ଘରକରଣା – Odisha Reporter https://odishareporter.in Mon, 02 Aug 2021 10:32:25 +0000 en-US hourly 1 ୬ ମାସ ଯାଏଁ ସୁରକ୍ଷିତ ରହିବ ଅଦା-ରସୁଣ ପେଷ୍ଟ, ଜାଣନ୍ତୁ କିପରି https://odishareporter.in/life-style/home/kitchen-hacks-use-these-tips-to-store-ginger-garlic-paste-663712 Mon, 02 Aug 2021 10:30:53 +0000 https://odishareporter.in/?p=663712

ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଚାହାନ୍ତି। ଏଥିପାଇଁ ଘରେ ବିଭିନ୍ନ ବଟା ମସଲା ପଡି ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି ହୁଏ। ସେହି ବଟା ମସଲା ଭିତରୁ ଗୋଟିଏ ହେଲା ଅଦା-ରସୁଣ ବଟା। ଶୀଘ୍ର ରୋଷେଇ ସାରିବା ପାଇଁ ସମେସ୍ତ ଏହି ବଟା ମସଲାକୁ ଆପଣାନ୍ତି। କିନ୍ତୁ ସଙ୍ଗେ ସଙ୍ଗେ ଅଦା-ରସୁଣ ବାଟିବା କଷ୍ଟକର। ଏଥିପାଇଁ ଅଦା-ରସୁଣ ବାଟି ଘରେ ଆଗୁଆ ରଖନ୍ତି। ତେବେ ଏହି ଅଦା-ରସୁଣ ବଟା ଘରେ ଅଧିକ ଦିନ ସୁରକ୍ଷିତ […]

The post ୬ ମାସ ଯାଏଁ ସୁରକ୍ଷିତ ରହିବ ଅଦା-ରସୁଣ ପେଷ୍ଟ, ଜାଣନ୍ତୁ କିପରି appeared first on Odisha Reporter.

]]>

ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଚାହାନ୍ତି। ଏଥିପାଇଁ ଘରେ ବିଭିନ୍ନ ବଟା ମସଲା ପଡି ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି ହୁଏ। ସେହି ବଟା ମସଲା ଭିତରୁ ଗୋଟିଏ ହେଲା ଅଦା-ରସୁଣ ବଟା। ଶୀଘ୍ର ରୋଷେଇ ସାରିବା ପାଇଁ ସମେସ୍ତ ଏହି ବଟା ମସଲାକୁ ଆପଣାନ୍ତି। କିନ୍ତୁ ସଙ୍ଗେ ସଙ୍ଗେ ଅଦା-ରସୁଣ ବାଟିବା କଷ୍ଟକର। ଏଥିପାଇଁ ଅଦା-ରସୁଣ ବାଟି ଘରେ ଆଗୁଆ ରଖନ୍ତି। ତେବେ ଏହି ଅଦା-ରସୁଣ ବଟା ଘରେ ଅଧିକ ଦିନ ସୁରକ୍ଷିତ ରୁହେନି। ଏହି ଚିନ୍ତା ଏବେ ଦୂର ହୋଇଯିବ। ଆପଣ ଚାହିଁଲେ ଏହାକୁ ୬ ମାସ ଯାଏଁ ଘରେ ସୁରକ୍ଷିତ ରଖିପାରିବେ। ତେବେ କିଭଳି, ଆସନ୍ତୁ ଜାଣିବା

– ସମାନ ମାତ୍ରାର ଅଦା ରସୁଣ ନିଅନ୍ତୁ। ଏହାପରେ ଏ ଦୁଇଟିକୁ ଭଲଭାବେ ସଫା କରି ବାଟି ଦିଅନ୍ତୁ। ବଟା ହୋଇଥିବା ଅଦା ରସୁଣ ପେଷ୍ଟକୁ ଆଇସ୍‌ ଟ୍ରେରେ ସମାନ ମାତ୍ରାରେ ପକାନ୍ତୁ। ଏହାପରେ ଆଇସ୍‌ ଟ୍ରେକୁ ପ୍ଲାଷ୍ଟିକ ଜରିରେ ଗୁଡାଇ ୧୨ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତୁ।

– ଅଦା-ରସୁଣ ପେଷ୍ଟ ଯେତେବେଳେ ବରଫ ପାଲଟିଯିବ ସେତେବେଳେ ସେହି ବରଫଗୁଡିକୁ ବହାର କରି ଏକ ପ୍ଲାଷ୍ଟିକ ବ୍ୟାଗ୍‌ରେ ପ୍ୟାକ୍‌ କରି ପୁଣି ଥରେ ଫ୍ରିଜରେ ରଖି ଦିଅନ୍ତୁ।

ଆପଣ ଯେତେବେଳେ ବ୍ୟବହାର କରିବାକୁ ଚାହିଁବେ ସେତେବେଳେ ଏଥିରୁ ଆବଶ୍ୟକ ହିସାବର ଅଦା ରସୁଣ ବଟା ବାହାର କରି ବ୍ୟବହାର କରିପାରିବେ। ଏହି ଉପାୟରେ ଆପଣ ଅଦା-ରସୁଣ ବଟାକୁ ଦୀର୍ଘ ୬ ମାସ ଯାଏଁ ଷ୍ଟୋର କରି ରଖିପାରିବେ।

– କୋବଳ ସେତିକି ନୁହେଁ କୌଣସି ଏୟାର କେଣ୍ଟନରରେ ଏହି ପେଷ୍ଟକୁ ରଖି ଏଥିରେ ୩ରୁ ୪ ଚାମଚ ଭିନେଗାର ପକାଇଦେଲ ଏହାକୁ ଆପଣ ୬ ମାସରୁ ବି ଅଧିକ ସମୟ ଯାଏଁ ବ୍ୟବହାର କରିପାରିବେ।

The post ୬ ମାସ ଯାଏଁ ସୁରକ୍ଷିତ ରହିବ ଅଦା-ରସୁଣ ପେଷ୍ଟ, ଜାଣନ୍ତୁ କିପରି appeared first on Odisha Reporter.

]]>
left bottom 2021-08-02 16:02:25 https://cdn.odishareporter.in/wp-content/uploads/2021/08/02160005/ginger-garlic-paste.jpg
ଖାଦ୍ୟରେ ଅଧିକ ଲଙ୍କା ପଡ଼ି ଯାଇଥିଲେ କ’ଣ କରିବେ? https://odishareporter.in/life-style/home/kitchen-hacks-how-to-fix-food-thats-too-spicy-660852 Thu, 22 Jul 2021 10:35:36 +0000 https://odishareporter.in/?p=660852

ଯେପରି ଖାଦ୍ୟରେ ଅଧିକ ଲୁଣ ପଡିଗଲେ ସମ୍ପୂର୍ଣ୍ଣ ଖାଦ୍ୟର ସ୍ୱାଦ ନଷ୍ଟ ହୋଇଯାଏ। ସେହିପରି ତରକାରୀରେ ଅଧିକ ଲଙ୍କା ପଡିଗଲେ ମଧ୍ୟ ତା’ର ସ୍ୱାଦ ପୁରାପୁରି ବିଗିଡିଯାଏ। ଏଭଳି ଖାଦ୍ୟକୁ କେହିବି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। ଫଳରେ ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମ ବୃଥା ହୋଇଯାଏ। ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଫିଙ୍ଗିବାକୁ ପଡିଥାଏ। ତେବେ ଆମ ପାଖରେ ଆପଣଙ୍କ ପାଇଁ ଏଭଳି କିଛି ଘରୋଇ ଟିପ୍ସ ରହିଛି ଯାହାକୁ ଆପଣାଇ ଖାଦ୍ୟର ଅତ୍ୟଧିକ ଲଙ୍କା […]

The post ଖାଦ୍ୟରେ ଅଧିକ ଲଙ୍କା ପଡ଼ି ଯାଇଥିଲେ କ’ଣ କରିବେ? appeared first on Odisha Reporter.

]]>

ଯେପରି ଖାଦ୍ୟରେ ଅଧିକ ଲୁଣ ପଡିଗଲେ ସମ୍ପୂର୍ଣ୍ଣ ଖାଦ୍ୟର ସ୍ୱାଦ ନଷ୍ଟ ହୋଇଯାଏ। ସେହିପରି ତରକାରୀରେ ଅଧିକ ଲଙ୍କା ପଡିଗଲେ ମଧ୍ୟ ତା’ର ସ୍ୱାଦ ପୁରାପୁରି ବିଗିଡିଯାଏ। ଏଭଳି ଖାଦ୍ୟକୁ କେହିବି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। ଫଳରେ ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମ ବୃଥା ହୋଇଯାଏ। ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଫିଙ୍ଗିବାକୁ ପଡିଥାଏ। ତେବେ ଆମ ପାଖରେ ଆପଣଙ୍କ ପାଇଁ ଏଭଳି କିଛି ଘରୋଇ ଟିପ୍ସ ରହିଛି ଯାହାକୁ ଆପଣାଇ ଖାଦ୍ୟର ଅତ୍ୟଧିକ ଲଙ୍କା ଅଂଶକୁ କମ୍ କରାଯାଇପାରିବ।

ଘିଅ ବା ବଟର: ଘିଅ, କ୍ରିମ୍ ଏବଂ ବଟର୍‌ରେ ପ୍ରାକୃତିକ ମିଠା ରହିଛି। ତରକାରୀର ଅତ୍ୟଧିକ ଲଙ୍କା ଅଂଶକୁ କମ୍ କରିବା ପାଇଁ ଆପଣ ଏହି ତିନୋଟି ଜିନିଷ ଭିତରୁ କୌଣସି ଗୋଟିଏକୁ ସୀମିତ ମାତ୍ରାରେ ପକାଇ ରାଗ ଅଂଶ କମ୍ କରିପାରିବେ।

ଟମାଟୋ: ଟମାଟୋ ପେଷ୍ଟ ପ୍ରସ୍ତିତ କରି ତରକାରୀରେ ପକାଇବା ଦ୍ୱାରା ସେଥିରେ ଥିବା ଅତ୍ୟଧିକ ଲଙ୍କାପଣ ଦୂର ହୋଇଯାଇଥାଏ।

ବେସନ: ଯଦି ଆପଣ ସୁଖିଲା ଭଜା ତିଆରି କରିଛନ୍ତି, ସେଥିରେ ଅଧିକ ଲଙ୍କା ପଡିଯାଇଛି। ତେବେ ତା’ର ଲଙ୍କାପଣ ଦୂର କରିବା ପାଇଁ ସେଥିରେ ବେସନକୁ ଅଳ୍ପ ଭାଜି ମିଶାଇ ଦିଅନ୍ତୁ। ଦେଖିବେ ଭଜାରୁ ଅତ୍ୟଧିକ ଲଙ୍କା ଅଂଶ କମିଯିବ ଏବଂ ଏହା ସ୍ୱାଦିଷ୍ଟ ମଧ୍ୟ ହୋଇଯିବ।

ଦହି: ତରକାରୀର ଅତ୍ୟଧିକ ଲଙ୍କା ଅଂଶ ଦୂର କରିବା ପାଇଁ ଆପଣ ଚାହିଁଲେ ଦହି ମଧ୍ୟ ବ୍ୟବହାର କରିପାରିବେ। ଅଳ୍ପ ଦହିକୁ ଭଲଭାବେ ଫେଣ୍ଟି ତରକାରୀରେ ମିଶାଇଲେ ସେଥିରେ ଥିବା ଅଧିକ ଲଙ୍କା ଅଂଶ କମିଯାଇଥାଏ।

The post ଖାଦ୍ୟରେ ଅଧିକ ଲଙ୍କା ପଡ଼ି ଯାଇଥିଲେ କ’ଣ କରିବେ? appeared first on Odisha Reporter.

]]>
left bottom 2021-07-22 16:05:36 https://cdn.odishareporter.in/wp-content/uploads/2021/07/22160432/spicy-food.jpg
ଆଳୁ-ପିଆଜ ଗଜା ହୋଇଯାଉଥିଲେ କ’ଣ କରିବେ, ଜାଣନ୍ତୁ https://odishareporter.in/life-style/home/how-to-keep-potatoes-and-onion-safe-from-getting-sprouted-655931 Sat, 03 Jul 2021 10:09:13 +0000 https://odishareporter.in/?p=655931

ସାଧାରଣତଃ ଘରେ ଆଳୁ କିମ୍ବା ପିଆଜ ରହିବା ସ୍ୱାଭାବିକ। ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ। ଘରେ ଆଉ କିଛି ଥାଉ କିମ୍ବା ନଥାଉ ଆଳୁ ପିଆଜ ନିଶ୍ଚିତ ରୂପେ ଥାଏ। ତେବେ ବେଳେ ବେଳେ ଘରେ ଅଧିକ ସମୟ ପିଆଜ ଏବଂ ଆଳୁ ରହିଗଲେ ସେଥିରେ ଗଜା ବାହାରିବାକୁ ଲାଗେ। ତେବେ ଏଥିରୁ ଆଳୁ-ପିଆଜକୁ କିଳଭି ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା। ଆଳୁକୁ ସାଧାରଣତଃ କୌଣସି ଝୁଡିରେ ଖୋଲା ନ ରଖି କାଗଜ […]

The post ଆଳୁ-ପିଆଜ ଗଜା ହୋଇଯାଉଥିଲେ କ’ଣ କରିବେ, ଜାଣନ୍ତୁ appeared first on Odisha Reporter.

]]>

ସାଧାରଣତଃ ଘରେ ଆଳୁ କିମ୍ବା ପିଆଜ ରହିବା ସ୍ୱାଭାବିକ। ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ। ଘରେ ଆଉ କିଛି ଥାଉ କିମ୍ବା ନଥାଉ ଆଳୁ ପିଆଜ ନିଶ୍ଚିତ ରୂପେ ଥାଏ। ତେବେ ବେଳେ ବେଳେ ଘରେ ଅଧିକ ସମୟ ପିଆଜ ଏବଂ ଆଳୁ ରହିଗଲେ ସେଥିରେ ଗଜା ବାହାରିବାକୁ ଲାଗେ। ତେବେ ଏଥିରୁ ଆଳୁ-ପିଆଜକୁ କିଳଭି ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା।

  • ଆଳୁକୁ ସାଧାରଣତଃ କୌଣସି ଝୁଡିରେ ଖୋଲା ନ ରଖି କାଗଜ ଲଫାପାରେ ରଖନ୍ତୁ।
  • ଆଳୁକୁ ଅନ୍ଧାରୁଆ ସ୍ଥାନ ଏବଂ ଥଣ୍ଡା ଜାଗାରେ ରଖନ୍ତୁ।
  • ଯଦି ଆଳୁ ଭିଜି ଯାଇଥାଏ ତେବେ ତାକୁ ଭଲ ଭାବେ ପୋଛି ଶୁଖାଇ ରଖନ୍ତୁ।
  • ଆପଣ ଚାହିଁଲେ ଆଳୁକୁ ଏକ ସୂତା କପଡାରେ ମଧ୍ୟ ଗୁଡାଇ ରଖିପାରିବେ।
  • ଗରମ ସ୍ଥାନରେ ଆଳୁ ଏବଂ ପିଆଜ ଷ୍ଟୋର କରି ରଖିଲେ ଖୁବଶୀଘ୍ର ଏଥିରେ ଗଜା ହୋଇଯାଇଥାଏ।
  • ପିଆଜକୁ ଖୋଲା ସ୍ଥାନରେ ରଖନ୍ତୁ, ଏଭଳି ରଖିବା ଦ୍ୱାରା ଏଥିରେ ଫଙ୍ଗସ ହେବ ନାହିଁ।
  • ଆଳୁ ଏବଂ ପିଆଜକୁ ଅନ୍ୟ ସବୁ ପରିବା ଠାରୁ ଦୂରେଇ ରଖନ୍ତୁ।
  • ସେହିପରି ଆଳୁ ଏବଂ ପିଆଜକୁ ମିଶାଇ ରଖନ୍ତୁ ନାହିଁ। ଏ ଦୁଇଟିକୁ ଭିନ୍ନ ଭିନ୍ନ ପାତ୍ରରେ ରଖନ୍ତୁ।

The post ଆଳୁ-ପିଆଜ ଗଜା ହୋଇଯାଉଥିଲେ କ’ଣ କରିବେ, ଜାଣନ୍ତୁ appeared first on Odisha Reporter.

]]>
left bottom 2021-07-03 15:42:30 https://cdn.odishareporter.in/wp-content/uploads/2021/07/03153900/potatoes.jpg
ମଶା ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ଘରେ ଲଗାନ୍ତୁ ଏହି ସବୁ ଗଛ https://odishareporter.in/life-style/home/mosquito-repellent-plants-that-keep-mosquitoes-away-628146 Thu, 18 Mar 2021 08:07:28 +0000 https://odishareporter.in/?p=628146

ଗରମ ଦିନେ ସନ୍ଧ୍ୟା ହେବା କ୍ଷଣି ମଶାର ଆତଙ୍କ ବଢ଼ିଯାଏ। ନା ବସେଇ ଦିଅନ୍ତି, ନା’ ଶୁଆଇ ଦିଅନ୍ତି। ମଶା ଲାଗି ସନ୍ଧ୍ୟା ହେବା ପରେ ଘର କବାଟ ଖୋଲିବାକୁ ମଧ୍ୟ ଭୟ ଲାଗେ। ସାଧାରଣ ରୂପେ ମଶାଠାରୁ ମୁକ୍ତି ପାଇବା ପାଇଁ ଲେକ ବଜାରରେ ମିଳୁଥିବା ମସ୍‌କିଟୋ ଧୂପ, ଲୁକ୍ୟୁଡ ଆଦିର ବ୍ୟବହାର କରିଥା’ନ୍ତି। ଏଥିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର ହୋଇଥାଏ। ଏହାକୁ ଜଳାଇବା କିମ୍ବା ଲଗାଇବା ଦ୍ୱାରା ମଶାଠାରୁ କିଛି ମାତ୍ରାରେ ମୁକ୍ତି […]

The post ମଶା ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ଘରେ ଲଗାନ୍ତୁ ଏହି ସବୁ ଗଛ appeared first on Odisha Reporter.

]]>

ଗରମ ଦିନେ ସନ୍ଧ୍ୟା ହେବା କ୍ଷଣି ମଶାର ଆତଙ୍କ ବଢ଼ିଯାଏ। ନା ବସେଇ ଦିଅନ୍ତି, ନା’ ଶୁଆଇ ଦିଅନ୍ତି। ମଶା ଲାଗି ସନ୍ଧ୍ୟା ହେବା ପରେ ଘର କବାଟ ଖୋଲିବାକୁ ମଧ୍ୟ ଭୟ ଲାଗେ। ସାଧାରଣ ରୂପେ ମଶାଠାରୁ ମୁକ୍ତି ପାଇବା ପାଇଁ ଲେକ ବଜାରରେ ମିଳୁଥିବା ମସ୍‌କିଟୋ ଧୂପ, ଲୁକ୍ୟୁଡ ଆଦିର ବ୍ୟବହାର କରିଥା’ନ୍ତି। ଏଥିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର ହୋଇଥାଏ। ଏହାକୁ ଜଳାଇବା କିମ୍ବା ଲଗାଇବା ଦ୍ୱାରା ମଶାଠାରୁ କିଛି ମାତ୍ରାରେ ମୁକ୍ତି ମିଳିଥାଏ ସତ କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

କେମିକାଲ ବଦଳରେ ମଶାକୁ ଘରୁ ଦୂରେଇବା ପାଇଁ ଚାହୁଁଥିଲେ ଆପଣ ପ୍ରକୃତିର ସାହାରା ନେଇପାରିବେ। ଏଭଳି କିଛି ଔଷଧିୟ ଏବଂ ଫୁଲ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ମଶା ଠାରୁ ମୁକ୍ତି ମିଳିପାରିବ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ

ଏହି ସବୁ ଗଛ ଲଗାଇଲେ ମଶା ଠାରୁ ମୁକ୍ତି ମିଳିପାରିବ।

ଲେମନ ଗ୍ରାସ: ସାଧାରଣତଃ ପ୍ରତ୍ୟେକ ଘରେ ଲେମନ୍‌ ଗ୍ରାମର ବ୍ୟବହାର ତା’ର ବାସ୍ନା ଯୋଗୁଁ କରାଯାଇଥାଏ। ମଶା ଦୂର କରିବା ପାଇଁ ଏହି ଲେମନ ଗ୍ରାସ ଗଛଟି ବେଶ୍‌ ଉପକାରୀ। ଏହାର ବ୍ୟବହାର ଅନେକ ମଶା ଦୂର କରିବା ଔଷଧରେ ମଧ୍ୟ ବ୍ୟବହାର କରାଯାଇଥାଏ।

ଗେଣ୍ଡୁ ଫୁଲ ଗଛ: ଗେଣ୍ଡୁ ଫୁଲ ଗଛ କେବଳ ଆପଣଙ୍କ ଘରର ବାଲକୋନୀକୁ ସୁନ୍ଦର କମରିଥାଏ ତାହା ନୁହେଁ, ଏହାର ସୁଗନ୍ଧ ମଶା ଏବଂ ବିଭିନ୍ନ ପ୍ରକାରର ଉଡନ୍ତା କୀଟକୁ ଆପଣଙ୍କ ଘରଠାରୁ ଦୂରେଇ ରଖିଥାଏ। ମଶା ଦୂର କରିବା ପାଇଁ ଗେଣ୍ଡୁ ଫୁଲ ଗଛ ବେଶ ଉପକାରୀ। ମଶାଠାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଆପଣ ନିଜ ଘରେ ଗେଣ୍ଡୁ ଗଛ ଲଗାଇପାରିବେ।

ଲାଭେଣ୍ଡର: ମଶା ଦୂର କରିବା ପାଇଁ ବଜାରରେ ମିଳୁଥିବା ମସ୍‌କିଟୋ ଲିକ୍ୟୁଡ୍‌ରେ ଲାଭେଣ୍ଡର ତେଲ ବ୍ୟବହାର କରାଯାଏ। ଏହି ଗଛକୁ ଘରେ ଲଗାଇବା ଦ୍ୱାରେ ପୁରା ଘର ବାସ୍ନାରେ ମହକି ଉଠେ । ଏଥିସହ ଲାଭେଣ୍ଡର ଗଛର ବାସ୍ନାରେ ମଶା ଘରେ ପ୍ରେବଶ କରିବା ପାଇଁ ସାହାସ ମଧ୍ୟ କରିନ୍ତି ନାହିଁ।

ରସୁଣ ଗଛ: କୁହାଯାଏ ରସୁଣ ଖାଇବା ଦ୍ୱାରା ରକ୍ତରେ ଏକ ଭିନ୍ନ ଗନ୍ଧ ସୃଷ୍ଟି ହୋଇଥାଏ, ଯାହାକୁ ମଶାମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଯଦି ଆପଣଙ୍କୁ ରସୁଣ ଖାଇବା ପସନ୍ଦ ନାହିଁ ତେବେ ନିଜ ଘରେ ଏକ ରସୁଣ ଗଛ ଲଗାନ୍ତୁ। ଏହାଦ୍ୱାରା ମଶା ଠାରୁ ନିଶ୍ଚିତ ରୂପେ ମୁକ୍ତି ମିଳିପାରିବ।

ତୁଲସୀ ଗଛ: ତୁଲସୀ ଗଛ ପରିବେଶକୁ ସଫା ରଖିବା ସହ ଛୋଟଛୋଟ କୀଟ ପତଙ୍ଗ ଏବଂ ମଶାଙ୍କୁ ମଧ୍ୟ ଘର ଠାରୁ ଦୂରେଇ ରଖେ। ଏଥିରେ ଥିବା ଔଷଧିୟ ଗୁଣ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।

ନିମ୍ବ ଗଛ: ମଶା, ମାଛି ଏବଂ ଛୋଟ ଛୋଟ କୀଟପତଙ୍ଗକୁ ଦୂର କରିବା ପାଇଁ ନିମ୍ବ ଗଛ ଲଗାଇବା ଅତ୍ୟନ୍ତ ଲାଭଦାୟକ।  ଯଦି ଆପଣଙ୍କ ଘରେ ବଗିଚା ଅଛି ତେବେ ନିଶ୍ଚିତ ରୂପେ ସେଠାରେ ଏକ ନିମ୍ବ ଗଛ ଲଗାନ୍ତୁ।  ଏହାଦ୍ୱାରା ଘର ଭିତରେ ମଶା ପ୍ରବେଶ କରିପାରିବ ନାହିଁ।

The post ମଶା ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ଘରେ ଲଗାନ୍ତୁ ଏହି ସବୁ ଗଛ appeared first on Odisha Reporter.

]]>
left bottom 2021-03-18 18:39:51 https://cdn.odishareporter.in/wp-content/uploads/2021/03/18132858/mosquito-Attack.jpg
କିଭଳି ଅଧିକ ଦିନ ସାଇତି ରଖିବେ ଅଦା-ରସୁଣ ପେଷ୍ଟ https://odishareporter.in/life-style/little-oil-and-salt-to-keep-the-ginger-garlic-paste-for-more-days-604951 Fri, 25 Dec 2020 03:01:33 +0000 https://odishareporter.in/?p=604951

ଅନେକ ଥର ଖାଦ୍ୟ ରୋଷେଇ କଲା ବେଳେ ଲଙ୍କା ଗୁଣ୍ଡ ଅଧିକ ପଡ଼ିଯାଏ । ଏହାଦ୍ୱାରା ଖାଦ୍ୟର ସ୍ୱାଦ ପୂରା ବିଗିଡ଼ି ଯାଏ। ସେହିପରି ଆମେ ଘରେ ଅଦା-ରସୁଣ ବଟାକୁ ଅଧିକ ସମୟ ରଖିବା ପାଇଁ ଫ୍ରିଜରେ ରଖିଥାଉ। କିନ୍ତୁ ସେଥିରେ ମଧ୍ୟ ତାହା ଅଧିକ ଦିନ ସତେଜ ରୁହେନି। ତେଣୁ ଅଧିକ ଲଙ୍କା ଗୁଣ୍ଡ ପଡ଼ିବା ସତ୍ତ୍ୱେ ଖାଦ୍ୟର ସ୍ୱାଦକୁ କିପରି ବଜାୟ ରଖିବେ ଓ ଅଦା-ରସୁଣ ପେଷ୍ଟକୁ କିଭଳି ଅଧିକ ଦିନ ସାଇତି ରଖିହେବ, […]

The post କିଭଳି ଅଧିକ ଦିନ ସାଇତି ରଖିବେ ଅଦା-ରସୁଣ ପେଷ୍ଟ appeared first on Odisha Reporter.

]]>

ନେକ ଥର ଖାଦ୍ୟ ରୋଷେଇ କଲା ବେଳେ ଲଙ୍କା ଗୁଣ୍ଡ ଅଧିକ ପଡ଼ିଯାଏ । ଏହାଦ୍ୱାରା ଖାଦ୍ୟର ସ୍ୱାଦ ପୂରା ବିଗିଡ଼ି ଯାଏ। ସେହିପରି ଆମେ ଘରେ ଅଦା-ରସୁଣ ବଟାକୁ ଅଧିକ ସମୟ ରଖିବା ପାଇଁ ଫ୍ରିଜରେ ରଖିଥାଉ। କିନ୍ତୁ ସେଥିରେ ମଧ୍ୟ ତାହା ଅଧିକ ଦିନ ସତେଜ ରୁହେନି। ତେଣୁ ଅଧିକ ଲଙ୍କା ଗୁଣ୍ଡ ପଡ଼ିବା ସତ୍ତ୍ୱେ ଖାଦ୍ୟର ସ୍ୱାଦକୁ କିପରି ବଜାୟ ରଖିବେ ଓ ଅଦା-ରସୁଣ ପେଷ୍ଟକୁ କିଭଳି ଅଧିକ ଦିନ ସାଇତି ରଖିହେବ, ଆସନ୍ତୁ ଜାଣିବା। ତା’ସହିତ ଏମିତି ଆଉ କିଛି ଟିପ୍ସ ଜାଣିନିଅନ୍ତୁ।

  • ଘରେ ତିଆରି ଅଦା-ରସୁଣ ଏବଂ ଲଙ୍କା ବଟାକୁ ଅଧିକ ଦିନ ରଖିବା ପାଇଁ ସେଥିରେ ୧ ଚାମଚ ଗରମ ତେଲ ଏବଂ ଲୁଣ ପକାଇ ରଖନ୍ତୁ। ଏଭଳି କରିବା ଦ୍ୱାରା ଅଦା-ରସୁଣ ପେଷ୍ଟ ଅଧିକ ସମୟ ସତେଜ ହୋଇ ରହିଥାଏ।
  • ଖାଦ୍ୟରେ ଯଦି ଅଧିକ ଲଙ୍କା ପଡ଼ିଯାଇଥାଏ, ତା’ହେଲେ ତା’ର ରାଗ ପଣ ଦୂର କରିବା ପାଇଁ ସେଥିରେ ଗୋଟିଏ ସିଝା ଆଳୁ ପକାଇପାରିବେ। ଆଳୁ ଲଙ୍କାର ରାଗ ଅଂଶକୁ ଦୂର କରିଥାଏ। ଏହାବ୍ୟତୀତ ଆପଣ ଚାହିଁଲେ ସେଥିରେ ଫ୍ରେଶ କ୍ରିମ ବା ଦହି ମଧ୍ୟ ପକାଇ ପାରିବେ।
  •  ମିଠା ପାଇଁ ସିରା ତିଆରି କରିବା ପୂର୍ବରୁ ଯେଉଁ ପାତ୍ରରେ ତିଆରି କରିବେ ସେଥିରେ ଅଳ୍ପ ତେଲ ବା ଘିଅ ପକାନ୍ତୁ। ଏହାପରେ ସିରା ତିଆରି କରନ୍ତୁ। ଏଭଳି କରିବା ଦ୍ୱାରା ରୋଷେଇ କରିବା ପାତ୍ରର ଚାରିପଟେ ଚିନି ଲାଗିନଥାଏ।
  • ସାଧାରଣତଃ ଲଙ୍କା କାଟିବା ପରେ ହାତ ଜଳାପଡା କରେ। ଲଙ୍କା କାଟିବା ପରେ ହାତକୁ ଚିନି ମିଶା ଥଣ୍ଡା ପାଣିରେ କିଛି ସମୟ ବୁଡାଇ ରଖନ୍ତୁ। ଦେଖିବେ ଏହାଦ୍ୱାରା ହାତ ଆଉ ଜଳାପଡା କରିବ ନାହିଁ।
  • ସାଧାରଣତଃ ବେସନରେ ଲଡ଼ୁ ତିଆରି କରିବାବେଳେ ସେଥିରେ ଗେଟା ହୋଇଯାଏ। ଏଥିପାଇଁ ଲଡ଼ୁ ତିଆରି କରିବା ବେଳେ ଲଗାତର ବେସନକୁ ଘାଣ୍ଟିବା ଉଚିତ। ଏହାଦ୍ବାରା ଗେଟା ପଡିବ ନାହିଁ। ସେହିପରି ବେସନର କଞ୍ଚାପଣ ଦୂର କରିବା ପାଇଁ ବେସନକୁ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ। ଏମିତି କରିବା ଦ୍ୱାରା ବେସନ ଲଡୁ ଆହୁରି ସ୍ବାଦିଷ୍ଟ ଲାଗିଥାଏ।

The post କିଭଳି ଅଧିକ ଦିନ ସାଇତି ରଖିବେ ଅଦା-ରସୁଣ ପେଷ୍ଟ appeared first on Odisha Reporter.

]]>
left bottom, lifestyle 2021-02-11 16:57:13 https://cdn.odishareporter.in/wp-content/uploads/2020/12/24134054/ginger-garlic-paste.jpg
ଖ୍ରୀଷ୍ଟମାସରେ ଘରେ ବନାନ୍ତୁ କଫି ଫ୍ରୁଟ୍ କେକ୍ https://odishareporter.in/christmas2020/coffee-fruit-cake-recipes-in-christmas-602669 Thu, 17 Dec 2020 11:06:20 +0000 https://odishareporter.in/?p=602669

ଖ୍ରୀଷ୍ଟମାସ ବା ବଡ଼ଦିନ। ଏହି ଦିନ ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ବିଶେଷ କରି ଏହି ଦିନ କେକ୍ ତିଆରି କରାଯାଏ। ଘରେ ଘରେ କେକ୍ ତିଆରି ପରସ୍ପରକୁ ବାଣ୍ଟିବା ପରମ୍ପରା ରହିଛି। ତେବେ ଖ୍ରୀଷ୍ଟମାସରେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ କେକ୍ ତିଆରି କରିପାରିବେ। ଏଭଳି ଏକ ସହଜ କେକ ରେସିପି ହେଉଛି କଫି ଫ୍ରୁଟ କେକ୍। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ। ସାମଗ୍ରୀ […]

The post ଖ୍ରୀଷ୍ଟମାସରେ ଘରେ ବନାନ୍ତୁ କଫି ଫ୍ରୁଟ୍ କେକ୍ appeared first on Odisha Reporter.

]]>

ଖ୍ରୀଷ୍ଟମାସ ବା ବଡ଼ଦିନ। ଏହି ଦିନ ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ବିଶେଷ କରି ଏହି ଦିନ କେକ୍ ତିଆରି କରାଯାଏ। ଘରେ ଘରେ କେକ୍ ତିଆରି ପରସ୍ପରକୁ ବାଣ୍ଟିବା ପରମ୍ପରା ରହିଛି। ତେବେ ଖ୍ରୀଷ୍ଟମାସରେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ କେକ୍ ତିଆରି କରିପାରିବେ। ଏଭଳି ଏକ ସହଜ କେକ ରେସିପି ହେଉଛି କଫି ଫ୍ରୁଟ କେକ୍। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

ସାମଗ୍ରୀ

  • ୧ କପ୍ ମଇଦା
  • ୩ ଚାମଚ କୋକୋ ପାଉଡର
  • ୧ ଚାମଚ କଫି ଏସେନ୍ସ
  • ୩ କପ୍ ମିକ୍ସ ଡ୍ରାଏ ଫ୍ରୁଟ୍ସ
  • ୨ ଚାମଚ କଫି ପାଉଡର
  • ୧ କପ୍ ପାଉଡର ଚିନି
  • ୧.୫ କପ୍ କ୍ଷୀର

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ବଡ ବାଉଲରେ ମିକ୍ସ ଡ୍ରାଏ ଫ୍ରୁଟ୍ସଗୁଡିକୁ ପକାନ୍ତୁ। ଏଥିରେ କଫି ଏସେନ୍ସ, କଫି ପାଉଡର ଏବଂ କ୍ଷୀର ପକାଇ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ୭ରୁ ୮ ଘଣ୍ଟା ଫ୍ରିଜରେ ଭିଜିବା ପାଇଁ ରଖନ୍ତୁ। ଏହି ମିଶ୍ରଣଟି ତିଅରି ହୋଇଯିବା ପରେ ଓଭାନକୁ ୧୬୦ ଡିଗ୍ରୀ ସେଲସିଅସରେ ଗରମ କରନ୍ତୁ। ଏହାପରେ କେକ୍ ଟିନ ଆଣି ତାର ଚାରିପଟେ ବଟରରେ ଗ୍ରିସିଂ କରନ୍ତୁ ନତୁବା ବେକିଂ ପେପର ପକାନ୍ତୁ। ପରେ ଅନ୍ୟ ଏକ ବାଉଲରେ ମଇଦା, କୋକୋ ପାଉଡର, ବେକିଂ ସୋଡା, ଚିନି, ଭିଜା ଡ୍ରାଏ ଫ୍ରୁଟ୍ସ ପକାଇ ଭଲଭାବେ ମିସାନ୍ତୁ । ମିଶ୍ରଣଟି ତିଆରି ହୋଇଯିବା ପରେ କେକ ଟିନରେ ପକାଇ ୫୦-୫୫ ମିନିଟ ପର୍ଯ୍ୟନ୍ତ ଓଭାନରେ ବେକ୍ କରନ୍ତୁ। ଏହାପରେ ଓଭାନରୁ ବାହାର କରି ଥଣ୍ଡା ହେବା ସମସ୍ତଙ୍କୁ କଫି ଫ୍ରୁଟ୍ସ କେକ୍ ପରଷନ୍ତୁ।

The post ଖ୍ରୀଷ୍ଟମାସରେ ଘରେ ବନାନ୍ତୁ କଫି ଫ୍ରୁଟ୍ କେକ୍ appeared first on Odisha Reporter.

]]>
christmas 2020, left bottom, lifestyle 2020-12-18 12:07:05 https://cdn.odishareporter.in/wp-content/uploads/2020/12/17163545/coffe-fruit-cake.jpg
ନନଷ୍ଟିକ ପ୍ୟାନ୍‌କୁ କିଭଳି ଚମକାଇବେ, ଜାଣନ୍ତୁ https://odishareporter.in/life-style/use-aluminum-foil-for-cleaning-non-stick-pan-shine-pressure-cooker-with-baking-soda-599368 Tue, 08 Dec 2020 04:13:34 +0000 https://odishareporter.in/?p=599368

ସାଧାରଣତଃ ରୋଷେଇ କଲା ବେଳେ କିଛି ନା କିଛି ପୋଡି ଯାଇଥାଏ । ଖାଦ୍ୟ ପୋଡିଯିବା ପରେ ସେହି ବାସନକୁ ସଫା କରିବା କଷ୍ଟକର ହୋଇପଡେ । ସେହିପରି ଅଧିକ ଦିନ ହୋଇଗଲା ପରେ ଗ୍ୟାସ ଓ ଗ୍ୟାସ ବର୍ଣ୍ଣରରେ ମଧ୍ୟ କଳଙ୍କି ଲାଗିଯାଏ । ତେବେ ଗ୍ୟାସ ବର୍ଣ୍ଣର ଠାରୁ ଆରମ୍ଭ କରି ନନ୍‌ଷ୍ଟିକ ପ୍ୟାନ ହେଉ ଅବା ପ୍ରେସର କୁକର୍‌ ଏସବୁ ଘରକରଣ ସାମଗ୍ରୀକୁ ଅତି ସହଜରେ ସଫା କରାଯାଇପାରିବ । ଘରେ ଥିବା […]

The post ନନଷ୍ଟିକ ପ୍ୟାନ୍‌କୁ କିଭଳି ଚମକାଇବେ, ଜାଣନ୍ତୁ appeared first on Odisha Reporter.

]]>

ସାଧାରଣତଃ ରୋଷେଇ କଲା ବେଳେ କିଛି ନା କିଛି ପୋଡି ଯାଇଥାଏ । ଖାଦ୍ୟ ପୋଡିଯିବା ପରେ ସେହି ବାସନକୁ ସଫା କରିବା କଷ୍ଟକର ହୋଇପଡେ । ସେହିପରି ଅଧିକ ଦିନ ହୋଇଗଲା ପରେ ଗ୍ୟାସ ଓ ଗ୍ୟାସ ବର୍ଣ୍ଣରରେ ମଧ୍ୟ କଳଙ୍କି ଲାଗିଯାଏ । ତେବେ ଗ୍ୟାସ ବର୍ଣ୍ଣର ଠାରୁ ଆରମ୍ଭ କରି ନନ୍‌ଷ୍ଟିକ ପ୍ୟାନ ହେଉ ଅବା ପ୍ରେସର କୁକର୍‌ ଏସବୁ ଘରକରଣ ସାମଗ୍ରୀକୁ ଅତି ସହଜରେ ସଫା କରାଯାଇପାରିବ । ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ଏସବୁ ସାମଗ୍ରୀକୁ ପଲିସ କରିହେବ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ ।

ନନ୍‌-ଷ୍ଟିକ ପ୍ୟାନ୍‌: ନନ୍‌-ଷ୍ଟିକ ପ୍ୟାନ୍‌କୁ ସଫା କରିବା ପାଇଁ ଆଲୁମିନିୟମ ଫଏଲକୁ ମୋଡି ବାସନ ସଫା କରାଯାଉଥିବା ପାଉଡର ସହ ମିଶାଇ ସଫା କରନ୍ତୁ । ଏହାଦ୍ବାରା ବାସନରେ ଲାଗିଥିବା ଦାଗ ଖୁବ ସହଜରେ ଛାଡିଯିବ ।

ପ୍ରେସର କୁକର୍‌: ଯଦି ପ୍ରେସର କୁକର ପୋଡି ଯାଇଛି ତେବେ ସେଥିରେ ବେକିଂ ପାଉଡର ପକାଇ ସଫା କରନ୍ତୁ । ଶୁଖିଲା ପ୍ରେସର କୁକର ବେସ୍‌ ତଳେ ବେକିଂ ସୋଡା ପକାଇ ତାକୁ ଚାରିପଟେ ଲଗାଇ ଦିଅନ୍ତୁ । ଏହାପରେ ଏକ ସ୍ପଞ୍ଜ ମାଧ୍ୟମରେ ପ୍ରେସର କୁକରକୁ ସଫା କରନ୍ତୁ ।

ଗ୍ୟାସ୍‌ ବର୍ଣ୍ଣର:  ଏକ ତୃତୀୟାଂଶ ଭିନେଗାର ଓ ଦୁଇ ତୃତୀୟାଂଶ ପାଣିକୁ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ରଖନ୍ତୁ । ଏହା ପରେ ଗ୍ୟାସରେ ଛିଞ୍ଚନ୍ତୁ । ଏହାପରେ କିଛି ସମୟ ପାଇଁ ତାକୁ ଛାଡି ଦିଅନ୍ତୁ । ପରେ ଏକ ସ୍ପଞ୍ଜ ମାଧ୍ୟମରେ ଗ୍ୟାସ୍‌କୁ ସଫା କରିଦିଅନ୍ତୁ । ଏହାଦ୍ବାରା ଗ୍ୟାସ ଏବଂ ଗ୍ୟାସ ବର୍ଣ୍ଣର ପୁରାପୁରି ସଫା ହୋଇଯାଇଥାଏ ।  ଚପିଂ ବୋର୍ଡ: କାଠରେ ତିଆରି ଚପିଂ ବୋର୍ଡ ଛୁରୀ ପାଇଁ ଭଲ ହୋଇଥାଏ । ଏହା ଛୁରୀକୁ ଶୀଘ୍ର ଖରାପ ହେବାକୁ ଦିଏ ନାହିଁ । ଚପିଂ ବୋର୍ଡକୁ  ସଫା କରିବା ପାଇଁ ତା’ଉପରେ ଲୁଣ ଛିଞ୍ଚନ୍ତୁ । ଏହାପରେ ଲେମ୍ବୁ ଘସନ୍ତୁ ଏବଂ ଓଦା ସ୍ପଞ୍ଜରେ ଏହାକୁ ପୋଛି ଦିଅନ୍ତୁ । ଦେଖିବେ ଚପିଂ ବୋର୍ଡ ପୁରାପୁରି ସଫା ହୋଇଯିବ।

ଗ୍ରେଟର: ଗ୍ରେଟରରେ ଯଦି କୌଣସି ଜିନିଷ ଅଟକି ଯାଇଛି ତେବେ ତାକୁ ଶୁଖିଲା ଟୁଥବ୍ରଶ ସାହାଯ୍ୟରେ ସଫା କରନ୍ତୁ । ଏଥିସହ କିଛି ସମୟ ପାଇଁ ଗ୍ରେଟରକୁ ପାଣିରେ ଭିଜାଇ ରଖନ୍ତୁ । ଏହାଦ୍ବାରା ଗ୍ରେଟର ପୁରା ସଫା ହୋଇଯିବ ।

The post ନନଷ୍ଟିକ ପ୍ୟାନ୍‌କୁ କିଭଳି ଚମକାଇବେ, ଜାଣନ୍ତୁ appeared first on Odisha Reporter.

]]>
left bottom, lifestyle 2020-12-08 09:43:34 https://cdn.odishareporter.in/wp-content/uploads/2020/12/08093828/nonstick-pan.jpg
ଧନତେରାସରେ କାହିଁକି ଝାଡ଼ୁ କିଣାଯାଏ ? https://odishareporter.in/dhanteras/why-broom-brought-in-dhanterash-590265 Thu, 12 Nov 2020 09:38:18 +0000 https://odishareporter.in/?p=590265

ନୂଆଦିଲ୍ଲୀ: ଧନତେରାସରେ ଭଗବାନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଏବଂ କୁବେରଙ୍କର ପୂଜାର୍ଚ୍ଚନା କରାଯାଏ। ଦୀପାବଳିର ଠିକ୍ ଦିନକ ପୂର୍ବରୁ ଏହି ପୂଜାର୍ଚ୍ଚନା କରାଯାଏ। ଚଳିତବର୍ଷ ନଭେମ୍ବର ୧୩ ତାରିଖରେ ଅର୍ଥାତ୍ ଶୁକ୍ରବାର ଦିନ ଧନତେରାସ ପଡ଼ିବ। ଆଉ ଧନତେରାସରୁ ହିଁ ଦୀପାବଳି ପର୍ବ ସାଧାରଣତଃ ଆରମ୍ଭ ହୋଇଥାଏ। ଧନତେରାସରେ ଲୋକମାନେ ସେମାନଙ୍କର ସମୃଦ୍ଧି ପାଇଁ ଭଗବାନଙ୍କ ନିକଟରେ ଉପାସନା କରନ୍ତି। ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ […]

The post ଧନତେରାସରେ କାହିଁକି ଝାଡ଼ୁ କିଣାଯାଏ ? appeared first on Odisha Reporter.

]]>

ନୂଆଦିଲ୍ଲୀ: ଧନତେରାସରେ ଭଗବାନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଏବଂ କୁବେରଙ୍କର ପୂଜାର୍ଚ୍ଚନା କରାଯାଏ। ଦୀପାବଳିର ଠିକ୍ ଦିନକ ପୂର୍ବରୁ ଏହି ପୂଜାର୍ଚ୍ଚନା କରାଯାଏ। ଚଳିତବର୍ଷ ନଭେମ୍ବର ୧୩ ତାରିଖରେ ଅର୍ଥାତ୍ ଶୁକ୍ରବାର ଦିନ ଧନତେରାସ ପଡ଼ିବ। ଆଉ ଧନତେରାସରୁ ହିଁ ଦୀପାବଳି ପର୍ବ ସାଧାରଣତଃ ଆରମ୍ଭ ହୋଇଥାଏ।

ଧନତେରାସରେ ଲୋକମାନେ ସେମାନଙ୍କର ସମୃଦ୍ଧି ପାଇଁ ଭଗବାନଙ୍କ ନିକଟରେ ଉପାସନା କରନ୍ତି। ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରାସ ଦିନ ସୁନା, ରୁପା ଆଦି ମୂଲ୍ୟବାନ ଧାତୁ କିଣିବାର ଏକ ପ୍ରାଚୀନ ପରମ୍ପରା ରହିଛି। ଭାରତର ଗ୍ରାମାଞ୍ଚଳରେ ଅନେକ ଲୋକ ଏହି ଦିନ ଷ୍ଟିଲରେ ତିଆରି ବାସନ କିଣନ୍ତି, ଏହା ବ୍ୟତୀତ ଧନତେରାସରେ ଝାଡ଼ୁ କିଣିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ।

କୁହାଯାଏ ଧନତେରାସରେ ଝାଡ଼ୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀ ଘରେ ରୁହନ୍ତି ଏବଂ ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ଦିଅନ୍ତି। ଆହୁରି ମଧ୍ୟ କୁହାଯାଏ ଯେ ଝାଡ଼ୁ କିଣିବା ପରେ ସେହି ଝାଡ଼ୁରେ ଗୋଟିଏ ଧଳା ସୂତା ବାନ୍ଧି ଦେଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ଘରେ ସର୍ବଦା ରହିଥାଏ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଝାଡ଼ୁ ହେଉଛି ମା’ ଲକ୍ଷ୍ମୀଙ୍କ ପ୍ରତୀକ। ଧନତେରାସ ଦିନ ଘରେ ଝାଡୁ କିଣାଯାଏ ଏବଂ ତାକୁ ଶୋଇବା ଭଳି ରଖାଯାଏ। କାନ୍ଥକୁ ଲଗାଇ ଛିଡ଼ା କରିବା ଠିକ୍ ନୁହେଁ ବୋଲି କୁହାଯାଏ। ଆଉ ଏହି ଝାଡ଼ୁକୁ ଲୁଚେଇ ରଖିବା ସହ ଯେମିତି କାହାର ନଜର ନ ଲାଗିବ, ତାକୁ ଗୁରୁତ୍ୱ ଦିଆଯାଏ। ଝାଡୁରେ ଗୋଡ଼ ବାଜିବା ବି ଠିକ୍ ନୁହେଁ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କୁ ଅସମ୍ମାନ ହୁଏ ବୋଲି ବିଶ୍ୱାସ ରହିଛି।

ଆଗକୁ ପଢ଼ନ୍ତୁ : ୪୯୯ ବର୍ଷ ପରେ ଆସୁଛି ଏଭଳି ଶୁଭ ସଂଯୋଗ

The post ଧନତେରାସରେ କାହିଁକି ଝାଡ଼ୁ କିଣାଯାଏ ? appeared first on Odisha Reporter.

]]>
Diwali 2020, left bottom 2020-11-13 12:39:05 https://cdn.odishareporter.in/wp-content/uploads/2020/11/12150751/dhanterash.jpg
ମାଛ ମଞ୍ଜି କୋପ୍ତା https://odishareporter.in/life-style/how-to-prepare-fish-kopta-curry1-589994 Wed, 11 Nov 2020 09:10:21 +0000 https://odishareporter.in/?p=589994

ଆବଶ୍ୟକ ସାମଗ୍ରୀ: ମାଛ ମଞ୍ଜି, ପିଆଜ, ଟମାଟୋ, ଅଦା , ରସୁଣ ବଟା, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ, ହଳଦୀ ଗୁଣ୍ଡ, ରିଫାଇନ୍ ତେଲ, କଟା ଧନିଆପତ୍ର, ଅଳ୍ପ କିଛି ବେସନ, ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ । ପ୍ରସ୍ତୁତି ପ୍ରଣାଳୀ : ମାଛ ମଞ୍ଜିକୁ ଭଲ ଭାବରେ ଧୋଇ  ଦିଅନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟା ପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। […]

The post ମାଛ ମଞ୍ଜି କୋପ୍ତା appeared first on Odisha Reporter.

]]>

ଆବଶ୍ୟକ ସାମଗ୍ରୀ:

ମାଛ ମଞ୍ଜି, ପିଆଜ, ଟମାଟୋ, ଅଦା , ରସୁଣ ବଟା, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ, ହଳଦୀ ଗୁଣ୍ଡ, ରିଫାଇନ୍ ତେଲ, କଟା ଧନିଆପତ୍ର, ଅଳ୍ପ କିଛି ବେସନ, ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ମାଛ ମଞ୍ଜିକୁ ଭଲ ଭାବରେ ଧୋଇ  ଦିଅନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟା ପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ବେସନ ପକାଇ ଭଲ ଭାବରେ ଗୋଳାଇ ତେଲରେ  ଛାଣି ରଖନ୍ତୁ ।
ଅନ୍ୟ ଏକ କଡାଇରେ ତେଲ ଗରମ କରି ତେଜପତ୍ର, କଟା ପିଆଜ, କଟା ଟମାଟୋ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
ବର୍ତ୍ତମାନ ଏଥିରେ ରସୁଣ ବଟା, ଅଦାବଟା, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବରେ କଷନ୍ତୁ। ମସଲା କଷି ହୋଇଗଲା ପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ।
ମସଲା ଭଲ ଭାବରେ ଫୁଟିଗଲେ ଧିମି ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା ମାଛ ମଞ୍ଜିକୁ ପକାଇ ଢାଙ୍କୁଣି ଘୋଡାଇ ୫ରୁ ୧୦ ମିନିଟ୍ ରଖନ୍ତୁ। ମାଛ ମଞ୍ଜି କୋପ୍ତା ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ  ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ ମଞ୍ଜି କୋପ୍ତା।

The post ମାଛ ମଞ୍ଜି କୋପ୍ତା appeared first on Odisha Reporter.

]]>
left bottom 2021-02-11 16:56:20 https://cdn.odishareporter.in/wp-content/uploads/2020/11/11143920/fish-k.jpg
ଦୀପାବଳିରେ ଘରକୁ ଏମିତି ସଜାନ୍ତୁ… https://odishareporter.in/life-style/know-how-to-decorate-you-house-for-diwali-2020-589319 Mon, 09 Nov 2020 11:22:14 +0000 https://odishareporter.in/?p=589319

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ଆମେ ସମସ୍ତେ ପାଳନ କରିବା। ଘରୁ ଦୀପ, ଲାଇଟ୍ ଜଳାଇ ଉଜ୍ଜଳିତ କରିବା ସହ ମାଆ ଲକ୍ଷ୍ମୀ ଏବଂ ଗଣେଷ ଭଗବାନଙ୍କୁ ପୂଜା ବି କରିବା। ତେବେ ଦୀପାବଳି ଏକ ଏଭଳି ପର୍ବ, ଯାହା ଆସିଲେ ଆମେ ଘର ଦ୍ୱାର ସଫା କରିଥାଉ, ସଜେଇ ଥାଉ। କେହି କେହି ଘରର ସମ୍ପୂର୍ଣ୍ଣ ନବୀକରଣ କରିଥାନ୍ତି। କେହି କେହି ଘରର ରଙ୍ଗ ବଦଳେଇଥାନ୍ତି ତ କେହି ନୂଆ ଆସବାବପତ୍ର […]

The post ଦୀପାବଳିରେ ଘରକୁ ଏମିତି ସଜାନ୍ତୁ… appeared first on Odisha Reporter.

]]>

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ଆମେ ସମସ୍ତେ ପାଳନ କରିବା। ଘରୁ ଦୀପ, ଲାଇଟ୍ ଜଳାଇ ଉଜ୍ଜଳିତ କରିବା ସହ ମାଆ ଲକ୍ଷ୍ମୀ ଏବଂ ଗଣେଷ ଭଗବାନଙ୍କୁ ପୂଜା ବି କରିବା। ତେବେ ଦୀପାବଳି ଏକ ଏଭଳି ପର୍ବ, ଯାହା ଆସିଲେ ଆମେ ଘର ଦ୍ୱାର ସଫା କରିଥାଉ, ସଜେଇ ଥାଉ। କେହି କେହି ଘରର ସମ୍ପୂର୍ଣ୍ଣ ନବୀକରଣ କରିଥାନ୍ତି। କେହି କେହି ଘରର ରଙ୍ଗ ବଦଳେଇଥାନ୍ତି ତ କେହି ନୂଆ ଆସବାବପତ୍ର ଆଣି ସଜେଇଥାନ୍ତି।

କରୋନା ସଙ୍କଟ କାଳରେ ଏଥର ଦୀପାବଳି ପଡ଼ୁଥିବାରୁ ଲୋକେ ଏହାକୁ ପ୍ରାୟତଃ ନିରାଡ଼ମ୍ବର ଭାବେ ପାଳନ କରିବେ। ବାୟୁ ପ୍ରଦୁଷଣ ଓ କରୋନା ସଂକ୍ରମିତଙ୍କ ସ୍ୱାସ୍ଥ୍ୟକୁ ଦେଖି ଏଥର ବାଣ ଫୁଟାଇବା ଓ ବିକ୍ରି କରିବା ଉପରେ ମଧ୍ୟ ସରକାର ରୋକ୍ ଲଗାଇଛନ୍ତି। ତଥାପି ଲୋକେ ଘରର ସଫେଇ ଓ ସାଜସଜ୍ଜା କରି ପାଟି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ଦୀପାବଳିର ମଜା ଉଠାଇପାରିବେ।

ଏଥର ଅଧିକାଂଶ ଲୋକେ କରୋନା ସଂକ୍ରମଣ କାରଣରୁ ଘରେ ହିଁ ରହିବେ। ଏଣୁ ଘର ସଫେଇ କାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ମିଳିପାରିବ। ଏହାସହ ଘରକୁ ସଜେଇବା ପାଇଁ ଭିନ୍ନ ଭିନ୍ନ ଉପାୟ ପ୍ରୟୋଗ କରିବାକୁ ମଧ୍ୟ ସମୟ ମିଳିବ। ଆଉ ଘର ଯେତିକି ସୁନ୍ଦର ଭାବେ ଆପଣ ସଜେଇବେ, ସେତିକି ଆପଣଙ୍କ ଇନଷ୍ଟାଗ୍ରାମ ଅପଡେଟ୍ ମଧ୍ୟ ସୁନ୍ଦର ଦେଖାଯିବ। ଏଥିପାଇଁ ଆପଣଙ୍କ ଘରର ମୁଖ୍ୟ ଫାଟକରୁ ନେଇ ରୋଷେଇ ଘର ପର୍ଯ୍ୟନ୍ତ ସବୁକିଛି ସୁନ୍ଦର ତଥା ଆକର୍ଷଣୀୟ ଲାଗିବା ଦରକାର। ତେବେ ଜାଣନ୍ତୁ ଏଥର ଦୀପାବଳିରେ ଘର କେମିତି ସଜେଇବେ…

କବାଟ-

ଘରର ମୁଖ୍ୟ ଦ୍ୱାରରେ ବଜାରରୁ ସୁନ୍ଦର ଓ ଆକର୍ଷଣୀୟ ବନ୍ଧନଓ୍ୱାର ବା ତୋରଣ ଆଣି ଲଗାନ୍ତୁ। ଏହା ବ୍ୟତୀତ ଆପଣ ତାଜା ଓ ରଙ୍ଗବେରଙ୍ଗ ଫୁଲ ଆଣିମଧ୍ୟ ତୋରଣ ତିଆରି କରି ଲଗେଇପାରିବେ। କବାଟରେ ଶୁଭ ସଂକେତ ଷ୍ଟିକର୍ ମଧ୍ୟ ଲଗେଇପାରିବେ। ଶୁଭ ଲାଭ, ଲକ୍ଷ୍ମୀ ପାଦ ଚିହ୍ନ, ଶ୍ରୀଫଳ, ସ୍ୱସ୍ତିକ ଆଦି ଶୁଭ ସଂକେତଗୁଡ଼ିକ ଲଗାଇ ଆପଣଙ୍କ ଘରର ମୁଖ୍ୟ ଦ୍ୱାରର ଶୋଭା ବଢ଼ାନ୍ତୁ।

ଝରକା-

ଘରର ମୁଖ୍ୟ ଦ୍ୱାରର ଯେତିକି ମହତ୍ୱ ରହିଛି, ଝରକାଗୁଡ଼ିକୁ ମଧ୍ୟ ସେତିକି ଗୁରୁତ୍ୱ ଦେବା ଆବଶ୍ୟକ। ଯଦି ଆପଣଙ୍କ ଘରେ କାଚର ଝରକା ଥାଏ, ତେବେ ତା’ଉପରେ ଆପଣ ଛୋଟ ଛୋଟ ବଲବ୍ କିମ୍ବା ଝାଲର ଲଗାଇ ସଜେଇ ପାରିବେ। ଏହାକୁ ଚୟନ କଲାବେଳେ ଧ୍ୟାନ ରଖିବେ ଏହା ଯେପରି ଆପଣଙ୍କ ଆଖିକୁ ଆରାମଦାୟକ ହେବା ସହ କାନ୍ଥର ରଙ୍ଗ ସହ ମ୍ୟାଚ୍ କରୁଥିବ।

ଘରର କୋଣ-

ଦୀପାବଳି ଆସିଲେ ଆମେ ମନ ଲଗାଇ ଘରର ସଫେଇ କାର୍ଯ୍ୟ କରିଥାଉ। ଫଳରେ ଘରର କୋଣାନୁକୋଣ ସଫା ହୋଇଯାଇଥାଏ। ତେବେ ଏହି କୋଣଗୁଡ଼ିକୁ ଟିକେ ସଜେଇଲେ କେମିତି ହୁଅନ୍ତା! ଆପଣ ଘରର କୋଣଗୁଡ଼ିକରେ ‘ନାଇନ ଓ କ୍ଲକ୍’, ‘ଅଡେନିୟ’ କିମ୍ବା କୌଣସି ଛୋଟ ବା ମଧ୍ୟମ ଧରଣର ଇନଡୋର୍ ପ୍ଲାଣ୍ଟ୍ ରଖିପାରିବେ। ଏହା ଦ୍ୱାରା ଆପଣଙ୍କ ଘରର କୋଣଗୁଡ଼ିକ ମଧ୍ୟ ଦୃଷ୍ଟି ଆକର୍ଷଣ କରିବ। କେବଳ ଏତିକି ନୁହେଁ, ଏହା ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ସକରାତ୍ମକ ଶକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଯଦି ଘରେ କୁଣ୍ଡି ଅଛି, ଆପଣ ସଜେଇବା ଲାଗି ତାକୁ ମଧ୍ୟ ବ୍ୟବହାର କରିପାରିବେ।

ସେଣ୍ଟର ଟେବୁଲ-

ଘରର ସବୁଠାରୁ ମୁଖ୍ୟ କେନ୍ଦ୍ରରୁ ଲୋକେ ଫଟୋ ଫ୍ରେମରେ ସଜେଇଥାନ୍ତି। ଏଣୁ ଏହାକୁ ବିଶେଷ ଧ୍ୟାନ ଦେବା ତ ନିହାତି ଆବଶ୍ୟକ। ଏଥିପାଇଁ ସେଣ୍ଟର ଟେବୁଲ ଉପରେ ଲିକ୍ୱିଡ୍ ରଙ୍ଗୋଲୀ ବନେଇ ସଜେଇ ପାରିବେ। ଭଳି କି ଭଳି ଆର୍ଟିଫିସିଆଲ୍ ବା କୃତ୍ରିମ ଫୁଲ ଦ୍ୱାରା ମଧ୍ୟ ସଜେଇ ପାରିବେ। ଏହାସହ ସୁଗନ୍ଧିତ କ୍ୟାଣ୍ଡେଲ ଜଳାଇ ଦୀପାବଳି ଭଳି ମାହୋଲ ବନେଇବା ସହ ଡ୍ରାଏ ଫ୍ରୁଟ୍ସ ବକ୍ସ ମଧ୍ୟ ଟେବୁଲ ଉପରେ ରଖି ଶୋଭା ବଢ଼ାଇପାରିବେ।

 

ଦୀପାବଳି ୨୦୨୦: ୪୯୯ ବର୍ଷ ପରେ ଆସୁଛି ଏଭଳି ଶୁଭ ସଂଯୋଗ

The post ଦୀପାବଳିରେ ଘରକୁ ଏମିତି ସଜାନ୍ତୁ… appeared first on Odisha Reporter.

]]>
Diwali 2020, Diwali Decoration, left bottom 2020-11-09 16:56:10 https://cdn.odishareporter.in/wp-content/uploads/2020/11/09164910/diwali-2.jpg
ଡାଲ୍ ରାଇସ୍‌ https://odishareporter.in/life-style/recipe-of-dal-rice-589155 Mon, 09 Nov 2020 06:12:30 +0000 https://odishareporter.in/?p=589155

ସାମଗ୍ରୀ: ଚାଉଳ, ହରଡ଼ ଡାଲି, ହଳଦୀ ଗୁଣ୍ଡ, ସୋରିଷ, ମୁଗ ଡାଲି, ମେଥି, ପିଆଜ, ବିଲାତି, ଅଦା ଓ ରସୁଣ ପେଷ୍ଟ, ତେନ୍ତୁଳି ରସ, ତେଲ, ଘିଅ, ଲୁଣ ସ୍ୱାଦନୁସାରେ, ଭୁର୍ସୁଙ୍ଗ ପତ୍ର, ଧନିଆ ପତ୍ର ଗ୍ରାଇଣ୍ଡିଙ୍ଗ୍ ପାଇଁ- ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ, ନଡ଼ିଆ କୋରା। ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ ଓ ନଡ଼ିଆ କୋରା ଭଲଭାବରେ ଗ୍ରାଇଣ୍ଡିଙ୍ଗ୍ କରିନିଅନ୍ତୁ । ଚାଉଳ, ଡାଲି ଓ ମେଥିକୁ ଭଲଭାବରେ […]

The post ଡାଲ୍ ରାଇସ୍‌ appeared first on Odisha Reporter.

]]>

ସାମଗ୍ରୀ: ଚାଉଳ, ହରଡ଼ ଡାଲି, ହଳଦୀ ଗୁଣ୍ଡ, ସୋରିଷ, ମୁଗ ଡାଲି, ମେଥି, ପିଆଜ, ବିଲାତି, ଅଦା ଓ ରସୁଣ ପେଷ୍ଟ, ତେନ୍ତୁଳି ରସ, ତେଲ, ଘିଅ, ଲୁଣ ସ୍ୱାଦନୁସାରେ, ଭୁର୍ସୁଙ୍ଗ ପତ୍ର, ଧନିଆ ପତ୍ର

ଗ୍ରାଇଣ୍ଡିଙ୍ଗ୍ ପାଇଁ-
ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ, ନଡ଼ିଆ କୋରା।

ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ ଓ ନଡ଼ିଆ କୋରା ଭଲଭାବରେ ଗ୍ରାଇଣ୍ଡିଙ୍ଗ୍ କରିନିଅନ୍ତୁ । ଚାଉଳ, ଡାଲି ଓ ମେଥିକୁ ଭଲଭାବରେ ଅଲଗା ଅଲଗା କରି ପାଣି ରେ ୧ ଘଣ୍ଟା ଯାଏ ଭିଜେଇ ରଖନ୍ତୁ ।  ପ୍ରେସରକୁକରରେ ୨ କପ୍ ପାଣି ନେଇ ହଳଦୀ ଗୁଣ୍ଡ, ଡାଲି ଓ ମେଥିକୁ ଗୋଟିଏ ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ ।

ଏହାପରେ ୩ କପ୍ ପାଣି ଦେଇ ଚାଉଳ ଢାଳି ଦୁଇଟି ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ । ପରେ ତେନ୍ତୁଳି ରସ, ଲୁଣ ଓ ଗ୍ରାଇଣ୍ଡିଙ୍ଗ୍ ହୋଇଥିବା ପେଷ୍ଟ ପକାଇ ୪ଟି ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ । ଏକ ପ୍ୟାନରେ ଘିଅ ଗରମ କରି କଟା ପିଆଜ, ବିଲାତି ଓ ଅଦା-ରସୁଣ ପେଷ୍ଟ ଭଲ ଭାବରେ ଭାଜନ୍ତୁ । ଆଉ ଏକ ପ୍ୟାନରେ ତେଲ ଗରମ କରି ସୋରିଷ, ଭୁର୍ସୁଙ୍ଗ ପତ୍ର ଓ ମୁଗ ଡାଲିକୁ ଭଲ ଭାବରେ ଭାଜନ୍ତୁ ।

ପରେ ସମସ୍ତ ଭଜା ହୋଇଥିବା ସାମଗ୍ରୀକୁ ନେଇ ଭଲ ଭାବରେ ରନ୍ଧା ହୋଇଥିବା ଚାଉଳ ଓ ଡାଲି ରେ ମିଶାଇ ଦିଅନ୍ତୁ । ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ସଜାଇ ଗରମା ଗରମ ପରସନ୍ତୁ।

The post ଡାଲ୍ ରାଇସ୍‌ appeared first on Odisha Reporter.

]]>
left bottom 2020-11-09 12:04:19 https://cdn.odishareporter.in/wp-content/uploads/2020/11/09113420/khichdi.jpg
ହବିଷ ଡାଲମା https://odishareporter.in/life-style/how-to-prepare-habish-dalma-588354 Fri, 06 Nov 2020 06:58:51 +0000 https://odishareporter.in/?p=588354

ଆବଶ୍ୟକୀୟ ସାମଗ୍ରୀ- ମୁଗ ଡାଲି, ଓଉ, ଅଦା, ଖମ୍ବଆଳୁ, ଘିଅ, ହେଙ୍ଗୁ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ପରିବା ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ। ପ୍ରେସର କୁକର ଗୋଟିଏ ସିଟି ମାରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏବେ କଡ଼େଇରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ। ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ […]

The post ହବିଷ ଡାଲମା appeared first on Odisha Reporter.

]]>

ଆବଶ୍ୟକୀୟ ସାମଗ୍ରୀ-
ମୁଗ ଡାଲି, ଓଉ, ଅଦା, ଖମ୍ବଆଳୁ, ଘିଅ, ହେଙ୍ଗୁ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ପରିବା ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ। ପ୍ରେସର କୁକର ଗୋଟିଏ ସିଟି ମାରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

ଏବେ କଡ଼େଇରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ।

ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ ତା’ ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହବିଷ ଡାଲମା।

The post ହବିଷ ଡାଲମା appeared first on Odisha Reporter.

]]>
left bottom 2020-11-06 12:28:51 https://cdn.odishareporter.in/wp-content/uploads/2020/11/06122830/dalma.jpg
ଏଥର ଦୀପାବଳିରେ ଘରକୁ ସଜେଇବା ସହ ରଙ୍ଗରେ ଭରିଦିଅନ୍ତୁ https://odishareporter.in/life-style/in-this-festivity-bring-home-beauty-and-color-586214 Fri, 30 Oct 2020 13:11:41 +0000 https://odishareporter.in/?p=586214

ଭୁବେନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱ ପାଇଁ ୨୦୨୦ ମସିହା ଏକ ଦୁଃଖଦ ବର୍ଷ ଭାବେ ଆରମ୍ଭ ହୋଇ ଏବେ ଶେଷ ହେବାକୁ ବସିଲାଣି। ବର୍ଷ ତମାମ ନିରସ ଏବଂ ଶୁଷ୍କପ୍ରାୟ ହୋଇ ବିତିଗଲା। ଯେପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି, ସେପର୍ଯ୍ୟନ୍ତ ହୁଏତ ଏଭଳି ପରିସ୍ଥିତି ଲାଗି ରହିବ। ଆମ ସମସ୍ତଙ୍କୁ ସତର୍କ ରହି, କରୋନା କଟକଣା ମାନି ବଞ୍ଚିବାକୁ ହେବ। ତେବେ ଏହାର ମାନେ ନୁହେଁ ଯେ, ଆମେ ପାର୍ଟି କରିପାରିବା ନାହିଁ, ଆମ […]

The post ଏଥର ଦୀପାବଳିରେ ଘରକୁ ସଜେଇବା ସହ ରଙ୍ଗରେ ଭରିଦିଅନ୍ତୁ appeared first on Odisha Reporter.

]]>

ଭୁବେନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱ ପାଇଁ ୨୦୨୦ ମସିହା ଏକ ଦୁଃଖଦ ବର୍ଷ ଭାବେ ଆରମ୍ଭ ହୋଇ ଏବେ ଶେଷ ହେବାକୁ ବସିଲାଣି। ବର୍ଷ ତମାମ ନିରସ ଏବଂ ଶୁଷ୍କପ୍ରାୟ ହୋଇ ବିତିଗଲା। ଯେପର୍ଯ୍ୟନ୍ତ କରୋନା ଟୀକା ନ ଆସିଛି, ସେପର୍ଯ୍ୟନ୍ତ ହୁଏତ ଏଭଳି ପରିସ୍ଥିତି ଲାଗି ରହିବ। ଆମ ସମସ୍ତଙ୍କୁ ସତର୍କ ରହି, କରୋନା କଟକଣା ମାନି ବଞ୍ଚିବାକୁ ହେବ। ତେବେ ଏହାର ମାନେ ନୁହେଁ ଯେ, ଆମେ ପାର୍ଟି କରିପାରିବା ନାହିଁ, ଆମ ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା ହେବା ନାହିଁ, ସାଙ୍ଗସାଥୀଙ୍କ ସହ ମଜା-ମସ୍ତି କରିବା ନାହିଁ, ସପ୍ତାହନ୍ତରେ ବୁଲିବାକୁ ଟିକେ ଯାଇପାରିବା ନାହିଁ ବା ଛୁଟି କାଟିବା ନାହିଁ। ପ୍ରକୃତରେ ଆମେ ଅତ୍ୟନ୍ତ ନୈରାଶ୍ୟପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛେ। ହେଲେ ଏସବୁ ଭିତରେ ମଧ୍ୟ ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ସାରା ଦୁନିଆ ଚେଷ୍ଟା କରୁଛି।

ଏବେ ସବୁକିଛି ଯେପରି ସ୍ଥିରପ୍ରାୟ ଅବସ୍ଥାରେ ରହିଯାଇଛି। ଜୀବନରେ କୌତୁହଳ ବା ଉତ୍ସାହ ଯେପରି ସମାପ୍ତ ହୋଇଯାଇଛି। ତେବେ ଏଭଳି ପରିସ୍ଥିତିରେ ଆମକୁ ଆମ ପୁରୁଣା ଦିନଚର୍ଯ୍ୟା ବଦଳାଇବା ଆବଶ୍ୟକ। ଯଦିଓ ଏହା ଆମକୁ ଟିକେ ଅଡ଼ୁଆ ଲାଗିପାରେ ତଥାପି ଆମର ୯-୫ ଜୀବନଧାରାରେ ସାମାନ୍ୟ ପରିବର୍ତ୍ତନ ନିହାତି ଆବଶ୍ୟକ।

ନିଜକୁ ଟିକେ ବ୍ରେକ୍ ଦିଅନ୍ତୁ। ଯଦି ଜିମ୍ ଯାଇ ପାରୁନାହାନ୍ତି, ଘରେ ନିଜ ପାଇଁ ସମୟ ବାହାର କରନ୍ତୁ। ସାମାନ୍ୟ ବ୍ୟାୟାମ୍ ଏବଂ ଯୋଗାଭ୍ୟାସ ଦ୍ୱାରା ସୁସ୍ଥ ସ୍ୱାସ୍ଥ୍ୟ ଏବଂ ଧ୍ୟାନ ବା ମେଡିଟେସନ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ, ଯାହା ଆଜିର ପରିସ୍ଥିତିରେ ବହୁମୂଲ୍ୟ। ତେବେ ମାନସିକ ଶାନ୍ତି ପାଇଁ ଆପଣ ନିଜ ମନପସନ୍ଦର ପୁସ୍ତକ ବା ଉପନ୍ୟାସ ମଧ୍ୟ ପଢ଼ିପାରିବେ।

କିଏ କହିଲା ଏ ମହାମାରୀ ସମୟରେ ଆମେ ଆମ ସମ୍ପର୍କୀୟ ତଥା ଆତ୍ମୀୟ ସ୍ୱଜନଙ୍କଠାରୁ ଦୂରରେ ରହିବାକୁ? ଦିଲ୍ଲୀରେ ଥିବା ପିଉସୀ, କୋରାପୁଟରେ ଥିବା ବଡ଼ବାପା, ଆନ୍ଧ୍ରରେ ଥିବା ମାଉସୀ, ସୁରଟର ଦାଦା କିମ୍ବା ଆମେରିକାରେ ଥିବା ଦିଦି-ଜିଜୁ। ଦୁନିଆର ଯେକୌଣସି ସ୍ଥାନରେ ନିଜ ଲୋକମାନେ ଥାଆନ୍ତୁ ନା କାହିଁକି ଟେକ୍ନୋଲୋଜୀ ମାଧ୍ୟମରେ ସମସ୍ତଙ୍କ ସହ ଆମେ ଯୋଡ଼ିହୋଇପାରିବା। କାହାର ଜନ୍ମଦିନ ହେଉ ବା ବର୍ଷପୂରାଣୀ। ପୂଜା-ପାର୍ବଣ ହେଉ ବା ଗେଟ୍-ଟୁ-ଗେଦର୍ ଭର୍ଚୁଆଲ୍ ଗେଦରିଙ୍ଗ୍ ଜରିଆରେ ଆମେ ସମସ୍ତେ ନିଜ ସମ୍ପର୍କୀୟମାନଙ୍କ ସହ ସମୟ ବିତାଇପାରିବା ଏବଂ ଏ ମହାମାରୀ ଆମର କିଛି କରିପାରିବ ନାହିଁ।

ହଁ, ଏ ବର୍ଷ ପୂଜା-ପାର୍ବଣ ଯେମିତି ରଙ୍ଗହୀନ ହୋଇଯାଇଛି। ହେଲେ ଏସିଅନ୍ ପେଣ୍ଟସ୍ ସହ ପାର୍ବଣ ହେବ ରଙ୍ଗିନ୍। ସାଧାରଣତଃ ଲୋକେ ପୂଜା-ପାର୍ବଣରେ ଘର ସଫା କରିଥାନ୍ତି। ଏବେ ଦଶହରା ଯାଇଥିବା ବେଳେ ଆଗକୁ ଆସୁଛି ଦୀପାବଳି। ଘର ସଫା-ସଫି, ଝଡ଼ା-ଝଡ଼ି ହେବ ତ ନିଶ୍ଚୟ। ତେବେ ଏଥର ଚାଲନ୍ତୁ ସଫେଇ କାମକୁ ଆଉ ପାଦେ ଆଗକୁ ନେଇଯିବା। ଏସିଆନ୍ ପେଣ୍ଟସ୍ ସହ ଆମ ବାସଭବନର ସୌନ୍ଦର୍ଯ୍ୟକୁ ପୁନର୍ଜୀବିତ କରିଦେବା। ଘରକୁ ଦେବା ଦୀର୍ଘସ୍ଥାୟୀ ଏସିଆନ୍ ପେଣ୍ଟସର ରଙ୍ଗ।

ଏବେ ଆପଣ ଖର୍ଚ୍ଚକୁ ନେଇ ଚିନ୍ତାରେ ପଡ଼ିଗଲେ କି! ତା’ହେଲେ ଜମା ବଜେଟ୍ କଥା ଚିନ୍ତା କରନ୍ତୁ ନାହିଁ। କାରଣ ଆପଣଙ୍କ ପକେଟକୁ ଧ୍ୟାନରେ ରଖି ଏସିଆନ୍ ପେଣ୍ଚସ୍ ଆଣିଦେଇଛି ଶାଇନ୍ ଓ୍ୱାଲା ରଙ୍ଗ। ଆପଣଙ୍କ ପକେଟକୁ ସୁହାଇଲା ଭଳି ସୁଲଭ ଦରରେ ଟ୍ରାକଟର୍ ଇମଲସନ୍ ଶାଇନ୍ ଆପଣଙ୍କ ଘରର କାନ୍ଥରେ ଏକ ଦାମୀ ରଙ୍ଗର ଝଲକ ଭରିଦେବ। ଆଉ ଏହାର ପରିଣାମରେ ଆପଣ ଲୋକଙ୍କ ପ୍ରଶଂସା ଶୁଣିବାକୁ ବାଧ୍ୟ ହୋଇଯିବେ।

କବାଟ, ଝରକାର ପରଦା ବଦଳାଇ ଦିଅନ୍ତୁ। ପ୍ରତିଥର ଫର୍ନିଚର ବଦଳାଇବା କିନ୍ତୁ ପ୍ରକୃତରେ କଷ୍ଟକର। ହେଲେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିପାରିବେ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଜିନିଷପତ୍ରକୁ ଠିକ୍ ସ୍ଥାନରେ ରଖିଲେ ନୂଆପଣ ଆସିଥାଏ ଆଉ ସକରାତ୍ମକ ଉର୍ଜା ମଧ୍ୟ ମିଳିଥାଏ। ଆପଣ ଘରେ ଇନଡୋର୍ ପ୍ଲାଣ୍ଟ ମଧ୍ୟ ରଖିପାରିବେ। ଆଜିକାଲି ଘର ଭିତରର ବାୟୁକୁ ବିଶୁଦ୍ଧ ରଖିବାକୁ ବିଭିନ୍ନ ପ୍ରକାର ଇନଡୋର୍ ପ୍ଲାଣ୍ଟ୍ ରଖିବା ଫ୍ୟାଶନରେ ମଧ୍ୟ ରହିଛି।

ଯଦି ଘରର କୌଣସି କୋଣ ସୁନ୍ଦର ସୁନ୍ଦର ସ୍ମୃତିକୁ ଭରିଯାଇ ନାହିଁ, ତା’ହେଲେ ଟିକେ ଅଜବ ଲାଗେ। ଟ୍ରାଡିସନାଲ ଫ୍ରେମ୍ ହେଉ ବା ମଡର୍ନ ଫ୍ରେମ୍। ଲାଇଟ୍ ଫ୍ରେମ୍ ହେଉ ହା ଥ୍ରେଡ୍ ହ୍ୟାଙ୍ଗିଂ ପିକ୍ଚର ଫ୍ରେମ୍। ଆଜିକାଲି ଚାରିଆଡ଼େ ଅତି ସହଜର ଭଳି କି ଭଳି ପ୍ରେମ୍ ଉପଲବ୍ଧ। ତେବେ ନିଜର ସ୍ମୃତିଭରା ଫଟୋଗୁଡ଼ିକୁ ସୁନ୍ଦର ଫ୍ରେମିଂ କରି ଘରର ସେହି ଅଣଦେଖା କୋଣଟିକୁ ସଜାନ୍ତୁ।

ଏହା ସତ ଯେ, ବିଶ୍ୱ ମହାମାରୀ କରୋନା ଆମ ଜୀବନକୁ ରଙ୍ଗହୀନ, ରସହୀନ କରିଦେଇଛି। ହେଲେ ଏହି ଛୋଟ ଛୋଟ କାମ କରି ଆମେ ବୋରିଂ ଜୀବନକୁ ମଧ୍ୟ ମଜାଦାର ବନେଇପାରିବା, ଯାହା ପ୍ରମାଣ ମଧ୍ୟ ହୋଇସାରିଛି। ଏଣୁ ମହାମାରୀ ସଙ୍କଟ ଭିତରେ ଏଥର ପାର୍ବଣରେ ନିଜ ଘର, କାନ୍ଥ ସହ ନିଜ ଜୀବନକୁ ରଙ୍ଗରେ ଭରିଦିଅନ୍ତୁ।

The post ଏଥର ଦୀପାବଳିରେ ଘରକୁ ସଜେଇବା ସହ ରଙ୍ଗରେ ଭରିଦିଅନ୍ତୁ appeared first on Odisha Reporter.

]]>
left bottom, lifestyle 2020-10-31 10:16:25 https://cdn.odishareporter.in/wp-content/uploads/2020/10/30160935/asian-paint.jpg
ମନପସନ୍ଦର ଡ୍ରେସ୍‌ରେ ଦାଗ ଲାଗିଛି କି ? ଆପଣାନ୍ତୁ ଏହି ସବୁ ଉପାୟ https://odishareporter.in/life-style/know-how-to-remove-stain-from-dress-586105 Fri, 30 Oct 2020 06:13:44 +0000 https://odishareporter.in/?p=586105

ମନପସନ୍ଦର ଡ୍ରେସ୍‌ରେ ଦାଗ ଲାଗି ଗଲେ ଆମ ମନ ଭାରି ଦୁଃଖ ହୁଏ। ଯେତେ ସଫା କଲେ ବି ସେ ଦାଗ ଛାଡ଼େ ନାହିଁ। ତେଣୁ ସେହି ଡ୍ରେସ୍‌ଟି ବେକାର ହୋଇଯାଏ ଓ ଆଉ ପିନ୍ଧି ହୁଏ ନାହିଁ। ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆମ ପାଖରେ କିଛି ଚମତ୍କାରୀ ଟିପ୍ସ ଅଛି, ଯାହା କପଡ଼ାରେ ଲାଗିଥିବା ରଙ୍ଗ ବା ଦାଗକୁ ବହୁତ ସହଜରେ ଛଡ଼ାଇଦେବ। ଆସନ୍ତୁ ଜାଣିବା ସେସବୁ ଉପାୟ ଗୁଡ଼ିକ ବିଷୟରେ। […]

The post ମନପସନ୍ଦର ଡ୍ରେସ୍‌ରେ ଦାଗ ଲାଗିଛି କି ? ଆପଣାନ୍ତୁ ଏହି ସବୁ ଉପାୟ appeared first on Odisha Reporter.

]]>

ମନପସନ୍ଦର ଡ୍ରେସ୍‌ରେ ଦାଗ ଲାଗି ଗଲେ ଆମ ମନ ଭାରି ଦୁଃଖ ହୁଏ। ଯେତେ ସଫା କଲେ ବି ସେ ଦାଗ ଛାଡ଼େ ନାହିଁ। ତେଣୁ ସେହି ଡ୍ରେସ୍‌ଟି ବେକାର ହୋଇଯାଏ ଓ ଆଉ ପିନ୍ଧି ହୁଏ ନାହିଁ। ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆମ ପାଖରେ କିଛି ଚମତ୍କାରୀ ଟିପ୍ସ ଅଛି, ଯାହା କପଡ଼ାରେ ଲାଗିଥିବା ରଙ୍ଗ ବା ଦାଗକୁ ବହୁତ ସହଜରେ ଛଡ଼ାଇଦେବ। ଆସନ୍ତୁ ଜାଣିବା ସେସବୁ ଉପାୟ ଗୁଡ଼ିକ ବିଷୟରେ।

ହେଲେ ମନେ ରଖନ୍ତୁ ଦାଗ ଛଡ଼ାଇବା ପାଇଁ କେବେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଗରମ ପାଣିରେ ଦାଗ ଛାଡ଼େ ନାହିଁ। ବରଂ ପୋଷାକଟି ଅଧିକ ନଷ୍ଟ ହୋଇଯାଇପାରେ।

ମାଟି ଦାଗ: ଯଦି କପଡ଼ାରେ ମାଟି ଦାଗ ଲାଗି ସୁଖି ଯାଇଛି, ତା’ହେଲେ ସର୍ଫ ସହ ପାଣି ମିଶାଇ ବହଳିଆ ପେଷ୍ଟ୍ ତିଆରି କରନ୍ତୁ। ସେହି ପେଷ୍ଟକୁ ଦାଗ ଉପରେ ଲଗାଇ ୫ରୁ ୭ମିନିଟ ଘଷନ୍ତୁ। ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ଦାଗ ଛାଡ଼ିଯିବ।

ଚାହା ଦାଗ: ଆମେ ଚାହା ପିଇବା ସମୟରେ ବେଳେ ବେଳେ କପଡ଼ାରେ ତାହା ପଡ଼ି ଦାଗ ହୋଇଯାଏ। ଏହି ଦାଗ ଛଡ଼ାଇବା ପାଇଁ କପଡ଼ାକୁ ପାଣିରେ ଭିଜାଇ ସେଥିରେ ବେକିଂ ପାଉଡର ପକାଇ ଘଷନ୍ତୁ। ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ସହ ଟୁଥ୍‌ପେଷ୍ଟ ସାହାଯ୍ୟରେ ଚାହା ଦାଗ ଛାଡ଼ିଯାଏ। ଟୁଥ୍‌ପେଷ୍ଟକୁ ଦାଗ ଲାଗିଥିବା ଜାଗାରେ ୧୫ରୁ ୨୦ ମିନିଟ ଲଗାଇ ଘଷିଲେ ଦାଗ ଛାଡ଼ିଯାଏ।

ଝାଳ ଦାଗ: ବାରମ୍ବାର ଝାଳ ବାହାରିବା ଦ୍ୱାରା ଧଳା ଡ୍ରେସ୍‌ରେ ଦାଗ ପଡ଼ିଯାଏ। ଆଉ ଅଧିକ ଦିନ ରହିଗଲେ ସେହି ଦାଗ ସହଜରେ ଛାଡ଼େ ନାହିଁ। ଏହି ଦାଗ ଛଡ଼ାଇବା ପାଇଁ ବେକିଂ ସୋଡ଼ା ଓ ହାଇଡ୍ରୋଜେନ ପେରକସାଇଡ୍‌କୁ ସମାନ ମାତ୍ରରେ ପାଣିରେ ମିଶାଇ ମିଶ୍ରଣ ତିଆରି କରନ୍ତୁ। ଏହି ପେଷ୍ଟକୁ ଦାଗ ଉପରେ ଲଗାଇ କିଛି ସମୟ ଘଷନ୍ତୁ। ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ଦାଗ ଛାଡ଼ିଯିବ।

ଲିପ୍‌ଷ୍ଟିକ୍ ଦାଗ: ଲିପ୍‌ଷ୍ଟିକ୍ ଦାଗ ଛଡ଼ାଇବା ପାଇଁ ସ୍ପିରିଟ୍‌ରେ ଭିନେଗାର ମିଶାଇ ଦାଗ ଲାଗିଥିବା ସମୟରେ ଲଗାନ୍ତୁ ଓ କିଛି ସମୟ ଘଷନ୍ତୁ। ତା’ପରେ ଉଷୁମ ପାଣିରେ ସର୍ଫ ମିଶାଇ ଧୋଇ ଦିଅନ୍ତୁ। ଦୁଇ ତିନି ଥର ଏପରି କରିବା ପରେ ଦାଗ ଛାଡ଼ିଯାଏ।

ଜଙ୍କ୍ ଦାଗ: ଏହି ଦାଗ ଦୂର କରିବା ପାଇଁ ଲେମ୍ବୁ ରସକୁ ସିଧାସଳଖ ଦାଗ ଥିବା ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ ଯାଏ ଖରାରେ ଶୁଖାଇ ଦିଅନ୍ତୁ। ପରେ ତାକୁ ସର୍ଫରେ ଧୋଇ ସୁଖାଇ ଦିଅନ୍ତୁ। ଦେଖିବେ ଦାଗ କେମିତି ଗାଏବ ହୋଇଯିବ।

ହଳଦୀ ଦାଗ: ଏହି ଦାଗ ଲାଗିଥିବା କପଡ଼ାରେ ବେସନ ଲଗାଇ କିଛି ସମୟ ରଖନ୍ତୁ । ପରେ କାପଡ଼ାକୁ ଖରାରେ ଶୁଖାଇ

The post ମନପସନ୍ଦର ଡ୍ରେସ୍‌ରେ ଦାଗ ଲାଗିଛି କି ? ଆପଣାନ୍ତୁ ଏହି ସବୁ ଉପାୟ appeared first on Odisha Reporter.

]]>
left bottom 2020-10-30 12:01:49 https://cdn.odishareporter.in/wp-content/uploads/2020/10/30114001/2-1.jpg
ଆଳୁ ଓ ପିଆଜକୁ ଏକାଠି ରଖନ୍ତୁ ନାହିଁ https://odishareporter.in/life-style/never-keep-potato-onion-together-or-it-will-spoil-quickly-585623 Thu, 29 Oct 2020 02:45:43 +0000 https://odishareporter.in/?p=585623

ଆମେ ସାଧାରଣତଃ ବଜାରରୁ ପନିପରିବା କିଣିଆଣି ତାକୁ ସେମିତି ମିଶାମିଶି କରି ଫ୍ରିଜରେ ରଖିଦେଉ ଅବା ବାହାରେ ଗଦାଇ ଦେଉ।କିନ୍ତୁ ସେମିତି ରଖିବା ଆଦୌ ଠିକ୍ ନୁହେଁ। ସେମିତି କିଛି ପନିପରିବା ଓ ଫଳ ଅଛି, ଯେଉଁଗୁଡ଼ିକୁ ଏକାଠି ରଖିବା ଉଚିତ୍ ନୁହେଁ। ଆଉ କିଛି ପରିବା ଅଛି, ଯେଉଁଗୁଡ଼ିକୁ ଆଦୌ ଫ୍ରିଜ୍‌ରେ ରଖିବା ଉଚିତ୍ ନୁହେଁ। ତା’ହେଲେ ଆସନ୍ତୁ ଜାଣିବା ପନିପରିବା ଓ ଫଳ ଆଦିକୁ କେମିତି ରଖିବା ଉଚିତ୍। ଫଳମୂଳ ବିଭିନ୍ନ ପ୍ରକାରର ଫଳକୁ […]

The post ଆଳୁ ଓ ପିଆଜକୁ ଏକାଠି ରଖନ୍ତୁ ନାହିଁ appeared first on Odisha Reporter.

]]>

ଆମେ ସାଧାରଣତଃ ବଜାରରୁ ପନିପରିବା କିଣିଆଣି ତାକୁ ସେମିତି ମିଶାମିଶି କରି ଫ୍ରିଜରେ ରଖିଦେଉ ଅବା ବାହାରେ ଗଦାଇ ଦେଉ।କିନ୍ତୁ ସେମିତି ରଖିବା ଆଦୌ ଠିକ୍ ନୁହେଁ। ସେମିତି କିଛି ପନିପରିବା ଓ ଫଳ ଅଛି, ଯେଉଁଗୁଡ଼ିକୁ ଏକାଠି ରଖିବା ଉଚିତ୍ ନୁହେଁ। ଆଉ କିଛି ପରିବା ଅଛି, ଯେଉଁଗୁଡ଼ିକୁ ଆଦୌ ଫ୍ରିଜ୍‌ରେ ରଖିବା ଉଚିତ୍ ନୁହେଁ। ତା’ହେଲେ ଆସନ୍ତୁ ଜାଣିବା ପନିପରିବା ଓ ଫଳ ଆଦିକୁ କେମିତି ରଖିବା ଉଚିତ୍।

ଫଳମୂଳ

ବିଭିନ୍ନ ପ୍ରକାରର ଫଳକୁ ଏକାଠି ରଖିବା ଉଚିତ୍‌ ନୁହେଁ। କାରଣ କିଛି ଫଳ ଇଥିଲିନ୍ ଗ୍ୟାସ୍ ଛାଡ଼ନ୍ତି, ଯାହା ଫଳକୁ ଶୀଘ୍ର ଖରାପ କରିଦିଏ। ସେଥିପାଇଁ କଦଳୀ, ସେଓ, ନାସ୍‌ପାତି ଆଦି ଫଳକୁ ଏକାଠି ରଖିବା ଉଚିତ୍ ନୁହେଁ। ଏଗୁଡ଼ିକୁ ଅଲଗା ଅଲଗା କରି ରଖିବା ଉଚିତ୍। ସେହିଭଳି ପାଚିଲା କଦଳୀକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଏହା ଶୀଘ୍ର ନଷ୍ଟ ହୋଇଯିବ।

ଆଳୁ ଓ ପିଆଜ

ଆଳୁ ଓ ପିଆଜକୁ ଏକ ସାଙ୍ଗରେ ରଖିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସେଗୁଡ଼ିକ ଶୀଘ୍ର ଖରାପ ହୋଇଯାଏ। ଆଳୁକୁ ସବୁବେଳ ଥଣ୍ଡା ଜାଗାରେ ରଖିବା ଉଚିତ୍‌।

ପନିପରିବା

ବଜାରରୁ ପନିପରିବା କିଣି ଆଣିବା ପରେ ସେଗୁଡ଼ିକୁ ଭଲ ଭାବେ ଧୋଇ କାଗଜରେ ଗୋଡ଼ାଇ ଫ୍ରିଜ୍‌ରେ ରଖନ୍ତୁ। ଦେଖିବେ ସେଗୁଡ଼ିକ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେଶ୍ ରହିବ।

ଟମାଟୋ

ପ୍ରାୟ ସମସ୍ତେ ଟମାଟୋକୁ ସତେଜ ରଖିବା ଲାଗି ଫ୍ରିଜ୍‌ରେ ରଖିଥାନ୍ତି। ମାତ୍ର ଫ୍ରିଜ୍‌ରେ ଟମାଟୋ ରଖିବା ଦ୍ୱାରା ଏହାର ଫ୍ଲେଭର ନଷ୍ଟ ହୋଇଯାଏ। ଏଥିସହ ଟମାଟୋ ପାଚିବା ପ୍ରଣାଳୀ ମଧ୍ୟ ବନ୍ଦ ହୋଇଯାଏ। ତେଣୁ ଟମାଟୋକୁ ଫ୍ରିଜ୍‌ରେ ନ ରଖି ବାହାରେ ପବନ ଯିବାଆସିବା କରୁଥିବା ସ୍ଥାନରେ ରଖନ୍ତୁ।

ବଟର୍

ବଟର୍‌କୁ  ଫ୍ରିଜ୍‌ରେ ରଖି ବ୍ୟବହାର କରିବା ଉଚିତ।  କିନ୍ତୁ ଏହାକୁ  ଫ୍ରିଜ୍‌ରେ ରଖିଲାବେଳେ ବାସ୍ନାଯୁକ୍ତ ଖାଦ୍ୟଜିନିଷ ଠାରୁ ଦୂରେଇ ରଖନ୍ତୁ। କାରଣ ବଟର୍‌ରେ ଅନ୍ୟ ଖାଦ୍ୟ ପଦାର୍ଥର ବାସ୍ନା ଶୀଘ୍ର ମିଶିଯାଇଥାଏ।

ଗର୍ଭାବସ୍ଥା ପରେ କେଶ ଝଡୁଛି କି ? ଜାଣିରଖନ୍ତୁ ଏହାର ଘରୋଇ ଉପଚାର

The post ଆଳୁ ଓ ପିଆଜକୁ ଏକାଠି ରଖନ୍ତୁ ନାହିଁ appeared first on Odisha Reporter.

]]>
left bottom, odia health tips 2020-10-29 12:06:20 https://cdn.odishareporter.in/wp-content/uploads/2020/10/29081310/90-1.jpg
ବର୍ଷାଦିନେ ଘରୁ ଦୁର୍ଗନ୍ଧ ଦୂର କରେ ଏହିସବୁ ଘରକରଣା ଟିପ୍ସ https://odishareporter.in/life-style/home/how-to-do-away-with-bad-smell-from-house-during-rainy-season65768789-583975 Fri, 23 Oct 2020 06:50:44 +0000 https://odishareporter.in/?p=583975

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନ ଆସିଲେ ଆପଣ ଚିନ୍ତାରେ ପଡ଼ିଯାଇଥା’ନ୍ତି। ଯିବା ଆସିବା ସମୟରେ ପାଣି କାଦୁଅରେ ପୋଷାକ ଅପରିଷ୍କାର ହେବା ସହ ବର୍ଷାରେ ଭିଜିଲେ ଥଣ୍ଡାଜ୍ୱର ହେବାର ଆଶଙ୍କା ମଧ୍ୟ ରହିଥାଏ। ଏହା ବ୍ୟତୀତ ବର୍ଷା ଦିନର ବଡ଼ ସମସ୍ୟା ହେବା ଘର ଦୁର୍ଗନ୍ଧ ହେବା। ଯଦି ଆପଣଙ୍କ ଘରେ ମଧ୍ୟ ଏପରି ସମସ୍ୟା ଦେଖାଦେଉଛି, ତା’ ହେଲେ ଜାଣିରଖନ୍ତୁ ଘରୁ ଦୁର୍ଗନ୍ଧ ଦୂର କରିବା ପାଇଁ କିଛି ଘରକରଣା ଟିପ୍ସ। ୧. ବର୍ଷା ଦିନରେ […]

The post ବର୍ଷାଦିନେ ଘରୁ ଦୁର୍ଗନ୍ଧ ଦୂର କରେ ଏହିସବୁ ଘରକରଣା ଟିପ୍ସ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନ ଆସିଲେ ଆପଣ ଚିନ୍ତାରେ ପଡ଼ିଯାଇଥା’ନ୍ତି। ଯିବା ଆସିବା ସମୟରେ ପାଣି କାଦୁଅରେ ପୋଷାକ ଅପରିଷ୍କାର ହେବା ସହ ବର୍ଷାରେ ଭିଜିଲେ ଥଣ୍ଡାଜ୍ୱର ହେବାର ଆଶଙ୍କା ମଧ୍ୟ ରହିଥାଏ। ଏହା ବ୍ୟତୀତ ବର୍ଷା ଦିନର ବଡ଼ ସମସ୍ୟା ହେବା ଘର ଦୁର୍ଗନ୍ଧ ହେବା।

ଯଦି ଆପଣଙ୍କ ଘରେ ମଧ୍ୟ ଏପରି ସମସ୍ୟା ଦେଖାଦେଉଛି, ତା’ ହେଲେ ଜାଣିରଖନ୍ତୁ ଘରୁ ଦୁର୍ଗନ୍ଧ ଦୂର କରିବା ପାଇଁ କିଛି ଘରକରଣା ଟିପ୍ସ।

୧. ବର୍ଷା ଦିନରେ ଲୁଗାପଟା ଭଲ ଭାବେ ଶୁଖି ନଥାଏ। ଯାହା ଯୋଗୁଁ ଲୁଗାପଟାରୁ ଗନ୍ଧ ବାହାରିଥାଏ। ଏକ ପାତ୍ରରେ କିଛି କଫି ନେଇ ଆଲମିରାରେ ରଖି ଦିଅନ୍ତୁ। ଦେଖିବେ ଦୁର୍ଗନ୍ଧ ପଳାଇବ।

୨. ସେହିପରି ଘରର ଯେଉଁ ସ୍ଥାନରେ ସୂର୍ଯ୍ୟକିରଣ ପଡ଼େନାହିଁ ସେହି ସ୍ଥାନରୁ ଅଧିକ ଦୁର୍ଗନ୍ଧ ଆସିଥାଏ। ଏହାକୁ ଦୂର କରିବା ପାଇଁ ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌କୁ ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ଭରିଦିଅନ୍ତୁ ଓ ଘରର ସେହି ସବୁ ସ୍ଥାନରେ ପକାନ୍ତୁ। ଦେଖିବେ କିଛି ସମୟ ଭିତରେ ଦୁର୍ଗନ୍ଧ ଦୂରେଇ ଯିବ।

୩. ଦୁର୍ଗନ୍ଧ ଦୂର କରିବାରେ ଭିନେଗାର ଓ ବେକିଂ ସୋଢ଼ା ମଧ୍ୟ ଭଲ କାମ ଦେଇଥାଏ। ଭିନେଗାରକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ରୁମ୍‌ ଫ୍ରେସ୍‌ନର ଭାବେ ବ୍ୟବହାର କରିପାରିବେ।

୪. ଯଦି ଆପଣ ବଜାରରେ ମିଳୁଥିବା ଆର୍ଟିଫିସିଆଲ୍‌ ରୁମ୍‌ ଫ୍ରେସନର ବ୍ୟବହାର କରୁଛନ୍ତି ତେବେ ଥରେ କର୍ପୂର ମଧ୍ୟ ବ୍ୟବହାର କରି ଦେଖନ୍ତୁ। ଏହା ଘରେ ଏକ ପ୍ରକାରର ସୁଗନ୍ଧ ଭରିଦେଇଥାଏ। ଘରର ଏକ କୋଣରେ ଖୋଲା ଜାଗାରେ ଦୀପରେ କର୍ପୂର ଜାଳନ୍ତୁ। ଦେଖିବେ କିଛି ସମୟ ଭିତରେ କର୍ପୂର କେମିତି ପୂରା ଘରେ ସୁଗନ୍ଧ ଭରିଦେବ।

୫. ଲେମନ୍‌ ଗ୍ରାସ୍ କିମ୍ବା ଲାଭେଣ୍ଡର ତେଲକୁ ପାଣିରେ ମିଶାଇ ରୁମ୍‌ ଫ୍ରେସନର୍ ଭାବେ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ଦୂରେଇଯିବ।

The post ବର୍ଷାଦିନେ ଘରୁ ଦୁର୍ଗନ୍ଧ ଦୂର କରେ ଏହିସବୁ ଘରକରଣା ଟିପ୍ସ appeared first on Odisha Reporter.

]]>
left bottom 2020-10-23 12:20:44 https://cdn.odishareporter.in/wp-content/uploads/2020/10/23121916/barsha-1.jpg
Odia Health Tips: ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ, ଜାଣନ୍ତୁ… https://odishareporter.in/life-style/home/tips-for-storing-egg-in-the-fridge-563890 Mon, 17 Aug 2020 08:37:05 +0000 https://odishareporter.in/?p=563890

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଅଣ୍ଡାକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ଆମେ ଏହାକୁ ଫ୍ରିଜରେ ରଖିଥାଉ। ତେବେ କ’ଣ ଆପଣ ଜାଣିଛନ୍ତି, ଫ୍ରିଜରେ ଅଣ୍ଡା ରଖିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ୍‌ ଓ ଓମେଗା ୩ ଫ୍ୟାଟି ଏସିଡ୍‌ ପରି ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଆସନ୍ତୁ ଜାଣିବା କିଛି ଘରକରଣା ଟିପସ୍‌, ଫ୍ରିଜରେ ଅଣ୍ଡା ରଖିଲେ କେଉଁସବୁ ଅସୁବିଧା ହୋଇଥାଏ। ୧. ଅଣ୍ଡା ଫ୍ରିଜରେ ରଖିବା ଦ୍ୱାରା ସତେଜ ରହିଥାଏ […]

The post Odia Health Tips: ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ, ଜାଣନ୍ତୁ… appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଅଣ୍ଡାକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ଆମେ ଏହାକୁ ଫ୍ରିଜରେ ରଖିଥାଉ। ତେବେ କ’ଣ ଆପଣ ଜାଣିଛନ୍ତି, ଫ୍ରିଜରେ ଅଣ୍ଡା ରଖିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ୍‌ ଓ ଓମେଗା ୩ ଫ୍ୟାଟି ଏସିଡ୍‌ ପରି ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଆସନ୍ତୁ ଜାଣିବା କିଛି ଘରକରଣା ଟିପସ୍‌, ଫ୍ରିଜରେ ଅଣ୍ଡା ରଖିଲେ କେଉଁସବୁ ଅସୁବିଧା ହୋଇଥାଏ।

୧. ଅଣ୍ଡା ଫ୍ରିଜରେ ରଖିବା ଦ୍ୱାରା ସତେଜ ରହିଥାଏ ହେଲେ ଏଥିରେ ଥିବା ପୋଷକତତ୍ତ୍ୱ ଓ ସ୍ୱାଦ ନଷ୍ଟ ହୋଇଯାଇଥାଏ। କେବଳ ଏତିକି ନୁହେଁ, ଫ୍ରିଜରେ ରଖିବା ପରେ ଅଣ୍ଡା ଉପର ଅଂଶରେ ଥିବା ବ୍ୟାକ୍ଟେରିଆଙ୍କ ବୃଦ୍ଧି ଘଟିଥାଏ। ଏହି ବ୍ୟାକ୍ଟେରିଆ ଅଣ୍ଡା ଭିତରକୁ ଯିବାର ଆଶଙ୍କା ମଧ୍ୟ ରହିଥାଏ।

୨. ଯଦି ଆପଣ ଅଣ୍ଡାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖବାକୁ ଚାହୁଁଛନ୍ତି, ତେବେ ଏହାକୁ ନର୍ମାଲ୍‌ ରୁମ୍‌ ଟେମ୍ପରେଚର୍‌ରେ ହିଁ ରଖନ୍ତୁ।

୩. ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଇଥିବା ଅଣ୍ଡାକୁ ନଖାଇବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ପଡ଼ିଲେ ଅଣ୍ଡାକୁ ସଙ୍ଗେ ସଙ୍ଗେ କିଣି କରି ହିଁ ଖାଆନ୍ତୁ।

୪. ଫ୍ରିଜରେ ରଖାଯାଇଥିବା ଅଣ୍ଡାକୁ ସଙ୍ଗେ ସଙ୍ଗେ ସିଝାଇଲେ, ଫାଟିଯିବାର ସମ୍ଭାବନା ରହିଥାଏ। ମନେରଖନ୍ତୁ, ଯଦି ଆପଣ ଫ୍ରିଜରେ ଅଣ୍ଡା ରଖୁଛନ୍ତି, ତେବେ ଏହାକୁ ବାହାର କରିବା ପରେ କିଛି ସମୟ ପାଇଁ ରୁମ୍‌ ଟେମ୍ପରେଚର୍‌ରେ ରଖି ସିଝାନ୍ତୁ। ଦେଖିବେ ଅଣ୍ଡା ଫାଟିବ ନାହିଁ।

୫. ସେହିପରି ଫ୍ରିଜରେ ରଖିଥିବା ଅଣ୍ଡାରେ କେକ୍‌ ପ୍ରସ୍ତୁତ କଲେ ଏହାର ସ୍ୱାଦ ଓ ରଙ୍ଗରେ ପରିବର୍ତ୍ତନ ଆସିଥାଏ।

The post Odia Health Tips: ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ, ଜାଣନ୍ତୁ… appeared first on Odisha Reporter.

]]>
left bottom, odia health tips 2020-09-07 13:22:51 https://cdn.odishareporter.in/wp-content/uploads/2020/08/17140343/egg.jpg
Home Tips in odia: ନିଜ ଘରର ପରିବେଶକୁ ଏପରି କରନ୍ତୁ ସ୍ୱାସ୍ଥ୍ୟକର https://odishareporter.in/life-style/know-how-to-improve-air-quality-at-home-553580 Mon, 20 Jul 2020 07:35:28 +0000 https://odishareporter.in/?p=553580

ଆଜିକାଲିର ପ୍ରଦୂଷିତ ପରିବେଶ ଯୋଗୁ ଲୋକମାନେ ଅଧିକ ରୋଗର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ନାନା ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି। ହେଲେ ଆପଣ ଜାଣିନଥିବେ ଯେ କେବଳ ବାହାରର ପ୍ରଦୂଷଣ ନୁହେଁ ବରଂ ଆପଣଙ୍କ ଘରର ଦୂଷିତ ବାତାବରଣ ବି ଆପଣଙ୍କୁ ରୋଗରେ ପକାଇପାରେ। ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହାକୁ ଆପଣାଇ ଆପଣ ନିଜ ଘରକୁ ଏକ ସ୍ୱାସ୍ଥ୍ୟକର ବାତାବରଣ ଦେଇପାରିବେ। ୧) ଘରକୁ ସଫା ରଖନ୍ତୁ: […]

The post Home Tips in odia: ନିଜ ଘରର ପରିବେଶକୁ ଏପରି କରନ୍ତୁ ସ୍ୱାସ୍ଥ୍ୟକର appeared first on Odisha Reporter.

]]>

ଆଜିକାଲିର ପ୍ରଦୂଷିତ ପରିବେଶ ଯୋଗୁ ଲୋକମାନେ ଅଧିକ ରୋଗର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ନାନା ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି। ହେଲେ ଆପଣ ଜାଣିନଥିବେ ଯେ କେବଳ ବାହାରର ପ୍ରଦୂଷଣ ନୁହେଁ ବରଂ ଆପଣଙ୍କ ଘରର ଦୂଷିତ ବାତାବରଣ ବି ଆପଣଙ୍କୁ ରୋଗରେ ପକାଇପାରେ। ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହାକୁ ଆପଣାଇ ଆପଣ ନିଜ ଘରକୁ ଏକ ସ୍ୱାସ୍ଥ୍ୟକର ବାତାବରଣ ଦେଇପାରିବେ।

୧) ଘରକୁ ସଫା ରଖନ୍ତୁ:

ଘରକୁ ସବୁଦିନ ଝାଡ଼ୁ ମାରନ୍ତୁ। ବିଶେଷ କରି ଘରର କୋଣ ଗୁଡ଼ିକୁ ଭଲଭାବେ ସଫା କରନ୍ତୁ। ପ୍ରତ୍ୟେକ ସପ୍ତାହରେ ଘର ଝଢ଼ା ଝଢ଼ି କରନ୍ତୁ। କାର୍ପେଟ୍, ପରଦା, ସୋଫା କଭର ସହ ଅନ୍ୟାନ୍ୟ କଭରଗୁଡ଼ିକୁ ସପ୍ତାହରେ ଥରେ ସଫା କରନ୍ତୁ।  ପ୍ରତ୍ୟେତ ଦିନ ବେଡସିଟ୍ ବଦଳାନ୍ତୁ ଓ ତାକୁ ଧୋଇଦିଅନ୍ତୁ। ବିଶେଷ କରି ଯଦି ଆପଣଙ୍କର ଗୃହପାଳିତ ପଶୁ ଅଛି ତାକୁ ଓ ତାର ବ୍ୟବହୃତ ଜିନିଷଗୁଡିକୁ ମଧ୍ୟ ସଫା ରଖନ୍ତୁ। ପ୍ରତ୍ୟେକ ଦିନ ପାଣିରେ ଆଣ୍ଟିସେପ୍ଟିକ ଲିକ୍ୱିଡ୍ ପକାଇ ଘରର ଚଟାଣ ସଫା କରନ୍ତୁ।

୨) ବାଥରୁମ ସଫା ରଖନ୍ତୁ:

ବାଥରୁମକୁ ସବୁବେଳେ ସଫା ରଖନ୍ତୁ। ବାଥରୁମରେ ଏକ ଏକ୍‌ଜଷ୍ଟ ଫ୍ୟାନ୍ ଲଗାନ୍ତୁ। ଏହା ଦ୍ୱାରା ବାଥରୁମ୍‌ର ଦୂଷିତ ବାୟୁ ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ଏଥିସହ ବାଥରୁମ୍‌ ଭିତରେ ଅଧିକ ସମୟ ରହିଲେ ମଧ୍ୟ ଅଣନିସ୍ୱାସୀ ଲାଗିବ ନାହିଁ।

୩) ଘରେ ଧୂମପାନ କରନ୍ତୁ ନାହିଁ:

ଧୂମପାନ ଶରୀର ପାଇଁ କେତେ ହାନିକାରକ ଏ କଥା ତ ସମସ୍ତେ ଜାଣନ୍ତି।  ଆପଣ ଜାଣନ୍ତି କି ଧୂମପାନ କରୁଥିବା ବ୍ୟକ୍ତି ପାଇଁ ଏହା ଯେତେ କ୍ଷତି କରେ ଏହି ଧୂଆଁ ତାଙ୍କ ଆଖପାଖରେ ଥିବା ବ୍ୟକ୍ତିଙ୍କର ମଧ୍ୟ ସେତିକି କ୍ଷତି କରେ। ତମାଖୁର ଧୂଆଁ ଘରର ବାତାବରଣକୁ ଦୂଷିତ କରିଦିଏ। ଯାହାକି ଛୋଟପିଲାମାନଙ୍କ ପାଇଁ ବହୁତ କ୍ଷତିକାରତ।

୪) ରୋଷେଇ ଘରେ ପରିବର୍ତ୍ତନ କରନ୍ତୁ:

ରାନ୍ଧିବା ସମୟରେ, ରନ୍ଧନ ଧୂଆଁରୁ ମୁକ୍ତି ପାଇବା ପାଇଁ ଘରର ଝରକା ସବୁ ଖୋଲା ରଖନ୍ତୁ। ରୋଷେଇ ଘରେ ଏକଜଷ୍ଟ ଫ୍ୟାନ୍‌ କିମ୍ବା ଚିମିନି ଲଗାନ୍ତୁ, ଏହା ଦୂଷିତ ବାୟୁକୁ ନିଷ୍କାସିତ କରିବ। ନିୟମିତ ରୋଷେଇ ଘରକୁ ସଫା କରନ୍ତୁ। ପରିବା ଚୋପା ଓ ଅଇଁଠାକୁ ଏଣେତେଣେ  ନ ପକାଇ ଘୋଡ଼ଣୀ ଥିବା ଡଷ୍ଟବିନ୍‌ରେ ପକାନ୍ତୁ। ଆଉ ପ୍ରତ୍ୟେକ ଦିନ ଡଷ୍ଟବିନ୍‌କୁ ଖାଲି କରନ୍ତୁ।

୫) ଉତ୍କଟ ସୁଗନ୍ଧଯୁକ୍ତ ଦ୍ରବ୍ୟରୁ ଦୂରେଇ ରୁହନ୍ତୁ:

ରୁମ୍ ଫ୍ରେନ୍ସର, କୀଟନାଶକ ପ୍ରତିରୋଧକ ଯେପରିକି ମଶାଧୂପ, ଅତର, ଅତ୍ୟଧିକ ବାସ୍ନା ହେଉଥିବା ଓ ଧୂଆଁ ବାହାରୁଥିବା ଧୂପ କାଠି ଫିନାଇଲ୍‌ ବ୍ୟବହାର କମ୍ କରନ୍ତୁ। ଏସବୁ ଆଲର୍ଜି କରିପାରେ ଓ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିପାରେ।

୬) ଇନଡୋର ପ୍ଲାଣ୍ଟ ରଖନ୍ତୁ:

ଏକ ଗବେଷଣାରୁ ଜଣାପଡ଼ିଛି ଯେ ବାୟୁକୁ ଶୁଦ୍ଧ କରିବାରେ ଇନଡୋର ପ୍ଲାଣ୍ଟଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ପ୍ଲାଣ୍ଟଗୁଡ଼ିକ ଆମ ଘର ଭିତରୁ ବେନଜେନ, ଫର୍ମାଲଡିହାଇଡ୍, ଟ୍ରାଇକ୍ଲୋରେଥାଇଲନ୍, ଜାଇଲିନ୍, ଏବଂ ଆମୋନିୟା ଭଳି ବିଶାକ୍ତ ଗ୍ୟାସକୁ ବାହାର କରି କିଛି ଘରକୁ ବିଶୁଦ୍ଧ କରେ।

 

 

 

 

 

The post Home Tips in odia: ନିଜ ଘରର ପରିବେଶକୁ ଏପରି କରନ୍ତୁ ସ୍ୱାସ୍ଥ୍ୟକର appeared first on Odisha Reporter.

]]>
left bottom 2020-09-07 13:43:45 https://cdn.odishareporter.in/wp-content/uploads/2020/07/20130338/home.jpg
ଜାଣି ରଖନ୍ତୁ ଛୋଟ ଛୋଟ ଘରକରଣା ଟିପ୍ସ- Household tips in odia https://odishareporter.in/life-style/home/house-cleaning-tips-548827 Wed, 08 Jul 2020 06:40:33 +0000 https://odishareporter.in/?p=548827

ଭୁବନେଶ୍ଵର (ଓଡିଶା ରିପୋର୍ଟର) :  ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ପଢ଼ିବା ସେମିତି କିଛି ଟିପ୍ସ। ୧. ବାସନରେ ପୋଡାଦାଗ ଥିଲେ […]

The post ଜାଣି ରଖନ୍ତୁ ଛୋଟ ଛୋଟ ଘରକରଣା ଟିପ୍ସ- Household tips in odia appeared first on Odisha Reporter.

]]>

ଭୁବନେଶ୍ଵର (ଓଡିଶା ରିପୋର୍ଟର) :  ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ପଢ଼ିବା ସେମିତି କିଛି ଟିପ୍ସ।

୧. ବାସନରେ ପୋଡାଦାଗ ଥିଲେ ସେଥିରେ ଅଳ୍ପ ବେକିଙ୍ଗ ସୋଡା ଓ ଭିନେଗାର ପକାଇ ଅଳ୍ପ ସମୟ ପରେ ମାଜି ଦିଅନ୍ତୁ। ଦେଖିବେ ପୋଡା ଦାଗ ଛାଡିଯିବ।

୨. ଘରେ କ୍ଷୀର ଛିଣ୍ଡି ଯାଇଥିଲେ, ତାକୁ ନ ଫୋପାଡି ଛେନା କରନ୍ତୁ। ସେହି ଛେନାକୁ ଅଟା ଚକଟାରେ ବ୍ୟବହାର କରନ୍ତୁ। ରୁଟି ନରମ ଓ ସୁଆଦିଆ ହେବ।

୩ . ରୁଟି ତାୱାରୁ ପୋଡା ଦାଗ ଛଡାଇବା ପାଇଁ ତାୱାକୁ ଗରମ କରି ସେଥିରେ ଫାଳେ ଲେମ୍ବୁ ଘଷି ଦିଅନ୍ତୁ। ପରେ ଅଳ୍ପ ବେକିଙ୍ଗ ପାଉଡର ପକାଇ ଫାଳେ ଲେମ୍ବୁ ଚିପୁଡି ବାସନ ମଜାରେ ମାଜି ଦିଅନ୍ତୁ। ଦେଖିବେ ତାୱାରୁ ପୋଡା ଦାଗ ଛାଡ଼ି ସଫା ହୋଇଯିବ।

୪. ଗ୍ରାଇଣ୍ଡର ଜାର ସଫା କରିବାକୁ ଚାହୁଁଥିଲେ, ସେଥିରେ ଅଳ୍ପ ବାସନ ମଜା ଲିକ୍ଵିଡ ପକାଇ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ। ପରେ ଭଲ ପାଣିରେ ଧୋଇଦିଅନ୍ତୁ। ଜାର ଭଲରେ ସଫା ହୋଇଯିବ।

୫. ଫ୍ରିଜରେ ପନିର ରଖିଥିଲେ ଏୟାର ଟାଇଟ ଡବାରେ ପାଣି ଦେଇ ବନ୍ଦ କରିରଖନ୍ତୁ। ଏପରି କଲେ ପନିର ସତେଜ ରହିବ।

The post ଜାଣି ରଖନ୍ତୁ ଛୋଟ ଛୋଟ ଘରକରଣା ଟିପ୍ସ- Household tips in odia appeared first on Odisha Reporter.

]]>
Household tips in odia, left bottom 2020-09-07 14:39:36 https://cdn.odishareporter.in/wp-content/uploads/2020/07/08120935/hime.jpg
Odia household tips: ବର୍ଷାଦିନେ ଆଲମାରୀରେ ରଖନ୍ତୁ ଗୋଟିଏ କପ୍ ଚାଉଳ https://odishareporter.in/life-style/keeping-one-cup-rice-in-your-wardrobe786786-538964 Thu, 11 Jun 2020 09:15:19 +0000 https://odishareporter.in/?p=538964

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ କପଡ଼ା ନଶୁଖିବାରୁ ଆଲମାରୀରେ ଥିବା ପୋଷାକ ଗନ୍ଧାଇବା ଆରମ୍ଭ କରିଥାଏ। ଏହି ପୋଷାକ ଶୀରର ସମ୍ପର୍କରେ ଆସିଲେ ଫଙ୍ଗଲ୍‌ ଇନଫେକସନ୍‌ ହେବାର ଆଶଙ୍କା ରହିଥାଏ। ଯାହାଦ୍ୱାରା ତ୍ୱଚାରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ। ଏସବୁରୁ ରକ୍ଷା ପାଇବା ପାଇଁ ଆପଣ ଔଷଧ ଉପରେ ନିର୍ଭର କରିଥା’ନ୍ତି। ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ, ପୋଷାକକୁ ଭଲ ରଖିବା ପାଇଁ ଆପଣ କିଛି ଘରକରଣା ଉପାୟ ଅବଲମ୍ୱନ କରିପାରିବେ। ଏଥିପାଇଁ ଆଲମାରୀରେ ଗୋଟିଏ […]

The post Odia household tips: ବର୍ଷାଦିନେ ଆଲମାରୀରେ ରଖନ୍ତୁ ଗୋଟିଏ କପ୍ ଚାଉଳ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ କପଡ଼ା ନଶୁଖିବାରୁ ଆଲମାରୀରେ ଥିବା ପୋଷାକ ଗନ୍ଧାଇବା ଆରମ୍ଭ କରିଥାଏ। ଏହି ପୋଷାକ ଶୀରର ସମ୍ପର୍କରେ ଆସିଲେ ଫଙ୍ଗଲ୍‌ ଇନଫେକସନ୍‌ ହେବାର ଆଶଙ୍କା ରହିଥାଏ। ଯାହାଦ୍ୱାରା ତ୍ୱଚାରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ। ଏସବୁରୁ ରକ୍ଷା ପାଇବା ପାଇଁ ଆପଣ ଔଷଧ ଉପରେ ନିର୍ଭର କରିଥା’ନ୍ତି। ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ, ପୋଷାକକୁ ଭଲ ରଖିବା ପାଇଁ ଆପଣ କିଛି ଘରକରଣା ଉପାୟ ଅବଲମ୍ୱନ କରିପାରିବେ। ଏଥିପାଇଁ ଆଲମାରୀରେ ଗୋଟିଏ କପ୍ ଚାଉଳ ରଖନ୍ତୁ। ଆସନ୍ତୁ ଜାଣିବା ଆଲମାରୀରେ ଚାଉଳରେ ରଖିଲେ କେଉଁସବୁ ଲାଭ ମିଳିଥାଏ।

୧. ବର୍ଷା ଦିନେ ଆଲମାରୀରେ ଚାଉଳ ରଖିଲେ ପୋଷାକରେ ହେଉଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଥା’ନ୍ତି ତେଣୁ ଆପଣଙ୍କ କପଡ଼ା ସୁରକ୍ଷିତ ରହିଥାଏ।

୨. ଚାଉଳ ଆଲମାରୀରୁ ଦୁର୍ଗନ୍ଧ ଦୂର କରିଥାଏ। ଆପଣ ଚାହିଁଲେ ଗୋଟିଏ କପ୍‌ ଚାଉଳରେ କିଛି ବୁନ୍ଦା ଏସେନ୍‌ସିଆଲ୍‌ ଅଏଲ୍ କିମ୍ୱା ପରଫ୍ୟୁମ୍‌ ପକାଇ ମୁହଁରେ କପଡ଼ା ଗୁଡ଼ାଇ ରଖିପାରିବେ। ଏହି କପ୍‌କୁ ଆଲମାରୀର ଖାଲି ଥିବା ସ୍ଥାନରେ ରଖନ୍ତୁ। ଚାଉଳରେ ପରଫ୍ୟୁମ୍‌ ପଡ଼ିଥିବାରୁ ଆଲମାରୀ ସହିତ ପୋଷାକ ମଧ୍ୟ ବାସ୍ନା ହେବ।

୩. ଚାଉଳକୁ ଆଲମାରୀରେ ଗୋଟିଏ ମାସରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ।  ଗୋଟିଏ ମାସ ପରେ କପ୍‌ରୁ କପଡ଼ା ବାହାର କରି ଚାଉଳକୁ ବଦଳାଇ ଏଥିରେ ପରଫ୍ୟୁମ୍‌ ଓ ଏସେନସିଆଲ୍ ଅଏଲ୍‌ ପକାନ୍ତୁ। କାରଣ ଚାଉଳ ଅଧିକ ଦିନ ରହିଲେ, ଖରାପ ହୋଇଯାଇଥାଏ। ତେଣୁ ପୋଷାକ ଏହା ସମ୍ପର୍କରେ ଆସିଲେ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ।

The post Odia household tips: ବର୍ଷାଦିନେ ଆଲମାରୀରେ ରଖନ୍ତୁ ଗୋଟିଏ କପ୍ ଚାଉଳ appeared first on Odisha Reporter.

]]>
Household tips in odia, left bottom 2020-09-07 15:00:35 https://cdn.odishareporter.in/wp-content/uploads/2020/06/11144437/333.jpg
ରୋଷେଇ ଘରକୁ କେମିତି ରଖିବେ ପରିଷ୍କାର- Tips to keep your kitchen clean https://odishareporter.in/life-style/tips-to-maitain-hygiene-in-kitchen-511782 Mon, 30 Mar 2020 07:29:04 +0000 https://odishareporter.in/?p=511782

ନୂଆଦିଲ୍ଲୀ: ଏବେ କରୋନା ପାଇଁ ସଫାସୁତୁରା ରହିବାକୁ ସମସ୍ତଙ୍କ ସଚେତନ କରାଯାଉଛି। କେବଳ ଭଲ ଭାବେ ହାତ ଧୋଇ ଦେଲେ କାମ ସରି ଯିବନି। ଘର ଭିତର ଓ ବାହାରକୁ ବି ପରିଷ୍କାର ରଖିବାକୁ ହେବ। ଆଉ ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତାକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘରକୁ ସଫା ରଖିବା ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ରାଖିବାକୁ ହେବ। ରୋଷେଇ ସରିବା ପରେ ପରିବା […]

The post ରୋଷେଇ ଘରକୁ କେମିତି ରଖିବେ ପରିଷ୍କାର- Tips to keep your kitchen clean appeared first on Odisha Reporter.

]]>

ନୂଆଦିଲ୍ଲୀ: ଏବେ କରୋନା ପାଇଁ ସଫାସୁତୁରା ରହିବାକୁ ସମସ୍ତଙ୍କ ସଚେତନ କରାଯାଉଛି। କେବଳ ଭଲ ଭାବେ ହାତ ଧୋଇ ଦେଲେ କାମ ସରି ଯିବନି। ଘର ଭିତର ଓ ବାହାରକୁ ବି ପରିଷ୍କାର ରଖିବାକୁ ହେବ। ଆଉ ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତାକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘରକୁ ସଫା ରଖିବା ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ରାଖିବାକୁ ହେବ।

  • ରୋଷେଇ ସରିବା ପରେ ପରିବା ଚୋପା କିମ୍ବା ଅନ୍ୟ କୌଣସି ବର୍ଜ୍ୟବସ୍ତୁକୁ ରୋଷେଇ ଘରର କୌଣସି କୋଣରେ ଜମା କରି ରଖନ୍ତୁ ନାହିଁ। ଆବର୍ଜନାଙ୍କୁ ନିୟମିତ ଭାବେ ନେଇ ବାହାରେ ପକାନ୍ତୁ।
  • ଜଣେ ଜଣେ ଗ୍ୟାସ ଚୁଲାକୁ ଭାରି ଅସନା କରନ୍ତି। ସେମିତି କରନ୍ତୁ ନାହିଁ। ରୋଷେଇ ସରିବା ମାତ୍ରେ ଗ୍ୟାସ୍‌ ଚୁଲାକୁ ଭଲ ଭାବେ ସଫା କରି ଦିଅନ୍ତୁ।
  • ପନିକି, ଛୁରୀ ଓ ଚପିଙ୍ଗ ବୋର୍ଡକୁ ଆଦିକୁ ବ୍ୟବହାର କରିବା ପରେ ଭଲ ଭାବେ ଧୋଇ ଶୁଖାଇ ରଖନ୍ତୁ। କାରଣ ସେଥିରେ ପରିବା ଖଣ୍ଡ ଲାଗି ରହିଲେ ଜୀବାଣୁ ସୃଷ୍ଟି ହୋଇପାରନ୍ତି।
  • ଅଇଁଠା ବାସନ ବା ରୋଷେଇରେ ବ୍ୟବହୃତ ପାତ୍ରକୁ ଭଲ ଭାବେ ସଫା କରି ରଖି ଦିଅନ୍ତୁ। ସେଗୁଡ଼ିକୁ ଘଣ୍ଟା ଘଣ୍ଟା ଧରି ବେସିନ୍‌ରେ ପକାଇ ରଖନ୍ତୁ ନାହିଁ।
  • ରୋଷେଇ ଘର ଚଟାଣକୁ ବି ସବୁଦିନେ ସଫା କରନ୍ତୁ।
  • ରୋଷେଇ ସାମଗ୍ରୀ ରଖୁଥିବା ପାତ୍ର ଓ ସ୍ଥାନକୁ ମଧ୍ୟ ପରିଷ୍କାର ରଖନ୍ତୁ। ଅଯଥା ଜିନିଷ ରଖନ୍ତୁ ନାହିଁ।
  • ଆମିଷ ରୋଷେଇ କରିବା ସମୟରେ ଧୈର୍ଯ୍ୟ ରଖନ୍ତୁ। କାରଣ ଆମିଷ ବ୍ୟଞ୍ଜନ ରୋଷେଇ କରିବାକୁ ଅଧିକ ସମୟ ଲାଗେ। ମାଂସ କରୁଥିଲେ ଏହାକୁ ଭଲ ଭାବେ ସିଝାନ୍ତୁ। ଅଣ-ରନ୍ଧା, ଅଧା ସିଝା ଖାଦ୍ୟ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଡାକିଆଣେ।
  •  ରନ୍ଧା ଖାଦ୍ୟକୁ ଚାମଚରେ ଖା’ନ୍ତୁ। ନହେଲେ ଭଲ ଭାବେ ହାତ ଧୋଇ ଖା’ନ୍ତୁ। ରୋଷେଇ ବେଳେ ଖାଦ୍ୟକୁ ପରୀକ୍ଷା କରିବା ପାଇଁ ଚାମଚର ବ୍ୟବହାର କରନ୍ତୁ। ଅପରିଷ୍କାର ହାତରେ ଖାଦ୍ୟକୁ ଧରନ୍ତୁ ନାହିଁ। ଏହା ଦ୍ୱାରା ରୋଗ ସୃଷ୍ଟିକାରୀ ଜୀବାଣୁ ଆମ ଶରୀରକୁ ସହଜରେ ପ୍ରବେଶ କରନ୍ତି। 
  • ଖାଦ୍ୟକୁ ଆଦୌ ଖୋଲା ଛାଡ଼ନ୍ତୁ ନାହିଁ। ସେହିପରି ଫ୍ରିଜ୍‌କୁ ଭଲ ଭାବେ ସଫା ରଖନ୍ତୁ।

The post ରୋଷେଇ ଘରକୁ କେମିତି ରଖିବେ ପରିଷ୍କାର- Tips to keep your kitchen clean appeared first on Odisha Reporter.

]]>
kitchen tips in odia 2020-09-07 16:51:52 https://cdn.odishareporter.in/wp-content/uploads/2020/03/30125844/ttt.jpg
Holi Hacks: ହୋଲିରେ ରଙ୍ଗଭିଜା ପୋଷାକ ସଫା କରିବା ପାଇଁ ଟିପ୍ସ https://odishareporter.in/life-style/stain-color-removal-clothes5657-502748 Fri, 06 Mar 2020 09:47:56 +0000 https://odishareporter.in/?p=502748

ଭୁବନେଶ୍ୱର : ଆଗକୁ ଆସୁଛି ହୋଲି। ହୋଲି ଖେଳି ସାରିବା ପରେ ଧଳା କପଡ଼ାରେ ଲାଗିଥିବା ରଙ୍ଗକୁ ନେଇ ସାଧାରଣତଃ ଅନେକ ଚିନ୍ତାରେ ପଡ଼ିଥା’ନ୍ତି। ସାବୁନ୍‌ କିମ୍ୱା ଡିଟରଜେଣ୍ଟ ପାଉଡର୍‌ ବ୍ୟବହାର କଲେ ମଧ୍ୟ କପଡ଼ାରୁ ରଙ୍ଗ ଛାଡ଼ି ନଥାଏ। ତେବେ ଏହି ରଙ୍ଗକୁ କିପରି ସହଜରେ କପଡ଼ାରୁ ଛଡ଼ାଇବେ, ଏଥିପାଇଁ କିଛି ଘରକରଣା ଟିପ୍ସ ଜାଣନ୍ତୁ। ଏହି ଟିପ୍ସ ଜରିଆରେ ସହଜରେ ଧଳା କପଡ଼ାରୁ ରଙ୍ଗ ଛାଡ଼ିପାରିବ। … ୧. ଧଳା ଭିନେଗାର୍ ରଙ୍ଗ ଲାଗିଥିବା […]

The post Holi Hacks: ହୋଲିରେ ରଙ୍ଗଭିଜା ପୋଷାକ ସଫା କରିବା ପାଇଁ ଟିପ୍ସ appeared first on Odisha Reporter.

]]>

ଭୁବନେଶ୍ୱର : ଆଗକୁ ଆସୁଛି ହୋଲି। ହୋଲି ଖେଳି ସାରିବା ପରେ ଧଳା କପଡ଼ାରେ ଲାଗିଥିବା ରଙ୍ଗକୁ ନେଇ ସାଧାରଣତଃ ଅନେକ ଚିନ୍ତାରେ ପଡ଼ିଥା’ନ୍ତି। ସାବୁନ୍‌ କିମ୍ୱା ଡିଟରଜେଣ୍ଟ ପାଉଡର୍‌ ବ୍ୟବହାର କଲେ ମଧ୍ୟ କପଡ଼ାରୁ ରଙ୍ଗ ଛାଡ଼ି ନଥାଏ। ତେବେ ଏହି ରଙ୍ଗକୁ କିପରି ସହଜରେ କପଡ଼ାରୁ ଛଡ଼ାଇବେ, ଏଥିପାଇଁ କିଛି ଘରକରଣା ଟିପ୍ସ ଜାଣନ୍ତୁ। ଏହି ଟିପ୍ସ ଜରିଆରେ ସହଜରେ ଧଳା କପଡ଼ାରୁ ରଙ୍ଗ ଛାଡ଼ିପାରିବ। …

୧. ଧଳା ଭିନେଗାର୍ ରଙ୍ଗ ଲାଗିଥିବା କପଡ଼ାକୁ ସହଜରେ ସଫା କରି ଦେଇଥାଏ। ଏଥିପାଇଁ ଅଧା କପ୍‌ ଭିନେଗାର୍‌ କପଡ଼ା ସଫା କରିବା ସମୟରେ ପାଣିରେ ପକାନ୍ତୁ। ଦେଖିବେ ରଙ୍ଗ ଛାଡ଼ିଯିବ। ମନେ ରଖନ୍ତୁ ଭିନେଗାର୍‌ କେବଳ ସୂତା କପଡ଼ା ପାଇଁ ବ୍ୟବହାର କରନ୍ତୁ।

୨. ପୋଷାକ ଧୋଇବା ସମୟରେ ପାଣିରେ କିଛି ବେକିଂ ସୋଡ଼ା ମିଳାଇ ଦିଅନ୍ତୁ। ଏହା ମଧ୍ୟ ରଙ୍ଗ ଛଡ଼ାଇବାରେ ଭଲ କାମ କରିଥାଏ।

୩. ବାସନ ମଜା ସାବୁନ୍‌ରେ ମଧ୍ୟ ଆପଣ କପଡ଼ା ସଫା କରିପାରିବେ। ହୋଲି ରଙ୍ଗ ଛଡ଼ାଇବା ପାଇଁ ଏହା ଭଲ କାମ କରିଥାଏ।

୪. ରଙ୍ଗ ଲାଗିବା ପରେ କପଡ଼ାକୁ କିଛି ସମୟ ଲେମ୍ୱୁ ପାଣିରେ ବୁଡ଼ାଇ ରଖନ୍ତୁ। ଏହାପରେ ସାବୁନ୍‌ରେ କପଡ଼ାକୁ ସଫା କରି ନିଅନ୍ତୁ। ଦେଖିବେ କପଡ଼ା ସଫା ହୋଇଯିବ।

୫. ସେହିପରି ଖଟା ଦହିକୁ ବି କପଡ଼ା ସଫା ପାଇଁ ବ୍ୟବହାର କରିପାରିବେ।  କିଛି ସମୟ ଦହି ପାଣିରେ ରଙ୍ଗ ଲାଗିଥିବା କପଡ଼ା ସବୁକୁ ବୁଡ଼ାଇ ରଖନ୍ତୁ। ଏହାପରେ ହାଲ୍‌କା ଭାବରେ କପଡ଼ାକୁ ମକଚି ଧୋଇ ନିଅନ୍ତୁ। ଏହିପରି ଦୁଇଥର କଲେ ରଙ୍ଗ ସହଜରେ ଛାଡ଼ି ଯାଇଥାଏ।

The post Holi Hacks: ହୋଲିରେ ରଙ୍ଗଭିଜା ପୋଷାକ ସଫା କରିବା ପାଇଁ ଟିପ୍ସ appeared first on Odisha Reporter.

]]>
left bottom 2020-09-07 17:02:45 https://cdn.odishareporter.in/wp-content/uploads/2020/03/06142320/holi.jpg
ଘର ସଫା କରିବା ପାଇଁ ୪ଟି ସହଜ ଟିପ୍ସ- 4 easy tips to clean your house https://odishareporter.in/life-style/time-saving-cleaning-hacks-household-tips767-496680 Wed, 19 Feb 2020 07:02:16 +0000 https://odishareporter.in/?p=496680

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତେ ନିଜ ଘରକୁ ସଫାସୁତୁରା ରଖିବାକୁ ଚାହିଁଥା’ନ୍ତି। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମୟ ବାହାର କରିବା କଷ୍ଟକର ହୋଇପଡ଼େ। ଏଣୁ ଅଧିକାଂଶ ଲୋକ ସପ୍ତାହକୁ ଥରେ ଘର ସଫା କରିଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘର ସଫା କରିବା ପାଇଁ କିଛି ସହଜ ଉପାୟ ବତାଇବୁ। ଏହା ଦ୍ୱାରା ଆପଣ ଖୁବ୍‌ କମ୍ ସମୟରେ ଘର ସଫା କରିପାରିବେ। ୧. ସର୍ବଦା ଗୋଟିଏ ରୁମ୍‌ରୁ ହିଁ ସଫା କରିବା କାର୍ଯ୍ୟ ଆରମ୍ଭ […]

The post ଘର ସଫା କରିବା ପାଇଁ ୪ଟି ସହଜ ଟିପ୍ସ- 4 easy tips to clean your house appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତେ ନିଜ ଘରକୁ ସଫାସୁତୁରା ରଖିବାକୁ ଚାହିଁଥା’ନ୍ତି। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମୟ ବାହାର କରିବା କଷ୍ଟକର ହୋଇପଡ଼େ। ଏଣୁ ଅଧିକାଂଶ ଲୋକ ସପ୍ତାହକୁ ଥରେ ଘର ସଫା କରିଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘର ସଫା କରିବା ପାଇଁ କିଛି ସହଜ ଉପାୟ ବତାଇବୁ। ଏହା ଦ୍ୱାରା ଆପଣ ଖୁବ୍‌ କମ୍ ସମୟରେ ଘର ସଫା କରିପାରିବେ।

୧. ସର୍ବଦା ଗୋଟିଏ ରୁମ୍‌ରୁ ହିଁ ସଫା କରିବା କାର୍ଯ୍ୟ ଆରମ୍ଭ କରନ୍ତୁ। ପ୍ରଥମେ ଝରକା ଓ କବାଟରେ ଥିବା ଧୂଳିକୁ ସଫା କରିନିଅନ୍ତୁ। ଏହାପରେ ଘରର ଚଟାଣ ସଫା କରିନିଅନ୍ତୁ। ୩୦ ମିନିଟ୍‌ ମଧ୍ୟରେ ଏସବୁ କରିବା ପାଇଁ ଚେଷ୍ଟା କରନ୍ତୁ।

୨. ଡଷ୍ଟବିନ୍‌ ଭିତରେ ପୁରୁଣା ନ୍ୟୁଜ୍‌ ପେପର୍‌ ରଖନ୍ତୁ। ଏହାଦ୍ୱାରା ଡଷ୍ଟବିନ୍‌ରେ କୌଣସି ଅଳିଆ ଲାଗିବ ନାହିଁ। ଏଣୁ ତାହା ଅସନା ହେବ ନାହିଁ କି ସେଥିରୁ ଦୁର୍ଗନ୍ଧ ବାହାରିବ ନାହିଁ।

୩. ଯଦି ପାଖରେ ୱିଣ୍ଡୋ ଭାକ୍ୟୁମ୍‌ କ୍ଲିନର୍‌ ନାହିଁ, ତେବେ ବାସନ ଧୋଉଥିବା ଲିକ୍ୱିଡ୍‌ରେ ପାଣି ମିଶାଇ ଝରକା ସଫା କରନ୍ତୁ। ଦେଖିବେ ଝରକା ପୂର୍ବ ପରି ଚମକି ଉଠିବ।

୪. ଟବ୍‌ ଓ ବେସିନ୍‌କୁ ଭଲ ଭାବରେ ସଫା କରିବା ପାଇଁ ବାଥରୁମ୍‌ କ୍ଲିନର୍‌ ପକାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ସଫା କରିନିଅନ୍ତୁ।

 

The post ଘର ସଫା କରିବା ପାଇଁ ୪ଟି ସହଜ ଟିପ୍ସ- 4 easy tips to clean your house appeared first on Odisha Reporter.

]]>
Household tips in odia, left bottom 2020-09-07 17:29:38 https://cdn.odishareporter.in/wp-content/uploads/2020/02/19115151/safa.jpg
Kitchen tips in odia: କେଉଁ ତେଲ ରୋଷେଇ ପାଇଁ ଭଲ ? https://odishareporter.in/life-style/which-cooking-oil-is-the-most-efficient-for-health5667-495719 Mon, 17 Feb 2020 04:30:31 +0000 https://odishareporter.in/?p=495719

ରୋଷେଇ ଘରେ ଖାଇବା ତେଲ ବା କୁକିଙ୍ଗ୍ ଅଏଲ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡାଲି ହେଉ କିମ୍ୱା ତରକାରି ସବୁଥି ପାଇଁ ତେଲ ଜରୁରୀ। ନ ହେଲେ ଖାଦ୍ୟ ପ୍ରସ୍ତୁତି ହୋଇପାରିବ ନାହିଁ। ତେବେ କେଉଁ ତେଲ ଶରୀର ପାଇଁ ଭଲ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରୋଷେଇ ପାଇଁ ଅଲିଭ୍‌ ଓ ଆବାକଡୁ ତେଲ ସବୁଠୁ ଭଲ। କିନ୍ତୁ ଅଧିକାଂଶ ଲୋକେ ରିଫାଇଣ୍ଡ ଅଏଲ୍‌ ବ୍ୟବହାର କରିଥା’ନ୍ତି। ରିଫାଇଣ୍ଡ୍‌ ଅଏଲ୍‌ ଉଭୟ ରୋଷେଇ ଓ […]

The post Kitchen tips in odia: କେଉଁ ତେଲ ରୋଷେଇ ପାଇଁ ଭଲ ? appeared first on Odisha Reporter.

]]>

ରୋଷେଇ ଘରେ ଖାଇବା ତେଲ ବା କୁକିଙ୍ଗ୍ ଅଏଲ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡାଲି ହେଉ କିମ୍ୱା ତରକାରି ସବୁଥି ପାଇଁ ତେଲ ଜରୁରୀ। ନ ହେଲେ ଖାଦ୍ୟ ପ୍ରସ୍ତୁତି ହୋଇପାରିବ ନାହିଁ। ତେବେ କେଉଁ ତେଲ ଶରୀର ପାଇଁ ଭଲ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରୋଷେଇ ପାଇଁ ଅଲିଭ୍‌ ଓ ଆବାକଡୁ ତେଲ ସବୁଠୁ ଭଲ।

କିନ୍ତୁ ଅଧିକାଂଶ ଲୋକେ ରିଫାଇଣ୍ଡ ଅଏଲ୍‌ ବ୍ୟବହାର କରିଥା’ନ୍ତି। ରିଫାଇଣ୍ଡ୍‌ ଅଏଲ୍‌ ଉଭୟ ରୋଷେଇ ଓ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହି ତେଲକୁ ଉଚ୍ଚ ତାପମାତ୍ରାରେ ତିଆରି କରାଯାଏ। ତେଣୁ ଏଥିରେ ନ୍ୟୁଟ୍ରିସନ୍ସ କମ୍‌ ରହିଥାଏ। ତେଣୁ ରିଫାଇଣ୍ଡ ତେଲରେ ଟ୍ରାନ୍ସ ଫ୍ୟାଟ୍‌ ଅଧିକ ରହିଛି, ଯାହା ଶୀରରକୁ କ୍ଷତି ପହଞ୍ଚାଇଥାଏ।

ଯଦି ପାରୁଛନ୍ତି ରୋଷେଇରେ ସୋରିଷ ତେଲ ବ୍ୟବହାର କରନ୍ତୁ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ସୋରିଷ ତେଲକୁ ଆପଣ ତରକାରି, ଡ଼ାଲି ଓ ଭଜା କରିବା ପାଇଁ ବ୍ୟବହାର କରିପାରିବେ।

ସେହିପରି ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ହେଉଥିବା ବା ପେଡ଼ା ହେଉଥିବା ଯେକୌଣସି ଖାଇବା ତେଲ ଉଭୟ ରୋଷେଇ ଓ ସ୍ୱାସ୍ଥ୍ୟ ପାଇଁ ଭଲ। ତେବେ ଯେକୌଣସି ଖାଇବା ତେଲକୁ କମ୍ ବ୍ୟବହାର କଲେ ଭଲ। ମାତ୍ରାଧିକ ମସଲା ଭଳି ମାତ୍ରାଧିକ ତେଲ ବି ଶରୀର ପାଇଁ ଭଲ ନୁହେଁ।

The post Kitchen tips in odia: କେଉଁ ତେଲ ରୋଷେଇ ପାଇଁ ଭଲ ? appeared first on Odisha Reporter.

]]>
kitchen tips in odia, left bottom 2020-09-07 17:50:32 https://cdn.odishareporter.in/wp-content/uploads/2020/02/17091808/oil.jpg
ଘରୁ ଝିଟିପିଟି ବାହାର କରିବାର ୫ଟି ସହଜ ଉପାୟ- Tips to keep lizards away from home https://odishareporter.in/life-style/tips-to-keep-away-lizards-from-home77887-493724 Tue, 11 Feb 2020 08:38:09 +0000 https://odishareporter.in/?p=493724

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳେବେଳେ ଘରେ ଅଧିକ ଝିଟିପିଟି ହୋଇଗଲେ,ବ୍ୟସ୍ତ ହୋଇପଡ଼ନ୍ତି। ଝିଟିପିଟିକୁ ଘରୁ ତଡ଼ିବା ପାଇଁ ନାନା ଉପାୟ ଆପଣାଇଥା’ନ୍ତି। ତେବେ ଆଜି ଆମେ ଝିଟିପିଟିଙ୍କୁ ଘରୁ ବାହାର କରିବା ପାଇଁ ୫ଟି ସହଜ ଉପାୟ ଆପଣଙ୍କୁ କହିବୁ। ୧. ଘରୁ ଝିଟିପିଟିଙ୍କୁ ବାହାର କରିବାର ସବୁଠାରୁ ସହଜ ଉପାୟ ହେଉଛି ଅଣ୍ଡା ଖୋଳ। ଅଣ୍ଡା ଖାଇବା ପରେ ଖୋଳକୁ ନ ଫୋପାଡ଼ି ଯେଉଁ ସ୍ଥାନରେ ଝିଟିପିଟି ଅଛନ୍ତି, ସେଠାରେ ରଖି ଦିଅନ୍ତୁ। ଦେଖିବେ ଅଣ୍ଡା […]

The post ଘରୁ ଝିଟିପିଟି ବାହାର କରିବାର ୫ଟି ସହଜ ଉପାୟ- Tips to keep lizards away from home appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳେବେଳେ ଘରେ ଅଧିକ ଝିଟିପିଟି ହୋଇଗଲେ,ବ୍ୟସ୍ତ ହୋଇପଡ଼ନ୍ତି। ଝିଟିପିଟିକୁ ଘରୁ ତଡ଼ିବା ପାଇଁ ନାନା ଉପାୟ ଆପଣାଇଥା’ନ୍ତି। ତେବେ ଆଜି ଆମେ ଝିଟିପିଟିଙ୍କୁ ଘରୁ ବାହାର କରିବା ପାଇଁ ୫ଟି ସହଜ ଉପାୟ ଆପଣଙ୍କୁ କହିବୁ।

୧. ଘରୁ ଝିଟିପିଟିଙ୍କୁ ବାହାର କରିବାର ସବୁଠାରୁ ସହଜ ଉପାୟ ହେଉଛି ଅଣ୍ଡା ଖୋଳ। ଅଣ୍ଡା ଖାଇବା ପରେ ଖୋଳକୁ ନ ଫୋପାଡ଼ି ଯେଉଁ ସ୍ଥାନରେ ଝିଟିପିଟି ଅଛନ୍ତି, ସେଠାରେ ରଖି ଦିଅନ୍ତୁ। ଦେଖିବେ ଅଣ୍ଡା ଗନ୍ଧରେ ଝିପିପିଟି ଘରୁ ବାହାରକୁ ଚାଲିଯିବେ।

୨. ରସୁଣରୁ କିଛି କୋଲା ନେଇ ଝରକା ଓ କବାଟରେ ସୂତାରେ ବାନ୍ଧି ଟାଙ୍ଗି ଦିଅନ୍ତୁ। ଏପରି କଲେ ଝିପିପିଟି ଘରକୁ ଆସିବେ ନାହିଁ।

୩. ଶୀତଦିନେ ଝିଟିପିଟି କମ୍‌ ଦେଖିବାକୁ ମିଳିଥା’ନ୍ତି। ଯେବେ ବି ଝିଟିପିଟି ଦେଖୁଛନ୍ତି, ତାଙ୍କ ଉପରେ ଥଣ୍ଡା ପାଣି ପକାଇଲେ, ଘରୁ ବାହାରିଯିବେ।

୪. ଘରୁ ଛୋଟ ଛୋଟ ପୋକକୁ ବାହାର କରିବା ପାଇଁ ଗନ୍ଧ କର୍ପୂର ବ୍ୟବହାର କରାଯାଇଥାଏ। ତେଣୁ ଘର କୋଣରେ ଗନ୍ଧ କର୍ପୂର ରଖନ୍ତୁ, ଦେଖିବେ ଝିଟିପିଟି ହେବେ ନାହିଁ।

୫. କଫି ପାଉଡର୍‌ ଓ ପାନରେ ପଡୁଥିବା ଖଇର ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ମିଶ୍ରଣର ଛୋଟ ଛୋଟ ଗୁଳା କରି ଝିଟିପିଟି ହେଉଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ କଫି ଓ ଖଇର ଗନ୍ଧରେ ଝିଟିପିଟି ଘରୁ ବାହାରିଯିବେ।

The post ଘରୁ ଝିଟିପିଟି ବାହାର କରିବାର ୫ଟି ସହଜ ଉପାୟ- Tips to keep lizards away from home appeared first on Odisha Reporter.

]]>
left bottom 2020-08-25 13:31:54 https://cdn.odishareporter.in/wp-content/uploads/2020/02/11134014/j222.jpg
ଧଳା ଜୋତାକୁ ସଫା କରିବାର କିଛି ସହଜ ଉପାୟ-Tips to clean your white shoes https://odishareporter.in/life-style/how-to-clean-white-shoes-492097 Sat, 08 Feb 2020 03:20:56 +0000 https://odishareporter.in/?p=492097

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧଳା ଜୋତା କିଣିବା ସମୟରେ ସାଧାରଣତଃ ସମସ୍ତେ ଟିକେ ଦ୍ୱନ୍ଦ୍ୱରେ ରହନ୍ତି। ଶୀଘ୍ର ମଇଳା ହୋଇଯାଉଥିବାରୁ ଓ ଦାଗ ଲାଗି ଯାଉଥିବାରୁ ଅଧିକାଂଶ ଲୋକେ ଇଚ୍ଛା ଥିଲେ ବି ଏହାକୁ କିଣିବା ପାଇଁ ପସନ୍ଦ କରି ନଥା’ନ୍ତି। ଅନ୍ୟପକ୍ଷରେ ସ୍କୁଲ୍‌ଗୁଡ଼ିକରେ ବିଶେଷ ଭାବେ ଧଳା ଜୋତା ଉପରେ ଗୁରୁତ୍ୱ ଦିଆଯାଏ। ତେବେ ଛୋଟ ପିଲା ଏହାକୁ ଶୀଘ୍ର ମଇଳା କରି ଦେଇଥା’ନ୍ତି। ହେଲେ ଏହାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାକୁ ବେଶ୍ […]

The post ଧଳା ଜୋତାକୁ ସଫା କରିବାର କିଛି ସହଜ ଉପାୟ-Tips to clean your white shoes appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧଳା ଜୋତା କିଣିବା ସମୟରେ ସାଧାରଣତଃ ସମସ୍ତେ ଟିକେ ଦ୍ୱନ୍ଦ୍ୱରେ ରହନ୍ତି। ଶୀଘ୍ର ମଇଳା ହୋଇଯାଉଥିବାରୁ ଓ ଦାଗ ଲାଗି ଯାଉଥିବାରୁ ଅଧିକାଂଶ ଲୋକେ ଇଚ୍ଛା ଥିଲେ ବି ଏହାକୁ କିଣିବା ପାଇଁ ପସନ୍ଦ କରି ନଥା’ନ୍ତି। ଅନ୍ୟପକ୍ଷରେ ସ୍କୁଲ୍‌ଗୁଡ଼ିକରେ ବିଶେଷ ଭାବେ ଧଳା ଜୋତା ଉପରେ ଗୁରୁତ୍ୱ ଦିଆଯାଏ। ତେବେ ଛୋଟ ପିଲା ଏହାକୁ ଶୀଘ୍ର ମଇଳା କରି ଦେଇଥା’ନ୍ତି। ହେଲେ ଏହାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାକୁ ବେଶ୍ ସହଜରେ ସଫା କରି ହେବ। ତା’ହେଲେ ଆସନ୍ତୁ ଜାଣିବା ସେସବୁ ସହଜ ଉପାୟଗୁଡ଼ିକ ସମ୍ପର୍କରେ।

୧. ଗୋଟିଏ ପାତ୍ରରେ ଗରମ ପାଣି ନେଇ ସେଥିରେ ବେକିଂ ସୋଡ଼ା ଓ ହ୍ୱାଇଟ୍‌ ଭିନେଗାର ପକାନ୍ତୁ। ଏହାକୁ ଭଲ ଭାବରେ ମିଶାନ୍ତୁ। ଏହାପରେ ଜୋତାକୁ ସେଥିରେ ଭିଜାନ୍ତୁ। କିଛି ସମୟ ପରେ ଜୋତାରୁ ଲେସ୍‌ଗୁଡ଼ିକୁ ବାହାର କରିନିଅନ୍ତୁ ଓ ତା’ପରେ ବ୍ରଶ୍‌ରେ ଧୀରେ ଧୀରେ ଜୋତାକୁ ସଫା କରନ୍ତୁ। ଦେଖିବେ ଜୋତା ପୂର୍ବ ପରି ସଫା ହୋଇଯିବ।

୨. ଆପଣ ବ୍ୟବହାର କରୁଥିବା ସ୍କ୍ରବ୍‌ କିମ୍ୱା ପେଷ୍ଟରେ ମଧ୍ୟ ଧଳା ଜୋତାକୁ ସଫା କରିପାରିବେ।

୩. ବେବି ପାଉଡର୍‌ରେ ମଧ୍ୟ ଏହାକୁ ସଫା କରିପାରିବେ।

୪. ଫେସିଆଲ୍‌ ସମୟରେ ବ୍ୟବହୃତ ହେଉଥିବା କଣ୍ଟେନର୍‌ ଓ ବ୍ଲିଚ୍‌ରେ ମଧ୍ୟ ଧଳା ଜୋତାକୁ ସଫା କରିପାରିବେ। କିନ୍ତୁ ଅନେକ ସମୟରେ ବ୍ଲିଚ୍‌ର ବ୍ୟବହାର ଯୋଗୁ ଧଳା ଜୋତା ହଳଦିଆ ହୋଇଯିବାର ଦେଖାଯାଏ।

ମନେ ରଖନ୍ତୁ

୧. ଜୋତାକୁ କେବେ ବି ୱାଶିଂ ମେସିନ୍‌ରେ ପକାନ୍ତୁ ନାହିଁ। ଏହାଦ୍ୱାରା ଏଥିରେ ଥିବା ଫ୍ୟାବ୍ରିକ କଟନ୍‌ ନଷ୍ଟ ହୋଇଯାଇଥାଏ।

The post ଧଳା ଜୋତାକୁ ସଫା କରିବାର କିଛି ସହଜ ଉପାୟ-Tips to clean your white shoes appeared first on Odisha Reporter.

]]>
left bottom 2020-09-08 17:16:27 https://cdn.odishareporter.in/wp-content/uploads/2020/02/07140412/sss.jpg
ଏହିସବୁ ରଙ୍ଗ ଘରକୁ ଦେଇଥାଏ ବଢ଼ିଆ ଲୁକ୍‌- A guide to pick the best color for home https://odishareporter.in/life-style/which-colour-is-good-for-every-wall34-478818 Fri, 03 Jan 2020 08:10:50 +0000 https://odishareporter.in/?p=478818

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର ବାହାରର ରଙ୍ଗ ପାଇଁ ଅନେକ ଲୋକ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତି। କିନ୍ତୁ ଅନେକ ଘରର ଭିତରର ରଙ୍ଗକୁ ଏତେ ଧ୍ୟାନ ଦିଅନ୍ତି ନାହିଁ। ତେବେ ରଙ୍ଗ ବାଛି ନ ଜାଣିଲେ ଯେତେ ସୁନ୍ଦର ଡିଜାଇନ୍‌ର ଘର ହୋଇଥିଲେ ବି ତାହା ଆଖିକୁ ଭଲ ଦିଶେ ନାହିଁ। ଘରର ଭିତରର ରଙ୍ଗ ପାଇଁ କେହି କେହି କଲର ଡିଜାଇନ୍‌ରଙ୍କ ପରାମର୍ଶ ନିଅନ୍ତି। ତେବେ ସେମାନଙ୍କ ବିନା ସହାୟତାରେ ମଧ୍ୟ ଆପଣ ଘର ପାଇଁ […]

The post ଏହିସବୁ ରଙ୍ଗ ଘରକୁ ଦେଇଥାଏ ବଢ଼ିଆ ଲୁକ୍‌- A guide to pick the best color for home appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର ବାହାରର ରଙ୍ଗ ପାଇଁ ଅନେକ ଲୋକ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତି। କିନ୍ତୁ ଅନେକ ଘରର ଭିତରର ରଙ୍ଗକୁ ଏତେ ଧ୍ୟାନ ଦିଅନ୍ତି ନାହିଁ। ତେବେ ରଙ୍ଗ ବାଛି ନ ଜାଣିଲେ ଯେତେ ସୁନ୍ଦର ଡିଜାଇନ୍‌ର ଘର ହୋଇଥିଲେ ବି ତାହା ଆଖିକୁ ଭଲ ଦିଶେ ନାହିଁ। ଘରର ଭିତରର ରଙ୍ଗ ପାଇଁ କେହି କେହି କଲର ଡିଜାଇନ୍‌ରଙ୍କ ପରାମର୍ଶ ନିଅନ୍ତି। ତେବେ ସେମାନଙ୍କ ବିନା ସହାୟତାରେ ମଧ୍ୟ ଆପଣ ଘର ପାଇଁ ସଠିକ୍ ରଙ୍ଗ ବାଛି ପାରିବେ। ତା’ହେଲେ ଆସନ୍ତୁ ଆସନ୍ତୁ ଜାଣିବା ଘରର କେଉଁ ରୁମ୍‌ରେ କେଉଁ ରଙ୍ଗ ଦେବା ଉଚିତ୍‌।

୧. ରୋଷେଇ ଘରେ ଲାଲ୍‌ କିମ୍ୱା କମଳା ରଙ୍ଗ କରନ୍ତୁ।

୨. ବାଥ୍‌ରୁମ୍‌ରେ ଧଳା କିମ୍ୱା ହାଲ୍‌କା ନୀଳ ରଙ୍ଗ କରନ୍ତୁ।

୩. ଗେଷ୍ଟଙ୍କ ପାଇଁ ଡ୍ରଇଂ ରୁମ୍‌ ଆକର୍ଷଣୀୟ ହେବା ଆବଶ୍ୟକ। ଏଥିପାଇଁ ଡ୍ରଇଂ ରୁମ୍‌ରେ ସ୍କାଏ, କ୍ରୀମ୍‌ କିମ୍ୱା ହାଲକା ହଳଦିଆ ରଙ୍ଗ କଲେ ମଡର୍ଣ୍ଣ ଲୁକ୍‌ ଦେଇଥାଏ।

୪. ଠାକୁର ଘରେ ହଳଦିଆ କିମ୍ୱା ହାଲ୍‌କା ହଳଦିଆ ରଙ୍ଗ କଲେ ଭଲ ଲାଗିବ।

୫. ପିଲାଙ୍କର ପାଠପଢ଼ା ଘରକୁ ସବୁଜ ରଙ୍ଗ କରନ୍ତୁ।

୬. ବେଡ୍‌ରୁମ୍‌କୁ ଗୋଲାପୀ ରଙ୍ଗ, ଲାଇଟ୍‌ ଗ୍ରୀନ୍‌ କିମ୍ୱା କୌଣସି ହାଲକା ରଙ୍ଗ କରନ୍ତୁ।

The post ଏହିସବୁ ରଙ୍ଗ ଘରକୁ ଦେଇଥାଏ ବଢ଼ିଆ ଲୁକ୍‌- A guide to pick the best color for home appeared first on Odisha Reporter.

]]>
Household tips in odia, left bottom 2020-09-08 17:29:06 https://cdn.odishareporter.in/wp-content/uploads/2020/01/03130609/color.jpg
Odia Health Tips: ଓଜନ ହ୍ରାସ କରିବ ପାନମଧୁରୀ ପାଣି ! https://odishareporter.in/life-style/pana-madhuri-effect-470670 Thu, 12 Dec 2019 09:59:06 +0000 https://odishareporter.in/?p=470670

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପା’ନ୍ତି। ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ  ।ତେବେ ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗି ନଥାଏ, ଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ କରିଥାଏ । ତେବେ ଆପଣ ଜାଣନ୍ତି, ପାନମଧୁରୀ ପାଣି ପିଇଲେ ଓଜନ ବି କମି ଥାଏ। ଏହି ପାଣି ପିଇଲେ ଗ୍ୟାସ୍‌ ଓ ଏସିଡିଟି ଆଦି ସମସ୍ୟା ଦେଖା ଦେଇନଥାଏ। ତା’ସହିତ ଶରୀରରେ ଅତିରିକ୍ତ ଚର୍ବିର ବୃଦ୍ଧିକୁ ଏହା ନିୟନ୍ତ୍ରଣ କରିଥାଏ। ତେଣୁ ଶରୀରର ଓଜନ ବଢ଼ି ନଥାଏ। କେବଳ ଏତିକୁ ନୁହେଁ, ଏହା ସହିତ ପାନମଧୁରୀ ପାଣି ପିଇଲେ ହାଡ଼ ମଜବୁତ ରହିଥାଏ। ପାନମଧୁରୀରେ ଭିଟାମିନ୍‌ ସି ରହିଛି, ଯାହା ତ୍ୱଚା ସହିତ ଜଡ଼ିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏହାଦ୍ୱାରା ଶରୀରରେ କ୍ଷତିକାରକ ହରମୋନ୍‌ ତିଆରି ହେବା ବନ୍ଦ ହୋଇଥାଏ। ପାନମଧୁରୀ ପାଣିକୁ ଷ୍ଟିମ୍‌ ଭାବରେ ନେଲେ, ନାକରେ ହୋଇଥିବା ଇନ୍‌ଫେକସନ୍‌ ଦୂର ହେବା ସହିତ ଶ୍ୱାସନଳୀ ସଫା ରହିଥାଏ। ଆହୁରି ମଧ୍ୟ ଶରୀରକୁ ସଠିକ୍ ପରିମାଣରେ ଅମ୍ଳଜାନ ମିଳିଥାଏ।  

The post Odia Health Tips: ଓଜନ ହ୍ରାସ କରିବ ପାନମଧୁରୀ ପାଣି ! appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପାନ୍ତି ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ  ।ତେବେ ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗି ନଥାଏଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ ରିଥାଏ  ତେବେ ଆପଣ ଜାଣନ୍ତିପାନମଧୁରୀ ପାଣି ପିଇଲେ ଓଜନ ବି କମି ଥାଏ

ଏହି ପାଣି ପିଇଲେ ଗ୍ୟାସ୍‌  ଏସିଡିଟି ଆଦି ସମସ୍ୟା ଦେଖା ଦେଇନଥାଏ ତାସହିତ ଶରୀରରେ ଅତିରିକ୍ତ ଚର୍ବିର ବୃଦ୍ଧିକୁ ଏହା ନିୟନ୍ତ୍ରଣ କରିଥାଏ ତେଣୁ ଶରୀରର ଓଜନ ବଢ଼ି ନଥାଏକେବଳ ଏତିକୁ ନୁହେଁ, ଏହା ସହିତ ପାନମଧୁରୀ ପାଣି ପିଇଲେ ହାଡ଼ ମଜବୁତ ରହିଥାଏ। ପାନମଧୁରୀରେ ଭିଟାମିନ୍‌ ସି ରହିଛିଯାହା ତ୍ୱଚା ସହିତ ଜଡ଼ିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏହାଦ୍ୱାରା ଶରୀରରେ କ୍ଷତିକାରକ ହରମୋନ୍‌ ତିଆରି ହେବା ବନ୍ଦ ହୋଇଥାଏ

ପାନମଧୁରୀ ପାଣିକୁ ଷ୍ଟିମ୍‌ ଭାବରେ ନେଲେନାକରେ ହୋଇଥିବା ଇନ୍ଫେକସନ୍‌ ଦୂର ହେବା ସହିତ ଶ୍ୱାସନଳୀ ସଫା ରହିଥାଏ। ଆହୁରି ମଧ୍ୟ ଶରୀରକୁ ସଠିକ୍ ପରିମାଣରେ ଅମ୍ଳଜାନ ମିଳିଥାଏ

 

The post Odia Health Tips: ଓଜନ ହ୍ରାସ କରିବ ପାନମଧୁରୀ ପାଣି ! appeared first on Odisha Reporter.

]]>
odia health tips 2020-09-08 17:38:07 https://cdn.odishareporter.in/wp-content/uploads/2019/12/12173929/fennel-seeds999999.jpg
Kitchen Tips :ରୋଷେଇ ଘର ଛୋଟ ହୋଇଥିଲେ ଆପଣନ୍ତୁ ଏହି ସବୁ ଟିପ୍ସ https://odishareporter.in/life-style/home-interior-tips-for-small-kitchens567-470283 Thu, 12 Dec 2019 02:23:01 +0000 https://odishareporter.in/?p=470283

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ତିଆରି କରିବା ସମୟରେ ଅନେକ ଲୋକ କେବଳ ଶୋଇବା ଘର ଓ ଡ୍ରଇଂ ରୁମ୍‌ର ଆକାରକୁ ଗୁରୁତ୍ୱ ଦେଇଥା’ନ୍ତି। ସେଗୁଡ଼ିକୁ ବଡ଼ କରି ତିଆରି କରିଥା’ନ୍ତି। କିନ୍ତୁ ରୋଷେଇ ଘରକୁ ଅପେକ୍ଷାକୃତ ଛୋଟ କରି ତିଆରି କରିଥା’ନ୍ତି, ଯାହା ପରେ ସମସ୍ୟା ସୃଷ୍ଟି କରେ। ଜିନିଷ ଅନୁସାରେ ଜାଗାର ଖୁବ୍ ଅଭାବ ପରିଲକ୍ଷିତ ହୋଇଥାଏ। ତେବେ ଆପଣ ଚାହିଁଲେ ଛୋଟ ରୋଷେଇ ଘରେ ସମସ୍ତ ଆବଶ୍ୟକୀୟ ଜିନିଷ ରଖିବା ପାଇଁ ବେଶ୍ […]

The post Kitchen Tips :ରୋଷେଇ ଘର ଛୋଟ ହୋଇଥିଲେ ଆପଣନ୍ତୁ ଏହି ସବୁ ଟିପ୍ସ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ତିଆରି କରିବା ସମୟରେ ଅନେକ ଲୋକ କେବଳ ଶୋଇବା ଘର ଓ ଡ୍ରଇଂ ରୁମ୍‌ର ଆକାରକୁ ଗୁରୁତ୍ୱ ଦେଇଥା’ନ୍ତି। ସେଗୁଡ଼ିକୁ ବଡ଼ କରି ତିଆରି କରିଥା’ନ୍ତି। କିନ୍ତୁ ରୋଷେଇ ଘରକୁ ଅପେକ୍ଷାକୃତ ଛୋଟ କରି ତିଆରି କରିଥା’ନ୍ତି, ଯାହା ପରେ ସମସ୍ୟା ସୃଷ୍ଟି କରେ। ଜିନିଷ ଅନୁସାରେ ଜାଗାର ଖୁବ୍ ଅଭାବ ପରିଲକ୍ଷିତ ହୋଇଥାଏ। ତେବେ ଆପଣ ଚାହିଁଲେ ଛୋଟ ରୋଷେଇ ଘରେ ସମସ୍ତ ଆବଶ୍ୟକୀୟ ଜିନିଷ ରଖିବା ପାଇଁ ବେଶ୍ ସହଜରେ ଜାଗା ବାହାର କରିପାରିବେ ଓ ରୋଷେଇ ଘରଟି ଅତ୍ୟଧିକ ଗହଳି ହୋଇଥିବା ଭଳି ବି ଦେଖାଯିବନି। ତା’ହେଲେ ଆସନ୍ତୁ ଏଥିପାଇଁ କ’ଣ ସବୁ କରିବାକୁ ପଡ଼ିବ।

୧. ରୋଷେଇ ଘରକୁ ସବୁବେଳେ ସଫା ରଖନ୍ତୁ ଓ ଯେତିକି ଆବଶ୍ୟକ ସେତିକି ବାସନ ଏବଂ ଅନ୍ୟାନ୍ୟ ଜିନିଷ ରଖନ୍ତୁ। ବ୍ୟବହାରରେ ଆସୁ ନଥିବା ଅଯଥା ଜିନିଷ ଏଠାରେ ରଖନ୍ତୁ ନାହିଁ।

୨. ବାସନଗୁଡ଼ିକୁ ରୋଷେଇ ଘର କାନ୍ଥରେ ଷ୍ଟାଣ୍ଡ ମାରି ରଖନ୍ତୁ। ଏହାଦ୍ୱାରା ରୋଷେଇ ଘରେ ଅନ୍ୟାନ୍ୟ ଜିନିଷ ରଖିବା ପାଇଁ ଆହୁରି ସ୍ଥାନ ମିଳିପାରିବ। ବାସନସବୁକୁ ଆଦୌ ସବୁଆଡ଼େ ଖେଳାଇ ରଖନ୍ତୁ ନାହିଁ।

୩. ରୋଷେଇ ଘରେ ଯଦି ଥାକ ବ୍ୟବସ୍ଥା ଅଛି, ତା’ହେଲେ ସେଥିରେ ବାସନ ଓ ଅନ୍ୟ ଗ୍ରୋସରୀ ଜିନିଷ ରଖନ୍ତୁ। ତଳେ କିମ୍ବା ଗ୍ୟାସ୍ ତାଜାରେ କିଛି ରଖନ୍ତୁ ନାହିଁ।

୪. ମସଲା ଡବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ସାରିବା ପରେ ଯଥାସ୍ଥାନରେ ରଖି ଦିଅନ୍ତୁ।

୫. ସେହିପରି ଆବଶ୍ୟକତାଠାରୁ ଅଧିକ ବଡ଼ ଆକାରର ଡବା ଆଦି ବ୍ୟବହାର କରନ୍ତୁ। ମସଲା ଆଦି ପାଇଁ ଛୋଟ ଛୋଟ ଡବା ଏବଂ ଗ୍ରୋସୋରୀ ଜିନିଷ ପାଇଁ ସମାନ ଆକାରର ଡବା ରଖନ୍ତୁ। ଏଗୁଡ଼ିକୁ ଠିକ୍‌ ଭାବେ ରଖି ଜାଣିଲେ ଅଲଗା ଜିନିଷ ରଖିବା ପାଇଁ ବଳକା ଜାଗା ବାହାରି ପାରିବ।

୬. ଅଲଗା ଏକ ଆଲମାରୀ କରି ରୋଷେଇ ଘରେ ବାରମ୍ବାର ଦରକାର ପଡ଼ୁ ନଥିବା ଜିନିଷ ଗୁଡ଼ିକୁ ସେଠାରେ ରଖି ହେବ। ଆଉ ସେହି ଆଲମାରୀକୁ ରୋଷେଇ ଘରେ ରଖିବାର ବି ଆବଶ୍ୟକତା ନାହିଁ। ଏହା ଡାଇନିଂ ହଲ୍‌ରେ ରଖାଯାଇପାରିବ।

 

The post Kitchen Tips :ରୋଷେଇ ଘର ଛୋଟ ହୋଇଥିଲେ ଆପଣନ୍ତୁ ଏହି ସବୁ ଟିପ୍ସ appeared first on Odisha Reporter.

]]>
kitchen tips in odia, left bottom 2020-09-08 17:48:56 https://cdn.odishareporter.in/wp-content/uploads/2019/12/11141644/kitchen.jpg
Odia Health Tips: ଖାଦ୍ୟପଦାର୍ଥକୁ ଷ୍ଟୋର୍‌ କରି ରଖିବାର ସଠିକ୍‌ ଉପାୟ https://odishareporter.in/life-style/how-to-keep-stuff-in-fridge-469558 Mon, 09 Dec 2019 10:44:20 +0000 https://odishareporter.in/?p=469558

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଅନେକ ସମୟରେ ଆମେ ଫ୍ରିଜ୍‌ରେ ରଖିଥିବା ଖାଦ୍ୟ ସାମଗ୍ରୀ ଖରାପ ହୋଇଯାଇଥିବା ଦେଖିବାକୁ ମିଳିଥାଏ। କିଛି ଖାଦ୍ୟକୁ ଠିକ୍‌ ଭାବରେ ଷ୍ଟୋର୍‌ ନକଲେ, ଏପରି ସମସ୍ୟା ସୃଷ୍ଟି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା କିଛି ଖାଦ୍ୟ ସାମଗ୍ରୀକୁ ଷ୍ଟୋର କରି ରଖିବାର ସଠିକ୍‌ ଉପାୟ ସଂପର୍କରେ।  ୧. ପୋଦିନା କିମ୍ୱା ଧନିଆ ପତ୍ରକୁ ବ୍ୟବହାର ନକରି ଫ୍ରିଜ୍‌ରେ ରଖିଲେ, ଏହା ଅଳ୍ପ ଦିନରେ ଝାଉଁଳି ଯାଇଥା’ନ୍ତି। ଏସବୁକୁ ଅଧିକ ଦିନ ଷ୍ଟୋର୍‌ କରି ରଖିବା ପାଇଁ ଏକ ବୋତଲ କିମ୍ୱା […]

The post Odia Health Tips: ଖାଦ୍ୟପଦାର୍ଥକୁ ଷ୍ଟୋର୍‌ କରି ରଖିବାର ସଠିକ୍‌ ଉପାୟ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଅନେକ ସମୟରେ ଆମେ ଫ୍ରିଜ୍‌ରେ ରଖିଥିବା ଖାଦ୍ୟ ସାମଗ୍ରୀ ଖରାପ ହୋଇଯାଇଥିବା ଦେଖିବାକୁ ମିଳିଥାଏ। କିଛି ଖାଦ୍ୟକୁ ଠିକ୍‌ ଭାବରେ ଷ୍ଟୋର୍‌ ନକଲେଏପରି ସମସ୍ୟା ସୃଷ୍ଟି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା କିଛି ଖାଦ୍ୟ ସାମଗ୍ରୀକୁ ଷ୍ଟୋର କରି ରଖିବାର ସଠିକ୍‌ ଉପାୟ ସଂପର୍କରେ। 

୧. ପୋଦିନା କିମ୍ୱା ଧନିଆ ପତ୍ରକୁ ବ୍ୟବହାର ନକରି ଫ୍ରିଜ୍‌ରେ ରଖିଲେଏହା ଅଳ୍ପ ଦିନରେ ଝାଉଁଳି ଯାଇଥାନ୍ତି। ଏସବୁକୁ ଅଧିକ ଦିନ ଷ୍ଟୋର୍‌ କରି ରଖିବା ପାଇଁ ଏକ ବୋତଲ କିମ୍ୱା ଗ୍ଲାସରେ ପାଣି ଦେଇ ଚେର ସହିତ ବୁଡ଼ାଇ ରଖନ୍ତୁ। ଦେଖିବେ ପତ୍ର ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ।

୨. ବ୍ରେଡ୍‌କୁ ଫ୍ରିଜ୍‌ରେ ରଖିଲେ ଏହା ଥଣ୍ଡା ହେବା ସହିତ ଟାଣ ହୋଇଯାଇଥାଏ। ଏଥିପାଇଁ ବ୍ରେଡ୍‌ କିଣିଲେ ଏହାକୁ ଫ୍ରିଜ୍‌ରେ ନରଖି ଦୁଇଦିନରେ ଶେଷ କରି ଦିଅନ୍ତୁ।

୩. ସେହିପରି ଅଧା କଟା ହୋଇଥିବା ବନ୍ଧା କୋବିକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। କଟା ଅଂଶରେ ଲେମ୍ୱୁ ରସ ଲଗାଇ ରଖନ୍ତୁ। ଦେଖିବେ କୋବି ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ।

୪. ଫଳକୁ ଆପଣ ଫ୍ରିଜ୍‌ରେ ଷ୍ଟୋର୍‌ କରି ରଖିପାରିବେ। କିନ୍ତୁ ଲେମ୍ୱୁକୁ ଫ୍ରିଜ୍‌ ପରିବର୍ତ୍ତେ ପ୍ଲାଷ୍ଟିକ ବ୍ୟାଗ୍‌ରେ ଷ୍ଟୋର୍‌ କରନ୍ତୁ।

୫. ଫ୍ରୁଟ୍‌ ସାଲାଡ୍‌କୁ ସଙ୍ଗେ ସଙ୍ଗେ ନଖାଇ ଅଧିକ ସମୟ ସେମିତି ରଖିଲେ ତା’ର ସ୍ୱାଦ ବଦଳିଯାଏ। ଏଥିପାଇଁ ଏଥିରେ କିଛି ବୁନ୍ଦା ଲେମ୍ୱୁ ରସ ପକାଇ ରଖନ୍ତୁ। ଦେଖିବେ ସାଲାଡ୍‌ ଖରାପ ହେବ ନାହିଁ। ଯଦି ଆପଣ ଫ୍ରୁଡ୍‌ ସାଲାଡ୍‌କୁ ଫ୍ରିଜ୍‌ରେ ରଖିବା ପାଇଁ ଚାହୁଁଛନ୍ତିତା’ହେଲେ ଫ୍ରିଜ୍‌ର କମ୍ ତାପମାତ୍ରା ଥିବା ସ୍ଥାନରେ ରଖନ୍ତୁ।

 

The post Odia Health Tips: ଖାଦ୍ୟପଦାର୍ଥକୁ ଷ୍ଟୋର୍‌ କରି ରଖିବାର ସଠିକ୍‌ ଉପାୟ appeared first on Odisha Reporter.

]]>
odia health tips 2020-09-08 17:54:24 https://cdn.odishareporter.in/wp-content/uploads/2019/12/09161341/1-2.jpg
Home decore Tips: ଅଦରକାରୀ ଫୁଲକୁ ଘରେ ଏପରି କରନ୍ତୁ ବ୍ୟବହାର https://odishareporter.in/life-style/surprising-ways-to-recycle-floral-waste-at-your-home546-467057 Fri, 06 Dec 2019 10:18:44 +0000 https://odishareporter.in/?p=467057

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ହେଉ କିମ୍ୱା ମନ୍ଦିରରେ ଠାକୁର ପୂଜା କରିବା ପାଇଁ ରଙ୍ଗ ବେରଙ୍ଗର ଫୁଲ ବ୍ୟବହାର କରାଯାଇଥାଏ। ପରେ ଏହାକୁ ଫୋପାଡ଼ି ଦିଆଯାଏ। ତେବେ ଆପଣ ଜାଣିଛନ୍ତି କି ଏହି ଅଦରକାରୀ ଫୁଲସବୁକୁ ନ ଫିଙ୍ଗି ବିଭିନ୍ନ ଉପାୟରେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ଏହି ଅଦରକାରୀ ଶୁଖିଲା ଫୁଲକୁ କିପରି ବ୍ୟବହାର କରିବେ। ୧. ମଉଳି ଯାଇଥିବା ଫୁଲଗୁଡ଼ିକୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଖରାରେ […]

The post Home decore Tips: ଅଦରକାରୀ ଫୁଲକୁ ଘରେ ଏପରି କରନ୍ତୁ ବ୍ୟବହାର appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ହେଉ କିମ୍ୱା ମନ୍ଦିରରେ ଠାକୁର ପୂଜା କରିବା ପାଇଁ ରଙ୍ଗ ବେରଙ୍ଗର ଫୁଲ ବ୍ୟବହାର କରାଯାଇଥାଏ। ପରେ ଏହାକୁ ଫୋପାଡ଼ି ଦିଆଯାଏ। ତେବେ ଆପଣ ଜାଣିଛନ୍ତି କି ଏହି ଅଦରକାରୀ ଫୁଲସବୁକୁ ନ ଫିଙ୍ଗି ବିଭିନ୍ନ ଉପାୟରେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ଏହି ଅଦରକାରୀ ଶୁଖିଲା ଫୁଲକୁ କିପରି ବ୍ୟବହାର କରିବେ।

୧. ମଉଳି ଯାଇଥିବା ଫୁଲଗୁଡ଼ିକୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଅନ୍ତୁ। ଭଲ ଭାବେ ଶୁଖିଯିବା ପରେ ସେଗୁଡ଼ିକୁ ଡାଲଚିନି, ଲବଙ୍ଗ ଓ ଗୁଜୁରାତି ଆଦି ମସଲାରେ ମିଶାଇ ଦିଅନ୍ତୁ। ତା’ପରେ ଏସବୁକୁ ଏକ ଜାର୍‌ରେ ରଖନ୍ତୁ। ସେଥିରେ କିଛି ଏସେନ୍‌ସିଆଲ୍‌ ଅଏଲ୍‌ ଚାହିଁଲେ ମିଶାଇ ପାରିବେ। ସେହିପରି ଏହି ମିଶ୍ରଣରେ ପରଫ୍ୟୁମର କିଛି ବୁନ୍ଦା ମିଶାଇ ୧୦ ଦିନ ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଘରକୁ ଅତିଥି ଆସିଲେ ଏହାକୁ ରୁମ୍‌ ଫ୍ରେଶ୍‌ନର୍‌ ଭାବରେ ବ୍ୟବହାର କରିପାରିବେ।

୨. ଏକ ଚତୁର୍ଥାଶଂ ଶୁଖିଲା ଫୁଲକୁ ଗୁଣ୍ଡ କରି ଗୋଟିଏ କପ୍‌ ବେକିଂ ସୋଡ଼ାରେ ମିଶାନ୍ତୁ। ଏଥିରେ ଅଧା ଚାମଚ ଲୁଣ ମିଶାନ୍ତୁ। ଏହି ମିଶ୍ରଣକୁ ପାଣିରେ ମିଶାଇ ଘର ପୋଛିବା ସମୟରେ ବ୍ୟବହାର କରିପାରିବେ।

୩. ଯଦି ଆପଣଙ୍କ ପାଖରେ ପୁରୁଣା ସ୍କାର୍ଫ ବା ଷ୍ଟଲ୍‌ ଅଛି ଏବଂ ଆପଣ ଏହାକୁ ଏକ ସଲିଡ୍‌ କଲର୍‌ ଦେବାକୁ ଚାହୁଁଛନ୍ତି, ତା’ହେଲେ ଏଥିରେ ଫୁଲକୁ ବ୍ୟବହାର କରି ଏକ ନୂଆ ଇକୋ-ଫ୍ରେଣ୍ଡଲି ସ୍କାର୍ଫ ବା ଷ୍ଟଲ୍ ତିଆରି କରିପାରିବେ। ଏଥିପାଇଁ ପ୍ରଥମେ ବ୍ୟବହାର ହୋଇଥିବା ଫୁଲଗୁଡ଼ିକୁ ୨ ଦିନ ଖରାରେ ଶୁଖାନ୍ତୁ।  ଯେଉଁ ଷ୍ଟଲ୍‌ କିମ୍ୱା ସ୍କାର୍ଫକୁ ସଲିଡ୍ କଲର ଦେବାକୁ ଚାହୁଁଛନ୍ତି, ତାହାକୁ ଉଷୁମ ପାଣିରେ କିଛି ସମୟ ରଖନ୍ତୁ। ପାଣିରୁ ପୋଷାକକୁ ବାହାର କରି ସଫା ଚଚାଣରେ ରଖନ୍ତୁ। ଏହାପରେ ପୂର୍ବରୁ ଶୁଖାଇ ରଖିଥିବା ଫୁଲକୁ ସେଥିରେ ଅଲଗା ଅଲଗା ଫୋଲ୍ଡ କରି ରଖନ୍ତୁ। ଫୋଲ୍ଡ କରି ସାରିବା ପରେ ତାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏପଟ ସେପଟ କରି ଷ୍ଟିମ୍‌ କରନ୍ତୁ। ଏହାପରେ ଫୁଲଗୁଡ଼ିକୁ ବାହାର କରି ଦିଅନ୍ତୁ। ତା’ପରେ ଷ୍ଟଲ୍‌ ବା ସ୍କାର୍ଫକୁ ଖରାରେ ଶୁଖାଇ ଦିଅନ୍ତୁ। ଦେଖିବେ ଆପଣ ସ୍କାର୍ଫ ବା ଷ୍ଟଲକୁ ଯେଉଁଭଳି ରଙ୍ଗ ଦେବାକୁ ଚାହୁଁଥିବେ, ସେହିପରି ପ୍ରସ୍ତୁତ ହୋଇଯିବ।

 

The post Home decore Tips: ଅଦରକାରୀ ଫୁଲକୁ ଘରେ ଏପରି କରନ୍ତୁ ବ୍ୟବହାର appeared first on Odisha Reporter.

]]>
Household tips in odia 2020-09-08 18:04:22 https://cdn.odishareporter.in/wp-content/uploads/2019/12/02164605/fffl.jpg
Household Tips: ବୁଢ଼ିଆଣୀ ଜାଲ ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ https://odishareporter.in/life-style/natural-ways-to-keep-spiders-out54-465416 Fri, 29 Nov 2019 02:18:14 +0000 https://odishareporter.in/?p=465416

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଆମେ ଚିନ୍ତାରେ ପଡ଼ିଥାଉ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥା’ନ୍ତି ବୋଲି ବାସ୍ତୁରେ କୁହାଯାଇଛି। ତେବେ ବୁଢ଼ିଆଣୀ ଜାଲକୁ ବେଶ୍ ସହଜରେ ସଫା କରାଯାଇପାରିବ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ। ୧. ଘର କୋଣରେ ବୁଢ଼ିଆଣୀ ପ୍ରଥମେ ନିଜର ଜାଲ ତିଆରି କରିଥା’ନ୍ତି। ସେଥିପାଇଁ ଘରେ […]

The post Household Tips: ବୁଢ଼ିଆଣୀ ଜାଲ ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଆମେ ଚିନ୍ତାରେ ପଡ଼ିଥାଉ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥା’ନ୍ତି ବୋଲି ବାସ୍ତୁରେ କୁହାଯାଇଛି। ତେବେ ବୁଢ଼ିଆଣୀ ଜାଲକୁ ବେଶ୍ ସହଜରେ ସଫା କରାଯାଇପାରିବ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ।

୧. ଘର କୋଣରେ ବୁଢ଼ିଆଣୀ ପ୍ରଥମେ ନିଜର ଜାଲ ତିଆରି କରିଥା’ନ୍ତି। ସେଥିପାଇଁ ଘରେ ଥିବା କୋଣଗୁଡ଼ିକରୁ ଅଳନ୍ଧୁ ସଫା କରିଦିଅନ୍ତୁ।

୨. ସିର୍‌କା ଏପରି ଏକ ଜିନିଷ, ଯାହା ପୋକଙ୍କୁ ମାରିବାର କାର୍ଯ୍ୟ କରିଥାଏ। ଘରର ଯେଉଁ ସ୍ଥାନରେ ବୁଢ଼ିଆଣୀ ଅଧିକ ଜାଲ କରୁଛନ୍ତି, ସେହି ସ୍ଥାନରେ ଗୋଟିଏ କପଡ଼ା ସିର୍‌କାରେ ବୁଡ଼ାଇ ରଖିଦିଅନ୍ତୁ।

୩. ଘରର କାନ୍ଥ ଯଦି କେଉଁଠି ଭାଙ୍ଗିଛି କିମ୍ୱା କୌଣସି ସ୍ଥାନରେ ଫାଙ୍କା ସ୍ଥାନ ଅଛି, ସେହି ସ୍ଥାନରେ ବୁଢ଼ିଆଣୀ ଘର କରିଥା’ନ୍ତି। ତେଣୁ ସେହି ସବୁ ସ୍ଥାନକୁ ପ୍ରଥମେ ବନ୍ଦ କରନ୍ତୁ।

୪. ବୁଢ଼ିଆଣୀ ନ ହେବା ପାଇଁ ବେକିଂ ସୋଢ଼ାର ବ୍ୟବହାର ମଧ୍ୟ କରିପାରିବେ। ବୁଢ଼ିଆଣୀଙ୍କୁ ସୋଢ଼ାର ଗନ୍ଧ ଭଲ ଲାଗି ନଥାଏ। ଏଥିପାଇଁ ବେକିଂ ସୋଢ଼ା ରଖିଥିବା ସ୍ଥାନକୁ ବୁଢ଼ିଆଣୀ ଆସି ନଥା’ନ୍ତି।

୫. ସାଇଟ୍ରସ୍‌ ଅଏଲ୍‌ରେ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଗୋଟିଏ କପଡ଼ାରେ କିଛି ବୁନ୍ଦା ସାଇଟ୍ରସ୍‌ ଅଏଲ୍‌ ପକାଇ ବୁଢ଼ିଆଣୀ ହେଉଥିବା ସ୍ଥାନକୁ ପୋଛନ୍ତୁ କିମ୍ୱା ସେହି ସ୍ଥାନରେ କପଡ଼ାକୁ ରଖିଦିଅନ୍ତୁ। ଦେଖିବେ ଘରେ ବୁଢ଼ିଆଣୀ ଜାଲ ହେବ ନାହିଁ।

 

The post Household Tips: ବୁଢ଼ିଆଣୀ ଜାଲ ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ appeared first on Odisha Reporter.

]]>
Household tips in odia, left bottom 2020-09-08 18:09:23 https://cdn.odishareporter.in/wp-content/uploads/2019/11/28122116/spider2.jpg
Home decore Tips: ଘରର ସୌନ୍ଦର୍ଯ୍ୟ ବଢ଼ାଇବ ‘ଟ୍ରି ପଟ୍‌’ https://odishareporter.in/life-style/tree-pot-to-enhence-the-beauty-of-your-home-461643 Mon, 18 Nov 2019 05:19:01 +0000 https://odishareporter.in/?p=461643

ନୂଆଦିଲ୍ଲୀ: ଘର ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ତାକୁ ସୁନ୍ଦର ଭାବେ ସଜାଯାଏ। ଘରକୁ ସଜାଇବା ପାଇଁ ଲୋକଙ୍କୁ ଚିନ୍ତା ଲାଗିରହେ। କେମିତି ଭାବେ ଘରକୁ ସଜାଇଲେ ଏକଦମ୍‌ ଆକର୍ଷଣୀୟ ଲାଗିବ ସେଥିପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଏ। ତେବେ ଆଜି ଆମେ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କ ଘରକୁ ଏକ ଭିନ୍ନ ଲୁକ୍‌ ଦେବ। ଘରେ ଆପଣ ଟ୍ରି ପଟ୍‌ ରଖି ପାରିବେ। ଆଜିକାଲି କିଛି ଲୋକ ବେଡ୍‌ରୁମ୍‌ରେ ମଧ୍ୟ ଟ୍ରି […]

The post Home decore Tips: ଘରର ସୌନ୍ଦର୍ଯ୍ୟ ବଢ଼ାଇବ ‘ଟ୍ରି ପଟ୍‌’ appeared first on Odisha Reporter.

]]>

ନୂଆଦିଲ୍ଲୀ: ଘର ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ତାକୁ ସୁନ୍ଦର ଭାବେ ସଜାଯାଏ। ଘରକୁ ସଜାଇବା ପାଇଁ ଲୋକଙ୍କୁ ଚିନ୍ତା ଲାଗିରହେ। କେମିତି ଭାବେ ଘରକୁ ସଜାଇଲେ ଏକଦମ୍‌ ଆକର୍ଷଣୀୟ ଲାଗିବ ସେଥିପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଏ। ତେବେ ଆଜି ଆମେ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କ ଘରକୁ ଏକ ଭିନ୍ନ ଲୁକ୍‌ ଦେବ।

ଘରେ ଆପଣ ଟ୍ରି ପଟ୍‌ ରଖି ପାରିବେ। ଆଜିକାଲି କିଛି ଲୋକ ବେଡ୍‌ରୁମ୍‌ରେ ମଧ୍ୟ ଟ୍ରି ପଟ୍‌ ରଖୁଛନ୍ତି। ଘରର ଆକାର ଦେଖି ଘରେ ଟ୍ରି-ପଟ୍ ରଖାଯାଉଛି, ଯାହା ଘରକୁ ଏକ ଭିନ୍ନ ଲୁକ୍‌ ଦେଉଛି।

ଆପଣ ଟ୍ରି ପଟ୍‌କୁ ଘରର ଯେକୌଣସି ସ୍ଥାନରେ ରଖି ପାରିବେ। କାରଣ ଏହା ଆପଣଙ୍କ ଘରକୁ ଏକ ନ୍ୟାଚୁରାଲ୍‌ ଲୁକ୍‌ ଦେବ।

ଏଥିସହ ସ୍ଥାନର ଅଭାବ ପାଇଁ ଯେଉଁମାନେ ଗଛ ଲଗାଇପାରୁ ନାହାନ୍ତି, ସେମାନେ ଘର ଭିତରେ ଏହି ଟ୍ରି ପଟ୍‌କୁ ସାମିଲ୍‌ କରିପାରିବେ।

ଟ୍ରି ପଟ୍‌କୁ ଆପଣ ବଜାରରୁ କିମ୍ବା ଅନ୍‌ଲାଇନ୍‌ରୁ ମଗେଇ ପାରିବେ।

The post Home decore Tips: ଘରର ସୌନ୍ଦର୍ଯ୍ୟ ବଢ଼ାଇବ ‘ଟ୍ରି ପଟ୍‌’ appeared first on Odisha Reporter.

]]>
Household tips in odia 2020-09-08 18:17:19 https://cdn.odishareporter.in/wp-content/uploads/2019/11/18102909/tree-1.jpg
ଆଲମାରୀରେ ରଖୁଥିବା ପୋଷାକରୁ ଦୁର୍ଗନ୍ଧ ଆସୁଛି କି ?- Tips to keep your cloths in cupboard https://odishareporter.in/life-style/keep-moisture-out-of-your-almirah5676-458738 Sun, 10 Nov 2019 10:17:44 +0000 https://odishareporter.in/?p=458738

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ପୋଷାକ ଭଲଭାବେ ନଶୁଖିଲେ ସେଥିରୁ ଗନ୍ଧ ଆସେ। ସେହିପରି ଅନ୍ୟଦିନ ମାନଙ୍କରେ ଆଲମାରୀରେ ଥିବା ପୋଷାକରୁ ମଧ୍ୟ ଗନ୍ଧ ଆସିଥାଏ। ପୋଷାକ ଅଧିକ ଦିନ ଧରି ଆଲମାରୀରେ ରହିଲେ, ଏପରି ଅସୁବିଧା ହୋଇଥାଏ।  ଆଲମାରୀରେ ରହୁଥିବା ପୋଷାକରୁ ଯେପରି ଦୁର୍ଗନ୍ଧ ନ ବାହାରିବ ସେଥିପାଇଁ କିଛି ସହଜ ଉପାୟ ରହିଛି। ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ବି ପଡ଼େନି। ତା’ହେଲେ ଆସନ୍ତୁ ସେହି ଉପାୟଗୁଡ଼ିକ ବିଷୟରେ ଜାଣି ନେବା। ୧. […]

The post ଆଲମାରୀରେ ରଖୁଥିବା ପୋଷାକରୁ ଦୁର୍ଗନ୍ଧ ଆସୁଛି କି ?- Tips to keep your cloths in cupboard appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ପୋଷାକ ଭଲଭାବେ ନଶୁଖିଲେ ସେଥିରୁ ଗନ୍ଧ ଆସେ। ସେହିପରି ଅନ୍ୟଦିନ ମାନଙ୍କରେ ଆଲମାରୀରେ ଥିବା ପୋଷାକରୁ ମଧ୍ୟ ଗନ୍ଧ ଆସିଥାଏ। ପୋଷାକ ଅଧିକ ଦିନ ଧରି ଆଲମାରୀରେ ରହିଲେ, ଏପରି ଅସୁବିଧା ହୋଇଥାଏ।  ଆଲମାରୀରେ ରହୁଥିବା ପୋଷାକରୁ ଯେପରି ଦୁର୍ଗନ୍ଧ ନ ବାହାରିବ ସେଥିପାଇଁ କିଛି ସହଜ ଉପାୟ ରହିଛି। ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ବି ପଡ଼େନି। ତା’ହେଲେ ଆସନ୍ତୁ ସେହି ଉପାୟଗୁଡ଼ିକ ବିଷୟରେ ଜାଣି ନେବା।

୧. ପୋଷାକ ରଖିବା ପୂର୍ବରୁ କର୍ପୂର ମିଶା ପାଣିରେ ଆଲମାରୀକୁ ପୋଛି ଦିଅନ୍ତୁ। ତା’ପରେ ଆଲମାରୀକୁ ସମ୍ପୂର୍ଣ୍ଣ ଭାବରେ ଶୁଖିବାକୁ ଦିଅନ୍ତୁ। ଏହାପରେ ସେଥିରେ ପୋଷାକ ରଖନ୍ତୁ। ଦେଖିବେ ଏମିତି କଲେ ପୋଷାକରୁ ଅବା ଆଲମାରୀରୁ ଗନ୍ଧ ଆସିବ ନାହିଁ।

୨. ଦାମୀ ପୋଷାକକୁ ଜରି କିମ୍ୱା ମୋଟା ପେପର୍‌ରେ ଗୁଡ଼ାଇ ଆଲମାରୀରେ ରଖନ୍ତୁ। ଏପରି କଲେ ସେଥିରୁ ଗନ୍ଧ ଆସିବ ନାହିଁ।

୩. ଅଧିକ ଦିନ ଧରି ବ୍ୟବହାର କରାଯାଉ ନଥିବା ପୋଷାକ ଆଲମାରୀରେ ରହିଲେ ସାଧାରଣତଃ ସେଥିରୁ ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ମଝିରେ ମଝିରେ ଖରାରେ ଶୁଖାନ୍ତୁ।  ତା’ପରେ ମୋଟା କାଗଜରେ ଗୁଡ଼ାଇ ପୁଣି ଆଲମାରୀ ରଖି ଦିଅନ୍ତୁ।

୪. ସପ୍ତାହକୁ ଥରେ ଆଲମାରୀକୁ ଖୋଲା ରଖନ୍ତୁ। ଏହାଦ୍ୱାରା ବାହାର ପବନ ଭିତରକୁ ଯାଇଥାଏ ଓ ପୋଷାକରୁ ଆଉ ଗନ୍ଧ ଆସିବନି।

୫. ପୋଷାକରୁ ଗନ୍ଧ ଦୂର କରିବା ପାଇଁ ଗନ୍ଧକର୍ପୂର ବ୍ୟବହାର କରନ୍ତୁ। ଗନ୍ଧକର୍ପୂରକୁ ପୋଷାକ ରଖିଥିବା ଥାକରେ ରଖନ୍ତୁ।

 

The post ଆଲମାରୀରେ ରଖୁଥିବା ପୋଷାକରୁ ଦୁର୍ଗନ୍ଧ ଆସୁଛି କି ?- Tips to keep your cloths in cupboard appeared first on Odisha Reporter.

]]>
left bottom 2020-09-08 18:27:31 https://cdn.odishareporter.in/wp-content/uploads/2019/11/10140127/a2.jpg
ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ https://odishareporter.in/life-style/cut-onion-without-tears5675-453675 Tue, 29 Oct 2019 08:02:01 +0000 https://odishareporter.in/?p=453675

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ। ତା’ହେଲେ ଏ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ? ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ। ୧. ପିଆଜରୁ ଚୋପା ଛଡ଼ାଇ ଏହାକୁ ଅଧଘଣ୍ଟା […]

The post ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ। ତା’ହେଲେ ଏ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ? ଏନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ।

୧. ପିଆଜରୁ ଚୋପା ଛଡ଼ାଇ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ପାଣିରେ ପକାଇ ରଖନ୍ତୁ। ଏହାପରେ କାଟିଲେ ଆଉ ଆଖି ଜଳିବ ନାହିଁ। ତେବେ ପାଣିରୁ କାଢ଼ିବା ପରେ ପିଆଜକୁ ସାବଧାନତାର ସହ କାଟନ୍ତୁ।

୨. ଯଦି ଘରେ ଭିନେଗାର୍‌ ଅଛି, ତା’ହେଲେ ପିଆଜରୁ ଚୋପା ଛଡ଼ାଇ କିଛି ସମୟ ସେଥିରେ ବୁଡ଼ାଇ ରଖନ୍ତୁ। ଏହା ପରେ ପିଆଜକୁ କାଟିଲେ ଆଖିରେ ଜଳାପୋଡ଼ା ହେବନି କି ଲୁହ ବାହାରିବନି।

୩. ପିଆଜରୁ ଚୋପା ଛଡ଼ାଇ କିଛି ସମୟ ଫ୍ରିଜ୍‌ରେ ରଖି ଦିଅନ୍ତୁ ଓ ତା’ପରେ କାଟନ୍ତୁ। ତେବେ ଏହି ଉପାୟରେ ଟିକେ ସମସ୍ୟା ରହିଛି। ଫ୍ରିଜ୍‌ରୁ ପିଆଜ ଗନ୍ଧ ଆସିବାର ସମ୍ଭାବନା ରହିଛି।

 

The post ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ appeared first on Odisha Reporter.

]]>
left bottom 2019-10-29 13:32:01 https://cdn.odishareporter.in/wp-content/uploads/2019/10/29130535/onion2.jpg
Kitchen Tips: ବାସନରୁ ସହଜରେ ଛଡ଼ାନ୍ତୁ ପୋଡ଼ା ଦାଗ https://odishareporter.in/life-style/use-of-mayonnaise-and-car-wax-for-house-cleaning-on-this-diwali456-447270 Tue, 15 Oct 2019 11:48:39 +0000 http://odishareporter.in/?p=447270

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ପଢ଼ିବା ସେମିତି କିଛି ଟିପ୍ସ। ତା’ସହିତ ଆଉ କିଛି ଟିପ୍ସ ବିଷୟରେ […]

The post Kitchen Tips: ବାସନରୁ ସହଜରେ ଛଡ଼ାନ୍ତୁ ପୋଡ଼ା ଦାଗ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ପଢ଼ିବା ସେମିତି କିଛି ଟିପ୍ସ। ତା’ସହିତ ଆଉ କିଛି ଟିପ୍ସ ବିଷୟରେ ବି ଜାଣି ନିଅନ୍ତୁ।

 

୧. ଘରକୁ ଫୁଲରେ ସଜାଇବା ପାଇଁ ଜାମ୍‌ ଓ ସସ୍‌ର ଖାଲି ବୋତଲ ବ୍ୟବହାର କରନ୍ତୁ। ଏସବୁ ବୋତଲରୁ ଲେବଲ୍‌ ଛଡ଼ାଇବା ପାଇଁ ମିୟୋନିଜ୍‌ ଲଗାଇ ଘଷନ୍ତୁ। ଦେଖିବେ ଲେବଲ୍‌ ସହଜରେ ଛାଡ଼ିଯିବ।

୨. ଷ୍ଟିଲ୍‌, ପିତ୍ତଳ ଓ କପର୍‌ ବାସନକୁ ସଫା କରିବା ପାଇଁ ବେକିଂ ସୋଡ଼ା ବ୍ୟବହାର କରନ୍ତୁ।

୩. ରୋଷେଇ ବେଳେ ତେଲ ଓ ମସଲା ଆଦି ପଡ଼ି ଗ୍ୟାସ୍‌ରେ ଦାଗ ହୋଇଯାଏ। ଏହି ଦାଗ ହଟାଇବା ପାଇଁ ଆପଣ କାର୍‌ ୱାକ୍ସ ବ୍ୟବହାର କରିପାରିବେ।

୪. ଖାଦ୍ୟ ପୋଡ଼ିଗଲେ ଏହାର ପୋଡ଼ା ଦାଗ ବାସନରୁ ସହଜରେ ଛାଡ଼ି ନଥାଏ। ଏଥିପାଇଁ ଆପଣ ଭିନେଗାର୍‌ ବ୍ୟବହାର କରିପାରିବେ। ପ୍ରଥମେ ପୋଡ଼ା ବାସନରେ ଭିନେଗାର୍‌ ଓ ପାଣି ମିଶାଇ କିଛି ସମୟ ଗ୍ୟାସ୍‌ରେ ଫୁଟାନ୍ତୁ। ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ସଫା କରିବା ପରେ ଦେଖିବେ ପୋଡ଼ା ଦାଗ ସହଜରେ ଛାଡ଼ିଯିବ।

୫. ଘରର ଚଟାଣ ସଫା କରିବା ପାଇଁ କେମିକାଲ୍‌ ଯୁକ୍ତ ଲିକ୍ୱିଡ୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ବ୍ୟାକ୍ଟେରିଆ ସହଜରେ ନଷ୍ଟ ହୋଇଥା’ନ୍ତି। କିନ୍ତୁ ଇଲେକ୍ଟ୍ରୋନିକ୍ସ ଜିନିଷ ସଫା କରିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।

୬. ଘର ସଫା କରିବା ସମୟରେ ଅଦରକାରୀ ଜିନିଷ ଫିଙ୍ଗି ଦିଅନ୍ତୁ। ପୁରୁଣା ମେକଅପ୍‌ କିଟ୍‌, ଔଷଧ ଓ ରୋଷେଇ ଦ୍ରବ୍ୟକୁ ଘରେ ରଖନ୍ତୁ ନାହିଁ।

 

The post Kitchen Tips: ବାସନରୁ ସହଜରେ ଛଡ଼ାନ୍ତୁ ପୋଡ଼ା ଦାଗ appeared first on Odisha Reporter.

]]>
kitchen tips in odia, left bottom 2020-09-24 17:05:36 https://cdn.odishareporter.in/wp-content/uploads/2019/10/15171730/341.jpg
ଖଟା ହୋଇଥିବା କ୍ଷୀରକୁ ଫିଙ୍ଗି ଦେଉଛନ୍ତି କି ?- 5 ways to use sour milk https://odishareporter.in/life-style/do-not-throw-spoiled-milk-442127 Wed, 02 Oct 2019 05:15:10 +0000 http://odishareporter.in/?p=442127

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷୀର ଖଟା ହୋଇଗଲେ ଜମାର ମନକୁ ଖଟା କରନ୍ତୁ ନାହିଁ କି ଏହାକୁ ଅଦରକାରୀ ଭାବି ଫୋପାଡ଼ି ଦିଅନ୍ତୁ ନାହିଁ।  କାରଣ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ। ୧. ଆମେ ସମସ୍ତେ ଜାଣିଛନ୍ତି ଯେ କ୍ଷୀରରେ ଅନ୍ୟାନ ଭିଟାମିନ୍ ସହିତ କ୍ୟାଲସିୟମ୍‌ ମଧ୍ୟ ଥାଏ। କଞ୍ଚା ହେଉ ଅବା ଫୁଟା କ୍ଷୀର ଯଦି ନଷ୍ଟ ହୋଇଯାଇଛି, ତା’ହେଲେ ଏଥିରେ ପାଣି ମିଶାଇ ଆପଣ ବଗିଚାରେ କୁଣ୍ଡରେ ରଖିଥିବା ଗଛ ମୂଳରେ ଢାଳି […]

The post ଖଟା ହୋଇଥିବା କ୍ଷୀରକୁ ଫିଙ୍ଗି ଦେଉଛନ୍ତି କି ?- 5 ways to use sour milk appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷୀର ଖଟା ହୋଇଗଲେ ଜମାର ମନକୁ ଖଟା କରନ୍ତୁ ନାହିଁ କି ଏହାକୁ ଅଦରକାରୀ ଭାବି ଫୋପାଡ଼ି ଦିଅନ୍ତୁ ନାହିଁ।  କାରଣ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ।

୧. ଆମେ ସମସ୍ତେ ଜାଣିଛନ୍ତି ଯେ କ୍ଷୀରରେ ଅନ୍ୟାନ ଭିଟାମିନ୍ ସହିତ କ୍ୟାଲସିୟମ୍‌ ମଧ୍ୟ ଥାଏ। କଞ୍ଚା ହେଉ ଅବା ଫୁଟା କ୍ଷୀର ଯଦି ନଷ୍ଟ ହୋଇଯାଇଛି, ତା’ହେଲେ ଏଥିରେ ପାଣି ମିଶାଇ ଆପଣ ବଗିଚାରେ କୁଣ୍ଡରେ ରଖିଥିବା ଗଛ ମୂଳରେ ଢାଳି ଦିଅନ୍ତୁ। ଏହା ଗଛର ବୃଦ୍ଧିରେ ସହାୟକ ହେବ। 

୨. କ୍ଷୀର ଯଦି ଖୁବ୍ ଅଳ୍ପ ଖଟା ହୋଇଛି, ତା’ହେଲେ ଏହାକୁ ଆପଣ କଡ଼େଇରେ ଫୁଟାଇ ଛେନା ତିଆରି କରିପାରିବେ। ଯଦି ମିଠା ଛେନା ଖାଇବାକୁ ପସନ୍ଦ କରନ୍ତି, ତା’ହେଲେ ଏଥିରେ ଅଳ୍ପ ଚିନି ବି ପକାଇ ପାରିବେ।

୩. କିଛି କେକ୍‌ରେ ଖଟା କ୍ଷୀର ପକାଯାଏ। ତେଣୁ କ୍ଷୀର ଖଟା ହୋଇଯାଇଥିଲେ ଏହାକୁ ବ୍ୟବହାର କରି ଆପଣ କେକ୍‌ ତିଆରି କରିପାରିବେ।

୪. କ୍ଷୀର ଅଧିକ ଖରାପ ହୋଇ ନଥିଲେ ଆପଣ ଏହାକୁ ବାହାରେ ବୁଲୁଥିବା କୁକୁର ଓ ବିଲେଇ ଆଦିକୁ ବିସ୍କୁଟ୍ ମିଶାଇ ଖାଇବାକୁ ଦେଇପାରିବେ।

୫. ଖଟା କ୍ଷୀରରେ ଫେସିଆଲ୍‌ ମାସ୍କ ତିଆରି କରାଯାଏ। ଏହା ତ୍ୱଚା ପାଇଁ ଭଲ ହୋଇଥାଏ। ତେଣୁ ଆପଣ ଖଟା କ୍ଷୀରକୁ ଏଭଳି ଭାବେ ମଧ୍ୟ ବ୍ୟବହାର କରିପାରିବେ। ଏହା ଖୁବ୍ ସହଜ ମଧ୍ୟ।  ଖଟା କ୍ଷୀରକୁ ମୁହଁରେ ଲଗାନ୍ତୁ ଓ ମୁହଁକୁ ଉପରକୁ କରି ବସନ୍ତୁ। କିଛି ସମୟ ଏମିତି ବସି ରୁହନ୍ତୁ। ଏଥିରେ ଥିବା ଲ୍ୟାକ୍‌ଟିକ୍ ଏସିଡ୍‌ ତ୍ୱଚାକୁ ସୁସ୍ଥ ରଖିବ।

The post ଖଟା ହୋଇଥିବା କ୍ଷୀରକୁ ଫିଙ୍ଗି ଦେଉଛନ୍ତି କି ?- 5 ways to use sour milk appeared first on Odisha Reporter.

]]>
left bottom, odia health tips 2020-09-24 17:11:42 https://odishareporter.in/wp-content/uploads/2019/10/mill1.jpg
Beauty Tips: ବାସି ରୁଟିରେ ସଫା କରନ୍ତୁ ଜୋତା https://odishareporter.in/life-style/tips-to-clean-leather-shoes-and-remove-the-bad-smell34545-435487 Tue, 17 Sep 2019 03:49:01 +0000 http://odishareporter.in/?p=435487

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହଙ୍ଗା ଜୋତା କିଣିବା ପରେ ଅପରିଷ୍କାର ହେଲେ ଏହାକୁ ସଫା କରିବା ପାଇଁ ବଜାରରୁ ଆପଣ ଅନେକ ପ୍ରଡକ୍ଟ କିଣିଥା’ନ୍ତି। ତେବେ ଘରେ ଉପଲବ୍ଧ ହେଉଥିବା କିଛି ସାମଗ୍ରୀ ବ୍ୟବହାର କରି ମଧ୍ୟ ଆପଣ ଜୋତା ସଫା କରିପାରିବେ। ଏପରିକି ଜୋତାରୁ ବାହାରୁ ଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ଏହି ସାମଗ୍ରୀଗୁଡ଼ିକୁ ବ୍ୟବହାର କରିପାରିବେ। ଆଉ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିବ ନାହିଁ। ତା’ହେଲେ ଆସନ୍ତୁ ଏ […]

The post Beauty Tips: ବାସି ରୁଟିରେ ସଫା କରନ୍ତୁ ଜୋତା appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହଙ୍ଗା ଜୋତା କିଣିବା ପରେ ଅପରିଷ୍କାର ହେଲେ ଏହାକୁ ସଫା କରିବା ପାଇଁ ବଜାରରୁ ଆପଣ ଅନେକ ପ୍ରଡକ୍ଟ କିଣିଥା’ନ୍ତି। ତେବେ ଘରେ ଉପଲବ୍ଧ ହେଉଥିବା କିଛି ସାମଗ୍ରୀ ବ୍ୟବହାର କରି ମଧ୍ୟ ଆପଣ ଜୋତା ସଫା କରିପାରିବେ। ଏପରିକି ଜୋତାରୁ ବାହାରୁ ଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ଏହି ସାମଗ୍ରୀଗୁଡ଼ିକୁ ବ୍ୟବହାର କରିପାରିବେ। ଆଉ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିବ ନାହିଁ। ତା’ହେଲେ ଆସନ୍ତୁ ଏ ସଂପର୍କରେ ଜାଣିବା।

୧. ବାସି ରୁଟି (ଯାହା ଆଉ ଖାଇବା ଉପଯୋଗୀ ହୋଇ ରହି ନଥିବ)ରେ ଆପଣ ଚମଡ଼ା ଜୋତାକୁ ସଫା କରିପାରିବେ। ଅଳ୍ପ ଖଣ୍ଡେ ବାସି ରୁଟିକୁ ଜୋତାରେ ଘସି ଆପଣ ଏହାକୁ ସଫା କରିପାରିବେ।

୨. ଧଳା ଜୋତାକୁ ସଫା କରିବା ପାଇଁ ନେଲ୍‌ ପଲିସ୍‌ ରିମୁଭର୍‌ ପ୍ରୟୋଗ କରନ୍ତୁ।

୩. ମହିଳାମାନେ ହାଇ ହିଲ୍‌ ସଫା କରିବା ପାଇଁ ବ୍ଲୋ ଡ୍ରାୟର୍‌ର ବ୍ୟବହାର କରିପାରିବେ।

୪. ଚମଡ଼ା ଜୋତାରେ କୌଣସି କଟା ଦାଗ ଥିଲେ, ଏହାକୁ ହଟାଇବା ପାଇଁ ନେଲ୍ ପଲିସ୍‌ ରିମୁଭର ଓ ପେଟ୍ରୋଲିୟମ୍‌ ଜେଲିର ବ୍ୟବହାର କରିପାରିବେ।

୫. ଚମଡ଼ା ଜୋତାରେ ପାଣି ପଡ଼ି ଦାଗ ହୋଇଯାଇଥିଲେ ଭିନେଗାର୍‌ ଓ ଟୁଥ୍‌ବ୍ରଶ୍‌ ବ୍ୟବହାର କରି ଏହାକୁ ସଫା କରିପାରିବେ।

୬. ଯଦି ଜୋତାରୁ ଦୁର୍ଗନ୍ଧ ବାହାରୁଛି, ତା’ହେଲେ ଏହା ଉପରେ ଶୁଖି ଯାଇଥିବା ଗ୍ରୀନ୍‌ ଟି ବ୍ୟାଗ୍‌ ରଖନ୍ତୁ। ଦେଖିବେ ଜୋତାରୁ ଦୁର୍ଗନ୍ଧ ଆସିବ ନାହିଁ।

The post Beauty Tips: ବାସି ରୁଟିରେ ସଫା କରନ୍ତୁ ଜୋତା appeared first on Odisha Reporter.

]]>
left bottom, lifestyle news in odia 2020-09-24 17:16:21 https://odishareporter.in/wp-content/uploads/2019/09/jjjjj-1.jpg
Health Tips: ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? https://odishareporter.in/life-style/do-not-waste-water-after-boiling-egg-it-can-be-use-as-fertilizer-for-plants12345-429950 Wed, 04 Sep 2019 11:11:22 +0000 http://odishareporter.in/?p=429950

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଆପଣ ବି ଏମିତି କରୁଥିବେ। ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ଗଛ ପାଇଁ ସାର ଭାବେ କାର୍ଯ୍ୟ କରିଥାଏ। ‘ମାଷ୍ଟର୍ସ ଗାର୍ଡେନର୍‌ ଅଫ୍‌ ହାମିଲଟନ୍‌’ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇପାରିବେ। ଏଥିରେ ଏପରି […]

The post Health Tips: ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଆପଣ ବି ଏମିତି କରୁଥିବେ। ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ଗଛ ପାଇଁ ସାର ଭାବେ କାର୍ଯ୍ୟ କରିଥାଏ।

‘ମାଷ୍ଟର୍ସ ଗାର୍ଡେନର୍‌ ଅଫ୍‌ ହାମିଲଟନ୍‌’ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇପାରିବେ। ଏଥିରେ ଏପରି ପୋଷକ ତତ୍ତ୍ୱ ରହିଛି, ଯାହା ଚାରା ଗଛ ପାଇଁ ସାର ଭାବରେ କାର୍ଯ୍ୟ କରିଥାଏ।

ଅଣ୍ଡା ଖୋଳରେ କ୍ୟାଲସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌ ଓ ସୋଡିୟମ୍‌ ରହିଛି। ଅଣ୍ଡା ସିଝାଇବା ସମୟରେ ଏହିସବୁ ପୋଷକ ତତ୍ତ୍ୱ ପାଣିରେ ରହିଯାଏ। ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଚାରା ଗଛର ବିକାଶ ପାଇଁ ଏହିସବୁ ତତ୍ତ୍ୱର ଆବଶ୍ୟକତା ରହିଛି। ଯଦି ଆପଣ ଅଣ୍ଡା ସିଝାଇବା ପରେ ଏହାର ପାଣିକୁ ଚାରା ଗଛ ମୂଳରେ ଦେଉଛନ୍ତି, ତେବେ ଏହା ସାର ଭାବରେ କାମ କରିଥାଏ ଓ ଚାରା ଭଲ ଭାବେ ବଢ଼ିଥାଏ।

ଘର ଭିତରେ ରଖାଯାଉଥିବା ଗଛଗୁଡ଼ିକ ମୂଳରେ ଏହି ପାଣିକୁ ବ୍ୟବହାର କରିପାରିବେ। ସେହିପରି ବିଲାତି ବାଇଗଣ ଓ ଲଙ୍କା ଗଛର ବୃଦ୍ଧିରେ ମଧ୍ୟ ଏହି ପାଣି ବେଶ୍ ସହାୟକ ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

The post Health Tips: ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? appeared first on Odisha Reporter.

]]>
odia health tips 2020-09-24 17:25:06 https://odishareporter.in/wp-content/uploads/2019/09/anda.jpg
ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ଦୂର କରିବାକୁ ଆପଣାନ୍ତୁ ୩ଟି ଉପାୟ https://odishareporter.in/life-style/how-to-remove-smell-in-clothes-in-monsoon-425106 Sun, 25 Aug 2019 11:14:18 +0000 http://odishareporter.in/?p=425106

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ […]

The post ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ଦୂର କରିବାକୁ ଆପଣାନ୍ତୁ ୩ଟି ଉପାୟ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ ନିଜକୁ ବି ଭଲ ଲାଗେ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବତାଇବୁ ଯାହା ସାହାଯ୍ୟରେ ଆପଣ ବର୍ଷା ଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିପାରିବେ।

୧) ଭିନେଗାର: ବର୍ଷା ଦିନେ ଲୁଗାପଟା ଧୋଇବା ପରେ ଅଧା ବାଲ୍‌ଟି ପାଣିରେ ଦୁଇ ଚାମଚ ଭିନେଗାର୍‌ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଧୁଆ ଲୁଗାକୁ ୧୦ ମିନିଟ୍‌ ବତୁରାଇବା ପରେ ଚିପୁଡ଼ି ଶୁଖାଇ ଦିଅନ୍ତୁ।

୨) ଡେଟଲ୍‌: ଠିକ୍‌ ଭିନେଗାର ପରି ଲୁଗା ଧୋଇବା ପରେ ସେଗୁଡ଼ିକୁ ଡେଟଲ୍‌ ପାଣିରେ ୧୦ ମିନିଟ ବୁଡ଼ାଇ ରଖନ୍ତୁ ଓ ପରେ ଚିପୁଡ଼ି ଶୁଖାଇ ଦିଅନ୍ତୁ। ଦେଖିବେ ଆଉ ସେଥିରେ ଦୁର୍ଗନ୍ଧ ରହିବ ନାହିଁ।

୩) ଧୂପକାଠି: ସାଧାରଣତଃ ଆମେ ପୂଜା ସମୟରେ ଧୂପକାଠିର ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଧୂପକାଠି ବର୍ଷା ଦିନରେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିଥାଏ। ଲୁଗାପଟାକୁ ଧୋଇ ଶୁଖାଇଲା ପରେ ଆଖପାଖରେ ଧୂପକାଠି ଲଗାଇ ଦିଅନ୍ତୁ। ଏହାର ଧୂଆଁ ଓ ସୁନ୍ଦର ମହକ ଆପଣଙ୍କ କପଡ଼ାରୁ ଦୁର୍ଗନ୍ଧକୁ ଦୂର କରି ଦେବ।

The post ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ଦୂର କରିବାକୁ ଆପଣାନ୍ତୁ ୩ଟି ଉପାୟ appeared first on Odisha Reporter.

]]>
2019-08-25 16:45:31 https://odishareporter.in/wp-content/uploads/2019/08/dress.jpg
ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବେ କେମିତି- Tips to make your home Plastic free https://odishareporter.in/life-style/how-to-make-your-home-plastic-free-420277 Thu, 15 Aug 2019 03:48:40 +0000 http://odishareporter.in/?p=420277

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ଲାଷ୍ଟିକ୍‌ ପରିବେଶ ପାଇଁ କ୍ଷତିକାରକ। ଏହା ଜାଣି ମଧ୍ୟ ଆମେ ପ୍ଲାଷ୍ଟିକ୍‌ ଜିନିଷ ବ୍ୟବହାର କରୁଛେ। ଏହା ଯୋଗୁ କେବଳ ପରିବେଶ ପ୍ରଦୂଷଣ ହେଉନାହିଁ, ଅନେକ ପ୍ରକାର ରୋଗ ମଧ୍ୟ ବ୍ୟାପୁଛି। ଏଥିରୁ ରକ୍ଷା ପାଇବା ପାଇଁ ହେଲେ, ଆମକୁ ପ୍ରଥମେ ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର ଛାଡ଼ିବାକୁ ହେବ ଓ ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ହେବ। ତା’ହେଲେ ଆସନ୍ତୁ ଜାଣିବା ଘରେ ପ୍ଲାଷ୍ଟିକ୍‌ ଜିନିଷ ପରିବର୍ତ୍ତେ କିପରି ପରିବେଶ ଅନୁକୂଳ ଅବା […]

The post ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବେ କେମିତି- Tips to make your home Plastic free appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ଲାଷ୍ଟିକ୍‌ ପରିବେଶ ପାଇଁ କ୍ଷତିକାରକ। ଏହା ଜାଣି ମଧ୍ୟ ଆମେ ପ୍ଲାଷ୍ଟିକ୍‌ ଜିନିଷ ବ୍ୟବହାର କରୁଛେ। ଏହା ଯୋଗୁ କେବଳ ପରିବେଶ ପ୍ରଦୂଷଣ ହେଉନାହିଁ, ଅନେକ ପ୍ରକାର ରୋଗ ମଧ୍ୟ ବ୍ୟାପୁଛି। ଏଥିରୁ ରକ୍ଷା ପାଇବା ପାଇଁ ହେଲେ, ଆମକୁ ପ୍ରଥମେ ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର ଛାଡ଼ିବାକୁ ହେବ ଓ ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ହେବ। ତା’ହେଲେ ଆସନ୍ତୁ ଜାଣିବା ଘରେ ପ୍ଲାଷ୍ଟିକ୍‌ ଜିନିଷ ପରିବର୍ତ୍ତେ କିପରି ପରିବେଶ ଅନୁକୂଳ ଅବା ଇକୋ ଫ୍ରେଣ୍ଡଲି ଜିନିଷର ବ୍ୟବହାର କରିବା।

୧. ଆଜିକାଲି ପ୍ରାୟ ପ୍ରତ୍ୟେକ ଘରେ ଲୋକେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି। ଆଉ କିଛି ଦିନ ପରେ ଏହାକୁ ଫିଙ୍ଗି ଦେଉଛନ୍ତି ଓ ପୁଣି ନୂଆ ପ୍ଲାଷ୍ଟିକ୍ ବୋତଲ ଆଣୁଛନ୍ତି। ପ୍ଲାଷ୍ଟିକ୍ ବୋତଲରେ ଅଧିକ ସମୟ ପାଣି ରଖି ପିଇବା ସ୍ୱାସ୍ଥ୍ୟ ପାଇଁ ଖରାପ। ସେହିଭଳି ଏହି ପ୍ଲାଷ୍ଟିକ୍ ବୋତଲ ପରିବେଶ ପାଇଁ ବି ଖରାପ। ତେଣୁ ଘରେ ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ବୋତଲର ବ୍ୟବହାରକୁ ବନ୍ଦ କରନ୍ତୁ। ପାଣି ପିଇବା ପାଇଁ ଷ୍ଟିଲ୍ କିମ୍ବା ତମ୍ବା ଗ୍ଲାସ୍‌ ବ୍ୟବହାର କରନ୍ତୁ। ଯଦି ବୋତଲରେ ପାଣି ପିଇବାର ଅଭ୍ୟାସ ଅଛି, ତା’ହେଲେ ଆଜିକାଲି ବଜାରରେ ଷ୍ଟିଲ୍‌ ଓ ତମ୍ବାର ବୋତଲ ବି ଉପଲବ୍ଧ ହେଉଛି।

 

୨. ଘରର ଅଳିଆ ଫୋପାଡ଼ିବା ପାଇଁ ଫ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କରିବା ପରିବର୍ତ୍ତେ ବଜାରରେ ମିଳୁଥିବା ବାୟୋଡିଗ୍ରେଡେବୁଲ୍‌ ବ୍ୟାଗ୍‌ର ବ୍ୟବହାର କରନ୍ତୁ। ଏହି ବ୍ୟାଗ୍‌ ସହଜରେ ମାଟିରେ ମିଶି ଯାଏ।

 

 

୩. ଖାଦ୍ୟକୁ ପ୍ୟାକିଙ୍ଗ୍‌ କରିବା ପାଇଁ ଆପଣ ଫଏଲ୍‌ ପେପର୍‌ ବ୍ୟବହାର କରିଥା’ନ୍ତି। ଏହାଠାରୁ ଦୂରେଇ ରୁହନ୍ତୁ। ଏହା ବଦଳରେ ବଜାରରେ ମିଳୁଥିବା ୱାକ୍ସ୍‌ ରାପ୍‌ ବ୍ୟବହାର କରନ୍ତୁ। ଏହା ଖାଦ୍ୟକୁ ଜୀବାଣୁମୁକ୍ତ ରଖିବା ସହିତ ଅଧିକ ସତେଜ ରଖିଥାଏ।

 

 

୪. ଟୁଥ୍‌ ବ୍ରଶ୍‌ ପୁରୁଣା ହୋଇଗଲେ ଆମେ ଏହାକୁ ଫୋପାଡ଼ି ଦେଇଥାଉ। ଏହା ଏକ ସାଧାରଣ କଥା। ତେବେ ଆପଣ ହୁଏତ ଜାଣି ନଥିବେ ଯେ, ଏକ ପ୍ଲାଷ୍ଟିକ୍ ଟୁଥ୍‌ ବ୍ରଶ୍‌କୁ ମାଟିରେ ମିଶିବାକୁ ୪୦୦ ବର୍ଷ ଲାଗିଯିବ। ଏବେ ବଜାରରେ ବାଉଁଶ ଟୁଥ୍‌ ବ୍ରଶ୍‌ ଉପଲବ୍ଧ ହେଉଛି। ଏହାକୁ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ପୁରୁଣା ହେଲା ପରେ ଏହାକୁ ଫୋପାଡ଼ି ଦେଲେ ବି ଏହା ସହଜରେ ମାଟିରେ ମିଶିଯିବ।

 

୫. ସେହିପରି ରୋଷେଇ ଘରେ ବିଭିନ୍ନ ପ୍ରକାରର ଜିନିଷ ରଖିବା ପାଇଁ ପ୍ଲାଷ୍ଟିକ୍‌ ବଦଳରେ ଆମେ ସିଲ୍‌ଭର ଅବା ଷ୍ଟିଲ୍‌ ଡବା ବ୍ୟବହାର କରିପାରିବା।

୬. ବଜାରରୁ ପନିପରିବା ଆଣିବା ପାଇଁ କପଡ଼ା ବ୍ୟାଗ୍‌ଟିଏ ରଖିଲେ, ଆମେ ପଲିଥିନ୍‌ର ବ୍ୟବହାରକୁ ବି ବହୁତ ପରିମାଣରେ ହ୍ରାସ କରି ଦେଇ ପାରିବା।

୭. ସେହିପରି ପ୍ଲାଷ୍ଟିକ୍ ତିଆରି ଘର ସଜାଇବା ଜିନିଷକୁ ଆମେ ଏଡ଼ାଇ ପାରିବା। ଆଜିକାଲି ବାଉଁଶ, ମାଟି ଓ ଧାତୁ ନିର୍ମିତ ସୁନ୍ଦର ସୁନ୍ଦର ଘରସଜା ଜିନିଷ ବଜାରରେ ଉପଲବ୍ଧ ହେଉଛି।

The post ଘରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବେ କେମିତି- Tips to make your home Plastic free appeared first on Odisha Reporter.

]]>
Household tips in odia 2020-09-24 17:31:09 https://odishareporter.in/wp-content/uploads/2019/08/plastic1.jpg
ଘରକୁ କେବଳ ସଫା ନୁହେଁ, ଜୀବାଣୁମୁକ୍ତ କରିବାକୁ ଚେଷ୍ଟା କରନ୍ତୁ https://odishareporter.in/life-style/ifestyle-tips-to-clean-your-home-for-healthy-life-414879 Sat, 10 Aug 2019 05:59:33 +0000 http://odishareporter.in/?p=414879

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ଛୋଟ ହେଉ ବା ବଡ଼, ଏହା ସଫା ରହିଲେ ହିଁ ଭଲ ଲାଗେ। ସେହିପରି ଘର ସହିତ ଏହା ମଧ୍ୟରେ ଥିବା ସବୁ ଜିନିଷ ସଫା ରହିବା ନିହାତି ଆବଶ୍ୟକ। ତା’ହେଲେ ଘରେ ସକାରାତ୍ମକ ଶକ୍ତି ସଞ୍ଚାରିତ ହୋଇଥାଏ। ଘରକୁ ସଫା ରଖିବା ପାଇଁ ସାଧାରଣତଃ ସକାଳେ ହେଲେ ଝାଡ଼ୁ କରାଯାଏ। ଏମିତିକି କିଛି ଘରେ ପ୍ରତିଦିନ ପୋଛା ମରାଯାଏ। ସପ୍ତାହରେ ବା କିଛି ଦିନ ବ୍ୟବଧାନରେ ନିୟମିତ ଭାବେ ଘରେ […]

The post ଘରକୁ କେବଳ ସଫା ନୁହେଁ, ଜୀବାଣୁମୁକ୍ତ କରିବାକୁ ଚେଷ୍ଟା କରନ୍ତୁ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ଛୋଟ ହେଉ ବା ବଡ଼, ଏହା ସଫା ରହିଲେ ହିଁ ଭଲ ଲାଗେ। ସେହିପରି ଘର ସହିତ ଏହା ମଧ୍ୟରେ ଥିବା ସବୁ ଜିନିଷ ସଫା ରହିବା ନିହାତି ଆବଶ୍ୟକ। ତା’ହେଲେ ଘରେ ସକାରାତ୍ମକ ଶକ୍ତି ସଞ୍ଚାରିତ ହୋଇଥାଏ। ଘରକୁ ସଫା ରଖିବା ପାଇଁ ସାଧାରଣତଃ ସକାଳେ ହେଲେ ଝାଡ଼ୁ କରାଯାଏ। ଏମିତିକି କିଛି ଘରେ ପ୍ରତିଦିନ ପୋଛା ମରାଯାଏ। ସପ୍ତାହରେ ବା କିଛି ଦିନ ବ୍ୟବଧାନରେ ନିୟମିତ ଭାବେ ଘରେ ଲାଗୁଥିବା ଅଳନ୍ଦୁ ଆଦି ସଫା କରାଯାଏ। ସେହିଭଳି ଘରେ ଥିବା ଆସବାବପତ୍ରକୁ ମଧ୍ୟ ଲୋକେ ନିୟମିତ ବ୍ୟବଧାନରେ ସଫା କରନ୍ତି। ଏହା ଦ୍ୱାରା ଘର ଓ ଘରର ଜିନିଷପତ୍ର ସଫା ରହେ ନିଶ୍ଚିତ। କିନ୍ତୁ ଏହା ଜୀବାଣୁମୁକ୍ତ ହୁଏ କି? ହଁ, ଏହା ହେଉଛି ମୂଳ ପ୍ରସଙ୍ଗ। ଘର ସଫା ରହିବା ସହିତ ଜୀବାଣୁ ମୁକ୍ତ ହେବା ନିହାତି ଆବଶ୍ୟକ। ଆଉ ଯଦି ଘରେ ଛୋଟ ଛୁଆ ଥିବେ, ତା’ହେଲେ ଏ ଦାୟିତ୍ୱ ଆହୁରି ବଢ଼ିଯାଏ। ତା’ହେଲେ ଆସନ୍ତୁ ଜାଣିବା ଘର ଓ ଘରେ ଥିବା ଜିନିଷକୁ କେମିତି ଜୀବାଣୁମୁକ୍ତ ରଖିବେ।

 ଖାଲି ଝାଡ଼ୁ କରି ଦେଲେ କିଛି ହୁଏ ନାହିଁ

ସକାଳୁ ଘରେ ଝାଡ଼ୁ ମାରିଦେଲେ, ଆମେ ଭାବି ଦେଉ ଯେ, ଘର ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇଗଲା। କିନ୍ତୁ ଏହାପରେ ଭ୍ୟାକ୍ୟୁମ୍‌ କ୍ଲିନ୍‌ର ସାହାଯ୍ୟରେ ଘରକୁ ସଫା କରନ୍ତୁ। କାରଣ ଝାଡ଼ୁ ମାରିବା ପରେ ବି ଘର ଚଟାଣରୁ ଧୂଳିକଣା ସମ୍ପୂର୍ଣ୍ଣ ଭାବେ ସଫା ହୋଇ ନ ଥାଏ। ଏହା ଫଳରେ ବହୁ ବେମାର ବ୍ୟାପିବାର ଆଶଙ୍କା ରହିଛି। ଆମେରିକା କଲେଜ ଅଫ୍‌ ଆଲର୍ଜୀ, ଆଜ୍‌ମା ଓ ଇମ୍ୟୁନୋଲୋଜି ଅନୁଯାୟୀ, ଡଷ୍ଟ୍‌ ଯୋଗୁ ଆଲର୍ଜୀ ହୋଇ କାଶ, ଛିଙ୍କ ଓ ଥଣ୍ଡା ଆଦି ବେମାର ଲାଗି ରହେ। ଯଦି ଭ୍ୟାକ୍ୟୁମ୍‌ କ୍ଲିନ୍‌ର ବ୍ୟବହାର ନ କରୁଛନ୍ତି, ତା’ହେଲେ ପୋଛା ଅବଶ୍ୟ ମାରନ୍ତୁ। ତେବେ ପୋଛା ମାରିବା ବେଳେ ବଜାରରେ ଉପଳବ୍ଧ ହେଉଥିବା କୌଣସି ଲିକୁଇଡ୍ ବ୍ୟବହାର କରନ୍ତୁ, ଯାହା ଚଟାଣରୁ ଜୀବାଣୁ ହଟାଇବାରେ ସାହାଯ୍ୟ ମଧ୍ୟ କରେ।

ବଳକା ଖାଦ୍ୟକୁ ଆଦୌ ବାହାରେ ରଖନ୍ତୁ ନାହିଁ

ଘରେ କିଛି ରନ୍ଧା ଖାଦ୍ୟ ବଳି ଯାଇଥିଲେ, ତାକୁ ଫ୍ରିଜ୍‌ରେ ରଖନ୍ତୁ। ଯଦି ତାକୁ ଆଉ ଖାଇବାର ନାହିଁ, ତା’ହେଲେ ତୁରନ୍ତ ଫିଙ୍ଗି ଦିଅନ୍ତୁ ବା କାହାକୁ ଦେଇ ଦିଅନ୍ତୁ। ଏସବୁ ନକରି ଯଦି ଆପଣ ଏହାକୁ ଘରେ ସେମିତି ପକାଇ ରଖିବେ, ତା’ହେଲେ କିଛି ଦିନ ପରେ ସେଥିରେ ଫିମ୍ପି ହେବେ। ଆଉ ଏହାକୁ ଆଦୌ ଅଣଦେଖା କରିବା ଉଚିତ୍‌ ନୁହେଁ। ନ୍ୟାସ୍‌ନାଲ୍‌ ପବ୍ଲିକ୍‌ ହେଲ୍‌ଥ ଇନଷ୍ଟିଚ୍ୟୁଟ୍‌ର ଏକ ରିପୋର୍ଟ ଅନୁଯାୟୀ,  ଘରେ କୌଣସି ଜିନିଷରେ ଫିମ୍ପି ଲାଗିଗଲେ, ଏହା ମଧ୍ୟ ଆଜମାର କାରଣ ପାଲଟିଯାଏ। ବିଶେଷଜ୍ଞ ମତରେ ଉକ୍ତ ପାତ୍ରକୁ ଗରମ ପାଣିରେ ସଫା କରିବା ଉଚିତ୍‌। ନ ହେଲେ ଏହାକୁ ଭଲ ଭାବେ ସଫା କରିବା ଲାଗି ଡିଟର୍‌ଜେଣ୍ଟର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ।

ସଫା କରିବାକୁ ବ୍ୟବହୃତ ଜିନିଷକୁ ମଧ୍ୟ ସଫା ରଖନ୍ତୁ  

ସାଧାରଣତଃ ଲୋକେ ଭାବନ୍ତି ଯେ, ଆମେ ନିୟମିତ ଭାବେ ଘର ସଫା କରୁଛୁ, ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଜୀବାଣୁମୁକ୍ତ ଅଛି। କିନ୍ତୁ ଆମେ ଗୋଟିଏ ଜିନିଷ ପ୍ରତି ଧ୍ୟାନ ଦେଉ ନ ଥାଉ ଯେ, ଆମେ ଯେଉଁ ଜିନିଷରେ ଘର ଅବା ଘରେ ଥିବା ଜିନିଷ ସଫା କରୁଛୁ, ତାହା କେତେ ସଫା ରହେ। ଘର ସଫା ଲାଗି ବ୍ୟବହୃତ ପୋଛା ଓ କପଡ଼ାକୁ ମଧ୍ୟ ନିୟମିତ ଭାବେ ସଫା କରି ଖରାରେ ଭଲ ଭାବେ ଶୁଖାଇବା ଉଚିତ୍‌।

ମାଇକ୍ରୋୱେଭ୍ ଓଭେନ୍‌କୁ ସଫା ରଖନ୍ତୁ

ଆଜିକାଲି ବହୁତ ଲୋକ ଖାଦ୍ୟ ପ୍ରସ୍ତୁତି ପାଇଁ ମାଇକ୍ରୋୱେଭ୍ ଓଭେନ୍ ବ୍ୟବହାର କରୁଛନ୍ତି। ତେବେ ଏହା କିପରି ସଫା ରହିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏହାକୁ ସବୁବେଳେ ସଫା କପଡ଼ାରେ ସଫା କରନ୍ତୁ।

ତରତର ହୋଇ କରନ୍ତୁ ନାହିଁ ସଫା

ଆଜିକାଲି ଧାଁଦୌଡ଼ ଭରା ଜୀବନରେ ସବୁ କାମ ଫଟାଫଟ୍‌ ସାରିବାକୁ ସମସ୍ତେ ଚାହାଁନ୍ତି। କିନ୍ତୁ ଜଲଦିରେ ସଫା କରିବା ଅପେକ୍ଷା ନ କରିବା ଭଲ। କାରଣ ଏହା ନିହାତି ଭାବେ ଆପଣଙ୍କ ଲାଗି କ୍ଷତିକାରକ ହିଁ ସାବ୍ୟସ୍ତ ହେବ।

ଜୀବାଣୁଙ୍କୁ ମରିବାକୁ ସମୟ ଦିଅନ୍ତୁ

ଜୀବାଣୁ ଓ ବ୍ୟାକ୍ଟେରିଆକୁ ପୂରାପୂରି ନିପାତ କରିବାକୁ ଚାହୁଁଥିଲେ, ଆପଣ ବ୍ୟବହାର କରୁଥିବା ଫିନାଇଲ୍‌ କିମ୍ବା ଡିଟରଜେଣ୍ଟକୁ ଅତି କମ୍‌ରେ ୬୦ ସେକେଣ୍ଡରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଘରର ଚଟାଣ ଉପରେ ପକାଇ ଛାଡ଼ି ଦିଅନ୍ତୁ। କାରଣ ଏହାକୁ ପକାଇ ସଙ୍ଗେ ସଙ୍ଗେ ଘର ସଫା କରିବା ଦ୍ୱାରା କେବେ ବି ଜୀବଣୁ ମରିବେ ନାହିଁ।

The post ଘରକୁ କେବଳ ସଫା ନୁହେଁ, ଜୀବାଣୁମୁକ୍ତ କରିବାକୁ ଚେଷ୍ଟା କରନ୍ତୁ appeared first on Odisha Reporter.

]]>
2019-08-10 11:29:33 https://odishareporter.in/wp-content/uploads/2019/08/house-1...jpg
ଖାଦ୍ୟରେ ରାଗ କମ୍‌ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ https://odishareporter.in/life-style/how-to-reduce-chilly-in-food-415525 Sun, 04 Aug 2019 09:58:08 +0000 http://odishareporter.in/?p=415525

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଷେଇ କରିବା ମଧ୍ୟ ଏକ କଳା। ଖାଦ୍ୟରେ ପ୍ରସ୍ତୁତି ବେଳେ ଯେକୌଣସି ସାମଗ୍ରୀର ଅନୁପାତ ଠିକ୍ ନ ରହିଲେ ପାଗ ଓ ସ୍ୱାଦ ବିଗିଡ଼ି ଯାଏ। ଏଭଳି ଏକ ସାମଗ୍ରୀ ହେଉଛି ଲଙ୍କା। ଲଙ୍କାର ପରିମାଣ ଯଦି ଅଧିକ ହୋଇଯାଏ, ତା’ହେଲେ ଖାଦ୍ୟ ଖାଇବା କଷ୍ଟକର ହୋଇପଡ଼େ। ଆଉ ଯେଉଁମାନେ ଆଦୌ ରାଗ ଖାଆନ୍ତି ନାହିଁ, ସେମାନେ ଦ୍ୱିତୀୟ ଥର ସେଥିରେ ହାତ ମାରନ୍ତି ନାହିଁ। ତେବେ ଭୁଲ୍‌ରେ ତରକାରିରେ ଅଧିକ ଲଙ୍କା ପଡ଼ିଗଲେ […]

The post ଖାଦ୍ୟରେ ରାଗ କମ୍‌ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋଷେଇ କରିବା ମଧ୍ୟ ଏକ କଳା। ଖାଦ୍ୟରେ ପ୍ରସ୍ତୁତି ବେଳେ ଯେକୌଣସି ସାମଗ୍ରୀର ଅନୁପାତ ଠିକ୍ ନ ରହିଲେ ପାଗ ଓ ସ୍ୱାଦ ବିଗିଡ଼ି ଯାଏ। ଏଭଳି ଏକ ସାମଗ୍ରୀ ହେଉଛି ଲଙ୍କା। ଲଙ୍କାର ପରିମାଣ ଯଦି ଅଧିକ ହୋଇଯାଏ, ତା’ହେଲେ ଖାଦ୍ୟ ଖାଇବା କଷ୍ଟକର ହୋଇପଡ଼େ। ଆଉ ଯେଉଁମାନେ ଆଦୌ ରାଗ ଖାଆନ୍ତି ନାହିଁ, ସେମାନେ ଦ୍ୱିତୀୟ ଥର ସେଥିରେ ହାତ ମାରନ୍ତି ନାହିଁ। ତେବେ ଭୁଲ୍‌ରେ ତରକାରିରେ ଅଧିକ ଲଙ୍କା ପଡ଼ିଗଲେ ବି ରାଗ କମାଇବାର ଉପାୟ ଅଛି। ଯଦି ଆପଣ ସେ ଉପାୟଗୁଡ଼ିକ ବିଷୟରେ ଅବଗତ ନାହାନ୍ତି, ତା’ହେଲେ ଜାଣି ନିଅନ୍ତୁ।

୧) ତରକାରିରେ ରାଗ କମ୍‌ କରିବା ପାଇଁ ଆପଣ ସେଥିରେ ଟମାଟୋପ୍ୟୁରି ପକାଇପାରିବେ। ପ୍ରଥମେ କଡ଼େଇରେ ଟିକେ ତେଲ ଗମର କରି ଏଥିରେ ଟମାଟୋପ୍ୟୁରି ପକାଇ ଫୁଟାଇ ଦିଅନ୍ତୁ।  ତା’ପରେ ଏହାକୁ ତରକାରିରେ ମିଶାଇ ଦିଅନ୍ତୁ। ଦେଖିବେ ତରକାରିର ସ୍ୱାଦ କିଛି ମାତ୍ରାରେ ଠିକ୍‌ ହୋଇଯିବ ଓ ବେଶି ରାଗ ଲାଗିବ ନାହିଁ।

୨) ଯଦି ଆପଣ ତରକାରିରେ ରାଗ କମ୍‌ କରି ଟିକେ ରିଚ୍‌ ଟେଷ୍ଟ୍‌ ଆଣିବାକୁ ଚାହୁଁଛନ୍ତି, ତା’ହେଲେ ସେଥିରେ ଟିକେ ମଲାଇ ବା ସର ମିଶାଇ ଦିଅନ୍ତୁ। ଆପଣ ଫ୍ରେଶ୍‌ କ୍ରିମ୍‌ କିମ୍ବା ଦହି ମଧ୍ୟ ମିଶାଇ ପାରିବେ।

୩) ଆପଣ ବେସନ ସାହାଯ୍ୟରେ ବି ଖାଦ୍ୟରେ ରାଗ କମାଇପାରିବେ। ହେଲେ ମନେ ରଖନ୍ତୁ, କଞ୍ଚା ବେସନ ପକାଇବେ ନାହିଁ। ଖାଦ୍ୟରେ ପକାଇବା ପୂର୍ବରୁ ବେସନକୁ ଚିକେ ଭାଜି ଦିଅନ୍ତୁ।

୪) ଆଳୁ ମଧ୍ୟ ଖାଦ୍ୟରେ ରାଗର ମାତ୍ରା କମ୍‌ କରିବାରେ ସାହାଯ୍ୟ କରେ। ଏଥିପାଇଁ ଆଳୁକୁ ସିଝାଇ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏହାକୁ ତରକାରିରେ ଭଲ ଭାବେ ମିଶାଇ ଦିଅନ୍ତୁ। ଦେଖିବେ ରାଗର ମାତ୍ରା କମ୍‌ ହୋଇଯିବ।

The post ଖାଦ୍ୟରେ ରାଗ କମ୍‌ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ appeared first on Odisha Reporter.

]]>
2019-08-04 15:28:08 https://odishareporter.in/wp-content/uploads/2019/08/chilli.jpg
ପୁରୁଣା ଗହଣା ବି ଦେଖାଯିବ ନୂଆ, ଆପଣାନ୍ତୁ ଏହି ସବୁ ଉପାୟ https://odishareporter.in/life-style/tips-to-maintain-your-jewellery-new-and-shining-412661 Thu, 01 Aug 2019 06:46:10 +0000 http://odishareporter.in/?p=412661

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ସବୁବେଳେ ଅଳଙ୍କାର ପ୍ରିୟ। ଏମିତି କେହି ମହିଳା ନ ଥିବେ ଯିଏ ଅଳଙ୍କାର ପ୍ରିୟ ହୋଇ ନଥିବେ। ଏହା କେଉଁ କାଳରୁ ମହିଳାଙ୍କ ପ୍ରିୟ ହୋଇ ରହିଆସିଛି। ସମୟ ସହ ତାଳ ଦେଇ ବଦଳିଛି ଅଳଙ୍କାରର ଲୁକ୍‌ ଓ ଡିଜାଇନ୍‌। ଆଜିକାଲି ମହିଳାମାନେ ବାହାଘର,ବିଭିନ୍ନ ପାର୍ଟି ଓ ଫଙ୍କସନ୍‌କୁ ଗଲା ବେଳେ ଟ୍ରେଣ୍ଡି ଜୁଏଲାରୀ ପସନ୍ଦ କରୁଛନ୍ତି। କିନ୍ତୁ ଅନେକ ଏହାର ସଠିକ୍ ଯତ୍ନ ନେଇ ପାରନ୍ତି ନାହିଁ। ତେଣୁ ଏଗୁଡ଼ିକର ଚମକ […]

The post ପୁରୁଣା ଗହଣା ବି ଦେଖାଯିବ ନୂଆ, ଆପଣାନ୍ତୁ ଏହି ସବୁ ଉପାୟ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ସବୁବେଳେ ଅଳଙ୍କାର ପ୍ରିୟ। ଏମିତି କେହି ମହିଳା ନ ଥିବେ ଯିଏ ଅଳଙ୍କାର ପ୍ରିୟ ହୋଇ ନଥିବେ। ଏହା କେଉଁ କାଳରୁ ମହିଳାଙ୍କ ପ୍ରିୟ ହୋଇ ରହିଆସିଛି। ସମୟ ସହ ତାଳ ଦେଇ ବଦଳିଛି ଅଳଙ୍କାରର ଲୁକ୍‌ ଓ ଡିଜାଇନ୍‌। ଆଜିକାଲି ମହିଳାମାନେ ବାହାଘର,ବିଭିନ୍ନ ପାର୍ଟି ଓ ଫଙ୍କସନ୍‌କୁ ଗଲା ବେଳେ ଟ୍ରେଣ୍ଡି ଜୁଏଲାରୀ ପସନ୍ଦ କରୁଛନ୍ତି। କିନ୍ତୁ ଅନେକ ଏହାର ସଠିକ୍ ଯତ୍ନ ନେଇ ପାରନ୍ତି ନାହିଁ। ତେଣୁ ଏଗୁଡ଼ିକର ଚମକ ଶୀଘ୍ର ନଷ୍ଟ ହୋଇଯାଏ। ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ କିଛି ଟିପ୍ସ ଦେବୁ, ଯାହା ଆପଣଙ୍କ ଅଳଙ୍କାରର ଚମକ ଦୀର୍ଘସ୍ଥାୟୀ ହୋଇପାରିବ।

୧-କେବେ ବି ଗହଣା ଉପରେ ପରଫ୍ୟୁମ୍‌ ସ୍ପ୍ରେ କରନ୍ତୁ ନାହିଁ।

୨-ଡାଇମଣ୍ଡକୁ ସ୍ପଞ୍ଜ କିମ୍ବା କଟନ୍‌ ବେସ୍‌ ଥିବା ପ୍ଲାଷ୍ଟିକ ବାକ୍ସରେ ରଖନ୍ତୁ। କାରଣ ଅନ୍ୟ ରସାୟନ ସମ୍ପର୍କରେ ଆସିଲେ ଏହା କଳା ପଡ଼ିଯାଏ।

୩-ଅସଲି ମୋତିକୁ ରେଶମ କପଡ଼ାରେ ଗୁଡ଼ାଇ ରଖିବା ଉଚିତ୍‌। ଅତ୍ୟଧିକ ଗରମ ହେଲେ ଏହାକୁ ପିନ୍ଧନ୍ତୁ ନାହିଁ। କାରଣ ଝାଳ ବାଜିଲେ ଏହାର ଚମକ ହଜି ଯାଇଥାଏ।

୪-ଦାମିକିଆ ଗହଣାକୁ ଗୋଟିଏ ବକ୍ସରେ ରଖିବା ପରିବର୍ତ୍ତେ ଭିନ୍ନ ଭିନ୍ନ ବାକ୍ସରେ ରଖନ୍ତୁ। କାରଣ ଏକ ସାଙ୍ଗରେ ବହୁତ ଗହଣା ରଖିବା ଦ୍ୱାରା ଏଥିରେ ଦାଗ ପଡ଼ିଯାଏ। କିମ୍ବା ପରସ୍ପର ସହ ବାଡ଼େଇ ହୋଇ ଏହା ଭାଙ୍ଗଯିବାର ମଧ୍ୟ ଡର ଥାଏ।

୫-  ଅଳଙ୍କାରକୁ ସାବୁନ କିମ୍ବା ପାଣିରେ ନ ଧୋଇ ଇରେଜର ସହାୟତରେ ସଫା କଲେ ଭଲ।

୬-ନିୟମିତ ବ୍ୟବଧାନରେ ଆପଣ ନିଜ ଆଭୂଷଣକୁ ସଫା କରିବା ଆବଶ୍ୟକ। ଏହାଦ୍ୱାରା ପୁରୁଣା ଗହଣା ବି ଚମକିବ ଆଉ ନୂଆ ପରି ଦିଶିବ।

୭- ସୁନାରେ ନିର୍ମିତ ଗହଣା ବହୁତ ସଫ୍ଟ। ତେଣୁ ଏହାକୁ ରଗଡ଼ି ସଫା କରିବା ପରିବର୍ତ୍ତେ ହାଲକା ଭାବେ ସଫା କରନ୍ତୁ। ଏଥିଲାଗି ଆପଣ ଗହଣା ଦୋକାନୀଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ।

୮- କୌଣସି ଭାରି କାମ ଯଥା ବ୍ୟାୟାମ କରୁଥିଲେ, ଘର କାମ କରୁଥିଲେ, ଖାଇବା ପ୍ରସ୍ତୁତ କରୁଥିଲେ ଗହଣା ପିନ୍ଧନ୍ତୁ ନାହିଁ।  ଏହାବ୍ୟତୀତ ଅତ୍ୟଧିକ ଗରମ ହେଉଥିଲେ ବା ପ୍ରଖର ସୂର୍ଯ୍ୟ କିରଣ ପଡ଼ୁଥିଲେ, ରତ୍ନ ପଥର ପିନ୍ଧନ୍ତୁ ନାହିଁ। କାରଣ ଅତ୍ୟଧିକ ଖରାରେ ଏହାର ରଙ୍ଗ ଉଡ଼ିଯାଏ।

୯- କୌଣସି ପାର୍ଟି କିମ୍ବା ଫଙ୍କସନ୍‌କୁ ଯାଉଥିଲେ, ପ୍ରଥମେ ନିଜେ ପ୍ରସ୍ତୁତ ହୋଇଯାଆନ୍ତୁ। ସବୁଠୁ ଶେଷରେ ଗହଣା ପରିଧାନ କରନ୍ତୁ।

The post ପୁରୁଣା ଗହଣା ବି ଦେଖାଯିବ ନୂଆ, ଆପଣାନ୍ତୁ ଏହି ସବୁ ଉପାୟ appeared first on Odisha Reporter.

]]>
left bottom 2019-08-01 12:16:10 https://odishareporter.in/wp-content/uploads/2019/07/jwellery-1...jpg
ଚା’ ପିଇବା ପରେ ପତି ଫୋପାଡ଼ନ୍ତୁ ନାହିଁ https://odishareporter.in/life-style/dont-throw-used-tea-leaves-and-tea-bags-411219 Fri, 26 Jul 2019 07:17:08 +0000 http://odishareporter.in/?p=411219

ଭୁବନେଶ୍ୱର: ଘରେ ଘରେ ଲୋକେ ଚା’ ପିଅନ୍ତି। ତେବେ ସମସ୍ତେ ଚା’ ସିନା ପିଅନ୍ତି, ହେଲେ ବ୍ୟବହୃତ ଚା’ପତିର କେମିତି ଉପଯୋଗ କରିବାକୁ ହୁଏ, ତାହା ଜାଣନ୍ତି ନାହିଁ। ଏ ବିଷୟରେ ବିଶେଷ ଧାରଣା ନଥିବା ଯୋଗୁ ଅଧିକାଂଶ ଲୋକ ଚା’ କରିବା ପରେ ପତି ଫୋପାଡ଼ି ଦିଅନ୍ତି। କିନ୍ତୁ ଏହା ବି ବଡ଼ କାମରେ ଆସେ। ଏହାକୁ ଆପଣ ଏକାଧିକ କାମରେ ଲଗାଇ ପାରିବେ। ତା’ହେଲେ ଆସନ୍ତୁ ସେ ବିଷୟରେ ଜାଣି ନେବା। ୧- ବ୍ୟବହୃତ […]

The post ଚା’ ପିଇବା ପରେ ପତି ଫୋପାଡ଼ନ୍ତୁ ନାହିଁ appeared first on Odisha Reporter.

]]>

ଭୁବନେଶ୍ୱର: ଘରେ ଘରେ ଲୋକେ ଚା’ ପିଅନ୍ତି। ତେବେ ସମସ୍ତେ ଚା’ ସିନା ପିଅନ୍ତି, ହେଲେ ବ୍ୟବହୃତ ଚା’ପତିର କେମିତି ଉପଯୋଗ କରିବାକୁ ହୁଏ, ତାହା ଜାଣନ୍ତି ନାହିଁ। ଏ ବିଷୟରେ ବିଶେଷ ଧାରଣା ନଥିବା ଯୋଗୁ ଅଧିକାଂଶ ଲୋକ ଚା’ କରିବା ପରେ ପତି ଫୋପାଡ଼ି ଦିଅନ୍ତି। କିନ୍ତୁ ଏହା ବି ବଡ଼ କାମରେ ଆସେ। ଏହାକୁ ଆପଣ ଏକାଧିକ କାମରେ ଲଗାଇ ପାରିବେ। ତା’ହେଲେ ଆସନ୍ତୁ ସେ ବିଷୟରେ ଜାଣି ନେବା।

୧- ବ୍ୟବହୃତ ଚା’ ପତିକୁ ଆଉ ଥରେ ପାଣିରେ ଫୁଟାଇ ଦିଅନ୍ତୁ। ସେହି ପାଣି ଥଣ୍ଡା ହୋଇଗଲା ପରେ ବିଭିନ୍ନ ପନିପରିବା ଓ ଫୁଲ ଗଛରେ ତାକୁ ସ୍ପ୍ରେ କରନ୍ତୁ। ଏହାଦ୍ୱାରା ଗଛରେ ହେଉଥିବା ପୋକ ମରିଯିବେ।

୨- ଆପଣ ଚାହିଁଲେ, ଏହି ଚା’ପତିକୁ ଅର୍ଗାନିକ ଖତ ରୂପେ ମଧ୍ୟ ଗଛରେ ବ୍ୟବହାର କରିପାରିବେ।

୩- ଆପଣ ଗ୍ରୀନ୍‌ ଟି ପିଅନ୍ତି କି? ଏହା ଉଭୟ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଭଲ। ତେବେ ଆପଣ ଏହାର ପତିକୁ ନ ଫୋପାଡ଼ି ଏହାକୁ ବ୍ୟବହାର କରି ମୁହଁର ବିଭିନ୍ନ ଦାଗ ଛଡ଼ାଇ ପାରିବେ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାରୁ ଦାଗ ଦୂର କରିବା ସହ ଏଥିରେ ଚମକ ଭରି ଦେଇଥାଏ।

୪- ବ୍ୟବହୃତ ଚା’ ପତି ଦ୍ୱାରା ଆପଣ କେଶର କଣ୍ଡିସନିଂ ମଧ୍ୟ କରିପାରିବେ। ଏଥିଲାଗି ପ୍ରଥମେ ବ୍ୟବହାର ହୋଇ ସାରିଥିବା ଚା’ ପତିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଗୋଟିଏ ପାତ୍ରରେ କିଛି ପାଣି ଗରମ କରି ଏହାକୁ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଥଣ୍ଡା କରି ଏକ  ବୋତଲରେ ଭର୍ତ୍ତି କରି ରଖି ଦିଅନ୍ତୁ। କେଶ ସାମ୍ପୋ କରି ସାରିବା ପରେ ଏହି ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ଦେଖିବେ, କେଶ କିପରି ସିଲ୍‌କି ହେବା ସହ ସାଇନ୍‌ କରିବ।

 

The post ଚା’ ପିଇବା ପରେ ପତି ଫୋପାଡ଼ନ୍ତୁ ନାହିଁ appeared first on Odisha Reporter.

]]>
left bottom 2019-07-26 12:47:08 https://odishareporter.in/wp-content/uploads/2019/07/tea-4...jpg
ବଟର୍‌ ଫ୍ରିଜ୍‌ରେ ରଖିବେ ନା ନାହିଁ, ଜାଣନ୍ତୁ ଠିକ୍‌ ଉପାୟ https://odishareporter.in/life-style/why-you-should-never-refrigerate-butter1234-404128 Thu, 11 Jul 2019 03:53:47 +0000 http://odishareporter.in/?p=404128

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ବଟର୍‌କୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି ଦେଇଥାଉ। କିନ୍ତୁ ବଟର୍‌କୁ ଫ୍ରିଜ୍‌ରେ ରଖି ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, କ’ଣ ଆପଣ ଜାଣିଛନ୍ତି କି ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ USDAର ରିପୋର୍ଟ ଅନୁସାରେ ବଟର୍‌ ହେଉଛି, ଏକମାତ୍ର ଡାଏରୀ ଫୁଡ୍‌, ଯାହା ବିନା ଫ୍ରିଜ୍‌ରେ ମଧ୍ୟ ସୁରକ୍ଷିତ […]

The post ବଟର୍‌ ଫ୍ରିଜ୍‌ରେ ରଖିବେ ନା ନାହିଁ, ଜାଣନ୍ତୁ ଠିକ୍‌ ଉପାୟ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ବଟର୍‌କୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି ଦେଇଥାଉ। କିନ୍ତୁ ବଟର୍‌କୁ ଫ୍ରିଜ୍‌ରେ ରଖି ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, କ’ଣ ଆପଣ ଜାଣିଛନ୍ତି କି ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ USDAର ରିପୋର୍ଟ ଅନୁସାରେ ବଟର୍‌ ହେଉଛି, ଏକମାତ୍ର ଡାଏରୀ ଫୁଡ୍‌, ଯାହା ବିନା ଫ୍ରିଜ୍‌ରେ ମଧ୍ୟ ସୁରକ୍ଷିତ ରହିଥାଏ। ଆପଣ ଭାବୁଥିବେ ଏହା କିପରି ସମ୍ଭବ ? ତେବେ ଆସନ୍ତୁ ଜାଣିବା ବିନା ଫ୍ରିଜ୍‌ରେ ବଟର୍ ବା ଲହୁଣୀକୁ କିପରି ରଖାଯାଇପାରିବ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ।

ବିଭିନ୍ନ ଶୈଳୀରେ ବଟର୍‌କୁ ପ୍ରସ୍ତୁତ କରାଯାଇଥାଏ। ଏହା ଏକମାତ୍ର ଦୁଗ୍ଧଜାତ ଦ୍ରବ୍ୟ ଯାହାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବିନା ଫ୍ରିଜ୍‌ରେ ରଖାଯାଇପାରିବ। ଏଥିରେ ୮୦ ପ୍ରତିଶତ ଫ୍ୟାଟ୍‌ ରହିଛି। ବଟର୍‌ରେ ପାଣିର ମାତ୍ରା ବହୁତ କମ୍‌ ଥିବାରୁ ଏହା ବ୍ୟାକ୍ଟେରିଆଙ୍କୁ ଆକର୍ଷିତ କରିପାରେନାହିଁ।

ଏହାର ଅନ୍ୟ ଏକ କାରଣ ହେଉଛି, ବଟର୍‌ ଫୁଟା କ୍ଷୀରରୁ ପ୍ରସ୍ତୁତ ହେଉଥିବାରୁ ଏଥିରେ ବ୍ୟାକ୍ଟେରିଆଙ୍କର ବଂଶବୃଦ୍ଧି ଏତେ ସହଜରେ ହୋଇପାରିନଥାଏ। ଆହୁରି ମଧ୍ୟ ଆପଣ ବଟର୍‌ରେ ଲୁଣର ବ୍ୟବହାର କରି ବ୍ୟାକ୍ଟେରିଆଙ୍କ ବୃଦ୍ଧିକୁ କମ୍‌ କରିପାରିବେ। କିନ୍ତୁ ବଟର୍‌କୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହା ପାଣି ସଂସ୍ପର୍ଶରେ ଆସିଥାଏ ଏବଂ ବ୍ୟାକ୍ଟେରିଆଙ୍କ ବୃଦ୍ଧି ସହଜ ହୋଇଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସୂର୍ଯ୍ୟକିରଣ ଓ ଲାଇଟ୍‌ଠାରୁ ଦୂରେଇ ରଖିଲେ, ବଟର୍‌କୁ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର୍‌ କରି ରଖାଯାଇପାରିବ। କିନ୍ତୁ ଗରମ ଦିନମାନଙ୍କରେ ଏହାକୁ ଆପଣ ଫ୍ରିଜ୍‌ରେ ରଖି ବ୍ୟବହାର କରିପାରିବେ।

The post ବଟର୍‌ ଫ୍ରିଜ୍‌ରେ ରଖିବେ ନା ନାହିଁ, ଜାଣନ୍ତୁ ଠିକ୍‌ ଉପାୟ appeared first on Odisha Reporter.

]]>
left bottom 2019-07-11 10:34:05 https://odishareporter.in/wp-content/uploads/2019/07/butter2.jpg
ପୁରୁଣା ଖବରକାଗଜକୁ ବି ଘରକରଣା କାମରେ ବ୍ୟବହାର କରି ପାରିବେ https://odishareporter.in/life-style/dont-throw-away-old-newspapers-use-them-for-these-things12-402654 Sun, 07 Jul 2019 07:45:45 +0000 http://odishareporter.in/?p=402654

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଖବରକାଗଜ ପଢ଼ି ସାରିବା ପରେ ଅନେକ ଲୋକ ଏହାକୁ ଏଣେତେଣ ପକାଇ ଦିଅନ୍ତି। ଆଉ କିଛି ଲୋକ ଏହାକୁ ଥାକ ମାରି ରଖନ୍ତି ଓ ପରେ କବାଡ଼ିବାଲାକୁ ବିକି ଦିଅନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ପୁରୁଣା ଖବରକାଗଜକୁ ବି ବିଭିନ୍ନ ଉପାୟରେ ଘରକରଣା କାମରେ ବ୍ୟବହାର କରାଯାଇପାରେ। ଆସନ୍ତୁ ଜାଣିବା ଏହାର ପାଞ୍ଚୋଟି ଉପାୟ, ଯାହାକୁ ଅନୁସରଣ କରି ଆପଣ ପୁରୁଣା ଖବରକାଗଜକୁ ଘରେ ବିଭିନ୍ନ କାମ ପାଇଁ ବ୍ୟବହାର […]

The post ପୁରୁଣା ଖବରକାଗଜକୁ ବି ଘରକରଣା କାମରେ ବ୍ୟବହାର କରି ପାରିବେ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଖବରକାଗଜ ପଢ଼ି ସାରିବା ପରେ ଅନେକ ଲୋକ ଏହାକୁ ଏଣେତେଣ ପକାଇ ଦିଅନ୍ତି। ଆଉ କିଛି ଲୋକ ଏହାକୁ ଥାକ ମାରି ରଖନ୍ତି ଓ ପରେ କବାଡ଼ିବାଲାକୁ ବିକି ଦିଅନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ପୁରୁଣା ଖବରକାଗଜକୁ ବି ବିଭିନ୍ନ ଉପାୟରେ ଘରକରଣା କାମରେ ବ୍ୟବହାର କରାଯାଇପାରେ।

ଆସନ୍ତୁ ଜାଣିବା ଏହାର ପାଞ୍ଚୋଟି ଉପାୟ, ଯାହାକୁ ଅନୁସରଣ କରି ଆପଣ ପୁରୁଣା ଖବରକାଗଜକୁ ଘରେ ବିଭିନ୍ନ କାମ ପାଇଁ ବ୍ୟବହାର କରିପାରିବେ।

୧. ଘରର ଝରକା, କବାଟକୁ ସମସ୍ତେ କପଡ଼ାରେ ପୋଛିଥା’ନ୍ତି ଏବଂ ପରେ ସେହି କପଡ଼ାକୁ ସଫା କରିଥା’ନ୍ତି। କିନ୍ତୁ ଆପଣ ଏଥିପାଇଁ ଖବରକାଗଜ ମଧ୍ୟ ବ୍ୟବହାର କରିପାରିବେ। କାଚ ଝରକା, କବାଟ ଏବଂ କାର୍‌ର କାଚକୁ ବି ଆପଣ ପେପର୍‌ ସାହାଯ୍ୟରେ ସଫା କରିପାରିବେ। ଆପଣ ଚାହିଁଲେ ଅଧିକ ସଫା ଦେଖା ଯିବା ପାଇଁ ପେପର୍‌ ସହିତ ଲିକ୍ୱିଡ୍‌ କେମିକାଲ୍‌ର ସାହାଯ୍ୟ ନେଇପାରିବେ।

୨. କିଚେନ୍‌ କ୍ୟାବିନେଟ୍‌, ଡ୍ରେସର୍‌, ବାଥରୁମ୍‌କୁ ମଧ୍ୟ ପେପର୍‌ରେ ସଫା କରିପାରିବେ। ପେପର୍‌ ଶସ୍ତା ହୋଇଥିବାରୁ ସଫା କରିବା ପରେ ଆପଣ ଏହାକୁ ଫିଙ୍ଗି ଦେଇ ପାରିବେ। ଏହା ସହିତ ପେପର୍‌ ବାୟୋଡିଗ୍ରେଡେବୁଲ୍‌ ହୋଇଥିବାରୁ ମାଟିରେ ମଧ୍ୟ ସହଜରେ ମିଶି ଯାଇଥାଏ।

୩.   ମାଇକ୍ରୋଓଭାନ୍‌ ଓ ରୋଷେଇ ଚୁଲାକୁ ସଫା କରିବା ପାଇଁ ପେପର୍‌ ବ୍ୟବହାର କରାଯାଇ ପାରିବ । ଏହିସବୁ ସ୍ଥାନରେ ଲାଗିଥିବା ତେଲକୁ ପେପର୍‌ ସହଜରେ ଅବଶୋଷଣା କରି ନେଇଥାଏ। ଏଥିଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ।

୪. ଏକ ବଡ଼ କଥା ହେଉଛି, ପରିବେଶ ପ୍ରଦୂଷଣ କାରଣରୁ ପଲିଥିନ୍‌ ବ୍ୟବହାର କରିବା ପାଇଁ ବାରଣ କରାଯାଉଛି। ଏହାର ଏକ ବଡ଼ ବିକଳ୍ପ ହେଉଛି ଖବରକାଗଜ। କପଡ଼ା କିମ୍ୱା ଅନ୍ୟ ଗିଫ୍ଟ ପ୍ୟାକ୍‌ କରିବା ପାଇଁ  ଖବରକାଗଜର ବ୍ୟବହାର କରିପାରିବେ।

୫. ସେହିପରି ପଲିଥିନ୍‌ ବ୍ୟାଗ୍‌ ବଦଳରେ ପୁରୁଣା ଖବରକାଗଜରେ ବ୍ୟାଗ୍‌ ପ୍ରସ୍ତୁତ କରି ମଧ୍ୟ ବିଭିନ୍ନ କାମ ପାଇଁ ବ୍ୟବହାର କରିପାରିବେ।

୬.  କିନ୍ତୁ ମନେ ରଖନ୍ତୁ କୌଣସି ଖାଦ୍ୟକୁ ଖବରକାଗଜରେ ପ୍ୟାକ୍‌ କରନ୍ତୁ ନାହିଁ। କାରଣ ଖବରକାଗଜ ପ୍ରିଣ୍ଟ କରିବା ପାଇଁ କ୍ଷତିକାରକ ରଙ୍ଗ, ପିଗମେଣ୍ଟସ୍‌ ଆଦି କେମିକାଲସ୍‌ ବ୍ୟବହୃତ ହେଉଛି। ଆପଣ ଖାଦ୍ୟପଦାର୍ଥକୁ ଖବରକାଗଜରେ ପ୍ୟାକ୍‌ କରିବା ଦ୍ୱାରା ଏହିସବୁ କେମିକାଲ୍‌ ଆପଣଙ୍କ ଶରୀରରୁ ଯାଇ କ୍ଷତି ଘଟାଇଥା’ନ୍ତି।

The post ପୁରୁଣା ଖବରକାଗଜକୁ ବି ଘରକରଣା କାମରେ ବ୍ୟବହାର କରି ପାରିବେ appeared first on Odisha Reporter.

]]>
left bottom 2019-07-07 13:36:40 https://odishareporter.in/wp-content/uploads/2019/07/paper1.jpg
ଇଲେକ୍ଟ୍ରୀ ଜିନିଷ ଭିତରେ ଥିବା ଏହି ପ୍ୟାକେଟ୍‌ କ‘ଣ ଜାଣିଛନ୍ତି? https://odishareporter.in/life-style/amazing-uses-of-silica-gel-which-can-be-beneficial-for-you-391864 Mon, 10 Jun 2019 03:50:43 +0000 http://odishareporter.in/?p=391864

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜାରରୁ ଜୋତା, ପର୍ସ, ବ୍ୟାଗ୍‌, ଇଲେକ୍ଟ୍ରୀ ଜିନିଷ ଇତ୍ୟାଦି କିଣିଲେ ସେସବୁ ଭିତରେ ଛୋଟ ଛୋଟ ପ୍ୟାକେଟ୍‌ ଥିବାର ଆପଣ ଦେଖିଥିବେ। ଆମେ ପ୍ରାୟ ଏହାକୁ ଦେଖି କିଛି କାମରେ ଆସିବ ନାହିଁ ବୋଲି ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଅଦରକାରୀ ଜିନିଷ ଭାବି ଫୋପାଡ଼ି ଦେଉଥିବା ପ୍ୟାକେଟ୍‌ ଆମର ଅନେକ କାମରେ ଆସିପାରେ। –ଏହାକୁ ସିଲିକା ଜେଲ୍‌ କୁହାଯାଏ। ଏହା ସିଲିକନ୍‌ ଡାଇଅକ୍‌ସାଇଡ୍‌ର ଏକ ରୂପ। ଯାହାକୁ ଏକ […]

The post ଇଲେକ୍ଟ୍ରୀ ଜିନିଷ ଭିତରେ ଥିବା ଏହି ପ୍ୟାକେଟ୍‌ କ‘ଣ ଜାଣିଛନ୍ତି? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜାରରୁ ଜୋତା, ପର୍ସ, ବ୍ୟାଗ୍‌, ଇଲେକ୍ଟ୍ରୀ ଜିନିଷ ଇତ୍ୟାଦି କିଣିଲେ ସେସବୁ ଭିତରେ ଛୋଟ ଛୋଟ ପ୍ୟାକେଟ୍‌ ଥିବାର ଆପଣ ଦେଖିଥିବେ। ଆମେ ପ୍ରାୟ ଏହାକୁ ଦେଖି କିଛି କାମରେ ଆସିବ ନାହିଁ ବୋଲି ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଅଦରକାରୀ ଜିନିଷ ଭାବି ଫୋପାଡ଼ି ଦେଉଥିବା ପ୍ୟାକେଟ୍‌ ଆମର ଅନେକ କାମରେ ଆସିପାରେ।

ଏହାକୁ ସିଲିକା ଜେଲ୍‌ କୁହାଯାଏ। ଏହା ସିଲିକନ୍‌ ଡାଇଅକ୍‌ସାଇଡ୍‌ର ଏକ ରୂପ। ଯାହାକୁ ଏକ ପ୍ୟାକେଟ୍‌ରେ ଭର୍ତ୍ତି କରି କାମରେ ବ୍ୟବହାର କରାଯାଇଥାଏ। ଇଲେକ୍ଟ୍ରୀ ଜିନିଷ ଆଦ୍ରତା ଯୋଗୁ ଖରାପ ହେଇଯିବାର ବହୁତ ସମ୍ଭାବନା ଥାଏ। ତେଣୁ ଦାମିକା ଜିନିଷ ଶୀଘ୍ର ଖରାପ ନ ହେବା ପାଇଁ ସିଲିକା ଜେଲ୍‌କୁ ପ୍ୟାକେଟ୍‌ ଭିତରେ ରଖାଯାଇଥାଏ।

ଏହି ସିଲିକା ଜେଲ୍‌ ପଶୁମାନଙ୍କୁ କ୍ଷତି ପହଞ୍ଚାଇ ନ ଥାଏ କିନ୍ତୁ ଏହା ମଣିଷମାନଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ସେଥିପାଇଁ ଛୋଟ ଛୁଆଙ୍କୁ ଏଥିରୁ ଦୂରେଇ ରଖନ୍ତୁ ବୋଲି ସିଲିକା ଜେଲ୍‌ର ପ୍ୟାକେଟ୍‌ ଊପରେ ଲେଖା ହୋଇଥାଏ।

ଆମେ ଆଜି ଆପଣଙ୍କୁ ଏହି ସିଲିକା ଜେଲ୍‌ର କିଛିଟା ବ୍ୟବହାର ବିଷୟରେ କହିବୁ, ଯାହାକୁ ବ୍ୟବହାର କରି ଫାଇଦା ଉଠାଇ ପାରିବେ।

ଏହା ଆପଣଙ୍କୁ ଅନେକ କ୍ଷେତ୍ରରେ ଫାଇଦା ଦେଇଥାଏ। ଏହା ଏକ ଶକ୍ତିଶାଳୀ ଅବଶୋଷକ। ଯାହା କି ପବନରେ ଥିବା ଆଦ୍ରତାକୁ ଶୋଷି ନେଇଥାଏ। ଏହା ଆପଣଙ୍କ କାଗଜପତ୍ରକୁ ସୁରକ୍ଷିତ ରଖିଥାଏ। ଆପଣ ଗଡ୍ରେଜ୍‌ରେ ଜରୁରୀ କାଗଜପତ୍ର, ପାସ୍‌ପୋର୍ଟ, ଜନ୍ମପ୍ରମାଣପତ୍ର, ସାର୍ଟିଫିକେଟ୍‌ ଇତ୍ୟାଦି ରଖିଥିଲେ ସେହି ଜାଗାରେ ସିଲିକା ଜେଲ୍‌ର ପ୍ୟାକେଟ୍‌ ରଖି ଦିଅନ୍ତୁ। ଏହା ଆପଣଙ୍କ କାଗଜପତ୍ରକୁ ବ୍ୟାକ୍ଟେରିଆଠାରୁ ସୁରକ୍ଷିତ ରଖିବ। ଏବଂ ଖରାପ ହେବାକୁ ଦେବ ନାହିଁ।

ଏହା ଡ୍ରେସ୍‌ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ବର୍ଷା ଦିନେ ରଖିଥିବା ପ୍ରାୟ କପଡ଼ା ପତ୍ର ଖରାପ ହେଇଯାଏ। ସେତେବେଳେ ଆପଣ ସିଲିକା ଜେଲ୍‌ ପ୍ୟାକେଟ୍‌ ରଖି ଦିଅନ୍ତୁ। ଏହା ଆପଣଙ୍କ କପଡ଼ାକୁ ଖରାପ ହେବାକୁ ଦେବ ନାହିଁ। ଏବଂ କପଡ଼ାରୁ ଗନ୍ଧ ମଧ୍ୟ ହେବ ନାହିଁ।

ଗହଣା ପାଇଁ ମଧ୍ୟ ସିଲିକା ଜେଲ୍‌ ବହୁତ ଫାଇଦା ଦେଇଥାଏ। ବାୟୁରେ ଆଦ୍ରତା ଯୋଗୁ ଦାମିକା ଗହଣା କଳା ପଡ଼ିବା ସମ୍ଭାବନା ଅଧିକା ଥାଏ। ଏହା ନ ହେବା ପାଇଁ ଆପଣ ସିଲିକା ଜେଲ୍‌ ଗହଣା ଥିବା ଜାଗାରେ ରଖି ଦିଅନ୍ତୁ। ଏହା ଗହଣାକୁ ଖରାପ ହେବାକୁ ଦେବନହିଁ।

The post ଇଲେକ୍ଟ୍ରୀ ଜିନିଷ ଭିତରେ ଥିବା ଏହି ପ୍ୟାକେଟ୍‌ କ‘ଣ ଜାଣିଛନ୍ତି? appeared first on Odisha Reporter.

]]>
left bottom 2019-06-10 09:23:27 https://odishareporter.in/wp-content/uploads/2019/06/a11-1.jpg
ଚକଟା ଅଟାକୁ ଫ୍ରିଜ୍‌ରେ ରଖୁଥିଲେ ଧ୍ୟାନ ଦିଅନ୍ତୁ ଏହି ତିନୋଟି ତଥ୍ୟ ଉପରେ https://odishareporter.in/life-style/side-effects-of-keeping-kneading-dough-on-fridge-382643 Mon, 20 May 2019 02:31:57 +0000 http://odishareporter.in/?p=382643

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମୟରେ ମହିଳାମାନେ ସମୟ ବଞ୍ଚାଇବା ପାଇଁ ଅଟା ଚକଟି ଫ୍ରିଜ୍‌ରେ ରଖି ଦିଅନ୍ତି। ଏହାକୁ ଦୁଇ ତିନି ଦିନ ଯାଏ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କର ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥାଏ। ତା’ହେଲେ ଆଜି ହିଁ ଜାଣି ନିଅନ୍ତୁ, କାହିଁକି ଅଟାକୁ ଚକଟି ଫ୍ରିଜ୍‌ରେ ରଖିବା ଅନୁଚିତ୍। ବିଶେଷଜ୍ଞଙ୍କ ତଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଅଟା ଚକଟିବାର ସଙ୍ଗେ ସଙ୍ଗେ ହିଁ ଏହାକୁ ବ୍ୟବହାର କରିବା […]

The post ଚକଟା ଅଟାକୁ ଫ୍ରିଜ୍‌ରେ ରଖୁଥିଲେ ଧ୍ୟାନ ଦିଅନ୍ତୁ ଏହି ତିନୋଟି ତଥ୍ୟ ଉପରେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମୟରେ ମହିଳାମାନେ ସମୟ ବଞ୍ଚାଇବା ପାଇଁ ଅଟା ଚକଟି ଫ୍ରିଜ୍‌ରେ ରଖି ଦିଅନ୍ତି। ଏହାକୁ ଦୁଇ ତିନି ଦିନ ଯାଏ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣଙ୍କର ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥାଏ। ତା’ହେଲେ ଆଜି ହିଁ ଜାଣି ନିଅନ୍ତୁ, କାହିଁକି ଅଟାକୁ ଚକଟି ଫ୍ରିଜ୍‌ରେ ରଖିବା ଅନୁଚିତ୍।

ବିଶେଷଜ୍ଞଙ୍କ ତଥ୍ୟ

ବିଶେଷଜ୍ଞଙ୍କ ଅନୁସାରେ ଅଟା ଚକଟିବାର ସଙ୍ଗେ ସଙ୍ଗେ ହିଁ ଏହାକୁ ବ୍ୟବହାର କରିବା ଆବଶ୍ୟକ। ଏହାକୁ ଫ୍ରିଜ୍‌ରେ ରଖିଲେ ଫ୍ରିଜ୍‌ର ହାନିକାରକ ଲାଇଟ୍‌ ଅଟାକୁ ଖରାପ କରିଥାଏ। ଯାହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ।

ଆୟୁର୍ବେଦିକ ତଥ୍ୟ

ଏହି ବିଷୟରେ ଆର୍ୟୁବେଦିକ ତଥ୍ୟ ମଧ୍ୟ ଦିଆଯାଇଛି। ଫ୍ରିଜ୍‌ରେ ବାସି ଅଟା ରଖିବା ଅର୍ଥ ବାସି ରୁଟି ଖାଇବା ସଙ୍ଗେ ସମାନ ହୋଇଥାଏ। ସଙ୍ଗେ ସଙ୍ଗେ ଅଟା ଚକଟା ହୋଇ ତିଆରି ହୋଇଥିବା ରୁଟି ଏବଂ ଫ୍ରିଜ୍‌ରେ ରହିଥିବା ଅଟାର ରୁଟିରେ ଅଲଗା ସ୍ୱାଦ ବୋଲି ଆପଣ ମଧ୍ୟ ଅନୁଭବ କରିଥିବେ।

ଧାର୍ମିକ କାରଣ

ଶାସ୍ତ୍ରରେ କୁହାଯାଇଛି ଯେ, ବାସି ଖାଦ୍ୟ ଭୂତର ଖାଦ୍ୟ ସହ ସମାନ ହୋଇଥାଏ। ଯେତେବେଳେ ଘରେ ବଳି ଯାଇଥିବା ଅଟା ଆମେ ଫ୍ରିଜ୍‌ରେ ଆମେ ରଖିଥାଉ, ଭୂତମାନଙ୍କର ଏହା ଉପରେ ନଜର ପଡ଼ିଥାଏ। ଯେଉଁମାନଙ୍କ ଘରେ ଏହି ପରି ଅଟା ଫ୍ରିଜ୍‌ରେ ରଖାଯାଇଥାଏ, ସେମାନଙ୍କ ଘରେ ସବୁବେଳେ କିଛି ନା କିଛି ପ୍ରକାରର ରୋଗ ଲାଗି ରହିଥାଏ।

The post ଚକଟା ଅଟାକୁ ଫ୍ରିଜ୍‌ରେ ରଖୁଥିଲେ ଧ୍ୟାନ ଦିଅନ୍ତୁ ଏହି ତିନୋଟି ତଥ୍ୟ ଉପରେ appeared first on Odisha Reporter.

]]>
left bottom 2019-05-20 08:32:53 https://odishareporter.in/wp-content/uploads/2019/05/a55-1.jpg
ଏମିତି ସଫା କରନ୍ତୁ ଘର କାଚ, ଦେଖାଯିବ ଚିକ୍‌ଚିକ୍‌ https://odishareporter.in/life-style/simple-ways-get-stain-free-shiny-mirror34-381758 Fri, 17 May 2019 06:16:38 +0000 https://odishareporter.in/?p=381758

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଘର ଆଇନା, ଗାଡ଼ି କାଚ ଏବଂ ଅନ୍ୟ ସବୁ ଘର ସଜାଇବା ଜିନିଷକୁ ଯେତେ ସଫା କଲେ ମଧ୍ୟ ତାହା ଚିକ୍‌ଚିକ୍‌ ଦେଖା ଯାଇନଥାଏ। ଗାଡ଼ି କାଚ ହେଉ ବା ଘରେ  କାଚ ସବୁବେଳେ ଆପଣ ଚମକାଇବାକୁ ଚେଷ୍ଟା କରିଥାନ୍ତି। ଅନେକ ସମୟରେ ଦେଖାଯାଏ ଯେ, ଆମେ କାଚ ହେଉ ବା ସେଥିରେ ଲାଗିଥିବା ଦାଗକୁ ଯେତେ ସଫା କଲେ ମଧ୍ୟ ତାହା ଉଜ୍ୱଳ ଦେଖା ଯାଇ ନଥାଏ। ଏଥିପାଇଁ ଆପଣ ବାହାରେ […]

The post ଏମିତି ସଫା କରନ୍ତୁ ଘର କାଚ, ଦେଖାଯିବ ଚିକ୍‌ଚିକ୍‌ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ଘର ଆଇନା, ଗାଡ଼ି କାଚ ଏବଂ ଅନ୍ୟ ସବୁ ଘର ସଜାଇବା ଜିନିଷକୁ ଯେତେ ସଫା କଲେ ମଧ୍ୟ ତାହା ଚିକ୍‌ଚିକ୍‌ ଦେଖା ଯାଇନଥାଏ। ଗାଡ଼ି କାଚ ହେଉ ବା ଘରେ  କାଚ ସବୁବେଳେ ଆପଣ ଚମକାଇବାକୁ ଚେଷ୍ଟା କରିଥାନ୍ତି।

ଅନେକ ସମୟରେ ଦେଖାଯାଏ ଯେ, ଆମେ କାଚ ହେଉ ବା ସେଥିରେ ଲାଗିଥିବା ଦାଗକୁ ଯେତେ ସଫା କଲେ ମଧ୍ୟ ତାହା ଉଜ୍ୱଳ ଦେଖା ଯାଇ ନଥାଏ। ଏଥିପାଇଁ ଆପଣ ବାହାରେ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କଲା ପରେ ମଧ୍ୟ କିଛି ଲାଭ ହୋଇ ନଥାଏ। ତେଣୁ ଆମେ ଆପଣଙ୍କୁ ଘରର କାଚଗୁଡ଼ିକୁ ଘରେ ଥିବା ଜିନିଷରେ କିପରି ସଫା କରି ଚିକ୍‌ଚିକ୍‌ କରିବେ ସେ ବିଷୟରେ  କିଛି ଟିପ୍ସ ଦେବୁ।

ତେବେ ପଢ଼ନ୍ତୁ ଆପଣ କିପରି ଅତି ସହଜରେ କାଚ ଗୁଡ଼ିକୁ ସଫା କରିପାରିବେ।

ବେକିଂ ସୋଢ଼ା

ଆପଣ ଯଦି ବାହାର କିଛି ଜିନିଷରେ କାଚ ସଫା କରି ଥକି ଯାଇଥାନ୍ତି, ତାହାଲେ ଏହି ଉପାୟ ଅବଲମ୍ବନ କରନ୍ତୁ। ସମସ୍ତଙ୍କ ଘରେ ବେକିଂ ସୋଢ଼ା ନିଶ୍ଚୟ ଥିବ। ଆପଣ ଏହାକୁ ବ୍ୟବହାର କରି କାଚ ସଫା କରିପାରିବେ। ଗୋଟେ ସଫା କପଡ଼ାରେ କିଛି ବେକିଂ ସୋଢ଼ା ନେଇ କାଚ ଉପରେ ଲଗାନ୍ତୁ। ଏହା ପରେ ଏକ ଓଦା କପଡ଼ାରେ କାଚକୁ ସଫା କରନ୍ତୁ। ଦେଖିବେ କାଚର ଦାଗ ଛାଡ଼ି ଯିବା ସହ ଉଜ୍ୱଳ ଦିଶିବ।

ସେଭିଙ୍ଗ କ୍ରୀମ୍‌

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିବେ ଯେ, କ’ଣ ସେଭିଙ୍ଗ୍‌ କ୍ରିମ୍‌କୁ ବ୍ୟବହାର କରି ଘରର କାଚ ସଫା କରିହେବ। ଆଜ୍ଞା ହଁ ଏହାକୁ ଆପଣ ବ୍ୟବହାର କରି ଘର କାଚକୁ ଚମକାଇ ପାରିବେ। ଆପଣ ସେଭିଙ୍ଗ୍‌ କ୍ରିମ୍‌ ନେଇ କାଚରେ ଭଲରେ ଲଗାନ୍ତୁ। ଏହାପରେ ଗୋଟେ ସଫା କପଡ଼ାରେ କାଚକୁ ପୋଛି ଦିଅନ୍ତୁ। ଦେଖିବେ କାଚ ପୂର୍ବ ଅପେକ୍ଷା ଚିକ୍‌ଚିକ୍‌ କରିବ।

ଖବରକାଗଜ

ଖବରକାଗଜ ଆମକୁ ଦେଶବିଦେଶର ଖବର ଦେବା ସହ ଆହୁରି ବହୁତ କାମରେ ଆସିଥାଏ। ଆପଣ କେବେ ଏହାକୁ ବ୍ୟବହାର କରି କାଚ ସଫା କରିହେବ ବୋଲି ଭାବିଛନ୍ତି କି? ଯଦି ଭାବି ନାହାନ୍ତି ତେବେ ଆଜି ହିଁ ଏହାକୁ କାଚ ସଫା କରିବା କାର୍ଯ୍ୟରେ ବ୍ୟବହାର କରନ୍ତୁ। ଆପଣ ଏହାକୁ ଅଳ୍ପ ଓଦା କରି କାଚ ଉପରେ ଘସନ୍ତୁ। ଏହା ପରେ ଏକ ସଫା କପଡ଼ାରେ କାଚ ପୋଛି ଦିଅନ୍ତୁ। ଦେଖିବେ କାଚ ସଫା ଦେଖାଯିବ।

କ୍ଲବ୍‌ ସୋଢ଼ା

କ୍ଲବ୍‌ ସୋଢ଼ା ବ୍ୟବହାର କରି ମଧ୍ୟ ଆପଣ କାଚ ସଫା କରିବା କରିପାରିବେ। ଏହି ସୋଢ଼ାକୁ ଏକ ବୋତଲ୍‌ରେ ଭର୍ତ୍ତି କରି କାଚ ଉପରେ ସ୍ପ୍ରେ କରନ୍ତୁ। ଏହା ପରେ ଏକ ସଫା କପଡ଼ାରେ କାଚ ପୋଛି ଦିଅନ୍ତୁ। ଦେଖିବେ କାଚ ପୂର୍ବ ଅପେକ୍ଷା ଚିକ୍‌ଚିକ୍‌ କରୁଥିବ।

 

The post ଏମିତି ସଫା କରନ୍ତୁ ଘର କାଚ, ଦେଖାଯିବ ଚିକ୍‌ଚିକ୍‌ appeared first on Odisha Reporter.

]]>
left bottom 2019-05-17 11:57:04 https://odishareporter.in/wp-content/uploads/2019/05/99-2.jpg