ସ୍ୱାସ୍ଥ୍ୟ – Odisha Reporter https://odishareporter.in Mon, 18 Oct 2021 08:25:44 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ସ୍ୱାସ୍ଥ୍ୟ – Odisha Reporter https://odishareporter.in 32 32 ଭୁଲ୍‌ରେ ବି ଫିଙ୍ଗନ୍ତୁ ନାହିଁ ବାସି ରୁଟି https://odishareporter.in/life-style/health/know-about-stale-breads-5-health-benefits-684813 Mon, 18 Oct 2021 08:20:33 +0000 https://odishareporter.in/?p=684813

ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିବା ଅଭ୍ୟାସ ଅନେକଙ୍କ ରହିଛି। ଖାଦ୍ୟ ନଷ୍ଟ ନ ହୋଇଥିବା ସତ୍ତ୍ୱେ ଲୋକେ ଏହାକୁ ବେପରୁଆ ଭାବେ ଫିଙ୍ଗି ଦିଅନ୍ତି। ଫୁଡ୍‌ ଆଣ୍ଡ ଏଗ୍ରିକଲଜର ଅର୍ଗାନାଇଜେସନର ରିପୋର୍ଟ ମୁତାବକ, ଭାରତରେ ପ୍ରତିବର୍ଷ ପ୍ରାୟ ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି। ତେବେ ଅନେକ ଲୋକେ ଏଭଳି ମଧ୍ୟ ଅଛନ୍ତି ଯିଏକି ରାତି ବଳି ଯାଇଥିବା ରୁଟିକୁ ମଧ୍ୟ ଫୋପାଡି ଦିଅନ୍ତି। ତେବେ ଭୁଲ୍‌ରେ ମଧ୍ୟ ଏହି ବାସି ରୁଟିକୁ […]

The post ଭୁଲ୍‌ରେ ବି ଫିଙ୍ଗନ୍ତୁ ନାହିଁ ବାସି ରୁଟି appeared first on Odisha Reporter.

]]>

ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିବା ଅଭ୍ୟାସ ଅନେକଙ୍କ ରହିଛି। ଖାଦ୍ୟ ନଷ୍ଟ ନ ହୋଇଥିବା ସତ୍ତ୍ୱେ ଲୋକେ ଏହାକୁ ବେପରୁଆ ଭାବେ ଫିଙ୍ଗି ଦିଅନ୍ତି। ଫୁଡ୍‌ ଆଣ୍ଡ ଏଗ୍ରିକଲଜର ଅର୍ଗାନାଇଜେସନର ରିପୋର୍ଟ ମୁତାବକ, ଭାରତରେ ପ୍ରତିବର୍ଷ ପ୍ରାୟ ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି। ତେବେ ଅନେକ ଲୋକେ ଏଭଳି ମଧ୍ୟ ଅଛନ୍ତି ଯିଏକି ରାତି ବଳି ଯାଇଥିବା ରୁଟିକୁ ମଧ୍ୟ ଫୋପାଡି ଦିଅନ୍ତି। ତେବେ ଭୁଲ୍‌ରେ ମଧ୍ୟ ଏହି ବାସି ରୁଟିକୁ ଫିଙ୍ଗନ୍ତୁ ନାହିଁ। ଏହାର ଅନେକ ଲାଭ ରହିଛି।

– ବାସି ରୁଟି ଖାଇବା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ ହୋଇଥାଏ। ଡାକ୍ତରମାନେ କୁହନ୍ତି ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ସକାଳେ କ୍ଷୀର ସହିତ ବାସି ରୁଟି ଖାଇବା ଦ୍ୱାରା ଶରୀରରେ ଥିବା ସର୍କରା ମାତ୍ର ସନ୍ତୁଳିତ ରହିଥାଏ। ଏହା ଶରୀରକୁ ଇନ୍‌ଫ୍ଲାମେସନ ଜନିତ ସମସ୍ୟାରୁ ଆରାମ ମଧ୍ୟ ଦେଇଥାଏ।

– ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ବାସି ରୁଟି ଖାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ସକାଳେ ଥଣ୍ଡା କ୍ଷୀର ସହିତ ବାସି ରୁଟି ଖାଇ ଉଚ୍ଚ ରକ୍ତଚାପକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ।

– ପେଟ ଜନିତ ସମସ୍ୟା, ଅମ୍ଳତା ଏବଂ କୋଷ୍ଠକାଠିନ୍ୟରେ ପୀଡିତ ଲୋକମାନେ ମଧ୍ୟ ବାସି ରୁଟିରୁ ଆରାମ ପାଇପାରିବେ। ସକାଳେ ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଆପଣ ଅମ୍ଳତା ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ।

– ଖୁବ୍ କମ୍ ଲୋକ ଜାଣିଥିବେ ଯେ ଜିମ୍ ଯାଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବାସି ରୁଟି ଲାଭଦାୟକ ଅଟେ। ଯେଉଁମାନେ ଜିମରେ ମାଂସପେଶୀ ବଢ଼ାଇବା ଲାଗି ଯାଉଥିବା ବ୍ୟକ୍ତି ପାଇଁ ବାସି ରୁଟି ଖାଇବାରର ଅନେକ ଲାଭ ଅଛି।

– ତାଜା ରୁଟି ଅପେକ୍ଷା ଅଧିକ ପୁଷ୍ଟିକର ହୋଇଥାଏ ବାସି ରୁଟି। କାରଣ ଏହାକୁ ଦୀର୍ଘ ସମୟ ଧରି ରଖିବା କାରଣରୁ ଏଥିରେ ଥିବା ଜୀବାଣୁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରନ୍ତି। କିନ୍ତୁ ରୁଟି ଯେପରି ୧୨ରୁ ୧୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବାସି ନହେବା ସେଥିପ୍ରତି ଧ୍ୟାନ ରଖିବା ଉଚିତ।

The post ଭୁଲ୍‌ରେ ବି ଫିଙ୍ଗନ୍ତୁ ନାହିଁ ବାସି ରୁଟି appeared first on Odisha Reporter.

]]>
left bottom 2021-10-18 13:55:44 https://odishareporter.in/wp-content/uploads/2021/10/stale-roti.jpg
ଦହି ସହ ପିଆଜ ଖାଉଥିଲେ ସାବଧାନ https://odishareporter.in/life-style/health/five-things-you-should-avoid-with-curd-681981 Wed, 06 Oct 2021 08:46:59 +0000 https://odishareporter.in/?p=681981

ଅଧିକାଂଶ ଲୋକଙ୍କୁ ଦହି ଖାଇବା ଭାରି ପସନ୍ଦ। ଖାଦ୍ୟ ସହ ଯଦି ଦହି ନଥାଏ, ତେବେ ଅନେକଙ୍କୁ ଖାଦ୍ୟ ଅଧୁରା ଲାଗେ। ସେହିପରି ଆଉ କିଛି ଲୋକ ଦହିକୁ ନିଜ ଡେଲି-ଡାଇଟ୍‌ରେ ସାମିଳ କରିଥାନ୍ତି। ଦହି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି ଦହି ସହିତ କିଛି ଜିନିଷ ମିଶାଇ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ କେଉଁ ଜିନିଷକୁ ଦହି ସହିତ ମିଶାଇ ଖାଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା। […]

The post ଦହି ସହ ପିଆଜ ଖାଉଥିଲେ ସାବଧାନ appeared first on Odisha Reporter.

]]>

ଅଧିକାଂଶ ଲୋକଙ୍କୁ ଦହି ଖାଇବା ଭାରି ପସନ୍ଦ। ଖାଦ୍ୟ ସହ ଯଦି ଦହି ନଥାଏ, ତେବେ ଅନେକଙ୍କୁ ଖାଦ୍ୟ ଅଧୁରା ଲାଗେ। ସେହିପରି ଆଉ କିଛି ଲୋକ ଦହିକୁ ନିଜ ଡେଲି-ଡାଇଟ୍‌ରେ ସାମିଳ କରିଥାନ୍ତି। ଦହି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି ଦହି ସହିତ କିଛି ଜିନିଷ ମିଶାଇ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ କେଉଁ ଜିନିଷକୁ ଦହି ସହିତ ମିଶାଇ ଖାଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା।

ଅନେକ ଲୋକ ପିଆଜ ସହ ଦହି ମିଶାଇ ଖାଇବାକୁ ଭଲ ପାଆନ୍ତି। ଅଧିକାଂଶ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଧ୍ୟ ଦହି ପିଆଜ ସାଲାଡ ତଥା କଚୁମ୍ବର ଦିଆଯାଏ। ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କର ଏହି ଅଭ୍ୟାସକୁ ବଦଳାଇବାକୁ ପଡିବ। କାରଣ ଦହି ଏବଂ ପିଆଜର ପ୍ରଭାବ ଭିନ୍ନ ଭିନ୍ନ ରହିଛି। ଏପରି ସ୍ଥିତିରେ, ଯଦି ଆପଣ ଦହି ଏବଂ ପିଆଜକୁ ମିଶାଇ ଖାଆନ୍ତି, ତେବେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଯେପରିକି କୁଣ୍ଡେଇ ହେବା, ଏଗ୍‌ଜିମା, ଆଲର୍ଜି, ଏବଂ ପେଟ ସହିତ ଜଡିତ ଅନ୍ୟାନ୍ୟ ରୋଗ ହୋଇପାରେ।

ସେହିପରି ଡାଲି ସହ ଦହି ଖାଇବା ମଧ୍ୟ ଉଚିତ ନୁହେଁ। କାରଣ ଏହି ଦୁଇଟି ଜିନିଷ ଏକା ସହ ଖାଇବା ଦ୍ୱାରା ଶାରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଦହି ଓ ଡାଲିକୁ ମିଶାଇ ଖାଇବା ଦ୍ୱାରା, ଝାଡା, ଗୋଡ ହାତ ଯନ୍ତ୍ରଣା ହେବା ଏବଂ ଗ୍ୟାସ୍‌ ଭଳି ସମସ୍ୟା ଉତ୍ପନ୍ନ ହୋଇପାରେ।

ସେହିପରି ତେଲ ଯୁକ୍ତ ଖାଦ୍ୟ ସହ ଦହି ଖାଇବା ଉଚିତ ନୁହେଁ। ଲୋକେ ପରଟା ସହ ଦହି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏଭଳି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ। ଏହାଦ୍ୱାରା ଆପଣଙ୍କ ହଜମ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ।

ଯଦି ଆଣ ମାଛ ଖାଉଛନ୍ତି ତେବେ ସେହି ସମୟରେ ଦହି ଖାଇବା ଉଚିତ ନୁହେଁ। ଦହି ଏବଂ ମାଛକୁ ଏକାଠି ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ହବା ସହ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇପାରେ।

କ୍ଷୀର ଏବଂ ଦହିକୁ ଏକାଠି ଖାଇବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଅମ୍ଳତା, ଗ୍ୟାସ୍ ଏବଂ ବାନ୍ତି ସମସ୍ୟା ଦେଖାଦେଇଥାଏ। ହଜମ ହେବାରେ ମଧ୍ୟ ସମସ୍ୟା ହୋଇପାରେ।

The post ଦହି ସହ ପିଆଜ ଖାଉଥିଲେ ସାବଧାନ appeared first on Odisha Reporter.

]]>
left bottom 2021-10-06 14:16:59 https://odishareporter.in/wp-content/uploads/2021/10/Curd-with-onion.jpg
ଅଧିକ ଆପଲ ଖାଉଛନ୍ତି କି? ହୋଇପାରେ ବିପଦ https://odishareporter.in/life-style/health/dangerous-side-effects-of-eating-too-many-apples-680908 Sat, 02 Oct 2021 09:11:25 +0000 https://odishareporter.in/?p=680908

ଫଳ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ସେଓ ବା ଆପଲ୍‌ ଏଭଳି ଏକ ଫଳ, ଯାହାକୁ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ, ବୋଲି ବିଶ୍ୱାସ। ଏଥିରେ ଫାଇଭର, ଭିଟାମିନ୍‌-ସି ଏବଂ ପୋଟାସିଅମ ସମେତ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି, ଯାହା ରୋଗଠାରୁ ଆମକୁ ଦୂରେଇ ରଖେ। ତେବେ ଆପଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ। ଅତ୍ୟଧିକ ଆପଲ ଖାଇବା ହାନିକାରକ ହୋଇଥାଏ। ଜଣେ […]

The post ଅଧିକ ଆପଲ ଖାଉଛନ୍ତି କି? ହୋଇପାରେ ବିପଦ appeared first on Odisha Reporter.

]]>

ଫଳ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ସେଓ ବା ଆପଲ୍‌ ଏଭଳି ଏକ ଫଳ, ଯାହାକୁ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ, ବୋଲି ବିଶ୍ୱାସ। ଏଥିରେ ଫାଇଭର, ଭିଟାମିନ୍‌-ସି ଏବଂ ପୋଟାସିଅମ ସମେତ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି, ଯାହା ରୋଗଠାରୁ ଆମକୁ ଦୂରେଇ ରଖେ। ତେବେ ଆପଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ। ଅତ୍ୟଧିକ ଆପଲ ଖାଇବା ହାନିକାରକ ହୋଇଥାଏ।

ଜଣେ ବ୍ୟକ୍ତି ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ଆପଲ ଖାଇବା ଉଚିତ ନୁହେଁ। ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ଆପଲ ଖାଉଛନ୍ତି ତେବେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିପାରେ।

ଆପଲରେ ଭରପୂର ମାତ୍ରାର ଫାଇଭର ରହିଛି, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। କିନ୍ତୁ ଯଦି ଶରୀରକୁ ଆବଶ୍ୟକତାଠାରୁ ଅଧିକ ଫାଇଭର ମିଳେ, ତେବେ ଏହା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। କୋଷ୍ଠକାଠିନ୍ୟ ମଧ୍ୟ ଦେଖା ଦେଇପାରେ।

ଆପଲକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ମାତ୍ରା ବଢ଼ିବା ସମ୍ଭାବନା ରହିଥାଏ। କାରଣ ଏଥିରେ କାର୍ବୋହାଇଡ୍ରେଡ୍‌ ଭରପୁର ମାତ୍ରାରେ ରହିଛି।

ଆପଲ ଖାଇବା ଦ୍ୱାରା ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳଥାଏ। କିନ୍ତୁ ଏହାକୁ ଅଧିକ ସେବନ ଓଜନ ବଢ଼ିପାରେ। ଯଦି ଆପଣ ଗୋଟିଏ ସମୟରେ ଅତ୍ୟଧିକ ଆପଲ ଖାଇ ନିଅନ୍ତି ତେବେ ଏହା ଆପଣଙ୍କ ଶରୀରର ଚର୍ବି ଅଂଶ ତରଳାଇ ପାରିବ ନାହିଁ।

ଅଧିକ ସେଓ ବା ଆପଲ ଖାଇବା ଦ୍ୱାରା ଦାନ୍ତ ମଧ୍ୟ ଖରାପ ହୋଇଯାଇଥାଏ। ଏହା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ। ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଆପଣ ଆପଲକୁ ଅନ୍ୟ କୌଣସି ସ୍ନାକ୍ସ ଆଇଟମ୍‌ସହ ମିଶାଇ ଖାଇପାରିବେ।

The post ଅଧିକ ଆପଲ ଖାଉଛନ୍ତି କି? ହୋଇପାରେ ବିପଦ appeared first on Odisha Reporter.

]]>
left bottom 2021-10-02 14:41:25 https://odishareporter.in/wp-content/uploads/2021/10/Apple.jpg
ବାସି ଚା’ ଗରମ କରି ପିଉଛନ୍ତି କି? ହୋଇପାରେ ଘାତକ https://odishareporter.in/life-style/health/do-not-drink-tea-kept-for-long-time-know-why-675700 Tue, 14 Sep 2021 12:25:16 +0000 https://odishareporter.in/?p=675700

ଅଧିକାଂଶ ଲୋକଙ୍କୁ ଚା’ ପିଇବା ଭାରି ପସନ୍ଦ। ଚା’ ବିନା ତାଙ୍କ ଦିନ ଆରମ୍ଭ ହୁଏନି। ଏପରି ଅନେକ ଅଛନ୍ତି ଯିଏକି ଦିନରେ ୩ରୁ ୪ ଥର ଚା’ ପିଇବାକୁ ଭଲ ପାଆନ୍ତି। ସେହିପରି ଅନେକ ଏଭଳି ମଧ୍ୟ ଅଛନ୍ତି ଯିଏକି ବାସି ଚା’କୁ ରଖି ଗରମ କରି କରି ପିଇଥା’ନ୍ତି। ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ ସାବଧାନ। ଆପଣଙ୍କ ଏହି ଅଭ୍ୟାସ ହୋଇପାରେ ଘାତକ। ରଖାଯାଇଥିବା ଚା’କୁ ବାରମ୍ବାର ଗରମ କରି ପିଇବା […]

The post ବାସି ଚା’ ଗରମ କରି ପିଉଛନ୍ତି କି? ହୋଇପାରେ ଘାତକ appeared first on Odisha Reporter.

]]>

ଅଧିକାଂଶ ଲୋକଙ୍କୁ ଚା’ ପିଇବା ଭାରି ପସନ୍ଦ। ଚା’ ବିନା ତାଙ୍କ ଦିନ ଆରମ୍ଭ ହୁଏନି। ଏପରି ଅନେକ ଅଛନ୍ତି ଯିଏକି ଦିନରେ ୩ରୁ ୪ ଥର ଚା’ ପିଇବାକୁ ଭଲ ପାଆନ୍ତି। ସେହିପରି ଅନେକ ଏଭଳି ମଧ୍ୟ ଅଛନ୍ତି ଯିଏକି ବାସି ଚା’କୁ ରଖି ଗରମ କରି କରି ପିଇଥା’ନ୍ତି। ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ ସାବଧାନ। ଆପଣଙ୍କ ଏହି ଅଭ୍ୟାସ ହୋଇପାରେ ଘାତକ। ରଖାଯାଇଥିବା ଚା’କୁ ବାରମ୍ବାର ଗରମ କରି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ।

– ଦୀର୍ଘ ସମୟ ଧରି ରଖାଯାଇଥିବା ଚାକୁ ବାରମ୍ବାର ଗରମ କରି ପିଇବା ଉଚିତ୍ ନୁହେଁ। ଏଭଳି କରିବା ଦ୍ୱାରା ଚା’ର ସ୍ୱାଦ ଏବଂ  ତା’ର ସୁଗନ୍ଧ ବଦଳିଯାଇଥାଏ। ଏହା ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ ଯଦି ସମ୍ଭବ ରଖାଯାଇଥିବା ଚା’ ପିଅନ୍ତୁ ନାହିଁ।

– ବାସି ଚା’କୁ ଗରମ କରି ପିଇବା ଦ୍ୱାରା ସେଥିରେ ଥିବା ଭଲ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଏହା ସ୍ୱାଦହୀନ ମଧ୍ୟ ଲାଗେ। ଏଥିସହ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଏ।

-ଏଭଳି ଚା’ ପିଇବା ଦ୍ୱାରା ଝାଡା, କୋଷ୍ଟ କାଠିନ୍ୟ, ହଜମ ସମ୍ବନ୍ଧୀୟ ସମସ୍ୟା ଆଦି ହୋଇପାରେ। ଏଥିପାଇଁ ବାସି ଚା’କୁ ଗରମ କରି ପିଇବା ଠାରୁ ଦୂରେଇ ରୁହନ୍ତୁ।  

-ବାସି ଚା’ରେ ଅନେକ ଜୀବାଣୁ ଉତ୍ପନ୍ନ ହୋଇଯାଇଥା’ନ୍ତି। ଯଦି ଆପଣ କ୍ଷୀରରେ ତିଆରି ଚା’ ପିଉଛନ୍ତି, ତେବେ ଏହା ବାସି ବା ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍(ଏକ ପ୍ରକାର ଜୀବାଣୁ) ହେବା ଆଶଙ୍କା ଅଛି।

ସେହିପରି ଯଦି ଆପଣ ହର୍ବାଲ ଚା’ ପିଉଛନ୍ତି ତେବେ ତାକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଗରମ କରି ପିଅନ୍ତୁ ନାହିଁ। କାରଣ ଏଭଳି କରିବା ଦ୍ୱାରା ଏଥିରେ ଥିବା ସମସ୍ତ ଗୁଣ ନଷ୍ଟ ହୋଇଯାଇଥାଏ।  ଯଦିଓ, ଆପଣ ଚା’କୁ ୧୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ କରିଛନ୍ତି, ତେବେ ତାକୁ ଗରମ କରି ପିଇପାରିବେ।

The post ବାସି ଚା’ ଗରମ କରି ପିଉଛନ୍ତି କି? ହୋଇପାରେ ଘାତକ appeared first on Odisha Reporter.

]]>
left bottom 2021-09-14 17:55:16 https://odishareporter.in/wp-content/uploads/2021/09/Tea.jpg
କେଉଁମାନଙ୍କୁ ଭୁଲ୍‌ରେ ବି ଲଙ୍କା ଖାଇବା ମନା https://odishareporter.in/life-style/health/these-5-people-should-not-eat-green-and-red-chilly-know-its-side-effects-668821 Sat, 21 Aug 2021 11:55:02 +0000 https://odishareporter.in/?p=668821

ଅଧିକାଂଶ ଲୋକଙ୍କୁ ଖାଦ୍ୟ ପଦାର୍ଥରେ କଞ୍ଚା ଲଙ୍କା ଖାଇବା ଭାରି ପସନ୍ଦ। ସେହିପରି ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲଙ୍କା ବ୍ୟବହାର ହୁଏ। ବେଳେ ବେଳେ ଅନେକ ଲୋକଙ୍କୁ ଅତ୍ୟଧିକ ମାତ୍ରାରେ ଲଙ୍କା ଖାଇବା ପସନ୍ଦ। ଅତ୍ୟଧିକ ପରିମାଣରେ ନ ଖାଇଲେ ମଧ୍ୟ ଏହାକୁ ସେବନ କରିବା ଅତ୍ୟାନ୍ତ ଆବଶ୍ୟକ। ଲଙ୍କା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ କିଛି ଲୋକ ଆଦୌ ଲଙ୍କା ଖାଇବା […]

The post କେଉଁମାନଙ୍କୁ ଭୁଲ୍‌ରେ ବି ଲଙ୍କା ଖାଇବା ମନା appeared first on Odisha Reporter.

]]>

ଅଧିକାଂଶ ଲୋକଙ୍କୁ ଖାଦ୍ୟ ପଦାର୍ଥରେ କଞ୍ଚା ଲଙ୍କା ଖାଇବା ଭାରି ପସନ୍ଦ। ସେହିପରି ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲଙ୍କା ବ୍ୟବହାର ହୁଏ। ବେଳେ ବେଳେ ଅନେକ ଲୋକଙ୍କୁ ଅତ୍ୟଧିକ ମାତ୍ରାରେ ଲଙ୍କା ଖାଇବା ପସନ୍ଦ। ଅତ୍ୟଧିକ ପରିମାଣରେ ନ ଖାଇଲେ ମଧ୍ୟ ଏହାକୁ ସେବନ କରିବା ଅତ୍ୟାନ୍ତ ଆବଶ୍ୟକ। ଲଙ୍କା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ କିଛି ଲୋକ ଆଦୌ ଲଙ୍କା ଖାଇବା ଉଚିତ୍ ନୁହେଁ। ଏହା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେବେ କେଉଁମାନେ ଲଙ୍କା ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା

-ଆଜମା ତଥା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଭୁଲ୍‌ରେ ବି ଲଙ୍କା ଖାଇବା ଉଚିତ ନୁହେଁ। ଅଧିକ ଲଙ୍କା ଖାଇବା ଦ୍ୱାରା ଆଜମା ଆଟାକ୍‌ ଆସିପାରେ। ଯଦି ଆପଣ ଆଜ୍‌ମା ରୋଗରେ ପୀଡିତ କିମ୍ବା କୌଣସି ଶ୍ୱାସ ସମ୍ବନ୍ଧୀୟ ରୋଗରେ ପୀଡିତ, ତେବେ ଲଙ୍କା ବିଶେଷତଃ ନାଲି ଲଙ୍କା ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ।

ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ମଧ୍ୟ ଲଙ୍କା ଖାଇବା ଉଚିତ୍ ନୁହେଁ। ନଚେତ୍ ଏହି ସମସ୍ୟା ପାଇଲ୍ସର ରୂପ ନେଇଥାଏ। ଏହା ବ୍ୟତୀତ, ଯେଉଁମାନଙ୍କ ପାଖରେ ପୂର୍ବରୁ ପାଇଲସ୍ ସମସ୍ୟା ଅଛି, ସେମାନଙ୍କ ପାଇଁ ଲଙ୍କାର ବ୍ୟବହାର ସେମାନଙ୍କ ସମସ୍ୟା ବଢ଼ାଇପାରେ।

– ଯେଉଁମାନଙ୍କ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ମଧ୍ୟ ଲଙ୍କା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣଙ୍କ କୁଣ୍ଡେଇ ହେବା, ଚର୍ମରେ କୌଣସି ଦାଗ ପଡିବା କିମ୍ବା ଚର୍ମ ନାଲି ପଡିଯାଉଥାଏ ତେବେ ଲଙ୍କା ଖାଆନ୍ତୁ ନାହିଁ। କଞ୍ଚା ଲଙ୍କାରେ କ୍ୟାପସାଇସିନ୍ ଥାଏ, ଯାହା ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଥାଏ।

ସେହିପରି ଯେଉଁମାନଙ୍କ ଅଲସର୍‌ ସମସ୍ୟା ରହିଛି, ସେମାନେ ମଧ୍ୟ ଲଙ୍କା ଖାଇବା ଉଚିତ ନୁହେଁ। ଲଙ୍କା ଖାଇବା ଦ୍ୱାରା କ୍ଷତ ଆହୁରି ଗଭୀର ହୋଇଥାଏ, ଏଥିସହ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଥାଏ।

-ଆସିଡିଟି ସମସ୍ୟା ଥିବା ଲୋକଙ୍କୁ ମଧ୍ୟ ଲଙ୍କା ଖଇବା ଠାରୁ ଦୂରେଇ ରହିବା ଉଚିତ। ବିଶେଷ କରି ନାଲି ଲଙ୍କା ଭୁଲ୍‌ରେ ବି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ପେଟରେ ଯନ୍ତ୍ରଣା ଏବଂ ଆସିଡିଟି ସମସ୍ୟା ବଢ଼ିଥାଏ। ଏହାବ୍ୟତୀତ ଯେଉଁବ୍ୟକ୍ତି ଅଧିକ ପରିମାଣରେ ଲଙ୍କା ଖାଆନ୍ତି, ସେମାନଙ୍କୁ ଡାଇରିଆ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

The post କେଉଁମାନଙ୍କୁ ଭୁଲ୍‌ରେ ବି ଲଙ୍କା ଖାଇବା ମନା appeared first on Odisha Reporter.

]]>
left bottom 2021-08-21 17:25:02 https://cdn.odishareporter.in/wp-content/uploads/2021/08/21172408/Chilly-1.jpg
ଛଣା ତେଲକୁ ପୁଣି ବ୍ୟବହାର କରୁଛନ୍ତି କି? ହୋଇପାରେ ଭୟଙ୍କର https://odishareporter.in/life-style/health/reuse-of-cooked-oil-can-be-harmful-fssai-guidelines-11-667900 Wed, 18 Aug 2021 06:21:38 +0000 https://odishareporter.in/?p=667900

ଘରେ ଅଧିକାଂଶ ସମୟରେ ପକୁଡି, ପୁରୀ ହେଉ ଅବା କୌଣସି ଛଣାଛଣି ଜିନିଷ, ଏସବୁ ତିଆରି କଲା ବେଳେ ସେଥିରୁ ବଳିଯାଉଥିବା ତେଲକୁ ସାଇତି କରି ରଖାଯାଏ। ତେଲ ନଷ୍ଟ ନକରିବାକୁ ଯାଇ ଏହି ତେଲକୁ ପୁଣି ଥରେ ଅନ୍ୟ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ। ତେବେ ଛଣା ତେଲକୁ ଏଭଳି ବ୍ୟବହାର କରିବା ଆଦୌ ଠିକ୍ ନୁହେଁ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଘୋର ଭୟଙ୍କର। ରିୟୁଜ୍ ତେଲକୁ ପୁଣି ଥରେ ବ୍ୟବହାର କରିବା […]

The post ଛଣା ତେଲକୁ ପୁଣି ବ୍ୟବହାର କରୁଛନ୍ତି କି? ହୋଇପାରେ ଭୟଙ୍କର appeared first on Odisha Reporter.

]]>

ଘରେ ଅଧିକାଂଶ ସମୟରେ ପକୁଡି, ପୁରୀ ହେଉ ଅବା କୌଣସି ଛଣାଛଣି ଜିନିଷ, ଏସବୁ ତିଆରି କଲା ବେଳେ ସେଥିରୁ ବଳିଯାଉଥିବା ତେଲକୁ ସାଇତି କରି ରଖାଯାଏ। ତେଲ ନଷ୍ଟ ନକରିବାକୁ ଯାଇ ଏହି ତେଲକୁ ପୁଣି ଥରେ ଅନ୍ୟ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ। ତେବେ ଛଣା ତେଲକୁ ଏଭଳି ବ୍ୟବହାର କରିବା ଆଦୌ ଠିକ୍ ନୁହେଁ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଘୋର ଭୟଙ୍କର। ରିୟୁଜ୍ ତେଲକୁ ପୁଣି ଥରେ ବ୍ୟବହାର କରିବା ଗୁରୁତର ରୋଗକୁ ଡାକି ଆଣିପାରେ।

ଏକ ଅଧ୍ୟୟନ ଅନୁଯାୟୀ, ରନ୍ଧନ ତେଲକୁ ପୁଣି ଥରେ ଗରମ କରିବା ଦ୍ୱାରା ସେଥିରୁ ବିଷାକ୍ତ ପଦାର୍ଥ ବାହାରିଥାଏ। ଏହି ରିୟୁଜ୍‌ ତେଲକୁ ଖାଇବା ଫଳରେ ଶରୀରରେ ଫ୍ରିରେଡିକାଲ ବଢ଼ିଥାଏ। ରୋଗ ଆଶଙ୍କା ବଢ଼ିବା ସହ ଶରୀରର ଅନକ ଅଂଶରେ ଯନ୍ତ୍ରଣା ତଥା ହାତଗୋଡ ଫୁଲିବା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(FSSAI)ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଛଣା ତେଲକୁ ପୁନଃ ବ୍ୟବହାର କରିବା ଉଚିତ୍ ନୁହେଁ। ଟ୍ରାନ୍ସ ଫ୍ୟାଟ ଏଡାଇବା ପାଇଁ ଆପଣ ଚାହିଁଲେ ଏହାକୁ ମାତ୍ର ତିନିଥର ବ୍ୟବହାର କରିପାରିବେ। ଯଥାସମ୍ଭବ ତେଲକୁ ବାରମ୍ବାର ଗରମ କରିବା ଏବଂ ପୁନଃ ବ୍ୟବହାର କରିବା ଠାରୁ ବଞ୍ଚିବା ଉଚିତ।

ଛଣା ତେଲକୁ ପୁନଃ ବ୍ୟବହାର କରିବା ଉଚିତ୍ ନୁହେଁ

ବିଶେଷଜ୍ଞଙ୍କ ଅନୁସାରେ ଉଚ୍ଚ ତାପମାତ୍ରାରେ ଗରମ କରାଯାଇଥିବା ତେଲରୁ ବିଷାକ୍ତ ଧୂଆଁ ନିର୍ଗତ ହୁଏ। ତେଣୁ ଏହାକୁ ସ୍ମୋକ ପଏଣ୍ଟ ଯାଏଁ ହିଁ ଗରମ କରିବା ଉଚିତ। ବାରମ୍ବାର ତେଲକୁ ଗରମ କରିବା ଦ୍ୱାରା ଏଥିରେ ଥିବା ଫ୍ୟାଟ୍‌ ପାର୍ଟିକ୍ଲସ ନଷ୍ଟ ହୋଇଯାଇଥାଏ। ଫଳରେ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏହା ଦ୍ୱାରା ତେଲରୁ ରୋଗ ସୃଷ୍ଟି କରୁଥିବା ପଦାର୍ଥ ସବୁ ବାହାରି ଖାଦ୍ୟ ଭିତରକୁ ପ୍ରବେଶ କରିଥାଏ।

ଉଚ୍ଚ ତାପମାତ୍ରାରେ ତେଲକୁ ଗରମ କରିବା ଦ୍ୱାରା ସେଥିରେ ଥିବା କିଛି ଫ୍ୟାଟ୍‌ ଟ୍ରନ୍ସ ଫ୍ୟାଟ୍‌ରେ ପରିଣତ ହୋଇଯାଏ। ଏହି ଟ୍ରାନ୍ସ ଫ୍ୟାଟ୍‌ ଶରୀର ପାଇଁ ବିପଦ ସୃଷ୍ଟି କରେ। ଏହା ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ବଢ଼ାଇଥାଏ। ଏଥିସହ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ବଢ଼ାଇବାରେ ଏହା ଦାୟୀ ହୋଇଥାଏ।

ବାରମ୍ବାର ଛଣା ହୋଇଥିବା ଗୋଟିଏ ତେଲରୁ ତିଆରି ଖାଦ୍ୟରୁ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୁଏ। ଏହା ଡିପ୍ରେସନ, ଉଚ୍ଚ ରକ୍ତଚାପ, ଅକ୍ସିଡେଟିଭ୍ ଏବଂ ଆଥେରୋସ୍କ୍ଲେରୋସିସ୍ ଇତ୍ୟାଦି ସୃଷ୍ଟି କରିଥାଏ। ତେଣୁ ବାରମ୍ବାର ତେଲକୁ ଗରମ କରିବା ଏବଂ ତେଲକୁ ରିୟୁଜ କରିବା ଠାରୁ ଦୂରେଇ ରହିବା ଉଚିତ। ଅଧିକାଂଶ ଫାଷ୍ଟଫୁଡ ଦୋକାନ ଗୁଡିକରେ ବ୍ୟବହାର ହୋଇଥିବା ତେଲକୁ ବାରମ୍ବାର ବ୍ୟବହାର କରାଯାଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାର।

The post ଛଣା ତେଲକୁ ପୁଣି ବ୍ୟବହାର କରୁଛନ୍ତି କି? ହୋଇପାରେ ଭୟଙ୍କର appeared first on Odisha Reporter.

]]>
left bottom, odia health tips 2021-08-18 14:27:49 https://cdn.odishareporter.in/wp-content/uploads/2021/08/18114803/Reuse-Oil.jpg
ସାବଧାନ, ଆପଣ ଅଧିକ ଗୁଡ଼ ଖାଉଛନ୍ତି କି…? https://odishareporter.in/life-style/health/eating-too-much-jaggery-as-it-may-lead-to-these-problems-666961 Sat, 14 Aug 2021 11:45:51 +0000 https://odishareporter.in/?p=666961

ଆପଣ ଅଧିକ ଗୁଡ ଖାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହା କ୍ଷତି ପହଞ୍ଚାଇବା ସହ ଅନେକ ପ୍ରକାରର ରୋଗର କାରଣ ମଧ୍ୟ ସାଜିପାରେ। ସାଧାରଣତଃ ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟୀ ହୋଇଥାଏ। କିନ୍ତୁ ଏହାର ଅତ୍ୟଧିକ ସେବନ ଆମ ପାଇଁ ଘାତକ ସାଜିପାରେ। ଗୁଡ଼ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟୀ। ତେବେ ଏହାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ […]

The post ସାବଧାନ, ଆପଣ ଅଧିକ ଗୁଡ଼ ଖାଉଛନ୍ତି କି…? appeared first on Odisha Reporter.

]]>

ଆପଣ ଅଧିକ ଗୁଡ ଖାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହା କ୍ଷତି ପହଞ୍ଚାଇବା ସହ ଅନେକ ପ୍ରକାରର ରୋଗର କାରଣ ମଧ୍ୟ ସାଜିପାରେ। ସାଧାରଣତଃ ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟୀ ହୋଇଥାଏ। କିନ୍ତୁ ଏହାର ଅତ୍ୟଧିକ ସେବନ ଆମ ପାଇଁ ଘାତକ ସାଜିପାରେ।

ଗୁଡ଼ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟୀ। ତେବେ ଏହାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାର । ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବଢ଼ିବା ଆଶଙ୍କା ରହିଛି। ଗୁଡରେ କାର୍ବସ୍‌ ଏବଂ ଚିନିର ମାତ୍ରା ଅଧିକ ଥାଏ ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ।

ଗ୍ରୀଷ୍ମ ଦିନେ ଅଧିକ ମାତ୍ରାରେ ଗୁଡ଼ ଖାଇବା ଦ୍ୱାରା ନାକରୁ ରକ୍ତ ସ୍ରାବ ହେବା ଭଳି ସମସ୍ୟା ଦେଖାଦେଇପାରେ। ଗୁଡ଼ ଖାଇବା ଦ୍ୱାରା ଶରୀର ଗରମ ରୁହେ। ଏହା ଏକ ଗରମ ଯୁକ୍ତ ଖାଦ୍ୟ। ଏହାକୁ ଅଧିକ ଖାଇଲେ ନାକରେ ଥିବା ଶିର ଫାଟି ସେଥରୁ ରକ୍ତ ବୋହିବା ଭଳି ବିପଦ ରହିଥାଏ।

ଗୁଡ଼ରେ ଅଧିକ ମାତ୍ରାରେ ସୁକ୍ରୋଜ ଥାଏ, ଯାହା ରକ୍ତରେ ଶର୍କରାର ପରିମାଣ ବଢ଼ାଇବା କାମ କରେ। ତେଣୁ ଡାଇବେଟିସ ରୋଗୀ ଭୁଲ୍‌ରେ ମଧ୍ୟ ଗୁଡ଼ ଖାଇବା ଉଚିତ ନୁହଁ।

ଗୁଡରେ ପ୍ରଚୁର ପରିମାଣର ଫାଇବର ଥାଏ। ଏହାକୁ ଖାଇବା ଦ୍ୱାରା ଡାଇରିଆ ଏବଂ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଏହା ସହିତ ଥକ୍କା, ମୁଣ୍ଡବିନ୍ଧା ଏବଂ ସ୍ନାୟୁ ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ।|

ଗୋଡ ହାତ ବିନ୍ଧା ତଥା ଶରୀର ଯନ୍ତ୍ରଣା ହେବା ଭଳି ସମସ୍ୟା ସୃଷ୍ଟି କରେ ଗୁଡ। ଏଥିରେ ସୁଗାରର ମାତ୍ରା ଅଧିକ ପରିମାଣରେ ଥାଏ, ଯାହା ଶରୀରରେ ଗୋଡ ହାତ ଫୁଲିବା ଭଳି ସମସ୍ୟା ସୃଷ୍ଟି କରେ। ଯେଉଁ ବ୍ୟକ୍ତିଙ୍କୁ ଅର୍ଥରାଇଟିସ୍‌ ସମସ୍ୟା ରହିଛି ସେମାନେ ଗୁଡ଼ ଖାଇବା ଠାରୁ ଦୂରେଇ ରହିବା ଉଚିତ।

The post ସାବଧାନ, ଆପଣ ଅଧିକ ଗୁଡ଼ ଖାଉଛନ୍ତି କି…? appeared first on Odisha Reporter.

]]>
left bottom 2021-08-14 17:15:51 https://cdn.odishareporter.in/wp-content/uploads/2021/08/14171533/jaggery.jpg
ମକା ଖାଆନ୍ତୁ, ଦୃଷ୍ଟି ଶକ୍ତି ବଢ଼ାନ୍ତୁ https://odishareporter.in/life-style/health/know-the-health-benefits-of-corn-666347 Thu, 12 Aug 2021 10:48:52 +0000 https://odishareporter.in/?p=666347

ଏବେ ବର୍ଷା ଦିନ। ବର୍ଷା ଦିନେ ମକା ଖାଇବା ମଜା ବେଶ୍‌ ନିଆରା। ଅଧିକାଂଶ ଲୋକଙ୍କୁ ବର୍ଷା ଦିନେ ଗରମ ଗରମ ମକା ଖାଇବା ଭାରି ପସନ୍ଦ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏହାର ଲାଭ ମଧ୍ୟ ସେତିକି ଅଧିକା। ମାକା ଖାଇବା ଦ୍ୱାରା ଆମ ଶରୀରରକୁ ଅନେକ ଲାଭ ମିଳିଥାଏ। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ, ଖଣିଜ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି। ମକା ଆମ ପାଚନ ଶକ୍ତିକୁ ସକ୍ରିୟ କରେ। ଏଥିସହ […]

The post ମକା ଖାଆନ୍ତୁ, ଦୃଷ୍ଟି ଶକ୍ତି ବଢ଼ାନ୍ତୁ appeared first on Odisha Reporter.

]]>

ଏବେ ବର୍ଷା ଦିନ। ବର୍ଷା ଦିନେ ମକା ଖାଇବା ମଜା ବେଶ୍‌ ନିଆରା। ଅଧିକାଂଶ ଲୋକଙ୍କୁ ବର୍ଷା ଦିନେ ଗରମ ଗରମ ମକା ଖାଇବା ଭାରି ପସନ୍ଦ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏହାର ଲାଭ ମଧ୍ୟ ସେତିକି ଅଧିକା। ମାକା ଖାଇବା ଦ୍ୱାରା ଆମ ଶରୀରରକୁ ଅନେକ ଲାଭ ମିଳିଥାଏ। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ, ଖଣିଜ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି। ମକା ଆମ ପାଚନ ଶକ୍ତିକୁ ସକ୍ରିୟ କରେ। ଏଥିସହ ଏହା ଆମକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରେ। ତେବେ ଏହାକୁ ଖାଇବା ଦ୍ୱାରା ଆଉ କେଉଁ ସବୁ ଲାଭ ମିଳିଥାଏ ଆସନ୍ତୁ ଜାଣିବା।

– ସୁଇଟ୍‌ କର୍ଣ୍ଣ ବା ମକାରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆମ ଆଖି ପାଇଁ ବେଶ ଲାଭଦାୟକ । ମକା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ। ମକାରେ କାରୋଟିନଏଡ୍ ଥାଏ, ଏହା ଦୃଷ୍ଟି ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ।

– ମକା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ନିଜ ଖାଦ୍ୟରେ ସାମିଲ କରି ଆପଣ କୋଷ୍ଟକାଠିନ୍ୟ, ଗ୍ୟାସ୍, ଅମ୍ଳତା ସମସ୍ୟାରୁ ମୁକ୍ତି ପାଇପାରିବେ।

– ଓଜନ କମାଇବାରେ ବି ସାହାଯ୍ୟ କରେ ମକା। ଏହାକୁ ଖାଇବା ଦ୍ୱାରା ଶୀଘ୍ର ପେଟ ପୂରିଯାଏ ଏବଂ ସହଜରେ ଭୋକ ହୁଏନି। ମକାରେ ଫ୍ୟାଟ୍‌ ଅଂଶ ବହୁତ କମ୍‌ ଥାଏ, ତେଣୁ ଏହା ଓଜନ କମାଇବରେ ସହାୟକ ହୋଇଥାଏ।

– ସୁଇଟ୍‌ କର୍ଣ୍ଣ ବା ମିଠା ମକା ଖାଇବା ଦ୍ୱାରା ଏନିମିଆ ତଥା ରକ୍ତହୀନତାର ଆଶଙ୍କା କମିଯାଏ। ମକରରେ ଭିଟାମିନ୍ B12, ଫୋଲିକ୍ ଏସିଡ୍ ଏବଂ ଆଇରନ୍ ଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ।

– ଭିଟାମିନ B6, ଆଇରନ୍‌, ଭିଟାମିନ-A, ଥିଆମିନ୍‌, ଜିଙ୍କ ଏବଂ ମାଗ୍ନିଶିଅମ ମକାରେ ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏଥିରେ ଏହା ଇମ୍ୟୁନିଟି ପାୱାରକୁ ମଧ୍ୟ ମଜଭୁତ କରିଥାଏ।

– ସୁଇଟ୍‌ କର୍ଣ୍ଣରେ ଫାଇଭର ଥାଏ। ଏଥିରେ ଅନେକ ପରିମାଣର ଭିଟାମିନ୍ସ ମଧ୍ୟ ମିଳେ, ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ। ମକା ଡାଇବେଟିସ କଣ୍ଟ୍ରୋଲ କରିବାରେ ମଧ୍ୟ ସହାଯ୍ୟ କରେ।

The post ମକା ଖାଆନ୍ତୁ, ଦୃଷ୍ଟି ଶକ୍ତି ବଢ଼ାନ୍ତୁ appeared first on Odisha Reporter.

]]>
left bottom, odia health tips 2021-08-12 17:25:48 https://cdn.odishareporter.in/wp-content/uploads/2021/08/12161647/corn.jpg
ଫଳ ସହ ମିଠା ମିଶାଇ ଖାଉଥିଲେ ସାବଧାନ https://odishareporter.in/life-style/health/know-which-fruit-combinations-that-are-dangerous-for-health-665811 Tue, 10 Aug 2021 11:24:16 +0000 https://odishareporter.in/?p=665811

ଫଳ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଫଳ ଆମ ଶରୀରରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନର ଅଭାବ ଦୂର କରିଥାଏ। ସୁସ୍ଥ ରହିବା ପାଇଁ ଆଜିକାଲି ସମସ୍ତେ ସବୁ ପ୍ରକାରର ଫଳ ଖାଇବା ପାଇଁ ପ୍ରାଥମିକତା ଦିଅନ୍ତି। ତେବେ ବେଳେବେଳେ ଆମେ ଫଳ ସହ ଅନ୍ୟ ସବୁ ପ୍ରକାରର ଜିନିଷ ମଧ୍ୟ ମିଶାଇ ଖାଇ ଦେଇଥାଉ।  କିନ୍ତୁ ଏଭଳି ଖାଇବା ଠିକ୍‌ ନୁହେଁ। ଏହା ଆମ ପାଇଁ ବିପଦ ହୋଇପାରେ। ତେବେ କେଉଁ ଫଳ ସହ […]

The post ଫଳ ସହ ମିଠା ମିଶାଇ ଖାଉଥିଲେ ସାବଧାନ appeared first on Odisha Reporter.

]]>

ଫଳ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଫଳ ଆମ ଶରୀରରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନର ଅଭାବ ଦୂର କରିଥାଏ। ସୁସ୍ଥ ରହିବା ପାଇଁ ଆଜିକାଲି ସମସ୍ତେ ସବୁ ପ୍ରକାରର ଫଳ ଖାଇବା ପାଇଁ ପ୍ରାଥମିକତା ଦିଅନ୍ତି। ତେବେ ବେଳେବେଳେ ଆମେ ଫଳ ସହ ଅନ୍ୟ ସବୁ ପ୍ରକାରର ଜିନିଷ ମଧ୍ୟ ମିଶାଇ ଖାଇ ଦେଇଥାଉ।  କିନ୍ତୁ ଏଭଳି ଖାଇବା ଠିକ୍‌ ନୁହେଁ। ଏହା ଆମ ପାଇଁ ବିପଦ ହୋଇପାରେ। ତେବେ କେଉଁ ଫଳ ସହ କାହାକୁ ମିଶାଇ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ଲେମ୍ବୁ ଓ ଭଣ୍ଡା- ପାଚିଲା ଭଣ୍ଡା ଏବଂ ଲେମ୍ବୁ ହେଉଛି ଏକ ମାରାତ୍ମକ ମିଶ୍ରଣ। ଏହି ଦୁଇଟି ଜିନିଷକୁ ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ ହୋଇଥାଏ ବୋଲି ଡାକ୍ତରମାନେ କୁହନ୍ତି। ଏହି ଦୁଇଟି ଜିନିଷ ମିଶି ରକ୍ତରେ ହେମୋଗ୍ଲୋବିନ୍ ସମ୍ବନ୍ଧୀୟ ସମସ୍ୟା କରିପାରେ। ଲେମ୍ବୁ ଏବଂ ଭଣ୍ଡାକୁ ମିଶାଇ ଖାଇବା ଦ୍ୱାରା ଏହି ମିଶ୍ରଣ ରକ୍ତହୀନତା ସହ ଜଡିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।

କମଳା ଏବଂ ଗାଜର- ସେହିପରି କମଳା ଏବଂ ଗାଜରକୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। ଏହା ଶରୀରରେ କିଡନୀ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। କମଳା ଏବଂ ଗାଜରର ମିଶ୍ରଣ ମଧ୍ୟ ହୃଦଘାତ ଏବଂ ପିତ୍ତ ସମ୍ବନ୍ଧୀୟ ସମସ୍ୟା ପାଇଁ ଦାୟୀ ବୋଲି ଡାକ୍ତରମାନେ କୁହନ୍ତି।

କଦଳି ଓ ପିଜୁଳି- ଯଦି ଆପଣ କଦଳୀ ଏବଂ ପିଜୁଳିକୁ ଏକାଠି ଖାଉଛନ୍ତି ତେବେ ସାବଧାନ। ଏଭଳି ଭୁଲ୍‌ ଜମାରୁ ବି କରନ୍ତୁ ନାହିଁ। ଏହି ଦୁଇ ଫଳକୁ ଏକାଠି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଏହା ମୁଣ୍ଡାବିନ୍ଧା ଭଳି ସମସ୍ୟାକୁ ବଢ଼ାଇଥାଏ।

କଦଳି ଓ ପୁଡିଂ- କଦଳୀ ଏବଂ ପୁଡିଂର କମ୍ବିନେସନ ସବୁଠାରୁ ଘାତକ। ଏହା ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ କରିବା କାମ କରିଥାଏ। ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ଧରି ପେଟ ଜନିତ ସମସ୍ୟା ଲାଗି ରୁହେ।

କମଳା ଓ କ୍ଷୀର- କମଳା ସହିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। କମଳାରେ ଥିବା ଏସିଡ୍ ଶରୀରରେ ଥିବା ସେହି ଏନଜାଇମକୁ ନଷ୍ଟ କରିଥାଏ ଯିଏ ଖାଦ୍ୟ ହଜମ କରିବାରେ ସହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଛାତିରେ କଫ ସୃଷ୍ଟି ହୁଏ।

କ୍ଷୀର ଓ ସପୁରୀ- ସପୁରୀରେ ଥିବା ବ୍ରୋମେଲାଇନ୍‌ ନାମକ ପଦାର୍ଥ କ୍ଷୀରରେ ମିଶି ଶରୀରକୁ କ୍ଷତି ପହଞ୍ଚାଇବା କାମ କରିଥାଏ। କ୍ଷୀର ଓ ସପୁରୀକୁ ମିଶାଇ ଖାଇବା ଦ୍ୱାରା ଆପଣଙ୍କୁ ଗ୍ୟାସ୍, ବାନ୍ତି, ସଂକ୍ରମଣ, ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଇ ଗତି କରିବାକୁ ପଡିପାରେ।

ଫଳ ଏବଂ ମିଠା- ଯେକୌଣସି ଫଳ ସହ ମିଠାକୁ ମିଶାଇ ଖାଇବା ପାଇଁ ଡାକ୍ତରମାନେ ବାରଣ କରନ୍ତି। ଫଳ ଏବଂ ମିଠାର କମ୍ବିନେସନର ଆମ ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇଥାଏ। ଏହାଦ୍ୱାରା ଏସିଡିଟି, ମୁଣ୍ଡବିନ୍ଧା ତଥା ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇପାରେ।

The post ଫଳ ସହ ମିଠା ମିଶାଇ ଖାଉଥିଲେ ସାବଧାନ appeared first on Odisha Reporter.

]]>
left bottom 2021-08-10 17:11:36 https://cdn.odishareporter.in/wp-content/uploads/2021/08/10165228/Sweets.jpg
ଡେଲି ଡାଏଟ୍‌ରେ ସାମିଲ କରନ୍ତୁ ଘିଅ https://odishareporter.in/life-style/health/benefits-of-ghee-in-daily-diet-664564 Thu, 05 Aug 2021 09:06:25 +0000 https://odishareporter.in/?p=664564

ସାଧାରଣତଃ ଅଧିକାଂଶ ଲୋକେ ଘିଅ ଖାଇବା ପସନ୍ଦ କରନ୍ତି। ଆଉ କେତେକଙ୍କୁ ଏହା ଜମାରୁ ବି ପସନ୍ଦ ନୁହେଁ। ସେହିପରି ଅନ୍ୟ କେତେ ଜଣ ଘିଅ ଖାଇବା ପସନ୍ଦ ଥିଲେ ମଧ୍ୟ ନିଜ ଡାଏଟ୍‌କୁ ଧ୍ୟନାରେ ରଖି ଏହାକୁ ଖାଆନ୍ତି ନାହିଁ। ଘିଅ ଖାଇଲେ ମୋଟା ହୋଇଯିବା ଭୟ ରହିଥାଏ । ଘିଅ ଖାଇବାକୁ ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ରହିଛି। କିନ୍ତୁ ଡେଲି ଡାଏଟ୍‌ରେ ଘିଅ ବ୍ୟବହାର କରିବା ଆମ ପାଇଁ […]

The post ଡେଲି ଡାଏଟ୍‌ରେ ସାମିଲ କରନ୍ତୁ ଘିଅ appeared first on Odisha Reporter.

]]>

ସାଧାରଣତଃ ଅଧିକାଂଶ ଲୋକେ ଘିଅ ଖାଇବା ପସନ୍ଦ କରନ୍ତି। ଆଉ କେତେକଙ୍କୁ ଏହା ଜମାରୁ ବି ପସନ୍ଦ ନୁହେଁ। ସେହିପରି ଅନ୍ୟ କେତେ ଜଣ ଘିଅ ଖାଇବା ପସନ୍ଦ ଥିଲେ ମଧ୍ୟ ନିଜ ଡାଏଟ୍‌କୁ ଧ୍ୟନାରେ ରଖି ଏହାକୁ ଖାଆନ୍ତି ନାହିଁ। ଘିଅ ଖାଇଲେ ମୋଟା ହୋଇଯିବା ଭୟ ରହିଥାଏ । ଘିଅ ଖାଇବାକୁ ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ରହିଛି। କିନ୍ତୁ ଡେଲି ଡାଏଟ୍‌ରେ ଘିଅ ବ୍ୟବହାର କରିବା ଆମ ପାଇଁ ବେଶ ଲାଭଦାୟୀ ହୋଇପାରେ। ଆସନ୍ତୁ ଜାଣିବା କିପରି

ଘିଅରେ ଭଲ କୋଲେଷ୍ଟ୍ରଲ ଭରପୁର ରହିଛି, ଯାହା ଆମ ଶରୀର ପାଇଁ ନିହାତି ଜରୁରୀ। ଏଥିରେ ଭିଟାମିନ୍‌ ଏ, ଡି, ଇ ଏବଂ କେ ପ୍ରଚୁର ମାତ୍ରାରେ ରହିଛି। ଏହି ସବୁ ଭିଟାମିନ୍‌ ଶରୀରକୁ ମଜଭୁତ କରିବାରେ ସହାଯ୍ୟ କରନ୍ତି।

ପ୍ରତିଦିନ ଘିଅ ଖାଇବା ଦ୍ୱାରା ଓଜନ ବଢ଼େ ନାହିଁ ଏଥିସହ ଖରାପ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ଶରୀରରେ ବଢ଼େ ନାହିଁ। ନ୍ୟୁଟ୍ରିସିଅନ୍‌ ରଜୁତା ଦିବାକରଙ୍କ କହିବା ମୁତାବକ, ଘିଅ ଖାଇବା ଦ୍ୱାରା ରକ୍ତଚାପ ଏବଂ କୋଲେଷ୍ଟ୍ରଲରେ ପୀଡିତ ଲୋକଙ୍କୁ ବେଶ୍‌ ଲାଭ ମିଳିଥାଏ। ଏହା ଶରୀରର ମେଟାବଲିଜିମ୍‌କୁ ବଢ଼ାଏ। କୋଲେଷ୍ଟ୍ରଲ ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ।

ପ୍ରତିଦିନ କେତେ ମାତ୍ରାରେ ଘିଅ ଖାଇବେ?

ନ୍ୟୁଟ୍ରିସିଅନ୍‌ ମୁତାବକ ପ୍ରତିଦିନ ଏକରୁ ଦୁଇ ଚାମଚ ଘିଅ ଖାଇପାରିବେ। ଆପଣ ଚାହିଁଲେ ଏହାକୁ ଭାତ କିମ୍ବା ଡାଲିରେ ମିଶାଇ ମଧ୍ୟ ସେବନ କରିପାରିବେ। ଅନେକ ଲୋକ ରୁଟି ସହ ଘିଅ ଖାଇବା ପାଇଁ ମଧ୍ୟ ପସନ୍ଦ କରନ୍ତି।

The post ଡେଲି ଡାଏଟ୍‌ରେ ସାମିଲ କରନ୍ତୁ ଘିଅ appeared first on Odisha Reporter.

]]>
left bottom 2021-08-05 14:36:25 https://cdn.odishareporter.in/wp-content/uploads/2021/08/05143602/Ghee.jpg
ଆଳୁ ଖାଉଥିଲେ ସାବଧାନ, ହୋଇପାରେ ବିପଦ https://odishareporter.in/life-style/health/potatoes-can-increase-obesity-diabetes-and-heart-disease-risk-says-study1-663278 Sat, 31 Jul 2021 12:49:36 +0000 https://odishareporter.in/?p=663278

ପରିବାମାନଙ୍କ ରାଜା ହେଉଛି ଆଳୁ। ସାଧାରଣତଃ ଆଳୁ ଖାଇବା ସମସ୍ତଙ୍କୁ ଭାରି ପସନ୍ଦ। ଆଳୁର ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ଏହାକୁ ପରଷା ଯାଏ। ସମସ୍ତଙ୍କ ଘରେ କିଛି ଥାଉ ବା ନଥାଉ ଆଳୁ କିନ୍ତୁ ନିଶ୍ଚିତ ରୂପେ ଥାଏ। ମାଟି ତଳେ ଫଳୁ ଥିବା ଏହି ଆଳୁ ପୋଷକ ତତ୍ତ୍ୱରେ ଭରପୁର। କିନ୍ତୁ ଏହି ଆଳୁ ଯେ ଆମ ପାଇଁ ବିପଦ ସାଜିପାରେ ତାହା ଜାଣନ୍ତି କି ଆପଣ। ଏହାକୁ ଅଧିକ ପାରିମାଣରେ ଖାଇବା […]

The post ଆଳୁ ଖାଉଥିଲେ ସାବଧାନ, ହୋଇପାରେ ବିପଦ appeared first on Odisha Reporter.

]]>

ପରିବାମାନଙ୍କ ରାଜା ହେଉଛି ଆଳୁ। ସାଧାରଣତଃ ଆଳୁ ଖାଇବା ସମସ୍ତଙ୍କୁ ଭାରି ପସନ୍ଦ। ଆଳୁର ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ଏହାକୁ ପରଷା ଯାଏ। ସମସ୍ତଙ୍କ ଘରେ କିଛି ଥାଉ ବା ନଥାଉ ଆଳୁ କିନ୍ତୁ ନିଶ୍ଚିତ ରୂପେ ଥାଏ। ମାଟି ତଳେ ଫଳୁ ଥିବା ଏହି ଆଳୁ ପୋଷକ ତତ୍ତ୍ୱରେ ଭରପୁର। କିନ୍ତୁ ଏହି ଆଳୁ ଯେ ଆମ ପାଇଁ ବିପଦ ସାଜିପାରେ ତାହା ଜାଣନ୍ତି କି ଆପଣ। ଏହାକୁ ଅଧିକ ପାରିମାଣରେ ଖାଇବା ଘାତକ ହୋଇପାରେ।

ଏକ ଷ୍ଟଡି ରିପୋର୍ଟରୁ ଜଣାପଡିଛି ଯେ, ଆଳୁରେ କାର୍ବୋହାଇଡ୍ରେଟ୍ ଅଧିକ ପରିମାଣରେ ଥାଏ, ଯାହା ଆମ ଶରୀରରେ ଖୁବ ଶୀଘ୍ର ହଜମ ହୋଇଥାଏ। ଏହି କାରଣରୁ, ଆମ ଶରୀରର ରକ୍ତ ଶର୍କରା ଏବଂ ଇନସୁଲିନ୍ ଯଥେଷ୍ଟ ବୃଦ୍ଧି ପାଇ ହଠାତ୍ ଖସିଯାଏ। ଏହା ଶରୀରରେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ସୃଷ୍ଟି କରିପାରେ।

ଉଚ୍ଚ ଡାଏଟେରୀ ଗ୍ଲାଇସେମିକ୍ ଖାଦ୍ୟ ଖାଇବା ପରେ ଜଣେ ବ୍ୟକ୍ତି ଶୀଘ୍ର ଭୋକିଲା ଅନୁଭବ କରିପାରନ୍ତି। ଏହା ମଣିଷମାନଙ୍କଠାରେ ଅତ୍ୟଧିକ ଖାଇବା ସମସ୍ୟାକୁ ବଢ଼ାଇପାରେ। ତେଣୁ, ଖାଦ୍ୟରେ ଏହାର ସନ୍ତୁଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ହାୱର୍ଡ ହେଲ୍‌ଥ ପକ୍ଷରୁ କରାଯାଇଥିବା ଷ୍ଟଡି ରିପୋର୍ଟରେ କୁହାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆଳୁ କିମ୍ବା ଶୀଘ୍ର ହଜମ ହେଉଥିବା କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଶରୀରରେ ମୋଟାପଣ, ମଧୁମେହ ଏବଂ ହୃଦରୋଗର ଆଶଙ୍କା ବଢ଼ାଇପାରେ।

ଅଧ୍ୟୟନରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ଫ୍ରେଞ୍ଚ ଫ୍ରାଇଜ୍‌, ବେକ୍ ବା ସିଝା ଆଳୁ ତଥା ଆଳୁ ଚିପ୍ସ ଖାଉଥିବା ଲୋକଙ୍କ କ୍ଷିପ୍ର ଗତିରେ ଓଜନ ବଢ଼ିଥାଏ। ଏହାବ୍ୟତୀତ ଯେଉଁ ଲୋକମାନେ ନିଜ ଡାଏଟ୍‌ରେ ଏସବୁ ଜିନିଷକୁ କମ୍ ବ୍ୟବହାର କରିଛନ୍ତି, ସେମାନଙ୍କ ଓଜନ କମ୍ ବଢ଼ିଛି। ତେଣୁ ଆଳୁର ମାତ୍ରା କମ୍ କରିବା ସହ ଅଧିକ ସବୁଜ ପନିପରିବା ଖାଇବା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଯେଉଁମାନେ ସପ୍ତାହରେ ଚାରି କିମ୍ବା ତା’ଠାରୁ ଅଧିକ ରନ୍ଧା, ମସଲା ଯୁକ୍ତ କିମ୍ବା ସିଝା ଆଳୁ ଖାଇଥା’ନ୍ତି, ସେମାନଙ୍କଠାରେ ଅନ୍ୟମାନଙ୍କ ତୁଳନାରେ ଉଚ୍ଚ ରକ୍ତଚାପର ଆଶଙ୍କା ୧୧ ପ୍ରତିଶତ ଅଧିକ। ମାସରେ ଥରେ ଫ୍ରେଞ୍ଚ୍ ଫ୍ରାଏ ବା ଆଳୁ ଚିପ୍ସ ଖାଉଥିବା ବ୍ୟକ୍ତିଙ୍କ ଠାରେ କିନ୍ତୁ ରକ୍ତଚାପ ଅଶଙ୍କା ୧୭ ପ୍ରତିଶତ ଅଧିକ ରହିଥିବା ଅଧ୍ୟୟନରୁ ଜଣାପଡିଛି।

The post ଆଳୁ ଖାଉଥିଲେ ସାବଧାନ, ହୋଇପାରେ ବିପଦ appeared first on Odisha Reporter.

]]>
left bottom 2021-07-31 18:43:01 https://cdn.odishareporter.in/wp-content/uploads/2021/07/31181906/potato.jpg
କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଇବ କଡ଼କନାଥ! https://odishareporter.in/life-style/health/kadaknath-research-center-claims-meat-and-egg-can-be-effective-in-increasing-immunity-of-corona-patients-657736 Sat, 10 Jul 2021 06:24:23 +0000 https://odishareporter.in/?p=657736

ଭୋପାଲ: ଚାରିଆଡେ କରୋନାକୁ ନେଇ ଜାରି ରହିଛି ହାହାକାର। ଦେଶରେ କରୋନାର ଦୈନିକ ସଂକ୍ରମଣ ହାର କମିଛି ସତ କିନ୍ତୁ କରୋନା ଯାଇନି। କରୋନାରେ ସଂକ୍ରମିତ ହେବା ପରେ ଡାକ୍ତର ଓ ବିଶେଷଜ୍ଞମାନେ ଇମ୍ୟୁନିଟି ବଢ଼ାଇବା ପାଇଁ କହୁଛନ୍ତି। ଏଥିଲାଗି କରୋନା ରୋଗୀଙ୍କ ଡାଏଟ୍‌ରେ ଇମ୍ୟୁନିଟି ବଢ଼ାଉଥିବା ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦେଉଛନ୍ତି। ଏଭିଳି ସ୍ଥିତିରେ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଏକ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି। କଡକନାଥ କୁକୁଡା କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଉଥିବା […]

The post କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଇବ କଡ଼କନାଥ! appeared first on Odisha Reporter.

]]>

ଭୋପାଲ: ଚାରିଆଡେ କରୋନାକୁ ନେଇ ଜାରି ରହିଛି ହାହାକାର। ଦେଶରେ କରୋନାର ଦୈନିକ ସଂକ୍ରମଣ ହାର କମିଛି ସତ କିନ୍ତୁ କରୋନା ଯାଇନି। କରୋନାରେ ସଂକ୍ରମିତ ହେବା ପରେ ଡାକ୍ତର ଓ ବିଶେଷଜ୍ଞମାନେ ଇମ୍ୟୁନିଟି ବଢ଼ାଇବା ପାଇଁ କହୁଛନ୍ତି। ଏଥିଲାଗି କରୋନା ରୋଗୀଙ୍କ ଡାଏଟ୍‌ରେ ଇମ୍ୟୁନିଟି ବଢ଼ାଉଥିବା ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦେଉଛନ୍ତି।

ଏଭିଳି ସ୍ଥିତିରେ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଏକ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି। କଡକନାଥ କୁକୁଡା କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଉଥିବା ନେଇ ଦାବି ହୋଇଛି। ଏନେଇ ଏଠାକର ରିସର୍ଚ୍ଚ ସେଣ୍ଟର ଏବଂ କୃଷି ବିଜ୍ଞାନ କେନ୍ଦ୍ର ଆଇସିଏମ୍‌ଆର୍ ଏବଂ ଡିପାର୍ଟମେଣ୍ଟ ଅଫ୍ ହେଲ୍‌ଥ ରିସର୍ଚ୍ଚକୁ ଚିଠି ଲେଖି ଜଣାଇଛି।

କଡକନାଥ କୁକୁଡାର ମାଂସରେ ହାଇ ପ୍ରୋଟିନ୍‌, ଭିଟାମିନ, ଜିଙ୍କ ଏବଂ ଲୋ’ ଫ୍ୟାଟ୍ ରହିଛି।

କଡକନାଥ କୁକୁଡାର ମାଂସରେ ହାଇ ପ୍ରୋଟିନ୍‌, ଭିଟାମିନ, ଜିଙ୍କ ଏବଂ ଲୋ’ ଫ୍ୟାଟ୍ ରହିଛି। ସବୁଠାରୁ ବଡ଼ କଥା ହେଉଛିଏହା କୋଲେଷ୍‌ଟ୍ରଲ ଫ୍ରି ମଧ୍ୟ। ଏଭଳି ସ୍ଥିତିରେ ପୋଷ୍ଟ କୋଭିଡ୍ ଏବଂ କୋଭିଡ ସମୟରେ ଏହି କଳା କୁକୁଡାର ମାଂସକୁ ନିଜ ଡାଏଟ୍‌ରେ ସାମିଲ୍ କରିବା ଉଚିତ। ଏହାଦ୍ୱାରା ଇମ୍ୟୁନିଟି ବଢ଼ିବ ବୋଲି କୃଷି ବିଜ୍ଞାନକେନ୍ଦ୍ର ଏବଂ ଝାବୁଆ କଡକନାଥ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଦାବି ହୋଇଛି।

ଝାବୁଆର କଡକନାଥ କୁକୁଡାର ମାଂସ ଏବଂ ତା’ର ଅଣ୍ଡାକୁ କୋଭିଡ ଏବଂ ପୋଷ୍ଟ କୋଭିଡ ରୋଗୀଙ୍କ ଡାଏଟ୍‌ରେ ସାମିଲ କରାଯାଇ ପାରିବ ନା ନାହିଁ ତାହା ଏବେ ଆଇସିଏମ୍‌ଆର୍ ଉପରେ ନିର୍ଭର କରେ। କରୋନାରେ ସଂକ୍ରମଣ ହେବା ପରେ ଅତ୍ୟନ୍ତ ଦୁର୍ବଳ ଇମ୍ୟୁନିଟି ଥିବା ଲୋକଙ୍କ ଉପରେ ଏହା କେତେ ପ୍ରଭାବ ପକାଉଛି, ତାହା କେବଳ ପରୀକ୍ଷଣ ପରେ ହିଁ ଜଣାପଡିଛି। ଯଦି ପରିଣାମ ସକରାତ୍ମକ ଆସେ ତେବେ ଏହାକୁ ଡାଏଟ୍‌ରେ ସାମିଲ କରାଯାଇପାରେ।

The post କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଇବ କଡ଼କନାଥ! appeared first on Odisha Reporter.

]]>
right bottom 2021-07-10 14:19:37 https://cdn.odishareporter.in/wp-content/uploads/2021/01/05140051/kadaknath-2.jpg
କେଉଁ ବ୍ଲଡ ଗ୍ରୁପ୍‌ର ଲୋକେ ଚିକେନ୍‌-ମଟନ୍ ଖାଇବା ମନା https://odishareporter.in/life-style/health/a-blood-group-people-should-eat-less-chicken-mutton-to-stay-healthy-656321 Mon, 05 Jul 2021 06:16:49 +0000 https://odishareporter.in/?p=656321

ସାଧାରଣତଃ ଆମିଷ ଖାଇବା ସମସ୍ତଙ୍କୁ ପସନ୍ଦ। ଆମିଷ ମଧ୍ୟରେ ଚିକେନ୍‌-ମଟନ୍ ଖାଇବାକୁ ଅନେକ ଲୋକେ ଭଲ ପାଆନ୍ତି। ତେବେ ପୌଷ୍ଟିକ ଏବଂ ଦାମୀ ଖାଦ୍ୟ ଖାଇବା ସତ୍ତ୍ୱେ ଅନେକଙ୍କ ସ୍ୱାସ୍ଥ୍ୟ ଭଲ ରୁହେ ନାହିଁ। ପ୍ରସିଦ୍ଧ ନେଚୁରୋପେଥୀ ଜେଡି ଆଡମ୍‌ଙ୍କ କହିବା ମୁତାବକ, ନିଜ ବ୍ଲଡ ଗ୍ରୁପ ହିସାବରେ ନିଜର ଡାଇଟ୍ ନିର୍ଦ୍ଧାରିତ କରିବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ବ୍ଲଡଗ୍ରୁପ ଧାର କ’ଣ ଖାଇପାରିବେ ଏବଂ କ’ଣ ଖାଇବା ମନା। O’ ବ୍ଲଡଗ୍ରୁପ୍‌: O’ […]

The post କେଉଁ ବ୍ଲଡ ଗ୍ରୁପ୍‌ର ଲୋକେ ଚିକେନ୍‌-ମଟନ୍ ଖାଇବା ମନା appeared first on Odisha Reporter.

]]>

ସାଧାରଣତଃ ଆମିଷ ଖାଇବା ସମସ୍ତଙ୍କୁ ପସନ୍ଦ। ଆମିଷ ମଧ୍ୟରେ ଚିକେନ୍‌-ମଟନ୍ ଖାଇବାକୁ ଅନେକ ଲୋକେ ଭଲ ପାଆନ୍ତି। ତେବେ ପୌଷ୍ଟିକ ଏବଂ ଦାମୀ ଖାଦ୍ୟ ଖାଇବା ସତ୍ତ୍ୱେ ଅନେକଙ୍କ ସ୍ୱାସ୍ଥ୍ୟ ଭଲ ରୁହେ ନାହିଁ। ପ୍ରସିଦ୍ଧ ନେଚୁରୋପେଥୀ ଜେଡି ଆଡମ୍‌ଙ୍କ କହିବା ମୁତାବକ, ନିଜ ବ୍ଲଡ ଗ୍ରୁପ ହିସାବରେ ନିଜର ଡାଇଟ୍ ନିର୍ଦ୍ଧାରିତ କରିବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ବ୍ଲଡଗ୍ରୁପ ଧାର କ’ଣ ଖାଇପାରିବେ ଏବଂ କ’ଣ ଖାଇବା ମନା।

O’ ବ୍ଲଡଗ୍ରୁପ୍‌: O’ ବ୍ଲଡଗ୍ରୁପ ଧାରୀ ବ୍ୟକ୍ତିଙ୍କୁ ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏଥିରେ ଡାଲି, ମାଂସ, ମାଛ, ଫଳ ଆଦି ଅନେକ ଜିନିଷ ସାମିଲ ଅଛି। ନିଜ ଡାଇଟ୍‌ରେ ଚାଉଲ, ବିନ୍ସ ସମେତ ବାଦାମ ଯୁକ୍ତ ଖାଦ୍ୟାର ମାତ୍ରାର ସନ୍ତୁଳନ ବଜାୟ ରଖିବା ଉଚିତ। ଏସବୁ ଜିନିଷ ଏହି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ହୋଇଥାଏ।

A’ ବ୍ଲଡ୍ ଗ୍ରୁପ୍: A’ ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ସବୁଜ ପନିପରିବା ବ୍ୟତୀତ ଟୋଫୁ, ସାମୁଦ୍ରିକ ଖାଦ୍ୟ ଏବଂ ବିଭିନ୍ନ ପ୍ରକାରର ଡାଲି ଯୁକ୍ତ ଖାଦ୍ୟ ନିଜ ଡାଇଟ୍‌ରେ ସାମିଲ କରିବା ଉଚିତ୍। ଏହି ଲୋକମାନେ ଅଲିଭ୍ ତେଲ, ଦୁଗ୍ଧଜାତ ଦ୍ରବ୍ୟ, ମକା ଏବଂ ସାମୁଦ୍ରିକ ଖାଦ୍ୟ ଖାଇ ପାରିବେ।

A’ ବ୍ଲଡ୍ ଗ୍ରୁପ୍ କ’ଣ ଖାଇବା ମନା: ବିଶେଷଜ୍ଞମାନେ କୁହନ୍ତି A’ ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନଙ୍କ ଇମ୍ୟୁନ୍ ସିଷ୍ଟମ ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ସେମାନେ ସେମାନଙ୍କର ଖାଦ୍ୟର ଯତ୍ନ ନେବା ଉଚିତ୍। ବିଶେଷଜ୍ଞ ମାନେ ଏପରି ଲୋକଙ୍କୁ ମାଂସ ମୁକ୍ତ ଖାଦ୍ୟ ଖାଇବାୟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି। ପ୍ରକୃତରେ ଏମାନଙ୍କ ଶରୀର ସହଜରେ ମାଂସ ହଜମ କରିବାରେ ସକ୍ଷମ ନୁହେଁ। ସେଥିପାଇଁ ଏହି ଲୋକଙ୍କୁ କମ୍ ଚିକେନ୍-ମଟନ୍ ଖାଇବାକୁ ପରାମର୍ଶ ଦିଆଯାଇଛି।

B’ ବ୍ଲଡ୍ ଗ୍ରୁପ୍: B’ ବ୍ଲଡ୍ ଗ୍ରୁପର ଲୋକମାନେ ଅତ୍ୟନ୍ତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ସବୁଜ ପତ୍ରଯୁକ୍ତ ପନିପରିବା, ଫଳ, ମାଛ, ମଟନ୍ ଏବଂ ଚିକେନ୍ ସବୁକିଛି ଖାଇପାରିବେ। ଶେଷଜ୍ଞମାନେ କହିଛନ୍ତି ଯେ ଏହି ରକ୍ତ ଗୋଷ୍ଠୀର ଲୋକମାନଙ୍କର ହଜମ ପ୍ରକ୍ରିୟା ବହୁତ ଭଲ। ଯାହାଫଳରେ ସେମାନଙ୍କ ଶରୀରରେ ଚର୍ବି ଜମା ହୋଇନଥାଏ। ଏହି ଲୋକମାନେ ପ୍ରଚୁର କ୍ଷୀର ଏବଂ ସେଥିରୁ ନିର୍ମିତ ଜିନିଷ, ଅଣ୍ଡା ଇତ୍ୟାଦି ଖାଇପାରିବେ। କେବଳ ଏମାନଙ୍କ ଖାଇବା ଅଭ୍ୟାସ ସନ୍ତୁଳିତ ହେବା ଉଚିତ।

AB’ ବ୍ଲଡ୍ ଗ୍ରୁପ୍: AB’ ବ୍ଲଡ୍ ଗ୍ରୁପ୍ ବହୁତ କମ୍ ଲୋକଠାରେ ଦେଖିବାକୁ ମିଳିଥାଏ। ଯେଉଁ ଖାଦ୍ୟ ଗୁଡିକ A’ ବ୍ଲଡଗ୍ରୁପ ଏବଂ B’ ବ୍ଲଡଗ୍ରୁପଧାରୀଙ୍କୁ ଖାଇବାକୁ ମନା ହୋଇଥାଏ ସେହି ସବୁ ଜିନିଷ ଏବି’ ବ୍ଲଡଗ୍ରୁପଧାରୀମାନେ ମଧ୍ୟ ଖାଇବା ମନା। ଏବି’ ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ଅଧିକ ଫଳ ଏବଂ ପନିପରିବା ଖାଇବା ଉଚିତ୍।

The post କେଉଁ ବ୍ଲଡ ଗ୍ରୁପ୍‌ର ଲୋକେ ଚିକେନ୍‌-ମଟନ୍ ଖାଇବା ମନା appeared first on Odisha Reporter.

]]>
left bottom 2021-07-05 11:48:29 https://cdn.odishareporter.in/wp-content/uploads/2021/07/05114619/Chicken.jpg
ତରଭୁଜ ଖାଉଥିଲେ ସାବଧାନ, ହୋଇପାରେ ଭୟାନକ https://odishareporter.in/life-style/health/know-the-5-dangerous-side-effects-of-watermelon-654448 Mon, 28 Jun 2021 10:39:46 +0000 https://odishareporter.in/?p=654448

ସାଧାରଣତଃ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଏହାକୁ ଗ୍ରୀଷ୍ମଦିନର ଗିଫ୍ଟ ବୋଲି କୁହାଯାଏ। ଏହା ସ୍ୱାଦିଷ୍ଟ ହେବା ସହ ଏଥିରେ ୯୨ ପ୍ରତିଶତ ଭାଗ ପାଣି ଥାଏ। ଏହା ଆମ ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରେ। ଏହା ବ୍ୟତୀତ ତରଭୁଜରେ ଶରୀରକୁ ଲାଭ ପଞ୍ଚାଇବା ଭଳି ପୋଷକ ତତ୍ତ୍ୱ ମଧ୍ୟ ଭରପୁର ରହିଛି। ତେବେ ଏତେ ସବୁ ଲାଭ ଥାଇ ମଧ୍ୟ ଏହା ଶରୀର ପାଇଁ କିଭଳି ହାନିକାରକ ହୋଇପାରେ ଆସନ୍ତୁ ଜାଣିବା। – […]

The post ତରଭୁଜ ଖାଉଥିଲେ ସାବଧାନ, ହୋଇପାରେ ଭୟାନକ appeared first on Odisha Reporter.

]]>

ସାଧାରଣତଃ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଏହାକୁ ଗ୍ରୀଷ୍ମଦିନର ଗିଫ୍ଟ ବୋଲି କୁହାଯାଏ। ଏହା ସ୍ୱାଦିଷ୍ଟ ହେବା ସହ ଏଥିରେ ୯୨ ପ୍ରତିଶତ ଭାଗ ପାଣି ଥାଏ। ଏହା ଆମ ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରେ। ଏହା ବ୍ୟତୀତ ତରଭୁଜରେ ଶରୀରକୁ ଲାଭ ପଞ୍ଚାଇବା ଭଳି ପୋଷକ ତତ୍ତ୍ୱ ମଧ୍ୟ ଭରପୁର ରହିଛି। ତେବେ ଏତେ ସବୁ ଲାଭ ଥାଇ ମଧ୍ୟ ଏହା ଶରୀର ପାଇଁ କିଭଳି ହାନିକାରକ ହୋଇପାରେ ଆସନ୍ତୁ ଜାଣିବା।

– ତରଭୁଜ ପାଣି ଏବଂ ଡାୟଟ୍ରି ଫାଇଭରର ଏକ ଉତ୍ତମ ଉତ୍ସ। ତଥାପି ଏହାକୁ ଅଧିକ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଡାକ୍ତରଙ୍କ କହିବା ମୁତାବକ ଏହାକୁ ଅଧିକ ପରିମାଣରେ ଖଇଲେ ପେଟ ଫୁଲିବା, ଗ୍ୟାସ୍‌, ଡାଇରିଆ, ପେଟ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

– ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ତରଭୁଜରେ ଥିବା ସର୍ବିଟୋଲ ଏକ ଚିନି ଯୁକ୍ତ ପଦାର୍ଥ। ଏହା ହିଁ ପେଟରେ ଗ୍ୟାସ୍ ବା ଡାଇରିଆ କରାଇଥାଏ। ଏହାବ୍ୟତୀତ ତରଭୁଜରେ ଥିବା ଲାଇକୋପିନ୍ ନାମକ ଏକ କଣ୍ଟେଣ୍ଟ ମଧ୍ୟ ଏସବୁ ସମସ୍ୟା ସୃଷ୍ଟି କରିପାରେ। ଏହା ଏକ ପିଗମେଣ୍ଟେଡ୍ ଅକ୍ସିଡାଣ୍ଟ ଯାହା ତରଭୁଜକୁ ଏହାର ଲାଲ ରଙ୍ଗ ଦେଇଥାଏ।

– ବିଶେଷଜ୍ଞମାନେ କୁହନ୍ତି ଯେ ଯଦି ଆପଣଙ୍କର ମଧୁମେହ ଜନିତ ସମସ୍ୟା ଅଛି, ତେବେ ତରଭୁଜ ଶରୀରରେ ସୁଗାର ଲେବୁଲକୁ ବଢ଼ାଇପାରେ। ତେଣୁ ଏହାକୁ ପ୍ରତିଦିନ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

– କ୍ରମାଗତ ଭାବେ ମଦ୍ୟପାନ କରୁଥିବା ବ୍ୟକ୍ତି ଅଧିକ ମାତ୍ରାରେ ତରଭୁଜ ଖାଇବା ବିପଦ ହୋଇପାରେ। ତେଣୁ ସେମାନେ ତରଭୁଜଠାରୁ ଦୂରେଇ ରହିବା ଉଚିତ। ତରଭୁଜରେ ଥିବା ଲାଇକୋପିନ୍ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ ବୋଳି ବିଶେଷଜ୍ଞମାନେ କହିଛନ୍ତି।

-ତରଭୁଜକୁ ପୋଟାସିଅମର ଉତ୍ତମ ସ୍ରୋତ ବୋଲି ମଧ୍ୟ କୁହାଯାଏ। ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟରେ କାମ କରେ। ଏହା ଶରୀରର ଇଲେକ୍ଟ୍ରୋଲାଇଟ ଫଙ୍କସନ ଏବଂ ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ଏହା ସହିତ ପୋଟାସିୟମ୍ ମଧ୍ୟ ଆମର ହାଡକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ଶରୀରରେ ଏହାର ଅତ୍ୟଧିକ ପରିମାଣ ହୃଦ୍‌ରୋଗକୁ ବଢ଼ାଇଥାଏ।

The post ତରଭୁଜ ଖାଉଥିଲେ ସାବଧାନ, ହୋଇପାରେ ଭୟାନକ appeared first on Odisha Reporter.

]]>
left bottom, odia health tips 2021-06-29 11:50:20 https://cdn.odishareporter.in/wp-content/uploads/2021/06/28160917/watermelon.jpg
ଯୋଗ କରି ରୁହନ୍ତି ଫିଟ୍‌; ଏହି ୫ଟି ଦିଗକୁ ଧ୍ୟାନ ଦିଅନ୍ତୁ https://odishareporter.in/life-style/health/international-yoga-day-2021-some-things-every-new-yogi-should-know-before-hitting-the-mat-395679 Thu, 17 Jun 2021 06:38:11 +0000 http://odishareporter.in/?p=395679

ଯୋଗ ମାନସିକ ଶାନ୍ତି ଓ ଶରୀରକୁ ଫଟ୍‌ ରଖିଥାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ଯୋଗ ପ୍ରମୁଖ ଭୂମିକା ନେଇଥାଏ। ସେଥିପାଇଁ ଆଜିର ବ୍ୟସ୍ତ ବହୁଳ ସମାଜରେ ମଣିଷ ଯୋଗକୁ ଆପଣାଇଛି। ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ଯୋଗ ଓ ପ୍ରାଣାୟମ କରନ୍ତୁ । ଆସନ୍ତା ୨୧ ତାରିଖରେ ପାଳିତ ହେବ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶାନ୍ତି ସଦ୍‌ଭାବନା ବଜାୟ ରଖିବା। ଜଣେ ବ୍ୟକ୍ତି ନିୟମିତ ଯୋଗ […]

The post ଯୋଗ କରି ରୁହନ୍ତି ଫିଟ୍‌; ଏହି ୫ଟି ଦିଗକୁ ଧ୍ୟାନ ଦିଅନ୍ତୁ appeared first on Odisha Reporter.

]]>

ଯୋଗ ମାନସିକ ଶାନ୍ତି ଓ ଶରୀରକୁ ଫଟ୍‌ ରଖିଥାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ଯୋଗ ପ୍ରମୁଖ ଭୂମିକା ନେଇଥାଏ। ସେଥିପାଇଁ ଆଜିର ବ୍ୟସ୍ତ ବହୁଳ ସମାଜରେ ମଣିଷ ଯୋଗକୁ ଆପଣାଇଛି। ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ଯୋଗ ଓ ପ୍ରାଣାୟମ କରନ୍ତୁ । ଆସନ୍ତା ୨୧ ତାରିଖରେ ପାଳିତ ହେବ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶାନ୍ତି ସଦ୍‌ଭାବନା ବଜାୟ ରଖିବା। ଜଣେ ବ୍ୟକ୍ତି ନିୟମିତ ଯୋଗ କଲେ ନିରୋଗ ରହିବ। ଯୋଗ ମଣିଷ ଶରୀର ଓ ମନକୁ ସୁସ୍ଥ ଏବଂ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ।

୧-  ଯଦି ଆପଣ ନୂଆ କରି ଯୋଗ କରିବା ଆରମ୍ଭ କରିଛନ୍ତି, ତା’ ହେଲେ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।  ଆସନ୍ତୁ ଜାଣିବା ଏହି ବିଷୟରେ। ଆପଣ ପ୍ରଥମେ ସ୍ଥିର କରିବା ଦରକାର ଯେ, ଆପଣ କ’ଣ ପାଇଁ ଯୋଗ କରିବାକୁ ଚାହୁଁଛନ୍ତି। ଆପଣଙ୍କ ସମସ୍ୟା ସମାଧାନ ଲାଗି କେଉଁ ଯୋଗ ସର୍ବୋକୃଷ୍ଟ। ଏହାକୁ କରିବାର ପ୍ରଣାଳୀ କ’ଣ। ଏ ବିଷୟରେ ଆପଣଙ୍କର ଯଦି ଜ୍ଞାନ ନାହିଁ, ତେବେ ସର୍ବପ୍ରଥମେ ଆପଣ ଯୋଗ କ୍ଲାସ୍‌ରେ ସାମିଲ ହୁଅନ୍ତୁ। ନଚେତ ଭୁଲ ଯୋଗ ମୁଦ୍ରା କଲେ ଠିକ୍‌ ପରିବର୍ତ୍ତେ ଭୁଲ ଫଳ ପାଇବେ।

୨- ଯୋଗ କରିବା ନିମନ୍ତେ ଶୁଦ୍ଧ ବାୟୁ ଚଳାଚଳ କରୁଥିବା ଖୋଲା ପଡିଆକୁ ବାଛନ୍ତୁ। ଯୋଗ କରିବା ସମୟରେ ଟାଇଟ୍‌ ପୋଷାକ ପିନ୍ଧିବା ଉଚିତ ନୁହେଁ। ଏହି ସମୟରେ ସବୁବେଳେ ଚେଷ୍ଟା କରିବେ, ଢିଲା ଓ ସୁତା କପଡା ପିନ୍ଧିବା ଲାଗି। ଏହି ସମୟରେ ଆପଣଙ୍କର ଝାଳ ମଧ୍ୟ ବାହାରିବ। ତେଣୁ ଏପରି ଡ୍ରେସ୍‌ ପିନ୍ଧନ୍ତୁ,  ଯେଉଁଥିରେ ଆପଣ ଆରାମ ଭାବେ ବିଭିନ୍ନ ମୁଦ୍ରା ଓ ଆସନ କରି ପାରିବେ।

୩- ଯୋଗର କେଉଁ ମୁଦ୍ରା କେତେ ସମୟ ପର୍ଯ୍ୟନ୍ତ କରିବା ଆବଶ୍ୟକ,  ସେ ବିଷୟରେ ଆପଣଙ୍କର ଜ୍ଞାନ ରହିବା ଆବଶ୍ୟକ। ଯୋଗ କେବେ ବି ଜଲଦି ଭାବେ କରନ୍ତୁ ନାହିଁ। ଏହା ଲାଗି ଆପଣ ସମୟ ବାହାର କରି ସ୍ଥିର ମନରେ କରନ୍ତୁ । ଯୋଗ କରିବା ସମୟରେ ମନକୁ ସ୍ଥିର ରଖନ୍ତୁ। ଅସ୍ଥିର କିମ୍ୱା ଚଳଚଞ୍ଚଳ ହୁଅନ୍ତୁ ନାହିଁ।

୪-ଯୋଗ କରିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଆପଣ ନେଉଥିବା ନିଶ୍ୱାସ  ହିଁ ଯୋଗର ଚାବି କାଠି। ତେଣୁ ନୂଆ କରି ଯୋଗ ଆରମ୍ଭ କରୁଥିଲେ, ଏହାର ପ୍ରଶିକ୍ଷଣ ନେବା ସହ ବିଭିନ୍ନ ମୁଦ୍ରା ଓ ଯୋଗାଭ୍ୟାସ ସମ୍ପର୍କରେ  ଠିକ୍‌ ଭାବେ ଜାଣି ନିଅନ୍ତୁ।

 ୫-ଯୋଗର ସବୁ ପ୍ରକ୍ରିୟାକୁ ଆରାମରେ ଓ ଶାନ୍ତିପୂର୍ଣ୍ଣ ଭାବେ କରନ୍ତୁ। ଏଥିଲାଗି ସର୍ବପ୍ରଥମେ ନିଜ ଶରୀର ଓ ମନକୁ ପ୍ରସ୍ତୁତ ରଖନ୍ତୁ। ଯୋଗ ଖାଇବାର ତତ୍‌କ୍ଷଣାତ ପରେ କିମ୍ବ ଯୋଗ କରିବା ପୂର୍ବରୁ ଭରପୁର ପେଟ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଆପଣ ଅସହଜ ଅନୁଭବ କରିବେ ଓ ଯୋଗକୁ ଠିକ୍‌ ଭାବେ କରି ପାରିବେ ନାହିଁ। ଫଳରେ ଏହା ଆପଣଙ୍କ ଲାଗି ଲାଭଦାୟକ ହେବ ନାହିଁ।

The post ଯୋଗ କରି ରୁହନ୍ତି ଫିଟ୍‌; ଏହି ୫ଟି ଦିଗକୁ ଧ୍ୟାନ ଦିଅନ୍ତୁ appeared first on Odisha Reporter.

]]>
left bottom, Yoga Day 2021 2021-06-17 15:43:50 https://cdn.odishareporter.in/wp-content/uploads/2021/06/17122745/youga.jpg
ସାବଧାନ୍! ସ୍ୱାସ୍ଥ୍ୟ ପାଇଁ ବର୍ଷା ଋତୁ ଅଧିକ ଘାତକ https://odishareporter.in/life-style/health/ayurvedic-doctor-tells-rainy-season-is-deadly-so-no-fun-when-it-comes-to-health-watch-the-video-651501 Wed, 16 Jun 2021 17:06:09 +0000 https://odishareporter.in/?p=651501

କିଛି ଲୋକଙ୍କୁ ବର୍ଷା ଋତୁ ବହୁତ ପସନ୍ଦ ଆସିଥାଏ ତ କିଛି ଲୋକଙ୍କୁ ଏହା ଭଲ ଲାଗେ ନାହିଁ। ହେଲେ ଅଧିକାଂଶ ଲୋକ ଏହି ଋତୁକୁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଥାନ୍ତି। ବର୍ଷା ଆସିବା ମାତ୍ରକେ ଥଣ୍ଡା ପବନ ଓ ଚାରିଆଡ଼େ ସବୁଜ ନଜର ଆସିଥାଏ। କିନ୍ତୁ ଏହା ସହ ଏହି ଋତୁ ବିଭିନ୍ନ ରୋଗ ମଧ୍ୟ ସାଙ୍ଗରେ ଆଣିଥାଏ। ଏହି ଋତୁରେ ଡେଙ୍ଗୁ, ମାଲେରିଆ, ଚିକେନଗୁନିଆ ଭଳି ରୋଗ ବ୍ୟାପିଥାଏ। ତେବେ କିଛି ଆୟୁର୍ବେଦିକ […]

The post ସାବଧାନ୍! ସ୍ୱାସ୍ଥ୍ୟ ପାଇଁ ବର୍ଷା ଋତୁ ଅଧିକ ଘାତକ appeared first on Odisha Reporter.

]]>

କିଛି ଲୋକଙ୍କୁ ବର୍ଷା ଋତୁ ବହୁତ ପସନ୍ଦ ଆସିଥାଏ ତ କିଛି ଲୋକଙ୍କୁ ଏହା ଭଲ ଲାଗେ ନାହିଁ। ହେଲେ ଅଧିକାଂଶ ଲୋକ ଏହି ଋତୁକୁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଥାନ୍ତି। ବର୍ଷା ଆସିବା ମାତ୍ରକେ ଥଣ୍ଡା ପବନ ଓ ଚାରିଆଡ଼େ ସବୁଜ ନଜର ଆସିଥାଏ। କିନ୍ତୁ ଏହା ସହ ଏହି ଋତୁ ବିଭିନ୍ନ ରୋଗ ମଧ୍ୟ ସାଙ୍ଗରେ ଆଣିଥାଏ। ଏହି ଋତୁରେ ଡେଙ୍ଗୁ, ମାଲେରିଆ, ଚିକେନଗୁନିଆ ଭଳି ରୋଗ ବ୍ୟାପିଥାଏ। ତେବେ କିଛି ଆୟୁର୍ବେଦିକ ଡାକ୍ତରଙ୍କ କହିବା ଅନୁସାରେ ବର୍ଷା ପାଗ ସବୁଠାର ଖରାପ।

ଆୟୁର୍ବେଦିକ ଡାକ୍ତରଙ୍କ କହିବା ଅନୁଯାୟୀ, ସବୁ ଋତୁ ଠାରୁ ବର୍ଷା ଋତୁ ଲୋକଙ୍କ ପାଇଁ ବହୁତ ଘାତକ ହୋଇଥାଏ। ଏହି ଋତୁକୁ ନେଇ ଆୟୁର୍ବେଦିକ ଡାକ୍ତର ରେଖା ରାଧାମଣି ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଏହି ଋତୁରେ ହେଉଥିବା ରୋଗ ଏବଂ ଏହାର ଉପଚାର କଥା କରିଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ, ପ୍ରାୟତଃ ସବୁ ଋତୁରେ ଆମର ଶରୀର ଠିକ୍ ରହିଥାଏ, କିନ୍ତୁ ବର୍ଷା ଋତୁରେ ଶରୀରର ସନ୍ତୁଳନ ଅଧିକ ବିଗିଡ଼ି ଯାଇଥାଏ। ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ। ଡାକ୍ତର ଜଣକ କହିଛନ୍ତି, ପ୍ରାୟ ସବୁ ଋତୁରେ ଆମେ ଦୋଷ ଅର୍ଥାତ୍ ବାୟୋଫିଜିକାଲ୍ ଏନର୍ଜି ରଖିଥାଉ, ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟ ଠିକ୍ ରହିଥାଏ। କିନ୍ତୁ ବର୍ଷା ଋତୁରେ ଏହାର ସନ୍ତୁଳନ ବିଗିଡ଼ି ଯାଇଥାଏ, ଯେଉଁ କାରଣରୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ। ଯେତେବେଳେ ଶରୀରରେ ଥିବା ଦୋଷ ଅର୍ଥାତ୍ ବାତ, ପିତ୍ତ ଓ କଫର ସନ୍ତୁଳତ ବିଗିଡ଼ି ଯାଏ, ଏହା ପରସ୍ପର ବିରୋଧରେ ଲଢ଼ନ୍ତି ଏବଂ ଏହା ଦ୍ୱାରା ଆମକୁ କ୍ରୋନିକ୍ ଡିଜିଜର ସମସ୍ୟା ହୋଇଥାଏ। ତେବେ କ୍ରୋନିକ୍ ଡିଜିଜକୁ ରକ୍ଷା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ପଞ୍ଚକର୍ମ, ସନ୍ତୁଳନ ଓ ହାଲୁକା ଆହାର ନେବା ଦରକାର ବୋଲି ଡାକ୍ତର ପରାର୍ମଶ ଦେଇଛନ୍ତି ।

ସୁସ୍ଥ ରହିବା ପାଇଁ ଡାକ୍ତର ଆୟୁର୍ବେଦର ପଞ୍ଚକର୍ମର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବର୍ଷା ଋତୁରେ ପଞ୍ଚକର୍ମ ଜରିଆରେ ଶରୀରର ଭିତରକୁ ସ୍ବଚ୍ଛ କରାଯାଇଥାଏ। ଏହି ଥେରାପି ଶରୀରରେ ଏକ ନୂଆ ଊର୍ଜା ଦେବାର ଏକ ଆୟୁର୍ବେଦିକ ଉପଚାର। ଏହାଦ୍ୱାରା ଶରୀରର ଦୋଷ ଅସନ୍ତୁଳିତ ହୋଇନଥାଏ। ଏହାଦ୍ୱାରା ନା କେବଳ ଶରୀର ଓ ମନ ଭିତର ବିଶୁଦ୍ଧ ହୋଇଥାଏ ବରଂ ଏହା ଶରୀରର ସଂକ୍ରମଣ ସହ ଲଢ଼ିବା ପାଇଁ ପ୍ରସ୍ତୁତ କରିଥାଏ।

ଏହି ପ୍ରକ୍ରିୟା ଶରୀରରେ ବିଷାକ୍ତ ପଦାର୍ଥକୁ ସଫା କରିବା ପାଇଁ ବ୍ୟବହୃତ କରାଯାଇଥାଏ। ଆୟୁର୍ବେଦ କହେ ଯେ ଅସନ୍ତୁଳିତ ଦୋଷ ଶରୀରରେ ସମସ୍ତ ପ୍ରକାରର ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ, ତେଣୁ ପଞ୍ଚକର୍ମ ଏଥିପାଇଁ ସର୍ବୋତ୍ତମ ଥେରାପି। ବର୍ଷାରେ ଦୋଷ ଅସନ୍ତୁଳନ ହେବା ଦ୍ୱାରା ଆମକୁ ହଜମ ସମ୍ବନ୍ଧିତ ସମସ୍ୟା ହୋଇଥାଏ ଏବଂ ଶାରୀରିକ ଦୁର୍ବଳତା ମଧ୍ୟ ଲାଗିଥାଏ।

ସୂଚନାଯୋଗ୍ୟ, ଆୟୁର୍ବେଦ ଅନୁସାରେ କଫ ଦୋଷରେ ୨୮ ରୋଗ, ପିତ୍ତ ରୋଗରେ ୪୦ ରୋଗ, ବାତ ଦୋଷରେ ୮୦ ପ୍ରକାରର ରୋଗ ରହିଥାଏ। ଏଥିପାଇଁ ଆୟୁର୍ବେଦରେ ବାତ, ପିତ୍ତ ଓ କଫ ଆଦି ତ୍ରିଦୋଷକୁ ସନ୍ତୁଳିତ ରଖିବା ପାଇଁ ଆମକୁ ନିଜର ଉପଚାର ନିଜେ କରିବାକୁ ପଡ଼ିବ। ବିଶେଷକରି କୋଭିଡ୍ ଭଳି ମହାମାରୀ ସମୟରେ ଏସବୁକୁ ଧ୍ୟାନ ରଖିବା ଦରକାର।

ଡାକ୍ତର ରେଖା କହିଛନ୍ତି ଯେ ବର୍ଷା ଋତୁରେ ଅତ୍ୟଧିକ କାମ କରିବାରୁ ଦୂରେଇ ରହିବା ଦରକାର। ଯଦି ଏହି ଋତୁରେ ମଧ୍ୟମ ଧରଣର ବ୍ୟାୟାମ ଜାରି ରଖନ୍ତି, ତାହେଲେ ଏହା ଭଲ ହେବ। ଏଥିରେ ଆପଣ ଯୋଗର ସାହାଯ୍ୟ ମଧ୍ୟ ନେଇପାରିବେ।

The post ସାବଧାନ୍! ସ୍ୱାସ୍ଥ୍ୟ ପାଇଁ ବର୍ଷା ଋତୁ ଅଧିକ ଘାତକ appeared first on Odisha Reporter.

]]>
left bottom, odia health tips 2021-06-17 16:31:43 https://cdn.odishareporter.in/wp-content/uploads/2021/06/16223531/rain-2.jpg
ଭୂତାଣୁକୁ ଦେଉଛି ଚ୍ୟାଲେଞ୍ଜ : ମୃତ୍ୟୁମୁଖରୁ ବଞ୍ଚାଉ ଥିବା କ’ଣ ଏହି ECMO ମେସିନ୍‌ https://odishareporter.in/life-style/health/what-is-ecmo-machine-8-649413 Tue, 08 Jun 2021 16:00:07 +0000 https://odishareporter.in/?p=649413

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର): ପ୍ରଥମେ ପୂର୍ବତନ ଏମଏଲଏ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦ, ପରେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ ଏବେ  ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଉ ଭଦ୍ରକର ଅଭିଷେକ ମହାପାତ୍ର। ଏ ସମସ୍ତଙ୍କ ଚିକିତ୍ସାପାଇଁ ଇକମୋ ମେସିନ ଆବଶ୍ୟକ। କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ନାହିଁ ନଥିବା ଭୟ ସୃଷ୍ଟି କରିଛି। ବିଶେଷକରି ଦ୍ୱିତୀୟ ଲହରରେ ବହୁ ଲୋକଙ୍କର ଜୀବନ ଚାଲି ଯାଉଛି। ଏହା ସିଧାସଳଖ ରୋଗୀଙ୍କର ଫୁସଫୁସକୁ ଆକ୍ରମଣ କରୁଛି। କିଛି ଦିନ […]

The post ଭୂତାଣୁକୁ ଦେଉଛି ଚ୍ୟାଲେଞ୍ଜ : ମୃତ୍ୟୁମୁଖରୁ ବଞ୍ଚାଉ ଥିବା କ’ଣ ଏହି ECMO ମେସିନ୍‌ appeared first on Odisha Reporter.

]]>

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର): ପ୍ରଥମେ ପୂର୍ବତନ ଏମଏଲଏ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦ, ପରେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ ଏବେ  ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଉ ଭଦ୍ରକର ଅଭିଷେକ ମହାପାତ୍ର। ଏ ସମସ୍ତଙ୍କ ଚିକିତ୍ସାପାଇଁ ଇକମୋ ମେସିନ ଆବଶ୍ୟକ। କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ନାହିଁ ନଥିବା ଭୟ ସୃଷ୍ଟି କରିଛି। ବିଶେଷକରି ଦ୍ୱିତୀୟ ଲହରରେ ବହୁ ଲୋକଙ୍କର ଜୀବନ ଚାଲି ଯାଉଛି। ଏହା ସିଧାସଳଖ ରୋଗୀଙ୍କର ଫୁସଫୁସକୁ ଆକ୍ରମଣ କରୁଛି। କିଛି ଦିନ ଭିତରେ ନେଇ ଯାଉଛି ଜୀବନ। ଏଭଳି ରୋଗୀଙ୍କ ପ୍ରାଣ ରକ୍ଷା ପାଇଁ ଓଡ଼ିଶାରେ ଇକମୋ ECMO (Extracorporeal membrane oxygenation) ଚିକିତ୍ସା ସୁବିଧା ନଥିବାରୁ ବହୁ ସଙ୍କଟାପନ୍ନ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଙ୍ଗ୍ କରିବାକୁ ପଡୁଛି। ତେବେ  କଣ ଏହି ଇକମୋ ମେସିନ ଜାଣନ୍ତୁ।

ଯେତେବେଳେ ଜଣେ ରୋଗୀଙ୍କର ହାର୍ଟ କିମ୍ବା ଫୁସ୍‌ଫୁସ୍‌ ଫେଲ ହୋଇଯାଏ ସେମାନଙ୍କ ପାଇଁ ଏହି ମେସିନ୍‌ ଆବଶ୍ୟକ ହୋଇଥାଏ। ଏହାକୁ ଏକ ସାମୟିକ ତଥା ଟେମ୍ପରାରି କୁତ୍ରିମ ଫୁସ୍‌ଫୁସ୍‌  ଏବଂ ହାର୍ଟ ବୋଲି କୁହାଯାଇପାରିବ। ବିଶେଷ କରି ଏବେ କରୋନା ହେଉ କିମ୍ବା ସ୍ୱାଇନ୍‌ ଫ୍ଲୁ  ଏଥିରେ ଆକ୍ରାନ୍ତ ହେଉଥିବା କିଛି ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ  ହେଉଛି । ସେମାନଙ୍କ ଫୁସ୍‌ଫୁସ୍‌ ଫଙ୍କସନ୍  ବନ୍ଦ ଅବସ୍ଥାକୁ ଚାଲିଯାଏ। ଏହି ବର୍ଗର ରୋଗୀଙ୍କ ଇକମୋ ଟ୍ରିଟ୍‌ମେଣ୍ଟ ଆବଶ୍ୟକ ହୋଇ ଥାଏ। ଯାହା ସେମାନଙ୍କ ପାଇଁ ଲାଭଦାୟକ ଚିକିତ୍ସା ହୋଇ ଥାଏ ।  ଏହି ଇକମୋ ମେସିନ ଶରୀରରୁ ରକ୍ତ ନେଇ ତାକୁ ନିର୍ମଳ କରିଥାଏ ଏବଂ ନୂଆ ଅକ୍ସିଜେନ ସେଇ ରକ୍ତରେ ଭରି ଶରୀରକୁ ପ୍ରବାହିତ କରିଥାଏ।  ରୋଗୀମାନଙ୍କୁ ଏହି ସମୟରେ ଆଇସିୟୁରେ ରଖାଯାଇଥାଏ। ଏହା ଏକ ସମ୍ବେଦନଶୀଳ ଚିକିତ୍ସା ପଦ୍ଧତି।

ଏହି ଚିକତ୍ସା ପାଇଁ ଅଭିଜ୍ଞ ଥିବା ଡାକ୍ତରୀ ଦଳ ରୋଗୀର ଫୁସଫୁସ୍, ବ୍ରେନ୍, କିଡନୀ, ଲିଭର ସବୁ ଅନୁଧ୍ୟାନ କରିଥାନ୍ତି। ଫୁସ୍‌ଫୁସ୍‌ ରିକଭର କରିବା ପର୍ଯ୍ୟନ୍ତ ରୋଗୀକୁ ଏହି ଇକମୋ ମେସିନରେ ଚିକିତ୍ସା ଜାରି ରହିଥାଏ। ବିଶେଷ କରି ଯେଉଁମାନଙ୍କର ଫୁସଫୁସ୍‌ ସଂକ୍ରମିତ ହୋଇଥାଏ କିମ୍ବା ଫୁସଫୁସ୍‌ ଅକ୍ସିଜେନ ଗ୍ରହଣ କରିବାର ଅକ୍ଷମ ହୋଇଯାଏ ସେମାନଙ୍କୁ ଏଭଳି ଉଚ୍ଚମାନର ଚିକିତ୍ସା ଆବଶ୍ୟକ  ହୋଇଥାଏ।  ବିଶେଷକରି ଏହି ରୋଗରେ ରିକଭରି ପାଇଁ ଟିକେ ଅଧିକ ଦିନ ଲାଗିଥାଏ। ଏହି ସମୟରେ ଏହି ଇକମୋ ମେସିନ୍ ଅକ୍ସିଜେନକୁ ସିଧାସଳଖ ବ୍ଲଡ ଭିତରକୁ ଏଣ୍ଟ୍ରି କରାଏ ଏବଂ ପରେ ଏହା ପୂରା ଶରୀରକୁ ପ୍ରବାହିତ କରିଥାଏ।  ଯଦି ଇକମୋ ମେସିନ୍ଠି କ୍ ସମୟରେ ଯୋଗେଇ ଦିଆଯାଏ ତେବେ ରୋଗୀ ଭଲ ହେବାର ଅଧିକ ଚାନ୍ସ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି।

The post ଭୂତାଣୁକୁ ଦେଉଛି ଚ୍ୟାଲେଞ୍ଜ : ମୃତ୍ୟୁମୁଖରୁ ବଞ୍ଚାଉ ଥିବା କ’ଣ ଏହି ECMO ମେସିନ୍‌ appeared first on Odisha Reporter.

]]>
left top 2021-06-11 16:11:38 https://cdn.odishareporter.in/wp-content/uploads/2021/06/08212206/707.jpg
ମୃତ୍ୟୁ ପରେ କରୋନା ଭୂତାଣୁ ନାକ ଓ ପାଟିରେ ସକ୍ରିୟ ରୁହେ ନା ନାହିଁ? https://odishareporter.in/life-style/health/coronavirus-is-not-active-in-nose-and-mouth-cavity-of-dead-says-aiims-forensic-chief-sudhir-gupta-645969 Tue, 25 May 2021 15:26:43 +0000 https://odishareporter.in/?p=645969

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରରେ ହେଉଥିବା ମୃତ୍ୟୁ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ ଭିତରେ ମଧ୍ୟ କରୋନା ଭୂତାଣୁ ଜୀବନ୍ତ ରହୁଛି। ତେବେ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁର କେତେ ସମୟ ଧରି ଭୂତାଣୁ ଜୀବନ୍ତ ରହିଥାଏ, ସେ ନେଇ ସୂଚନା ଦେଇଛନ୍ତି ଏମ୍ସର ଫରେନ୍ସିକ୍ ବିଭାଗ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା। ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି, ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁର ୧୨ରୁ […]

The post ମୃତ୍ୟୁ ପରେ କରୋନା ଭୂତାଣୁ ନାକ ଓ ପାଟିରେ ସକ୍ରିୟ ରୁହେ ନା ନାହିଁ? appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରରେ ହେଉଥିବା ମୃତ୍ୟୁ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ ଭିତରେ ମଧ୍ୟ କରୋନା ଭୂତାଣୁ ଜୀବନ୍ତ ରହୁଛି। ତେବେ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁର କେତେ ସମୟ ଧରି ଭୂତାଣୁ ଜୀବନ୍ତ ରହିଥାଏ, ସେ ନେଇ ସୂଚନା ଦେଇଛନ୍ତି ଏମ୍ସର ଫରେନ୍ସିକ୍ ବିଭାଗ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା।

ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି, ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁର ୧୨ରୁ ୧୪ ଘଣ୍ଟା ପରେ କରୋନା ଭାଇରସ୍ ଭୂତାଣୁ ନାକ ଓ ମୁହଁରେ ସକ୍ରିୟ ରହେ ନାହିଁ, ଯେଉଁ କାରଣରୁ ମୃତକଙ୍କଠାରୁ ସଂକ୍ରମଣର ଅଧିକ ବିପଦ ନଥାଏ। ପିଟିଆଇକୁ ସାକ୍ଷାତକାର ଦେଇ ଡା. ଗୁପ୍ତା କହିଛନ୍ତି, ମୃତ୍ୟୁର ୧୨ରୁ ୧୪ ଘଣ୍ଟା ବ୍ୟବଧାନରେ ପ୍ରାୟ ୧୦୦ ମୃତଦେହର କରୋନା ଭାଇରସ୍ ସଂକ୍ରମଣ ପାଇଁ ପୁଣିଥରେ ଯାଞ୍ଚ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଛି। ଏହାର ଅର୍ଥ ମୃତ୍ୟୁର ୨୪ ଘଣ୍ଟା ପରେ ଭୂତାଣୁ ନାକ ଓ ମୁହଁରେ ସକ୍ରିୟ ରୁହେ ନାହିଁ।

ସେ କହିଛନ୍ତି, ବର୍ଷେ ଧରି ଏମ୍ସର ଫରେନ୍ସିକ୍ ମେଡିସିନ୍ ବିଭାଗରେ କୋଭିଡ୍-୧୯ ପଜିଟିଭ୍ ମେଡିକୋ-ଲିଗାଲ୍ ମାମଲା ଉପରେ ଅଧ୍ୟୟନ କରାଯାଇଥିଏଲା। ଏଥିରେ ମୃତଦେହର ପୋଷ୍ଟମର୍ଟମ୍ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ମୃତ ଶରୀରରୁ ବାହାରୁଥିବା ତରଳ ପଦାର୍ଥକୁ ରୋକିବା ପାଇଁ ନାକ ଓ ମୁହଁର ବାଟକୁ ବନ୍ଦ କରାଯିବା ଦରକାର।

ସେ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଏଭଳି ମୃତଦେହର ଯତ୍ନ ନେଉଥିବା ଲୋକଙ୍କୁ ମାସ୍କ, ଗ୍ଲୋଭସ୍, ପିପିଇ କିଟ୍ ପିନ୍ଧିବା ଦରକାର। ସେହିପରି ମୃତକଙ୍କ ଅନ୍ତିମ ସଂସ୍କାର ପରେ ସେମାନଙ୍କର ଅସ୍ତି ଓ ପାଉଁଶ ସଂଗ୍ରହ କରିବା ସମ୍ପୂର୍ଣ୍ଣ ସୁରକ୍ଷିତ, କାରଣ ଅସ୍ତିରୁ ସଂକ୍ରମଣ ବ୍ୟାପିବାର କୌଣସି ବିପଦ ନାହିଁ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) ପକ୍ଷରୁ ମେ’ ୨୦୨୦ରେ କୋଭିଡ୍‌-୧୯ ମୃତ୍ୟୁ ମାମଲାରେ ମେଡିକୋ-ଲିଗାଲ୍ ଅଟୋପ୍ସି ପାଇଁ ଷ୍ଟାଣ୍ଡାର୍ଡ ଗାଇଡଲାଇନ ଜାରି କରାଯାଇଥିଲା। ଏହି ଗାଇଡଲାଇନରେ ପରାମର୍ଶ ଦିଆଯାଇଥିଲା ଯେ କରୋନା ମୃତ୍ୟୁ ମାମଲାରେ ଫରେନ୍ସିକ ପୋଷ୍ଟମର୍ଟମ୍ ପାଇଁ ମୃତଦେହକୁ କାଟିବାରେ ବ୍ୟବହାର ହେଉଥିବା ଟେକନିକର ବ୍ୟବହାର କରାଯିବା ଉଚିତ୍ ନୁହେଁ। କାରଣ ଏହାଦ୍ୱାରା ମର୍ଚୁରୀ କର୍ମଚାରୀ ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ ମୃତକଙ୍କ ଶରୀରରେ ଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିବା ଦ୍ୱାରା ସେମାନଙ୍କ ଭିତରେ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ବିପଦ ଦେଖା ଦେଇପାରେ।

The post ମୃତ୍ୟୁ ପରେ କରୋନା ଭୂତାଣୁ ନାକ ଓ ପାଟିରେ ସକ୍ରିୟ ରୁହେ ନା ନାହିଁ? appeared first on Odisha Reporter.

]]>
left bottom 2021-05-25 20:56:43 https://cdn.odishareporter.in/wp-content/uploads/2021/05/25204820/corona-27.jpg
ଟିକା ନେବା ପରେ ଖା’ନ୍ତୁ ଏହି ସବୁ ଖାଦ୍ୟ https://odishareporter.in/life-style/health/know-the-post-vaccination-diet-645802 Tue, 25 May 2021 07:35:50 +0000 https://odishareporter.in/?p=645802

ଚାରିଆଡେ ସୁନାମି ଭଳି ମାଡି ଚାଲିଛି ମହାମାରୀ । କୋରନାର ଦ୍ୱିତୀୟ ଲହର ଠାରୁ ବଂଚିବା ପାଇଁ ଦେଶରେ ଟିକା କରଣ ଜାରି ରହିଛି । ତେବେ ଟିକା ନେବା ପରେ ଅନେକ ବ୍ୟକ୍ତିଙ୍କ ଠାରେ ଜ୍ୱର, ମୁଣ୍ଡବିନ୍ଧା, ଦେହ ହାତ ଯନ୍ତ୍ରଣା ତଥା ଥକାପଣ ଭଳି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହି ସବୁ ପାଶ୍ୱର୍ପ୍ରତିକ୍ରିୟାକୁ ନିଜ ଖାଦ୍ୟ ଏବଂ ଦିନଚର୍ଯ୍ୟା ଉପରେ ଧ୍ୟାନ ଦେଇ କମ୍ କରାଯାଇପାରିବ ବୋଲି ଡାକ୍ତରମାନେ କହିଛନ୍ତି । ତେବେ […]

The post ଟିକା ନେବା ପରେ ଖା’ନ୍ତୁ ଏହି ସବୁ ଖାଦ୍ୟ appeared first on Odisha Reporter.

]]>

ଚାରିଆଡେ ସୁନାମି ଭଳି ମାଡି ଚାଲିଛି ମହାମାରୀ । କୋରନାର ଦ୍ୱିତୀୟ ଲହର ଠାରୁ ବଂଚିବା ପାଇଁ ଦେଶରେ ଟିକା କରଣ ଜାରି ରହିଛି । ତେବେ ଟିକା ନେବା ପରେ ଅନେକ ବ୍ୟକ୍ତିଙ୍କ ଠାରେ ଜ୍ୱର, ମୁଣ୍ଡବିନ୍ଧା, ଦେହ ହାତ ଯନ୍ତ୍ରଣା ତଥା ଥକାପଣ ଭଳି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହି ସବୁ ପାଶ୍ୱର୍ପ୍ରତିକ୍ରିୟାକୁ ନିଜ ଖାଦ୍ୟ ଏବଂ ଦିନଚର୍ଯ୍ୟା ଉପରେ ଧ୍ୟାନ ଦେଇ କମ୍ କରାଯାଇପାରିବ ବୋଲି ଡାକ୍ତରମାନେ କହିଛନ୍ତି । ତେବେ ଟିକା ନେବା ପରେ କେଉଁ ସବୁ ଖାଦ୍ୟ ଖାଇଲେ ଇମ୍ୟୁନିଟି ମଜଭୁତ ହେବା ସହ ଟିକାର ସାଇଡିଫିକେ କମ୍ ହେବ ଆସନ୍ତୁ ଜାଣିବା ।

ପିଆଜି ଓ ରସୁୁଣ: ଉଭୟ ପିଆଜ ଏବଂ ରସୁଣ ଭଲ ଇମ୍ୟୁନିଟି ବୁଷ୍ଟର ଭାବେ କାମ କରେ । ଟିକା ନେବା ପରେ ଖାଦ୍ୟରେ ପିଆଜ ଓ ରସୁଣ ବ୍ୟବହାର କରନ୍ତୁ । କଞ୍ଚା ରସୁଣରେ ମାଙ୍ଗାନିଜ୍, ଭିଟାମିନ୍ ବି୬, ଫାଇବର, ସେଲେନିୟମ୍, ଭିଟାମିନ୍ ସି ଏବଂ କିଛି ପରିମାଣର କ୍ୟାଲସିୟମ୍, କପର, ପୋଟାସିୟମ୍, ଆଇରନ୍ ଏବଂ ଫସଫରସ୍ ଥାଏ । ଏଥିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏଥି ସହିତ ପିଆଜରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ମିଳିଥାଏ ।

ଫଳ: ଟିକା ନେବା ପରେ ପ୍ରଚୁର ମାତ୍ରାରେ ଫଳ ଖା’ନ୍ତୁ । ଯେଉଁ ଫଳରେ ପାଣିର ପରିମାଣ ଅଧିକ ରହିଛି ସେହି ଫଳ ଖାଇବା ଉଚିତ । ଏହା ଟିକାର ପାଶ୍ୱର୍ପ୍ରତିକ୍ରିୟା କମ୍ କରିବାରେ ସହାୟକ ହୁଏ । ତରଭୁଜ, ଖରଭୁଜ, ଡାଳିମ୍ବ, ଆମ୍ବ, କଦଳୀ, ସାପେଟା, ଜାମୁନ ଆଦି ଖାଇବା ଉଚିତ । ଏହା ଆମ ଶରୀରକୁ ହାଇଡ୍ରେଟ୍ ରଖିବାରେ ସହାଯ୍ୟ କରେ । ଏଥିସହ ଏହା ଇମ୍ୟୁନିଟି ମଧ୍ୟ ବଢ଼ାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଟିକା ନେବା ପୂର୍ବରୁ ଏବଂ ପରେ ଶରୀରକୁ ହାଇଡ୍ରେଟ୍ ରଖିବା ନିହାତି ଜରୁରୀ ।

ସବୁଜ ପନିପରିବା: ଯେକୌଣସି ବି ଗମ୍ଭୀର ପାଶ୍ୱର୍ ପ୍ରତିକ୍ରିୟା ଠାରୁ ଦୂରେଇ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ । ସବୁଜ ପନିପରିବା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ଏଥିରେ ପ୍ରଚୁର ମାତ୍ରାରେ ପୁଷ୍ଟିକର ତତ୍ତ୍ୱ ଥାଏ । ଯଦି ଆପଣ ଟିକା ନେଇଛନ୍ତି ତେବେ ନିଜ ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ । ଆପଣ ଚାହିଁଲେ ସବୁଜ ପନିପରିବାକୁ ରୋଷେଇ କରି ଅବା ସାଲାଡ ରୂପେ ମଧ୍ୟ ଖାଇପାରିବେ ।

ହଳଦୀ: ହଳଦୀକୁ ପ୍ରାକୃତିକ ଇମ୍ୟୁନିଟି ବୁଷ୍ଟର ବୋଲି ବିଶ୍ୱାସ କରାଯାଏ । ଏହା ଅବସାଦ ଦୂର କରିବାରେ ସହାୟକ ହୁଏ । ଏଥିସହ ହଜମ ଶକ୍ତି ଏବଂ ଦେହ ହାତ ଯନ୍ତ୍ରଣା ମଧ୍ୟ ଦୂର କରେ ହଳଦୀ । ତେଣୁ ଆପଣ ଦିନରେ ଥରେ କିମ୍ବା ଦୁଇଥର କାଢ଼ାରେ ହଳଦୀ ପକାଇ ପିଇପାରିବେ । ଏଥିସହ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ ।

ପାଣି: ଟିକା ନେବା ପରେ ସବୁଠାରୁ ଜରୁରୀ ହେଲା ଶରୀରକୁ ହାଇଡ୍ରେଟ ରଖିବା । ଏହାଦ୍ୱାରା ଆପଣଙ୍କ ଶରୀର ଆକ୍ଟିଭ ରୁହେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଟିକା ନେବାର ଦିନକ ପୂର୍ବରୁ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ । ତେବେ ଥଣ୍ଡା ନୁହେଁ ଉଷୁମ ପାଣି ପଇବା ଉଚିତ । ପାଣି ବ୍ୟତୀତ ଆପଣ ଚାହିଁଲେ ସୁପ୍‌, ହର୍ବାଲ ଚା’, କାଢ଼ା, ଜୁସ୍ ବା ମିଲ୍ପ ସେକ୍ ଆଦି ପିଇପାରିବେ ।

ଫାଇବର ଯୁକ୍ତ ଖାଦ୍ୟ: ଟିକା ନେବା ପରେ ଫାଇବରରେ ଭରପୁର ଖାଦ୍ୟ ଖାଇବା ଉଚିତ । ଏହା ଟିକାର ସାଇଡ ଇଫେକ୍ଟ କମ କରିବାରେ ସହାୟକ ହୁଏ । ଏଥିସହ ଇମ୍ୟୁନିଟି ମଧ୍ୟ ବଢ଼ାଏ । ତେଣୁ ଆପଣ ବ୍ରାଉନ ରାଇସ, ମକା, ବାଜରା, ମାଣ୍ଡି, ଓଟସ୍‌, ବୁଟ, ସତୁ ଆଦି ନିଜ ଡାଏଟ ସାମିଲ କରନ୍ତୁ ।

The post ଟିକା ନେବା ପରେ ଖା’ନ୍ତୁ ଏହି ସବୁ ଖାଦ୍ୟ appeared first on Odisha Reporter.

]]>
Covid Vaccine, Covid19, left bottom 2021-05-25 13:05:50 https://cdn.odishareporter.in/wp-content/uploads/2021/05/25130512/post-vaccination-diet.jpeg
ପାଟନା ଏମ୍ସର ଡାକ୍ତର କହିଲେ ବ୍ଲାକ ଫଙ୍ଗସ କେଉଁଠୁ ବ୍ୟାପୁଛି? https://odishareporter.in/life-style/health/black-fungus-can-also-be-caused-by-soil-rotten-things-dr-anil-645129 Sat, 22 May 2021 11:02:05 +0000 https://odishareporter.in/?p=645129

ପାଟନା: ବିହାର ରାଜଧାନୀ ପାଟନା ସ୍ଥିତ ଏମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଅନୀଲ କୁମାର କହିଛନ୍ତି ଯେ ବ୍ଲାକ ଫଙ୍ଗସ୍ ଏକ ନୂଆ ରୋଗ ନୁହେଁ। ପୂର୍ବରୁ ଏହି ରୋଗ ଥିଲା। ସେ କହିଛନ୍ତି ଯେ ଏହାକୁ ଭୟ କରିବା ପରିବର୍ତ୍ତେ ସଜାଗ ରହିବା ଏବଂ ସଚେତନ ହେବା ଆବଶ୍ୟକ। ସେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିମାନେ ମଧ୍ୟ ମାଟିରୁ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମିତ ହୋଇପାରିବେ। ଡାକ୍ତର ଅନୀଲ କୁମାରଙ୍କ […]

The post ପାଟନା ଏମ୍ସର ଡାକ୍ତର କହିଲେ ବ୍ଲାକ ଫଙ୍ଗସ କେଉଁଠୁ ବ୍ୟାପୁଛି? appeared first on Odisha Reporter.

]]>

ପାଟନା: ବିହାର ରାଜଧାନୀ ପାଟନା ସ୍ଥିତ ଏମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଅନୀଲ କୁମାର କହିଛନ୍ତି ଯେ ବ୍ଲାକ ଫଙ୍ଗସ୍ ଏକ ନୂଆ ରୋଗ ନୁହେଁ। ପୂର୍ବରୁ ଏହି ରୋଗ ଥିଲା। ସେ କହିଛନ୍ତି ଯେ ଏହାକୁ ଭୟ କରିବା ପରିବର୍ତ୍ତେ ସଜାଗ ରହିବା ଏବଂ ସଚେତନ ହେବା ଆବଶ୍ୟକ। ସେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିମାନେ ମଧ୍ୟ ମାଟିରୁ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମିତ ହୋଇପାରିବେ। ଡାକ୍ତର ଅନୀଲ କୁମାରଙ୍କ କହିବା କଥା ହେଲା ମାଟି, ଆର୍ଦ୍ର ସ୍ଥାନ, ପଚି ସଢ଼ି ଯାଇଥିବା ଜିନିଷରେ ବ୍ଲାକ ଫଙ୍ଗସ ରହିଛି। ଯଦି ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ତାହେଲେ ଏହା ସଂକ୍ରମିତ ହୋଇପାରିବ।

“ଏହି ଫଙ୍ଗସ୍ ପୂର୍ବରୁ ଥିଲା କିନ୍ତୁ କରୋନା ବେଳେ ଅଧିକ ବ୍ୟାପିଛି, କାରଣ ଅଧିକ ଷ୍ଟେରଏଡ୍ ଔଷଧର ବ୍ୟବହାର ଅନ୍ୟତମ କାରଣ। ଅକ୍ସିଜେନ ଦେବା ବେଳେ ସତର୍କତା ଅବଲମ୍ବନ କରାନଗେଲ ଏଭଳି ବ୍ଲାକ ଫଙ୍ଗସ ସଂକ୍ରମିତ ହେଉଛି। ଅକ୍ସିଜେନ ସିଲିଣ୍ଡର ପାଇପ, ମାସ୍କ ଏବଂ ଆର୍ଦ୍ର ସ୍ଥାନ ଗୁଡ଼ିକୁ ପ୍ରତି ୨୪
ଘଣ୍ଟାରେ ଥରେ ବଦଳାଯିବା ଉଚିତ।”

ସେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ବିନା ଷ୍ଟିରଏଡ ନେବା ଠିକ୍ ନୁହେଁ। କରୋନା ସଂକ୍ରମଣ ମାରାତ୍ମକ ହେବା ବ୍ଲାକ ଫଙ୍ଗସକୁ ଏକ ପ୍ରକାର ଇନ୍ଧନ ଯୋଗାଇଛି। ତେବେ ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ସୁସ୍ଥ ଅଛନ୍ତି ସେମାନଙ୍କ ଉପରେ ଏହି ବ୍ଲାକ ଫଙ୍ଗସ ଆକ୍ରମଣ କରିପାରିବ ନାହିଁ। ଯେତେ ଶୀଘ୍ର ଏହି ରୋଗକୁ ଚିହ୍ନି ହେବ, ଏହାର ଚିକିତ୍ସା ସେତେ ସଫଳ ହେବ।

ବ୍ଲାକ ଫଙ୍ଗସକୁ ଚେକ୍ ଦେବା ପାଇଁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରହିବା ଆବଶ୍ୟକ। ସେ କହିଛନ୍ତି ଯେ ଡାଇବେଟିସକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ ଏବଂ ଷ୍ଟିରଏଡ କେବେ ଜଣେ ଖାଇବ ତାହା ଡାକ୍ତରଙ୍କ ପରାମର୍ଶ କ୍ରମେ ହେବା ଉଚିତ। ସ୍ୱଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍।

ସେ କହିଛନ୍ତି ଯେ ନାକ, ପାଟି ଜରିଆରେ ବ୍ଲାକ ଫଙ୍ଗସ୍ ପ୍ରବେଶ କରିପାରିବ। ତେବେ ନାକ ଜରିଆରେ ଏହା ଆଖିରେ ପହଞ୍ଚିଥାଏ ପରେ ମସ୍ତିଷ୍କକୁ ଯାଏ। ତେବେ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ବିପଦଜ୍ଜନକ ହୋଇପାରେ। ଯଦି ଏହି ଫଙ୍ଗସ୍ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ନାକରେ ଥିବା ବେଳେ ଚିହ୍ନଟ ହେବ ତାହେଲେ ଏହାର ଚିକିତ୍ସା ସହଜ ହୋଇଯିବ। ତେଣୁ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଫଙ୍ଗସ ନାକ ପରେ ଆଖିରେ ପହଞ୍ଚିଲେ ମଧ୍ୟ ଚିକିତ୍ସା ହୋଇପାରିବ। ହେଲେ ଯେତେବେଳେ ଏହା ମସ୍ତିଷ୍କରେ ପହଞ୍ଚିବ ସେତେବେଳେ ଏହା ବିପଦପୂର୍ଣ୍ଣ ହୋଇଯାଏ। ତେବେ ଏହି ଚିକିତ୍ସା ଟେଲିମିଡିସନ ଦ୍ୱାରା ହୋଇପାରବନି ବରଂ ଡାକ୍ତରଙ୍କ ପାଖକୁ ଯିବାକୁ ହେବ ବୋଲି ସେ କହିଛନ୍ତି। କରୋନା ଆକ୍ରାନ୍ତଙ୍କୁ ୬ ସପ୍ତାହ ଯାଏ ଜଗି ରଖି ଚଳିବାକୁ ପରାମର୍ଶ ଦେଇଛନ୍ତି।

The post ପାଟନା ଏମ୍ସର ଡାକ୍ତର କହିଲେ ବ୍ଲାକ ଫଙ୍ଗସ କେଉଁଠୁ ବ୍ୟାପୁଛି? appeared first on Odisha Reporter.

]]>
left bottom 2021-05-22 17:14:18 https://cdn.odishareporter.in/wp-content/uploads/2021/05/22163159/patna-aiims-dr-anil.jpg
କରୋନାରେ କେମିତି ନେବେ ନବଜାତ ଶିଶୁର ଯତ୍ନ https://odishareporter.in/life-style/health/care-for-newborns-during-covid-19-644715 Fri, 21 May 2021 11:01:31 +0000 https://odishareporter.in/?p=644715

ଭାରତରେ ବର୍ତ୍ତମାନ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏବେବି ଲୋକ ଏହି ଭାଇରସରୁ କେମିତି ରକ୍ଷା ପାଇବେ, ସେଥିପାଇଁ ବିଭିନ୍ନ ଉପାୟ ଖୋଜିବାରେ ଲାଗିଛନ୍ତି। ସାମାଜିକ ଦୂରତା, ସାନିଟାଇଜେସନ୍‌, ହାତ ଧୋଇବା ଓ ମୁହଁରେ ମାସ୍କ ପିନ୍ଧିବା ଆଦି ପ୍ରଣାଳୀ ଦ୍ୱାରା ଲୋକଙ୍କୁ ଏହି ଭାଇରସରୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି। ତେବେ ବଡ଼ ଲୋକେ କରୋନାରୁ ବଞ୍ଚିବା ପାଇଁ ଉପାୟ ବାହାର କରିନେଉଛନ୍ତି, କିନ୍ତୁ ଘରେ ଥିବା ନବଜାତ ଶିଶୁକୁ ଏହି […]

The post କରୋନାରେ କେମିତି ନେବେ ନବଜାତ ଶିଶୁର ଯତ୍ନ appeared first on Odisha Reporter.

]]>

ଭାରତରେ ବର୍ତ୍ତମାନ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏବେବି ଲୋକ ଏହି ଭାଇରସରୁ କେମିତି ରକ୍ଷା ପାଇବେ, ସେଥିପାଇଁ ବିଭିନ୍ନ ଉପାୟ ଖୋଜିବାରେ ଲାଗିଛନ୍ତି। ସାମାଜିକ ଦୂରତା, ସାନିଟାଇଜେସନ୍‌, ହାତ ଧୋଇବା ଓ ମୁହଁରେ ମାସ୍କ ପିନ୍ଧିବା ଆଦି ପ୍ରଣାଳୀ ଦ୍ୱାରା ଲୋକଙ୍କୁ ଏହି ଭାଇରସରୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି। ତେବେ ବଡ଼ ଲୋକେ କରୋନାରୁ ବଞ୍ଚିବା ପାଇଁ ଉପାୟ ବାହାର କରିନେଉଛନ୍ତି, କିନ୍ତୁ ଘରେ ଥିବା ନବଜାତ ଶିଶୁକୁ ଏହି ଭାଇରସରୁ କେମିତି ରଖିବେ ସୁରକ୍ଷିତ। ନବଜାତ ଶିଶୁ ନା ତ କରୋନା ବିଷୟରେ କିଛି ଜାଣିଛି ନା ଏଥିରୁ ରକ୍ଷା ପାଇବାର କିଛି ଉପାୟ କରିପାରିବ। ମାତାପିତା ହିଁ ନବଜାତ ଶିଶୁକୁ କରୋନାରୁ ରକ୍ଷା କରିପାରିବେ। ଆସନ୍ତୁ ଜାଣିବା ନବଜାତ ଶିଶୁକୁ କେମିତି କରୋନାରୁ ଦୂରେଇ ରଖିବେ।

ସ୍ତନ୍ୟପାନ ଜରୁରୀ

ନବଜାତ ଶିଶୁ ପାଇଁ ମା’ର କ୍ଷୀର ହିଁ ଏକମାତ୍ର ପୋଷଣର ଆଧାର। ଏଥିରେ ଶିଶୁକୁ ଇନଫେକସନରୁ ଲଢ଼ିବା ଓ ଇମ୍ୟୁନିଟି ବଢ଼ାଇବାରେ ସହାୟତା ମିଳିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଯଦି ସ୍ତନ୍ୟପାନ କରାଉଥିବା ମା’ଙ୍କ ଭିତରେ କରୋନାର କୌଣସି ଲକ୍ଷଣ ଦେଖାଗଲା, ତାହେଲେ ସେ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ବନ୍ଦ କରିବା ଜରୁରୀ ନୁହେଁ। ମା’ ମାସ୍କ ପିନ୍ଧିବା ସହ ଆବଶ୍ୟକ ସତର୍କତାର ସହ ସ୍ତନ୍ୟପାନ କରାଇପାରିବ। ଏପରିକି ବୋତଲରେ ସ୍ତନ୍ୟରୁ କ୍ଷୀର ଭରି ମଧ୍ୟ ଶିଶକୁ ଦେଇପାରିବେ।

ହାଇଜିନ୍ ଓ ସାନିଟାଇଜେସନ୍ ଗୁରୁତ୍ୱପୂର୍ଣ୍ଣ

ହାତକୁ ସାବୁନ ଓ ପାଣିରେ ପାଖାପାଖି ୨୦ ସେକେଣ୍ଡ ଧରି ଧୁଅନ୍ତୁ। ଶିଶୁ ଓ ତା’ର ବ୍ୟବହୃତ ସବୁ ଜିନିଷକୁ ହାତ ମାରିବା ପୂର୍ବରୁ ସାନିଟାଇଜରର ବ୍ୟବହାର କରନ୍ତୁ। ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ, କାରଣ ଏହା ଦ୍ୱାରା ଶିଶୁଟିକୁ ନିଶ୍ୱାସ ନେବାରେ ସମସ୍ୟା ହୋଇପାରେ। ଯଦି କେହି ଘରକୁ ଆସନ୍ତି, ତାହେଲେ ପ୍ରଥମେ ସାନିଟାଇଜର କରାନ୍ତୁ।

ବାହାରୁ ଆସୁଥିବା ଲୋକେ ଯେପରି ମାସ୍କ ପିନ୍ଧିଥିବେ ଏବଂ ତାଙ୍କୁ ଶିଶୁଙ୍କ ପାଖକୁ ଯିବାକୁ ଦିଅନ୍ତୁ ନାହିଁ। ଶିଶୁ ପାଇଁ ବେବି ଫୁଡ୍ ପ୍ରସ୍ତୁତ କଲା ବେଳେ ମଧ୍ୟ ସଫା-ସୁତୁରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଏହାବ୍ୟତୀତ ସାମାଜିକ ଦୂରତାକୁ ମଧ୍ୟ ଅନୁସରଣ କରନ୍ତୁ। ଘରକୁ ଯଦି କେହି ବନ୍ଧୁ କିମ୍ବା ସମ୍ପର୍କୀୟ ଆସୁଛନ୍ତି, ତାହେଲେ ସେମାନଙ୍କଠାରୁ ଶିଶୁଙ୍କୁ ଦୂରେଇ ରଖନ୍ତୁ। ଏଭଳି ସ୍ଥିତିରେ ଶିଶୁଙ୍କ ପାଇଁ ସାମାଜିକ ଦୂରତା ନିହାରୀ ଜରୁରୀ।

ଉଭୟ ମାତାପିତା ପଜିଟିଭ୍ ଥିଲେ

ଯଦି ମା’ଙ୍କ ସହ ପିତା ମଧ୍ୟ କରୋନା ପଜିଟିଭ୍ ହୁଅନ୍ତି, ତାହେଲେ ଶିଶୁର ଯତ୍ନ କେମିତି ନେବେ। ଏହି ସମୟରେ ଉଭୟ ମାତାପିତାଙ୍କୁ ହିଁ ଶିଶୁଠାରୁ ଦୂରେଇ ରହିବା ଦରକାର। ଭାଇରସ ପ୍ରତିଟି ବ୍ୟକ୍ତିକୁ ଅଲଗା ଅଲଗା ଭାବେ ପ୍ରଭାବିତ କରୁଛି, ଏଥିପାଇଁ ଡାକ୍ତରଙ୍କ ସଂସ୍ପର୍ଶରେ ରହି ନିଜର ଚିକିତ୍ସା କରାନ୍ତୁ। ଶିଶୁରୋଗ ବିଶେଷଜ୍ଞ ଠାରୁ ଶିଶୁକୁ କ୍ଷୀର ପିଆଇବା କିମ୍ବା ଖାଦ୍ୟ ଖୁଆଇବାର ସୁରକ୍ଷିତ ପ୍ରଣାଳୀ ସମ୍ବନ୍ଧରେ ପଚାରି ପାରନ୍ତି।

ଯଦି ସମ୍ଭବ ତାହେଲେ ଏହି ସମୟରେ ଶିଶୁଙ୍କୁ ସମ୍ପର୍କୀୟଙ୍କ ଘରେ ରହିବାକୁ ଛାଡ଼ିପାରନ୍ତି। ଜନ୍ମ ହେଲା ପରେ ପରେ ଶିଶୁକୁ କିଛି ଟିକା ଦିଆଯାଇଥାଏ, ଯାହା ତାକୁ ରୋଗରୁ ବଞ୍ଚାଇବାର କାମ କରିଥାଏ। ନିଜ ପିଲାଙ୍କୁ ସମସ୍ତ ପ୍ରକାରର ଟିକାକରଣ କରାନ୍ତୁ। ଏହାଦ୍ୱାରା ଶିଶୁଟିର ଇମ୍ୟୁନିଟି ବଢ଼ିବ, ଯାହା ବର୍ତ୍ତମାନ ସମୟରେ ରାମବାଣ ପରି କରୁଛି ।

The post କରୋନାରେ କେମିତି ନେବେ ନବଜାତ ଶିଶୁର ଯତ୍ନ appeared first on Odisha Reporter.

]]>
left bottom 2021-05-21 16:31:31 https://cdn.odishareporter.in/wp-content/uploads/2021/05/20232445/new-born-baby.jpg
ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ https://odishareporter.in/life-style/health/cause-and-symptoms-of-black-fungus-644810 Fri, 21 May 2021 08:46:18 +0000 https://odishareporter.in/?p=644810

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଚିନ୍ତା ବଢ଼ାଇଛି ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ସାରା ଦେଶରେ ଏଯାବତ୍ ଏହା ୧୨୬ ଜଣଙ୍କ ଜୀବନ ମଧ୍ୟ ନେଇ ସାରିଲାଣି। ତେଣୁ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ଏହି ରୋଗର କାରଣ ବିଷୟରେ କହିବା ସହିତ ଏହାର ନିରାକରଣ ନେଇ ପରାମର୍ଶ ଦେଇଛନ୍ତି ଦେଶର ଦୁଇ ବିଖ୍ୟାତ ଡାକ୍ତର- ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ। […]

The post ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଚିନ୍ତା ବଢ଼ାଇଛି ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ସାରା ଦେଶରେ ଏଯାବତ୍ ଏହା ୧୨୬ ଜଣଙ୍କ ଜୀବନ ମଧ୍ୟ ନେଇ ସାରିଲାଣି। ତେଣୁ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ଏହି ରୋଗର କାରଣ ବିଷୟରେ କହିବା ସହିତ ଏହାର ନିରାକରଣ ନେଇ ପରାମର୍ଶ ଦେଇଛନ୍ତି ଦେଶର ଦୁଇ ବିଖ୍ୟାତ ଡାକ୍ତର- ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ।

କାରଣ

ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ୍‌ ମ୍ୟୁକରମାଇକୋସିସ୍ ବଢ଼ାଉଛି। କୋଭିଡ୍‌ ଚିକିତ୍ସା ବେଳେ ଅତ୍ୟଧିକ ଷ୍ଟିରଏଡ୍‌ର ପ୍ରୟୋଗ ବ୍ଲଡ ସୁଗାର ସ୍ତର ବଢ଼ାଉଛି। ଆଉ ବ୍ଲଡ୍‌ ସୁଗାର ସ୍ତର ଅତ୍ୟଧିକ ରହିଲେ ମ୍ୟୁକରମାଇକୋସିସ୍ ହେବାର ସମ୍ଭାବନା ବେଶି ରହିଛି।

ନିରାକରଣ ପାଇଁ ୩ ସୂତ୍ରୀ ମନ୍ତ୍ର

  • ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ସବୁଠାରୁ ଜରୁରୀ
  • ଷ୍ଟିରଏଡ ନେଉଥିଲେ ନିୟମିତ ବ୍ଲଡ୍‌ ସୁଗାର ପରୀକ୍ଷା କରିବା ଜରୁରୀ
  • କେବେ ଷ୍ଟିରଏଡ ଦିଆଯିବ ଓ କେତେ ପରିମାଣର ନେବେ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ବ୍ଲାକ ଫଙ୍ଗସର ପ୍ରାଥମିକ ଲକ୍ଷଣ

  • ନାକ ପୋଡ଼ିବା ବା ନାକ ଜାମ୍ ହେବା
  • ପାଟି ଭିତରେ ଫଙ୍ଗସ ଦେଖାଯିବା ଓ ଆଖିପତା ଫୁଲିବା
  • ଏମିତି ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ

The post ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ appeared first on Odisha Reporter.

]]>
Black Fungus, right bottom 2021-05-21 15:46:23 https://cdn.odishareporter.in/wp-content/uploads/2021/05/21141727/Untitled-1-1.jpg
ବ୍ଲାକ୍ ଫଙ୍ଗସ ଅପେକ୍ଷା ହ୍ୱାଇଟ୍ ଫଙ୍ଗସ ଅଧିକ ବିପଦଜନକ https://odishareporter.in/nation-world/india/white-fungus-which-is-more-dangerous-than-black-fungus-644634 Thu, 20 May 2021 12:38:25 +0000 https://odishareporter.in/?p=644634

ନୂଆଦିଲ୍ଲୀ: ଦେଶ ଏବେ ଭାଇରସର ଆଁରେ କବଳିତ। ପ୍ରଥମେ କରୋନା,ଏହାପରେ ବ୍ଲାକ ଫଙ୍ଗସ ଆଉ ଏବେ ହ୍ୱାଇଟ୍ ଫଙ୍ଗସ ଚିହ୍ନଟ ହୋଇଛି। ବ୍ଲାକ ଫଙ୍ଗସରେ କେହି କେହି ସଂକ୍ରମିତ ହୋଇ ଗୋଟିଏ ଆଖି ହରାଉଛନ୍ତି ଅନ୍ୟପଟେ ହ୍ୱାଇଟ୍ ଫଙ୍ଗସ ବ୍ଲାକ ଫଙ୍ଗସ ଅପେକ୍ଷା ଅଧିକ ବିପଦଜନକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଲୋକଙ୍କୁ ଏବେ ପାଦେ ପାଦେରେ ସତର୍କ ରହିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର। ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ ସଂକ୍ରମଣ ଚିହ୍ନଟ […]

The post ବ୍ଲାକ୍ ଫଙ୍ଗସ ଅପେକ୍ଷା ହ୍ୱାଇଟ୍ ଫଙ୍ଗସ ଅଧିକ ବିପଦଜନକ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶ ଏବେ ଭାଇରସର ଆଁରେ କବଳିତ। ପ୍ରଥମେ କରୋନା,ଏହାପରେ ବ୍ଲାକ ଫଙ୍ଗସ ଆଉ ଏବେ ହ୍ୱାଇଟ୍ ଫଙ୍ଗସ ଚିହ୍ନଟ ହୋଇଛି। ବ୍ଲାକ ଫଙ୍ଗସରେ କେହି କେହି ସଂକ୍ରମିତ ହୋଇ ଗୋଟିଏ ଆଖି ହରାଉଛନ୍ତି ଅନ୍ୟପଟେ ହ୍ୱାଇଟ୍ ଫଙ୍ଗସ ବ୍ଲାକ ଫଙ୍ଗସ ଅପେକ୍ଷା ଅଧିକ ବିପଦଜନକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଲୋକଙ୍କୁ ଏବେ ପାଦେ ପାଦେରେ ସତର୍କ ରହିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର।

ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ ସଂକ୍ରମଣ ଚିହ୍ନଟ ହେବା ପରେ ଆଜି ବିହାରରେ ହ୍ୱାଇଟ୍ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାଟନାରେ ମୋଟ୍ ୪ ଜଣ ହ୍ୱାଇଟ୍ ଫଙ୍ଗସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ପାଟଣାର ଜଣେ ଡାକ୍ତର ରହିଛନ୍ତି। ତେବେ ହ୍ୱାଇଟ୍ ଫଙ୍ଗସ ସଂକ୍ରମଣ ଅଧିକ ବିପଦଜନକ ବୋଲି ବିଶେଷଜ୍ଞ କହିଛନ୍ତି। କାରଣ ଏହା ଫୁସଫୁସ ବ୍ୟତୀତ ଶରୀରର ଅନ୍ୟ ଅଂଶ ଯେମିତିକି ନଖ, ଚର୍ମ, ପେଟ, କିଡନୀ, ମସ୍ତିଷ୍କ, ଆଭ୍ୟନ୍ତରୀଣ ଅଙ୍ଗ ଏବଂ ପାଟିକୁ ପ୍ରଭାବିତ କରିପାରିବ। ଯେଉଁମାନେ ଏହି ସଂକ୍ରମଣର ଶିକାର ହୁଅନ୍ତି ସେମାନଙ୍କ ପାଖରେ କୋଭିଡର ଲକ୍ଷଣ ଥାଏ। ହେଲେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିବ ବୋଲି ବିଶେଷଜ୍ଞ କହିଛନ୍ତି।

PMCH ହସ୍ପିଟାଲର ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ଏସ୍.ଏନ୍ ସିଂ କହିଛନ୍ତି, ହ୍ୱାଇଟ୍ ଫଙ୍ଗସରେ ଯେଉଁ ୪ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ପାଖରେ କରୋନା ଲକ୍ଷଣ ରହିଛି। ହେଲେ ସେମାନଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ହେଲେ ପରୀକ୍ଷା ପରେ ଜଣାପଡ଼ିଛି ସେମାନଙ୍କ ଫୁସଫୁସ କରୋନାରେ ସଂକ୍ରମିତ ହୋଇଯାଇଥିଲା। ଆଉ ତାଙ୍କୁ ଆବଶ୍ୟକ ଔଷଧ ଦିଆଯିବା ପରେ ଏବେ ସେମାନେ ସୁସ୍ଥ ରହିଛନ୍ତି।

କେଉଁମାନେ ସଂକ୍ରମିତ ହେବାର ସମ୍ଭାବନା ଅଧିକ?

ତେବେ ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନଙ୍କ ପ୍ରତି ହ୍ୱାଇଟ୍ ଫଙ୍ଗସ ବିପଦଜନକ ବୋସି ଡାକ୍ତର ସିଂହ କହିଛନ୍ତି। ସେହିପରି ମଧୁମେହ ରୋଗୀ ଏବଂ ଦୀର୍ଘ ଦିନ ଧରି ଷ୍ଟିରଏଡ ଖାଉଥିବା ବ୍ୟକ୍ତି ହ୍ୱାଇଟ୍ ଫଙ୍ଗସରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ।

ଖାଲି ଏତିକି ନୁହେଁ ଯେଉଁ କରୋନା ଆକ୍ରାନ୍ତ ଅକ୍ସିଜେନ ସପୋର୍ଟରେ ରହୁଛନ୍ତି ସେମାନଙ୍କୁ ଏହି ହ୍ୱାଇଟ୍ ଫଙ୍ଗସ ସିଧା ସଂକ୍ରମିତ କରୁଛି। ଆଉ ଆକ୍ରାନ୍ତଙ୍କ ଫୁସଫୁସ ଉପରେ ଏକ ଧଳ ରଙ୍ଗର ଦାଗ ପକାଉଛି। କ୍ୟାନସର ରୋଗୀଙ୍କୁ ମଧ୍ୟ ଏହି ହ୍ୱାଇଟ୍ ଫଙ୍ଗସକୁ ନେଇ ସତର୍କ ରହିବାକୁ କୁହାଯାଇଛି। ଏହା ଶିଶୁ ଏବଂ ମହିଳାଙ୍କୁ ମଧ୍ୟ ସଂକ୍ରମିତ କରିଥାଏ। ମୁଖ୍ୟତଃ ଲ୍ୟୁକୋରିଆ ପାଇଁ ଏହି ସଂକ୍ରମଣ ହୁଏ।

The post ବ୍ଲାକ୍ ଫଙ୍ଗସ ଅପେକ୍ଷା ହ୍ୱାଇଟ୍ ଫଙ୍ଗସ ଅଧିକ ବିପଦଜନକ appeared first on Odisha Reporter.

]]>
left bottom 2021-05-20 18:08:25 https://cdn.odishareporter.in/wp-content/uploads/2021/05/20180731/white-fungus.jpg
କରୋନାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବ ଏହି ମେଡିସିନ୍‌! https://odishareporter.in/life-style/health/griffith-university-researchers-develop-antiviral-therapy-to-treat-covid-19-644236 Tue, 18 May 2021 16:32:41 +0000 https://odishareporter.in/?p=644236

ଦେଢ଼ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ଲୋକଙ୍କୁ ନୟାନ୍ତ କରିସାରିଲାଣି। ଏହି ମହାମାରୀ ଏବେ ସାରା ଦୁନିଆରେ ଆତଙ୍କ ଖେଳାଇଛି। କରୋନାରୁ କିପରି ସୁସ୍ଥ ହେବେ, ସେ ନେଇ ବିଭିନ୍ନ ଦେଶ ଟିକା ବାହାର କରିଛନ୍ତି। ଏହି ଟିକା ମଧ୍ୟ ଶତପ୍ରତିଶତ ପ୍ରଭାବଶାଳୀ ନୁହେଁ। ଏଭଳି ସମୟରେ କରୋନାରେ ସଂକ୍ରମିତ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ଅଷ୍ଟ୍ରେଲିଆର ରିସର୍ଚ୍ଚ ଏଭଳି ଏକ ଆଣ୍ଟି ଭାଇରାଲ୍ ଡ୍ରଗ୍ ପ୍ରସ୍ତୁତ କରିଛି, […]

The post କରୋନାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବ ଏହି ମେଡିସିନ୍‌! appeared first on Odisha Reporter.

]]>

ଦେଢ଼ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ଲୋକଙ୍କୁ ନୟାନ୍ତ କରିସାରିଲାଣି। ଏହି ମହାମାରୀ ଏବେ ସାରା ଦୁନିଆରେ ଆତଙ୍କ ଖେଳାଇଛି। କରୋନାରୁ କିପରି ସୁସ୍ଥ ହେବେ, ସେ ନେଇ ବିଭିନ୍ନ ଦେଶ ଟିକା ବାହାର କରିଛନ୍ତି। ଏହି ଟିକା ମଧ୍ୟ ଶତପ୍ରତିଶତ ପ୍ରଭାବଶାଳୀ ନୁହେଁ। ଏଭଳି ସମୟରେ କରୋନାରେ ସଂକ୍ରମିତ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ଅଷ୍ଟ୍ରେଲିଆର ରିସର୍ଚ୍ଚ ଏଭଳି ଏକ ଆଣ୍ଟି ଭାଇରାଲ୍ ଡ୍ରଗ୍ ପ୍ରସ୍ତୁତ କରିଛି, ଯାହା ମୂଷାର ଫୁସଫୁସରେ ୯୯.୯ ପ୍ରତିଶତ କରୋନା ପାର୍ଟିକିଲ୍ସକୁ ଶେଷ କରିବାରେ ସଫଳ ହୋଇଛି। ତେବେ ଏହି ମେଡିସିନକୁ ମାର୍କେଟ୍ ଆସିବାରେ ବିଳମ୍ବ ହୋଇପାରେ।

ଏହି ଟ୍ରିଟମେଣ୍ଟକୁ ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡ ୟୁନିଭର୍ସିଟି ମେଜିନ୍ସ ହେଲଥ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ନେକ୍ସଟ୍ ଜେନେରେସନ୍ ଟ୍ରିଟମେଣ୍ଟ କୁହାଯାଉଛି। ଏହି ଟ୍ରିଟମେଣ୍ଟ ଏକ ମେଡିକାଲ୍ ଟେନକିନ୍ ସାହାଯ୍ୟରେ କାମ କରୁଛି, ଯାହାର ନାଁ ଜିନ୍ ସାଇଲେନ୍ସିଂ। ୧୯୯୦ରେ ଅଷ୍ଟ୍ରେଲିଆରେ ଏହି ଟେକନିକର ଆବିଷ୍କାର ହୋଇଥିଲା। ଏହି ଟ୍ରିଟମେଣ୍ଟକୁ ଇଞ୍ଜେକ୍ସନ୍ ଆକାରରେ ଦିଆଯିବ। ଜିନ୍ ସାଇଲେନ୍ସିଂ ସହାୟତାରେ ଆରଏନଏର ଉପଯୋଗ କରାଯାଇ ଭୂତାଣକୁ ରୋକିବା ପାଇଁ କରାଯିବ। ଏହା ପୂର୍ବରୁ ଫାଇଜର୍ ଓ ମଡର୍ଣ୍ଣା କୋଭିଡ୍ ଭ୍ୟାକସିନରେ ମଧ୍ୟ ଆରଏନଏକୁ ମୋଡିଫାଇ କରାଯାଇଥିଲା ଏବଂ ଏହି ଭ୍ୟାକସିନରେ ୯୫ ପ୍ରତିଶତ ରୋଗକୁ ରୋକିବାର କ୍ଷମତା ଥିବା ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ଯେଉଁମାନେ କରୋନାରେ ଗୁରୁତର ଭାବେ ଆକ୍ରାନ୍ତ ଅଛନ୍ତି ଓ ଯେଉଁମାନଙ୍କ ଉପରେ ଭ୍ୟାକସିନ୍ ପ୍ରଭାବ ପକାଇ ନାହିଁ, ସେହିମାନଙ୍କ ପାଇଁ ଏହି ନୂଆ ଥେରାପି ପ୍ରସ୍ତୁତ କରାଯାଇଛି। ଏହି ୟୁନିଭର୍ସିଟର ଅଗ୍ରଣୀ ରିସର୍ଚ୍ଚର ପ୍ରଫେସର୍ ନିଗେଲ୍ ମ୍ୟାକମିଲାନ୍ କହିଛନ୍ତି, ଏହି ଟ୍ରିଟମେଣ୍ଟ ଜରିଆରେ ଭାଇରସକୁ ନୂଆ ଷ୍ଟ୍ରେନରେ ପରିବର୍ତ୍ତିତ ହେବାରୁ ରୋକାଯାଇ ପାରିବ। ଏହି ଟ୍ରିଟମେଣ୍ଟ ସହ ସାରା ଦୁନିଆରେ କରୋନା ଭାଇରସରେ ହେଉଥିବା ମୃତ୍ୟୁର ହ୍ରାସ ମଧ୍ୟ ଘଟିବ। ଏହି ଟ୍ରିଟମେଣ୍ଟ କୌଣସି କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କର ଫୁସଫୁସକୁ ଯାଇ ସିଧା ଭାଇରସକୁ ଶେଷ କରିବାର କ୍ଷମତା ରଖିଛି।

ତେବେ ଏହି ଟ୍ରିଟମେଣ୍ଟ ଏବେ ମୂଷାମାନଙ୍କ ଉପରେ ଟ୍ରାଏଲ୍ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଏହି ଟ୍ରିଟମେଣ୍ଟ ମଣିଷଙ୍କ ପାଇଁ କେତେ ସୁରକ୍ଷିତ, ତାହା ସ୍ପଷ୍ଟ ହୋଇନାହିଁ। ଏହି ଥେରାପି ସହ ଜଡ଼ିତ ଅନୁସନ୍ଧାନକାରୀ କହିଛନ୍ତି ଯେ ଏହି ଟ୍ରିଟମେଣ୍ଟ ଜରିଆରେ ଶରୀରର ସାମାନ୍ୟ ଶିରା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ଏହା ପୂର୍ବରୁ ରେମଡେସିଭିର ଭଳି ଆଣ୍ଟି ଭାଇରାଲ୍ ଟ୍ରିଟମେଣ୍ଟ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ବେଶ୍ ସହାୟକ ହୋଇଛି। କିନ୍ତୁ ଏହା ପ୍ରଥମ ଟ୍ରିଟମେଣ୍ଟ ହେବ, ଯାହା ଭାଇରସକୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରିବାକୁ ପ୍ରୟାସ କରାଯିବ।

ସୂଚନାଯୋଗ୍ୟ, ଏହି ୟୁନିଭର୍ସିଟିର ରିସର୍ଚ୍ଚର ଓ ବୈଜ୍ଞାନିକମାନେ ଗତ ବର୍ଷରୁ ହିଁ ଏହି ଟ୍ରିଟମେଣ୍ଟ ଉପରେ କାମ କରୁଥିଲେ । ଗତବର୍ଷ ଏପ୍ରିଲ୍ ମାସରେ ଅଷ୍ଟ୍ରେଲିଆରେ ୬ ସପ୍ତାହ ପାଇଁ ଲକଡାଉନ୍ ଲାଗୁ କରାଯାଇଥିଲା । ଏପ୍ରିଲ୍ ମାସରେ ହିଁ ଏହି ୟୁନିଭର୍ସିଟିର ରିସର୍ଚ୍ଚର ଏହି ଟ୍ରିଟମେଣ୍ଟ ଉପରେ କାମ ଆରମ୍ଭ କରିଦେଇଥିଲା । ତେବେ ଏହି ମେଡିସିନ୍ ମାର୍କେଟକୁ ଆସିବା ପାଇଁ ସମୟ ଲାଗିବ । ରିପୋର୍ଟ ଅନୁଯାୟୀ, ଏହି ଟ୍ରିଟମେଣ୍ଟ ୨୦୨୩ରେ ସାଧାରଣ ଲୋକ ପାଇଁ ଉପଲବ୍ଧ ହେବ ।

The post କରୋନାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବ ଏହି ମେଡିସିନ୍‌! appeared first on Odisha Reporter.

]]>
left top 2021-05-18 22:02:41 https://cdn.odishareporter.in/wp-content/uploads/2021/05/18214154/covid19-1.jpg
ଶୁଙ୍ଘିବାର ଶକ୍ତିକୁ ଶେଷ କରିଦେଉଛି କରୋନା, ଏହି ସହଜ ଉପାୟରେ କରନ୍ତୁ ଚିକିତ୍ସା https://odishareporter.in/life-style/health/smell-and-taste-loss-due-to-coronavirus-know-about-parosmia-and-anosmia-643786 Mon, 17 May 2021 06:39:24 +0000 https://odishareporter.in/?p=643786

କରୋନାରେ ସଂକ୍ରମିତ ହେବା ପରେ ଲୋକଙ୍କର ଶୁଙ୍ଘିବା ଶକ୍ତି ଚାଲି ଯାଇଥାଏ। ଶୁଙ୍ଘିବା ଓ ସ୍ୱାଦ ନବାରିବା ହିଁ କରୋନା ଚିହ୍ନଟ ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଯଦି କୌଣସି ବ୍ୟକ୍ତିଙ୍କର ଶୁଙ୍ଘିବା ଶକ୍ତି ଚାଲିଯାଏ, ତାହେଲେ ସେହି ବ୍ୟକ୍ତି କରୋନା ପଜିଟିଭ୍ ହେବାର ସମ୍ଭାବନା ଅଧିକ। ତେବେ କରୋନାର ଅନ୍ୟ ଲକ୍ଷଣ ମଧ୍ୟ ରହିଛି, କିନ୍ତୁ ଶୁଙ୍ଘିବା ଶକ୍ତି ଚାଲିଯିବା ମୁଖ୍ୟ କାରଣ କୁହାଯାଉଛି। କରୋନାରୁ ସୁସ୍ଥ ହୋଇଥିବା ଅନେକ ରୋଗୀଙ୍କଠାରେ ଦେଖିବାକୁ ମିଳିଛି […]

The post ଶୁଙ୍ଘିବାର ଶକ୍ତିକୁ ଶେଷ କରିଦେଉଛି କରୋନା, ଏହି ସହଜ ଉପାୟରେ କରନ୍ତୁ ଚିକିତ୍ସା appeared first on Odisha Reporter.

]]>

କରୋନାରେ ସଂକ୍ରମିତ ହେବା ପରେ ଲୋକଙ୍କର ଶୁଙ୍ଘିବା ଶକ୍ତି ଚାଲି ଯାଇଥାଏ। ଶୁଙ୍ଘିବା ଓ ସ୍ୱାଦ ନବାରିବା ହିଁ କରୋନା ଚିହ୍ନଟ ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଯଦି କୌଣସି ବ୍ୟକ୍ତିଙ୍କର ଶୁଙ୍ଘିବା ଶକ୍ତି ଚାଲିଯାଏ, ତାହେଲେ ସେହି ବ୍ୟକ୍ତି କରୋନା ପଜିଟିଭ୍ ହେବାର ସମ୍ଭାବନା ଅଧିକ। ତେବେ କରୋନାର ଅନ୍ୟ ଲକ୍ଷଣ ମଧ୍ୟ ରହିଛି, କିନ୍ତୁ ଶୁଙ୍ଘିବା ଶକ୍ତି ଚାଲିଯିବା ମୁଖ୍ୟ କାରଣ କୁହାଯାଉଛି।

କରୋନାରୁ ସୁସ୍ଥ ହୋଇଥିବା ଅନେକ ରୋଗୀଙ୍କଠାରେ ଦେଖିବାକୁ ମିଳିଛି ଯେ ସେମାନଙ୍କର ଶୁଙ୍ଘିବା ଶକ୍ତି ଆଉ ଫେରୁ ନାହିଁ। ସୁସ୍ଥ ହେବାର ମାସେ ପରେ ବି ସେମାନେ ଗନ୍ଧ ବାରି ପାରୁନାହାନ୍ତି। ତେବେ ଏଥିରୁ ଦୁଇଟି ରୋଗ ସାମ୍ନାକୁ ଆସିଥାଏ। ଗୋଟିଏ ହେଉଛି ପାରୋସ୍ମିିଆ, ଯେଉଁଥିରେ ଗନ୍ଧ ତ ଆସିବ, କିନ୍ତୁ କ’ଣ ଗନ୍ଧ ହୁଏ ଜଣା ପଡ଼େ ନାହିଁ। ଦ୍ୱିତୀୟଟି ହେଉଛି ଆନୋସ୍ମିିଆ, ଯେଉଁଥିରେ ବ୍ୟକ୍ତିଙ୍କୁ ଆଦୌ ଗନ୍ଧର ଆଭାସ ହୋଇନଥାଏ। କହିବାକୁ ଗଲେ ଗୋଟିଏ ପ୍ରକାରରେ ସେମାନଙ୍କର ଶୁଙ୍ଘିବା ଶକ୍ତି ପୂରା ଚାଲିଯାଇଥାଏ। ଆନୋସ୍ମିଆକୁ ମେଡିକାଲ ଭାଷାରେ ‘ସ୍ମେଲ୍ ବ୍ଲାଇଣ୍ଡେସ’ ମଧ୍ୟ କୁହାଯାଏ।

ପାରୋସ୍ମିଆ କ’ଣ: ସାରା ଦୁନିଆରେ ଭିନ୍ନ ଭିନ୍ନ ଅଧ୍ୟୟନରୁ ଜଣା ପଡ଼ିଛି ଯେ ଦୁଇଟି ଯାକ ଲକ୍ଷଣ କରୋନାରୁ ସୁସ୍ଥ ହେବା ପରେ ଦେଖା ଦେଇଛି। ପାରୋସ୍ମିଆରେ ଲୋକଙ୍କର ଶୁଙ୍ଘିବାର ସେନ୍ସ ବଦଳି ଯାଇଥାଏ। ଏଥିରେ ଲୋକଙ୍କୁ ଗନ୍ଧ ତ ହୋଇଥାଏ କିନ୍ତୁ ସେମାନେ କେଉଁ ଜିନିଷ ଶୁଙ୍ଘୁଛନ୍ତି, ତାହା ଜାଣି ପାରନ୍ତି ନାହିଁ। ନିଜ ଆଖାପାଖରେ ବାସନା କିମ୍ବା ଦୁର୍ଗନ୍ଧକୁ ମଧ୍ୟ ସେମାନେ ଠିକ୍ ଭାବେ ଅନୁଭୂତ କରିପାରନ୍ତି ନାହିଁ। ଏକ ସୁସ୍ଥ ବ୍ୟକ୍ତି ଶୁଙ୍ଘିକି କହିପାରିବ ଯେ ଆଖପାଖରେ କ’ଣ ରୋଷେଇ ହେଉଛି। ସୁସ୍ଥ ବ୍ୟକ୍ତି ଆହୁରି କହିପାରିବ ଯେ ଖାଦ୍ୟରେ କେଉଁ ଜିନିଷ ପ୍ରସ୍ତୁତ ହେଉଛି। କିନ୍ତୁ ଯେଉଁ ଲୋକ କରୋନା କାରଣରୁ ପାରୋସ୍ମିଆର ଶିକାର ହୁଅନ୍ତି, ସେମାନଙ୍କୁ ଗନ୍ଧ ତ ଆସିଥାଏ, କିନ୍ତୁ ଏହାର ଫରକ ଜାଣିପାରନ୍ତି ନାହିଁ। ସେମାନେ ସେ ଜିନିଷ ବିଷୟରେ ଠିକ୍ ଭାବେ କହିପାରନ୍ତି ନାହିଁ। ଗନ୍ଧକୁ ନେଇ ଗୋଟିଏ ପ୍ରକାରରେ ଦ୍ୱନ୍ଦ୍ୱ ଭଳି ସ୍ଥିତି ଉପୁଜିଥାଏ।

କେମିତି କରିବେ ଉପଚାର: ଯେହେତୁ ପାରୋସ୍ମିଆରେ ଶୁଙ୍ଘିବା ଶକ୍ତି ପୂରା ଯାଇନଥାଏ, ତେଣୁ ଏହାର ଉପଚାର କରିବାର ଅଧିକ ସମ୍ଭାବନା ରହିଛି। ଚିକିତ୍ସା ପଦ୍ଧତି ଦ୍ୱାରା ଏହାକୁ ଠିକ୍ କରାଯାଇପାରିବ। ଡାକ୍ତର ଏଥିପାଇଁ ଜିଙ୍କ, ଭିଟାମିନ୍‌-ଏ ଓ ଆଣ୍ଟିବାୟୋଟିକ୍ ଖାଇବାକୁ ପରାମର୍ଶ ଦିଅନ୍ତି। ତେବେ ଅଭ୍ୟାସ କରିବା ଦ୍ୱାରା ମଧ୍ୟ ଏହି ରୋଗକୁ ଭଲ କରିହେବ। ପ୍ରତିଦିନ ସକାଳେ ରୋଗୀଙ୍କୁ ଚାରୋଟି ଭିନ୍ନ ଭିନ୍ନ ସେଣ୍ଟ ଶୁଙ୍ଘିବାକୁ ଦିଆଯିବା ଦରକାର। ଏହା ପରେ ଅଭ୍ୟାସ ମାଧ୍ୟମରେ ମନକୁ କ’ଣ ଗନ୍ଧ ହେଉଛି, ତାହା ଜାଣିବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ଭାବେ ମସ୍ତିଷ୍କର ଟ୍ରେନିଂ ହୋଇଥାଏ।

ଆନୋସ୍ମିଆ କ’ଣ: ଆନୋସ୍ମିଆରେ ଗନ୍ଧ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଚାଲିଯାଇଥାଏ। ଗନ୍ଧ ଚାଲିଯିବା ଅସ୍ଥାୟୀ କିମ୍ବା ସବୁଦିନ ପାଇଁ ମଧ୍ୟ ହୋଇପାରେ। କରୋନାର ଗୁରୁତର ରୋଗୀଙ୍କ ଠାରେ ଏଭଳି ଦେଖିବାକୁ ମିଳୁଛି ଏବଂ ସେମାନଙ୍କର ଶୁଙ୍ଘିବା ଶକ୍ତି ସବୁଦିନ ପାଇଁ ଚାଲିଯାଉଛି। ଅନେକ ସମୟରେ କିଛି ଲୋକଙ୍କ ମସ୍ତିଷ୍କର ଶିରା ଭିତରେ ମଧ୍ୟ ଏହା ଥିବା ଅଭିଯୋଗ ଆସିଥାଏ। ଯେପରିକି ବ୍ରେନ୍ ଟ୍ୟୁମର୍ କିମ୍ବା ହେଡ୍ ଟ୍ରମା ଯଦି ହୋଇଥିବ, ତାହେଲେ ଏହା ଆନୋସ୍ମିଆ ହୋଇପାରେ ବୋଲି କହିପାରିବା। ଏବେ କରୋନା ରୋଗୀଙ୍କ ଭିତରେ ଆନୋସ୍ମିଆ ହେଉଥିବା ଦେଖିବାକୁ ମିଳୁଛି। କରୋନାରୁ ସୁସ୍ଥ ହେଉଥିବା ଲୋକ ଶୁଙ୍ଘିବାର ଶକ୍ତି ହରାଇ ବସୁଛନ୍ତି। ଆନୋସ୍ମିଆର ଶିକାର ହେବା ପରେ ଲୋକେ ସ୍ୱାଦ ବାରିପାରନ୍ତି ନାହିଁ। ଖାଦ୍ୟ ଖାଇବା ସମୟରେ ସେମାନେ ଏହାର ସ୍ୱାଦ ଜାଣିପାରିବେ ନାହିଁ। ଯେହେତୁ ଆନୋସ୍ମିଆରେ ଆକ୍ରାନ୍ତ ଲୋକେ ଶୁଙ୍ଘିବା ଓ ସ୍ୱାଦ ବାରିବାର ଆନନ୍ଦ ନେଇପାରନ୍ତି ନାହିଁ, ତେଣୁ ସେମାେନ ଡିପ୍ରେସନକୁ ମଧ୍ୟ ଯାଇପାରନ୍ତି ।

କେମିତି କରିବେ ଚିକିତ୍ସା: ଆନୋସ୍ମିଆ ରୋଗରୁ ରକ୍ଷା ପାଇବା ପାଇଁ ନାକର ଅଭ୍ୟାସ ଓ ଧ୍ୟାନ କରିବା ସର୍ବୋତ୍ତମ ଉପାୟ। ନାକର ଅଭ୍ୟାସ କରିବା ଅର୍ଥ କିଛି ନା କିଛି ଶୁଙ୍ଘି ଏହାକୁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡ଼ିବ। ଧ୍ୟାନ କରିବାର ଅର୍ଥ ହେଉଛି ଯେ କୌଣସି ଜିନିଷର ବାସ୍ନା କିପରି ତାହା ଧ୍ୟାନକୁ ଆଣିବାକୁ ପଡ଼ିବ। ଏହାଛଡ଼ା ଅଲଗା ଅଲଗା ଗନ୍ଧକୁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ କରିବା ଦରକାର। ଏହି ଉପାୟ ନିଶ୍ଚୟ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଏଥିପାଇଁ ଡିଙ୍କଜେଷ୍ଟେଟସ୍‌, ଆଣ୍ଟି ହିଷ୍ଟାମିନ୍‌, ଷ୍ଟେରଏଡ୍ ଓ ନାଜାଲ୍ ସ୍ପ୍ରେ ନେବାକୁ ପରାମର୍ଶ ଦିଆଯାଇଥାଏ। ବ୍ୟାକ୍ଟେରିଆର ଇନଫେକସନ୍ ଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାୟୋଟିକ୍ସ ନେଇପାରିବେ। ଯେଉଁସବୁ ଜିନିଷରେ ଆଲର୍ଜି ଅଛି, ସେଥିରୁ ଦୂରେଇ ରହିବା ଦରକାର। ଧୁମ୍ରପାନ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି।

The post ଶୁଙ୍ଘିବାର ଶକ୍ତିକୁ ଶେଷ କରିଦେଉଛି କରୋନା, ଏହି ସହଜ ଉପାୟରେ କରନ୍ତୁ ଚିକିତ୍ସା appeared first on Odisha Reporter.

]]>
left bottom, odia health tips, Post Corona health tips 2021-05-17 13:39:34 https://cdn.odishareporter.in/wp-content/uploads/2021/05/17120859/smell-and-taste.jpg
ତୁଳସୀ ପତ୍ର ଚୋବେଇକି ଖାଉଛନ୍ତି କି, ହୋଇପାରେ କ୍ଷତିକାରକ https://odishareporter.in/life-style/health/know-the-side-effect-chewing-tulsi-how-it-affect-health-643638 Sun, 16 May 2021 11:56:17 +0000 https://odishareporter.in/?p=643638

ତୁଳସୀ ଗଛରେ ଏଭଳି ଔଷଧୀୟ ଗୁଣ ଅଛି, ଯାହା ଆମକୁ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଆମେ ତୁଳସୀ ପତ୍ରର ବ୍ୟବହାର କାଢ଼ା ପ୍ରସ୍ତୁତ ପାଇଁ କରିଥାଉ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏହା ବ୍ୟତୀତ ଏହାକୁ ଚା’ରେ ମିଶାଇ ପିଇବା ଦ୍ୱାରା କାଶ, ଥଣ୍ଡା, ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦୂର ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ସବୁଠାରୁ ପବିତ୍ର ବୋଲି ମାନନ୍ତି। ସାଧାରଣତଃ ଆମେ ସମସ୍ତେ […]

The post ତୁଳସୀ ପତ୍ର ଚୋବେଇକି ଖାଉଛନ୍ତି କି, ହୋଇପାରେ କ୍ଷତିକାରକ appeared first on Odisha Reporter.

]]>

ତୁଳସୀ ଗଛରେ ଏଭଳି ଔଷଧୀୟ ଗୁଣ ଅଛି, ଯାହା ଆମକୁ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଆମେ ତୁଳସୀ ପତ୍ରର ବ୍ୟବହାର କାଢ଼ା ପ୍ରସ୍ତୁତ ପାଇଁ କରିଥାଉ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏହା ବ୍ୟତୀତ ଏହାକୁ ଚା’ରେ ମିଶାଇ ପିଇବା ଦ୍ୱାରା କାଶ, ଥଣ୍ଡା, ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦୂର ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ସବୁଠାରୁ ପବିତ୍ର ବୋଲି ମାନନ୍ତି।

ସାଧାରଣତଃ ଆମେ ସମସ୍ତେ ଘରେ ତୁଳସୀ ଗଛ ଲଗାଇଥାଉ, ଯାହାର ପୂଜା ମଧ୍ୟ କରାଯାଏ। ଅନେକ ଲୋକ ତୁଳସୀ ପତ୍ର ଚୋବେଇକି ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ତୁଳସୀ ପତ୍ର ଚୋବେଇକି ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ତୁଳସୀ ପତ୍ର ଚୋବେଇ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଏବଂ ଏହାକୁ କିପରି ବ୍ୟବହାର କରାଯିବ।

ତୁଳସୀ ପତ୍ର ଚୋବେଇ ଖାଇଲେ ହୋଇପାରେ କ୍ଷତିକାରକ:  ଅନେକ ଲୋକ ସକାଳେ ଖାଲି ପେଟରେ ତୁଳସୀ ପତ୍ର ଚୋବେଇ ଖାଆନ୍ତି। ତେବେ ଏହି ଅଭ୍ୟାସ ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଏହା ଆପଣଙ୍କ ଦାନ୍ତ ଜନିତ ସମସ୍ୟା ଉପୁଜିପାରେ।

ବାସ୍ତବରେ, ତୁଳସୀ ପତ୍ରରେ ଅଧିକ ପରିମାଣର ମର୍କୁରୀ ଏବଂ ଆଇରନ୍ ଥାଏ। ଏହା ବ୍ୟତୀତ ସେଥିରେ କିଛି ପରିମାଣର ଆର୍ସେନିକ୍ ମଧ୍ୟ ଥାଏ। ଆମ ପାଟି ପାଇଁ ମର୍କ୍ୟୁରୀ ଓ ଆର୍ସେନିକ୍ କ୍ଷତିକାରକ ହୋଇଥାଏ। ଏହା ଆମ ଦାନ୍ତକୁ ଅଧିକ ଖରାପ କରିଥାଏ। ତୁଳସୀ ପତ୍ରକୁ ଚୋବେଇ ଖାଇବା ଦ୍ୱାରା ପାଟି ଭିତରେ ଦୁଇଟି (ମର୍କ୍ୟୁରୀ ଓ ଆର୍ସେନିକ୍) ଯାକ ଜିନିଷ ରହିଥାଏ, ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ତୁଳସୀ ପତ୍ରକୁ ଚୋବେଇ ଖାଆନ୍ତୁ ନାହିଁ।

କେମିତି କରିବେ ବ୍ୟବହାର: ତୁଳସୀ ପତ୍ରକୁ ଭଲଭାବେ ବାଟିକି ତାକୁ ପାଣିରେ ମିଶାଇ ପିଇପାରିବେ। ଏହା ବ୍ୟତୀତ, ଯଦି ଆପଣ ଚାହିଁବେ, ତାହେଲେ ତୁଳସୀ ପତ୍ରକୁ ଚା’ରେ ମଧ୍ୟ ମିଶାଇ ସେବନ କରି ପାରିବେ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଋତୁକାଳୀନ ସଂକ୍ରମଣକୁ ରୋକାଯାଇ ପାରିବ। ଆପଣ ତୁଳସୀ ପତ୍ରକୁ ମିଶାଇ ତା’ର ଏକ ଟାବଲେଟ୍‌ ପ୍ରସ୍ତୁତ କରିପାରିବେ। ଏହା ବ୍ୟତୀତ ତୁଳସୀ ପତ୍ରକୁ ଶୁଖାଇ ଏହାକ ଗ୍ରାଇଣ୍ଡିଂ କରି ପାଉଡର୍ ମଧ୍ୟ ତିଆରି କରିପାରିବେ।

The post ତୁଳସୀ ପତ୍ର ଚୋବେଇକି ଖାଉଛନ୍ତି କି, ହୋଇପାରେ କ୍ଷତିକାରକ appeared first on Odisha Reporter.

]]>
left bottom 2021-05-16 17:26:17 https://cdn.odishareporter.in/wp-content/uploads/2021/05/16172120/tulsi-leaves.jpg
ଟିକା ନେବା ପୂର୍ବରୁ ଓ ପରେ ଖାଆନ୍ତୁ ଏହି ଖାଦ୍ୟ, ହେବନି କୌଣସି ସାଇଡ୍ ଇଫେକ୍ଟ https://odishareporter.in/life-style/health/food-to-eat-before-and-after-vaccination-to-built-immunity-642770 Wed, 12 May 2021 16:37:47 +0000 https://odishareporter.in/?p=642770

ସାରା ଦେଶରେ କରୋନା ଭାଇରସର କହର ଜାରି ରହିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଟିକାକରଣରେ ସାମିଲ୍‌ ହେବାକୁ ପ୍ରୋତ୍ସାହନ କରାଯାଉଛି। କରୋନା ଟିକା ନେବା ପରେ କିଛି ଲୋକଙ୍କୁ ଶରୀରରେ ଯନ୍ତ୍ରଣା ଓ ଜ୍ୱର ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଏହି ସମୟରେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିବ। ବିଶେଷ କରି ଟିକା ନେବା ପୂର୍ବରୁ ଡାଏଟ୍ […]

The post ଟିକା ନେବା ପୂର୍ବରୁ ଓ ପରେ ଖାଆନ୍ତୁ ଏହି ଖାଦ୍ୟ, ହେବନି କୌଣସି ସାଇଡ୍ ଇଫେକ୍ଟ appeared first on Odisha Reporter.

]]>

ସାରା ଦେଶରେ କରୋନା ଭାଇରସର କହର ଜାରି ରହିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଟିକାକରଣରେ ସାମିଲ୍‌ ହେବାକୁ ପ୍ରୋତ୍ସାହନ କରାଯାଉଛି। କରୋନା ଟିକା ନେବା ପରେ କିଛି ଲୋକଙ୍କୁ ଶରୀରରେ ଯନ୍ତ୍ରଣା ଓ ଜ୍ୱର ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଏହି ସମୟରେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିବ। ବିଶେଷ କରି ଟିକା ନେବା ପୂର୍ବରୁ ଡାଏଟ୍ ଖାଦ୍ୟ ଖାଆନ୍ତୁ ଏବଂ ଟିକା ନେବା ପରେ ଅିତ୍ୟଧିକ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଏହାବ୍ୟତୀତ ପ୍ରଚୁର ପାଣି ମଧ୍ୟ ପିଇବା ଦରକାର। ଟିକାକରଣ ପୂର୍ବରୁ ଓ ପରେ କିଛି ଜରୁରୀ କଥା ନଜରରେ ରଖବା ଜରୁରୀ, ଯେଉଁଥିରେ ଡାଏଟ୍ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ଟିକାକରଣ ପୂର୍ବରୁ ଏବଂ ପରେ କଣ ଖାଇବା ଆସନ୍ତୁ ଜାଣିବା।

ହଳଦୀ: ହଳଦୀରେ କର୍କୁମିନ୍ ନାମକ ଏକ କେମିକାଲ୍ ପଦାର୍ଥ ଥାଏ ଯାହା ଖାଦ୍ୟରେ ସ୍ୱାଦ ଆଣିବାରେ କାମ କରେ। ହଳନୀ ବ୍ୟବହାର ଦ୍ୱାରା ଯନ୍ତ୍ରଣାକୁ କମ୍ କରାଯାଇ ପାରିବ। ଏହା ଏକ ଆଣ୍ଟି-ଷ୍ଟ୍ରେସ୍ ଖାଦ୍ୟ, ଯାହା ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ଟିକାକରଣ ପୂର୍ବରୁ କଦଳୀ ଖାଇବା ଜରୁରୀ। ଆପଣ ହଳଦୀ ମିଶା କ୍ଷୀର କିମ୍ବା ଖାଦ୍ୟରେ ହଳଦୀ ମିଶାଇ ଖାଇପାରିବେ।

ରସୁଣ : ରସୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବ୍ୟବହୃତ ହୋଇଥାଏ , ଯାହା ସଂକ୍ରମଣ ରୋକିବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରୋବାୟୋଟିକ୍ସରେ ପରିପୂର୍ଣ୍ଣ ଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

ଅଦା: ଅଦା ହାଇପର୍ ଟେନସନ୍, ଜୀବନ ପ୍ରତି ବିପଦ ଏବଂ ଫୁସଫୁସ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଅଦା ଚାପ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଟିକା ନେବା ପୂର୍ବରୁ ଅଦା ଖାଇବା ଉଚିତ୍। ଆପଣ ସକାଳେ ମଧ୍ୟ ଅଦା ଚା’ ପିଇପାରିବେ।

ସବୁଜ ପନିପରିବା ଏବଂ ଫଳ: ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ପୋଷକ ତତ୍ତ୍ୱ, ମିନେରାଲ୍ସ ଏବଂ ଫେନୋଲିକ୍ କମ୍ପାଉଣ୍ଡ ଥାଏ। ସବୁଜ ପନିପରିବାରେ ଆଇରନ୍ ଏବଂ କ୍ୟାଲସିୟମ୍ ମାତ୍ରା ଭରପୂର ରହିଥାଏୟ। ଆପଣ ଖାଦ୍ୟରେ ପାଳଙ୍ଗ ଶାଗ, ବ୍ରୋକୋଲି ଆଦି ପନିପରିବା ଖାଇବା ଉଚିତ୍। ଏହା ବ୍ୟତୀତ, ଖାଦ୍ୟରେ ତାଜା ଫଳ ମଧ୍ୟ ଖାଇପାରିବେ। ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଟିକାକରଣ ପରେ ଏହି ଜିନିଷଗୁଡ଼ିକୁ ନିଜ ଡାଏଟରେ ସାମିଲ୍‌ କରନ୍ତୁ
ବ୍ଲୁ ବ୍ୟାରେଜ୍: ବ୍ଲୁ ବ୍ୟାରେଜରେ ଫାଇଟୋ ଫ୍ଲାଭୋନାଏଡ୍ ରହିଥାଏ। ଏହା ବ୍ୟତୀତ ସେଥିରେ ବହୁତ ପୋଟାସିୟମ୍ ଏବଂ ଭିଟାମିନ୍ ସି ମାତ୍ରା ଅଧିକ ରହିଥାଏ। ଏହା ଶରୀରରେ ସେରୋଟେନିନ୍ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ। ଟିକାକରଣ ପରେ, ନିଶ୍ଚିତ ଭାବେ ଏହାକୁ ଆପଣଙ୍କର ଖାଦ୍ୟରେ ସାମିଲ୍ କରନ୍ତୁ।

ଡାର୍କ ଚକୋଲେଟ୍: ଡାର୍କ ଚକୋଲେଟ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିରେ ଥିବା କୋକୋ କର୍କଟ ଭଳି ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ। ଅନେକ ଅଧ୍ୟୟନରେ ଜଣାପଡିଛି ଯେ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଗୁରୁତର ରୋଗ ହେବାର ଆଶଙ୍କା କମିଥାଏ ଏବଂ ଟୀକାକରଣ ପରେ ଏହା ଅତ୍ୟନ୍ତ ଜରୁରୀ।

ଭର୍ଜିନ୍ ଅଲିଭ୍ ଅଏଲ୍: ଭର୍ଜିନ୍ ଅଲିଭ୍ ଅଏଲ ମଧୁମେହ ଏବଂ ନ୍ୟୁରୋଲୋଜି ରୋଗ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅଲିଭ୍ ଅଏଲରେ ଅସନ୍ତୁଳିତ ଚର୍ବି ରହିଥାଏ ଯାହା ସି ପ୍ରୋଟିନକୁ କମ୍ କରିବାରେ ସାହାଯ୍ୟ କରିଥାଏ। କରୋନା ଟିକା ନେବା ପରେ ଖାଦ୍ୟରେ ଭର୍ଜିନ୍ ଅଲିଭ୍ ଅଏଲ୍ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ।

The post ଟିକା ନେବା ପୂର୍ବରୁ ଓ ପରେ ଖାଆନ୍ତୁ ଏହି ଖାଦ୍ୟ, ହେବନି କୌଣସି ସାଇଡ୍ ଇଫେକ୍ଟ appeared first on Odisha Reporter.

]]>
left bottom 2021-05-12 22:07:47 https://cdn.odishareporter.in/wp-content/uploads/2021/05/12220643/vaccination.jpg
ଟିକା ନେବା ଲୋକ ସୁରକ୍ଷିତ କିନ୍ତୁ ସଂକ୍ରମିତ କରିପାରିବେ, ଜାଣନ୍ତୁ ଏହା ପଛର କାରଣ https://odishareporter.in/life-style/health/vaccinated-people-better-protected-but-can-transmit-covid-19-say-doctors-642644 Wed, 12 May 2021 10:02:20 +0000 https://odishareporter.in/?p=642644

ନୂଆଦିଲ୍ଲୀ: କରୋନା ଟିକା ନେଇଥିବା ଲୋକ ସୁରକ୍ଷିତ। କିନ୍ତୁ ତାଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଇଣ୍ଡିଆ ଟୁଡେ ଚ୍ୟାନେଲକୁ କରୋନା ବାବଦରେ ଲୋକଙ୍କୁ ସଚେତନତା କରାଇବାକୁ ଯାଇ ବିଶେଷଜ୍ଞମାନେ କହିଛନ୍ତି, ଦ୍ୱିତୀୟ ଡୋଜ ନେବା ପରେ ଅଧିକାଂଶ ଲୋକ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ପାଳନ କରୁ ନାହାନ୍ତି। କରୋନା ନାକ, ପାଟି ଜରିଆରେ ସଂକ୍ରମିତ ହେଉଛି। ତେଣୁ ଟିକା ନେଇଥିବା ଲୋକ ମାସ୍କ ନପିନ୍ଧିଲେ ତାଙ୍କଠାରୁ ଅନ୍ୟ ଲୋକଙ୍କୁ କରୋନା […]

The post ଟିକା ନେବା ଲୋକ ସୁରକ୍ଷିତ କିନ୍ତୁ ସଂକ୍ରମିତ କରିପାରିବେ, ଜାଣନ୍ତୁ ଏହା ପଛର କାରଣ appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ଟିକା ନେଇଥିବା ଲୋକ ସୁରକ୍ଷିତ। କିନ୍ତୁ ତାଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଇଣ୍ଡିଆ ଟୁଡେ ଚ୍ୟାନେଲକୁ କରୋନା ବାବଦରେ ଲୋକଙ୍କୁ ସଚେତନତା କରାଇବାକୁ ଯାଇ ବିଶେଷଜ୍ଞମାନେ କହିଛନ୍ତି, ଦ୍ୱିତୀୟ ଡୋଜ ନେବା ପରେ ଅଧିକାଂଶ ଲୋକ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ପାଳନ କରୁ ନାହାନ୍ତି। କରୋନା ନାକ, ପାଟି ଜରିଆରେ ସଂକ୍ରମିତ ହେଉଛି। ତେଣୁ ଟିକା ନେଇଥିବା ଲୋକ ମାସ୍କ ନପିନ୍ଧିଲେ ତାଙ୍କଠାରୁ ଅନ୍ୟ ଲୋକଙ୍କୁ କରୋନା ଭୂତାଣ ସଂକ୍ରମଣ କରିପାରେ। କାରଣ ଠିକ ଏହି କାରଣରୁ ଟିକା ନେବା ପରେ ମଧ୍ୟ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇପାରେ। ତେଣୁ ଯେଉଁମାନେ ମାସ୍କ ଓ ସାମଜିକ ଦୂରତା ପାଳନ କରୁ ନାହାନ୍ତି ସେମାନେ ଏହି ଭାଇରସର ଶିକାର ହେଉଛନ୍ତି।

ଦ୍ୱିତୀୟ ଟିକା ନେବାର ୨୦ ଦିନ ପରେ ଶରୀରରେ ସମ୍ପୂର୍ଣ୍ଣ ଆଣ୍ଚିବୋଡି ତିଆରି ହୁଏ। ଆଉ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଏ ଯାହାକି କରୋନା ସହିତ ଲଢ଼େଇ କରିବାକୁ ସହଯୋଗ କରେ। ଆଉ ସଂକ୍ରମିତ ହେଲେ କରୋନା ଭାଇରସ ଏତେଟା ପ୍ରଭାବ ଦେଖାଇ ପାରିବନି। ତେଣୁ ମାସ୍ପ ପିନ୍ଧିବା ଅନିର୍ବାର୍ଯ୍ୟ ବୋଲି ବିଶେଷଜ୍ଞ କହିଛନ୍ତି।

‘ପ୍ରଥମ ଟିକା ନେବା ପରେ କରୋନା ସଂକ୍ରମିତ ହେଉଛି’

କୋଲକାତାର ସି.କେ ବିର୍ଲା ହସ୍ପିଟାଲର ପୁଲ୍‌ମୁନୋଳ୍ଝଇ ବିଭାଗର ମୁଖ୍ୟ ଡାକ୍ତର ରାଜ ଧର କହିଛନ୍ତି ଯେ ଧରାଯାଉ ଜଣେ ଲକ୍ଷଣ ବିହୀନ ବ୍ୟକ୍ତି ଟିିକା ନେଇଛନ୍ତି। ଟିକା ନେବା ପରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଥମେ କମିଯିବ। ତେଣୁ ସେହି ବ୍ୟକ୍ତିଙ୍କ ବିରୋଧରେ ସ୍ୱଳ୍ପ ସମୟ ପାଇଁ କରୋନା ଅଧିକ ଶକ୍ତିଶାଳୀ ହୋଇଯିବ। ଟିକା ନେବା ଲୋକ ଲକ୍ଷଣ ବିହୀନ କରୋନା ସଂକ୍ରମିତ ହୋଇପାରିବେ। ତାଙ୍କଠାରୁ ଏହା ଅନ୍ୟମାନଙ୍କୁ ସଂକ୍ରମିତ ହୋଇପାରିବ।

‘ଟିକା ରକ୍ତକୁ ସୁରକ୍ଷିତ ରଖୁଛି, ହେଲେ ନାକ ଓ ପାଟି ମୁକୁଳା ରହୁଛି’

ସେହିପରି ଡାକ୍ତର ଆଭିରାଲ ରୟ କହିଛନ୍ତି, ଯେତେବେଳେ ଭାଇରସ୍ ଆପଣଙ୍କ ଶରୀରରେ ପ୍ରବେଶ କରେ, ଏହା ନାକ ଦେଇ ପ୍ରବେଶ କରେ। ଏହାର ସାମ୍ପ୍ରତିକ ରୂପରେ ଥିବା ଟିକା ସଂକ୍ରମଣକୁ ପ୍ରତିରୋଧ କରେ ନାହିଁ। କାରଣ ଏହା ନାକରେ ଆଣ୍ଟିବଡି ସୃଷ୍ଟି କରେନାହିଁ। କିନ୍ତୁ ଜଣେ ସଂକ୍ରମିତ ହେଲେ ମଧ୍ୟ ଟିକା ନେବା ପରେ ରକ୍ତରେ ଭାଇରସ ଅଧିକ ପ୍ରଭାବଶାଳୀ ହୋଇପାରେ ନାହିଁ। କାରଣ ରକ୍ତରେ ଆଣ୍ଚି ବୋଡି ତିଆରି ହୋଇଯାଇଛି। ତେଣୁ ସଂକ୍ରମିତ ହେଉଥିବା ଜାଗାକୁ ମାସ୍କ ଓ ସାମାଜିକ ଦୂରତା ଜରିଆରେ ସୁରକ୍ଷିତ ରଖିବା ଆବଶ୍ୟକ।

ଏହି ଟିକା ନେବା ପରେ ଜଣେ ଅସୁସ୍ଥ ହୋଇପାରିବ କିନ୍ତୁ ଗୁରୁତର ହେବାରୁ ରକ୍ଷା ପାଇପାରିବ ବୋଲି ଡାକ୍ତର ଆଭିରାଲ ରୟ କହିଛନ୍ତି। ସେହିପରି ତାଙ୍କଠାରୁ ମଧ୍ୟ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହି ଦୃଷ୍ଟିରୁ ଟିକା ନେବା ଲୋକ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ।

The post ଟିକା ନେବା ଲୋକ ସୁରକ୍ଷିତ କିନ୍ତୁ ସଂକ୍ରମିତ କରିପାରିବେ, ଜାଣନ୍ତୁ ଏହା ପଛର କାରଣ appeared first on Odisha Reporter.

]]>
Covid Vaccine, left top 2021-05-14 15:03:06 https://cdn.odishareporter.in/wp-content/uploads/2021/04/28113736/Vaccine-12.jpg
‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ହିଁ ରକ୍ଷା କରିବ’ https://odishareporter.in/life-style/health/vaccine-cant-keep-you-safe-from-the-second-wave-642391 Tue, 11 May 2021 08:38:10 +0000 https://odishareporter.in/?p=642391

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ଓ ସାମାଜିକ ଦୂରତା ହିଁ ରକ୍ଷା କରିପାରିବ।’ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା କୋଭାକ୍ସିନ୍ ପରୀକ୍ଷଣର ଓଡ଼ିଶା ମୁଖ୍ୟ ଡାକ୍ତର ଭେଙ୍କଟ ରାଓ ଏହି କଥା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କାରଣ କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ଓଡ଼ିଶାରେ ଟିକାର ଟିକେ ଅଭାବ ଦେଖାଯାଇଛି। ପ୍ରଥମେ […]

The post ‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ହିଁ ରକ୍ଷା କରିବ’ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ଓ ସାମାଜିକ ଦୂରତା ହିଁ ରକ୍ଷା କରିପାରିବ।’ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା କୋଭାକ୍ସିନ୍ ପରୀକ୍ଷଣର ଓଡ଼ିଶା ମୁଖ୍ୟ ଡାକ୍ତର ଭେଙ୍କଟ ରାଓ ଏହି କଥା କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କାରଣ କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ଓଡ଼ିଶାରେ ଟିକାର ଟିକେ ଅଭାବ ଦେଖାଯାଇଛି। ପ୍ରଥମେ ଯେତେବେଳେ ଟିକାକରଣ ଆରମ୍ଭ ହେଲା ସେତେବେଳେ ଟିକା ଉପଲବ୍ଧ ଥିଲା, କିନ୍ତୁ ଲୋକ ଆସୁ ନଥିଲେ। କିନ୍ତୁ ବର୍ତ୍ତମାନ ଯେତେବେଳେ ଦ୍ୱିତୀୟ ଲହରର ହାହାକାର ବଢ଼ି ଚାଲିଲା ସେତେବେଳେ ଟିକା ନେବା ପାଇଁ ଲୋକେ ଅଧିକ ପରିମାଣରେ ଆସୁଛନ୍ତି।

ଡାକ୍ତର ରାଓ କହିଛନ୍ତି, ପ୍ରଥମେ ପ୍ରଥମେ ଲୋକେ ଭାବୁଥିଲେ ଟିକା ସୁରକ୍ଷିତ ହୋଇ ନଥିବ। ଏତେ ଶୀଘ୍ର ଟିକା ବଜାରକୁ ଆସିଥିବାରୁ ଠିକ୍ ସେ ଟେଷ୍ଟିଂ ହୋଇ ନଥିବ ବୋଲି ସେମାନେ ଭାବୁଥିଲେ। କିନ୍ତୁ ଏବେ କରୋନା ସଂକ୍ରମଣ ବଢ଼ିଯିବାରୁ ଲୋକଙ୍କ ମନରେ ଭୟ ଆସିଗଲା। କିନ୍ତୁ ଜାଣି ରଖନ୍ତୁ ଆଜି ଯଦି ଜଣେ ଟିକା ନେଉଛନ୍ତି, ତା’ହେଲେ ଅତି କମ୍‌ରେ ଏହାର ମାସେ ପରେ ଦ୍ୱିତୀୟ ଡୋଜ୍ ନେବେ। ଆଉ ୨ୟ ଡୋଝ୍‌ ନେବାର ମାସେ ପରେ ଯାଇ ରୋଗ ସହିତ ଲଢ଼ିବାକୁ ଶକ୍ତି ମିଳିବ।

ସେ ଆହୁରି ବୁଝାଇ କହିଛନ୍ତି, ଯଦି ଆପଣ ଆଜି ଟିକା ନେଉଛନ୍ତି, ତା’ହେଲେ ତାହା କରୋନାର ଏହି ଦ୍ୱିତୀୟ ଲହରରୁ ଆପଣଙ୍କୁ ବଞ୍ଚାଇ ପାରିବ ନାହିଁ। ଯଦି ବଞ୍ଚାଇବ ତା’ହେଲେ ତୃତୀୟ କିମ୍ବା ଚତୁର୍ଥ ଲହରରୁ ବଞ୍ଚାଇବ। ତୃତୀୟ ଲହରରୁ ଟିକା ଆମକୁ ରକ୍ଷା କରିବ ଯଦି ଏହି ଭୂତାଣୁର ଆଉ ମ୍ୟୁଟାଣ୍ଟ ନହୁଏ। ତେଣୁ ଲୋକେ ଜାଣି ରଖିବା ଉଚିତ୍‌ ଯେ ଏହି ଟିକା ତତ୍‌କ୍ଷଣାତ୍ ସମାଧାନ ନୁହେଁ। ତତ୍‌କ୍ଷଣାତ୍ ସମାଧାନ ହେଉଛି ମାସ୍କ ଓ ସାମାଜିକ ଦୂରତା।

ଡ. ରାଓ କହିଛନ୍ତି, ମାସ୍କକୁ ସଠିକ୍ ଭାବେ ପିନ୍ଧିବାର ଆବଶ୍ୟକତା ରହିଛି। ଆଖପାଖରେ କେହି ନଥିବା ବେଳେ ଲୋକେ ମାସ୍କ ଖୋଲି ଦେଉଛନ୍ତି। କିନ୍ତୁ ସେମାନେ ଜାଣି ନାହାନ୍ତି ଯେ ଯଦି ସେହି ପାଖ ଦେଇ କୌଣସି କରୋନା ରୋଗୀ ଅତିକ୍ରମ କରିଥା’ନ୍ତି, ତା’ହେଲେ ସେଠାରେ ବାୟୁରେ କରୋନା ଭୂତାଣୁ ଥାଇପାରେ। ତେଣୁ ସବୁବେଳେ ଠିକ୍ ଢଙ୍ଗରେ ମାସ୍କ ପିନ୍ଧିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

The post ‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ହିଁ ରକ୍ଷା କରିବ’ appeared first on Odisha Reporter.

]]>
New coronavirus strain, right bottom 2021-05-11 17:09:32 https://cdn.odishareporter.in/wp-content/uploads/2021/05/11140358/34.jpg
ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ https://odishareporter.in/life-style/health/never-eat-these-5-food-is-cause-of-heart-failure-or-heart-attack-642308 Mon, 10 May 2021 16:15:00 +0000 https://odishareporter.in/?p=642308

ଆମ ଶରୀରରେ ଥିବା ହୃଦୟ ଏକମାତ୍ର ଅଂଶ, ଯାହା ବନ୍ଦ ନ ହୋଇ ସାରା ଜୀବନ କାମ କରିଥାଏ । ଏପରି ପରିସ୍ଥିତିରେ, ଏହାକୁ ସୁସ୍ଥ ରଖିବା ଆମର ପ୍ରଥମ କାର୍ଯ୍ୟ । କିନ୍ତୁ ଏହାକୁ ସଠିକ୍ ଭାବେ ଯତ୍ନ ନନେବାରୁ ପ୍ରତିବର୍ଷ ଅନେକ ହୃଦଘାତ ରୋଗଜନିତ ମାମଲା ସାମ୍ନାକୁ ଆସିଥାଏ। କେବଳ ଏତିକି ନୁହେଁ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଫୁସଫୁସ ସହ ହାର୍ଟକୁ ମଧ୍ୟ ପ୍ରଭାବିତ କରୁଛି। ଏକ ରିପୋର୍ଟ ଅନୁଯାୟୀ, କରୋନାରୁ ସୁସ୍ଥ […]

The post ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ appeared first on Odisha Reporter.

]]>

ଆମ ଶରୀରରେ ଥିବା ହୃଦୟ ଏକମାତ୍ର ଅଂଶ, ଯାହା ବନ୍ଦ ନ ହୋଇ ସାରା ଜୀବନ କାମ କରିଥାଏ । ଏପରି ପରିସ୍ଥିତିରେ, ଏହାକୁ ସୁସ୍ଥ ରଖିବା ଆମର ପ୍ରଥମ କାର୍ଯ୍ୟ । କିନ୍ତୁ ଏହାକୁ ସଠିକ୍ ଭାବେ ଯତ୍ନ ନନେବାରୁ ପ୍ରତିବର୍ଷ ଅନେକ ହୃଦଘାତ ରୋଗଜନିତ ମାମଲା ସାମ୍ନାକୁ ଆସିଥାଏ। କେବଳ ଏତିକି ନୁହେଁ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଫୁସଫୁସ ସହ ହାର୍ଟକୁ ମଧ୍ୟ ପ୍ରଭାବିତ କରୁଛି। ଏକ ରିପୋର୍ଟ ଅନୁଯାୟୀ, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ହୃଦରୋଗ ସମ୍ବନ୍ଧୀୟ ରୋଗ ଆଶଙ୍କା ଅଧିକ ରହିଥାଏ। ଏପରି ସ୍ଥିତିରେ ସର୍ବଦା ନିଜ ହୃଦୟକୁ ସୁସ୍ଥ ରଖିବା ଆବଶ୍ୟକ, ଯାହାଫଳରେ କରୋନା ସହିତ ଅନ୍ୟ କୌଣସି ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରିବ ନାହିଁ ।

ହାର୍ଟକୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟମ ସହ ଆପଣଙ୍କୁ ଡାଏଟ୍ ମଧ୍ୟ ଭଲ ହେବା ଦରକାର। କିନ୍ତୁ ଆଜିର ସମୟରେ ଅନେକ ଲୋକ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉ ନାହାନ୍ତି। ଯାହା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲ୍ ବଢ଼ିଥାଏ ଏବଂ ଏହା ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ, ଯାହା ଆପଣଙ୍କ ହାର୍ଟକୁ ଖରାପ କରିପାରେ।

ଲୁଣ: ଆମେ ସମସ୍ତେ ଭଲଭାବେ ଜାଣିଛୁ ଯେ ଲୁଣ ଅଧିକ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର ବଢ଼ିଥାଏ। କିନ୍ତୁ ରକ୍ତଚାପ ନିୟନ୍ତ୍ରଣ ନହେବା କାରଣରୁ ଆପଣଙ୍କୁ ହାର୍ଟ ସମ୍ବନ୍ଧିତ ସମସ୍ୟାର ସାମ୍ନାକୁ କରିବାକୁ ପଡ଼ିପାରେ। ଅନେକ ଗବେଷଣାରେ ମଧ୍ୟ ଏହା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଖାଦ୍ୟରେ ଲୁଣର ପରିମାଣ କମ୍ ବ୍ୟବହାର କରିବା ଦରକାର।

ଏନର୍ଜି ଡ୍ରିଙ୍କ୍: ଏନର୍ଜି ଡ୍ରିଙ୍କରେ ଗୁଆରାନା ଓ ଟେରାଇନ୍ ଭଳି ପ୍ରାକୃତିକ ଶକ୍ତି ବୃଦ୍ଧିକାରୀ ରହିଥାଏ। ଯେତେବେଳେ ଆପଣ କଫିନ୍ ସଂସ୍ପର୍ଶରେ ଆସନ୍ତି, ଆପଣଙ୍କ ହୃଦସ୍ପନ୍ଦନ ଅଚାନକ ବଢ଼ିଯାଏ। ଏନର୍ଜି ଡ୍ରିଙ୍କ ବହୁତ ମାତ୍ରାରେ କଫିନ୍ ହୋଇଥାଏ, ଯେଉଁଥିରେ ହଜମ ପ୍ରକ୍ରିୟା ସହ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ସୋଡା: ସୋଡା ସେବନ କରିବା ଦ୍ୱାରା ବ୍ଲଡ୍ ସୁଗରର ମାତ୍ରା ବଢ଼ିଥାଏ । ଯେଉଁ କାରଣରୁ ହାର୍ଟ ସମ୍ବନ୍ଧିତ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଏଥିପାଇଁ ଦୈନିକ ସୋଡା ସେବନରୁ ଦୂରେଇ ରୁହନ୍ତୁ।

ଫ୍ରିଜରେ ରଖାଯାଇଥିବା ଖାଦ୍ୟ: ଖାଦ୍ୟ ପ୍ରସ୍ତୁତ କରି ଏହାକୁ ଫ୍ରିଜରେ ରଖିବା ସବୁଠାରୁ ଭଲ ଉପାୟ କୁହାଯାଏ। କିନ୍ତୁ ଆପଣ ଭୁଲ ଯାଆନ୍ତି ଯେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଫ୍ରିଜରେ ରଖାଯାଇଥିବା ଖାଦ୍ୟରେ ସୋଡିୟମ ମାତ୍ରା ଅଧିକ ରହିଥାଏ। ଯାହା ଆପଣଙ୍କ ହାର୍ଟ ପାଇଁ ବିପଦଜନକ ହୋଇପାରେ।

ଧଳା ଚାଉଳ, ପାସ୍ତା: ଧଳା ମଇଦାରେ ପ୍ରସ୍ତୁତ ହେଉଥିବା ଚାଉଳ, ବ୍ରେଡ୍, ପାସ୍ତା ଆଦି ଖାଦ୍ୟ ସାମଗ୍ରୀରେ ସୁସ୍ଥ ଫାଇବର, ଭିଟାମିନ୍, ମିନେରାଲ୍ସ ନାହିଁ। ଏସବୁ ଜିନିଷରେ ଚିନିର ମାତ୍ରା ଅଧିକ ଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରରେ ଚର୍ବି ବଢ଼ିବା ସହ ଆପଣ ବ୍ଲଡ୍ ସୁଗରର ଶିକାର ମଧ୍ୟ ହୋଇପାରନ୍ତି । ଏଥିପାଇଁ ଏହା ବଦଳରେ ଆପଣ ଓଟ୍ସ, ବ୍ରାଇନ୍ ରାଇସ୍ କିମ୍ବା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦରକାର ।

The post ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ appeared first on Odisha Reporter.

]]>
left bottom, odia health tips 2021-05-11 13:29:02 https://cdn.odishareporter.in/wp-content/uploads/2021/05/10213852/heart.jpg
କରୋନା ହେଲେ କ’ଣ ଖାଇବେ, କେନ୍ଦ୍ର ଦେଲା ଡାଏଟ୍ ପ୍ଲାନ୍  https://odishareporter.in/life-style/health/indian-government-share-healthy-diet-plan-for-patients-642160 Mon, 10 May 2021 09:52:27 +0000 https://odishareporter.in/?p=642160

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ । ପ୍ରତିଦିନ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନାର ଦ୍ୱିତୀୟ ଲହର ଥମି ନଥିବା ବେଳେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଦେଇସାରିଲେଣି । ଏହି ଘାତକ ସଂକ୍ରମଣ ସହ ଲଢ଼ିବା ପାଇଁ ଭାଇରସର ଚେନ୍‌କୁ ଭାଙ୍ଗିବା ନିହାତି ଆବଶ୍ୟକ । ଏଥିସହ କରୋନାରେ ଆକ୍ରାନ୍ତ ଥିବା ରୋଗୀ ଶୀଘ୍ର ଭଲ ହେବା ମଧ୍ୟ ଜରୁରୀ । ଏଥିଲାଗି କେନ୍ଦ୍ର […]

The post କରୋନା ହେଲେ କ’ଣ ଖାଇବେ, କେନ୍ଦ୍ର ଦେଲା ଡାଏଟ୍ ପ୍ଲାନ୍  appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ । ପ୍ରତିଦିନ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନାର ଦ୍ୱିତୀୟ ଲହର ଥମି ନଥିବା ବେଳେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଦେଇସାରିଲେଣି । ଏହି ଘାତକ ସଂକ୍ରମଣ ସହ ଲଢ଼ିବା ପାଇଁ ଭାଇରସର ଚେନ୍‌କୁ ଭାଙ୍ଗିବା ନିହାତି ଆବଶ୍ୟକ । ଏଥିସହ କରୋନାରେ ଆକ୍ରାନ୍ତ ଥିବା ରୋଗୀ ଶୀଘ୍ର ଭଲ ହେବା ମଧ୍ୟ ଜରୁରୀ । ଏଥିଲାଗି କେନ୍ଦ୍ର ସରକାର ପକ୍ଷରୁ କରୋନାରୁ ଶୀଘ୍ର ସୁସ୍ଥ ହେବା ପାଇଁ ଏକ ଡାଏଟ୍ ପ୍ଲାନ୍ ଜାରି କରାଯାଇଛି । ତେବେ କ’ଣ ସେହି ଡାଏଟ୍ ପ୍ଲାନ୍ ଆସନ୍ତୁ ଜାଣିବା…

-କେନ୍ଦ୍ରର ଡାଏଟ୍ ପ୍ଲାନ ମୁତାବକ କରୋନା ରୋଗି ଭିଜା ଆଲମଣ୍ଡ ଓ କିସମିସ୍ ସହ ନିଜ ଦିନ ଆରମ୍ଭ କରିବା ଉଚିତ । ଆଲମଣ୍ଡରେ ପ୍ରୋଟିନ ଓ ଆଇରନ୍ ଭରପୁର ମାତ୍ରାରେ ରହିଛି । ତେଣୁ ନିୟମିତ ରୂପେ ଏହାକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ ।

-କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତି ସକାଳ ଜଳଖିଆରେ ମାଣ୍ଡିଆ କିମ୍ବା ଦଲିଆ ଖାଇପାରିବେ । ଏହା ଆମ ହଜମ ଶକ୍ତି ବଢ଼ାଇବା ସହ ଇମ୍ୟୁନିଟି ବଢ଼ାଇବାରେ ମଧ୍ୟ ସହାୟକ ହେବ । ଫାଇବାର ଯୁକ୍ତ ଖାଦ୍ୟ ଖାଇବା କରୋନା ରୋଗିଙ୍କ ପାଇଁ ବେଶ ଲାଭଦାୟୀ ।

– ଖାଇବା ବେଳେ ବା ପରେ ଗୁଡ ଓ ଘିଅ ଖାଇବା ପାଇଁ କେନ୍ଦ୍ରର ଡାଏଟ୍ ପ୍ଲାନରେ କୁହାଯାଇଛିି । ଏ ଦୁଇଟି ଜିନିଷ ଆମ ଶରୀରକୁ ଗରମ ରଖିଥାଏ । ଏଥିସହ ଏହା ଆମର ଇମ୍ୟୁନିଟି ବଢ଼ଇଥାଏ ।

-ରାତ୍ରୀ ଭୋଜନରେ ଆପଣ ସାଧାରଣ ଖେଚୁଡି ଖାଇପାରିବେ । ଏଥିରେ ସେହି ସବୁ ପୋଷକ ତତ୍ତ୍ୱ ମହଜୁଦ ଥାଏ ଯାହା ଆମ ଶରୀର ପାଇଁ ଆବଶ୍ୟକ । ଏହା ରୋଗିଙ୍କୁ ଡାଇରିଆ ଭଳି ସମସ୍ୟାରୁ ଦୂରେଇ ରଖିବାରେ ସହାୟକ ହୁଏ ।

– ନିଜ ଡାଏଟ୍‌ରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଚିକେନ, ମାଛ, ଅଣ୍ଡା, ପନିର, ସୋଆବିନ ଏବଂ ବାଦାମ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଏସବୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି ।

-ପ୍ରତିଦିନ ୫ଟି ରଙ୍ଗ ଫଳ ମଧ୍ୟ ଖାଇବା ଉଚିତ । ଏହା ଶରୀର ଭିଟାମିନ ଓ ମିନେରାଲସ ଅଭାବକୁ ଦୂର କରିଥାଏ । ଏଥିସହ ହୋମ ଆଇସୋଲେସନରେ ଥିବା ବ୍ୟକ୍ତି କମ୍ ପରିମାଣରେ ଡାର୍କ ଚକୋଲେଟ ମଧ୍ୟ ଖାଇପାରିବେ ।

-କ୍ଷୀରେ ହଳଦୀ ମିଶାଇ ପ୍ରତିଦିନ ପିିଇବା ଉଚିତ । ଏହାର ଶରୀର ଇମ୍ୟୁନିଟି ବଢ଼ାଇଥାଏ । ଏଥିସହ ଆଲିଭ ଅଏଲ୍‌, ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ପରାମର୍ଶ ଦିଆଯାଇଛି ।

– କରୋନା ସଂକ୍ରମିତ ହେଲେ ନିଜକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ସାଧା ପାଣି ବ୍ୟତୀତ ଆପଣ ନିୟମିତ ଭାବରେ ଘରେ ଲେମ୍ବୁ ପାଣି ଏବଂ ବଟରମିଲକ୍ ମଧ୍ୟ ବ୍ୟବହାର କରିପାରିବେ । ଶରୀରକୁ ହାଇଡ୍ରେଟ୍ ରଖିବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ।

The post କରୋନା ହେଲେ କ’ଣ ଖାଇବେ, କେନ୍ଦ୍ର ଦେଲା ଡାଏଟ୍ ପ୍ଲାନ୍  appeared first on Odisha Reporter.

]]>
left bottom, odia health tips 2021-05-12 15:39:02 https://cdn.odishareporter.in/wp-content/uploads/2021/05/10152114/woman-eating-soup.jpg.optimal.jpg
ମହାମାରୀ କରୋନାକୁ କେମିତି ମାତ୍ ଦେଲା ଚୀନ, ପଢ଼ନ୍ତୁ https://odishareporter.in/life-style/china-people-drink-more-milk-to-boost-immune-system-9-641799 Sat, 08 May 2021 10:56:19 +0000 https://odishareporter.in/?p=641799

ନୂଆଦିଲ୍ଲୀ: ଭୟଙ୍କର ମହାମାରୀ କରୋନା ସହ ଯୁଝୁଛି ସମଗ୍ର ବିଶ୍ୱ । ଭୂତାଣୁର ଦ୍ୱିତୀୟ ଲହର ଭାରତକୁ ଦୋହଲାଇଦେଇଛି । ତେବେ ଏହାରି ଭିତରେ କିଛି ଦେଶ ମହାମାରୀକୁ କାବୁ କରିବାରେ କିଛିଟା ସଫଳ ହେଲେଣି । ଲୋକେ ଭ୍ୟାକ୍ସିନ୍‌ ନେବା ସହ ଲାଇଫ ଷ୍ଟାଇଲ ମଧ୍ୟ ପରିବର୍ତନ କରୁଛନ୍ତି । ଯାହା ଦ୍ୱାରା କରୋନା ସଂକ୍ରମଣକୁ ହ୍ରାସ କରାଯାଇ ପାରିବ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଂକ୍ରମଣର ଆଦ୍ୟ ବାହକ ଚୀନର […]

The post ମହାମାରୀ କରୋନାକୁ କେମିତି ମାତ୍ ଦେଲା ଚୀନ, ପଢ଼ନ୍ତୁ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭୟଙ୍କର ମହାମାରୀ କରୋନା ସହ ଯୁଝୁଛି ସମଗ୍ର ବିଶ୍ୱ । ଭୂତାଣୁର ଦ୍ୱିତୀୟ ଲହର ଭାରତକୁ ଦୋହଲାଇଦେଇଛି । ତେବେ ଏହାରି ଭିତରେ କିଛି ଦେଶ ମହାମାରୀକୁ କାବୁ କରିବାରେ କିଛିଟା ସଫଳ ହେଲେଣି । ଲୋକେ ଭ୍ୟାକ୍ସିନ୍‌ ନେବା ସହ ଲାଇଫ ଷ୍ଟାଇଲ ମଧ୍ୟ ପରିବର୍ତନ କରୁଛନ୍ତି । ଯାହା ଦ୍ୱାରା କରୋନା ସଂକ୍ରମଣକୁ ହ୍ରାସ କରାଯାଇ ପାରିବ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଂକ୍ରମଣର ଆଦ୍ୟ ବାହକ ଚୀନର ଲୋକମାନେ ମହାରୀକୁ ମାତ୍ ଦେବା ପାଇଁ ଗାଈ କ୍ଷୀରକୁ ସଂଜିବନୀ ଭାବେ ଅପଣେଇଛନ୍ତି ।

ଗାଈ କ୍ଷୀର ଶରୀରରେ ପ୍ରୋଟିନ୍‌ ଅଂଶ ବଢ଼ାଉ ଥିବାରୁ ସେଠାକାର ସରକାର ଏହାକୁ ପାନ କରିବା ପାଇଁ ପ୍ରବର୍ତାଉଛନ୍ତି । କୁହାଯାଉଛି ଗାଈ କ୍ଷୀରରେ ଥିବା ପ୍ରୋଟିନ ଇମ୍ୟୁନିଟି ସିଷ୍ଟମକୁ ମଜଭୁତ୍ କରୁଛି । ଗତ ବର୍ଷ ଉକ୍ତ ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ଚୀନର ସଂସଦରେ ଗାଈ କ୍ଷୀର ପାନକୁ ନେଇ ଏକ ପ୍ରସ୍ତାବ ପାରିତ ହୋଇଥିଲା ।

ଏଥିରେ ଜଣେ ବ୍ୟକ୍ତି ପ୍ରତିଦିନ ୩୦୦ ଗ୍ରାମ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଥିଲା । ବ୍ଲୂମବର୍ଗ ରିପୋର୍ଟ ଅନୁସାରେ ଚୀନ ଅଧିବାସୀମାନେ ବ୍ରେକ୍‌ଫାଷ୍ଟେରେ ଯେଉଁ ପାରମ୍ପରିକ୍ ପୋରିଜ୍‌ ନାମକ ଖାଦ୍ୟ ଖାଉଥିଲେ ତାକୁ ଛାଡ଼ି ସେମାନେ କ୍ଷୀକୁ ସାମିଲ କଲେ । ଏପରିକି ଛୋଟ ପିଲାମାନଙ୍କୁ ମଧ୍ୟ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଗଲା । ଏଥିସହ ଚୀନ ସରକାର ୨୦୨୫ ସୁଦ୍ଧା ୪୫୦ ଲକ୍ଷ ଟନ୍‌ କ୍ଷୀର ଉତ୍ପାଦନ ପାଇଁ ଲକ୍ଷ ରଖିଛନ୍ତି ।

ଯାହା ବର୍ତମାନ ଉତ୍ପାଦନ ହେଉଥିବା ପରିମାଣର ୩୦ ଗୁଣ ଅଧିକ । ଏଥିସହ ଚୀନରେ ଗୋପାଳନ ଉପରେ ଏବେ ଅଧିକ ଗୁରୁତ୍ୱ ଦିଆଯାଇଛି । ଗବେଶଣା ଅନୁଯାୟୀ ଗାଈ କ୍ଷୀରରେ ନ୍ୟୁଟ୍ରିସନ ମାତ୍ରା ଭରପୂର ରହିଛି । କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପଶୁଙ୍କ ଶରୀରରେ ଏକ ଭିନ୍ନ ପ୍ରକାର ଆଂଟି ବଡି ରହିଥାଏ । ତେଣୁ ଗାଈ କ୍ଷୀର ପିଇଲେ ଏହା ସିଧାସଳଖ ଇମ୍ୟୁନିଟି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ଚୀନର ଲୋକେ ଏହି କ୍ଷୀର ପିଇବା ଏକ ଅଭ୍ୟାସରେ ପରିଣତ କରିଥିବା ବେଳେ ଏହି ପ୍ରତିଷେଧକ ପାନୀୟର ବହୁଳ ପ୍ରସାର ପାଇଁ ଏକ ଟ୍ରେଣ୍ଡିଂରେ ପରିଣତ କଲେଣି ।
ସୌଜନ୍ୟ: ଆଜତକ୍‌

The post ମହାମାରୀ କରୋନାକୁ କେମିତି ମାତ୍ ଦେଲା ଚୀନ, ପଢ଼ନ୍ତୁ appeared first on Odisha Reporter.

]]>
left top 2021-05-08 16:31:45 https://cdn.odishareporter.in/wp-content/uploads/2021/05/08162221/hnm.png
କରୋନାରେ କେମିତି ନିଜକୁ ସୁସ୍ଥ ରଖିବେ, ଆପଣାନ୍ତୁ ଏହିସବୁ ଉପାୟ https://odishareporter.in/life-style/health/covid-19-ayush-ministry-recommends-preventive-ayurveda-measures-641050 Wed, 05 May 2021 15:06:36 +0000 https://odishareporter.in/?p=641050

କରୋନାରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି ପରାମର୍ଶ ଦେଉଛନ୍ତି । ଏହାବ୍ୟତୀତ ସଂକ୍ରମଣରୁ ବଞ୍ଚିବା ପାଇଁ ଇମ୍ୟୁନିଟୀକୁ ମଜଭୁତ୍ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଆୟୂଷ ମନ୍ତ୍ରାଳୟ କରୋନାରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଦେଇଛି, ଯାହା ଇମ୍ୟୁନିଟୀ ବଢ଼ାଇବା ପାଇଁ କାମରେ ଆସିପାରେ । ବିଶେଷକରି ଆୟୁର୍ବେଦ ଇମ୍ୟୁନିଟୀ ବଢ଼ାଇବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଆୟୁଷ ମନ୍ତ୍ରାଳୟ ପ୍ରତିଟି ବ୍ୟକ୍ତିଙ୍କୁ […]

The post କରୋନାରେ କେମିତି ନିଜକୁ ସୁସ୍ଥ ରଖିବେ, ଆପଣାନ୍ତୁ ଏହିସବୁ ଉପାୟ appeared first on Odisha Reporter.

]]>

କରୋନାରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି ପରାମର୍ଶ ଦେଉଛନ୍ତି । ଏହାବ୍ୟତୀତ ସଂକ୍ରମଣରୁ ବଞ୍ଚିବା ପାଇଁ ଇମ୍ୟୁନିଟୀକୁ ମଜଭୁତ୍ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଆୟୂଷ ମନ୍ତ୍ରାଳୟ କରୋନାରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଦେଇଛି, ଯାହା ଇମ୍ୟୁନିଟୀ ବଢ଼ାଇବା ପାଇଁ କାମରେ ଆସିପାରେ । ବିଶେଷକରି ଆୟୁର୍ବେଦ ଇମ୍ୟୁନିଟୀ ବଢ଼ାଇବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ ।

  • ଆୟୁଷ ମନ୍ତ୍ରାଳୟ ପ୍ରତିଟି ବ୍ୟକ୍ତିଙ୍କୁ ଗରମ ପାଣି ପିଇବାକୁ ପରାମର୍ଶ ଦେଇଛି । ଦିନ ସାରା ଯେତେ ଇଚ୍ଛା ସେତେ ଗରମ ପାଣି ପିଇପାରିବେ । ଏହାବ୍ୟତୀତ ଗରମ ପାଣିରେ ସାମାନ୍ୟ ଲୁଣ ଓ ହଳଦୀ ପକାଇ କୁଳି ମଧ୍ୟ କରିପାରିବେ।
  • ଘରେ ପ୍ରସ୍ତୁତ ତାଜା ଖାଦ୍ୟ ଖାଆନ୍ତୁ । ଖାଦ୍ୟ ଏଭଳି ହେବା ଦରକାର, ଯାହା ସହଜରେ ହଜମ ହୋଇ ପାରୁଥିବ । ଖାଦ୍ୟରେ ହଳଦୀ, ଜିରା, ଧନିଆ, ଶୁଖିଲା ଅଦା ଓ ରସୁଣ ଭଳି ମସଲା ବ୍ୟବହାର କରିବା ଦରକାର । ଅଳାଁ କିମ୍ବା ଏଥିରୁ ପ୍ରସ୍ତୁତ ଉତ୍ପାଦ ଖାଆନ୍ତୁ ।
  • ଆୟୁଷ ନ୍ୟାଶନାଲ୍ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲର ପରାମର୍ଶ ଅନୁଯାୟୀ, ପ୍ରତିଦିନ ଅତି କମରେ ୩୦ ମିନିଟ୍ ଯୋଗ, ପ୍ରାଣାୟମ ଓ ମେଡିଟେସନ୍ ପାଇଁ ପ୍ରୟାସ କରିବା ଦରକାର । ଏହାବ୍ୟତୀତ ନିଦ ଠିକ୍ ହେବା ଦରକାର। ଦିନରେ ନ ଶୋଇ ଏହା ବଦଳରେ ରାତିରେ ୭ରୁ ୮ଘଣ୍ଟା ଶୋଇବା ଭଲ।
  • ଇମ୍ୟୁନିଟୀ ବଢ଼ାଇବା ପାଇଁ ଦୁଇଥର ୨୦ ଗ୍ରାମ ଚୱନପ୍ରାଶ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଉଷୁମ ପାଣି ସହ ଖାଇବା ଦରକାର। ହଳଦୀ ମିଶା କ୍ଷୀର ପିଅନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ୧୫୦ ମିଲିଗ୍ରାମ ଗରମ କ୍ଷୀରରେ ଅଧା ଚାମଚ ହଳଦୀ ପାଉଡର ମିଶାନ୍ତୁ। ଏହାକୁ ଦିନରେ ଥରେ କିମ୍ବା ଦୁଇଥର ପିଇ ପାରିବେ।
  • ଏହାବ୍ୟତୀତ ପ୍ରତିଦିନ ଖାଦ୍ୟ ଖାଇବା ପରେ ଗୁଡୁଚି ଘନୱଟୀ ୫୦୦ ମିଲିଗ୍ରାମ କିମ୍ବା ଅଶ୍ୱଗନ୍ଧା ବଟିକାକୁ ଦୁଇଥର ଉଷୁମ ପାଣିରେ ନେଇପାରିବେ।
  • ତୁଳସୀ, ଡାଲଚିନି, ଶୁଖିଲା ଅଦା ଓ ଗୋଲମରିଚରେ ପ୍ରସ୍ତୁତ ହର୍ବାଲ୍ ଚା’ କିମ୍ବା କାଢା ପିଅନ୍ତୁ। ଏଥିପାଇଁ ଏସବୁ ସାମଗ୍ରୀକୁ ୧୫୦ ମିଲିଗ୍ରାମ ଗରମ ପାଣିରେ ପକାନ୍ତୁ । ଏହାକୁ ଛାଣି ଦିନରେ ଥରେ କିମ୍ବା ଦୁଇଥର ପିଅନ୍ତୁ । ସ୍ୱାଦ ପାଇଁ ଏଥିରେ ଗୁଡ଼, କିସମିସ୍ କିମ୍ବା ଗୁଜୁରାତି ପକାଇ ପାରିବେ।
  • ସକାଳେ ଓ ସନ୍ଧ୍ୟାରେ ନାକରେ ରାଶି ତେଲ, ନଡ଼ିଆ ତେଳ କିମ୍ବା ଗାଈର ଘିଅ ପକାନ୍ତୁ । ଦିନରେ ଥରେ କିମ୍ବା ଦୁଇଥର ତେଲ ପୁଲିଂ ଥେରାପି କରନ୍ତୁ। ଏଥିପାଇଁ ଆପଣଙ୍କୁ ଗୋଟିଏ ଚାମଚ ରାଶି କିମ୍ବା ନଡ଼ିଆ ତେଲ ପାଟିରେ ପୁରାନ୍ତ । ୨-୩ ମିନିଟ୍ ପର୍ଯ୍ୟନ୍ତ ପାଟିରେ ରଖିବା ପରେ ବାହାର କରି ଦିଅନ୍ତୁ । ଏହା ପରେ ଗରମ ପାଣିରେ ପାଟି କୁଳି କରନ୍ତୁ।
  • ଶୁଖିଲା କଫରୁ ମୁକ୍ତି ପାଇବା ପାଇଁ ବାମ୍ଫ ନିଅନ୍ତୁ । ଆପଣ ଖାଲି ପାଣି କିମ୍ବା ଏଥିରେ ତାଜା ପୁଦିନା ପତ୍ର, ଅଜ୍ୱେନ କିମ୍ବା କର୍ପୁର ପକାଇ ବାମ୍ଫ ନେଇପାରିବେ। ଦିନକୁ ଥରେ ବାମ୍ଫ ନେବା ଉଚିତ୍। ତେବେ ଅଧିକ ଗରମ ପାଣିରେ ବାମ୍ଫ ନେବାରୁ ବଞ୍ଚିତ ରହିବା ଦରକାର।
  • ଲବଙ୍ଗ କିମ୍ବା ମୁଲେଠି ପାଉଡରକୁ ଚିନି କିମ୍ବା ମହୁ ସହ ମିଶାଇ ଦିନରେ ଦୁଇରୁ ତିନିଥର ସେବନ କରନ୍ତୁ। ଏହାଦ୍ୱାରା କାଶ ଓ ଗଳା ଗଦଗଦ ହେବାରୁ ମୁକ୍ତି ମିଳିବ।

The post କରୋନାରେ କେମିତି ନିଜକୁ ସୁସ୍ଥ ରଖିବେ, ଆପଣାନ୍ତୁ ଏହିସବୁ ଉପାୟ appeared first on Odisha Reporter.

]]>
left bottom 2021-05-05 20:36:36 https://cdn.odishareporter.in/wp-content/uploads/2021/05/05203329/immunity.jpg
ଏହି ଜୁସ୍‌ ପିଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, କରୋନାକୁ ଦେବେ ମାତ୍‌ https://odishareporter.in/life-style/build-your-immunity-to-fight-covid-638902 Mon, 26 Apr 2021 17:10:35 +0000 https://odishareporter.in/?p=638902

ନୂଆଦିଲ୍ଲୀ: ଲେମ୍ୱୁରେ ବହୁ ଔଷଧୀୟ ଗୁଣ ରହିଛି। ମଣିଷ ଶରୀରରେ ଜଳୀୟ ଅଂଶ ବୃଦ୍ଧିରେ ଲେମ୍ୱୁ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଆମେ କେଉଁ କାଳରୁ ଏହି ଉପାୟକୁ ପ୍ରୟୋଗ କରି ଆସୁଛୁ। ଘରେ ଘରେ ପରିଚିତ ଏହି ଲେମ୍ୱୁ ପାଣି ଏବେ କରୋନା ବିରୋଧୀ ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଛି। ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ସକାଳେ ଉଷୁମ୍ ପାଣିରେ ଲେମ୍ୱୁ ଓ ଲୁଣ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି […]

The post ଏହି ଜୁସ୍‌ ପିଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, କରୋନାକୁ ଦେବେ ମାତ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ଲେମ୍ୱୁରେ ବହୁ ଔଷଧୀୟ ଗୁଣ ରହିଛି। ମଣିଷ ଶରୀରରେ ଜଳୀୟ ଅଂଶ ବୃଦ୍ଧିରେ ଲେମ୍ୱୁ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଆମେ କେଉଁ କାଳରୁ ଏହି ଉପାୟକୁ ପ୍ରୟୋଗ କରି ଆସୁଛୁ। ଘରେ ଘରେ ପରିଚିତ ଏହି ଲେମ୍ୱୁ ପାଣି ଏବେ କରୋନା ବିରୋଧୀ ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଛି।

ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ସକାଳେ ଉଷୁମ୍ ପାଣିରେ ଲେମ୍ୱୁ ଓ ଲୁଣ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ଯାହା ମହାମାରୀ କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇଥାଏ। ସମଗ୍ର ବିଶ୍ୱ କରୋନା ମାୟା ଜାଲରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଲେମ୍ବୁ ପାଣିର ଉପକାରୀତା ସମ୍ପର୍କରେ ନୋଏଡା ସ୍ଥିତ ଫୋରଟ୍ସି ହସ୍ପିଟାଲର ମୁଖ୍ୟ Nutritionist ଡାକ୍ତର ନମୀତା ନାଦାର ଏହି ସୂଚନା ଦେଇଛନ୍ତି।

ତାଙ୍କ ମତରେ ପ୍ରତିଦିନ ସକାଳେ ଉଷୁମ୍ ପାଣିରେ ଲେମ୍ୱୁ ଓ ଲୁଣ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ଯାହା ଯେକୌଣସି ବିଦେଶୀ ଭୂତାଣୁ ବିରୋଧରେ ଲଢ଼େଇ କରିବାକୁ ସକ୍ଷମ।

କେମିତି ପ୍ରସ୍ତୁତ କରିବେ ଲେମ୍ବୁ ସର୍ବତ

ପ୍ରଥମେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଏକରୁ ଦୁଇ ଚାମଚ ଲେମ୍ୱୁ ରସ ମିଶାଇବେ। ପରେ ସେଥିରେ ଗୋଟିଏ ଚାମଚର ଏକ ଚତୁର୍ଥାଂଶ ସମୁଦ୍ର ଲୁଣ ମିଶାଇବେ। ଦିନକୁ ଦୁଇ ଥର ଏହି ପାଣି ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ। ଲେମ୍ବୁ ପାଣି ଶରୀରକୁ ଭିଟାମିନ୍ ସି ଯୋଗାଇଥାଏ।

ଡାକ୍ତର ନମୀତା ନାଦାରଙ୍କ କହିବା ଅନୁସାରେ ଲେମ୍ୱୁ ପାଣି ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ଏହା ଥଣ୍ଡା ଓ ବିଭିନ୍ନ ଭାଇରାଲ୍ ଜ୍ୱର ବିରୋଧରେ ଲଢ଼େଇ କରିଥାଏ। ଲେମ୍ୱୁରେ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଡେଣ୍ଟ୍ ରହିଛି, ଯାହା ଶରୀର ପାଇଁ ବହୁ ଉପକାରୀ।

ଯଦି ନିୟମିତ ଭାବରେ ଲେମ୍ୱୁ ଖାଉଥିବା ଓ ଲେମ୍ୱୁ ପାଣି ପିଅଥିବେ, ତା’ହେଲେ ଜଣେ ବ୍ୟକ୍ତିର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ହୃଦରୋଗ ସମସ୍ୟାକୁ ବି ହ୍ରାସ କରିଥାଏ। କିଡନୀ ଷ୍ଟୋନ୍ ବିରୋଧୀ ଲଢ଼େଇରେ ଲେମ୍ବୁ ପାଣି ସଞ୍ଜିବନୀ ସାବ୍ୟସ୍ତ ହୋଇଥାଏ।

ଆପଣ ଏହି ଲେମ୍ବୁ ପାଣିକୁ ସକାଳେ ପିଇ ପାରିବେ। ସେହିପରି ଏହାକୁ ଗ୍ରୀନ ଟି’ ଆକାରରେ ଦିନରେ ଯେତେବେଳେ ଇଚ୍ଛା ସେତେବେଳେ ମଧ୍ୟ ପିଇ ପାରିବେ ବୋଲି ଡାକ୍ତର କହିଛନ୍ତି।

The post ଏହି ଜୁସ୍‌ ପିଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, କରୋନାକୁ ଦେବେ ମାତ୍‌ appeared first on Odisha Reporter.

]]>
left bottom 2021-04-26 23:16:41 https://cdn.odishareporter.in/wp-content/uploads/2021/04/26223942/Lemon.jpg
କରୋନା ପଜିଟିଭ ଅଛନ୍ତି କି? ଶୀଘ୍ର ସୁସ୍ଥ ହେବା ପାଇଁ ଆପଣାନ୍ତୁ ଏହି ଉପାୟ https://odishareporter.in/life-style/health/know-how-to-treat-corona-positive-patient-at-home-638298 Sat, 24 Apr 2021 10:37:33 +0000 https://odishareporter.in/?p=638298

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ରେକର୍ଡ ଭାଙ୍ଗୁଛି ମହାମାରୀ। ଦିନକୁ ୩ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଯଦି ଆପଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ଘରେ ରହି କଭଳି ଏହି ମହାମାରୀ ସହ ଲଢ଼ିବେ ଓ  ଶୀଘ୍ର ସୁସ୍ଥ ହେବେ ଆସନ୍ତୁ ଜାଣିବା। – ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି, ତେବେ ଭୟଭୀତ […]

The post କରୋନା ପଜିଟିଭ ଅଛନ୍ତି କି? ଶୀଘ୍ର ସୁସ୍ଥ ହେବା ପାଇଁ ଆପଣାନ୍ତୁ ଏହି ଉପାୟ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ରେକର୍ଡ ଭାଙ୍ଗୁଛି ମହାମାରୀ। ଦିନକୁ ୩ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଯଦି ଆପଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ଘରେ ରହି କଭଳି ଏହି ମହାମାରୀ ସହ ଲଢ଼ିବେ ଓ  ଶୀଘ୍ର ସୁସ୍ଥ ହେବେ ଆସନ୍ତୁ ଜାଣିବା।

– ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଅକ୍ସିମିଟର ସହିତ କ୍ରମାଗତ ଭାବରେ ଅକ୍ସିଜେନ ଲେବେଲ୍ ଯାଞ୍ଚ କରନ୍ତୁ। ଯଦି ଅକ୍ସିଜେନ ଲେବେଲ ୯୪ ତଳେ ରହୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। ଘରେ ରହିବା ସମୟରେ ଆପଣ ନିଜକୁ କିମ୍ବା ଆପଣଙ୍କ କରୋନା ସଂକ୍ରମିତ ପରିବାର ସଦସ୍ୟଙ୍କୁ ମଧ୍ୟ ଚିକିତ୍ସା କରିପାରିବେ। ଅକ୍ସିଜେନ୍‌ ସିଲିଣ୍ଡର କିଣି ରୋଗୀକୁ କିଭଳି ପ୍ରୟୋଗ କରାଯାଏ ତାହା ଶିଖନ୍ତୁ।

– ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ସେମାନଙ୍କର ଖାଦ୍ୟ ଓ ପାନୀୟର ଯତ୍ନ ନେବାକୁ ପଡ଼ିବ। ସୁସ୍ଥ ଖାଦ୍ୟ ଖାଆନ୍ତୁ। ପ୍ରୋଟିନ୍, ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ। ମାଂସ, ମାଛ, ଚିକେନ୍, ମସୁର ଡାଲି, ଛତୁ, ପନିର ଇତ୍ୟାଦି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହି ସମୟରେ, ଭିଟାମିନ୍‌-ସି ଯୁକ୍ତ ଖାଦ୍ୟ ଯେପରିକି କମଳା, ଲେମ୍ବୁ ଇତ୍ୟାଦି ଖାଆନ୍ତୁ। ପ୍ରଚୁର ମାତ୍ରାରେ ପାଣି ପିଇବା ଲାଭଦାୟକ। ବିଶେଷଜ୍ଞଙ୍କ ମୁତାବକ ଯଦି ଗଳାରେ ଯନ୍ତ୍ରଣା କିମ୍ବା ଆଲର୍ଜି ହୋଇଛି ତେବେ ଆପଣ ଯେକୌଣସି ଫଳ ଉପରେ ଅବା ଲେମ୍ବୁ କିମ୍ବା କମଳା ଉପରେ ଲୁଣ କିମ୍ବା ଗୋଲମିରଚ ଗୁଣ୍ଡ ଛିଞ୍ଚି ଖାଇପାରିବେ।

-କରୋନାର ଦ୍ୱିତୀୟ ଲହର ଫୁସଫୁସ୍‌କୁ ଶୀଘ୍ର କ୍ଷତି ପହଞ୍ଚାଉଛି। ଏହାକୁ ଏଡାଇବା ପାଇଁ ପ୍ରତିଦିନ ଉଷୁମ ପାଣି ପିଅନ୍ତୁ। ଦିନରେ ୪ରୁ ୫ ଥର ଷ୍ଟିମ୍‌ ନିଅନ୍ତୁ। ୫ରୁ ୧୦ ମିନିଟ୍‌ ପ୍ରାଣାୟମ କରନ୍ତୁ, ଏହା ଫୁସ୍‌ଫୁସ୍‌ ପାଇଁ ଭଲ। କରୋନା ସଂକ୍ରମିତମାନେ ଦିନରେ ୧୦ରୁ ୧୫ ମିନିଟ୍‌ ଦୀର୍ଘ ନିଶ୍ୱାସ ନେଇ ଛାଡନ୍ତୁ, ଏଭଳି କରିବା ଫୁସ୍‌ଫୁସ୍‌ ପାଇଁ ବ୍ୟାୟମ ଆକାରର ହୋଇଥାଏ।

ଗତବର୍ଷ ତୁଳନାରେ ଚଳିତ ବର୍ଷ କରୋନା ଅଧିକ ମାରାତ୍ମକ ହୋଇଛି। ନୂଆଷ୍ଟ୍ରେନ୍‌ ଯୋଗୁ ଚାରିଆଡେ ସ୍ଥିତି ଚିନ୍ତାଜନକ ରହିଛି। ତେଣୁ ଏହାକୁ ଅଣଦେଖା ନକରି ତୁରନ୍ତ ଲକ୍ଷଣ ଦେଖାଦେଲେ କୋଭିଡ ପରୀକ୍ଷା କରନ୍ତୁ। ଯେତେ ସମ୍ଭବ ହସ୍ପିଟାଲ ନଯାଇ ଘରେ ରହି ଚିକିତ୍ସା ହୁଅନ୍ତୁ ବୋଲି ସ୍ତ୍ରୀ ରୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର କରୁଣା ଝା କହିଛନ୍ତି।

The post କରୋନା ପଜିଟିଭ ଅଛନ୍ତି କି? ଶୀଘ୍ର ସୁସ୍ଥ ହେବା ପାଇଁ ଆପଣାନ୍ତୁ ଏହି ଉପାୟ appeared first on Odisha Reporter.

]]>
left bottom 2021-04-24 16:10:37 https://cdn.odishareporter.in/wp-content/uploads/2021/04/24160618/corona-positive-patient.jpg
ବିନା ‘ଅକ୍ସିଜେନ’ରେ ବି ଘରେ ରହି ମିଳିବ ଆରାମ, ଜାଣନ୍ତୁ ଏହାର ଉପାୟ https://odishareporter.in/life-style/health/covid-19-a-patient-can-treat-without-oxygen-in-home-know-how-638193 Sat, 24 Apr 2021 05:52:23 +0000 https://odishareporter.in/?p=638193

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟାନକ ହେଉଛି ମହାମାରୀ କରୋନା। ହୁହୁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଦୁଇ ଦିନ ହେବ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହେଉଛି। ଏଭଳି ସ୍ଥିତିରେ ସବୁ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବ ହେଉନି। ବିଶେଷ କରି ଅକ୍ସିଜେନର ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସାମାନ୍ୟ ଲକ୍ଷଣ ଥାଇ ହୋମ୍‌ କ୍ୱାରେଣ୍ଟିନରେ ଥିବା ରୋଗୀ କୃତ୍ରିମ ଅକ୍ସିଜେନ୍ ବିନା ମଧ୍ୟ ଆରାମ ପାଇ ପାରିବେ। […]

The post ବିନା ‘ଅକ୍ସିଜେନ’ରେ ବି ଘରେ ରହି ମିଳିବ ଆରାମ, ଜାଣନ୍ତୁ ଏହାର ଉପାୟ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟାନକ ହେଉଛି ମହାମାରୀ କରୋନା। ହୁହୁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଦୁଇ ଦିନ ହେବ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହେଉଛି। ଏଭଳି ସ୍ଥିତିରେ ସବୁ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବ ହେଉନି। ବିଶେଷ କରି ଅକ୍ସିଜେନର ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସାମାନ୍ୟ ଲକ୍ଷଣ ଥାଇ ହୋମ୍‌ କ୍ୱାରେଣ୍ଟିନରେ ଥିବା ରୋଗୀ କୃତ୍ରିମ ଅକ୍ସିଜେନ୍ ବିନା ମଧ୍ୟ ଆରାମ ପାଇ ପାରିବେ। ତେବେ କ’ଣ କରିବେ କିଭଳି ମିଳିବ ଆରମ ଆସନ୍ତୁ ଜାଣିବା।

କୃତ୍ରିମ ଅକ୍ସିଜେନ ବିନା ବି ଶରୀରରେ ବଢାଇ ହେବ ଅମ୍ଳଜାନ ପରିମାଣ। ଶ୍ୱାସକ୍ରିୟା ଜନିତ ସମସ୍ୟା ଥିଲେ ଅତି ସହଜ ଓ ସରଳ ଉପାୟରେ ଆରାମ ପାଇପାରିବେ କୋଭିଡ୍ ଆକ୍ରାନ୍ତ। ତେଣୁ ଆବଶ୍ୟକ ନଥିଲେ ହସ୍ପିଟାଲ ନଯାଇ ଘରେ ରହି ଚିକିତ୍ସା କରିବା ସହ ଏକ ସରଳ ଉପାୟ ଆପଣେଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।  ଡାକ୍ତରୀ ଭାଷାରେ ଏହାକୁ ପ୍ରୋନିଂ କୁହାଯାଉଛି। ପିଠିରୁ ପେଟ ଯାଏଁ ଶରୀରର ମୁକ୍ତ ଚଳନକୁ ପ୍ରୋନିଂ କୁହାଯାଏ।

proning

ଉପରେ ଦିଆଯାଇଥିବା ଚିତ୍ରକୁ ଦେଖିଲେ ପ୍ରୋନିଂ କ’ଣ ସହଜରେ ବୁଝାପଡିବ।  ଏହି ଉପାୟରେ ଶୋଇବା ଦ୍ୱାରା ବାୟୁ କୋଷିକାଗୁଡିକ ଖୋଲି ଯାଆନ୍ତି। ଫଳରେ ଶରୀରରେ ଆପେ ଆପେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପ୍ରବେଶ କରେ ଓ ଶ୍ୱାସକ୍ରିୟାରେ ବାଧା ଥିଲେ ତାହା ଦୂର ହୋଇଥାଏ।  ତେବେ ହୃଦ୍‌ରୋଗୀ, ଗର୍ଭବତୀ ମହିଳା ଓ  ମେରୁଦଣ୍ଡରେ କଷ୍ଟ ଭୋଗୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଉପାୟ ଆପଣାଇବାକୁ ବାରଣ କରାଯାଇଛି।  ସେହିଭଳି ଖାଦ୍ୟ ଖାଇବା ପରେ ବି ପ୍ରୋନିଂ ବିଧି ସଙ୍ଗତ ନୁହେଁ।  ଶରୀରରେ ଅମ୍ଳଜାନ ପରିମାଣ ୯୫ ପ୍ରତିଶତରୁ ହ୍ରାସ ପାଇଲେ ହିଁ ପ୍ରୋନିଂ କରାଯିବା ଉଚିତ୍ ବୋଲି  ଡାକ୍ତରମାନେ କହିଛନ୍ତି।

ନିରନ୍ତର ମେଡିକାଲ୍ ଅକ୍ସିଜେନ୍ ନେଲେ ହିଁ କରୋନା ରୋଗୀଙ୍କୁ ଆରାମ ମିଳିବା ଧାରଣା ଭୁଲ୍‌ ବୋଲି  କହିଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ। ଆବଶ୍ୟକ ନଥିଲେ ରୋଗୀଙ୍କୁ ଅକ୍ସିଜେନ ଦିଆଯିବ ଉଚିତ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ରୋଗୀଙ୍କୁ ଅକ୍ସିଜେନ ଦରକାର ପଡେ ଆସନ୍ତୁ ଜାଣିବା।  କୌଣସି କୋଭିଡ୍ ଆକ୍ରାନ୍ତ ଯଦି ଅଣନିଶ୍ୱାସୀ ଅନୁଭବ କରୁଥିବେ ଓ ଧଇଁସଇଁ ହେଉଥିବେ ସେ କ୍ଷେତ୍ରରେ ତାଙ୍କୁ ମେଡିକାଲ୍ ଅକ୍ସିଜେନ୍ ଦିଆଯାଇପାରିବ।

ସେହିପରି ରକ୍ତରେ ଅମ୍ଳଜାନ ପରିମାଣ ୯୨ ପ୍ରତିଶତରୁ ତଳକୁ ଖସିଲେ ଅକ୍ସିଜେନ ଦିଆଯିବା ବିଧେୟ।  କୌଣସି କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ଥିଲେ ଓ ତରଳ ଜମିଥିଲେ ତାଙ୍କୁ ଅକ୍ସିଜେନ୍ ଦିଆଯିବା ଅତି ଜରୁରୀ।  ତେବେ ରୋଗୀ ଯଦି ଖାଲି ଅଣନିଶ୍ୱାସୀ ଅନୁଭବ କରୁଥିବେ, ମାତ୍ର ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ଠିକ୍ ଥିବ, ସେ କ୍ଷେତ୍ରରେ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ପଡିନଥାଏ।

The post ବିନା ‘ଅକ୍ସିଜେନ’ରେ ବି ଘରେ ରହି ମିଳିବ ଆରାମ, ଜାଣନ୍ତୁ ଏହାର ଉପାୟ appeared first on Odisha Reporter.

]]>
left bottom, odia health tips 2021-04-24 12:39:31 https://cdn.odishareporter.in/wp-content/uploads/2021/04/24112123/Oxygen-7.jpg
ଘରେ ରହି କିଭଳି ଭଲ ହେବେ କରୋନା ସଂକ୍ରମିତ, ଜାଣନ୍ତୁ https://odishareporter.in/life-style/health/how-to-treat-yourself-at-home-if-you-have-covid-19-637101 Tue, 20 Apr 2021 07:38:26 +0000 https://odishareporter.in/?p=637101

ଦେଶରେ ଭୟଙ୍କର ରୂପ ନେଇ କରୋନା ଭାଇରସର ଦ୍ୱିତୀୟ ଲହର। ଚାରିଆଡେ ବଢ଼ି ଚାଲିଛି ସଂକ୍ରମଣ ମାମଲା। ଫଳରେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ଗୁଡିକରେ ବେଡ୍‌ ସଂଖ୍ୟା ଏବଂ ଅକ୍ସିଜେନର ଅଭାବ ଦେଖାଦେଲାଣି। ଏଭଳି ସ୍ଥିତିରେ କରୋନା ରୋଗୀ ହସ୍ପିଟାଲ ନଯାଇ ମଧ୍ୟ ଘରେ ରହି ଚିକିତ୍ସିତ ହେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ହୋମ ଆଇସୋଲେସନରେ ରହି କିଭଳି ଭଲ ହେବେ ଅନ୍ୟକୁ ସଂକ୍ରମିତ ନକରି କେଉଁ ସବୁ କଥା ଉପରେ ବିଶେଷ ଧ୍ୟାନ […]

The post ଘରେ ରହି କିଭଳି ଭଲ ହେବେ କରୋନା ସଂକ୍ରମିତ, ଜାଣନ୍ତୁ appeared first on Odisha Reporter.

]]>

ଦେଶରେ ଭୟଙ୍କର ରୂପ ନେଇ କରୋନା ଭାଇରସର ଦ୍ୱିତୀୟ ଲହର। ଚାରିଆଡେ ବଢ଼ି ଚାଲିଛି ସଂକ୍ରମଣ ମାମଲା। ଫଳରେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ଗୁଡିକରେ ବେଡ୍‌ ସଂଖ୍ୟା ଏବଂ ଅକ୍ସିଜେନର ଅଭାବ ଦେଖାଦେଲାଣି। ଏଭଳି ସ୍ଥିତିରେ କରୋନା ରୋଗୀ ହସ୍ପିଟାଲ ନଯାଇ ମଧ୍ୟ ଘରେ ରହି ଚିକିତ୍ସିତ ହେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ହୋମ ଆଇସୋଲେସନରେ ରହି କିଭଳି ଭଲ ହେବେ ଅନ୍ୟକୁ ସଂକ୍ରମିତ ନକରି କେଉଁ ସବୁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ଆସନ୍ତୁ ଜାଣିବ।

– କରୋନା ରୋଗୀ ସେଲ୍ଫ ଆଇସୋଲେସନରେ ରହିବା ବେଳେ ଏକା ରହିବା ଉଚିତ। ଘର ଲୋକଙ୍କଠାରୁ ଅଲଗା ରହି ଅଲଗା ଶୌଚାଳୟ ମଧ୍ୟ ବ୍ୟବହାର କରିବା ଉଚିତ। ଥଣ୍ଡା ଜ୍ୱର ସମୟରେ ଯେପରି ନିଜର ଯତ୍ନ ନିଅନ୍ତି ସେହି ଭଳି ନିଜର ଯତ୍ନ ନେବା ଆବଶ୍ୟକ। ଖୋଲା ଏବଂ ପର୍ଯ୍ୟାପ୍ତ ଝରକା କବାଟ ଥିବା ରୁମରେ ରୁହନ୍ତୁ।

– ଯଦି ଆପଣଙ୍କ ଘରେ ପର୍ଯ୍ୟାପ୍ତ ଶୌଚାଳୟ ନାହିଁ ତେବେ ସମସ୍ତେ ବ୍ୟବହାର କରିବା ପରେ ତାକୁ ଶେଷରେ ବ୍ୟବହାର କରନ୍ତୁ। ଏଥିସହ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତି ଶୌଚାଳୟ ବ୍ୟବହାର କରିବା ପରେ ତାକୁ ଭଲଭାବେ ସାନିଟାଇଜ୍‌ ସିଞ୍ଚନ୍ତୁ।

-ଯଦି ଆପଣଙ୍କ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି ଏବଂ ଆପଣଙ୍କ ଅମ୍ଳଜାନ ଲେଭେଲ ୯୪ ତଳକୁ ରହୁଛି ତେବେ ପେଟ ମାଡ଼ି ଶୋଇ ଜୋରରେ ନିଃଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ। ପ୍ରତି ଦୁଇ ଘଣ୍ଟାରେ ୩ ଥର ଏଭଳି କରିବା ଦ୍ୱାରା ଅକ୍ସିଜେନ ଲେଭେଲ ବଢ଼ିବ ବୋଲି  ଡାକ୍ତର ବେଦ୍‌ ଚତୁର୍ବେଦୀ କହିଛନ୍ତି।

– କରୋନା ରୋଗୀ ଯଥା ସମ୍ଭବ ପାଣି ପିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇଲେ ପରିସ୍ରା ହଳଦିଆ ହୁଏ ନାହିଁ ପେଟ ଥଣ୍ଡା ରୁହେ। ଧୂମପାନ କି ମଦ୍ୟପାନ କରନ୍ତୁ ନାହିଁ। ଏହା ଆପଣଙ୍କ ଶରୀରକୁ ଡିହାଇଡ୍ରେଟ୍ କରିବ। ଆପଣଙ୍କର ଯକୃତକୁ ପ୍ରଭାବିତ କରୁଥିବା କୌଣସି କାମ କରନ୍ତୁ ନାହିଁ  ବୋଲି ମେଡିସିନ୍‌ ବିଭାଗର ଡାକ୍ତର ବିକ୍ରମଜିତ ସିଂହ ପରାମର୍ଶ ଦେଇଛନ୍ତି।

– କିଛି ଲୋକଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଅଧିକ ଭୟଙ୍କର ଦେଖାଯାଏ। ଯଦି ଏହି ଲକ୍ଷଣ ଆପଣଙ୍କ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଛି କିମ୍ବା ଯନ୍ତ୍ରଣା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍। କୌଣସି ଔଷଧ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି ସମ୍ଭବ ତେବେ ସିଟି ସ୍କାନ କରନ୍ତୁ।

– ଯଦି ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି ତେବେ ଭୟ କରନ୍ତୁ ନାହିଁ। ଅଧିକାଂଶ ଲୋକେ ଭୟଭୀତ ହୋଇ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି। ଫଲରେ ସେମାନଙ୍କ ରକ୍ତଚାପ ବୃଦ୍ଧି ପାଉଛି, ଏଥିସହ ଅକ୍ସିଜେନ୍‌ ଲେଭେଲ ମଧ୍ୟ କମୁଛି। ତେଣୁ ଭୟ ନ କରି ଘରେ ରହି କରୋନା ସହ ଲଢ଼ନ୍ତୁ ବୋଲି ଡାକ୍ତର ସିଂହ କହିଛନ୍ତି।

The post ଘରେ ରହି କିଭଳି ଭଲ ହେବେ କରୋନା ସଂକ୍ରମିତ, ଜାଣନ୍ତୁ appeared first on Odisha Reporter.

]]>
left bottom 2021-04-20 16:45:39 https://cdn.odishareporter.in/wp-content/uploads/2021/04/20130033/Covid-.jpg
କରୋନାରୁ ବର୍ତ୍ତିବା ପାଇଁ କ’ଣ ଖାଇବେ କ’ଣ ନାହିଁ, ସୂଚନା ଦେଲା WHO https://odishareporter.in/life-style/health/who-nutrition-advice-for-adults-during-the-covid-19-outbreak-636316 Sat, 17 Apr 2021 03:42:00 +0000 https://odishareporter.in/?p=636316

ସାରା ଦେଶରେ ମାଡି ଚାଲିଛି ମହାମାରୀ। ବେକାବୁ ହେଉଛି କରୋନାର ନୂଆ ରୂପ। ଦ୍ରୁତ ଗତିରେ ଲୋକଙ୍କୁ କରୁଛି ସଂକ୍ରମଣ। ଏପିରି ସ୍ଥିତିରେ ସାମାନ୍ୟ ଅବହେଳା ମହାମାରୀକୁ ଆମନ୍ତ୍ରଣ କଲା ଭଳି ହେବ। ତେଣୁ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ସହିତ, ଆପଣ ନିଜ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ତେବେ କରୋନାରୁ ଦୂରେଇ ରହିବା ପାଇଁ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରାଯିବା ଉଚିତ ସେ ନେଇ […]

The post କରୋନାରୁ ବର୍ତ୍ତିବା ପାଇଁ କ’ଣ ଖାଇବେ କ’ଣ ନାହିଁ, ସୂଚନା ଦେଲା WHO appeared first on Odisha Reporter.

]]>

ସାରା ଦେଶରେ ମାଡି ଚାଲିଛି ମହାମାରୀ। ବେକାବୁ ହେଉଛି କରୋନାର ନୂଆ ରୂପ। ଦ୍ରୁତ ଗତିରେ ଲୋକଙ୍କୁ କରୁଛି ସଂକ୍ରମଣ। ଏପିରି ସ୍ଥିତିରେ ସାମାନ୍ୟ ଅବହେଳା ମହାମାରୀକୁ ଆମନ୍ତ୍ରଣ କଲା ଭଳି ହେବ। ତେଣୁ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ସହିତ, ଆପଣ ନିଜ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ତେବେ କରୋନାରୁ ଦୂରେଇ ରହିବା ପାଇଁ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରାଯିବା ଉଚିତ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ଡାଇଟ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି।

– WHOର ସୂଚନା ମୁତାବକ ଏହି ମହାମାରୀ ସମୟରେ ଆପଣମାନେ ନିଜ ଖାଦ୍ୟରେ ତାଜା ଫଳ ଏବଂ ଅନ୍‌ପ୍ରୋସେସ୍‌ଡ୍‌ ଫୁଡ୍‌ ସାମିଲ କରିବା ଉଚିତ। ଏହାଦ୍ୱାରା ଆପଣ ଅକବଶ୍ୟକୀୟ ଭିଟାମିନ୍‌, ମିନେରାଲ୍ସ, ଫାଇବର, ପ୍ରୋଟିନ୍‌ ଏବଂ ଆଣ୍ଟି୍ରକ୍ସିଡାଣ୍ଟ ପାଇପାରିବେ।

– ପ୍ରଚୁର ପରିମାଣର ଫଳ, ପନିପରିବା, ଲେମ୍ବୁ, ବିନ୍ସ, ଡାଲି, ବାଦାମ ଏବଂ ଅଣ ପ୍ରକ୍ରିୟାକୃତ ମକା, ବାଜରା, ଓଟସ୍‌, ଗହମ, ଉଷୁନା ଚାଉଳ, ଆଳୁ, ମିଠା ଆଳୁ ଏବଂ ଖମ୍ବ ଆଳୁ କିମ୍ବା ସାରୁ ଭଳି ପନିପରିବା ଖାଆନ୍ତୁ। ନିଜ ଖାଦ୍ୟରେ ମାଂସ, ମାଛ, ଅଣ୍ଡା ଏବଂ କ୍ଷୀର ମଧ୍ୟ ସାମିଲ କରନ୍ତୁ।

– କରୋନା ମହାମାରୀରୁ ବଂଚିବା ପାଇଁ ପ୍ରତିଦିନ ଅତି କମ୍‌ରେ ପ୍ରତିଦିନ ୨ କପ୍ ଫଳ, ୨.୫ କପ୍ ପନିପରିବା, ୧୮୦ ଗ୍ରାମ ଶସ୍ୟ ଏବଂ ୧୬୦ ଗ୍ରାମ ମାଂସ ଏବଂ ବିନ୍ସ ଖାଆନ୍ତୁ । ଆପଣ ସପ୍ତାହରେ ୧-୨ ଥର ଲାଲ ମାଂସ ଏବଂ ଚିକେନ୍ ୨-୩ ଥର ଖାଇପାରିବେ । ସନ୍ଧ୍ୟାରେ ହାଲକା ରନ୍ଧା ହୋଇଥିବା କଞ୍ଚା ପନିପରିବା ଏବଂ ତାଜା ଫଳ ଖାଇପାରିବେ। ଅଧିକ ଲୁଣ କିମ୍ବା ଚିନି ଖା’ନ୍ତୁ ନାହିଁ।

– ଶରୀର ପାଇଁ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରକ୍ତକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ, ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ପ୍ରତିଦିନ ଅତି କମରେ ୮ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ। ପାଣି ବ୍ୟତୀତ ଆପଣ ଫଳ ପନିପରିବା ରସ କିମ୍ବା ଲେମ୍ବୁ ପାଣି ମଧ୍ୟ ପିଇପାରିବେ। ମୃଦୁ ପାନୀୟ, କୋଲ୍ଡ ଡ୍ରିଙ୍କ, ସୋଡା ଏବଂ କଫି ଯଦି ପିଉଛନ୍ତି ତେବେ ଏହାର ପରିମାଣକୁ କମାଇ ଦିଅନ୍ତୁ।

-ଅସନ୍ତୁଳିତ ଚର୍ବି ଯୁକ୍ତ ଖାଦ୍ୟ ଖା’ନ୍ତୁ ନାହିଁ। ଫ୍ୟାଟି ମାଛ, ବଟର, ନଡିଆ ତେଲ, କ୍ରିମ, ଚିଜ୍‌ ଏବଂ ଘିଅ ଠାରୁ ଦୂରେଇ ରହିବା ଉଚିତ। ଏସବୁ ବଦଳରେ ଆପଣ ମାଛ, ଆଭୋକାଡୋ, ବାଦାମ, ଅଲିଭ୍ ତେଲ, ସୋୟା, କାନୋଲା, ସୂର୍ଯ୍ୟମୁଖୀ ଏବଂ ମକା ତେଲ ଖାଇ ପାରିବେ।  ଲାଲ୍ ମାଂସ ବଦଳରେ ଧଳା ମାଂସ କିମ୍ବା ମାଛ ଖାଇପାରିବେ। ଫ୍ରୋଜନ ମାଂସ ଜମାରୁ ବି ଖା’ନ୍ତୁ ନାହିଁ।

– ମେଦବହୁଳତା, ହୃଦ୍‌ରୋଗ, ଷ୍ଟ୍ରୋକ୍, ମଧୁମେହ ଏବଂ କେତେକ ପ୍ରକାର କର୍କଟ ରୋଗକୁ ଏଡ଼ାଇବା ପାଇଁ ଚିନି, ଚର୍ବି ଜାତୀୟ ଖାଦ୍ୟ ଏବଂ ଅଧିକ ଲୁଣ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଦିନସାରା ୧ ଚାମଚରୁ ଅଧିକ ଲୁଣ ଖାଆନ୍ତୁ ।

– ପୁଷ୍ଟିକର ଖାଦ୍ୟ ଏବଂ ଉପଯୁକ୍ତ ହାଇଡ୍ରେସନ୍ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ମୁତାବକ ଯେଉଁମାନେ ପୂର୍ବରୁ ଅସୁସ୍ଥ ଅଛନ୍ତି କିମ୍ବା ଯେଉଁମାନେ କରୋନାରେ ସଂକ୍ରମିତ ଅଛନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଆବଶ୍ୟକ।

The post କରୋନାରୁ ବର୍ତ୍ତିବା ପାଇଁ କ’ଣ ଖାଇବେ କ’ଣ ନାହିଁ, ସୂଚନା ଦେଲା WHO appeared first on Odisha Reporter.

]]>
left bottom, WHO 2021-04-17 12:28:20 https://cdn.odishareporter.in/wp-content/uploads/2021/04/17091052/Nutrition-advice.jpg
କାଶ, ଜ୍ୱର ନଥିଲେ ବି ସାବଧାନ…ଜାଣନ୍ତୁ କରୋନାର ନୂଆ ଲକ୍ଷଣ https://odishareporter.in/life-style/health/corona-virus-new-strain-symptoms-634458 Sat, 10 Apr 2021 09:51:09 +0000 https://odishareporter.in/?p=634458

ନୂଆଦିଲ୍ଲୀ: ଦେଶରେ ଏବେ ପ୍ରତିଦିନ ଏକ ଲକ୍ଷରୁ ଅଧିକ କରୋନାର ନୂଆ ମାମଲା ସାମ୍ନାକୁ ଆସୁଛି। କାଶ, ଜ୍ୱର, ସ୍ୱାଦ ଏବଂ ଘ୍ରାଣ ଶକ୍ତି ହରାଇବା ଏହି ମାରାତ୍ମକ ମହାମାରୀର ସାଧାରଣ ଲକ୍ଷଣ ଥିଲା। ଏବେ କିନ୍ତୁ ଏସବୁ ଲକ୍ଷଣ ନଥାଇ ବି ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି।  କରୋନାର ନୂଆ ଷ୍ଟ୍ରେନ ତା’ର ଏବେ ନୂଆ ଲକ୍ଷଣ ଦେଖାଉଛି। ସାମ୍ନାକୁ ଆସିଛି ଏହି କିଲର ଭାଇରସର ନୂଆ ରୂପ, ଯାହା ପୂର୍ବ ଲକ୍ଷଣଠାରୁ ପୂରାପୁରି ଭିନ୍ନ। […]

The post କାଶ, ଜ୍ୱର ନଥିଲେ ବି ସାବଧାନ…ଜାଣନ୍ତୁ କରୋନାର ନୂଆ ଲକ୍ଷଣ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶରେ ଏବେ ପ୍ରତିଦିନ ଏକ ଲକ୍ଷରୁ ଅଧିକ କରୋନାର ନୂଆ ମାମଲା ସାମ୍ନାକୁ ଆସୁଛି। କାଶ, ଜ୍ୱର, ସ୍ୱାଦ ଏବଂ ଘ୍ରାଣ ଶକ୍ତି ହରାଇବା ଏହି ମାରାତ୍ମକ ମହାମାରୀର ସାଧାରଣ ଲକ୍ଷଣ ଥିଲା। ଏବେ କିନ୍ତୁ ଏସବୁ ଲକ୍ଷଣ ନଥାଇ ବି ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି।  କରୋନାର ନୂଆ ଷ୍ଟ୍ରେନ ତା’ର ଏବେ ନୂଆ ଲକ୍ଷଣ ଦେଖାଉଛି। ସାମ୍ନାକୁ ଆସିଛି ଏହି କିଲର ଭାଇରସର ନୂଆ ରୂପ, ଯାହା ପୂର୍ବ ଲକ୍ଷଣଠାରୁ ପୂରାପୁରି ଭିନ୍ନ।

ନିକଟରେ ହୋଇଥିବା ଏକ ଅଧ୍ୟୟନ ମୁତାବକ, ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଆଖି ନାଲି ପଡିବା ସହ ଫୁଲି ଯାଉଛି। ଏଥିସହ ଆଖିରୁ ଲଗାତର ପାଣି ବାହାରିବା ଭଳି ସମସ୍ୟା ଦେଖାଦେଉଛି। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଅଡିଓଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ର ନୂଆ ଷ୍ଟ୍ରେନ୍ କାନ ସମସ୍ୟା ସୃଷ୍ଟି କରୁଛି। ଅଧ୍ୟୟନରେ ପ୍ରାୟ ୫୬ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ପରିଲକ୍ଷିତ ହୋଇଛି। ଯଦି ଆପଣ ମଧ୍ୟ ଏପରି କୌଣସି ସମସ୍ୟା ଅନୁଭବ କରୁଛନ୍ତି ତେବେ ଏହା କରୋନା ଜୀବାଣୁର ଏକ ନୂଆ ସଙ୍କେତ ହୋଇପାରେ।

କେବଳ ସେତିକି ନୁହେଁ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। କରୋନର ଏହି ନୂଆ ଷ୍ଟ୍ରେନରେ ପାକସ୍ଥଳି ସହ ଜଡିତ ସମସ୍ୟା ମଧ୍ୟ ଉତ୍ପନ୍ନ ହେଉଥିବା ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି। ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ କେବଳ ଶ୍ୱାସକ୍ରିୟା ଜନିତ ସମସ୍ୟା ରହୁଥିଲା, କିନ୍ତୁ ଏବେ ପେଟ ଜନିତ ସମସ୍ୟା ମଧ୍ୟ ସାମ୍ନାକୁ ଆସୁଛି। ଏହି ଷ୍ଟ୍ରେନ୍‌ରେ ସଂକ୍ରମିତ ବ୍ୟକ୍ତି ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ଏବଂ ହଜମ ପ୍ରକ୍ରିୟାରେ ଅସୁବିଧା ଅନୁଭବ କରୁଛନ୍ତି।

କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ନ୍ୟୁରୋଲଜିକାଲ ଡିସଅର୍ଡର ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି। medRxivର ଏକ ରିପୋର୍ଟ ମୁତାବକ, ଦୀର୍ଘ ସମୟ ଧରି କରୋନାରେ ଆକ୍ରାନ୍ତ ହୋଇ ରହିଥିବା ରୋଗୀଙ୍କ ଠାରେ ମାନସିକ ବିକୃତ ସମସ୍ୟା ମଧ୍ୟ ଉତ୍ପନ୍ନ ହେଉଥିବା ଦାବି କରାଯାଇଛି। JAMAରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କ ହାର୍ଟ ବିଟ୍‌ ବଢ଼ି ଯାଉଥିବା କୁହାଯାଉଛି।

The post କାଶ, ଜ୍ୱର ନଥିଲେ ବି ସାବଧାନ…ଜାଣନ୍ତୁ କରୋନାର ନୂଆ ଲକ୍ଷଣ appeared first on Odisha Reporter.

]]>
left bottom 2021-04-10 15:21:09 https://cdn.odishareporter.in/wp-content/uploads/2021/04/10151855/covid19-new-symptoms.jpg
ବିଳମ୍ବିତ ରାତିରେ ଖାଉଛନ୍ତି କି? ଡାକି ଆଣିପାରେ ଭୟଙ୍କର ବିପଦ https://odishareporter.in/life-style/health/eating-late-at-night-can-be-very-harmful-for-health-630113 Thu, 25 Mar 2021 08:05:10 +0000 https://odishareporter.in/?p=630113

ଅନେକ ଲୋକେ ନିଜର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ରାତିରେ ଶୀଘ୍ର ଖାଇ ପାରନ୍ତି ନାହିଁ। ସେମାନଙ୍କୁ ବିଳମ୍ବିତ ରାତିରେ ଖାଦ୍ୟ ଖାଇବାକୁ ପଡିଥାଏ। ତେବେ ଡେରିରେ ରାତ୍ରୀ ଭୋଜନ କରିବା ଶରୀରj ଓଜନ ବୃଦ୍ଧି କରିବା ସହିତ ହୃଦୟ ପାଇଁ ମଧ୍ୟ ବିପଦ ଡାକି ଆଣିପାରେ। ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ଖରାପ ପ୍ରଭାବ ପଡିଥାଏ। ଲେଟ୍‌ ନାଇଟ୍‌ ଭୋଜନ କଲେ କ’ଣ ସବୁ ସମସ୍ୟା ଉପୁଜେ ଆସନ୍ତୁ ଜାଣିବା। ବିଳମ୍ବିତ […]

The post ବିଳମ୍ବିତ ରାତିରେ ଖାଉଛନ୍ତି କି? ଡାକି ଆଣିପାରେ ଭୟଙ୍କର ବିପଦ appeared first on Odisha Reporter.

]]>

ଅନେକ ଲୋକେ ନିଜର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ରାତିରେ ଶୀଘ୍ର ଖାଇ ପାରନ୍ତି ନାହିଁ। ସେମାନଙ୍କୁ ବିଳମ୍ବିତ ରାତିରେ ଖାଦ୍ୟ ଖାଇବାକୁ ପଡିଥାଏ। ତେବେ ଡେରିରେ ରାତ୍ରୀ ଭୋଜନ କରିବା ଶରୀରj ଓଜନ ବୃଦ୍ଧି କରିବା ସହିତ ହୃଦୟ ପାଇଁ ମଧ୍ୟ ବିପଦ ଡାକି ଆଣିପାରେ। ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ଖରାପ ପ୍ରଭାବ ପଡିଥାଏ। ଲେଟ୍‌ ନାଇଟ୍‌ ଭୋଜନ କଲେ କ’ଣ ସବୁ ସମସ୍ୟା ଉପୁଜେ ଆସନ୍ତୁ ଜାଣିବା।

  • ବିଳମ୍ବିତ ରାତିରେ ଭୋଜନ କରିବା ଦ୍ୱାରା ଓଜନ କମିବା ବଦଳରେ ବଢ଼ିବାକୁ ଲାଗିବ। ଓଜନ ବୃଦ୍ଧି ହେବା ଫରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ସେଥିପାଇଁ ରାତ୍ରୀ ଭୋଜନ ସବୁବେଳେ ଠିକ୍ ସମୟରେ ଖାଇବା ଉଚିତ୍। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଠିକ୍ ସମୟରେ ରାତ୍ରୀ ଭୋଜନ ଆରମ୍ଭ କରନ୍ତୁ।
  • ବିଳମ୍ବିତ ରାତିରେ ଖାଇବା ଆପଣଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସାଂଘାତିକ ହୋଇପାରେ। ଅନେକ ଗବେଷଣା ଅନୁଯାୟୀ, ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ। ଏହା ଆପଣଙ୍କ ଏକାଗ୍ରତା ଏବଂ ସ୍ମରଣ ଶକ୍ତି କ୍ଷମତାକୁ ପ୍ରଭାବିତ କରିଥାଏ। ଏଥିପାଇଁ ଡାକ୍ତରମାନେ ରାତି ୭ଟାରୁ ୯ଟା ଭିତରେ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି।
  • ଯଦି ଆପଣଙ୍କ ଲେଟ୍‌ ନାଇଟ୍‌ରେ ଖାଇବା ପରେ ତୁରନ୍ତ ଶୋଇବା ଅଭ୍ୟାସ ଅଛି ତେବେ ସାବଧାନ ହୋଇ ଯାଆନ୍ତୁ। ଏପରି କରିବା ଦ୍ୱାରା ଛାତିରେ ଯନ୍ତ୍ରଣା, ଅମ୍ଳପିତ ଏବଂ ପେଟ ଜନିତ ସମସ୍ୟା ଆଦି  ଦେଖା ଦେଇପାରେ।
  • ରାତିରେ ଜଙ୍କ ଫୁଡ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ଲେଟ୍‌ ନାଇଟ୍‌ରେ ଜଙ୍କ ଫୁଡ୍‌ ଖାଇବା ଦ୍ୱାରା ମେଦବହୁତଳା ସମସ୍ୟା ସୃଷ୍ଟି ହୋଇପାରେ। ଏଥିପାଇଁ ଆପଣ ନିଜ ଦୈନନ୍ଦିନ ରାତ୍ରି ଭୋଜନରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ଏଥିସହ ଆପଣ ଚାହିଁଲେ ଖାଇବା ପରେ ବାଦାମ କିମ୍ବା ଆପଲ ମଧ୍ୟ ଖାଇପାରିବେ।

The post ବିଳମ୍ବିତ ରାତିରେ ଖାଉଛନ୍ତି କି? ଡାକି ଆଣିପାରେ ଭୟଙ୍କର ବିପଦ appeared first on Odisha Reporter.

]]>
left bottom, lifestyle 2021-03-27 13:31:11 https://cdn.odishareporter.in/wp-content/uploads/2021/03/25133418/late-night-Dinner.jpg
ଅଧିକ ପିଆଜ ଖାଉଛନ୍ତି କି? ଜାଣନ୍ତୁ ଏହାର ସାଇଡ ଇଫେକ୍ଟ https://odishareporter.in/life-style/health/know-the-side-effects-of-eating-onions-629673 Wed, 24 Mar 2021 03:18:13 +0000 https://odishareporter.in/?p=629673

ଘରେ ଘରେ ରହିଛି ପିଆଜର ଚାହିଦା। ବିନା ପିଆଜରେ ରୋଷେଇ ପାଇଁ ହାତ ଯାଏନି। ବିଭିନ୍ନ ବ୍ୟଞ୍ଜନର ସ୍ୱାଦ ବଢ଼ାଇ ଦେଇଥାଏ ପିଆଜ। ପୁଣି ଅଧିକାଂଶ ଲୋକ ଏହାକୁ କଞ୍ଚା ଖାଇବା ପାଇଁ ବେଶ୍‌ ଭଲ ପା’ନ୍ତି। ଦେଶରେ ପ୍ରତିଦିନ କୋଟି କୋଟି ଲୋକେ ପିଆଜର ବହୁଳ ବ୍ୟବହାର କରନ୍ତି। ତେବେ ପିଆଜିର ଯେତିକି ଭଲ ଗୁଣ ରହିଛି ସେତିକି ଖରାପ ଗୁଣ ମଧ୍ୟ ଅଛି। ଅଧିକ ପିଆଜ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି […]

The post ଅଧିକ ପିଆଜ ଖାଉଛନ୍ତି କି? ଜାଣନ୍ତୁ ଏହାର ସାଇଡ ଇଫେକ୍ଟ appeared first on Odisha Reporter.

]]>

ଘରେ ଘରେ ରହିଛି ପିଆଜର ଚାହିଦା। ବିନା ପିଆଜରେ ରୋଷେଇ ପାଇଁ ହାତ ଯାଏନି। ବିଭିନ୍ନ ବ୍ୟଞ୍ଜନର ସ୍ୱାଦ ବଢ଼ାଇ ଦେଇଥାଏ ପିଆଜ। ପୁଣି ଅଧିକାଂଶ ଲୋକ ଏହାକୁ କଞ୍ଚା ଖାଇବା ପାଇଁ ବେଶ୍‌ ଭଲ ପା’ନ୍ତି। ଦେଶରେ ପ୍ରତିଦିନ କୋଟି କୋଟି ଲୋକେ ପିଆଜର ବହୁଳ ବ୍ୟବହାର କରନ୍ତି। ତେବେ ପିଆଜିର ଯେତିକି ଭଲ ଗୁଣ ରହିଛି ସେତିକି ଖରାପ ଗୁଣ ମଧ୍ୟ ଅଛି। ଅଧିକ ପିଆଜ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି ଆଣିପାରେ। ତେବେ ଅଧିକ ପିଆଜ ଖାଇଲେ କ’ଣ ସବୁ ସାଇଡ ଇଫେକ୍ଟ ବାହାରେ ଆସନ୍ତୁ ଜାଣିବା।

  • ପିଆଜରେ ଅଧିକ ମାତ୍ରାରେ ଫାଇଭର ରହିଛି। ଆବଶ୍ୟକତାଠାରୁ ଅଧିକ ଫାଇଭର ଆମ ଶରୀରର ପାଇଁ କ୍ଷତିକାରକ ହୋଇପାରେ। ଏହା ଆମ ପାଚନ ଶକ୍ତିକୁ ପ୍ରଭାବିତ କରିପାରେ। ଫଳରେ ଖାଦ୍ୟ ହଜମ ହୋଇପାରେ ନାହିଁ ଏବଂ ପେଟ ଜନିତ ସମସ୍ୟା ଉପୁଜେ। ଅଧିକ ଫାଇବର ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ମଧ୍ୟ ହୋଇପାରେ।
  • ଅଧିକାଂଶ ଲୋକ କଞ୍ଚା ପିଆଜ ଖାଇବା ପାଇଁ ପସନ୍ଦ କରନ୍ତି। ଏହାକୁ ସାଲାଡ ରୂପେ ବ୍ୟବହାର କରନ୍ତି। କିନ୍ତୁ ଏଭଳି ଖାଇବା ଦ୍ୱାରା ପିଆଜକୁ ହଜମ କରିବା କଷ୍ଟକର ହୁଏ। ଫଳରେ ଆସିଡିଟି ଏବଂ ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଆସିଡିଟି ଗ୍ୟାସ ସମସ୍ୟା ଥିବା ଲୋକେ କଞ୍ଚା ପିଆଜ କମ୍‌ ମାତ୍ରାରେ ଖାଇବା ଉଚିତ।
  • ପିଆଜ ଭିତରେ ପ୍ରାକୃତିକ ଫ୍ରୁକ୍ଟୋସ ଅଧିକ ମାତ୍ରାରେ ଥାଏ। ଫଳରେ ଗ୍ୟାସ୍‌ ଜନିତ ସମସ୍ୟା ଉପୁଜି ପାରେ। ତେଣୁ ଯଦି ଆପଣ ଅଧିକ ପିଆଜ ଖାଉଛନ୍ତି ତେବେ ଆଜିଠାରୁ ହିଁ ପିଆଜ ଖାଇବା ମାତ୍ରା କମାଇ ଦିଅନ୍ତୁ।
  • ଅଧିକ ପିଆଜ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରକ ହୋଇପାରେ। ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଅମ୍ଲ ପିତ, ବାନ୍ତି ଭଳି ଆଦି ସମସ୍ୟା ମଧ୍ୟ ଦେଖା ଦେଇପାରେ। ତେଣୁ ଗର୍ଭବତୀ ମହିଳାମାନେ କମ୍ ମାତ୍ରାରେ ପିଆଜ ଖାଇବା ଉଚିତ।

The post ଅଧିକ ପିଆଜ ଖାଉଛନ୍ତି କି? ଜାଣନ୍ତୁ ଏହାର ସାଇଡ ଇଫେକ୍ଟ appeared first on Odisha Reporter.

]]>
left bottom 2021-03-24 09:25:59 https://cdn.odishareporter.in/wp-content/uploads/2021/03/24084624/Onions.jpg
ବାଦାମ ଖାଉଛନ୍ତି କି? ହୋଇପାରେ ଭୟାନକ https://odishareporter.in/life-style/health/atural-toxic-foods-that-can-actually-kill-you-629169 Mon, 22 Mar 2021 06:44:27 +0000 https://odishareporter.in/?p=629169

ସୁସ୍ଥ ଏବଂ ଦୀର୍ଘାୟୁ ପାଇଁ ଲୋକେ ପ୍ରାକୃତିକ ଖାଦ୍ୟ ଉପରେ ନିର୍ଭର କରନ୍ତି। ଫଳମୂଳ ଖାଇବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରନ୍ତି। ଯେପରିକି ବାଦାମ ହେଉ ଅବା ଚେରି, ଜାଇଫଳ ତଥା ଡାଲଚିନି ଏହାକୁ ଖାଇବା ପାଇଁ ଲୋକେ ଅଧିକରୁ ଅଧିକ ଭଲ ପାଇଥାନ୍ତି। କିନ୍ତୁ ଏହି ସବୁ ଖାଦ୍ୟ ଆପଣଙ୍କ ପାଇଁ ମାରାତ୍ମକ ମଧ୍ୟ ପ୍ରମାଣିତ ହୋଇପାରେ।  ଏଭଳି କିଛି ପ୍ରାକୃତିକ ଖାଦ୍ୟ ରହିଛି ଯାହା ଆପଣଙ୍କୁ ଦୀର୍ଘାୟୁ କରିବା ବଦଳରେ ଖୁବ୍‌ ଶୀଘ୍ର […]

The post ବାଦାମ ଖାଉଛନ୍ତି କି? ହୋଇପାରେ ଭୟାନକ appeared first on Odisha Reporter.

]]>

ସୁସ୍ଥ ଏବଂ ଦୀର୍ଘାୟୁ ପାଇଁ ଲୋକେ ପ୍ରାକୃତିକ ଖାଦ୍ୟ ଉପରେ ନିର୍ଭର କରନ୍ତି। ଫଳମୂଳ ଖାଇବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରନ୍ତି। ଯେପରିକି ବାଦାମ ହେଉ ଅବା ଚେରି, ଜାଇଫଳ ତଥା ଡାଲଚିନି ଏହାକୁ ଖାଇବା ପାଇଁ ଲୋକେ ଅଧିକରୁ ଅଧିକ ଭଲ ପାଇଥାନ୍ତି। କିନ୍ତୁ ଏହି ସବୁ ଖାଦ୍ୟ ଆପଣଙ୍କ ପାଇଁ ମାରାତ୍ମକ ମଧ୍ୟ ପ୍ରମାଣିତ ହୋଇପାରେ।  ଏଭଳି କିଛି ପ୍ରାକୃତିକ ଖାଦ୍ୟ ରହିଛି ଯାହା ଆପଣଙ୍କୁ ଦୀର୍ଘାୟୁ କରିବା ବଦଳରେ ଖୁବ୍‌ ଶୀଘ୍ର ମୃତ୍ୟୁର ଦ୍ୱାରଦେଶକୁ ନେଇଯାଇପାରେ। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ

ବାଦାମ: ବାଦାମ ଖାଇବା ସାଧାରଣତଃ ସମସ୍ତଙ୍କୁ ପସନ୍ଦ। ଶୀତ ଦିନେ ଏହାକୁ ଅଧିକମାତ୍ରାରେ ଲୋକେ ଖାଇଥା’ନ୍ତି।  କିନ୍ତୁ ଅଧିକ ବାଦାମ ଖାଇବା ଭୟାନାକ ହୋଇପାରେ। ଏହା ଫୁଡ୍ ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରିପାରେ। ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ ମୁତାବକ, ବାଦାମ ଖାଇବା ଦ୍ୱାରା ଲୋକେ ନିଜ ଜୀବନର ଯେକୌଣସି ମୁହୂର୍ତ୍ତରେ ଫୁଡ୍‌ ଆଲର୍ଜିର ଶିକାର ହୋଇପାରନ୍ତି। କେବଳ ସେତିକି ନୁହେଁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।  ତେଣୁ ଅଧିକ ବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ।

ଜାଇଫଳ

ଜାଇଫଳ: ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଜାଇଫଳ ବେଶ ଉପକାରୀ। ଭାରତୀୟ ଖାଦ୍ୟରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଏ। ଆୟୁର୍ବେଦରେ ମଧ୍ୟ ଜାଇଫଳର ଉପକାରିତା ବିଷୟରେ ଉଲ୍ଲେଖ ରହିଛି। କିନ୍ତୁ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଜାଇଫଳର ଉପର ଭାଗରେ ବିଷାକ୍ତ ପଦାର୍ଥ ରହିଥାଏ। ଏହି ବିଷାକ୍ତ ପଦାର୍ଥ ଆମ ଶରୀର ପାଇଁ କ୍ଷତିକାରକ। ଏହାକୁ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ଅସ୍ତବ୍ୟସ୍ଥ ଅନୁଭବ କରିବା, ଛାତି ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

ଡାଲଚିନି

ଡାଲଚିନି: ଜାଇଫଳ ଭଳି ଡାଲଚିନି ମଧ୍ୟ ପ୍ରତିଟି ରୋଷେଇ ଘରେ ମହଜୁଦ ଥାଏ । ଡାଲଚିନିକୁ ନେଇ ଗତ ବର୍ଷ ଆମେରିକାନ ଆସୋସିଏସନ ଅଫ୍‌ ପଏଜନ କଣ୍ଟ୍ରୋଲ ସେଣ୍ଟର ଏକ ଚେତାବନୀ ଜାରି କରିଥିଲା। ଯଦି ଡାଲଚିନି ଗୁଣ୍ଡ ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଶରୀର ଭିତରକୁ ଚାଲିଯାଏ ତେବେ ଛାତି ଜଳାପୋଡା ହେବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏହାବ୍ୟତୀତ ବାନ୍ତି, କାଶ ଭଳି ମଧ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ।

ଜଡାତେଲ

ଜଡାତେଲ: ଅନେକ ଗୁଣକାରୀ ତତ୍ତ୍ୱରେ ଭରପୂର ଜଡାତେଲ। ପୁରାତନ ଯୁଗରେ ଜଡାତେଲକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିଲା। ଚର୍ମ ଏବଂ କେଶକୁ ସୁସ୍ଥ ରଖିବା ପାଇଁ ଜଡାତେଲର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ଘରେ ବ୍ୟବହୃତ ହେଉଥିବା ନଡିଆ ତେଲ ଏବଂ ଅଲିଭ ଅଏଲ୍‌ ଠାରୁ ପୂରାପୁରି ଭିନ୍ନ।  ଏକ ମଞ୍ଜୁରି ଜଡାତେଲ ବାହାରିଥାଏ ଯେଉଁଥିରେ ରାଇସିନ୍‌ ନାମକ ବିଷାକ୍ତ ପଦାର୍ଥ ସାମିଲ ଥାଏ। ଏକ ରିପୋର୍ଟ ମୁତାବକ ଏହି ବିଷାକ୍ତ ପଦାର୍ଥ ଏକା ସାଙ୍ଗରେ ହଜାରେ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇବାର କ୍ଷମତା ରଖେ। ତେଣୁ ଜଡାତେଲକୁ ଦେଖିଚାହିଁ ବ୍ୟବହାର କରିବା ଉଚିତ।

ଚେରୀ

ଚେରୀ: ଚେରୀ ଖାଇବା ପାଇଁ ସାଧାରଣତଃ ସମସ୍ତେ ଭଲପାଆନ୍ତି। ଏହା ଖାଇବାକୁ ବେଶ ସ୍ୱାଦିଷ୍ଟ ମଧ୍ୟ। କିନ୍ତୁ ଏହାର ମଞ୍ଜି ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଚେରୀ ଭିତରେ ଥିବା ମଞ୍ଜି ଆପଣଙ୍କ ଦାନ୍ତକୁ ଖରାପ କରିପାରେ।  ମଞ୍ଜି ଭିତରେ ଥିବା ସିଆନୋଜେନିକ୍ ନାମକ ଉପାଦାନ ଫାଟିଗଲେ ସିଆନାଇଡ୍ କେମିକାଲରେ ପରିବର୍ତ୍ତନ ହୋଇଥାଏ, ଯାହା ଶରୀର ପାଇଁ ବିଷାକ୍ତ। ତେଣୁ ଚେରୀ ଖାଇବା ସମୟରେ ଯେପରି ତା’ର ମଞ୍ଜିକୁ ନ ଫଟାଇ ଖାଇବେ ସେଥିପ୍ରତି ଧ୍ୟାନ ଦେବା ଉଚିତ।

The post ବାଦାମ ଖାଉଛନ୍ତି କି? ହୋଇପାରେ ଭୟାନକ appeared first on Odisha Reporter.

]]>
left bottom 2021-03-22 12:30:14 https://cdn.odishareporter.in/wp-content/uploads/2021/03/22121203/penut.jpg
ଖରା ଦିନେ ଶରୀରକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି କି? କ’ଣ ଖାଇବେ ଜାଣନ୍ତୁ https://odishareporter.in/life-style/health/summer-food-use-to-beat-the-heat-take-benefits-627591 Tue, 16 Mar 2021 11:11:45 +0000 https://odishareporter.in/?p=627591

ଏବେ ଖରା ଦିନ। ଆଗକୁ ଖରା ଆହୁରି ବଢ଼ିବ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ। ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍‌ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ। ଏଭଳି ଅନେକ ଫଳ ପନିପରିବା ରହିଛି ଯାହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା […]

The post ଖରା ଦିନେ ଶରୀରକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି କି? କ’ଣ ଖାଇବେ ଜାଣନ୍ତୁ appeared first on Odisha Reporter.

]]>

ଏବେ ଖରା ଦିନ। ଆଗକୁ ଖରା ଆହୁରି ବଢ଼ିବ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ। ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍‌ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ। ଏଭଳି ଅନେକ ଫଳ ପନିପରିବା ରହିଛି ଯାହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ। ପିଆଜ ମଧ୍ୟ ସେଥି ମଧ୍ୟରୁ ଗୋଟିଏ। ଗରମ ଦିନେ ପିଆଜକୁ କିଭଳି ଖାଇବେ ଜାଣନ୍ତୁ।

  • ପିଆଜରେ ଆଇରନ୍, ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ଏବଂ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ତେଣୁ ଆପଣ ଚାହିଁଲେ ଏହାକୁ କଞ୍ଚାରେ କିମ୍ବା ସାଲାଡ କରି ଖାଇପାରିବେ। ଏଥିରେ ଭିଟାମିନ-ସି ଏବଂ ଭିଟାମିନ-ବି ରହିଛି। ଗରମ ଦିନେ ନିଜକୁ ଥଣ୍ଡା ରଖିବା ପାଇଁ ନିଜ ଡାଏଟ୍‌ରେ ପିଆଜକୁ ନିଶ୍ଚିତ ରୂପେ ସାମିଲ କରନ୍ତୁ।
  • ଗରମ ଦିନେ ପିଆଜର ଲୋକପ୍ରିୟତା ଢ଼େର ରହିଛି। ଘରେ ଘରେ ଲୋକେ ପିଆଜ ଖାଇବା ପାଇଁ ପସନ୍ଦ କରନ୍ତି। ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦିଅନ୍ତି। ଶରୀରର ତାପମାତ୍ରା କମ୍ କରିବାରେ ଏହା ସହାୟକ ହୁଏ।  ଯଦି ଆପଣ ପିଆଜକୁ ସାଲାଡ ରୂପେ ବ୍ୟବହାର କରୁଛନ୍ତି ତେବେ ଏହାର ସ୍ୱାଦ ବଢ଼ାଇବା ପାଇଁ ଏଥିରେ ଅଳ୍ପ ଲେମ୍ବୁ ରସ ପକାଇ ମଧ୍ୟ ଖାଇପାରିବେ।  
  • କେବଳ ସାଧାରଣ ନୁହେଁ ଡାଇବେଟସି ରୋଗୀଙ୍କ ଫାଇଁ ମଧ୍ୟ ବେଶ୍ ଲାଭଦାୟୀ ପିଆଜ। ଡାଇବେଟିସ ରୋଗୀମାନେ ନିଜ ଡାଏଟ୍‌ରେ ସର୍ବଦା ପିଆଜ ସାମିଲ କରିବା ଉଚିତ। ପିଆଜରେ କମ୍‌ କାର୍ବୋହାଇଡ୍ରେଟ ଏବଂ ଅଧିକ ଫାଇଭର ରହିଛି, ଯାହା ଡାଇବେଟିସ ରୋଗୀଙ୍କ ପାଇଁ ବେଶ ଉପକାରୀ।
  • ଫାଇବର ଏବଂ ପ୍ରିବାୟୋଟିକରେ ଭରପୁର ପିଆଜ ଅନ୍ତନଳୀ ପାଇଁ ମଧ୍ୟ ବେଶ ଲାଭଦାୟୀ। ପିଆଜ ଖାଇବା ଦ୍ୱାରା ଆମ ପାଚନ ତନ୍ତ୍ର ସୁସ୍ଥ ରହେ ଏବଂ ଏହା ଭଲ ଭାବେ କାମ କରେ। ଫଳରେ ହଜମ ଶକ୍ତି ବଢ଼ିଥାଏ। କେବଳ ସେତିକି ନୁହେଁ କୋଲେଷ୍ଟ୍ରୋଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହେ।

The post ଖରା ଦିନେ ଶରୀରକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି କି? କ’ଣ ଖାଇବେ ଜାଣନ୍ତୁ appeared first on Odisha Reporter.

]]>
left bottom 2021-03-19 17:14:01 https://cdn.odishareporter.in/wp-content/uploads/2021/03/16164016/Family-eating-at-dinner-table.jpg
ଚିକେନ୍ ସହ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ଭୟାନକ https://odishareporter.in/life-style/health/these-food-combinations-are-harmful-for-health-627217 Mon, 15 Mar 2021 07:13:51 +0000 https://odishareporter.in/?p=627217

ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥା’ନ୍ତି। ଆଉ ଏହି କ୍ରମରେ ଏମିତି କିଛି ଭୁଲ୍ କରି ବସନ୍ତି, ଯାହା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଅର୍ଥାତ୍ ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଏକାଠି ମିଶାଇ ରାନ୍ଧିବା ଉଚିତ୍ ନୁହେଁ, ସେଗୁଡ଼ିକୁ ଏକାଠି ମିଶାଇ ରୋଷେଇ କରନ୍ତି। ସେହିଭଳି ଆଉ କିଛି ଖାଦ୍ୟ ପଦାର୍ଥ ଅଛି, ଯେଉଁଗୁଡ଼ିକୁ ଏକ ସମୟରେ ଅବା ଅଳ୍ପ […]

The post ଚିକେନ୍ ସହ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ଭୟାନକ appeared first on Odisha Reporter.

]]>

ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥା’ନ୍ତି। ଆଉ ଏହି କ୍ରମରେ ଏମିତି କିଛି ଭୁଲ୍ କରି ବସନ୍ତି, ଯାହା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଅର୍ଥାତ୍ ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଏକାଠି ମିଶାଇ ରାନ୍ଧିବା ଉଚିତ୍ ନୁହେଁ, ସେଗୁଡ଼ିକୁ ଏକାଠି ମିଶାଇ ରୋଷେଇ କରନ୍ତି। ସେହିଭଳି ଆଉ କିଛି ଖାଦ୍ୟ ପଦାର୍ଥ ଅଛି, ଯେଉଁଗୁଡ଼ିକୁ ଏକ ସମୟରେ ଅବା ଅଳ୍ପ ସମୟ ବ୍ୟବଧାନରେ ଆଗପଛ କରି ଖାଇବା ଉଚିତ୍ ନୁହେଁ। ଏହା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା କାହା ସହ କାହାକୁ ମିଶାଇ ଖାଇବା ଉଚିତ୍ ନୁହେଁ।

ଚିକେନ୍ ସହ ଆଳୁ:

ଚିକେନରେ ପ୍ରଚୁର ପ୍ରୋଟିନ୍ ଥାଏ। ଏଭଳି ସ୍ଥିତିରେ ଯଦି ଚିକେନ୍ ସହିତ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ, ଯେମିତିକି ଆଳୁ ଖିଆଯାଏ, ତା’ହେଲେ ଦୁଇଟି ଭିନ୍ନ ପ୍ରକାରର ଜିନିଷ ମିଶି ଗ୍ୟାସ୍ ସମସ୍ୟା ସୃଷ୍ଟି କରିପାରେ। କେବଳ ସେତିକି ନୁହେଁ ପେଟ ଯନ୍ତ୍ରଣା ହେବା ସହ ମୋଟାପଣ ସମସ୍ୟା ମଧ୍ୟ ଦେଖା ଦେଇପାରେ। ଅଧିକାଂଶ ଲୋକେ ଚିକେନରେ ଆଳୁ ମିଶାଇ ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣଙ୍କର ମଧ୍ୟ ଏଭଳି ଅଭ୍ୟାସ ରହିଛି, ତା’ହେଲେ ତୁରନ୍ତୁ ତାକୁ ବଦଳାଇ ଦିଅନ୍ତୁ।

ଘିଅ ସହ ମହୁ:

ଆୟୁର୍ବେଦରେ ଘିଅ ଓ ମହୁକୁ ଏକାଠି ମିଶାଇ ଖାଇବାକୁ ବାରଣ କରାଯାଇଛି। ମହୁ ଗରମ ଏବଂ ଘିଅ ଥଣ୍ଡା ହୋଇଥାଏ। ଏ ଦୁଇଟି ଭିନ୍ନ ଭିନ୍ନ ଉପାଦାନ। ଏହାକୁ ଏକାଠି ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଏପରିକି ମଣିଷ ଭୟଙ୍କର ରୋଗରେ ମଧ୍ୟ ପଡ଼ିପାରେ।

ତରଭୁଜ ଏବଂ କ୍ଷୀର:

ସଧାରଣତଃ ଖରା ଦିନେ ଲୋକେ ତରଭୁଜ ଖାଇବା ପାଇଁ ପସନ୍ଦ କରନ୍ତି। ବେଳେବେଳେ ଲୋକେ କ୍ଷୀର ମିଶାଇ ତରଭୁଜ ସେକ୍ କରି ପିଅନ୍ତି। କିନ୍ତୁ ଏହା ସ୍ୱ୍ୟାସ୍ଥ୍ୟ ପାଇଁ ହାନୀକାର। କ୍ଷୀର ସହ ତରଭୁଜ ଭୁଲରେ ବି ଖାଇବା ଉଚିତ ନୁହେଁ। କ୍ଷୀରକୁ ହଜମ ହେବା ପାଇଁ ସମୟ ଲାଗେ  ଏବଂ ତରଭୁଜ ହଜମ ହେବା ପାଇଁ ଏସିଡ ଆବଶ୍ୟକ ପଡ଼ିଥାଏ। ଏଭଳି ସ୍ଥିତିରେ ପେଟ ସମସ୍ୟା ଉତ୍ପନ୍ନ ହୁଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ଫଳ ସହ ଚିକେନ୍:

ଫଳ ଏବଂ ଚିକେନ୍ ଏକାଠି ଖାଇବା ଉଚିତ ନୁହେଁ। ଏହା ଆମ ହଜମ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। କେବଳ ସେତିକି ନୁହେଁ, ଏହା ଆମ ପାଚନକ୍ରିୟାକୁ ଦୁର୍ବଳ ମଧ୍ୟ କରିଦିଏ। ତେଣୁ  ଫଳ ଏବଂ ଚିକେନ୍ ଏକାଠି ଖାଇବା ଠାରୁ ଦୂରେଇ ରହିବା ଉଚିତ।

ମହୁ ସହ ମୂଳା:

ମହୁ ଏବଂ ମୂଳାକୁ ଏକାଠି ଖାଇଲେ ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୁଏ।  ଯାହା ଦ୍ୱାରା ଆମ ପାଚନ ପ୍ରକ୍ରିୟା ଖରାପ ହେବାର ଆଶଙ୍କା ରହିଥାଏ। ତେଣୁ ଏହି ଦୁଇଟିକୁ ଏକାଠି କିମ୍ବା ଆଗପଛ କରି ଖାଇବା ଠାରୁ ଦୂରେଇ ରୁହନ୍ତୁ ।

କ୍ଷୀର ସହ ମାଛ:

କ୍ଷୀର ସହିତ ମାଛ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଦୁଇଟି ଖାଦ୍ୟକୁ ଏକାଠି ଖାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇପାରେ।

The post ଚିକେନ୍ ସହ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ଭୟାନକ appeared first on Odisha Reporter.

]]>
left bottom, lifestyle 2021-03-15 14:48:14 https://cdn.odishareporter.in/wp-content/uploads/2021/03/15124139/Potato-and-Chicken-Curry.jpg
ସମର୍‌ ଡାଏଟ୍: ଏହି ସବୁ ଖାଦ୍ୟକୁ କୁହନ୍ତୁ ନା’ https://odishareporter.in/life-style/health/summer-diet-do-not-eat-these-things-in-summer-626741 Sat, 13 Mar 2021 10:33:52 +0000 https://odishareporter.in/?p=626741

ସାଧାରଣତଃ ଗ୍ରୀଷ୍ମ ଦିନେ ଲୋକେ ଅଧିକରୁ ଅଧିକ ଥଣ୍ଡା ଜିନିଷ ଖାଇବା ପାଇଁ ପସନ୍ଦ କରନ୍ତି।  କୋ‌ଲ୍ଡ ଡ୍ରିଙ୍କ, ଶରବତ ହେଉ ଅବା ଆଇସ୍‌କ୍ରିମ, ଏସବୁ ଖାଦ୍ୟ ସମସ୍ତଙ୍କୁ ବେଶ ପସନ୍ଦ ଆସେ।  ତେବେ ଏହି ଋତୁରେ ଖାଦ୍ୟପେୟକୁ ନେଇ ବିଶେଷ ଧ୍ୟନ ରଖିବା ଉଚିତ। ନଚେତ ଟିକିଏ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭୟଙ୍କର ବିପଦ ଆଣିପାରେ। ତା’ହେଲେ ଏହି ଦିନେ ଆପଣ କେଉଁ ସବୁ ଜିନିଷ ଖାଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା। ପୋଡ଼ା […]

The post ସମର୍‌ ଡାଏଟ୍: ଏହି ସବୁ ଖାଦ୍ୟକୁ କୁହନ୍ତୁ ନା’ appeared first on Odisha Reporter.

]]>

ସାଧାରଣତଃ ଗ୍ରୀଷ୍ମ ଦିନେ ଲୋକେ ଅଧିକରୁ ଅଧିକ ଥଣ୍ଡା ଜିନିଷ ଖାଇବା ପାଇଁ ପସନ୍ଦ କରନ୍ତି।  କୋ‌ଲ୍ଡ ଡ୍ରିଙ୍କ, ଶରବତ ହେଉ ଅବା ଆଇସ୍‌କ୍ରିମ, ଏସବୁ ଖାଦ୍ୟ ସମସ୍ତଙ୍କୁ ବେଶ ପସନ୍ଦ ଆସେ।  ତେବେ ଏହି ଋତୁରେ ଖାଦ୍ୟପେୟକୁ ନେଇ ବିଶେଷ ଧ୍ୟନ ରଖିବା ଉଚିତ। ନଚେତ ଟିକିଏ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭୟଙ୍କର ବିପଦ ଆଣିପାରେ। ତା’ହେଲେ ଏହି ଦିନେ ଆପଣ କେଉଁ ସବୁ ଜିନିଷ ଖାଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା।

ପୋଡ଼ା ମାଂସ: ଗ୍ରୀଲ୍ଡ ବା ପୋଡ଼ା ମାଂସ ଅଧିକ ତାପମାତ୍ରାରେ ରୋଷେଇ ହୁଏ। ଅଧିକ ନିଆଁରେ ରୋଷେଇ କରାଯାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏପରିକି ଏହି ଖାଦ୍ୟ କ୍ୟାନ୍‌ସର ଭଳି ମାରାତ୍ମକ ରୋଗର କାରଣ ମଧ୍ୟ ସାଜିପାରେ।

ମଦ୍ୟପାନ: ଗ୍ରୀଷ୍ମ ଦିନେ ଅନେକ ଲୋକଙ୍କୁ ଥଣ୍ଡା ୱାଇନ୍ ବା ବରଫରେ ଭର୍ତ୍ତି କକ୍‌ଟେଲ ପିଇବା ପସନ୍ଦ ଥାଏ। ଏହି ସବୁ ମାଦକ ଦ୍ରବ୍ୟ ଶରୀରର ତାପମାତ୍ରା ବଢ଼ାଇ ଦେଇଥାଏ । ଫଳରେ ଡିହାଇଡ୍ରେସନ ଭଳି ସମସ୍ୟା ଉତ୍ପନ୍ନ ହୋ‌ଇଥାଏ। ଡିହାଇଡ୍ରେସନ ଯୋ‌ଗୁ ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇପଡେ ଏବଂ ସ୍ୱାସ୍ଥ୍ୟ ଖରାପ ହେବା ଆଶଙ୍କା ବଢ଼ି ଯାଇଥାଏ।

ଆଇସ୍‌କ୍ରିମ୍: ଖରାଦିନେ ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତେ ଆଇସକ୍ରିମ ଖାଇବା ପାଇଁ ପସନ୍ଦ କରନ୍ତି। ଆଇସକ୍ରିମରେ ଅତ୍ୟଧିକ ମାତ୍ରାରେ ଚିନି ରହିଛି, ଯାହା ମୋଟାପଣ ଏବଂ ମଧୁମେହତାକୁ ବଢ଼ାଇଥାଏ। ଯଦି ଆପଣଙ୍କୁ ଆଇସ୍‌କ୍ରିମ ଖାଇବା ଅତ୍ୟଧିକ ପସନ୍ଦ ଥାଏ ତେବେ ଏହାକୁ କମ୍‌ ମାତ୍ରାରେ ଖାଇପାରିବେ।

ଦୁଗ୍ଧଜାତ ଖାଦ୍ୟ: ଯଦି ଆପଣ ଅଧିକ ଥଣ୍ଡା ମିଲ୍କସେକ୍‌ ପିଅନ୍ତି ତେବେ ସାବଧାନ ହୋଇଯା’ନ୍ତୁ। ଗରମ ଦିନେ ଦୁଗ୍ଧ ଜାତୀୟ ଖାଦ୍ୟର ସେବନ ଅତ୍ୟନ୍ତ କମ୍ ମାତ୍ରାରେ କରିବା ଉଚିତ। ଏହି ଦିନେ ଶରୀର ଅତ୍ୟନ୍ତ ଗରମ ରୁହେ, ତେଣୁ ଏସବୁ ସହଜରେ ହଜମ ହୁଏ ନାହିଁ। ଫଳରେ ପେଟ ଜନିତ ସମସ୍ୟା ଦେଖା ଦିଏ।

ତେଲ ଯୁକ୍ତ ଖାଦ୍ୟ: ଅଧିକ ତେଲ ଯୁକ୍ତ ଖାଦ୍ୟ, ଜଙ୍କ ଫୁଡ, ମସଲା ଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ଖରାଦିନ ଏସବୁ ଖାଦ୍ୟ ଜମାରୁ ବି ଖାଇବା ଉଚିତ ନୁହେଁ। ଏଭଳି ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀରକୁ ଗରମ କରିଦିଏ। ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡେ।

ଡ୍ରାଏ ଫ୍ରୁଟ: ବାଦାମ, ପିସ୍ତା, କିସମିସ୍, ଖଜୁର ଆଦିରେ ଭରପୁର ପୁଷ୍ଟିକର ତତ୍ୱ ରହିଛି। ତେବେ ଗରମ ଦିନେ ଏହାକୁ ବୁଝି ବିଚାରି ଖାଇବା ଉଚିତ। କାରଣ ଡ୍ରାଏ ଫ୍ରୁଟସ୍ ମଧ୍ୟ ଶରୀରକୁ ଭିତରୁ ଗରମ କରିଦିଏ। ତେଣୁ ଖରାଦିନେ ଏହାକୁ କମ୍‌ ମାତ୍ରାରେ ଖାଇବା ଉଚିତ।

ଅତ୍ୟଧିକ ଚା’ କିମ୍ବା କଫି: ଅଧିକାଂଶ ଲୋକଙ୍କ ଚା’ କିମ୍ବା କଫି ବିନା ଦିନ ଆରମ୍ଭ ହୁଏ ନାହିଁ। ଯଦି ଆପଣଙ୍କୁ ମଧ୍ୟ ଏସବୁ ଜିନିଷର ଅଭ୍ୟାସ ରହିଛି ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ଗରମ ଦିନେ କଫି କିମ୍ବା ଚା’ ଡିହାଇଡ୍ରେସନର ସମସ୍ୟା ବଢ଼ାଇ ଦିଏ। ଚା’ କିମ୍ବା କଫି ବଦଳରେ ଆପଣ ଚାହିଁଲେ ଗ୍ରୀନ୍ ଟି’ ପଇପାରିବେ ।

ଆମ୍ବ: ସମସ୍ତ ଫଳର ରାଜା ହେଉଛି ଆମ୍ବ। ଗରମ ଦିନେ ଅଧିକାଂଶ ଲୋକେ ଆମ୍ବ ଖାଇବା ପାଇଁ ପସନ୍ଦ କରନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଅଧିକ ଆମ୍ବ ଖାଇବା ଦ୍ୱାରା ପେଟ ଖରାପ ହେବା, ଡାଇରିଆ ତଥା ମୁଣ୍ଡା ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏଥିପାଇଁ ଗ୍ରୀଷ୍ମ ଦିନେ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ।

 

The post ସମର୍‌ ଡାଏଟ୍: ଏହି ସବୁ ଖାଦ୍ୟକୁ କୁହନ୍ତୁ ନା’ appeared first on Odisha Reporter.

]]>
left bottom, lifestyle 2021-03-13 16:53:36 https://cdn.odishareporter.in/wp-content/uploads/2021/03/13160122/SUMMER-FOOD.jpg
ଆପଣ କିଡନୀ ରୋଗୀ କି? ଜାଣି ରଖନ୍ତୁ କେଉଁ ଖାଦ୍ୟକୁ କହିବେ ନା https://odishareporter.in/life-style/health/foods-that-are-dangerous-for-kidney-626143 Thu, 11 Mar 2021 06:34:19 +0000 https://odishareporter.in/?p=626143

ନୂଆଦିଲ୍ଲୀ: ଶରୀର ହିଁ ସମ୍ପଦ। ଶରୀରକୁ ସୁସ୍ଥ ରଖିବାକୁ ପୋଷଣଯୁକ୍ତ ଖାଦ୍ୟ ସଠିକ୍‌ ମାତ୍ରାରେ ଖାଇବା ଉଚିତ। ଏବେ ପ୍ରାୟତଃ ସମସ୍ତେ ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିଯାଉଥିବା ବେଳେ ଶରୀର ଯତ୍ନ ନେବା କଥା ପ୍ରାୟତଃ ଭୁଲି ଯାଉଛନ୍ତି। ଏଥିରେ ଢିଲାପଣ ଯୋଗୁ ବିଭିନ୍ନ ପ୍ରକାର ରୋଗ  ମାଡ଼ି ବସୁଛି।  ଏଥିନିମନ୍ତେ ସଠିକ୍‌ ଭାବେ ନିଜ ଖାଦ୍ୟପେୟର ଯତ୍ନ ନେଲେ ହିଁ ଶରୀରର ସବୁ ଅଙ୍ଗ ଠିକ୍‌ ଭାବେ କାମ କରେ। କିଡନୀ ଶରୀରର ଏକ […]

The post ଆପଣ କିଡନୀ ରୋଗୀ କି? ଜାଣି ରଖନ୍ତୁ କେଉଁ ଖାଦ୍ୟକୁ କହିବେ ନା appeared first on Odisha Reporter.

]]>

ନୂଆଦିଲ୍ଲୀ: ଶରୀର ହିଁ ସମ୍ପଦ। ଶରୀରକୁ ସୁସ୍ଥ ରଖିବାକୁ ପୋଷଣଯୁକ୍ତ ଖାଦ୍ୟ ସଠିକ୍‌ ମାତ୍ରାରେ ଖାଇବା ଉଚିତ। ଏବେ ପ୍ରାୟତଃ ସମସ୍ତେ ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିଯାଉଥିବା ବେଳେ ଶରୀର ଯତ୍ନ ନେବା କଥା ପ୍ରାୟତଃ ଭୁଲି ଯାଉଛନ୍ତି। ଏଥିରେ ଢିଲାପଣ ଯୋଗୁ ବିଭିନ୍ନ ପ୍ରକାର ରୋଗ  ମାଡ଼ି ବସୁଛି।  ଏଥିନିମନ୍ତେ ସଠିକ୍‌ ଭାବେ ନିଜ ଖାଦ୍ୟପେୟର ଯତ୍ନ ନେଲେ ହିଁ ଶରୀରର ସବୁ ଅଙ୍ଗ ଠିକ୍‌ ଭାବେ କାମ କରେ।

କିଡନୀ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ। ଏହା ଶରୀରର ବର୍ଜ୍ୟବସ୍ତ ବାହାର କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଯାହାର କିଡନୀ ଖରାପ ହେବାର ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ସେ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିଲେ ବହୁ ବଡ଼ ସମସ୍ୟାରୁ ବର୍ତ୍ତି ପାରନ୍ତି।  କିନ୍ତୁ କିଛି ଲୋକଙ୍କୁ କିଡନୀ ଖରାପ ହେବା ସମ୍ପର୍କୀତ  ସୂଚନା ପ୍ରାୟତଃ ଶେଷରେ ଜଣାପଡ଼ିଥାଏ। ଫଳରେ ଡାୟଲିସିସି ହିଁ ଏକମାତ୍ର ବାଟ ରହିଯାଏ।

କିଡ଼ନୀ ଖରାପ ହେଲେ ଖାଦ୍ୟପେୟରେ ଲାଗୁ ହୋଇଯାଏ ବହୁ କଟକଣା। ଏପରି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ମାନ ଚଳିବା ଅନୁଯାୟୀ, କିଛି ଖାଦ୍ୟପେୟ ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ପଡ଼ିଥାଏ। ଆଜି ବିଶ୍ୱ କିଡ଼ନୀ ଦିବସ ଅବସରରେ ଆସନ୍ତୁ ଜାଣିବା କିପରି ନିଜ କିଡ଼ନୀର ଯତ୍ନ ନେବା।  କେଉଁ ଖାଦ୍ୟକୁ ହଁ ଆଉ କାହାକୁ ନା କହିବା।

-ଫଳ ମଧ୍ୟରେ ଆବୋକାଡୋ ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ମାତ୍ର  ଏଥିରେ ପୋଟାସିୟମ ମାତ୍ରା ଅଧିକ ଥିବାରୁ କିଡନୀ ରୋଗୀଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ। ଏକ କପ୍‌ ଆବୋକାଡୋରେ ୩୭ ପ୍ରତିଶତ ପୋଟାସିୟମ ରହିଥାଏ।

-କଦଳୀରେ  ପୋଟାସିୟମ ଭରପୂର ମାତ୍ରାରେ ଥାଏ। ତେଣୁ କିଡନୀ ରୋଗୀ ଏହାକୁ ନା କହିବା ଦରକାର। ଏହା ବଦଳରେ ଆପଣ ସପୁରୀ ଖାଇପାରିବେ।

– କିଡନୀ ରୋଗୀ ବଜାରରେ ମିଳୁଥିବା ଯେକୌଣସି ବ୍ରେଡ ଖାଇବା ଆଗରୁ ଥରଟେ ଭାବି ନିଅନ୍ତୁ।  ସେମାନେ କମ୍‌ ସୋଡିୟମଯୁକ୍ତ ବ୍ରେଡ ଖାଇପାରିବେ।

 

– ବ୍ରାଉନ୍‌ ରାଇସ୍‌ରେ ବହୁ ମାତ୍ରାରେ ପୋଟାସିୟମ ଓ ଫସଫରସ ଥାଏ। ତେଣୁ କିଡନୀ ରୋଗୀ ଧଳା ଚାଉଳରୁ ପ୍ରସ୍ତୁତ ଭାତ, ଦଲିଆ ଆଦି ଖାଇପାରିବେ।

-ଦୁଗ୍ଧଜାନୀୟ ଖାଦ୍ୟପଦାର୍ଥରେ ଫସ୍‌ଫରସ୍‌, ପୋଟାସିୟମ ଓ ପ୍ରୋଟିନ୍‌ ବହୁ ମାତ୍ରାରେ ମିଳିଥାଏ। କ୍ଷୀରରେ ବହୁ କ୍ୟାଲସିୟମ ମହଜୁଦ ଥିବା ସତ୍ତ୍ୱେ ଏଥିରେ ଭରପୂର ମାତ୍ରାରେ ଥିବା ଫସଫରସ କିଡନୀ ରୋଗୀଙ୍କ ହାଡ଼କୁ ଦୁର୍ବଳ କରିଦେଇଥାଏ।

-କମଳାରେ ପ୍ରଚର ମାତ୍ରାରେ ପୋଟାସିୟମ ଥାଏ ଯାହାକି କିଡନୀ ପାଇଁ ହାନୀକାରକ ହୋଇଥାଏ। ଅଙ୍ଗୁର, କ୍ରେନବେରୀ ଫଳ ତଥା ଏହାର ଜୁସ୍‌କୁ ଏହାର ବିକଳ୍ପ ଭାବେ ଗ୍ରହଣ କରିପାରନ୍ତି କିଡନୀ ରୋଗୀ।

-ପ୍ରୋସେସଡ ମିଟ୍‌ରେ ଲୁଣ ଓ ପ୍ରୋଟିନ ବହୁ ମାତ୍ରାରେ ମହଜୁଦ ଥାଏ। ତେଣୁ ଏହାକୁ ଖାଇବାରୁ ନିବୃତ୍ତ ରହିବା ଉଚିତ।

-ଡାର୍କ ରଙ୍ଗର ସୋଡ଼ାରେ ଉଚ୍ଚ ମାତ୍ରାରେ ଫସଫରସ ଥିବାରୁ ଏହା କିଡନୀ ପାଇଁ ବହୁ କ୍ଷତିକାରକ।

-ପ୍ୟାକେଟ୍‌ ଫୁଡ ଯେପରି ସୁପ୍‌, ପନିପରିବା ଆଦିରେ ସୋଡିୟମ ବହୁ ମାତ୍ରାରେ ମହଜୁଦ ଥାଏ।  ଏହାକୁ ଖାଇବା କିଡନୀ ରୋଗୀଙ୍କ ପାଇଁ ଘାତକ  ସାବ୍ୟସ୍ତ ହୋଇପାରେ। ତେଣୁ ଆପଣ କିଡନୀଜନିତ ସମସ୍ୟା ଭୋଗୁଥିଲେ ନିଜ ଖାଦ୍ରପେୟରେ ସତର୍କତା ଅବଲମ୍ବନ କରନ୍ତୁ।

The post ଆପଣ କିଡନୀ ରୋଗୀ କି? ଜାଣି ରଖନ୍ତୁ କେଉଁ ଖାଦ୍ୟକୁ କହିବେ ନା appeared first on Odisha Reporter.

]]>
left bottom 2021-03-11 13:02:57 https://cdn.odishareporter.in/wp-content/uploads/2021/03/11115752/dood.jpg
ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କାଜୁ! https://odishareporter.in/life-style/health/side-effects-of-cashew-623690 Mon, 01 Mar 2021 11:05:36 +0000 https://odishareporter.in/?p=623690

ଡ୍ରାଏ ଫ୍ରୁଟସ୍ ତଥା କାଜୁ ଖାଇବା ସମସ୍ତଙ୍କୁ ପସନ୍ଦ। ଏହାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗେ। କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଯଦି ଆପଣଙ୍କର କାଜୁ ଖାଇବା ସଉକ ଥାଏ ତେବେ ସାବଧାନ ହୋଇଯା’ନ୍ତୁ। ଅଧିକ କାଜୁ ଖାଇବା ଦ୍ୱାରା ଓଜନ ବଢ଼ିବା ସହ କିଡନୀ ଏବଂ ହୃଦୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ […]

The post ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କାଜୁ! appeared first on Odisha Reporter.

]]>

ଡ୍ରାଏ ଫ୍ରୁଟସ୍ ତଥା କାଜୁ ଖାଇବା ସମସ୍ତଙ୍କୁ ପସନ୍ଦ। ଏହାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗେ। କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଯଦି ଆପଣଙ୍କର କାଜୁ ଖାଇବା ସଉକ ଥାଏ ତେବେ ସାବଧାନ ହୋଇଯା’ନ୍ତୁ। ଅଧିକ କାଜୁ ଖାଇବା ଦ୍ୱାରା ଓଜନ ବଢ଼ିବା ସହ କିଡନୀ ଏବଂ ହୃଦୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ କାଜୁ ଖାଇବା ଦ୍ୱାରା ଆଉ କ’ଣ କ’ଣ ସବୁ କ୍ଷତି ହୁଏ ଆସନ୍ତୁ ଜାଣିବା।

  • ଯଦି ଆପଣଙ୍କର ସାଧାରଣତ ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ୍ ସମସ୍ୟା ଥାଏ ତେବେ କାଜୁ ବାଦାମଠାରୁ ଦୂରଇ ରୁହନ୍ତୁ । କାଜୁରେ ଆମିନୋ ଏସିଡ୍ ଟାଇରାମାଇନ୍ ଏବଂ ଫେନିଲେଥାଇଲାମାଇନ୍ ଥାଏ, ଯାହା ଆପଣଙ୍କ ମୁଣ୍ଡବିନ୍ଧାକୁ ଅନେକ ଥର ବଢ଼ାଇପାରେ।
  • କାଜୁ ଏକ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ। ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବଢ଼ିବା ସହ ଆପଣ ମୋଟାପଣର ଶିକାର ହୋଇପାରନ୍ତି। ତେଣୁ କାଜୁକୁ ଅତି ସୀମିତ ପରିମାଣରେ ଖାଇବା ଉଚିତ। ପ୍ରାୟ ୩୦ ଗ୍ରାମ କାଜୁରେ ୧୬୩ କ୍ୟାଲୋରୀ ଏବଂ ୧୩.୧ ଚର୍ବି ଥାଏ | ଯଦି ଆପଣ ନିୟମିତ କିମ୍ବା ଅଧିକ ପରିମାଣରେ କାଜୁ ଖାଉଛନ୍ତି ତେବେ ଆପଣଙ୍କର ଓଜନ ହ୍ରାସ କରିବା ଲକ୍ଷ୍ୟ କେବେ ବି ପୂରଣ ହୋଇପାରିବ ନାହିଁ।
  • ଅଧିକ ପରିମାଣରେ କାଜୁ ଖାଇବା ଦ୍ୱାରା ଧୀରେ ଧୀରେ ଶରୀରରେ ଔଷଧ ମଧ୍ୟ  କାମ କରେ ନାହିଁ। ୩ ରୁ ୪ଟି କାଜୁରେ ୮୨.୫mg ମ୍ୟାଗ୍ନେସିୟମ୍ ଥାଏ । ଏହି ମ୍ୟାଗ୍ନେସିୟମ୍ ଆପଣ ଖାଉଥିବା ଡାଇବେଟିସ୍, ଥାଇରଏଡ୍, ମୂତ୍ର ସମ୍ବନ୍ଧୀୟ  ଏବଂ ଆର୍ଥ୍ରାଇଟିସ୍ ଔଷଧ ଉପରେ ପ୍ରଭାବ ପକାଇଥାଏ।
  • ଉଚ୍ଚ ରକ୍ତଚାପରେ ପୀଡିତ ଥିବା ବ୍ୟକ୍ତି ଭୁଲ୍‌ରେ ବି କାଜୁ ଖାଇବା ଉଚିତ ନୁହେଁ। କାଜୁରେ ଅଧିକ ମାତ୍ରାରେ ସୋଡିଅମ ରହିଛି, ଯାହା ରକ୍ତଚାପକୁ ବଢ଼ାଇବାରେ କାମ କରେ। କେବଳ ସେତିକି ନୁହେଁ ଅଧିକ କାଜୁ ଖାଇବା ଦ୍ୱାରା କିଡନୀ ଏବଂ ହୃଦୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ।

The post ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କାଜୁ! appeared first on Odisha Reporter.

]]>
left bottom, lifestyle 2021-03-04 11:11:59 https://cdn.odishareporter.in/wp-content/uploads/2021/03/01163412/cashew.jpg
ଲୋ’ ବ୍ଲଡପ୍ରେସର ଥିଲେ କ’ଣ ଖାଇବେ https://odishareporter.in/life-style/health/foods-for-low-blood-pressure-623340 Sun, 28 Feb 2021 08:58:06 +0000 https://odishareporter.in/?p=623340

ଲୋ ବ୍ଲଡପ୍ରେସର ଏକ ଏଭଳି ସ୍ଥିତି ଯେଉଁଠି ବ୍ୟକ୍ତିଙ୍କ ରକ୍ତଚାପ ସ୍ତର ହଠାତ କମିଯାଏ। ଏହା ସାଧାରଣ କଥା କିନ୍ତୁ ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହା ବେଳେ ବେଳେ ମାରାତ୍ମକ ସାଜିପାରେ। ଲୋ ବ୍ଲଡପ୍ରେସର ବା କମ ରକ୍ତଚାପର ଆଉ ଏକ କାରଣ ଆପଣଙ୍କ ଖାଦ୍ୟ ମଧ୍ୟ ହୋଇପାରେ। ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ଯାହା ସବୁ ଖା’ନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ, ହୃଦୟ ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ତେଣୁ ରକ୍ତଚାପଠାରୁ […]

The post ଲୋ’ ବ୍ଲଡପ୍ରେସର ଥିଲେ କ’ଣ ଖାଇବେ appeared first on Odisha Reporter.

]]>

ଲୋ ବ୍ଲଡପ୍ରେସର ଏକ ଏଭଳି ସ୍ଥିତି ଯେଉଁଠି ବ୍ୟକ୍ତିଙ୍କ ରକ୍ତଚାପ ସ୍ତର ହଠାତ କମିଯାଏ। ଏହା ସାଧାରଣ କଥା କିନ୍ତୁ ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହା ବେଳେ ବେଳେ ମାରାତ୍ମକ ସାଜିପାରେ। ଲୋ ବ୍ଲଡପ୍ରେସର ବା କମ ରକ୍ତଚାପର ଆଉ ଏକ କାରଣ ଆପଣଙ୍କ ଖାଦ୍ୟ ମଧ୍ୟ ହୋଇପାରେ। ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ଯାହା ସବୁ ଖା’ନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ, ହୃଦୟ ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ତେଣୁ ରକ୍ତଚାପଠାରୁ ଦୂରେଇ ରହିବା ପାଇଁ ବିଶେଷ ରୂପେ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ଲୋ’ ବ୍ଲଡପ୍ରେସର ଥିଲେ କ’ଣ ସବୁ ଖାଇବା ଉଚିତ।

ଅଣ୍ଡା: ଅଣ୍ଡା ଅନେକ ସମସ୍ୟାର ବିକଳ୍ପ, କିନ୍ତୁ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଏହା ସବୁଠୁ ଭଲ ଆହର। ଏଥିରେ ଥିବା ଭିଟାମିନ ବି-୧୨ ନାଲି ରକ୍ତ କଣିକା ସୃଷ୍ଟି କରିବାରେ ସହାୟକ ହୁଏ। ଲୋ-ବିପି ଭଳି ସ୍ଥିତିରେ ଭିଟାମିନ ବି-୧୨ ଯୁକ୍ତ ଖାଦ୍ୟ ଖାଇବା ଉଚିତ।

ଡାର୍କ ଚକୋଲେଟ: ଯେତେବେଳେ ଆପଣଙ୍କ ରକ୍ତଚାପ କମ ଥିବା ଅନୁଭବ କରନ୍ତି ସେତେବେଳେ ସଙ୍ଗେସଙ୍ଗେ ଡାର୍କ ଚକୋଲେଟ ଖାଇପାରିବେ। ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିପାରିବ। ଏଥିରେ ଫ୍ଲାଭାନୋଲ ନାମକ ଏକ ରାସାୟନିକ ପଦାର୍ଥ ଥାଏ, ଯାହା ଶରୀରର ଓଜନ ଏବଂ ଚର୍ବି ସ୍ତରକୁ ପରିବର୍ତ୍ତନ ନକରି  ବିପିକୁ କଣ୍ଟ୍ରୋଲ କରିବାରେ କ୍ଷମତା ରଖିଥାଏ।

ଅଙ୍ଗୁର ଜୁସ୍: ରକ୍ତଚାପ ଚିକିତ୍ସାରେ ଅଙ୍ଗୁର ଜୁସର ପ୍ରୟୋଗ ବେଶ ପ୍ରବାଶାଳୀ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କୌଣସି ବି ସ୍ଥିତିରେ ଯଦି ବ୍ଲଡପ୍ରେସର କମ୍ ହୋଇଯାଏ, ତେବେ ଏକ ଗ୍ଲାସ ଅଙ୍ଗୁର ଜୁସ୍ ପିଇଲେ ଶୀଘ୍ର ଆରାମ ମିଳିବ। ଅଙ୍ଗୁର ରସରେ ମିଳୁଥିବା ପୋଟାସିୟମ୍ ରକ୍ତ କଣିକାକୁ ଆରାମ ଦେଇ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

ତରଳ ପଦାର୍ଥ: ରକ୍ତଚାପ ରୋଗୀମାନେ ଯେତେ ସମ୍ଭବ ସେତେ ତରଳ ଯୁକ୍ତ ଖାଦ୍ୟ ତଥା ପାଣି ପିଇବା ଉଚିତ। ଶରୀରରେ ପାଣିର ମାତ୍ରା କମ ହେବା ଫଳରେ ରକ୍ତ ଅଭାବ ଦେଖା ଦେଇଥାଏ। ତେଣୁ ହାଇଡ୍ରେଟେଡ୍ ରହିବା ଅତ୍ୟନ୍ତ ଜରୁରୀ। ଡାକ୍ତରମାନେ ଏପରି ରୋଗୀଙ୍କୁ ଦିନସାରା ଅତି କମରେ ଦୁଇ ଲିଟର ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ପାଣି ବ୍ୟତୀତ ଆପଣ ଫଳ ରସ, ଲସି, ନଡିଆ ପାଣି, ଅଙ୍ଗୁର ଏବଂ ତରଭୁଜ ମଧ୍ୟ ଖାଇପାରିବେ।

ପନିର: ଅପଣଙ୍କୁ ପନିର ଖାଇବା ପସନ୍ଦ ଥାଉ କିମ୍ବା ନଥାଉ, ଯଦି ଲୋ ବ୍ଲଡପ୍ରେସର ଶିକାର ହୋଇଥାନ୍ତି ତେବ ଏହା ଖାଇବା ଦ୍ୱାରା ଆପଣଙ୍କୁ ବହୁତ କିଛି ସାହାଯ୍ୟ ମଳିବ। ଲୋ’ ବିପିର ସମସ୍ୟା ଥିଲେ ଡାକ୍ତରମାନେ ଲୁଣ ଭଳି ପନିର ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥା’ନ୍ତି।

ଚିନି ଯୁକ୍ତ ଖାଦ୍ୟ: ଲୋ’ ବ୍ଲଡ ପ୍ରେସର ଥିବା ରୋଗୀ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ କିମ୍ବା କୋଲ୍ଡ ଡ୍ରିଙ୍କ ସେବନ କରିବା ଉଚିତ। ଯଦି ହଠାତ ରକ୍ତଚାପ କମି ଯାଉଛି ତେବେ ସେହି ସମୟରେ ଏଭଳି କିଛି ଖାଦ୍ୟ ଖାଇବା ଦ୍ୱାରା ଆରାମ ମିଳିଥାଏ। ଆପଣ ଚାହିଁଲେ କେଫିନ ଯୁକ୍ତ ଖାଦ୍ୟ ତଥା ଚା’ କିମ୍ବା କଫି ମଧ୍ୟ ପିଇ ପାରିବେ।

The post ଲୋ’ ବ୍ଲଡପ୍ରେସର ଥିଲେ କ’ଣ ଖାଇବେ appeared first on Odisha Reporter.

]]>
left bottom, lifestyle 2021-02-28 14:28:06 https://cdn.odishareporter.in/wp-content/uploads/2021/02/28142348/Low-Blood-Pressure.jpg
ଏହି ମାଛ ଖାଇଲେ ଦୂରେଇ ଯିବ ସାଙ୍ଘାତିକ ରୋଗ https://odishareporter.in/life-style/health/incredible-benefits-of-eating-salmon-fish-622415 Thu, 25 Feb 2021 06:30:59 +0000 https://odishareporter.in/?p=622415

ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସପ୍ତାହରେ ଅତିକମରେ ୨ଥର ମାଛ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି।  ସୁସ୍ଥ ରହିବା ପାଇଁ ଖାଦ୍ୟରେ ଅଧିକରୁ ଅଧିକ ମାଛ ସାମିଲ କରିବା ଉଚିତ୍ । କାରଣ ମାଛରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସିୟନ ଥାଏ । ଏହାସହିତ ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ ଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ବଜାରରେ ବିଭିନ୍ନ ପ୍ରକାରର ମାଛ ମିଳେ। […]

The post ଏହି ମାଛ ଖାଇଲେ ଦୂରେଇ ଯିବ ସାଙ୍ଘାତିକ ରୋଗ appeared first on Odisha Reporter.

]]>

ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସପ୍ତାହରେ ଅତିକମରେ ୨ଥର ମାଛ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି।  ସୁସ୍ଥ ରହିବା ପାଇଁ ଖାଦ୍ୟରେ ଅଧିକରୁ ଅଧିକ ମାଛ ସାମିଲ କରିବା ଉଚିତ୍ । କାରଣ ମାଛରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସିୟନ ଥାଏ । ଏହାସହିତ ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ ଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ।

ବଜାରରେ ବିଭିନ୍ନ ପ୍ରକାରର ମାଛ ମିଳେ। ସେଥିରୁ ମଧ୍ୟରୁ ଗୋଟିଏ ହେଉଛି ସାଲମନ ମାଛ। ଏହା ଏକ ସି’ ଫୁଡ୍ । ଡାକ୍ତରମାନେ ଅଧିକ ମାତ୍ରାରେ ଏହି ମାଛ ଖାଇବା ପାଇଁ ପରାମର୍ଶ ଦିଅନ୍ତି। କାରଣ ଅନ୍ୟ ମାଛ ତୁଳନାରେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ। ଏହା ଶରୀରକୁ ସୁସ୍ଥ ରଖିବା ସହ ସାଙ୍ଘାତିକ ରୋଗ ଠାରୁ ମଧ୍ୟ ଦୂରେଇ ରଖେ। ତେବେ ସାଲମନ ମାଛ ଖାଇଲେ ଆଉ କ’ଣ ସବୁ ଫାଇଦା ମିଳେ ଆସନ୍ତୁ ଜାଣିବା ।

  • ଓମେଗା-୩ ଫ୍ୟାଟି ଏସିଡର ଏକ ଭଲ ସ୍ରୋତ ହେଉଛି ସାଲମନ ମାଛ। ଓମେଗା ୩ ଫ୍ୟାଟି ଏସିଡ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ଚକ୍ଷୁ ରୋଗ, ରିମାଟଏଡ୍, ଆର୍ଥାରାଇଟିସ୍ ତଥା ଆମ ମସ୍ତିଷ୍କକୁ ସୁସ୍ଥ ରଖିବା କାମ କରେ।
  • ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଏହି ମାଛରେ ପ୍ରୋଟିନ୍  ଅଧିକ ମାତ୍ରାରେ ରହିଛି ଯେଉଁଥି ପାଇଁ ଶରୀରରେ ମୋଟାବଲିଜିମ୍ ସ୍ତର ବଢ଼ିଥାଏ । ଏଥିପାଇଁ ନିୟମିତ ରୂପେ ଭୋଜନରେ ସାଲମନ ମାଛ ସାମିଲ କରିବା ଉଚିତ।
  • ୧୦୦ ଗ୍ରାମ ସାଲମନ ମାଛରେ ପ୍ରାୟ ୨୦ ଗ୍ରାମ ପ୍ରୋଟିନ ଥାଏ। ଏହି ମାଛ ଖାଇବା ଦ୍ୱାରା ଆମ ଶରୀରର ସୁସ୍ଥ ଭାବେ ସଂଚାଳିତ ହେବା ସହ ମାଂସପେଶୀ ମଧ୍ୟ ମଜଭୁତ ରୁହେ।
  • ସାଲମନ ମାଛରେ ଟ୍ରାଇପଟୋଫାନ୍ ନାମକ ଏକ ଆମିନୋ ଏସିଡ୍ ଥାଏ । ଆମେରିକାର ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଯେତେବେଳେ ଏହି ଏସିଡ୍ ଶରୀରରେ ଉତ୍ପନ୍ନ ହୁଏ ନାହିଁ, ସେତେବେଳେ ଏହା ଖାଦ୍ୟ ଦ୍ୱାରା ପୂରଣ ହୁଏ । ଟ୍ରାଇପଟୋଫାନ୍ ଶରୀରକୁ ମେଲାଟୋନିନ୍ ଏବଂ ସେରାଟୋନିନ୍ ପରି ହରମୋନ୍ ତିଆରି କରିବାରେ ସାହାଯ୍ୟ କରେ। ମଣିଷର ମନ ପରିବର୍ତ୍ତନ ଏବଂ ଶୋଇବା ଓ ଉଠିବା ଚକ୍ର ଏହି ହରମୋନ୍ ଉପରେ ନିର୍ଭର କରେ।
  • ଯଦି ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥାଏ, ତା’ହେଲେ ଆପଣ ନିଜ ଖାଦ୍ୟରେ ସାଲମନ ମାଛକୁ ନିଶ୍ଚିତ ରୂପେ ସାମିଲ କରନ୍ତୁ। ଏହି ମାଛ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍-ଏ’ କେବଳ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ତାହା ନୁହେଁ ବରଂ ଏହା ପ୍ରଜନନ ପ୍ରକ୍ରିୟା ଏବଂ ଆଖି ପାଇଁ ମଧ୍ୟ ବେଶ ଲାଭଦାୟକ ଅଟେ।
  • ସାଲମନ ମାଛରେ ଥିବା ଭିଟାମିନ ବି-୧୨ ଥକାପଣ, ପେଟ ସମ୍ବନ୍ଧୀୟ ରୋଗ, ଭୋକ ନ ହେବା ଆଦି ସମସ୍ୟାକୁ ଦୂର କରିଥାଏ। କେବଳ ସେତିକି ନୁହେଁ ଏହି ମାଛରେ ଥିବା ଭିଟାମିନ ବି-୩ ଆମେ ଖାଉଥିବା ଖାଦ୍ୟକୁ ଶକ୍ତିରେ ମଧ୍ୟ ପରିଣତ କରିବା କାମ କରିଥାଏ।
  • ସାଲମନ ମାଛରେ ସେଲନିୟମ ନାମକ ଇମ୍ୟୁନ ବୁଷ୍ଟିଂ ନ୍ୟୁଟ୍ରିଏଣ୍ଟ ଥାଏ। ସେଲେନିୟମ ଯୁକ୍ତ ଖାଦ୍ୟରୁ ଆମ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହା ଥାଇରଏଡ୍ ଭଳି ରୋଗକୁ ଦୂର କରିଥାଏ। ହରମୋନ୍ ମେଟାବୋଲିଜିମ୍, ପ୍ରଜନନ ଏବଂ DNA ସିନ୍ଥେସିସ୍ ପାଇଁ ମଧ୍ୟ ଏହା ଭଲ ।
  • ଏହି ମାଛ ଖାଇବା ଦ୍ୱାରା ହୃଦରୋଗ ଆଶଙ୍କା କମ ରହିଥାଏ । ଏହା ହାର୍ଟକୁ ମଜବୁତ ରଖେ। ଏହାବ୍ୟତୀତ ମସ୍ତିସ୍କ ଦୃତ ଗତିରେ କାମ କରିବା ସହ ଅଲଜାଇମର ରୋଗ ମଧ୍ୟ ହୋଇନଥାଏ । ଏହାବ୍ୟତିତ କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶାଙ୍କ ମଧ୍ୟ କମ ହୋଇଥାଏ।

The post ଏହି ମାଛ ଖାଇଲେ ଦୂରେଇ ଯିବ ସାଙ୍ଘାତିକ ରୋଗ appeared first on Odisha Reporter.

]]>
left bottom, lifestyle 2021-03-04 11:10:00 https://cdn.odishareporter.in/wp-content/uploads/2021/02/25115902/salmon-fish.jpg
ଡାଏଟିଂରେ ଥିଲେ ଏହି ସବୁ ଫଳ ଠାରୁ ଦୂରେଇ ରୁହନ୍ତୁ https://odishareporter.in/life-style/health/list-of-foods-not-to-eat-when-trying-to-lose-weight-620605 Fri, 19 Feb 2021 12:35:15 +0000 https://odishareporter.in/?p=620605

ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ ଯୁକ୍ତ ଖାଦ୍ୟ ଛାଡି ଫଳ ଖାଇବା ଆରମ୍ଭ କରିଦିଅନ୍ତି  ଏବଂ ଭାବନ୍ତି ଯେ ଫଳ ଖାଇଲେ ଓଜନ କମିଯିବ ବୋଲି। କିନ୍ତୁ ଫଳ ଖାଇଲେ ମଧ୍ୟ ଓଜନ କମେ ନାହିଁ। କାରଣ ଅଧିକାଂଶ ଫଳରେ କ୍ୟାଲୋରୀର […]

The post ଡାଏଟିଂରେ ଥିଲେ ଏହି ସବୁ ଫଳ ଠାରୁ ଦୂରେଇ ରୁହନ୍ତୁ appeared first on Odisha Reporter.

]]>

ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ ଯୁକ୍ତ ଖାଦ୍ୟ ଛାଡି ଫଳ ଖାଇବା ଆରମ୍ଭ କରିଦିଅନ୍ତି  ଏବଂ ଭାବନ୍ତି ଯେ ଫଳ ଖାଇଲେ ଓଜନ କମିଯିବ ବୋଲି। କିନ୍ତୁ ଫଳ ଖାଇଲେ ମଧ୍ୟ ଓଜନ କମେ ନାହିଁ। କାରଣ ଅଧିକାଂଶ ଫଳରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ, ତେଣୁ ଓଜନ କମିବା ବଦଳରେ ବଢ଼ିବାକୁ ଲାଗେ। ତେଣୁ ଡାଏଟିଂ କରିବା ବେଳେ କେଉଁ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣିବା

କଦଳୀ: କଦଳୀକୁ ଏକ ସୁପରଫୁଡ୍ ବୋଲି କୁହାଯାଏ । କିନ୍ତୁ ଏହା ଏକ ଏଭଳି ଫଳ, ଯାହାକୁ ଆପଣ ଅଧିକ ମାତ୍ରାରେ ଖାଇପାରିବେ ନାହିଁ। କଦଳୀରେ କ୍ୟାଲୋରୀ ଭରପୁର ମାତ୍ରାରେ ରହିଛି। ଗୋଟିଏ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଥାଏ, ଯାହା ପ୍ରାୟ ୩୭.୫ ଗ୍ରାମ କାର୍ବୋହାଇଡ୍ରେଟ୍ ସହ ସମାନ । ତେଣୁ  ଯଦି ଆପଣ ଡାଏଟିଂରେ ରହି ପ୍ରତିଦିନ ୨ରୁ୩ଟି କଦଳୀ ଖାଉଛନ୍ତି ତେବେ ଏହା ଓଜନ କମାଇବା ବଦଳରେ ବଢ଼ାଇପାରେ। ଡାଏଟିଂ କରୁଥିବା ବ୍ୟକ୍ତି ଦିନକୁ କେବଳ ଗୋଟିଏ କଦଳୀ ଖାଇବା ଉଚିତ।

ଅଙ୍ଗୁର: ସ୍ୱାସ୍ଥ୍ୟ ପାଇଁ ଭଲ ଅଙ୍ଗୁର। କିନ୍ତୁ ଏଥିରେ ଅଧିକମାତ୍ରାରେ ସର୍କରା ଜାତୀୟ ପଦାର୍ଥ ରହିଛି, ଯାହା ଓଜନ ବଢ଼ାଇବା କାମ କରେ। ୧୦୦ ଗ୍ରାମ ଅଙ୍ଗୁରରେ ୬୭ କ୍ୟାଲୋରୀ ଏବଂ ୧୬ ଗ୍ରାମ ଚିନି ଅଛି।  ଯଦି ଆପଣ ଏହାକୁ ନିୟମିତ ରୂପେ ଖାଉଛନ୍ତି ତେବେ ଓଜନ ବଢ଼ିପାରେ। ତେଣୁ ଆପଣ ଯଦି ଡାଏଟିଂରେ ଅଛନ୍ତି ତା’ହେଲେ ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ।

କିସମିସ: ଡ୍ରାଏ ଫ୍ରୁଟସ ବା କିସମିସରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଛି । ଅଙ୍ଗୁର ତୁଳନାରେ ଏକ ଗ୍ରାମ କିସମିସରେ ଅଧିକ କ୍ୟାଲୋରୀ ଥାଏ ବୋଲି କୁହାଯାଉଛି। ଏକ କପ କିସମିସରେ ପାଖାପାଖି ୫୦୦ କ୍ୟାଲୋରୀ ଅଛି। ତେଣୁ ଡାଏଟିଂ କରୁଥିବା ବ୍ୟକ୍ତି କିସମିସ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ଆଭୋକାଡୋ: ଅଧିକ କ୍ୟାଲୋରୀ ଯୁକ୍ତ ଫଳ ମଧ୍ୟରୁ ଗୋଟିଏ ହେଉଛି ଆଭୋକାଡୋ। ୧୦୦ ଗ୍ରାମ ଆଭୋକାଡୋରେ ପ୍ରାୟ ୧୬୦ କ୍ୟାଲୋରୀ ଥାଏ। ଏହାକୁ ଅଧିକ ଖାଇଲେ ଓଜନ ବଢ଼ିପାରେ। ଆପଣ ଚାହିଁଲେ ଏହି ଫଳକୁ କମ ମାତ୍ରାରେ ନିଜ ଡାଏଟରେ ସାମିଲ କରିପାରବେ।

ଆମ୍ବ: ଆମ୍ବକୁ ଫଳମାନଙ୍କ ରାଜା କୁହାଯାଏ। କାରଣ ଅନ୍ୟ ଫଳ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହେଉଛି ଆମ୍ବ। ଗୋଟିଏ ଖଣ୍ଡ ଆମ୍ୱରେ ୯୯ କ୍ୟାଲୋରୀ ରହିଛି, ୨୩ ଗ୍ରାମ ଚିନି ଏବଂ ୩ ଗ୍ରାମ ଫାଇବର ରହିଛି। ଯଦି ଆପଣ ଡାଏଟିଂରେ ରହି ଓଜନ ହ୍ରାସ କାରିବାକୁ ଚାହୁଁଛନ୍ତି, ତେବେ ସୀମିତ ପରିମାଣରେ ଆମ୍ବ ଖାଇବା ଭଲ।

The post ଡାଏଟିଂରେ ଥିଲେ ଏହି ସବୁ ଫଳ ଠାରୁ ଦୂରେଇ ରୁହନ୍ତୁ appeared first on Odisha Reporter.

]]>
left bottom, lifestyle 2021-02-19 18:05:15 https://cdn.odishareporter.in/wp-content/uploads/2021/02/19180430/fruis.jpg