ପର୍ଯ୍ୟଟନ – Odisha Reporter https://odishareporter.in Thu, 08 Oct 2020 12:18:45 +0000 en-US hourly 1 https://odishareporter.in/wp-content/uploads/2021/10/OR-Logo-Final-200x150-1-150x150.png ପର୍ଯ୍ୟଟନ – Odisha Reporter https://odishareporter.in 32 32 Odisha Tourism: କୁମ୍ବିଧର ଆସନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ https://odishareporter.in/life-style/kumbidhar-waterfall-in-boudh-478777 Fri, 03 Jan 2020 09:00:33 +0000 https://odishareporter.in/?p=478777

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ):  ପାହାଡ଼ ଜଙ୍ଗଲ ଘେରା ଜିଲ୍ଲା ହେଉଛି ବୌଦ୍ଧ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲ୍ଲା ଶୀତ ଋତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇ ଉଠେ। କାରଣ ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବାକୁ ତଥା କିଛି ସମୟ ଶାନ୍ତିରେ ବିତାଇବାକୁ କାଇଁ କେତେଆଡ଼ୁ ଛୁଟି ଆସନ୍ତି ପର୍ଯ୍ୟଟକ। ଜିଲ୍ଲାର ଯେଉଁ ସବୁ ସ୍ଥାନକୁ ପର୍ଯ୍ୟଟକମାନେ ଆସନ୍ତି, ସେ ଭିତରୁ ଗୋଟିଏ ହେଉଛି କୁମ୍ବିଧର ଜଳପ୍ରପାତ। ଜିଲ୍ଲାର ଆଡ଼େଣିଗଡ଼ ପଞ୍ଚାୟତର ମାଧପୁର ନିକଟରେ […]

The post Odisha Tourism: କୁମ୍ବିଧର ଆସନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ appeared first on Odisha Reporter.

]]>

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ):  ପାହାଡ଼ ଜଙ୍ଗଲ ଘେରା ଜିଲ୍ଲା ହେଉଛି ବୌଦ୍ଧ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲ୍ଲା ଶୀତ ଋତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇ ଉଠେ। କାରଣ ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବାକୁ ତଥା କିଛି ସମୟ ଶାନ୍ତିରେ ବିତାଇବାକୁ କାଇଁ କେତେଆଡ଼ୁ ଛୁଟି ଆସନ୍ତି ପର୍ଯ୍ୟଟକ। ଜିଲ୍ଲାର ଯେଉଁ ସବୁ ସ୍ଥାନକୁ ପର୍ଯ୍ୟଟକମାନେ ଆସନ୍ତି, ସେ ଭିତରୁ ଗୋଟିଏ ହେଉଛି କୁମ୍ବିଧର ଜଳପ୍ରପାତ। ଜିଲ୍ଲାର ଆଡ଼େଣିଗଡ଼ ପଞ୍ଚାୟତର ମାଧପୁର ନିକଟରେ ରହିଛି ଏହି ଜଳପ୍ରପାତ। ଏହା ଏକ ସୁନ୍ଦର ପିକନିକ୍ ସ୍ପଟ୍‌ ଭାବେ ଜଣାଶୁଣା। ସବୁ ବର୍ଗର ଲୋକଙ୍କୁ ଏହା ଆକୃଷ୍ଟ କରେ।

ଏଠାକାର ପ୍ରାକୃତିକ ଶୋଭାରାଜି ଭିତରେ ପକ୍ଷୀଙ୍କ କଳରବ, ଝରଣାର କୁଳୁକୁଳ ନାଦ ଓ ଶୀତୁଆ ସକାଳରେ ସୂର୍ଯ୍ୟଙ୍କ ସ୍ୱର୍ଣ୍ଣିମ କିରଣ ପର୍ଯ୍ୟଟକଙ୍କୁ ବେଶ୍ ରୋମାଞ୍ଚିତ କରେ। ପର୍ଯ୍ୟଟକମାନେ ଝରଣା ପାଣିରେ ଗାଧୋଇବା ସହିତ ମାଛ ଧରିବାର ମଜା ମଧ୍ୟ ନେଇଥା’ନ୍ତି। ବିଶେଷ କରି ନଭେମ୍ବରରୁ ଫେବୃଆରୀ ମାସ ଯାଏ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ବର୍ଷର ଅନ୍ୟ ଦିନଗୁଡ଼ିକରେ ବି କେହି କେହି ଏଠାକୁ ବଣଭୋଜି କରିବାକୁ ଆସନ୍ତି।

ସୁଶାନ୍ତ କଂହର ନାମକ ଜଣେ ପର୍ଯ୍ୟଟକ କହିଛନ୍ତି, “ବହୁ ଲୋକ ଏଠାକୁ ଆସୁଛନ୍ତି। ଏଠାରେ ବଣ ଭୋଜି ସହ ମାଛ ଧରିବା, ସେଲଫି ନେବା ଓ ଝରଣାରେ ପାଣି ଗାଧୋଇବାର ମଜା ନେଉଛନ୍ତି। ଏହାକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଲେ ଏଠାକୁ ଆହୁରି ପର୍ଯ୍ୟଟକ ଆସିବେ।”

କେମିତି ଯିବେ:

ରାଜଧାନୀ ଭୁବନେଶ୍ୱରରୁ ଏହି ସ୍ଥାନର ଦୂରତା ୧୭୨ କିଲୋମିଟର। ସେହିପରି ବୌଦ୍ଧ ସଦର ମହକୁମାରୁ ଏହାର ଦୂରତା ୫୫ କି.ମି ହୋଇଥିବା ବେଳେ ଫୁଲ୍‌ବାଣୀରୁ ଏହାର ଦୂରତା ୪୫ କି.ମି। ବୌଦ୍ଧ ଜିଲ୍ଲା ଆଡେଣୀଗଡ଼ ପଞ୍ଚାୟତ ମାଧପୁର ଛକରୁ ଫୁଲବାଣୀ ରାସ୍ତାରେ ୩ କିଲୋମିଟର ଗଲେ ପଡ଼େ ଏହି ପିକନିକ୍ ସ୍ପଟ୍‌।

କେଉଁଠି ରହିବେ:

କୁମ୍ବିଧରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରୀଯାପନ ପାଇଁ ମାଧପୁର ଛକରେ ପୁର୍ତ୍ତବିଭାଗର ଡାକ ବଙ୍ଗଳା ଏବଂ ଆଡ଼େଣୀଗଡ଼ରେ ଜାତୀୟ ରାଜପଥ ବିଭାଗର ଡାକ ବଙ୍ଗଳା ରହିଛି।

ଏହି ସୌନ୍ଦର୍ଯ୍ୟଭରା ସ୍ଥାନଟି ବୌଦ୍ଧ ବନବିଭାଗ ଅଧୀନରେ ରହିଛି।  ଏଠାରେ ଭିତ୍ତିଭୂମିର ବିକାଶ କରାଗଲେ ଆହୁରି ଅଧିକ ଲୋକଙ୍କ ଆଗମନ ହୁଅନ୍ତା।

The post Odisha Tourism: କୁମ୍ବିଧର ଆସନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ appeared first on Odisha Reporter.

]]>
Odisha Tourism, right top 2020-09-24 17:35:24 https://cdn.odishareporter.in/wp-content/uploads/2020/01/03124548/hhhhhhhhhh99.jpg
Odisha Tourism Spot: ପାପକ୍ଷୟ ଘାଟ https://odishareporter.in/life-style/know-about-tourism-place-papakhaya-ghat-in-western-odisha-473962 Sun, 22 Dec 2019 03:35:44 +0000 https://odishareporter.in/?p=473962

ଦେବବ୍ରତ ପୋଢ଼ ପାପକ୍ଷୟ କର ପାପକ୍ଷୟ ଘାଟ, ଶାପମୁକ୍ତ ଯହିଁ ଉତ୍କଳ ସମ୍ରାଟ। ପାପ ଅପସରି ସେ ରାଜ୍ୟ ରହିଲା, ତେଣୁ ସେହି ନାମ ହୋଇଛି ‘ରହିଲା’। ପାପକ୍ଷୟ ଘାଟ ଦର୍ଶନ ପରେ ଏହି କବିତା ଲେଖିଥିଲେ, ସ୍ୱଭାବକବି ଗଙ୍ଗାଧର ମେହେର୍‌। ଓଡ଼ିଶା ତଥା ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ପାପକ୍ଷୟ ଘାଟ ହେଉଛି ଏକ ଧାର୍ମିକ ପୀଠ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରୁ ୩ କିଲୋମିଟର ଦୂରରେ ମହାନଦୀ କୂଳରେ ଅବସ୍ଥିତ ‘ପାପକ୍ଷୟ ଘାଟ’। […]

The post Odisha Tourism Spot: ପାପକ୍ଷୟ ଘାଟ appeared first on Odisha Reporter.

]]>
  • ଦେବବ୍ରତ ପୋଢ଼

ପାପକ୍ଷୟ କର ପାପକ୍ଷୟ ଘାଟ,
ଶାପମୁକ୍ତ ଯହିଁ ଉତ୍କଳ ସମ୍ରାଟ।
ପାପ ଅପସରି ସେ ରାଜ୍ୟ ରହିଲା,
ତେଣୁ ସେହି ନାମ ହୋଇଛି ‘ରହିଲା’।

ପାପକ୍ଷୟ ଘାଟ ଦର୍ଶନ ପରେ ଏହି କବିତା ଲେଖିଥିଲେ, ସ୍ୱଭାବକବି ଗଙ୍ଗାଧର ମେହେର୍‌। ଓଡ଼ିଶା ତଥା ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ପାପକ୍ଷୟ ଘାଟ ହେଉଛି ଏକ ଧାର୍ମିକ ପୀଠ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରୁ ୩ କିଲୋମିଟର ଦୂରରେ ମହାନଦୀ କୂଳରେ ଅବସ୍ଥିତ ‘ପାପକ୍ଷୟ ଘାଟ’। ଲୋକଙ୍କ ଧାର୍ମିକ ଭାବନା ସହ ଓତଃପ୍ରୋତ ଭାବେ ଜଡ଼ିତ ଏହି ପବିତ୍ର ସ୍ଥାନ।

ଲୋକକଥା:

ଲୋକକଥା ଅନୁସାରେ ପୁରୀ ଗଜପତି ମହାରାଜ ଅନଙ୍ଗଭୀମ ଦେବ ଏକ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିଲେ। ଯେତେ ଚିକିତ୍ସା କଲେ ମଧ୍ୟ ମହାରାଜାଙ୍କ ରୋଗ ଭଲ ହେଉ ନଥିଲା। ଫଳରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଲେ। ଏହାପରେ ତାଙ୍କୁ ସ୍ୱପ୍ନାଦେଶ ହେଲା: ‘ହେ ଗଜପତି, ମହାନଦୀ କୂଳରେ ଉତ୍ତର ଦିଗକୁ ଯାଅ, ତୁମକୁ ନଦୀ କୂଳରେ ଏକ ସ୍ଥାନ ମିଳିବ, ଯେଉଁଠାରେ କି ଏକ କାଳୀ ଗାଈ ଆସି ସ୍ୱୟଂଭୂ ଶିବ ଲିଙ୍ଗ ଉପରେ କ୍ଷୀର ଦେଉଥିବ। ସେହି ନିକଟରେ ଥିବା ଘାଟରେ ସ୍ନାନ କଲା ପରେ ତୁମ ରୋଗ କ୍ଷୟ ହେବ।’

ମହାପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ ମହାରାଜ ମହାନଦୀ କୂଳେ କୂଳେ ଯାଇ ପ୍ରତି ଯୋଜନ ଅନ୍ତରରେ ଶିବାଳୟ ସ୍ଥାପନ କଲେ। ମହାପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ କଥିତ ଘାଟରେ ସେ ସ୍ନାନ କରିବା ପରେ ଦେଖିଲେ ତାଙ୍କ ଶରୀରରୁ ବ୍ୟାଧିର ଚିହ୍ନ ଲୋପ ପାଇଯାଇଛି। ଆଉ ସେ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଛନ୍ତି। ପୁରୀ ଗଜପତି ମହାରାଜା ଅନଙ୍ଗ ଭୀମ ଦେବ ଏହି ଘାଟରେ ସ୍ନାନ କରିବା ପରେ ହିଁ ରୋଗମୁକ୍ତ ହୋଇଥିଲେ। ସେହି ଅନୁସାରେ ଏହି ଘାଟର ନାମ ହେଲା ‘ପାପକ୍ଷୟ ଘାଟ’। ସ୍ଥାନୀୟ ଲୋକେ ଏହାକୁ ‘ପାପ୍‌ଚି ଘାଟ୍‌’ ବୋଲି ମଧ୍ୟ କହିଥା’ନ୍ତି।

ଲୋକକଥା ଅନୁସାରେ ରାଜା ଘାଟ ନିକଟରେ ଯେଉଁ ସ୍ଥାନରେ ଶିବିର ପକାଇ ରହିଥିଲେ, ସେଠାକାର ନାଁ ‘ରହିଲା’ ହୋଇଥିଲା। ଆଜି ମଧ୍ୟ ପାପକ୍ଷୟ ଘାଟ ନିକଟରେ ‘ରହିଲା’ ଗାଁ ଅଛି। ସ୍ୱଭାବକବି ଗଙ୍ଗାଧର ମେହେର୍‌ ନିଜ କବିତାରେ ଏହି ‘ରହିଲା’ ଗାଁ କଥା ଉଲ୍ଲେଖ କରିଛନ୍ତି।

ଧର୍ମୀୟ ବିଶ୍ୱାସ :

ପାପକ୍ଷୟ ଘାଟରେ ରହିଛି ଏକ ପୁରାତନ ବରଗଛ। ଘାଟରେ ସ୍ନାନ କରି ଏହି ବରଗଛ କୋରଡ଼ରେ ଗଳିଲେ ସବୁ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ପ୍ରତିଦିନ ଏହି ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ। ପଶ୍ଚିମ ଓଡ଼ିଶା ସହ ପଶ୍ଚିମ ଛତିଶଗଡ଼ରୁ ଅନେକ ଭକ୍ତ ଏଠାକୁ ଆସିଥା’ନ୍ତି। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଦର୍ଶନ କରି ଘାଟରେ ସ୍ନାନ କରିବା ପରେ ବରଗଛ କୋରଡ଼ରେ ଗୋଟିଏ ପଟରୁ ପଶି ଅନ୍ୟ ପଟରେ ବାହାରିଲେ ପାପକ୍ଷୟ ହୁଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଏଥିପାଇଁ ଏହି ସମୟରେ ପ୍ରବଳ ଭିଡ଼ ହୋଇଥାଏ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ବେଳେ ଏଠାରେ ମେଳା ମଧ୍ୟ ପଡ଼ିଥାଏ। ସେହିପରି କାର୍ତ୍ତିକ ମାସରେ ମଧ୍ୟ ପାପକ୍ଷୟ ଘାଟକୁ ଭକ୍ତଙ୍କ ସୁଅ ଛୁଟିଥାଏ।

ପାପକ୍ଷୟ ଘାଟଠାରୁ ଅଧ କିଲୋମିଟର ଦୂରରେ ରହିଛି ତାରାପୁର ଗଡ଼। ଐତିହାସିକଙ୍କ ମତରେ ଏହାଥିଲା ଦକ୍ଷିଣ କୋଶଳର ରାଜଧାନୀ। ସେତେବେଳେ ବିନିକା ‘ବିନୀତପୁର’ ଭାବେ ଜଣାଶୁଣା ଥିଲା। ସେହିପରି ଏହି ଗଡ଼ରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ସୋନପୁରର ନବମ ଚୌହାନ ନରପତି ପୃଥ୍ୱୀ ସିଂହ ମରହଟ୍ଟା ସୈନ୍ୟମାନଙ୍କର ସାମ୍ନା କରିଥିଲେ ବୋଲି ଐତିହାସିକମାନେ କହନ୍ତି।

ସେହିପରି ପାପକ୍ଷୟ ଘାଟଠାରୁ ୪ କିମି ଦୂରରେ ରହିଛି ଚରଦାର ପ୍ରସିଦ୍ଧ କପିଳେଶ୍ୱର ମନ୍ଦିର। ପାପକ୍ଷୟ ଘାଟ ସହ ଏହି ମନ୍ଦିରର ସମ୍ପର୍କ ରହିଛି। ତେଣୁ ଏଠାକୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁମାନେ ଶୈବପୀଠ କପିଳେଶ୍ୱର ମନ୍ଦିରକୁ ମଧ୍ୟ ଯାଇଥା’ନ୍ତି।

ପିକ୍‌ନିକ୍‌ ସ୍ପଟ୍‌ :

ପାପକ୍ଷୟ ଘାଟ କେବଳ ଧାର୍ମିକ କେନ୍ଦ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି, ତାହା ନୁହେଁ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏହି ପବିତ୍ର ପୀଠକୁ ଟାଣି ଆଣେ। ପିକ୍‌ନିକ୍‌ ସ୍ପଟ୍‌ ଭାବେ ଏହା ମଧ୍ୟ ଜଣାଶୁଣା। ମହାନଦୀ କୂଳରେ ଥିବା ଏହି ପୀଠ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ତେଣୁ ଏହା ଏକ ପିକ୍‌ନିକ୍‌ ସ୍ପଟ୍ ଭାବେ ଏ ଅଞ୍ଚଳରେ ପରିଚିତ। ଏପରିକି ମହାନଦୀ ଭିତରେ ଥିବା ବାଲିଚରରେ ମଧ୍ୟ ପିକ୍‌ନିକ୍‌ କରାଯାଏ। ତେଣୁ ବର୍ଷର ବିଭିନ୍ନ ସମୟରେ ପିକ୍‌ନିକ୍‌ କରିବାକୁ ଏଠାକୁ ଲୋକେ ଆସିଥା’ନ୍ତି। ବିଶେଷ କରି ଶୀତ ଋତୁରେ ପିକ୍‌ନିକ୍‌ ପାଇଁ ଏଠାରେ ଭିଡ଼ ହୁଏ। ତେବେ ପିକ୍‌ନିକ୍‌ କରିବାକୁ ହେଲେ ପାପକ୍ଷୟ ଘାଟର ବିକାଶ ପାଇଁ ଗଠିତ କମିଟିର ଅନୁମତି ନେବାକୁ ପଡ଼ିଥାଏ। କମିଟିର କାର୍ଯ୍ୟାଳୟ ଏଠାରେ ରହିଛି।

କେମିତି ଯିବେ :

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରରୁ ସଡ଼କପଥରେ ୩୨ କିଲୋମିଟର ଗଲେ ପଡ଼ିବ ବିନିକା। ସୋନପୁର ପଟରୁ ଆସୁଥିଲେ, ବିନିକା ସହର ଭିତରକୁ ପ୍ରବେଶ କରିବା ଠିକ୍‌ ପୂର୍ବରୁ ଡ଼ାହାଣ ପଟକୁ ପାପକ୍ଷୟ ଘାଟକୁ ରାସ୍ତା ଯାଇଛି। ସେହିପରି ବିନିକା ସହରରୁ ପାପକ୍ଷୟ ଘାଟର ଦୂରତା ମାତ୍ର ୩ କିଲୋମିଟର। ବିନିକାର ନିକଟତମ ରେଳଷ୍ଟେସନ ହେଉଛି ବରପାଲି, ଯାହା ୩୨ କି.ମି ଦୂରରେ ଅବସ୍ଥିତ। ଟ୍ରେନ୍‌ରେ ଆସିଲେ ବରପାଲିରୁ ଓହ୍ଲାଇ ବିନିକାକୁ ଯାଇହେବ। ଉଭୟ ସୋନପୁର ଓ ବରପାଲିରୁ ବିନିକାକୁ ବସ୍‌ ଚଳାଚଳ କରୁଛି। ସେହିପରି ଘରୋଇ ଟ୍ୟାକ୍ସି କରି ମଧ୍ୟ ‘ପାପକ୍ଷୟ ଘାଟ’କୁ ବୁଲି ଯାଇପାରିବେ।

(ସୌଜନ୍ୟ- ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା; ସଂପାଦନା- ଡକ୍ଟର ସୁଶୀଳ କୁମାର ବାଗ୍‌)

The post Odisha Tourism Spot: ପାପକ୍ଷୟ ଘାଟ appeared first on Odisha Reporter.

]]>
left top, Odisha Tourism 2020-09-24 17:41:13 https://cdn.odishareporter.in/wp-content/uploads/2019/12/21130221/papa2.jpg
ପାହାଡ଼ୀ ଝରଣାର କବିତା- ଗୁଦ୍‌ଗୁଦା https://odishareporter.in/life-style/gudguda-waterfall-in-sambalpur-district-472585 Tue, 17 Dec 2019 08:26:50 +0000 https://odishareporter.in/?p=472585

ଡ଼କ୍ଟର ପ୍ରଦୀପ କୁମାର ରାୟ ସାଂପ୍ରତିକ ନଗର ଜୀବନର ଯାବତୀୟ ଜଞ୍ଜାଳ ଭିତରୁ ମୁକୁଳି ଯଦି ଶାନ୍ତ ଶୀତଳ ମମତାମୟୀ ପ୍ରକୃତି ପାଖରେ କିଛି ସମୟ ଅତିବାହିତ କରିବାକୁ ଚାହୁଁଥା’ନ୍ତି, ତା’ହେଲେ ଅପେକ୍ଷା କରି ରହିଛି, ପାହାଡ଼, ଝରଣା, ଜଙ୍ଗଲ ଏବଂ ଚଢ଼େଇମାନଙ୍କ କିଚିରିମିଚିରି ଶଦ୍ଦରେ ପରିପୂର୍ଣ୍ଣ ଏକ ଇଲାକା, ଯାହା କ୍ଷଣିକ ମଧ୍ୟରେ ସମସ୍ତ ସଂକୀର୍ଣ୍ଣତାରୁ ମୁକୁଲାଇ ଆପଣଙ୍କୁ ଏକ ଦିବ୍ୟ ଅନୁଭବ ପାଖରେ ପହଞ୍ଚାଇ ଦେବ। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ତଥାପି ଅଜ୍ଞାତ ବହୁଳ […]

The post ପାହାଡ଼ୀ ଝରଣାର କବିତା- ଗୁଦ୍‌ଗୁଦା appeared first on Odisha Reporter.

]]>
  • ଡ଼କ୍ଟର ପ୍ରଦୀପ କୁମାର ରାୟ

ସାଂପ୍ରତିକ ନଗର ଜୀବନର ଯାବତୀୟ ଜଞ୍ଜାଳ ଭିତରୁ ମୁକୁଳି ଯଦି ଶାନ୍ତ ଶୀତଳ ମମତାମୟୀ ପ୍ରକୃତି ପାଖରେ କିଛି ସମୟ ଅତିବାହିତ କରିବାକୁ ଚାହୁଁଥା’ନ୍ତି, ତା’ହେଲେ ଅପେକ୍ଷା କରି ରହିଛି, ପାହାଡ଼, ଝରଣା, ଜଙ୍ଗଲ ଏବଂ ଚଢ଼େଇମାନଙ୍କ କିଚିରିମିଚିରି ଶଦ୍ଦରେ ପରିପୂର୍ଣ୍ଣ ଏକ ଇଲାକା, ଯାହା କ୍ଷଣିକ ମଧ୍ୟରେ ସମସ୍ତ ସଂକୀର୍ଣ୍ଣତାରୁ ମୁକୁଲାଇ ଆପଣଙ୍କୁ ଏକ ଦିବ୍ୟ ଅନୁଭବ ପାଖରେ ପହଞ୍ଚାଇ ଦେବ।

ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ତଥାପି ଅଜ୍ଞାତ ବହୁଳ ଭାବରେ ପ୍ରଚାରିତ ଅନେକ ପର୍ଯ୍ୟଟନସ୍ଥଳୀମାନଙ୍କ ଅପେକ୍ଷା ବହୁ ଗୁଣରେ ନମନୀୟ, କମନୀୟ ଶୋଭା ସମ୍ପଦରେ ପରିପୂର୍ଣ୍ଣ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ସବଡିଭିଜନରେ ଅବସ୍ଥିତ ‘ଗୁଦ୍‌ଗୁଦା ଜଳପ୍ରପାତ’। ଏକଦା ‘ଅଖୋଜ ବାମଣ୍ଡା’ ଭାବରେ ପରିଚିତ ପ୍ରାଚୀନ ବାମଣ୍ଡା ରାଜ୍ୟର ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଞ୍ଚଳ ତଥାପି ମଣିଷର ସର୍ବଗ୍ରାସୀ କ୍ଷୁଧାର ଶିକାର ହୋଇନାହିଁ। ଅଧିକାଂଶ ପର୍ଯ୍ୟଟନସ୍ଥଳୀମାନଙ୍କରେ ନାଗରିକ ଅନୁପ୍ରବେଶ ଫଳରେ ସ୍ୱକୀୟ ପ୍ରାକୃତିକ ଶୋଭାର ମାଧୁର୍ଯ୍ୟ ହରାଇ ବସିଥିବାବେଳେ, ‘ଗୁଦ୍‌ଗୁଦା’ ତଥାପି ତାର ସ୍ୱକୀୟ ଶୋଭାର ମାଧୁର୍ଯ୍ୟ ହରାଇନାହିଁ। ଗୁଦ୍‌ଗୁଦାଠାରେ ପହଞ୍ଚିବା ପରେ ଯେତେ ଯେତେ ଦୂରକୁ ଦୃଷ୍ଟି ପ୍ରସାରିତ ହେଉଥାଏ, ସେତେ ସେତେ ଦୂର କେବଳ ବୃକ୍ଷଲତାରେ ଭରପୂର  ଇଲାକା ହିଁ ଦୃଷ୍ଟିଗୋଚର ହେଉଥାଏ। ଗୁଦ୍‌ଗୁଦାଠାରେ  ଜଙ୍ଗଲ ଏତେ ଘଞ୍ଚ ଯେ, ଗଛ ଗୁଡ଼ିକର ଶାଖା ପ୍ରଶାଖା ଲତାପତ୍ର ଅତିକ୍ରମ କିରଣ ସୂର୍ଯ୍ୟ କିରଣ ଭୂମି ସ୍ପର୍ଶ କରିପାରେ ନାହିଁ।  ସୁଉଚ୍ଚ ପର୍ବତ ଶ୍ରେଣୀ, ପଥର ଉପରେ କଚାଡ଼ି ହୋଇପଡୁଥିବା ସପ୍ତଧାରା ପାହାଡ଼ୀ ଝରଣାର ଘୋ’ ଘୋ’ ଶଦ୍ଦ, ବିଚ୍ଛୁରିତ ରୂପେଲି ଜଳକଣାର ଛିଟା, ଚାରିପାଖରେ ଘନ ଅରଣ୍ୟ ଏବଂ ଗଛପତ୍ରର ଗହଳି ଭିତରେ ସାମାନ୍ୟ ପରିମାଣ ପରିଦୃଶ୍ୟମାନ ଆକାଶର ଭାସମାନ ମେଘ ଖଣ୍ଡ ନିହାତି ବେରସିକ ମଣିଷକୁ ମଧ୍ୟ କ୍ଷଣିକ ପାଇଁ ଭାବୁକ କରିଦିଏ।

କୁଚିଣ୍ଡାଠାରୁ ଗୁଦ୍‌ଗୁଦାର ଦୂରତ୍ୱ ମାତ୍ର ୨୮ କିଲୋମିଟର।  ସମ୍ୱଲପୁର ସଦର ମହକୁମାଠାରୁ କୁଚିଣ୍ଡା ୮୫ କିଲୋମିଟର, ଦେବଗଡ଼ଠାରୁ କୁଚିଣ୍ଡା୫୨ କିଲୋମିଟର, ଝାରସୁଗୁଡ଼ାଠାରୁ କୁଚିଣ୍ଡା  ୪୮ କିଲୋମିଟର ଏବଂ ରାଉରକେଲାଠାରୁ କୁଚିଣ୍ଡା ୧୩୫ କିଲୋମିଟର। ତେଣୁ ସମ୍ୱଲପୁର, ଦେବଗଡ଼, ଝାରସୁଗୁଡ଼ା କିମ୍ୱା ରାଉରକେଲାଠାରୁ ସଡ଼କ ପଥରେ କୁଚିଣ୍ଡା ଆସି ସେଠାରୁ  ଗୁଦ୍‌ଗୁଦା ଯିବା ସମ୍ଭବ। କୁଚିଣ୍ଡାଠାରୁ  ନିକଟବର୍ତ୍ତୀ ରେଳ ଷ୍ଟେସନ ‘ବାମରା’ର ଦୂରତ୍ୱ ୫୦ କିଲୋମିଟର ଏବଂ  କୁଚିଣ୍ଡାଠାରୁ  ଝାରସୁଗୁଡ଼ା ରେଳଷ୍ଟେସନର ଦୂରତ୍ୱ ୪୮ କିଲୋମିଟର, ତେଣୁ  ଟ୍ରେନ୍‌ ଯୋଗେ ବାମରା ବା  ଝାରସୁଗୁଡ଼ା ଆସି ସେଠାରୁ ସଡ଼କ ପଥରେ କୁଚିଣ୍ଡା ଦେଇ  ଗୁଦ୍‌ଗୁଦା ଯାଇହେବ।

ଗୁଦ୍‌ଗୁଦାଠାରେ ବଣଭୋଜିର ସ୍ୱାଦ ନିଆରା। ନୂଆବର୍ଷ, ବଡ଼ ଦିନ ଏବଂ ବିଶେଷତଃ ଶୀତ ଋତୁରେ ବହୁ ଦୂରଦୂରାନ୍ତରୁ ଦଳ ଦଳ ପର୍ଯ୍ୟଟକ ଏଠାକୁ ଆସିଥା’ନ୍ତି। ଆକର୍ଷଣୀୟ କିମ୍ୱଦନ୍ତୀ ପରି ସୁନ୍ଦର ପ୍ରାକୃତିକ ପରିବେଶପୂର୍ଣ୍ଣ ପାହାଡ଼, ଗଛଲତାର ସବୁଜିମା, ଝରଣାର ଅବିଶ୍ରାନ୍ତ କଲ୍ଲୋଳର ଆକର୍ଷଣ ପର୍ଯ୍ୟଟକମାନଙ୍କ ମନକୁ  ଏଭଳି ବାନ୍ଧି ରଖେ ଯେ ଏଠାରୁ  ଫେରି ଆସିବା ପରେ ମଧ୍ୟ ପ୍ରକୃତିର ଏହି ଅଭୁଲା ଦୃଶ୍ୟରାଜି ମନ ଭିତରେ ତଥାପି ଜିଇଁ ରହିଥାଏ।

ଉତ୍କଳର ବରପୁତ୍ର ବାମଣ୍ଡାର ରାଜା ସାର୍‌ ବାସୁଦେବ ସୁଢ଼ଳଦେବ ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତି, ଯିଏକି ଅନ୍ଧକାରମୟ ଯୁଗରେ ଅନ୍ଧକାର ଦୂରୀଭୂତ କରିବାର ତୂର୍ଯ୍ୟନାଦ ଶୁଣାଇଥିଲେ। ଜ୍ଞାନତପସ୍ୱୀ କବି, ଭାବୁକ, ସଂସ୍କାରକ, ଶିକ୍ଷାପ୍ରେମୀ, ସୁଶାସକ ରାଜା ବାସୁଦେବ ନିଜ ରାଜ୍ୟକୁ ସ୍ୱାବଲମ୍ୱୀ କରାଇବା ଉଦ୍ଦେଶ୍ୟରେ କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ। ପାରମ୍ପରିକ ଚାଷ ବ୍ୟତିରେକେ ଅର୍ଥକାରୀ ଚାଷ ଉପରେ ମାତ୍ରାଧିକ ଗୁରୁତ୍ୱ ପ୍ରଦାନ କରିଥିଲେ। ତାଙ୍କରି ପ୍ରୟାସରେ ଆରମ୍ଭ ହୋଇଥିବା ଦେବଗଡ଼ ଏବଂ କୁଚିଣ୍ଡା ଅଞ୍ଚଳର ଫଳ ବଗିଚା ଆଜି ଗୁଦ୍‌ଗୁଦାର ଅନ୍ୟତମ ଆକର୍ଷଣ ପାଲଟିଛି। ଏଠାରେ ଉତ୍ପାଦିତ  ଲିଚୁର  ଆକର୍ଷଣ କେବଳ ରାଜ୍ୟ ଭିତରେ କାହିଁକି ରାଜ୍ୟ ବାହାରେ ମଧ୍ୟ ରହିଛି। ଏଠାରୁ ଲିଚୁ, ଆମ୍ୱ, ପଣସ ଇତ୍ୟାଦି ଫଳ ଛତିଶଗଡ଼ର ରାୟଗଡ଼, ସାରଙ୍ଗଗଡ଼, ରାୟପୁର ଭିଲାଇ, ଝାରଖଣ୍ଡର ରାଞ୍ଚି, ଜାମ୍‌ସେଦପୁରର ଚକ୍ରଧରପୁର ପ୍ରଭୃତି ସହରକୁ ମଧ୍ୟ ରପ୍ତାନି ହୋଇଥାଏ। କେବଳ  ଲିଚୁ ନୁହେଁ, ବିଭିନ୍ନ କିସମର ଆମ୍ୱ ଉତ୍ପାଦନ ପାଇଁ ମଧ୍ୟ ଗୁଦ୍‌ଗୁଦା ଅଞ୍ଚଳର ସୁନାମ ରହିଛି। ଲିଚୁ ଓ ଆମ୍ୱ ସହ କମଳା, ପଣସ, କେନ୍ଦୁ, ଚାର ଇତ୍ୟାଦି ଅନେକ ପ୍ରକାରର ସୁସ୍ୱାଦୁ ଫଳ ଦେଇପାରୁଥିବା ବୃକ୍ଷରାଜିରେ ପରିପୂର୍ଣ୍ଣ ଗୁଦ୍‌ଗୁଦା ବାସ୍ତବିକ ପ୍ରକୃତିର ଏକ ବିସ୍ମୟସ୍ଥଳୀ।

ଗୁଦ୍‌ଗୁଦାର ସବୁଜିମାଭରା ଶୀତଳ ବନଭୂମି, ସନ୍ୟାସୀର ନିରବତା, ବଣଫୁଲର ବାସ୍ନା, ଅଚିହ୍ନା ପକ୍ଷୀମାନଙ୍କର କୂଜନ, ପାହାଡ଼, ଝରଣାର ଗୁଦ୍‌ଗୁଦ ନାଦ ପ୍ରଭୃତି, କଂକ୍ରିଟର ଜଙ୍ଗଲ ଭିତରେ ଅଣନିଶ୍ୱାସୀ ହୋଇପଡୁଥିବା ମଣିଷମାନଙ୍କୁ ଯେ କେବଳ କ୍ଷଣିକ ଆନନ୍ଦ ଦେବ, ତାହା ନୁହେଁ, ଏଠାକାର ପ୍ରକୃତି ପ୍ରଦାନ କରିବ ଚିରନ୍ତନ ପ୍ରେମର ଶୀତଳତା। ସେ ବୁଝିପାରିବ ସ୍ରଷ୍ଟା ଓ ସୃଷ୍ଟିର ମହତ୍ତ୍ୱ।

(ସୌଜନ୍ୟ: ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା; ସଂପାଦନା: ଡକ୍ଟର ସୁଶୀଳ କୁମାର ବାଗ୍‌)

 

The post ପାହାଡ଼ୀ ଝରଣାର କବିତା- ଗୁଦ୍‌ଗୁଦା appeared first on Odisha Reporter.

]]>
Odisha Tourism 2020-09-24 19:30:43 https://cdn.odishareporter.in/wp-content/uploads/2019/12/17135331/gudguda2.jpg
Odisha Tourism: ଐତିହାସିକ ଗୁଜା ପାହାଡ଼ https://odishareporter.in/life-style/historical-guja-pahada-in-jharsuguda-469982 Fri, 13 Dec 2019 03:59:26 +0000 https://odishareporter.in/?p=469982

ଜ୍ଞାନବ୍ରତ ଭୋଇ ଚାରିଆଡ଼େ ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶି ସାଙ୍ଗକୁ ଘଞ୍ଚ ବନାନୀ। ଭଳିକି ଭଳି ବିଦେଶାଗତ ପକ୍ଷୀଙ୍କ କଳରବ। ଦୂର ଦିଗବଳୟ ସହ ମିଶିଥିବା ଅକାତ ପାଣିରୁ ଶୁଭୁଛି ନାଉରିଆର ମନଖୋଲା ଗୀତ। ତାରି ଭିତରେ ଇତିହାସର ମୁକସାକ୍ଷୀ ସାଜି ଛିଡା ହୋଇଛି ଐତିହାସିକ ଗୁଜା ପାହାଡ଼। ସ୍ୱାଧୀନ ଭାରତ ବର୍ଷର ପ୍ରଥମ ସର୍ବ ବୃହତ୍ତ ବିସ୍ଥାପନର ମୁକସାକ୍ଷୀ ସାଜିଛି ଏହି ଐତିହାସିକ ଗୁଜା ପାହାଡ଼। ଏହାର ମନୋରମ ଦୃଶ୍ୟ ପ୍ରତିଟି ଆଗନ୍ତୁକଙ୍କୁ ଦଶନ୍ଧି ଦଶନ୍ଧି […]

The post Odisha Tourism: ଐତିହାସିକ ଗୁଜା ପାହାଡ଼ appeared first on Odisha Reporter.

]]>
  • ଜ୍ଞାନବ୍ରତ ଭୋଇ

ଚାରିଆଡ଼େ ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶି ସାଙ୍ଗକୁ ଘଞ୍ଚ ବନାନୀ। ଭଳିକି ଭଳି ବିଦେଶାଗତ ପକ୍ଷୀଙ୍କ କଳରବ। ଦୂର ଦିଗବଳୟ ସହ ମିଶିଥିବା ଅକାତ ପାଣିରୁ ଶୁଭୁଛି ନାଉରିଆର ମନଖୋଲା ଗୀତ। ତାରି ଭିତରେ ଇତିହାସର ମୁକସାକ୍ଷୀ ସାଜି ଛିଡା ହୋଇଛି ଐତିହାସିକ ଗୁଜା ପାହାଡ଼। ସ୍ୱାଧୀନ ଭାରତ ବର୍ଷର ପ୍ରଥମ ସର୍ବ ବୃହତ୍ତ ବିସ୍ଥାପନର ମୁକସାକ୍ଷୀ ସାଜିଛି ଏହି ଐତିହାସିକ ଗୁଜା ପାହାଡ଼। ଏହାର ମନୋରମ ଦୃଶ୍ୟ ପ୍ରତିଟି ଆଗନ୍ତୁକଙ୍କୁ ଦଶନ୍ଧି ଦଶନ୍ଧି ଧରି କରିଆସିଛି ଆନମନା। ପର୍ଯ୍ୟଟନର ଭରପୂର ସୁଯୋଗ ବହନ କରିଥିଲେ ହେଁ ସରକାରୀ ଦୃଷ୍ଟି ଆଢୁଆଳରେ ରହି ଆସିଥିବା ଏହି ଐତିହାସିକ ପର୍ବତ ସ୍ଥାନୀୟ ଅଧିବାସୀଙ୍କ ପାଇଁ କୈଳାସ, ଅମରନାଥ ପରି ପବିତ୍ର ପୀଠର ମାନ୍ୟତା ପାଇଆସିଛି।

ଲଖନପୁର ବ୍ଲକ୍‌ର ଗୁଜା ପାହାଡ଼ ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ। ହୀରାକୁଦ ଜଳଭଣ୍ଡାର ପରିବେଷ୍ଟିତ ଏହି ପାହାଡ଼ ଏକ ଶୈବ ପୀଠ ଭାବେ ମଧ୍ୟ ପରିଚିତ। ପ୍ରାୟ ୯ବର୍ଗ କିଲୋମିଟର ଓ ୬ ଶହ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ ଅନେକ ଇତିହାସର ମୁକସାକ୍ଷୀ ସାଜିଛି। ୫୮ ବର୍ଷ ତଳେ ବିଶ୍ୱ ପ୍ରସିଦ୍ଧ ହୀରାକୁଦ ବନ୍ଧ ଦ୍ୱାରା ହୋଇଥିବା ଦେଶର ସର୍ବବୃହତ୍ତ ବିସ୍ଥାପନର କରୁଣ କାହାଣୀର ନିରବଦ୍ରଷ୍ଟା ସାଜିଛି ଏହି ପାହାଡ଼। ଆଖି ଆଗରେ ଶହ ଶହ ଗାଁ ଗଣ୍ଡା ବିଲୀନ ହେବାର ଦୃଶ୍ୟକୁ ଏହି ପାହାଡ଼ ଅଙ୍ଗେ ନିଭେଇଛି। ଆଜି ଚାରିପଟରୁ ଜଳଭଣ୍ଡାର ପାଣି ଭିତରେ ରହି ବିସ୍ଥାପିତଙ୍କ ସ୍ମୃତି ବହନ କରିବା ସହ ଆଗନ୍ତୁକ ପାଇଁ ପର୍ଯ୍ୟଟନ ସ୍ଥଳୀ ପାଲଟିଛି।

ଲଖନପୁର ବ୍ଲକ୍‌ର ତିଲିଆ ଗାଁରୁ ଏହି ସ୍ଥାନକୁ ପ୍ରାୟ ୭ କିଲୋମିଟର ରାସ୍ତା ଯିବାକୁ ପଡ଼ିଥାଏ। ଝାରସୁଗୁଡ଼ା ସଦର ମହକୁମାରୁ ପ୍ରାୟ ୪୦କିଲୋମିଟର ରାସ୍ତା ଗଲେ ପଡ଼ିବ ଏହି ପବିତ୍ର ପୀଠ। ତିଲିଆରୁ ଏହି ସ୍ଥାନରୁ ଯିବା ପାଇଁ ବର୍ତ୍ତମାନ କେବେଳ ଏକ ଅଣଓସାରିଆ ରାସ୍ତା ହିଁ ରହିଛି। ପାହାଡ଼ ତଳେ ପୂଜା ପାଉଛନ୍ତି ସିଦ୍ଧ ବାବା। ପ୍ରତ୍ୟେକ ବର୍ଷ ମାଘ ପୂର୍ଣ୍ଣମୀରେ ଏଠାରେ ପାଳନ ହୋଇଥାଏ ମାଘ ମେଳା। ବହୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ଏହି ପବିତ୍ର ପୀଠରେ।

କିମ୍ବଦନ୍ତୀ କହେ, ପ୍ରାୟ ୪ହଜାର ବର୍ଷ ପୂର୍ବରୁ ଏଠାରେ ମଣିଷ ସଭ୍ୟତା ଗଢ଼ି ଉଠିଥିଲା। ସେତେବେଳଠାରୁ ଏଠାର ମାଘ ମେଳା ତିନି ଦିନ ଧରି ଅନୁଷ୍ଠିତ ହୋଇଆସୁଛି। କିଛି ବର୍ଷ ହେବ ଏଥିରେ ବିପୁଳ ଜନସମାଗମ ହେବା ସହ ଅଞ୍ଚଳବାସୀ ତଥା ପ୍ରଶାସନିକ ସହଯୋଗର ଏହା ମହୋତ୍ସବର ରୂପ ନେଇଛି। ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଉଛି। ହୀରାକୁଦ ବନ୍ଧ ଯୋଜନା ଯୋଗୁଁ ଏ ଅଞ୍ଚଳବାସୀ ବିସ୍ଥାପିତ ହେବା ପୂର୍ବରୁ ୧୯୫୩ ମସିହାରେ ଗୁଜା ପାହାଡ଼ ପାଦଦେଶରେ ୧୦ ଦିନ ବ୍ୟାପୀ ଏହି ମେଳା ଆୟୋଜିତ ହେଉଥିଲା। ଜନଶ୍ରୁତି ଆଧାରରେ, ଅନେକ ବର୍ଷ ପୂର୍ବରୁ ଏ ଅଞ୍ଚଳରେ ବର୍ଷା ନ ହେବାରୁ ଘୋର ଜଳାଭାବ ଦେଖା ଦେଇଥିଲା। ଲୋକେ ଜଳକଷ୍ଟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। ଜଳାଭାବରେ ଚାଷ ଉଜୁଡ଼ି ଯିବା ସାଙ୍ଗକୁ ସମସ୍ତ ଜଳାଶୟ ଶୁଖିଗଲା। ସେତେବେଳେ ଗୁଜା ପାହାଡ଼ ତଳେ ଥିବା ସିଦ୍ଧ ବାବା (ବୃନ୍ଦାବନ ଦାସ)ଙ୍କ ଶରଣାପନ୍ନ ହେଲେ ସ୍ଥାନୀୟ ଲୋକେ। ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ବାବା ହରିହାଟର ଆୟୋଜନ କଲେ। ଆରମ୍ଭ ହେଲା ହୋମ ଯଜ୍ଞ। ବାବା ଧ୍ୟାନରେ ରହିବା ପରେ ତାଙ୍କୁ ଶୂନ୍ୟବାଣୀ ହେଲା। ଶୂନ୍ୟବାଣୀର ନିର୍ଦ୍ଦେଶ ଅନୁଯାୟୀ, ପାହାଡ ତଳେ ଥିବା ବଟବୃକ୍ଷ ତଳେ ବାବା ତାଙ୍କ ଚିମୁଟାରେ ୩ଥର ଆଘାତ କଲେ। ସେଠାରୁ ତିନିଧାର ଜଳ ବାହାରି ପାହାଡ଼ ତଳେ ଥିବା ପୋଖରୀ ଗୁଡ଼ିକ ପୂର୍ଣ୍ଣ ହୋଇଗଲା। ବାବାଙ୍କ ମହିମାରେ ପ୍ରବଳ ବର୍ଷା ହେଲା। ତାଙ୍କ ମହିମା ଚାରିଆଡ଼େ ପ୍ରଚାରିତ ହୋଇଗଲା। ସେହିଦିନରୁ ପ୍ରତ୍ୟେକ ବର୍ଷ ମାଘ ମେଳା ପାଳିତ ହୋଇଆସୁଛି। ବାବା ଅନ୍ତର୍ଦ୍ଧାନ ହେବାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ଅଲୌକିତ ଶକ୍ତି ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ ରହିଛି। ଫଳରେ ଏବେ ବି ବହୂ ଦୂରଦୂରାନ୍ତର ମାନସିକଧାରୀ ବଟବୃକ୍ଷକୁ ଦର୍ଶନ କରିବାକୁ ଆସୁଛନ୍ତି।

ଗୁଜା ପାହାଡ଼ ଶୀର୍ଷରୁ ହୀରାକୁଦ ଜଳଭଣ୍ଡାରର ପ୍ରାକୃତିକ ଶୋଭାରାଜି ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଏହାର ମନୋରମ ଦୃଶ୍ୟ ବର୍ଷ ବର୍ଷ ଧରି କବି, ଭାବୁକ ଓ ଗବେଷକଙ୍କୁ ସୃଜନର ଖୋରାକ ଯୋଗାଇଆସିଛି। ଗୁଜା ପାହାଡ଼ ସବୁ ପର୍ଯ୍ୟଟକଙ୍କୁ ପର୍ବତାରୋହଣରେ ନିଆରା ଅନୁଭୂତି ଦେଇଥାଏ। ପାହାଡ଼ଟି ଔଷଧୀୟ ଗୁଳ୍ମର ଭର୍ତ୍ତି ହୋଇ ରହିଛି। ଏହାର ପାଦ ଦେଶରୁ ଜଳମଗ୍ନ ହୋଇଥିବା ହଜାରେ ବର୍ଷର ପୁରୁଣା ଅନେକ ଭଗ୍ନ ମନ୍ଦିର ଦୃଶ୍ୟମାନ ହୋଇଥାଏ। ଏହାଛଡ଼ା ଏହି ପାହାଡ଼ର ଅନ୍ୟ ଏକ ବିଶେଷତ୍ୱ ହେଲା ଯେ, ଏହାର ବକ୍ଷରେ ପ୍ରାୟ ଦେଢ଼ ଶହ ମିଟର ଲମ୍ବର ଏକ ସୁଡ଼ଙ୍ଗ ରହିଛି। ସୁଡ଼ଙ୍ଗର ଉତ୍ତର ପଟରୁ ପ୍ରବେଶ କରି ଦକ୍ଷିଣ ପଟରେ ପ୍ରସ୍ଥାନ କରିବାର ସୁବିଧା ରହିଛି। କେହି କେହି ଦକ୍ଷିଣ ବାଟେ ପ୍ରବେଶ କରି ଉତ୍ତର ପଟରେ ମଧ୍ୟ ବାହାରିଥା’ନ୍ତି। ଏହି ସୁଡ଼ଙ୍ଗରେ ମଧ୍ୟପ୍ରଦେଶର ୬୪ ଯୋଗିନୀଙ୍କ ଅର୍ଦ୍ଧଖୋଦିତ ପଥର ମୂର୍ତ୍ତି ଏବେ ବି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ସରକାରଙ୍କ ତରଫରୁ ଏହାକୁ ବିକଶିତ କରାଗଲେ ଝାରସୁଗୁଡ଼ା ଜିଲ୍ଲାରେ ଏହା ଏକ ପ୍ରମୁଖ ପର୍ଯ୍ୟଟନ ପୀଠର ମାନ୍ୟତା ପାଇପାରନ୍ତା।

(ସୌଜନ୍ୟ- ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’;  ସଂପାଦନା- ଡକ୍ଟର ସୁଶୀଳ କୁମାର ବାଗ୍‌)

    

 

The post Odisha Tourism: ଐତିହାସିକ ଗୁଜା ପାହାଡ଼ appeared first on Odisha Reporter.

]]>
left bottom, Odisha Tourism 2020-09-29 12:50:47 https://cdn.odishareporter.in/wp-content/uploads/2019/12/13092537/guja3.jpg
Odisha Tourism: ବିମୋହିତ କରୁଛି ଭିତରକନିକାର ନୈସର୍ଗିକ ଶୋଭା https://odishareporter.in/odisha/visit-odishas-bhitarkanika-national-park-470517 Thu, 12 Dec 2019 03:50:43 +0000 https://odishareporter.in/?p=470517

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ):ଆସିଛି ପର୍ଯଟନ ଋତୁ। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଉଦ୍ୟାନ, ଯାହାର ନୈସର୍ଗିକ ଶୋଭା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ହେନ୍ତାଳବଣ, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ । ତେବେ ଜେଠୀରେ ବୟସ୍କ ଲୋକ ଚଢ଼ିବା ଓହ୍ଲେଇବା ପାଇଁ ଅସୁବିଧା ହେଉଥିବା ବେଳେ କଟେଜ ବୁକିଂ ଓ ଖାଦ୍ୟ ପାନୀୟ ଆଦି ମିଳିବାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି । ତଥାପି ଭିତରକନିକା ଜାତୀୟ ଉଦ୍ୟାନରେ  […]

The post Odisha Tourism: ବିମୋହିତ କରୁଛି ଭିତରକନିକାର ନୈସର୍ଗିକ ଶୋଭା appeared first on Odisha Reporter.

]]>

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ):ଆସିଛି ପର୍ଯଟନ ଋତୁ। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଉଦ୍ୟାନ, ଯାହାର ନୈସର୍ଗିକ ଶୋଭା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ହେନ୍ତାଳବଣ, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ । ତେବେ ଜେଠୀରେ ବୟସ୍କ ଲୋକ ଚଢ଼ିବା ଓହ୍ଲେଇବା ପାଇଁ ଅସୁବିଧା ହେଉଥିବା ବେଳେ କଟେଜ ବୁକିଂ ଓ ଖାଦ୍ୟ ପାନୀୟ ଆଦି ମିଳିବାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି ।

ତଥାପି ଭିତରକନିକା ଜାତୀୟ ଉଦ୍ୟାନରେ  ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ । ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସୋଲାର ଗାଡିର ବ୍ୟବସ୍ଥା କରାଯାଇଛି । ବିଶ୍ରାମାଗାର, ଅତ୍ୟାଧୁନିକ ଶୌଚାଳୟ ଓ ରହିବା ପାଇଁ ସ୍ୱତନ୍ତ୍ର କଟେଜର ମଧ୍ୟ ବ୍ୟବସ୍ଥା ଅଛି। ଦେଶୀ ବିଦେଶୀ ପକ୍ଷୀଙ୍କ ସହ ଗୋରୀ କୁମ୍ଭୀର, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖି ଆନନ୍ଦିତ ହେଉଛନ୍ତି ପର୍ଯ୍ୟଟକ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ ବୋତଲ ବ୍ୟାନ କରାଯାଇଛି।

ଭିତରକନିକା ଯିବାକୁ ୩ଟି ପ୍ରବେଶ ପଥ ରହିଛି । ଗୁପ୍ତି, ଖୋଳା ଓ ଡାଙ୍ଗମାଳ ବାଟ ଦେଇ ପର୍ଯ୍ୟଟକ ଯାଇପାରିବେ । ଏହା ପରେ ବି ଚାନ୍ଦବାଲିରୁ ଜଳପଥ ଦେଇ ଭିତରକନିକାକୁ ଯାଇହେବ।  ଭିତରକନିକା ଅଂଚଳ ନଦୀନାଳ ଘେରା ହୋଇଥିବାରୁ ବୋଟ ଯୋଗେ ଯାତ୍ରା କରିବାର ନିଆରା ଅନୁଭୂତି ରହିଛି। ଏଥିପାଇଁ ସରକାରୀ ସ୍ତରରେ ୧୧ ଟି ଏବଂ ୫୧ଟି ବେସରକାରୀ ବୋଟ୍‌ର ବ୍ୟବସ୍ଥା କରାଯାଇଛି। ରହିବା ପାଇଁ ଅନଲାଇନ ଓ ଜିରୋ ଆୱାରରେ କଟେଜ ବୁକିଂର ସୁବିଧା ଅଛି । ଜେଠୀରେ ବୟସ୍କ ଲୋକଙ୍କ ଯାତାୟତରେ ଅସୁବିଧାକୁ ଦୃଷ୍ଟିରେ ରଖି ନୂଆ ଅତ୍ୟାଧୁନିକ ଫ୍ଲୋଟିଂ ଜେଠୀ ନିର୍ମାଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

୧୯୭୫ ମସିହାରୁ ଅଭୟ୍ୟାରଣ୍ୟ  ଓ ୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ଭିତରକନିକାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାର ହାତ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି।

The post Odisha Tourism: ବିମୋହିତ କରୁଛି ଭିତରକନିକାର ନୈସର୍ଗିକ ଶୋଭା appeared first on Odisha Reporter.

]]>
Odisha Tourism, right top 2020-09-29 12:55:12 https://cdn.odishareporter.in/wp-content/uploads/2019/12/12091711/bcc-1.jpg
Odisha Tourism Update: ପ୍ରାଚୀନ ସଭ୍ୟତାର ସ୍ମାରକୀ: ବିକ୍ରମଖୋଲ https://odishareporter.in/life-style/bikramkhola-is-another-popular-tourist-destination-of-jhasrsuguda-469541 Tue, 10 Dec 2019 04:05:05 +0000 https://odishareporter.in/?p=469541

ମେହବୁବ ମହତାବ ରାଜ୍ୟର ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାମ ‘ବିକ୍ରମଖୋଲ’। ଏଠାରୁ ଆବିଷ୍କୃତ ଶିଳାଲିପି ଐତିହାସିକ, ଗବେଷକଙ୍କୁ ଆକର୍ଷିତ କରୁଥିବା ବେଳେ ବିକ୍ରମ ପାହାଡ଼ ଓ ଗୁମ୍ଫାର ପ୍ରାକୃତିକ ମନୋରମ ଦୃଶ୍ୟ ପର୍ଯ୍ୟଟନ କେନ୍ଦ୍ରର ବିଶେଷତ୍ୱକୁ ବୃଦ୍ଧି କରୁଛି। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରଠାରୁ ମାତ୍ର ୧୨ କିଲୋମିଟର ଦୂରେ ଅବସ୍ଥିତ ବିକ୍ରମ ପାହାଡ଼। ପାହାଡ଼ର ଏକ ଗୁମ୍ଫାରେ ଖୋଦିତ ପ୍ରାଚୀନ ଶିଳାଲିପି ସର୍ବପ୍ରଥମେ ୧୯୨୪ ମସିହାରେ ଆବିଷ୍କୃତ ହୋଇଥିଲା। ପରେ ୧୯୭୨ମସିହାରେ ପ୍ରଖ୍ୟାତ ଭାରତୀୟ […]

The post Odisha Tourism Update: ପ୍ରାଚୀନ ସଭ୍ୟତାର ସ୍ମାରକୀ: ବିକ୍ରମଖୋଲ appeared first on Odisha Reporter.

]]>
  • ମେହବୁବ ମହତାବ

ରାଜ୍ୟର ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାମ ‘ବିକ୍ରମଖୋଲ’। ଏଠାରୁ ଆବିଷ୍କୃତ ଶିଳାଲିପି ଐତିହାସିକ, ଗବେଷକଙ୍କୁ ଆକର୍ଷିତ କରୁଥିବା ବେଳେ ବିକ୍ରମ ପାହାଡ଼ ଓ ଗୁମ୍ଫାର ପ୍ରାକୃତିକ ମନୋରମ ଦୃଶ୍ୟ ପର୍ଯ୍ୟଟନ କେନ୍ଦ୍ରର ବିଶେଷତ୍ୱକୁ ବୃଦ୍ଧି କରୁଛି। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରଠାରୁ ମାତ୍ର ୧୨ କିଲୋମିଟର ଦୂରେ ଅବସ୍ଥିତ ବିକ୍ରମ ପାହାଡ଼। ପାହାଡ଼ର ଏକ ଗୁମ୍ଫାରେ ଖୋଦିତ ପ୍ରାଚୀନ ଶିଳାଲିପି ସର୍ବପ୍ରଥମେ ୧୯୨୪ ମସିହାରେ ଆବିଷ୍କୃତ ହୋଇଥିଲା। ପରେ ୧୯୭୨ମସିହାରେ ପ୍ରଖ୍ୟାତ ଭାରତୀୟ ଲିପିତତ୍ତ୍ୱବିତ୍‌ ଗବେଷକ କେ.ପି ଜୟଶ୍ୱାଲ ଏହାକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ କରିଥିଲେ।

image credit- internet

ପ୍ରସ୍ତର ଦେହରେ ଖୋଦିତ ଏହି ଲିପି କେଉଁ କାଳରୁ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ହେଁ ଏହା ସିନ୍ଧୁ ସଭ୍ୟତାକାଳୀନ ଲିପି ଏବଂ ପରିବର୍ତ୍ତୀ କାଳରେ ବିକଶିତ ବ୍ରାହ୍ମୀଲିପିର ମଧ୍ୟବର୍ତ୍ତୀ ଯୁଗର ବୋଲି ବିଶ୍ୱାସ କରାଯାଏ। ବେଲପାହାଡ଼ଠାରୁ ଲଖନପୁର ପର୍ଯ୍ୟନ୍ତ ଲମ୍ବିଥିବା ବିକ୍ରମ ପାହାଡ଼ର ମଧ୍ୟବତ୍ତୀ ସ୍ଥଳରୁ ସୃଷ୍ଟି ହୋଇଥିବା ଶାଖା ପାହାଡ଼ରୁ ବହିଯାଉଛି ଆମ୍ବଝରଣା ନାମକ ଏକ ସୌନ୍ଦର୍ଯ୍ୟଭରା ଝରଣା। ବିକ୍ରମଖୋଲ ଗୁମ୍ଫାର ଦୌର୍ଘ୍ୟ ପ୍ରାୟ ୧୧୫ ମିଟର ଓ ପ୍ରସ୍ଥ ୨୮ ଫୁଟ୍‌। ଗୁମ୍ଫା ଦେହରେ ଖୋଦିତ ଶିଳାଲିପି ବ୍ୟତୀତ ରହିଛି ବନ୍ୟଜନ୍ତୁଙ୍କ ଅସ୍ପଷ୍ଟ ଚିତ୍ର।

image credit- internet

ଗୁମ୍ଫାର ଶୀର୍ଷରେ ପ୍ରାୟ ୮ଫୁଟ ଓସାର ଓ ୩୫ଫୁଟ ଲମ୍ବର ବିସ୍ତୃତ ପ୍ରସ୍ତର ଖଣ୍ଡେ ରହିଛି। ଏହା ଗୁମ୍ଫାର ଛାତ ସଦୃଶ ଦୃଶ୍ୟମାନ ହୋଇଥାଏ। ଗୁମ୍ଫାର ଏହି ପ୍ରାକୃତିକ ଛାତ ତଳେ ସେ ସମୟରେ ଲୋକମାନେ ବାସପୋଯୋଗୀ ସୁରକ୍ଷା ପାଉଥିବା ଅନୁମାନ କରାଯାଏ। ଗୁମ୍ଫାର ପ୍ରସ୍ତର ଚଟାଣ ଶଯ୍ୟାରେ ରହିଥିବା କେତେକ ବର୍ଗାକାର ଗର୍ତ୍ତ ଖାଦ୍ୟଶସ୍ୟ ରଖିବା, କୁଟିବା ଆଦିରେ ବ୍ୟବହୃତ ହେଉଥିବା ବିଶ୍ୱାସ କରାଯାଏ।

ବିକ୍ରମଖୋଲ ଗୁମ୍ଫାର ଅନିତ ଦୂରରେ ମହେଶ୍ୱର ପାହାଡ଼ରେ ‘ଉଷାକୁଟୀ’ ନାମକ ପର୍ବତ୍ୟ ଗୁମ୍ଫା ରହିଛି। ଯେଉଁଥିରେ କେତେକ ପ୍ରାଚୀନ ଶିଳାଲିପି ଓ ଅସ୍ପଷ୍ଟ ଚିତ୍ର ଦୃଶ୍ୟମାନ। ଏହାକୁ ଲାଗି ଉଲାପଗଡ଼ ପ୍ରାଚୀନ ଦୁର୍ଗର ଭଗ୍ନାବଶେଷ ରହିଛି। ମାଲିକଗୁଣ୍ଡା, ଚିତରାଖୋଲ ପ୍ରଭୃତ ଗୁମ୍ଫା ଗୁଡିକରେ ବନ୍ୟଜନ୍ତୁଙ୍କ ଚିତ୍ର ଦେଖିବାକୁ ମିଳେ।

ଝାରସୁଗୁଡ଼ା ଜିଲ୍ଲାର ଏହି ବଣପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ଅତୀତର କୃଷି କର୍ମ, ପଶୁ ଶିକାର ସହ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଏକ ସମୃଦ୍ଧ ମଣିଷ ସମାଜ ବସବାସ କରି ରହିଥିବା ଏଠାରୁ ଆବିଷ୍କୃତ ଶିଳାଲିପି ଓ ଚିତ୍ରରୁ ସୁସ୍ପଷ୍ଟ। ଏକ ସ୍ୱତନ୍ତ୍ର ଭାଷା ଓ ଲିପି ସେ ସମୟରେ ବ୍ୟବହୃତ ହେଉଥିଲା, ଯାହାକି ବର୍ତ୍ତମାନ ସୁଦ୍ଧା ଐତିହାସିକ ଓ ଗବେଷକମାନେ କେଉଁ କାଳର ତାହା ସ୍ପଷ୍ଟ କରି ନାହାନ୍ତି।

ଐତିହାସିକ ସ୍ୱାକ୍ଷର ବହନ କରି ଆସୁଥିବା ଏହି ବିକ୍ରମଖୋଲ ଗୁମ୍ଫା ୧୯୫୮ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟସ୍ତରରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଲାଭ କରିଛି। ତେବେ ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ଦିଗରେ ପ୍ରଶାସନିକ ଦୃଷ୍ଟି ଦେବା ଆବଶ୍ୟକତା ରହିଛି।

( ସୌଜନ୍ୟ-‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’; ସଂପାଦନା- ଡକ୍ଟର ସୁଶୀଳ କୁମାର ବାଗ)

 

The post Odisha Tourism Update: ପ୍ରାଚୀନ ସଭ୍ୟତାର ସ୍ମାରକୀ: ବିକ୍ରମଖୋଲ appeared first on Odisha Reporter.

]]>
left bottom, Odisha Tourism 2020-09-29 11:40:44 https://cdn.odishareporter.in/wp-content/uploads/2019/12/10091833/cav1.jpg
ସୌନ୍ଦର୍ଯ୍ୟର ରାଣୀ ‘କୋଇଲି ଘୋଘର’ https://odishareporter.in/life-style/koilighoghora-is-a-nice-tourist-place-in-jharsuguda-466522 Sun, 01 Dec 2019 09:10:52 +0000 https://odishareporter.in/?p=466522

ଡକ୍ଟର ସୁଶୀଳ କୁମାର ବାଗ୍‌ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଝାରସୁଗୁଡ଼ା ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର। ଏହି ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ। ସେଥିମଧ୍ୟରୁ କୋଇଲି ଘୋଘର ଜଳପ୍ରପାତ ଅନ୍ୟତମ। ଏଠାକାର ଘଞ୍ଚ ଅରଣ୍ୟ, ସବୁଜ ବୃକ୍ଷଲତା ତଥା ପାହାଡ଼ର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ସର୍ବଦା ମୁଗ୍ଧ କରିଆସିଛି। ବିଶେଷ କରି ନଭେମ୍ବର, ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ମାସରେ ପ୍ରତିଦିନ ବହୁ ପର୍ଯ୍ୟଟକ, ସ୍କୁଲ୍‌-କଲେଜ୍‌ ଛାତ୍ରଛାତ୍ରୀ ପିକ୍‌ନିକ୍‌ କରିବା ପାଇଁ ଏଠାକୁ ଆସିଥା’ନ୍ତି। ଏଠାରେ ପାହାଡ଼ […]

The post ସୌନ୍ଦର୍ଯ୍ୟର ରାଣୀ ‘କୋଇଲି ଘୋଘର’ appeared first on Odisha Reporter.

]]>
  • ଡକ୍ଟର ସୁଶୀଳ କୁମାର ବାଗ୍‌

ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଝାରସୁଗୁଡ଼ା ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର। ଏହି ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ। ସେଥିମଧ୍ୟରୁ କୋଇଲି ଘୋଘର ଜଳପ୍ରପାତ ଅନ୍ୟତମ। ଏଠାକାର ଘଞ୍ଚ ଅରଣ୍ୟ, ସବୁଜ ବୃକ୍ଷଲତା ତଥା ପାହାଡ଼ର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ସର୍ବଦା ମୁଗ୍ଧ କରିଆସିଛି। ବିଶେଷ କରି ନଭେମ୍ବର, ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ମାସରେ ପ୍ରତିଦିନ ବହୁ ପର୍ଯ୍ୟଟକ, ସ୍କୁଲ୍‌-କଲେଜ୍‌ ଛାତ୍ରଛାତ୍ରୀ ପିକ୍‌ନିକ୍‌ କରିବା ପାଇଁ ଏଠାକୁ ଆସିଥା’ନ୍ତି। ଏଠାରେ ପାହାଡ଼ ଭିତରୁ ଝରିଆସୁଥିବା ନଦୀର କୁଳୁକୁଳୁ ନାଦ ସହିତ ଶୈବ ପୀଠ ମହେଶ୍ୱରନାଥ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ। ପ୍ରାକୃତିକ ସୁଷମାର ଅପୂର୍ବ ଭଣ୍ଡାରରେ ମଣ୍ଡିତ କୋଇଲି ଘୋଘର ଆଜି ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ପିକ୍‌ନିକ୍‌ ସ୍ଥଳୀ ଭାବେ ସାରା ଓଡ଼ିଶାରେ ସୁପ୍ରସିଦ୍ଧ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ କୁଶମେଲ୍‌ବାହାଲ୍‌ ଗାଁ ନିକଟରେ ଅବସ୍ଥିତ କୋଇଲି ଘୋଘର ଜଳପ୍ରପାତ। ସୁନ୍ଦରଗଡ଼ ଜିଲ୍ଲାର ହିମଗିରି ଅଞ୍ଚଳରେ ଅବସ୍ଥିତ ଐତିହାସିକ ଗଡ଼ସୂତା ପର୍ବତ ବକ୍ଷରୁ ସୃଷ୍ଟି ହୋଇ ବୋହି ଆସିଛି ଚିରସ୍ରୋତା ନଦୀଟିଏ। ଏହି ନଦୀର ନାମ ଅହିରାଜ। କେତେ ବାଧାବିଘ୍ନ, ଅଙ୍କାବଙ୍କା ରାସ୍ତା ଦେଇ ପାହାଡ଼, ପର୍ବତ ଓ ଜଙ୍ଗଲ ପାରି ହୋଇ ‘ଛୁଇଁ ଖଞ୍ଜ’ ଜଙ୍ଗଲ ଦେଇ ଅହିରାଜ ନଦୀ କୋଇଲି ଘୋଘରରେ ପାହାଡ଼ ଉପରୁ ଜୋର୍‌ରେ କଚାଡ଼ି ହୋଇ ପଡ଼ୁଛି। ଆଉ ଏଠାରେ ସୃଷ୍ଟି ଜଳାଶୟର ଶୀତଳ ଜଳରେ ପର୍ଯ୍ୟଟକମାନେ ଗାଧୋଇ ପିକ୍‌ନିକ୍‌ର ମଜା ନିଅନ୍ତି। ଏହାର ପାଣି ସ୍ୱଚ୍ଛ ଓ ନିର୍ମଳ। ଗଣ୍ଡର ଜଳରେ ଅଛନ୍ତି ଛୋଟ ବଡ଼ ପ୍ରଜାତିର କଡ଼ୋ ମାଛ, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ। ପାଣି ଭିତରକୁ ଖାଦ୍ୟ ପଦାର୍ଥ ଫୋପାଡ଼ିଲେ ସେଗୁଡ଼ିକୁ ଖାଇବା ପାଇଁ ମାଛମାନେ ପାଣି ଉପରକୁ ଆସିଥା’ନ୍ତି। ସୂର୍ଯ୍ୟଙ୍କ ସୁନେଲୀ କିରଣ ଜଳ ପ୍ରପାତ ଉପରେ ପଡ଼ି ପ୍ରତିଫଳିତ ହୁଏ ଇନ୍ଦ୍ରଧନୁର ସପ୍ତରଂଗ। ଏସବୁ ଦୃଶ୍ୟ ଦର୍ଶକମାନଙ୍କ ପାଇଁ ଏକାନ୍ତ ହୃଦୟସ୍ପର୍ଶୀ। ନିକଟସ୍ଥ ଜଙ୍ଗଲରୁ କୁମ୍ଭାଟିଆ, ବଣି, କଜ୍ଜଳପାତି, ଶୁଆ ଓ କୋଇଲି ଆଦି ପକ୍ଷୀମାନଙ୍କର କୂଜନରେ କୋଇଲି ଘୋଘରର ପରିବେଶ ଶିହରଣ ସୃଷ୍ଟି କରେ। କୋଇଲିର କୁହୁକୁହୁ ସ୍ୱର ଓ ଜଳ ପ୍ରପାତର ଘୋଘୋ ଗୁରୁ ଗମ୍ଭୀର ଶବ୍ଦ ଯୋଗୁ ଏହାର ନାମ କୋଇଲି ଘୋଘର ହୋଇଥିବା ଏ ଅଞ୍ଚଳର ଲୋକମାନେ ମତ ଦିଅନ୍ତି। ପାହାଡ଼ର ଘଞ୍ଚ ଅରଣ୍ୟ ଭେଦ କରି ଅହିରାଜ ନଦୀ ମିଳିତ ହୋଇଛି ମହାନଦୀରେ।

ଭକ୍ତଙ୍କ ଆକର୍ଷଣ ବାବା ମହେଶ୍ୱରନାଥ

ଭକ୍ତ ଚାହେଁ ସର୍ବଦା ଭଗବାନଙ୍କ ପାଖରେ ନିଜକୁ ସମର୍ପି ଦେବାକୁ। ତେଣୁ ଭକ୍ତ ଯେଉଁଠାକୁ ଗଲେ ଖୋଜେ ଏକ ମନ୍ଦିର। କୋଇଲି ଘୋଘରରେ ଅଛି ମହେଶ୍ୱରନାଥଙ୍କ ମନ୍ଦିର। ନଦୀର କୂଳକୁ ଲାଗି ପାହାଡ଼ରେ ରହିଛି ଏହି ମନ୍ଦିରଟି। ଝାରସୁଗୁଡ଼ା ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ମହେଶ୍ୱରନାଥ ଅନ୍ୟତମ। ପାଣି ଭିତରେ ବୁଡ଼ି ରହିଛି ଶିବ ଲିଙ୍ଗ। ଏହା ବାହାରକୁ ଦେଖାଯାଏ ନାହିଁ। ଭକ୍ତ ମାନେ ପାଣି ଭିତରକୁ ହାତ ପଶାଇ ଏହାକୁ ଛୁଇଁବାକୁ ଚେଷ୍ଟା କରନ୍ତି। ଏହି ଶିବ ଲିଙ୍ଗକୁ ଛୁଇଁ ପାରିଲେ ପୁଣ୍ୟ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେଣୁ ପର୍ଯ୍ୟଟକମାନଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେଉଛି ମହେଶ୍ୱରନାଥ ମନ୍ଦିର। ପ୍ରାୟ ୩୦୦ ବର୍ଷ ପୂର୍ବେ ଏଠାରେ ଚଟାଣକୁ ପୂଜା କରାଯାଉଥିବା ଜନଶ୍ରୁତିରୁ ଜଣାପଡ଼େ। ଏ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ ଏଠାରେ ନିର୍ମିତ ହୋଇଛି ବାବା ମହେଶ୍ୱରନାଥଙ୍କ ସଦୃଶ୍ୟ ମନ୍ଦିର। ଶ୍ରାବଣ ମାସ ସୋମବାର ଦିନ ଗୁଡ଼ିକରେ ଏଠାରେ ଶିବ ଭକ୍ତଙ୍କ ଭିଡ଼ ଲାଗି ରହେ। ବାବା ମହେଶ୍ୱର ନାଥ ମନ୍ଦିରରେ ପ୍ରତିବର୍ଷ ଶିବରାତ୍ରି ମହାସମାରୋହରେ ପାଳିତ ହୁଏ। ଏ ଅବସରରେ ବିରାଟ ମେଳା ବସେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଏପରି କି ପଡ଼ୋଶୀ ରାଜ୍ୟରୁ ବହୁ ଭକ୍ତ ଆସି କୋଇଲି ଘୋଘରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ମହେଶ୍ୱରନାଥଙ୍କ ଦର୍ଶନ କରି ପା’ନ୍ତି ଅପାର ଆନନ୍ଦ ଓ ଶାନ୍ତି। ସୋହନ ସ୍ୱାମୀ ନାମକ ଜଣେ  ସିଦ୍ଧ ସାଧକ ପ୍ରାୟ ୧୫୦ ବର୍ଷ ତଳେ ଏଠାର ଅବସ୍ଥାନ କରୁଥିଲେ। ‘ଆତ୍ମଗୀତା’ ନାମକ ଏକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ସୋହନ ସ୍ୱାମୀ। ତାଙ୍କର ପୋଥିପତ୍ରକୁ ଏବେ ବି ପୂଜା କରାଯାଉଛି। ବର୍ତ୍ତମାନ ଏଠାରେ ଥିବା ଶାନ୍ତି କୁଟୀର ଆଶ୍ରମରେ ମଧ୍ୟ ସ୍ୱାମୀ ମୋହନ ବାବାଙ୍କ ଭକ୍ତ ବାବାମାନେ ରହୁଛନ୍ତି।

କେମିତି ଯିବେ

ଝାରସୁଗୁଡ଼ା ସହରଠାରୁ ୫୭ କିଲୋମିଟର ଦୂରରେ ଅବସ୍ଥିତ କୋଇଲି ଘୋଘର ଜଳପ୍ରପାତ। ଏଠାକୁ ଯିବାକୁ ହେଲେ ରାଜଧାନୀ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ସଡ଼କ ଓ ରେଳପଥର ବ୍ୟବସ୍ଥା ରହିଛି। ସଡ଼କ ପଥରେ ଆସିବା ପାଇଁ ଇଚ୍ଛୁକ ପର୍ଯ୍ୟଟକମାନଙ୍କୁ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସରକାରୀ ବସ୍‌ରେ ସିଧାସଳଖ ଝାରସୁଗୁଡ଼ାକୁ ଆସିବାକୁ ପଡ଼ିବ। ସେହିପରି ରେଳପଥରେ ଆସିବାକୁ ହେଲେ ଭୁବନେଶ୍ୱରର ରେଲୱେ ଷ୍ଟେସନ୍‌ରୁ ପୁରୀ ହାୱଡ଼ା ତପସ୍ୱିନୀ ଏକ୍ସପ୍ରେସ୍, ସାପ୍ତାହିକ ପୁରୀ-ଯୋଧପୁର ଏକ୍ସପ୍ରେସ୍‌ (ସପ୍ତାହରେ  ଥରେ), ପୁରୀ ହରିଦ୍ୱାର ଉତ୍କଳ ଏକ୍ସପ୍ରେସ୍‌ ଓ ପୁରୀ ରାଉରକେଲା ପାସେଞ୍ଜର ଟ୍ରେନ୍‌ରେ ଯାତ୍ରୀମାନେ ଆସିପାରିବେ। କିନ୍ତୁ ଝାରସୁଗୁଡ଼ାରୁ କୋଇଲି ଘୋଘରକୁ କୌଣସି ସ୍ୱତନ୍ତ୍ର ବସ୍‌ ବା ଗାଡ଼ି ଯାଏ ନାହିଁ। ତେଣୁ ପର୍ଯ୍ୟଟକମାନେ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରି କୋଇଲି ଘୋଘର ଯାଇପାରିବେ।

(ଏହି ଲେଖାଟିକୁ ଡକ୍ଟର ସୁଶୀଳ କୁମାର ବାଗ୍‌ଙ୍କ ଅନୁମତି କ୍ରମେ ତାଙ୍କ ସଂପାଦିତ ପୁସ୍ତକ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ରୁ ଅଣାଯାଇଛି।) 

The post ସୌନ୍ଦର୍ଯ୍ୟର ରାଣୀ ‘କୋଇଲି ଘୋଘର’ appeared first on Odisha Reporter.

]]>
left bottom, Odisha Tourism 2020-09-29 12:57:56 https://cdn.odishareporter.in/wp-content/uploads/2019/12/01143038/jharsuguda1.jpg
ନୈସର୍ଗିକ ଶୋଭାର ଭଣ୍ଡାର କଳାହାଣ୍ଡି https://odishareporter.in/life-style/kalahandi-district-is-full-with-beautiful-places-463717 Sun, 24 Nov 2019 04:18:53 +0000 https://odishareporter.in/?p=463717

ଡକ୍ଟର ସୁଶୀଳ କୁମାର ବାଗ୍‌ ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ। ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଯେତିକି ଆକର୍ଷିତ କରେ ଏଠାରେ ଥିବା ମନ୍ଦିର ଓ ଐତିହାସିକ କୀର୍ତ୍ତିରାଜି ବି ସେତିକି ମନ ମୋହେ। ଫୁର୍‌ଲି ଝରନ୍ ଜଳପ୍ରପାତ ହେଉ କି ଜାକମ୍‌ ବଙ୍ଗଳା ଅବା କର୍ଲାପାଟ ଅଭୟାରଣ୍ୟ- ସବୁ ପର୍ଯ୍ୟଟନ ସ୍ଥଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ। ତା’ହେଲେ ଆସନ୍ତୁ ଜାଣି ନେବା କଳାହାଣ୍ଡି ଜିଲ୍ଲାର ଏଇ ସବୁ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ […]

The post ନୈସର୍ଗିକ ଶୋଭାର ଭଣ୍ଡାର କଳାହାଣ୍ଡି appeared first on Odisha Reporter.

]]>
  • ଡକ୍ଟର ସୁଶୀଳ କୁମାର ବାଗ୍‌

ଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ। ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଯେତିକି ଆକର୍ଷିତ କରେ ଏଠାରେ ଥିବା ମନ୍ଦିର ଓ ଐତିହାସିକ କୀର୍ତ୍ତିରାଜି ବି ସେତିକି ମନ ମୋହେ। ଫୁର୍‌ଲି ଝରନ୍ ଜଳପ୍ରପାତ ହେଉ କି ଜାକମ୍‌ ବଙ୍ଗଳା ଅବା କର୍ଲାପାଟ ଅଭୟାରଣ୍ୟ- ସବୁ ପର୍ଯ୍ୟଟନ ସ୍ଥଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ। ତା’ହେଲେ ଆସନ୍ତୁ ଜାଣି ନେବା କଳାହାଣ୍ଡି ଜିଲ୍ଲାର ଏଇ ସବୁ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସମ୍ପର୍କରେ।

ଫୁର୍‌ଲି ଝରନ୍‌

କଳାହାଣ୍ଡି ଜିଲ୍ଲାରେ ରିହିଛି କେତୋଟି ଛୋଟବଡ଼ ଜଳପ୍ରପାତ। ସେଥି ମଧ୍ୟରୁ ଫୁର୍‌ଲି ଝରନ୍‌ ଅନ୍ୟତମ। ଘଞ୍ଚ ଅରଣ୍ୟ ପରିବେଷ୍ଟିତ କର୍ଲାପାଟ ଅଭୟାରଣ୍ୟରେ ଅଛି ଫୁର୍‌ଲି ଝରନ୍‌ ଜଳପ୍ରପାତ। ପ୍ରାୟ ୪୦ଫୁଟ୍‌ ଉଚ୍ଚ ପାହାଡ଼ ଉପରୁ ଝରଣାର ପାଣି ତଳକୁ ଲମ୍ଫ ପ୍ରଦାନ କରୁଛି। ଫୁର୍‌ଲି ଝରନ୍‌ର ମନୋରମ ପ୍ରାକୃତିକ ପରିବେଷ ବର୍ଷ ତମାମ୍‌ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବର୍ଷା ଋତୁରେ ଝରଣାର ସ୍ରୋତ ଅଧିକ ଥାଏ। ତେଣୁ ଦୂରରୁ ଥାଇ ପର୍ଯ୍ୟଟକମାନେ ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥା’ନ୍ତି। ଜଳପ୍ରପାତର ମନୋରମ ଦୃଶ୍ୟ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ବିଭୋର କରିଥାଏ। ପିକ୍‌ନିକ୍‌ ପାଇଁ ଏହା ଉପଯୁକ୍ତ ସ୍ଥାନ। ବିଶେଷ କରି ଶୀତ ଋତୁରେ ଫୁର୍‌ଲି ଝରନ୍‌ରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ଛତିଶଗଡ଼ରୁ ପର୍ଯ୍ୟଟକମାନେ ଏଠାକୁ ବୁଲାବୁଲି କରିବାକୁ ଆସନ୍ତି। ଭବାନୀପାଟଣା ତଥା ଆଖପାଖର ଲୋକମାନେ ଏଠାକୁ ପିକ୍‌ନିକ୍‌ କରିବାକୁ ଆସନ୍ତି।

ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରୁ ଫୁର୍‌ଲି ଝରନ୍‌ ଜଳପ୍ରପାତର ଦୂରତା ମାତ୍ର ୧୬ କିଲୋମିଟର। ଭବାନୀପାଟଣାଠାରୁ  ଥୁଆମୂଳ ରାମପୁର ରାସ୍ତାରେ ୧୨ କିଲୋମିଟର ଗଲେ ପଡ଼େ ଶଗଡ଼ା। ଶଗଡ଼ାଠାରୁ ମାତ୍ର ୪ କିଲୋମିଟର ଗଲେ ପଡ଼େ ଫୁର୍‌ଲି ଝରନ୍‌। ଭବାନୀପାଟଣାଠାରୁ ଟ୍ୟାକ୍ସି କିମ୍ବା ଅଟୋରେ ଫୁର୍‌ଲି ଝରନ୍‌ ଯାଇହେବ।

ଫୁର୍‌ଲି ଝରନ୍‌ ଜଳପ୍ରପାତ ବ୍ୟତୀତ ଘୁଷୁରୀ ଗୁଡ଼ି, ରାବଣ ଦର, ଖଣ୍ଡୁଆଳ ଓ ଗୋବର ଗୋଲା ଆଦି ଜଳପ୍ରପାତ ରହିଛି କଳାହାଣ୍ଡି ଜିଲ୍ଲାରେ। ଏହି ସବୁ ଜଳପ୍ରପାତ ପର୍ଯ୍ୟଟକଙ୍କ ହୃହୟରେ ଅପୂର୍ବ ଶିହରଣ ସୃଷ୍ଟି କରେ।

ଜାକମ୍‌ ବଙ୍ଗଳା

ଫୁର୍‌ଲି ଝରନ୍‌ଠାରୁ ୪ କିଲୋମିଟର ଗଲେ ପଡ଼େ ଜାକମ୍‌। ଏଠାରେ ରହିଛି ବନ ବିଭାଗର ଏକ କାଠ ନିର୍ମିତ ସୁଦୃଶ୍ୟ ଡାକ ବଙ୍ଗଳା। ଶଗଡ଼ା ନଦୀ କୂଳରେ ରହିଛି ଏହି କାଠ ନିର୍ମିତ ବଙ୍ଗଳା। ଏହି ଡାକ ବଙ୍ଗଳାରେ ବିଶେଷତ୍ୱ ହେଉଛି ଏହାର କାନ୍ଥ, ବାଡ଼, ଛାତ, ଚଟାଣ, କବାଟ ଓ ଝରକା ସବୁ କାଠରେ ନିର୍ମିତ। ସୁଟ୍‌ ସାଙ୍ଗକୁ ଏଠାରେ ରହିଛି ଏକ ୱାଚ୍ ଟାୱାର୍‌। ଡାକ ବଙ୍ଗଳାରେ ରହି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ହେବ। ତେବେ ଏହି ଡାକ ବଙ୍ଗଳାରେ ରହିବା ପାଇଁ ବନ ବିଭାଗର ଅନୁମତି ଆବଶ୍ୟକ। ପର୍ଯ୍ୟଟକମାନେ ଭବାନୀପାଟଣା ଡିଏଫ୍‌ଓଙ୍କଠାରୁ ଅନୁମତି ନେଇ ଏଠାରେ ରହିପାରିବେ।

ଜାକମ୍‌ରେ ପିକ୍‌ନିକ୍‌ ପାଇଁ ଶୀତ ଋତୁରେ ବେଶ୍‌ ଭିଡ଼ ଜମେ। ଏଠାରେ ଥିବା ବିଭିନ୍ନ କିସମର ଫୁଲରେ ପରିପୂର୍ଣ୍ଣ ଉଦ୍ୟାନ ଦର୍ଶକଙ୍କୁ ଆନମନା କରିଦିଏ। ସେହିପରି ଏଠାରେ ରହିଛି ଅନେକ ଔଷଧୀୟ ବୃକ୍ଷଲତା। ପ୍ରାକୃତିକ ସୌନ୍ଦର୍ଯ୍ୟର ଆକର୍ଷଣ ତଥା ପିକ୍‌ନିକ୍‌ ପାଇଁ ପର୍ଯ୍ୟଟକମାନେ ଏଠାକୁ ଆସିଥାଆନ୍ତି। ତେବେ ଏଠାରେ ବନ୍ୟଜନ୍ତୁ ଭୟ ଥିବାରୁ ସନ୍ଧ୍ୟା ପୂର୍ବରୁ ଭୋଜି ସାରି ଫେରିବାକୁ ପଡ଼ିଥାଏ।

କର୍ଲାପାଟ ଅଭୟାରଣ୍ୟ

କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ବେଶ୍‌ ପରିଚିତ। ସର୍ବଦା ଏଠାକାର ସୁନ୍ଦର ପ୍ରାକୃତିକ ପରିବେଶ ଓ ଜୀବଜନ୍ତୁ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ ହୋଇଆସିଛି। ଘଞ୍ଚ ବାଉଁଶ ଓ ଅନନ୍ୟ ଗଛଲତାରେ ପରିପୂର୍ଣ୍ଣ କର୍ଲାପାଟ ଜଙ୍ଗଲରେ ଶଗଡ଼ା ନଦୀ ସହିତ ଅନେକ ଛୋଟ ବଡ଼ ଝରଣା ରହିଛି। ଏହି ଜଙ୍ଗଲ ଭିତରେ ରହିଛନ୍ତି ହାତୀ, ବାଘ ଭାଲୁ, ଠେକୁଆ, ମୟୁର ଆଦି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ। ଜୀବଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଲାପାଟ ଜଙ୍ଗଲକୁ ୧୯୯୨ ମସିହାରୁ ସରକାର ଅଭୟାରଣ୍ୟ ଘୋଷଣା କରିଛନ୍ତି। ଫୁର୍‌ଲି ଝରନ୍‌ ଜଳପ୍ରପାତ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କର୍ଲାପାଟ ଅଭୟାରଣ୍ୟ ବୁଲିବାର ସୁଯୋଗକୁ ହାତଛଡ଼ା କରିନଥା’ନ୍ତି। କର୍ଲାପାଟରେ ରହିଛି ମା’ ମାଣିକେଶ୍ୱରୀଙ୍କ ମନ୍ଦିର। ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ମଧ୍ୟରେ ମା’ଙ୍କୁ ଦର୍ଶନ କରି ଆପାର ଶାନ୍ତି ଲାଭ କରନ୍ତି।

ଅସୁରଗଡ଼ ଦୁର୍ଗ

ନର୍ଲା ଥାନା ଅଞ୍ଚଳରେ ରହିଛି ଐତିହାସିକ ଅସୁରଗଡ଼ ଦୁର୍ଗ। ନର୍ଲାଠାରୁ ମାତ୍ର ୫ କିଲୋମିଟର ଓ ରୁପ୍ରା ରେଳ ଷ୍ଟେସନ୍‌ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ଏହି ଦୁର୍ଗ। ଆଜି ବି ଏହି ଦୁର୍ଗର ଭଗ୍ନାବଶେଷ ଦେଖିଲେ ଜଣାପଡ଼େ ଯେ ଏହାର ନିର୍ମାଣ ଶୈଳୀ କେତେ ଉନ୍ନତ ମାନର ଥିଲା। ଏବେ ବି ପର୍ଯ୍ୟଟକ ଓ ଗବେଷକମାନଙ୍କ ପାଇଁ ଅସୁରଗଡ଼ ଦୁର୍ଗ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଦୁର୍ଗଭଳି କଳାହାଣ୍ଡି  ଜିଲ୍ଲାରେ ଆଉ ଏକ ପ୍ରାଚୀନ ଦୁର୍ଗ ହେଉଛି ଆମଠାଗୁଡ଼ ଦୁର୍ଗ।

 

 

The post ନୈସର୍ଗିକ ଶୋଭାର ଭଣ୍ଡାର କଳାହାଣ୍ଡି appeared first on Odisha Reporter.

]]>
left top, Odisha Tourism 2020-09-29 13:28:35 https://cdn.odishareporter.in/wp-content/uploads/2019/11/24094819/kalahandi.jpg
Odisha Tourism-A glimpse to the Tourist destination in Rourkela:ରାଉରକେଲାର ଦର୍ଶନୀୟ ସ୍ଥାନ https://odishareporter.in/life-style/beautiful-tourism-places-of-rourkela-461398 Sun, 17 Nov 2019 09:59:24 +0000 https://odishareporter.in/?p=461398

  ଲିପିକା ପ୍ରଧାନ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଇସ୍ପାତ ନଗରୀ ରାଉରକେଲା। ରାଉରକେଲାରେ ରହିଛି ଷ୍ଟିଲ୍‌ ଫ୍ଲାଣ୍ଟ୍, ଅନେକ ଶିକ୍ଷାନୁଷ୍ଠାନ ଓ ଦେବାଳୟ। ପୁଣି ସହରରେ ରହିଛି କେତୋଟି ଛୋଟ ବଡ଼ ପାର୍କ। ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଆଜି ଏହି ସହରରେ ବେଶ୍‌ ପରିଚିତ। ରାଉରକେଲାକୁ ଇସ୍ପାତ ନଗରୀ ବା ଷ୍ଟିଲ ସିଟି କୁହାଯାଏ। ଏଠାରେ ଇସ୍ପାତ କାରଖାନା ଗଢ଼ି ଉଠିଥିବାରୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ଆସି ଏହି ସହରରେ ବସବାସ କରୁଛନ୍ତି। ତେଣୁ […]

The post Odisha Tourism-A glimpse to the Tourist destination in Rourkela:ରାଉରକେଲାର ଦର୍ଶନୀୟ ସ୍ଥାନ appeared first on Odisha Reporter.

]]>
  •   ଲିପିକା ପ୍ରଧାନ

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଇସ୍ପାତ ନଗରୀ ରାଉରକେଲା। ରାଉରକେଲାରେ ରହିଛି ଷ୍ଟିଲ୍‌ ଫ୍ଲାଣ୍ଟ୍, ଅନେକ ଶିକ୍ଷାନୁଷ୍ଠାନ ଓ ଦେବାଳୟ। ପୁଣି ସହରରେ ରହିଛି କେତୋଟି ଛୋଟ ବଡ଼ ପାର୍କ। ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଆଜି ଏହି ସହରରେ ବେଶ୍‌ ପରିଚିତ। ରାଉରକେଲାକୁ ଇସ୍ପାତ ନଗରୀ ବା ଷ୍ଟିଲ ସିଟି କୁହାଯାଏ। ଏଠାରେ ଇସ୍ପାତ କାରଖାନା ଗଢ଼ି ଉଠିଥିବାରୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ଆସି ଏହି ସହରରେ ବସବାସ କରୁଛନ୍ତି। ତେଣୁ ରାଉରକେଲାକୁ ମିନି ଇଣ୍ଡିଆ ମଧ୍ୟ କୁହାଯାଏ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ରାଉରକେଲାରେ ସ୍ଥାନ ସ୍ୱତନ୍ତ୍ର। ରାଉରକେଲା ସହର ସମେତ ଏହାର ଆଖପାଖରେ ବହୁ ପର୍ଯ୍ୟଟନ ପୀଠ ରହିଛି। ତେଣୁ ପ୍ରତିଦିନ ଏହି ସହରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଦର୍ଶନ ପାଇଁ ଶହଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ।

ହନୁମାନ ବାଟିକା : ରାଉରକେଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହନୁମାନ ବାଟିକା। ଏଠାରେ ଥିବା ୭୫ ଫୁଟ୍‌ ଉଚ୍ଚର ହନୁମାନ ମୂର୍ତ୍ତି ଅନନ୍ୟ ଆକର୍ଷଣ। ଏହା ହେଉଛି ଏସିଆର ସବୁଠାରୁ ବଡ଼ ହନୁମାନ ମୂର୍ତ୍ତି। ଯାହାକୁ ଦେଖିବାକୁ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି ଷ୍ଟିଲ୍‌ ସିଟି ରାଉରକେଲାକୁ। ହନୁମାନ ବାଟିକାରେ ଥିବା ଏହି ବିରଳ ହନୁମାନକୁ ମୂର୍ତ୍ତିକୁ ଲକ୍ଷ୍ମଣ ସ୍ୱାମୀ ନିର୍ମାଣ କରିଥିଲେ। ହନୁମାନ ବାଟିକାର ବିରଳ ହନୁମାନ ମୂର୍ତ୍ତିକୁ ୧୯୯୪ ମସିହା ଫେବୃଆରୀ ୨୪ ତାରିଖରେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ହନୁମାନ ବାଟିକାର ମନୋରମ ଶୋଭା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ହନୁମାନ ବାଟିକା ପରିସରରେ ଆହୁରି ଅନେକ ଦେବଦେବୀ ପୂଜା ପାଆନ୍ତି। ଦେବୀ ମହାଲକ୍ଷ୍ମୀ, ଜଗନ୍ନାଥ, ରାଧାକୃଷ୍ଣ, ଭଗବାନ ସୋମନାଥ, ମା’ ସନ୍ତୋଷୀ ଆଦି ଦେବଦେବୀ ନିତ୍ୟ ପୂଜା ପାଉଛନ୍ତି ହନୁମାନ ବାଟିକା ପରିସରରେ। ଦେବଦେବୀଙ୍କ ଦର୍ଶନ ସହିତ ଏହି ପରିବେଶରେ ଶୋଭା ଭକ୍ତ ଓ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରେ।

ଇନ୍ଦିରା ଗାନ୍ଧୀ ପାର୍କ : ରାଉରକେଲାର ସହରର ମଧ୍ୟ ଭାଗରେ ଅବସ୍ଥିତ ସୌନ୍ଦର୍ଯ୍ୟମୟୀ ଇନ୍ଦିରା ଗାନ୍ଧୀ ପାର୍କ। ଅବସର ବିନୋଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ ହେଉଛି ଏହି ପାର୍କ। ସହରବାସୀ ତଥା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମନୋହରଣ କରିଥାଏ ଇନ୍ଦିରା ଗାନ୍ଧୀ ପାର୍କ। ବିଭିନ୍ନ କିସମର ଗଛ, ବହୁ ପ୍ରକାର ଫୁଲ, ଘାସଲତାରେ ପରିପୂର୍ଣ୍ଣ ଏହି ପାର୍କ। ରଙ୍ଗବେରଙ୍ଗ ଫୁଲ ଉପରେ ପ୍ରଜାପତି ବସିଥିବା ଦୃଶ୍ୟ ଅତ୍ୟନ୍ତ ଆରର୍ଷଣୀୟ। ପାର୍କ ଭିତରକୁ ପ୍ରବେଶ କଲେ ଲାଗେ ସତେ ଯେମିକି ପ୍ରକୃତିରାଣୀ ନିଜର ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇ ଓହ୍ଲେଇଛି ଇନ୍ଦିରା ଗାନ୍ଧୀ ପାର୍କକୁ। କୃତ୍ରିମ ହେଲେ ହେଁ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ପୁଣି ଉଜ୍ଜ୍ୱଳ ଆଲୋକମାଳାରେ ସୁସଜ୍ଜିତ ଏହି ପାର୍କ।

ପ୍ରତିଦିନ ସନ୍ଧ୍ୟା ସମୟରେ ଏହି ପାର୍କରେ ପ୍ରବଳ ଭିଡ଼ ହୁଏ। ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଇନ୍ଦିରାଗାନ୍ଧୀ ପାର୍କ ଭିତରେ ମ୍ୟୁଜିକ୍‌ ଫାଉଣ୍ଟେଟ୍‌ର ବ୍ୟବସ୍ଥା କରାଯାଇଛି। ଏହାର ଭରପୂର ମଜା ଉଠାନ୍ତି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ। ସେହିପରି ଛୋଟଛୋଟ ପିଲାମାନଙ୍କ ପାଇଁ ପାର୍କ ଭିତରେ ଦୋଳି, ଟ୍ରୟ ଟ୍ରେନ୍ ମଧ୍ୟ ରହିଛି। ତେଣୁ ଛୋଟଛୋଟ ପୁଅଝିଅ ପାର୍କରେ ପାଦଦେବା ମାତ୍ରେ ଆନନ୍ଦରେ ନାଚି ଉଠନ୍ତି। କେବଳ ଉଦ୍ୟାନର ପ୍ରାକୃତିକ ଶୋଭା ନୁହେଁ, ଏଠାରେ ରହିଛି ଏକ ଚିଡ଼ିଆଖାନା। ଏହି ଚିଡ଼ିଆଖାନାରେ ବାଘ, ଭାଲୁ, ହରିଣ,କୁଟୁରା, ସମ୍ୱର, ମୟୂର ଆଦି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ରହିଛନ୍ତି। ପ୍ରତିଦିନ ପାର୍କ ଆସୁଥିବା ଶହଶହ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଖୋରାକ୍ ଯୋଗାଇଥାଏ ଏହି ଚିଡ଼ିଆଖାନାଟି। ରାଉରକେଲାର ଇନ୍ଦିରା ଗାନ୍ଧୀ ପାର୍କର ଉଦ୍ୟାନ ହେଉ କି ଚିଡ଼ିଆଖାନା ଦର୍ଶକମାନଙ୍କ ମନକୁ ବେଶ୍‌ ଆକର୍ଷିତ କରିଥାଏ।

ନେହେରୁ ପାର୍କ: ଇନ୍ଦିରା ଗାନ୍ଧୀ ପାର୍କ ଭଳି ରାଉରକେଲାରେ ରହିଛି ଆଉ ଏକ ସୁନ୍ଦର ପାର୍କ। ଏହି ପାର୍କ ନାଁ ହେଉଛି ନେହେରୁ ପାର୍କ। ନେହେରୁ ପାର୍କରେ ନାନା ପ୍ରକାର ଫୁଲ ଓ ଗଛ ରହିଛି। ନିଜର କର୍ମକ୍ଲାନ୍ତ ଜୀବନକୁ ଟିକିଏ ହାଲୁକା କରିବା ପାଇଁ ଏହି ପାର୍କକୁ ସହରର ବିଭିନ୍ନ ବର୍ଗର ଲୋକେ ଆସିଥାନ୍ତି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଠାରେ ବୋଟିଂ ବ୍ୟବସ୍ଥା କରାଯାଇଛି। ବୋଟିଂର ଭରପୂର ମଜା ନେଇଥାନ୍ତି ଦର୍ଶକମାନେ। ଶୀତ ଋତୁରେ ପିକ୍‌ନିକ୍‌ ପାଇଁ ଏଠାରେ ଭିଡ଼ ଜମେ।

ମା’ ବୈଷ୍ଣୋଦେବୀ : ପାହାଡ଼ ଉପରେ ଅବସ୍ଥିତ ମା’ ବୈଷ୍ଣୋଦେବୀ ମନ୍ଦିର। ଅତ୍ୟନ୍ତ ସୁନ୍ଦର ପରିବେଶ ଭିତରେ ପୂଜା ପାଉଛନ୍ତି ମା’ ବୈଷ୍ଣୋଦେବୀ। ୨୦୦୩ ମସିହାରେ ନିର୍ମିତ ହୋଇଛି ମା’ ବୈଷ୍ଣୋଦେବୀଙ୍କ ଏହି ସୁଦୃଶ୍ୟ ମନ୍ଦିର। ବୈଷ୍ଣୋଦେବୀଙ୍କ ସହିତ ଏହି ମନ୍ଦିରରେ ମା’ ସରସ୍ୱତୀ, ମା’ କାଳୀ, ମା’ ଲକ୍ଷ୍ମୀ ପୂଜା ପାଉଛନ୍ତି। ମନ୍ଦିର ପରିସରରେ ଥିବା ମା’ ଦୁର୍ଗାଙ୍କ ମନ୍ଦିର ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର। ପ୍ରତିଦିନ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ପୂଜା ପାଇଁ ପ୍ରବଳ ଭିଡ଼ ଲାଗି ରୁହେ। ଦୁର୍ଗା ପୂଜା ସମୟରେ ମନ୍ଦିରରେ ଧୁମ୍‌ଧାମ୍‌ରେ ନବରାତ୍ର ପୂଜାର ଆୟୋଜନ ହୋଇଥାଏ।

ଜଗନ୍ନାଥ ମନ୍ଦିର : ରାଉରକେଲାର ସେକ୍ଟର -୩ରେ ରହିଛି ଜଗନ୍ନାଥ ମନ୍ଦିର। ବାଇଶି ପାହାଚ ବିଶିଷ୍ଟ ଏହି ମନ୍ଦିରରେ ଜଗନ୍ନାଥ ଭକ୍ତମାନଙ୍କୁ ଟାଣି ଆଣେ।୧୯୭୫ ମସିହାରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା। ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଠାକୁର ଅତି ଭକ୍ତି ଓ ଶ୍ରଦ୍ଧାର ସହ ପୂଜା ପାଉଛନ୍ତି। ଏଠାରେ ବହୁ ଆଡ଼ମ୍ୱର ସହକାରେ ରଥଯାତ୍ରା ପାଳିତ ହୁଏ।

ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ଆଖପାଖରେ ରହିଛି ଆହୁରି ଅନେକ ଦର୍ଶନୀୟ ସ୍ଥାନ। ରାଉରକେଲାର ମା’ ଭଗବତୀ ମନ୍ଦିର, ବେଦବ୍ୟାସ, ବୀରମିତ୍ରପୁର ରାଣୀସତୀ ମନ୍ଦିର ପ୍ରମୁଖ ମନ୍ଦିର ରହିଛି। ଦେବଦେବୀଙ୍କ ପ୍ରତି ଭକ୍ତ ମନର ଭକ୍ତି ଭାବନା ଏହିସବୁ ଆଧ୍ୟାତ୍ମିକ ପୀଠଗୁଡ଼ିକୁ ଟାଣି ଆଣେ। ରାଉରକେଲାକୁ ବୁଲିବାକୁ ଆସୁଥିବା ବାହାର ପର୍ଯ୍ୟଟକମାନଙ୍କ ପାଇଁ ରହିବା, ଖାଇବା ପାଇଁ ସହରରେ ବହୁ ହୋଟେଲ, ସରକାରୀ ଗେଷ୍ଟ ହାଉସ୍‌ ରହିଛି। ପର୍ଯ୍ୟଟକମାନେ ରାଉରକେଲାରେ ରହି ସହର ତଥା ସହର ଆଖପାଖରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ବୁଲି ଦେଖିପାରିବେ।

(ବିଦ୍ର- ଏହି ଲେଖାଟିକୁ ଡକ୍ଟର ସୁଶୀଲ କୁମାର ବାଗ୍‌ଙ୍କ ଅନୁମତି କ୍ରମେ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ ପୁସ୍ତକରୁ ଅଣାଯାଇଛି।)

The post Odisha Tourism-A glimpse to the Tourist destination in Rourkela:ରାଉରକେଲାର ଦର୍ଶନୀୟ ସ୍ଥାନ appeared first on Odisha Reporter.

]]>
left top, Odisha Tourism 2020-09-29 14:13:09 https://cdn.odishareporter.in/wp-content/uploads/2019/11/17151602/h1.jpg
Odisha Tourism: ଆଠମଲ୍ଲିକ- ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର https://odishareporter.in/life-style/athamalik-in-angul-is-full-with-beutiful-places-458678 Sun, 10 Nov 2019 08:09:44 +0000 https://odishareporter.in/?p=458678

ଇଂ ଆଭାସ କୁମାର କ୍ଷେତୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଓ ପିକ୍‌ନିକ୍‌ ସ୍ପଟ୍‌ ପାଇଁ ଏହା ଖୁବ୍‌ ପ୍ରସିଦ୍ଧ। ଏଠାକାର ରମଣୀୟ ପରିବେଶ ସବୁ ବର୍ଗର ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ। ଖାସ୍‌ କରି ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କ ପାଇଁ ଏହି ସ୍ଥାନଟି ସ୍ୱର୍ଗ ସଦୃଶ। ବିଶେଷକରି ଏଠାକାର ପଞ୍ଚଧାର ପର୍ବତମାଳା ସହିତ ଘଞ୍ଚ ଜଙ୍ଗଲ, ଝରଣାର କୁଳୁକୁଳୁ ନାଦ ତଥା ଉଷ୍ଣପ୍ରସ୍ରବଣ ଆଦି ବାସ୍ତବିକ ପ୍ରକୃତିର ଗୋଟିଏ ଗୋଟିଏ […]

The post Odisha Tourism: ଆଠମଲ୍ଲିକ- ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର appeared first on Odisha Reporter.

]]>
  • ଇଂ ଆଭାସ କୁମାର କ୍ଷେତୀ

ନୁଗୁଳ ଜିଲ୍ଲାର ଆଠମଲ୍ଲିକ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଓ ପିକ୍‌ନିକ୍‌ ସ୍ପଟ୍‌ ପାଇଁ ଏହା ଖୁବ୍‌ ପ୍ରସିଦ୍ଧ। ଏଠାକାର ରମଣୀୟ ପରିବେଶ ସବୁ ବର୍ଗର ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ। ଖାସ୍‌ କରି ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କ ପାଇଁ ଏହି ସ୍ଥାନଟି ସ୍ୱର୍ଗ ସଦୃଶ। ବିଶେଷକରି ଏଠାକାର ପଞ୍ଚଧାର ପର୍ବତମାଳା ସହିତ ଘଞ୍ଚ ଜଙ୍ଗଲ, ଝରଣାର କୁଳୁକୁଳୁ ନାଦ ତଥା ଉଷ୍ଣପ୍ରସ୍ରବଣ ଆଦି ବାସ୍ତବିକ ପ୍ରକୃତିର ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି କହିଲେ ଅତ୍ୟୁକ୍ତି ହେବନାହିଁ।

କ’ଣ ଦେଖିବେ : ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଆଠମଲ୍ଲିକର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଏଠାକାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି କୁକୁଡ଼ାଦରହ। ବଣଭୋଜି ପାଇଁ ଏହି ସ୍ଥାନଟି ବେଶ୍‌ ଲୋକପ୍ରିୟ। ସେହିପରି ଆଠମଲ୍ଲିକରୁ କିଆକଟା ରାଜ୍ୟ ରାଜପଥରେ ମାତ୍ର ୫ କିଲୋମିଟର ଗଲେ ପଡ଼େ ଓଡ଼ଶିଙ୍ଗା ଗ୍ରାମ। ଏହି ଗ୍ରାମରେ ରହିଛି ଦେଉଳଝରି ଉଷ୍ଣପ୍ରସ୍ରବଣ ଓ ଶ୍ରୀ ସିଦ୍ଧେଶ୍ୱର ବାବା ଶୈବପୀଠ।

ଶ୍ରୀ ସିଦ୍ଧେଶ୍ୱର ବାବା ଶୈବପୀଠ

କିଆବଣରେ ପରିବେଷ୍ଟିତ ଏହି ଆଧ୍ୟାତ୍ମିକ ସ୍ଥଳୀରେ ବାବାଙ୍କ ଲିଙ୍ଗରୁ ଅନବରତ ଜଳ ଉଦ୍‌ଗୀରଣ ହେଉଥାଏ, ଯାହା ବାବାଙ୍କ ଲିଙ୍ଗକୁ ଧୌତ କରିଥାଏ। ପୂର୍ବରୁ ଏଠାରେ ଛୋଟବଡ଼ ହୋଇ ୮୪ଟି ଉଷ୍ଣପ୍ରସ୍ରବଣ କୁଣ୍ଡ ଥିବାବେଳେ ଏବେ ମାତ୍ର ୨୪ଟି କୁଣ୍ଡ ଦେଖିବାକୁ ମିଳୁଛି। ଏଠାରେ ଭକ୍ତମାନଙ୍କ ସ୍ନାନ ପାଇଁ ଉଦ୍ଦିଷ୍ଟ ଥିବା ଦୁଇଟି ସ୍ନାନକୁଣ୍ଡର ଜଳ ପରସ୍ପରକୁ ଲଗାଲଗି ହୋଇ ରହିଛି।

ଉଭୟକୁଣ୍ଡର ଜଳ ପରସ୍ପର ମଧ୍ୟରେ ପ୍ରବାହିତ ହେଉଥିବାବେଳେ ଗୋଟିଏ କୁଣ୍ଡର ଜଳ ଗରମ ହୋଇଥିବା ବେଳେ ଅନ୍ୟଟି ଥଣ୍ଡା ଏବଂ ଉଭୟଙ୍କ ତାପମାତ୍ରା ସ୍ଥିର, ଯାହାକି ଅନ୍ୟ କୌଣସି ଉଷ୍ଣପ୍ରସ୍ରବଣଠାରୁ ଦେଖିବାକୁ ମିଳେ ନାହିଁ।

ମା’ ବିନିକେୟୀ ପୀଠ

ସେହିପରି ଆଠମଲ୍ଲିକଠାରୁ ପୂର୍ବକୁ ୨୫ କିଲୋମିଟର ଦୂରକୁ ଗଲେ ମହାନଦୀ କୂଳରେ ମା’ ବିନିକେୟୀ ପୀଠ ଅବସ୍ଥିତ। ଭଉୟ ମହାନଦୀର ଅବବାହିକା ଓ ପଞ୍ଚଧାର ପର୍ବତର ମିଳନସ୍ଥଳୀ ହେଉଛି ବିନିକେୟୀ। ଏଠାରେ ମା’ ବିନିକେୟୀଙ୍କ ମନ୍ଦିର ଥିବାବେଳେ, ଏଠାକାର ମନଛୁଆଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ପର୍ଯ୍ୟଟକଙ୍କର ମନ ମୋହିଥାଏ। ସେହିପରି ବିନିକେୟୀ ମଧ୍ୟ ହେଉଛି ସାତକୋଶିଆ ଗଣ୍ଡର ଉତ୍ପତ୍ତିସ୍ଥଳ। ଏଠାରେ ପର୍ଯ୍ୟଟକଙ୍କର ମନୋରଞ୍ଜନ ପାଇଁ ନୌବିହାରର ସୁବ୍ୟବସ୍ଥା ରହିଛି।

ମହାନଦୀ

ଆଠମଲ୍ଲିକର ଯଦୁପୁରଠାରେ ୩ କିଲୋମିଟର ଦୂରରେ ରହିଛି ଝିମେଇଚୁଆର ବାବା ଗୁପ୍ତେଶ୍ୱର ଶୈବପୀଠ। ଏହି ଶୈବପୀଠକୁ ଲାଗି ରହିଛି ଘଞ୍ଚ ଜଙ୍ଗଲ, ପାହାଡ଼ ଓ ଝରଣା। ବର୍ଷସାରା ବାବାଙ୍କ ଲିଙ୍ଗଟି ଜଳରେ ବୁଡ଼ି ରହିବା ସହ ଏହି ଲିଙ୍ଗରୁ ମଧ୍ୟ ଜଳ ଉଦ୍‌ଗୀରଣ ହୋଇଥାଏ। ଏଠାକାର ଥଣ୍ଡା ଓ ପ୍ରାକୃତିକ ପରିବେଶ ଖୁବ୍‌ ମନଛୁଆଁ।

ଏତଦ୍‌ବ୍ୟତୀତ ଆଠମଲ୍ଲିକ ସହର ନିକଟରେ ଆହୁରି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି। ସେଗୁଡ଼ିକ ହେଉଛି ମହାନଦୀ କୂଳରେ ଥିବା ବେଲପୁଞ୍ଜି ମଠ, ମାନ୍‌ଜୋର୍‌ ଡ୍ୟାମ୍‌, ସୁରେଶ୍ୱରୀ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ ମନ୍ଦିର, କୋରାବ୍‌ ଜଙ୍ଗଲ, ଟକବା ଜଙ୍ଗଲ, ତଲେଇ ପଥର, କେତକୀଝରଣ ଇଦ୍ୟାଦି।

କେମିତି ଯିବେ : ସଡ଼କ ପଥରେ ଭୁବନେଶ୍ୱରଠାରୁ ଆଠମଲ୍ଲିକର ଦୂରତା ୨୨୦ କିଲୋମିଟର। କଟକ, ଅନୁଗୁଳ, ସମ୍ୱଲପୁର, ବୌଦ୍ଧରୁ ସିଧାସଳଖ ବସ୍‌ ଯୋଗେ ଏଠାକୁ ଯାଇହେବ। ନିକଟତମ ରେଳଷ୍ଟେସନ ହେଉଛି ବଇଣ୍ଡା। ସେଠାରେ ପହଞ୍ଚି ଟ୍ୟାକ୍ସି କିମ୍ୱା ବସ୍‌ରେ ସୁବିଧାରେ ଆପଣ ଆଠମଲ୍ଲିକ ଯାଇପାରିବେ।

କେଉଁଠି ରହିବେ : ପର୍ଯ୍ୟଟକଙ୍କ ରହିବା ପାଇଁ ଆଠମଲ୍ଲିକରେ ପୂର୍ତ୍ତ ବିଭାଗ ବଙ୍ଗଳା, ମାନ୍‌ଜୋର୍‌ ବଙ୍ଗଳା, ଏନ୍‌ଏସି ଧର୍ମଶାଳା ଏବଂ ସିର୍କିଟ୍‌ ହାଉସ୍‌ ଆଦିର ବ୍ୟବସ୍ଥା ରହିଛି।

କ’ଣ କିଣିବେ : ଆଠମଲ୍ଲିକଠାରୁ ୨୦ କିଲୋମିଟର ଦୂରରେ ବେଲାଦୁଲା ନାମକ ଏକ ଗ୍ରାମ ରହିଛି। ସେଠାକାର ବୁଣାକାରମାନଙ୍କ ହାତ ତିଆରି ସମ୍ୱଲପୁରୀ ଶାଢ଼ି ଖୁବ୍‌ ପ୍ରସିଦ୍ଧ। ସେହିପରି ପର୍ଯ୍ୟଟକ ଚାହିଁଲେ ଆଠମଲ୍ଲିକରୁ ବାଉଁଶରେ ତିଆରି ବିଭିନ୍ନ ପ୍ରକାର ହସ୍ତ ଶିଳ୍ପକୁ ବେଶ୍‌ ସୁଲଭ ଦରରେ କିଣି ପାରିବେ।

କେବେ ଯିବେ : ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଲାଗିରହେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏପରିକି ବହୁ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାକୁ ବୁଲି ଆସିଥା’ନ୍ତି। ତେବେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଏଠାକୁ ଯିବା ପାଇଁ ଅକ୍ଟୋବରରୁ ଫେବୃଆରୀ ହେଉଛି ସବୁଠାରୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ସ୍ଥାନୀୟ ପରିବେଶ ବୁଲାବୁଲି କରିବା ପାଇଁ ଉପକୂଳ ହେବା ସହ ବଣଭୋଜି କରିବା ପାଇଁ ବେଶ୍‌ ମଜା ଲାଗିଥାଏ।

(ବିଦ୍ର- ଏହି ଲେଖାଟିକୁ ଡକ୍ଟର ସୁଶୀଲ କୁମାର ବାଗ୍‌ଙ୍କ ଅନୁମତି କ୍ରମେ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ ପୁସ୍ତକରୁ ଅଣାଯାଇଛି।)

The post Odisha Tourism: ଆଠମଲ୍ଲିକ- ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର appeared first on Odisha Reporter.

]]>
left top, Odisha Tourism, orissa tourism 2020-09-30 14:35:10 https://cdn.odishareporter.in/wp-content/uploads/2019/11/10131826/anugul.jpg
Odisha Tourism: ଆକର୍ଷଣୀୟ ଜଳବିଭବ-ମନ୍ଦିରା ଡ୍ୟାମ୍‌ https://odishareporter.in/life-style/mandira-dam-is-a-good-picnic-spot-455825 Sun, 03 Nov 2019 08:13:41 +0000 https://odishareporter.in/?p=455825

ବିବିଧ ବିଶ୍ୱ ଓଡ଼ିଶାରେ ରହିଛି ଅନେକ ଛୋଟ ବଡ଼ ନଦୀବନ୍ଧ। ସାଧାରଣତଃ ଡ୍ୟାମ୍‌ ବା ନଦୀବନ୍ଧ କହିଲେ ହୀରାକୁଦ, ରେଙ୍ଗାଲି, ଇନ୍ଦ୍ରାବତୀ ଆଦି ବୃହତ୍‌ ନଦୀବନ୍ଧକୁ ବୁଝାଯାଇଥାଏ। କିନ୍ତୁ ଅନେକ ସ୍ଥାନରେ ବହୁ କ୍ଷୁଦ୍ର ଓ ମଧ୍ୟମ ଧରଣର ନଦୀବନ୍ଧ ବା ଡ୍ୟାମ୍‌ ମଧ୍ୟ ନିର୍ମାଣ ହୋଇଛି। ଡ୍ୟାମ୍‌ ନିର୍ମାଣର ଲକ୍ଷ୍ୟ ମଧ୍ୟ ବିଭିନ୍ନ ପ୍ରକାର। ଯେମିତି ବିଦ୍ୟୁତ୍ ଉତ୍ପାଦନ, ଜଳ ସଂରକ୍ଷଣ, ଜଳସେଚନ ତଥା ମୃତ୍ତିକା କ୍ଷୟକୁ ନିୟନ୍ତ୍ରଣ କରିବା। ତେବେ ଅଳ୍ପ କେତୋଟି ବୃହତ୍‌ […]

The post Odisha Tourism: ଆକର୍ଷଣୀୟ ଜଳବିଭବ-ମନ୍ଦିରା ଡ୍ୟାମ୍‌ appeared first on Odisha Reporter.

]]>
  • ବିବିଧ ବିଶ୍ୱ

ଡ଼ିଶାରେ ରହିଛି ଅନେକ ଛୋଟ ବଡ଼ ନଦୀବନ୍ଧ। ସାଧାରଣତଃ ଡ୍ୟାମ୍‌ ବା ନଦୀବନ୍ଧ କହିଲେ ହୀରାକୁଦ, ରେଙ୍ଗାଲି, ଇନ୍ଦ୍ରାବତୀ ଆଦି ବୃହତ୍‌ ନଦୀବନ୍ଧକୁ ବୁଝାଯାଇଥାଏ। କିନ୍ତୁ ଅନେକ ସ୍ଥାନରେ ବହୁ କ୍ଷୁଦ୍ର ଓ ମଧ୍ୟମ ଧରଣର ନଦୀବନ୍ଧ ବା ଡ୍ୟାମ୍‌ ମଧ୍ୟ ନିର୍ମାଣ ହୋଇଛି। ଡ୍ୟାମ୍‌ ନିର୍ମାଣର ଲକ୍ଷ୍ୟ ମଧ୍ୟ ବିଭିନ୍ନ ପ୍ରକାର। ଯେମିତି ବିଦ୍ୟୁତ୍ ଉତ୍ପାଦନ, ଜଳ ସଂରକ୍ଷଣ, ଜଳସେଚନ ତଥା ମୃତ୍ତିକା କ୍ଷୟକୁ ନିୟନ୍ତ୍ରଣ କରିବା। ତେବେ ଅଳ୍ପ କେତୋଟି ବୃହତ୍‌ ତଥା ମଧ୍ୟମ ନଦୀବନ୍ଧକୁ ଛାଡ଼ି ଦେଲେ ଅନ୍ୟ କ୍ଷୁଦ୍ର ନଦୀବନ୍ଧଗୁଡ଼ିକ ଯଦିଓ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ନିର୍ମାଣ ହୋଇ ନଥାଏ, ତେବେ ଜଳ ସଂରକ୍ଷଣ ଓ ଜଳସେଚନର ଏ ନଦୀବନ୍ଧଗୁଡ଼ିକ ବେଶ୍‌ ସହାୟକ ହୋଇଥାଆନ୍ତି। ତେବେ କୃଷି ପାଇଁ ଜଳସେଚନର ଅଧିକା ଶିଳ୍ପ ପାଇଁ ମଧ୍ୟ ଜଳ ସଂରକ୍ଷଣ ତଥା ଜଳଯୋଗାଣ ପାଇଁ ନଦୀବନ୍ଧ ତଥା ଡ୍ୟାମ୍‌ଗୁଡ଼ିକ ନିର୍ମାଣ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଡ୍ୟାମ୍‌ ଗୁଡ଼ିକ ମଧ୍ୟରୁ ମନ୍ଦିରା ଡ୍ୟାମ୍‌, ସରବ୍‌ଗଡ଼ ଡ୍ୟାମ୍‌ ଓ ପିତା ମହଲ ଡ୍ୟାମ୍‌ ଅନ୍ୟତମ। ତତ୍‌ ସହ ଅନେକ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଡ୍ୟାମ୍‌ ମଧ୍ୟ ରହିଛି।

image credit- internet

ପାହାଡ଼ ଅଞ୍ଚଳରୁ ନିର୍ଗତ ବିଭିନ୍ ଛୋଟ ନଦୀ, ଉପନଦୀ, ଝରଣାଗୁଡ଼ିକ ବନ୍ଧାଯାଇ ସେଥିରେ ଚେକ୍‌ ପୋଷ୍ଟ ନିର୍ମାଣ କରି ଜଳ ସଂରକ୍ଷଣ କରାଯାଇଥାଏ। ଏହା ଫଳରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର କୃଷି ଜଳସେଚନ ହେବା ସହ ନିକଟବର୍ତ୍ତୀ ଶିଳ୍ପ ସଂସ୍ଥାମାନେ ମଧ୍ୟ ଆବଶ୍ୟକୀୟ ମୁତାବକ ଜଳ ଚାହିଦା ମେଣ୍ଟାଇଥାଆନ୍ତି। ଏହି ଆବଶ୍ୟକତାକୁ ଦେଖି ନିର୍ମାଣ ହୋଇଛି ମନ୍ଦିରା ଡ୍ୟାମ୍‌।

image credit- internet

ପ୍ରାକୃତିମ ମନୋରମ ପରିବେଶ ମଧ୍ୟରେ ନିର୍ମିତ ଏହି ଜଳାଶୟଟି ଦେଖିବାକୁ ବେଶ୍‌ ଆକର୍ଷଣୀୟ। ରାଉରକେଲାଠାରୁ ଅଳ୍ପ ଦୂର କାଂଶବାହାଲ ନିକଟରେ ଅବସ୍ଥିତ ମନ୍ଦିରା ଡ୍ୟାମ୍‌। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଏହା ଏକ ନିଜସ୍ୱ ପ୍ରକଳ୍ପ। ଷ୍ଟିଲ୍‌ ପ୍ଲାଣ୍ଟର ଜଳର ଚାହିଦା ମେଣ୍ଟାଇବା ସଙ୍ଗେ ସଙ୍ଗେ କର୍ମଚାରୀଙ୍କୁ ସୁବିଧାରେ ଜଳଯୋଗାଣ ପାଇଁ ଏହା ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଶଙ୍ଖନଦୀ ଉପରେ ନିର୍ମିତ ହୋଇଛି। ଏହାର ନିର୍ମାଣ କାଳ ୧୯୫୭ରୁ ୧୯୫୯ ମସିହା ମଧ୍ୟରେ ହୋଇଥିବା ଜଣାଯାଏ। ହାରୀକୁଦ ପ୍ରୋଜେକ୍ଟ ଅଥୋରିଟି ଏହାର ନିର୍ମାଣ ଦାୟିତ୍ୱ ତୁଲାଇଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ ନିର୍ମିତ ଏହି ପ୍ରକଳ୍ପ ଉଚ୍ଚତା ୩୫.୩୮ ମିଟର ହୋଇଥିବା ବେଳେ ଏହାର ଦୈର୍ଘ୍ୟ ୪୭୬.୭୨ ମିଟର। ଶଙ୍ଖ ନଦୀ ଉପରେ ନିର୍ମିତ ଏହି ଡ୍ୟାମ୍‌ଟି ସୁନ୍ଦରଗଡ଼ ଜିଲ୍ଲାର ଏକ ବିରଳ ମନୋରମ ବିଭବ କହିଲେ ଅତ୍ୟୁକ୍ତି ହେବ ନାହିଁ।

image credit- internet

ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ଏକ ଉନ୍ନତ ପିକ୍‌ନିକ୍‌ ସ୍ପଟ୍‌ ରୂପେ ମାନ୍ୟତା ପାଇଛି। ଏଠାକୁ ନିୟମିତ ଦୂରଦୂରାନ୍ତରରୁ ବହୁ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀ ଆସିଥା’ନ୍ତି। ରାଉରକେଲା ଇସ୍ପାତ କାରଖାନା ଜଳସଂପଦ ବିଭାଗ ଅଧୀନରେ ପରିଚାଳିତ ଅତିଥିଭବନ ଏଠାରେ ନିର୍ମାଣ କରାଯାଇଛି। ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅତି ସୁନ୍ଦର ପାର୍କ ମଧ୍ୟ ରହିଛି। ମନ୍ଦିରା ଡ୍ୟାମ୍‌ର ନୀଳ ଜଳରାଶି ପର୍ଯ୍ୟଟକଙ୍କ ମନକୁ ମୋହି ନେଇଥାଏ। ଏଠାକୁ ଥରେ ପ୍ରବେଶ କଲେ ଆଉ ଫେରି ଆସିବାକୁ ମନେ ହୁଏ ନାହିଁ। ଏହା ସୁନ୍ଦରଗଡ଼ ତଥା ଆଖପାଖ ଅଞ୍ଚଳ ପାଇଁ ଶ୍ରେଷ୍ଠ ସୁପରିଚିତ ତଥା ସୌନ୍ଦର୍ଯ୍ୟମୟୀ ପିକ୍‌ନିକ୍‌ ସ୍ପଟ୍‌ ଭାବରେ ଜନସାଧାରଣଙ୍କ ମନରେ ସ୍ଥାନ ପାଇସାରିଛି। ଫଟୋଗ୍ରାଫର୍‌ମାନେ ତାଙ୍କ ଲେନସ୍‌ରେ ସୁନ୍ଦର ଦୃଶ୍ୟରାଜିକୁ ଉତ୍ତୋଳନ କରିବା ପାଇଁ ଅନେକ ଅବସର ଏଠାରେ ଖୁନ୍ଦି ହୋଇରହିଛି।

image credit- internet

କେମିତି ଯିବେ ମନ୍ଦିରା ଡ୍ୟାମ୍‌

ସୁନ୍ଦରଗଡ଼ରୁ ରାଉରକେଲା ଗଲାବେଳେ ବା ରାଉରକେଲାରୁ ସୁନ୍ଦରଗଡ଼ ଆସିଲାବେଳେ ୧୦ ନମ୍ୱର ଜାତୀୟ ରାଜପଥର କାଂଶବାହଲ ନିକଟବର୍ତ୍ତୀ ଏକ ସ୍ଥାନ ପଡ଼େ ଲାଇଙ୍ଗ। ଏହି ଲାଇଙ୍ଗ ଛକଠାରୁ ଭିତରକୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ମନ୍ଦିରା ଡ୍ୟାମ୍‌। ତେବେ ଲାଇଙ୍ଗ ଛକ ରାଉରକେଲାଠାରୁ ୩୫ କିଲୋମିଟର। ବେଦବ୍ୟାସ ଛକଠାରୁ ୧୯ କିଲୋମିଟର ଦୂରରେ ଅବସ୍ଥିତ। ରାଜଗାଙ୍ଗପୁର ରାଣିବନ୍ଧ ଛକଠାରୁ ମାତ୍ର ୬ କିଲୋମିଟର ରାସ୍ତା ଅଟେ। ଲାଇଙ୍ଗ ଛକକୁ ଯିବା ପାଇଁ ସୁନ୍ଦରଗଡ଼ ଓ ରାଉରକେଲାଠାରୁ ସବୁବେଳେ ବସ୍‌ ସେବା ଅଛି। ତେବେ ଲାଇଙ୍ଗ ଛକଠାରୁ ବ୍ୟକ୍ତିଗତ ସୁବିଧାରେ ଯିବାକୁ ପଡ଼ିବ। ଅଟୋ, କାର୍‌, ଜିପ୍‌ ନିଜ ସୁବିଧାରେ ଭଡ଼ା କରି ମନ୍ଦିରା ଡ୍ୟାମ୍‌ ଯାଇ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଥରେ ଏଠାକୁ ଗଲେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖେ। ଆଉ ଫେରି ଆସିବାକୁ ମନ ହୁଏ ନାହିଁ। ଦିନରେ ସୂର୍ଯ୍ୟକିରଣ ମଧ୍ୟ ଏଠାରେ ତାହାର ତେଜ ମଳିନ କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସାହାଯ୍ୟ କରିଥାଏ।

ତେବେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଉଭୟ ଜଳ ପ୍ରକଳ୍ପ ଓ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମନ୍ଦିରା ଡ୍ୟାମ୍‌ ପର୍ଯ୍ୟଟକ ଓ ଭାବୁକମାନଙ୍କ ହୃଦୟରେ ସବୁଦିନ ପାଇଁ ସତେଜ ହୋଇ ରହିବ।

(ଏହି ଲେଖାଟିକୁ ଡକ୍ଟର ସୁଶୀଲ କୁମାର ବାଗ୍‌ଙ୍କ ଅନୁମତି କ୍ରମେ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ ପୁସ୍ତକରୁ ଅଣାଯାଇଛି।)

The post Odisha Tourism: ଆକର୍ଷଣୀୟ ଜଳବିଭବ-ମନ୍ଦିରା ଡ୍ୟାମ୍‌ appeared first on Odisha Reporter.

]]>
left bottom, Odisha Tourism, orissa tourism 2020-09-30 14:27:18 https://cdn.odishareporter.in/wp-content/uploads/2019/11/03133038/dam12.jpg
ସ୍ୱର୍ଗଠାରୁ କିଛି କମ୍‌ ନୁହେଁ ଏହି ସବୁ ବିଳାସପୂର୍ଣ୍ଣ ହୋଟେଲ୍‌ https://odishareporter.in/life-style/worlds-unique-and-amazing-hotels-400807 Tue, 02 Jul 2019 10:27:35 +0000 http://odishareporter.in/?p=400807

ନୂଆଦିଲ୍ଲୀ: ଦେଶବିଦେଶରେ ଭ୍ରମଣ କରିବା, ବିଳାସପୂର୍ଣ୍ଣ ହୋଟେଲ୍‌ରେ ରହିବା ଲାଗି ସମସ୍ତଙ୍କ ମନରେ ଇଚ୍ଛା ଥାଏ।  ଆଜି ଆପଣଙ୍କୁ ଏପରି କିଛି ହୋଟେଲ୍‌ ବିଷୟରେ କହିବୁ ଯାହା କୌଣସି ସ୍ୱର୍ଗଠାରୁ କମ୍‌ ନୁହେଁ। ଏହାକୁ ଦେଖିଲା ପରେ ସେହି ସ୍ଥାନକୁ ଯିବାକୁ ଆପଣଙ୍କୁ ନିଶ୍ଚୟ ଇଚ୍ଛା ହେବ। –ଏହା ହେଉଛି ମାଳଦ୍ୱୀପର ରେଙ୍ଗାଲି ଆଇସ୍‌ଲ୍ୟାଣ୍ଡରେ ତିଆରି ହୋଇଥିବା କେନରାଡ୍‌ ହୋଟେଲ୍‌। ଏହା ସମୁଦ୍ର ଭିତରେ ରହିଛି। ଏହା ଏଭଳି କୌଶଳରେ ନିର୍ମିତ ହୋଇଛି ଯେ, ହୋଟେଲ୍‌ ଭିତରୁ […]

The post ସ୍ୱର୍ଗଠାରୁ କିଛି କମ୍‌ ନୁହେଁ ଏହି ସବୁ ବିଳାସପୂର୍ଣ୍ଣ ହୋଟେଲ୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦେଶବିଦେଶରେ ଭ୍ରମଣ କରିବା, ବିଳାସପୂର୍ଣ୍ଣ ହୋଟେଲ୍‌ରେ ରହିବା ଲାଗି ସମସ୍ତଙ୍କ ମନରେ ଇଚ୍ଛା ଥାଏ।  ଆଜି ଆପଣଙ୍କୁ ଏପରି କିଛି ହୋଟେଲ୍‌ ବିଷୟରେ କହିବୁ ଯାହା କୌଣସି ସ୍ୱର୍ଗଠାରୁ କମ୍‌ ନୁହେଁ। ଏହାକୁ ଦେଖିଲା ପରେ ସେହି ସ୍ଥାନକୁ ଯିବାକୁ ଆପଣଙ୍କୁ ନିଶ୍ଚୟ ଇଚ୍ଛା ହେବ।

ଏହା ହେଉଛି ମାଳଦ୍ୱୀପର ରେଙ୍ଗାଲି ଆଇସ୍‌ଲ୍ୟାଣ୍ଡରେ ତିଆରି ହୋଇଥିବା କେନରାଡ୍‌ ହୋଟେଲ୍‌। ଏହା ସମୁଦ୍ର ଭିତରେ ରହିଛି। ଏହା ଏଭଳି କୌଶଳରେ ନିର୍ମିତ ହୋଇଛି ଯେ, ହୋଟେଲ୍‌ ଭିତରୁ ଚାରିପାଖକୁ ଦେଖିଲେ ଆପଣଙ୍କୁ ସମୁଦ୍ରର ସୁନ୍ଦର ମାଛ ଦେଖାଯିବ।

ପାହାଡ଼ ଉପରେ ତିଆରି ହୋଇଛି ସ୍ୱିଜର୍‌ଲ୍ୟାଣ୍ଡର ଇଷ୍ଟର କ୍ଲିଫ୍‌ ହୋଟେଲ୍‌। ଏହା ଦେଖିବାକୁ ବହୁତ ସୁନ୍ଦର। ଏହା ଏପରି ତିଆରି ହୋଇଛି ଯେ, ସେଠାକୁ ଗଲେ ଆପଣ ଏକ ନୂଆ ଏବଂ ଅଲଗା ଦୁନିଆରେ ପହଞ୍ଚିଲା ପରି ଅନୁଭବ କରିବେ ।

ଫ୍ରାନ୍ସର ଏଟ୍ରୋପ୍‌ ରିଭ୍ସ ହୋଟେଲ୍‌ ପ୍ରକୃତିର କୋଳରେ ତିଆରି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ହୋଟେଲ୍‌ର ଚାରିପାଖରେ ବରଫ ଢାଙ୍କି ହୋଇ ରହିଛି। ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଦେଖି ଆପଣ ବି ଭାବିବେ ସତରେ କ’ଣ ଏପରି ଜାଗା ରହିଛି।

ଏହା ହେଉଛି ଇଟାଲିର ରେଣ୍ଟୁରାଣ୍ଟ ଗ୍ରୋଟା ହୋଟେଲ୍‌। ଏହା ପାହାଡ଼ରେ ଥିବା ଏକ ଗୁମ୍ଫାରେ ତିଆରି ହୋଇଛି। ସନ୍ଧ୍ୟାବେଳେ ଏହି ହୋଟେଲ୍‌ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ଏହି ଜାଗାକୁ ଆପଣ ଗଲେ ସ୍ୱର୍ଗରେ ପହଞ୍ଚିଗଲା ପରି ଅନୁଭବ କରିବେ।

ଥାଇଲ୍ୟାଣ୍ଡର ରୟାଦି କରାବିରେ ତିଆରି ହୋଇଥିବା ଏହି ହୋଟେଲ୍‌ ଗ୍ରୋଟା ହୋଟେଲ୍‌ ଭଳି ଗୁମ୍ପାରେ ରହିଛି। ଗ୍ରୋଟା ହୋଟେଲ୍‌ ଏବଂ ଏହି ହୋଟେଲ୍‌ ଭିତରେ କେବଳ ଏହି ଫରକ୍‌ ଯେ, ଏହା ସମୁଦ୍ର ତଟରେ ରହିଛି।

ଜଙ୍ଗଲ ମଝିରେ ତିଆରି ହୋଇଥିବା ଏହି ହୋଟେଲ୍‌ ପ୍ରକୃତି ପ୍ରେମୀଙ୍କୁ ଖୁବ୍‌ ଭଲ ଲାଗିଥାଏ। ଏହି ହୋଟେଲ୍‌ର ନାମ ପଞ୍ଚୋରନ ରିଟ୍ରିଟ୍‌ ରିସୋର୍ଟ। ଏହା ଇଣ୍ଡୋନେସିଆର ଏକ ଦ୍ୱୀପରେ ରହିଛି।

ଫିଲିପିନ୍ସରେ ଥିବା ଏହି ହୋଟେଲ୍‌ର ନାମ ଭିଲ୍ଲା ଏସ୍କୋଡେରୋ ରେଣ୍ଟୁରାଣ୍ଟ। ଏହିଠାରେ ଥିବା ଝରଣା ପୁରାପୁରି ଅସଲି। ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ସବୁ ସୁବିଧା ରହିଛି।

The post ସ୍ୱର୍ଗଠାରୁ କିଛି କମ୍‌ ନୁହେଁ ଏହି ସବୁ ବିଳାସପୂର୍ଣ୍ଣ ହୋଟେଲ୍‌ appeared first on Odisha Reporter.

]]>
left bottom, tourist destinations 2020-09-30 13:24:19 https://odishareporter.in/wp-content/uploads/2019/07/x1.jpg
ଏହି ସ୍ଥାନରେ ରହିଛି ଭାରତର ଶେଷ ଗାଁ, ପୂରା ଗାଁରେ ରହିଛି ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ https://odishareporter.in/life-style/the-last-village-of-india-in-uttrakhand-397925 Tue, 25 Jun 2019 09:47:32 +0000 http://odishareporter.in/?p=397925

ଉତ୍ତରାଖଣ୍ଡ: ଭାରତରେ ଅନେକ ଗାଁ ରହିଛି। ବିଭିନ୍ନ ଗାଁ କିଛି ନା କିଛି ସଂସ୍କୃତି ପରମ୍ପରା ପାଇଁ ଜଣାଯାଏ। ତାହା ସେହି ଗାଁକୁ ପରିଚୟ ଦେଇଥାଏ। ଆପଣ ବିଭିନ୍ନ ଗାଁକୁ ଯାଇଥିବେ, କିନ୍ତୁ କେବେ ଭାବିଛନ୍ତି ଭାରତର ଶେଷ ଗାଁ କେଉଁଠାରେ ରହିଛି। ଆଜ୍ଞା ହଁ, ଉତ୍ତରାଖଣ୍ଡରେ ଏପରି ଏକ ଗାଁ ରହିଛି ଯାହା ଭାରତର ଶେଷ ଗାଁ। ଏହି ଗାଁ ପରେ ଚୀନ୍‌ ସୀମା ଆରମ୍ଭ ହୋଇଥାଏ। ଏହି ଗାଁର ନାମ ହେଉଛି ‘ମାଣା’ ଗାଁ। […]

The post ଏହି ସ୍ଥାନରେ ରହିଛି ଭାରତର ଶେଷ ଗାଁ, ପୂରା ଗାଁରେ ରହିଛି ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ appeared first on Odisha Reporter.

]]>

ଉତ୍ତରାଖଣ୍ଡ: ଭାରତରେ ଅନେକ ଗାଁ ରହିଛି। ବିଭିନ୍ନ ଗାଁ କିଛି ନା କିଛି ସଂସ୍କୃତି ପରମ୍ପରା ପାଇଁ ଜଣାଯାଏ। ତାହା ସେହି ଗାଁକୁ ପରିଚୟ ଦେଇଥାଏ। ଆପଣ ବିଭିନ୍ନ ଗାଁକୁ ଯାଇଥିବେ, କିନ୍ତୁ କେବେ ଭାବିଛନ୍ତି ଭାରତର ଶେଷ ଗାଁ କେଉଁଠାରେ ରହିଛି।

ଆଜ୍ଞା ହଁ, ଉତ୍ତରାଖଣ୍ଡରେ ଏପରି ଏକ ଗାଁ ରହିଛି ଯାହା ଭାରତର ଶେଷ ଗାଁ। ଏହି ଗାଁ ପରେ ଚୀନ୍‌ ସୀମା ଆରମ୍ଭ ହୋଇଥାଏ। ଏହି ଗାଁର ନାମ ହେଉଛି ‘ମାଣା’ ଗାଁ। ଏଠାକୁ ଗଲେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆପଣ ପାଖରୁ ଦେଖିପାରିବେ। ଜାଣନ୍ତୁ ଏହି ଜାଗା ବିଷୟରେ ଅଧିକ କିଛି।

କେଉଁଠି ଅବସ୍ଥିତ ଭାରତର ଶେଷ ଗାଁ

ଉତ୍ତରାଖଣ୍ଡରେ ଥିବା ବଦ୍ରିନାଥ ଧାମରୁ ପ୍ରାୟ ୪ କିଲୋମିଟର୍‌ ଦୂରରେ ଏହି ଗାଁ ରହିଛି। ଏହି ଗାଁରେ କେବଳ କିଛି ମାସ ହିଁ ଲୋକଙ୍କର ଚଳପ୍ରଚଳ ହୋଇଥାଏ। ଯେଉଁପର୍ଯ୍ୟନ୍ତ ବଦ୍ରିନାଥ ଧାମକୁ ଲୋକେ ଆସିବା ବନ୍ଦ କରିଦେଇଥାନ୍ତି, ସେତେବେଳେ ଏହି ଗାଁକୁ ମଧ୍ୟ ଲୋକମାନଙ୍କର ଆସିବା ବନ୍ଦ ହୋଇଯାଏ।

ଦେଖିବାକୁ ପାଇବେ ଏହି ସବୁ

ଉତ୍ତରାଖଣ୍ଡ ପ୍ରକୃତିର କୋଳରେ ରହିଛି କହିଲେ କିଛି ଭୁଲ୍‌ ହେବ ନାହିଁ। ସେହିପରି ମାଣା ଗାଁ ମଧ୍ୟ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠାରେ ଅନେକ ପୌରାଣିକ ଜାଗା ମଧ୍ୟ ରହିଛି। ଏଠାରେ ଗଶେଶ ଗୁମ୍ପା , ଭାରତ-ଚୀନ୍‌ ସୀମା, ହିମାଳୟ ଇତ୍ୟାଦିର ସୌନ୍ଦର୍ଯ୍ୟକୁ ଆପଣ ମନଭରି ଉପଭୋଗ କରିପାରିବେ।

ଏଠାକୁ ଯିବାର ପ୍ରକୃଷ୍ଟ ସମୟ

ମେ’ ରୁ ଅକ୍ଟୋବର ମାସ  ହେଉଛି ଏହି ଗାଁକୁ ବୁଲି ଯିବାର ପ୍ରକୃଷ୍ଟ ସମୟ। ଏହି ସମୟରେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଏହି ଗାଁକୁ ଆସିଥାନ୍ତି। ଏହି ସମୟରେ ବଦ୍ରିନାଥ ମନ୍ଦିର ଖୋଲୁଥିବାରୁ ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ସ୍ୱର୍ଗଠାରୁ କିଛି କମ୍‌ ଲାଗେ ନାହିଁ।

କିପରି ଯିବେ

ହରିଦ୍ୱାର ଏବଂ ଋଷିକେଶରୁ ଏହି ଗାଁକୁ ଆପଣ ସଡ଼କପଥରେ ଯାଇପାରିବେ। ହରିଦ୍ୱାରରୁ ମାଣା ଗାଁକୁ ଯିବାକୁ ଆପଣଙ୍କୁ ଟ୍ୟାକ୍ସି ଏବଂ ବସ୍‌ ମଧ୍ୟ ମିଳିଯିବ। ହରିଦ୍ୱାର ପର୍ଯ୍ୟନ୍ତ ଆପଣ ଭାରତର ଯେ, କୌଣସି ସ୍ଥାନରୁ ରେଳପଥ ମାଧ୍ୟମରେ ଆସି ପାରିବେ।

The post ଏହି ସ୍ଥାନରେ ରହିଛି ଭାରତର ଶେଷ ଗାଁ, ପୂରା ଗାଁରେ ରହିଛି ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ appeared first on Odisha Reporter.

]]>
left bottom, Odisha Tourism 2020-09-30 15:04:26 https://odishareporter.in/wp-content/uploads/2019/06/l01.jpg
ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ‘ଚାଙ୍ଗଲାଙ୍ଗ୍‌’ ଥରେ ବୁଲି ଆସନ୍ତୁ https://odishareporter.in/life-style/arunachal-pradesh-changlang-best-places-to-visit-390611 Thu, 06 Jun 2019 08:52:56 +0000 http://odishareporter.in/?p=390611

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଐତିହାସିକ ଜାଗା ଭ୍ରମଣ କରିବାକୁ ଚାହୁଁଛନ୍ତି, ତା ହେଲେ  ଅରୁଣାଚଳପ୍ରଦେଶସ୍ଥିତ ‘ଚାଙ୍ଗଲାଙ୍ଗ’ ପ୍ରକୃଷ୍ଟ ସ୍ଥାନ। ପ୍ରକୃତି କୋଳରେ ବସିଥିବା ଏହି ଗାଁ ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠାକୁ ଥରେ ବୁଲି ଆସିଲେ, ପାହାଡ, ଘଞ୍ଚ ଜଙ୍ଗଲ ମଧ୍ୟରେ ମାଇଲି ମାଇଲି ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥବା ପର୍ବତ ଶୃଙ୍ଖଳାକୁ ଦେଖି ଆପଣ ସବୁ ଚିନ୍ତା ଭୁଲିଯିବେ। କ’ଣ ଦେଖିବେ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କର […]

The post ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ‘ଚାଙ୍ଗଲାଙ୍ଗ୍‌’ ଥରେ ବୁଲି ଆସନ୍ତୁ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଐତିହାସିକ ଜାଗା ଭ୍ରମଣ କରିବାକୁ ଚାହୁଁଛନ୍ତି, ତା ହେଲେ  ଅରୁଣାଚଳପ୍ରଦେଶସ୍ଥିତ ‘ଚାଙ୍ଗଲାଙ୍ଗ’ ପ୍ରକୃଷ୍ଟ ସ୍ଥାନ। ପ୍ରକୃତି କୋଳରେ ବସିଥିବା ଏହି ଗାଁ ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠାକୁ ଥରେ ବୁଲି ଆସିଲେ, ପାହାଡ, ଘଞ୍ଚ ଜଙ୍ଗଲ ମଧ୍ୟରେ ମାଇଲି ମାଇଲି ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥବା ପର୍ବତ ଶୃଙ୍ଖଳାକୁ ଦେଖି ଆପଣ ସବୁ ଚିନ୍ତା ଭୁଲିଯିବେ।

କ’ଣ ଦେଖିବେ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କର ଏଠାରେ କବରସ୍ଥାନ ରହିଛି। ଯାହାକି ‘ଜୟରାମପୁର କବରସ୍ଥାନ’ ନାମରେ ପରିଚିତ। ଏଠାରେ ପହଞ୍ଚି ଆପଣ ଉକ୍ତ ଯୁଦ୍ଧର ବିଭୀଷିକାକୁ ମଧ୍ୟ ହୃଦୟଙ୍ଗମ କରିପାରିବେ।

ଚାଙ୍ଗଲାଙ୍ଗରେ ଏକ ନ୍ୟାସନାଲ ପାର୍କ ରହିଛି। ଯେଉଁଠାରେ ଆପଣ ବାଘଠୁ ଆରମ୍ଭ କରି ହିମାଳୟ ଭାଲୁ. ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, ଭଳିକି ଭଳି ବୃକ୍ଷରାଜି ମଧ୍ୟ ଦେଖି ପାରିବେ।  ଏଠାରେ ଥିବା ନୋଆ-ଦେହିଙ୍ଗ ନଦୀ କୂଳରେ ତିବତଙ୍କ ବସତି ରହିଛି। ତେଣୁ ଆପଣ ଏଠାକୁ ବୁଲି ଆସିଥିଲେ, ସେମାନଙ୍କଠାରୁ ଶୀତ ବସ୍ତ୍ର ନେବାକୁ ଭୁଲନ୍ତୁ ନାହିଁ।

ଚାଙ୍ଗଲାଙ୍ଗରେ ଥିବା ଏକ ହ୍ରଦର ନାଁ ‘ ଲେକ୍‌ ଅଫ୍‌ ନୋ ରିଟର୍ନ’। ଏଠାକୁ ଆସୁଥିବା ପର୍ଯ୍ୟଟକ ଏହି ହ୍ରଦ ବୁଲି ଯିବାକୁ ଭୁଲନ୍ତି ନାହିଁ। ଏହାର ନାମକରଣ ପଛରେ ରହିଛି ଏକ ବିଶେଷତ୍ୱ।  କୁହାଯାଏ , ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଏକ ପ୍ଲେନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଏହି ହ୍ରଦର ଏପରି ନାମକରଣ ହୋଇଛି। ଏହାର ଅର୍ଥ ଏହା ଏପରି ଏକ ହ୍ରଦ ଯେଉଁଠିକି ଥରେ ଆସିଲେ କେହି ଫେରନ୍ତି ନାହିଁ।

କିପରି ଯିବେ:   ଚାଙ୍ଗଲାଙ୍ଗରେ ପହଞ୍ଚିବାକୁ ଆପଣ ଆକାଶମାର୍ଗ, ରେଳପଥ କିମ୍ୱା ସଡକ ପଥ ବାଛି ପାରିବେ। ଆପଣ ଦିଲ୍ଲୀରୁ ଏଠାକୁ ଯିବାକୁ ଚାହୁଁଥିଲେ ରେଳପଥରେ ୫୦ ଘଣ୍ଟା ଯାତ୍ରା କରିବାକୁ ପଡିବ। ଏହାର ନିକଟତମ ଏୟାରପୋର୍ଟ ହେଉଛି ଆସାମର ମୋହନବାଡି। ଏହା ଚାଙ୍ଗଲାଙ୍ଗଠାରୁ  ୧୮୨ କି.ମି. ଦୂରରେ ସ୍ଥିତ। ଏଠାରୁ ଆପଣ ବସ୍‌ ଯୋଗେ ନଚେତ ଟ୍ୟାକ୍ସି ରିଜର୍ଭ କରି ଯାଇ ପାରିବେ।

ଯଦି ଆପଣ ଟ୍ରେନରେ ଯିବାକୁ  ଚାହିଁଛନ୍ତି ତା ହେଲେ ନିକଟତମ ରେଳଷ୍ଟେଶନ ହେଉଛି ଆସାମର ତିନସୁକିୟା।  ଏହା ସହରଠାରୁ ପ୍ରାୟ ୧୪୧ କି.ମି ଦୂରରେ ସ୍ଥିତ। ଆପଣ ବସ୍‌ରେ ବି ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆପଣ ବର୍ଷର ଯେକୌଣସି ସମୟରେ ଏଠାକୁ ଯାଇ ପ୍ରକୃତି କୋଳିରେ ନିଜକୁ ହଜାଇ ପାରିବେ।

The post ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ‘ଚାଙ୍ଗଲାଙ୍ଗ୍‌’ ଥରେ ବୁଲି ଆସନ୍ତୁ appeared first on Odisha Reporter.

]]>
left bottom 2019-06-06 14:26:21 https://odishareporter.in/wp-content/uploads/2019/06/changlang-1...jpg
ଏପରି ମନ୍ଦିର,ଏକ ସଙ୍ଗେ ଦେବୀ ଦର୍ଶନ କରିପାରିବେନି ସ୍ୱାମୀ ସ୍ତ୍ରୀ https://odishareporter.in/life-style/shrai-koti-temple-where-husband-and-wife-can-not-worship-together-383099 Mon, 20 May 2019 07:29:55 +0000 http://odishareporter.in/?p=383099

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ବିବାହ ପରେ ସ୍ୱାମୀ ସ୍ତ୍ରୀ ୭ ଜନ୍ମ ପାଇଁ ପରସ୍ପରର ହୋଇଯାନ୍ତି। ସୁଖଦୁଃଖ, ଭଲମନ୍ଦ, ଘାତ ପ୍ରତିଘାତ ଯାହା ବି ଆସିଲେ, ଏକ ସଙ୍ଗେ ତାହାର ମୁକାବିଲା କରିଥାନ୍ତି।   ସ୍ୱାମୀ ସ୍ତ୍ରୀ ଏକ ସଙ୍ଗେ ମନ୍ଦିର ଗଲେ, ସେମାନଙ୍କ ବୈବାହିକ ଜୀବନ,  ପାରିବାରିକ ଜୀବନ ସୁଖମୟ ହୋଇଥାଏ।  ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ, ଦେବାଦେବୀଙ୍କ ପୂଜା ଏକ ସଙ୍ଗେ ୨ ଜଣ ନ କଲେ ଉକ୍ତ କାର୍ଯ୍ୟ ସଫଳ ହୁଏ ନାହିଁ ବୋଲି […]

The post ଏପରି ମନ୍ଦିର,ଏକ ସଙ୍ଗେ ଦେବୀ ଦର୍ଶନ କରିପାରିବେନି ସ୍ୱାମୀ ସ୍ତ୍ରୀ appeared first on Odisha Reporter.

]]>

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ବିବାହ ପରେ ସ୍ୱାମୀ ସ୍ତ୍ରୀ ୭ ଜନ୍ମ ପାଇଁ ପରସ୍ପରର ହୋଇଯାନ୍ତି। ସୁଖଦୁଃଖ, ଭଲମନ୍ଦ, ଘାତ ପ୍ରତିଘାତ ଯାହା ବି ଆସିଲେ, ଏକ ସଙ୍ଗେ ତାହାର ମୁକାବିଲା କରିଥାନ୍ତି।   ସ୍ୱାମୀ ସ୍ତ୍ରୀ ଏକ ସଙ୍ଗେ ମନ୍ଦିର ଗଲେ, ସେମାନଙ୍କ ବୈବାହିକ ଜୀବନ,  ପାରିବାରିକ ଜୀବନ ସୁଖମୟ ହୋଇଥାଏ।  ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ, ଦେବାଦେବୀଙ୍କ ପୂଜା ଏକ ସଙ୍ଗେ ୨ ଜଣ ନ କଲେ ଉକ୍ତ କାର୍ଯ୍ୟ ସଫଳ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଦେବୀଙ୍କ ଦର୍ଶନ ଏକ ସଙ୍ଗେ କରି ପାରିବେନି ସ୍ୱାମୀସ୍ତ୍ରୀ। ଭୁଲରେ ବି ଏପରି କଲେ ଏଥିଲାଗି ସେମାନଙ୍କୁ ଭୋଗିବାକୁ ପଡ଼ିବ ଦଣ୍ଡ, ସମ୍ପର୍କରେ ଦେଖାଯିବ ଫାଟ।

ଭାରତରେ ଏପରି ବହୁ ମନ୍ଦିର ଅଛି ଯାହାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ। କେଉଁଆଡେ ମନ୍ଦିରରେ ପ୍ରବେଶ ନିସିଦ୍ଧ ତ କେଉଁଠି ପୁରୁଷଙ୍କ ପ୍ରବେଶ ମନା।  କିନ୍ତୁ ଆଜି ଏପରି ଏକ ମନ୍ଦିର ବିଷୟରେ ଆପଣଙ୍କୁ କହିବୁ,  ଯେଉଁଠାରେ ସ୍ୱାମୀ ସ୍ତ୍ରୀ ଏକ ସଙ୍ଗେ  ଦେବୀଙ୍କ ଦର୍ଶନ କରିବା ମନା। ଏହାର ରହସ୍ୟ ଭଗବାନ ଶିବଙ୍କ ସହ ଯୋଡ଼ି ହୋଇଛି।

ମା’ ଦୁର୍ଗାଙ୍କ ଏହି ମନ୍ଦିର ଶିମଲାର ରାମପୁର ନାମକ ସହରରେ ରହିଛି । ଏଠାରେ ସ୍ୱାମୀସ୍ତ୍ରୀ ଏକ ସଙ୍ଗେ ପୂଜା କରିବା କିମ୍ୱା ମା’ ଦୁର୍ଗାଙ୍କ ଦର୍ଶନ କରିବା ମନା। ଏପରି ବାରଣ ସତ୍ତ୍ୱେ ଯଦି କୌଣସି ଦମ୍ପତି  ଏକ ସଙ୍ଗେ ଦେବୀଙ୍କ ପ୍ରତିମାର ଦର୍ଶନ କରନ୍ତି, ତେବେ ସେମାନଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡେ ବୋଲି ବିଶ୍ୱାସ ରହିଛି।

ଏହି ମନ୍ଦିର ଶ୍ରାୟି କୋଟି ମାତାଙ୍କ ମନ୍ଦିର ନାମରେ ପରିଚିତ। ଏହା ପୂର୍ବ ହିମାଚଳରେ ଏକ ପ୍ରସିଦ୍ଧ ମନ୍ଦିର ଅଟେ। ଏହି ମନ୍ଦିର ଭିତରକୁ ଏକ ସଙ୍ଗେ ଯିବାକୁ ଦମ୍ପତିଙ୍କ ଉପରେ ନାହିଁ କଟକଣା। ହେଲେ ମାତାଙ୍କ ଦର୍ଶନ କରିବାକୁ ଅଲଗା ଅଲଗା ଯିବା ନିୟମ ଏଠାରେ ପ୍ରଚଳିତ। ଏହା ପଛରେ ଏକ ଲୋକକଥା ରହିଛି।

ଥରେ ଭଗବାନ ଶିବ ନିଜ ୨ ପୁତ୍ର ଗଣେଶ ଓ କାର୍ତ୍ତିକଙ୍କୁ ବ୍ରହ୍ମାଣ୍ଡ ଘୂରି ଆସିବାକୁ କହିଲେ। କାର୍ତ୍ତିକ ନିଜ ବାହନ ଉପରେ ବସି ବ୍ରହ୍ମାଣ୍ଡ ବୁଲିବାକୁ ଚାଲିଗଲେ। କିନ୍ତୁ ଗଣେଶ ସେଠାରୁ ଗଲେ ନାହିଁ। ସେ ନିଜ ପିତାମାତାଙ୍କ ଚାରିପାଖରେ ବୁଲି ବ୍ରହ୍ମାଣ୍ଡ ଭ୍ରମଣ କରିଦେଲେ ବୋଲି କହିଲେ।  କିନ୍ତୁ କାର୍ତ୍ତିକ ଯେବେ ବ୍ରହ୍ମାଣ୍ଡ ବୁଲିକି ଆସିଲେ, ସେ ଦେଖିଲେ ଗଣେଶଙ୍କ ବିବାହ ହୋଇ ସାରିଛି।

ଏହାଦେଖି ସେ କ୍ରୋଧାନ୍ୱିତ ହୋଇଗଲେ। ପ୍ରତିଶୋଧପରାୟଣ ହୋଇ ବିବାହ ନ କରିବାକୁ ସଙ୍କଳ୍ପ ନେଲେ। କାର୍ତ୍ତିକଙ୍କ ଏହି ସଙ୍କଳ୍ପକୁ କିନ୍ତୁ ସହଜେ ଗ୍ରହଣ କରି ପାରିଲେନି ତାଙ୍କ ମାତା ପାର୍ବତୀ। ଫଳରେ ତାଙ୍କ ମୁହଁରୁ ବାହାରିଗଲା ଅଭିଶାପ। କହିଲେ ଯେଉଁ ଦମ୍ପତି ଏକ ସଙ୍ଗେ ଏହି ମନ୍ଦିରରେ ଦର୍ଶନ କରିବେ ସେ ପରସ୍ପରଠୁ ଅଲଗା ହୋଇଯିବେ। ସେବେଠାରୁ କୌଣସି ଦମ୍ପତି ଏକ ସଙ୍ଗେ ଏଠାରେ ପୂଜା କରନ୍ତି ନାହିଁ।

The post ଏପରି ମନ୍ଦିର,ଏକ ସଙ୍ଗେ ଦେବୀ ଦର୍ଶନ କରିପାରିବେନି ସ୍ୱାମୀ ସ୍ତ୍ରୀ appeared first on Odisha Reporter.

]]>
left bottom 2019-05-20 13:29:17 https://odishareporter.in/wp-content/uploads/2019/05/mandira-4...jpg
ଭାରତର ଏହି ସ୍ଥାନରେ ପୂଜା ପାଆନ୍ତି ‘ଗୋବର ଗଣେଶ’ https://odishareporter.in/life-style/gobar-ganesh-mandir-maheshwer-m-p12-380448 Wed, 15 May 2019 09:06:17 +0000 https://odishareporter.in/?p=380448

ମୁମ୍ବାଇ: ଆପଣ ବହୁତ ମନ୍ଦିର ଯାଇଥିବେ। ପ୍ରାୟ ସବୁ ମନ୍ଦିରରେ ଆପଣ ପଥର, ମାଟି, ସୁନା ବା ରୂପାର ମୁର୍ତ୍ତି ଦେଖିଥିବେ। କିନ୍ତୁ ଆଜି ଆପଣଙ୍କୁ ଏପରି ଏକ ଭଗବାନଙ୍କ ମୁର୍ତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ଗୋବରରେ ତିଆରି ହୋଇଛି। ଭାରତରେ ଯେତେ ବି ମନ୍ଦିର ଅଛି ସବୁ ମନ୍ଦିରର କିଛି ନା କିଛି ଇତିହାସ ରହିଛି। ତେବେ ଆପଣ ଏହା ବିଶ୍ୱାସ କରିବେନି କି, ଏହି ମନ୍ଦିରରେ ପୂଜା ପାଉଥିବା ଭଗବାନ ଗଣେଶ ଗୋବରରେ […]

The post ଭାରତର ଏହି ସ୍ଥାନରେ ପୂଜା ପାଆନ୍ତି ‘ଗୋବର ଗଣେଶ’ appeared first on Odisha Reporter.

]]>

ମୁମ୍ବାଇ: ଆପଣ ବହୁତ ମନ୍ଦିର ଯାଇଥିବେ। ପ୍ରାୟ ସବୁ ମନ୍ଦିରରେ ଆପଣ ପଥର, ମାଟି, ସୁନା ବା ରୂପାର ମୁର୍ତ୍ତି ଦେଖିଥିବେ। କିନ୍ତୁ ଆଜି ଆପଣଙ୍କୁ ଏପରି ଏକ ଭଗବାନଙ୍କ ମୁର୍ତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ଗୋବରରେ ତିଆରି ହୋଇଛି। ଭାରତରେ ଯେତେ ବି ମନ୍ଦିର ଅଛି ସବୁ ମନ୍ଦିରର କିଛି ନା କିଛି ଇତିହାସ ରହିଛି। ତେବେ ଆପଣ ଏହା ବିଶ୍ୱାସ କରିବେନି କି, ଏହି ମନ୍ଦିରରେ ପୂଜା ପାଉଥିବା ଭଗବାନ ଗଣେଶ ଗୋବରରେ ତିଆରି ହୋଇଛନ୍ତି।

କେଉଁଠି ଅଛି ଏହି ମନ୍ଦିର

ଏହି ମନ୍ଦିର ମଧ୍ୟପ୍ରଦେଶର ମହେଶ୍ୱର ନାମକ ସ୍ଥାନରେ ରହିଛି। ଏଠାରେ ଭଗବାନ ଗଣେଶ ଦକ୍ଷିଣ ମୁଖା ହୋଇ ଦର୍ଶନ ଦେଉଛନ୍ତି। ଏହି ମନ୍ଦିରର ମୂର୍ତ୍ତି ଗୋବରରେ ତିଆରି ହୋଇଥିବାରୁ ଏହି ମନ୍ଦିରକୁ ଗୋବର ଗଣେଶ ମନ୍ଦିର ବୋଲି କୁହାଯାଏ। । ଏହି ମୂର୍ତ୍ତି  ୯୦୦ ବର୍ଷ  ପୁରୁଣା ବୋଲି କୁହାଯାଏ।

ମନ୍ଦିରର ଗଠନ ଶୈଳୀ

ଆମେ ଯଦି ଏହି ମନ୍ଦିରର ଗଠନ ଶୈଳୀ ଦେଖିବା ତାହାଲେ ଏହା ବାହାରକୁ ମସ୍‌ଜିଦ୍‌ ଭଳି ଦେଖାଯିବ। କୁହାଯାଏ ଯେ, ଔରଙ୍ଗ୍‌ଜେବ୍‌ଙ୍କ ଶାସନ କାଳରେ ଏହି ମନ୍ଦିରକୁ ଭାଙ୍ଗି ମସ୍‌ଜିଦ୍‌ ତିଆରି କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏଥିପାଇଁ ଏହି ମନ୍ଦିର ମସ୍‌ଜିଦ୍‌ ଭଳି ଦେଖାଯାଏ।

ମନ୍ଦିରରେ ଗଣେଶଙ୍କ ଗଳାରେ ହାର ଏବଂ ମୁଣ୍ଡରେ ସୁନ୍ଦର ମୁକୁଟ ଆପଣ ଦେଖିବାକୁ ପାଇବେ। ଏହି ମନ୍ଦିର ବହୁ ଲୋକପ୍ରିୟ। ପ୍ରଭୁ ଶ୍ରୀ ଗଣେଶ ସମସ୍ତଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଲା, ଶ୍ରଦ୍ଧାଳୁମାନେ ମନୋସ୍କାମନା ପୂରଣ ପାଇଁ ଏଠାରେ ସ୍ୱସ୍ତିକ ଚିହ୍ନକୁ ଓଲଟାଇ ଲଗାଇଥାନ୍ତି। ଏବଂ ଯେତେବେଳେ ମନୋସ୍କାମନା ପୂରା ହୋଇଥାଏ ସେତେବେଳେ ଓଲଟା ଲଗାଇଥିବା ସେହି ସ୍ୱସ୍ତିକ ଚିହ୍ନକୁ ସିଧା କରି ଦେଇଥାନ୍ତି।

ଏହି ଗୋବର ଗଣେଶ ମନ୍ଦିରରେ ପ୍ରତ୍ୟେକ ଦିନ ପାଖାପାଖି ୫୦୦ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିଥାନ୍ତି। ବିଷେଶ କରି ଦିପାବଳୀ, ଗଣେଷ ପୂଜା ଏବଂ ନୂଆ ବର୍ଷରେ ଏହି ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ।

The post ଭାରତର ଏହି ସ୍ଥାନରେ ପୂଜା ପାଆନ୍ତି ‘ଗୋବର ଗଣେଶ’ appeared first on Odisha Reporter.

]]>
left top, Mumbai, Odisha Tourism, orissa tourism 2020-09-30 12:39:19 https://odishareporter.in/wp-content/uploads/2019/05/g22.jpg
 ଖରା ଦିନେ ବୁଲି ଯିବାକୁ ପ୍ଲାନ କରୁଛନ୍ତି କି ? ଥରେ ଆସନ୍ତୁ ଏହି ୪ଟି  ଜାଗା… https://odishareporter.in/life-style/best-destination-in-summer-shimla-rishikesh-panchmari-376125 Wed, 01 May 2019 08:54:08 +0000 https://odishareporter.in/?p=376125

ଭୁବନେଶ୍ୱର:  ଖରା ଦିନେ ପିଲାଙ୍କ ପରୀକ୍ଷା ପରେ ସ୍କୁଲ ଛୁଟି ହୋଇଯାଇଥିବା ବେଳେ ପାଠ ପଢାର ଟେନ୍‌ସନ ନ ଥାଏ।  ତେଣୁ ବ୍ୟସ୍ତବହୁଳ ଜୀବନରୁ ଟିକେ ଛୁଟି ପାଇ ପ୍ରକୃତି କୋଳରେ କିଛି ଦିନ ବିତାଇବାକୁ ମଣିଷ ଖୋଜେ ଏକ ଭଲ ଡେଷ୍ଟିନେଶନ। ଯେଉଁଠାରେ ଥିବା ସବୁଜ ବନାନୀ, ଝରଣାର କଳ କଳ ନାଦ। ପାହାଡ, ପର୍ବତର ଆକର୍ଷଣୀୟ ଦୃଶ୍ୟ ଆନମନା କରି ଦେଉଥିବ।   ସବୁଠୁ ବଡ଼ କଥା ଏହା ପକେଟକୁ ସୁହାଉଥିବ। ଖରା ଦିନିଆ ଯାତ୍ରା ପାଇଁ […]

The post  ଖରା ଦିନେ ବୁଲି ଯିବାକୁ ପ୍ଲାନ କରୁଛନ୍ତି କି ? ଥରେ ଆସନ୍ତୁ ଏହି ୪ଟି  ଜାଗା… appeared first on Odisha Reporter.

]]>

ଭୁବନେଶ୍ୱର:  ଖରା ଦିନେ ପିଲାଙ୍କ ପରୀକ୍ଷା ପରେ ସ୍କୁଲ ଛୁଟି ହୋଇଯାଇଥିବା ବେଳେ ପାଠ ପଢାର ଟେନ୍‌ସନ ନ ଥାଏ।  ତେଣୁ ବ୍ୟସ୍ତବହୁଳ ଜୀବନରୁ ଟିକେ ଛୁଟି ପାଇ ପ୍ରକୃତି କୋଳରେ କିଛି ଦିନ ବିତାଇବାକୁ ମଣିଷ ଖୋଜେ ଏକ ଭଲ ଡେଷ୍ଟିନେଶନ। ଯେଉଁଠାରେ ଥିବା ସବୁଜ ବନାନୀ, ଝରଣାର କଳ କଳ ନାଦ। ପାହାଡ, ପର୍ବତର ଆକର୍ଷଣୀୟ ଦୃଶ୍ୟ ଆନମନା କରି ଦେଉଥିବ।   ସବୁଠୁ ବଡ଼ କଥା ଏହା ପକେଟକୁ ସୁହାଉଥିବ।

ଖରା ଦିନିଆ ଯାତ୍ରା ପାଇଁ ଆମ ଭାରତରେ ଥିବା ଏପରି ଜାଗା ବିଷୟରେ ଆପଣଙ୍କୁ କହିବୁ , ଯେଉଁଠାରେ ଥରେ ପହଞ୍ଚିଗଲେ ସେଠାକାର ସୌନ୍ଦର୍ଯ୍ୟ ଓ ଶୀତଳ ପବନ ଆପଣଙ୍କ ମନକୁ  ଶାନ୍ତି ପହଞ୍ଚାଇବ। ୧୦ ହଜାରରୁ ବି କମ୍‌ ଖର୍ଚ୍ଚରେ ଆପଣ ପରିବାର ସହ ଏପରି ଜାଗାକୁ ଯାଇ ଭରପୁର ମଜା ଉଠାଇ ପାରିବେ।

ପଞ୍ଚମଢି, ମଧ୍ୟପ୍ରଦେଶ

ଯଦି ଆପଣ ଅସହ୍ୟ ଗରମ ଯୋଗୁ ଅତିଷ୍ଠ ହୋଇ ପଡ଼ିଲେଣି।  ମଧ୍ୟପ୍ରଦେଶର ପଞ୍ଚମଢିରେ ଛୁଟି କାଟିବାର ପ୍ଲାନ କରନ୍ତୁ। ଏଠାରେ ଥିବା ଝରଣାର ଶୀତଳ ସ୍ପର୍ଶ ଥରେ ପାଇଲେ, ଆଉ ଫେରି ଆସିବାକୁ ଇଚ୍ଛା କରିବେ ନାହିଁ। ଏଠାରେ ବୁଲିବାକୁ ଆପଣଙ୍କୁ ବେଶି ଖର୍ଚ୍ଚାନ୍ତ ବି ହେବାକୁ ପଡିବ ନାହିଁ। ଏଠାରେ ଆପଣଙ୍କୁ ଦିନକୁ ହଜାରେ ଟଙ୍କା ହିସାବରେ ଭଲ ହୋଟେଲ ମିଳିଯିବ। ଏଠାରେ ପବ୍ଲିକ ଟ୍ରାନ୍ସପୋର୍ଟରେ ଆରାମରେ ବୁଲି ପାରିବେ। ଆଉ ଖାଇବା ବି କମ୍‌ ଖର୍ଚ୍ଚରେ ହୋଇପାରିବ।

ନୈନିତାଲ

ଦେବଭୂମି ଉତ୍ତରାଖଣ୍ଡରେ ଥିବା ନୈନିତାଲକୁ ଝରଣାର ସହର ବୋଲି କୁହାଯାଏ। ଯଦି ଆପଣ ଅସହ୍ୟ ଗରମରୁ ମୁକ୍ତି ଚାହୁଁଛନ୍ତି, ତେବେ ଏହା ଏକ ସବୁଠୁ ଭଲ ଡେଷ୍ଟିନେଶନ। ଏଠାରେ ରହିବା, ଖାଇବା, ବୁଲିବାକୁ ବେଶି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ।

ଋଷିକେଶ

ଆପଣ ଦୁଃସାହସପୂର୍ଣ୍ଣ  ଜଳ କ୍ରୀଡା ଖେଳିବାକୁ ଚାହୁଁଛନ୍ତି, ତେବେ ବେଷ୍ଟ ଡେଷ୍ଟିନେଶନ ହେଉଛି ଋଷିକେଶ। ହେଲେ ଏଠାରେ ରହିବା, ଖାଇବା, ବୁଲିବା ଅନ୍ୟ ସହର ତୁଳନାରେ ଟିକେ ଅଧିକ ବ୍ୟୟସାପେକ୍ଷ ହେବ । ଏଠାରେ ଆପଣ ରାଫ୍ଟିଙ୍ଗ, ବଞ୍ଜି ଜଂପିଙ୍ଗ ଓ ଟ୍ରାକିଙ୍ଗର ଭରପୁର ଆନନ୍ଦ ଉଠାଇ ପାରିବେ।

ଶିମଲା

ଖରା ଦିନେ ସମର ଭ୍ୟାକେସନରେ ଯଦି ଆପଣ ଫ୍ୟାମିଲି ସହ କୁଆଡେ ଯିବାକୁ ପ୍ଲାନ କରୁଛନ୍ତି,  ତେବେ ଶିମଲା ଓ କୁଫରୀ ଆପଣଙ୍କ ଲାଗି ବେଷ୍ଟ ଡେଷ୍ଟିନେଶନ ହେବ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜାଗାରେ ପହଞ୍ଚିବା ପରେ ଶୀତଳ ପବନ ଆପଣଙ୍କ ଦେହମନକୁ ଶାନ୍ତି ପହଞ୍ଚାଇବ। ଥରେ ଏଠାରେ ପହଞ୍ଚିଲେ ଆପଣ ଆଉ ଫେରିବାକୁ ଇଚ୍ଛା କରିବେ ନାହିଁ। ଏଠାରେ ଆପଣ ୧୦ ହଜାର ଟଙ୍କାରୁ କମ ଖର୍ଚ୍ଚରେ ବି ପ୍ରକୃତିର ଭରପୁର ଆନନ୍ଦ ଉଠାଇ ପାରିବେ।

The post  ଖରା ଦିନେ ବୁଲି ଯିବାକୁ ପ୍ଲାନ କରୁଛନ୍ତି କି ? ଥରେ ଆସନ୍ତୁ ଏହି ୪ଟି  ଜାଗା… appeared first on Odisha Reporter.

]]>
left bottom, tourist destinations 2020-10-08 17:31:55 https://odishareporter.in/wp-content/uploads/2019/05/nenital-2.jpg
ବୁଲି ଯାଆନ୍ତୁ କୋଣାର୍କରେ ଥିବା ଏହି ତନ୍ତ୍ର ପୀଠ https://odishareporter.in/life-style/konark-ananta-abadhuta-matha-372349 Fri, 26 Apr 2019 05:05:46 +0000 https://odishareporter.in/?p=372349

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ କେବେ ନା କେବେ କୋଣାର୍କ ବୁଲି ଯାଇଥିବେ। ଏହାର ସୌନ୍ଦର୍ଯ୍ୟ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ତେବେ ଆପଣ କୋଣାର୍କ ଗଲେ ସୂର୍ଯ୍ୟମନ୍ଦିର, ପାଖରେ ଥିବା ରାମଚଣ୍ଡୀ ଆଉ ଚନ୍ଦ୍ରଭାଗା ସମୁଦ୍ରକୂଳ ଯାଇଥିବେ। କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେହି ସ୍ଥାନକୁ ଗଲେ ଆପଣ କ’ଣ ଦେଖିବେ ଆଉ କ’ଣ ସବୁ […]

The post ବୁଲି ଯାଆନ୍ତୁ କୋଣାର୍କରେ ଥିବା ଏହି ତନ୍ତ୍ର ପୀଠ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ କେବେ ନା କେବେ କୋଣାର୍କ ବୁଲି ଯାଇଥିବେ। ଏହାର ସୌନ୍ଦର୍ଯ୍ୟ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ତେବେ ଆପଣ କୋଣାର୍କ ଗଲେ ସୂର୍ଯ୍ୟମନ୍ଦିର, ପାଖରେ ଥିବା ରାମଚଣ୍ଡୀ ଆଉ ଚନ୍ଦ୍ରଭାଗା ସମୁଦ୍ରକୂଳ ଯାଇଥିବେ। କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେହି ସ୍ଥାନକୁ ଗଲେ ଆପଣ କ’ଣ ଦେଖିବେ ଆଉ କ’ଣ ସବୁ ବିଷେଶତ୍ୱ ରହିଛି।

ବିଶ୍ୱପ୍ରସିନ୍ଧ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ଦିଗରେ ଶହ ଶହ ବର୍ଷ ତଳର ପ୍ରାଚୀନ ଅନନ୍ତ ଅବଧୂତ ମଠ ଅବସ୍ଥିତ। ବହୁତ କମ୍‌ ଲୋକ ସେହି ପ୍ରାଚୀନ ମଠ ସମ୍ପର୍କରେ ଜାଣିଛନ୍ତି। ସେଥିପାଇଁ ସେଠାରେ ଲୋକଙ୍କର ଏତେ ଗହଳି ମଧ୍ୟ ଦେଖାଯାଏନାହିଁ। କିମ୍ବଦନ୍ତି ଅନୁସାରେ, ଭଗବାନ ଶିବ ସେଠାରେ ଅଗ୍ନି କୁଣ୍ଡ ସ୍ଥାପନ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରିଥିଲେ। ଦ୍ୱାପର ଯୁଗରେ କୃଷ୍ଣଙ୍କର ପୁଅ ସାମ୍ବ ସେହି ସ୍ଥାନରେ ସୂର୍ଯ୍ୟଙ୍କ ଉପାସନା କରି ରୋଗ ମୁକ୍ତ ହୋଇଥିଲେ।

ମାଦଳା ପାଞ୍ଜିରେ ମଧ୍ୟ ଅବଧୂତ ମଠର ବର୍ଣ୍ଣନା ରହିଛି। ସେହି ସ୍ଥାନ ଏକ ତନ୍ତ୍ର ପୀଠ ଭାବେ ମଧ୍ୟ ଜଣାଶୁଣା। ସେଠାରେ ତାନ୍ତ୍ରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥାଏ।

ଆପଣ ସେହି ମଠକୁ ଗଲେ ସୂର୍ଯ୍ୟ ନାରାୟଣଙ୍କ ଏକ ସୁନ୍ଦର ମୂର୍ତ୍ତି ଦେଖିବାକୁ ପାଇବେ। ସେଠାରେ ଓଁକାର ରୂପୀ ନିରାକାର ବ୍ରହ୍ମାଙ୍କର ମୂର୍ତ୍ତି ମଧ୍ୟ ଆପଣ ଦେଖିବାକୁ ପାଇବେ। ମଠ ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଜ୍ୱଳନ୍ତ ଅବସ୍ଥାରେ ତ୍ରୀକୋଣିୟ ଅଗ୍ନିକୁଣ୍ଡ ରହିଛି।

ଏହାକୁ ବାଦ୍‌ ଦେଲେ ଆପଣ ସେଠାରେ ଅନେକ ପ୍ରାଚିନ ମୂର୍ତ୍ତୀ ଦେଖିବାକୁ ପାଇବେ। ତାହା ଏକ ତନ୍ତ୍ର ପୀଠ ହୋଇଥିବାକୁ ସେଠାରେ ଅନେକ ତନ୍ତ୍ର ପୋଥି ସାଇତା ହୋଇରହିଛି। ଇତିହାସ ଅନୁସାରେ, ଅନେକ ସେହି ମଠକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତେଣୁ ଏଥିରୁ ଉଦ୍ଧାର ପାଇବା ପାଇଁ ସେଠାକାର ତତ୍‌କାଳୀନ ମଠାଧିସ ନରସିଂହ ଅବଧୂତ ଘୁଷୁରି ମାଂସ ସହ ତୁଳସୀ ପତ୍ର ପ୍ରସାଦ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବକୁଳ ଅମାବାସ୍ୟା ତିଥିରେ ସେଠାରେ ଘୁଷୁରୀ ମାଂସ ତରକାରୀ ଏବଂ ତୁଳସୀ ପତ୍ର ଲାଗି କରାଯାଏ।

ଅନନ୍ତ ଅବଧୂତ ମଠ ପ୍ରତିଷ୍ଠା ହେବା ଦିନଠାରୁ ଦାୟିତ୍ୱରେ ଥିବା ମଠାଧିଷମାନଙ୍କର ସମାଧି ମଧ୍ୟ ଆପଣ ଦେଖିବାକୁ ପାଇବେ। ଏହା କେବଳ ଇତିହାସ ଦୃଷ୍ଟିରୁ ନୁହେଁ ପରମ୍ପରା ଦୃଷ୍ଟିରୁ ମଧ୍ୟ ସେହି ମଠର ବହୁତ ଗୁରୁତ୍ୱ ରହିଛି।

ଆପଣ ଏହି ମଠକୁ ଯିବାକୁ ଚାହିଁଲେ ରାଜଧାନୀ ଭୁବନେଶ୍ୱରରୁ ବସ୍‌, ଟ୍ରେନ୍‌, ଟ୍ୟାକ୍ସି କିମ୍ବା ନିଜ ଗାଡ଼ିରେ ମଧ୍ୟ ଯାଇପାରିବେ। ଭୁବନେଶ୍ୱରରୁ ଏହା ୬୫ କି.ମି.। ସେହି ସ୍ଥାନକୁ ଆପଣ ବର୍ଷର ଯେ କୌଣସି ସ୍ଥାନରେ ଯାଇ ବୁଲି ଆସି ପାରିବେ।

The post ବୁଲି ଯାଆନ୍ତୁ କୋଣାର୍କରେ ଥିବା ଏହି ତନ୍ତ୍ର ପୀଠ appeared first on Odisha Reporter.

]]>
left bottom 2019-04-26 10:35:46 https://odishareporter.in/wp-content/uploads/2019/04/1-12.jpg
ଗରମରୁ ନିସ୍ତାର ଚାହୁଁଛନ୍ତି, ବୁଲିଯାଆନ୍ତୁ ଏହି ସବୁ ସ୍ଥାନ… https://odishareporter.in/life-style/list-of-coldest-places-in-india-best-destination-368920 Mon, 15 Apr 2019 08:32:17 +0000 https://odishareporter.in/?p=368920

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ପାରଦ ଉପରକୁ ବଢୁଥିବା ବେଳେ ଖରା ତାତିରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ। ଏଥିରୁ ନିସ୍ତାର ପାଇବା ଲାଗି ଅଧିକାଂଶ ଲୋକ ଛୁଟି କାଟିବାକୁ  ବିଭିନ୍ନ ଥଣ୍ଡା ଜାଗାକୁ ଯିବାକୁ ପସନ୍ଦ କରୁଛନ୍ତି । ଏଥିନିମନ୍ତେ ସମସ୍ତେ ଶିମଲା, ମନାଲି, ଜମ୍ମୁ କଶୀର ପରି ଜାଗାକୁ  ପ୍ରଥମ ପସନ୍ଦ ଭାବେ ସ୍ଥିର କରୁଛନ୍ତି। ଏହାଦ୍ୱାରା ଉକ୍ତ ସ୍ଥାନରେ ଭିଡ଼ ଜମିବା ସହ ଆପଣ ସେଠାକାର ପ୍ରାକୃତିକ ମନଲୋଭା ପରିବେଶର ଭରପୁର ମଜା ନେଇପାରନ୍ତି […]

The post ଗରମରୁ ନିସ୍ତାର ଚାହୁଁଛନ୍ତି, ବୁଲିଯାଆନ୍ତୁ ଏହି ସବୁ ସ୍ଥାନ… appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ପାରଦ ଉପରକୁ ବଢୁଥିବା ବେଳେ ଖରା ତାତିରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ। ଏଥିରୁ ନିସ୍ତାର ପାଇବା ଲାଗି ଅଧିକାଂଶ ଲୋକ ଛୁଟି କାଟିବାକୁ  ବିଭିନ୍ନ ଥଣ୍ଡା ଜାଗାକୁ ଯିବାକୁ ପସନ୍ଦ କରୁଛନ୍ତି ।

ଏଥିନିମନ୍ତେ ସମସ୍ତେ ଶିମଲା, ମନାଲି, ଜମ୍ମୁ କଶୀର ପରି ଜାଗାକୁ  ପ୍ରଥମ ପସନ୍ଦ ଭାବେ ସ୍ଥିର କରୁଛନ୍ତି। ଏହାଦ୍ୱାରା ଉକ୍ତ ସ୍ଥାନରେ ଭିଡ଼ ଜମିବା ସହ ଆପଣ ସେଠାକାର ପ୍ରାକୃତିକ ମନଲୋଭା ପରିବେଶର ଭରପୁର ମଜା ନେଇପାରନ୍ତି ନାହିଁ। ଆଜି ଆମେ ଏପରି କିଛି ସ୍ଥାନ ବିଷୟରେ କହିବୁ ଯାହାକୁ ଥରେ ଦେଖିଲେ ଆପଣ ସେଠାରୁ ଆସିବାକୁ ଇଚ୍ଛା କରିବେ ନାହିଁ। ହେଲେ ଏହା ସମସ୍ତଙ୍କ ଅଗୋଚରରେ ରହିଯାଇଛି।

 ହେମକୁଣ୍ଡ ସାହିବ

ଉତ୍ତରାଖଣ୍ଡର ଚମେଲି ଜିଲାରେ ଏହି ତୀର୍ଥକ୍ଷେତ୍ର ମହଜୁଦ ରହିଛି। ଯାହା ହେମକୁଣ୍ଡ ସାହିବ ନାମରେ ପରିଚିତ। ଏହାର ଚତୁଃପାର୍ଶ୍ୱକୁ ଗ୍ଲେସିୟର ହ୍ରଦ ଘେରି ରହିଛି। ଏପରି ସ୍ଥାନକୁ ଆସିବାକୁ ଲୋକଙ୍କୁ କିନ୍ତୁ କଷ୍ଟ କରିବାକୁ ପଡ଼ିଥାଏ। ଏଥିନିମନ୍ତେ ସେମାନଙ୍କୁ ୧୩ କି.ମି ପାଦରେ ଚାଲିବାକୁ ପଡ଼ିଥାଏ, ନ ହେଲେ ଘୋଡ଼ା ପିଠିରେ ବସିକି  ଯିବାକୁ ପଡେ। ଶୀତ ଋତୁରେ ଏହି ଅଞ୍ଚଳକୁ ବରଫର ଆସ୍ତରଣ ଆଚ୍ଛାଦିତ କରିଥାଏ। ତେଣୁ ଖରା ଦିନେ ଏଠାକୁ ଆସିଲେ ଆପଣ ଗରମରୁ ନିସ୍ତାର ପାଇବା ସହ ଭରପୁର ମଜା ଉଠାଇ ପାରିବେ।

ହେମିସ

ଦୁଃସାହସିକତା ସହିତ ସୌନ୍ଦର୍ଯ୍ୟର ଅପୂର୍ବ ମିଳନ ହେଉଛି ହେମିସ୍‌। ଲଦାଖ୍‌ରେ ଥିବା ଏହି ଜାଗା ବହୁତ ଲୋକପ୍ରିୟ ଅଟେ।  ଭାରତର ଭୂସ୍ୱର୍ଗ କୁହାଯାଉଥିବା ଜମ୍ମୁ, କଶ୍ମୀର ନିକଟରେ ଏହି ଜାଗାକୁ ଥରେ ଯିଏ ଆସିଛି, ସେ ପ୍ରକୃତିକୁ ପାଖରୁ ଦେଖିବାର ସୁଯୋଗ ପାଇଛି। ଏହାର ତାପମାତ୍ରା ବହୁତ କମ୍‌ ରୁହେ। ଫଳରେ ଆପଣ ଏଠାକୁ ଖରା ଦିନେ ଆସିଲେ ପୁରା ଥଣ୍ଡା ଥଣ୍ଡା ଅନୁଭବ କରିବେ।

କାରଗିଲ୍‌

ଜମ୍ମୁ କଶ୍ମୀରରେ ଅବସ୍ଥିତ କାରଗିଲ୍‌ ଦୁନିଆର ସବୁଠୁ ଥଣ୍ଡା ସ୍ଥାନ ମଧ୍ୟରୁ ଅନ୍ୟତମ। ସିନ୍ଧି ନଦୀ କୂଳରେ ଅବସ୍ଥିତ ଏହି ସ୍ଥାନର ତାପମାତ୍ରା ଶୀତ ଦିନେ -୪୮ ଡିଗ୍ରୀରେ ପହଞ୍ଚିଯାଏ। ତେଣୁ ଗରମ ଦିନରେ ବି ଏଠାରେ  ପ୍ରବଳ ଥଣ୍ଡା  ଅନୁଭୂତ ହୁଏ।

ଲେହ

ଲଦାଖର ରାଜଧାନୀ ଲେହ ଅପୂର୍ବ ସୌନ୍ଦର୍ଯ୍ୟର ଗନ୍ତାଘର। ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ  ଆପଣା ଛାଏଁ ଭାବେ ଟାଣି ହୋଇ ଆସିଥାନ୍ତି।  ଏହାର ସଂସ୍କୃତି, ପରମ୍ପରା ସହ ପରିଚିତ ହେବା ସହ ଏଠାକୁ ଆସୁଥିବା ଲୋକେ ନିକଟରେ ଥିବା ବହୁ ଛୋଟବଡ଼ ପର୍ଯ୍ୟଟନ ସ୍ଥଳୀର ମଜା ନିଅନ୍ତି। ବର୍ଷ ସାରା ଏଠାରେ ତାପମାତ୍ର ୭ ଡିଗ୍ରୀରୁ ଅଧିକ ରହୁନଥିବା ସ୍ଥାନୀୟ ଅଞ୍ଚଳବାସୀ କହିଥାନ୍ତି।  ଶୀତ ଦିନେ ଏହି ତାପମାତ୍ରା ଆହୁରି  ଖସିଯାଏ।

The post ଗରମରୁ ନିସ୍ତାର ଚାହୁଁଛନ୍ତି, ବୁଲିଯାଆନ୍ତୁ ଏହି ସବୁ ସ୍ଥାନ… appeared first on Odisha Reporter.

]]>
left bottom 2019-04-15 14:09:56 https://odishareporter.in/wp-content/uploads/2019/04/thanda......jpg
ପୁରୁଷଙ୍କୁ କେଉଁ ମନ୍ଦିର ଯିବାକୁ ମନା, ଜାଣିଛନ୍ତି କି ? https://odishareporter.in/life-style/list-of-temples-where-man-are-not-allowed-364826 Fri, 12 Apr 2019 07:03:02 +0000 https://odishareporter.in/?p=364826

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ଅନେକ ଧାର୍ମିକ ସ୍ଥାନ ଅଛି ଯେଉଁଠି ମହିଳାମାନଙ୍କ ପ୍ରବେଶକୁ ଅନୁମତି ଦିଆଯାଇନଥାଏ। କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ଏପରି ମଧ୍ୟ ମନ୍ଦିର ଅଛି ଯେଉଁଠି ପୁରୁଷମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥାଏ। ସେହି ମନ୍ଦିରକୁ କେବଳ ମହିଳାମାନେ ହିଁ ଯାଇ ପୂଜା କରିପାରିବେ। ତେବେ ଜାଣନ୍ତୁ କେଉଁ ସବୁ ମନ୍ଦିରକୁ ପୁରୁଷମାନଙ୍କୁ ଯିବାକୁ ବାରଣ କରାଯାଇଥାଏ। ଅଟ୍ଟୁକାଲ୍‌ ଭଗବତୀ ମନ୍ଦିର କେରଳରେ ଥିବା ଅଟ୍ଟୁକାଲ୍‌ ଭଗବତୀ ମନ୍ଦିର କେବଳ ମହିଳାମାନଙ୍କ ପାଇଁ […]

The post ପୁରୁଷଙ୍କୁ କେଉଁ ମନ୍ଦିର ଯିବାକୁ ମନା, ଜାଣିଛନ୍ତି କି ? appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ଅନେକ ଧାର୍ମିକ ସ୍ଥାନ ଅଛି ଯେଉଁଠି ମହିଳାମାନଙ୍କ ପ୍ରବେଶକୁ ଅନୁମତି ଦିଆଯାଇନଥାଏ। କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ଏପରି ମଧ୍ୟ ମନ୍ଦିର ଅଛି ଯେଉଁଠି ପୁରୁଷମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥାଏ। ସେହି ମନ୍ଦିରକୁ କେବଳ ମହିଳାମାନେ ହିଁ ଯାଇ ପୂଜା କରିପାରିବେ। ତେବେ ଜାଣନ୍ତୁ କେଉଁ ସବୁ ମନ୍ଦିରକୁ ପୁରୁଷମାନଙ୍କୁ ଯିବାକୁ ବାରଣ କରାଯାଇଥାଏ।

ଅଟ୍ଟୁକାଲ୍‌ ଭଗବତୀ ମନ୍ଦିର

କେରଳରେ ଥିବା ଅଟ୍ଟୁକାଲ୍‌ ଭଗବତୀ ମନ୍ଦିର କେବଳ ମହିଳାମାନଙ୍କ ପାଇଁ ସମର୍ପିତ। ସେହି ମନ୍ଦିରରେ ପୁରୁଷମାନଙ୍କ ପ୍ରବେଶକୁ ବର୍ଜନ କରାଯାଇଛି। ସେଠାରେ ପୋଙ୍ଗଲ୍‌ ପର୍ବ ବହୁତ ଧୁମ୍‌ ଧାମ୍‌ରେ ପାଳନ କରାଯାଏ। ସେହି ମନ୍ଦିରରେ ପୋଙ୍ଗଲ୍‌ ଉତ୍ସବରେ ତିନି ଲକ୍ଷ ମହିଳା ଏକା ଥରେ ଭାଗ ନେଇ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି।

ବ୍ରହ୍ମା ମନ୍ଦିର

ପୂରାଣ ଅନୁସାରେ, ଥରେ ଭଗବାନ ବ୍ରହ୍ମା ପୁଷ୍କର ନଦୀ କୂଳରେ ପତ୍ନୀ ସରସ୍ୱତୀଙ୍କ ସହ ଯଜ୍ଞ କରିବାର ଥିଲା। କିନ୍ତୁ କୌଣସି କାରଣରୁ ମା’ ସରସ୍ୱତୀଙ୍କ ଆସିବାରେ ବିଳମ୍ବ ହୋଇଯାଇଥିଲା। ଏଥିପାଇଁ ବ୍ରହ୍ନା ଗାୟତ୍ରୀଙ୍କ ସହ ବିବାହ କରି ଯଜ୍ଞ ସମାପ୍ତ କରିଥିଲେ।

ଏହା ଜାଣିବା ପରେ  ମା’ ସରସ୍ୱତୀ ରାଗିଯାଇ ସେହି ମନ୍ଦିରକୁ ବିବାହ କରିଥିବା ପୁରୁଷଙ୍କ ପ୍ରବେଷ ନିଷେଧ ବୋଲି ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ। ସେହି ମନ୍ଦିର ୧୪ ଶତାବ୍ଦିରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଏବେ ରାଜସ୍ଥାନର ପୁଷ୍କରରେ ଅବସ୍ଥିତ।

ତ୍ରୀବଙ୍କେଶ୍ୱର ମନ୍ଦିର

ସେହି ମନ୍ଦିରର ଗର୍ଭଗୃହକୁ ଯିବାପାଇଁ ପ୍ରଥମେ ମହିଳାମାନଙ୍କୁ ଅନୁମତି ନଥିଲା। ମନ୍ଦିରର ଗର୍ଭଗୃହ ଭଗବାନ ଶିବଙ୍କ ପ୍ରତି ସମର୍ପିତ। କିନ୍ତୁ ୨୦୧୬ରେ ବମ୍ବେ ହାଇକୋର୍ଟ ଏକ ଅର୍ଡର ପାସ୍‌ କରିଥିଲେ ଯେଉଁଥିରେ ଲେଖାଥିଲା ଯେ, ଯଦି ସେହି ଗର୍ଭଗୃହକୁ ମହିଳାମାନଙ୍କର ପ୍ରବେଷ ନାହିଁ ତାହାଲେ ସେଠାକୁ ପୁରୁଷଙ୍କ ଯିବା ଉପରେ ମଧ୍ୟ ରୋକ୍‌ ଲଗାଯିବା ଦରକାର।

ମା’ ଭଗବତୀ ମନ୍ଦିର

ମା’ ଭଗବତୀଙ୍କ ମନ୍ଦିର କନ୍ୟାକୁମାରୀରେ ଅବସ୍ଥିତ। ସେହି ମନ୍ଦିର ଭଗବତୀ ଦୁର୍ଗାଙ୍କ କନ୍ୟାଙ୍କ ପ୍ରତି ସମର୍ପିତ। ମା’ ଭଗବତୀଙ୍କୁ ସନ୍ୟାସଙ୍କ ଦେବୀ ମଧ୍ୟ କୁହାଯାଏ। ଏହି ମନ୍ଦିରରେ ଅବିବାହିତ ପୁରୁଷମାନଙ୍କୁ କେବଳ ଦ୍ୱାର ଯାଏ ଯିବା ପାଇଁ ଅନୁମତି ରହିଛି।

ବିବାହ କରିଥିବା ପୁରୁଷଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିଷେଧ। ପୁରାଣ ଅନୁସାରେ କୁହାଯାଏ ଯେ, ଦୈବୀ ଶକ୍ତିଙ୍କ ହାଡ଼ ସେଠାରେ ପଡ଼ିଥିଲା।

The post ପୁରୁଷଙ୍କୁ କେଉଁ ମନ୍ଦିର ଯିବାକୁ ମନା, ଜାଣିଛନ୍ତି କି ? appeared first on Odisha Reporter.

]]>
left bottom 2019-04-12 12:33:02 https://odishareporter.in/wp-content/uploads/2019/04/z33-3.jpg
 ଓଡିଶାର ଏକମାତ୍ର ବୈଷ୍ଣୋଦେବୀ ମନ୍ଦିର, କେଉଁଠି ଅଛି ଜାଣିଛନ୍ତି କି ? https://odishareporter.in/life-style/vaishno-devi-temple-in-odisha-365313 Mon, 08 Apr 2019 06:21:12 +0000 https://odishareporter.in/?p=365313

(ରାଉରକେଲା-ପୱନ ତିୱାରୀ): ଆଖି ପାଉଥିବା ଯାଏ ଚତୁଃର୍ଦିଗ  ଘନ ଜଙ୍ଗଲ ଓ ଗଛଲତାରେ ପରିପୂର୍ଣ୍ଣ। ସତେ ଯେମିତି ଶାଗୁଆ ଓଢ଼ଣୀରେ ଢ଼ାଙ୍କି ହୋଇଛି ସାରା ପରିବେଶ ।  ଯୁଆଡେ ନଜର ଯିବ ଖାଲି ଗଛଲତା ଓ ପାହାଡ । ଆଉ ତା’ ଭିତରେ ଥିବା  ଗୁମ୍ପା ମଧ୍ୟରୁ ଦର୍ଶନ ଦେଉଛନ୍ତି ମା’ ବୈଷ୍ଣୋଦେବୀ। ଓଡିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର ରହିଛି ରାଉରକେଲାଠାରେ । ମାତା ଏଠାରେ ଭକ୍ତମାନଙ୍କୁ ବର୍ଷ ତମାମ ଦର୍ଶନ ଦେଇଥାନ୍ତି । ଏଠାକୁ […]

The post  ଓଡିଶାର ଏକମାତ୍ର ବୈଷ୍ଣୋଦେବୀ ମନ୍ଦିର, କେଉଁଠି ଅଛି ଜାଣିଛନ୍ତି କି ? appeared first on Odisha Reporter.

]]>

(ରାଉରକେଲା-ପୱନ ତିୱାରୀ): ଆଖି ପାଉଥିବା ଯାଏ ଚତୁଃର୍ଦିଗ  ଘନ ଜଙ୍ଗଲ ଓ ଗଛଲତାରେ ପରିପୂର୍ଣ୍ଣ। ସତେ ଯେମିତି ଶାଗୁଆ ଓଢ଼ଣୀରେ ଢ଼ାଙ୍କି ହୋଇଛି ସାରା ପରିବେଶ ।  ଯୁଆଡେ ନଜର ଯିବ ଖାଲି ଗଛଲତା ଓ ପାହାଡ । ଆଉ ତା’ ଭିତରେ ଥିବା  ଗୁମ୍ପା ମଧ୍ୟରୁ ଦର୍ଶନ ଦେଉଛନ୍ତି ମା’ ବୈଷ୍ଣୋଦେବୀ।

ଓଡିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର ରହିଛି ରାଉରକେଲାଠାରେ । ମାତା ଏଠାରେ ଭକ୍ତମାନଙ୍କୁ ବର୍ଷ ତମାମ ଦର୍ଶନ ଦେଇଥାନ୍ତି । ଏଠାକୁ ଯିବାକୁ ହେଲେ ଆପଣଙ୍କୁ ପ୍ରାୟ ହଜାରେରୁ ଅଧିକ ଶିଡ଼ି ଚଢ଼ିବାକୁ ପଡିବ । କଥାରେ ଅଛି ମନରେ ଯଦି ଭକ୍ତି ଥିବ ଶିଡ଼ି କଣ ପାହାଡ ବି ଚଢ଼ିଯିବ ମଣିଷ । ସମଗ୍ର ସୁନ୍ଦରଗଡ ଜିଲ୍ଳା  କାହିଁକି ପଡୋଶୀ ଛତିଶଗଡ, ବିହାର, ଝାଡ଼ଖଣ୍ଡ  ଆଦି ରାଜ୍ୟରୁ ମଧ୍ୟ ମା’ଙ୍କ ଦର୍ଶନ ଲାଗି ଏଠାକୁ ଛୁଟି ଆସନ୍ତି ଭକ୍ତ।

ରାଉରକେଲା ରେଳଷ୍ଟେସନଠାରୁ ଅଳ୍ପ ଦୂରରେ ରହିଛି ମାତାଙ୍କ ମନ୍ଦିର ।  ଆପଣ ଯଦି କେବେ ଟ୍ରେନ ଯୋଗେ ରାଉରକେଲା ଦେଇ ଯାଉଥିବେ ତେବେ ଟ୍ରେନରୁ ମାତାଙ୍କ ମନ୍ଦିର ଦୃଶ୍ୟମାନ ହୁଏ  । ସେ ଦୃଶ୍ୟ ଯିଏ ଦେଖିଛି ସେ ହିଁ ଜାଣିଛି । ମନ୍ଦିର ଦେଖିବା ମାତ୍ରେ ମନରୁ  ଆପେ ଆପେ ବାହାରି  ଆସେ ଜୟ ମାତା ଦି…. ।

ପ୍ରାୟ ହଜାରେ ଶିଡ଼ି ଚଢ଼ିବା ପରେ ଆପଣ ମାତାଙ୍କ ଗୁମ୍ପାରେ ପହଞ୍ଚିପାରିବେ । ମାତାଙ୍କୁ ଦର୍ଶନ କରିବା ପାଇଁ ଆପଣଙ୍କୁ ଗୁମ୍ପା ଭିତରେ ନଇଁ ନଇଁ ଯିବାକୁ ପଡିବ । ବିଶ୍ୱାସ ରହିଛି ଏଠାରେ ମାତାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ । ଗୁମ୍ପା ବାହାରେ ମାତା ଦୁର୍ଗାଙ୍କ ପ୍ରର୍ତିମୂର୍ତ୍ତି ସ୍ଥାପିତ ହୋଇଛି ।  ଚୈତ୍ର ମାସ ନବରାତ୍ରିରୁ ଏଠାରେ ଆଠ ଦିନ ବ୍ୟାପି ନବରାତ୍ରୀ ପାଳନ ଆରମ୍ଭ ହୋଇଯାଇଛି।  ଅଷ୍ଟମୀ ଓ ନବମୀ ଗୋଟିଏ ଦିନରେ ପଡୁଥିବାରୁ ଚଳିତ ବର୍ଷ ନବରାତ୍ରୀ ନଅଦିନ ପରିବର୍ତ୍ତେ ଆଠ ଦିନ ପାଳିତ ହେବ । ଏହି ଅବସରରେ ପ୍ରତ୍ୟେହ ହାଲୁଆ ଓ ଚଣା ଭୋଗ ଲାଗି ହୋଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟା ହେଉଛି ।

ତେବେ ଏ ମନ୍ଦିର ଗୁମ୍ପାର ସନ୍ଧାନ ରାଜୁ ଚାଣ୍ଡକ ନାମକ ଜଣେ ବ୍ୟକ୍ତିଙ୍କୁ ୧୯୯୬ ମସିହାରେ ମିଳିଥିଲା । ସେ ଦିନ ଥିଲା ଫେବୃୟାରୀ ମାସ ୨୫ ତାରିଖ ।  ଆଉ ମାତାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା ୨୦୦୩ ମସିହାରେ। ସେଦିନଠାରୁ ଆଜି ପର୍ଯ୍ୟନ୍ତ ମାତା ଏଠାରେ ଦର୍ଶନ ଦେଇ ଆସୁଛନ୍ତି । ନବରାତ୍ରୀ ସମୟରେ ଏଠାରେ ଭକ୍ତଙ୍କ ଅଧିକ ଭିଡ ଲାଗିଥାଏ । ଗୋଟିଏ ନବରାତ୍ରୀ ଚୈତ୍ର ମାସରେ ପଡ଼ୁଥିବା ବେଳେ ଆଉ ଗୋଟିଏ ଅଶ୍ୱିନ ମାସରେ ପଡିଥାଏ। ଏ ନବରାତ୍ରୀ ବ୍ୟତୀତ ଅନ୍ୟ ଦିନମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏମିତିରେ ତ ବର୍ଷ ତମାମ ଏଠାରେ ଭିଡ ଲାଗେ ।

ଏପରି ମନୋରମ ପ୍ରାକୃତିକ ଶୋଭାରାଜି ଥିବା ଦର୍ଶନୀୟ ସ୍ଥାନ ଉପରେ କିନ୍ତୁ ରାଜ୍ୟ ସରକାରଙ୍କ ନଜର ପଡି ପାରି ନାହିଁ। ଫଳରେ ଏଠାରେ କୌଣସି  ଆଖି ଦୃଶିଆ ଉନ୍ନତିମୂଳକ କାମ ହୋଇ ପାରି ନ ଥିବା  ଅଭିଯୋଗ ହୁଏ । କିଛି ଅନୁଷ୍ଠାନ ନିଜ ଉଦ୍ୟମରେ ସ୍ଥାନେ ସ୍ଥାନେ ପିଇବା ପାଣିର ବ୍ୟବସ୍ଥା କରାଇଛନ୍ତି।

The post  ଓଡିଶାର ଏକମାତ୍ର ବୈଷ୍ଣୋଦେବୀ ମନ୍ଦିର, କେଉଁଠି ଅଛି ଜାଣିଛନ୍ତି କି ? appeared first on Odisha Reporter.

]]>
left bottom, Odisha Tourism, orissa tourism 2020-10-08 17:34:33 https://odishareporter.in/wp-content/uploads/2019/04/mandir...jpg
ଆପଣ ଜାଣିଛନ୍ତି କି ଓଡ଼ିଶାରେ ଥିବା “ଛତିଶଗଡ଼ କି ଗଙ୍ଗା” ବିଷୟରେ https://odishareporter.in/life-style/visit-this-tourist-place-in-odisha-359525 Sun, 07 Apr 2019 02:45:22 +0000 https://odishareporter.in/?p=359525

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କ ମଧ୍ୟରୁ ବରଗଡ଼ ଅନ୍ୟତମ। ଛତିଶଗଡ଼ର ରାୟଗଡ଼ ସୀମାକୁ ଏହାର ସୀମାରେଖା ଲାଗି ରହିଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁତ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ। ଏହି ଜିଲ୍ଲା ପୂରାତନ କଳା ସଂସ୍କୃତି ଏବଂ ପରମ୍ପରା ସହ କୃଷି ଏବଂ ଅଭିନବ ଜ୍ଞାନ କୌଶଳକୁ ଏକା ଧାରରେ ବାନ୍ଧି ରଖିଛି। ଆପଣ ବରଗଡ଼ ବୁଲି ଗଲେ ସେଠାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଦେଖିବାକୁ ପାଇବେ। ଆଉ ସେହି ସବୁ ପର୍ଯ୍ୟଟନ […]

The post ଆପଣ ଜାଣିଛନ୍ତି କି ଓଡ଼ିଶାରେ ଥିବା “ଛତିଶଗଡ଼ କି ଗଙ୍ଗା” ବିଷୟରେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କ ମଧ୍ୟରୁ ବରଗଡ଼ ଅନ୍ୟତମ। ଛତିଶଗଡ଼ର ରାୟଗଡ଼ ସୀମାକୁ ଏହାର ସୀମାରେଖା ଲାଗି ରହିଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁତ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ।

ଏହି ଜିଲ୍ଲା ପୂରାତନ କଳା ସଂସ୍କୃତି ଏବଂ ପରମ୍ପରା ସହ କୃଷି ଏବଂ ଅଭିନବ ଜ୍ଞାନ କୌଶଳକୁ ଏକା ଧାରରେ ବାନ୍ଧି ରଖିଛି।
ଆପଣ ବରଗଡ଼ ବୁଲି ଗଲେ ସେଠାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଦେଖିବାକୁ ପାଇବେ। ଆଉ ସେହି ସବୁ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ବରଗଡ଼ର ନୃସିଂହନାଥ ପୀଠ ଅନ୍ୟତମ।

କିପରି ଯିବେ

ବରଗଡ଼ ସହର ୬ ନଂ ଜାତୀୟ ରାଜପଥ ଦେଇ ସୋହେଲା ରାସ୍ତାରେ ଆପଣ ଯାଇପାରିବେ। ଏହାଠୁ ପ୍ରାୟ ୨୮ କି.ମି ଗଲା ପରେ ସୋହେଲା ପଡ଼ିବ। ସେହି ସ୍ଥାନରୁ ପଦ୍ମପୁର ରାସ୍ତା ଦେଇ ଗଲେ ନୃସିଂହ ନାଥଙ୍କ ପୀଠ ପଡ଼ିବ।

ତେବେ ବରଗଡ଼ରୁ ନୃସିଂହ ନାଥଙ୍କ ପୀଠକୁ ଯିବାକୁ ହେଲେ ଆପଣଙ୍କୁ ୧୧୩ କିମି ଯିବାକୁ ପଡ଼ିବ। ରାଜଧାନୀ ଭୁବେନେଶ୍ୱରରୁ ୫୫ନଂ ଜାତୀୟ ରାଜପଥ ଦେଇ ଗଲେ ଏହା ପ୍ରାୟ ୩୧୮କି.ମି। ଆପଣ ସେଠାକୁ ଟ୍ରେନ୍‌ କିମ୍ବା ଟ୍ୟାକ୍ସିରେ ଯାଇପାରିବେ।

ନୃସିଂହନାଥଙ୍କ ପୀଠ

ଜଗତର କଲ୍ୟାଣ ପାଇଁ ଭଗବାନ ଅନେକ ରୂପରେ ଧରାପୃଷ୍ଠରେ ଅବତରଣ କରିଥାନ୍ତି। କେତେବେଳେ ବାମନ ରୂପରେ ତ ଆଉ କେତେବେଳେ ବରାହ ରୂପରେ। ଆଉ କେତେବେଳେ କଚ୍ଛପ ରୂପରେ ତ କେତେବେଳେ ନୃସିଂହ ରୂପରେ। ସେହି ମନ୍ଦିରରେ କିନ୍ତୁ ଆପଣ ଠାକୁରଙ୍କୁ ଅଲଗା ରୂପରେ ଦେଖିବାକୁ ପାଇବେ। ସେଠାରେ ନୃସିଂହନାଥଙ୍କ ଶରୀର ସିଂହ ଭଳି ଏବଂ ମୁଖମଣ୍ଡଳ ବିରାଡ଼ି ସଦୃଶ ରହିଛି।

କାହିଁ କେଉଁ ଆଦିମ କାଳରୁ ମହାପ୍ରଭୁ ଏଠାରେ ପୂଜା ପାଇ ଆସୁଛନ୍ତି। ଐତିହାସିକଙ୍କ ମତରେ ପାଟଣାଗଡ଼ ରାଜା ୧୪୧୩ ଶତାବ୍ଦିରେ ଏହି ସୁନ୍ଦର ମନ୍ଦିର ନିର୍ମାଣ କରିଥିଲେ। ଆପଣ ସେଠାକୁ ଗଲେ ପୂରାତନ ନିଦର୍ଶନର ଚିତ୍ରକଳା ସାଙ୍ଗକୁ ଓଡ଼ିଆ କାରିଗରଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ପାଇବେ।

ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ ଆଦିଙ୍କ ନିଖୁଣ ମୂର୍ତ୍ତିକୁ ଆପଣ ଏବେ ମଧ୍ୟ ସେଠାରେ ଦେଖିବାକୁ ପାଇବେ। ସେଠାକାର ଏହି ସବୁ ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ।

ପୀଠରେ ଦିନକୁ ଦୁଇ ଥର ହରିହର ପଙ୍ଗତ ହୋଇଥାଏ। ଆବାଳ ବୃଦ୍ଧ ବନୀତା ନୃସିଂହନାଥଙ୍କ ପ୍ରସାଦକୁ ବିନା ମୂଲ୍ୟରେ ସେବନ କରିବାର ନୀତି ରହିଛି।
ନୃସିଂହନାଥ ପୀଠ ଆପଣ ବୁଲି ଗଲେ ସେଠାରେ ଆଉ ଏକ ମନୋରମ ଦୃଶ୍ୟ ମଧ୍ୟ ଆପଣ ଦେଖିବାକୁ ପାଇବେ। ସେଠାରେ ଏକ ଝରଣା ମଧ୍ୟ ପ୍ରବାହିତ ହେଉଛି। ସେହି ଝରଣାକୁ ପାପ ହାରିଣୀ ବୋଲି କୁହାଯାଏ। କୁହାଯାଏ ଏହି ଝରଣାର ଜଳ ଗଙ୍ଗା ଭଳି ପବିତ୍ର। ଆଉ ଏହାକୁ “ଛତିଶଗଡ଼ କି ଗଙ୍ଗା” ବୋଲି ମଧ୍ୟ କୁହାଯାଏ।

ସେଠାରେ ଲମ୍ବା ଲମ୍ବା ଗଛ ସାଙ୍ଗକୁ ବିରାଟ ବିରାଟ କାନ୍ଥ ସଦୃଶ ପଥୁରିଆ ରାସ୍ତା ଦେଇ ଗଲେ ଭୀମଧାର ନାମକ ଜଳପ୍ରପାତକୁ ଆପଣ ଦେଖିବାକୁ ପାଇବେ। ସେହି ଛୋଟିଆ ଜଳପ୍ରପାତ ଦେଖିଲେ ତାହା ଖଣ୍ଡାଧାରର ଛୋଟିଆ ରୂପ ପରି ଆପଣଙ୍କୁ ଲାଗିବ ନିଶ୍ଚୟ।

ଏଠାରେ ଆପଣ ଦୀର୍ଘ ୨୦ ଫୁଟ୍‌ ଉପରୁ ତଳକୁ ଲମ୍ପ ମାରୁଥିବା  ଜଳରାଶି ଦେଖିବାକୁ ପାଇବେ। ସେହି ସ୍ଥାନରେ ଥରେ ପହଞ୍ଚିଗଲେ  ଆପଣଙ୍କ ମନ କେବେବି ଆସିବାକୁ ଇଚ୍ଛା ହେବ ନାହିଁ।

ଆପଣ ସେହି ସ୍ଥାନକୁ ବର୍ଷର ଯେ କୌଣସି ସମୟରେ ଯାଇ ପାରିବେ। ତେବେ ଆପଣ ବ୍ୟସ୍ତ ଜୀବନରେ କିଛିଟା ସମୟ ବାହାର କରି ସେଠାକୁ ଯାଇ ବୁଲି ଆସନ୍ତୁ।

The post ଆପଣ ଜାଣିଛନ୍ତି କି ଓଡ଼ିଶାରେ ଥିବା “ଛତିଶଗଡ଼ କି ଗଙ୍ଗା” ବିଷୟରେ appeared first on Odisha Reporter.

]]>
left top 2019-04-07 08:22:19 https://odishareporter.in/wp-content/uploads/2019/03/q22-4.jpg
ଦିଲ୍ଲୀ ବୁଲି ଗଲେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ https://odishareporter.in/life-style/great-places-to-visit-in-delhi-ncr-361116 Mon, 01 Apr 2019 04:25:36 +0000 https://odishareporter.in/?p=361116

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଜ  ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର କଳା, ସଂସ୍କୃତି, ପରମ୍ପରା ଜାଣିବା, ଦର୍ଶନୀୟ ସ୍ଥାନ ବୁଲିବା,  ଖାଦ୍ୟ ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି । ଓଡ଼ିଶାରେ ବହୁତ ପର୍ଯ୍ୟଟନ ସ୍ଥଳୀ ରହିଛି। ତେବେ ଆପଣ ଯଦି  ଓଡ଼ିଶା ବାହାରକୁ ଯିବାକୁ ସ୍ଥିର କରିଛନ୍ତି ତେବେ ଭାରତର ରାଜଧାନୀ ଦିଲ୍ଲୀ ବୁଲି ଯାଆନ୍ତୁ। ସେଠାରେ ହେଉଥିବା ସୁପ୍ରସିଦ୍ଧ ଖାଦ୍ୟପାନୀୟର […]

The post ଦିଲ୍ଲୀ ବୁଲି ଗଲେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଜ  ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର କଳା, ସଂସ୍କୃତି, ପରମ୍ପରା ଜାଣିବା, ଦର୍ଶନୀୟ ସ୍ଥାନ ବୁଲିବା,  ଖାଦ୍ୟ ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି । ଓଡ଼ିଶାରେ ବହୁତ ପର୍ଯ୍ୟଟନ ସ୍ଥଳୀ ରହିଛି। ତେବେ ଆପଣ ଯଦି  ଓଡ଼ିଶା ବାହାରକୁ ଯିବାକୁ ସ୍ଥିର କରିଛନ୍ତି ତେବେ ଭାରତର ରାଜଧାନୀ ଦିଲ୍ଲୀ ବୁଲି ଯାଆନ୍ତୁ। ସେଠାରେ ହେଉଥିବା ସୁପ୍ରସିଦ୍ଧ ଖାଦ୍ୟପାନୀୟର ମଜା ନେବା ସହ ବିଭିନ୍ନ ଐତିହାସିକ ସ୍ଥାନ ବୁଲି ଆସନ୍ତୁ।

ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀର କିଛି ପର୍ଯ୍ୟଟନ ସ୍ଥଳୀ ବିଷୟରେ କହିବାକୁ ଯାଉଛୁ।  ଯେଉଁଠିକୁ ଥରେ ଗଲେ ଆସିବାକୁ ଆପଣଙ୍କ ମନ ହେବ ନାହିଁ।  ଆଉ ସେ ସବୁ ସୌନ୍ଦର୍ଯ୍ୟ ଆପଣଙ୍କୁ ବିମୋହିତ କରିଦେବ।

ତେବେ ଏଥର ଦିଲ୍ଲୀର ଏହି ସବୁ ସ୍ଥାନ ଗୁଡିକୁ ନୋଟ୍‌ କରି ରଖନ୍ତୁ। ଯେତେବେଳେ ଆପଣ ଦିଲ୍ଲୀ ଯିବେ ନିଶ୍ଚୟ ଏହି ସବୁ ସ୍ଥାନ ଯାଇ ବୁଲିବା ସହ ସେଠାକାର ଜୀବନ ଶୈଳୀ, ଖାଦ୍ୟ ପାନୀୟର ମଜା ନେଇ ଆସିବେ।

ଚାନ୍ଦିନିଚୌକ

ଦିଲ୍ଲୀର ଚାନ୍ଦିନିଚୌକ ନାମ ତ ଆପଣ ଅନେକ ଫିଲ୍ମରେ ଶୁଣିଥିବେ। ଏହା ଭାରତର ସବୁଠାରୁ ପୁରୁଣା ବ୍ୟସ୍ତବହୁଳ ବଜାର ମଧ୍ୟରୁ ଗୋଟେ। ଏହି ବଜାର ଲାଲ୍‌କିଲ୍ଲା ପା‌ଖରେ ଅବସ୍ଥିତ।

ଏହି ସ୍ଥାନରେ ଭଲ ବ୍ୟବସାୟ ହେଉଥିବାରୁ ଦେଶର କୋଣଅନୁକୋଣରୁ  ବେପାରିମାନେ ଏହି ସ୍ଥାନକୁ ଆସିଥାନ୍ତି। ସେଠାକୁ ଗଲେ ବିଷେଶକରି ଆପଣ ମହିଳା ମାନଙ୍କର ରୂପଚର୍ଯ୍ୟାରେ ବ୍ୟବହୃତ ହେଉଥିବା ସବୁ ସାମଗ୍ରୀ ପାଇପାରିବେ।

ସେଠାରେ ଥିବା ପରାଠେ ୱାଲି ଗଳି ନାମକ ସ୍ଥାନ ଖାଦ୍ୟ ଜିନିଷ ପାଇଁ ବହୁତ ଲୋକପ୍ରିୟ। ସେହି ସ୍ଥାନର ପରିକଳ୍ପନା ସାହାଜାହାନଙ୍କ ଝିଅ ଜାହାନଆରା କରିଥିଲେ।

ଇଣ୍ଡିଆ ଗେଟ୍‌

ଏହା ସହିଦମାନଙ୍କ ସମାଧି ପୀଠ। ଇଣ୍ଡିଆ ଗେଟ୍‌ର ପଥରରେ ସହିଦ ହୋଇଥିବା ଜବାନମାନଙ୍କର ନାମ ଉଲ୍ଲେ‌ଖ ରହିଛି। ଇଣ୍ଡିଆ ଗେଟ୍‌ର ମଝିରେ ଅମର ଜବାନ ଜ୍ୟେତି ସବୁବେଳେ ଜଳୁଥାଏ। ଆପଣ ସେହି ସ୍ଥାନକୁ ଗଲେ ପାଖାପାଖି ଅଞ୍ଚଳରେ ଅନେକ ପାର୍କ ରହିଛି।

ଆପଣ ବୁଲି ବୁଲି ଥକି ଯାଇଥିଲେ ଅବସର ବିନୋଦନ ପାଇଁ ସେହି ସ୍ଥାନକୁ ବୁଲି ଯାଇପାରିବେ। ତାହା ଆପଣଙ୍କ ମନ ମୋହିବ ନିଶ୍ଚିତ। ବିଶେଷ କରି ସନ୍ଧ୍ୟା ସମୟରେ ଏହା ବହୁତ ସୁନ୍ଦର ଦେଖାଯାଇଥାଏ।

ଅକ୍ଷରଧାମ

ଏହାର ଅର୍ଥ ହେଉଛି ଭଗବାନଙ୍କ ଘର। ଏହା ଏକ ବିଶାଳ ମନ୍ଦିର। ସେଠାରେ ସନ୍ଧ୍ୟାରେ ଆପଣଙ୍କୁ ଚକିତ କରିଦେବା ଭଳି ଏକ ଫାଉଣ୍ଟେନ୍‌ ଶୋ’ ହୋଇଥାଏ। ଯେଉଁଥିରେ ଜଣେ ମଣିଷ ଜନ୍ମ ହେବା ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଜୀବନକାଳକୁ ପାଣି ଏବଂ ଲାଇଟ୍‌ରେ ପ୍ରଦର୍ଶନ କରାଯାଇଥାଏ।

କୁହାଯାଏ ଯେ ଦିଲ୍ଲୀ ଆସୁଥିବା ପର୍ଯ୍ୟଟକଙ୍କ ଭିତରୁ ପ୍ରାୟ ୬୦ରୁ ୭୦ ଭାଗ ପର୍ଯ୍ୟଟକ ସେହି ସ୍ଥାନକୁ ବୁଲି ଯାଇଥାନ୍ତି।

ଲୋଦି ଗାର୍ଡେନ୍‌

୯୦ ଏକର ଜାଗାରେ ନିର୍ମିତ ହୋଇଛି ଏହି ଲୋଦି ଗାର୍ଡେନ୍‌। ସେଠାକୁ ଆପଣ ବୁଲିବାକୁ ଗଲେ ଲୋଦି ବଂଶର ଅନେକ ସ୍ମାରକଗୁଡ଼ିକୁ ଦେଖିବାକୁ ପାଇବେ।   ଉକ୍ତ ସ୍ଥାନ ପ୍ରକୃତି ପ୍ରେମୀଙ୍କୁ ବହୁତ ଆକର୍ଷିତ କରିଥାଏ।

ହୁମାୟୁନ୍‌ଙ୍କ ମକବରା

ସେଠାରେ ମୋଗଲ ଶାସକ ହୁମାୟୁନ୍‌ଙ୍କ ସହ ଅନ୍ୟ ଶାସକମାନଙ୍କର ସମାଧି ରହିଛି। ଏହା ଏକ ସୁନ୍ଦର ସ୍ଥାନ। ସେହି ମକ୍‌ବରା ଗୋଟିଏ ମାତ୍ର ସ୍ଥାନ ଯେଉଁଠି ନାଲି ପଥରରେ କାରୁକାର୍ଯ୍ୟ କରି ଏତେ ବଡ଼ ବିଶାଳ ରୂପେ ତିଆରି କରାଯାଇଛି।

ଲାଲ୍‌କିଲ୍ଲା

ସାହାଜାହାନଙ୍କ ଦ୍ୱାରା ତିଆରି ହୋଇଛି ଲାଲ୍‌କିଲ୍ଲା। ଏହା ଦିଲ୍ଲୀ ସହରର ମଧ୍ୟ ଭାଗରେ ରହିଛି। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତବାସୀଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି। ସେଠାରେ ଅନେକ କୋଠା ରହିଛି ଯାହାକୁ ମେହଲ୍‌ ବୋଲି କୁହାଯାଏ। ସେଠାରେ ଅନେକ ମେହଲ୍‌ର କାନ୍ଥରେ ଅନେକ ହୀରା ଏବଂ ବହୁମୂଲ୍ୟ ପଥର ଲାଗିଥିଲା ଯାହାକୁ ଇଂରେଜ ମାନେ ନେଇଯାଇଛନ୍ତି।

The post ଦିଲ୍ଲୀ ବୁଲି ଗଲେ ଦେଖିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ appeared first on Odisha Reporter.

]]>
left bottom 2019-04-01 09:55:36 https://odishareporter.in/wp-content/uploads/2019/03/d33-3.jpg
Hadagarh Dam:ଏଥର ଚାଲନ୍ତୁ ହଦଗଡ଼ ଡ୍ୟାମ୍‌, ବିମୋହିତ କରିବ ମନୋରମ ଦୃଶ୍ୟ https://odishareporter.in/life-style/hadgarh-dam-keonjhar-odisha-beautiful-picnic-destination11-357360 Thu, 28 Mar 2019 06:19:12 +0000 https://odishareporter.in/?p=357360

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଯଦି ବୁଲିବାକୁ ଭଲ ପାଉଥାନ୍ତି, ତାହାଲେ ବହୁତ ଗୁଡ଼ିଏ ଜାଗା ବୁଲିଥିବେ ନିଶ୍ଚୟ। ଓଡ଼ିଶା ବାହାରେ ହେଉ ବା ଓଡ଼ିଶା ଭିତରେ ବହୁତ ଭଲ ଏବଂ ସୁନ୍ଦର ବୁଲିବା ସ୍ଥାନ ସବୁ ରହିଛି। କେବଳ ଭାବନ୍ତୁ ନାହିଁ ଯେ, ବୁଲିବାକୁ ହେଲେ ଆମକୁ ଓଡ଼ିଶା ବାହାରକୁ ହିଁ ଯିବାକୁ ପଡ଼ିବ। ଓଡ଼ିଶା ଭିତରେ ମଧ୍ୟ ଏପରି ସ୍ଥାନ ସବୁ ରହିଛି ଯେଉଁଠିକୁ ନ ଗଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। […]

The post Hadagarh Dam:ଏଥର ଚାଲନ୍ତୁ ହଦଗଡ଼ ଡ୍ୟାମ୍‌, ବିମୋହିତ କରିବ ମନୋରମ ଦୃଶ୍ୟ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଯଦି ବୁଲିବାକୁ ଭଲ ପାଉଥାନ୍ତି, ତାହାଲେ ବହୁତ ଗୁଡ଼ିଏ ଜାଗା ବୁଲିଥିବେ ନିଶ୍ଚୟ। ଓଡ଼ିଶା ବାହାରେ ହେଉ ବା ଓଡ଼ିଶା ଭିତରେ ବହୁତ ଭଲ ଏବଂ ସୁନ୍ଦର ବୁଲିବା ସ୍ଥାନ ସବୁ ରହିଛି। କେବଳ ଭାବନ୍ତୁ ନାହିଁ ଯେ, ବୁଲିବାକୁ ହେଲେ ଆମକୁ ଓଡ଼ିଶା ବାହାରକୁ ହିଁ ଯିବାକୁ ପଡ଼ିବ। ଓଡ଼ିଶା ଭିତରେ ମଧ୍ୟ ଏପରି ସ୍ଥାନ ସବୁ ରହିଛି ଯେଉଁଠିକୁ ନ ଗଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।

ତେବେ ଆମେ ଆଜି ସେହିପରି ଏକ ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠିକୁ ଆପଣ ଗଲେ ଆସିବାକୁ ଇଚ୍ଛା ହେବ ନାହିଁ। ଆପଣ କେନ୍ଦୁଝର ଜିଲ୍ଲାର ହଦଗଡ଼ ଡ୍ୟାମ୍‌ ବୁଲି ଯାଇ ସେଠାକାର ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ। ଆପଣ ଜାଣନ୍ତୁ ସେହି ହଦଗଡ଼ ଡ୍ୟାମ୍‌ ବିଷୟରେ।

ଇତିହାସ

୧୯୭୮ ମସିହାରେ ନିର୍ମିତ ହୋଇଥିଲା ହଦଗଡ଼ ଡ୍ୟାମ୍‌। ଏହି ଡ୍ୟାମ୍‌ଟି ହଦଗଡ଼ ହସ୍ତି ଅଭୟାରଣ୍ୟ ଭିତରେ ଅବସ୍ଥିତ। ପିତାନଭ ଏବଂ ବଉଳା ନାମକ ଦୁଇ ପାହାଡ଼ ମଧ୍ୟରେ ଏହି ଡ୍ୟାମ୍‌କୁ ନିର୍ମାଣ କରାଯାଇଛି। ଡ୍ୟାମ୍‌ର ଦୁଇ ପଟେ ସୁଉଚ୍ଚ ସବୁଜ ପାହାଡ଼ ରହିଛି। ଆଉ ଏହାର ମଝିରେ ଶାଳନ୍ଦି ନଦୀ।  ଆଉ ଏହି ନଦୀ ଉପରେ ହଦଗଡ଼ ଡ୍ୟାମ୍‌ ନିର୍ମାଣ କରାଯାଇଛି।

କ’ଣ ଦେଖିବେ

ସେଠାକୁ ଗଲେ ଆପଣ ଏହି ସୁନ୍ଦର ପରିବେଶ ମନ ଭରି ଉପଭୋଗ କରି ପାରିବେ। ନଦୀର କୁଳୁକୁଳୁ ଶବ୍ଦ ଆପଣଙ୍କ ମନକୁ ବିମୋହିତ ନିଶ୍ଚୟ କରିବ।
ଏହି ଜଳଭଣ୍ଡାରର ଗଭୀରତା ହେଉଛି ୨୭୨ ଫୁଟ୍‌। ସମଗ୍ର ବାଲଶ୍ୱରରେ ଜଳସେଚନ ବ୍ୟବସ୍ଥା କରିବା ନିମନ୍ତେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଏହି ଡ୍ୟାମ୍‌ ନିର୍ମାଣ କରାଯାଇଥିଲା।

ଆପଣ ଏହି ଡ୍ୟାମ୍‌ ଉପରେ ଠିଆ ହୋଇ ଜଳଭଣ୍ଡାରର ଗୋଟିଏ ଦିଗକୁ ଦେଖିଲେ ଆଖି ପାଇବ ନାହିଁ। ଏହାର ବହୁ ଦୂର ପର୍ଯ୍ୟନ୍ତ ଆପଣଙ୍କୁ ସାଳନ୍ଦି ନଦୀ ଏବଂ ପର୍ବତମାଳା ଦେଖାଯିବ। ସେଠାକାର ଥଣ୍ଡା ପବନ ଆପଣଙ୍କୁ ମାନସିକ ଶାନ୍ତି ନିଶ୍ଚିନ୍ତ ଦେବ।

ଏହି ହଦଗଡ଼ ହ୍ୟାମ୍‌ ଉପରେ ଚାଲିଚାଲି ଗଲେ ଆପଣ ସେଠାକାର ମନୋରମ ପରିବେଶକୁ ମନଭରି ଉପଭୋଗ କରିପାରିବେ। ସେଠାରେ ଜଳଭାଗର କିଛି ଦୂରରେ ଗୋଟେ ଛୋଟିଆ ଟାପୁ ରହିଛି। ସେହି ସବୁ ସ୍ଥାନ ଦେଖିଲେ ଆପଣଙ୍କୁ ଓଡ଼ିଶା ବାହାରେ ଥିବା ସ୍ଥାନ କଥା ମନେପଡ଼ିବ। ତେଣୁ ଘଞ୍ଚ ଜଙ୍ଗଲ ସାଙ୍ଗକୁ କୁଳୁକୁଳୁ ବହି ଯାଉଥିବା ନଦୀକୁ ଆପଣ ବହୁ ପାଖରୁ ଉପଭୋଗ କରିପାରିବେ।

ଏହା ଏକ ସୁନ୍ଦର ପିକ୍‌ନିକ୍‌ ସ୍ପଟ୍‌ ମଧ୍ୟ। ପିକ୍‌ନିକ୍‌ ଋତୁରେ ଆପଣ ଏଠାରେ ପହଞ୍ଚିଲେ ଏହି ସ୍ଥାନ ଅନ୍ୟ ସବୁ ସ୍ଥାନ ଠାରୁ ଖାସ୍‌ ଲାଗିବ। ଆଉ ଆପଣ କେବଳ ପିକ୍‌ନିକ୍‌ ଋତୁ ନୁହେଁ, ଯେ କୌଣସି ସମୟରେ ଏହି ସୁନ୍ଦର ସ୍ଥାନକୁ ଯାଇ ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ।

କିପରି ଯିବେ

କେନ୍ଦୁଝର ସହରଠାରୁ ହଦଗଡ଼ ଡ୍ୟାମ୍‌ର ଦୂରତା ପ୍ରାୟ ୧୧୦ କିମି।  ଆପଣ ଆନନ୍ଦପୁର ଦେଇ ଆସିଲେ ଭଦ୍ରକଠାରୁ ଏହର ଦୂରତା ହେବ ୪୮ କିମି। ସେଠାକୁ ଯିବାକୁ ହେଲେ କାର୍‌ କିମ୍ବା ଟାକ୍ସି ଯୋଗେ ଯାଇପାରିବେ। କିନ୍ତୁ ଥରେ ସେହି ସ୍ଥାନକୁ ଯାଇ ବୁଲି ଆସିଲେ ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରେମରେ ପଡ଼ିଯିବେ ନିଶ୍ଚୟ।

The post Hadagarh Dam:ଏଥର ଚାଲନ୍ତୁ ହଦଗଡ଼ ଡ୍ୟାମ୍‌, ବିମୋହିତ କରିବ ମନୋରମ ଦୃଶ୍ୟ appeared first on Odisha Reporter.

]]>
left top, Odisha Tourism, orissa tourism 2020-10-08 17:48:45 https://odishareporter.in/wp-content/uploads/2019/03/d77.jpg
ହୋଟେଲରେ ପହଞ୍ଚିବାକୁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ https://odishareporter.in/nation-world/world-s-unique-hotel-60-thousand-steps-to-the-jade-screen-tower-hotel-356840 Sat, 23 Mar 2019 07:16:44 +0000 https://odishareporter.in/?p=356840

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିନ୍‌ରେ ଏପରି ଏକ ହୋଟେଲ ଅଛି, ଯେଉଁଠାରେ ପହଞ୍ଚିବାକୁ ଲୋକଙ୍କୁ ୬୦ ହଜାର ପାହାଚ ଚଢ଼ିବାକୁ ପଡ଼େ। ଏହା ଏକ ବିଳାସମୟ ହୋଟେଲ ହୋଇଥିବା ବେଳେ ଏଠାରେ ପହଞ୍ଚିବାକୁ କିନ୍ତୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ। ବହୁ ଉଚ୍ଚରେ ଥିବା ଏହି ହୋଟେଲ ପର୍ଯ୍ୟନ୍ତ ଯିବାକୁ ଗାଡ଼ିର ବ୍ୟବସ୍ଥା ନାହିଁ। ଲୋକଙ୍କୁ ନିଜ ବ୍ୟବସ୍ଥାରେ ନିଜ ବ୍ୟାଗ୍‌ ବସ୍ତାନୀ କାନ୍ଧରେ ବୋହି କରି ୬୦ ହଜାର ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ। ଉକ୍ତ […]

The post ହୋଟେଲରେ ପହଞ୍ଚିବାକୁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିନ୍‌ରେ ଏପରି ଏକ ହୋଟେଲ ଅଛି, ଯେଉଁଠାରେ ପହଞ୍ଚିବାକୁ ଲୋକଙ୍କୁ ୬୦ ହଜାର ପାହାଚ ଚଢ଼ିବାକୁ ପଡ଼େ। ଏହା ଏକ ବିଳାସମୟ ହୋଟେଲ ହୋଇଥିବା ବେଳେ ଏଠାରେ ପହଞ୍ଚିବାକୁ କିନ୍ତୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ।

ବହୁ ଉଚ୍ଚରେ ଥିବା ଏହି ହୋଟେଲ ପର୍ଯ୍ୟନ୍ତ ଯିବାକୁ ଗାଡ଼ିର ବ୍ୟବସ୍ଥା ନାହିଁ। ଲୋକଙ୍କୁ ନିଜ ବ୍ୟବସ୍ଥାରେ ନିଜ ବ୍ୟାଗ୍‌ ବସ୍ତାନୀ କାନ୍ଧରେ ବୋହି କରି ୬୦ ହଜାର ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ।

ଉକ୍ତ ହୋଟେଲରେ ପହଞ୍ଚିବାକୁ ଯଦି କୌଣସି ବ୍ୟକ୍ତି ପାହାଚ ଚଢ଼ିବାକୁ ଅରାଜି ହୁଅନ୍ତି, ତା ହେଲେ ତାଙ୍କୁ ଚେୟାର ବସାଇ  ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ନିମନ୍ତେ କୁଲି ମିଳିଯାନ୍ତି। କେବଳ ପର୍ଯ୍ୟଟକ ଉକ୍ତ ଜାଗାରେ ପହଞ୍ଚି ଚିନ୍‌ର ସୌନ୍ଦର୍ଯ୍ୟ ଉପଭୋଗ କରିବା ନିମେନ୍ତ କାର୍‌ରେ ଯିବାର ବ୍ୟବସ୍ଥା ଅଛି।

ଚିନ୍‌ରେ ଥିବା ଏହି ଚତୁର୍ଥ ତାରକା ହୋଟେଲର ନାମ ଜେଡ୍‌ ସ୍କ୍ରିନ୍‌ ହୋଟେଲ୍‌। ଏହା ଦୁନିଆର ଏକମାତ୍ର ଏମିତି ହୋଟେଲ ଯେଉଁଠାକୁ ଯିବାକୁ ଏତେ ସଂଖ୍ୟକ ପାହାଚ ଚଢ଼ି ଯିବାକୁ ପଡ଼ିଥାଏ। ଏହି ହୋଟେଲରେ ସ୍ପା, ସୁଇମିଂ ପୁଲ୍‌ଠୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ପାଇପାରିବେ।

ଉକ୍ତ ହୋଟେଲରେ ୬୫ ଟି ରୁମ୍‌ ରହିଛି। ଯେଉଁଠିକି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ। କିନ୍ତୁ ଏହି ହୋଟେଲରେ ପହଞ୍ଚିବାକୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।

ସମୁଦ୍ର ପତ୍ତନରୁ ୧୮୩୦ ମିଟର ଉଚ୍ଚରେ ଏହି ହୋଟେଲ ଅବସ୍ଥିତ। ଉକ୍ତ ହୋଟେଲକୁ ଯାଉଥିବା ଲୋକେ ହଁଗଶନ ମାଉନଟେନ୍‌ ରେଞ୍ଜର ମନଲୋଭା ଦୃଶ୍ୟ ଉପଭୋଗ କରିପାରିବେ।

The post ହୋଟେଲରେ ପହଞ୍ଚିବାକୁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ appeared first on Odisha Reporter.

]]>
left bottom 2019-03-25 07:41:01 https://odishareporter.in/wp-content/uploads/2019/03/q11-3.jpg
ଯେଉଁଠି ଆରାଧ୍ୟ ଦେବୀଙ୍କ ସିଧା ଦର୍ଶନ ମନା…  https://odishareporter.in/life-style/enjoy-the-scenery-of-nabarangpur-356547 Fri, 22 Mar 2019 06:18:37 +0000 https://odishareporter.in/?p=356547

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ନବରଙ୍ଗପୁର ହେଉଛି ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲା। ଏହାକୁ ଲାଗିକି ରହିଛି ଛତିଶଗଡ଼ର ବସ୍ତର ଜିଲା। ଏଠାକାର ଜନଜୀବନ ଓ ସଂସ୍କୃତିରେ ଛତିଶଗଡର ପ୍ରଭାବ ବେଶ୍‌ ଭଲ ଭାବେ ଅନୁଭବ କରି ହେବ। ତେଣୁ ଏଠାକାର ଦର୍ଶନୀୟ ସ୍ଥାନରେ ଛତିଶଗଡ ପର୍ଯ୍ୟଟକଙ୍କ ବେଶ୍‌ ସମାଗମ ପରିଲକ୍ଷିତ ହୁଏ।  ଏହି ଜିଲାରେ ପ୍ରାୟ ୩୦ରୁ ୩୫ ପ୍ରକାର ଆଦିବାସୀ ବସବାସ କରନ୍ତି । ଏଠାକାର ଅଧିବାସୀଙ୍କ ଜୀବନଯାପନ ବହୁତ ସରଳ ଓ ନିରାଡମ୍ୱର। ପାର୍ବତ୍ୟ ସହରରେ […]

The post ଯେଉଁଠି ଆରାଧ୍ୟ ଦେବୀଙ୍କ ସିଧା ଦର୍ଶନ ମନା…  appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ନବରଙ୍ଗପୁର ହେଉଛି ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲା। ଏହାକୁ ଲାଗିକି ରହିଛି ଛତିଶଗଡ଼ର ବସ୍ତର ଜିଲା। ଏଠାକାର ଜନଜୀବନ ଓ ସଂସ୍କୃତିରେ ଛତିଶଗଡର ପ୍ରଭାବ ବେଶ୍‌ ଭଲ ଭାବେ ଅନୁଭବ କରି ହେବ। ତେଣୁ ଏଠାକାର ଦର୍ଶନୀୟ ସ୍ଥାନରେ ଛତିଶଗଡ ପର୍ଯ୍ୟଟକଙ୍କ ବେଶ୍‌ ସମାଗମ ପରିଲକ୍ଷିତ ହୁଏ।  ଏହି ଜିଲାରେ ପ୍ରାୟ ୩୦ରୁ ୩୫ ପ୍ରକାର ଆଦିବାସୀ ବସବାସ କରନ୍ତି । ଏଠାକାର ଅଧିବାସୀଙ୍କ ଜୀବନଯାପନ ବହୁତ ସରଳ ଓ ନିରାଡମ୍ୱର।

ପାର୍ବତ୍ୟ ସହରରେ କ’ଣ ଦେଖିବେ ?

ପାର୍ବତ୍ୟ ସହର ନବରଙ୍ଗପୁରକୁ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ ଅତ୍ୟୁକ୍ତ ହେବ ନାହିଁ। କୋଳାହାଳଠୁ ଦୂରେଇ ଏଠାକୁ ଆସୁଥିବା ପର୍ଯ୍ୟଟକ  ପ୍ରକୃତିର କୋଳରେ ନିଜକୁ ହଜାଇ ଦେଇପାରିବେ। ଏଠାରେ ସେମାନେ ଜିଲାର ଆରାଧ୍ୟ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବା ସହ  ପୋଡାଗଡ଼ ଡ୍ୟାମ, ଇନ୍ଦ୍ରାବତୀ ଜଳଭଣ୍ଡାର,  ହିରଲିଡଙ୍ଗୀ ପାହାଡ, ପାପଡ଼ାହାଣ୍ଡି ମୃଗବିହାର, ଶଡୀଦ ସ୍ମୃତି ସ୍ତମ୍ଭ, ଐତିହାସିକ ହାତୀବନ୍ଧା ପାହାଡ ଦେଖିବାର ସୁଯୋଗ ପାଇପାରିବେ।

ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରନ୍ତୁ

ନବରଙ୍ଗପୁରବାସୀଙ୍କ ଆରାଧ୍ୟ ଦେବୀ ହେଉଛନ୍ତି ମା’ ଭଣ୍ଡାର ଘରଣୀ। ମା’ ହେଉଛନ୍ତି ଧନ ଓ ସମ୍ପତ୍ତିର ଦେବୀ।  ସହରର ମଧ୍ୟଭାଗରେ ରହିଛି ମା’ଙ୍କ ମନ୍ଦିର। ଜିଲାବାସୀ କୌଣସି ବି ଶୁଭ କାମ ପୂର୍ବରୁ ଏହି ମନ୍ଦିର ଆସି ମା’ଙ୍କ ଆର୍ଶିବାଦ ନେଇଥାନ୍ତି। ଜିଲାବାସୀ ତଥା ଆଖପାଖ ଅଞ୍ଚଳବାସୀଙ୍କ ଆସ୍ଥା ଏହି ମନ୍ଦିର ସହ ଯୋଡି ହୋଇ ରହିଛି।

ମା’ ଭଣ୍ଡାର ଘରଣୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ତେଣୁ ତାଙ୍କୁ ସିଧା ସିଧା ଦର୍ଶନ ମନା। ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ମା’ଙ୍କୁ ମିରର୍‌ରେ ଦର୍ଶନ କରନ୍ତି ନ ହେଲେ ସାଇଡ଼ରେ ଦର୍ଶନ କରି ଆର୍ଶିବାଦ କାମନା କରନ୍ତି। ଯେକୌଣସି ଶୁଭ କାମ ହେଉ ଅବା ମନସ୍କାମନା,  ଭକ୍ତିର ସହ ନିବେଦନ କଲେ ମା’ ଡାକ ଶୁଣନ୍ତି  ବୋଲି ଶ୍ରଦ୍ଧାଳୁଙ୍କର ରହିଛି ପ୍ରଗାଢ ବିଶ୍ୱାସ।

ବୁଲିଯାନ୍ତୁ ପୋଡାଗଡ଼ ଡ୍ୟାମ୍‌

ଏହାପରେ ଆପଣ ଯାଇପାରିବେ ମାଟିବନ୍ଧ ପୋଡାଗଡ଼ ଡ୍ୟାମ୍‌। ଏଠାରୁ ଇନ୍ଦ୍ରାବତୀର ସୌନ୍ଦର୍ଯ୍ୟକୁ ବହୁତ ପାଖରୁ ଉପଭୋଗ କରିପାରିବେ । ବିସ୍ତୀର୍ଣ୍ଣ ନୀଳ ଜଳରାଶି ଆଉ ମଝିରେ ମଝିରେ ଛୋଟ ଛୋଟ ଟାପୁ । ନୀଳ ଜଳରାଶିର ସମତଳତା ଭଙ୍ଗ କରି ମଝିରେ ମଝିରେ ରହିଥିବା ଅନେକ ଟାପୁ ଦୀପପୁଞ୍ଜର ଭ୍ରମ ସୃଷ୍ଟି କରେ। ଏହାବ୍ୟତୀତ ଡ୍ୟାମ୍‌ଠୁ ଦୂରରେ ରହିଛି ବହୁ ପର୍ବତମାଳା । ଏଠାକୁ ଆସୁଥିବା ଯେକୌଣସି ପର୍ଯ୍ୟଟକ  ନିହାତି ଭାବେ ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହେବେ । କିନ୍ତୁ ପ୍ରଶାସନିକ ଉଦାସୀନତା ହେତୁ ପୋଡାଗଡ଼ ଡ୍ୟାମ୍‌ ଭିତରକୁ ଯିବା ପାଇଁ ନୌକା ବିହାରର ବ୍ୟବସ୍ଥା ନାହିଁ।

  ଦେଖନ୍ତୁ ଇନ୍ଦ୍ରାବତୀ ଜଳଭଣ୍ଡାର

ଇନ୍ଦ୍ରାବତୀ ନଦୀରେ ସୃଷ୍ଟି ହୋଇଛି ୧୧୦ ବର୍ଗ କି.ମି.ର ଏକ ବିଶାଳ ଜଳଭଣ୍ଡାର। କୋରାପୁଟର ଦଶବନ୍ତପୁର, କଳାହାଣ୍ଡିର ବେଣାଖମାର ଓ ବିରିଲିଗୁମାକୁ ଲାଗିଛି ଏହାର ଜଳସୀମା। ନୌବିହାର ପାଇଁ ଏଠାରେ ରହିଛି ଯଥେଷ୍ଟ ସୁଯୋଗ। ନଇକୂଳିଆ ପରିବେଶ ସାଙ୍ଗକୁ ବିରାଟ ଜଳଭଣ୍ଡାର ହ୍ରଦର ଭ୍ରମ ସୃଷ୍ଟି କରେ।  ଏହି ଜଳଭଣ୍ଡାର ନିମନ୍ତେ ନବରଙ୍ଗପୁରର ୫୧ଟି ଗାଁ, କଳାହାଣ୍ଡିର ୪୪ ଗାଁ ଲୋକେ ବିସ୍ଥାପିତ ହୋଇଥିଲେ। ଏବେବି ଏଠାରେ ଅନେକ ଟାପୁରେ ଛୋଟ ଛୋଟ ଗାଁ ଦେଖିବାକୁ ମିଳେ। ଏଇଠି ପାଇପାରିବେ ପାର୍ବତ୍ୟ ଅଞ୍ଚଳରେ ଉପକୂଳ ଅଞ୍ଚଳର ଅନୁଭୂତି। ଏହି ଡ୍ୟାମ ନିକଟରେ ଛିଡା ହୋଇ ସୂର୍ଯ୍ୟସ୍ତକୁ ମନ ଭରି ଉପଭୋଗ କରିପାରିବେ।

  ହିରଲିଡଙ୍ଗରୀ ପାହାଡ 

ସନ୍ଧ୍ୟା ସମୟରେ ପାର୍ବତ୍ୟ ସହର ନବରଙ୍ଗପୁରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆପଣ ଯାଇପାରିବେ ହିରଲି ଡଙ୍ଗରୀ ପାହାଡ ଉପରକୁ। ୨ କି.ମି. ଚଢିବା ପରେ ପାହାଡ ଶିର୍ଷରେ ପହଞ୍ଚିବେ। ସେଠାରୁ ଆପଣ ଆଲୋକମାଳାରେ ସଜ୍ଜିତ ନବରଙ୍ଗପୁରକୁ ଉପଭୋଗ କରିପାରିବେ।

  ପାପଡାହାଣ୍ଡି ମୃଗ ବିହାର

ଏହାପରେ  ସେଠାରୁ ୨୦୧ ନଂ ଜାତୀୟ ରାଜପଥରେ ପ୍ରାୟ ୧୧୦ କିମି. ଯାତ୍ରା ପରେ ପଡିବ ପାପଡାହାଣ୍ଡି ମୃଗ ବିହାର।  ୧୯୮୬ ମସିହା ଜୁନ ୮ ରେ ଏହାର ପ୍ରତିଷ୍ଠା ହୋଇଥିଲା।  ୨୦୦୯ ମସିହାରେ କେନ୍ଦ୍ର  ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହାକୁ ଏକ କ୍ଷୁଦ୍ର ଶ୍ରେଣୀ ଚିଡ଼ିଆଖାନା ମାନ୍ୟତା ଦେଇଛନ୍ତି । ଏଠାରେ ଅଛନ୍ତି ୨୦୦ରୁ ଅଧିକ ହରିଣ।  ସେମାନଙ୍କ ବ୍ୟତୀତ  ଚିତ୍ତଳ, କୁଟୁରା ବ୍ୟତୀତ, ବାରହା, ମୟୂରଙ୍କୁ ବି ଉଦ୍ଧାର କରି ରଖାଯାଇଛି । ବର୍ଷ ସାରା ଏହି ମୃଗ ବିହାର ଖୋଲା ରୁହେ।

ଶହୀଦ ସ୍ମୃତି ସ୍ତମ୍ଭ

ଏହାପରେ ଯିବା  ନବରଙ୍ଗପୁରଠାରୁ ୧୨ କିମି ଦୂର ଟୁର ନଦୀ କୂଳ। ସେଠାରେ ଅଛି ଶହୀଦ ସ୍ମୃତି ସ୍ତମ୍ଭ। ସ୍ୱାଧୀନତା ସଂଗ୍ରାମ ଲାଗି ରକ୍ତରେ ରଞ୍ଜିତ ହୋଇଥିଲା ଏହି ବୀର ମାଟି। ଏହି ସଂଘର୍ଷରେ ଇଂରେଜମାନଙ୍କ ସହ ମୁହାଁମୁହିଁ ହୋଇ ୭ ଜଣ ଶହୀଦ ହୋଇଥିବା ବେଳେ ୪ ଜଣ  ଜେଲ୍‌ରେ ପ୍ରାଣ ହରାଇଥିଲେ। ପ୍ରତିବର୍ଷ ଅଗଷ୍ଟ ୨୪ ତାରିଖରେ ଏଠାରେ ପାଳିତ ହୁଏ ଶହୀଦ ଦିବସ।

ହାତୀବନ୍ଧା ପଥର

ତା ପରେ ଯିବା ଐତିହାସିକ ପୋଡାଗଡ଼ ପାହାଡ। ଏଥିନିମନ୍ତେ ନବରଙ୍ଗପୁର-ଉମରକୋଟ ରାସ୍ତାରେ ଯିବାକୁ ପଡିବ ୫୨ କି.ମି। ନଳବଂଶ ଶାସନର ମୁକସାକ୍ଷୀ ସାଜିଥିଲା ଏହି ପାହାଡ। ଏଠାରେ ନଳବଂଶର ରାଜାମାନେ ଗଡ଼ ସ୍ଥାପନ କରି ରାଜୁତି କରୁଥିଲେ। ସେଠାରେ ରହିଥିବା ଏକ ବିରାଟ ପଥରକୁ ରାଜାଙ୍କ ହାତୀବନ୍ଧା ପଥର ବୋଲି କୁହାଯାଏ। ଏଠାରେ ରାଜାଙ୍କ ହାତୀ ବନ୍ଧା ହୁଏ ବୋଲି  ଲୋକ କଥା ଅଛି। । ସେଠାରେ ରହିଥିବା ବିରାଟ ପଥର ମଧ୍ୟରେ ଚୁନ, ସୁରକି ଓ ଗୁଡ଼ ଦିଆଯାଇ ଯୋଡ଼ା ଯାଇଛି। ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ।  ଏହି ଗଡ଼ରେ ରହିଛି ରାଜାଙ୍କ ଇଷ୍ଟ ଦେବୀଙ୍କ ମନ୍ଦିର। ସେଠାରେ ରାଜାରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର ଆଦି ସଜ୍ଜିତ ହୋଇ ରହିଛି।

କିପରି ଯିବେ

ରାଜଧାନୀ ଭୁବନେଶ୍ୱରରୁ ନବରଙ୍ଗପୁରର ଦୂରତା ୩୫୪ କି.ମି ଅଟେ। ଆପଣ ନିତିଦିନ ଯାୟାୟାତ କରୁଥିବା ବସ୍‌, ଟ୍ରେନ କିମ୍ୱା ଟ୍ୟାକ୍ସି କରି ମଧ୍ୟ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ଏହାକୁ ଜାତୀୟ ରାଜପଥ ନଂ ୧୬ ଓ ୨୬ ସଂଯୋଗ କରୁଛି।

The post ଯେଉଁଠି ଆରାଧ୍ୟ ଦେବୀଙ୍କ ସିଧା ଦର୍ଶନ ମନା…  appeared first on Odisha Reporter.

]]>
left bottom 2019-03-22 11:56:32 https://odishareporter.in/wp-content/uploads/2019/03/nabrangpur.....1.jpg
ବୁଲି ଯାଆନ୍ତୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର https://odishareporter.in/life-style/black-buck-bhetnoi-of-ganjam-odisha789-354156 Tue, 19 Mar 2019 08:41:50 +0000 https://odishareporter.in/?p=354156

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା। ଏଠାକୁ ଥରେ ବୁଲି ଆସିଲେ ବହୁ ଜାଗା ଭ୍ରମଣ କରି ପ୍ରକୃତିକୁ ପାଖରୁ ଦେଖିବାର ସୁଯୋଗ ପାଇପାରିବେ। ଏଥିପାଇଁ ନିଜ ବ୍ୟସ୍ତବହୁଳ ଜୀବନରୁ ଥରେ ସମୟ ବାହାର କରି ପରିବାର ବା ସାଙ୍ଗସାଥୀଙ୍କ ସହ ଗଞ୍ଜାମ ଜିଲ୍ଲା ଭ୍ରମଣ କରନ୍ତୁ। କ’ଣ ଦେଖିବେ ? ଏହି ଅବସରରେ ଆପଣ ବିଲୋପ ହେବାକୁ  ଥିବା  କୃଷ୍ଣସାର ମୃଗ ଦେଖିପାରିବେ। ଏହି ପ୍ରଜାତିର ହରିଣ […]

The post ବୁଲି ଯାଆନ୍ତୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା। ଏଠାକୁ ଥରେ ବୁଲି ଆସିଲେ ବହୁ ଜାଗା ଭ୍ରମଣ କରି ପ୍ରକୃତିକୁ ପାଖରୁ ଦେଖିବାର ସୁଯୋଗ ପାଇପାରିବେ। ଏଥିପାଇଁ ନିଜ ବ୍ୟସ୍ତବହୁଳ ଜୀବନରୁ ଥରେ ସମୟ ବାହାର କରି ପରିବାର ବା ସାଙ୍ଗସାଥୀଙ୍କ ସହ ଗଞ୍ଜାମ ଜିଲ୍ଲା ଭ୍ରମଣ କରନ୍ତୁ।

କ’ଣ ଦେଖିବେ ?

ଏହି ଅବସରରେ ଆପଣ ବିଲୋପ ହେବାକୁ  ଥିବା  କୃଷ୍ଣସାର ମୃଗ ଦେଖିପାରିବେ। ଏହି ପ୍ରଜାତିର ହରିଣ ସମଗ୍ର ଦେଶରେ ବିଲୋପ ହେବାକୁ ବସିଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାର ଭେଟନଇ ଏବଂ ବୁଗୁଡ଼ା ଆଦି ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି। ସେହିଭଳି ଗଞ୍ଜାମର ଐତିହାସିକ ସହର ବୁଗୁଡ଼ାରେ କାଠର କୋଣାର୍କ ବିରଞ୍ଜି ନାରାୟଣ ମନ୍ଦିର ବୁଲି ଦେଖିପାରିବେ। ଏହାର କାରୁକାର୍ଯ୍ୟ ଏପରି ହୋଇଛି ଯେ, ନିର୍ମାଣର ୩୫୦ ବର୍ଷ ପରେ ମଧ୍ୟ ଏହା ଖୁବ୍‌ ଆକର୍ଷଣୀୟ ଦେଖାଯାଉଛି। ଏହାକୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ବୋଲି କୁହାଯାଏ।

 ଦେଖନ୍ତୁ ବିଲୁପ୍ତ ପ୍ରାୟ କୃଷ୍ଣସାର ମୃଗ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରଠାରୁ ଆସ୍କା ଦେଇ ଗଲେ ଆପଣ ଭେଟନଇ ଅଞ୍ଚଳକୁ ଯାଇପାରିବେ। ସେଠାରେ ଆପଣ ଯାହା ଦେଖିବେ ତାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିଦେବ। କାରଣ ସେଠାକୁ ଗଲେ ଆପଣ ଦେଖିବାକୁ ପାଇବେ ଗଞ୍ଜାମର ଗୌରବ ଏବଂ ଗର୍ବର ପ୍ରତୀକ କୃଷ୍ଣସାର ମୃଗ ବା ବାଲିହରିଣ ବା ବ୍ଲାକ୍‌ ବ୍ଲକ୍‌। ସାରା ଦେଶରେ ଏହି ପ୍ରାଣୀ ପ୍ରାୟ ଲୋପ ପାଇବାକୁ ବସିଛନ୍ତି।

ଏଠାକୁ ଥରେ ଆସିଲେ କିଛି ସମୟ ଛିଡା ହୋଇ ମନଭରି ହରିଣଙ୍କୁ ଦେଖିବାକୁ ଇଚ୍ଛା ହେବ। ଆପଣ ଏଠାରେ ସୁନ୍ଦର ଏବଂ ଦଳ ଦଳ ହୋଇ ବୁଲୁଥିବା କୃଷ୍ଣସାର ମୃଗ ଦେଖିବାକୁ ପାଇବେ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା  ଏହି ମୃଗ଼ମାନଙ୍କୁ କେହି ଶିକାର କରନ୍ତି ନାହିଁ। ସ୍ଥାନୀୟ ଜନସାଧାରଣ ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଏହି ବିରଳ ପ୍ରଜାତିର ସଂରକ୍ଷଣ ପାଇଁ ଉଦ୍ୟମ କରୁଛନ୍ତି। ଆଉ ମୃଗମାନଙ୍କୁ ଆପଣ ଦେଖିଲେ ଜାଣି ପାରିବେ ଯେ, ସେମାନେ ଯେପରି ମଣିଷଙ୍କ ସହ ଏକାଠି ବସବାସ କରୁଛନ୍ତି। ଆପଣ ସେଠାରେ ଜଙ୍ଗଲ ଭିତରେ ବା ବାହାରେ ମଧ୍ୟ ଏହି ବ୍ଲାକ୍‌ ବକ୍‌ମାନେ ବୁଲୁଥିବାର ଦେଖିବାକୁ ପାଇବେ।

ପ୍ରତି ବ୍ଲାକ୍‌ବକ୍‌ ଦଳରେ ଗୋଟିଏ ମାତ୍ର ଅଣ୍ଡିରା ହରିଣ ରହିଥାଏ। ଆଉ ଯଦି କେହି ଅଣ୍ଡିରା ହରିଣ ଆସି ସେହି ଦଳରେ ପ୍ରବେଶ କରିବାକୁ ଚେଷ୍ଟା କରେ ତାହାଲେ, ସେଠାରେ ସେମାନଙ୍କ ମଧ୍ୟରେ ଲଢ଼େଇ ହୋଇଥାଏ। କେବଳ ଅଣ୍ଡିରା ହରିଣମାନଙ୍କ ଦେହ କଳା ଏବଂ ଧଳା ରଙ୍ଗର। ଆଉ ଅନ୍ୟ ସବୁ ହରିଣମାନଙ୍କ ରଙ୍ଗ ଧଳା ଏବଂ ମାଟିଆ ରଙ୍ଗର ହୋଇଥାଏ।

 ବୁଲି ଯାଆନ୍ତୁ କାଠର କୋଣାର୍କ ମନ୍ଦିର

ଆପଣ ଭେଟନଇ ଅଞ୍ଚଳରୁ କୃଷ୍ଣସାର ମୃଗ ଦେଖିସାରି ଗଞ୍ଜାମ ବୁଗୁଡ଼ା ଯାଇପାରିବେ। ସେଠାରେ ପ୍ରସିଦ୍ଧ କାଠର ତିଆରି ବିରଞ୍ଚି ନାରାୟଣ ମନ୍ଦିର ବୁଲିପାରିବେ। ଗଞ୍ଜାମର ଏକ ଛୋଟ ସହର ବୁଗୁଡ଼ା ଐତିହାସିକ ସହର ଭାବେ ଜଣାଶୁଣା। ତେବେ ଏହି ଅଞ୍ଚଳର ମୁଖ୍ୟ ଆର୍କଷଣ ହେଉଛି କାଠର କୋଣାର୍କ ବିରଞ୍ଜି ନାରାୟଣ ମନ୍ଦିର।

୧୭୭୭ ମସିହାରେ ଭଞ୍ଜ ବଂଶୀୟ ରାଜା ଶ୍ରୀକର ଭଞ୍ଜ ଦେବଙ୍କ ଦ୍ୱାରା ନିର୍ମିତ  ଏହି ମନ୍ଦିରର ସୌନ୍ଦର୍ଯ୍ୟ ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ  ରହିଛି। ଏଠାରେ ଅଧିଷ୍ଠାତା ଭାବେ ବିରଞ୍ଚି ନାରାୟଣ ପୂଜା ପାଇଥାନ୍ତି। ଏହି ମନ୍ଦିର ଏପରି ଶୈଳୀରେ ତିଆରି ହୋଇଛି ଯେ, ଅସ୍ତଗାମୀ ସୂର୍ଯ୍ୟଙ୍କ ଅନ୍ତିମ କିରଣ ବିରଞ୍ଚି ନାରାୟଣଙ୍କ ମୂର୍ତ୍ତିର ପାଦଦେଶରେ ହିଁ ପଡ଼ିଥାଏ।

ମନ୍ଦିରଟି ସୂର୍ଯ୍ୟଙ୍କ ରଥ ଆକୃତିର ତିଆରି ହୋଇଛି। ତାହା ଏକ ଚକ ବିଶିଷ୍ଟ ଏବଂ ସେଥିରେ ୭ଟି ଅଶ୍ୱମୂର୍ତ୍ତି ରହିଛି। ଆଉ ମନ୍ଦିରର ଛାତ ତମ୍ବା ଚାଦରରେ ତିଆରି ହୋଇ ତା ଉପରେ ମାଟିର ପଟାସବୁ ଖଞ୍ଜା ଯାଇଛି। କିନ୍ତୁ ଏଠାରେ ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ପ୍ରାୟ ୩୫୦ ବର୍ଷ ତଳେ ଶିଳ୍ପୀ ହାତରେ ତିଆରି ହୋଇଥିବା କାଠର କାରୁକାର୍ଯ୍ୟ ଏବେ ମଧ୍ୟ ଆକର୍ଷଣୀୟ ଦେଖାଯାଉଛି।

ଆଉ ମନ୍ଦିର ଚାରିପାଖରେ ସେ ସମୟର ପ୍ରାଚିନ ଶୈଳୀରେ ଅଙ୍କିତ ପୌରାଣିକ ଚିତ୍ର ଆପଣ ଦେଖିବାକୁ ପାଇବେ।  ସେଠାକୁ ଯାଇ ନ ଦେଖିଲେ ଆପଣଙ୍କ ବିଶ୍ୱାସ ହେବ ନାହିଁ ଯେ, ସତରେ କ’ଣ ଓଡ଼ିଆ କାରଗର ଏବଂ ଚିତ୍ରଶିଳ୍ପୀମାନେ ଏତେ ସୁନ୍ଦର କାରୁକାର୍ଯ୍ୟ କରିପାରନ୍ତି। ସେହି ମନ୍ଦିରକୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ବା ଦ୍ୱିତୀୟ କୋଣାର୍କ ବୋଲି କୁହାଯାଏ।

 ପ୍ରତି ରବିବାର ହୁଏ ସ୍ୱତନ୍ତ୍ର ପୂଜା

ଏହି ମନ୍ଦିରର ଶାମ୍ବ ଦଶମୀ ଏବଂ ମାଘ ସପ୍ତମୀ ହେଉଛି ମୁଖ୍ୟ ପର୍ବ। ପ୍ରତି ରବିବାର ଏଠାରେ ସ୍ୱତନ୍ତ୍ର ପୂଜା ବିଧି ହୋଇଥାଏ। ମନ୍ଦିର ପରିସରରେ ଏକ ପବିତ୍ର କୂଅ ମଧ୍ୟ ରହିଛି। ସେହି ଜଳକୁ ମୁଣ୍ଡରେ ସିଞ୍ଚନ କଲେ ସବୁ ପ୍ରକାର ଚର୍ମ ରୋଗ ଭଲ ହୁଏ ବୋଲି ବିଶ୍ୱାସ ରହିଛି।

 ପୂଜା ପାଉଛନ୍ତି ୩ ବିଗ୍ରହ

ମନ୍ଦିରର ୪୮ଟି ସ୍ତମ୍ଭ କେବଳ ପଥରରେ ତିଆରି ହୋଇଛି ।  ଅବଶିଷ୍ଟ ସ୍ତମ୍ଭ ଶାଳ ଏବଂ ତାଳ କାଠରେ ତିଆରି ହୋଇଛି। ମନ୍ଦିରରେ ୩ଟି ବିଗ୍ରହ ପୂଜା ପାଇଥାନ୍ତି। ସେମାନେ ହେଲେ ଦାରୁ ବିଗ୍ରହ, ଶୀଳା ବିଗ୍ରୟ ଏବଂ ଧାତୁ ବିଗ୍ରହ।

କିପରି ଯିବେ

ଓଡ଼ିଶା ରାଜଧାନୀ ଭୁବନେଶ୍ୱରଠାରୁ ଗଞ୍ଜାମର ଦୂରତା ୧୬୭ କିମି। ଆପଣ ନିତିଦିନ ଯିବା ଆସିବା କରୁଥିବା ଯାତ୍ରୀବାହୀ ବସ୍‌, ଟ୍ରେନ୍‌ କିମ୍ବା ଟ୍ୟାକ୍ସି କରି ମଧ୍ୟ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।

ତେବେ ଆପଣ ଏହି ସ୍ଥାନକୁ ଯେ କୌଣସି ଋତୁରେ ମଧ୍ୟ ଯାଇପାରିବେ। ତେଣୁ ଆପଣଙ୍କ ବ୍ୟସ୍ତ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଗଞ୍ଜାମ ଯାଇ ଥରେ ବୁଲିଆସନ୍ତୁ।

The post ବୁଲି ଯାଆନ୍ତୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର appeared first on Odisha Reporter.

]]>
left bottom 2019-03-20 12:08:36 https://odishareporter.in/wp-content/uploads/2019/03/v44-1.jpg
ଏଠାରେ ଭକ୍ତ ଦେହରେ କଣ୍ଟା ଫୋଡ଼ାଇଲେ ବାବା ସନ୍ତୁଷ୍ଟ ହେବାର ରହିଛି ବିଶ୍ୱାସ https://odishareporter.in/life-style/chandaneswar-shiv-temple-in-balasore-district908-352116 Sat, 16 Mar 2019 06:50:16 +0000 https://odishareporter.in/?p=352116

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ହେଉଛି ଏକ ପୁରାତନ ସଂସ୍କୃତି ଏବଂ ଐତିହାସିକ ସହର। ଇତିହାସକୁ ଆମେ ଯଦି ଦେଖିବା ଏହା କଳିଙ୍ଗର ଏକ ଅଂଶ ଥିଲା । ୧୫୬୮ମସିହା ବେଳକୁ ବାଲେଶ୍ୱର ଜିଲ୍ଲା ମୋଗଲ୍‌ ସାମ୍ରାଜ୍ୟରେ ଅର୍ନ୍ତଭୁକ୍ତ ଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତ ଆସିବା ପରେ ବାଲେଶ୍ୱରରେ ବ୍ରିଟିଶ୍‌ ଉପନିବେଶ ପ୍ରତିଷ୍ଠା ହେଲା। ବ୍ରିଟିଶ୍‌ ଶାସନ ସମୟରେ ବାଲେଶ୍ୱରରେ ଅନେକ ଇଂରେଜ ଅଫିସର୍‌ ଏବଂ ବ୍ୟବସାୟୀ ରହୁଥିଲେ। ଏବେ ମଧ୍ୟ ଥରେ ବୁଲି ଆସିଲେ ବାଲେଶ୍ୱରରେ […]

The post ଏଠାରେ ଭକ୍ତ ଦେହରେ କଣ୍ଟା ଫୋଡ଼ାଇଲେ ବାବା ସନ୍ତୁଷ୍ଟ ହେବାର ରହିଛି ବିଶ୍ୱାସ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ହେଉଛି ଏକ ପୁରାତନ ସଂସ୍କୃତି ଏବଂ ଐତିହାସିକ ସହର। ଇତିହାସକୁ ଆମେ ଯଦି ଦେଖିବା ଏହା କଳିଙ୍ଗର ଏକ ଅଂଶ ଥିଲା । ୧୫୬୮ମସିହା ବେଳକୁ ବାଲେଶ୍ୱର ଜିଲ୍ଲା ମୋଗଲ୍‌ ସାମ୍ରାଜ୍ୟରେ ଅର୍ନ୍ତଭୁକ୍ତ ଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତ ଆସିବା ପରେ ବାଲେଶ୍ୱରରେ ବ୍ରିଟିଶ୍‌ ଉପନିବେଶ ପ୍ରତିଷ୍ଠା ହେଲା।

ବ୍ରିଟିଶ୍‌ ଶାସନ ସମୟରେ ବାଲେଶ୍ୱରରେ ଅନେକ ଇଂରେଜ ଅଫିସର୍‌ ଏବଂ ବ୍ୟବସାୟୀ ରହୁଥିଲେ। ଏବେ ମଧ୍ୟ ଥରେ ବୁଲି ଆସିଲେ ବାଲେଶ୍ୱରରେ ଇଂରେଜମାନଙ୍କ ସମାଧି ସବୁ ଦେଖିବାକୁ ପାଇବେ। ବାଲେଶ୍ୱରରେ ଜଳପଥ  ଥିବା ଯୋଗୁ ଇଂରେଜ ଶାସନ ସମୟରୁ ଏହା ବ୍ୟବସାୟିକ କେନ୍ଦ୍ରରେ ପରିଣତ ହୋଇଥିଲା। ଏହାବ୍ୟତୀତ ସହର ପାର୍ଶ୍ୱ ଦେଇ ବୁଢ଼ାବଳଙ୍ଗ ନଦୀ ପ୍ରବାହିତ ହେଉଛି।

ତେବେ ଆପଣ ତ ବାଲେଶ୍ୱର ସହରର ଇତିହାସ ବିଷୟରେ ଜାଣିଲେ। ଏବେ ବାଲଶ୍ୱରର ଏକ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ। ବାଲେଶ୍ୱରରେ ଏକ ପୂରାତନ ଶୈବ ପୀଠ ରହିଛି।  ଯେଉଁଠାରେ ବର୍ଷ ସାରା ଭକ୍ତଙ୍କ ଗହଳି ଜମେ। ଏହା ହେଉଛି ବାବା ଚନ୍ଦନେଶ୍ୱରଙ୍କ ପୀଠ।

କିପରି ଯିବେ

୬୦ନଂ ଜାତୀୟ ରାଜପଥ ଦେଇ ଆପଣ ଚନ୍ଦନେଶ୍ୱର ଯାଇପାରିବେ। ଏହି ରାସ୍ତା କୋଲ୍‌କାତା ଅଭିମୁଖେ ଯାଇଛି। ଗାଡ଼ିରେ ଯିବା ବେଳେ ଆପଣ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ମନୋରମ ଦୃଶ୍ୟ ଉପଭୋଗ କରିପାରିବେ। ଏପରି ଲାଗିବ ଯେ, ପ୍ରକୃତି ରାଣୀ ଚାରିଆଡ଼େ ତାର ସୁନ୍ଦରତା ଅର୍ପଣ କରିଦେଇଛି।

ବାଲେଶ୍ୱରରେ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିର ଏକ ଛୋଟ ସହରରେ ଅବସ୍ଥିତ। ବର୍ଷ ତମାମ ସେଠାରେ ଟୁରିଷ୍ଟ ମାନଙ୍କର ଭିଡ଼ ଲାଗିରହିଥାଏ।
ଆସନ୍ତୁ ଜଣିବା ବାବା ଚନ୍ଦନେଶ୍ୱରଙ୍କ ମନ୍ଦିର ବିଷୟରେ..

ଯଦି ଆପଣ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିରକୁ ଯିବାକୁ ଚାହୁଁଛନ୍ତି, ତାହାଲେ ବାଲେଶ୍ୱରରୁ ବସ୍‌ରେ କିମ୍ବା କାର୍‌ରେ ସେଠାକୁ ଯାଇ ପାରିବେ। ବାଲଶ୍ୱରରୁ ଏହାର ଦୂରତା ପ୍ରାୟ ୯୩ କି.ମି.। ତେବେ ଆପଣ ଚାହିଁଲେ ଟ୍ରେନ୍‌ରେ ମଧ୍ୟ ଯାଇପାରିବେ। ଜଳେଶ୍ୱରରୁ ଏହାର ଦୂରତା ହେଉଛି ମାତ୍ର ୩୬ କିମି।  ଜଳେଶ୍ୱରକୁ ବାଲେଶ୍ୱର ଜିଲ୍ଲାର ଭାତ ହାଣ୍ଡି ବୋଲି କୁହାଯାଏ।

ଆପଣ ବାବାଙ୍କ ମନ୍ଦିରର ସିଂହ ଦ୍ୱାରା ଦେଇ ଭିତରକୁ ପ୍ରବେଶ କଲେ ବାବା ଚନ୍ଦନେଶ୍ୱରଙ୍କ ସୁନ୍ଦର ଧଳା ରଙ୍ଗର ମନ୍ଦିର ଦେଖିପାରିବେ। ମନ୍ଦିରର ନିର୍ମାଣ ଶୈଳୀରେ ଆପଣ ପଶ୍ଚିମବଙ୍ଗର  କାରୁକାର୍ଯ୍ୟ ଦେଖିବାକୁ ପାଇବେ। ମନ୍ଦିର ବେଢ଼ାରୁ ଗର୍ଭଗୃହକୁ ଗଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଆପଣ ସେଠାରେ ବାବା ଚନ୍ଦନେଶ୍ୱରଙ୍କ ଲିଙ୍ଗଙ୍କ ଦର୍ଶନ ପାବେ ନାହିଁ। କାରଣ ବାବା ନିରାକାର। ଏବଂ ଆଉ ଗୋଟେ କଥା ହେଲା ବାବାଙ୍କ ମନ୍ଦିରରେ ଷଣ୍ଢମାନଙ୍କର ଅବାଧ ପ୍ରବେଶ ରହିଛି। ସେଠାରେ ପ୍ରତି ସୋମବାର ଏବଂ ସଂକ୍ରାନ୍ତିରେ ବହୁ ଶ୍ରଦ୍ଧାଳୁ ବାବାଙ୍କ ପାଖରେ ଜଳାଭିଷେକ କରିଥାନ୍ତି। ସେଠାରେ ଭକ୍ତମାନଙ୍କ ପାଇଁ ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଦର୍ଶନ ସମୟ ନିର୍ଦ୍ଧାରଣ କରାଯାଇଛି।

ବାବା ଚନ୍ଦନେଶ୍ୱରଙ୍କ ସବୁଠୁ ବଡ଼ ପର୍ବ ହେଉଛି ଚଡ଼କ ଯାତ୍ରା। ପ୍ରତିବର୍ଷ ବିଷୁବ ସଂକ୍ରାନ୍ତି ଅବସରରେ ଲକ୍ଷ ଲକ୍ଷ ଭକ୍ତ ସେଠାରେ ଏକାଠି ହୁଅନ୍ତି। ଆଉ ଚଡ଼କ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ପାଟ ପର୍ବ। ସେହି ପର୍ବରେ ଭାଗ ନେଉଥିବା ଭକ୍ତଙ୍କୁ “ପାଟଭକ୍ତା” ବୋଲି କୁହାଯାଏ। ନିଜର ମାନସିକ ପୂରଣ ପାଇଁ ପାଟଭକ୍ତାମାନେ ଉପବାସ କରି ବାବା ଚନ୍ଦନେଶ୍ୱରଙ୍କ ନିକଟରେ ନିଜକୁ ଅର୍ପଣ କରିଥାନ୍ତି। ଆଉ ଏହି ପାଟ ପର୍ବ ସମୟରେ ଆପଣ ସେଠାକୁ ଗଲେ ପାଟ ଭକ୍ତାମାନେ ନିଜ ଦେହରେ ଶହ ଶହ ଲୁହା କଣ୍ଟା ଫୋଡ଼ାଇ ସଜ୍ଜିତ ହୋଇ ମନ୍ଦିରକୁ ଶୋଭାଯାତ୍ରାରେ ଯାଉଥିବା ଦେଖିପାରିବେ।

ସେଠାରେ ଆପଣ ପାଟ ଭକ୍ତାମାନଙ୍କୁ ନିଜ ଗାଲ ଏବଂ ଜିଭରେ ମଧ୍ୟ କଣ୍ଟା ଫୋଡ଼ାଇଥିବା ଦେଖିବାକୁ ପାଇବେ। ଲୋକଙ୍କ ମନରେ ଏହା ବିଶ୍ୱାସ ଅଛି ଯେ, ଏପରି କଷ୍ଟଦାୟକ ବ୍ରତ ପାଳନ କଲେ ବାବା ଚନ୍ଦନେଶ୍ୱର ସନ୍ତୁଷ୍ଟ ହୋଇଥାନ୍ତି। ଆଉ ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ ଯେ, ଛୋଟ ଛୋଟ ପିଲା ମଧ୍ୟ ସେମାନଙ୍କ ଦେହରେ କଣ୍ଟା ଫୋଡ଼ାଇଥାନ୍ତି। ଚନ୍ଦନେଶ୍ୱର ଯାତ୍ରା ସମୟରେ ସେଠାରେ ଥିବା ଏକ ନୀଳ ପୋଖରୀର ପାଣିକୁ ଭକ୍ତମାନେ ପବିତ୍ର ବୋଲି ମାନିଥାନ୍ତି।

ତେବେ ଆପଣ ଚନ୍ଦନେଶ୍ୱର ମନ୍ଦିର ବୁଲି ସାରିବା ପରେ ତାର ଅଳ୍ପ ଦୂରରେ ଥିବା ତାଳସାରୀ ସମୁଦ୍ର କୂଳ ବୁଲି ପାରିବେ। ଚନ୍ଦନେଶ୍ୱର ମନ୍ଦିରଠାରୁ ତାଳସାରୀ ବିଚ୍‌ କେବଳ ଅଢ଼େଇ କିମି। ଆପଣ ସେହି ରାସ୍ତା ଦେଇ ତାଳସାରୀ ଗଲେ ସାମୁଦ୍ରିକ ପବନ ଆପଣଙ୍କୁ ମତୁଆଲା କରିଦେବ ନିଶ୍ଚୟ।

ତାଳସାରୀ ହେଉଛି ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ସମୁଦ୍ର କୂଳ । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ସେଠାକୁ ଯାଇଥାନ୍ତି। ସେଠାରେ ଆପଣ ନାଲି କଙ୍କଡ଼ା ସହ ଝାଉଁ ଏବଂ ହେନ୍ତାଳ ବଣ ଦେଖିବାକୁ ପାଇବେ। ବିସ୍ତିର୍ଣ୍ଣ ଝାଉଁ ଜଙ୍ଗଲ, ସୁନେଲି ବାଲୁକା ରାଶି ଏବଂ ସୁନ୍ଦର ପବନକୁ ଆପଣ ଏଠାରେ ମନଭରି ଉପଭୋଗ କରିପାରିବେ।

ତେବେ ଆଉ ଡେରି କାହିଁକି, ଏହି ସୁନ୍ଦର ଶୈବ ପୀଠ ବୁଲିବା ସାଙ୍ଗକୁ ଥରେ ସି ବିଚ୍‌ର ମଜା ନେଇ ଆସନ୍ତୁ।

The post ଏଠାରେ ଭକ୍ତ ଦେହରେ କଣ୍ଟା ଫୋଡ଼ାଇଲେ ବାବା ସନ୍ତୁଷ୍ଟ ହେବାର ରହିଛି ବିଶ୍ୱାସ appeared first on Odisha Reporter.

]]>
left top 2019-03-16 12:26:15 https://odishareporter.in/wp-content/uploads/2019/03/b331.jpg
ଓଡ଼ିଶାର ତ୍ରିବେଣୀ ସଙ୍ଗମ ବିଷୟରେ ଜାଣିଛନ୍ତି କି? ଚାଲନ୍ତୁ ଥରେ ଯାଇ ବୁଲି ଆସିବା… https://odishareporter.in/life-style/kantilo-nilamadhaba-odisha908-351101 Wed, 13 Mar 2019 05:49:22 +0000 https://odishareporter.in/?p=351101

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଐତିହାସିକ ଘଟଣାର ମୁକସାଖି ହେଉଛି ନୟାଗଡ଼। ପୂର୍ବରୁ ଥିବା ନୟାଗଡ଼ ଆଉ ଆଜିର ନୟାଗଡ଼ ମଧ୍ୟରେ ଅନେକ ଫରକ ଦେଖିବାକୁ ମିଳିଥାଏ। ଏବେବି ନୟାଗଡ଼ ସହର ମୁଣ୍ଡରେ ରୁଖି ଏବଂ ବଳରାମ ନାମକ ଦୁଇ ପାହାଡ଼ ଦ୍ୱାରପାଳ ଭାବେ ଠିଆହୋଇଛନ୍ତି। ୧୯୯୫ ମସିହାରୁ ନୟାଗଡ଼ ଜିଲ୍ଲା ପୁରୀ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ ହୋଇଥିଲା। ଏହି ଜିଲ୍ଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅନେକ ପର୍ଯ୍ୟଟନ ସ୍ଥଳୀ ଏବଂ ମନ୍ଦିର ମଧ୍ୟ […]

The post ଓଡ଼ିଶାର ତ୍ରିବେଣୀ ସଙ୍ଗମ ବିଷୟରେ ଜାଣିଛନ୍ତି କି? ଚାଲନ୍ତୁ ଥରେ ଯାଇ ବୁଲି ଆସିବା… appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଐତିହାସିକ ଘଟଣାର ମୁକସାଖି ହେଉଛି ନୟାଗଡ଼। ପୂର୍ବରୁ ଥିବା ନୟାଗଡ଼ ଆଉ ଆଜିର ନୟାଗଡ଼ ମଧ୍ୟରେ ଅନେକ ଫରକ ଦେଖିବାକୁ ମିଳିଥାଏ। ଏବେବି ନୟାଗଡ଼ ସହର ମୁଣ୍ଡରେ ରୁଖି ଏବଂ ବଳରାମ ନାମକ ଦୁଇ ପାହାଡ଼ ଦ୍ୱାରପାଳ ଭାବେ ଠିଆହୋଇଛନ୍ତି। ୧୯୯୫ ମସିହାରୁ ନୟାଗଡ଼ ଜିଲ୍ଲା ପୁରୀ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ ହୋଇଥିଲା। ଏହି ଜିଲ୍ଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅନେକ ପର୍ଯ୍ୟଟନ ସ୍ଥଳୀ ଏବଂ ମନ୍ଦିର ମଧ୍ୟ ରହିଛି। ତେବେ ଆଜି ନୟାଗଡ଼ରେ ଥିବା ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ମନ୍ଦିର ବିଷୟରେ ଜାଣନ୍ତୁ ଅଧିକ କିଛି କଥା।

ଏହି ପ୍ରସିଦ୍ଧ ମନ୍ଦିର ଗୋଟିଏ ଛୋଟିଆ ମୁଣ୍ଡିଆ ଉପରେ ଅବସ୍ଥିତ। ସେହି ମୁଣ୍ଡିଆକୁ ବ୍ରହ୍ମାଦ୍ରୀ ପର୍ବତ ବୋଲି କୁହାଯାଏ। ସେଠାରେ ଅଷ୍ଟମ ଶତାବ୍ଦିରେ ନିର୍ମାଣ କରାଯାଇଥିବା ଏକ ପ୍ରାଚୀନ ମନ୍ଦିରରେ ନୀଳମାଧବ ପୂଜା ପାଇଥାନ୍ତି।

ଇଏ ହେଉଛନ୍ତି ସେହି ନୀଳମାଧବ ଯାହାକୁ ଦିନେ ପାଇବା ପାଇଁ ବିଦ୍ୟାପତି ବିଶ୍ୱାବସୁଙ୍କ ସହ ସମ୍ପର୍କ ଯୋଡ଼ିଥିଲେ। କିମ୍ବଦନ୍ତୀ କହେ, ପୁରୀ ବଡ଼ଦେଉଳର ଶ୍ରୀ ଜଗନ୍ନାଥଙ୍କ ସେବା ନୀତି ଯେଉଁଭଳି ହୁଏ, ନୀଳମାଧବଙ୍କ ନିକଟରେ ମଧ୍ୟ ଠିକ୍‌ ସେହିପରି ନୀତିକାନ୍ତି ହୋଇଥାଏ।

କ’ଣ ଦେଖିବେ: ଶ୍ରୀକ୍ଷେତ୍ରର ବଡ଼ ଦୁଆର ପରି ଏହି ମନ୍ଦିରରେ ମଧ୍ୟ ଚାରିଟି ଦ୍ୱାର ଏବଂ ବାଇଶି ପାହାଚ ରହିଛି। ମନ୍ଦିର ବେଢ଼ାରେ ନୀଳମାଧବଙ୍କ ସହ ଲକ୍ଷ୍ମୀ ସିଦ୍ଧେଶ୍ୱର ମହାଦେବ ଏବଂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ରହିଛି। ସେହିଠାରେ କିମ୍ବଦନ୍ତୀର ଏକ କାହାଣୀ ମଧ୍ୟ ରହିଛି। ଗଜପତିଙ୍କ ନିର୍ଦ୍ଦେଶରେ ବିଦ୍ୟାପତି ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ। ଆଉ ବିଶ୍ୱାବସୁ ହିଁ ତାଙ୍କୁ ନୀଳମାଧବଙ୍କୁ ଦର୍ଶନ କରାଇବାକୁ ନେଇଯାଇଥିଲେ। ସେହିଠାରେ ଶ୍ରୀ ବିଷ୍ନୁ ବା ଶ୍ରୀ ନୀଳମାଧବଙ୍କ ବିଗ୍ରହ ଇନ୍ଦ୍ରନୀଳ ପଥରରେ ତିଆରି ହୋଇଛି।

ଆପଣ ସେହି ମନ୍ଦିରର ଏକ ଆଶ୍ଚର୍ଯ୍ୟ କଥା ଜାଣିଛନ୍ତି କି? ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଶ୍ରୀ ବିଗ୍ରହଙ୍କ ପାଦଦେଶରୁ ସବୁବେଳେ ପାଣି ଝରୁଥାଏ।
ଜଣେ ସ୍ଥାନୀୟ ଗବେଷକଙ୍କ ମତ ଅନୁସାରେ, ବିଗ୍ରହଙ୍କ ପଥରରେ ଏମୋନାଇଟ୍‌ ନାମକ ଏକ ଜୀବାଶ୍ଜ ଥିବାରୁ ପାଣି ଝରିଥାଏ। ମନ୍ଦିରରେ ଅନ୍ନ ପ୍ରସାଦ ଲାଗି ହୁଏ। କିନ୍ତୁ ଆପଣ ପ୍ରସାଦ ସେବନ କରିବାକୁ ଚାହିଁଲେ ଆଗୁଆ ବରାଦ ଦେବାକୁ ପଡ଼ିଥାଏ।

କଣ୍ଟିଲୋ ନୀଳମାଧବଙ୍କ ବେଢ଼ାରୁ ପାହାଚ ନଦୀ କୂଳକୁ ଲମ୍ବି ଯାଇଛି। ଆଉ ସେହି ପାହାଚ ଅତିକ୍ରମ କରି ତଳକୁ ଗଲେ ଆପଣ ଅତି ସୁନ୍ଦର ମନୋରମ ଦୃଶ୍ୟ ଦେଖିବାକୁ ପାଇବେ। ସେହିଠାରେ ମହାନଦୀ ସହ କୁସୁମି ଆଉ କୁଆଁରିଆ ନଦୀର ମଧ୍ୟ ମିଳନ ଘଟିଛି। ଆଉ ଏହାକୁ ଓଡ଼ିଶାର ତ୍ରିବେଣୀ ସଙ୍ଗମ ମଧ୍ୟ କୁହାଯାଏ। ତେବେ ଏହା ଏକ ଭଲ ପିକ୍‌ନିକ୍‌ ସ୍ଥଳୀ ଭାବେ ଜଣାଶୁଣା।

ତେଣୁ ନୀଳମାଧବଙ୍କ ମନ୍ଦିର ବିଷୟରେ ଏତେ କଥା ଜାଣି ସାରିଲା ପରେ ନିଶ୍ଚୟ ଆପଣଙ୍କର ସେଠାକୁ ବୁଲି ଯିବାକୁ ଇଚ୍ଛା ହେଉଥିବ।

କେମିତି ଯିବେ: ରାଜଧାନୀ ଭୁବନେଶ୍ୱରଠାରୁ ନୟାଗଡ଼ ୮୦ କି.ମି ଏବଂ ନୟାଗଡ଼ ସଦର ମହକୁମାଠାରୁ ଏହା ୪୪ କି.ମି.। ଆପଣ ଚାହିଁଲେ ବସ୍‌ କିମ୍ବା ଟ୍ୟାକ୍ସି କରି ସେଠାକୁ ଯାଇପାରିବେ। ତେବେ ଆଉ ଡେରି ନକରି କିଛିଟା ସମୟ ବାହାର କରନ୍ତୁ। ଆଉ ଅନ୍ତତଃ ଥରେ ଏହି ପର୍ଯ୍ୟଟନ ସ୍ଥଳୀ ଯାଇ ବୁଲି ଆସିବେ ବୋଲି ଆମର ଆଶା।

The post ଓଡ଼ିଶାର ତ୍ରିବେଣୀ ସଙ୍ଗମ ବିଷୟରେ ଜାଣିଛନ୍ତି କି? ଚାଲନ୍ତୁ ଥରେ ଯାଇ ବୁଲି ଆସିବା… appeared first on Odisha Reporter.

]]>
left top 2019-03-13 11:21:46 https://odishareporter.in/wp-content/uploads/2019/03/q11-1.jpg
ଆସନ୍ତୁ ବୁଲି ଯିବା ପୁତୁଡ଼ି ଜଳପ୍ରପାତ https://odishareporter.in/life-style/tourist-place-putudi-waterfall78812-350018 Sun, 10 Mar 2019 03:48:59 +0000 https://odishareporter.in/?p=350018

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାର ଗୋଟିଏ ଛୋଟିଆ ସହର ଫୁଲବାଣୀ। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ସେହିଠାରେ ଅବସ୍ଥିତ। ପ୍ରାକୃତିକ ଶୋଭା ପରିମଣ୍ଡିତ ‌ଏହି ସହରର ଲୋକେ ବେଶ୍‌ ସରଳ ଓ ମେଳାପୀ। ଆଉ ପାଣିପାଗ କଥା ଦେଖିଲେ ବର୍ଷ ତମାମ୍‌ ସେହିଠାରେ ଅନୁକୂଳ ପରିବେଶ ରହିଥାଏ। ସହରଟି ବଡ଼ ନ ହେଲେ ମଧ୍ୟ ସେଠାକାର ଜୀବନଯାତ୍ରା ବେଶ୍‌ ଶାନ୍ତିପୂର୍ଣ୍ଣ। ଫୁଲବାଣୀ ସହରର ଚାରିପାଖରେ ରହିଛି ଘଞ୍ଚ ଜଙ୍ଗଲ ଏବଂ ଉଚ୍ଚ ପାହାଡ଼ । […]

The post ଆସନ୍ତୁ ବୁଲି ଯିବା ପୁତୁଡ଼ି ଜଳପ୍ରପାତ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାର ଗୋଟିଏ ଛୋଟିଆ ସହର ଫୁଲବାଣୀ। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ସେହିଠାରେ ଅବସ୍ଥିତ। ପ୍ରାକୃତିକ ଶୋଭା ପରିମଣ୍ଡିତ ‌ଏହି ସହରର ଲୋକେ ବେଶ୍‌ ସରଳ ଓ ମେଳାପୀ। ଆଉ ପାଣିପାଗ କଥା ଦେଖିଲେ ବର୍ଷ ତମାମ୍‌ ସେହିଠାରେ ଅନୁକୂଳ ପରିବେଶ ରହିଥାଏ। ସହରଟି ବଡ଼ ନ ହେଲେ ମଧ୍ୟ ସେଠାକାର ଜୀବନଯାତ୍ରା ବେଶ୍‌ ଶାନ୍ତିପୂର୍ଣ୍ଣ।

ଫୁଲବାଣୀ ସହରର ଚାରିପାଖରେ ରହିଛି ଘଞ୍ଚ ଜଙ୍ଗଲ ଏବଂ ଉଚ୍ଚ ପାହାଡ଼ । ସେହି ସହରଠାରୁ ମାତ୍ର ଅଳ୍ପ ଦୂରରେ ରହିଛି ଅନେକ ଜଳପ୍ରପାତ ଏବଂ ଝରଣା । ପରିବେଶ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭଲ ପାଉଥିବା ଲୋକମାନଙ୍କ ପାଇଁ ଏହା ହେଉଛି ସବୁଠାରୁ ଭଲ ପର୍ଯ୍ୟଟନସ୍ଥଳୀ। ଏଥି ମଧ୍ୟରୁ ପୁତୁଡ଼ି ଜଳପ୍ରପାତ ଗୋଟିଏ।

କଣ ଅଛି ଏଠାରେ…

ପୁତୁଡ଼ି ଜଳପ୍ରପାତ ବୁଲି ଗଲେ ରାସ୍ତାର  ଦୁଇ ପାଖରେ ଦେଖିବେ ଘଞ୍ଚ  ଜଙ୍ଗଲ ଓ ପାହାଡ଼। ତଳକୁ ଯିବା ବେଳେ ଦେଖିବେ କୁଳୁକୁଳୁ ଶବ୍ଦ କରୁଥିବା ବହି ଯାଉଥିବା ସାଲୁଙ୍କି ନଦୀ । ଏହି ଦୃଶ୍ୟ ନିଶ୍ଚିତ ବିମୋହିତ କରିବ ପରିବେଶ ପ୍ରେମୀଙ୍କୁ।  ପୁତୁଡ଼ି ଜଳପ୍ରପାତ ଦେଖିବାକୁ ଗଲାବେଳେ ଆପଣ ଚାହିଁଲେ କିଛି ବାଟ ଚାଲି ଚାଲି ଯାଇ ପାରିବେ। ଚାଲିକି ଗଲେ ହିଁ ଦୁଇ ପାର୍ଶ୍ୱରେ ଥିବା ଜଙ୍ଗଲ ଦୃଶ୍ୟକୁ ଉପଭୋଗ କରିପାରିବେ।

ପୁତୁଡ଼ି ଯିବା ପାଇଁ ରାସ୍ତା ଅଙ୍କା ବଙ୍କା। ଆପଣଙ୍କୁ କେତେବେଳେ ପାହାଡ଼ ଚଢ଼ିବାକୁ ପଡ଼ିବ ତ କେତେବେଳେ ପାହାଡ଼ ଗଡ଼ିବାକୁ ପଡ଼ିବ। ଆଉ ମଝିରେ ମଝିରେ ପାହାଡ଼ି ଝରଣାକୁ ଅତିକ୍ରମ କରିବାକୁ ପଡ଼ିବ । ଯିବା ରାସ୍ତାରେ କିଛି ସମୟ ରହି ଝରଣାର ଦୃଶ୍ୟକୁ ଉପଭୋଗ କଲେ ସ୍ୱର୍ଗୀୟ ଆନନ୍ଦ ଉପଲବ୍ଧି ହେବ ।

କିଛି ବାଟ ଯିବା ପରେ ଆପଣ ପୁତୁଡ଼ି ଜଳପ୍ରପାତରେ ପହଞ୍ଚିଯିବେ। ସେଠାରେ ପ୍ରାୟ୨୫ଫୁଟ୍‌ ଉଚ୍ଚରୁ ପ୍ରଚଣ୍ଡ ଶବ୍ଦ କରି ସାଲୁଙ୍କି ନଦୀର ପାଣି ତଳକୁ ପଡ଼ୁଥାଏ ତାହା ପୁଣି  ବିଭିନ୍ନ ଭାଗ ହୋଇ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଣେ ଦେଖିଲେ ହିଁ କେବଳ ଅନୁଭବ କରିପାରିବ। ଭାଷାରେ ବର୍ଣ୍ଣନା ଏକ ପ୍ରକାର ଅସମ୍ଭବ।

କେମିତି ଯିବେ

ଫୁଲବାଣୀରୁ ଏହା ମାତ୍ର ୧୫ କିମି ଦୂର ଏବଂ ରାଜଧାନୀ ଭୁବନେଶ୍ୱରରୁ ୨୧୦ କିମି ଦୂର। ଆପଣ ଭୁବନେଶ୍ୱରରୁ ନିୟମିତ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍, ଟ୍ରେନ୍‌ କିମ୍ବା ଘରୋଇ ଟ୍ୟାକ୍ସିରେ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଯାଇପାରିବେ।

ଫୁଲବାଣୀରେ ରାତ୍ରୀଯାପନ ପାଇଁ ଛୋଟ ଛୋଟ ହୋଟେଲର ବ୍ୟବସ୍ଥା ମଧ୍ୟ ରହିଛି। ସଠାରେ ରହି ପୁତୁଡି ଜଳପ୍ରପାତ ବୁଲିବାର ମଜା ଉଠାଇ ପାରିବେ।

ତେବେ ଡେରି ନ କରି ବ୍ୟସ୍ତ ଜୀବନରୁ କିଛି ସମୟ ବାହାର କରି  ଥରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜାଗାକୁ ବୁଲି ଆସନ୍ତୁ !

The post ଆସନ୍ତୁ ବୁଲି ଯିବା ପୁତୁଡ଼ି ଜଳପ୍ରପାତ appeared first on Odisha Reporter.

]]>
left top 2019-03-11 14:35:37 https://odishareporter.in/wp-content/uploads/2019/03/p11-1.jpg
ରାଜଧାନୀରେ ନିଅନ୍ତୁ ଜଙ୍ଗଲ ବୁଲିବାର ମଜା https://odishareporter.in/odisha/jungle-view-in-capital-349922 Sat, 09 Mar 2019 04:23:16 +0000 https://odishareporter.in/?p=349922

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ଦୀର୍ଘ ବର୍ଷ ଧରି ମନ୍ଦିରମାଳିନୀ ପରିଚୟ ପାଇ ଆସିଥିବା ଭୁବନେଶ୍ୱର ଏବେ ଜୈବ ପର୍ଯ୍ୟଟନ(ଇକୋ ଟୁରିଜିମ୍‌) ପାଇଁ ପ୍ରସିଦ୍ଧ ହେବ। ରାଜ୍ୟ ସରକାର ଏଭଳି ଏକ ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରୁ ମୁକ୍ତି ପାଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ମଧ୍ୟ ନେଇହେବ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟର ୨୦ ବର୍ଗ କି.ମି. ଭରତପୁର ସଂରକ୍ଷିତ ଜଙ୍ଗଲରେ ଲୋକାର୍ପିତ ହୋଇଛି ଜଙ୍ଗଲ ସଫାରି। ସଫାରି ବୁଲିବା […]

The post ରାଜଧାନୀରେ ନିଅନ୍ତୁ ଜଙ୍ଗଲ ବୁଲିବାର ମଜା appeared first on Odisha Reporter.

]]>

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ଦୀର୍ଘ ବର୍ଷ ଧରି ମନ୍ଦିରମାଳିନୀ ପରିଚୟ ପାଇ ଆସିଥିବା ଭୁବନେଶ୍ୱର ଏବେ ଜୈବ ପର୍ଯ୍ୟଟନ(ଇକୋ ଟୁରିଜିମ୍‌) ପାଇଁ ପ୍ରସିଦ୍ଧ ହେବ। ରାଜ୍ୟ ସରକାର ଏଭଳି ଏକ ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରୁ ମୁକ୍ତି ପାଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ମଧ୍ୟ ନେଇହେବ ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟର ୨୦ ବର୍ଗ କି.ମି. ଭରତପୁର ସଂରକ୍ଷିତ ଜଙ୍ଗଲରେ ଲୋକାର୍ପିତ ହୋଇଛି ଜଙ୍ଗଲ ସଫାରି। ସଫାରି ବୁଲିବା ପାଇଁ  ୫ଟି ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ବ୍ୟାଟେରିଚାଳିତ ଏହି ଗାଡ଼ିରେ ପର୍ଯ୍ୟଟକ ଜଙ୍ଗଲ ସଫାରି ବୁଲି ଏହାର ମଜା ଉଠାଇ ପାରିବେ ।

ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସମେତ ସ୍କୁଲ, କଲେଜ ପିଲାମାନେ ମଧ୍ୟ ପ୍ରାକୃତିକ ପରିବେଶ ଓ ବନ୍ୟ ଜୀବଜନ୍ତୁଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇପାରିବେ । କେବଳ ଜଙ୍ଗଲୀ ଜନ୍ତୁ ନୁହଁନ୍ତି, ବିଭିନ୍ନ ପ୍ରକାର ପକ୍ଷୀ ଓ ବୃକ୍ଷଲତା ମଧ୍ୟ ଏଠି ଆକର୍ଷଣର କେନ୍ଦ୍ରବିନ୍ଦୁ । ସଫାରି ପରିଦର୍ଶନ କରିବାକୁ ଯାଉଥିବା ଲୋକେ ଏହାର ଭରପୁର ଫାଇଦା ଉଠାଇ ପାରିବେ ।

ଏହି ସଫାରି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯୋଗ ଦେଇ ଅତି ନିକଟରୁ ଜଙ୍ଗଲ ବୁଲିବାର ଅନୁଭୂତି ହାସଲ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ । ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି,  ଜଙ୍ଗଲ ସଫାରି ଲୋକଙ୍କ ମଧ୍ୟରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବ। ସହର ମଧ୍ୟରେ ଏଭଳି ପ୍ରାକୃତିକ ପରିବେଶ ଅନ୍ୟ କେଉଁଠାରେ ନାହିଁ ।

The post ରାଜଧାନୀରେ ନିଅନ୍ତୁ ଜଙ୍ଗଲ ବୁଲିବାର ମଜା appeared first on Odisha Reporter.

]]>
left top 2019-03-09 11:57:14 https://odishareporter.in/wp-content/uploads/2019/03/jungle-2..........jpg
୨୦୦ ବର୍ଷ ପରେ ସାଧାରଣ ଲୋକଙ୍କୁ ମିଳିବ ରାଜପ୍ରାସାଦ ବୁଲିବାର ସୁଯୋଗ https://odishareporter.in/odisha/at-long-last-mayurbhanj-royal-palace-is-open-to-all-including-tourists-349256 Thu, 07 Mar 2019 17:25:50 +0000 https://odishareporter.in/?p=349256

ବାରିପଦା(ମାଣିକ୍‌ଲାଲ୍‌ ପାଣି): ରାଜ ଶାସନ ନାହିଁ। କିନ୍ତୁ ରହିଛି ରାଜ ଶାସନର ମୁକସାକ୍ଷୀ। ଯାହାକୁ ଏବେବି ସାଇତି ରଖିଛନ୍ତି ରାଜପରିବାରର ବର୍ତ୍ତମାନର ପିଢ଼ି। ଏବେ ରାଜାଙ୍କର ସେହି ଭବ୍ୟ ପ୍ରାସାଦ ସର୍ବ ସାଧାରଣଙ୍କ ପାଇଁ ଖୋଲିଛି। ଯାହାକୁ ସାଧାରଣ ଲୋକେ ଦେଖିବା ସହିତ ମୟୂରଭଞ୍ଜର କଳା, ସଂସ୍କୃତି ଓ ଐତିହ୍ୟକୁ ମନଭରି ଉପଭୋଗ କରିପାରିବେ। ଏଥିପାଇଁ ନିଜ ଆଡୁ ଆଗେଇ ଆସିଛନ୍ତି ମୟୂରଭଞ୍ଜ ରାଜପରିବାରର ସଦସ୍ୟମାନେ। ୨୦୦ ବର୍ଷ ପରେ ପ୍ରଥମ ଥର ସାଧାରଣ ଲୋକଙ୍କ ପାଇଁ […]

The post ୨୦୦ ବର୍ଷ ପରେ ସାଧାରଣ ଲୋକଙ୍କୁ ମିଳିବ ରାଜପ୍ରାସାଦ ବୁଲିବାର ସୁଯୋଗ appeared first on Odisha Reporter.

]]>

ବାରିପଦା(ମାଣିକ୍‌ଲାଲ୍‌ ପାଣି): ରାଜ ଶାସନ ନାହିଁ। କିନ୍ତୁ ରହିଛି ରାଜ ଶାସନର ମୁକସାକ୍ଷୀ। ଯାହାକୁ ଏବେବି ସାଇତି ରଖିଛନ୍ତି ରାଜପରିବାରର ବର୍ତ୍ତମାନର ପିଢ଼ି। ଏବେ ରାଜାଙ୍କର ସେହି ଭବ୍ୟ ପ୍ରାସାଦ ସର୍ବ ସାଧାରଣଙ୍କ ପାଇଁ ଖୋଲିଛି। ଯାହାକୁ ସାଧାରଣ ଲୋକେ ଦେଖିବା ସହିତ ମୟୂରଭଞ୍ଜର କଳା, ସଂସ୍କୃତି ଓ ଐତିହ୍ୟକୁ ମନଭରି ଉପଭୋଗ କରିପାରିବେ। ଏଥିପାଇଁ ନିଜ ଆଡୁ ଆଗେଇ ଆସିଛନ୍ତି ମୟୂରଭଞ୍ଜ ରାଜପରିବାରର ସଦସ୍ୟମାନେ।

୨୦୦ ବର୍ଷ ପରେ ପ୍ରଥମ ଥର ସାଧାରଣ ଲୋକଙ୍କ ପାଇଁ ମୟୂରଭଞ୍ଜର ବେଲଗଡ଼ିଆ ରାଜପ୍ରସାଦର ଦ୍ୱାର ଖୋଲିଛି। ଏକଦା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ମୟୂରଭଞ୍ଜ ନିଜସ୍ୱ କଳା, ସଂସ୍କୃତି, ସଭ୍ୟତା ତଥା ଐତିହ୍ୟ ଯୋଗୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ମାତ୍ର ଏହି ରାଜ୍ୟ ଓଡ଼ିଶାରେ ବିଲୀନ ହେବା ପରେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଏହା ଧୀରେ ଧୀରେ ମଳିନ ପଡ଼ି ଯାଇଥିଲା। ତେବେ ମୟୂରଭଞ୍ଜରେ ପ୍ରାୟ ଏକ ହଜାର ବର୍ଷ ଧରି ଶାସନ କରିଥିବା ଭଞ୍ଜଦେଓ ରାଜବଂଶର ବର୍ତ୍ତମାନ ପିଢ଼ି ଏସବୁର ସଂରକ୍ଷଣ ସାଙ୍ଗକୁ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିଛନ୍ତି।

ବାରିପଦା ସହର ବେଲଗଡ଼ିଆରେ ରହିଛି ଭଞ୍ଜଦେଓ ରାଜବଂଶର ରାଜବାଟୀ। ତେବେ ମୁଖ୍ୟ ପ୍ରାସାଦଟିକୁ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୫୮ ମସିହାରେ ଏମ୍‌.ପି.ସି କଲେଜ ପାଇଁ ଶିକ୍ଷା ବିଭାଗକୁ ପ୍ରଦାନ କରିଦେଇଥିଲେ। ଏହା ପରେ ରାଜପରିବାର ସଦସ୍ୟମାନେ ବେଲଗଡ଼ିଆ କୋଠୀରେ ରହି ଆସୁଛନ୍ତି।

୩୦ ଏକରରୁ ଅଧିକ ଅଞ୍ଚଳରେ ପରିତ୍ୟକ୍ତ ଏହି ପ୍ରାସାଦଟି ୧୮୦୪ ମସିହାରେ ଭିକ୍ଟୋରିଆନ୍‌ ଶୈଳୀରେ ନିର୍ମାଣ କରାଯାଇଥିଲା। ଏହି ରାଜବାଟୀ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲେ ମଧ୍ୟ ସାଧାରଣ ଲୋକେ ଏହା ଭିତରକୁ ପ୍ରବେଶ କରିପାରୁନଥିଲେ। ତେବେ ରାଜବଂଶର ବର୍ତ୍ତମାନର ପିଢ଼ି ଏକ ମହତ ଉଦ୍ଦେଶ୍ୟ ରଖି ସମସ୍ତଙ୍କ ପାଇଁ ଏହାର ଦ୍ୱାର ଖୋଲି ଦେଇଛନ୍ତି। ଏପରିକି ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୟୂରଭଞ୍ଜର ଛଉନୃତ୍ୟ, ଡୋକ୍ରା, ବାଉଁଶ ଓ ସବାଇଘାସର ହସ୍ତକଳା ସହିତ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଏହି ରାଜପ୍ରସାଦ ମୁଖ୍ୟ ଭୂମିକା ନେବ ବୋଲି ରାଜକୁମାରୀ ମୃଣାଳିମା ମଞ୍ଜରୀ ଭଞ୍ଜଦେଓ କହିଛନ୍ତି।

ବେଲଗଡ଼ିଆ କୋଠୀକୁ ବର୍ତ୍ତମାନ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। ସେମାନଙ୍କ ପାଇଁ ନିୟମିତ ଭାବେ ଛଉ ନୃତ୍ୟ ପରିବେଷଣ କରାଯାଉଛି। ଏହା ଦ୍ୱାରା ଛଉନୃତ୍ୟର ପ୍ରଚାର ପ୍ରସାର ହେବା ସହିତ କଳାକାରମାନେ ସ୍ୱାବଲମ୍ୱୀ ହୋଇପାରୁଛନ୍ତି। ଏହା ମାଧ୍ୟମରେ ବିଦେଶରେ ମଧ୍ୟ ଛଉ ନୃତ୍ୟର ପ୍ରଚାର ପ୍ରସାର ହୋଇପାରିବ। ସେହିପରି ରାଜ ପରିବାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସାଙ୍ଗରେ ନେଇ ବାଉଁଶ, ସବାଇଘାସ, ଡୋକ୍ରା ଆଦି ହସ୍ତକଳାର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଉଛି। ଯାହାଫଳରେ ଏହି ସବୁ ସାମଗ୍ରୀର ନୂତନ ବଜାର ସୃଷ୍ଟି ହୋଇପାରିବ।

ଏଥିରୁ ସଂଗୃହୀତ ଲାଭାଂଶ ମୟୂରଭଞ୍ଜର ଐତିହ୍ୟର ସଂରକ୍ଷଣ, ଛଉନୃତ୍ୟ ଓ ହସ୍ତକଳାର ବିକାଶ, କୁଷ୍ଠରୋଗୀମାନଙ୍କ ଚିକିତ୍ସା, ଆଦିବାସୀ ବାଳିକାମାନଙ୍କ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ କହିଛନ୍ତି।

The post ୨୦୦ ବର୍ଷ ପରେ ସାଧାରଣ ଲୋକଙ୍କୁ ମିଳିବ ରାଜପ୍ରାସାଦ ବୁଲିବାର ସୁଯୋଗ appeared first on Odisha Reporter.

]]>
centre bottom 2019-03-08 07:54:16 https://odishareporter.in/wp-content/uploads/2019/03/baripada1111.jpg
 ଥରେ ବୁଲି ଆସନ୍ତୁ ଶିମିଳିପାଳ… https://odishareporter.in/life-style/similipal-a-great-tourism-place-349123 Thu, 07 Mar 2019 09:24:12 +0000 https://odishareporter.in/?p=349123

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌) : ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ। ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଓ ଝରଣାର କୂଳୁ କୂଳୁ ନାଦ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆନମନା କରେ। ସବୁ ବର୍ଷ ବର୍ଷା ଦିନେ ଶିମିଳିପାଳର ମାଟି ରାସ୍ତା ଧୋଇ ହୋଇ ଯାଇଥାଏ। ଫଳରେ ବର୍ଷର ୬ ମାସ ଏହି ଅଭୟାରଣ୍ୟର […]

The post  ଥରେ ବୁଲି ଆସନ୍ତୁ ଶିମିଳିପାଳ… appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌) : ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ। ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଓ ଝରଣାର କୂଳୁ କୂଳୁ ନାଦ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆନମନା କରେ। ସବୁ ବର୍ଷ ବର୍ଷା ଦିନେ ଶିମିଳିପାଳର ମାଟି ରାସ୍ତା ଧୋଇ ହୋଇ ଯାଇଥାଏ। ଫଳରେ ବର୍ଷର ୬ ମାସ ଏହି ଅଭୟାରଣ୍ୟର ଗେଟ୍‌ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରୁହେ । ପ୍ରତି ବର୍ଷ ଜୁନ ୧୫ରୁ ଏହା ବନ୍ଦ ରହୁଥିବା ବେଳେ, ନଭେମ୍ବର ୧ରେ ଖୋଲେ ।

କ’ଣ ଅଛି ଶିମିଳିପାଳରେ : ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟମାନ ମେଘମାଳା ଓ କଳକଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ। ବିଭିନ୍ନ ପ୍ରଜାତିର ପ୍ରାଣୀ  ଓ ଉଦ୍ଭିଦ ଏହାର ଅନ୍ୟତମ ଆକର୍ଷଣ । ଏଠାରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଅଛନ୍ତି। ସମୁଦ୍ର ପତ୍ତନଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ହେଉଛି ୯୦୦ ମିଟର। ଏଠାରେ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣସ ଆଦି  ବିଭିନ୍ନ ପ୍ରକାର ବୃକ୍ଷରାଜି ଶୋଭା ପାଇଥାଏ। ଖୈରବୁରି, ମେଘାସନ  ପରି ସୁଉଚ୍ଚ, ସୁଦୃଶ୍ୟ ପର୍ବତର ଗାମ୍ଭୀର୍ଯ୍ୟ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ।  ଜିଲ୍ଲାରେ ପ୍ରବାହିତ ହେଉଥିବା ବୁଢାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଆଦି ନଦୀ ଶିମିଳିପାଳରୁ ହିଁ ବାହାରିଛନ୍ତି । ଏହାବ୍ୟତୀତ ଏଠାରେ ଥିବା ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ଦୃଶ୍ୟ ମଧ୍ୟ ଅତୀବ ମନୋରମ।

୧୨୮ ପ୍ରକାର ଅର୍କିଡ ମଧ୍ୟରୁ ଶିମିଳିପାଳରେ ଅଛି ୯୮: ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ  ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ।  ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ ମଧ୍ୟରୁ ଶିମିଳିପାଳରେ କେବଳ ୯୮ ପ୍ରକାର ମିଳିଥାଏ।  ଶିମିଳିପାଳରେ ୨ଟି ସ୍ୱତନ୍ତ୍ର ଧରଣର ଅର୍କିଡ ମିଳିଥାଏ। ଯାହା ଅନ୍ୟ କେଉଁଠି ମିଳି ନ ଥାଏ।

ଏଠାରେ ବାଘ, କଲରାପତରିଆ ବାଘ, ଜଙ୍ଗଲ ବିରାଡି, ବଳିଆ କୁକୁର, ଗଧିଆ ଆଦି ଅନେକ ମାଂସାଶୀ ଜୀବ ଅଛନ୍ତି। ତୃଣଭୋଜି ପ୍ରାଣୀଙ୍କ ମଧ୍ୟରେ ହାତୀ, ଗୟଳ, ସମ୍ୱର, କୁଟୁରା, ହରିଣ, ଗୁରାଣ୍ଡି ଆଦି ଅଛନ୍ତି। ଶିମିଳିପାଳକୁ ୨୭ ମେ ୨୦୦୯ ମସିହାରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି। ଅଭୟାରଣ୍ୟ ଭିତରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପର୍ଯ୍ୟଟକମାନେ କେବଳ ନିରାମିଷ ଖାଦ୍ୟ ନେଇ ଭିତରକୁ ଯାଇ ପାରିବେ।

କେମିତି ଯିବେ : ଶିମିଳିପାଳକୁ ଯିବା ଲାଗି ୩ଟି ପ୍ରବେଶପଥ ଅଛି। ତାହା ହେଉଛି ଯଶିପୁର, ଲୁଲୁଙ୍ଗ, ପିଠାବଟା। ଏହି ସବୁ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିଥାଏ। ଏହାଛଡା କାର୍‌ ଓ ବସ୍‌ ସାହାଯ୍ୟରେ ମଧ୍ୟ  ଶିମିଳିପାଳକୁ ଯାଇହେବ। ଏହାର ନିକଟସ୍ଥ ରେଳଷ୍ଟେଶନ ହେଉଛି ବାରିପଦା ଓ ବାଲେଶ୍ୱର ଷ୍ଟେଶନ।

The post  ଥରେ ବୁଲି ଆସନ୍ତୁ ଶିମିଳିପାଳ… appeared first on Odisha Reporter.

]]>
left bottom 2019-03-07 15:01:48 https://odishareporter.in/wp-content/uploads/2019/03/similipal-1....jpg
ଘଟଗାଁ ମା’ ତାରିଣୀଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା https://odishareporter.in/life-style/keonjhar-tourist-places789-347989 Wed, 06 Mar 2019 02:43:29 +0000 https://odishareporter.in/?p=347989

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ତାରିଣୀଙ୍କ ମନ୍ଦିର। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଆସନ୍ତି। । ଆଉ ଯିଏ ମାଆଙ୍କ ପାଖକୁ ଆସି  ନ ପାରନ୍ତି ସେ ଶ୍ରଦ୍ଧାରେ ମାଆଙ୍କ ପାଇଁ ନଡ଼ିଆଟିଏ ପଠାଇ ଦେଇଥାଏ। ମାଆ ତାରିଣୀ ହେଉଛନ୍ତି ଅଖଣ୍ଡ ବିଶ୍ୱାସ ଓ ଭକ୍ତିର ପ୍ରତୀକ। କୀମ୍ବଦନ୍ତି ଅନୁସାରେ, ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ମହାରାଜା ଗୋବିନ୍ଦ […]

The post ଘଟଗାଁ ମା’ ତାରିଣୀଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା appeared first on Odisha Reporter.

]]>

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ତାରିଣୀଙ୍କ ମନ୍ଦିର। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଆସନ୍ତି। । ଆଉ ଯିଏ ମାଆଙ୍କ ପାଖକୁ ଆସି  ନ ପାରନ୍ତି ସେ ଶ୍ରଦ୍ଧାରେ ମାଆଙ୍କ ପାଇଁ ନଡ଼ିଆଟିଏ ପଠାଇ ଦେଇଥାଏ।

ମାଆ ତାରିଣୀ ହେଉଛନ୍ତି ଅଖଣ୍ଡ ବିଶ୍ୱାସ ଓ ଭକ୍ତିର ପ୍ରତୀକ। କୀମ୍ବଦନ୍ତି ଅନୁସାରେ, ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ମହାରାଜା ଗୋବିନ୍ଦ ଭଞ୍ଜଦେଓ ଥିଲେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଅଭିଯାନର ସେନାପତି। ବିଜୟ ଲାଭ ପରେ ଗଜପତିଙ୍କ ସହମତିରେ ଗୋବିନ୍ଦ ଭଞ୍ଜ କାଞ୍ଚିର ମାଆ ତାରିଣୀଙ୍କୁ କେନ୍ଦୁଝରକୁ ଅଣାଇଥିଲେ।

ମାଆ ତାରିଣୀଙ୍କ ସୂରୁପକୁ ଦେଖିଲେ ମନେ ହୁଏ ମାଆ ହେଉଛନ୍ତି ସ୍ୱୟଂ ଆଦିବାସୀ ସଂସ୍କୃତିର ପ୍ରତୀକ। ଯେଉଁମାନେ ସେଠାକୁ ଦର୍ଶନ କରିବାକୁ ନ ଆସି ପାରନ୍ତି ସେମାନେ ଯେ କୌଣସି ଯାନ ବାହାନରେ ମାଆଙ୍କ ପାଖକୁ ନଡ଼ିଆଟିଏ ପଠାଇ ଦେଇଥାଏ। ଆଉ ସେହି ନଡ଼ିଆ ମାଆଙ୍କ ପାଖରେ ଆସି ପହଞ୍ଚି ଯାଇଥାଏ।

ରାଜ୍ୟର କୋଣ ଅନୁକୋଣରୁ ଏତେ ସଂଖ୍ୟାରେ ନଡ଼ିଆ ଆସେ ଯେ, ସେ ସବୁକୁ ମହଜୁଦ କରି ରଖିବାକୁ ଏବଂ ସେଥିରୁ କତାଗୁଡ଼ିକୁ ବାହାର କରିବା ପାଇଁ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ।

ରାଜଧାନୀ ଭୁବନେଶ୍ୱରରୁ ଘଟଗାଁ ମାଆ ତାରିଣୀଙ୍କ ପୀଠ ୧୮୦ କିମି। ଏହା କେନ୍ଦୁଝର ସହରରୁ ପ୍ରାୟ ୫୦ କିମି ଦୂର । ବାଟହରିଚନ୍ଦନପୁର ହେଉଛି ଘଟଗାଁର ନିକଟତମ ରେଲୱେ ଷ୍ଟେସନ୍‌। ଯାହା ଘଟଗାଁରୁ ମାତ୍ର ୧୭ କିମି ଦୂରରେ ଅବସ୍ଥିତ। ଆପଣ ଚାହିଁଲେ ନିୟମିତ ଚଳାଚଳ କରୁଥିବା ଯାତ୍ରୀବାହି ବସ୍‌ କିମ୍ବା ଟ୍ରେନ୍‌ରେ ସେଠାକୁ ଯାଇ ପାରିବେ।

ବ୍ୟସ୍ତ ଜୀବନ ଭିତରୁ କେବେ ଏହି ପର୍ଯ୍ୟଟନସ୍ଥଳୀକୁ ଯାଇ ଥରେ ବୁଲିଆସନ୍ତୁ।

The post ଘଟଗାଁ ମା’ ତାରିଣୀଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା appeared first on Odisha Reporter.

]]>
centre bottom 2019-03-07 10:55:23 https://odishareporter.in/wp-content/uploads/2019/03/t11.jpg
୧୬ ଜଣ ମହିଳା, ୨୮୦୦ କିମି: ଇମ୍ଫାଲରୁ ଥାଇଲାଣ୍ଡ କାର୍‌-ଯାତ୍ରାର ଅନୁଭୂତି ବାଣ୍ଟିଲେ ଓଡ଼ିଆ ମହିଳା https://odishareporter.in/odisha/women-crossing-boudaries-odia-woman-part-of-the-travell-342524 Wed, 20 Feb 2019 12:20:43 +0000 https://odishareporter.in/?p=342524

ରାଉରକେଲା (ପବନ ତିୱାରୀ/ଓଡ଼ିଶା ରିପୋର୍ଟର): ଯୁଦ୍ଧ କ୍ଷେତ୍ର ହେଉ ଅବା ରୋଷେଇ ଘର, ନାରୀ ସବୁଠି ଏବେ ପୁରୁଷଙ୍କ ସମକକ୍ଷ। ଏ କ୍ଷେତ୍ରରେ ଓଡ଼ିଆ ନାରୀ ମଧ୍ୟ ପଛରେ ନାହାନ୍ତି। ପଢ଼ନ୍ତୁ ସେମିତି ଜଣେ ଓଡ଼ିଆ ଝିଅଙ୍କ ବିଷୟରେ, ଯିଏ କରି ଦେଖାଇଛନ୍ତି କିଛି ଅଲଗା କାମ। ସେ ପେସାରେ ଜଣେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଆଡଭେଞ୍ଚର୍ ବା ଦୁଃସାହସିକ କାର୍ଯ୍ୟ କରିବା। ନିକଟରେ ଆମ ଦେଶର ୧୬ ଜଣ ମହିଳା ସଡ଼କ ପଥରେ ଭାରତରୁ […]

The post ୧୬ ଜଣ ମହିଳା, ୨୮୦୦ କିମି: ଇମ୍ଫାଲରୁ ଥାଇଲାଣ୍ଡ କାର୍‌-ଯାତ୍ରାର ଅନୁଭୂତି ବାଣ୍ଟିଲେ ଓଡ଼ିଆ ମହିଳା appeared first on Odisha Reporter.

]]>

ରାଉରକେଲା (ପବନ ତିୱାରୀ/ଓଡ଼ିଶା ରିପୋର୍ଟର): ଯୁଦ୍ଧ କ୍ଷେତ୍ର ହେଉ ଅବା ରୋଷେଇ ଘର, ନାରୀ ସବୁଠି ଏବେ ପୁରୁଷଙ୍କ ସମକକ୍ଷ। ଏ କ୍ଷେତ୍ରରେ ଓଡ଼ିଆ ନାରୀ ମଧ୍ୟ ପଛରେ ନାହାନ୍ତି। ପଢ଼ନ୍ତୁ ସେମିତି ଜଣେ ଓଡ଼ିଆ ଝିଅଙ୍କ ବିଷୟରେ, ଯିଏ କରି ଦେଖାଇଛନ୍ତି କିଛି ଅଲଗା କାମ।

ସେ ପେସାରେ ଜଣେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଆଡଭେଞ୍ଚର୍ ବା ଦୁଃସାହସିକ କାର୍ଯ୍ୟ କରିବା। ନିକଟରେ ଆମ ଦେଶର ୧୬ ଜଣ ମହିଳା ସଡ଼କ ପଥରେ ଭାରତରୁ ଥାଇଲାଣ୍ଡ ପର୍ଯ୍ୟନ୍ତ ଯାଇ ଏକ ଇତିହାସ ସୃଷ୍ଟି କରିଛନ୍ତିା ଏହି ୧୬ ଦୁଃସାହସୀ ନାରୀଙ୍କ ଭିତରେ ମଧ୍ୟ ଥିଲେ ଜଣେ ଓଡ଼ିଆ। ସେ ହେଉଛନ୍ତି ଅନନ୍ଦିତା ମହାପାତ୍ର।

ରାଉରକେଲାସ୍ଥିତ ଷ୍ଟିଲ ପ୍ଳାଣ୍ଟରେ ଅନିନ୍ଦିତା ଜଣେ ଇଂଜିନିୟର। କିନ୍ତୁ ଛୋଟବେଳୁ ହିଁ ତାଙ୍କର ନିଶା, କିଛି ଦୁଃସାହସିକ କାମ କରିବେ। କୌଣସି ଜାଗାରେ ସେଥିପାଇଁ ସୁଯୋଗ ମିଳିଲେ ସେ ପ୍ରଥମେ ବାହାରିପଡ଼ନ୍ତି। କିଛିଦିନ ତଳେ ତାଙ୍କୁ ଏମିତି ଏକ ସୁଯୋଗ ମିଳିଥିଲା ମଧ୍ୟ।

ଚଳିତ ବର୍ଷ ଜାନୁୟାରୀ ୨୧ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ରୋଡ଼୍‌ ଟ୍ରିପ୍‌ରେ ସାମିଲ୍ ହୋଇଥିଲେ ଅନିନ୍ଦିତା। ମହାରାଷ୍ଟ୍ର ଓ ଗୁଜରାଟ ଭଳି ଦେଶର ବିଭିନ୍ନ ରାଜ୍ୟରୁ ଏଥିରେ ସାମିଲ୍ ହୋଇଥିଲେ ୧୬ ଜଣ ମହିଳା। ଏହି ଅଭିଯାନର ନାଁ ରଖାଯାଇଥିଲା ‘ୱେମେନ୍‌ କ୍ରସିଂ ବାଉଣ୍ଡ୍ରିଜ୍‌’ (Women Crossing Boundaries)।

ଏହି ଟ୍ରିପ୍‌ ଭାରତର ଇମ୍ଫାଲଠାରୁ ଆରମ୍ଭ ହୋଇ ଥାଇଲାଣ୍ଡଠାରେ ଶେଷ ହୋଇଥିଲା। ଅନିନ୍ଦିତାଙ୍କ ସମେତ ଏଥିରେ ସାମିଲ୍ ହୋଇଥିବା ମହିଳାମାନେ ସଡ଼କ ପଥରେ ପ୍ରାୟ ୨୮୦୦ କିଲୋମିଟର ନିଜେ ଗାଡ଼ି ଚଳାଇ ଯାଇଥିଲୋ ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ନାରୀ ଯେ ସଶକ୍ତ ସେ ବାର୍ତ୍ତା ସମସ୍ତଙ୍କୁ ଦେବା।

ଗତ ଜାନୁୟାରୀ ୨୧ ତାରିଖରେ ମଣିପୁରରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ସେଠାକାର ବିଧାୟକ ତଥା ମଣିପୁର ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ସପନ ରାଜନ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ। ମୁମ୍ବାଇର ଏମ୍ବାରାକ୍‌ ସଂଗଠନ ଓ ପଶ୍ଚିମ ଭାରତର ଅଟୋମୋବାଇଲ ସଂଘର ମିଳିତ ସହଯୋଗରେ ଏ ଯାତ୍ରା ହୋଇଥିଲା। ମଙ୍ଗଳବାର ରାଉରକେଲାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଅନୁଭୂତି ସଂପର୍କରେ କହିଥିଲେ ଅନିନ୍ଦିତା ମହାପାତ୍ର।

The post ୧୬ ଜଣ ମହିଳା, ୨୮୦୦ କିମି: ଇମ୍ଫାଲରୁ ଥାଇଲାଣ୍ଡ କାର୍‌-ଯାତ୍ରାର ଅନୁଭୂତି ବାଣ୍ଟିଲେ ଓଡ଼ିଆ ମହିଳା appeared first on Odisha Reporter.

]]>
right top 2019-02-20 17:50:43 https://odishareporter.in/wp-content/uploads/2019/02/2-15.jpg
Sana Ghagara: ଯେଉଁଠି ପ୍ରକୃତି କରେ କୋଳାହଳ, ଜାଣନ୍ତୁ କେତେ ଉଚ୍ଚରୁ ଜଳସ୍ରୋତ କଚାଡ଼ି ହୋଇପଡ଼ିଥାଏ https://odishareporter.in/or-special/tourist-place-sanaghagara-at-kendujhara-322985 Wed, 09 Jan 2019 10:35:10 +0000 https://odishareporter.in/?p=322985

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରକୃତି କୋଳରେ ଅବସର ବିନୋଦନ ପାଇଁ ଜାଗାଟିଏ ହେଉଛି କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରାତ। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ସ୍ଥାନକୁ ବହୁ ଦୂର ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସନ୍ତି। ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଏବଂ ଝରଣାର କୂଳୁ କୂଳୁ ନାଦ ସଭିଙ୍କୁ ଆନମନା କରେ । କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ନଂ୬ କଡ଼ରେ ଅବସ୍ଥିତ ଏହି ଜଳପ୍ରପାତ। ସାନଘାଗରା ଜଳପ୍ରପାତ ପ୍ରାକୃତିକ […]

The post Sana Ghagara: ଯେଉଁଠି ପ୍ରକୃତି କରେ କୋଳାହଳ, ଜାଣନ୍ତୁ କେତେ ଉଚ୍ଚରୁ ଜଳସ୍ରୋତ କଚାଡ଼ି ହୋଇପଡ଼ିଥାଏ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରକୃତି କୋଳରେ ଅବସର ବିନୋଦନ ପାଇଁ ଜାଗାଟିଏ ହେଉଛି କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରାତ। ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ସ୍ଥାନକୁ ବହୁ ଦୂର ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସନ୍ତି। ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଏବଂ ଝରଣାର କୂଳୁ କୂଳୁ ନାଦ ସଭିଙ୍କୁ ଆନମନା କରେ । କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ନଂ୬ କଡ଼ରେ ଅବସ୍ଥିତ ଏହି ଜଳପ୍ରପାତ।

ସାନଘାଗରା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବନନୀକୁ ରମଣୀୟକରି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବର୍ଷତମାମ ଆକର୍ଷିତ କରିଥାଏ । ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟାକାର ସୌନ୍ଦର୍ଯ୍ୟମୟ ସମାହାର ଏହି ଅଞ୍ଚଳଟି ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରେ।

ଏହି ଜାଗାରେ ପାଦ ପଡ଼ିଲେ ପର୍ଯ୍ୟଟକମାନେ ନିଜକୁ ପ୍ରକୃତି କୋଳରେ ହଜାଇ ଦିଅନ୍ତି। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତଟି ଅନବରତ ବହି ଚାଲିଛି। ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ସ୍ଥାନରେ ଶୀତଦିନେ ଭୀଷଣ ଥଣ୍ଡା ଅନୁଭୂତ ହୁଏ। ଏହି ଜଳପ୍ରପାତଟି ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୪୮୦ ମିଟର(୧୯୫୦ ଫୁଟ୍‌) ଉଚ୍ଚରୁ ପାଣି ପଡ଼ୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

The post Sana Ghagara: ଯେଉଁଠି ପ୍ରକୃତି କରେ କୋଳାହଳ, ଜାଣନ୍ତୁ କେତେ ଉଚ୍ଚରୁ ଜଳସ୍ରୋତ କଚାଡ଼ି ହୋଇପଡ଼ିଥାଏ appeared first on Odisha Reporter.

]]>
Odisha Tourism, right top 2020-10-08 17:25:09 https://odishareporter.in/wp-content/uploads/2019/01/Sanaghagra-1.jpg
ପର୍ଯ୍ୟଟନ ଋତୁରେ ଚାଲ ବୁଲିଯିବା ରାମିଆଳ ଦଣ୍ଡାଧାର ଡ୍ୟାମ https://odishareporter.in/odisha/ramiala-dandadhara-tourism-at-denkanal-320072 Wed, 02 Jan 2019 16:50:54 +0000 https://odishareporter.in/?p=320072

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଶୀତ ବଢିବା ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବଣଭୋଜିର ମଜା ନେବା ଲାଗି ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ। ଏମିତି ଏକ ପର୍ଯ୍ୟଟକ ସ୍ଥଳ ରହିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ରାମିଆଳ ଦଣ୍ଡାଧାର ଡ୍ୟାମ। ଦୁଇଟି ପାହାଡ଼ ମଝିରେ ବିସ୍ତିର୍ଣ୍ଣ ନୀଳ ଜଳରାଶି। ଶୀତୁଆ ସକାଳରେ ରାମିଆଳ ଦଣ୍ଡାଧାର ଡ୍ୟାମର ଏମିତି ପ୍ରକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରୁଛି। ସେଥିପାଇଁ ପର୍ଯ୍ୟଟନ […]

The post ପର୍ଯ୍ୟଟନ ଋତୁରେ ଚାଲ ବୁଲିଯିବା ରାମିଆଳ ଦଣ୍ଡାଧାର ଡ୍ୟାମ appeared first on Odisha Reporter.

]]>

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଶୀତ ବଢିବା ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବଣଭୋଜିର ମଜା ନେବା ଲାଗି ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ। ଏମିତି ଏକ ପର୍ଯ୍ୟଟକ ସ୍ଥଳ ରହିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ରାମିଆଳ ଦଣ୍ଡାଧାର ଡ୍ୟାମ।

ଦୁଇଟି ପାହାଡ଼ ମଝିରେ ବିସ୍ତିର୍ଣ୍ଣ ନୀଳ ଜଳରାଶି। ଶୀତୁଆ ସକାଳରେ ରାମିଆଳ ଦଣ୍ଡାଧାର ଡ୍ୟାମର ଏମିତି ପ୍ରକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରୁଛି। ସେଥିପାଇଁ ପର୍ଯ୍ୟଟନ ଋତୁରେ ଏଠାକୁ ଲୋକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସାଙ୍ଗକୁ ଘର ଲୋକଙ୍କ ସାଙ୍ଗରେ ବଣଭୋଜି କରି ସମୟ ଅତିବାହିତ କରୁଛନ୍ତି।

ଶୀତଦିନରେ ଏଠାରେ ଜିଲ୍ଲା ତଥା ବାହାର ଜିଲ୍ଲାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଏହାକୁ ନଜରରେ ରଖି ପାନୀୟ ଜଳ, ପାର୍କ, ପକ୍କା ରାସ୍ତା ନିର୍ମାଣ କଲେ ଅଧିକ ପର୍ଯ୍ୟଟକ ଏଥିପ୍ରତି ଆକର୍ଷିତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି।

କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସାହୁ କୁହନ୍ତି, “ଆଗାମୀ ଦିନରେ ଡ୍ୟାମରେ ବୋଟିଂ ସାଙ୍ଗକୁ ପର୍ଯ୍ୟଟକଙ୍କ ରହଣୀ ଲାଗି ପିଣ୍ଡି ନିର୍ମାଣ ଲାଗି ପ୍ରସ୍ତାବ ରହିଛି।”

The post ପର୍ଯ୍ୟଟନ ଋତୁରେ ଚାଲ ବୁଲିଯିବା ରାମିଆଳ ଦଣ୍ଡାଧାର ଡ୍ୟାମ appeared first on Odisha Reporter.

]]>
right top 2019-01-02 22:20:54 https://odishareporter.in/wp-content/uploads/2019/01/d.jpg
ଭାରି ରୋମାଞ୍ଚକର ସାତକୋଶିଆ ଗଣ୍ଡ https://odishareporter.in/life-style/satkosia-tourism-at-angul-319983 Wed, 02 Jan 2019 13:05:38 +0000 https://odishareporter.in/?p=319983

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାହାଡ, ନଦୀ, ନାଳ ଓ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହେଉଛି ସାତକୋଶିଆ। ଶୀତ ଦିନ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ଅନୁଗୋଳର ସାତକୋଶିଆ। ପ୍ରାକୃତିକ ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଏକ ବିରଳ ସ୍ଥାନ। ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ଅପାସୋରା ହୋଇ ରହିବ। ତେବେ ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ସାତକୋଶିଆ ଅଭୟାରଣ୍ୟ ଗଠିତ। ଏହି ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର […]

The post ଭାରି ରୋମାଞ୍ଚକର ସାତକୋଶିଆ ଗଣ୍ଡ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାହାଡ, ନଦୀ, ନାଳ ଓ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହେଉଛି ସାତକୋଶିଆ। ଶୀତ ଦିନ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ଅନୁଗୋଳର ସାତକୋଶିଆ। ପ୍ରାକୃତିକ ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଏକ ବିରଳ ସ୍ଥାନ। ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ଅପାସୋରା ହୋଇ ରହିବ। ତେବେ ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ସାତକୋଶିଆ ଅଭୟାରଣ୍ୟ ଗଠିତ। ଏହି ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ୨୨ କି.ମି ଲମ୍ବ। ହେଲେ ଅନୁଗୋଳ ନିକଟବର୍ତ୍ତୀ ସାତକୋଶିଆ ଗଣ୍ଡର ଦୃଶ୍ୟ ଖୁବ୍‌ ରୋମାଞ୍ଚକର।

ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ବାଘ, ହାତୀ, ଜଙ୍ଗଲୀ ଗୁଣ୍ଡୁଚିମୂଷା, ନୀଳଗାଈ ଇତ୍ୟାଦି ପରିଦୃଷ୍ଟ ହୋଇଥାଏ। ଖାଲି ସେତିକି ନୁହେଁ ବିରଳ ବାଦୁଡି, କଇଁଛ, ଅହିରାଜ, ଅଜଗର, ଗୋଧି, ଘଡିଆଳ କୁମ୍ଭୀର, ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପମାନଙ୍କର ବାଷସ୍ଥଳୀ ହେଉଛି ଏହି ସାତକୋଶିଆ। । ଆଉ କୋଚିଲାଖାଇ, ଫିସିଙ୍ଗ୍ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି, ଶାରୀ ଇତ୍ୟାଦି ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ଅତ୍ୟନ୍ତ ଶ୍ରୁତିମଧୁର।

ତାଛଡ଼ା ସାତକୋଶିଆର ମୁଖ୍ୟ ଆକର୍ଷଣ ହେଉଛି ଘଡିଆଳ କୁମ୍ଭୀର। ଅତ୍ୟଧିକ ଥଣ୍ଡାରୁ ଟିକେ ଉଷୁମ୍‌ ପାଇଁ ଏମାନେ ଆସି ମହାନଦୀ ଗଣ୍ଡର ଦୁଇ କଡ଼ରେ ଜମା ହୋଇଯାଆନ୍ତି। ଯେଉଁ ଦୃଶ୍ୟ ଖୁବ୍‌ ରୋମାଞ୍ଚକର। ସେହିପରି ପର୍ଯ୍ୟଟକଙ୍କ ପାଇଁ ଏଠାରେ ଅସ୍ଥାୟୀ ତମ୍ଭୁ ଟେଣ୍ଟର ବ୍ୟବସ୍ଥା କରାଯାଇଛି।

ଆପଣ ଏଠାରେ ସରକାରୀ ବୋଟ୍‌ରେ ମହାନଦୀରେ ବୋଟିଂର ମଜା ନେଇପାରିବେ। ତେବେ ଭୁବନେଶ୍ୱରରୁ ଅନୁଗୋଳ ସାତକୋଶିଆ ପ୍ରାୟ ୧୩୦ କିମି ହେବ। ଆପଣ କଟକ କିମ୍ବା ଭୁବନେଶ୍ୱରରୁ ଅନୁଗୋଳ ଯାଏ ଟ୍ରେନ୍‌ କିମ୍ବା ବସ୍‌ରେ ଯାଇପାରିବେ। ସେଠାରୁ ମିନି ବସ୍‌ କିମ୍ବା ଟ୍ରାଭେଲସ୍‌ ସଂସ୍ଥା ସହ ଯୋଗାଯୋଗ କରି ସାତକୋଶିଆ ଯାଇପାରିବେ।

The post ଭାରି ରୋମାଞ୍ଚକର ସାତକୋଶିଆ ଗଣ୍ଡ appeared first on Odisha Reporter.

]]>
right top 2019-01-02 18:35:38 https://odishareporter.in/wp-content/uploads/2019/01/satakosia.jpg
ଓଡ଼ିଶାର କାଶ୍ମୀରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ https://odishareporter.in/odisha/tourists-are-flocking-to-daringbadi-known-as-the-kashmir-of-odisha-319258 Mon, 31 Dec 2018 13:49:54 +0000 https://odishareporter.in/?p=319258

କନ୍ଧମାଳ (ଅଜିତ କୁମାର ନାୟକ): ଶୀତ ବଢ଼ିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି। କନ୍ଧମାଳ ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦାରିଙ୍ଗବାଡ଼ିରେ ଏବେ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ। ଲଭର୍ସ ପଏଣ୍ଟ, ହିଲ୍‌ ଭ୍ୟୁ ପଏଣ୍ଟ ସହ କଫି ଗାର୍ଡେନର ମଜା ଯିଏ ଥରେ ନେଇଛି, ବାରମ୍ବାର ଆସିବାକୁ ମନ ବଳାଇଛି। ଏବେ ଦାରିଙ୍ଗବାଡ଼ିର ତାପମାତ୍ର ୩ ଡିଗ୍ରୀ ସେଲସିୟସ ରହିଛି। ଚାରିଆଡେ କାଶ୍ମୀର ପରି ବିଚ୍ଛୁରିତ ହୋଇ ପଡ଼ିଛି ତୁଷାର। ସତେ ଯେମିତି ଲାଗୁଛି […]

The post ଓଡ଼ିଶାର କାଶ୍ମୀରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ appeared first on Odisha Reporter.

]]>

କନ୍ଧମାଳ (ଅଜିତ କୁମାର ନାୟକ): ଶୀତ ବଢ଼ିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି। କନ୍ଧମାଳ ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦାରିଙ୍ଗବାଡ଼ିରେ ଏବେ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ। ଲଭର୍ସ ପଏଣ୍ଟ, ହିଲ୍‌ ଭ୍ୟୁ ପଏଣ୍ଟ ସହ କଫି ଗାର୍ଡେନର ମଜା ଯିଏ ଥରେ ନେଇଛି, ବାରମ୍ବାର ଆସିବାକୁ ମନ ବଳାଇଛି।

ଏବେ ଦାରିଙ୍ଗବାଡ଼ିର ତାପମାତ୍ର ୩ ଡିଗ୍ରୀ ସେଲସିୟସ ରହିଛି। ଚାରିଆଡେ କାଶ୍ମୀର ପରି ବିଚ୍ଛୁରିତ ହୋଇ ପଡ଼ିଛି ତୁଷାର। ସତେ ଯେମିତି ଲାଗୁଛି ପ୍ରକୃତିରାଣୀ   ଧଳାଓଢ଼ଣି  ଟାଣି ପର୍ଯ୍ୟଟକଙ୍କୁ ନିଜ ମଧ୍ୟରେ ହଜେଇ ଦେବାକୁ ଇସାରା ଦେଉଛନ୍ତି।

ଏହାସହ ବଣ ଜଙ୍ଗଲ ଘେରା ପାହାଡ଼ରେ ସକାଳର ଦୃଶ୍ୟ ହେଉ ଅବା ସୂର୍ଯ୍ୟ କିରଣର ସ୍ପର୍ଶରେ ରଙ୍ଗ ବେରଙ୍ଗ ଫୁଲର ସମ୍ଭାର ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରୁଛି। ଚାରିଆଡ଼େ ପଡ଼ିଥିବା ତୁଷାରରେ ସୂର୍ଯ୍ୟଙ୍କ ସୁନେଲୀ କିରଣ ପ୍ରତିଫଳିତ ହୋଇ ସୃଷ୍ଟି  କରୁଛି ମନଲୋଭା ଦୃଶ୍ୟ।

ପାଇନ୍‌ ବଣରେ ଖୋଲା ଆକାଶ ତଳେ ବନ୍ଧୁ ପ୍ରିୟଜନଙ୍କ ସହ ବଣଭୋଜିର ମଜା କେହି ବି ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଏହାସହ ମିଡିୟୁବାନ୍ଦା ଜଳପ୍ରପାତ ବୁଲି ଦେଖିବା ସହ ଝରଣା ଜଳରେ ଗାଧେଇବାର ମଜାରୁ ବଞ୍ଚିତ ହେବାକୁ କିଏ ଅବା ଚାହିଁବ?

ଖାଲି ଓଡ଼ିଶାର ଲୋକେ ନୁହନ୍ତି, ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟ ପଶ୍ଚିମବଙ୍ଗ, ଦିଲ୍ଲୀ ସମେତ ବଲିଉଡର କଳାକାରଙ୍କୁ ଏଠାକୁ ଟାଣି ଆଣୁଛି।

ବଲିଉଡର ମିମିକ୍ରି ଆକ୍ଟର ଆୟୁଷ ଜାଡେଜା ସୁଟିଂରୁ ସମୟ କାଢ଼ି ଏଠାରେ ଛୁଟିର ମଜା ନେଉଛନ୍ତି। ସଞ୍ଜୟ ଦତ୍ତଙ୍କ ସ୍ୱରକୁ ନକଲ କରି ଜାଡେଜା କହିଛନ୍ତି, “ମୁଝେ ଇତନା ଅଚ୍ଛା ଲଗା ହାଁ ପେ, ବୋଲେ ତୋ ଏକ୍‌ଦମ୍‌ ସଲିଡ୍ବୋଲେ ତୋ ସର୍କିଟ୍‌ କୋ ଭି ଲେ କେ ଆଉଙ୍ଗା। ସର୍କିଟ କ୍ୟା ବୋଲତା ହେ, ଭାଇ ବୋଲେ ତୋ ସି ଜାଗା ଏକଦମ୍‌ ସଲିଡ୍, କାଶ୍ମୀର ଜୈସା ହେ ଭାଇ। ବୋଲାନା କାଶ୍ମୀର ଫେଲ୍‌ ହେ। ଆପୁନ୍‌ ବୋଲେ ତୋ ତିନ ଘଣ୍ଟେ ସେ ଘୁମ୍‌ ରହା ହୈଇତନା ମଜା ଆ ରହା ହେ କି ଜାନେ କା ମନ୍‌ ହି ନେହିଁ ହୋ ରହା ହୈ

ଶୀତ ବଢ଼ିବା ସାଙ୍ଗକୁ ଦାରିଙ୍ଗିବାଡ଼ିର ପରିବେଶ ଲୋକଙ୍କୁ କଶ୍ମୀରର ମଜା ଦେଉଛି। ଯଦି ଆପଣ ଏଯାଏ କୌଣସି ସ୍ଥାନକୁ ପିକ୍‌ନିକ୍‌ ପାଇଁ ଯାଇନାହାନ୍ତି, ତେବେ ଶୀଘ୍ର ଦାରିଙ୍ଗବାଡ଼ି ଆସିବାକୁ ମନ ସ୍ଥିର କରି ନିଅନ୍ତୁ। କାରଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ସ୍ଥାନ ବର୍ଷକ ୩୬୫ ଦିନ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ବି ଶୀତ ଦିନେ ଏହା ଦ୍ୱିଗୁଣିତ ହୋଇଯାଇଥାଏ। ଏବେ ଆସି କାଶ୍ମୀର ପରି ଶୀତର ମଜା ନେବା ସହ ତୁଷାରର ଚାଦରରେ ଢାଙ୍କି ହୋଇଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗହାତଛଡ଼ା କରନ୍ତୁ ନାହିଁ।

The post ଓଡ଼ିଶାର କାଶ୍ମୀରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ appeared first on Odisha Reporter.

]]>
centre bottom 2018-12-31 19:19:54 https://odishareporter.in/wp-content/uploads/2018/12/d1-4.jpg
ପିକ୍‌ନିକ୍‌ ଯିବାକୁ ପ୍ଲାନ୍ କରୁଛନ୍ତି କି? ଥରଟିଏ ଯାଆନ୍ତୁ ‘ମୁର୍ଗା ମହାଦେବ’ https://odishareporter.in/life-style/picnic-spot-murga-mahadev-kendujha-317847 Fri, 28 Dec 2018 08:48:08 +0000 https://odishareporter.in/?p=317847

ଭୁବନେଶ୍ୱର (କୃତାର୍ଥ ସାରଥୀ ସାମନ୍ତରାୟ): ବର୍ତ୍ତମାନ ପିକ୍‌ନିକ୍‌ ସିଜିନ୍। କେହିକେହି ସାଙ୍ଗସାଥୀଙ୍କ ସହ ପସନ୍ଦର ସ୍ଥାନ ବୁଲି ସାରିଲେଣି। କେତେକ ଏ ପର୍ଯ୍ୟନ୍ତ ଯାଇନାହାନ୍ତି। କେଉଁଠିକୁ ଯିବେ ଭାବି ବିଭିନ୍ନ ପର୍ଯ୍ୟଟନ ସ୍ଥଳର ତାଲିକା ଧରି ବସିଛନ୍ତି। ଯଦି ଆପଣ କେଉଁ ସ୍ଥାନକୁ ଯିବେ ସ୍ଥିର କରିପାରୁ ନାହାନ୍ତି, ତେବେ ଜାଣନ୍ତୁ ଏମିତି ଏକ ସୌନ୍ଦର୍ଯ୍ୟଭରା ସ୍ଥାନ ବିଷୟରେ, ଯେଉଁଠିକୁ ଥରେ ଗଲେ ବାରମ୍ବାର ଯିବାକୁ ମନ ଟାଣିବ। ଏହି ମନୋରମ ସ୍ଥାନଟି ରହିଛି କେନ୍ଦୁଝର ଜିଲ୍ଲାରେ। […]

The post ପିକ୍‌ନିକ୍‌ ଯିବାକୁ ପ୍ଲାନ୍ କରୁଛନ୍ତି କି? ଥରଟିଏ ଯାଆନ୍ତୁ ‘ମୁର୍ଗା ମହାଦେବ’ appeared first on Odisha Reporter.

]]>

ଭୁବନେଶ୍ୱର (କୃତାର୍ଥ ସାରଥୀ ସାମନ୍ତରାୟ): ବର୍ତ୍ତମାନ ପିକ୍‌ନିକ୍‌ ସିଜିନ୍। କେହିକେହି ସାଙ୍ଗସାଥୀଙ୍କ ସହ ପସନ୍ଦର ସ୍ଥାନ ବୁଲି ସାରିଲେଣି। କେତେକ ଏ ପର୍ଯ୍ୟନ୍ତ ଯାଇନାହାନ୍ତି। କେଉଁଠିକୁ ଯିବେ ଭାବି ବିଭିନ୍ନ ପର୍ଯ୍ୟଟନ ସ୍ଥଳର ତାଲିକା ଧରି ବସିଛନ୍ତି। ଯଦି ଆପଣ କେଉଁ ସ୍ଥାନକୁ ଯିବେ ସ୍ଥିର କରିପାରୁ ନାହାନ୍ତି, ତେବେ ଜାଣନ୍ତୁ ଏମିତି ଏକ ସୌନ୍ଦର୍ଯ୍ୟଭରା ସ୍ଥାନ ବିଷୟରେ, ଯେଉଁଠିକୁ ଥରେ ଗଲେ ବାରମ୍ବାର ଯିବାକୁ ମନ ଟାଣିବ।

ଏହି ମନୋରମ ସ୍ଥାନଟି ରହିଛି କେନ୍ଦୁଝର ଜିଲ୍ଲାରେ। ଯାହା କି ‘ମୁର୍ଗା ମହାଦେବ’ ନାଁରେ ବେଶ୍ ଖ୍ୟାତି ଅର୍ଜନ କରିଛି। ଏହାର ସୌନ୍ଦର୍ଯ୍ୟ ଶହଶହ ଦେଶୀବିଦେଶୀ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ। ଏଠାକୁ ଆସି ଜଳପ୍ରପାତରେ ଗାଧୋଇବା ସହ ମହାଦେବ ଧବଳେଶ୍ୱରଙ୍କ ଦର୍ଶନ ଓ ସେଲ୍‌ଫି ଜୋନ୍‌ରେ ଫଟୋ ଉଠାଇବାର ମଜା କିଏ ବା ହାତଛଡ଼ା କରିବାକୁ ଚହିଁବ। ଏବେ ଅଧିକ କିଛି ଜାଣନ୍ତୁ ଏହି ସ୍ଥାନଟି ସଂପର୍କରେ।

୨୦ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝରରୁ ରାଇଁସୁଆଁ, ପଦ୍ମପୁର, ଝୁରା, ରିମୁଳି ଦେଇ ବିଲେଇପଦା ଯିବାକୁ ହେବ। ବିଲେଇପଦାରୁ ମୃଗା ମହାଦେବ ହେଉଛି ମାତ୍ର ୭ କିଲୋମିଟର। ହେଲେ ଏହିଠାରୁ ଖଣିଖାଦାନ ଅଞ୍ଚଳ ଆରମ୍ଭ ହେଉଥିବାରୁ, ଯିବାବେଳେ ଟିକେ ଧ୍ୟାନ ରଖିବାକୁ ପଡ଼ିବ। ତେବେ ଯେତେବେଳେ ଆପଣ ମୃଗା ମହାଦେବରେ ପହଞ୍ଚି ଯିବେ, ମାତ୍ର ଗୋଟିଏ ଝଲକ୍‌ରେ ଆପଣଙ୍କ ଯାତ୍ରାର କଷ୍ଟ ଲାଘବ ହୋଇଯିବା ପରି ଲାଗିବ।

ପ୍ରକୃତିର ବିସ୍ମୟ

ମୃଗା ମହାଦେବରେ ପହଞ୍ଚିବା ପରେ ଆପଣଙ୍କୁ ଲାଗିବ ପ୍ରକୃତିର କୌଣସି ବିସ୍ମୟକର ସ୍ଥାନରେ ଆପଣ ପହଞ୍ଚି ଯାଇଛନ୍ତି। ନଜରରେ ପଡ଼ିବ ପାହାଡ଼ ଖୋଲରୁ ୩ରୁ ୪ଟି ଧାରରେ ଝରି ପଡ଼ୁଥିବା ମୃଗାନାଳର ଜଳଧାରା। ଠାକୁରାଣୀ ପାହାଡ଼ରୁ ବାହାରିଥିବା ଏହି ଝରଣା ଏଠାରେ ଏକ ଜଳପ୍ରପାତ ସୃଷ୍ଟି କରିଛି। ଆଉ ତଳେ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଛି ଏକ ପବିତ୍ର କୁଣ୍ଡ। ଜଳପ୍ରପାତଟି ଛୋଟ ହେଲେ ବି ଏହାର ସୌନ୍ଦର୍ଯ୍ୟ ମନ୍ତ୍ରମୁଗ୍ଧକର।

ଗାଧୋଇବାର ମଜା

ଏଠାକୁ ଆସୁଥିବା ପର୍ଯ୍ୟଟକ ଜଳପ୍ରପାତରେ ଗାଧୋଇବାର ସୁଯୋଗକୁ ହାତଛଡ଼ା କରିବାକୁ କେବେବି ଚାହିଁ ନଥାନ୍ତି। ଜଳପ୍ରପାତର ତଳ ମୁଣ୍ଡରେ ଛିଡ଼ା ହୋଇ ଜଳସ୍ରୋତରେ ନିଜକୁ ହଜାଇ ଦେଇଥାନ୍ତି। ମଜାମସ୍ତି ସାଙ୍ଗକୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଳପ୍ରପାତର ଜଳଧାରରେ ଗାଧୋଇବା ପରେ ସତେ ଯେମିତି ଲାଗିଥାଏ, ମନର ସବୁ ଚିନ୍ତା ଓ ପୀଡ଼ା ଦୂର ହୋଇଯାଇଥାଏ।

ସେଲ୍‌ଫି ମଜା

କେବଳ ଗାଧୋଇବାରେ ଏଠାରେ ମଜା ସରି ନଥାଏ। ଏପରି ସ୍ଥାନକୁ ଆସି ଯଦି ଫଟୋ ନ ଉଠାଇବେ ତେବେ ସବୁ ମଜାମସ୍ତି ଫିକା ପଡ଼ିଯିବ ନିଶ୍ଚିତ। ତେବେ ବ୍ୟସ୍ତ ହେବାର କିଛି ନାହିଁ। ଏଠାରେ ଫଟୋ ଉଠାଇ ଉଠାଇ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜେଇ ଦେଇପାରିବେ। ଜଳପ୍ରପାତରେ ଗାଧୁଆଠାରୁ ଆରମ୍ଭ କରି, ଝରଣାର ଜଳଧାରା ଓ ସବୁଜ ବନାନୀରେ ଫଟୋ ଉଠାଇବାର ମଜା ନେଇପାରିବେ। ଏହାସହ ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ବ୍ୟାରିକେଡ଼ ପାଖରେ ଛିଡ଼ା ହୋଇ ଆପଣ ଜଳପ୍ରପାତ ସହ ସେଲ୍‌ଫି ମଧ୍ୟ ନେଇପାରିବେ। ଯାହା ‘ମୁର୍ଗା ମହାଦେବ’ ପର୍ଯ୍ୟଟନ ସ୍ଥଳରେ ସେଲଫି ଜୋନ୍‌ ଭାବେ ବେଶ ପରିଚିତ।

ଯଦି ଆପଣ କ୍ୟାମେରା ନେଇନାହାନ୍ତି କିମ୍ବା କୌଣସି କାରଣରୁ ଏହା ଆପଣଙ୍କ କାମରେ ଲାଗିଲା ନାହିଁ, ତେବେ ଦୁଃଖ କରିବାର କିଛି ନାହିଁ। ଏଠାରେ ଫଟୋ ଉଠାଇବାର ବ୍ୟବସ୍ଥା ମଧ୍ୟ ରହିଛି। ମାତ୍ର ୩୦ ଟଙ୍କା ଖର୍ଚ୍ଚ କରି ଏହି ମନୋରମ ସ୍ଥାନ ସହ ଫଟୋ ଉଠାଇ ପାରିବେ।

କେମିତି ହେଲା ଏମିତି ନାମକରଣ?

ଏ ସ୍ଥାନର ନାମ ‘ମୁର୍ଗା ମହାଦେବ’ ହେବା ପଛରେ ଏକାଧିକ କଥା ଶୁଣିବାକୁ ମିଳିଥାଏ। ଜଳପ୍ରପାତ ନିକଟରେ ବାବା ଧବଳେଶ୍ୱରଙ୍କ ମନ୍ଦିର ରହିଛି। ଏହି ମନ୍ଦିରକୁ ନେଇ ସୁନ୍ଦର ଲୋକକଥାଟିଏ ରହିଛି। ଲୋକକଥା ଅନୁସାରେ, ପୂର୍ବରୁ ଏହି ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଶିକାର କରିବାକୁ ଆସିଥିବା ଅଙ୍ଗଦ ଦେହୁରୀ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଜୀବନ ବଞ୍ଚାଇବାକୁ ସେ ଏକ ଗଛ ଉପରକୁ ଚଢ଼ି ଯାଇଥିଲେ। ତେବେ ପୂରା ରାତି ଅନିଦ୍ରା ରହିବାକୁ ସେ ଗଛର ପତ୍ର ଗୋଟେ ଗୋଟେ କରି ଛିଣ୍ଡାଇ ତଳକୁ ପକାଇଥିଲେ। ହେଲେ ସେ ଜାଣି ନଥିଲେ, ସେ ଚଢ଼ି ଯାଇଥିବା ଗଛଟି ଥିଲା ଏକ ବେଲବୃକ୍ଷ ଓ ତଳେ ଥିଲା ବାବା ଧବଳେଶ୍ୱରଙ୍କ ଆସ୍ଥାନ। ରାତି ଅନିଦ୍ରା ହୋଇ ଏପରି ଅଜଣା ପୂଜା କରିଥିବାରୁ ଅଙ୍ଗଦଙ୍କ ଉପରେ ସନ୍ତୁଷ୍ଟ ମହାଦେବ ତାଙ୍କ ଜୀବନ ରକ୍ଷା କରିଥିଲେ। ସେବେଠାରୁ ଅଙ୍ଗଦ ସବୁଦିନ ସେଠାକୁ ଯାଇ ମହାଦେବଙ୍କ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ। ଏହା ଜାଣିବା ପରେ ଗାଁ ଲୋକେ ସେଠାରେ ମନ୍ଦିର ସ୍ଥାପନା କରିଥିଲେ।

ତେବେ ମୁର୍ଗା ମହାଦେବ ନାମକରଣ ହେବା ପଛରେ ଅନ୍ୟଏକ ଲୋକକଥା ରହିଛି। ପୂର୍ବରୁ ଉକ୍ତ ଜଙ୍ଗଲଟି ‘ମୁର୍ଗା’ ନାମକ ଏକ ଜଙ୍ଗଲି ଗଛରେ ପରିପୂର୍ଣ୍ଣ ଥିଲା। ଏହାସହ ପାଖରେ ଥିବା ଗାଁର ନାଁ ମୁର୍ଗା ଥିଲା। ଏହି କାରଣରୁ ମନ୍ଦିରର ନାଁ ‘ମୁର୍ଗା ମହାଦେବ’ ହୋଇଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ପିକ୍‌ନିକ୍‌ ଋତୁ ବ୍ୟତୀତ ଶିବରାତ୍ରୀ ଓ ମକର ସଂକ୍ରାନ୍ତିରେ ମଧ୍ୟ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ। ଏହି ଦୁଇ ପର୍ବ ବେଶ ଧୂମଧାମରେ ଏଠାରେ ପାଳନ କରାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଠାରେ ଥିବା ଶିବଲିଙ୍ଗର ରଙ୍ଗ ପ୍ରତି ପକ୍ଷରେ ବଦଳୁଥାଏ ବୋଲି ସ୍ଥାନୀୟ ଲୋକେ କହିଥାନ୍ତି। ଏଠାରେ ଏବେବି ଦେହୁରୀମାନେ ମହାଦେବଙ୍କ ପୂଜା କରୁଛନ୍ତି।

The post ପିକ୍‌ନିକ୍‌ ଯିବାକୁ ପ୍ଲାନ୍ କରୁଛନ୍ତି କି? ଥରଟିଏ ଯାଆନ୍ତୁ ‘ମୁର୍ଗା ମହାଦେବ’ appeared first on Odisha Reporter.

]]>
right top 2018-12-28 14:18:08 https://odishareporter.in/wp-content/uploads/2018/12/2-30.jpg
ଦେବକୁଣ୍ଡରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼: ଯିବାକୁ ଭୁଲନ୍ତୁ ନାହିଁ https://odishareporter.in/odisha/devkund-in-mayurbhanj-district-is-a-favourite-haunt-of-tourists-and-people-looking-for-an-ideal-picnic-spot-in-odisha-317843 Thu, 27 Dec 2018 16:41:21 +0000 https://odishareporter.in/?p=317843

ଉଦଳା (ଓଡ଼ିଶା ରିପୋର୍ଟର): ଆଉ ମାତ୍ର ୪ ଦିନ ପରେ ଆସିଯିବ ନୂଆବର୍ଷ। ଏବେ ପୂରା ଧୂମ୍‌ରେ ପିକ୍‌ନିକ୍‌ ମନାଇବାରେ ସମସ୍ତେ ମାତିଛନ୍ତି। ଜାନୁଆରୀ ମାସ ସାରା ଏମିତି ପିକ୍‌ନିକ୍‌ ଚାଲିବ। ଯଦି ପିକ୍‌ନିକ୍‌ ପାଇଁ ପ୍ଲାନିଂ କରୁଛନ୍ତି, ଦେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ ନାହିଁ। ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’ ଅମ୍ବିକାଙ୍କ ପୀଠ ରହିଛି। ପାହାଡ଼, ଝରଣା ସହିତ ଜଙ୍ଗଲ ଘେରା ଦେବକୁଣ୍ଡ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର […]

The post ଦେବକୁଣ୍ଡରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼: ଯିବାକୁ ଭୁଲନ୍ତୁ ନାହିଁ appeared first on Odisha Reporter.

]]>

ଉଦଳା (ଓଡ଼ିଶା ରିପୋର୍ଟର): ଆଉ ମାତ୍ର ୪ ଦିନ ପରେ ଆସିଯିବ ନୂଆବର୍ଷ। ଏବେ ପୂରା ଧୂମ୍‌ରେ ପିକ୍‌ନିକ୍‌ ମନାଇବାରେ ସମସ୍ତେ ମାତିଛନ୍ତି। ଜାନୁଆରୀ ମାସ ସାରା ଏମିତି ପିକ୍‌ନିକ୍‌ ଚାଲିବ। ଯଦି ପିକ୍‌ନିକ୍‌ ପାଇଁ ପ୍ଲାନିଂ କରୁଛନ୍ତି, ଦେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ ନାହିଁ।

ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’ ଅମ୍ବିକାଙ୍କ ପୀଠ ରହିଛି। ପାହାଡ଼, ଝରଣା ସହିତ ଜଙ୍ଗଲ ଘେରା ଦେବକୁଣ୍ଡ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ ପରି ଚଳିତ ଥର ବି ମା’ ଅମ୍ବିକାଙ୍କ ଦର୍ଶନ ସହିତ ବଣଭୋଜି କରିବାକୁ ଏଠାରେ ପ୍ରବଳ ଜନସମାଗମ ହେଉଛି।
ମନରୋମ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ମା’ ଅମ୍ବିକାଙ୍କ ଦର୍ଶନ। ବଣଭୋଜି ସାଙ୍ଗକୁ ନାଚଗୀତର ଆସର ପାଇଁ ଦେବକୁଣ୍ଡରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼। ପାହାଡ଼, ଜଙ୍ଗଲ ଝରଣାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣୁଛି।ଏଠାରେ ଝରଣା ଓ ଛୋଟ ଜଳପ୍ରପାତକୁ ଲାଗି ରହିଛି ମା’ ଅମ୍ବିକାଙ୍କ ପୀଠ। ମା’ଙ୍କ ଦର୍ଶନ ସହିତ ସାଙ୍ଗସାଥୀ, ପରିବାରବର୍ଗଙ୍କ ସହିତ ବଣଭୋଜିର ମଜା ନେଉଛନ୍ତି ଲୋକେ। ପର୍ଯ୍ୟଟକଙ୍କ ଭିଡ଼କୁ ନଜରରେ ରଖି ଭୋଜି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ପାର୍କରେ ବିଭିନ୍ନ ପ୍ରକାରର ଦୋଳି ମଧ୍ୟ ଦେଖିବାକୁ ମିଳୁଛି।
ଶୀତ ଆରମ୍ଭ ହେବା ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। କେବଳ ରାଜ୍ୟ ନୁହେଁ ପଡୋଶୀ ରାଜ୍ୟରୁ ମଧ୍ୟ ବହୁ ପର୍ଯ୍ୟଟକ ପ୍ରତିବର୍ଷ ମା’ ଅମ୍ବିକାଙ୍କ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି।

ବିଶ୍ୱାସ ରହିଛି, ଦେବତାମାନେ ଏଠାରେ ଗାଧୋଇବା ପରେ ଦେବୀ ଅମ୍ବିକାଙ୍କ ପୂଜା କରିଥିଲେ। ତେଣୁ ଏହା ଦେବକୁଣ୍ଡ ନାମରେ ନାମିତ ହୋଇଛି। ପ୍ରତ୍ୟକ୍ଷ ଦେବୀ ମା’ ଅମ୍ବିକାଙ୍କ ନିକଟରେ ମାନସିକ ପୂରଣ ପାଇଁ ବର୍ଷସାରା ଏଠାରେ ଭକ୍ତଙ୍କ ଭିଡ ଜମିଥାଏ।

The post ଦେବକୁଣ୍ଡରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼: ଯିବାକୁ ଭୁଲନ୍ତୁ ନାହିଁ appeared first on Odisha Reporter.

]]>
centre bottom 2018-12-27 22:22:10 https://odishareporter.in/wp-content/uploads/2018/12/baripasaaaaaaa.jpg
ନୂଆବର୍ଷରେ ଆସନ୍ତୁ ବୁଲି ଯିବା ଓଡ଼ିଶାର ଏହି ସବୁ ହିଲ୍‌ ଷ୍ଟେସନ୍‌ https://odishareporter.in/life-style/travel/let-us-visit-the-hill-stations-of-orissa-in-new-year-317205 Wed, 26 Dec 2018 10:19:34 +0000 https://odishareporter.in/?p=317205

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ନୂଆବର୍ଷ ଆସିଲେ, ଅଧିକାଂଶ ପରିବାର ଅବା ସାଙ୍ଗମାନଙ୍କ ସହ ବୁଲିବାକୁ ଯିବା ପାଇଁ ଯୋଜନା କରିଥା’ନ୍ତି। ଏଥିପାଇଁ ବ୍ୟବସାୟ ହେଉ କିମ୍ୱା ଅଫିସ୍‌, ଛୁଟି ନେଇ ପିକ୍‌ନିକ୍‌ର ଯୋଜନା କରିଥା’ନ୍ତି। ଯଦି ଆପଣ ଏପରି କିଛି ଯୋଜନା କରିଛନ୍ତି, ତେବେ ଏଥିପାଇଁ ଓଡ଼ିଶା ବାହାରକୁ ଯାଆନ୍ତୁ ନାହିଁ। ଆମ ରାଜ୍ୟରେ ଏପରି କିଛି ଦର୍ଶନୀୟ ସ୍ଥାନ ରହିଛି, ଯେଉଁଠିକୁ ଯିବା ପରେ ଆପଣ ରାଜ୍ୟ ବାହାରର ଦର୍ଶନୀୟ ସ୍ଥାନ କଥା ସମ୍ପୂର୍ଣ୍ଣ ଭୁଲି […]

The post ନୂଆବର୍ଷରେ ଆସନ୍ତୁ ବୁଲି ଯିବା ଓଡ଼ିଶାର ଏହି ସବୁ ହିଲ୍‌ ଷ୍ଟେସନ୍‌ appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ନୂଆବର୍ଷ ଆସିଲେ, ଅଧିକାଂଶ ପରିବାର ଅବା ସାଙ୍ଗମାନଙ୍କ ସହ ବୁଲିବାକୁ ଯିବା ପାଇଁ ଯୋଜନା କରିଥା’ନ୍ତି। ଏଥିପାଇଁ ବ୍ୟବସାୟ ହେଉ କିମ୍ୱା ଅଫିସ୍‌, ଛୁଟି ନେଇ ପିକ୍‌ନିକ୍‌ର ଯୋଜନା କରିଥା’ନ୍ତି।

ଯଦି ଆପଣ ଏପରି କିଛି ଯୋଜନା କରିଛନ୍ତି, ତେବେ ଏଥିପାଇଁ ଓଡ଼ିଶା ବାହାରକୁ ଯାଆନ୍ତୁ ନାହିଁ। ଆମ ରାଜ୍ୟରେ ଏପରି କିଛି ଦର୍ଶନୀୟ ସ୍ଥାନ ରହିଛି, ଯେଉଁଠିକୁ ଯିବା ପରେ ଆପଣ ରାଜ୍ୟ ବାହାରର ଦର୍ଶନୀୟ ସ୍ଥାନ କଥା ସମ୍ପୂର୍ଣ୍ଣ ଭୁଲି ଯିବେ।

ସାଧାରଣତଃ ଶୀତିଦିନର ସବୁଜିମା ପରିବେଶ ପାଇଁ ପାହାଡ଼ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆଉ ଯଦି ଚାରିପାଖରେ ବଡ଼ ବଡ଼ ପାହାଡ଼ ସବୁ ଘେରିଥା’ନ୍ତି, ତେବେ ଏହାର ରମଣୀୟ ପ୍ରାକୃତିକ ଶୋଭାରାଜି ପର୍ଯ୍ୟଟକଙ୍କୁ ଆନମନା କରିଥାଏ। ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରକୃତିର ଏପରି ମନଛୁଆଁ ରୂପ ଓଡ଼ିଶାର ପ୍ରମୁଖ ହିଲ୍‌ ଷ୍ଟେସନ୍‌ ଦାରିଙ୍ଗବାଡ଼ି, ତପ୍ତପାଣି, ମହେନ୍ଦ୍ରଗିରି, ଢେଙ୍କାନାଳର କପିଳାସ ଓ କୋରାପୁଟର ଦେଓମାଳିରେ ଦେଖିବାକୁ ମିଳେ।

ଏବେ ଆସନ୍ତୁ ଜାଣିବା, ରାଜ୍ୟର ଏପରି କିଛି ହିଲ୍‌ ଷ୍ଟେସନ୍‌ର ବିଶେଷତ୍ୱ କ’ଣ ଏବଂ ଏଠାକୁ ଆପଣ ବୁଲିବାକୁ ଗଲେ କ’ଣ ସବୁ ଦେଖିବାକୁ ପାଇବେ।

ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ିକୁ ‘ଓଡ଼ିଶାର କଶ୍ମୀର’ କୁହାଯାଏ। ଶୀତଦିନେ ଏଠାରେ ଖୁବ୍‌ ଥଣ୍ଡା ଅନୂଭୁତ ହୋଇଥାଏ। ଓଡ଼ିଶାରେ ଏହା ଏକମାତ୍ର ସ୍ଥାନ, ଯେଉଁଠାରେ ବରଫପାତ ହୁଏ। ଆପଣ ଶୀତଦିନେ ଏଠାକୁ ବୁଲିବାକୁ ଗଲେ ବରଫ ପାତ ଦେଖୁବାକୁ ପାଇବେ। ଏହି ହିଲ୍‌ ଷ୍ଟେସନ୍‌ଟି କନ୍ଧମାଳ ଜିଲ୍ଲାରେ ରହିଛି। ଦାରିଙ୍ଗବାଡ଼ିର କଫି ବଗିଚା, ଗୋଲମରିଚ ଓ ହଳଦୀ ବଗିଚା, ଝାଉଁ ବଣ ଓ ସୁନ୍ଦର ପାହାଡ଼ ମଧ୍ୟ ଆପଣଙ୍କୁ ଖୁବ୍‌ ପସନ୍ଦ ହେବ।
ଏହା ସହିତ ଏଠାରେ ଆପଣ ଦୋଲୁରୀ ନଦୀର ସୁନ୍ଦର ଝରଣା ଓ ପୁଟୁଡ଼ି ଝରଣା ଦେଖିବାକୁ ପାଇବେ।

ଏଠାରେ ମଧ୍ୟ ସମଲେଶ୍ୱରୀ ମନ୍ଦିର ରହିଅଛି। ଏଠାରେ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାର ଆଖାପାଖ ଅଞ୍ଚଳରେ ପାଖାପାଖି ୨୦୦ ଚର୍ଚ୍ଚ ରହିଛି। ଭୁବନେଶ୍ୱରରୁ ଦାରିଙ୍ଗବାଡ଼ି ଯିବା ପାଇଁ ହେଲେ ଆପଣଙ୍କୁ ୨୫୦ କିଲୋମିଟର ପଡ଼ିବ। ଯଦି ଆପଣ ବରହମ୍‌ପୁରରୁ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୨୫ କିଲୋମିଟର ଯାତ୍ରା କରିବାକୁ ପଡ଼ିବ।

ତପ୍ତପାଣି
ଓଡ଼ିଶାର ଏହି ହିଲ୍‌ ଷ୍ଟେସନ୍‌ଟି ଗଞ୍ଜାମ ଜିଲାରେ ରହିଛି। ଏହା ଏକ ଉଷ୍ଣ ପ୍ରସବଣ କେନ୍ଦ୍ର। ତପ୍ତପାଣିର ଉଷ୍ଣ ଜଳରେ ସଲ୍‌ଫର୍‌ ଓ ଅନ୍ୟ ରାସାୟନିକ ଖଣିଜଦ୍ରବ୍ୟ ଭରି ଥିବାରୁ, ଏହାର ଔଷଧୀୟ ଗୁଣ ଅଧିକ। ଚର୍ମରୋଗୀଙ୍କ ପାଇଁ ଏହି ପାଣିରେ ଗାଧୋଇବା ଲାଭପ୍ରଦ ହୋଇଥାଏ। ଏହି ଉଷ୍ଣ ପ୍ରସବଣ ହିଁ ତପ୍ତପାଣିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।

ଏଠାରେ ମଧ୍ୟ କାନ୍ଧୁଣୀ ଦେବୀଙ୍କ ମନ୍ଦିର ରହିଛି। ଲୋକ ବିଶ୍ୱାସ ଅଛି ଯେ ଏହି ମନ୍ଦିରର ଗୁଆ ଯାହାକୁ ମିଳେ, ତା’ର ମାନସିକ ପୂରଣ ହୁଏ। ଏଇ ଗୁଆକୁ ପୂର୍ବରୁ ଭକ୍ତମାନେ ଦେବୀଙ୍କୁ ଅର୍ପଣ କରିଥା’ନ୍ତି। ଏଠାରେ ଆପଣ ହରିଣ ପାର୍କ ମଧ୍ୟ ଦେଖିବାକୁ ପାଇବେ। ଏଠାରେ କୁଟିଆ କନ୍ଧ, ବଣ୍ଡା, ଡଙ୍ଗରା କନ୍ଧ ଓ ମାଳି ଆଦିବାସୀ ଭଳି ପ୍ରାଚୀନ ସମ୍ପ୍ରଦାୟର ଲୋକେ ଅଧିକ ରୁହନ୍ତି।

ପାହାଡ଼ ଓ ବଣଜଙ୍ଗଲଭରା ତପ୍ତପାଣିର ପରିବେଶ ମଧ୍ୟ ପର୍ଯ୍ୟଟଙ୍କୁ ଆକର୍ଷିତ କରେ। ଓଡ଼ିଶା ସରକାରଙ୍କ ଦ୍ୱାରା ତପ୍ତପାଣିଠାରେ ପର୍ଯ୍ୟଟକଙ୍କ ପାଇଁ ପାନ୍ଥନିବାସର ବ୍ୟବସ୍ଥା ମଧ୍ୟ ରହିଛି।

ଦେଓମାଳି
ଏହା କୋରାପୁଟ ଜିଲ୍ଲାରେ ଅବସ୍ଥିତ। ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ। କୋରାପୁଟଠାରୁ ଏହାର ଦୂରତା ମାତ୍ର ୩୫ କିଲୋମିଟର।

ବର୍ଷର ବାରମାସ ଏହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ସାଜିଥାଏ। ତେବେ ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି ଓ ପାହାଡ଼ ଚଢ଼ିଥାନ୍ତି। ପର୍ଯ୍ୟଟକଙ୍କ ପାଇଁ ଏଠାରେ ଛଅଟି ଶିଖର ଦୃଶ୍ୟ (view point) ନିର୍ମାଣ କରା ଯାଇଛି। ଏଠାରୁ ଦେଓମାଳି ପାହାଡ଼ମାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ୍ୟ।

ଏଠାରେ ରହିବାପାଇଁ କୌଣସି ବ୍ୟବସ୍ଥା ନାହିଁ। ବଣଭୋଜି, ପାହାଡ଼ ଚଢ଼ା ଓ ପରିବାର ସହ ଭ୍ରମଣ ପାଇଁ ଏହି ସ୍ଥାନଟି ଉପଯୋଗୀ। ନିଜର ଯାନବାହନ ନେଇ ଏଠାକୁ ସିଧାସଳଖ ଯାଇହୁଏ। ଯିବାପାଇଁ ସେମିଳିଗୁଡ଼ା, ସୁନାବେଡ଼ା, କୋରାପୁଟ ଅଥବା କୁନ୍ଦୁଲି ହାଟରୁ କମାଣ୍ଡର୍‌ ଗାଡ଼ି ମିଳିଥାଏ। ଦେଓମାଳି ଉପତ୍ୟକାକୁ ଯିବାପାଇଁ ଦେଓମାଳି ଛକରୁ ୬ କି.ମି. ଚାଲି ଚାଲି ଯିବାକୁ ହୁଏ।

ଦେଓମାଳିକୁ ଓଡ଼ିଶାର ‘ସାବର ଶ୍ରୀକ୍ଷେତ୍ର’ ବୋଲି ମଧ୍ୟ କୁହାଯାଏ। ଦେଓମାଳିରେ ଆପଣ ‘M’ ଆକାରର ପର୍ବତ ଶୃଙ୍ଗ ମଧ୍ୟ ଦେଖିବାକୁ ପାଇବେ। ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ।

The post ନୂଆବର୍ଷରେ ଆସନ୍ତୁ ବୁଲି ଯିବା ଓଡ଼ିଶାର ଏହି ସବୁ ହିଲ୍‌ ଷ୍ଟେସନ୍‌ appeared first on Odisha Reporter.

]]>
left top 2018-12-26 18:22:22 https://odishareporter.in/wp-content/uploads/2018/12/DEOMALI.jpg
ନୂଆବର୍ଷରେ ଆସନ୍ତୁ ଯିବା ଏହି ସବୁ ସ୍ଥାନକୁ https://odishareporter.in/life-style/tourist-spots-near-to-delhi-316939 Wed, 26 Dec 2018 04:07:45 +0000 https://odishareporter.in/?p=316939

ନୂଆଦିଲ୍ଲୀ: ନୂଆବର୍ଷ ଆସିଲେ ଲୋକେ ନିଜର ଛୁଟି କାଟିବା ପାଇଁ ଯୋଜନା କରିଥାନ୍ତି। ଏଥିପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଥାଏ, ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳ। ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳର ସୌନ୍ଦର୍ଯ୍ୟ ଅଧିକ ବଢ଼ି ଯାଇଥାଏ। ଆଜି ଆମେ ଆପଣଙ୍କୁ  ଦିଲ୍ଲୀର ଏପରି କିଛି ସ୍ଥାନ ସମ୍ପର୍କରେ କହିବୁ, ଯେଉଁଠି ଆପଣ ନିଜ ପରିବାର ସହ ନୂଆବର୍ଷ ଛୁଟି କାଟି ପାରିବେ। ଲାନ୍ସଡାଉନ୍‌ ଦିଲ୍ଲୀର ସବୁଠାରୁ ନିକଟରେ ଥିବା ହିଲ୍‌ ଷ୍ଟେସନ […]

The post ନୂଆବର୍ଷରେ ଆସନ୍ତୁ ଯିବା ଏହି ସବୁ ସ୍ଥାନକୁ appeared first on Odisha Reporter.

]]>

ନୂଆଦିଲ୍ଲୀ: ନୂଆବର୍ଷ ଆସିଲେ ଲୋକେ ନିଜର ଛୁଟି କାଟିବା ପାଇଁ ଯୋଜନା କରିଥାନ୍ତି। ଏଥିପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଥାଏ, ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳ। ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳର ସୌନ୍ଦର୍ଯ୍ୟ ଅଧିକ ବଢ଼ି ଯାଇଥାଏ। ଆଜି ଆମେ ଆପଣଙ୍କୁ  ଦିଲ୍ଲୀର ଏପରି କିଛି ସ୍ଥାନ ସମ୍ପର୍କରେ କହିବୁ, ଯେଉଁଠି ଆପଣ ନିଜ ପରିବାର ସହ ନୂଆବର୍ଷ ଛୁଟି କାଟି ପାରିବେ।
ଲାନ୍ସଡାଉନ୍‌
ଦିଲ୍ଲୀର ସବୁଠାରୁ ନିକଟରେ ଥିବା ହିଲ୍‌ ଷ୍ଟେସନ ହେଉଛି ଲାନ୍ସ ଡାଉନ୍‌। ଏଠାରେ ଆପଣ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପାଇବେ। ଉତ୍ତରାଖଣ୍ଡର ପୌଢ଼ୀ ଗଡ଼ବାଲ୍‌ରେ ଥିବା ଏହି ସହରକୁ ଇଂରେଜମାନେ ପାହାଡ଼ କାଟି ତିଆରି କରିଥିଲେ। ଏଠାରେ ଆପଣ ଟିପ୍‌ ଏନ୍ ଟାପ୍, ତାଡକେଶ୍ୱର ମହାଦେବ ଓ ଚର୍ଚ୍ଚ ପଏଣ୍ଟ୍‌ ପରି ଦର୍ଶନୀୟ ସ୍ଥାନ ବୁଲିପାରିବେ।

ଯଦି ଆପଣ ଟ୍ରାକିଙ୍ଗ୍‌ କରିବାକୁ ପସନ୍ଦ କରନ୍ତି, ତେବେ ଏଠାରେ ଟ୍ରାକିଙ୍ଗ୍ ସୁବିଧା ମଧ୍ୟ ରହିଛି। ଦିଲ୍ଲୀଠାରୁ ଏହା ୨୬୦ କିଲୋମିଟର ଦୂରରେ ରହିଛି। ଏହି ସ୍ଥାନକୁ ପର୍ଯ୍ୟଟକ ସନ୍‌ରାଇଜ୍‌ ଦେଖିବାକୁ ମଧ୍ୟ ଆସନ୍ତି।

ପଙ୍ଗୋଟ୍‌
ଯଦି ଆପଣ ହିଲ୍‌ ଷ୍ଟେସନ ସହିତ ସ୍ନୋ ଫଲ୍‌ ବି ଦେଖିବାକୁ ଚାହୁଁଛନ୍ତି,ତେବେ ପଙ୍ଗୋଟ୍‌ ବୁଲିବାକୁ ଯାଆନ୍ତୁ। ନୈନିତାଲ୍‌ରୁ ପଙ୍ଗୋଟ୍‌ରେ ପହଞ୍ଚିବା ପାଇଁ ଏକ ଘଣ୍ଟା ଲାଗିଥାଏ। ଏହି ସ୍ଥାନରେ ଲୋକସଂଖ୍ୟା କମ୍‌। ଆପଣ ଏଠାରେ ସ୍ନୋ ଫଲ୍‌ର ମଜା ନେଇପାରିବେ। ଏହା ବ୍ୟତୀତ ଦିନରେ ଆପଣ ଏଠାରେ ଥିବା ଜଙ୍ଗଲରେ ଟ୍ରାକ୍‌ କରିବା ସହିତ ରାତିରେ ସଫାରୀର ମଜା ନେଇପାରିବେ।


ମୋର୍‌ନୀ ହିଲସ୍‌
ଆପଣ ଦିଲ୍ଲୀରୁ ପାଞ୍ଚ ଘଣ୍ଟା ଡ୍ରାଇଭ୍‌ କରି ମୋର୍‌ନୀ ହିଲସ୍‌ରେ ପହଞ୍ଚି ପାରିବେ। କେବଳ ଏହି ସ୍ଥାନର ନାମ ସୁନ୍ଦର ନୁହେଁ, ଏହି ସ୍ଥାନ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର। ହରିୟାଣାର ପଞ୍ଚକୁଲାରେ ଥିବା ଏହି ସ୍ଥାନରେ ଆପଣ ଆଡ୍‌ଭେନ୍‌ଚର୍‌ ସ୍ପୋର୍ଟସ୍‌ର ମଧ୍ୟ ମଜା ନେଇପାରିବେ। ଏଠାରେ ଆପଣ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବା ସହିତ ଐତିହାସିକ ପୋର୍ଟ ମଧ୍ୟ ଦେଖିପାରିବେ।


ନହାନ୍‌
ହିମାଚଳ ପ୍ରଦେଶରେ ନହାନ୍ ସହର ରହିଛି। ଶୀତଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏଠାକୁ ଆସିବା ପରେ ଆପଣଙ୍କୁ ପ୍ରକୃତିର କୋଳରେ ବସିବା ପରି ମନେହେବ। ପାହାଡ଼ର ସୁନ୍ଦରତା ଦେଖିବା ପରେ ଆପଣ ସେଠାରେ ଥିବା ସୁକୈତି ଫାର୍ସିଲ୍‌ ପାର୍କରେ ମଧ୍ୟ ବୁଲିପାରିବେ। ଏହା ବ୍ୟତୀତ ଆପଣ ସେଠାରେ ମନ୍ଦିର ଓ ରାନୀ ତାଲ୍ ମଧ୍ୟ ବୁଲିପାରିବେ।

କସୌଲି
କସୌଲି ମଧ୍ୟ ହିମାଚଳ ପ୍ରଦେଶରେ ରହିଛି। ଏଠାକୁ ଯିବା ପାଇଁ ଭଲ ମାସ ହେଉଛି ନଭେମ୍ୱର। ଯଦି ଆପଣଙ୍କର ପାରାଚୁଟ୍‌ରେ ଉଡ଼ିବା ପାଇଁ ଇଚ୍ଛା, ତେବେ ଆପଣ ଏଠାରେ ନିଜର ଇଚ୍ଛା ପୂରଣ କରିପାରିବେ। ଏଠାରେ ସେହି ସୁବିଧା ରହିଛି। ଏଠାରେ ଆପଣଙ୍କ ପାଇଁ  କ୍ୟାମ୍ପିଙ୍ଗ୍‌ ଓ ଟ୍ରାକିଙ୍ଗ୍‌ ସୁବିଧା ମଧ୍ୟ ଉପଲବ୍ଧ।
ତେବେ ଆଉ ଡେରି ନ କରି ନୂଆବର୍ଷ ଛୁଟିରେ ବୁଲିବାକୁ ଯାଆନ୍ତି ଏହି ସବୁ ସ୍ଥାନ।

The post ନୂଆବର୍ଷରେ ଆସନ୍ତୁ ଯିବା ଏହି ସବୁ ସ୍ଥାନକୁ appeared first on Odisha Reporter.

]]>
centre bottom 2018-12-26 09:37:45 https://odishareporter.in/wp-content/uploads/2018/12/nu.jpg
ହାତ ଠାରି ଡାକେ ନୃସିଂହନାଥ…ଥରେ ଦେଖି ଯା’ ମୋର ସେଇ ବିସ୍ମୟ ରୂପ… https://odishareporter.in/life-style/tourist-place-of-nrusinghanath-temple-312272 Fri, 14 Dec 2018 07:30:30 +0000 https://odishareporter.in/?p=312272

ଭୁବନେଶ୍ୱର(କୁତାର୍ଥ ସାରଥୀ ସାମନ୍ତରାୟ):ପୁରାତନ କଳା ସଂସ୍କୃତି ଏବଂ ପରମ୍ପରା ସାଙ୍ଗକୁ କୃଷି ଏବଂ ଅଭିନବ ଜ୍ଞାନକୌଶଳକୁ ଏକାଠି ବାନ୍ଧି ରଖିଥିବା ବହୁ ପୁରାତନ ଜିଲ୍ଲା ହେଉଛି ବରଗଡ଼। ପଶ୍ଚିମ ଓଡିଶାର ଏହି ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଥିବା ନୃସିଂହନାଥ ପୀଠ ରେ ଶୀତୁଆ ସକାଳର ମଜା ନିଆରା। ଯେଉଁଠି ପରସ୍ତ ପରସ୍ତ ଗଛଲତା, ଉଚ୍ଚା ଉଚ୍ଚା ପାହାଡ ସାଙ୍ଗକୁ ଜଳପ୍ରପାତର ଅମାନିଆ ଜଳରାଶି  ପର୍ଯ୍ୟଟକଙ୍କୁ ଆନମନା କରେ। ବରଗଡରୁ ପ୍ରାୟ ୧୧୩ କିଲୋମିଟର ଗଲେ ପଡ଼ିବ […]

The post ହାତ ଠାରି ଡାକେ ନୃସିଂହନାଥ…ଥରେ ଦେଖି ଯା’ ମୋର ସେଇ ବିସ୍ମୟ ରୂପ… appeared first on Odisha Reporter.

]]>

ଭୁବନେଶ୍ୱର(କୁତାର୍ଥ ସାରଥୀ ସାମନ୍ତରାୟ):ପୁରାତନ କଳା ସଂସ୍କୃତି ଏବଂ ପରମ୍ପରା ସାଙ୍ଗକୁ କୃଷି ଏବଂ ଅଭିନବ ଜ୍ଞାନକୌଶଳକୁ ଏକାଠି ବାନ୍ଧି ରଖିଥିବା ବହୁ ପୁରାତନ ଜିଲ୍ଲା ହେଉଛି ବରଗଡ଼। ପଶ୍ଚିମ ଓଡିଶାର ଏହି ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଥିବା ନୃସିଂହନାଥ ପୀଠ ରେ ଶୀତୁଆ ସକାଳର ମଜା ନିଆରା। ଯେଉଁଠି ପରସ୍ତ ପରସ୍ତ ଗଛଲତା, ଉଚ୍ଚା ଉଚ୍ଚା ପାହାଡ ସାଙ୍ଗକୁ ଜଳପ୍ରପାତର ଅମାନିଆ ଜଳରାଶି  ପର୍ଯ୍ୟଟକଙ୍କୁ ଆନମନା କରେ। ବରଗଡରୁ ପ୍ରାୟ ୧୧୩ କିଲୋମିଟର ଗଲେ ପଡ଼ିବ ଗନ୍ଧମାର୍ଦ୍ଦନ। ପ୍ରଥମେ ବରଗଡ ସହରରୁ  ୨୮ କିମି ଗଲା ପରେ ପଡିବ ସୋହେଲା।

ସେଇଠୁ ବାମପଟକୁ ଗଲେ ପଦ୍ମପୁର ରାସ୍ତା ପଡ଼ିବ। ବାଟରେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମର ମୂକସାଖୀ ସାଜିଥିବା ବୀରମାଟି ଘେଁସ  ପଡ଼ିବ। ଯେଉଁଠି ଇଂରେଜ ଶାସନ କବଳରୁ ମା ମାଟିକୁ ମୁକ୍ତ କରିବା ପାଇଁ ଏଠି ବାଜିଥିଲା ସ୍ୱାଧୀନତା ସଂଗ୍ରାମର ବିଗୁଲ।  ସେ ପୁଣି ୧୮୫୭ ମସିହାରେ । ଘେଁସ ଜମିଦାର ମେଧାସିଂ ଥିଲେ ଏହାର ମୂଳ କର୍ଣ୍ଣଧାର। ତାଙ୍କର ସମ୍ପୂର୍ଣ ପରିବାର ଏହି ସଂଗ୍ରାମରେ ଅନୁପ୍ରାଣିତ ହୋଇ ବୀର ସୁରେନ୍ଦ୍ର ସାଏଙ୍କ ସହ ମିଶି ଦେଇଥିଲେ ରଣ ହୁଙ୍କାର। କିଛି ଦିନର ଲଢେଇ ପରେ ପରିସ୍ଥିତି ବଦଳିଗଲା। ଦେଶର ସ୍ୱାଧୀନତା ପାଇଁ ଜମିଦାର ମେଧାସିଂ ଏବଂ ତାଙ୍କ ତିନି ପୁତ୍ର ସହୀଦ ହେଲେ। ମାତୃଭୂମୀର ମୁକ୍ତି ସଂଗ୍ରାମ ପାଇଁ ଘେଁସ ଜମିଦାର ପରିବାରର ଆତ୍ମବଳିଦାନ ଏକାନ୍ତ ଉଲ୍ଲେଖନୀୟ । ଆଜିବି ସେଇ ରକ୍ତରଞ୍ଜିତ ଘେଁସ ମାଟିରେ ପାଦଦେଲେ ଦେଶପ୍ରେମର ଭାବନାକୁ ଅନୁଭବ କରି ହୁଏ।

ଘେଁସରୁ ବାହାରି ପାଇକମାଳ ରାସ୍ତାରେ ଗଲେ ଆସିବ ନୃସିଂହନାଥ ପୀଠକୁ ରାସ୍ତା। ଦୁଇ ପାଖରେ ସବୁଜ ବନାନୀର ସୁନ୍ଦର ଚାଦର। କେତେ ବାଟ ଗଲା ପରେ ଅପରୂପା ପ୍ରକୃତିର ଗନ୍ତାଘର ଗନ୍ଧମାର୍ଦନ ପର୍ବତ। ଏହାର ପାଦଦେଶରେ ରହିଛି ଧର୍ମର ଧରଣୀ ନୃସିଂହନାଥଙ୍କ ପବିତ୍ର ମନ୍ଦିର। ଜଗତର କଲ୍ୟାଣ ପାଇଁ, ଭକ୍ତର ଭକ୍ତି ପାଇଁ  ଭଗବାନ ବିଭିନ୍ନ ରୂପରେ ଆବିର୍ଭୂତ ହୁଅନ୍ତି। କେତେବେଳେ ବାମନ ତ କେତେବେଳେ ବରାହ, କେତେବେଳେ କଚ୍ଛବ ତ କେତେବେଳେ ନୃସିଂହ।

ହେଲେ, ଏଠି କିନ୍ତୁ ଶରୀର ସିଂହ ଭଳି ମାତ୍ର ମୁଖମଣ୍ଡଳ ବିଡାଳ ବା ବିରାଡ଼ି ସଦୃଶ ଦେଖିବାକୁ ପାଇବେ। ମୂଷିକ ଦୈତ୍ୟର ପ୍ରଭାବରୁ ଭକ୍ତଙ୍କୁ ସୁରକ୍ଷା ଦେବା ନିମିତ୍ତ ଏଠି ଜଗି ବସିଛନ୍ତି ବିଡ଼ାଳ ନୃସିଂହନାଥ। କିମ୍ୱଦନ୍ତୀ ଅନୁଯାୟୀ, ଏବେ ବି ମୁଷିକ ଦୈତ୍ୟ ଲୁଚି ପଲାଇଥିବା ଗର୍ତ୍ତ ଶୋଭା ପାଉଛି ଗନ୍ଧମାର୍ଦ୍ଦନ ପଥର କାନ୍ଥରେ। କାହିଁ କେଉଁ ଆଦିମ କାଳରୁ ଏଠି ମହାପ୍ରଭୂ ପୂଜା ପାଇ ଆସୁଛନ୍ତି।

ମାତ୍ର ଐତିହାସକଙ୍କ ମତରେ ପାଟଣାଗଡର ରାଜା ବୈଜଲ ଦେବ ୧୪୧୩ ଖ୍ରୀଷ୍ଟାବ୍ଦରେ ଏହି ସୁନ୍ଦର ମନ୍ଦିର ନିର୍ମାଣ କରିଥିଲେ। ପୁରାତନ ଶିଳ୍ପକଳାର ନିଦର୍ଶନ ସାଙ୍ଗକୁ ଓଡିଆ କାରିଗରର ଶିଳ୍ପଚାତୁରୀ ଏଠାରେ ଦେଖିବାକୁ ମିଳେ। ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ, ନର୍ତ୍ତକୀ, କ୍ଷୁଦ୍ରକାୟ ମଣିଷ, ଗାନରତ ବ୍ୟକ୍ତିମାନଙ୍କର ନିଖୁଣ ମୂର୍ତ୍ତୀମାନ ଏବେବି ପର୍ଯ୍ୟଟକଙ୍କୁ ବିମୋହିତ କରେ। ଦିନକୁ ୨ ଥର ଏଠାରେ ହୁଏ ହରିହର ପଙ୍ଗତ। ଆବାଳବୃଦ୍ଧବନିତା ନୃସିଂହନାଥଙ୍କ ପ୍ରସାଦକୁ ମାଗଣାରେ ସେବନ କରିବାର ଏଠାରେ ରୀତି ରହିଛି।

ଧନୀ ହେଉ କି ଗରିବ, ବୃଦ୍ଧ ହେଉକି ଶିଶୁ ସମସ୍ତେ ଏକାଠି ବସି ଏହି ପ୍ରସାଦକୁ ସେବନ କରନ୍ତି। ଏଭଳି ପରମ୍ପରା ଓଡିଶାରେ ଦେଖିବାକୁ ବିରଳ କହିଲେ ଜମାରୁ ଭୁଲ ହେବନି। ଏଠାରେ ଦେଖିବାକୁ ମିଳନ୍ତି ହଜାର ହଜାର ସଂଖ୍ୟାର ପାତି ମାଙ୍କଡ। ହେଲେ ସତର୍କ ରହିବା ସହିତ ଏଇ ମାଙ୍କଡ ମାନଙ୍କୁ କୌଣସି ଖାଦ୍ୟ ପଦାର୍ଥ ନଦେବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଏ।

ବୈଶାଖ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ଦିନକୁ ନୃସିଂହନାଥଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ। ତେଣୁ ଏଠି ଏକ ବିରାଟ ମେଳାର ଆୟୋଜନ ହୁଏ। ଆଉ ଏହି ମେଳା ଦଶମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲେ। ନୃସିଂହନାଥ ପୀଠର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାରେ ପ୍ରବାହିତ ହେଉଥିବା ଝରଣା।ଏହାକୁ ପାପହାରିଣୀ ମଧ୍ୟ କୁହାଯାଏ। ଏହାର ଜଳ ଗଙ୍ଗା ଜଳ ଭଳି ପବିତ୍ର। ଯିଏ ଅନ୍ୟକୁ ଜୀବନ ଦିଏ ସେ କେବେ ମରିପାରେନା, ଯିଏ ଅନ୍ୟକୁ ମୁକ୍ତି ଦିଏ ସେ କେବେ ପଥର ଖୋଲରେ ବନ୍ଧା ପଡ଼େନା।  ତେଣୁ ତା ନାଁ ଗୁପ୍ତ ଗଙ୍ଗ। ଏଠି ବିଶ୍ୱାସ ରହିଛି ଯାହାର ପ୍ରତିଟି ଜଳକଣା ମଣିଷର ପଳପଳ ପାପକୁ ଧୋଇଦିଏ।ସଂସାରର ମୋହମାୟା ଘୁଞ୍ଚିଯାଏ। ମନର ମଲାଟରେ ରୂପ ନିଏ ଦିବ୍ୟଚେତନା, ଫଳରେ ପାପୀ ହୁଏ ପୁଣ୍ୟାତ୍ମା। ସେଇଥିପାଇଁ ତ ଏହାର ନା ପାପହାରିଣୀ। ଗୋଟିଏ କି ଦୁଇଟି ନୁହେଁ, ପାହାଡ଼ର ବିଭିନ୍ନ ସ୍ଥାନରେ ଏହି ଝରଣା ଦ୍ୱାରା ସୃଷ୍ଟି ହୋଇଛି ଅନେକ ଛୋଟ ବଡ଼ ଜଳପ୍ରପାତ। ମନ୍ଦିର ପାଖରେ ରହିଛି ଚାଲ୍‍ଧାର।ଏଠି ଝରଣା ପାଣିରେ ଗାଧୋଇବାର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି।

ଏହାର ନିକଟତମ ଆଉ ଏକ ସୁନ୍ଦର ସ୍ଥାନ ହେଉଛି ଭୀମଧାର। ଏହାର ଜଳରାଶି ଠିକ ଗୋଟିଏ ସରଳରେଖା ପରି ଲମ୍ଫ ଦେଇ ତଳକୁ ଖସିଥାଏ। କିଛି ବାଟ ଚାଲିଲା ପରେ ପଡ଼ିବ ତ୍ରିଦେବ ଘାଟ। ବାଟରେ ଲମ୍ୱା ଲମ୍ୱା ଗଛ ସାଙ୍ଗକୁ ବଡ଼ ବଡ଼ ପଥର ଖଠର ବିଶାଳ ଶରୀର। ଆଉ ତାରି କୋଳରେ ଖୋଦେଇ ହୋଇଛି ବିଶ୍ୱନିଅନ୍ତାଙ୍କ ଅପରୂପ ବିଗ୍ରହ।

ଝରଣାର ଗୋଟିଏ ପାର୍ଶ୍ୱରେ ଯୋଗୀଯୋଗେଶ୍ୱର ଦେବ ଦେବ ମହାଦେବ ବିରାଜମାନ ଥିବା ବେଳେ ଅନ୍ୟପଟେ ଅଛନ୍ତି ପାଳନକର୍ତ୍ତା ବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମା। କେହି କେହି କହନ୍ତି ଏଠାରେ ତ୍ରିଦେବଙ୍କୁ ଦର୍ଶନ କରି ଜଳ ଅର୍ପଣ କଲେ ପୁଣ୍ୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଔଷଧୀୟ ବୃକ୍ଷରେ ଭରପୁର ଇଏ ସେଇ ଗନ୍ଧମାର୍ଦ୍ଦନ ପର୍ବତ, ଯାହାର ପ୍ରତିଟି ଗଛଲତା, ପାହାଡ଼, ଝରଣା ପୌରାଣିକ କଥାବସ୍ତୁର ଘଟଣାଚକ୍ର ସଂପର୍କ ରଖନ୍ତି। ମହାଭାରତର ପଞ୍ଚୁପାଠବ ଗନ୍ଧମାର୍ଦ୍ଦନର ଶୀତଳ ଛାଇରେ ଖୋଜିଥିଲେ ଶାନ୍ତିର ତପୋବନ। ପ୍ରଶାନ୍ତ ପରିବେଶର ଏଇ ଚଟାଣ ଉପରେ ଦେଇଥିଲେ ପିତୃଶ୍ରାଦ୍ଧ। ଦିନେ ଏଇଠୁ ବିଶଲ୍ୟକରଣୀ ନେଇ ଜୀବନଦାନ ପାଇଥିଲେ ବୀର ଲକ୍ଷ୍ମଣ। ପୁରାଣର ଏମିତି ଅନେକ କଥାବସ୍ତୁ ଏହି ସ୍ଥାନ ସହିତ ଗୁନ୍ଥି ହୋଇରହିଛି।

ପୁଣି କିଛି ବାଟ ଗଲା ପରେ ଆସିବ ଆଉ ଏକ ସରପ୍ରାଇଜ ଲୋକେସନ୍‌। ନାଁ ତାର କପିଳଧାର। କପିଳଧାରର ଝରଣାର ସୌନ୍ଦର୍ଯ୍ୟ ବି ବେଶ ନିଆରା। ସତେଯେପରି ସବୁଜ ଶାଢ଼ିରେ ସଜେଇ ହୋଇ ରହିଛି ଅପରୂପା ପ୍ରକୃତିରାଣୀ। ମାନ୍ୟାଦୀପା ଠାରେ ଏହି ଝରଣା ଅଙ୍ଗନଦୀରେ ମିଶିଛି। ଏହି ପର୍ବତରୁ ପାଖାପାଖି ୧୭ଟି ଚିରସ୍ରୋତା ଝରଣା ଅଙ୍ଗ ଏବଂ ସୁକତେଲ ନଦୀକୁ ଜଳ ଯୋଗାଉଛି।

ତେଲ, ଅଙ୍ଗ, ସୁକତେଲ, ଜାଙ୍ଗ, ସୁନ୍ଦର ଓ ଜୀରା ଭଳି ଅନେକ ଛୋଟ ବଡ଼ ନଦୀ ଏହି ପର୍ବତରୁ ହିଁ ବାହାରିଛି। ଆଉ ଏହି ଝରଣା ଜଳରେ ସମୃଦ୍ଧ ଏସବୁ ନଦୀର ଜଳରାଶି। ଯେଉଁମାନେ କି ମହାନଦୀର ଗୋଟିଏ ଗୋଟିଏ ଉପନଦୀ। ଏଠିକାର ପଥର ଚଟାଣ ଉପରେ ଝରି ପଡୁଥିବା ଝରଣା ସତେ ଯେପରି କହୁଛି, ମୁଁ ହିଁ ଏକମାତ୍ର ସୁନ୍ଦରୀ। ଚାହିଁଲେ ତୁ ମତେ ଛୁଇଁ ପାରିବୁ ଓ ମୋରି ପଛପଟେ ରହି ଦେଖିପାରିବୁ ବର୍ଷାଦିନିଆ ଗନ୍ଧମାର୍ଦ୍ଦନର ଅନୁଭୂତି।

The post ହାତ ଠାରି ଡାକେ ନୃସିଂହନାଥ…ଥରେ ଦେଖି ଯା’ ମୋର ସେଇ ବିସ୍ମୟ ରୂପ… appeared first on Odisha Reporter.

]]>
left top 2018-12-16 17:12:04 https://odishareporter.in/wp-content/uploads/2018/12/n1-1.jpg
ଦୁଇ ରାଜ୍ୟର ପାହାଡ଼ିଆ ପାପୁଲିରେ ସୁନ୍ଦରୀ ଦେବଦର୍ହା https://odishareporter.in/life-style/tourist-spot-of-odisha-debadaraha-312262 Thu, 13 Dec 2018 09:17:44 +0000 https://odishareporter.in/?p=312262

ଭୁବନେଶ୍ୱର(କୁତାର୍ଥ ସାରଥୀ ସାମନ୍ତରାୟ): ସକାଳୁ ସକାଳୁ ପରିବେଶ ଥାଏ ଶୀତଳ ଆଉ ସୁନ୍ଦର ।ପଶ୍ଚିମ ଓଡ଼ିଶାର ପାହାଡ଼ ଜଙ୍ଗଲ ନଦୀ ଝରଣାରେ ବି ରହିଛି ଏକ ଅଦ୍‌ଭୁତ ଆକର୍ଷଣ ।ଏଇଠି ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପ୍ରକୃତି କୋଳରେ ଦେଖିବାକୁ ମିଳେ କମକୂଟ ପ୍ରସ୍ଥର ଦୁନିଆର ବିଚିତ୍ର ଶିଳ୍ପକଳା । ଆଉ ଏସବୁକୁ ଦେଖିଲେ ଲାଗେ ସତେ ଯେପରି ପାହାଡିମୂଲକରେ ସବୁଜ ବନାନୀକୁ କିଏ ସଜେଇ ରଖିଛି । ଏମିତି କିଛି ଅପାସୋରା ଛବିକୁ ନେଇ […]

The post ଦୁଇ ରାଜ୍ୟର ପାହାଡ଼ିଆ ପାପୁଲିରେ ସୁନ୍ଦରୀ ଦେବଦର୍ହା appeared first on Odisha Reporter.

]]>

ଭୁବନେଶ୍ୱର(କୁତାର୍ଥ ସାରଥୀ ସାମନ୍ତରାୟ): ସକାଳୁ ସକାଳୁ ପରିବେଶ ଥାଏ ଶୀତଳ ଆଉ ସୁନ୍ଦର ।ପଶ୍ଚିମ ଓଡ଼ିଶାର ପାହାଡ଼ ଜଙ୍ଗଲ ନଦୀ ଝରଣାରେ ବି ରହିଛି ଏକ ଅଦ୍‌ଭୁତ ଆକର୍ଷଣ ।ଏଇଠି ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପ୍ରକୃତି କୋଳରେ ଦେଖିବାକୁ ମିଳେ କମକୂଟ ପ୍ରସ୍ଥର ଦୁନିଆର ବିଚିତ୍ର ଶିଳ୍ପକଳା । ଆଉ ଏସବୁକୁ ଦେଖିଲେ ଲାଗେ ସତେ ଯେପରି ପାହାଡିମୂଲକରେ ସବୁଜ ବନାନୀକୁ କିଏ ସଜେଇ ରଖିଛି । ଏମିତି କିଛି ଅପାସୋରା ଛବିକୁ ନେଇ ଆମେ ପହଞ୍ଚିଛୁ ରତ୍ନଗର୍ଭା ବରଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ।

ଆଧୁନିକତା ଠୁ ଦୂରେଇ ପ୍ରକୃତି କୋଳରେ କିଛି ସମୟ କାଟିବା ପାଇଁ ଆମେ ସ୍ଥିର କରିଛୁ ଆଜି। ଖାଲି ଆମେ ବୁଲିବୁନି, ଆପଣଙ୍କୁ ବି ବୁଲେଇ ଖୁସି କରିବୁ।

ଏ ସବୁ ପଢିବା ପରେ ଆପଣଙ୍କର ମନେ ହେଉଥିବା ଜାଣିବା ପାଇଁ ସେଇ ସ୍ଥାନଟିର ନାଁ କ’ଣ ?

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହି ସ୍ଥାନର ନାଁ ହେଉଛି ‘ଦେବଦର୍ହା’।

ସୁନ୍ଦର ପାହାଚଶ୍ରେଣୀ ଉପରେ ଧଳା ରଙ୍ଗର ଏକ ପୁରୁଣା ମନ୍ଦିର ବି ରହିଛି ଏଠି । ପାହାଡର ଉପର ମୁଣ୍ଡରେ ଏହି ପର୍ଯ୍ୟଟନ କ୍ଷେତ୍ରକୁ ସତେ ଯେପରି ଜଗି ବସିଛନ୍ତି ଦେବ ଦେବ ମହାଦେବ ବାବା ଧବଳେଶ୍ୱର ।

ବାବା ଧବଳେଶ୍ୱର: ରାଜବୋଡାସମ୍ୱରର ଜମିଦାର ରାଜେନ୍ଦ୍ର ସିଂ ବରିହା ୧୯୧୯ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ୧୯୩୨ ରେ ସମାପ୍ତ କରିଥିଲେ ।ଚୁନ ସୁରକି ଗୁଡ ବେଲଅଠାରେ ସେତେବେଳେ ତିଆରି ହୋଇଥିଲା ଏହି ମନ୍ଦିର ।ଏହି ସ୍ଥାନର ଉନ୍ନତି ତଥା ବିକାଶ କରିବା କ୍ଷେତ୍ରରେ ରାଜବୋଡାସମ୍ୱର ଜମିଦାରଙ୍କ ଭୂମିକା ଅତୁଳନୀୟ କହିଲେ ଭୁଲ ହବନି ।କାରଣ ଏଭଳି ପ୍ରାକୃତିକ ପରିବେଶ ସହିତ ସାଂସ୍କୃତିକ ଭାବଧାରାକୁ ମିଶେଇ ଲୋକଲୋଚନ ଆଣିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।       

ପାଖରେ ଶୋଭା ପାଉଛି ଭୈରବ ମନ୍ଦିର । ଆଉ ଏହି ମନ୍ଦିର ନିକଟରୁ ସୁରଙ୍ଗୀ ନଈର ଶାନ୍ତ ଶୀତଳ ରୂପକୁ ଅନୁଭବ କରିହେ    ବ। ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳେ ଯେ, ସୁରଙ୍ଗୀ ନଈର ଭୈରବ ରୂପକୁ ଦେଖିବାକୁ ହେଲେ ଚାଲିବାକୁ ହେବ ଆଉ ଗୋଟେ କିଲୋମିଟର। ସେ ପୁଣି ପାହାଡିଆ ରାସ୍ତାରେ। କାରଣ ସୁରଙ୍ଗୀର ସୌନ୍ଦର୍ଯ୍ୟକୁ ସତେଯେପରି ପ୍ରକୃତିରାଣୀ ଗୋଟେ ସୁନ୍ଦର ସୁଡଙ୍ଗ ଭିତରେ ସଜେଇ ରଖିଛି । ପଥୁରିଆ ରାସ୍ତା, ଶୂନଶାନ ପରିବେଶ, ଦୂରରୁ ଭାସି ଆସୁଥିବା ପ୍ରପାତର ଘୁ ଘୁ ଶବ୍ଦ।

ଏହାକୁ ପାର୍‌ କଲେ ଆପଣଙ୍କ ଶ୍ରମ ସାର୍ଥକ ହେବ। ଦୂରରୁ ସୁନ୍ଦରୀ ସୁରଙ୍ଗୀ ତାର ଗର୍ଜନରେ ଆପଣଙ୍କୁ ସ୍ୱାଗତ କରିବ ।  

ସୁନ୍ଦରୀ ସୁରଙ୍ଗୀ : ସୁରଙ୍ଗୀ, ଚୁଲବୁଲି ନଈଟିଏ। ଠିକ୍‍ ଗୋଟେ ଝରଣା ଭଳି ।କୋଉଠି ତରତର ହୋଇ ଧାଇଁ ଯାଉଛି ତ କୋଉଠି ଦୀର୍ଘନିଶ୍ୱାସଟିଏ ମାରି ଅଟକି ଯାଇଛି ଏହାର ଜଳଧାରା । ଛତିଶଗଡ଼ର ଶଲଣ୍ଡି ନିକଟରୁ ଏହି ନଈ ବାହାରି ପଥରସଜ୍ଜାରେ ନାଚିନାଚି ଏଇଠୁ ମାତ୍ର ଅଳ୍ପଦୂରରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି  । କାରଣ ଏଇଠି ସରିଯାଇଛି ଓଡ଼ିଶା ଆଉ ଅଳ୍ପଦୂରରେ ଆରମ୍ଭ ହୋଇଛି ଛତିଶଗଡ଼ । ଦୁଇରାଜ୍ୟର ପାହାଡିଆ ପାପୁଲିରେ ଏହି ନଦୀ ବହିଯାଇ ପୂଜାରୀପାଲୀରେ ଅଙ୍ଗ ନଦୀ ସହ ମିଶିଛି  ।

ଏଠାରେ ଜଳପ୍ରପାତର ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ନିଆରା  । ଥାକ ଥାକ ପଥୁରିଆ ଶରୀରରେ ସତେଯେମିତି ଏହି ନଈର କଉତୁକିଆ ଜଳରାଶି ନାଚିନାଚି ପର୍ଯ୍ୟଟକଙ୍କ ମଧ୍ୟରେ ସୃଷ୍ଟିକରେ ପଥର ଏବଂ ପାଣି ପ୍ରତି ଏକ ଅଦ୍‌ଭୁତ ଆକର୍ଷଣ । କୋଉଠି ଶାନ୍ତ ଶୀତଳ ଜଳରାଶି ତ କୋଉଠି ଅଶାନ୍ତ ଜଳଧାରର ଉଗ୍ର ରୂପ  ।ଜଳପ୍ରପାତର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ହେଲେ ଆପଣଙ୍କୁ ସତର୍କତାର ସହ ୨୦ ଫୂଟ ତଳକୁ ଓହ୍ଲେଇବାକୁ ହେବ ସେ ପୁଣି ପଥୁରିଆ ରାସ୍ତାରେ ।

ନଈର ଦୁଇ ପାଖରେ ଥିବା ବଡ଼ ବଡ଼ ପଥର ଖଣ୍ଡକୁ ଦେଖିଲେ ଲାଗିବ ଗୋଟେ ଗୁମ୍ପାର କାନ୍ଥ ଭଳି । ନିରୋଳାରେ ପ୍ରକୃତି କୋଳରେ କିଛି ସମୟ କାଟିବା ପାଇଁ ଏ ସ୍ଥାନ ହେଉଛି ସର୍ବୋତ୍ତମ । ସେଇଥିପାଇଁ ତ ହଜାର ହାଜର ପର୍ଯ୍ୟଟକ ଏଠାକୁ ଧାଇଁଆସନ୍ତି  । ଏହି ପିକନିକ ସ୍ପଟ୍‌ଟି ଓଡ଼ିଶା ସୀମାରେ ଥିବାରୁ ଅଧିକାଂଶ ଛତିଶଗଡ଼ି ପର୍ଯ୍ୟଟକଙ୍କୁ ଏଠାରେ ଦେଖିବାକୁ ମିଳେ।

ମନେ ରଖନ୍ତୁ, ସଂଧ୍ୟା ହେବା ପୂର୍ବରୁ ଫେରିବାକୁ ହେବ। ନଚେତ ଆପଣ ବାଟବଣା ହୋଇପାରନ୍ତି ।

କେମିତି ଯିବେ- ଏହି ସ୍ଥାନରେ ପହଞ୍ଚିବାକୁ ହେଲେ ବରଗଡ଼ରୁ ଯିବାକୁ ହେବ ପ୍ରାୟ ୯୩ କିଲୋମିଟର । କଳା ମଚ ମଚ ‘ବିଜୁ ଏକ୍ସପ୍ରେସ ୱେରେ ପଦ୍ମପୁର ଦେଇ ଯିବାକୁ ପଡ଼ିବ ଲକମରା ରାସ୍ତାରେ । ବାଟରେ ଅଙ୍ଗନଦୀ। ସେଠାରୁ ଆଉ ୭ କିଲୋମିଟର ଗଲେ ଦେବଦର୍ହା । ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ ପ୍ରକୃତିର ଅନୁପମ ଗନ୍ତାଘର ଯେ ଏହି ଦେବଦର୍ହା ଆପଣ ଏହା ବିଶ୍ୱାସ କରିବେ।

The post ଦୁଇ ରାଜ୍ୟର ପାହାଡ଼ିଆ ପାପୁଲିରେ ସୁନ୍ଦରୀ ଦେବଦର୍ହା appeared first on Odisha Reporter.

]]>
left top 2018-12-16 17:12:57 https://odishareporter.in/wp-content/uploads/2018/12/deb.jpg
ଜାଣିଛନ୍ତି କି ଖଣ୍ଡାଧାର ନାମକରଣ ପଛର ରହସ୍ୟଟି କ’ଣ ? ତେବେ ପଢ଼ନ୍ତୁ ଓ ବୁଲି ଯାଆନ୍ତୁ   https://odishareporter.in/life-style/tourism-spot-khandadhar-in-kendujhar-12-309826 Thu, 06 Dec 2018 14:19:23 +0000 https://odishareporter.in/?p=309826

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାହାଡ ଜଙ୍ଗଲ ଘେରା ଓ ପ୍ରାକୃତିକ ସବୁଜିମାର ଅଞ୍ଚଳ ହେଉଛି କେନ୍ଦୁଝର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂରୁ କେନ୍ଦୁଝର ଜିଲ୍ଲାଟି ଶୀତ ଋତୁ ଆସିଲେ ବେଶ ଚଳଚଞ୍ଚଳ ହୋଇ ଉଠେ। ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ କାଇଁ କେତେଆଡ଼ୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି। ତେବେ ଖଣ୍ଡାଧାର ଜଳପ୍ରପାତଟି ଉଭୟ ସୁନ୍ଦରଗଡ଼ ଓ କେନ୍ଦୁଝର ମଝିରେ ଅଧା ଅଧା ହୋଇ ରହିଛି। ରାଉକେଲାଠାରୁ ଏହା ୧୦୪ କିମି ଏବଂ କେନ୍ଦୁଝରଠାରୁ ପ୍ରାୟତଃ ୧୦୦ କିମି ଦୂରରେ ରହିଛି […]

The post ଜାଣିଛନ୍ତି କି ଖଣ୍ଡାଧାର ନାମକରଣ ପଛର ରହସ୍ୟଟି କ’ଣ ? ତେବେ ପଢ଼ନ୍ତୁ ଓ ବୁଲି ଯାଆନ୍ତୁ   appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାହାଡ ଜଙ୍ଗଲ ଘେରା ଓ ପ୍ରାକୃତିକ ସବୁଜିମାର ଅଞ୍ଚଳ ହେଉଛି କେନ୍ଦୁଝର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂରୁ କେନ୍ଦୁଝର ଜିଲ୍ଲାଟି ଶୀତ ଋତୁ ଆସିଲେ ବେଶ ଚଳଚଞ୍ଚଳ ହୋଇ ଉଠେ। ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ କାଇଁ କେତେଆଡ଼ୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି। ତେବେ ଖଣ୍ଡାଧାର ଜଳପ୍ରପାତଟି ଉଭୟ ସୁନ୍ଦରଗଡ଼ ଓ କେନ୍ଦୁଝର ମଝିରେ ଅଧା ଅଧା ହୋଇ ରହିଛି। ରାଉକେଲାଠାରୁ ଏହା ୧୦୪ କିମି ଏବଂ କେନ୍ଦୁଝରଠାରୁ ପ୍ରାୟତଃ ୧୦୦ କିମି ଦୂରରେ ରହିଛି ଏହି ଜଳପ୍ରପାତ।

ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ଅପାସୋରା ହୋଇ ରହିବ। ଏହା ଅତି ମନଲୋଭା ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦୁଝର ଜିଲ୍ଲା ସହ ଓଡ଼ିଶାରେ ମଧ୍ୟ ଖ୍ୟାତି ଲାଭ କରିଛି। ପିକନିକ୍ ସ୍ପଟରେ ଝରଣା ସହ ପ୍ରାକୃତିକ ପରିବେଶ ପ୍ରତି ସବୁ ବର୍ଗର ପର୍ଯ୍ୟଟକ ଆକୃଷ୍ଟ ହୋଇଥାନ୍ତି। ଶୀତଋତୁ ଆସିଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗେ। ଜଳପ୍ରପାତ୍‌ ସ୍ଥାନକୁ ଯାଇଥିବା ରାସ୍ତାର ଉଭୟ କଡ଼ରେ ଥିବା ଜଙ୍ଗଲ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ।

ଏହା ସହ ଝରଣାରେ ଗାଧେଇବାର ମଜା ନିଅନ୍ତି ପର୍ଯ୍ୟଟକମାନେ। ବାଂସପାଳ ବ୍ଲକ କାଦକଳା ପଞ୍ଚାୟତରେ ରହିଥିବା ଏହି ଜଳ ପ୍ରପାତଟି ବେଶ୍‌ ଆକର୍ଷଣୀୟ। ବିଶେଷକରି ପ୍ରାକୃତିକ ଶୋଭା ରାଜି ଭିତରେ ପକ୍ଷୀଙ୍କ କଳରବ,କୁଳୁକୁଳୁ ଝରଣା ଏବଂ ଶୀତୁଆ ସକାଳର ସୂର୍ଯ୍ୟଙ୍କ ସ୍ୱର୍ଣ୍ଣିମ କିରଣ ବେଶ୍‌ ରୋମାଞ୍ଚିତ। ମୁଖ୍ୟତଃ ୫୦୦ ଫୁଟ୍‌ ଉଚ୍ଚ ପାହାଡ଼ ଶୀର୍ଷରୁ ଜଳ ଧାର ଭଳି ତଳକୁ ଖସୁଥିବାରୁ ଏହାର ନାମ ଖଣ୍ଡାଧାର ରଖାଯାଇଛି। ନିକଟରେ ମହେଶ୍ୱର ମନ୍ଦିର ମଧ୍ୟ ରହିଛି। ବଣଭୋଜି ପାଇଁ ଏଠାରେ ଛୋଟବଡ଼ ଅନେକ ପିଣ୍ଡି ମଧ୍ୟ ରହିଛି। ପର୍ଯ୍ୟଟକମାନେ ଏଠାରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟର ମଜା ନେଇ ପାରିବେ।

କେମିତି ଯିବେ: ଭୁବନେଶ୍ଵରଠାରୁ ଖଣ୍ଡାଧାରର ଦୂରତା ୨୩୦ କିମି ହୋଇଥିବା ବେଳେ କେନ୍ଦୁଝର ଟାଉନ୍‌ଠାରୁ ମାତ୍ର ୬୦ କିମି। ଭୁବନେଶ୍ୱରରୁ ଭାୟା କଟକ ଦେଇ କେନ୍ଦୁଝର ଟାଉନ୍‌କୁ ଦୈନିକ ବସ୍‌ ଚାଲୁଥିବା ବେଳେ ଟ୍ରେନ୍‌ ଯୋଗେ ମଧ୍ୟ ଗମନାଗମନ ସୁବିଧା ରହିଛି। ତେବେ ଖଣ୍ଡାଧାର ନିକଟସ୍ଥ ରେଲୱେ ଷ୍ଟେସନ ହେଉଛି କେନ୍ଦୁଝର। ଆପଣ ଏଠାରୁ ଛୋଟ ଭ୍ୟାନ୍‌ କିମ୍ବା ଟ୍ୟାକ୍ସି ଯୋଗେ ଯାଇପାରିବେ।

The post ଜାଣିଛନ୍ତି କି ଖଣ୍ଡାଧାର ନାମକରଣ ପଛର ରହସ୍ୟଟି କ’ଣ ? ତେବେ ପଢ଼ନ୍ତୁ ଓ ବୁଲି ଯାଆନ୍ତୁ   appeared first on Odisha Reporter.

]]>
centre bottom 2018-12-07 08:50:58 https://odishareporter.in/wp-content/uploads/2018/12/Khandadhar.jpg
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌ https://odishareporter.in/nation-world/india/indias-first-elephant-hospital-draws-tourists-303359 Tue, 20 Nov 2018 03:05:39 +0000 https://odishareporter.in/?p=303359

ମଥୁରା: ସଭ୍ୟତାର ସହରରେ ସଂସ୍କୃତିର ପ୍ରତୀକ ପଶୁଙ୍କ ପାଇଁ ନିଆରା ବ୍ୟବସ୍ଥା। ଐତିହାସିକ ଯମୂନା ନଦୀ କୂଳରେ ଖୋଲିଛି କେବଳ ହାତୀଙ୍କ ପାଇଁ ଦେଶର ପ୍ରଥମ ଡାକ୍ତରଖାନା। ଉତ୍ତରପ୍ରଦେଶର ପୌରାଣିକ ସହର ମଥୁରାରେ ୧୨,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ହାତୀଙ୍କ ହସ୍ପିଟାଲ୍‌ ଗତ ଶୁକ୍ରବାରରୁ କାର୍ଯ୍ୟକ୍ଷମ ହୋଇଛି। ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ ଭାବେ ଗଣାଯାଉଥିବା ମଥୁରାରେ ‘ଗଜରାଜଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟ’ କେବଳ ପଶୁପ୍ରେମୀ କି ପରିବେଶବିତ୍‌ମାନଙ୍କୁ ଖୁସି କରିନାହିଁ, […]

The post ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌ appeared first on Odisha Reporter.

]]>

ମଥୁରା: ସଭ୍ୟତାର ସହରରେ ସଂସ୍କୃତିର ପ୍ରତୀକ ପଶୁଙ୍କ ପାଇଁ ନିଆରା ବ୍ୟବସ୍ଥା। ଐତିହାସିକ ଯମୂନା ନଦୀ କୂଳରେ ଖୋଲିଛି କେବଳ ହାତୀଙ୍କ ପାଇଁ ଦେଶର ପ୍ରଥମ ଡାକ୍ତରଖାନା।

ଉତ୍ତରପ୍ରଦେଶର ପୌରାଣିକ ସହର ମଥୁରାରେ ୧୨,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ହାତୀଙ୍କ ହସ୍ପିଟାଲ୍‌ ଗତ ଶୁକ୍ରବାରରୁ କାର୍ଯ୍ୟକ୍ଷମ ହୋଇଛି।

ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ ଭାବେ ଗଣାଯାଉଥିବା ମଥୁରାରେ ‘ଗଜରାଜଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟ’ କେବଳ ପଶୁପ୍ରେମୀ କି ପରିବେଶବିତ୍‌ମାନଙ୍କୁ ଖୁସି କରିନାହିଁ, ବରଂ ଏହା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏବେ ପ୍ରମୁଖ ଆକର୍ଷଣ ପାଲଟିବାକୁ ଯାଉଛି।

ଏହି ହସ୍ପିଟାଲ୍‌ରେ ଆହତ, ଦୁର୍ବଳ ଓ ବୟସ୍କ ହାତୀମାନଙ୍କ ଚିକିତ୍ସା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଛି। ବିଶେଷ କରି ୱୟାର୍‌ଲେସ୍‌ ଡିଜିଟାଲ୍‌ ଏକ୍ସ-ରେ, ଥର୍ମାଲ୍ ଇମେଜିଂ, ଅଲ୍‌ଟ୍ରାସୋନୋଗ୍ରାଫି ଓ ଟ୍ରାଙ୍କ୍ୟୁଲାଇଜେସନ୍‌ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ରହିଛି। ଏହି ‘ହାତୀ ହସ୍ପିଟାଲ୍‌’ ଯମୁନା ନଦୀ କୂଳରେ ଥିବା ହାତୀ ଅଭୟାରଣ୍ୟ ଓ କେୟାର୍‌ ସେଣ୍ଟର୍‌ ନିକଟରେ ରହିଛି। ୱାଇଲ୍‌ଡ୍ ଲାଇଫ୍ ଏସ୍‌ଓଏସ୍‌ ଦ୍ୱାରା ପରିଚାଳିତ ଏହି ସଂରକ୍ଷିତ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଅଛନ୍ତି।

ଏହି ଚିକିତ୍ସାଳୟ କାର୍ଯ୍ୟାରମ୍ଭ କରିବା ପରେ ୪୯ ବର୍ଷ ବୟସର ହାତୀ ‘ଆଶା’ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ଆଉ, ଏକ ଷ୍ଟୁଲ୍‌ରେ ହାତୀର ପାଦକୁ ରଖି ଡାକ୍ତରମାନେ ତାକୁ ଚିକିତ୍ସା କରୁଥିବାର ଦୃଶ୍ୟକୁ ସେଠାରେ ରୁଣ୍ଡ ହୋଇଥିବା ଦର୍ଶକ ଓ ପର୍ଯ୍ୟଟକମାନେ ନିଜ ନିଜ ମୋବାଇଲ୍‌ ଫୋନ୍ ଯୋଗେ ରେକର୍ଡିଂ ମଧ୍ୟ କରିଛନ୍ତି।

ଭାରତୀୟ ସଂସ୍କୃତିରେ ହାତୀ ଏକ ଧର୍ମୀୟ ଭାବନାର ପ୍ରତୀକ ଭାବେ ବିବେଚିତ ହେଉଥିବାବେଳେ ଅଧିକାଂଶ ସମୟରେ ପୋଷା ହାତୀଙ୍କୁ ମାହୁନ୍ତଙ୍କ ଅତ୍ୟାଚାରର ଶିକାର ହେବାକୁ ପଡ଼ିଥାଏ। ଏପରିକି ବନାଞ୍ଚଳରେ ଘୂରି ବୁଲୁଥିବା ହାତୀମାନଙ୍କୁ ମଣିଷଙ୍କ ଆକ୍ରମଣର ସାମ୍ନା କରିବାକୁ ବି ପଡ଼ିଥାଏ।

ଏପରିକି ବିଭିନ୍ନ ସମୟରେ ମଣିଷଙ୍କ ଆକ୍ରମଣ ଏବଂ ଅସୁସ୍ଥତା ଯୋଗୁ ଚିକିତ୍ସା ପାଉ ନ ଥିବାରୁ ବହୁ ହାତୀ ମୃତ୍ୟୁମୁଖରେ ପଡ଼ିଥା’ନ୍ତି। ଏବେ ଏହି ହସ୍‌ପିଟାଲ୍‌ ଆଖପାଖ ସ୍ଥାନରେ ଅସୁସ୍ଥ ଓ ଆହତ ହାତୀଙ୍କୁ ଚିକିତ୍ସା ଅବହେଳାଜନିତ ମୃତ୍ୟୁରୁ ରକ୍ଷା କରିପାରିବ ବୋଲି ପଶୁପ୍ରେମୀ ଆଶା କରୁଛନ୍ତି। କେବଳ ପଶୁପ୍ରେମୀ ନୁହନ୍ତି, ବିଦେଶରୁ ଆସୁଥିବା ବହୁ ପର୍ଯ୍ୟଟକ ଗଜରାଜଙ୍କ ପାଇଁ ପ୍ରତିଷ୍ଠିତ ଏହି ହସ୍‌ପିଟାଲ୍‌କୁ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି।

ରିପୋର୍ଟ ମୁତାବକ, ଭାରତରେ ହାତୀଙ୍କ ସଂଖ୍ୟା ୨୦୧୨ ଗଣନା ଅନୁସାରେ ୩୦,୭୧୧ ଥିବାବେଳେ ୨୦୧୭ରେ ଏହା ହ୍ରାସ ପାଇ ୨୭, ୩୧୨ରେ ପହଞ୍ଚିଛି।

ସାରା ଏସିଆ ମହାଦେଶର ଅଧାରୁ ଅଧିକ ସଂଖ୍ୟାର ହାତୀ ଭାରତରେ ଅଛନ୍ତି।

The post ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌ appeared first on Odisha Reporter.

]]>
centre bottom 2018-11-20 13:08:37 https://odishareporter.in/wp-content/uploads/2018/11/elephant-hospital.jpg
ମନ କିଣେ ମନାଲି , ଜାଣନ୍ତୁ ବୁଲିବାକୁ ଗଲେ କେମିତି ମଜା ନେବେ https://odishareporter.in/life-style/interesting-facts-about-kullu-manali-294867 Tue, 30 Oct 2018 12:21:13 +0000 https://odishareporter.in/?p=294867

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କୁଲ୍ଲୁ-ମନାଲି ସ୍ଥାନର ନାମଟି ଆପଣ ଶୁଣିଥିବେ। ଭାରତର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମଧ୍ୟରେ କୁଲ୍ଲୁ-ମନାଲି ହେଉଛି ଅନ୍ୟତମ। ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ଥିବା ଏହି ସ୍ଥାନଟି ହିମାଚଳ ପ୍ରଦେଶରେ ଅବସ୍ଥିତ।  ଯଦି ଆପଣଙ୍କର ଏହି କୁଲ୍ଲୁ-ମନାଲି ବୁଲିବା ପାଇଁ ଯୋଜନା ଥାଏ ତେବେ ଜାଣି ରଖନ୍ତୁ ସେଠାକୁ ଗଲେ  କ’ଣ ସବୁ ଦେଖିବେ। ପୌରାଣିକ ତଥ୍ୟ ଅନୁଯାୟୀ ରାଜା ‘ମନୁ’ଙ୍କ ନାମରେ ମନାଲି ନାମକରଣ ହୋଇଛି। ୩ଟି ପାହାଡ଼ର ଲାଗି ଲାଗି ହୋଇଥିବା ସ୍ଥାନ ହେଉଛି ମନାଲି। […]

The post ମନ କିଣେ ମନାଲି , ଜାଣନ୍ତୁ ବୁଲିବାକୁ ଗଲେ କେମିତି ମଜା ନେବେ appeared first on Odisha Reporter.

]]>

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କୁଲ୍ଲୁ-ମନାଲି ସ୍ଥାନର ନାମଟି ଆପଣ ଶୁଣିଥିବେ। ଭାରତର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମଧ୍ୟରେ କୁଲ୍ଲୁ-ମନାଲି ହେଉଛି ଅନ୍ୟତମ। ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ଥିବା ଏହି ସ୍ଥାନଟି ହିମାଚଳ ପ୍ରଦେଶରେ ଅବସ୍ଥିତ।  ଯଦି ଆପଣଙ୍କର ଏହି କୁଲ୍ଲୁ-ମନାଲି ବୁଲିବା ପାଇଁ ଯୋଜନା ଥାଏ ତେବେ ଜାଣି ରଖନ୍ତୁ ସେଠାକୁ ଗଲେ  କ’ଣ ସବୁ ଦେଖିବେ।

ପୌରାଣିକ ତଥ୍ୟ ଅନୁଯାୟୀ ରାଜା ‘ମନୁ’ଙ୍କ ନାମରେ ମନାଲି ନାମକରଣ ହୋଇଛି। ୩ଟି ପାହାଡ଼ର ଲାଗି ଲାଗି ହୋଇଥିବା ସ୍ଥାନ ହେଉଛି ମନାଲି। ପ୍ରତି ପାହାଡ଼ରେ ଗାଁ ସାଙ୍ଗକୁ ଗୋଟିଏ ଗୋଟିଏ ମନ୍ଦିର ରହିଛି। ସେହିପରି ମନାଲିରେ ରହିଛି ବନ ବିହାର। ଏଠାରେ ଆପଣ ବୋଟିଂ ଏବଂ ଅନ୍ୟ ମନରଞ୍ଜନ ସାମଗ୍ରୀର ମଜା ନେଇପାରିବେ। ଅନ୍ୟପଟେ ଆପଣ ଏଠିକାର ଜଙ୍ଗଲରେ ବୁଲି ପ୍ରକୃତିକୁ ଉପଭୋଗ କରିପାରିବେ। ମନାଲିର ଆଉ ଏକ ଆକର୍ଷଣ ହେଉଛି ଗ୍ରେଟ୍‌ ହିମାଳୟନ୍ ରାଷ୍ଟ୍ରୀୟ ଉଦ୍ୟାନ୍। ହିମାଳୟ ସଂଲଗ୍ନ ଏହି ଉଦ୍ୟାନ୍‌ ୧୯୮୪ରେ ତିଆରି କରାଯାଇଥିଲା।

ଯାହା ୭୫୪ କିମି ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ପର୍ବତ ଘେରା ଏହି ରାଷ୍ଟ୍ରୀୟ ଉଦ୍ୟାନକୁ ୪ଟି ଘାଟିରେ ଭାଗ କରାଯାଇଛି। ମନାଲିରେ ଥିବା ମନୁ ମନ୍ଦିର ରାଜା ମନୁଙ୍କୁ ସମର୍ପିତ କରଯାଛି। ମନାଲିରେ ସବୁଠୁ ଆକର୍ଷଣ କେନ୍ଦ୍ର ବିନ୍ଦୁ ହେଉଛି ଯୋଗିନି ଝରଣା। ଏହି ଝରଣାକୁ ଦେଖିଲେ ଆପଣ ନିଶ୍ଚିତ ବିମୋହିତ ହେବେ। ତେବେ ମନାଲିଠାରୁ କୁଲୁ ଘାଟି ୪୦ କିମି ଦୂରରେ ଅବସ୍ଥିତ।

ଯେଉଁ ସ୍ଥାନକୁ ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ମନାଲି ଠାରୁ ୨ କିଲୋମିଟର ଦୂରରେ ଏକ ଅଭୟାରଣ୍ୟ ରହିଛି। ଏହି ଅଭୟାରଣ୍ୟରେ ଦେଓଦାର, କାଇଲ ,କାଜୁ, ଓ ମାପଲ ବୃକ୍ଷର ଘଞ୍ଚ ବନାନୀ ସହ କସ୍ତୁରୀ ମୃଗ , ମୋନାଲ , ଭାଲୁ , ଚିତା ବାଘ , ଧଳା ଚିତାବାଘ ବହୁ ସଂଖ୍ୟାରେ ରହିଥାନ୍ତି । ଗ୍ରୀଷ୍ମ କାଳରେ ଇବେକ୍ସ ଜାତୀୟ ପ୍ରାଣୀ ମାନଙ୍କର ବଡ ଦଳ ଏଠାରେ ବିଚରଣ କରୁଥିବାର ଦେଖାଯାଇଥାଏ ।

କୁଲୁଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ରାମଶିଳା ନାମକ ଏକ ସ୍ଥାନ ଅଛି । ଏଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ‘ ବିଜଲି ମହାଦେବ’ ଙ୍କ ମନ୍ଦିର ରହିଛି । ଏହା ଏକ ବିସ୍ମୟ ଜନକ ମନ୍ଦିର।  ଏହା ସମୁଦ୍ର ପତନ ଠାରୁ ପ୍ରାୟ ୨୬୪୦ ମିଟର ଉଚ୍ଚରେ ଅବସ୍ଥିତ ।ସେଠାରୁ ଷୋହଳ କିଲୋମିଟର ଆଗକୁ ଗଲେ ‘ ରାୟସନ’ ନାମକ ସ୍ଥାନ ପଡ଼େ । ଏମିତି ଏଠାରେ ଆପଣ ଅନେକ ସ୍ଥାନର ମଜା ନେଇପାରିବେ।

The post ମନ କିଣେ ମନାଲି , ଜାଣନ୍ତୁ ବୁଲିବାକୁ ଗଲେ କେମିତି ମଜା ନେବେ appeared first on Odisha Reporter.

]]>
centre bottom 2018-10-30 17:54:29 https://odishareporter.in/wp-content/uploads/2018/10/h-88.jpg
ବୁଲିବାକୁ ଯାଆନ୍ତୁ ଶାଶୂ-ବୋହୂ ମନ୍ଦିର https://odishareporter.in/food-and-travel/visit-sas-bahu-temple-at-gwalior-of-madhyapradesh-290719 Sun, 21 Oct 2018 05:46:58 +0000 https://odishareporter.in/?p=290719

ଗ୍ୱାଲିଅର୍‌: ଭାରତବର୍ଷରେ ବହୁ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିରଗୁଡ଼ିକ ସମ୍ପର୍କରେ କିଛି ଜଣା ଅଜଣା ତଥ୍ୟ ମଧ୍ୟ ରହିଛି। ସେହିପରି ଏକ ମନ୍ଦିର ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ରହିଛି, ଯାହା ଶାଶୂ-ବୋହୂ ମନ୍ଦିର ନାଁରେ ଜଣାଶୁଣା। ଏହି ମନ୍ଦିରଟି ଶାଶୂ-ବୋହୂ ସମ୍ପର୍କର ପ୍ରତୀକ ବୋଲି କୁହାଯାଏ। ତେବେ ଏହି ମନ୍ଦିରର ନାଁ ଶାଶୂ-ବୋହୂ ମନ୍ଦିର କିପରି ହେଲା, ଇତିହାସରେ ସେନେଇ ରୋଚକ ତଥ୍ୟ ସବୁ ରହିଛି।୧୧୦୦ ଶତାବ୍ଦୀରେ ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଖୁବ୍‌ […]

The post ବୁଲିବାକୁ ଯାଆନ୍ତୁ ଶାଶୂ-ବୋହୂ ମନ୍ଦିର appeared first on Odisha Reporter.

]]>

ଗ୍ୱାଲିଅର୍‌: ଭାରତବର୍ଷରେ ବହୁ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିରଗୁଡ଼ିକ ସମ୍ପର୍କରେ କିଛି ଜଣା ଅଜଣା ତଥ୍ୟ ମଧ୍ୟ ରହିଛି। ସେହିପରି ଏକ ମନ୍ଦିର ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ରହିଛି, ଯାହା ଶାଶୂ-ବୋହୂ ମନ୍ଦିର ନାଁରେ ଜଣାଶୁଣା। ଏହି ମନ୍ଦିରଟି ଶାଶୂ-ବୋହୂ ସମ୍ପର୍କର ପ୍ରତୀକ ବୋଲି କୁହାଯାଏ। ତେବେ ଏହି ମନ୍ଦିରର ନାଁ ଶାଶୂ-ବୋହୂ ମନ୍ଦିର କିପରି ହେଲା, ଇତିହାସରେ ସେନେଇ ରୋଚକ ତଥ୍ୟ ସବୁ ରହିଛି।୧୧୦୦ ଶତାବ୍ଦୀରେ ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଖୁବ୍‌ ଆକର୍ଷଣୀୟ। ଏବେ ମନ୍ଦିରଟି ଭଗ୍ନ ଅବସ୍ଥାରେ ରହିଛି। ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ପରିମାଣ ସ୍ୱରୂପ ଏହି ମନ୍ଦିରର ଅନେକ ଅଂଶ ଭାଙ୍ଗି ଯାଇଥିବା କୁହାଯାଉଛି। ତେବେ ଭଗ୍ନାବସ୍ଥା ସତ୍ତ୍ୱେ ଶିଳ୍ପୀଙ୍କ ଦ୍ୱାରା ମନ୍ଦିରରେ ହୋଇଥିବା ନିଖୁଣ କାରୁକାର୍ଯ୍ୟ ନିଜ ପୂର୍ବ ଗୌରବ ବଜାୟ ରଖିଛି।

କିପରି ହେଲା ‘ଶାଶୂ-ବୋହୂ’ ନାମକରଣ:
ମନ୍ଦିରର ଶିଳାଲେଖରେ ଖୋଦିତ ତଥ୍ୟ ଅନୁସାରେ, ଏହାକୁ ୧୦୯୩ ଖ୍ରୀଷ୍ଟାବ୍ଦରେ କଚ୍ଛପଘଟ ରାଜବଂଶର ରାଜା ମହିପାଳ ଏହାକୁ ନିର୍ମାଣ କରିଥିଲେ।
ତେବେ ମନ୍ଦିରର ନାମକରଣକୁ ନେଇ ଇତିହାସରେ ଭିନ୍ନ ଭିନ୍ନ କାହାଣୀ ରହିଛି।
ଇତିହାସରେ ଥିବା ଏକ କାହାଣୀ ଅନୁସାରେ, ରାଜା ମହିପାଳଙ୍କ ରାଣୀ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ। ତେଣୁ ରାଣୀ ବିଷ୍ଣୁଙ୍କୁ ପୂଜା କରିବା ପାଇଁ ରାଜା ଏହି ମନ୍ଦିର ନିର୍ମାଣ କରାଇଥିଲେ। ଯାହା ବିଷ୍ଣୁଙ୍କର ଅନ୍ୟ ନାମ ସଶସ୍ତ୍ର ବାହୁ ନାମରେ ନାମିତ ହୋଇଥିଲା।
ଏହା ପରେ ରାଜା ମହିପାଳଙ୍କ ବୋହୂ ଭଗବାନ ଶିବଙ୍କର ଭକ୍ତ ଥିବାରୁ ସେ ଶିବଙ୍କ ଉଦ୍ଦେଶ୍ୟରେ ସଶସ୍ତ୍ର ବାହୁ ମନ୍ଦିର ନିକଟରେ ଅନ୍ୟ ଏକ ମନ୍ଦିର ନିର୍ମାଣ କରାଇଥିଲେ। ପରେ ଏହି ଦୁଇଟି ମନ୍ଦିରକୁ ସଶସ୍ତ୍ର ବାହୁ ମନ୍ଦିର ବୋଲି କୁହାଯାଉଥିଲା।ତେବେ ଶାଶୂ ଓ ବୋହୂଙ୍କ ପ୍ରଭୁ ଆରାଧନା ପାଇଁ ଏହା ନିର୍ମିତ ହୋଇଥିବାରୁ ଧିରେ ଧିରେ ମନ୍ଦିରଟି ନିଜ ପ୍ରକୃତ ନାମ ହରାଇ ବସିଲା ଏବଂ ସ୍ଥାନୀୟ ଲୋକ ଏହାକୁ ଶାଶୂ-ବୋହୂ ନାମରେ ନାମିତ କରିଥିଲେ।
ଦୁଇଟି ମନ୍ଦିରକୁ ଦେଖିଲେ ‘ଶାଶୂ’ ମନ୍ଦିରଟି ‘ବୋହୂ’ ମନ୍ଦିରଠାରୁ ଦେଖିବାକୁ ଅନେକାଂଶରେ ବଡ଼। ମନ୍ଦିରର ସମସ୍ତ ଦିଗରେ ଚାରିଟି ପ୍ରବେଶ ଦ୍ୱାର ଅଛି। ଚତୁର୍ଥ ଦିଗରେ ଏକ ଗୃହ ରହିଛି, ଯାହା ବର୍ତ୍ତମାନ ବନ୍ଦ ଅବସ୍ଥାରେ ରହିଛି।
ମନ୍ଦିରରେ କାଠର କାରୁକାର୍ଯ୍ୟ ଶୋଭା ପାଉଛି। ଏହା ସହିତ ପ୍ରବେଶ ଦ୍ୱାରରେ ବ୍ରହ୍ମା, ବିଷ୍ଣୁ ଓ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅଛି। ମନ୍ଦିରର କାନ୍ଥରେ ହୋଇଥିବା ଚମତ୍କାର କାରୁକାର୍ଯ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ।

The post ବୁଲିବାକୁ ଯାଆନ୍ତୁ ଶାଶୂ-ବୋହୂ ମନ୍ଦିର appeared first on Odisha Reporter.

]]>
left top 2018-10-21 11:16:58 https://odishareporter.in/wp-content/uploads/2018/10/puspa1-8.jpg
ଉନ୍ମୋଚନ ଅପେକ୍ଷାରେ ୨,୩୮୯ କୋଟି ଟଙ୍କାର ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’, ଜାଣନ୍ତୁ କ’ଣ ଦେଖିବେ https://odishareporter.in/or-special/what-you-can-see-at-the-statue-of-unity-288973 Mon, 15 Oct 2018 13:21:52 +0000 https://odishareporter.in/?p=288973

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ  ତଥା ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲବ ଭାଇଙ୍କ ସ୍ମୁତି ଉଦ୍ଦେଶ୍ୟରେ ନିର୍ମାଣ ହେଉଥିବା ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’ର କାମ ଏବେ  ସମ୍ପର୍ଣ୍ଣ ହେବା ଦ୍ୱାରଦେଶରେ। ଏହି ବହୁ ଚର୍ଚ୍ଚିତ ପ୍ରତିମୂର୍ତ୍ତି ଆସନ୍ତା ଅକ୍ଟୋବର ୩୧ ତାରିଖରେ ତାଙ୍କରି ଜନ୍ମଦିନରେ ଉନ୍ମୋଚିତ ହେବ। ଗୁଜରାଟରେ ନର୍ମଦା ନଦୀବନ୍ଧ ନିକଟସ୍ଥ ସାଧୁବେଟ୍‌ଠାରେ ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ହେବାର ବିରଳ ରେକର୍ଡ଼ […]

The post ଉନ୍ମୋଚନ ଅପେକ୍ଷାରେ ୨,୩୮୯ କୋଟି ଟଙ୍କାର ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’, ଜାଣନ୍ତୁ କ’ଣ ଦେଖିବେ appeared first on Odisha Reporter.

]]>

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ  ତଥା ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲବ ଭାଇଙ୍କ ସ୍ମୁତି ଉଦ୍ଦେଶ୍ୟରେ ନିର୍ମାଣ ହେଉଥିବା ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’ର କାମ ଏବେ  ସମ୍ପର୍ଣ୍ଣ ହେବା ଦ୍ୱାରଦେଶରେ। ଏହି ବହୁ ଚର୍ଚ୍ଚିତ ପ୍ରତିମୂର୍ତ୍ତି ଆସନ୍ତା ଅକ୍ଟୋବର ୩୧ ତାରିଖରେ ତାଙ୍କରି ଜନ୍ମଦିନରେ ଉନ୍ମୋଚିତ ହେବ। ଗୁଜରାଟରେ ନର୍ମଦା ନଦୀବନ୍ଧ ନିକଟସ୍ଥ ସାଧୁବେଟ୍‌ଠାରେ ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି।

ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ହେବାର ବିରଳ ରେକର୍ଡ଼ ହାସଲ କରିବ। ତେବେ ଏହି ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କ ପାଇଁ ବିଶେଷ ଆକର୍ଷଣ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଯଦି ଆପଣ ଏହି ମୂର୍ତ୍ତି ଦେଖିବାକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି ତେବେ ଏହାର ବିଶେଷତ୍ୱ ବିଷୟରେ ଜାଣି ରଖନ୍ତୁ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରତିମୂର୍ତ୍ତିର ନିର୍ମାଣ ନେଇ ପରିକଳ୍ପନା କରିଥିଲେ ନରେନ୍ଦ୍ର ମୋଦି। ପ୍ରାୟ ୫ ବର୍ଷ ହେବ ନିର୍ମାଣ ଚାଲିଥିବା ଏହି ପ୍ରତିମୂର୍ତ୍ତି ସମୁଦ୍ରପତ୍ତନ ଠାରୁ ୧୧୭ ମିଟର ଉଚ୍ଚରେ ଅବସ୍ଥାନ କରୁଛି। ଏହାର ଉଚ୍ଚତା ୧୮୨ ମିଟର ତଥା  ୫୯୭ ଫୁଟ୍‌ ହେବ। ସର୍ଦ୍ଦାର ବଲ୍ଲବ ଭାଇଙ୍କ ଏହି ପ୍ରତିମାର ଉଚ୍ଚତା ଗୁଜରାଟ ବିଧାନ ସଭାର  ସିଟ୍‌ ସଂଖ୍ୟା ୧୮୨ ସହ ସମାନ ରଖାଯାଇଛି। ମୂର୍ତ୍ତିର ମୂଳଦୁଆ କଂକ୍ରିଟ୍‌ ଏବଂ ଷ୍ଟିଲ୍‌ରେ ତିଆରି ହୋଇଛି। ସେହିପରି ମୂର୍ତ୍ତିର ବାହାର ଢାଞ୍ଚା ତମ୍ବାରେ ଖଚିତ୍ ହୋଇଛି। ପ୍ରାୟ ୩,୪୦୦ ଶ୍ରମିକ ଏବଂ ୨୫୦ ଜଣ ଇଞ୍ଜିନିୟର ଏହି ମୂର୍ତ୍ତି ନିର୍ମାଣରେ ନିୟୋଜିତ ହୋଇଛନ୍ତି।

ପାଖାପାଖି ୨,୩୮୯ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ୍‌ ଠାରୁ ୩.୫ କିଲୋମିଟର ଦୂରରେ  ଅବସ୍ଥିତ। ଆସନ୍ତା ଅକ୍ଟୋବର ୩୧ ତାରିଖ ପୂର୍ବରୁ ଏହାର ନିର୍ମାଣ ସରିବା ନେଇ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ମେଗା ପ୍ରକଳ୍ପ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ମାର୍ବଲ ଫ୍ଲୋରିଂ କାମ ଚାଲୁଛି। ତେବେ ଷ୍ଟାଚ୍ୟୁ ହେଉଥିବା ସ୍ଥାନର ପରିସର ୩୦୬ ମିଟର ରହିଛି। ଅର୍ଥାତ ଆପଣ ଯଦି ଷ୍ଟାଚ୍ୟୁ ନିକଟକୁ ଦେଖିବା ପାଇଁ ଯିବେ ଆପଣଙ୍କୁ ୩୦୬ ମିଟର ଯିବାକୁ ପଡ଼ିବ। ଏଥିପାଇଁ ଏସ୍‌କାଲେଟର ବ୍ୟବସ୍ଥା କରାଯାଇଛି।

ସେହିପରି ଏଠାରେ ଏକ  ସଂଗ୍ରହାଳୟ ମଧ୍ୟ ତିଆରି ହେଉଛି। ପର୍ଯ୍ୟଟଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ସେଲ୍‌ଫି ପଏଣ୍ଟ ଏବଂ ସପିଂ ମଲ୍‌ ମଧ୍ୟ ନିର୍ମାଣ ହେଉଛି। ଏଥିସହ ପ୍ରତିମୂର୍ତ୍ତି ସଂଲଗ୍ନ ୨୩୦ ହେକ୍ଟର ଜମିରେ  ଫୁଲର ଉପତ୍ୟାକା ଶୋଭା ପାଇବ। ଏଥିପାଇଁ ମଧ୍ୟ କାର୍ଯ୍ୟ ଚାଲିଛି। ପର୍ଯ୍ୟଟକମାନଙ୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ୫୨ଟି ରୁମ୍‌  ଏବଂ ଥ୍ରୀ-ଷ୍ଟାର୍‌ ହୋଟେଲ ନିର୍ମାଣ ହେବ। ଏଥିସହ କିଛି ସ୍ଥାୟୀ ଟେଣ୍ଟ ମଧ୍ୟ ତିଆରି ହେବ, ଯେଉଁଥିରେ ପର୍ଯ୍ୟଟକମାନେ ମନଖୋଲି ମଜା ନେଇପାରିବେ। ଷ୍ଟେଚ୍ୟୁଠାରୁ ୧୪ କିମି ଦୂରରେ ଗରୁଡ଼େଶ୍ୱର ନାମରେ ଏକ ମନ୍ଦିର ନିର୍ମାଣ ହେବ। ଯେଉଁଠିକୁ ବୁଲିବା ପାଇଁ ବୋଟିଂ ବ୍ୟବସ୍ଥା ରହିବ ବୋଲି କୁହାଯାଇଛି।

The post ଉନ୍ମୋଚନ ଅପେକ୍ଷାରେ ୨,୩୮୯ କୋଟି ଟଙ୍କାର ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’, ଜାଣନ୍ତୁ କ’ଣ ଦେଖିବେ appeared first on Odisha Reporter.

]]>
2018-10-15 18:51:52 https://odishareporter.in/wp-content/uploads/2018/10/stu.jpg