ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ଏ ସରକାର। ଯାହା ଫଳରେ କି ଓଡ଼ିଶାରେ କୃଷି ଅର୍ଥନୀତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦିଆଯାଇଛି। […]

The post ଏଠି ବ୍ୟକ୍ତିକୈନ୍ଦ୍ରିକ ରାଜନୀତି ଚାଲିଛି: ଡ. ଦିଲ୍ଲୀପ କୁମାର ପଣ୍ଡା appeared first on Odisha Reporter.

]]>

ଏଠି ଲୋକଭିତ୍ତିକ ରାଜନୀତି ହେଉନାହିଁ, ବ୍ୟକ୍ତିଭିତ୍ତିକ ରାଜନୀତି ଚାଲିଛି। ଏଠି ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ସମାଜର ଡଷ୍ଟବିନ୍‌କୁ ଫିଙ୍ଗି ଦିଆଯାଇଛି। କେବଳ ଯେଉଁମାନେ ତୋଷାମଦ କରିଜାଣିଛନ୍ତି ସେହିମାନଙ୍କୁ ନେଇ ଏ ସରକାର ନିଜର ଡିଣ୍ଡିମ ପିଟୁଛନ୍ତି ଏବଂ କହୁଛନ୍ତି ‘ଆପଣମାନେ ଖୁସିତ?’ ଶିଳ୍ପାୟନର ସ୍ୱପ୍ନ ଦେଖାଇ କୃଷକର ଜମି ଛଡ଼େଇ ନେଇ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ଏ ସରକାର। ଯାହା ଫଳରେ କି ଓଡ଼ିଶାରେ କୃଷି ଅର୍ଥନୀତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦିଆଯାଇଛି। ଏଭଳି କହିଛନ୍ତି ବରିଷ୍ଠ ଅର୍ଥନୀତିଜ୍ଞ ଓ ରାଜନୀତି ସମୀକ୍ଷକ ଡ. ଦିଲ୍ଲୀପ କୁମାର ପଣ୍ଡା। ‘ଓଡ଼ିଶା ରିପୋର୍ଟର’କୁ ଏ ସ୍ୱତନ୍ତ୍ର ସାକ୍ଷାତକାର ଦେବା ଅବସରରେ ସେ ଯାହା କହିଛନ୍ତି ତାହାର ସମ୍ପାଦିତ ଅଂଶ ଏଠି ପ୍ରଦାନ କରାଗଲା।

ଭାରତ ବର୍ଷରେ ଅର୍ଥନୀତି ପ୍ରସଙ୍ଗଟି ରାଜନୀତିକ ପଶାପାଲିରେ ସବୁବେଳେ ବଳି ପଡ଼ୁଛି କି?

ଉ- ଅନେକାଶଂରେ ଏହି ଉକ୍ତିଟି ସତ୍ୟ ବୋଲି ମୁଁ ଭାବେ। କାରଣ ସ୍ୱାଧୀନତା ପରବର୍ତ୍ତୀ ସମୟଠାରୁ ଆଜି ପର୍ଯ୍ୟନ୍ତ ଏହା ହିଁ ଦେଖାଯାଉଛି। ଭାରତ ବର୍ଷରେ ଏଯାବତ୍ ଯାହାବି ଅର୍ଥନୈତିକ ପ୍ରଗତି ହୋଇଛି ବୋଲି ଆମେ ଭାବୁଛୁ ତାହା କେବଳ ରାଜନୈତିକ ପରିବେଶ ଓ ରାଜନୈତିକ ପରିସ୍ଥିତି ବା ବାଧ୍ୟବାଧକତାର ପ୍ରତିଫଳନ ବୋଲି କୁହାଯାଇ ପାରେ। ପ୍ରାୟ ସମସ୍ତ ଅର୍ଥନୈତିକ ସଂସ୍କାର କେବଳ ରାଜନୈତିକ ଦୃଷ୍ଟିକୋଣରୁ ହିଁ ତିଆରି କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯୦ ଦଶକରେ ପି.ଭି. ନରସିଂହ ରାଓଙ୍କ ସମୟରେ ଯେତେବେଳେ neoliberal economic policies ଗ୍ରହଣ କରାଗଲା ତାହାର ଫଳଟି ଏବେ ଗରିବ, ନିମ୍ନ ମଧ୍ୟବିତ୍ତ ଲୋକମାନେ ଭୋଗୁଛନ୍ତି। ଏବେ ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ବଢ଼ିଛି। କର୍ପୋରେଟ୍ ସେକ୍ଟରମାନେ ଏହାର ଫାଇଦା ଉଠାଇ ନିଜର କଳେବର ବୃଦ୍ଧି କରିଛନ୍ତି। ହେଲେ ମଧ୍ୟ ଏହାଠାରୁ ଉନ୍ନତ ତଥା ପରିମାର୍ଜିତ ବିକଳ୍ପ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ କେହିବି ସୁପାରିସ୍ କରିପାରିନାହାନ୍ତି। ଯଦିଓ ଏହାକୁ ଲେଫ୍‌ଟିଷ୍ଟ୍ ଓ କମ୍ୟୁନିଷ୍ଟ୍‌ ମାନେ ବିରୋଧ କରୁଛନ୍ତି ତଥାପି ସେମାନେ ମଧ୍ୟ ଏହାର ଉନ୍ନତ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ କିଛି କହି ନାହାନ୍ତି।

ଆଗକୁ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ଗୋଟିଏ ଯୋଜନା ଘୋଷଣା କରି ଲୋକଙ୍କ ଭାବାବେଗ ସହ ଯୋଡ଼ୁଛନ୍ତି। ଏହାକୁ ନେଇ ଆପଣଙ୍କ ମତ କ’ଣ?

ଉ- ଏହାକୁ ମୁଁ ବ୍ୟବସ୍ଥା ସହ ଯୋଡ଼ିବାକୁ ଚାହେଁ। ଆମେ ଏମିତି ଏକ ରାଜନୈତିକ ବ୍ୟବସ୍ଥାରେ ଫସିଛୁ ଯାହାକି ଭୋଟ୍‌ସର୍ବସ୍ୱ ରାଜନୀତି। କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର, ସମସ୍ତେ କେବଳ ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଯେଉଁ ନୀତି ସହାୟକ ହେବ ସେହି ଗୋଟିଏ ଲକ୍ଷ୍ୟକୁ ଆଖି ଆଗରେ ରଖି ନୀତି ତିଆରି କରୁଛନ୍ତି। କିନ୍ତୁ ଏହା କ’ଣ ପ୍ରକୃତରେ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ସହାୟକ ହେବକି? ଏହି ପ୍ରଶ୍ନ ସମଗ୍ର ଦେଶବାସୀ ପଚାରିବା ଉଚିତ। ଆମର ଭୁଲ୍ ରହି ଯାଇଛି ଯେ, ୭୦ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଅର୍ଥନୈତିକ ସାମାଜିକ ବିକାଶ, ଅର୍ଥନୈତିକ ସମାଜିକ ଏକତା ଏବଂ ଅର୍ଥନୈତିକ ସାମାଜିକ ନ୍ୟାୟ କେମିତି ପ୍ରତିଷ୍ଠା ହୋଇ ପାରିବ, ତାହାର ନିଷ୍ପତ୍ତି ଆମେ ଏ ଯାଏ ନେଇ ପାରିନାହୁଁ। ଏ କ୍ଷେତ୍ରରେ ନୋବେଲ୍ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ କହିଛନ୍ତି, ଯଦି ସ୍ୱାସ୍ଥ୍ୟ ଓ ଶିକ୍ଷାର ଭିତ୍ତିଭୂମିକୁ ଯଦି ଦୃଢ଼ କରା ନ ଯାଏ ତେବେ ଆମେ ଯେତେ ଯୋଜନା କଲେ ମଧ୍ୟ ଦେଶର ଅନ୍ତର୍ଭୁକ୍ତି ବିକାଶ ପାଇଁ ତାହା ସହାୟକ ହେବ ନାହିଁ।

କୁହାଯାଉଛି ଯେ, ରଘୁରାମ ରାଜନଙ୍କ ପରି ଅର୍ଥନୀତିଜ୍ଞ ଯିଏ ସରକାରଙ୍କ ଦୋଷ ଦୁର୍ବଳତା ଉପରେ ରୋକ୍‌ ଠୋକ୍ ଜବାବ ଦିଅନ୍ତି, ତାଙ୍କ ପାଇଁ ଏଠି ସ୍ଥାନ ନାହିଁ।

ଆମେ ଚିତ୍ର ପରିବର୍ତ୍ତନରେ ବେଶି ବିଶ୍ୱାସ କରୁଛୁ, ଚରିତ୍ର ପରିବର୍ତ୍ତନରେ ବିଶ୍ୱାସ କରୁନାହୁଁ। ଆମେ ଯେ ପର୍ଯ୍ୟନ୍ତ ବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ନାହିଁ ସେ ପର୍ଯ୍ୟନ୍ତ ଏମିତି ସମସ୍ୟା ହେଉଥିବ। କୌଣସି ସ୍ପଷ୍ଟବାଦୀ, ନିରପେକ୍ଷ ବୁଦ୍ଧିଜୀବୀଙ୍କୁ କୌଣସି ପ୍ରକାର ସରକାର କୌଣସି ସ୍ଥାନରେ ରଖିବାରେ ଆଗ୍ରହୀ ନୁହନ୍ତି। କେବଳ ତୋଷାମଦକାରୀଙ୍କୁ ରଖିବେ, ଯେଉଁମାନେକି କେବଳ ତାଙ୍କର ତୋଷାମଦ୍‌ କରିବେ।

ଆଜି ଦିନରେ ବିଜ୍ଞ ବ୍ୟକ୍ତିମାନଙ୍କୁ ସମାଜର ଡଷ୍ଟ୍ ବିନ୍‌କୁ ଫିଙ୍ଗି ଦିଆଯାଇଛି। ଅଥଚ ଯେଉଁମାନେ ଗୋଟେ ନିର୍ଦ୍ଦିଷ୍ଟ ଆଇଡୋଲୋଜିରେ ବିଶ୍ୱାସ ରଖି କ୍ଷମତାରେ ଥିବା ରାଜନୈତିକ ଦଳର ଆଇଡୋଲଗ ହୋଇ କାମ କରନ୍ତି ସେହିମାନେ ହିଁ ଆଜିର ମଙ୍ଗ ଧରିଛନ୍ତି।

ଚାଷ ଓଡ଼ିଶାର ମେରୁଦଣ୍ଡ ହୋଇଥିବା ବେଳେ ଏଠି ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି।

ଚାଷ ଏବଂ ଚାଷୀ ଓଡ଼ିଶାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ଏହାର କାରଣ ହେଉଛି, ଏଠାରେ ଶିଳ୍ପାୟନ ହେବ ବୋଲି ଲୋକଙ୍କ ଆଗରେ ଏକ ସ୍ୱପ୍ନ ଦେଖାଇ ଦିଆଗଲା। ନାମକୁ ମାତ୍ର ଶିଳ୍ପ ପ୍ରତିଷ୍ଠା କରି ଚାଷ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଭ୍ରାଟ ସୃଷ୍ଟି କରିଦିଆଗଲା। କୃଷକର ଜମି ଛଡ଼େଇ ନିଆଗଲା, ବିସ୍ଥାପିତ କରାଗଲା। ତା ପାଣିକୁ ନେଇ ଇଣ୍ଡଷ୍ଟ୍ରିକୁ ଦିଆଗଲା। କୃଷି ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଗଲା। ଯେଉଁଠି ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି ସେଠି ଯଦି ସେମାନଙ୍କର ଉନ୍ନତି ଦେଖା ନ ଯିବ, ସବୁ ଦିନ ଯଦି ଚାଷୀ ଆତ୍ମହତ୍ୟା କରୁଥିବ, ଜଳସେଚନ ପ୍ରତିଶତ ବଢ଼ୁ ନ ଥିବ, ବଡ଼ ବଡ଼ ବ୍ୟବସାୟୀ ବ୍ୟାଙ୍କରୁ ଋଣ ପାଉଥିବେ କିନ୍ତୁ ଚାଷୀକୁ ବ୍ୟାଙ୍କ ଫେରାଇ ଦେଉଥିବ ସେଠି କେବଳ ଦୟା ଦେଖାଇ ଗୋଟେ କମ୍ପେନ୍‌ସେଟରୀ ଯୋଜନା ଘୋଷଣା କରିଦେବା ନିହାତି ମୁର୍ଖାମୀ ଛଡ଼ା ଆଉ କିଛି ନୁହେଁ।

ଏଠି ନିରବ ମୋଦି, ବିଜୟ ମାଲ୍ୟାଙ୍କ ଭଳି ଲୋକ ଅୟସ୍ କରୁଛନ୍ତି କିନ୍ତୁ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି।

ଉ-ମୁଁ ବାରମ୍ବାର ସେଇ କଥା କହୁଛି ଯେ ବ୍ୟବସ୍ଥା ପରିବର୍ତ୍ତନ କରିବା କଥା ଚିନ୍ତା କରିବା ଉଚିତ। Let us not think about – this party will go away and the other party will come and that party will change everything. Lets forget that. ସବୁ ରାଜନୈତିକ ଦଳ ଗୋଟିଏ ଗାତର। ସମସ୍ତେ ଗୋଟିଏ ଚରିତ୍ରର। ସେଥିପାଇଁ କହୁଛି ଯେ, ସତ୍ତା ପରିବର୍ତ୍ତନ କରିବା ଅପେକ୍ଷା ବ୍ୟବସ୍ଥା ପରିବର୍ତ୍ତନ କରିବା ଦରକାର। ବ୍ୟବସ୍ଥା ପରିବର୍ତ୍ତନ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ଏକ ଜନଜାଗରଣ ସୃଷ୍ଟି କରିବାକୁ ପଡ଼ିବ। ଫଳରେ ଲୋକମାନେ ଜାଣିପାରିବେ ଯେ, ଏଠି ସେମାନଙ୍କୁ କେମିତି ଭୋଟର କରି ରଖିଦିଆଯାଉଛି। ନାଗରିକ କରାଯାଉ ନାହିଁ। ଦୁଇଟି ମଧ୍ୟରେ ତଫାତ ହେଉଛି ନାଗରିକ ସ୍ଥିତାବସ୍ଥାକୁ, ବ୍ୟୁରୋକ୍ରେଟିକ୍ ସିଷ୍ଟମକୁ, ପଲିଟିକାଲ୍ ସିଷ୍ଟମକୁ ପ୍ରଶ୍ନ କରେ। ସଦାବେଳେ ସରକାରଙ୍କ ଦୋଷ ଦୁର୍ବଳତାକୁ ଆଙ୍ଗୁଳି ଦେଖାଏ। କେବଳ ଭୋଟ୍ ଖଣ୍ଡିଏ ଦେଇ ଚୁପ୍‌ ରହେ ନାହିଁ। କିନ୍ତୁ ଏଠି ସାମାଜିକ ଜନଜାଗରଣର ଅଭାବ। ଏଠି ପ୍ରଶ୍ନ ଉଠାଇବାର ପ୍ଲାଟଫର୍ମ ଟିଏ ନାହିଁ।

ଆଉ ଗୋଟିଏ କଥା ହେଲା ଏହି ନବୀନ ସରକାର ଅମଳରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦିଆଯାଇଛି। ଯେଉଁଠି ଡାକ୍ତର ନ ଥିବେ, ଶିକ୍ଷକ ନ ଥିବେ ସେଠି ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ମିଛ ଯୋଜନାମାନ ଘୋଷଣା କରିବା ଏକ ଭେଳିକି କେବଳ।

ଏତେ ସବୁ ଅବ୍ୟବସ୍ଥାର କିଛି ବିକଳ୍ପ ସମାଧାନ ପନ୍ଥା ରହିଛି କି?

ଅବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ହିଁ ସମାଧାନ। ଯେତେବେଳେ ରାଜନୀତି ଲୋକତନ୍ତ୍ର ପର୍ଯ୍ୟବେଶିତ ନ ହୋଇ ଏକ ବ୍ୟକ୍ତିକେନ୍ଦ୍ରିକ ରାଜନୀତିରେ ପରିଣତ ହୋଇଯାଏ ସେତେବେଳେ ଅମଲାମାନଙ୍କର ଆଧିପତ୍ୟ ବଢ଼େ। ରାଜନୀତିରେ ଯେତେବେଳେ ଏକ ହିରୋ ୱରଶିପ୍‌ର ବ୍ୟବସ୍ଥା ହୋଇଯାଏ, ସେତେବେଳେ ଅମଲାତାନ୍ତ୍ରିକ ଆଧିପତ୍ୟ ବୃଦ୍ଧି ପାଇବାରେ ଲାଗେ। ଉଦାହରଣ ସ୍ୱରୂପ କୌଣସି ଏକ ଜିଲ୍ଲାରେ କ’ଣ ବିକାଶମୂଳକ ଯୋଜନା ହେବ, ତାକୁ ସମସ୍ତେ ବିଚାର କରି ପଦକ୍ଷେପ ନେବା କଥା। କିନ୍ତୁ ବ୍ୟକ୍ତିକେନ୍ଦ୍ରିକ ରାଜନୀତିରେ ତାହା ହୋଇ ପାରେନାହିଁ। ଯେତେବେଳେ ରାଜନୀତି ଏମିତି ଏକ ଦୁର୍ବଳ ଅବସ୍ଥାକୁ ଚାଲି ଆସେ, ବୁଦ୍ଧିଜୀବୀ ଚୁପ୍ ହୋଇ ରହିଯାଆନ୍ତି, ସିଭିଲ୍ ସୋସାଇଟିର ସ୍ୱର କ୍ଷୀଣ ହୋଇଯାଏ। ସେତେବେଳେ ଏମିତି ଏକ ଅମଲାତାରନ୍ତ୍ରିକ ଆଧିପତ୍ୟ ଗଣତନ୍ତ୍ରକୁ ଶେଷ କରିଦେଇଥାଏ।

ଏହାର ସମାଧାନ ହେଉଛି people based democratic politics ଅର୍ଥାତ ଲୋକ ଭିତ୍ତିକ ରାଜନୀତି। ବ୍ୟବସ୍ଥାକୁ ସେମିତି ହିଁ କରିବାକୁ ପଡ଼ିବ। ଯେଉଁମାନେ ଲୋକଙ୍କ ପାଇଁ କାମ କରିବେ, ଦେଶର ବିକାଶ କଥା ଚିନ୍ତା କରିବେ, ମାଟିର ବିକାଶ କଥା ଚିନ୍ତା କରିବେ ସେହି ଭଳି ଲୋକଙ୍କୁ ରାଜନୀତିକୁ ଆସିବାକୁ ହେବ। ସେମାନଙ୍କୁ ସ୍ୱର ଉଠାଇବାକୁ ପଡ଼ିବ। ଗଣତନ୍ତ୍ର ଯେତେବେଳେ ସବୁ ସ୍ତରରେ ପ୍ରତିଷ୍ଠା ହେବ, ଲୋକମାନେ ଯେତେବେଳେ ସାମିଲ୍ ହେବେ( ପାର୍ଟିସିପେଟରି ଡେମୋକ୍ରେସି) ସେତେବେଳେ ଯାଇଁ ସମାଧାନ ହୋଇ ପାରିବ।

ଦେଖନ୍ତୁ ଏହି ଭିଡିଓ:

The post ଏଠି ବ୍ୟକ୍ତିକୈନ୍ଦ୍ରିକ ରାଜନୀତି ଚାଲିଛି: ଡ. ଦିଲ୍ଲୀପ କୁମାର ପଣ୍ଡା appeared first on Odisha Reporter.

]]>
2019-01-27 21:26:36 https://odishareporter.in/wp-content/uploads/2019/01/33-3.jpg
ମୁଁ କହି ନଥିଲି ‘ନବୀନଙ୍କୁ ଛାଡ଼ ସନାକୁ ଧର’: ସନାତନ ମହାକୁଡ଼ https://odishareporter.in/odisha/santan-mahakud-says-he-never-coined-the-slogan-forget-naveen-and-come-to-sanas-fold-330010 Thu, 24 Jan 2019 11:55:14 +0000 https://odishareporter.in/?p=330010

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କେନ୍ଦୁଝର ଜିଲ୍ଲାର ଜଣେ ଚର୍ଚ୍ଚିତ ରାଜନେତା ହେଉଛନ୍ତି ସନାତନ ମହାକୁଡ଼। ଜଣେ ବିତ୍ତଶାଳୀ ଓ ବାହୁବଳୀ ନେତା ଭାବେ ଜଣାଶୁଣା ସନାତନ ମହାକୁଡ଼ ଗତ କିଛି ମାସ ହେଲା ବେଶ ଚର୍ଚ୍ଚାରେ ଅଛନ୍ତି। ଦୁଃଖୀ ଦରିଦ୍ରଙ୍କ ନେତା ଭାବେ ପରିଚିତ ସନାତନ ଏବେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଅଛନ୍ତି। କିଛି ମାସ ତଳେ ସେ ଜନସମୃଦ୍ଧି ନାମରେ ଏକ ଦଳ ଗଠନ କରିଥିଲେ। ଏମିତିକି ଜନସମୃଦ୍ଧି ବ୍ୟାନରରେ ‘ନବୀନଙ୍କୁ ଛାଡ଼ ସନାକୁ ଧର’ […]

The post ମୁଁ କହି ନଥିଲି ‘ନବୀନଙ୍କୁ ଛାଡ଼ ସନାକୁ ଧର’: ସନାତନ ମହାକୁଡ଼ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କେନ୍ଦୁଝର ଜିଲ୍ଲାର ଜଣେ ଚର୍ଚ୍ଚିତ ରାଜନେତା ହେଉଛନ୍ତି ସନାତନ ମହାକୁଡ଼। ଜଣେ ବିତ୍ତଶାଳୀ ଓ ବାହୁବଳୀ ନେତା ଭାବେ ଜଣାଶୁଣା ସନାତନ ମହାକୁଡ଼ ଗତ କିଛି ମାସ ହେଲା ବେଶ ଚର୍ଚ୍ଚାରେ ଅଛନ୍ତି। ଦୁଃଖୀ ଦରିଦ୍ରଙ୍କ ନେତା ଭାବେ ପରିଚିତ ସନାତନ ଏବେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଅଛନ୍ତି। କିଛି ମାସ ତଳେ ସେ ଜନସମୃଦ୍ଧି ନାମରେ ଏକ ଦଳ ଗଠନ କରିଥିଲେ। ଏମିତିକି ଜନସମୃଦ୍ଧି ବ୍ୟାନରରେ ‘ନବୀନଙ୍କୁ ଛାଡ଼ ସନାକୁ ଧର’ ବୋଲି ଉଲ୍ଲେଖ ଥାଇ ପ୍ରଚାର ପ୍ରସାର କରାଯାଇଥିଲା। ହେଲେ ହଠାତ୍ କିଛି ଦିନ ପୂର୍ବେ ନିଜେ ଗଢିଥିବା ଦଳରୁ ଇସ୍ତଫା ଦେଇ ସେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ତାଙ୍କର ଏଭଳି ନିଷ୍ପତ୍ତି ପଛରେ କ’ଣ କାରଣ ଏବଂ ତାଙ୍କର ଆଗାମୀ ରାଜନୈତିକ ଯୋଜନା କ’ଣ ରହିଛି ସେ ବିଷୟରେ ସେ ‘ଓଡ଼ିଶା ରିପୋର୍ଟର’କୁ ସାକ୍ଷାତକାର ଦେଇ ବିସ୍ତୃତ ଭାବେ କହିଛନ୍ତି। ତେବେ ଆସନ୍ତୁ ଜାଣିବା ସେ କ’ଣ ସବୁ କହିଛନ୍ତି।

ପ୍ରଶ୍ନ: ଆପଣ ନିଜେ ଯୁଦ୍ଧ ଡାକରା ଦେଇଥିଲେ। କିଛି ଦିନ ତଳେ କହିଥିଲେ ନବୀନଙ୍କୁ ଛାଡ଼, ସନା ମହାକୁଡ଼ଙ୍କୁ ଧର, ହଠାତ୍‌ ଯୁଦ୍ଧ କ୍ଷେତ୍ରରୁ ଆପଣ କାହିଁକି ଛତ୍ରଭଙ୍ଗ ଦେଲେ ?

ଉତ୍ତର: ଏହି ଲେଖା ମୁଁ କେତେବେଳେ ଛପାଇ ନାହିଁ କି କହି ନାହିଁ। ଏଇଟା ବୋଧେ ତାଙ୍କ ଲୋକ କରିଥିବେ। ଯାହାକି ମତେ ବଦନାମ କରିବା ପାଇଁ ଚେଷ୍ଟା କରାଯାଇଥିଲା। ନବୀନଙ୍କୁ ଛାଡ଼, ସନା ମହାକୁଡ଼ଙ୍କୁ ଧର, ଏମିତି କଥା ମୁଁ କୁଆଡ଼େ କହିନାହିଁ କି କେଣେ ଛାପି ନାହିଁ। ଏ ବାବଦରେ ମୁଁ ପ୍ରେସକୁ କହିସାରିଛି। ଏକଥା ଯଦି କେହି କରିଥାନ୍ତି ପୁଲିସ ତାଙ୍କୁ ଧରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମୁଁ କହିସାରିଛି।

ପ୍ରଶ୍ନ: ନିର୍ବାଚନ ଲଢ଼ିବା ପାଇଁ ଆପଣ ଏକ ଦଳ ଗଠନ କଲେ। ହଠାତ୍‌ ସଭାପତି ପଦରୁ ଇସ୍ତଫା ଦେଲେ। ଏମିତି ନିଷ୍ପତ୍ତି ପଛରେ କହା ଚାପ ଥିଲା କି?

ଉତ୍ତର: କୌଣସି ଚାପ ନାହିଁ। ମୁଖ୍ୟ କଥା ହେଉଛି ମୋର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ୮-୯ମାସ ହେଲା ମୋର ମେରୁଦଣ୍ଡ ଅପରେଶନ ହୋଇଥିଲା। ମୋ ସ୍ୱାସ୍ଥ୍ୟରେ ଉନ୍ନତି ବଦଳରେ ଅବନତି ହେଉଥିବାରୁ ମୁଁ ମୋ ନିର୍ବାଚନୀମଣ୍ଡଳୀରେ ସମୟ ଦେଇପାରୁ ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ସଭାପତି ପଦରୁ ଇସ୍ତଫା ଦେଲି।

ପ୍ରଶ୍ନ: ଆପଣ ତ’ ଦଳରେ ସଭାପତି ଥାଇ ମଧ୍ୟ ଆପଣଙ୍କ କର୍ମୀମାନେ କାମ କରିପାରିବେ?

ଉତ୍ତର: କଥାରେ ଅଛି ନିଜେ ମଲେ ସ୍ୱର୍ଗ ଦେଖାଯିବ। ଏଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି। ତାଙ୍କରି ଇଙ୍ଗିତରେ ସାରା ଓଡ଼ିଶାର ଏ ଟୁ ଜେଡ୍‌ ସରକାରୀ ଅଫିସର କାମ କରୁଛନ୍ତି। ଏବଂ ତାଙ୍କରି କଥାରେ ସବୁ କିଛି ଚାଲିଛି। ମୁଁ ଜଣେ ସ୍ୱାଧୀନ ବିଧାୟକ। ମୁଁ ସରକାରରେ ନାହିଁ ଯେ, ମୋ କଥା ଅନୁସାରେ ସମସ୍ତେ ଚାଲିବେ।

ପ୍ରଶ୍ନ: ଆଗାମୀ ନିର୍ବାଚନରେ ଆପଣ ଲଢ଼ିବେ ନା ନାହିଁ।

ଉତ୍ତର: ଆଗାମୀ ନିର୍ବାଚନରେ ଯଦି ଶରୀର ଭଲ ରହିବ ତେବେ ନିଶ୍ଚୟ ଲଢ଼ିବି।

ପ୍ରଶ୍ନ: ଆପଣଙ୍କୁ ନିଜ ଦଳରୁ ଟିକେଟ ମିଳିବ?

ଉତ୍ତର: ସେମାନଙ୍କ ଇଚ୍ଛା, ସେମାନେ ଦେଇପାରନ୍ତି ନ ଦେଇପାରନ୍ତି।

ପ୍ରଶ୍ନ: ନବୀନଙ୍କ ପାଖରେ ସବୁ କିଛି ଅଛି ପଇସା ଅଛି, ପାୱାର ଅଛି, ପ୍ରଶାସନ ଅଛି, ଆପଣଙ୍କ ପାଖରେ କ’ଣ ଅଛି

ଉତ୍ତର: ମୋ ପାଖରେ ଲୋକବଳ ଅଛି। ମୋ ପାଖରେ ପଇସା ନାହିଁ କି ମୋ ପାଖରେ ପ୍ରଶାସନ ନାହିଁ।

ପ୍ରଶ୍ନ: କୁହାଯାଏ କେନ୍ଦୁଝର ଜିଲ୍ଲାରେ ସନାମହାକୁଡ଼ ଜଣେ ଦୟାବନ୍ତ ମଣିଷ। ସେ ଅସୁବିଧାରେ ଥିବା ଲୋକଙ୍କୁ ଡାକି ପଇସାପତ୍ର ଆର୍ଥିକ ସହାୟତା ଦିଅନ୍ତି। ଆପଣ ଭୋଟ ପାଇବା ପଛରେ ଏହା ଏକ ବଡ଼ କାରଣ ନୁହେଁ କି?

ଉତ୍ତର: ପଇସା କାହାକୁ ଦିଆଯାଏନି। ମୁଁ ଗୋଟିଏ ଟ୍ରଷ୍ଟ ମାଧ୍ୟମରେ ଲୋକଙ୍କ ସେବା କରେ। ତେଣୁ ମୋ ପ୍ରତି ଲୋକଙ୍କ ସମର୍ଥନ ରହିଛି।

ପ୍ରଶ୍ନ: କୁହାଯାଉଛି ଆପଣ ଦଳ ଛାଡ଼ିବା ପଛରେ ବିଜେଡିର ଚାପ ରହିଛି।

ଉତ୍ତର: କୌଣସି ଚାପରେ ପଡ଼ି ମୁଁ ମୋ ଦଳରୁ ଇସ୍ତଫା ଦେଇ ନାହିଁ।

ପ୍ରଶ୍ନ: ଯଦି ଆସନ୍ତାକାଲି ବିଜେଡି କିମ୍ବା କଂଗ୍ରେସରୁ ଅଫର ଆସେ ତେବେ କେଉଁ ଦଳରୁ ଲଢିବା ପାଇଁ ପସନ୍ଦ କରିବେ।

ଉତ୍ତର: ଶୁଣନ୍ତୁ ମୁଁ ଗୋଟିଏ ଦଳ ଗଠନ କରିଥିଲି। ମୁଁ ଇସ୍ତଫା ଦେଇଛି। କିନ୍ତୁ ମତେ ଦଳ ବହିଷ୍କାର କରିନାହିଁ। ତେଣୁ ଯଦି ମୋ ଶରୀରର ଠିକ୍‌ ରୁହେ ତେବେ ଦଳକୁ ଅନୁରୋଧ କରିବି ମତେ ଗୋଟିଏ ଟିକେଟ ଦେବା ପାଇଁ। ମୁଁ ସେହି ଦଳରୁ ଲଢିବି। ମୁଁ ଅନ୍ୟ ଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନି।

ପ୍ରଶ୍ନ: ଆପଣ କହୁଛନ୍ତି ଆଗାମୀ ଦିନରେ ଆପଣଙ୍କ ଦଳ ନିର୍ବାଚନ ଲଢିବ, ଆପଣଙ୍କ ଦଳ କେତୋଟି ସିଟ୍‌ରେ ଲଢିବ?

ଉତ୍ତର: ତା’ର ଉତ୍ତର ସେମାନଙ୍କ କାର୍ଯ୍ୟକାରିଣୀ କମିଟି କହିବ। ମୁଁ ନିଜେ ଇସ୍ତଫା ଦେଇଛି। ମୁଁ ବି ଯଦି କାଲି ଲଢ଼ିବି ଗୋଟିଏ ଟିକେଟ ପାଇଁ ଅନୁରୋଧ କରିବି।

ପ୍ରଶ୍ନ: ଚମ୍ପୁଆ ବିଧାସଭାରେ ଆପଣ ପୁଣି ଥରେ ଠିଆ ହେବେ ?

ଉତ୍ତର: ମୋ ଶରୀର ଯଦି ଠିକ୍‌ ରୁହେ ତେବେ ମୁଁ ନିଶ୍ଚିତ ଛିଡ଼ା ହେବି।

ପ୍ରଶ୍ନ: ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଆପଣ ବର୍ତ୍ତମାନ ବିଧାୟକ ଅଛନ୍ତି। ଆପଣ କେଉଁ ୩ଟି ସମସ୍ୟାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛନ୍ତି, ଯାହାର ସମାଧାନ କରିଦେଲେ ଆପଣ ପୁଣିଥରେ ଆସିପାରିବେ ବୋଲି ଅନୁଭବ କରୁଛନ୍ତି।

ଉତ୍ତର: ବର୍ତ୍ତମାନ ଚମ୍ପୁଆ ନିର୍ବାଚନମଣ୍ଡଳୀରେ କୌଣସି ସମସ୍ୟା ନାହିଁ। ସମଗ୍ର କେନ୍ଦୁଝର ଜିଲ୍ଲାରେ ସମସ୍ୟା ଅଛି। କେନ୍ଦୁଝର ଗୋଟିଏ ଖଣିବହୁଳ ଜିଲ୍ଲା ହୋଇ ଲୋକେ ଆଜି ଭୋକ ଉପାଷରେ ଷଢ଼ୁଛନ୍ତି। ଏହା ଆମ ପାଇଁ ଲଜ୍ଜାଜନକ ବିଷୟ। ଖଣି ଗୁଡ଼ିକୁ ମେସିନାରୀ କରିଦେଲେ। ଫଳରେ ହଜାର ହଜାର ଲୋକେ କାମ ପାଇବାରୁ ବଞ୍ଚିତ ହେଲେ।

ପ୍ରଶ୍ନ: ଏଥିପାଇଁ ସରକାର ଦାୟୀ ନା ରାଜନୀତିକରଣ ଦାୟୀ

ଉତ୍ତର: ଏଥିପାଇଁ ସରକାର ଦାୟୀ। କାରଣ ସରକାରଙ୍କ ବିନା ଅନୁମତିରେ କୌଣସି କମ୍ପାନୀ ମେସିନାରୀ କରିପାରିବେ ନାହିଁ। ତେଣୁ ଏଥିରେ ଉଭୟ ଭାରତ ଓ ରାଜ୍ୟ ସରକାର ଦାୟୀ।

The post ମୁଁ କହି ନଥିଲି ‘ନବୀନଙ୍କୁ ଛାଡ଼ ସନାକୁ ଧର’: ସନାତନ ମହାକୁଡ଼ appeared first on Odisha Reporter.

]]>
right top 2019-01-24 17:44:50 https://odishareporter.in/wp-content/uploads/2019/01/Sana.jpg
ଓଏଏସ୍‌ ପ୍ରଭାତୀ କହିଲେ, କିଛି ବି ବଦଳିନି ‘ମୁଁ ସେହି ମଙ୍ଗୁଳୁ ଝୋଡ଼ିଆର ଝିଅ’ https://odishareporter.in/or-special/interview-of-pravati-1st-girl-from-jhodia-tribe-to-crack-opsc-320328 Thu, 03 Jan 2019 11:06:35 +0000 https://odishareporter.in/?p=320328

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଛୁଆ ଗାଁର ଆଗୁଆ ଝିଅ। ଆଦିବାସୀ ଇଲାକାର ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ଓଏଏସ୍‌ ପାଇ ଥିବା ପ୍ରଭାତୀ ଝୋଡ଼ିଆଙ୍କୁ ନେଇ କେତେ କ’ଣ ଚର୍ଚ୍ଚା। ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୁହୁଣ୍ଡି ଅଞ୍ଚଳର ମୂଳ ବାସିନ୍ଦା ପ୍ରଭାତୀ ଝୋଡ଼ିଆ ଓଏଏସ (ଓଡ଼ିଶା ପ୍ରଶାସନିକ ସେବା) ପାଇବା ପରେ କିଛି ଦିନ ହେଲା ସେ ଗଣମାଧ୍ୟମ ଶିରୋନାମାରେ ରହି ଆସିଛନ୍ତି। ପିତା ମଙ୍ଗଳ ଝୋଡ଼ିଆ ଓ ମା’ କୁମୁଦିନି ଝୋଡ଼ିଆଙ୍କ […]

The post ଓଏଏସ୍‌ ପ୍ରଭାତୀ କହିଲେ, କିଛି ବି ବଦଳିନି ‘ମୁଁ ସେହି ମଙ୍ଗୁଳୁ ଝୋଡ଼ିଆର ଝିଅ’ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଛୁଆ ଗାଁର ଆଗୁଆ ଝିଅ। ଆଦିବାସୀ ଇଲାକାର ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ଓଏଏସ୍‌ ପାଇ ଥିବା ପ୍ରଭାତୀ ଝୋଡ଼ିଆଙ୍କୁ ନେଇ କେତେ କ’ଣ ଚର୍ଚ୍ଚା। ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୁହୁଣ୍ଡି ଅଞ୍ଚଳର ମୂଳ ବାସିନ୍ଦା ପ୍ରଭାତୀ ଝୋଡ଼ିଆ ଓଏଏସ (ଓଡ଼ିଶା ପ୍ରଶାସନିକ ସେବା) ପାଇବା ପରେ କିଛି ଦିନ ହେଲା ସେ ଗଣମାଧ୍ୟମ ଶିରୋନାମାରେ ରହି ଆସିଛନ୍ତି। ପିତା ମଙ୍ଗଳ ଝୋଡ଼ିଆ ଓ ମା’ କୁମୁଦିନି ଝୋଡ଼ିଆଙ୍କ ଝିଅ ପ୍ରଭାତୀ ଓଏଏସ୍‌ ସଫଳତା ପାଇବା ପରେ ‘ଓଟିଭି’ ଖୋଲାକଥାରେ ଅତିଥି ହୋଇ ଆସିଥିଲେ। ଆଉ ଏହି କାର୍ଯ୍ୟକ୍ରମରେ ସେ ତାଙ୍କର ସଫଳତାର ମନ୍ତ୍ର, ଆଦର୍ଶ, ପ୍ରେରଣା ଓ ଆଗାମୀ ଆଶାୟୀଙ୍କୁ ଗୁରୁ ମନ୍ତ୍ର ସମ୍ପର୍କରେ ଅନେକ କିଛି କହିଥିଲେ। ତେବେ ପୂରା ଇଣ୍ଟରଭ୍ୟୁ ଉପରେ ନଜର ପକାନ୍ତୁ। ପ୍ରଭାତୀ କହିଥିଲେ ଯେ, ମୋର ସଫଳତା ଆମ ଅଞ୍ଚଳ ପାଇଁ  ଗୌରବର ବିଷୟ ।

ଆମ ଅଞ୍ଚଳର ଦଳିତ, ନିଷ୍ପେଷିତ ଓ ଅବହେଳିତ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି । ତେଣୁ ପ୍ରଶାସନିକ ଅଧିକାରୀ ହେବାକୁ ମନ ବଳାଇଲି । ଅଧ୍ୟାପିକା ଥିଲେ । ତେଣୁ ଶିକ୍ଷକତାରୁ ସମୟ ବାହାର କରି କେମତି ଓଏଏସ ପାଇଁ ପ୍ରସ୍ତୁତି ହେଉଥିବା ପ୍ରଶ୍ନ ହେବାରୁ ସେ କହିଲେ, ମତେ ଯୁକ୍ତ ୨ ଓ ଯୁକ୍ତ ୩  ପିଲାଙ୍କୁ ପଢ଼େଇବାକୁ ପଡ଼ୁଥିଲା । ମୋର ଟାସ୍କ ଥିଲା ମ୍ୟାଥ୍‌ମେଟିକ୍ସ । ପାଠପଢ଼ାଉ ଥିବା ବେଳେ ସେଥିରୁ ଅନେ କିଛି ଶିଖି ଯାଇଥିଲି । ଆଉ ସେଥିରେ ମୁଁ ଖୁବ୍‌ ସବଳ ଥିଲି । ହେଲେ ମୋର ଓଏଏସ ପାଇଁ ଭୂଗଳ ଏବଂ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ ଥିଲା।

ଯେହେତୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଭୂଗଳ ଜାଣିବା ନିହାତି ଦରକାର । କାରଣ ଯେକୌଣସି ସ୍ଥାନରରେ ନିଯୁକ୍ତି ହେଲେ ସେଠାକାର  ଭୌଗଳିକ ପରିସ୍ଥିତି ଉପରେ ନିହାତି ଜାଣିବା ଦରକାର । କାରଣ ଯଦି ଆମେ ସିଲେକ୍ଟ ହୋଇ ସେହି ଜାଗାରେ ଚାକିରି କଲୁ ତେବେ ସରକାରୀ ଯୋଜନା ଗୁଡ଼ିକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରିବୁ। ଆଉ ଗୋଟିଏ ହେଲା ପବ୍ଲିକ ଆଡମିନିଷ୍ଟ୍ରେଶନ୍‌। ଯେହେତୁ ମୁଁ ଭବିଷ୍ୟତରେ ଜଣେ ଅଧିକାରୀ ହେବି ସେଥିଲାଗି ମୁଁ ଏହି ବିଷୟକୁ ବାଛିଲି। ଅଧ୍ୟାପନାରୁ ବାହାରି କାହିଁକି ଅଧିକାରୀ ହେବାକୁ ମନବଳାଇଲେ ବୋଲି ପ୍ରଶ୍ନ ହେବାରୁ ଉତ୍ତରରେ ଝୋଡ଼ିଆ କହିଥିଲେ ମୋର ଛୋଟବେଳୁ ଗୋଟିଏ ସ୍ୱପ୍ନ ଥିଲା ପ୍ରଶାସନିକ ଅଧିକାରୀ ହେବାକୁ । ମୋର ନିଜର ସ୍ୱପ୍ନ ଯାହା ଥିଲା ତାକୁ ମୁଁ ପୂରଣ କରିବାକୁ ଏହି କ୍ଷେତ୍ରକୁ ଆସିଛି ।

କେବଳ ମୋର ନୁହେଁ ମୋରି ଆଖିରେ ସାଧାରଣ ଲୋକଙ୍କ ସ୍ୱପ୍ନ ହିଁ ମୁଁ ଦେଖି ଆସିଛି। ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ କରୁଥିବା ଆଗାମୀ ଯୁବପିଢିଙ୍କ ପାଇଁ ସଫଳତାର ମନ୍ତ୍ର ହେଉଛି  କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ୱାସ ବୋଲି ସେ କହିଥିଲେ। ଏହି ଦୁଇଟି ଜିନିଷ ମତେ ଆଜି ସଫଳ କରିଛି । ମୋ ବାପା ଓ ମା’ ମୋର ପ୍ରେରଣାର ସ୍ରୋତ । ମୋ ଗାଁ ବି ମୋ ପାଇଁ ପ୍ରେରଣା ଦାୟୀ । ଆମେ ଗୋଟିଏ ରକ୍ଷଣଶୀଳ ସମାଜରେ ରହୁଛୁ । ବହୁ ଲୋକ ମୋ ମା’ଙ୍କୁ କୁହନ୍ତି ଝିଅମାନଙ୍କୁ କାହିଁ ଏତେ ପାଠ ପଢ଼ାଉଛୁ । ବାହାଘର ପାଇଁ ପୁଅ ମିଳିବେନି। ହେଲେ ମୋ ମା ସେମାନଙ୍କ କଥାକୁ ଭ୍ରୁକ୍ଷେପ କରିନଥିଲେ । ମୋ ମା’ କହୁଥିଲେ ହଉ ଠିକ୍ ଅଛି ସେ ପାଠ ପଢି ନିଜର ପେଟ ତ’ ପୋଷିପାରିବେ।

ତାଙ୍କୁ କେହି ପୋଷିବା ଦରକାର ନାହିଁ । ଆଦିବାସୀ ସମ୍ପ୍ରଦାୟ ପଛୁଆ ରହିବାର କାରଣ ଦାରିଦ୍ର‌୍ୟତା ଓ ଅଶିକ୍ଷା ବୋଲି କହିଥିଲେ ପ୍ରଭାତୀ । ଓପିଏସ୍‌ସି ଓ ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ଆଶାୟୀମାନଙ୍କ ମଧ୍ୟରେ ଗୋଟିଏ ଉତ୍ସାହ ଥାଏ । କାରଣ ୩ଟି ପର୍ଯ୍ୟାୟ ତଥା, ପ୍ରିଲିମି, ମେନ୍‌ ଓ ପର୍ସନାଲିଟି ଟେଷ୍ଟ ପରୀକ୍ଷା ହୋଇଥାଏ। କୁହାଯାଏ ପର୍ସନାଲିଟି ଟେଷ୍ଟରେ ଆଶ୍ଚର୍ଯ୍ୟଜନକ ପ୍ରଶ୍ନ ପଚରାଯାଏ । ଆପଣଙ୍କ ପାଇଁ କ’ଣ ଥିଲା ପ୍ରଶ୍ନ । ଯେହେତୁ ମୁଁ ଅଧ୍ୟାପନାରେ ଅଛି । ମୁଁ ସବୁବେଳେ କଲେଜକୁ ଶାଢି ପିନ୍ଧି ଯାଏ । ତେଣୁ ଇଣ୍ଟରଭ୍ୟୁକୁ ମଧ୍ୟ ଏକ କୋଟପାଡ଼ ଶାଢି ପିନ୍ଧି ଯାଇଥିଲି । ସେମାନଙ୍କର ଫୋକସ ମୋ ଶାଢି ଉପରେ ପଡ଼ିଥିଲା । ଆଉ ପ୍ରଶ୍ନ ବି ଶାଢି ଉପରେ ଥିଲା ।

କୋଟପାଡ଼ ଶାଢ଼ି ଉପରେ ପଚାରିଥିଲେ। ତା’ର ଜିଆଇ ଟ୍ୟାଗ୍‌ ଉପରେ ପଚାରିଥିଲେ। କୋଟପାଡ଼ ଶାଢିର ସ୍ୱତନ୍ତ୍ରତା କ’ଣ ପଚାରିଥିଲେ। ଆଗକୁ ରାଜନୀତି କରିବେ ନାହିଁ ପ୍ରଶ୍ନ ହେବାରୁ ପ୍ରଭାତୀ କହିଥିଲେ ସେ କଥା ସମୟ ହିଁ କହିବ। ମୁଁ ରାଜନୀତିକୁ ଆସିବି କି ପ୍ରଶାସନିକ ସେବାରେ ରହିବ।।

ଓଏଏସ୍‌ ପରୀକ୍ଷାର ସଫଳତା ପରେ ନିଜ ଗାଁକୁ ଯିବା ଏବଂ ସେଠାକାର ନିଜର ଲୋକଙ୍କୁ  ଭେଟିବା ନେଇ ଅନୁଭୂତି ସମ୍ପର୍କରେ ପ୍ରଶ୍ନ ହୋଇଥିଲା। ଏହାର ଉତ୍ତରରେ ପ୍ରଭାତୀ କହିଥିଲେ ଓପିଏସ୍‌ସି ସଫଳତା ପରେ ମୁଁ କେବେ ବଦଳିଯାଇନି। ମୋ ଗାଁ ପ୍ରତି ମୋର ସେହି ମମତା,ଭଲପାଇବା ଓ ଶ୍ରଦ୍ଧା ରହିଛି। ସମସ୍ତେ ମୋର ନିଜର।ସେଇ ଗାଁ ଆଉ ମୁଁ ସେହି ମଙ୍ଗୁଳୁ ଝୁଡ଼ିଆର ଝିଅ। ତାହା କେବେ ବଦଳିବିନି।

The post ଓଏଏସ୍‌ ପ୍ରଭାତୀ କହିଲେ, କିଛି ବି ବଦଳିନି ‘ମୁଁ ସେହି ମଙ୍ଗୁଳୁ ଝୋଡ଼ିଆର ଝିଅ’ appeared first on Odisha Reporter.

]]>
right top 2019-01-03 17:00:49 https://odishareporter.in/wp-content/uploads/2019/01/Pravati.jpg
ଏବେ କାନ୍ଦିକାନ୍ଦି ଜୀବନ କାଟୁଛନ୍ତି ଦିନେ ହସ ବାଣ୍ଟୁଥିବା ହାସ୍ୟ ଅଭିନେତା: ଛେଳି ଚରାଇ ପୋଷୁଛନ୍ତି ପରିବାର https://odishareporter.in/entertainment/helpless-jatra-actor-govind-barik-leading-a-helpless-life-313175 Sat, 15 Dec 2018 16:59:12 +0000 https://odishareporter.in/?p=313175

ହସ ବାଣ୍ଟୁଥିବା ହାସ୍ୟ ଅଭିନେତା ହେଉଛନ୍ତି ଗୋବିନ୍ଦ ବାରିକ। ଦିନେ ଯାହାଙ୍କ ଅଭିନୟ ଦେଖିବା ପାଇଁ ଦୂର ଦୂରାନ୍ତରୁ ଧାଇଁ ଆସୁଥିଲେ ଦର୍ଶକ। ସବୁବେଳେ ମଞ୍ଚ ଫୁଲ୍‌ ରହୁଥିଲା। ହେଲେ ଆଜି ସିଏ ଅଦରକାରୀ ହୋଇପଡ଼ିଛନ୍ତି। ଦୁଃଖ ଓ ଯନ୍ତ୍ରଣାରେ ବିତୁଛି ତାଙ୍କ ଜୀବନ। ପରିବାର ଚଳାଇବାକୁ ଛେଳି ଚରାଉଛନ୍ତି। ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଦିନେ ସେ ଦର୍ଶକଙ୍କ ଭିତରେ ହସ ବାଣ୍ଟୁଥିଲେ। ଯାତ୍ରା ମଂଚରେ ଠିଆହେଲେ, ଅଜାଡ଼ି ହୋଇ ପଡୁଥିଲା କରତାଳି। ବାଟରେ ଘାଟରେ […]

The post ଏବେ କାନ୍ଦିକାନ୍ଦି ଜୀବନ କାଟୁଛନ୍ତି ଦିନେ ହସ ବାଣ୍ଟୁଥିବା ହାସ୍ୟ ଅଭିନେତା: ଛେଳି ଚରାଇ ପୋଷୁଛନ୍ତି ପରିବାର appeared first on Odisha Reporter.

]]>

ହସ ବାଣ୍ଟୁଥିବା ହାସ୍ୟ ଅଭିନେତା ହେଉଛନ୍ତି ଗୋବିନ୍ଦ ବାରିକ। ଦିନେ ଯାହାଙ୍କ ଅଭିନୟ ଦେଖିବା ପାଇଁ ଦୂର ଦୂରାନ୍ତରୁ ଧାଇଁ ଆସୁଥିଲେ ଦର୍ଶକ। ସବୁବେଳେ ମଞ୍ଚ ଫୁଲ୍‌ ରହୁଥିଲା। ହେଲେ ଆଜି ସିଏ ଅଦରକାରୀ ହୋଇପଡ଼ିଛନ୍ତି। ଦୁଃଖ ଓ ଯନ୍ତ୍ରଣାରେ ବିତୁଛି ତାଙ୍କ ଜୀବନ। ପରିବାର ଚଳାଇବାକୁ ଛେଳି ଚରାଉଛନ୍ତି।

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଦିନେ ସେ ଦର୍ଶକଙ୍କ ଭିତରେ ହସ ବାଣ୍ଟୁଥିଲେ। ଯାତ୍ରା ମଂଚରେ ଠିଆହେଲେ, ଅଜାଡ଼ି ହୋଇ ପଡୁଥିଲା କରତାଳି। ବାଟରେ ଘାଟରେ ଯାଉଥିଲେ ତାଙ୍କୁ ସହଜରେ ଲୋକେ ଚିହ୍ନି ପକାଉଥିଲେ। ଆଜି କିନ୍ତୁ ତାଙ୍କ ଅବସ୍ଥା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ପଢ଼ନ୍ତୁ ତାଙ୍କ ଦୁଃଖଭରା ଜୀବନ କାହାଣୀ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିକଟସ୍ଥ ମଠସାହି ଗାଁର ଗୋବିନ୍ଦ ବାରିକ। ପିଲାବେଳୁ ମଞ୍ଚ ନାଟକ ପ୍ରତି ଥିଲା ଦୁର୍ବଳତା। ସେଥିପାଇଁ ଘରୁ ଚାଲି ଯାଇଥିଲେ ମଞ୍ଚରେ ଅଭିନୟ କରିବା ପାଇଁ। ୧୯୭୨ ମସିହାରେ ସେ ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ଶ୍ୟାମ ମହାପାତ୍ରଙ୍କ ‘ସାରୁଅ’ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ଅଭିନୟ ଶିଖିଥିଲେ।

ପରେ ଜଟାଧାରୀ, ଜଗାବଳିଆ, ଜଟାଧାରୀ, ଗୋପାଳପୁର, ସାତଶଙ୍ଖ, ଏମିତି ଅନେକ ଯାତ୍ରା ଅନୁଷ୍ଠାନରେ ଅଭିନୟ କରିଥିଲି। ଏହାପରେ ଗତ ୨୫ ବର୍ଷ ଧରି ସେ ଯାତ୍ରା ସମ୍ରାଟ୍‌ ‘ତୁଳସୀ ଗଣନାଟ୍ୟ’ରେ ଅଭିନୟ କରିଆସୁଥିଲେ। ସେଥିରୁ ମିଳିଥିଲା ତାଙ୍କୁ ସଫଳତା। ମଶାଣିଫୁଲ, ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର, ମିଛ ସଂର୍ପକ, ପଣତକାନି, ପତିବତ୍ରା, ବନ୍ଧା ପଡ଼ିଛି ମୋ ବାହାମୁକୁଟ ପରି ଅନେକ ନାଟକ ତାଙ୍କ ଯାତ୍ରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତେବେ ‘ଇଷ୍ଟର୍ଣ୍ଣ ଅପେରା’ରେ ଅଭିନୟ କରୁଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଲା। ତେଣୁ ବାଧ୍ୟ ହୋଇ ଯାତ୍ରାପାର୍ଟି ଛାଡ଼ିଲେ ଗୋବିନ୍ଦ।

ମଞ୍ଚ ଛାଡ଼ିଲା ବେଳକୁ ତାଙ୍କ ଚେହେରା ବଦଳି ଯାଇଥିଲା। ମୁହଁର ଚମକ କମି ଯାଇଥିଲା। କଳା ମଚ୍‌ମଚ୍‌ ଶରୀର ଉପରେ ଚମ ଧୁଡୁଧୁଡି ପଡ଼ି ଯାଇଥିଲା। ଆଖି ଦୁଇଟି କୋରଡ଼ ଭିତରେ ପଶି ଗଲାପରି ଦିଶୁଥିଲା। ଦାନ୍ତ ପଡ଼ି ଯାଇଥିବାରୁ କଥା ଠିକ୍‌ ଭାବେ କହି ପାରୁନଥିଲେ। ତେଣୁ ବାଧ୍ୟ ହୋଇ ରୋଗାଗ୍ରସ୍ତ ଶରୀରକୁ ଧରି ଗାଁକୁ ଫେରିଲେ ଗୋବିନ୍ଦ।

ଗାଁରେ ତାଙ୍କ ପରିବାର କହିଲେ ସ୍ତ୍ରୀ, ତିନି ଝିଅ ଓ ପୁଅ। ଦୁଇ ଝିଅଙ୍କ ବାହାଘର ସରିଯାଇଛି। ଏବେ ସାନ ଝିଅଟି ବିଏ ପାସ୍‌ କରି ଘରେ ରହିଛି। ତା ବାହାଘର ମୁଣ୍ଡ ଉପରେ। ଏପଟେ ବୋଝ ଉପରେ ନଳିତା ବିଡ଼ା ପରି ଗୋବିନ୍ଦଙ୍କର ଏକମାତ୍ର ପୁଅ ମାନସିକ ଅନଗ୍ରସର। ତେଣୁ ଘରର ଏକମାତ୍ର ରୋଜଗାରିଆ ଗୋବିନ୍ଦଙ୍କ ରୋଜଗାର ବନ୍ଦ ହୋଇଯିବା ପରେ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ବଢ଼ି ଯାଇଛି।

ଘର କହିଲେ ଏକ ବଖରିକିଆ ଇନ୍ଦିରା ଆବାସ ଘର। ତାଆରି ଭିତରେ କଟେ ସମସ୍ତଙ୍କ ଜୀବନ। ରୋଜଗାର ମାଧ୍ୟମ ନଥିବାରୁ ଏବେ ଗୋବିନ୍ଦ ବାଧ୍ୟ ହୋଇ ଛେଳି ଚରାଉଛନ୍ତି। ସବୁ ସରକାରୀ ସାହାଯ୍ୟ ଯେମିତି ତାଙ୍କ ପାଇଁ ସାତସପନ ହୋଇଯାଇଛି। ସେ ପ୍ରଶ୍ନ କରିଛନ୍ତି ସରକାରଙ୍କ କଳାକାର ଭତ୍ତା କାହା ପାଇଁ? ଗୋବିନ୍ଦ ଏବେଯାଏ କୌଣସି କଳାକାର ଭତ୍ତା ପାଇନାହାଁନ୍ତି।

ଏ ବାବଦରେ ପଟ୍ଟାମୁଣ୍ଡାଇ ବିଡିଓ ସୁଧାଂଶୁ ସିଂଙ୍କୁ ପଚାରିବାରୁ ସେ ବ୍ୟକ୍ତିଗତ ଭାବେ ଜିଲ୍ଲାପାଳଙ୍କ ସହ କଥା ହୋଇ ତୁରନ୍ତ ପଦକ୍ଷପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

The post ଏବେ କାନ୍ଦିକାନ୍ଦି ଜୀବନ କାଟୁଛନ୍ତି ଦିନେ ହସ ବାଣ୍ଟୁଥିବା ହାସ୍ୟ ଅଭିନେତା: ଛେଳି ଚରାଇ ପୋଷୁଛନ୍ତି ପରିବାର appeared first on Odisha Reporter.

]]>
2018-12-15 22:29:12 https://odishareporter.in/wp-content/uploads/2018/12/6-8.jpg
ବିଜେଡିର ସୁରକ୍ଷା ପାଇଁ ମତେ ସୁରକ୍ଷା ଦେଉଛନ୍ତି: ଖାରବେଳ https://odishareporter.in/odisha/govt-offering-me-police-protection-only-to-protect-bjds-image-says-kharavel-swain-98-306055 Mon, 26 Nov 2018 12:36:43 +0000 https://odishareporter.in/?p=306055

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ପାଣିପାଗରେ ଉଷ୍ମତା ଭରିଛି ଶାସକ ଦଳ କର୍ମୀଙ୍କ ତଥାକଥିତ ଗୁଣ୍ଡାଗର୍ଦ୍ଦି। ପରବିର୍ତ୍ତନର ନାରାବାଜି ଦେଇ ରାଜ୍ୟବ୍ୟାପୀ ସଭା ସମିତି କରୁଥିବା ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ସଂଖ୍ୟାଧିକ ସ୍ଥାନରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ପୂର୍ବରୁ କେନ୍ଦ୍ରାପଡ଼ାର ଆଳି ଏବଂ ନିକଟରେ ରାୟଗଡ଼ାର କାଶୀପୁରରେ ଖାରବେଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କାହିଁକି ତାଙ୍କୁ କେବଳ ଟାର୍ଗେଟ୍‌ କରାଯାଉଛି, ଏ ସମ୍ପର୍କରେ ଶ୍ରୀ […]

The post ବିଜେଡିର ସୁରକ୍ଷା ପାଇଁ ମତେ ସୁରକ୍ଷା ଦେଉଛନ୍ତି: ଖାରବେଳ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ପାଣିପାଗରେ ଉଷ୍ମତା ଭରିଛି ଶାସକ ଦଳ କର୍ମୀଙ୍କ ତଥାକଥିତ ଗୁଣ୍ଡାଗର୍ଦ୍ଦି। ପରବିର୍ତ୍ତନର ନାରାବାଜି ଦେଇ ରାଜ୍ୟବ୍ୟାପୀ ସଭା ସମିତି କରୁଥିବା ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ସଂଖ୍ୟାଧିକ ସ୍ଥାନରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହେଉଛି। ପୂର୍ବରୁ କେନ୍ଦ୍ରାପଡ଼ାର ଆଳି ଏବଂ ନିକଟରେ ରାୟଗଡ଼ାର କାଶୀପୁରରେ ଖାରବେଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କାହିଁକି ତାଙ୍କୁ କେବଳ ଟାର୍ଗେଟ୍‌ କରାଯାଉଛି, ଏ ସମ୍ପର୍କରେ ଶ୍ରୀ ସ୍ୱାଇଁଙ୍କ ସହ ଅଧିକ କଥା ହୋଇଥିଲେ ଓଡ଼ିଶା ରିପୋର୍ଟର୍‌ର ପ୍ରତିନିଧି ତାପସ ରଞ୍ଜନ ବେହେରା।

ପ୍ରଶ୍ନ: ଆପଣଙ୍କୁ ଆକ୍ରମଣ କରିଥିବା ଯୁବକ ଗିରଫ ହୋଇଛନ୍ତି। ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ବି ଦିଆଯାଇଛି। ଆପଣ ଖୁସି ତ?

ଉ: ମୋର ଖୁସି ହେବା ନ ହେବାର ମାନେ କିଛି ନାହିଁ। ମୋର କହିବାର କଥା ଗୋଟିଏ ଗଣତନ୍ତ୍ରରେ ଏକ ବିରୋଧୀ ଦଳକୁ ତା’ର ମତ ପ୍ରକାଶ କରିବାର ଅଧିକାର ଦିଆଯିବା ଉଚିତ୍‌। ତାହା ଏହି ସରକାର କରୁନାହାନ୍ତି। ଦେଢ଼ ମାସ ପୂର୍ବେ ଆଳିରେ ମୋ ଉପରେ ଏମିତି ଆକ୍ରମଣ ହୋଇଥିଲା। ପୁଣି ବାଲେଶ୍ୱରର ଖଇରାରେ ଆକ୍ରମଣ ହେଲା। ଯଦି ସେମାନେ କାହାକୁ ଜଣକୁ ଗିରଫ କରିଥାନ୍ତେ ତା’ହେଲେ ହୁଏତ ଏମିତି କାମ କରିବାକୁ କେହି କରିବାକୁ ସାହସ କରି ନଥାନ୍ତେ। ଯେହେତୁ ପୂର୍ବ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ତେଣୁ ସରକାରୀ ଦଳର ସମର୍ଥକମାନେ ଭାବୁଛନ୍ତି ଯେ, ଆକ୍ରମଣ କଲେ କିଛି ହେବନି ।

ପ୍ରଶ୍ନ: ଆକ୍ରମଣକାରୀ ବିଜେଡି ଲୋକ ବୋଲି ଆପଣ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଦଳ ଖଣ୍ଡନ କରିଛି। ବିଜେଡିର ବରିଷ୍ଠ ନେତା ଏନ୍‌. ଭାସ୍କର ରାଓ ଅଭିଯୋଗ ସତ ନୁହେଁ ବୋଲି କହିଛନ୍ତି ।

ଉ: ଆପଣ କ’ଣ ଆଶା କରୁଛନ୍ତି ଭାଷ୍କର ରାଓ କହିଥାନ୍ତେ ହଁ ସେ ଆମ ଲୋକ। ଆମେ ଯାଇ ତାଙ୍କୁ ଆକ୍ରମଣ କରିଛୁ ? ଏହା ସ୍ୱାଭାବିକ୍ କଥା ଯେ, ଲୋକେ ତାଙ୍କ ଉପରେ ପ୍ରବଳ ଅସନ୍ତୁଷ୍ଟ ଅଛନ୍ତି। ଗଣମାଧ୍ୟମ ତାଙ୍କ ବିରୋଧରେ କହିବାରେ ଲାଗିଛି। ତେଣୁ ଏଯେଉଁ ଘଟଣା ଘଟୁଛି ତାଙ୍କ ପାଇଁ ବୁମେରାଂ ହେବ। ଆକ୍ରମଣକାରୀ ନିଜେ କହିଛନ୍ତି ଯେ, ଆମେ ବିଜେଡି ଲୋକ। ପ୍ରଥମେ କହିଛନ୍ତି ଏଠି ଯିଏ ବିଜେଡି ବିରୋଧରେ କହିବ ତାକୁ ଆମେ ହାଣିଦେବୁ। ମତେ ଯିଏ ଆକ୍ରମଣ କରିଥିଲା ତାଙ୍କର ଫଟୋ ବିଜେଡି ନେତାଙ୍କ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ମିଛ କହିପାରେ କିନ୍ତୁ ଫଟୋ ମିଛ କହେନି।

ପ୍ରଶ୍ନ: ଯଦି ଆଗକୁ ଏମିତି ବାରମ୍ବାର ଆକ୍ରମଣ ଜାରି ରହିଲା ଆପଣ କ’ଣ କରିବେ? ଆଗକୁ ନିଜ ଦୃଢ଼ ସ୍ୱର ବଜାୟ ରଖିବେ ନା ଭୟରେ ଦୂରେଇ ଯିବେ?

ଉ: ମୁଁ କେବେ ହେଲେ ଦୂରେଇ ଗଲିଣି କି? ବର୍ତ୍ତମାନ ବିଜେଡି ତା’ର ନିଜ ସୁରକ୍ଷା ପାଇଁ ମତେ ସୁରକ୍ଷା ଦେଉଛି।

ପ୍ରଶ୍ନ: ଆପଣ କହୁଛନ୍ତି ରାଜ୍ୟରେ ବିଜେଡି ବିରୋଧରେ ଗୋଟିଏ ଅନ୍ତଃସ୍ରୋତ ପ୍ରବାହିତ ହେଲାଣି। ଲୋକେ ପରିବର୍ତନ ଚାହୁଁଛନ୍ତି। କିନ୍ତୁ ସର୍ଭେ କହୁଛି ପୁଣି ନବୀନ ପଟ୍ଟନାୟକ ସରକାର ଆସିବ। ବିଜେଡି ସରକାର ଗଠନ କରିବ।

ଉ. ସର୍ଭେ କେବେ ହୋଇଥିଲା? ପ୍ରାୟ ମାସେ ଭିତରେ ହୋଇଥିଲା। ସେମାନେ କ’ଣ ସର୍ଭେ କରୁଛନ୍ତି କରନ୍ତୁ। ବର୍ତ୍ତମାନ ଆପଣ ଏହି ମାସେ ଦିମାସ ଭିତରେ ଦେଖିବେ।

ପ୍ରଶ୍ନ: ଦଳ ହିସାବରେ ଦେଖିଲେ ଉତ୍କଳ ଭାରତ ଏତେ ଶକ୍ତିଶାଳୀ ନୁହଁ। ଆଗକୁ କେଉଁ ଦଳ ସହ ଗଠବନ୍ଧନ କରିବ କି? ପୂର୍ବରୁ ଆପଣ ସୌମ୍ୟ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା’ ଦଳ ସହ ମେଣ୍ଟ କରିଥିଲେ। କିନ୍ତୁ ସେ ତାଙ୍କ ବାଟରେ ଚାଲିଗଲେ।

ଉ: ଏସବୁ ହେଉଛି ସ୍ପେକୁଲେଟିଭ ପ୍ରଶ୍ନ। ଆମେ କାହା ସହ ମେଣ୍ଟ କରିବୁ ସେଥିପାଇଁ ଦଳ ଗଠନ କରିନୁ। ଆମେ ଗତ ଥର ଯାହା ସହ ମେଣ୍ଟ କରିଥିଲୁ ତାହା ଆମର ଇଚ୍ଛାକୃତ ନ ଥିଲା ଗତଥର ବିଜେପି ଆମ ସହ ମେଣ୍ଟ କରିବ ବୋଲି କହିଥିଲା। ଅରୁଣ ଜେଟଲୀ ଓ ଚନ୍ଦନ ମିତ୍ର ପ୍ରମୁଖ ଆସିଥିଲେ। ଆମ ସହ ମେଣ୍ଟ କରିବାକୁ କହି ପ୍ରାର୍ଥିପତ୍ର ଦାଖଲର ଦୁଇଦିନ ପୂର୍ବରୁ ପ୍ରତିଶ୍ରୁତିରୁ ଓହରିଗଲେ। ସେମାନେ ନିଜେ ଜିତିଲେନି। ତାଙ୍କର ନବୀନ ବାବୁଙ୍କ ସହ ଭିତିରିଆ ମେଣ୍ଟ ହୋଇଗଲା। ଯେହେତୁ ବିଜେପି ମେଣ୍ଟ କରିବ ବୋଲି କହି ଓହରିଗଲା ଆମେ ବାଧ୍ୟ ହୋଇ ଆମେ ଆମ ଓଡ଼ିଶା ସହ ମେଣ୍ଟ କରିଥିଲୁ।

ପ୍ରଶ୍ନ: ଚଳିତ ବର୍ଷ ‘ଆମ ଓଡ଼ିଶା’ ବିଜେଡିର ବିଲୀନ ହୋଇଗଲା। ଆପଣ ଭାଭୁଛନ୍ତି କି ସୌମ୍ୟ ପଟ୍ଟନାୟକ ଆପଣଙ୍କୁ ଠକିଦେଲେ?

ଉ: ନା ସେମିତି କିଛି ନୁହେଁ। କାରଣ ନିର୍ବାଚନ ବେଳେ ତାଙ୍କ ଲଢ଼େଇ ଓ ମୋ ଲଢେଇ ଅଲଗା ଅଲଗା ଥିଲା। ତାଙ୍କର ଆଭିମୁଖ୍ୟ ଅଲଗା ରହିଲା ଆମେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ଚାହିଁଲୁ କିନ୍ତୁ ମେଣ୍ଟ ହୋଇଗଲା ପରେ ସେମାନେ କଂଗ୍ରେସ ବିରୋଧରେ ଲଢ଼ିଲେ। ମୁଁ ବିଜେଡି ବିରୋଧରେ ଲଢ଼ିଲି।

ପ୍ରଶ୍ନ: ଆପଣଙ୍କ ଅଭିଯୋଗ ଯେ, ଓଡ଼ିଶାର ଲୋକଙ୍କୁ ଛତ୍ରଖିଆରେ ପରିଣତ କରାଯାଇଛି। କିନ୍ତ ମୁଖ୍ୟମନ୍ତ୍ରୀ ଏକନମ୍ବର ବୋଲି ପୁରସ୍କାର ମିଳୁଛି। ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଉଛନ୍ତି।

ଉ: ଆପଣ ଯେଉଁ ପୁରସ୍କାର କଥା କହୁଛନ୍ତି ଦେଖିଲେ ଜାଣିବେ କେଉଁ ରାଜ୍ୟରେ ତାଙ୍କ ଲୋକମାନେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ କେତେ ପ୍ରତିଶତ ପସନ୍ଦ କରୁଛନ୍ତି। ଅନେକ ଜାଗାରେ ପଇସାପତ୍ର ଦେଇ ପୁରସ୍କାର ଯୋଗାଡ଼ କରାଯାଏ। ଦ୍ୱିତୀୟ କଥା ହେଉଛି ବିକଳ୍ପର କଥା। ଯେ ପର୍ଯ୍ୟନ୍ତ ଆହୁରି ଭଲ ବିକଳ୍ପ ନମିଳିଛି ସେ ପର୍ଯ୍ୟନ୍ତ ଲୋକେ ଭଲ ବୋଲି କହୁଥିବେ ।

ପ୍ରଶ୍ନ: ଆପଣ ଭାବୁଛନ୍ତି କି ‘ଉତ୍କଳ ଭାରତ’ ବିଜେଡି ବିରୋଧରେ ଏକ ବିକଳ୍ପ ହୋଇ ଛିଡ଼ା ହୋଇପାରିବ?

ଉ: ହଁ ନିଶ୍ଚିତ। ଆମେ ତ ଠିଆ ହୋଇଛୁ। ଯଦି ଆମର କିଛି ସମର୍ଥନ ନାହିଁ ତା’ହଲେ ସେମାନେ କାହିଁକି ଆକ୍ରମଣ କରୁଛନ୍ତି ?

ପ୍ରଶ୍ନ: ଆପଣ କହୁଛନ୍ତି ‘ଉତ୍କଳ ଭାରତ’ ବିଜେଡିର ବିକଳ୍ପ ଭାବେ ସମର୍ଥ ହୋଇଛି। ଆଉ ଆପଣ ଲୋକଙ୍କ ପାଖରେ ପହଞ୍ଚିପାରିଛନ୍ତି। ଆପଣ ପୂର୍ବରୁ ୩ ଥର ଏମପି ବି ହୋଇଥିଲେ। ସେ ଦୃଷ୍ଟିରୁ ‘ଉତ୍କଳ ଭାରତ’ ଗଠନ ହେବା ପରଠାରୁ କିଛି ବି ଗୋଟିଏ ସିଟ୍ ପାଇବା କଥା। କିନ୍ତୁ ତା’ ହୋଇ ନାହିଁ।

ଉ:ବର୍ତ୍ତମାନ ଆମ ଆଦମୀ ପାର୍ଟି ଦୁଇଥର ଜିତିଲା। ସେ କ’ଣ ତା’ପୂର୍ବରୁ ଆଗରୁ କେଉଁଠି ସିଟ ପାଇଥିଲା ? ଏହା ଗୋଟିଏ ବାତାବରଣ ଉପରେ ନିର୍ଭର କରେ। ତେଣୁ ଆଗରୁ ବାତାବରଣ ନ ଥିଲା। ବର୍ତ୍ତମାନ ହୋଇଗଲାଣି।

ପ୍ରଶ୍ନ: ‘ଉତ୍କଳ ଭାରତ’କୁ ଏଥର ଲୋକେ କାହିଁକି ଭୋଟ ଦେଇ କ୍ଷମତାକୁ ଆଣିବେ? ଦଳକୁ ଜନ ସମର୍ଥନ ବଳରେ କିଛି ସିଟ୍‌ ଆସିପାରିବ?

ଉ: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧୀ ତଥା ବିଜେଡି ବିରୋଧୀ ଏକ ପ୍ରବଳ ମତ ତିଆରି ହୋଇଗଲାଣି। କେବଳ ତା’ର ନେତୃତ୍ୱଟା ସ୍ଥିର ହୋଇ ନାହିଁ। ମୁଁ ଅଶା କରୁଛି ସେହି ନେତୃତ୍ୱଟି ଆଉ ମାସେ, ଦୁଇମାସ ଭିତରେ ତିଆରି ହୋଇଯିବ।

ପ୍ରଶ୍ନ: କେବଳ ନବୀନ ପଟ୍ଟନାୟକଙ୍କୁ ବିରୋଧ ଦଳର ଏଜେଣ୍ଡା ହେବ ? ଏଥିପାଇଁ କ’ଣ ଲୋକେ ଆପଣଙ୍କୁ ଭୋଟ ଦେବେ?

ଉ: ଆମେ ଯେଉଁ ରାସ୍ତାକଡ଼ରେ ସଭା କରୁଛେ କେବଳ ନବୀନ ବାବୁଙ୍କୁ ବିରୋଧ କରୁନେ। ଆମେ ଗୋଟିଏ ବିକଳ୍ପ ତିଆରି କରୁଛେ। ଗୋଟେ ନେତୃତ୍ୱ ଆପେ ଆପେ ଆଗକୁ ଆସିବ। କାରଣ ଏଥର ଯେଉଁଭଳି ଭାବେ ନବୀନ ବିରୋଧୀ ମତ ତିଆରି ହେଲାଣି ତାହା ଅତୀତରେ ନଥିଲା। ୨୦୧୪ରେ ନଥିଲା ଏବଂ ୨୦୦୯ରେ ନଥିଲା, ଏପରିକି ତା’ ପୂର୍ବରୁ ମଧ୍ୟ ନଥିଲା।

ପ୍ରଶ୍ନ: କିନ୍ତୁ ତା’ର ଫାଇଦା କଂଗ୍ରେସ ଓ ବିଜେପି ନେଇଯିବେ। ‘ଉତ୍କଳ ଭାରତ’ କଣ ସେଇ ଫାଇଦା ନେଇପାରିବ?

ଉ: ନବୀନ ବିରୋଧୀ ମତ ତିଆରି ହେଲେ ଏହାର ଫାଇଦା କଂଗ୍ରେସ ଓ ବିଜେପି ନେଇଯିବେ, ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଲୋକଙ୍କ ମୁଡ୍‌ କିମ୍ବା ମତ ଉପରେ ଗୋଟିଏ ଦଳ ଜିତିବ କି ହାରିବ। ଅର୍ଥ ବଳ, ବାହୁ ବଳ କିମ୍ବା ମଦ ମାଂସ ଦେଇ ନୁହେଁ।

ପ୍ରଶ୍ନ: ଆପଣ ଚଳିତ ସାଧାରଣ ନିର୍ବାଚନରରେ ବିଧାନ ସଭା ୧୪୭ ଏବଂ ଲୋକସଭାରେ ୨୧ଟି ସିଟରେ ଲଢ଼ିବେ?

ଉ: ହଁ।

The post ବିଜେଡିର ସୁରକ୍ଷା ପାଇଁ ମତେ ସୁରକ୍ଷା ଦେଉଛନ୍ତି: ଖାରବେଳ appeared first on Odisha Reporter.

]]>
left top 2018-11-26 18:18:42 https://odishareporter.in/wp-content/uploads/2018/11/t-36.jpg
ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ https://odishareporter.in/odisha/spl-story-on-artist-l-iswar-rao-300243 Mon, 12 Nov 2018 14:08:26 +0000 https://odishareporter.in/?p=300243

ଭୁବନେଶ୍ୱର(ମିହିର ପଟ୍ଟନାୟକ/ଓଡ଼ିଶା ରିପୋର୍ଟର): ନାଁ ତାଙ୍କର ଇଶ୍ୱର। ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ। ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ […]

The post ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ appeared first on Odisha Reporter.

]]>

ଭୁବନେଶ୍ୱର(ମିହିର ପଟ୍ଟନାୟକ/ଓଡ଼ିଶା ରିପୋର୍ଟର): ନାଁ ତାଙ୍କର ଇଶ୍ୱର। ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ।

ଇତିମଧ୍ୟରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା ଲୋକାର୍ପିତ ହୋଇ ସାରିଛି। ଗୁଜରାଟ ପ୍ରଦେଶର ନର୍ମଦା ନଦୀ କୂଳରେ ଠିଆ ହୋଇଛି ‘Statue Of Unity’। ଅଖଣ୍ଡ ଆଉ ଏକତ୍ର ଭାରତର ପରିକଳ୍ପନା କରିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଲୌହ ନିର୍ମିତ ପ୍ରତିମା, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏପଟେ ଏହି ମହାନ୍‌ ବ୍ୟକ୍ତିଙ୍କୁ ନିଜ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ଓଡ଼ିଆ ଶିଳ୍ପୀ ଏଲ୍‌.ଇଶ୍ୱର ରାଓ। ବିଶ୍ୱର ସର୍ବୋଚ୍ଚ କୁହାଯାଉଥିବା ୧୮୨ ମିଟର ଉଚ୍ଚର ପଟେଲଙ୍କ ପ୍ରତିମାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ, ଈଶ୍ୱର ସୃଷ୍ଟି କରିଛନ୍ତି ଲୌହମାନବଙ୍କର ନିଆରା କୃତି। କାଚ ବୋତଲ ଭିତରେ ସେ ସାବୁନରେ ପ୍ରସ୍ତୁତ କରିଛନ୍ତି ପଟେଲଙ୍କ ସବୁଠାରୁ କ୍ଷୁଦ୍ରାକୃତି ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ରହିଛି ମାତ୍ର ୩ ଇଞ୍ଚ।

ଖାଲି ମୂର୍ତ୍ତି ଗଢ଼ିବା ନୁହେଁ, ସବୁଠାରେ ଆଶ୍ଚର୍ଯ୍ୟ ଲାଗେ ସୋଡ଼ା ବୋତଲ ଭିତରେ ରହିଥିବା ତାଙ୍କ ହାତ ତିଆରି କୃତିକୁ ଦେଖିଲେ। ସେ ମୂର୍ତ୍ତିଗୁଡ଼ିକୁ ଏମିତି ଢଙ୍ଗରେ ଛୋଟ ମୁହଁ ବୋତଲ ଭିତରେ ସ୍ଥାନୀତ କରିପାରନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ପର୍ଯ୍ୟାପ୍ତ ପରିମାଣର ସୋଡ଼ା ବୋତଲ ସଂଗ୍ରହ କରି ସେ ମୂର୍ତ୍ତିଗୁଡିକୁ ସେଥିରେ ରଖିଛନ୍ତି। ଯାହା ନିଶ୍ଚିତ ଭାବେ ପ୍ରଶଂସନୀୟ।

ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ରହୁଥିବା ଏଲ୍.ଇଶ୍ୱର ରାଓ ହେଉଛନ୍ତି କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରୁଥିବା ଜଣେ ନିଆରା ଶିଳ୍ପୀ। ନିଜ କଳା ଜରିଆରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ବାର ପୁରସ୍କୃତ ହୋଇଛନ୍ତି। ସମ୍ପ୍ରତି ଜଟଣୀ ହାଟବଜାର ଅଞ୍ଚଳରେ ରହୁଥିବା ଈଶ୍ୱର ନିଜ ଘରେ ଏକ ନିଆରା ମ୍ୟୁଜିୟମ୍‌ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଯେଉଁଥିରେ ତାଙ୍କ ହାତତିଆରି କଳାକୃତିକୁ ଆପଣ ଦେଖିପାରିବେ। ସେ ଏହାର ନାଁ ରଖିଛନ୍ତି ‘ରାଣା ମ୍ୟୁଜିୟମ୍‌’।

ପେନ୍‌ସିଲ୍‌ ମୁନ, ଚକ୍‌ ଖଡ଼ି, ସାବୁନ ଓ ତେନ୍ତୁଳୀ ମଞ୍ଜିରେ ସେ ପ୍ରସ୍ତୁତ କରନ୍ତି ସୁକ୍ଷ୍ମାତିସୁକ୍ଷ୍ମ କାରୁକାର୍ଯ୍ୟ। ଅତି ନିଖୁଣ ଭାବେ ନିଜ କଳାକୁ ଏହା ମାଧ୍ୟମରେ ପ୍ରସ୍ତୁତ କରିଥାନ୍ତି ଈଶ୍ୱର।

ଖାଲି ସୂକ୍ଷ୍ମ କଳା ନୁହେଁ, ପଥର ଖୋଦେଇ ଓ ମୂର୍ତ୍ତି ନିର୍ମାଣ ସହ ଚିତ୍ରକଳାରେ ବେଶ୍ ସିଦ୍ଧହସ୍ତ ହେଉଛନ୍ତି ଈଶ୍ୱର। ନିଜ କଳାକୁ ବଞ୍ଚାଇ ରଖିବା ସହ କିଛି ଛୋଟ ପିଲାଙ୍କୁ ସେ ନିଜ ଉଦ୍ୟମରେ ବିନା ମୂଲ୍ୟରେ ଚିତ୍ରକଳା ଶିକ୍ଷା ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ତାଙ୍କଠାରୁ ଚିତ୍ରକଳା ଶିକ୍ଷା କରୁଛନ୍ତି।

ପରିବାର ଓ ଶିକ୍ଷାଗତ ଯୋଗ୍ୟତା

ପିତା ଏଲ୍‌.ଏରେୟା, ମା’ ଶ୍ରୀମତୀ ଏଲ୍‌.ଆପଲ୍ଲା ନର୍ସିମ୍ମା। ୩ ଭାଇ ଉଭଣୀଙ୍କ ମଧ୍ୟରେ ଈଶ୍ୱର ହେଉଛନ୍ତି ମଝିଆଁ। ପିଲାଟିବେଳୁ ସେ ଥିଲେ କଳା ମନସ୍କ। କେମିତି କିଛି ନୂଆ ଗଢ଼ିବେ ସବୁବେଳେ ଚିନ୍ତା କରୁଥାନ୍ତି। ୪ର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ଚକ୍‌ଖଡ଼ି ଖଣ୍ଡକରେ ନଖରେ ଖୋଳି ଖୋଳି ସେ ସୁନ୍ଦର କାନ‍ଫୁଲଟିଏ ଗଢ଼ି ଦେଇଥିଲେ। ଯାହାକୁ ଦେଖି ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷଣ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ସେବେଠାରୁ ଈଶ୍ୱରଙ୍କ ପାଦ କେବେ ଥମିନାହିଁ। ଚରୈବେତି ଚରୈବେତି ନ୍ୟାୟରେ ସେ ଆଗକୁ ବଢ଼ି ଚାଲିଛନ୍ତି।

ପରିବାରରେ କେହି କଳାକାର ଅଛନ୍ତି କି ବୋଲି ପ୍ରଶ୍ନ କରିବାରୁ ମନା କରନ୍ତି ଈଶ୍ୱର। ପିତା ରେଳବାଇ କର୍ମଚାରୀ। ଏଣୁ ଖୋର୍ଦ୍ଧାରୋଡ୍‌ ଡିଭିଜନରେ କାର୍ଯ୍ୟ କରୁଥାନ୍ତି। ଆଉ ପିଲାଟିବେଳୁ ଜଟଣୀରେ ରହିବାରୁ ଗଣେଶ ପୂଜା ଦେଖି ମୂର୍ତ୍ତି ଗଢ଼ିବାକୁ ମନା ବଳାନ୍ତି ଈଶ୍ୱର। ଗଣ୍ଡମୁଣ୍ଡା ହସ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ରରେ ସେ ୪ ବର୍ଷ ପାଇଁ ନେଇଛନ୍ତି ଟ୍ରେନିଂ।

ପୁରସ୍କାର

ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ, ମିରାକଲ୍ ୱାର୍ଲଡ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଓଡ଼ିଶା ବୁକ୍‌ ଅଫ୍‌ ରେକର୍ଡ, ଆନ୍ଧ୍ର ବୁକ୍‌ ଅଫ୍‌ ରେକର୍ଡ ଭଳି ସମ୍ମାନଜନକ ପୁରସ୍କାର ସାଉଣ୍ଟିଥିବା ଏହି ବିଚକ୍ଷଣ କଳାକାର ଜଣଙ୍କୁ କିନ୍ତୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରି ନାହିଁ।

The post ବୋତଲ ଭିତରେ ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ appeared first on Odisha Reporter.

]]>
2018-11-12 20:07:15 https://odishareporter.in/wp-content/uploads/2018/11/4-13.jpg
ବାପାଙ୍କଠାରୁ ମିଳିଥିଲା ଅଭିନୟ ପ୍ରତି ଅନୁପ୍ରେରଣା: ଥିଏଟର୍‌ରୁ ଆରମ୍ଭ କରିଥିଲେ କ୍ୟାରିୟର https://odishareporter.in/entertainment/exclusive-interview-with-sharman-joshi-282450 Mon, 01 Oct 2018 11:18:01 +0000 https://odishareporter.in/?p=282450

ଭୁବନେଶ୍ୱର(ବିଶ୍ୱବନ୍ଦିତା/ପ୍ରଦୀପ): ବଲିଉଡ୍‌ ଅଭିନେତା ସରମନ୍‌ ଯୋଷୀ। ଆଗକୁ ଆସୁଛି ତାଙ୍କ ଅଭିନୀତ ଫିଲ୍ମ ‘କାଶୀ ଇନ୍‌ ସର୍ଚ ଅଫ୍‌ ଗଙ୍ଗା’। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯେଉଁଥିରେ ସରମନ୍‌ଙ୍କୁ ଏକ ଦମ୍‌ଦାର୍‌ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ସରମନ୍‌ ‘କାଶୀ’ ଭୂମିକାରେ ନଜର ଆସିବେ। ଜଣେ ଭାଇ କେମିତି ତା’ର ହଜିଯାଇଥିବା ଭଉଣୀକୁ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ‘ଗଡ୍‌ମଦର’ ଠୁ ଆରମ୍ଭ କରି […]

The post ବାପାଙ୍କଠାରୁ ମିଳିଥିଲା ଅଭିନୟ ପ୍ରତି ଅନୁପ୍ରେରଣା: ଥିଏଟର୍‌ରୁ ଆରମ୍ଭ କରିଥିଲେ କ୍ୟାରିୟର appeared first on Odisha Reporter.

]]>

ଭୁବନେଶ୍ୱର(ବିଶ୍ୱବନ୍ଦିତା/ପ୍ରଦୀପ): ବଲିଉଡ୍‌ ଅଭିନେତା ସରମନ୍‌ ଯୋଷୀ। ଆଗକୁ ଆସୁଛି ତାଙ୍କ ଅଭିନୀତ ଫିଲ୍ମ ‘କାଶୀ ଇନ୍‌ ସର୍ଚ ଅଫ୍‌ ଗଙ୍ଗା’। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯେଉଁଥିରେ ସରମନ୍‌ଙ୍କୁ ଏକ ଦମ୍‌ଦାର୍‌ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ସରମନ୍‌ ‘କାଶୀ’ ଭୂମିକାରେ ନଜର ଆସିବେ। ଜଣେ ଭାଇ କେମିତି ତା’ର ହଜିଯାଇଥିବା ଭଉଣୀକୁ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

‘ଗଡ୍‌ମଦର’ ଠୁ ଆରମ୍ଭ କରି ‘ଥ୍ରୀ ଇଡିଏଟ୍‌ସ’ ପର୍ଯ୍ୟନ୍ତ ବଲିଉଡ୍‌ରେ ଅନେକ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି ସରମନ୍‌। ନିକଟରେ ଓଡ଼ିଶା ରିପୋର୍ଟର ସହ ସାକ୍ଷାତକାରରେ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା କଥା ସେ ବଖାଣିଥିଲେ।

କହିଥିଲେ- ‘ବାପା ଥିଲେ ଜଣେ ଗୁଜୁରାଟୀ ଥିଏଟର ଆର୍ଟିଷ୍ଟ ।  ପିଲାଦିନୁ ବାପାଙ୍କ ଅଭିନୟ ଦେଖି ମୋର ଅଭିନୟ ପ୍ରତି ଦୁର୍ବଳତା ଆସିଥିଲା।  କିନ୍ତୁ ଫିଲ୍ମରେ କେବେ ସୁଯୋଗ ମିଳିବ ସେ ବିଷୟରେ କିଛି ଧାରଣା ନ ଥିଲା। ଧୀରେ ଧୀରେ ମୁଁ ଫିଲ୍ମରେ କାମ କରିବା ଆରମ୍ଭ କଲି। ‘ଗଡ୍‌ମଦର’ ଫିଲ୍ମରୁ ମୋର ସିନେମା ଯାତ୍ରା ଆରମ୍ଭ ହୋଇଥିଲା। ଏଣୁ ମୁଁ କହିପାରେ ବାପା ହିଁ ମୋର ପ୍ରେରଣାଦାତା।

କେବଳ ହିନ୍ଦୀ ନୁହେଁ ଇଂଲିଶ, ମରାଠୀ ଏବଂ ଗୁଜୁରାଟୀ ଭାଷାରେ ମଧ୍ୟ ସରମନ୍‌ ଫିଲ୍ମ କରିଛନ୍ତି। କିନ୍ତୁ ବିଶେଷ କରି ତାଙ୍କୁ ହିନ୍ଦୀ ଫିଲ୍ମ ଲୋକପ୍ରିୟତା ଦେଇଛି। ତେବେ ଆଗକୁ ତାଙ୍କ ଫିଲ୍ମ ‘କାଶୀ, ଇନ୍‌ ସର୍ଚ ଅଫ୍‌ ଗଙ୍ଗା’ରେ ତାଙ୍କ ଚରିତ୍ରକୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଶୁଣିବା କ’ଣ କହୁଛନ୍ତି।

The post ବାପାଙ୍କଠାରୁ ମିଳିଥିଲା ଅଭିନୟ ପ୍ରତି ଅନୁପ୍ରେରଣା: ଥିଏଟର୍‌ରୁ ଆରମ୍ଭ କରିଥିଲେ କ୍ୟାରିୟର appeared first on Odisha Reporter.

]]>
centre top 2018-10-01 16:55:10 https://odishareporter.in/wp-content/uploads/2018/10/1.jpg
ହରିଙ୍କୁ ଏଯାଏ ମିଳିନାହିଁ ନିଜ ମନ ପସନ୍ଦର ଚରିତ୍ର https://odishareporter.in/interview/interview-with-comedian-hari-278081 Fri, 21 Sep 2018 09:27:38 +0000 https://odishareporter.in/?p=278081

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଓଲିଉଡ୍‌ର ଜଣାଶୁଣା ହାସ୍ୟ ଅଭିନେତା ହରିହର। ‘ତୁ ଥା ମୁଁ ଯାଉଛି ଋଷି’ ଫିଲ୍ମ୍‌ର କୁଙ୍ଗ୍‌ ଫୁଙ୍ଗ୍‌ ମାଷ୍ଟ୍ର ହୁଅନ୍ତୁ ଅବା ‘ଜବରଦସ୍ତ ପ୍ରେମିକ’ଫିଲ୍ମର ରାଘବ ଭାଇ। ଓଲିଉଡ୍‌ର ଅନେକ ହିଟ୍‌ ଫିଲ୍ମରେ ହରିଙ୍କ କମେଡିର ଛିଟା ଲାଗିଛି। ସେଥିପାଇଁ ସେ ଆଜି ଓଲିଉଡ୍‌ର ଜଣେ ଆଗ ଧାଡିର ହାସ୍ୟ ଅଭିନେତା। କିନ୍ତୁ ଏବେ ହରିଙ୍କୁ ଆଉ ଏତେଟା ଫିଲ୍ମ କରିବାର ଦେଖିବାକୁ ମିଳୁନାହିଁ। ଦିନ ଥିଲା, ହରିଙ୍କ ଫିଲ୍ମ ଦେଖିବାକୁ ଲୋକେ ହଲ୍‌ର ଆଗ ଧାଡ଼ି […]

The post ହରିଙ୍କୁ ଏଯାଏ ମିଳିନାହିଁ ନିଜ ମନ ପସନ୍ଦର ଚରିତ୍ର appeared first on Odisha Reporter.

]]>

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଓଲିଉଡ୍‌ର ଜଣାଶୁଣା ହାସ୍ୟ ଅଭିନେତା ହରିହର। ‘ତୁ ଥା ମୁଁ ଯାଉଛି ଋଷି’ ଫିଲ୍ମ୍‌ର କୁଙ୍ଗ୍‌ ଫୁଙ୍ଗ୍‌ ମାଷ୍ଟ୍ର ହୁଅନ୍ତୁ ଅବା ‘ଜବରଦସ୍ତ ପ୍ରେମିକ’ଫିଲ୍ମର ରାଘବ ଭାଇ। ଓଲିଉଡ୍‌ର ଅନେକ ହିଟ୍‌ ଫିଲ୍ମରେ ହରିଙ୍କ କମେଡିର ଛିଟା ଲାଗିଛି। ସେଥିପାଇଁ ସେ ଆଜି ଓଲିଉଡ୍‌ର ଜଣେ ଆଗ ଧାଡିର ହାସ୍ୟ ଅଭିନେତା। କିନ୍ତୁ ଏବେ ହରିଙ୍କୁ ଆଉ ଏତେଟା ଫିଲ୍ମ କରିବାର ଦେଖିବାକୁ ମିଳୁନାହିଁ।

ଦିନ ଥିଲା, ହରିଙ୍କ ଫିଲ୍ମ ଦେଖିବାକୁ ଲୋକେ ହଲ୍‌ର ଆଗ ଧାଡ଼ି ଖୋଜୁଥିଲେ। ଏବେ କିନ୍ତୁ ଆଉ ତାଙ୍କର ଏତେ ଚାହିଦା ନାହିଁ। ଆଜିକାଲି ନାୟକମାନେ ଫିଲ୍ମ୍‌ରେ କମେଡି କରୁଛନ୍ତି ଏବଂ ଏହା ମଧ୍ୟରେ ଅନେକ ନବାଗତ ହାସ୍ୟକଳାକାର ମଧ୍ୟ ଓଲିଉଡ୍‌କୁ ଆସିଲେଣି।

ତେବେ କେଉଁଠି ନା କେଉଁଠି ହରିହର ଲୋକଙ୍କ ମନୋରଞ୍ଚନ କରିବାରେ ଫେଲ୍‌ ମାରିବା କୁହାଯାଉଛି। ଏହି ଅଭିଯୋଗକୁ ହରି ସ୍ୱୀକାର ମଧ୍ୟ କରୁଛନ୍ତି। କାହିଁକି ଦର୍ଶକ ନବାଗତ ହାସ୍ୟ ଅଭିନେତାଙ୍କୁ ପରଦା ଉପରେ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି,  ନିକଟରେ ଓଡିଶା ରିପୋର୍ଟର୍‌କୁ ଦେଇଥିବା ସାକ୍ଷାତକାରରେ ହରି ସେସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

ହରିଙ୍କ କହିବା ଅନୁଯାୟୀ, “ଦିନ ବଦଳେ, ଜେନେରେସନ୍‌ ମଧ୍ୟ ବଦଳୁଥାଏ। ସେହି ଅନୁସାରେ, ଲୋକଙ୍କ ପସନ୍ଦରେ ବି ପରିବର୍ତ୍ତନ ଆସେ। କିନ୍ତୁ ମୋ କ୍ଷେତ୍ରରେ ଟିକେ ଅଲଗା ହୋଇଛି। ଯଦିଓ ହିରୋମାନେ କମେଡି କରୁଛନ୍ତି, ମୁଁ ମଧ୍ୟ ତାଙ୍କ ସହ ସମାନଭାବେ କମେଡି କରୁଛି। ମୋ ଫିଲ୍ମରେ ହିରୋ ଆଉ ମୁଁ ଉଭୟ କମେଡି କରୁଥିବା ଆପଣମାନେ ଦେଖିଥିବେ।
ମୁଁ କେବେ ଡ୍ରାମା କରେନି କି ପ୍ରହସନ କରେନି, ମୁଁ ସବୁବେଳେ ବାସ୍ତବିକ ପ୍ରସଙ୍ଗକୁ ନେଇ ଅଭିନୟ କରେ ଏବଂ ଲୋକଙ୍କୁ ହସାଇବାକୁ ଚେଷ୍ଟା କରେ।”
ଜୀବନର ଅବଶୋଷ?
ହରି:
ଆଜିକାଲି ଦର୍ଶକଙ୍କ ଅଭିଯୋଗ ରହୁଛି ଯେ ଆମେ ସିନେମା କପି କରୁଛୁ। ଆମ ପାଖରେ କିଛି ନୂଆ କାହାଣୀ ନାହିଁ। ମୁଁ ଜାଣିବାରେ, ଓଡ଼ିଆରେ ବହୁତ ସୁନ୍ଦର କାହାଣୀ ରହିଛି। ଫକୀର୍‌ ମୋହନଙ୍କ କ୍ଷୁଦ୍ର ଗଳ୍ପଠୁ ନେଇ କାନ୍ତ କବି ଲକ୍ଷ୍ମୀକାନ୍ତ ଏବଂ ମିହିର୍‌ ପଟ୍ଟନାୟକଙ୍କ ଗଳ୍ପକୁ ନେଇ ଫିଲ୍ମ୍‌ର କାହାଣୀ କରିହେବ। ଫଳରେ ଆମ ଉପରେ ଯେଉଁ ଅପବାଦ ଲାଗିଛି ଯେ ଆମେ ସବୁବେଳେ ଫିଲ୍ମ କପି କରୁଛୁ, ସେସବୁରୁ ମୁକ୍ତି ମିଳିପାରିବ।
ବ୍ୟକ୍ତିଗତ ଅବଶୋଷ ହେଉଛି, ମୁଁ ଏପର୍ଯ୍ୟନ୍ତ ନିଜ ପସନ୍ଦର ଏକ ଚରିତ୍ରରେ ଅଭିନୟ କରିବା ପାଇଁ ଅପେକ୍ଷା କରିଛି। ରୁମ୍‌କୁ ଝୁମାନା ଫିଲ୍ମରେ ଯେମିତି ଚରିତ୍ର ଥିଲା, ମତେ ସେମିତି ଏକ ଚରିତ୍ର ଦରକାର। ମତେ ଲଗେ, ମୁଁ ସେ ଚରିତ୍ରକୁ ନ୍ୟାୟ ଦେଇ ପାରିଥିଲି ଏବଂ ଲୋକଙ୍କୁ ଅଭିନୟ ଦ୍ୱାରା ଖୁସି କରିପାରିଥିଲି। ମତେ ସେମିତି ଏକ ଚରିତ୍ରଟେ ଦରକାର। ମୋ ଛାତିରେ ଭରି ରହିଲା ପରି ଗୋଟେ ଚରିତ୍ର ମତେ ଏଯାଏ ମିଳିପାରିନାହିଁ।
ଜୀବନରେ କେବେ ଭାଙ୍ଗିପଡିଛନ୍ତି?
ହରି:
ମୋର ଗୋଟେ ପ୍ଲସ୍‌ ପଏଣ୍ଟ ହେଉଛି, ଖୁସିରେ ମୁଁ କେବେ ଏତେ ଉତ୍‌ଫୁଲ୍ଲିତ ହୋଇ ପଡେନି କି ଦୁଃଖ ଆସିଲେ ସେମିତି ହତାଶ୍‌ ବି ହୁଏନି। ଏଇଟା ମୋ ବାପା ମତେ ଶିଖାଇଛନ୍ତି। ତେଣୁ ଜୀବନର ସବୁ ପରିସ୍ଥିରେ ସନ୍ତୁଳନ ରକ୍ଷା କରି ଚାଲିଛି। ସେଥିପାଇଁ ଆଜି ଖୁସିରେ ଅଛି।

The post ହରିଙ୍କୁ ଏଯାଏ ମିଳିନାହିଁ ନିଜ ମନ ପସନ୍ଦର ଚରିତ୍ର appeared first on Odisha Reporter.

]]>
left top 2018-09-22 04:28:41 https://odishareporter.in/wp-content/uploads/2018/09/o.jpg
ମନ କଥା କହିଲେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା: ମୋ ଅଧୁରା ସ୍ୱପ୍ନକୁ ମୋ ଝିଅ ପୂରଣ କରିବ https://odishareporter.in/or-special/first-transgender-odisha-officer-speaks-with-odisha-reporter-about-her-marriage-plans-546-274772 Tue, 11 Sep 2018 15:04:37 +0000 https://odishareporter.in/?p=274772

ମୋହବତ୍‌ ଦିଲୋଁକୋ ଏକ୍‌ ନାଜୁକ୍‌ ପରିନ୍ଦା ହୈ… ବନ୍ଦୀଶ ମେ ରଖନେୱାଲା ଇସ୍‌କା ହତ୍ୟାରା ହୈ… ଏକ୍‌‍ ଦଫା ଦିଲ୍‌ କୀ ନଜରୋଁ ସେ ଦେଖୋ ଇସ୍‌ ଦିଲ୍‌ ଲଗିକୋ… ମାଲୁମ୍‌ ହୋଗା କେ ୟେ ବେହଦ୍‌ ଖୁବ୍‌ ସୁରତ୍‌‍ ନଜାରା ହୈ ହଁ କାଲି ଯେଉଁ  ପ୍ରେମ ସମ୍ପର୍କ ସମାଜର ନୀତି ନୈତିକତାର ପଞ୍ଜୁରୀରେ ଆବଦ୍ଧ ଥିଲା ସେ ଆଜି ମୁକ୍ତ। ଯେଉଁ ସମଲିଙ୍ଗୀ ସମ୍ପର୍କ କାଲି ଆଇନ୍‌ର ପଶାପାଲିରେ ନିଷିଦ୍ଧ ଥିଲା ତାକୁ ମିଳିଛି ନୂଆ ପରିଚୟ। ସେ ଆଉ […]

The post ମନ କଥା କହିଲେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା: ମୋ ଅଧୁରା ସ୍ୱପ୍ନକୁ ମୋ ଝିଅ ପୂରଣ କରିବ appeared first on Odisha Reporter.

]]>
ମୋହବତ୍‌ ଦିଲୋଁକୋ ଏକ୍‌ ନାଜୁକ୍‌ ପରିନ୍ଦା ହୈ… ବନ୍ଦୀଶ ମେ ରଖନେୱାଲା ଇସ୍‌କା ହତ୍ୟାରା ହୈ…
ଏକ୍‌‍ ଦଫା ଦିଲ୍‌ କୀ ନଜରୋଁ ସେ ଦେଖୋ ଇସ୍‌ ଦିଲ୍‌ ଲଗିକୋ…
ମାଲୁମ୍‌ ହୋଗା କେ ୟେ ବେହଦ୍‌ ଖୁବ୍‌ ସୁରତ୍‌‍ ନଜାରା ହୈ
ହଁ କାଲି ଯେଉଁ  ପ୍ରେମ ସମ୍ପର୍କ ସମାଜର ନୀତି ନୈତିକତାର ପଞ୍ଜୁରୀରେ ଆବଦ୍ଧ ଥିଲା ସେ ଆଜି ମୁକ୍ତ। ଯେଉଁ ସମଲିଙ୍ଗୀ ସମ୍ପର୍କ କାଲି ଆଇନ୍‌ର ପଶାପାଲିରେ ନିଷିଦ୍ଧ ଥିଲା ତାକୁ ମିଳିଛି ନୂଆ ପରିଚୟ। ସେ ଆଉ ଅପବିତ୍ର ନୁହଁ, ଅନୈତିକ ନୁହଁ କି ଅବୈଧ ନୁହଁ। ଦୀର୍ଘ ବର୍ଷ ପରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱକୃତୀ ମିଳିଛି। ସୁପ୍ରିକୋର୍ଟଙ୍କ ଦ୍ୱାରା ଧାରା ୩୭୭ ଉଚ୍ଛେଦ  ହୋଇଯିବା ପରେ ରାଜ୍ୟର
ଏକମାତ୍ର କିନ୍ନର ଓଏଫ୍‌ଏସ୍‌ ଅଫିସର ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ହାତରୁ ଦି’ହାତ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଓଏଫ୍‌ଏସ୍‌ ପାଇ ପାରାଦୀପର ବାଣିଜ୍ୟ କର ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ଏହି ଅଧିକାରୀ ଲିଙ୍ଗ ପରିବର୍ତ୍ତନ କରି ରତିକାନ୍ତରୁ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ହୋଇଛନ୍ତି। ଏବେ ସେ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିନ୍ଦା, ଅପବାଦ, ଲାଞ୍ଛନା, ନିର୍ଯାତନା- ଏମିତି କେତେକ’ଣ ଝଡ଼ଝଞ୍ଜାକୁ ଅତିକ୍ରମ କରିଥିବା ଋତୁପର୍ଣ୍ଣାଙ୍କ ଜୀବନରେ ଏକ ନୂତନ ଆଶାର ଉନ୍ମେଷ ହୋଇଛି। ଦୀର୍ଘଦିନ ଧରି ଜଣେ ପୁରୁଷ ବନ୍ଧୁଙ୍କ ସହ ଲିଭ୍‌ ଇନ୍‌ ରିଲେସିନଶିପ୍‌ରେ ଥିବା ଋତୁପର୍ଣ୍ଣା ଏବେ ତାଙ୍କର ଜୀବନସାଥୀ ହେବାକୁ ଯାଉଛନ୍ତି।  
ତାଙ୍କ ସଂଘର୍ଷମୟ ଜୀବନ ଏବଂ ବିବାହକୁ ନେଇ କିଛି ଅକୁହା କଥା ଋତୁପର୍ଣ୍ଣା ‘ଓଡ଼ିଶା ରିପୋର୍ଟ’ର ସହ ଶେୟାର କରିଛନ୍ତି।

ପ୍ରଶ୍ନ: ସ୍ୱାଧୀନତାର ୭୨ ବର୍ଷ ଏବଂ ୨୪ ବର୍ଷ ଧରି ଆଇନ୍‌ଗତ ଲଢ଼େଇ ପରେ ସମଲିଙ୍ଗୀ ସର୍ମ୍ପକକୁ ସ୍ୱୀକୃତି ମିଳିଛି। ସୁପ୍ରିମକୋର୍ଟ ଧାରା ୩୭୭କୁ ଅପରାଧିକ ଶ୍ରେଣୀରୁ ମୁକ୍ତ କରିଛନ୍ତି। କ’ଣ କହିବେ?

ଉ: ସୁପ୍ରିମକୋର୍ଟଙ୍କ ରାୟ ଅତ୍ୟନ୍ତ ଐତିହାସିକ ଏବଂ ସ୍ୱାଗତଯୋଗ୍ୟ। ଏଲ୍‌ଜିବିଟିକ୍ୟୁ କମ୍ୟୁନିଟି ପାଇଁ ଖୁବ୍‌‍ ଆନନ୍ଦର କଥା। ଆମକୁ ୮୦ ବର୍ଷ ପରେ ସ୍ୱାଧୀନତା ମିଳିଛି। ଯେଉଁ ଏହି ଆଇନ୍‌କୁ ତାଙ୍କ ଦେଶରୁ ବ୍ରିଟିଶର୍ସ ୧୯୬୭ରୁ  ହଟେଇ ଦେଲେଣି, ତାହା ଆମ ଦେଶରେ ବଳବତ୍ତର ହୋଇ ରହି ଆସିଥିଲା। ଆମ ଦେଶରେ ଏହାକୁ ଉଚ୍ଛେଦ କରିବାକୁ ୮୦ ବର୍ଷ ଲାଗିଗଲା। ପାର୍ଲାମେଣ୍ଟ ଚାହିଁଥିଲେ ଏହାର ସମାଧାନ ହୋଇପାରିଥାନ୍ତା। କିନ୍ତୁ ଏଥିରୁ ଜଣାପଡ଼ୁଛି କେଉଁଠି ନା କେଉଁଠି ଆମେ ଭାରତୀୟମାନେ ସେହି ବ୍ରିଟିଶ୍ ଲିଗାସିକୁ ଆଜି ପର୍ଯ୍ୟନ୍ତ ଜାବୁଡ଼ି ଧରିଥିଲୁ। ସେଥିଲାଗି ଶେଷରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆମେ ନ୍ୟାୟ ପାଇଲୁ ଏବଂ ସ୍ୱାଧୀନ ହେଲୁ।

ପ୍ରଶ୍ନ: ଯଦିଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଶିରୋଧାର୍ଯ୍ୟ ଏବଂ ସମଲିଙ୍ଗୀ ସମ୍ପର୍କକୁ ଅନ୍ୟ କେତେକ ଦେଶରେ ସ୍ବୀକୃତି ମିଳିଛି, ତଥାପି ଏହାକୁ ଭାରତୀୟ ସଂସ୍କୃତି ବିରୋଧ କରେ। କେତେକଙ୍କ ମତରେ, ସମଲିଙ୍ଗୀ ସମ୍ପର୍କ ପ୍ରକୃତିର ନିୟମ ବିରୋଧୀ।

ଉ:ଏକବିଂଶ ଶତାବ୍ଦୀରେ ଦୁନିଆ ବହୁ ଆଗକୁ ଗଲାଣି। ମଣିଷ ଉଚ୍ଚମନା ହେଲାଣି। ପୁରୁଷ-ସ୍ତ୍ରୀ ମଧ୍ୟରେ ଭେଦଭାବ ବି ହଟିଲାଣି। ଜଣେ ମଣିଷର ବ୍ୟକ୍ତିଗତ ସ୍ୱାଧୀନତାକୁ ଗୁରୁତ୍ୱ ଦିଆଯାଉଛି। ହେଲେ କେତେକସଂକୀର୍ଣ୍ଣ ମାନସିକତାଧାରୀ ବ୍ୟକ୍ତି ପୁରୁଣା ପ୍ରଥା ପରମ୍ପରାକୁ ଜାବୁଡ଼ି ଧରି ଅନେକଙ୍କ ସ୍ୱାଧୀନତା କ୍ଷେତ୍ରରେ ବାଧକ ସାଜୁଛନ୍ତି। କେଉଁ ସମ୍ପର୍କ ପ୍ରାକୃତିକ ବା ଅପ୍ରାକୃତିକ, ତାହାର ନିଷ୍ପତ୍ତି କିଏ ନେବ? ଆପଣଙ୍କ ପାଇଁ ଯାହା ପ୍ରାକୃତିକ ତାହା ଆଉ କାହା ପାଇଁ ଅପ୍ରାକୃତିକ ହୋଇପାରେ। ତେଣୁ ନୀତି ନୈତିକତାର ଦ୍ୱାହିଦେଇ କାହାର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବା ଅନୁଚିତ୍‌।

ପ୍ରଶ୍ନ: ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ୩୭୭ଧାରାର ଉଚ୍ଛେଦ ସାମାଜିକ ବ୍ୟବସ୍ଥା ପାଇଁ ଅଶୁଭ। ସେ କହିଛନ୍ତି ଯେ, ଏହା ଦ୍ୱାରା ଦେଶରେ ସମଲିଙ୍ଗୀ ବାର୍‌ ବୃଦ୍ଧି ପାଇବ। ଏଚ୍‌‍ଆଇଭି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ।

ଉ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ଏଭଳି ମନ୍ତବ୍ୟ ମାନସିକ ବିକୃତିର ପରିଚୟ । ଯଦି ସେମାନଙ୍କ ପାଖରେ ଦୃଢ ଯୁକ୍ତି ଥିଲା ତେବେ କୋର୍ଟ ତାଙ୍କ କଥା କାହିଁକି ଶୁଣିଲେନି ? ବାକି ରହିଲା ଏଚ୍‌‍ଆଇଭି। ଖାଲି କ’ଣ ସମଲିଙ୍ଗୀ ସମ୍ପର୍କ ହେଲେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢ଼େ ? ଅନ୍ୟ ଯେଉଁ ସମ୍ପର୍କ ବା କାରଣରୁ ଏଚ୍‌ଆଇଭି ରୋଗୀଙ୍କ ସଂଖ୍ୟା ବଢ଼ୁଛି ତାକୁ ସେମାନେ ଅଟକାଇ ପାରୁ ନାହାନ୍ତି। ଏସବୁ ଅଭିଯୋଗ ଗୋଟିଏ ଗୋଟିଏ ଆଳ ମାତ୍ର। ହେଲେ ଏହାର କିଛି ଅର୍ଥ ନାହିଁ।

ପ୍ରଶ୍ନ: ଅଦାଲତ ପାଖରୁ ଆପଣ ନ୍ୟାୟ ପାଇଛନ୍ତି ସତ, କିନ୍ତୁ ଆପଣମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ କ’ଣ ବଦଳିଯିବ? 

ଉ: ପ୍ରଥମ କଥା ହେଲା ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ। ଏହାକୁ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ନିଜ ଦୃଷ୍ଟିଭଙ୍ଗୀର ଚଷମା ବି ବଦଳିବା ଦରକାର। ଅନ୍ୟ ଏକ ମୁଖ୍ୟ କଥା ହେଉଛି, ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ସମାନ ଭାବରେ ବଞ୍ଚିବାର ଅଧିକାର ରହିଛି। ଯେହେତୁ କିନ୍ନର ସମ୍ପ୍ରଦାୟ ପୁରୁଷ ନୁହଁ କି ସ୍ତ୍ରୀ ନୁହଁ, ତେଣୁ ଆମକୁ ବିଭିନ୍ନ ଅଧିକାରରୁ ବଞ୍ଚିତ ହେବାକୁ ପଡ଼ୁଛି। ସମାଜରେ ଆମେ ମୁଖ୍ୟସ୍ରୋତରେ ସାମିଲ ହୋଇ ପାରୁନୁ। ସବୁରି ମୂଳରେ ହେଉଛି ଭୋଟ ବ୍ୟାଙ୍କ ରାଜନୀତି।

ଆମେ ଅଳ୍ପସଂଖ୍ୟକ ହୋଇଥିବାରୁ ଆମ କଥା ସରକାର ଶୁଣନ୍ତିନି। କିନ୍ନରଙ୍କ ପାଇଁ କେବେ ପାର୍ଲାମେଣ୍ଟରେ କିମ୍ବା ବିଧାନସଭାରେ କେଉଁ ଲୋକପ୍ରତିନିଧି ସ୍ୱର ଉଠାଇବାର ନଜିର ନାହିଁ। ୨୦୧୬ରୁ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ୍‌‍ ରାଇଟ୍‌ ଏବଂ ଅନ୍ୟ ଗୋଟିଏ ଟ୍ରାନ୍ସଜେଣ୍ଡର ସୁରକ୍ଷା ସମ୍ପର୍କିତ ଆଇନ୍‌‍ ପଡ଼ିରହିଛି। ତାହା ପାସ୍‌ କରାଯାଉ ନାହିଁ। ଯଦି ଏହି ବିଲ୍‌‍ ପାସ ହୋଇପାରନ୍ତା ଆମେ ପୈତୃକ ସମ୍ପତ୍ତି ଅଧିକାର ସହ ବିଭିନ୍ନ ସୁବିଧା ପାଇପାରନ୍ତୁ। ହେଲେ ଆମ ସେଥିପ୍ରତି ଆନ୍ତରିକତା ନାହିଁ ।  ସମାଜ ଆମକୁ ଭିନ୍ନ ଦୃଷ୍ଟିରେ ଦେଖିବା ଏହା ଏକ ପ୍ରମୁଖ କାରଣ।

ପ୍ରଶ୍ନ: ଆଗରୁ ବିବାହ ପାଇଁ ଆଶା ଥିଲା ନା ୩୭୭ ହଟିବା ପରେ ନିଷ୍ପତ୍ତି ନେଲେ?

ଉ:ଧାରା ୩୭୭ ହଟିବା ନ ହଟିବା ମୋ ପାଇଁ କିଛି ଫରକ ନ ଥିଲା। ମୁଁ ମୋ ଜୀବନ ସାଥୀଙ୍କୁ ଆଗରୁ ବାଛିଦେଇଥିଲି। ସେବି ଜଣେ ଭଲ ମଣିଷ। ଆମେ ଦୁହେଁ ନିଶ୍ଚୟ ବିବାହ କରିଥାନ୍ତୁ।

ପ୍ରଶ୍ନ:ଆପଣଙ୍କ ନିଷ୍ପତ୍ତିରେ ପରିବାର ଲୋକଙ୍କ ସମ୍ମତି ଅଛି କି ନାହିଁ ?

ମୁଁ ଯେତବେଳେ ଲିଙ୍ଗ ପରିବର୍ତ୍ତନ କଲି ପରିବାର ଲୋକଙ୍କ ବିରୋଧରେ ଶିକାର ହୋଇଥିଲି। ମୋ ଲାଇଫ୍‌, ମୁଁ ନିଷ୍ପତ୍ତି ନେବି। କାହାର ସମ୍ମତି-ଅସମ୍ମତି ମୋ ପାଇଁ କିଛି ଫରକ ପଡେ଼ନି। ତଥାପି ମୁଁ ଭାବୁଛି ଏବେ କିଛି ସେମିତି ସମସ୍ୟା ନାହିଁ।

ପ୍ରଶ୍ନ: ବିବାହ ପରେ ସମସ୍ତେ ଚାହାନ୍ତି ସଂସାରର ନୌକା ଆଗକୁ ବଢୁ ବୋଲି। ପିଲାଟିଏ ହେଉ। ହସଖୁସିରେ ପୁରିଉଠୁ। ଏହାକୁ ନେଇ କ’ଣ ଯୋଜନା ରହିଛି।

ଉ:ହଁ ମୋର ବି ସେମିତି ଆଶା ଅଭିଳାଷ ଅଛି । ଭାବିଛି ବିବାହ ପରେ ଏକ ପୋଷ୍ୟ କନ୍ୟା ଗ୍ରହଣ କରିବି। ମୋର ଭାରି ସ୍ୱପ୍ନ ଥିଲା ଜଣେ ବ୍ୟୁଟି କଣ୍ଟେଷ୍ଟାଣ୍ଟ ହେବାକୁ। ବୋଧହୁଏ ସେହି ଇଚ୍ଛା ଇଶ୍ୱରଙ୍କୁ ମଞ୍ଜୁର ନଥଲା। ତେଣୁ ଆଶା ଆଶାରେ ରହିଗଲା। ହେଲେ ମୁଁ ଭାବୁଛି ମୋର ଅଧୁରା ସ୍ୱପ୍ନକୁ ମୋ ଝିଅ ଆଖିରେ ପୂରଣ କରିବି। ତାକୁ ମୁଁ ସେମିତି ସ୍କୋପ ଦେବି।

ପ୍ରଶ୍ନ: ଆପଣଙ୍କ ବୟଫ୍ରେଣ୍ଡଙ୍କ ନାମ କ’ଣ ଓ ସେ କ’ଣ କରନ୍ତି?

ତାଙ୍କ ନାମ ମୁଁ ଏବେ ସିକ୍ରେଟ ରଖୁଛି। ଖାଲି ଏତିକି କହିବି ତାଙ୍କ ଘର ପୁରୀରେ ଓ ସେ ବ୍ୟବସାୟ କରନ୍ତି।

ପ୍ରଶ୍ନ: ଆପଣଙ୍କ ବୟଫ୍ରେଣ୍ଡଙ୍କ ନିଷ୍ପତ୍ତିରେ ପରିବାର ଲୋକେ ରାଜି ଅଛନ୍ତି ତ?

ମୋ ଭାବୀ  ସ୍ଵାମୀ ଠିକ୍‌‍ ମୋ ଭଳି ସ୍ୱାଧୀନଚେତା ମଣିଷଟିଏ।

ପ୍ରଶ୍ନ:ଏହା ପୂର୍ବରୁ ଆପଣ କାହାକୁ ପ୍ରେମ କରିଥିଲେ କି ?

ଉ: (ସାମାନ୍ୟ ସଙ୍କୋଚ ପରେ କହିଲେ) ନା ଆଗରୁ ସେମିତି କିଛି ନଥିଲା। ମୁଁ ୨୦୦୩ରେ ଜଣକୁ ଏକତରଫା ଭଲ ପାଉଥିଲି। ହେଲେ ତା’ପାଖରେ ମୋ ମନର କଥା ପ୍ରକାଶ କରିପାରି ନ ଥିଲି। ପରେ ମୁଁ ବି ମନେ ମନେ ଚୁପ୍‌ ରହିଯାଇଥିଲି।

ଅଳ୍ପରେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା

  • ଘର:କନ୍ଧମାଳ ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କନକଗୋରି ଗ୍ରାମରେ।
  • ବକିଲ ଓ ରୂପାବତୀ ପ୍ରଧାନଙ୍କ ୪ ସନ୍ତାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟା(ରତିକାନ୍ତ) ହେଲେ ମଝିଆ ସନ୍ତାନ।
  • ଢେଙ୍କାନାଳସ୍ଥିତ Indian Institute of Mass Communication (IIMC)ରେ ସାମ୍ବାଦିକତାର ଡିପ୍ଲୋମା କରିଛନ୍ତି ଐଶ୍ୱର୍ଯ୍ୟା। ପାଠପଢ଼ା ସମୟରେ ସେ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ।
  • ୨୦୧୦ରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଓଡିଶାର ପ୍ରଥମ କିନ୍ନର ଅଫିସର ହେବାର ମାନ୍ୟତା ପାଇଥିଲେ।
  • ୨୦୧୪ ଏପ୍ରିଲରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗ ମାନ୍ୟତା ପ୍ରଦାନ କରିବା ପରେ ଐଶ୍ୱର୍ଯ୍ୟା ଚର୍ଚ୍ଚାକୁ ଆସିଥିଲେ।
  • ରତିକାନ୍ତ ପ୍ରଧାନ ନାମରେ ଜଣେ ପୁରୁଷ ଭାବେ ସେ ପରିଚିତ ହୋଇଆସୁଥିବାବେଳେ ୨୦୧୫ ଅକ୍ଟୋବର ୧୫ରେ  ଲିଙ୍ଗ ପରିବର୍ତ୍ତନ କରି ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ନାମରେ ପରିଚିତ ହେଲେ।

ଉପସ୍ଥାପନା: ତାପସ ରଞ୍ଜନ ବେହେରା

The post ମନ କଥା କହିଲେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା: ମୋ ଅଧୁରା ସ୍ୱପ୍ନକୁ ମୋ ଝିଅ ପୂରଣ କରିବ appeared first on Odisha Reporter.

]]>
2018-09-13 06:15:35 https://odishareporter.in/wp-content/uploads/2018/09/Rutuparna.jpg
ବଦଳି ଯିବ ଯାତ୍ରା ଟାଇଗର୍‌ ଦୈତାରୀ ପଣ୍ଡାଙ୍କ ରୋବାବ୍‌: ଭିଲେନ୍‌ ବେଶ ଛାଡ଼ି ପିନ୍ଧିବେ ଗେରୁଆ ପୋଷାକ https://odishareporter.in/entertainment/mythological-and-historical-plays-will-return-to-jollywood-says-jatra-superstar-daitari-panda-273698 Tue, 11 Sep 2018 08:48:23 +0000 https://odishareporter.in/?p=273698

ଭୁବନେଶ୍ୱର (ଅବିନାଶ ପତି/ପ୍ରଦୀପ ଭାରତୀ): ଫେରିବ ପୁରୁଣା ଦିନ। ମଞ୍ଚରେ ଅର୍ଦ୍ଧନଗ୍ନ ନାଚ ବଦଳରେ ପୌରାଣିକ ନୃତ୍ୟ ଦେଖିବାକୁ ମିଳିବ। ଶୁଭିବ ସଂକୀର୍ତ୍ତନ ଓ ହରିନାମ ଧ୍ୱନୀ। ଭକ୍ତିରସରେ ବିମୋହିତ ହେବେ ଦର୍ଶକ। ମଞ୍ଚରେ ଜୀବନ୍ତ ହେବ ପୌରାଣିକ ଓ ମହାପୁରୁଷଙ୍କ ଜୀବନୀ। ଆଉ ରାତି ଅନିଦ୍ରା ହେବାକୁ ପଡ଼ିବ ନାହିଁ ଦର୍ଶକଙ୍କୁ। ଚଳିତବର୍ଷ ଏମିତି ଭିନ୍ନ ସ୍ୱାଦର ନାଟକ ନେଇ ମଇଦାନକୁ ଓହ୍ଲାଇବ ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ‘ଆଦର୍ଶ ଅପେରା’। ଯେତେବେଳେ ଯାତ୍ରାର ଗରମାଗରମ […]

The post ବଦଳି ଯିବ ଯାତ୍ରା ଟାଇଗର୍‌ ଦୈତାରୀ ପଣ୍ଡାଙ୍କ ରୋବାବ୍‌: ଭିଲେନ୍‌ ବେଶ ଛାଡ଼ି ପିନ୍ଧିବେ ଗେରୁଆ ପୋଷାକ appeared first on Odisha Reporter.

]]>

ଭୁବନେଶ୍ୱର (ଅବିନାଶ ପତି/ପ୍ରଦୀପ ଭାରତୀ): ଫେରିବ ପୁରୁଣା ଦିନ। ମଞ୍ଚରେ ଅର୍ଦ୍ଧନଗ୍ନ ନାଚ ବଦଳରେ ପୌରାଣିକ ନୃତ୍ୟ ଦେଖିବାକୁ ମିଳିବ। ଶୁଭିବ ସଂକୀର୍ତ୍ତନ ଓ ହରିନାମ ଧ୍ୱନୀ। ଭକ୍ତିରସରେ ବିମୋହିତ ହେବେ ଦର୍ଶକ। ମଞ୍ଚରେ ଜୀବନ୍ତ ହେବ ପୌରାଣିକ ଓ ମହାପୁରୁଷଙ୍କ ଜୀବନୀ। ଆଉ ରାତି ଅନିଦ୍ରା ହେବାକୁ ପଡ଼ିବ ନାହିଁ ଦର୍ଶକଙ୍କୁ। ଚଳିତବର୍ଷ ଏମିତି ଭିନ୍ନ ସ୍ୱାଦର ନାଟକ ନେଇ ମଇଦାନକୁ ଓହ୍ଲାଇବ ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ‘ଆଦର୍ଶ ଅପେରା’।

ଯେତେବେଳେ ଯାତ୍ରାର ଗରମାଗରମ ପରିପାଟୀ ଓ ବିଷୟବସ୍ତୁକୁ ନେଇ ଚର୍ଚ୍ଚା ଚାଲିଛି, ସେତିକି ବେଳେ ଆସନ୍ତା ଗଣେଶ ପୂଜାରୁ ଆରମ୍ଭ ହେବାକୁ ଯାଉଛି ଦୈତାରୀଙ୍କ ନୂଆ ଆଖଡ଼ା ଦଳ ‘ଆଦର୍ଶ ଅପେରା’। ଏଥିରେ ପୌରାଣିକ, ଐତିହାସିକ ଓ ମହାପୁରୁଷଙ୍କ ଜୀବନୀ ଉପରେ ଆଧାରିତ ନାଟକ ଯଥା- ହାଡ଼ିଦାସ, ଗୋପବନ୍ଧୁ ଓ ଅଚ୍ୟୁତାନନ୍ଦଙ୍କ ଉପରେ ନାଟକ ପରିବେଷଣ କରାଯିବ। ଚଳିତ ସିଜିନ୍‌ ପାଇଁ ପ୍ରାୟତଃ ସବୁ ନାଟକର ସଂଳାପ ପ୍ରସ୍ତୁତ ହୋଇସାରିଛି।

ଏଥିରେ ଯାତ୍ରା, ସିନେମା ଓ ଧାରାବାହିକର କଳାକାରମାନେ ଅଂଶଗ୍ରହଣ କରିବେ। ସେମାନଙ୍କର ସମୟ ଅନୁଧାରେ ଯାତ୍ରା ପରିବେଷଣ କରାଯିବ। ଯାତ୍ରା ଟାଇଗର ଦୈତାରୀ ପଣ୍ଡା ସବୁ ନାଟକରେ ଅଭିନୟ କରିବେ ନାହିଁ। ମାତ୍ର ବହୁ ଚର୍ଚ୍ଚିତ ନାଟକ ‘ପ୍ରଭାସ ଯଜ୍ଞ’ ଓ ‘କାହ୍ନୁ’ରେ ଅଭିନୟ କରିବେ ବୋଲି ଦୈତାରୀ ପଣ୍ଡା ମନସ୍ଥ କରିଥିବା ‘ଓଡ଼ିଶା ରିପୋର୍ଟର’କୁ କହିଛନ୍ତି।

“ମଞ୍ଚରେ ସଂସ୍କାର ଦରକାର। ଅପେରା ବା ସିନେମା ଖେଚୁଡ଼ି ଭଳିଆ ଚାଲିଛି। ତେଣୁ ଆମେ ଚାହୁଁଛୁ ସମାଜକୁ କିଛି ବାର୍ତ୍ତା ବା ସଂସ୍କାର ଦେଉଥିବା ନାଟକ ପରିବେଷଣ କରିବୁ। ଯାହାଦ୍ୱାରା ସମାଜରୁ କୁସଂସ୍କାର ଦୂର ହୋଇପାରିବ। ଈଶ୍ୱରଙ୍କ ଇଚ୍ଛା ଓ ଦର୍ଶକମାନଙ୍କ ଆଶୀର୍ବାଦ ନେଇ ଆଗେଇ ଚାଲିବ ଆଦର୍ଶ ଅପେରା।”

ବର୍ଷକ ୩୬୦ ଦିନରୁ ୧୦୦ ଦିନ ନାଟକ ପରିବେଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସନ୍ଧ୍ୟା ୭ଟା ରାତି ୧୧ଟା ପର୍ଯ୍ୟନ୍ତ ନାଟକ ପରିବେଷଣ କରାଯିବ। ଦର୍ଶକ ଯେମିତି ବୋର୍ ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ଦୈତାରୀ କହିଛନ୍ତି। ଏଥିରେ ବଶୀ ଲାଇଟ୍‌ ଓ ସାଉଣ୍ଡ୍‌ ରହିବ ନାହିଁ। ଭକ୍ତିସଙ୍ଗୀତ ପରିବେଷଣ କରାଯିବ। ଯେମିତିକି ‘କାଳୀୟ ଦଳନ’ ଓ ‘ଷଢ଼ଋତୁ’ ପରି ମେଲୋଡ଼ି ରହିବ। ଦର୍ଶକ ଏହାକୁ ଭରପୂର ଉପଭୋଗ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଦୈତାରୀ ପଣ୍ଡା।

ଏନେଇ ଦୈତାରୀ ପଣ୍ଡା କହିଛନ୍ତି- “ହଜି ଯାଉଥିବା କଳାର ପୁନରୁଦ୍ଧାର ପାଇଁ ‘ଆଦର୍ଶ ଅପେରା’ର ଜନ୍ମ ହୋଇଛି। ଜୀବନରେ ଅନେକ ପୌରାଣିକ ଓ ଐତିହାସିକ ନାଟକ ଯଥା ‘ଛତ୍ରପତି ଶିବାଜୀ’, ‘ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର’, ‘ଶେଷ ପାନିପଥ’ରେ ଅଭିୟନ କରିଛି। ସେହି ନାଟକ ଦିନକୁ ଦିନ ହଜି ଯିବାକୁ ବସିଛି। ଏହି ନାଟକକୁ ମଞ୍ଚକୁ ଫେରାଇ ଆଣିବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛି। ଏଥିରେ ଆମକୁ ସଫଳତା ମିଳୁ ବା ନମିଳୁ ପୁରାତନ କଳାକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିବୁ।”

ସେ ଆହୁରି କହିଛନ୍ତି- “ମଞ୍ଚରେ ସଂସ୍କାର ଦରକାର। ଅପେରା ବା ସିନେମା ଖେଚୁଡ଼ି ଭଳିଆ ଚାଲିଛି। ତେଣୁ ଆମେ ଚାହୁଁଛୁ ସମାଜକୁ କିଛି ବାର୍ତ୍ତା ବା ସଂସ୍କାର ଦେଉଥିବା ନାଟକ ପରିବେଷଣ କରିବୁ। ଯାହାଦ୍ୱାରା ସମାଜରୁ କୁସଂସ୍କାର ଦୂର ହୋଇପାରିବ। ଈଶ୍ୱରଙ୍କ ଇଚ୍ଛା ଓ ଦର୍ଶକମାନଙ୍କ ଆଶୀର୍ବାଦ ନେଇ ଆଗେଇ ଚାଲିବ ଆଦର୍ଶ ଅପେରା।”

The post ବଦଳି ଯିବ ଯାତ୍ରା ଟାଇଗର୍‌ ଦୈତାରୀ ପଣ୍ଡାଙ୍କ ରୋବାବ୍‌: ଭିଲେନ୍‌ ବେଶ ଛାଡ଼ି ପିନ୍ଧିବେ ଗେରୁଆ ପୋଷାକ appeared first on Odisha Reporter.

]]>
right top 2018-09-11 08:50:48 https://odishareporter.in/wp-content/uploads/2018/09/Daitari-Panda.jpg
“ଗୁରୁ ଆମ ପାଇଁ ଏମିତି, ଯେମିତି ମେଘ ପାଇଁ ମୟୂର” https://odishareporter.in/or-special/renowned-odissi-dancers-talk-about-their-teachers-272112 Wed, 05 Sep 2018 10:17:53 +0000 https://odishareporter.in/?p=272112

ଭୁବନେଶ୍ୱର (ସଙ୍ଗୀତା ସାହୁ): ଆଜି ଗୁରୁଦିବସ। ଏହି ଅବସରରେ ଓଡ଼ିଶା ରିପୋର୍ଟର କିଛି ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଭେଟିଥିଲା। ଗୁରୁଶିଷ୍ୟ ପରମ୍ପରାକୁ ଉଦ୍‌ଜିବୀତ ରଖି ଏହି ନୃତ୍ୟଶିଳ୍ପୀମାନେ ଆଜି ବି ଗୁରୁଙ୍କ ପାଇଁ ନିଜକୁ ଗୌରବାନ୍ୱିତ ମନେ କରନ୍ତି। ଗୁରୁଙ୍କ ଲାଗି ସେମାନ ଦେଶ ତଥା ବିଦେଶରେ ଓଡ଼ିଶାର ଏହି ଗରିମାମୟ କଳାକୁ ପରିବେଷଣ କରି ସାଉଁଟୁଛନ୍ତି ତାଳି। ଆସନ୍ତୁ ଶୁଣିବା, ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ନୃତ୍ୟଶିଳ୍ପୀମାନେ କ’ଣ କହୁଛନ୍ତି। ଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ ମାଗୁଣି […]

The post “ଗୁରୁ ଆମ ପାଇଁ ଏମିତି, ଯେମିତି ମେଘ ପାଇଁ ମୟୂର” appeared first on Odisha Reporter.

]]>

ଭୁବନେଶ୍ୱର (ସଙ୍ଗୀତା ସାହୁ): ଆଜି ଗୁରୁଦିବସ। ଏହି ଅବସରରେ ଓଡ଼ିଶା ରିପୋର୍ଟର କିଛି ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଭେଟିଥିଲା। ଗୁରୁଶିଷ୍ୟ ପରମ୍ପରାକୁ ଉଦ୍‌ଜିବୀତ ରଖି ଏହି ନୃତ୍ୟଶିଳ୍ପୀମାନେ ଆଜି ବି ଗୁରୁଙ୍କ ପାଇଁ ନିଜକୁ ଗୌରବାନ୍ୱିତ ମନେ କରନ୍ତି। ଗୁରୁଙ୍କ ଲାଗି ସେମାନ ଦେଶ ତଥା ବିଦେଶରେ ଓଡ଼ିଶାର ଏହି ଗରିମାମୟ କଳାକୁ ପରିବେଷଣ କରି ସାଉଁଟୁଛନ୍ତି ତାଳି। ଆସନ୍ତୁ ଶୁଣିବା, ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ନୃତ୍ୟଶିଳ୍ପୀମାନେ କ’ଣ କହୁଛନ୍ତି।

ଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ ମାଗୁଣି ଚରଣ ଦାସ ଓ ପଞ୍ଚାନନ ଭୂୟାଁ

‘ଗୋଟିପୁଅ’ରୁ ନୃତ୍ୟ ଜୀବନ ଆରମ୍ଭ କରିଥିବା ଗୁରୁ ଶ୍ରୀ ପଞ୍ଚାନନ ଭୂୟାଁ ସମ୍ପ୍ରତି ରାଜଧାନୀ ନୂଆଦିଲ୍ଲୀରେ ଏକ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଶ୍ରୀ ଭୂୟାଁ ସମ୍ବର୍ଦ୍ଧିତ ହୋଇଛନ୍ତି।

ଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ ମାଗୁଣି ଚରଣ ଦାସଙ୍କ ସହ ପଞ୍ଚାନନ ଭୁୟାଁଙ୍କର ପିଲାଦିନ ଫଟୋ

ନିଜ ଅତୀତ ସମ୍ପର୍କରେ ପଚାରିବାରୁ ସେ କହୁନ୍ତି, “ମୋ ଜୀବନ ଆରମ୍ଭ ହୋଇଥିଲା ଗୋଟିପୁଅ ନୃତ୍ୟ ଶିକ୍ଷାରୁ। ପଦ୍ମଶ୍ରୀ ଗୁରୁ ଶ୍ରୀ ମାଗୁଣି ଚରଣ ଦାସଙ୍କ ତତ୍ୱାବଧାନରେ ଶିଶୁଟିଏ ବେଳୁ ମୁଁ ଗୋଟିପୁଅ ନୃତ୍ୟ ଆରମ୍ଭ କରେ। ପରେ ଗୁରୁ ପଦ୍ମବିଭୂଷଣ ଶ୍ରୀ କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିବା ପରେ ମୋ କଳା ଆହୁରି ରୁଦ୍ଧିମନ୍ତ ହେଲା। ‘ମେଘ’ ପାଇଁ ‘ମୟୂର’ ଯେମିତି, ମୋ ପାଇଁ ମୋ ପୂଜ୍ୟ ଗୁରୁଦ୍ୱୟ ମଧ୍ୟ ଠିକ ସେମିତି। ସେମାନଙ୍କ ଆଶୀର୍ବାଦ ମୋତେ ବାଟ କଢାଏ। ମୁଁ ସେମାନଙ୍କ ପାଖରେ ଚିର ଋଣୀ।

ଗୁରୁ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି ଓ ପ୍ରିୟମ୍ବଦା ସାମନ୍ତରାୟ

ପ୍ରିୟମ୍ବଦା ସାମନ୍ତରାୟ ନୂଆଦିଲ୍ଲୀର ‘ଆରାଧନା’ ନୃତ୍ୟାଳୟର ସହସଂସ୍ଥାପିକା। ଏଠାକାର ଓଡ଼ିଆ ଓ ଅଣଓଡ଼ିଆ ଓଡ଼ିଶୀ ନୃତ୍ୟପ୍ରେମୀମାନଙ୍କୁ ଓଡ଼ିଶୀ ନୃତ୍ୟ ଶିଖାଇବା ପାଇଁ ଏକଦମ ଅଙ୍ଗୀକାରବଦ୍ଧ ଏହି ବରିଷ୍ଠ ନୃତ୍ୟାଙ୍ଗନା।

ତାଙ୍କ ଗୁରୁ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ଜୀବନର ସବୁ ମୋଡରେ ଗୁରୁମା’ଙ୍କ କଥାକୁ ପାଥେୟ କରି ଚାଲୁଛି, ଆଉ ଆଗକୁ ଚାଲୁଥିବି ବୋଲି କୁହନ୍ତି ପ୍ରିୟମ୍ବଦା।

ପ୍ରିୟମ୍ବଦା କୁହନ୍ତି, ‘‘ଗୁରୁ-ଶିଷ୍ୟ ପରମ୍ପରା ଆମ ଦେଶ ଓ ସଂସ୍କୃତିର ଏକ ନିଆରା ପରମ୍ପରା ଓ ଏହାର ଏକ ଭିନ୍ନ ବିଶେଷତ୍ୱ ରହିଛି। ଗୁରୁ ସିଏ,  ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧାକାରରୁ ଆଲୁଅକୁ ବାଟ କଢ଼ାଇଥା’ନ୍ତି। ସୁଃଖଦ ଜୀବନ ଜିଇଁବାକୁ ମଧ୍ୟ ବାଟ ଦେଖାଇଥା’ନ୍ତି।”

ଗୁରୁ କସ୍ତୁରୀ ପଟ୍ଟନାୟକ, ଗୁରୁ ରଘୁନାଥ ଦତ୍ତ ଓ ଗୁରୁ କେଳୁଚରଣ ମହାପାତ୍ର

ଓଡ଼ିଶୀ ନୃତ୍ୟ ଜଗତର ଅନ୍ୟଏକ ଲୋକପ୍ରିୟ ନାଁ, କସ୍ତୁରୀ ପଟ୍ଟନାୟକ। ସେ ଏକାଧାରରେ ଓଡ଼ିଶୀ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ମ୍ୟୁଜିକ୍‌ କମ୍ପୋଜର। ନିଜ ମାଉସୀ ଓ ନିଜ ବଡ଼ ଭାଇଙ୍କଠାରୁ ପ୍ରେରଣା ପାଇ ସେ ଓଡ଼ିଶୀ ନୃତ୍ୟ ଶିଖିଥିଲେ। କଟକର ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍‌ରେ ପଢ଼ୁଥିବାବେଳେ ‘ଉତ୍କଳ ସଙ୍ଗୀତ ସମାଜ’ର ଗୁରୁ ରଘୁନାଥ ଦତ୍ତଙ୍କ ଠାରୁ କସ୍ତୁରୀ ଓଡ଼ିଶୀ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ସେ ସମୟରେ ତାଙ୍କର ନାଚ ପ୍ରତି ଆଗ୍ରହ ଦେଖି ସ୍କୁଲ୍‌ରେ ପଢ଼ାଉଥିବା ଗୁରୁ ଶ୍ରୀ ଦୟାନିଧି ଦାସ ତାଙ୍କୁ କଥକ ନୃତ୍ୟ ଶିକ୍ଷା ମଧ୍ୟ ଦେଇଥିଲେ। କିନ୍ତୁ ଦୟାନିଧି ଦାସଙ୍କ ମୃତ୍ୟୁ ପରେ କସ୍ତୁରୀଙ୍କ କଥକ ଶିଖିବା ବନ୍ଦ ହୋଇଯାଇଥିଲା। ତା’ପରେ ସେ ଓଡ଼ିଶୀରେ ହିଁ ନିଜ କ୍ୟାରିଅର କରିଥିଲେ। ଆଉ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ତତ୍ୱାବଧାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ।

ଗୁରୁ ଦିବସ ବିଷୟରେ ସେ କୁହନ୍ତି, ”ଗୁରୁ-ଶିଷ୍ୟର ପରମ୍ପରା ଏକ ନିଆରା ପରମ୍ପରା। ଏହାର ଅନ୍ତ ନାହିଁ। ଯୁଗ ଯେତେ ଉନ୍ନତି କଲେ ବି ଏଥିରୁ ନିବୃତ ହେବା ଅସମ୍ଭବ। ମନର କୌଣସି ନା କୌଣସି କୋଣରେ ଗୁରୁଙ୍କ ପ୍ରତିଛବି ରହିଥାଏ। କାରଣ ସମସ୍ତେ କାହାରି ନା କାହାରିଠାରୁ ହିଁ କିଛି ଶିକ୍ଷାଲାଭ କରିଥା’ନ୍ତି।”

କସ୍ତୁରୀ କୁହନ୍ତି, ‘‘ମୋର ସୌଭାଗ୍ୟ ଯେ ଗୁରୁ ରଘୁନାଥ ଦତ୍ତ, ଗୁରୁ କେଳୁ ଚରଣ ମହାପାତ୍ର, ରମଣୀ ରଞ୍ଜନ ଜେନା, ଶ୍ରୀମତୀ କୁମ୍‌କୁମ୍‌ ମହାନ୍ତି, ଗଙ୍ଗାଧର ପ୍ରଧାନ, ଦୟାନିଧି ଦାସ, ଏମାନେ ସମସ୍ତେ ମୋର ଗୁରୁ। ସମସ୍ତଙ୍କଠାରୁ ମୁଁ କିଛି ନା କିଛି ଶିଖିଛି, ଯେଉଁଥିପାଇଁ ମୁଁ ଆଜି ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ’’ ଗୁରୁ ନାରାୟଣ ପାଣ୍ଡେ ଓ ଗୁରୁ କୁମାର ଭୀମ୍‌ସେନ

ଓଡ଼ିଶୀ ନୃତ୍ୟ ଜଗତରେ ୧୫ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଅଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ କୁମାର ଭୀମ୍‌ସେନ। ସେ ଜଣେ ଦକ୍ଷ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସମଗ୍ର ଦେଶରେ ନିଜକୁ ପ୍ରତିପାଦିତ କରିଛନ୍ତି। ସେ ଗୁରୁ ନାରାୟଣ ପାଣ୍ଡେଙ୍କ ଠାରୁ ନିଜ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ମାତ୍ର ୫ ବର୍ଷ ବୟସରୁ ସେ ପୁରୀର ସାଇ ଆଖଡ଼ାରୁ ଓଡିଶୀ ନୃତ୍ୟ ପ୍ରଦର୍ଶନ ଆରମ୍ଭ କରିଥିଲେ। ସେବେଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ପରେ ସେ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ନୃତ୍ୟ କ୍ଷେତ୍ରରେ ଆଗକୁ ବଢିଥିଲେ।

କୁମାର ଭୀମସେନଙ୍କ ପାଇଁ ଗୁରୁ, ଏମିତି ଏକ ଶବ୍ଦ, ଯାହା ତାଙ୍କ ଆତ୍ମା ଓ ମନରୁ ଖୁବ୍‌ ଊର୍ଦ୍ଧ୍ୱରେ। ଗୁରୁ ତାଙ୍କ ପାଇଁ ଭଗବାନ୍‌। ତେଣୁ ଗୁରୁ ଦିବସ ତାଙ୍କ ପାଇଁ ପୂଜ୍ୟ ପୂଜାର ଦିନ। ପ୍ରେମ ଓ ସମ୍ମାନର ଦିନଟିଏ । ଗୁରୁଙ୍କ ବିନା ଅନ୍ୟଗତି ନାହିଁ ବୋଲି ଭିମ୍‌ସେନ୍‌ କହିଛନ୍ତି। ତାଙ୍କ କହିବା କଥା, ନୃତ୍ୟ ଏମିତି ଏକ କଳା ଯେଉଁଥିପାଇଁ ଉତ୍ସର୍ଗ, ଉତ୍କର୍ଷ ଓ ସମର୍ପଣ ଭାବ ସାଙ୍ଗକୁ ମାନସିକ ଦୃଢ଼ତା ମଧ୍ୟ ନିତାନ୍ତ ଆବଶ୍ୟକ।

The post “ଗୁରୁ ଆମ ପାଇଁ ଏମିତି, ଯେମିତି ମେଘ ପାଇଁ ମୟୂର” appeared first on Odisha Reporter.

]]>
centre bottom 2018-09-05 10:59:37 https://odishareporter.in/wp-content/uploads/2018/09/panchanan-1.jpg
ଭେଟନ୍ତୁ ପ୍ରଥମ ଓଡ଼ିଆ ରାପର ସମୀରଙ୍କୁ, ଯିଏ ଯୁବପିଢ଼ିକୁ କରୁଛନ୍ତି ଦିୱାନା https://odishareporter.in/entertainment/odia-rapper-samir-interview-210063 https://odishareporter.in/entertainment/odia-rapper-samir-interview-210063#respond Mon, 12 Feb 2018 12:55:00 +0000 http://odishareporter.in/?p=210063

ଏଇ କିଛି ଦିନ ହେବ ଜଣେ ଓଡ଼ିଆ ରାପର୍‌ଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ୟୁଟ୍ୟୁବ୍‌ରେ ଜଣେ ଯୁବକ ଓଡ଼ିଆ ରାପ୍‌ ଗୀତ ଅପଲୋଡ୍ କରି ହଇଚଇ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ପୁରୀ ଜନ୍ମିତ ‘ସମୀର ରିଶୁ ମହାନ୍ତି’। ସମୀରଙ୍କ ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ ଏବେ ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଛି। ୟୁଟ୍ୟୁବ୍‌ରୁ ଆରମ୍ଭ କରି ଫେସ୍‌ବୁକ୍‌ ପର୍ଯ୍ୟନ୍ତ, ଚାରିଆଡ଼େ ଏହି ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। […]

The post ଭେଟନ୍ତୁ ପ୍ରଥମ ଓଡ଼ିଆ ରାପର ସମୀରଙ୍କୁ, ଯିଏ ଯୁବପିଢ଼ିକୁ କରୁଛନ୍ତି ଦିୱାନା appeared first on Odisha Reporter.

]]>

ଏଇ କିଛି ଦିନ ହେବ ଜଣେ ଓଡ଼ିଆ ରାପର୍‌ଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ୟୁଟ୍ୟୁବ୍‌ରେ ଜଣେ ଯୁବକ ଓଡ଼ିଆ ରାପ୍‌ ଗୀତ ଅପଲୋଡ୍ କରି ହଇଚଇ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ପୁରୀ ଜନ୍ମିତ ‘ସମୀର ରିଶୁ ମହାନ୍ତି’। ସମୀରଙ୍କ ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ ଏବେ ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଛି। ୟୁଟ୍ୟୁବ୍‌ରୁ ଆରମ୍ଭ କରି ଫେସ୍‌ବୁକ୍‌ ପର୍ଯ୍ୟନ୍ତ, ଚାରିଆଡ଼େ ଏହି ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଏହି ଗୀତ ରିଲିଜ ହେବାର ମାତ୍ର ଦୁଇଦିନରେ ଅଢ଼େଇ ଲକ୍ଷରୁ ଅଧିକ ଥର ଦେଖାଯାଇଥିଲା।  ତେବେ ଏହି ସଙ୍ଗୀତଟି ସମୀରଙ୍କ ପ୍ରଥମ ଗୀତ ନୁହେଁ। ପୂର୍ବରୁ ତାଙ୍କର ଆଉ ଏକ ଆଲବମ ‘ଓ୍ୱାନ କିଡ୍ ଓ୍ୱିଥ ଏ ଡ୍ରିମ’ ମଧ୍ୟ ଆସିଛି।

ତେବେ ଓ୍ୱାନ କିଡ୍ ଓ୍ୱିଥ ଏ ଡ୍ରିମ୍ ଆଲବମ ରିଲିଜ ହେବା ପରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ସେ। ସମୀରଙ୍କ ମା ଜାପାନୀ ହୋଇଥିବା ବେଳେ ବାପା ଓଡ଼ିଆ। ଘର ତାଙ୍କର ପୁରୀ। ଏଇ ଶ୍ରୀକ୍ଷେତ୍ରରେ କଟିଛି ତାଙ୍କ ପିଲାଦିନ। ନବମ କ୍ଲାସ ପରେ ସେ ଦାର୍ଜିଲିଙ୍ଗରେ ତାଙ୍କର ଦ୍ୱାଦଶ ପଢ଼ା ଶେଷ କରି ତା ପରେ ଉଚ୍ଚଶିକ୍ଷା ପାଇଁ ବାଙ୍ଗାଲୋର ଗଲେ। ସେଠାରେ ହିଁ ଆରମ୍ଭ ହେଲା ରାପିଙ୍ଗ କ୍ୟାରିୟର। ଓ୍ୱାଲର୍ଡର ବେଷ୍ଟ ମେଲ୍ ରାପର, ରେକର୍ଡ ପ୍ରଡ୍ୟୁସର ତଥା ଆକ୍ଟର ଏମନେମ୍‌ଙ୍କ ରାପିଙ୍ଗରେ ପ୍ରଭାବିତ ହୋଇ ସମୀର ଆରମ୍ଭ କଲେ ରାପିଙ୍ଗ। ସମୀର ବଲିଉଡ, କନ୍ନଡ଼ ଓ ତମିଲ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି।

ଏବେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀ ଉପରେ ରାପର୍‌ମାନଙ୍କ ଦବ୍‌ଦବା ପରିଲକ୍ଷିତ ହେଉଛି। ହଲିଉଡ୍‌ରୁ ବଲିଉଡ୍‌ ପର୍ଯ୍ୟନ୍ତ ରାପ୍ ଗୀତର ଧୁମ୍‌ ସବୁଠାରେ ରହିଛି। ହଲିଉଡ୍‌ର ଏମିନେମ୍‌, କେନ୍‌ଡ୍ରିକ୍‌ ଲାମାର, ବ୍ୟାଡ୍‌ ଆସ୍‌, ଜ୍ୟାଜ୍‌, ନିକି ମିନାଜ୍‌, ବିଗ୍‌ ସିନ୍‌ଙ୍କଠାରୁ ଆରମ୍ଭକରି ବଲିଉଡ୍‌ର ବାଦ୍‌ଶାହା, ୟୋ ୟୋ ହନି ସିଂ, ବୋହେମିଆ, ରଫ୍‌ତାର, ବାବା ସେହଗଲଙ୍କ ଭଳି ରାପର୍‌ମାନେ ଏବେ ସମଗ୍ର ବିଶ୍ୱରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଏକ୍ଷେତ୍ରରେ ପଛରେ ପଡିନି ଓଡ଼ିଶା। ସମୀର ଗୋଟିଏ ପରେ ଗୋଟିଏ ରାପ୍‌ ଗୀତ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। ତାହାପୁଣି ଖାଣ୍ଟି ଓଡ଼ିଆ ଶୈଳୀରେ। ସମୀରଙ୍କ ପ୍ରତି ଗୀତରେ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର ଝଲକ ଦେଖିବାକୁ ମିଳୁଛି।  ତେବେ ଏସମ୍ପର୍କରେ ସମୀର ‘ଓଡ଼ିଶା ରିପୋର୍ଟର’ କୁ ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାର ଦେଇଛନ୍ତି।

The post ଭେଟନ୍ତୁ ପ୍ରଥମ ଓଡ଼ିଆ ରାପର ସମୀରଙ୍କୁ, ଯିଏ ଯୁବପିଢ଼ିକୁ କରୁଛନ୍ତି ଦିୱାନା appeared first on Odisha Reporter.

]]>
https://odishareporter.in/entertainment/odia-rapper-samir-interview-210063/feed 0 2018-02-12 18:29:19 https://odishareporter.in/wp-content/uploads/2018/02/Sameer-image.jpg
ବୈଷ୍ଣବ କହିଲେ, ଘୋଷିତ ‘ଭାଷା ଆୟୋଗ’ର ଫର୍ମାଟ ଭୁଲ୍ https://odishareporter.in/top-story/no-language-no-vote-202196 https://odishareporter.in/top-story/no-language-no-vote-202196#respond Thu, 18 Jan 2018 13:35:30 +0000 http://odishareporter.in/?p=202196

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ପ୍ରତି ୫ ବର୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ସହ କଲେଜ ଓ ୟୁନିଭର୍ସିଟିରେ ଓଡ଼ିଆ ସ୍ନାତକ, ସ୍ନାତକୋତ୍ତର ନିଃଶୁଳ୍କ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ବୃତ୍ତି ସାଙ୍ଗକୁ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ମିଳିବ। […]

The post ବୈଷ୍ଣବ କହିଲେ, ଘୋଷିତ ‘ଭାଷା ଆୟୋଗ’ର ଫର୍ମାଟ ଭୁଲ୍ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ପ୍ରତି ୫ ବର୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ସହ କଲେଜ ଓ ୟୁନିଭର୍ସିଟିରେ ଓଡ଼ିଆ ସ୍ନାତକ, ସ୍ନାତକୋତ୍ତର ନିଃଶୁଳ୍କ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ବୃତ୍ତି ସାଙ୍ଗକୁ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ମିଳିବ। ସବୁ ହାଇସ୍କୁଲରେ ପାଠାଗାର ହେବ ଏବଂ ବହୁଳ ଭାବରେ ଓଡ଼ିଆ ପୁସ୍ତକ ରହିବ। ରାଜ୍ୟ ଭିତର ସରକାରୀ ଉତ୍ସବ ଗୁଡିକ ଓଡ଼ିଆ ଭାଷାରେ ପରିଚାଳନା କରାଯିବ। ପ୍ରତିବର୍ଷ ଜିଲ୍ଲା ଓ ରାଜ୍ୟସ୍ତରରେ ପୁସ୍ତକ ମେଳା ଆୟୋଜନ ହେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଅଲଗା କରିବା ସମ୍ପର୍କୀତ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି।

କିନ୍ତୁ ସରକାରଙ୍କ ଏହି ନିୟମକୁ ତାଚ୍ଛଲ୍ୟ କରିଛନ୍ତି ପୂର୍ବତନ ସାଂସଦ ବୈଷ୍ଣବ ପରିଡା। ‘ଓଡିଶା ରିପୋର୍ଟ’କୁ ସାକ୍ଷାତକାର ଦେଇ ସେ କହିଛନ୍ତି-‘ପୂର୍ବରୁ ଅନେକ ଆନ୍ଦୋଳନ ହୋଇଛି କିନ୍ତୁ ଭାଷା ଆଇନ କାର୍ଯ୍ୟକାରୀ ହେଲାନାହିଁ। ନାମ ଫଳକ ପରିବର୍ତ୍ତନ ହେଲା ନାହିଁ। ତେଣୁ ଆମ ଭାଷା ଆଜି ଅବହେଳିତ। ଆମେ ଯେତେବେଳେ ‘ଭାଷା ନାହିଁ ତ ଭୋଟ ନାହିଁ’ ସ୍ଲୋଗାନ ଦେଲୁ, ସେତେବେଳେ ସରକାର ଓଡିଆ ଭାଷା ଆଇନ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ‘ଆୟୋଗ’ ଆବଶ୍ୟକ ତାକୁ ଘୋଷଣା ନକରି ଆମକୁ ଭଣ୍ଡାଇବା ପାଇଁ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ‘ଭାଷା ଆୟୋଗ’ କଲେ। ‘ଭାଷା ଆୟୋଗ’ ଓ ‘ଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଗ’ ଦୁଇଟି ଭିନ୍ନ ଭିନ୍ନ ଜିନିଷ। ତେଣୁ ସରକାରଙ୍କ ଭଣ୍ଡାମିକୁ ଜବାବ ଦେବାପାଇଁ ସେ ଭାଷା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି।

The post ବୈଷ୍ଣବ କହିଲେ, ଘୋଷିତ ‘ଭାଷା ଆୟୋଗ’ର ଫର୍ମାଟ ଭୁଲ୍ appeared first on Odisha Reporter.

]]>
https://odishareporter.in/top-story/no-language-no-vote-202196/feed 0 2018-01-18 19:05:30 https://odishareporter.in/wp-content/uploads/2018/01/baisnaba.jpg
ଦାଦନ ଶ୍ରମିକଙ୍କୁ ପୁରସ୍କାର ଉତ୍ସର୍ଗ କଲେ ଲେଖିକା ଗାୟତ୍ରୀ ସରାଫ https://odishareporter.in/top-story/exclusive-interview-with-noted-writer-gayatree-saraf-194037 https://odishareporter.in/top-story/exclusive-interview-with-noted-writer-gayatree-saraf-194037#respond Thu, 21 Dec 2017 12:33:38 +0000 http://odishareporter.in/?p=194037

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ୨ ଓଡ଼ିଆ ସାହିତ୍ୟିକ। ଗାଳ୍ପିକା ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯିବ। କ୍ଷୁଦ୍ରଗଳ୍ପ ସଂକଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ଗାୟତ୍ରୀ ସରାଫଙ୍କୁ ମିଳିବ ଏହି ପୁରସ୍କାର। ସେହିପରି ସୂର୍ଯ୍ୟମଣି ଖୁଣ୍ଟିଆ ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ପାଇଁ ଏହି ପୁରସ୍କାର ପାଇବେ। ଗାୟିତ୍ରୀ ସରାଫ ଓଡିଶାର ଜଣେ ଜଣାଶୁଣା ଗାଳ୍ପିକା। ୧୯୫୨ମସିହା ଅଗଷ୍ଟ ୧୭ତାରିଖରେ ତାଙ୍କର […]

The post ଦାଦନ ଶ୍ରମିକଙ୍କୁ ପୁରସ୍କାର ଉତ୍ସର୍ଗ କଲେ ଲେଖିକା ଗାୟତ୍ରୀ ସରାଫ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ୨ ଓଡ଼ିଆ ସାହିତ୍ୟିକ। ଗାଳ୍ପିକା ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯିବ। କ୍ଷୁଦ୍ରଗଳ୍ପ ସଂକଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ଗାୟତ୍ରୀ ସରାଫଙ୍କୁ ମିଳିବ ଏହି ପୁରସ୍କାର। ସେହିପରି ସୂର୍ଯ୍ୟମଣି ଖୁଣ୍ଟିଆ ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ପାଇଁ ଏହି ପୁରସ୍କାର ପାଇବେ।

ଗାୟିତ୍ରୀ ସରାଫ ଓଡିଶାର ଜଣେ ଜଣାଶୁଣା ଗାଳ୍ପିକା। ୧୯୫୨ମସିହା ଅଗଷ୍ଟ ୧୭ତାରିଖରେ ତାଙ୍କର ଜନ୍ମ। ବୃତ୍ତିରେ ଗାୟତ୍ରୀ ଜଣେ ଶିକ୍ଷୟିତ୍ରୀ ଥିଲେ। ତେବେ ଲେଖାଲେଖି ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ‘ଆଲୋକିତ ଅନ୍ଧାର’ ତାଙ୍କର ପ୍ରଥମ ଗଳ୍ପ ସଂକଳନ।  ‘ପ୍ରେମିକା ପରି କେହି ଜଣେ’, ‘ଶେଷ ବିଦାୟର ଗୀତ’, ‘ଅନାହତ ପରମ୍ପରା’ ଓ ‘ବର୍ଷାର ଓଢ଼ଣା ତଳେ’ ଆଦି ବହୁ ପୁସ୍ତକ ତାଙ୍କୁ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଦେଇଛି।

୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ ଭାବରେ ମନୋନୀତ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ସେ ମନୋନୀତ ହେବା ଖବର ପାଇବା ପରେ  ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି ବିଶ୍ୱବନ୍ଦିତା ଓ ବନ୍ଦନା ତାଙ୍କୁ ଭେଟିଥିଲେ। ଏହି ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ସେ କ’ଣ କହୁଛନ୍ତି ଶୁଣନ୍ତୁ।

The post ଦାଦନ ଶ୍ରମିକଙ୍କୁ ପୁରସ୍କାର ଉତ୍ସର୍ଗ କଲେ ଲେଖିକା ଗାୟତ୍ରୀ ସରାଫ appeared first on Odisha Reporter.

]]>
https://odishareporter.in/top-story/exclusive-interview-with-noted-writer-gayatree-saraf-194037/feed 0 2017-12-21 18:22:34 https://odishareporter.in/wp-content/uploads/2017/12/saraf-1.jpg
ଏଇ ବ୍ୟକ୍ତିଙ୍କ ପାଇଁ ସିନେ ପରଦାରେ ଝଟକନ୍ତି ହିରୋ ହିରୋଇନ୍ https://odishareporter.in/entertainment/intreview-with-samresh-pal-186855 https://odishareporter.in/entertainment/intreview-with-samresh-pal-186855#respond Wed, 29 Nov 2017 12:30:24 +0000 http://odishareporter.in/?p=186855

ଭୁବନେଶ୍ୱର(ଓଡିଶା ରିପୋର୍ଟର): ନାୟକ ନାୟିକା ମାନଙ୍କ ପାଇଁ ଯେ କେବଳ ଫିଲ୍ମ ହିଟ୍‌ ହୁଏ ତା ନୁହେଁ, ଫିଲ୍ମ ହିଟ୍ ହେବା ପଛରେ ମେକଅପ୍‌ ଆର୍ଟିଷ୍ଟ ମାନଙ୍କର ମଧ୍ୟ ସମାନ ଭୂମିକା ଥାଏ। କାରଣ ତାଙ୍କ ହାତରେ କଳାକାରଙ୍କୁ ସୁନ୍ଦର ଓ ସଠିକ୍ ଭାବେ ଉପସ୍ଥାପନ କରିବାର କୌଶଳ। । ତାଙ୍କ ହାତର ଟିକେ ଛୁଆଁରେ ଫିଲ୍ମରେ କଳାକାର ମାନେ ପରଦା ଉପେର ଆହୁରି ସୁନ୍ଦର ଲାଗନ୍ତି। ସେମିତି ଜଣେ ମେକଅପ୍ ଯାଦୁକର ହେଉଛନ୍ତି ସମରେଶ୍‌ ପାଲ।ନିକଟରେ […]

The post ଏଇ ବ୍ୟକ୍ତିଙ୍କ ପାଇଁ ସିନେ ପରଦାରେ ଝଟକନ୍ତି ହିରୋ ହିରୋଇନ୍ appeared first on Odisha Reporter.

]]>

ଭୁବନେଶ୍ୱର(ଓଡିଶା ରିପୋର୍ଟର): ନାୟକ ନାୟିକା ମାନଙ୍କ ପାଇଁ ଯେ କେବଳ ଫିଲ୍ମ ହିଟ୍‌ ହୁଏ ତା ନୁହେଁ, ଫିଲ୍ମ ହିଟ୍ ହେବା ପଛରେ ମେକଅପ୍‌ ଆର୍ଟିଷ୍ଟ ମାନଙ୍କର ମଧ୍ୟ ସମାନ ଭୂମିକା ଥାଏ। କାରଣ ତାଙ୍କ ହାତରେ କଳାକାରଙ୍କୁ ସୁନ୍ଦର ଓ ସଠିକ୍ ଭାବେ ଉପସ୍ଥାପନ କରିବାର କୌଶଳ। । ତାଙ୍କ ହାତର ଟିକେ ଛୁଆଁରେ ଫିଲ୍ମରେ କଳାକାର ମାନେ ପରଦା ଉପେର ଆହୁରି ସୁନ୍ଦର ଲାଗନ୍ତି। ସେମିତି ଜଣେ ମେକଅପ୍ ଯାଦୁକର ହେଉଛନ୍ତି ସମରେଶ୍‌ ପାଲ।ନିକଟରେ ଘୋଷିତ ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସେ ‘ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ’ ଭାବେ ପୁରଷ୍କୃତ ହୋବାକୁ ମନୋନୀତ ହୋଇଛନ୍ତି। ତେବେ ସମ୍ମାନୀତ ହେବା ଖବର ଆସିବା ପରେ ସେ କେତେ ଖୁସି ଥିଲେ ଓ ତାଙ୍କ ମେକଅପ୍‌ ଆର୍ଟିଷ୍ଟ ହେବାର ଯାତ୍ରା କେମିତି ଥିଲା ଜାଣିବା ପାଇଁ ତାଙ୍କୁ ଭେଟିଥିଲେ ଓଡିଶା ରିପୋର୍ଟର ପ୍ରତିନିଧି ବିଶ୍ୱବନ୍ଦିତା ସ୍ୱାଇଁ।

ପ୍ରଶ୍ନ:କେମିତି ଅନୁଭବ ହେଲା ଯେତବେଳେ ଶୁଣିଲେ ଯେ ଆପଣ ‘ଶ୍ରେଷ୍ଠ ରୂପ ସଜ୍ଜାକାରୀ’ ବା ବେଷ୍ଟ ମୋକଅପ୍ ଆର୍ଟିଷ୍ଟ ଭାବରେ ସମ୍ମାନୀତ ହେବାକୁ ଯାଉଛନ୍ତି।

ସମରେଶ୍‌: ବହୁତ ଖୁସି ଅଛି। ଆଜି ଏତେ ବଡ ଖୁସି ଦିନରେ ମୋ ସ୍ୱର୍ଗତ ବାପା ମାଆଙ୍କୁ ମନେ ପକାଉଛି।

ପ୍ରଶ୍ନ: ସାଧାରଣ ମେକଅପ୍‌ ଓ ଫିଲ୍ମରେ ମେକଅପ୍ ଦେବା ସମାନ?

ସମରେଶ୍‌: ନାଁ, ଫିଲ୍ମରେ ବ୍ୟବହାର ହେଉଥିବା କ୍ୟାମେରା ପାଇଁ ମେକଅପ୍ ଭିନ୍ନ ଥାଏ। ଲାଇଟ୍‌କୁ ଦେଖି ଫିଲ୍ମ ପାଇଁ ମେକଅପ୍‌ କରିବାକୁ ପଡେ।

ପ୍ରଶ୍ନ: ଫିଲ୍ମରେ କିଛି ସିନ୍ ଅଧା ରଖାହୋଇ କିଛି ଦିନ ପରେ ସେ ସିନ୍ ପୁଣି ସୁଟିଂ ହୁଏ, ସେ ସମୟରେ ଆପଣ କେମିତି ପୂର୍ବରୁ ଦେଇଥିବା ମେକଅପ୍‌ ମନେରଖନ୍ତି?

ସମରେଶ୍‌: ସେଇଟା ତ ମୋ କର୍ତ୍ତବ୍ୟ, ୬ ମାସ କି ବର୍ଷେ ବ୍ୟବଧାନ ରହିଲେ ବି ମୁଁ ପୂର୍ବ ପରି ମେକଅପ୍ ଦେଇପାରିବି। ଚେହେରାକୁ ଛୁଇଁବା ମାତ୍ରେ ମୁଁ ପୂର୍ବ ମେକଅପ୍ କ’ଣ ଦେଇଥିଲି ମୋର ମନେ ପଡିଯାଏ।

ପ୍ରଶ୍ନ: ‘ତୁ କହିବୁ ନା ମୁଁ’ ଫିଲ୍ମରେ କେତେବେଳେ ମେକଅପ୍‌ କରିବାକୁ କଷ୍ଟ ହୋଇଥିଲା?

ସମରେଶ୍‌: ଫିଲ୍ମର ନାୟକ ନାୟିକାଙ୍କ ସ୍କିନ୍‌ର ରଙ୍ଗ ଭିନ୍ନ। ସମାନ ରଙ୍ଗ ଆଣିବା ପାଇଁ ମତେ ପ୍ରଥମେ ଦୁଇ ତିନି ଦିନ କଷ୍ଟ ହେଇଥିଲା।

ପ୍ରଶ୍ନ: ଏବେକାର ମେକଅପ୍ ଆର୍ଟିଷ୍ଟକୁ କିଛି ପରାମର୍ଶ ଦେବାକୁ ଚାହିଁବେ ?

ସମରେଶ୍‌: ମେକଅପ୍‌ କରିବା ପୂର୍ବରୁ କଳାକାର ମାନଙ୍କ ସହ ଆଲେଚନା କରିବା ଦରକାର ଏବଂ ତାଙ୍କ ମତାମତ ନେବା ଦରକାର।

ପ୍ରଶ୍ନ: ମେକଅପ୍‌ ନେବା ଦ୍ୱାରା ତ୍ୱଚା ଖରାପ ହୋଇଯାଏ, ଏଥିପାଇଁ କଣ କରିବା ଉଚିତ୍?

ସମରେଶ୍‌: ଆଣ୍ଟିସେପ୍ଟିକ ମେକଅପ୍ ବ୍ୟବହାର ସହ ରାତିରେ ଘରେ ଶୋଇବା ପୂର୍ବରୁ ତ୍ୱତାର ଯତ୍ନ ନେବା ଦରକାର।

ପ୍ରଶ୍ନ: ରଙ୍ଗମଞ୍ଚରେ ମେକଅପ୍ କ’ଣ ସିନେମାଠୁ ଭିନ୍ନ?

ସମରେଶ୍‌: ପୁରା ଭିନ୍ନ, ଫିଲ୍ମରେ କ୍ୟାମେରାଠୁ ୬ ଫୁଟ୍ ଦୂରରେ ଥାଇ ମେକଅପ୍ ଦେବାକୁ ପଡେ, କିନ୍ତୁ ରଙ୍ଗମଞ୍ଚରେ ୩୦ଫୁଟ ଦୂରକୁ ଦେଖି ମେକଅପ୍‌ କରିବାକୁ ପଡେ।

ପ୍ରଶ୍ନ: ବଲିଉଡରେ ମେକଅପ୍ କରିବାକୁ ଆପଣଙ୍କର କେବେ ଇଚ୍ଛା ହୁଏନି?

ସମରେଶ୍‌: ହଁ, ଥରେ ସୁଯୋଗ ମିଳିଥିଲା କିନ୍ତୁ ସେଠାକୁ ଯାଇ ହିନ୍ଦୀ କହି ପାରିବି କି ନାହିଁ ସେ ଭୟରେ ମୁଁ ସେଠାକୁ ଯିବାକୁ କେବେ ଚେଷ୍ଟା କରିନି। କିନ୍ତୁ ଓଡିଶା ଆସିଥିବା ବଲିଉଡ କଳାକାରକୁ ମେକଅପ୍ ଦେଇଛି। ‘ଭିଗି ପଲକେ ହିନ୍ଦି ଫିଲ୍ମର କଳାକାର ରାଜ୍‌ ବବର ସ୍ମିତା ପାଟିଲଙ୍କର ମୁଁ ପର୍ସନାଲ ମେକଅପ୍ ମ୍ୟାନ ରହିଥିଲି।

ପ୍ରଶ୍ନ: ଘରେ ଆପଣଙ୍କ ପତ୍ନୀ କେବେ ତାଙ୍କର ମେକଅପ୍ କରିବାକୁ ଆପଣଙ୍କୁ କୁହନ୍ତି?

ସମରେଶ୍‌: ନାଁ, ସେ ବି ଜଣେ ହେୟାର ଷ୍ଟାଇଲିଷ୍ଟ। ବମ୍ବେରେ ତାଙ୍କ ଘର। ସେଠାରେ ସେ ହେୟାର ଷ୍ଟାଇଲିଷ୍ଟ ଥିଲେ। ମୁଁ ତାଙ୍କୁ ଓଡିଶା ନେଇଆସିଲି ଓ ଏଠାରେ ଆସି ଆମେ ପ୍ରେମ ବିବାହ କରିଥିଲୁ।

 

 

The post ଏଇ ବ୍ୟକ୍ତିଙ୍କ ପାଇଁ ସିନେ ପରଦାରେ ଝଟକନ୍ତି ହିରୋ ହିରୋଇନ୍ appeared first on Odisha Reporter.

]]>
https://odishareporter.in/entertainment/intreview-with-samresh-pal-186855/feed 0 2017-11-29 18:00:24 https://odishareporter.in/wp-content/uploads/2017/11/samresh-pal.jpg
ମନଖୋଲି କଥା ହେଲେ ‘ରାଞ୍ଚି ଡାଏରୀଜ୍’ର ଓଡ଼ିଆ ପୁଅ ସାତ୍ତ୍ୱିକ https://odishareporter.in/entertainment/interview-with-director-satwik-mohanty-180318 Fri, 10 Nov 2017 08:37:03 +0000 http://odishareporter.in/?p=180318

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ହେଲେ ବି ଆଜି ବଲିଉଡ୍‌ରେ ତାଙ୍କର ଖୁବ୍ ନାଁ। ସେ ହେଲେ ଓଡ଼ିଆ ପୁଅ ସାତ୍ତ୍ୱିକ ମହାନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜନ୍ମ ହୋଇଥିବା ଏହି ଓଡ଼ିଆ ପୁଅ ଏବେ ଚର୍ଚ୍ଚାରେ। କାରଣ ନିକଟରେ ରିଲିଜ୍ ହୋଇଛି ତାଙ୍କ ନିର୍ଦ୍ଦେଶିତ ବଲିଉଡ ଫିଲ୍ମ ‘ରାଞ୍ଚି ଡାଏରୀଜ୍‘। ଫିଲ୍ମଟି ରିଲିଜ ହେବା ପରେ ଚାରିଆଡୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ସାତ୍ତ୍ୱିକ। ପିଲା ଦିନରୁ କାହାଣୀ ଲେଖିବା ପାଇଁ ତାଙ୍କର ଥିଲା ଦୁର୍ବଳତା। ଏହା […]

The post ମନଖୋଲି କଥା ହେଲେ ‘ରାଞ୍ଚି ଡାଏରୀଜ୍’ର ଓଡ଼ିଆ ପୁଅ ସାତ୍ତ୍ୱିକ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ହେଲେ ବି ଆଜି ବଲିଉଡ୍‌ରେ ତାଙ୍କର ଖୁବ୍ ନାଁ। ସେ ହେଲେ ଓଡ଼ିଆ ପୁଅ ସାତ୍ତ୍ୱିକ ମହାନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜନ୍ମ ହୋଇଥିବା ଏହି ଓଡ଼ିଆ ପୁଅ ଏବେ ଚର୍ଚ୍ଚାରେ। କାରଣ ନିକଟରେ ରିଲିଜ୍ ହୋଇଛି ତାଙ୍କ ନିର୍ଦ୍ଦେଶିତ ବଲିଉଡ ଫିଲ୍ମ ‘ରାଞ୍ଚି ଡାଏରୀଜ୍‘। ଫିଲ୍ମଟି ରିଲିଜ ହେବା ପରେ ଚାରିଆଡୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ସାତ୍ତ୍ୱିକ।

ପିଲା ଦିନରୁ କାହାଣୀ ଲେଖିବା ପାଇଁ ତାଙ୍କର ଥିଲା ଦୁର୍ବଳତା। ଏହା ଆଜି ତାଙ୍କୁ ଦେଇଛି ଏକ ନୂଆ ପରିଚୟ। ଭିଏଫ ଏକ୍ସ ଆଣ୍ଡ ଆନିମିସନ୍‌ରେ ଶିକ୍ଷା ଶେଷ କରିବା ପରେ ମୁମ୍ବାଇରେ କାମ ଆରମ୍ଭ କରି ଥିଲେ ସାତ୍ତ୍ୱିକ। ତେବେ ମନ ଥିଲା ଫିଲ୍ମ ତିଆରି କରିବାକୁ।। ସେ ନାଗେଶ କୁକୁନୂର, ଅନୁରାଗ କଶ୍ୟପଙ୍କ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ। ଭଂଶାଲୀ ପ୍ରଡକ୍ସନ୍‌ସ ହାଉସ ସହ ମଧ୍ୟ ଜଡିତ ଥିଲେ। ‘ରାଞ୍ଚି ଡାଏରିଜ୍’ର କାହାଣୀ ସେ ନିଜେ ଲେଖିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ବଲିଉଡ୍‌ର ଜଣାଶୁଣା ଅଭିନେତା ଅନୁପମ ଖେର୍, ହିମାଂଶୁ କୋହଲି, ସୌନ୍ଦର୍ଯ୍ୟା ଶର୍ମା ଏବଂ ଜିମି ସରଗିଲ୍‌ ପ୍ରମୁଖ ଅଭିନୟ କରିଛନ୍ତି।  ତେବେ ଓଡ଼ିଆ ଫିଲ୍ମ ଜଗତକୁ ନେଇ କ’ଣ କୁହନ୍ତି ସାତ୍ତ୍ୱିକ ଆସନ୍ତୁ ଶୁଣିବା।

 

The post ମନଖୋଲି କଥା ହେଲେ ‘ରାଞ୍ଚି ଡାଏରୀଜ୍’ର ଓଡ଼ିଆ ପୁଅ ସାତ୍ତ୍ୱିକ appeared first on Odisha Reporter.

]]>
2017-11-11 14:55:40 https://odishareporter.in/wp-content/uploads/2017/11/satwik-pic.jpg
ଜାଣନ୍ତୁ ସୌନ୍ଦର୍ଯ୍ୟା ଶର୍ମାଙ୍କ ଡ୍ରିମ୍ ରୋଲ କ’ଣ ? https://odishareporter.in/entertainment/interview-with-bollywood-actress-soundrarya-180243 Fri, 10 Nov 2017 06:56:36 +0000 http://odishareporter.in/?p=180243

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ରିଲିଜ୍ ହୋଇଥିଛି ଫିଲ୍ମ ‘ରାଞ୍ଚି ଡାଏରୀଜ୍’। ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ଜଣେ ସୁନ୍ଦରୀ ନାୟିକା ସୌନ୍ଦର୍ଯ୍ୟା ଶର୍ମା। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଛନ୍ତି। ସୌନ୍ଦର୍ଯ୍ୟାଙ୍କ ବ୍ୟତୀତ ଏହି ଫିଲ୍ମରେ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି ଅନୁପମ୍ ଖେର୍, ହିମାଂଶୁ କୋହଲି ଏବଂ ଜିମି ସରଗିଲ୍। ଫିଲ୍ମର ନିର୍ଦ୍ଦେଶନା ସାତ୍ତ୍ୱିକ ମହାନ୍ତି ଦେଇଥିବା ବେଳେ ଛୋଟ ସହରରେ ରହୁଥିବା ଯୁବକଯୁବତୀଙ୍କ ସ୍ୱପ୍ନକୁ ନେଇ ଫିଲ୍ମଟି ନିର୍ମାଣ […]

The post ଜାଣନ୍ତୁ ସୌନ୍ଦର୍ଯ୍ୟା ଶର୍ମାଙ୍କ ଡ୍ରିମ୍ ରୋଲ କ’ଣ ? appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ରିଲିଜ୍ ହୋଇଥିଛି ଫିଲ୍ମ ‘ରାଞ୍ଚି ଡାଏରୀଜ୍’। ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ଜଣେ ସୁନ୍ଦରୀ ନାୟିକା ସୌନ୍ଦର୍ଯ୍ୟା ଶର୍ମା। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରିଛନ୍ତି। ସୌନ୍ଦର୍ଯ୍ୟାଙ୍କ ବ୍ୟତୀତ ଏହି ଫିଲ୍ମରେ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି ଅନୁପମ୍ ଖେର୍, ହିମାଂଶୁ କୋହଲି ଏବଂ ଜିମି ସରଗିଲ୍। ଫିଲ୍ମର ନିର୍ଦ୍ଦେଶନା ସାତ୍ତ୍ୱିକ ମହାନ୍ତି ଦେଇଥିବା ବେଳେ ଛୋଟ ସହରରେ ରହୁଥିବା ଯୁବକଯୁବତୀଙ୍କ ସ୍ୱପ୍ନକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି।

ଏହି ଫିଲ୍ମରେ ସୌନ୍ଦର୍ଯ୍ୟାଙ୍କ ଅଭିନୟ ଦକ୍ଷତା ଦେଖିବାକୁ ମିଳିଛି। ଡେବ୍ୟୁ ଫିଲ୍ମରେ ଚମତ୍କାର ଅଭିନୟ କରି ସେ ଏବେ ଚର୍ଚ୍ଚାରେ। ଫିଲ୍ମ ରିଲିଜ୍ ହେବାପରେ ବଲିଉଡର ଅନେକ ବଡ଼ ବଡ଼ କଳାକାର ତାଙ୍କୁ ପ୍ରଶଂସା କରିସାରିଲେଣି। ନିକଟରେ ଭୁବନେଶ୍ୱରର କିସ୍ ପରିସରରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗଦେଇଥିଲେ। ସେଠାରେ ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି ତାଙ୍କୁ ଭେଟି ଥିଲେ। ଏହି ସାକ୍ଷାତକାରରେ ସେ ‘କୁଇନ୍‌’ରେ କଙ୍ଗନା, ‘ପରିନୀତା’ରେ ବିଦ୍ୟା ବାଲନ, ‘ବାଜିରାଓ ମସ୍ତାନି’ରେ ଦୀପିକାଙ୍କ ଚରିତ୍ର ଯେପରି ଦମ୍‌ଦାର ଥିଲା ସେମିତି କିଛି ରୋଲ୍‌ କରିବାକୁ ପସନ୍ଦ କରିବେ ବୋଲି କହିଥିଲେ।

The post ଜାଣନ୍ତୁ ସୌନ୍ଦର୍ଯ୍ୟା ଶର୍ମାଙ୍କ ଡ୍ରିମ୍ ରୋଲ କ’ଣ ? appeared first on Odisha Reporter.

]]>
2017-11-10 12:28:32 https://odishareporter.in/wp-content/uploads/2017/11/soundarya-2.jpg
ଓଡ଼ିଶା ସହ ସଂପର୍କିତ ଏ ସବୁ ପ୍ରଶ୍ନର ଉତ୍ତର ଆପଣ ଜାଣିଛନ୍ତି? https://odishareporter.in/odisha/how-much-you-know-odisha-177493 https://odishareporter.in/odisha/how-much-you-know-odisha-177493#respond Tue, 31 Oct 2017 10:25:07 +0000 http://odishareporter.in/?p=177493

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ଓଡ଼ିଶାକୁ ନେଇ ଆମେ ଗର୍ବ କରୁ। ଦେଶ ତଥା ଦେଶ ବାହାରେ ଏବେ ଓଡ଼ିଶା ଅନେକ ନାଁ କମାଇଲାଣି। ଓଡ଼ିଶାରୁ ଅନେକ ପ୍ରତିଭା ଦେଶ ବାହାରେ ନିଜ ଦକ୍ଷତା ବଳରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଲେଣି। କିନ୍ତୁ ଏବେବି ଅନେକ ଓଡ଼ିଆ, ଓଡ଼ିଶା ସଂପର୍କରେ ବହୁ ତଥ୍ୟ ଜାଣନ୍ତି ନାହିଁ। ଏହି ଲକ୍ଷ୍ୟ ନେଇ ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି ଭେଟିଥିଲେ ଟୁଇନ୍‌ସିଟି କଟକ ଓ ଭୁବନେଶ୍ୱର କିଛି […]

The post ଓଡ଼ିଶା ସହ ସଂପର୍କିତ ଏ ସବୁ ପ୍ରଶ୍ନର ଉତ୍ତର ଆପଣ ଜାଣିଛନ୍ତି? appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ଓଡ଼ିଶାକୁ ନେଇ ଆମେ ଗର୍ବ କରୁ। ଦେଶ ତଥା ଦେଶ ବାହାରେ ଏବେ ଓଡ଼ିଶା ଅନେକ ନାଁ କମାଇଲାଣି। ଓଡ଼ିଶାରୁ ଅନେକ ପ୍ରତିଭା ଦେଶ ବାହାରେ ନିଜ ଦକ୍ଷତା ବଳରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଲେଣି। କିନ୍ତୁ ଏବେବି ଅନେକ ଓଡ଼ିଆ, ଓଡ଼ିଶା ସଂପର୍କରେ ବହୁ ତଥ୍ୟ ଜାଣନ୍ତି ନାହିଁ। ଏହି ଲକ୍ଷ୍ୟ ନେଇ ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି ଭେଟିଥିଲେ ଟୁଇନ୍‌ସିଟି କଟକ ଓ ଭୁବନେଶ୍ୱର କିଛି ଲୋକଙ୍କୁ। ସେମାନଙ୍କୁ ପଚାରିଥିଲେ ଏମିତି କିଛି ପ୍ରଶ୍ନ। ଯେମିତିକି ଉତ୍କଳ ଦିବସ କାହିଁକି ପାଳନ କରାଯାଏ? ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ? ଓଡ଼ିଶାର ପ୍ରଥମ ଓକିଲ କିଏ ? ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନାଁ କ’ଣ? ଏବଂ ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ରର ନାଁ କ’ଣ? କିଏ କଣ ଉତ୍ତର ଦେଇଛନ୍ତି ଦେଖନ୍ତୁ ଆମର ଭିଡ଼ିଓ ଷ୍ଟୋରି।

The post ଓଡ଼ିଶା ସହ ସଂପର୍କିତ ଏ ସବୁ ପ୍ରଶ୍ନର ଉତ୍ତର ଆପଣ ଜାଣିଛନ୍ତି? appeared first on Odisha Reporter.

]]>
https://odishareporter.in/odisha/how-much-you-know-odisha-177493/feed 0 2017-10-31 15:56:05 https://odishareporter.in/wp-content/uploads/2017/10/odisha.jpg
‘ଓଡ଼ିଶାରେ ବି ମୋ ଗପର ଏତେ ଶ୍ରୋତା ଅଛନ୍ତି, ମତେ ଆଶ୍ଚର୍ଯ୍ୟ ଲାଗୁଛି’ https://odishareporter.in/entertainment/interview-with-nilesh-mishra-177155 https://odishareporter.in/entertainment/interview-with-nilesh-mishra-177155#respond Mon, 30 Oct 2017 09:32:25 +0000 http://odishareporter.in/?p=177155

ଭୁବନେଶ୍ୱର (ଓଡିଶା ରିପୋର୍ଟର): ରେଡିଓ ଜଗତରେ ତାଙ୍କର ଅନେକ ଚର୍ଚ୍ଚା, ଅନେକ ନାଁ। କିଛି ଘରୋଇ ଏଫ୍‌ଏମ୍‌ ରେଡିଓରେ ପ୍ରସାରିତ ତାଙ୍କ କାହାଣୀ ସବୁ ଏତେ ମାର୍ମିକ ଯେ, ଅନେକ ସମୟରେ ହୁଏତ ଆପଣଙ୍କ ଆଖିରୁ ଲୁହ ଖସି ପଡ଼ିଥିବ। ରେଡିଓକୁ ପୁଣି ଥରେ ଲୋକପ୍ରିୟ କରିବାରେ ତାଙ୍କର ଅବଦାନକୁ ସ୍ଵୀକାର କରିବାକୁ ପଡ଼ିବ। ସେ ହେଲେ ନୀଲେଶ ମିଶ୍ରା। ନୀଲେଶଙ୍କର ସବୁଠୁ ବଡ଼ କଥା ହେଲା, ସେ ଜଣେ ବହୁତ ଭଲ ଷ୍ଟୋରି ଟେଲର ବା […]

The post ‘ଓଡ଼ିଶାରେ ବି ମୋ ଗପର ଏତେ ଶ୍ରୋତା ଅଛନ୍ତି, ମତେ ଆଶ୍ଚର୍ଯ୍ୟ ଲାଗୁଛି’ appeared first on Odisha Reporter.

]]>

ଭୁବନେଶ୍ୱର (ଓଡିଶା ରିପୋର୍ଟର): ରେଡିଓ ଜଗତରେ ତାଙ୍କର ଅନେକ ଚର୍ଚ୍ଚା, ଅନେକ ନାଁ। କିଛି ଘରୋଇ ଏଫ୍‌ଏମ୍‌ ରେଡିଓରେ ପ୍ରସାରିତ ତାଙ୍କ କାହାଣୀ ସବୁ ଏତେ ମାର୍ମିକ ଯେ, ଅନେକ ସମୟରେ ହୁଏତ ଆପଣଙ୍କ ଆଖିରୁ ଲୁହ ଖସି ପଡ଼ିଥିବ। ରେଡିଓକୁ ପୁଣି ଥରେ ଲୋକପ୍ରିୟ କରିବାରେ ତାଙ୍କର ଅବଦାନକୁ ସ୍ଵୀକାର କରିବାକୁ ପଡ଼ିବ। ସେ ହେଲେ ନୀଲେଶ ମିଶ୍ରା।

ନୀଲେଶଙ୍କର ସବୁଠୁ ବଡ଼ କଥା ହେଲା, ସେ ଜଣେ ବହୁତ ଭଲ ଷ୍ଟୋରି ଟେଲର ବା ଗପୁଡ଼ା। ଯେ କୌଣସି କାହାଣୀକୁ ସେ ଆକର୍ଷଣୀୟ ଢ଼ଙ୍ଗରେ କହିପାରନ୍ତି। ରେଡିଓରେ ଗପଟି ଶୁଣାଇବାର କଳା ତାଙ୍କଠାରୁ ହିଁ ଶିଖିବା ଉଚିତ। ତାଙ୍କ ଗପ ଶୁଣୁଥିବା ବେଳେ ଆପଣଙ୍କ ମାନସ ପଟ୍ଟରେ ଚିତ୍ର ସବୁ ଜୀବନ୍ତ ହୋଇଉଠନ୍ତି।

ନୀଲେଶ ଏକାଧାରାରେ ଜଣେ ସାମ୍ବାଦିକ, ଗାଳ୍ପ ଲେଖକ, ଷ୍ଟୋରି ଟେଲର ଏବଂ ଲିରିସିଷ୍ଟ ବା ଗୀତିକାର। ତେବେ ସବୁଠୁ ଅଧିକ ଚର୍ଚ୍ଚା ତାଙ୍କ ରେଡିଓ ସୋ ‘ଦି ନୀଲେଶ ମିଶ୍ରା ସୋ‘। ତାଙ୍କ ଲେଖାର ଯାଦୁ କେବଳ ରେଡ଼ିଓ ଜଗତରେ ସୀମିତ ନୁହେଁ, ବଲିଉଡରେ ମଧ୍ୟ ତାଙ୍କ ଲିଖିତ ଅନେକ ହିଟ୍ ଗୀତ ରହିଛି। ଯେମିତି ‘ଜିସ୍ମ’ ଚଳଚ୍ଚିତ୍ରର ‘ଜାଦୁ ହେ ନଶା ହୈ’ଠୁ ଆରମ୍ଭ କରି ‘ଜଗା ଜାସୁସ୍’ର ‘ଝୁମରି ତଲେଇୟା‘। କେବଳ ଗୀତ ନୁହେଁ ସେ ଜଣେ ଦକ୍ଷ ସ୍କ୍ରିପ୍ଟ ରାଇଟର ମଧ୍ୟ। ‘ଏକ୍‌ ଥା ଟାଇଗର’ ଓ ‘ଟାଇଗର୍ ଜିନ୍ଦା ହୈ’ର ସେ ସ୍କ୍ରିପ୍ଟ ଲେଖିଛନ୍ତି। ନିକଟରେ ସେ ଆସିଥିଲେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଲିଟେରାରୀ ଫେଷ୍ଟିଭାଲ୍‌କୁ। ତାଙ୍କୁ ଭେଟିଥିଲେ ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି।

ଓଡ଼ିଶା ରିପୋର୍ଟର: ହିନ୍ଦୀ ଭାଷାରେ କହୁଥିବା ଗପ ଅଣହିନ୍ଦୀ ଲେକମାନଙ୍କୁ ବହୁତ ପସନ୍ଦ ଆସୁଛି, ଏହା ଉପରେ କ’ଣ କହିବେ ?

ନୀଲେଶ: ଏହା ମତେ ଆଶ୍ଚର୍ଯ୍ୟ କରୁଛି ଓ ଖୁସି ମଧ୍ୟ ଦେଉଛି। ଓଡ଼ିଶା ପରି ଅନେକ ରାଜ୍ୟ ଯେଉଁଠି ହିନ୍ଦି ମୁଖ୍ୟ ଭାଷା ନୁହେଁ, ସେଠାରେ ଲୋକେ ମୋ ଗପ ଶୁଣନ୍ତି ଯାହା ମତେ ଖୁସି ଦିଏ।

ଓଡ଼ିଶା ରିପୋର୍ଟର: ଏକାଧାରାରେ ଜଣେ ଲେଖକ, ଷ୍ଟୋରି ଟେଲର, ଆର.ଜେ., ସାମ୍ବାଦିକ। କେଉଁ ବୃତ୍ତିକୁ ଆପଣ ବେଶୀ ପସନ୍ଦ କରନ୍ତି ?

ନୀଲେଶ: ଷ୍ଟୋରି ଟେଲର ଭାବେ ମୁଁ ନିଜକୁ ସହଜ ମନେକରେ। ମତେ ଗପ କହିବାକୁ ଭଲ ମଧ୍ୟ ଲାଗେ। ଏମିତି ବି ମୋ ମତରେ ଜଣେ ସାମ୍ବାଦିକ ନିଜର କଥା ବା କାହାଣୀକୁ ଭଲ ଭାବରେ ପ୍ରକାଶ କରିପାରୁଥିବା ଉଚିତ୍। ସେ ବି ତ ଗପ କହେ।

ଓଡ଼ିଶା ରିପୋର୍ଟର: ନିଜ ଷ୍ଟୋରିରେ ଓଡ଼ିଆ ମାନଙ୍କୁ ସାମିଲ କରିବାର ଯୋଜନା ରହିଛି କି?

ନୀଲେଶ: ମୁଁ ଚାହଁଛି ଓଡ଼ିଶାର ଲେଖକମାନେ ମୋ ମଣ୍ଡଳୀରେ ଯୋଗ ଦିଅନ୍ତୁ। ଗପ ଲେଖନ୍ତୁ, ସୁଯୋଗ ମିଳିଲେ ମୁଁ ସେ ଗପ ପଢ଼ିବି।

(ଦେଖନ୍ତୁ ନୀଲେଶଙ୍କ ସହ ଏକ୍ସକ୍ଲୁସିଭ୍ ଭିଡିଓ ଇଣ୍ଟରଭ୍ୟୁ)

The post ‘ଓଡ଼ିଶାରେ ବି ମୋ ଗପର ଏତେ ଶ୍ରୋତା ଅଛନ୍ତି, ମତେ ଆଶ୍ଚର୍ଯ୍ୟ ଲାଗୁଛି’ appeared first on Odisha Reporter.

]]>
https://odishareporter.in/entertainment/interview-with-nilesh-mishra-177155/feed 0 2017-10-30 15:10:31 https://odishareporter.in/wp-content/uploads/2017/10/aaaaaa.jpg
ଚିହ୍ନିଲେ ଦେଖି ଇଏ କିଏ ? ‘ଓଡ଼ିଶା ରିପୋର୍ଟର’ ନ୍ୟୁଜ୍ ଡେସ୍କରେ ଅମିତାଭ ବଚ୍ଚନ ! https://odishareporter.in/odisha/amitav-bachan-in-odisha-reporter-news-desk-176374 https://odishareporter.in/odisha/amitav-bachan-in-odisha-reporter-news-desk-176374#respond Fri, 27 Oct 2017 13:24:23 +0000 http://odishareporter.in/?p=176374

ଭୁବନେଶ୍ୱର (ଓଡିଶା ରିପୋର୍ଟର): କିଛି ଲୋକଙ୍କ ଇଚ୍ଛା ଥାଏ ବଡ଼ କଳାକାର ହେବେ। ଅଭିନୟର ଦକ୍ଷତା ଦେଖାଇ ଲୋକମାନଙ୍କର ମନୋରଞ୍ଜନ କରିବେ ଓ ପ୍ରଂଶସା ସାଉଁଟିବେ। ଆଉ କିଛି ଲୋକଙ୍କର ଇଚ୍ଛା ଥାଏ ତାଙ୍କ ପସନ୍ଦର କଳାକରଙ୍କ ପରି ଦେଖାଯିବେ। ତେଣୁ ସେମାନେ ନିଜ ପ୍ରିୟ କଳାକାରଙ୍କୁ ଅନୁସରଣ କରନ୍ତି। କଥାବାର୍ତ୍ତାଠାରୁ ଆରମ୍ଭ କରି ଚାଲିଚଳଣ ଓ ଲୁକ୍‌ ପର୍ଯ୍ୟନ୍ତ ସବୁକୁ ସେ ଖୁସିର ସହ ଅନୁସରଣ କରିବାକୁ ଚେଷ୍ଟା କରନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ […]

The post ଚିହ୍ନିଲେ ଦେଖି ଇଏ କିଏ ? ‘ଓଡ଼ିଶା ରିପୋର୍ଟର’ ନ୍ୟୁଜ୍ ଡେସ୍କରେ ଅମିତାଭ ବଚ୍ଚନ ! appeared first on Odisha Reporter.

]]>

ଭୁବନେଶ୍ୱର (ଓଡିଶା ରିପୋର୍ଟର): କିଛି ଲୋକଙ୍କ ଇଚ୍ଛା ଥାଏ ବଡ଼ କଳାକାର ହେବେ। ଅଭିନୟର ଦକ୍ଷତା ଦେଖାଇ ଲୋକମାନଙ୍କର ମନୋରଞ୍ଜନ କରିବେ ଓ ପ୍ରଂଶସା ସାଉଁଟିବେ। ଆଉ କିଛି ଲୋକଙ୍କର ଇଚ୍ଛା ଥାଏ ତାଙ୍କ ପସନ୍ଦର କଳାକରଙ୍କ ପରି ଦେଖାଯିବେ। ତେଣୁ ସେମାନେ ନିଜ ପ୍ରିୟ କଳାକାରଙ୍କୁ ଅନୁସରଣ କରନ୍ତି। କଥାବାର୍ତ୍ତାଠାରୁ ଆରମ୍ଭ କରି ଚାଲିଚଳଣ ଓ ଲୁକ୍‌ ପର୍ଯ୍ୟନ୍ତ ସବୁକୁ ସେ ଖୁସିର ସହ ଅନୁସରଣ କରିବାକୁ ଚେଷ୍ଟା କରନ୍ତି।

ଏମିତି ଜଣେ ବ୍ୟକ୍ତି ହେଲେ ଭୁବନେଶ୍ଵରର ମନୁ ପଟ୍ଟନାୟକ। ଯିଏ ବିଗ୍‌-ବି ଅମିତାଭ ବଚ୍ଚନଙ୍କର ଜଣେ ବହୁତ ବଡ଼ ଫ୍ୟାନ୍ ବା ପ୍ରଶଂସକ। ସେ କେବଳ ଜଣେ ସାଧାରଣ ଫ୍ୟାନ୍ ନୁହଁନ୍ତି, ନିଜକୁ ସଂପୂର୍ଣ୍ଣ ଭାବେ ସେ ବଚ୍ଚନଙ୍କ ଲୁକ୍ ବି ଦେଇଛନ୍ତି। ତାଙ୍କୁ ଦେଖିଲେ ପ୍ରଥମ ଲୁକ୍‌ରେ ଆପଣ ଘାବରେଇ ଯିବା ନିଶ୍ଚିତ। ତାଙ୍କ ଶରୀର, ହେୟାର ଷ୍ଟାଇଲ୍, ଦାଢ଼ି, କଥାବାର୍ତ୍ତା ଶୈଳୀ, ଉଚ୍ଚତା, ସବୁକିଛି ଅମିତାଭ ବଚ୍ଚନଙ୍କ ପରି। ସେ ବଚ୍ଚନଙ୍କର ସବୁ ଚରିତ୍ରକୁ ବି ଫଲୋ କରନ୍ତି, ତାଙ୍କ ଫିଲ୍ମ ଦେଖନ୍ତି।

ତେବେ ଏଥିପାଇଁ ତାଙ୍କୁ କମ୍ କଷ୍ଟ କରିବାକୁ ପଡ଼ିନି। ନିଜକୁ ବଚ୍ଚନଙ୍କ ପରି ରଖିବାକୁ ଟଙ୍କା ତ ଖର୍ଚ୍ଚ କରୁଛନ୍ତି, ଗୁଡ଼ାଏ ସମୟ ମଧ୍ୟ ଦେବାକୁ ପଡୁଛି। ଯୁଆଡ଼େ ଗଲେ ତାଙ୍କୁ ପ୍ରଶଂସା ମିଳୁଛି। ଭୁବନେଶ୍ୱର ଓଲଡ ଟାଉନରେ ରୁହୁଥିବା ମନୁ ପଟ୍ଟନାୟକ ପେସାରେ ଜଣେ କଳାକାର। ବିଭିନ୍ନ ପ୍ରକାର ବିଜ୍ଞାପନରେ ସେ ସଚେତନତା ବାର୍ତ୍ତାକୁ ନିଜ ଅଭିନୟ ମାଧ୍ୟମରେ ପହଞ୍ଚାଇଥାନ୍ତି। ସକାଳୁ ଉଠିବା ମାତ୍ରେ ତାଙ୍କର ପ୍ରଥମ କାମ ଥାଏ ଅମିତାଭଙ୍କ ପରି ସଜ ହେବା। ଏହାକୁ ଦେଖି ତାଙ୍କ ସ୍ତ୍ରୀ ଟିକିଏ ମନ ଊଣା କରନ୍ତି, ତଥାପି ମନୁ ଅମିତାଭଙ୍କ ପରି ସଜ ହେବା ବନ୍ଦ କରନ୍ତି ନାହିଁ।

୨୦୦୩ରେ କଟକ ପୂଜା କମିଟିର କିଛି ଲୋକ ତାଙ୍କୁ କହିଥିଲେ ଯେ ସେ ସଂପୂର୍ଣ୍ଣ ଅମିତାଭ ବଚ୍ଚନଙ୍କ ପରି ଦେଖାଯାଆନ୍ତି। ସେବେଠୁ ସେ ଅମିତାଭଙ୍କ ବେଶରେ ବିଭିନ୍ନ ବିଜ୍ଞାପନରେ ଅଭିନୟ ଆରମ୍ଭ କରିଛନ୍ତି। ଯେତେ ଦୁଃଖରେ ଥାଆନ୍ତୁ ନା କାହିଁକି ଯେତେବେଳେ ସେ ରାସ୍ତା ଉପରକୁ ଚାଲିଯାଆନ୍ତି, ଲୋକେ ତାଙ୍କୁ ଦେଖି ଯେଉଁ ଖୁସି ହୁଅନ୍ତି ସେଇଟା ତାଙ୍କୁ ପ୍ରକୃତ ଆନନ୍ଦ ଦେଉଛି ବୋଲି ସେ କହିଛନ୍ତି।

ନିକଟରେ ସେ ପହଞ୍ଚିଥିଲେ ‘ଓଡ଼ିଶା ରିପୋର୍ଟର’ ନ୍ୟୁଜ୍‌ ଡେସ୍କରେ। ଏଠି ଆମ ସହକର୍ମୀଙ୍କ ସହ ସେୟାର କରିଥିଲେ ନିଜର ସବୁ ଇଚ୍ଛା। କାହିଁକି ସେ ବିଗ୍-ବିଙ୍କ ପରି ନିଜକୁ ସଜେଇବାକୁ ଚାହିଁଲେ ଓ ଏଥିପାଇଁ କଣ ସବୁ କରିବାକୁ ପଡୁଛି ତାହା ସେ ଖୋଲି କରି କହିଥିଲେ। ଦେଖନ୍ତୁ ଭିଡିଓ।

The post ଚିହ୍ନିଲେ ଦେଖି ଇଏ କିଏ ? ‘ଓଡ଼ିଶା ରିପୋର୍ଟର’ ନ୍ୟୁଜ୍ ଡେସ୍କରେ ଅମିତାଭ ବଚ୍ଚନ ! appeared first on Odisha Reporter.

]]>
https://odishareporter.in/odisha/amitav-bachan-in-odisha-reporter-news-desk-176374/feed 0 2017-10-27 18:54:23 https://odishareporter.in/wp-content/uploads/2017/10/amitav-6.jpg
ଗାଁର ପ୍ରଥମ ମାଟ୍ରିକୁଲେଟ୍, ଗ୍ରାଜୁଏଟ୍ ଓ ବିଏଡ୍: ଏବେ ପ୍ରଥମ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ https://odishareporter.in/video/interview-with-award-winning-teacher-muralidhar-parida-171048 https://odishareporter.in/video/interview-with-award-winning-teacher-muralidhar-parida-171048#respond Mon, 09 Oct 2017 08:40:12 +0000 http://odishareporter.in/?p=171048

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କୁଣ୍ଟୁଣିଆ ଗାଁର ଏକ ସାଧାରଣ କୃଷକ ପରିବାରରେ ଜନ୍ମିତ ମୁରଲୀଧର ପରିଡ଼ା। ଘରେ ଏମିତି କେହି ପ୍ରତିଷ୍ଠିତ ବ୍ୟକ୍ତିତ୍ବ ନଥିଲେ, କିନ୍ତୁ ତାଙ୍କ ବାପା ପାଠର ମୂଲ୍ୟ ବୁଝିଥିଲେ। ତେଣୁ ମୁରଲୀଙ୍କ ପାଠପଢ଼ା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥିଲେ ପରିବାର ଲୋକ। ଫଳେରେ ସେ ହୋଇଥିଲେ ଗାଁର ପ୍ରଥମ ମାଟ୍ରିକୁଲେଟ୍, ପ୍ରଥମ ଗ୍ରଜୁଏଟ୍, ପ୍ରଥମ ବିଏଡ୍ ଏବଂ ପ୍ରଥମ ଜାତୀୟ ପୁରସ୍କାର ପ୍ରାପ୍ତ ପିଲା। ନିକଟରେ […]

The post ଗାଁର ପ୍ରଥମ ମାଟ୍ରିକୁଲେଟ୍, ଗ୍ରାଜୁଏଟ୍ ଓ ବିଏଡ୍: ଏବେ ପ୍ରଥମ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କୁଣ୍ଟୁଣିଆ ଗାଁର ଏକ ସାଧାରଣ କୃଷକ ପରିବାରରେ ଜନ୍ମିତ ମୁରଲୀଧର ପରିଡ଼ା। ଘରେ ଏମିତି କେହି ପ୍ରତିଷ୍ଠିତ ବ୍ୟକ୍ତିତ୍ବ ନଥିଲେ, କିନ୍ତୁ ତାଙ୍କ ବାପା ପାଠର ମୂଲ୍ୟ ବୁଝିଥିଲେ। ତେଣୁ ମୁରଲୀଙ୍କ ପାଠପଢ଼ା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥିଲେ ପରିବାର ଲୋକ। ଫଳେରେ ସେ ହୋଇଥିଲେ ଗାଁର ପ୍ରଥମ ମାଟ୍ରିକୁଲେଟ୍, ପ୍ରଥମ ଗ୍ରଜୁଏଟ୍, ପ୍ରଥମ ବିଏଡ୍ ଏବଂ ପ୍ରଥମ ଜାତୀୟ ପୁରସ୍କାର ପ୍ରାପ୍ତ ପିଲା। ନିକଟରେ ରାଜ୍ୟର ଜଣେ ଶ୍ରେଷ୍ଠ ଶିକ୍ଷକ ଭାବେ ସେ ଭାରତର ଉପରାଷ୍ଟ୍ରପତିଙ୍କଠାରୁ ସମ୍ମାନୀତ ହୋଇ ଓଡ଼ିଶାକୁ ଗର୍ବିତ କରିଛନ୍ତି।

ମୁରଲୀଧର ପରିଡ଼ା ଏକାଧାରାରେ ଜଣେ କବି ଓ ସଙ୍ଗୀତ ନିଦ୍ଦେର୍ଶକ। ତାଙ୍କ ଲିଖିତ ଭକ୍ତି ଭାର୍ଗବୀ ଓ ବିବର୍ଣ୍ଣ ବିଭାବରୀ ପୁସ୍ତକ ପାଠକଙ୍କ ପାଖରେ ପ୍ରିୟ। ସଙ୍ଗୀତ ନିଦ୍ଦେର୍ଶକ ଭାବେ ମଧ୍ୟ ତାଙ୍କର ନାଁ ରହିଛି। ନୀଳକନ୍ଦରରେ କଳାସୁନ୍ଦର, ତୁହିରେ କାଳିଆ ଅନ୍ତରେ ଥାଉ ପରି ଅନେକ ଭଜନରେ ନିଦ୍ଦେର୍ଶନା ମଧ୍ୟ ଦେଇଛନ୍ତି। ୨୦୧୨ରେ ଜାତୀୟ ଗଣଶିକ୍ଷା ବିଭାଗ ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ଭାବେ ରାଜ୍ୟସ୍ତରରେ ସମ୍ମାନୀତ ହୋଇଥିଲେ। ଓଡ଼ିଶା ରିପୋର୍ଟର ତରଫରୁ ତାଙ୍କୁ ଭେଟିଥିଲେ ବିଶ୍ୱବନ୍ଦିତା ଓ ବନ୍ଦନା।

ଓଡ଼ିଶା ରିପୋର୍ଟର: ଆପଣଙ୍କ ମତରେ ଆଦର୍ଶ ଶିକ୍ଷକ ଆମେ କାହାକୁ କହିବା ?

ମୁରଲୀ: ଜଣେ ଶିକ୍ଷକ ଯେତେବେଳେ ଶିକ୍ଷକତା କରେ, ସେ ବୃତ୍ତିକୁ ସେ ବ୍ରତ ଭାବରେ ଆଦରି ନେବା ଦରକାର। ବୃତ୍ତି ତ ଅନେକ ଅଛି। କିନ୍ତୁ କୈଣସି ଜନ୍ମରେ ସେ କରିଥିବା ପୁଣ୍ୟ କାମ ଯୋଗୁ ଶିକ୍ଷକତା ପରି ବୃତ୍ତିଟେ ପାଇଥାଏ। ମୋ ମତରେ ଯେଉଁ ଶିକ୍ଷକ ପିଲାର ଅନ୍ତର୍ନିହିତ ଶକ୍ତିର ବିକାଶ କରିପାରିଲା ସେ ହେଉଛି ପ୍ରକୃତ ଶିକ୍ଷକ।

ଓଡ଼ିଶା ରିପୋର୍ଟର: ଶିକ୍ଷାର ମାନ କମିଯାଇଛି ବୋଲି ଯେଉଁ ଅଭିଯୋଗ ଆସେ ସେଥିରେ ଆପଣଙ୍କର ମତ କ’ଣ?

ମୁରଲୀ: ସେଥିରେ ମୁଁ ଏକମତ ନୁହେଁ।

ଓଡ଼ିଶା ରିପୋର୍ଟର: ଶିକ୍ଷକମାନେ ତାଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ଆପଣ ଭାବୁଛନ୍ତି କି?

ମୁରଲୀଧର: ଅଧିକାରରୁ ବଞ୍ଚିତ ବିଷୟରେ ମୁଁ କହିପାରିବି ନାହିଁ। ସମାଜର ଅର୍ଥନୈତିକ ସ୍ଥିତି ଏବେ ଯାହା, ଜଣେ ଶିକ୍ଷକ ତା ପରିବାର ଭରଣ ପୋଷଣ ପାଇଁ ଅର୍ଥର ଆବଶ୍ୟକତା ରଖେ। ତେଣୁ ତା ପେଟ ଯେତେବେଳେ ପୋଡୁଛି ସେ ପେଟରେ ଓଦାକନା ଦେଇ ଶୋଇବା ଅପେକ୍ଷା, ରାସ୍ତାରେ ଧାରଣା ଦେବାକୁ ଉଚିତ ମଣୁଛି।

ଓଡ଼ିଶା ରିପୋର୍ଟର: ଶିକ୍ଷକଙ୍କର ବି ଧନ ଦରକାର। କିନ୍ତୁ ସେ ଅର୍ଥଲୋଭୀ ହେବା ଉଚିତ କି?

ମୁରଲୀଧର: ଆଦୈ ନୁହେଁ। ଶିକ୍ଷକ ଯଦି ଅର୍ଥଲୋଭୀ ହୁଏ ତେବେ ସେ ବୃତ୍ତିକୁ ଠିକ ଭାବେ ଗ୍ରହଣ କରିନାହିଁ। କେବଳ ଶିକ୍ଷକ ନୁହେଁ, ଅନ୍ୟ ବୃତ୍ତିର ଲୋକଙ୍କୁ ବି ସେଇ ଅନୁରୋଧ।

ଓଡ଼ିଶା ରିପୋର୍ଟର: ଅସନ୍ତୁଷ୍ଟ ଶିକ୍ଷକଙ୍କ ପାଇଁ ଆପଣ କ’ଣ ବାର୍ତ୍ତା ଦେବେ?

ମୁରଲୀଧର: ସବୁ ଦୁଃଖ କଷ୍ଟକୁ ଆମକୁ ହୃଦୟ ଭିତରେ ଚାପି ରଖି, ସମାଜରେ ଜଣେ ଆଦର୍ଶ ଶିକ୍ଷକ ହୋଇ ଠିଆ ହେବାକୁ ପଡ଼ିବ।

ଓଡ଼ିଶା ରିପୋର୍ଟର: ଶିକ୍ଷକତା ବ୍ୟତୀତ ଅନ୍ୟ କେଉଁ ଥିରେ ଆପଣ ଋଚି ରଖନ୍ତି?

ମୁରଲୀଧର: ସଙ୍ଗୀତ ଓ ସାହିତ୍ୟ ପ୍ରତି ମୋର ଆଗ୍ରହ ଅଛି। ଭକ୍ତି ଭାର୍ଗବୀ, ବିବର୍ଣ୍ଣ ବିଭାବରୀ ବହି ଲେଖିଛି। ବିଜ୍ଞାନ ଭିତ୍ତିକ କବିତା ଲେଖା ଚାଲିଛି। କୈବଲ୍ୟ ବନ୍ଧୁ ଛପା ଚାଲିଛି। ଏସବୁ କ୍ଷେତ୍ରରେ ନିଜକୁ ମୁଁ ନିୟୋଜିତ କରିଥାଏ।

ଓଡ଼ିଶା ରିପୋର୍ଟର: ପାଇଥିବା ପୁରସ୍କାର ପାଇଁ ଆପଣ କାହାକୁ ଧନ୍ୟବାଦ ଦେବେ?

ମୁରଲୀଧର: ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଓ ମୋ ପରିବାରକୁ।

 

The post ଗାଁର ପ୍ରଥମ ମାଟ୍ରିକୁଲେଟ୍, ଗ୍ରାଜୁଏଟ୍ ଓ ବିଏଡ୍: ଏବେ ପ୍ରଥମ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ appeared first on Odisha Reporter.

]]>
https://odishareporter.in/video/interview-with-award-winning-teacher-muralidhar-parida-171048/feed 0 2017-10-09 17:08:39 https://odishareporter.in/wp-content/uploads/2017/10/murali.jpg
ଜାଣିଛନ୍ତି କେମିତି ଆରମ୍ଭ ହୋଇଥିଲା ବାବୁସାନଙ୍କ ରିଅଲ ଲାଇଫ୍ ଲଭ୍ ଷ୍ଟୋରି ? https://odishareporter.in/entertainment/babusan-real-life-love-story-169468 https://odishareporter.in/entertainment/babusan-real-life-love-story-169468#respond Tue, 03 Oct 2017 08:32:35 +0000 http://odishareporter.in/?p=169468

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ର ଚକୋଲେଟ୍ ହିରୋ ବାବୁସାନ। ବହୁ ଓଡ଼ିଆ ଝିଅଙ୍କ ଛାତିରେ ଏବେ ଲାଗିଛି ତାଙ୍କରି ପୋଷ୍ଟର। କଥାଟା କେତେ ସତ କେତେ ମିଛି ତାହା ତ ଆମକୁ ଜଣାନାହିଁ, କିନ୍ତୁ ନିକଟରେ ରିଲିଜ୍ ହୋଇଥିବା ଦଶହରା ମୁଭି ହିରୋ ନଂ-୧ରେ ଏମିତି ଏକ ମେଲୋଡିଅସ୍ ସଙ୍ଗରେ ଧୁମ୍ ନାଚିଥିଲେ ବାବୁସାନ୍। ବାସ୍ତବରେ ବାବୁସାନଙ୍କର ଏବେ ଫ୍ୟାନ୍ ସଂଖ୍ୟା ବଢ଼ି ଯାଇଛନ୍ତି। ସେମାନଙ୍କ ଭିତରେ ଝିଅଙ୍କ ସଂଖ୍ୟା ଅଧିକ। ଆପଣ ଭାବୁଥିବେ ଯେ […]

The post ଜାଣିଛନ୍ତି କେମିତି ଆରମ୍ଭ ହୋଇଥିଲା ବାବୁସାନଙ୍କ ରିଅଲ ଲାଇଫ୍ ଲଭ୍ ଷ୍ଟୋରି ? appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ର ଚକୋଲେଟ୍ ହିରୋ ବାବୁସାନ। ବହୁ ଓଡ଼ିଆ ଝିଅଙ୍କ ଛାତିରେ ଏବେ ଲାଗିଛି ତାଙ୍କରି ପୋଷ୍ଟର। କଥାଟା କେତେ ସତ କେତେ ମିଛି ତାହା ତ ଆମକୁ ଜଣାନାହିଁ, କିନ୍ତୁ ନିକଟରେ ରିଲିଜ୍ ହୋଇଥିବା ଦଶହରା ମୁଭି ହିରୋ ନଂ-୧ରେ ଏମିତି ଏକ ମେଲୋଡିଅସ୍ ସଙ୍ଗରେ ଧୁମ୍ ନାଚିଥିଲେ ବାବୁସାନ୍। ବାସ୍ତବରେ ବାବୁସାନଙ୍କର ଏବେ ଫ୍ୟାନ୍ ସଂଖ୍ୟା ବଢ଼ି ଯାଇଛନ୍ତି। ସେମାନଙ୍କ ଭିତରେ ଝିଅଙ୍କ ସଂଖ୍ୟା ଅଧିକ। ଆପଣ ଭାବୁଥିବେ ଯେ ଏ ଝିଅମାନେ ବୋଧେ ଜାଣିନାହାଁନ୍ତି ଯେ, ବାବୁସାନ୍ ଜଣେ ବିବାହିତ ହିରୋ। ନା ନା ସେମିତି ଭାବନ୍ତୁନି। ବାବୁସାନ୍ ଙ୍କ ବିଷୟରେ ତାଙ୍କ ଫ୍ୟାନ୍ ମାନେ ସବୁକିଛି ଜାଣିଛନ୍ତି। ହେଲେ ଏ କଥା ବୋଧେ ଜାଣି ନଥିବେ ଯେ, ତାଙ୍କ ରିଅଲ୍ ଲାଇଫ୍ ଲଭ୍ ଷ୍ଟୋରି କେମିତି ଆରମ୍ଭ ହୋଇଥିଲା। ନିକଟରେ ତରଙ୍ଗ ଚ୍ୟାନେଲ୍ ତରଫରୁ ବାବୁସାନଙ୍କ ଫେସବୁକ୍ ଲାଇଭ୍ ବେଳେ ଏହାର ଗୁମର ଖୋଲିଛନ୍ତି ନିଜେ ଏହି ଚକୋଲେଟ୍ ହିରୋ। ପଢ଼ନ୍ତୁ ଓ ଶୁଣନ୍ତୁ (ଭିଡିଓ) କେମିତି ଷ୍ଟାର୍ଟ ହୋଇଥିଲା ତାଙ୍କ ଲଭ୍।

ବାବୁସାନଙ୍କ ପ୍ରିୟା ତଥା ପତ୍ନୀଙ୍କ ନାଁ ହେଲା ତୃପ୍ତି ଶତପଥୀ। ପ୍ରାୟ ୩ ବର୍ଷ ତଳେ ୬ ଜୁଲାଇ ୨୦୧୪ରେ ଦୁହିଁଙ୍କର ବୈଦିକ ରୀତିରେ ହାତଗଣ୍ଠି ପଡ଼ିଥିଲା। କିନ୍ତୁ ପ୍ରେମଟା ଥିଲା ବହୁ ପୁରୁଣା। ମାନେ ସ୍କୁଲ୍ ବେଳର। କଥାଟା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ ଯେ, ଆଜିକାଲି କଣ ପ୍ରେମ ଏତେଦିନ ତିଷ୍ଠି ରହିପାରୁଛି। ପୁଣି ହିରୋ ହିରୋଇନ୍ ଙ୍କ କ୍ଷେତ୍ରରେ। ଆପଣଙ୍କ କଥା ସତ ହୋଇପାରେ, କିନ୍ତୁ ବାବୁସାନ୍ ସେମିତି କାଟେଗୋରିର ପ୍ରେମିକ ନୁହଁନ୍ତି। ତାଙ୍କ ପ୍ରାଣପ୍ରିୟା ତଥା ପତ୍ନୀ ଶତପଥୀ ମାଡାମ୍ କଳାକାର କି ହିରୋଇନ୍ ନୁହଁନ୍ତି। ସେ ଜଣେ ଏମ୍ବିଏ ଷ୍ଟୁଡେଣ୍ଟ। ଘରୋଇ ଝିଅ। ତେବେ କଥା ହେଲା, ବାବୁସାନ୍ ତୃପ୍ତିଙ୍କ ପ୍ରେମରେ ପଡ଼ିଲେ କେମିତି।

ବାବୁସାନ୍ ସ୍କୁଲ ପଢ଼ିଲା ବେଳେ ଥିଲେ ଖୁବ୍ ଦୁଷ୍ଟ। ସେ ପଢୁଥିଲେ ଭୁବନେଶ୍ୱରସ୍ଥିତ ୟୁନିଟ୍-୮ ଡିଏଭି ସ୍କୁଲରେ। ତେବେ କଥା କଥାରେ ହୁମୁହୁମୁ ହେବା ତାଙ୍କର ଚରିତ୍ର ଥିଲା। ଏ କଥା ସେ ନିଜେ କହିଛନ୍ତି ତରଙ୍ଗ ଫେସବୁକ୍ ଲାଇଭରେ। ତେବେ ତାଙ୍କର ଏହି ଗଣ୍ଡଗୋଳଟା ଫେୟାରବେଲ୍ ଫଙ୍କସନରେ ଟିକେ ବେଶୀ ହୋଇଗଲା। ସେ ରାଗିକି କାଳେ ପାଞ୍ଚ ଛଅଟି କ୍ୟାମେରା ଭାଙ୍ଗିଦେଲେ। ସ୍ଥିତି ଏତେ ବିଗିଡ଼ି ଗଲାଯେ, ପ୍ରିନ୍ସିପାଲ୍ ମ୍ୟାଡାମ୍ ତାଙ୍କୁ ବାଧ୍ୟ ହୋଇ ଦଣ୍ଡ ଦେଲେ। ଦଣ୍ଡ ତ ଦଣ୍ଡ, ଷ୍ଟେଜ୍ ଉପରେ ସମସ୍ତଙ୍କ ଆଗରେ ଆଣ୍ଠେଇ ଦେଲେ। ଭାବନ୍ତୁ କି ପରିସ୍ଥିତି। ସେତେବେଳେ ବାବୁସାନଙ୍କୁ ବା କିଏ ଅନେଇବ। ଦଣ୍ଡ ପାଉଥିବା ବାଳୁଙ୍ଗ। ଛାତ୍ରଟି ପ୍ରତି ବା କାହିଁକି କାହାର ସମବେଦନା ରହିବ। କିଏ କିଏ ମ୍ୟାଡାମଙ୍କ ଡରରେ ପାଖକୁ ଆସିଲେନି। କିଏ କିଏ ଜାଣି ଜାଣି ଅନେଇଲେ ମଧ୍ୟ ନାହିଁ। କିନ୍ତୁ ସେଇ ସମୟରେ ତାଙ୍କ ଝିଅ ସାଙ୍ଗଟିଏ ଖୁବ୍ ସମବେଦନା ଦେଖାଇଥିଲେ ତାଙ୍କୁ। ପାଖକୁ ଆସିଥିଲେ ଓ ପିଠି ଥାପୁଡେ଼ଇ ବିରକ୍ତ ଓ ବ୍ୟସ୍ତ ନହେବାକୁ କହିଥିଲେ। ସେଦିନର ସେ ଝିଅଟି ଆଉ କେହି ନୁହେଁ। ସେ ହେଲେ ତାଙ୍କ ପ୍ରାଣପ୍ରିୟା ତୃପ୍ତି। ସେହି ଘଟଣା ପରେ ହିଁ ବାବୁସାନଙ୍କର ତୃପ୍ତିଙ୍କ ପ୍ରତି ଦୁର୍ବଳତା ବୃଦ୍ଧି ପାଇଥିଲା। ସେହି ଦୁର୍ବଳତା ପରେ ବନ୍ଧୁତ୍ବ ଓ ପରେ ପ୍ରେମରେ ପରିଣତ ହୋଇଥିଲା।

The post ଜାଣିଛନ୍ତି କେମିତି ଆରମ୍ଭ ହୋଇଥିଲା ବାବୁସାନଙ୍କ ରିଅଲ ଲାଇଫ୍ ଲଭ୍ ଷ୍ଟୋରି ? appeared first on Odisha Reporter.

]]>
https://odishareporter.in/entertainment/babusan-real-life-love-story-169468/feed 0 2017-10-03 14:11:26 https://odishareporter.in/wp-content/uploads/2017/10/babushan-wife-1.jpg
ଜାତୀୟ ସ୍ତରରେ ପୁରସ୍କୃତ ହେଲେ କବି ଓ ସଂଗଠକ ଡକ୍ଟର ମିହିର ସାହୁ https://odishareporter.in/odisha/felicitated-mihir-sahoo-166678 https://odishareporter.in/odisha/felicitated-mihir-sahoo-166678#respond Fri, 22 Sep 2017 15:14:53 +0000 http://odishareporter.in/?p=166678

ଓଡ଼ିଶାର ଜଣାଶୁଣା ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ବରିଷ୍ଠ ପୋଗ୍ରାମ୍ ଅଫିସର ଡକ୍ଟର ମିହିର ସାହୁଙ୍କୁ ଜାତୀୟ ସ୍ତରରେ ସମ୍ମାନୀତ କରାଯାଇଛି। ଆସାମର ବିଶିଷ୍ଟ ସଙ୍ଗୀତଜ୍ଞ ଡକ୍ଟର ଭୂପେନ ହଜାରିକାଙ୍କ ୯୧ତମ ଜନ୍ମ ଉତ୍ସବରେ ଡକ୍ଟର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସ୍ମୃତିଫଳକ ପ୍ରଦାନ କରାଯାଇଛି । କୋଲକାତାଠାରେ ଚଳିତ ମାସ ୮ ଓ ୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ୯୧ତମ ଡକ୍ଟର ହଜାରିକାଙ୍କ ଜନ୍ମ ମହୋତ୍ସବ। ସାହିତ୍ୟ ଓ ସାହିତ୍ୟ ସଙ୍ଗଠନକୁ […]

The post ଜାତୀୟ ସ୍ତରରେ ପୁରସ୍କୃତ ହେଲେ କବି ଓ ସଂଗଠକ ଡକ୍ଟର ମିହିର ସାହୁ appeared first on Odisha Reporter.

]]>

ଓଡ଼ିଶାର ଜଣାଶୁଣା ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ବରିଷ୍ଠ ପୋଗ୍ରାମ୍ ଅଫିସର ଡକ୍ଟର ମିହିର ସାହୁଙ୍କୁ ଜାତୀୟ ସ୍ତରରେ ସମ୍ମାନୀତ କରାଯାଇଛି। ଆସାମର ବିଶିଷ୍ଟ ସଙ୍ଗୀତଜ୍ଞ ଡକ୍ଟର ଭୂପେନ ହଜାରିକାଙ୍କ ୯୧ତମ ଜନ୍ମ ଉତ୍ସବରେ ଡକ୍ଟର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସ୍ମୃତିଫଳକ ପ୍ରଦାନ କରାଯାଇଛି । କୋଲକାତାଠାରେ ଚଳିତ ମାସ ୮ ଓ ୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ୯୧ତମ ଡକ୍ଟର ହଜାରିକାଙ୍କ ଜନ୍ମ ମହୋତ୍ସବ। ସାହିତ୍ୟ ଓ ସାହିତ୍ୟ ସଙ୍ଗଠନକୁ ଦୀର୍ଘ ବର୍ଷର ଅବଦାନ ପାଇଁ ଏଠାରେ ଡକ୍ଟର ମିହିର ସାହୁଙ୍କୁ ପୁରସ୍କୃତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସାହିତ୍ୟ ଏକାଡେମୀର ଓଡ଼ିଆ ଅଧିକାରୀ ଡକ୍ଟର ମିହିର କୁମାର ସାହୁ, ଯିଏକି ଏକାଧାରରେ ଜଣେ ଲେଖକ, ସଙ୍ଗଠକ, ସଞ୍ଚାଳକ ଓ ବୃତ୍ତି ସୂତ୍ରରେ କୋଲକାତାରେ ରହୁଥିଲେ ସୁଦ୍ଧା ଜନ୍ମସ୍ଥାନ ଖୋର୍ଦ୍ଧା ଗୁରୁଜଙ୍ଗା ସହ ଓତଃପ୍ରୋତ ଭାବେ ଜଡ଼ିତ। ଓଡ଼ିଆ କବି, ସାହିତ୍ୟିକଙ୍କ ଜୀବନାଦର୍ଶ ପ୍ରତି ସେ ଛାତ୍ରାବସ୍ଥାରୁ ଆକର୍ଷିତ ହୋଇଥିବା ବେଳେ କବି ଗୁରୁ ରବୀନ୍ଦ୍ର ନାଥଙ୍କ ସାଧନା ଓ ସୃଷ୍ଟି ପ୍ରତି ବହୁଳ ଭାବେ ଅନୁପ୍ରାଣିତ ହୋଇଛନ୍ତି । ବିଶ୍ୱଭାରତୀ ଶାନ୍ତିନିକେତନ ତାଙ୍କ ଜୀବନର ଲକ୍ଷ୍ୟ ପଥକକୁ ଆହୁରି ପ୍ରସାରିତ କରିଛି ବୋଲି ଡକ୍ଟର ମିହିର ସାହୁ କୁହନ୍ତି। ବିଶ୍ୱଭାରତୀରେ ପିଏଚଡି କରିବା ସହ ପୋଷ୍ଟ ଡକ୍ଟରାଲ ରିସର୍ଚ ମଧ୍ୟ ସେ କରିଛନ୍ତି। ପରେ ଅଧ୍ୟାପନା ଓ ସାମ୍ବାଦିକତା ଭଳି କେତକେ ବୃତ୍ତିରେ  ରହିବା ସହିତ ୨୦୦୦ ମସିହାରୁ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରୋଗ୍ରାମିଂ ଅଫିସର ଭାବେ କାର୍ଯ୍ୟରତ। ଏହାସହିତ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ କର୍ମକାଣ୍ଡରେ ସେ ଦୃଷ୍ଟାନ୍ତ ସୃଷ୍ଟିକାରୀ ଭୂମିକା ପାଳନ କରିଛନ୍ତି। ତାଙ୍କ ସହ ଏକ ସଂକ୍ଷିପ୍ତ ସାକ୍ଷାତକାର।

ପ୍ରଶ୍ନ: ଓଡ଼ିଆ ଭାବେ ଓଡ଼ିଆ ସାହିତ୍ୟ ପାଇଁ ଆପଣଙ୍କର ଅବଦାନ କଣ ?

ଡକ୍ଟର ସାହୁ: ମୁଁ ସାହିତ୍ୟ ଏକାଡେମୀର ଅଧିକାରୀ ଭାବେ କାର୍ଯ୍ୟ କରୁଛି। ଜଣେ ଓଡ଼ିଆ ଭାବେ ସବୁବେଳେ ଓଡ଼ିଆ ସାହିତ୍ୟକୁ ପ୍ରାଧାନ୍ୟ ଦେଇଛି। ସାହିତ୍ୟ ଏକାଡେମୀର ଯେଉଁ ୨୪ଟି ଭାଷାର ପରାମର୍ଶଦାତା କମିଟି ରହିଛି ସେଥିରେ ଓଡ଼ିଆ ଭାଷା ବି ରହିଛି। ତେଣୁ ଓଡ଼ିଆ ଭାଷା ପାଇଁ ଯେଉଁ ପରାମର୍ଶ ଦିଆଯାଏ ତାହା କାର୍ଯ୍ୟକାରୀ କରାଯାଇଥାଏ। ମୁଁ ସାହିତ୍ୟ ଏକାଡେମୀର ଯୋଗ ଦେବା ପରେ ଓଡ଼ିଆ ପୁସ୍ତକ ପ୍ରକାଶନରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି।

ପ୍ରଶ୍ନ: ଯୁବ ସାହିତ୍ୟିକଙ୍କ ରଚନାକୁ ନେଇ ଆପଣଙ୍କର ମତ କ’ଣ ?

ଡକ୍ଟର ସାହୁ: କେତେକ ଯୁବ ସାହିତ୍ୟିକ ରକ୍ଷଣଶୀଳ ଓ ଜୀବନଧର୍ମୀ ସାହିତ୍ୟ ସୃଷ୍ଟି କରୁଛନ୍ତି।  କିନ୍ତୁ ଏଥିରେ କିଛି ବ୍ୟତିକ୍ରମ ମଧ୍ୟ ଦେଖାଯାଉଛି। ଆଉ ଟିକେ ଅନୁପ୍ରେରଣା ପାଇଲେ ଆହୁରି ଭଲ ଯୁବ ସାହିତ୍ୟିକ ସୃଷ୍ଟି ହୋଇ ପାରିବେ।

ପ୍ରଶ୍ନ: ଓଡ଼ିଆ ସାହିତ୍ୟ ଓ ଅନ୍ୟ ଭାଷା ସାହିତ୍ୟ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖୁଛନ୍ତି ?

ଡକ୍ଟର ସାହୁ: ଓଡ଼ିଆ ଓ ଭାଷା ଓ ସାହିତ୍ୟରେ ସାମ୍ପ୍ରତିକ ନିଚ୍ଛକ ଘଟଣା ରହିଛି। ଏଥିପାଇଁ ଦେଶରେ ଓଡ଼ିଆ ସାହିତ୍ୟର ଅନେକ ଗୁରୁତ୍ୱ ବି ରହିଛି। ଓଡ଼ିଆ କବିମାନେ ନିଜ ଅଞ୍ଚଳରେ ଘଟୁଥିବା ସମସ୍ତ ଛୋଟବଡ଼ ଘଟଣାକୁ ଆଖି ଆଗରେ ରଖି ସାହିତ୍ୟ ସୃଷ୍ଟି କରୁଛନ୍ତି। ଓଡ଼ିଆ ସାହିତ୍ୟରେ ନିଜ ମାଟିର ଗନ୍ଧ ରହୁଛି। ଖାଲି ଯେ ନିଜ ଅଞ୍ଚଳ କଥା ସାହିତ୍ୟରେ ସ୍ଥାନ ପାଉଛି ତାହା ନୁହଁ, ଦେଶ ବିଦେଶର ଘଟଣା ମଧ୍ୟ ଓଡ଼ିଆ ସାହିତ୍ୟରେ ସୁନ୍ଦର ଭାବେ ପ୍ରତିଫଳିତ ହେଉଛି।

ପ୍ରଶ୍ନ: ସାହିତ୍ୟ ଓ ସମାଜର କଣ ସମ୍ପର୍କ କିଛି ରହିବା ଜରୁରି କି ?

ଡକ୍ଟର ସାହୁ: ସାହିତ୍ୟ ଓ ସମାଜ ଦୁଇଟା ଯାକ ପରିପୂରକ। ସମାଜର ପ୍ରତିଛବି ସାହିତ୍ୟରେ ହିଁ ପ୍ରତିଫଳିତ ହୋଇଥାଏ। ତେଣୁ ସାହିତ୍ୟ ସମାଜ ପାଇଁ ଏକ ଦର୍ପଣ ସଦୃଶ୍ୟ । ମାନବୀୟ ମୂଲ୍ୟବୋଧକୁ ସାହିତ୍ୟରେ ଉଦ୍ଜୀବିତ କରିପାରିଲେ ସମାଜ ପାଇଁ ଏହା ଏକ ମାର୍ଗ ଦର୍ଶକ ହେବ।

The post ଜାତୀୟ ସ୍ତରରେ ପୁରସ୍କୃତ ହେଲେ କବି ଓ ସଂଗଠକ ଡକ୍ଟର ମିହିର ସାହୁ appeared first on Odisha Reporter.

]]>
https://odishareporter.in/odisha/felicitated-mihir-sahoo-166678/feed 0 2017-09-22 20:47:39 https://odishareporter.in/wp-content/uploads/2017/09/mihiiirooa.jpg
ଓଡ଼ିଆ ପରମ୍ପରାକୁ ନେଇ ମୁଁ ପ୍ରତି ମୁହୂର୍ତ୍ତରେ ଗର୍ବ କରେ: ନିକିତା ଗନ୍ତାୟତ https://odishareporter.in/or-special/odia-girl-nikita-gantayat-get-beauty-award-in-america-163448 https://odishareporter.in/or-special/odia-girl-nikita-gantayat-get-beauty-award-in-america-163448#respond Mon, 11 Sep 2017 13:51:08 +0000 http://odishareporter.in/?p=163448

ରାଗ ମଡେଲସ୍ ଆଣ୍ଡ୍ ଟ୍ୟାଲେଣ୍ଟ୍ ଏଜେନ୍ସି ପକ୍ଷରୁ କାନାଡାର ଟରୋଣ୍ଟୋ ସହରରେ ନିକଟରେ ଆୟୋଜିତ  “ମିସ୍ ସାଉଥ୍ ଏସିଆ କାନାଡା ୨୦୧୭’’ ପ୍ରତିଯୋଗିତାରେ ଓଡିଆ ଝିଅ ନିକିତା ଗନ୍ତାୟତ ବିଜୟୀ ହୋଇଛନ୍ତି। ସୌନ୍ଦର୍ଯ୍ୟ ଓ ବୁଦ୍ଧିମତ୍ତାର ଶ୍ରେଷ୍ଠ ପ୍ରଦର୍ଶନ କରି ନିକିତା ଏହା ସହିତ “ମିସ୍ ବଲିଉଡ୍ ଡିଭା’’ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ଅକ୍ଟୋବର ୨୧, ୧୯୯୪ରେ ଭାରତରେ ଜନ୍ମ ହୋଇଥିବା ନିଜର ସେ ପରିବାର ସହ ୨୦୦୨ରେ ଟରୋଣ୍ଟୋ ଚାଲିଆସିଲେ । ସେ […]

The post ଓଡ଼ିଆ ପରମ୍ପରାକୁ ନେଇ ମୁଁ ପ୍ରତି ମୁହୂର୍ତ୍ତରେ ଗର୍ବ କରେ: ନିକିତା ଗନ୍ତାୟତ appeared first on Odisha Reporter.

]]>
ସତ୍ୟ ପଟ୍ଟନାୟକ

ରାଗ ମଡେଲସ୍ ଆଣ୍ଡ୍ ଟ୍ୟାଲେଣ୍ଟ୍ ଏଜେନ୍ସି ପକ୍ଷରୁ କାନାଡାର ଟରୋଣ୍ଟୋ ସହରରେ ନିକଟରେ ଆୟୋଜିତ  “ମିସ୍ ସାଉଥ୍ ଏସିଆ କାନାଡା ୨୦୧୭’’ ପ୍ରତିଯୋଗିତାରେ ଓଡିଆ ଝିଅ ନିକିତା ଗନ୍ତାୟତ ବିଜୟୀ ହୋଇଛନ୍ତି। ସୌନ୍ଦର୍ଯ୍ୟ ଓ ବୁଦ୍ଧିମତ୍ତାର ଶ୍ରେଷ୍ଠ ପ୍ରଦର୍ଶନ କରି ନିକିତା ଏହା ସହିତ “ମିସ୍ ବଲିଉଡ୍ ଡିଭା’’ ଟାଇଟଲ ମଧ୍ୟ ହାସଲ କରିଛନ୍ତି । ଅକ୍ଟୋବର ୨୧, ୧୯୯୪ରେ ଭାରତରେ ଜନ୍ମ ହୋଇଥିବା ନିଜର ସେ ପରିବାର ସହ ୨୦୦୨ରେ ଟରୋଣ୍ଟୋ ଚାଲିଆସିଲେ । ସେ ଏବର୍ଷ ୟୁନିଭର୍ସିଟି ଅଫ୍ ୱାଟରଲୁରୁ ମ୍ୟାନେଜମେଣ୍ଟ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ବଡଭଉଣୀ ଅର୍ପିତା ଜଣେ ଡାକ୍ତର । ତାଙ୍କର ବାପା ଶୁଭେନ୍ଦୁ ଗନ୍ତାୟତ ଓଡିଶାରେ ପାରଳାଖେମୁଣ୍ଡି ଅଞ୍ଚଳର ଓ ମା ନନ୍ଦିତା ଯାଜପୁର ଅଞ୍ଚଳର । ଏହି ପ୍ରତିଯୋଗିତା ସମ୍ପର୍କରେ ନିକିତାଙ୍କ ନିଜସ୍ୱ ଅଭିଜ୍ଞତା, ଭବିଷ୍ୟତ ଯୋଜନା ତଥା ଜଣେ ଦ୍ୱିତୀୟ ପିଢି ଇମିଗ୍ରାଣ୍ଟ ଓଡିଆ ଭାବରେ ଓଡିଶା ପ୍ରତି ତାଙ୍କର ବିଚାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଛନ୍ତି ଲେଖକ ସତ୍ୟ ପଟ୍ଟନାୟକ

ପ୍ରଶ୍ନ: ମିସ୍ ଦକ୍ଷିଣ ଏସିଆ କାନାଡା ୨୦୧୭ ପ୍ରତିଯୋଗିତାରେ ବିଜୟୀ ହୋଇଥିବାରୁ ଅସଂଖ୍ୟ ଓଡିଶାବାସୀଙ୍କ ତରଫରୁ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ । ଫଳାଫଳ ଘୋଷଣା ହେବା ମାତ୍ରକେ ଆପଣଙ୍କର ଆସନ୍ନ ପ୍ରତିକ୍ରିୟା କଣ ଥିଲା?

ଉତ୍ତର: ଆପଣଙ୍କର ଶୁଭେଚ୍ଛା ଓ ପ୍ରୋତ୍ସାହନ ପାଇଁ ଧନ୍ୟବାଦ – ଏହା ମୋ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ। ଯେତେବେଳେ ଫଳାଫଳ ଘୋଷଣା କରାଗଲା, ସେଇ ମୁହୂର୍ତ୍ତ ମୋ ପାଇଁ ଖୁବ୍ ସ୍ୱପ୍ନିଳ ଏବଂ ଆବେଗାତ୍ମକ ଥିଲା । ମୋ ଭିତରେ ଆବେଗର ରୋଲରକୋଷ୍ଟର ଦୌଡିଲା ଭଳି ଲାଗୁଥିଲା। ଏଭଳି ଏକ ଗୌରବପୂର୍ଣ୍ଣ ଟାଇଟେଲ୍ ଜିତି ନିଜକୁ ମୁଁ ଭାଗ୍ୟଶାଳୀ ଅନୁଭବ କଲି, ମୂଳରୁ ଯାହା ଚାହୁଁଥିଲି ତାକୁ ପାଇବାର ଖୁସିରେ ଉଲ୍ଲସିତ ଥିଲି । ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁପ୍ରାଣିତ କରିଥିବା ପାଇଁ ମୁଁ  ମୋର ପରିବାର ପ୍ରତି କୃତଜ୍ଞ ।

ପ୍ରଶ୍ନ: ଏହି ପ୍ରତିଯୋଗିତା ଆପଣଙ୍କ ପାଇଁ କେତେ ଅର୍ଥପୂର୍ଣ୍ଣ ଥିଲା ଓ ଏଥି ପାଇଁ କିପରି ଭାବରେ ପ୍ରସ୍ତୁତି କରୁଥିଲେ?

ଉତ୍ତର: ମୁଁ ପିଲାଟି ଦିନରୁ ଏକ ସୁନ୍ଦରୀ ପ୍ରତିଯୋଗିତା ଜିତିବାର ସ୍ୱପ୍ନ ଦେଖିଥିଲି । ମୁଁ ଯେତେବେଳେ ବଡ ହେଲି ଏବଂ ଏ ବିଷୟରେ ଅଧିକା ଜାଣିଲି, ଏହା ମାଧ୍ୟମରେ ମୁଁ ମହତ୍ତ୍ୱପୂର୍ଣ୍ଣ ସାମାଜିକ ବିଷୟକୁ ନେଇ ବିଶ୍ୱ ସ୍ତରରେ ଲୋକମାନଙ୍କ ନିକଟରେ ମୋ ସ୍ୱରକୁ ପହଁଚେଇବାର ସମ୍ଭାବନା ମୋତେ ଅନୁପ୍ରାଣିତ କଲା ।  ଏ ପ୍ରତିଯୋଗିତା ପାଇଁ ମୋର ପ୍ରସ୍ତୁତି ଆଜୀବନ । ମୋର ଲାଳନ ପାଳନ, ଶିକ୍ଷା, ନୃତ୍ୟ ସଂଗୀତ ଅଭିନୟ ଗାୟନ ତଥା ମଡେଲିଙ୍ଗ କରିବାର ଉତ୍କଣ୍ଠା ଏବଂ ମୋର ସମଗ୍ର ବ୍ୟକ୍ତିତ୍ୱ ମୋତେ ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ପ୍ରସ୍ତୁତ କରାଇଛି ।

ପ୍ରଶ୍ନ: ବିଚାରକମଣ୍ଡଳୀ ଦ୍ୱାରା ଆପଣ ନିଜକୁ କେମିତି ଜୋଡି ପାରିଲେ? ପ୍ରତିଯୋଗିତାର କୌଣସି ସମୟରେ ଆପଣଙ୍କୁ ଲାଗିଛି ଏ ପ୍ରତିଯୋଗିତା ଆପଣ ଜିତିବେ ବୋଲି?

ଉତ୍ତର: ମୋର ଅନ୍ତଃପ୍ରକାଶ, ଅକୃତିମତା, ବିନୟ ଏବଂ ଆତ୍ମବିଶ୍ୱାସ ମୋତେ ଏହି ପ୍ରତିଯୋଗିତାରେ ବିଜୟୀ ହେବାକୁ ଦେଇଛି ବୋଲି ମୋର ଆଶା । ପ୍ରତିଯୋଗିତା ପୂର୍ବରୁ ଗୋଟିଏ ସାତଦିନିଆ କାର୍ଯ୍ୟଶାଳାରେ ପ୍ରତ୍ୟେକ ସହଭାଗୀକୁ ତାର ନୃତ୍ୟ, କାଟ୍‌ୱାକ୍, ବ୍ୟକ୍ତିତ୍ୱ ଇତ୍ୟାଦି ବିଷୟରେ ନିର୍ଣ୍ଣୟ କରାଯାଉଥିଲା ଯେଉଁଠୁ ମୋର ସହଭାଗୀ ମାନଙ୍କ ନିକଟରୁ ମୋ ବିଷୟରେ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିଲା । ଏହା ବ୍ୟତୀତ, ପ୍ରଶ୍ନୋତ୍ତର ସମୟରେ ମୋର ଉତ୍ତରରେ ଦର୍ଶକମାନଙ୍କ ଉଚ୍ଚ କୋଳାହଳ ଓ କରତାଳିରୁ ମୋର ଜିତିବାର ବିଶ୍ୱାସ ଦୃଢୀଭୂତ ହେଲାପରି ଲାଗୁଥିଲା ।

ପ୍ରଶ୍ନ: ଆପଣ ବିଭିନ୍ନ ଯାଗାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି । ଆପଣଙ୍କ ଭିତରେ କେମିତି ଓ କେବେ ଏ ଇଛା ଜାଗୃତ ହେଲା?

ଉତ୍ତର: ପିଲା ଦିନରୁ ହିଁ ପ୍ରଦର୍ଶନ କଳା ପ୍ରତି ମୋର ଗଭୀର ଆଗ୍ରହ । ମୋ ମାଆଙ୍କ ପ୍ରୋତ୍ସାହନ ତଥା ସମର୍ଥନରେ ମୁଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଛି ଏବଂ ପୁରସ୍କାର ଓ ଲୋକପ୍ରିୟତା ହାସଲ କରିଛି । ନିକଟ ଅତୀତରେ କାନାଡା ଓଡିଆ ସୋସାଇଟି, ଆମେରିକା ଓଡିଆ ସୋସାଇଟି ଏବଂ ପାନୋରାମା ଇଣ୍ଡିଆର ଅନେକ ପ୍ରୋଗ୍ରାମରେ ପ୍ରଦର୍ଶନ କରିଛି ।

ପ୍ରଶ୍ନ: ଆପଣ ଜଣେ ଇଞ୍ଜିନିୟରିଂ ଛାତ୍ରୀ । ତା ସାଙ୍ଗକୁ ଏ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମର ଚାପ । ସମୟକୁ କେମିତି ଠିକ ଭାବେ ବିନିଯୋଗ କରନ୍ତି?

ଉତ୍ତର: ପାଠ୍ୟକ୍ରମ ତଥା ପାଠ୍ୟୋତ୍ତର (ଏକ୍ସଟ୍ରାକରିକୁଲାର)କୁ ସୂଚାରୁ ରୂପେ ସମୟ ଦେବାର ଶୈଳୀକୁ ମୁଁ ସମୟ କ୍ରମେ ଶିଖି ପାରିଛି । ପ୍ରାଥମିକତାର ଉପଯୋଗ, ସୁଅବସରର ବ୍ୟବହାର ତଥା ପ୍ରତିବଦ୍ଧତାର ସନ୍ତୁଳନ ମୋତେ ମୋର କାମକୁ ଠିକ ଭାବରେ ସମ୍ପାଦନ କରିବାକୁ ଦେଇଛି।

ପ୍ରଶ୍ନ: ଆପଣଙ୍କର ଏହାକୁ ନେଇ ଆଉ କିଛି ଭବିଷ୍ୟତ ଯୋଜନା ଅଛି? ଆଉ କୌଣସି ସୁନ୍ଦରୀ ପ୍ରତିଯୋଗିତାରେ ଯୋଗ ଦେବାପାଇଁ ଭାବୁଛନ୍ତି?

ଉତ୍ତର: ସମ୍ପ୍ରତି ମୁଁ ମଡେଲିଙ୍ଗ୍ ଓ ଅଭିନୟ ଶିଖୁଛି ଏବଂ କିଛି ସଙ୍ଗୀତ ଭିଡିଓରେ ଅଭିନୟ ମଧ୍ୟ କରିଛି । ମୁଁ ଏହି ସବୁକୁ ଜାରୀ ରଖିବି ଓ ଭବିଷ୍ୟତରେ ପ୍ରତିଯୋଗିତା ମାନଙ୍କରେ ମଧ୍ୟ ଭାଗ ନେବି।

ପ୍ରଶ୍ନ: ଜଣେ ଦ୍ୱିତୀୟ ପିଢି ଓଡିଆ ଭାବରେ କାନାଡିଆନ୍‌ ଜୀବନ ଯାପନ ପାଇଁ କିଛି ଅସୁବିଧା ହୋଇଛି? ଗୋଟିଏ ସମୟରେ ଦୁଇଟି ସଂସ୍କୃତିସହ ଜୋଡି ରହିବାର ଚାପ ଅନୁଭବ କରିଛନ୍ତି?

ଉତ୍ତର: ଯଦିଓ ମୋର ପିତା ମାତା ଓଡିଶାରେ ଜନ୍ମ ଓ ବଡ ହୋଇଛନ୍ତି, କିନ୍ତୁ ତାଙ୍କ ଜୀବନର ମୂଖ୍ୟ ସମୟ ପୃଥିବୀର ବିଭିନ୍ନ ପ୍ରାନ୍ତରେ କଟିଛି । ସେଥିପାଇଁ ସେମାନେ ମୋ ମନ ଭିତରେ ଉଭୟ ଓଡିଆ ତଥା ପାଶ୍ଚାତ୍ୟ ସଂସ୍କୃତିର ମୂଲ୍ୟବୋଧକୁ ଉଚିତ ଭାବରେ ଦର୍ଶେଇ ପାରିଛନ୍ତି । ଏହା ମୋତେ କାନାଡାର ବହୁ ସଂସ୍କୃତି ପରିବେଶରେ ସଂପୂର୍ଣ୍ଣଭାବେ ସଙ୍ଘଟିତ ହେବାପାଇଁ ସାହାଯ୍ୟ କରିଛି ।

ପ୍ରଶ୍ନ: ଆପଣ କେବେ ଓଡିଶାର ସାମ୍ପ୍ରତିକ ସାମାଜିକ ଚିତ୍ର ସହ ନିଜକୁ ଜୋଡିବାକୁ ଚେଷ୍ଟା କରିଛନ୍ତି?

ଉତ୍ତର: ହଁ । ମୁଁ ଓଡିଶା ନିୟମିତ ଭାବେ ଯାଏ ଏବଂ ମୋ ରାଜ୍ୟର ସାମାଜିକ ଚିତ୍ରକୁ ଠିକ ଭାବରେ ବୁଝିବାକୁ ଚେଷ୍ଟା କରେ ।

ପ୍ରଶ୍ନ: ଆପଣ କଣ ଭାବୁଛନ୍ତି ବର୍ତ୍ତମାନର ନାରୀ ପୂର୍ବ ସମୟର ନାରୀ (ଆପଣଙ୍କର ଜେଜେମା, ଗୋସେଁଇ ମା)ଙ୍କ ଠାରୁ ଭିନ୍ନ? ନାରୀ ସଶକ୍ତୀକରଣ କେମିତି ସମ୍ଭବ ହେବ ବୋଲି ଆପଣ ଭାବନ୍ତି?

ଉତ୍ତର: ପୂର୍ବ ସମୟର ନାରୀଙ୍କ ତୁଳନାରେ ବର୍ତ୍ତମାନର ନାରୀ ନିଶ୍ଚିତ ଭାବେ ସମାଜରେ ଉଚ୍ଚ ସ୍ଥାନକୁ ଆସିପାରିଛି ବୋଲି ମୋର ବିଶ୍ୱାସ । ବର୍ତ୍ତମାନର ନାରୀମାନେ ଯେଉଁ ସମାଜରେ ବଞ୍ଚିଛନ୍ତି ସେଠି ଅଧିକ ସମାନ-ଅଧିକାର ଏବଂ ଶିକ୍ଷା, ବୃତ୍ତି ଓ ମତ ରଖିବାର ଅଧିକାର ପୂର୍ବାପେକ୍ଷା ଉନ୍ନତ। ନାରୀ ଶିକ୍ଷାର ପ୍ରୋତ୍ସାହନ, ନାରୀ ଅଧିକାର ଓ ତାଙ୍କ ପାଇଁ ବିଭିନ୍ନ ସୁଯୋଗ ବିଷୟରେ ଜ୍ଞାନ ଦେବା ଦ୍ୱାରା ନାରୀ ସଶକ୍ତୀକରଣ ସମ୍ଭବ ହୋଇପାରିବ ।

ପ୍ରଶ୍ନ: ଏଇ ପୁରୁଷ ପ୍ରମୂଖ ସମାଜରେ କେମିତି ସମ୍ମାନର ସହିତ ଜୀବନ ଯାପନ କରିବାକୁ ହେବ, ଏ ବିଷୟରେ ଓଡିଶାର ନାରୀମାନଙ୍କୁ ଶିକ୍ଷା ଦେବାପାଇଁ ପ୍ରତିବର୍ଷ ଓଡିଶାରେ କିଛି ସମୟ ବିତେଇବାର କିଛି ଯୋଜନା କରିଛନ୍ତି?

ଉତ୍ତର: ହଁ, ଏ ବିଷୟରେ ମୋର ପ୍ରଚୁର ଆଗ୍ରହ ରହିଛି । ଓଡିଶାରେ ଏପରି କାର୍ଯ୍ୟ କରୁଥିବା ଏନ୍.ଜି.ଓ ମାନଙ୍କ ସହଯୋଗରେ ମୁଁ ଅଧିକରୁ ଅଧିକ ମହିଳାଙ୍କ ସହିତ ଯୋଗାଯୋଗ କରି ଏକ ଭଲ ସମାଜ ତିଆରି କରିବାରେ ସାହାଯ୍ୟ କରିବାକୁ ଚାହେଁ । ତା ବ୍ୟତୀତ, ଯେତେବେଳେ ମୋର କାର୍ଯ୍ୟ ପ୍ରତିବଦ୍ଧତା ମୋତେ ଅନୁମତି ଦେବ, ମୁଁ ଓଡିଶା ଆସି ଏହି ମହିଳାମାନଙ୍କୁ ଭେଟିବି।

ପ୍ରଶ୍ନ: ଭବିଷ୍ୟତରେ ଏଭଳି ପ୍ରତିଯୋଗିତାରେ ଭାଗ ନେବାକୁ ଇଛା କରୁଥିବା ତରୁଣୀ ମାନଙ୍କୁ କଣ କହିବେ?

ଉତ୍ତର: ଯେତେବି କଠିନ ହେଉନା କାହିଁକି, ମୁଁ ସେଇ ତରୁଣୀ ମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ଅନୁସରଣ କରିବାପାଇଁ କହିବି । ସୁନ୍ଦରୀ ପ୍ରତିଯୋଗିତା ଗୋଟିଏ ଗୋଟିଏ ମଞ୍ଚ ଯେଉଁଠି ଜଣେ ନିଜକୁ ବ୍ୟକ୍ତ କରିବା ନିମନ୍ତେ ସୁଯୋଗ ପାଏ, କିଛି କରିବାପାଇଁ ନିପୁଣତା ହାସଲ କରେ । କୁହାଯାଏ ଯେ ହଜାର ମାଇଲର ଯାତ୍ରା ଗୋଟିଏ ପାଦରୁ ଆରମ୍ଭ ହୁଏ ।

ପ୍ରଶ୍ନ: ଓଡିଶାବାସୀଙ୍କ ପାଇଁ କିଛି ବାର୍ତ୍ତା?

ଉତ୍ତର: ମୁଁ ଓଡିଶାରୁ ଆସିଛି ତଥା ଆମର ଓଡିଆ ପରମ୍ପରାକୁ ନେଇ ମୁଁ ପ୍ରତି ମୁହୂର୍ତ୍ତରେ ଗର୍ବ ଅନୁଭବ କରେ । ମୁଁ ଓଡିଶା ଓ ଏହାର ଅପୂର୍ବ ତଥା ଅସାଧାରଣ ସଙ୍ଗୀତ, ନୃତ୍ୟ, କଳା ଏବଂ ଖାଦ୍ୟର ପ୍ରସାର କରିବାପାଇଁ ବ୍ରାଣ୍ଡ୍ ଆମ୍ବାସଡର ଭାବେ କାର୍ଯ୍ୟ କରିବାକୁ ଚାହେଁ।

The post ଓଡ଼ିଆ ପରମ୍ପରାକୁ ନେଇ ମୁଁ ପ୍ରତି ମୁହୂର୍ତ୍ତରେ ଗର୍ବ କରେ: ନିକିତା ଗନ୍ତାୟତ appeared first on Odisha Reporter.

]]>
https://odishareporter.in/or-special/odia-girl-nikita-gantayat-get-beauty-award-in-america-163448/feed 0 2017-09-11 19:22:21 https://odishareporter.in/wp-content/uploads/2017/09/NIKITA-GANTAYAT-2.jpg
ଡାଇବେଟିସ୍ ପାଇଁ ଆତଙ୍କିତ କି? ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶେଷଜ୍ଞ https://odishareporter.in/life-style/how-to-control-diabetes-158465 https://odishareporter.in/life-style/how-to-control-diabetes-158465#respond Thu, 17 Aug 2017 15:32:11 +0000 http://odishareporter.in/?p=158465

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବର୍ତ୍ତିତ ଜୀବନଶୈଳୀ ମଣିଷ ପାଇଁ ଡାକି ଆଣୁଛି ଅନେକ ପ୍ରକାର ରୋଗ। କେତେବେଳେ ଉଚ୍ଚ ରକ୍ତଚାପ ତ କେତେବେଳେ ଡାଇବେଟିସ୍। ମସଲାଯୁକ୍ତ ଖାଦ୍ୟପଦାର୍ଥ, ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରିବା, ଉପଯୁକ୍ତ ବିଶ୍ରାମର ଅଭାବ, ଏ ସବୁ ପାଇଁ ମଣିଷର ଆୟୂଷ ବି କମିବାରେ ଲାଗିଛି। ତେବେ ଏହିସବୁ କାରଣରୁ ଯେଉଁ ରୋଗ ସବୁଠାରୁ ଅଧିକ ଲୋକଙ୍କୁ ହନ୍ତସନ୍ତ କରୁଛି, ତାହା ହେଲା ଡାଇବେଟିସ୍। ଏ ସଂପର୍କରେ ଅନେକ ତଥ୍ୟ ଆମେ ଜାଣନ୍ତି […]

The post ଡାଇବେଟିସ୍ ପାଇଁ ଆତଙ୍କିତ କି? ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶେଷଜ୍ଞ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବର୍ତ୍ତିତ ଜୀବନଶୈଳୀ ମଣିଷ ପାଇଁ ଡାକି ଆଣୁଛି ଅନେକ ପ୍ରକାର ରୋଗ। କେତେବେଳେ ଉଚ୍ଚ ରକ୍ତଚାପ ତ କେତେବେଳେ ଡାଇବେଟିସ୍। ମସଲାଯୁକ୍ତ ଖାଦ୍ୟପଦାର୍ଥ, ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରିବା, ଉପଯୁକ୍ତ ବିଶ୍ରାମର ଅଭାବ, ଏ ସବୁ ପାଇଁ ମଣିଷର ଆୟୂଷ ବି କମିବାରେ ଲାଗିଛି। ତେବେ ଏହିସବୁ କାରଣରୁ ଯେଉଁ ରୋଗ ସବୁଠାରୁ ଅଧିକ ଲୋକଙ୍କୁ ହନ୍ତସନ୍ତ କରୁଛି, ତାହା ହେଲା ଡାଇବେଟିସ୍। ଏ ସଂପର୍କରେ ଅନେକ ତଥ୍ୟ ଆମେ ଜାଣନ୍ତି ନାହିଁ। ଟିକିଏ ହୁସିଆର୍ ହେଲେ ଏହା ଆମ ନିୟନ୍ତ୍ରଣରେ ରହିପାରିବ। ବେଳେବେଳେ ଡାଇବେଟିସ୍ ସଂପର୍କରେ ଅନେକ ଭୁଲ୍ କଥା ବି ଲୋକଙ୍କ ଭିତରେ ବୁଲିଥାଏ। ଡାଇବେଟିସ୍ ସଂପର୍କରେ ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଡାକ୍ତର ଆନନ୍ଦ କାନୁନଗୋ। ଦେଖନ୍ତୁ ତାଙ୍କ ସହ ଆମର ବିଶେଷ ସାକ୍ଷାତକାର।

The post ଡାଇବେଟିସ୍ ପାଇଁ ଆତଙ୍କିତ କି? ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶେଷଜ୍ଞ appeared first on Odisha Reporter.

]]>
https://odishareporter.in/life-style/how-to-control-diabetes-158465/feed 0 2017-09-13 13:04:43 https://odishareporter.in/wp-content/uploads/2017/08/diabetes.jpg
ହୁସିଆର୍ ରୁହନ୍ତୁ: ସଂପୂର୍ଣ୍ଣ ଅଚଳ ହୋଇଯାଇ ପାରେ ଆପଣଙ୍କ ଶରୀର, ଜାଣନ୍ତୁ ମେରୁଦଣ୍ଡ ସଂପର୍କରେ କିଛି ଜରୁରି ତଥ୍ୟ https://odishareporter.in/or-special/spainal-problem-156957 https://odishareporter.in/or-special/spainal-problem-156957#respond Wed, 09 Aug 2017 13:58:41 +0000 http://odishareporter.in/?p=156957

ସ୍ପାଇନାଲ୍ କର୍ଡ ଇଞ୍ଜୁରି ବା ମେରୁଦଣ୍ଡ ଆଘାତ ଏକ ଗୁରୁତର ସମସ୍ୟା। ବିଭିନ୍ନ କାରଣରୁ ମେରୁଦଣ୍ଡ ଉପରେ ଆଘାତ ଆସିଲେ ଏହା ଆମ ସଂପୂର୍ଣ୍ଣ ଶରୀରର ଚଳନ ଶକ୍ତିକୁ ଦୁର୍ବଳ କରିଦିଏ। ଚାଲିବା, ବସିବା, କାଶିବା, ହସିବା ପ୍ରଭୃତି କାମ ପାଇଁ ଶରୀରକୁ କଷ୍ଟ ହୁଏ। ତେଣୁ ଆମେମାନେ ଏଥିପାଇଁ ବେଶୀ ଯତ୍ନବାନ ହେବା ଜରୁରୀ। କୌଣସି କଷ୍ଟ କାମ କରୁଥିବା ବେଳେ ବା ନିଜ ଶରୀରର ଦକ୍ଷତା ବାହାରେ କୌଣସି କାମ କଲାବେଳେ ଆଉଥରେ ଭାବନ୍ତୁ। […]

The post ହୁସିଆର୍ ରୁହନ୍ତୁ: ସଂପୂର୍ଣ୍ଣ ଅଚଳ ହୋଇଯାଇ ପାରେ ଆପଣଙ୍କ ଶରୀର, ଜାଣନ୍ତୁ ମେରୁଦଣ୍ଡ ସଂପର୍କରେ କିଛି ଜରୁରି ତଥ୍ୟ appeared first on Odisha Reporter.

]]>

ସ୍ପାଇନାଲ୍ କର୍ଡ ଇଞ୍ଜୁରି ବା ମେରୁଦଣ୍ଡ ଆଘାତ ଏକ ଗୁରୁତର ସମସ୍ୟା। ବିଭିନ୍ନ କାରଣରୁ ମେରୁଦଣ୍ଡ ଉପରେ ଆଘାତ ଆସିଲେ ଏହା ଆମ ସଂପୂର୍ଣ୍ଣ ଶରୀରର ଚଳନ ଶକ୍ତିକୁ ଦୁର୍ବଳ କରିଦିଏ। ଚାଲିବା, ବସିବା, କାଶିବା, ହସିବା ପ୍ରଭୃତି କାମ ପାଇଁ ଶରୀରକୁ କଷ୍ଟ ହୁଏ। ତେଣୁ ଆମେମାନେ ଏଥିପାଇଁ ବେଶୀ ଯତ୍ନବାନ ହେବା ଜରୁରୀ। କୌଣସି କଷ୍ଟ କାମ କରୁଥିବା ବେଳେ ବା ନିଜ ଶରୀରର ଦକ୍ଷତା ବାହାରେ କୌଣସି କାମ କଲାବେଳେ ଆଉଥରେ ଭାବନ୍ତୁ। କୌଣସି ଓଜନିଆ ବସ୍ତୁ ଟେକିଲା ବେଳେ ବି ଟିକେ ନିଜର ମେରୁଦଣ୍ଡ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ଆପଣ ନିଜକୁ ଏକ ବିପଦ ଭିତରକୁ ଠେଲି ଦେଲା ଭଳି କଥା ହେବ। ସେହିପରି ଦୁର୍ଘଟଣା ଯୋଗୁ ବି ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇପାରେ। ତଳ ପଡ଼ିଗଲେ ହୁଏତ କେତେବେଳେ କେମିତି ମେରୁଦଣ୍ଡ ମାଡ଼ ହୋଇଯାଇ ପାରେ। ଆସନ୍ତୁ ଶୁଣିବା ମେରୁଦଣ୍ଡ ଆଘାତ କେତେପ୍ରକାର ଓ ସଂପର୍କିତ ସଂପୂର୍ଣ୍ଣ ବିବରଣୀ। ଟିପ୍ସ ଦେଇଛନ୍ତି ଜଣାଶୁଣା ଡାକ୍ତର ସନାତନ ବେହେରା।

The post ହୁସିଆର୍ ରୁହନ୍ତୁ: ସଂପୂର୍ଣ୍ଣ ଅଚଳ ହୋଇଯାଇ ପାରେ ଆପଣଙ୍କ ଶରୀର, ଜାଣନ୍ତୁ ମେରୁଦଣ୍ଡ ସଂପର୍କରେ କିଛି ଜରୁରି ତଥ୍ୟ appeared first on Odisha Reporter.

]]>
https://odishareporter.in/or-special/spainal-problem-156957/feed 0 2017-08-09 19:29:41 https://odishareporter.in/wp-content/uploads/2017/08/vlcsnap-5965-09-01-06h13m10s690.jpg
ବ୍ରଣ, ଦାଗ ଓ ଭାତୁଡ଼ିକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହି ମହୌଷଧୀ ସଂପର୍କରେ https://odishareporter.in/life-style/doctor-tips-of-alovera-156507 https://odishareporter.in/life-style/doctor-tips-of-alovera-156507#respond Mon, 07 Aug 2017 11:41:58 +0000 http://odishareporter.in/?p=156507

ପ୍ରକୃତିରେ ଭରି ରହିଛି ମଣିଷ ଦେହରେ ଦେଖାଦେଉଥିବା ସବୁ ରୋଗର ଔଷଧ। ଆୟୁର୍ବେଦ ହିଁ ମହାନ ଭାରତୀୟ ପରଂପରାର ଆଧାର। ଆମ ଚାରିପାଖରେ ଥିବା ପ୍ରତି ବୃକ୍ଷଲତାରେ ରହିଛି ଔଷଧୀୟ ଗୁଣି। ସେଥିରୁ ଗୋଟିଏ ହେଲା ଘି-କୁଆଁରୀ ବା ଆଲୋଭେରା। ଏହାକୁ ପ୍ରାଣୀଜଗତ ପାଇଁ ଏକ ଅମୂଲ୍ୟ ଉପହାର ବୋଲି କୁହାଯାଏ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ମହିଳାମାନଙ୍କ ଗର୍ଭାଶୟ ଜନିତ […]

The post ବ୍ରଣ, ଦାଗ ଓ ଭାତୁଡ଼ିକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହି ମହୌଷଧୀ ସଂପର୍କରେ appeared first on Odisha Reporter.

]]>

ପ୍ରକୃତିରେ ଭରି ରହିଛି ମଣିଷ ଦେହରେ ଦେଖାଦେଉଥିବା ସବୁ ରୋଗର ଔଷଧ। ଆୟୁର୍ବେଦ ହିଁ ମହାନ ଭାରତୀୟ ପରଂପରାର ଆଧାର। ଆମ ଚାରିପାଖରେ ଥିବା ପ୍ରତି ବୃକ୍ଷଲତାରେ ରହିଛି ଔଷଧୀୟ ଗୁଣି। ସେଥିରୁ ଗୋଟିଏ ହେଲା ଘି-କୁଆଁରୀ ବା ଆଲୋଭେରା। ଏହାକୁ ପ୍ରାଣୀଜଗତ ପାଇଁ ଏକ ଅମୂଲ୍ୟ ଉପହାର ବୋଲି କୁହାଯାଏ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ମହିଳାମାନଙ୍କ ଗର୍ଭାଶୟ ଜନିତ ସମସ୍ୟାର ଏହା ଅବ୍ୟର୍ଥ ଔଷଧ। ସେହିପରି ଚର୍ମ ପାଇଁ ଏହା ମହୌଷଧୀ ପରି କାମ କରେ। ଏହା ମୁହଁର ବ୍ରଣ, ଦାଗ ଓ ଭାତୁଡ଼ି ଭଲ କରିଥାଏ। ଘି-କୁଆଁରୀ ବା ଆଲୋଭେରାକୁ କେମିତି ଆପଣ ନିଜ କାମରେ ଲଗେଇ ପାରିବେ, ଏହା ଔଷଧୀୟ ଗୁଣ ସଂପର୍କରେ କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ- ଡ. ବାସୁଦେବ ପ୍ରଧାନ।

The post ବ୍ରଣ, ଦାଗ ଓ ଭାତୁଡ଼ିକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହି ମହୌଷଧୀ ସଂପର୍କରେ appeared first on Odisha Reporter.

]]>
https://odishareporter.in/life-style/doctor-tips-of-alovera-156507/feed 0 2017-09-13 13:06:36 https://odishareporter.in/wp-content/uploads/2017/08/How-To-Make-Aloe-Vera-Juice-At-Home-1.jpg
ଚନ୍ଦ୍ର ଗ୍ରହଣ; ଓଡ଼ିଶାରେ ଦିଶିବ, ଖାଲି ଆଖିରେ ଦେଖିପାରିବେ https://odishareporter.in/top-story/moon-eclipse-tomorrow-know-when-will-it-be-seen-in-odisha-156177 https://odishareporter.in/top-story/moon-eclipse-tomorrow-know-when-will-it-be-seen-in-odisha-156177#respond Sun, 06 Aug 2017 03:46:24 +0000 http://odishareporter.in/?p=156177

ଭୁବନେଶ୍ୱର: ଆସନ୍ତାକାଲି ରାଖୀ ପୂର୍ଣ୍ଣିମା। କାଲି ମଧ୍ୟ ପଡ଼ୁଛି ଚନ୍ଦ୍ର ଗ୍ରହଣ। ହେଲେ ଏହା ହେଉଛି ଆଂଶିକ ଚନ୍ଦ୍ର ଗ୍ରହଣ। ପୃଥିବୀର ମାତ୍ର ୨୫ ପ୍ରତିଶତ ଛାୟା ଚନ୍ଦ୍ର ଉପରେ ପଡ଼ିବ। ଏହି ଚନ୍ଦ୍ର ଗ୍ରହଣ ଅଷ୍ଟ୍ରେଲିଆ, ଆମେରିକା, ଆଫ୍ରିକା, ଏସିଆ ଓ ଇଉରୋପରେ ଦୃଶ୍ୟମାନ ହେବ। ଆମେରିକାରେ ଏହା ଖୁବ୍ କମ୍ ସମୟ ପାଇଁ ଦୃଶ୍ୟମାନ ହେବ। ଭାରତ ଓ ଓଡ଼ିଶାରେ ମଧ୍ୟ ଏହା ଦୃଶ୍ୟମାନ ହେବ। ଓଡ଼ିଶାରେ ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖାଯିବ। […]

The post ଚନ୍ଦ୍ର ଗ୍ରହଣ; ଓଡ଼ିଶାରେ ଦିଶିବ, ଖାଲି ଆଖିରେ ଦେଖିପାରିବେ appeared first on Odisha Reporter.

]]>

ଭୁବନେଶ୍ୱର: ଆସନ୍ତାକାଲି ରାଖୀ ପୂର୍ଣ୍ଣିମା। କାଲି ମଧ୍ୟ ପଡ଼ୁଛି ଚନ୍ଦ୍ର ଗ୍ରହଣ। ହେଲେ ଏହା ହେଉଛି ଆଂଶିକ ଚନ୍ଦ୍ର ଗ୍ରହଣ। ପୃଥିବୀର ମାତ୍ର ୨୫ ପ୍ରତିଶତ ଛାୟା ଚନ୍ଦ୍ର ଉପରେ ପଡ଼ିବ। ଏହି ଚନ୍ଦ୍ର ଗ୍ରହଣ ଅଷ୍ଟ୍ରେଲିଆ, ଆମେରିକା, ଆଫ୍ରିକା, ଏସିଆ ଓ ଇଉରୋପରେ ଦୃଶ୍ୟମାନ ହେବ। ଆମେରିକାରେ ଏହା ଖୁବ୍ କମ୍ ସମୟ ପାଇଁ ଦୃଶ୍ୟମାନ ହେବ। ଭାରତ ଓ ଓଡ଼ିଶାରେ ମଧ୍ୟ ଏହା ଦୃଶ୍ୟମାନ ହେବ। ଓଡ଼ିଶାରେ ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖାଯିବ। ଲୋକମାନେ ଏହାକୁ ଖାଲି ଆଖିରେ ଦେଖିପାରିବେ, କିନ୍ତୁ ଆକାଶ ସଫା ଥିବା ଦରକାର। ଆକାଶରେ ମେଘ ଢାଙ୍କି ଥିଲେ ଏ ଚନ୍ଦ୍ର ଗ୍ରହଣ ଦେଖି ହେବ ନାହିଁ। ତେବେ ଏହି ଚନ୍ଦ୍ର ଗ୍ରହଣ ଆସନ୍ତାକାଲି କେତେ ବେଳେ ଆରମ୍ଭ ହେବ ଓ କେତେବେଳେ ଶେଷ ହେବ, ଓଡ଼ିଶାରେ ଆମେ କେତେବେଳେ ଏହାକୁ ଖାଲି ଆଖିରେ ଦେଖିପାରିବା ଓ କେତେ ସମୟ ପାଇଁ ଦେଖିପାରିବା- ସେ ନେଇ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ୍‌ର ଉପ-ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ‘ଓଡ଼ିଶା ରିପୋର୍ଟର’ର ପ୍ରତିନିଧି ସୁନୀଲ କୁମାର ଭୂୟାଁ। ଆସନ୍ତୁ ଶୁଣିବା ସେ କ’ଣ କହୁଛନ୍ତି।

The post ଚନ୍ଦ୍ର ଗ୍ରହଣ; ଓଡ଼ିଶାରେ ଦିଶିବ, ଖାଲି ଆଖିରେ ଦେଖିପାରିବେ appeared first on Odisha Reporter.

]]>
https://odishareporter.in/top-story/moon-eclipse-tomorrow-know-when-will-it-be-seen-in-odisha-156177/feed 0 2017-08-07 13:11:13 https://odishareporter.in/wp-content/uploads/2017/08/g_eclipse.jpeg
ଆଣ୍ଠୁଗଣ୍ଠି ଦରଜ ବା ଆର୍ଥରାଇଟିସ୍‌ରୁ କେମିତି ପାଇବେ ନିସ୍ତାର? ଟିପ୍ସ ଦେଇଛନ୍ତି ଡାକ୍ତର https://odishareporter.in/or-special/how-to-treatment-arthritis-155849 Fri, 04 Aug 2017 13:31:01 +0000 http://odishareporter.in/?p=155849

ଆଜିକାଲି ଆମର ପରିବର୍ତ୍ତିତ ଲାଇଫ୍ ଷ୍ଟାଇଲ ହିଁ ଆମ ପାଇଁ ନାନା ପ୍ରକାର ରୋଗ ଡାକି ଆଣୁଛି। ଡାକ୍ତର କହୁଛନ୍ତି, ପ୍ରତି ମଣିଷ ପାଇଁ ଟିକିଏ ଫାଙ୍କା ସମୟ ଦରକାର। ଅଧିକ ବିଶ୍ରାମ ବି ଦରକାର। ଏବେ ମଣିଷ ପାଇଁ ଯେତିକି ବିଶ୍ରାମ ଦରକାର ତାହା କମିଯାଉଛି। ଏପରି ଅବସ୍ଥାରେ ରୋଗକୁ ଆମେ ନିମନ୍ତ୍ରଣ କରୁଛୁ। ସେଥି ମଧ୍ୟରୁ ଗୋଟିଏ ହେଲା ଆଣ୍ଠୁଗଣ୍ଠି ଦରଜ। ଡାକ୍ତରଙ୍କ ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ପ୍ରକାର ଆଣ୍ଠୁଗଣ୍ଠି ବାତ ବା […]

The post ଆଣ୍ଠୁଗଣ୍ଠି ଦରଜ ବା ଆର୍ଥରାଇଟିସ୍‌ରୁ କେମିତି ପାଇବେ ନିସ୍ତାର? ଟିପ୍ସ ଦେଇଛନ୍ତି ଡାକ୍ତର appeared first on Odisha Reporter.

]]>

ଆଜିକାଲି ଆମର ପରିବର୍ତ୍ତିତ ଲାଇଫ୍ ଷ୍ଟାଇଲ ହିଁ ଆମ ପାଇଁ ନାନା ପ୍ରକାର ରୋଗ ଡାକି ଆଣୁଛି। ଡାକ୍ତର କହୁଛନ୍ତି, ପ୍ରତି ମଣିଷ ପାଇଁ ଟିକିଏ ଫାଙ୍କା ସମୟ ଦରକାର। ଅଧିକ ବିଶ୍ରାମ ବି ଦରକାର। ଏବେ ମଣିଷ ପାଇଁ ଯେତିକି ବିଶ୍ରାମ ଦରକାର ତାହା କମିଯାଉଛି। ଏପରି ଅବସ୍ଥାରେ ରୋଗକୁ ଆମେ ନିମନ୍ତ୍ରଣ କରୁଛୁ। ସେଥି ମଧ୍ୟରୁ ଗୋଟିଏ ହେଲା ଆଣ୍ଠୁଗଣ୍ଠି ଦରଜ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ପ୍ରକାର ଆଣ୍ଠୁଗଣ୍ଠି ବାତ ବା ଆର୍ଥରାଇଟିସ ରହିଛି। ସେଥି ମଧ୍ୟରୁ ରୁମାଟେଡ ଆର୍ଥରାଇଟିସ ଏକ ପ୍ରକାର ଗଣ୍ଠିବାତ, ଯାହାଦ୍ୱାରା ହାତ ଓ ଗୋଡ଼ର ଛୋଟଛୋଟ ଗଣ୍ଠି ଓ ଆଙ୍ଗୁଠି ଫୁଲି ଯାଇଥାଏ। ଏହି ରୋଗ ସାଧାରଣତଃ ୧୫ରୁ ୪୫ ବର୍ଷ ବୟସର ଲୋକଙ୍କୁ ହୋଇଥାଏ। ପୁରୁଷଙ୍କ ତୁଳନାରେ ଏହା ମହିଳାଙ୍କୁ ବେଶୀ ହୋଇଥାଏ। ଆସନ୍ତୁ ଶୁଣିବା ଏହି ରୋଗ ସଂପର୍କରେ କିଛି ଟିପ୍ସ ଦେଇଛନ୍ତି ଡାକ୍ତର ଜ୍ୟୋତିରଂଜନ ପରିଡ଼ା। (ଭିଡିଓ ଦେଖନ୍ତୁ)

The post ଆଣ୍ଠୁଗଣ୍ଠି ଦରଜ ବା ଆର୍ଥରାଇଟିସ୍‌ରୁ କେମିତି ପାଇବେ ନିସ୍ତାର? ଟିପ୍ସ ଦେଇଛନ୍ତି ଡାକ୍ତର appeared first on Odisha Reporter.

]]>
2017-08-04 19:02:42 https://odishareporter.in/wp-content/uploads/2017/08/vlcsnap-1643-04-07-02h10m47s788.jpg
ଜାଣନ୍ତୁ ଶିଶୁଙ୍କ ପାଇଁ ମାଆ କ୍ଷୀରର ଉପକାରିତା https://odishareporter.in/or-special/world-breastfeeding-day-155427 Wed, 02 Aug 2017 12:37:01 +0000 http://odishareporter.in/?p=155427

ଅଗଷ୍ଟ ୧ରୁ ଆରମ୍ଭ ହୋଇଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଏହି ଅବସରରେ ନବଜାତ ଶିଶୁଙ୍କ ପାଇଁ ମାଆ କ୍ଷୀର କେତେ ଜରୁରୀ ସେ ନେଇ ସଚେତନତା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ଯାଏଁ  ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ। ମାଆ କ୍ଷୀରରେ କଣ ରହିଛି ଉପକାର ସେ ସମ୍ପର୍କରେ ଡାକ୍ତର ବସନ୍ତ ପତିଙ୍କଠାରୁ ଆସନ୍ତୁ ଜାଣିବା…।

The post ଜାଣନ୍ତୁ ଶିଶୁଙ୍କ ପାଇଁ ମାଆ କ୍ଷୀରର ଉପକାରିତା appeared first on Odisha Reporter.

]]>

ଅଗଷ୍ଟ ୧ରୁ ଆରମ୍ଭ ହୋଇଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଏହି ଅବସରରେ ନବଜାତ ଶିଶୁଙ୍କ ପାଇଁ ମାଆ କ୍ଷୀର କେତେ ଜରୁରୀ ସେ ନେଇ ସଚେତନତା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ଯାଏଁ  ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ। ମାଆ କ୍ଷୀରରେ କଣ ରହିଛି ଉପକାର ସେ ସମ୍ପର୍କରେ ଡାକ୍ତର ବସନ୍ତ ପତିଙ୍କଠାରୁ ଆସନ୍ତୁ ଜାଣିବା…।

The post ଜାଣନ୍ତୁ ଶିଶୁଙ୍କ ପାଇଁ ମାଆ କ୍ଷୀରର ଉପକାରିତା appeared first on Odisha Reporter.

]]>
2017-08-04 10:42:13 https://odishareporter.in/wp-content/uploads/2017/08/vlcsnap-9789-11-26-21h54m44s922.jpg
ସୁଯୋଗ ମିଳିଲେ ଅନୁଭବ ମହାନ୍ତି ଓ ଅମିର ଖାଁଙ୍କ ସହ ଅଭିନୟ କରିବି https://odishareporter.in/entertainment/sonika-roy-exclusive-interview-152776 Thu, 20 Jul 2017 11:42:17 +0000 http://odishareporter.in/?p=152776

ଭୁବନେଶ୍ୱର: ବିଶ୍ୱ ଫ୍ୟାସନ୍ ଦୁନିଆରେ ପ୍ରବେଶ କରିଛନ୍ତି ଆଉଜଣେ ଓଡ଼ିଆ ଝିଅ । ସେ ହେଲେ ସୋନିକା ରୟ । ଏହି ସୁନ୍ଦରୀ ପ୍ରତିଭା ଏବେ ଚର୍ଚ୍ଚାରେ । କାରଣ ‘ମିସ୍ ଏସିଆ ପେସିଫିକ୍‌’ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ପାଇଁ ସେ କେମିତି ନିଜକୁ ପ୍ରସ୍ତୁତ କରୁଛନ୍ତି । କେଉଁ କେଉଁ କ୍ଷେତ୍ରକୁ ସେ ଗୁରୁତ୍ୱ ଦେଉଛନ୍ତି। ପ୍ରତିଯୋଗିତାରେ ସଫଳତା ପାଇଲେ ସେ କାହାକୁ ଏହା ଶ୍ରେୟ ଦେବେ। […]

The post ସୁଯୋଗ ମିଳିଲେ ଅନୁଭବ ମହାନ୍ତି ଓ ଅମିର ଖାଁଙ୍କ ସହ ଅଭିନୟ କରିବି appeared first on Odisha Reporter.

]]>

ଭୁବନେଶ୍ୱର: ବିଶ୍ୱ ଫ୍ୟାସନ୍ ଦୁନିଆରେ ପ୍ରବେଶ କରିଛନ୍ତି ଆଉଜଣେ ଓଡ଼ିଆ ଝିଅ । ସେ ହେଲେ ସୋନିକା ରୟ । ଏହି ସୁନ୍ଦରୀ ପ୍ରତିଭା ଏବେ ଚର୍ଚ୍ଚାରେ । କାରଣ ‘ମିସ୍ ଏସିଆ ପେସିଫିକ୍‌’ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ପାଇଁ ସେ କେମିତି ନିଜକୁ ପ୍ରସ୍ତୁତ କରୁଛନ୍ତି । କେଉଁ କେଉଁ କ୍ଷେତ୍ରକୁ ସେ ଗୁରୁତ୍ୱ ଦେଉଛନ୍ତି। ପ୍ରତିଯୋଗିତାରେ ସଫଳତା ପାଇଲେ ସେ କାହାକୁ ଏହା ଶ୍ରେୟ ଦେବେ। ସେଠୁ ଫେରିବା ପରେ ସେ ଅଭିନୟ ଦୁନିଆକୁ ଆସିବେ କି? ଓଡ଼ିଆ ଫିଲ୍ମରେ ତାଙ୍କର ଆଗ୍ରହ ଅଛି କି? ଏମିତି ଅନେକ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି ଓଡ଼ିଶା ରିପୋର୍ଟରକୁ , ତାଙ୍କ ସହ ଏକ୍ସକ୍ଲୁସିଭ୍ ସାକ୍ଷାତକାର କରିଛନ୍ତି ଓଡ଼ିଶା ରିପୋର୍ଟର ପ୍ରତିନିଧି ବିଶ୍ୱବନ୍ଦିତା ସ୍ୱାଇଁ ।

 

The post ସୁଯୋଗ ମିଳିଲେ ଅନୁଭବ ମହାନ୍ତି ଓ ଅମିର ଖାଁଙ୍କ ସହ ଅଭିନୟ କରିବି appeared first on Odisha Reporter.

]]>
2017-08-04 15:51:36 https://odishareporter.in/wp-content/uploads/2017/07/Sonika-Roy-.jpg
ଅଭୟ ହେୟାରଷ୍ଟାଇଲ କ୍ରେଜ: ଜାଣିଛନ୍ତି, ସ୍କୁଲବେଳେ କାହା ପରି ଚୁଟି କାଟିବାକୁ ଚାହୁଁଥିଲେ ଅନୁଭବ? https://odishareporter.in/entertainment/interview-with-anubhab-hair-145908 Mon, 19 Jun 2017 12:58:58 +0000 http://odishareporter.in/?p=145908

ଭୁବନେଶ୍ୱର: ସାରା ଓଡିଶାରେ ଏବେ ‘ଅଭୟ’ର ଯାଦୁ। ରାଜଧାନୀର ସେଲୁନ ବାହାରେ ଲାଗିଛି ଅନୁଭବ-ପ୍ରେମୀଙ୍କ ଭିଡ କାହିଁକି ଜାଣିଛନ୍ତି?  ଅଭୟ ଫିଲ୍ମର ରିଲିଜ ପରେ ଅନୁଭବଙ୍କ ହେୟାର ଷ୍ଟାଇଲ ଦିୱାନା କରିଛି ଯୁବପିଢିଙ୍କୁ ଯେମିତି ହିନ୍ଦି ଫିଲ୍ମ ଗଜନୀ ରିଲିଜ୍ ହେବା ପରେ ଦର୍ଶକଙ୍କୁ ପାଗଳ କରିଥିଲା ଆମିର ଖାନ୍‌ଙ୍କ ହେୟାରଷ୍ଟାଇଲ । ବିଶେଷ କରି ଯୁବପିଢି ଭିତରେ ଏହି କ୍ରେଜ୍ ଦେଖିବାକୁ ମିଳିଛି । ଅଭୟ ଭଳି ହେୟାର ଷ୍ଟାଇଲ କରିବା ପାଇଁ ବିଭିନ୍ନ ସେଲୁନରେ […]

The post ଅଭୟ ହେୟାରଷ୍ଟାଇଲ କ୍ରେଜ: ଜାଣିଛନ୍ତି, ସ୍କୁଲବେଳେ କାହା ପରି ଚୁଟି କାଟିବାକୁ ଚାହୁଁଥିଲେ ଅନୁଭବ? appeared first on Odisha Reporter.

]]>

ଭୁବନେଶ୍ୱର: ସାରା ଓଡିଶାରେ ଏବେ ‘ଅଭୟ’ର ଯାଦୁ। ରାଜଧାନୀର ସେଲୁନ ବାହାରେ ଲାଗିଛି ଅନୁଭବ-ପ୍ରେମୀଙ୍କ ଭିଡ କାହିଁକି ଜାଣିଛନ୍ତି?  ଅଭୟ ଫିଲ୍ମର ରିଲିଜ ପରେ ଅନୁଭବଙ୍କ ହେୟାର ଷ୍ଟାଇଲ ଦିୱାନା କରିଛି ଯୁବପିଢିଙ୍କୁ ଯେମିତି ହିନ୍ଦି ଫିଲ୍ମ ଗଜନୀ ରିଲିଜ୍ ହେବା ପରେ ଦର୍ଶକଙ୍କୁ ପାଗଳ କରିଥିଲା ଆମିର ଖାନ୍‌ଙ୍କ ହେୟାରଷ୍ଟାଇଲ ।

ବିଶେଷ କରି ଯୁବପିଢି ଭିତରେ ଏହି କ୍ରେଜ୍ ଦେଖିବାକୁ ମିଳିଛି । ଅଭୟ ଭଳି ହେୟାର ଷ୍ଟାଇଲ କରିବା ପାଇଁ ବିଭିନ୍ନ ସେଲୁନରେ ଲାଗିଛି ଯୁବକଙ୍କ ଭିଡ। କେବଳ ଭୁବନେଶ୍ୱର ନୁହେଁ ବିଭିନ୍ନ ସ୍ଥାନରୁ ଯୁବକମାନେ ଆସି ରାଜଧାନୀରେ ପହଞ୍ଚୁଛନ୍ତି ଅଭୟ ଷ୍ଟାଇଲରେ ଚୁଟି କାଟିବାକୁ।  ତେବେ କ’ଣ ରହିଛି ଏହି ହେୟାରଷ୍ଟାଇଲ ପଛର ରହସ୍ୟ? କଣ ପାଇଁ ଏପରି ହେୟାରଷ୍ଟାଇଲ କରି  ନିଜର ଲୁକ୍ ଚେଞ୍ଜ କରିଛନ୍ତି ଅନୁଭବ? ପୁରା ଗୁମର ଖୋଲିଛନ୍ତି ନିଜେ ଅନୁଭବ।  ଦେଖନ୍ତୁ ଓଡିଶାରିପୋର୍ଟର ଏକ୍ସକ୍ଲୁସିଭ୍ ଇଣ୍ଟରର୍ଭ୍ୟୁ।

The post ଅଭୟ ହେୟାରଷ୍ଟାଇଲ କ୍ରେଜ: ଜାଣିଛନ୍ତି, ସ୍କୁଲବେଳେ କାହା ପରି ଚୁଟି କାଟିବାକୁ ଚାହୁଁଥିଲେ ଅନୁଭବ? appeared first on Odisha Reporter.

]]>
2017-08-04 15:54:35 https://odishareporter.in/wp-content/uploads/2017/06/admin-ajax-1.png
କାହିଁକି ଓ କେମିତି ପତଳା ହେଲେ ଅନୁଭବ: ଦେଖନ୍ତୁ ଏକ୍ସକ୍ଲ୍ୟୁସିଭ୍‌ ଇଣ୍ଟର୍‌ଭ୍ୟୁ https://odishareporter.in/entertainment/exclusive-interview-with-anuvab-mohanty-144724 Tue, 13 Jun 2017 16:19:47 +0000 http://odishareporter.in/?p=144724

ଭୁବନେଶ୍ୱର: ରଜ ବଜାରରେ ହୁଲୁସ୍ତୁଲ କରୁଛି ଓଡିଆ ଫିଲ୍ମ ‘ଅଭୟ’। ଏହି ଫିଲ୍ମ ଦେଖିବାକୁ ଗାଁଠୁ ସହର ସମସ୍ତଙ୍କ ଭିତିରେ ଏକ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମର ମୁଖ୍ୟ ନାୟକ ଅନୁଭବ ମହାନ୍ତିଙ୍କ ଲୁକ୍‌କୁ ନେଇ ଦର୍ଶକ ଏବେ ଦିୱାନା। ଫିଲ୍ମରେ ସବୁବଳେ ଭିନ୍ନ ଭିନ୍ନ ଲୁକ୍‌ରେ ଆସୁଥିବା ଅନୁଭବ ‘ଅଭୟ’ରେ ଟିକିଏ ଅଧିକ ଗେଟ୍‌ଅପ୍‌ ପରିବର୍ତ୍ତନ କରିଛନ୍ତି। ବିଶେଷକରି ଅନୁଭବଙ୍କ ଫିଗର୍‌ ଓ ହେୟାର ଷ୍ଟାଇଲକୁ ନେଇ ଯୁବପିଢି ଭିତରେ କ୍ରେଜ ଦେଖାଦେଇଛି। ‘ଅଭୟ’ ଭଳି […]

The post କାହିଁକି ଓ କେମିତି ପତଳା ହେଲେ ଅନୁଭବ: ଦେଖନ୍ତୁ ଏକ୍ସକ୍ଲ୍ୟୁସିଭ୍‌ ଇଣ୍ଟର୍‌ଭ୍ୟୁ appeared first on Odisha Reporter.

]]>

ଭୁବନେଶ୍ୱର: ରଜ ବଜାରରେ ହୁଲୁସ୍ତୁଲ କରୁଛି ଓଡିଆ ଫିଲ୍ମ ‘ଅଭୟ’। ଏହି ଫିଲ୍ମ ଦେଖିବାକୁ ଗାଁଠୁ ସହର ସମସ୍ତଙ୍କ ଭିତିରେ ଏକ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମର ମୁଖ୍ୟ ନାୟକ ଅନୁଭବ ମହାନ୍ତିଙ୍କ ଲୁକ୍‌କୁ ନେଇ ଦର୍ଶକ ଏବେ ଦିୱାନା। ଫିଲ୍ମରେ ସବୁବଳେ ଭିନ୍ନ ଭିନ୍ନ ଲୁକ୍‌ରେ ଆସୁଥିବା ଅନୁଭବ ‘ଅଭୟ’ରେ ଟିକିଏ ଅଧିକ ଗେଟ୍‌ଅପ୍‌ ପରିବର୍ତ୍ତନ କରିଛନ୍ତି। ବିଶେଷକରି ଅନୁଭବଙ୍କ ଫିଗର୍‌ ଓ ହେୟାର ଷ୍ଟାଇଲକୁ ନେଇ ଯୁବପିଢି ଭିତରେ କ୍ରେଜ ଦେଖାଦେଇଛି। ଅଭୟଭଳି ହେୟାର ଷ୍ଟାଇଲ କରିବାପାଇଁ ବିଭିନ୍ନ ସେଲୁନରେ ଲାଗିଛି ଯୁବକଙ୍କ ଭିଡ। କେବଳ ଭୁବନେଶ୍ୱର ନୁହେଁ ବିଭିନ୍ନ ଜିଲ୍ଲାରୁ ଯୁବକମାନେ ଆସି ଭୁବନେଶ୍ୱରରେ ପହଞ୍ଚୁଛନ୍ତି ଅଭୟ ଷ୍ଟାଇଲରେ ଚୁଟି କାଟିବା ପାଇଁ। ଏଭଳି ଲୁକ୍‌ ପାଇଁ ଅନୁଭବଙ୍କୁ ଅନେକ ପରିଶ୍ରମ କରି ନିଜର ଓଜନ କମାଇବାକୁ ପଡିଛି।

ଣ ପାଇଁ ସୁପରଷ୍ଟାର ଅନୁଭବ ଏଭଳି ଲୁକ୍‌ରେ ପରଦାକୁ ଆସିଛନ୍ତି ? ଏହି ଲୁକ୍‌ ପାଇଁ ତାଙ୍କର ନିଜର ଇଚ୍ଛା ଥିଲା ନାଁ ସେ ବାଧ୍ୟରେ ଏମିତି ଫିଗର୍‌ ତିଆରି କରିଛନ୍ତି। ଓଡ଼ିଶା ରିପୋର୍ଟର ସହ ଏକ୍ସକ୍ଲ୍ୟୁସିଭ ଇଣ୍ଟରଭ୍ୟୁ ଦେଇ ସେ ଏସବୁର ଗୁମର ଖୋଲିଛନ୍ତି। ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧୀ ଚିନ୍ମୟୀ ରାୟ ।

 

The post କାହିଁକି ଓ କେମିତି ପତଳା ହେଲେ ଅନୁଭବ: ଦେଖନ୍ତୁ ଏକ୍ସକ୍ଲ୍ୟୁସିଭ୍‌ ଇଣ୍ଟର୍‌ଭ୍ୟୁ appeared first on Odisha Reporter.

]]>
2017-08-04 15:53:54 https://odishareporter.in/wp-content/uploads/2017/06/chinuuuuuuuuuuuuuu.png